spot_img
Home Blog Page 4678

ରାଜ୍ୟରେ ଟିକାକରଣକୁ ପୂରିଲା ବର୍ଷେ

ଭୁବନେଶ୍ୱର: ରାଜ୍ୟରେ ଟିକାକରଣକୁ ପୂରିଲା ବର୍ଷେ  । ଓଡିଶା ଟିକାକରଣ କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ ଅଗ୍ରଗତି କରିଥିବା କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ୫ କୋଟି ୩୯ ଲକ୍ଷ ୯୧ ହଜାର ୬୪୨ ଡୋଜ ଟିକା ଦିଆ ଯାଇଛି l ସେଥି ମଧ୍ୟରୁ ପ୍ରଥମ ଡୋଜ ୯୨.୪ ପ୍ରତିଶତ ନେଇଥିବାବେଳେ ଉଭୟ ଡୋଜ ୯୦ ପ୍ରତିଶତ ଲୋକ ନେଇଛନ୍ତି । ଓଡିଶାରେ ଟିକାକରଣ ଚ୍ୟାଲେଞ୍ଜିଂ ଥିଲା । ୨୦୨୧ ଜାନୁଆରୀ ୧୬ରେ ଓଡ଼ିଶାରେ ଆରମ୍ଭ ହୋଇଥିଲା ଟିକାକରଣ । ସମସ୍ତଙ୍କ ସହଯୋଗରେ ଆଜି ସଫଳତମ ଭାବରେ ଟିକାକରଣ ହୋଇପାରିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି । ଅନ୍ୟପକ୍ଷରେ ଆଜି ଜାତୀୟ ଟାସ୍କଫୋର୍ସ କମିଟିର ବୈଠକ ବସିବ । ଏଥିରେ କରୋନାର ସ୍ଥିତି ଓ ହୋମ୍ ଆଇସୋଲେସନ ସମୟସୀମା ନେଇ ଆଲୋଚନା ହେବ ।

ଦେଶରେ ଉପରମୁହାଁ କରୋନା ସଂକ୍ରମଣ, ୨୪ ଘଣ୍ଟାରେ ୨ ଲକ୍ଷ ୭୧ ହଜାର ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ଦେଶରେ ଦ୍ରୁତି ଗତିରେ ବୃଦ୍ଧି ପାଉଛି କରୋନା ସଂକ୍ରମଣ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୭୧ ହଜାର ୨୦୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୩୧୪ ଜଣଙ୍କର ମୃତ୍ୟୁ ହୋଇଛି । ଗତକାଲିଠାରୁ ଆଜି ୨ ହଜାର ୩୬୯ ଜଣ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଦୈନିକ ପଜିଟିଭ୍ ରେଟ୍‌ ୧୬.୨୮ ପ୍ରତିଶତ ରହିଛି । ଯଦି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା କହିବା ତାହାଲେ ବର୍ତ୍ତମାନ ସୁଦ୍ଧା ଭାରତରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୭ ହଜାର ୭୪୩ରେ ପହଞ୍ଚିଛି ।

ଦେଶରେ ଶନିବାର ୨ ଲକ୍ଷ୬୮ ହଜାର ୮୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟା ବଢ଼ି ୨ ଲକ୍ଷ ୭୧ ହଜାର ୨୦୨ରେ ପହଞ୍ଚିଛି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ଦେଶରେ ବର୍ତ୍ତମାନ ଆକ୍ଟିଭ୍ କେସ୍ ୧୫ ଲକ୍ଷ ୫୦ ହଜାର ୩୭୭ ରହିଛି । ସେହିପରି ବର୍ତ୍ତମାନ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୬ ହଜାର ୬୬ରେ ପହଞ୍ଚିଛି ।

୧୧ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ୧୧ ହଜାର ୧୭୭ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ରାଜ୍ୟରେ ୨୪ ଘଣ୍ଟାରେ ୧୧ ହଜାର ଟପିଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୧ ହଜାର ୧୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୩ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୪୭୯ କେସ୍ ଚିହ୍ନଟ ହୋଇଥିବାବେଳେ ଲୋକଲ କେସ୍ ୪ ହଜାର ୬୯୮ କେସ୍ ଚିହ୍ନଟ ହୋଇଛି । ସେହିପରି ୦ରୁ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ୧ ହଜାର ୧୬ ଜଣ ଚିହ୍ନଟ ହୋଇଛନ୍ତି ।

୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩ ହଜାର ୪୨୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୨ ହଜାର ୧୩୬, କଟକରୁ ୮୨୯, ଷ୍ଟେଟପୁଲରୁ ୭୩୭, ସମ୍ବଲପୁରରୁ ୩୭୯, ବାଲେଶ୍ୱରରୁ ୩୪୨, ବଲାଙ୍ଗୀରରୁ ୩୧୨, ମୟୂରଭଞ୍ଜରୁ ୨୭୬, ସୋନପୁରରୁ ୨୩୮, ଝାରସୁଗୁଡାରୁ ୧୯୩, ରାୟଗଡ଼ାରୁ ୧୮୪, ଯାଜପୁରରୁ ୧୭୯, କଳାହାଣ୍ଡିରୁ ୧୭୩, ଜଗତସିଂହପୁରରୁ ୧୬୪, ନୟାଗଡ଼ରୁ ୧୫୯, ନବରଙ୍ଗପୁରରୁ ୧୫୫, କୋରାପୁଟରୁ ୧୫୨, ପୁରୀରୁ ୧୪୧, ଅନୁଗୁଳରୁ ୧୩୨, ବରଗଡ଼ରୁ ୧୨୩, ଗଞ୍ଜାମରୁ ୧୦୮, ଭଦ୍ରକରୁ ୯୨, ନୂଆପଡାରୁ ୭୯, ଗଜପତିରୁ ୭୩, ବୌଦ୍ଧ ଓ କେନ୍ଦ୍ରାପଡାରୁ ୭୧ଜଣ ଲେଖାଏଁ, କେନ୍ଦୁଝରରୁ ୬୯, ଢେଙ୍କାନାଳରୁ ୬୫, ମାଲକାନଗିରିରୁ ୪୯, କନ୍ଧମାଳରୁ ୪୭ ଓ ଦେବଗଡ଼ରୁ ୨୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୨୨୦ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

 

ଚିଣ୍ଟୁ ପରିଡ଼ା ହତ୍ୟା ମାମଲା, ୩ ଜଣଙ୍କୁ ଅଟକ ରଖିଛି ପୋଲିସ୍

ଭୁବନେଶ୍ୱର: ଭୁବନେଶ୍ୱର ପ୍ରେସଛକରେ ନିରଂଜନ ଓରଫ ଚିଣ୍ଟୁ ପରିଡ଼ା ହତ୍ୟା ମାମଲା । ଭାଇଗିରି ଓ ଜଣେ ଯୁବତୀଙ୍କୁ କମେଣ୍ଟ ମରାକୁ ନେଇ ଘଟଛି ହତ୍ୟାକାଣ୍ଡ । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସମେତ ୩ ଜଣଙ୍କୁ ଅଟକ ରଖିଛି ସହିଦନଗର ଥାନା ପୋଲିସ । ଅଟକ ରଖିଥିବା ୩ ଜଣ ହେଉଛନ୍ତି ମିଲୁ, ସତ୍ୟ ଓ ଜିତେନ୍ଦ୍ର । ଏଥିସହ ଏହି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ, ସ୍କୁଟି ଓ କାର ମଧ୍ୟ ଜବତ କରାଯାଇଛି ।

ଗତକାଲି ମୃତକ ନିରଂଜନ ପରିଡ଼ା, ବିଶାଲ ପାତ୍ରଙ୍କ ସମେତ ୩ ଜଣ ମୋମୋ ଖାଇବକୁ ଯାଇଥିଲେ । ଅଭିଯୁକ୍ତ ମିଲୁ, ସତ୍ୟ ଓ ଜିତେନ୍ଦ୍ର ମଧ୍ୟ ସେଠାରେ ଥିଲେ । କମେଣ୍ଟ ମରାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସ୍ଥାନୀୟ ଲୋକଙ୍କ ହସ୍ତକ୍ଷେପରେ ସମାଧାନ ହୋଇଥିଲା । କିନ୍ତୁ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ପୁଣିଥରେ ବଚସା ହୋଇ ପିଟାପିଟି ହୋଇଥିଲେ । ପାଖରେ ଥିବା ପରିବା ଦୋକାନୀର ଛୁରୀକୁ ନେଇ ନିରଂଜନ ପରିଡା ଓ ବିଶାଲ ପାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ ଅଭିଯୁକ୍ତ । ଏହି ୩ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ କେହି ପାଖରେ ରଖିଥିବା ଛୁରୀରେ ଚିଣ୍ଟୁକୁ ଛୁରୀ ଭୁସି ଦେଇଥିଲେ । ବିଶାଲ ଓ ଅନ୍ୟ ଜଣେ ଅଟକାଇବା ବେଳେ ଛୁରୀ ମାଡରେ ଆହତ ହୋଇଥିଲେ । ଛୁରୀ ମାଡ ଫଳରେ ଘଟଣାସ୍ଥଳରେ ଚିଣ୍ଟୁର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ଘଟଣାସ୍ଥଳରୁ ବାଇକ ଯୋଗେ ୩ ଅଭିଯୁକ୍ତ ଚମ୍ପଟ ମାରିଥିଲେ । କିନ୍ତୁ ଜଣେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ କାବୁ କରିଥିବା ବେଳେ ଆଉ ୨ ଅଭିଯୁକ୍ତଙ୍କୁ ପୋଲିସ ରାତି ସାରା ବିଭିନ୍ନ ଜାଗାରେ ଚଢ଼ାଉ କରି କାବୁ କରିଛି ।

 

ନିର୍ବାଚନ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଲେ ଚନ୍ନି

ଚଣ୍ଡିଗଡ଼: ପଞ୍ଜାବରେ ଧାର୍ଯ୍ୟ ମତଦାନ ତାରିଖ ଘୁଞ୍ଚାଇବାକୁ ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚରନଜିତ ସିଂହ ଚନ୍ନି । ପଞ୍ଜାବ ନିର୍ବାଚନ ଅତିକମରେ ୬ ଦିନ ଘୁଂଚାଇବାକୁ ନିବେଦନ କରିଛନ୍ତି । ପଞ୍ଜାବରେ ୧୪ ଫେବ୍ରୁଆରୀରେ ମତଦାନ ହେବ । ଏହି ସମୟରେ ଶ୍ରୀ ଗୁରୁ ରବିଦାସ ଜୀଙ୍କର ଜୟନ୍ତି ଥିବାରୁ ଜାତି ଓ ଜନଜାତି ବର୍ଗର ଲୋକ ବନାରସ ଗସ୍ତରେ ଯିବେ । ଫେବ୍ରୁଆରୀ ୧୦ ରୁ ୧୬ ପର୍ଯ୍ୟନ୍ତ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମ ହେବାର ଅଛି । ପାଖାପାଖି ୨୦ ଲକ୍ଷ ଲୋକ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯିବେ । ତେଣୁ ମତଦାନ ଘୁଞ୍ଚାଇବାକୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ନି ।

ଅନ୍ୟପକ୍ଷରେ ଉତ୍ତରପ୍ରଦେଶ ରାଜନୀତି ସରଗରମ ହେବାରେ ଲାଗିଛି । କଂଗ୍ରେସ ନିଜର ପ୍ରାର୍ଥୀ ତାଲିକା ପ୍ରକାଶ କରିବା ପରେ ୧୦୭ ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଅଯୋଧ୍ୟାରୁ ନ ଲଢି ଗୋରଖପୁର ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଅଯୋଧ୍ୟାରେ ଯୋଗୀଙ୍କ ସ୍ଥିତି ଭଲ ନାହିଁ । ତେଣୁ ଗୋରଖପୁର ସଦର ଆସନ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସବୁଠୁ ନିରାପଦ । ସେଠାରୁ ସେ ନିଶ୍ଚୟ ଜିତିବେ ବୋଲି ବିଜେପିର ହାଇକମାଣ୍ଡ ଆଶା କରିଛନ୍ତି । ଏପଟେ ଅଖିଳେଶ ଯାଦବଙ୍କ କହିବା କଥା ଗୋରଖପୁରର ସବୁ ଆସନରେ ସମାଜବାଦୀ ପାର୍ଟି ବିଜୟ ଲାଭ କରିବ । ବିଜେପି ଏଥର ସବୁ ଆସନରେ ପରାସ୍ତ ହେବ ବୋଲି ଅଖିଳେଶ କହିଛନ୍ତି । ଯୋଗୀ ସରକାର ଉତ୍ତରପ୍ରଦେଶବାସୀଙ୍କୁ ଧୋକା ଦେଇଛନ୍ତି । ଦଳିତ ବିଭିନ୍ନ ଅଧିକାରରୁ ବଞ୍ଚିତ ହୋଇଛନ୍ତି ବୋଲି ସମାଜବାଦୀ ପାର୍ଟି କହିଛି । ଏପଟେ ଏସପିରେ ଆଉ କୌଣସି ବିଜେପି ନେତାଙ୍କୁ ସାମିଲ କରାଯିବ ନାହିଁ । ଯେଉଁ ମାନେ ବିଜେପି ଛାଡି ସମାଜବାଦୀ ପାର୍ଟି ଆସିବାକୁ ଚାହୁଁଛନ୍ତି ସେମାନେ ଆଉ ନଆସିବାକୁ କହିଛନ୍ତି ଅଖିଳେଶ ।

ଆଜିଠୁ ଫେରିବ ଜାଡ, ଘନ କୁହୁଡ଼ି ପାଇଁ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ପଶ୍ଚିମା ଝଡ଼ର ପ୍ରଭାବ କମିଛି ହେଲେ ଟ୍ରପ ଲାଇନ୍ ସକ୍ରିୟ ଅଛି । ଏହା ପ୍ରଭାବରେ ଆଜି ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି  । ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଏବଂ କନ୍ଧମାଳ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ଜାଡ ବଢିବ । ବିଶେଷ କରି ଆଭ୍ୟନ୍ତରୀଣ ଓଡିଶାରେ ତାପମାତ୍ରା ସ୍ୱାଭାବିକଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ କମିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ପ୍ରବଳ ଜାଡ ସହ ଘନ କୁହୁଡି ପୁଣି ଜନଜୀବନକୁ ଅସ୍ତବ୍ୟସ୍ତ କରିବା । ଆସନ୍ତାକାଲି ଘନ କୁହୁଡି ପାଇଁ  ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । କୋରାପୁଟ, କଳାହାଣ୍ଡି, ନବରଙ୍ଗପୁର, ଅନୁଗୁଳ, କନ୍ଧମାଳ, ସୋନପୁର, ବୌଦ୍ଧ ଏବଂ ବଲାଙ୍ଗୀରରେ ଘନ କୁହୁଡି ହେବ ବୋଲି ସତର୍କତା ଜାରି କରାଯାଇଛି । ସେହିପରି ରାତି ଏବଂ ଭୋର ସମୟରେ ଗାଡି ଚାଳନା ସମୟରେ ସତର୍କ ରହିବାକୁ ଡ୍ରାଇଭରମାନଙ୍କୁ ପରାମର୍ଶ ଦିଆଯାଇଛି ।

ପଞ୍ଚାୟତ ନିର୍ବାଚନ: ଆସନ୍ତାକାଲିଠୁ ଆରମ୍ଭ ହେବ ନାମାଙ୍କନ

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆସନ୍ତାକାଲିଠୁ ନାମାଙ୍କନ ଦାଖଲ ଆରମ୍ଭ ହେବ । ଏହା ପୂର୍ବରୁ ସରଗରମ ହୋଇଛି ଗାଁ ରାଜନୀତି  । ପ୍ରାର୍ଥୀ ଚୟନ ପାଇଁ ଚାଲିଛି କସରତ୍  । ସ୍ୱଚ୍ଛ, ନିର୍ମଳ ଭାବମୂର୍ତ୍ତି ସହ ବିଜୟ ସମ୍ଭାବନା ଥିବା ବ୍ୟକ୍ତିକୁ ବିଜେଡି ଦଳୀୟ ଟିକେଟ ଦେବାକୁ ନିଷ୍ପତ୍ତି ନେଇଛି । ଏଥିପାଇଁ ଜୋନସ୍ତରରେ କମିଟି ଗଠନ କରାଯାଇଛି । ଏହି କମିଟି ଜୋନସ୍ତରରୁ ପଠାଇଥିବା ୩ ଜଣିଆ ପ୍ରାର୍ଥୀଙ୍କ ତାଲିକା ଆଧାର କରି ବିଚାର ବିମର୍ଶ କରାଯାଉଛି । ବିରୋଧୀ ବିଜେପି ଓ କଂଗ୍ରେସ ମଧ୍ୟ ଫୁଲ୍ ଦମରେ ଲାଗି ପଡ଼ିଛନ୍ତି । ସେପଟେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଶାସନିକ ପ୍ରସ୍ତୁତି ମଧ୍ୟ ଜୋରଦାର ହୋଇଛି । କୋଭିଡ୍‌ କଟକଣାକୁ କପରି ଭାବରେ କଡ଼ାକଡ଼ି ଭାବେ ପାଳନ କରାଯିବ ଓ ଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି ।

ଅନ୍ୟପକ୍ଷରେ ଆସନ୍ତାକାଲିଠୁ ୨୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନାମାଙ୍କନ ଦାଖଲ କରିପାରିବେ । ଏହି ସମୟରେ କଟକଣାରେ ପ୍ରାର୍ଥୀଙ୍କ ସହିତ କେବଳ ପ୍ରସ୍ତାବକ ଯାଇପାରିବେ । ଚଳିତ ଥର ପ୍ରାର୍ଥୀମାନେ ନାମାଙ୍କନ ବେଳେ ସମ୍ପତ୍ତି, ଶିକ୍ଷାଗତ ଯୋଗ୍ୟତା ଓ ଅପରାଧିକ ମାମଲା ବାବଦରେ ସତ୍ୟପାଠ ଦାଖଲ କରିବେ । ଯଦି ପ୍ରାର୍ଥୀ ମିଛ ସତ୍ୟପାଠ ଦାଖଲ କଲେ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

କୋଭିଡ କଟକଣାରେ ହେବ ସିଭିଲ ସର୍ଭିସ ପରୀକ୍ଷା

ଭୁବନେଶ୍ୱର: କୋଭିଡ କଟକଣା ଭିତରେ ହେବ ସିଭିଲ ସର୍ଭିସ ପରୀକ୍ଷା । ଚଳିତ ମାସ ୨୦ ତାରିଖରୁ ସିଭିଲ୍ ସର୍ଭିସ୍ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷାର୍ଥୀମାନେ କୋଭିଡ୍ ମାର୍ଗଦର୍ଶିକା ପାଳନ କରିବାକୁ ଓଡ଼ିଶା ଲୋକସେବା ଆୟୋଗର ସଚିବ ପରାମର୍ଶ ଦେଇଛନ୍ତି । ପରୀକ୍ଷାର୍ଥୀମାନେ ଏନ୍-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି । ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ ।

କେବଳ ପରୀକ୍ଷା ପରିଚାଳନାରେ ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ପରୀକ୍ଷାର୍ଥୀମାନେ ନିଜ ସାନିଟାଇଜର ସାଥିରେ ନେଇପାରିବେ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜର ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ର ଓ ପରିସରରେ ସାମାଜିକ ଦୂରତ୍ବ ରକ୍ଷା କରିବାକୁ କୁହାଯାଇଛି । ଯଦି କୌଣସି ପରୀକ୍ଷାର୍ଥୀଙ୍କର କୋଭିଡ୍ ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ଥିବା ପରୀକ୍ଷା ପରିଚାଳକଙ୍କୁ ଜଣାଇବେ ।

କୋଭିଡ ଲକ୍ଷଣ ଥିବା ପରୀକ୍ଷାର୍ଥୀଙ୍କ  ପାଇଁ ପୃଥକବାସ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି ଏସଓପିରେ କୋଭିଡ୍ ନିୟମାବଳୀର କଡାକଡି ପାଳନ ନିମନ୍ତେ ପରାମର୍ଶ ଦିଆଯାଇଛି । ଓଡିଶାରେ କୋଭିଡ ସଂକ୍ରମଣ ଦୈନିକ ୧୦ ହଜାର ପାର କରିଥିବା ସ୍ୱତେ ମଧ୍ୟ ଶିକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର  । ଆଗାମୀ ଦିନରେ ହେବାକୁ ଥିବା ଏହି ପ୍ରଶାସନିକ ପରୀକ୍ଷା ଆଦିକୁ ସଠିକ ମାର୍ଗରେ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି  ।

କେକ୍ ଖାଇବାକୁ ନେଇ ହତ୍ୟାକାଣ୍ଡ, ପ୍ରେସ ଛକରେ ରକ୍ତଛିଟା

ଭୁବନେଶ୍ୱର: ରାଜଧାନୀରେ ଝିମିଟି ଖେଳରୁ ମହାଭାରତ । କେକ୍ ଖାଇବାକୁ ନେଇ ହତ୍ୟାକାଣ୍ଡ । ଭୁବନେଶ୍ବର ପ୍ରେସ ଛକରେ ଯୁବକଙ୍କୁ ଛୁରାମାଡ କରି ହତ୍ୟା ଅଭିଯୋଗ । କେକ୍ ଖାଉଥିବାବେଳେ କୌଣସି କାରଣକୁ ନେଇ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କଟାକଟି ହୋଇଥିଲା । ପରେ ଦୁଇ ଜଣଙ୍କୁ ଆକ୍ରମଣ କରିଥିଲେ ଦୁର୍ବୁତ୍ତ । ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ମୁତାବକ ମୃତକ ଗାଡକଣ ଅଞ୍ଚଳର ଚିଣ୍ଟୁ ପରିଡା । ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ ଗାଡକଣ ଗ୍ରାମବାସୀ । ପୋଲିସ ଘଟଣାସ୍ଥଳରେ ବୁଝାସୁଝା କରିବା ସହିତ କାଲି ସକାଳ ଭିତରେ ଅଭିଯୁକ୍ତକୁ ଗିରଫ ପ୍ରତିଶ୍ରୁତି ଦେବାପରେ ରାସ୍ତା ରୋକ ହଟିଛି ।

ଅଯୋଧ୍ୟା ନୁହେଁ ଗୋରଖପୁରରୁ ଯୋଗୀ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ନିର୍ବାଚନରେ ଘଡିକେ ଛୁଟୁଛି ଘୋଡ଼ା  । ବଦଳୁଛି ପାଣିପାଗ  । ବହୁଛି ଓଲଟା ପବନ  । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟରେ ବିଜେପିର ବଡ଼ ଚେହେରା । ଦଳର ବ୍ୟାନର ବୟ ସାଜିଛନ୍ତି ଯୋଗୀ  ଆଦିତ୍ୟନାଥ  । ଯୋଗୀ କେଉଁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବେ ତାହା ଉପରେ ଥିଲା ସଭିଙ୍କ ନଜର  । ବିଶେଷକରି ବିରୋଧି ସପା ଉତ୍ସୁକତାର ଚାହିଁ ରହିଥିଲା  । ଦଳର କୋର କମିଟି ଯୋଗୀଙ୍କୁ ଅଯୋଧ୍ଯାରୁ ନିର୍ବାଚନ ଲଢିବା ନେଇ ଚାହୁଁଥିଲା  । ପୂର୍ବରୁ ଏନେଇ ମଧ୍ୟ ଚର୍ଚ୍ଚା ହେଉଥିଲା  ।

ଭଗୱା ରାଜନୀତିର ଝଣ୍ଡା ରାମଙ୍କ ଜନ୍ମଭୂମିରୁ ଉଡିବା ନେଇ ଦଳ ପୂର୍ବ ପ୍ରସ୍ତୁତି କରିସାରିଥିଲା  । ସନ୍ୟାସୀ ଯୋଗୀଙ୍କୁ ଅଯୋଧ୍ୟାରୁ ନିର୍ବାଚନ ଲଢାଇବା ନେଇ ଦଳ ଯୋଜନା ତୟାର କରିସାରିଥିଲା  । କାରଣ ଯେହେତୁ ବହୁ ବିବାଦୀୟ ରାମମନ୍ଦିର ଜନ୍ମଭୂମି- ବାବ୍ରୀ ମସଜିଦ ମାମଲାର ଫଇସଲା ବିଜେପି ସରକାର ହିଁ କରିଛି  । ଏମିତିକି ଅଯୋଧ୍ଯାରେ ଭବ୍ୟ ରାମମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିସାରିଛି ବିଜେପି  । ତେଣୁ ହିନ୍ଦୁ ଭୋଟ ପକେଟରେ ରଖିବା ନେଇ ଅଯୋଧ୍ୟାରୁ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରସ୍ତୁତ କରିବାର ପ୍ରସ୍ତୁତି କରିସାରିଥିଲା ଭାଜପା  ।

କିନ୍ତୁ ପୂର୍ବ ରଣନିତୀରେ ପରିବର୍ତ୍ତନ କରିସାରିଛି ବିଜେପି  । ଅଯୋଧ୍ୟା ପରିବର୍ତ୍ତେ ଗୋରଖପୁର (ସହର) ରୁ ନିର୍ବାଚନ ଲଢିବେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  । ୟୁପି ପ୍ରଭାରୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି କାର୍ଯ୍ୟାଳୟରେ କରିଛନ୍ତି ଏହି ଘୋଷଣା  । ଦଳ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ 107 ଜଣିଆ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି ବିଜେପି । ଏହି ତାଲିକାରେ ୟୁପି ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ପ୍ରୟାଗରାଜ ଜିଲ୍ଲାର ସିରାଥୁ ବିଧାନସଭା କ୍ଷେତ୍ରରୁ ନିର୍ବାଚନ ଲଢିବା ନେଇ ବିଜେପି ପ୍ରାର୍ଥୀ ତାଲିକାରେ ପ୍ରକାଶ କରିଛି ।

ସେପଟେ ଯୋଗୀଙ୍କ ୟୁ ଟର୍ଣ୍ଣକୁ ନେଇ ଟାର୍ଗେଟ କରିଛନ୍ତି ବିରୋଧି  । ସପା ମୁଖ୍ୟ ଅଖିଳେଶ ଯାଦବ କହିଛନ୍ତି ଯୋଗୀ ଅଯୋଧ୍ୟାରୁ ପଳାୟନ କରିଛନ୍ତି  । ଏହାର କାରଣ ସ୍ପଷ୍ଟ ଯେ, ବିଜେପି ହାରିବା ଭୟରେ ଯୋଗୀ ଆଦିତ୍ୟନାଥଙ୍କୁ ଅଯୋଧ୍ୟାରୁ ପ୍ରାର୍ଥି କଲା ନାହିଁ  । ଆଗାମୀ ଦିନରେ ଗୋରଖପୁର ବାସୀ ମଧ୍ୟ ହିସାବ ମାଗିବେ  । କେତେ କାମ କରିଛ, ଗୋରଖପୁରକୁ ମେଟ୍ରେ, ଟ୍ରାଫିକ ସମସ୍ୟା ଏବଂ ବିଦ୍ୟୁତ ବିଲକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଅଖିଳେଶ ଯାଦବ  । କିନ୍ତୁ ଏହା ମଧ୍ୟ ପ୍ରଶ୍ନ ଘେରରେ ଯେ, ଅଯୋଧ୍ୟାରେ ବିକାଶର ଧାରା ପହଁଛାଇଥିବା ନେଇ ଦାବି କରୁଥିବା ବିଜେପି କାହିଁକି ଯୋଗୀ ଆଦିତ୍ୟନାଥକୁ ପ୍ରାର୍ଥୀ କଲାନାହିଁ..