spot_img
Home Blog Page 48

ଏସଆଇ ଚାକିରି ବିକ୍ରିରେ ଘାଣ୍ଟୁଛି ସିବିଆଇ, ୪ ଦଲାଲଙ୍କୁ ଗୁଡ଼େଇ ତୁଡ଼େଇ ଜେରା…

ଭୁବନେଶ୍ବର : ଏସଆଇ ଚାକିରି ବିକ୍ରିରେ ଘାଣ୍ଟୁଛି ସିବିଆଇ। ଦଲାଲଙ୍କଠାରୁ ଉଗାରୁଛି ଚାକିରୀ ବିକ୍ରି ପଛର ସାଙ୍ଘାତିକ ସତ। ଆଜିଠୁ ୩ ଦିନିଆ ରିମାଣ୍ଡରେ ୪ ଦଲାଲଙ୍କୁ ଆଣିଛି ସିବିଆଇ। ଲୋକନାଥ ସାହୁ, ତଫିମ ଅହମ୍ମଦ ଖାନ, ବିଶ୍ୱଜିତ ହରିଚନ୍ଦନ ଓ ଏସ୍ ଏସ୍ ବି ଯବାନ ବିଶ୍ୱରଞ୍ଜନ ସେନାପତିଙ୍କୁ ରିମାଣ୍ଡରେ ଆଣିବା ପରେ ଜେରା ପାଇଁ ପ୍ରସ୍ତୁତି କରିଛି। ୨୫ ଲକ୍ଷରେ ବିକ୍ରି ହେଉଥିଲା ସବ ଇନ୍ସପେକ୍ଟର ଚାକିରୀ । କିପରି ପରୀକ୍ଷାର୍ଥୀଙ୍କ ଯୋଗାଡ଼ ହେଉଥିଲା ? କାହାର ଭାଗ କେତେ ଥିଲା ? ଦଲାଲଙ୍କ ପଛରେ ମାଷ୍ଟରମାଇଣ୍ଡ କିଏ ? ମାଷ୍ଟରମାଇଣ୍ଡଙ୍କ ଗଡ଼ଫାଦର କିଏ ? ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ସିବିଆଇ। ସମସ୍ତ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ଶଙ୍କର ପୃଷ୍ଟି ଓ ସିଲିକନ ଟେକ ମାଲିକ ସୁରେଶ ନାୟକଙ୍କୁ ରିମାଣ୍ଡରେ ଅଣାଯିବ ବୋଲି ସିବିଆଇ ସୂତ୍ରରୁ ଜଣାପଡ଼ିଛି।

କିଏ ଜାଳିବ କାହାର ଲଙ୍କା ? ଦେବେନ୍ଦ୍ର ଫଡ଼ନବିସ ଓ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସବୁକିଛି ଠିକ୍ ନାହିଁ

ମୁମ୍ବାଇ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ ଏବଂ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ମଧ୍ୟରେ ସବୁକିଛି ଠିକ ଚାଲିନାହିଁ । ଦୁହିଁଙ୍କ ମଧ୍ୟରେ ମତଭେଦ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଶିନ୍ଦେଙ୍କ ବିଜେପି ଉପରେ ଆକ୍ରମଣର ଗୋଟିଏ ସପ୍ତାହ ପରେ ଦେବେନ୍ଦ୍ର ଶିବସେନା ଉପରେ ହମଲା କରିଛନ୍ତି । ଏକନାଥ ଶିନ୍ଦେ ଏକ ସପ୍ତାହ ତଳେ ଗୋଟିଏ ରାଲିରେ ବିଜେପିକୁ ଖୁଲମଖୁଲା ଟାର୍ଗେଟ୍ କରିଥିଲେ। ସେତେବେଳେ ଶିନ୍ଦେ ନିଜ ଭାଷଣରେ ବିଜେପିକୁ ରାବଣ ସହିତ ତୁଳନା କରିଥିଲେ । ଯାହାର ଉତ୍ତରରେ ଦେବେନ୍ଦ୍ର ଫଡ଼ନବିସ କହିଛନ୍ତି ଯେ, ସେହିକୁ ଯେଉଁମାନେ ଆମ ବିଷୟରେ ଖରାପ କହନ୍ତି, ସେମାନଙ୍କୁ ନଜର ଅନ୍ଦାଜ କରନ୍ତୁ। ସେମାନେ କହିପାରନ୍ତି ଯେ ସେମାନେ ଆମ ଲଙ୍କାକୁ ଜାଳି ଦେବେ। ଆମେ ଲଙ୍କାର ବାସିନ୍ଦା ନୁହେଁ । ଆମେ ରାମଙ୍କର ଭକ୍ତ, ରାବଣର ନୁହେଁ।
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନବିସ କହିଛନ୍ତି ଯେ ନିର୍ବାଚନ ସମୟରେ ଏଭଳି କଥା କୁହାଯାଏ, ଏହାକୁ ଧରି ବସନାହିଁ । ସେ ଆଗକୁ କହିଛନ୍ତି ଯେ ଆମେ ସେହି ଲୋକ ଯେଉଁମାନେ ଜୟ ଶ୍ରୀରାମ ନାରା ଲଗାନ୍ତି। କାଲି ହିଁ (ମଙ୍ଗଳବାର) ଆମେ ଅଯୋଧ୍ୟାରେ ରାମ ମନ୍ଦିରରେ ଧର୍ମ ଧ୍ୱଜାର ଅନାବରଣ କରିଥିଲୁ। ଆମେ ଭଗବାନ୍ ରାମଙ୍କୁ ପୂଜା କରୁଥିବା ଦଳ। ଆମେ ଲଙ୍କାକୁ ଜାଳି ଦେବା।
ଫଡ଼ନବିସ ପାଲଘର ଜିଲ୍ଲାରେ ନଗର ପରିଷଦ ଏବଂ ନଗର ପଞ୍ଚାୟତ ନିର୍ବାଚନ ପାଇଁ ଏକ ନିର୍ବାଚନୀ ରାଲି ସମୟରେ ଦହାନୁରେ ବିଜେପି କର୍ମୀମାନଙ୍କୁ ସମ୍ବୋଧନ କରୁଥିଲେ। ଏହା ସେହି ସ୍ଥାନ ଯେଉଁଠାରେ ଶିନ୍ଦେ ବିଜେପିକୁ ଟାର୍ଗେଟ୍ କରି ରାବଣର ଉଲ୍ଲେଖ କରିଥିଲେ। ପାଲଘରରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିବା ଶିବସେନା ନେତା ଶିନ୍ଦେ ନାମ ନନେଇ ବିଜେପିକୁ ରାବଣଙ୍କ ସହ ତୁଳନା କରିଥିଲେ।
ଶିନ୍ଦେ କହିଥିଲେ ଯେ ରାବଣ ମଧ୍ୟ ଅହଂକାରୀ ଥିଲା, ତେଣୁ ତା’ର ଲଙ୍କାକୁ ଜାଳି ଦିଆଗଲା। ଆପଣଙ୍କୁ ମଧ୍ୟ ୨ ଡିସେମ୍ବର (ମତଦାନ ଦିନ)ରେ ଏଭଳି କରିବାକୁ ପଡ଼ିବ। ପାଲଘର ନିର୍ବାଚନରେ, ଶିବସେନା, ବିଜେପି ସହ ମୁକାବିଲା କରିବା ପାଇଁ ରାଷ୍ଟ୍ରବାଦୀ କଂଗ୍ରେସ୍ ପାର୍ଟି (ଏନସିପି)ର ଦୁଇ ଗୋଷ୍ଠୀଙ୍କୁ ସାଥିରେ ନେଇଛି । ଯାହା ଶିନ୍ଦେଙ୍କ ଅନୁଯାୟୀ, ନିରଙ୍କୁଶ ଅଟେ। ସେ କହିଛନ୍ତି ଯେ ଆମେ ସମସ୍ତେ ଏକଠି ହୋଇଛୁ, ଆମେ ନିରଙ୍କୁଶତା, ଅହଂକାର ବିରୋଧରେ ଏକଠି ହୋଇଛୁ…।

ଡୋମ୍ବିଭଳି କଲ୍ୟାଣରେ ଶିନ୍ଦେଙ୍କ ପୁଅ ଶ୍ରୀକାନ୍ତଙ୍କର ନିକଟବର୍ତ୍ତୀ ବୋଲି ମନେ କରାଯାଉଥିବା ଶିବସେନାର କିଛି ପୂର୍ବତନ ପରିଷଦ ସଦସ୍ୟମାନଙ୍କୁ ବିଜେପିରେ ସାମିଲ କରିବା ପରେ ଫଡ଼ନବିସ ଏବଂ ଶିନ୍ଦେଙ୍କ ମଧ୍ୟରେ ଉତ୍ତେଜନା ବଢ଼ିଛି। ଶିବସେନା ଏହି ବିଷୟରେ ସାପ୍ତାହିକ କ୍ୟାବିନେଟ୍ ବୈଠକର ବହିଷ୍କାର କରିଥିଲା ଏବଂ ଏହି ବିଷୟକୁ ଉଠାଇବା ପାଇଁ ଫଡ଼ନବିସଙ୍କ ସହ ବୈଠକ କରିଥିଲା। ମୁଖ୍ୟମନ୍ତ୍ରୀ ସେତେବେଳେ ଶିନ୍ଦେଙ୍କୁ କହିଥିଲେ ଯେ ବିଜେପି ଶିବସେନାର ଉଦାହରଣର ଅନୁସରଣ କରୁଛି, କାରଣ ଶିବସେନା ଉଲ୍ହାସନଗରରୁ ବିଜେପି ପଦାଧିକାରୀମାନଙ୍କୁ ଦଳରେ ସାମିଲ କରିଛି। ଶିନ୍ଦେ ଫଡ଼ନବିସଙ୍କ ଜବାବରୁ ଖୁସି ନ ଥିଲେ ଏବଂ ସେ ଦିଲ୍ଲୀ ଯାଇ ବିଜେପି ନେତା ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ରାଜ୍ୟ ବିଜେପିର ଅଭିଯୋଗ କରିଥିଲେ।

ପ୍ରଥମ ଭାରତୀୟ ଘରୋଇ ରକେଟ ଉନ୍ମୋଚିତ

ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ଘରୋଇ ମହାକାଶ କ୍ଷେତ୍ରରେ ଇତିହାସ। ପ୍ରଥମ ଭାରତୀୟ ଘରୋଇ ରକେଟ ଉନ୍ମୋଚିତ। ରକେଟ ବିକ୍ରମ-୧କୁ ଲଞ୍ଚ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ୨ ଲକ୍ଷ ବର୍ଗ ଫୁଟର ଫାସିଲିଟି କ୍ୟାମ୍ପସ ବି ହୋଇଛି ଲୋକାର୍ପିତ। ହାଇଦ୍ରାବାଦଭିତ୍ତିକ ସ୍କାଏରୁଟ ଏରୋସ୍ପେସ ପକ୍ଷରୁ ଲଞ୍ଚ ହୋଇଛି ରକେଟ। ଭାରତୀୟ କମର୍ସିଆଲ ସ୍ପେସ ଲଞ୍ଚ ମାର୍କେଟରେ ପ୍ରମୁଖ ଭୂମିକା ଗ୍ରହଣ କରିଛି ସ୍କାଏରୁଟ। ଗତ ୨୦୨୨ ନଭେମ୍ବରରେ ସ୍କାଏରୁଟ ପକ୍ଷରୁ ଲଞ୍ଚ ହୋଇଥିଲା ବିକ୍ରମ-ଏସ। ଏହା ଥିଲା ଦକ୍ଷିଣ ଏସିଆର ପ୍ରଥମ ଘରୋଇ ନିର୍ମିତ ରକେଟ। ଅରବିଟ କ୍ଲାସ ଲଞ୍ଚର କ୍ଷେତ୍ରରେ ଏହା ଆଣିଥିଲା ବୈପ୍ଲବିକ ପରିବର୍ତ୍ତନ। ଚାହିଦା ଅନୁସାରେ କ୍ଷୁଦ୍ର ସାଟେଲାଇଟ ଲାଗି କମ୍ପାନୀ ପକ୍ଷରୁ ମଡୁଲାର ସ୍ପେସ ଲଞ୍ଚ ସର୍ଭିସ ଯୋଗାଇଦିଆଯାଇଥାଏ।

ଦହିସରା ଗାଁରେ ଗୋଷ୍ଠୀ ସଂଘର୍ଷ, ୫ ଜଣ ଆହତ

ଆଠଗଡ଼ : ଆଠଗଡ଼ ଥାନା ଅନ୍ତର୍ଗତ ଦହିସରା ଗାଁରେ ଗୋଷ୍ଠୀ ସଂଘର୍ଷ। ଉଭୟ ଗୋଷ୍ଠୀରୁ ୫ ଆହତ ମେଡିକାଲରେ ଭର୍ତ୍ତି॥ ଗାଁର ଏକ ଦୋକାନ ଘରକୁ ନେଇ ପୂର୍ବରୁ ବିବାଦ ରହିଥିଲା। ଉକ୍ତ ସମସ୍ୟାର ସମାଧାନ ନିମନ୍ତେ ଗାଁ କୋଠ ଘରେ ଗ୍ରାମର ମୂରବୀ ମାନେ ବୈଠକ ଚାଲିଥିବାବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ  ହାତାହାତି ହୋଇଥିଲା। ଏଥିସହ ଘଟଣା ଦୁଇ ପକ୍ଷରୁ ଆଠଗଡ ଥାନାରେ ଅଭିଯୋଗ ପରେ ଚାରି ଜଣଙ୍କୁ ଅଟକ ରଖିଛି ପୋଲିସ ।  ଆଇନ  ଶୃଙ୍ଖଳା ପରିସ୍ଥିତି  ପାଇଁ  ଗାଁ ରେ ପୋଲିସ ଫୋର୍ସ ମୃତୟନ କରାଯାଇଛି। ଗାଁ ରେ ଏବେ ପରିସ୍ଥିତି ଶାନ୍ତ ରହିଛି।

ହ୍ଵାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ, ଜଣେ ସନ୍ଦିଗ୍ଧ ଅଟକ

ନନ୍ଦିଘୋଷ ବ୍ୟୁରୋ : ଆମେରିକାର ରାଷ୍ଟ୍ରପତି ଭବନ ହ୍ଵାଇଟ୍ ହାଉସ ନିକଟରେ ଗୁଳିକାଣ୍ଡ। ଏଥିରେ ୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ହେଉଛନ୍ତି ସୁରକ୍ଷାକର୍ମୀ। ସେମାନଙ୍କର ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଏହା ଏକ ଟାର୍ଗେଟେଡ୍ ସୁଟିଂ ବୋଲି କୁହାଯାଉଛି। ଏହି ଘଟଣାରେ ଜଣେ ସନ୍ଦିଗ୍ଧକୁ ଅଟକ ରଖାଯାଇଛି। ସେ ଆଫଗାନିସ୍ତାନ ବଂଶୋଦ୍ଭବ ବୋଲି ଜଣାପଡ଼ିଛି। ୨୦୨୧ରେ ଆଫଗାନିସ୍ତାନରୁ ଆମେରିକା ସୈନ୍ୟ ପ୍ରତ୍ୟାହାର ସମୟରେ ସେ ଆସିଥିଲା। ସୁରକ୍ଷାକର୍ମୀଙ୍କ ସହିତ ତାର ଗୁଳି ବିନିମୟ ହୋଇଥିଲା। ପୁରା ଅଞ୍ଚଳକୁ କର୍ଡନ କରି ତଦନ୍ତ ଖାନତଲାସି କରାଯାଇଛି। ଘଟଣାସ୍ଥଳରେ ପହଞ୍ଚିଛନ୍ତି ସିକ୍ରେଟ ଏଜେଣ୍ଟ ଓ ଏକ୍ସପ୍ଲୋସିଭ ବ୍ୟୁରୋ। ଏହି ଗୁଳିକାଣ୍ଡ ପରେ ହ୍ଵାଇଟ ହାଉସର ସୁରକ୍ଷା ପାଇଁ ଅଧିକ ୫୦୦ ସୁରକ୍ଷାକର୍ମୀ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ। ଏହା ଆଗରୁ ଗତ ଅଗଷ୍ଟ ମାସରେ ୩୦୦ ନ୍ୟାସନାଲ ଗାର୍ଡଙ୍କୁ ମୁତୟନ କରାଯାଇଥିଲା ହ୍ଵାଇଟ ହାଉସରେ। ଏହି କାଣ୍ଡ ଅଭିଯୁକ୍ତକୁ ବହୁତ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ଟ୍ରମ୍ପ।

ହଂକଂରେ ବଡ଼ ଧରଣର ଅଗ୍ନିକାଣ୍ଡ : ୪୪ ଜଣଙ୍କ ମୃତ୍ୟୁ, ଶହ ଶହ ନିଖୋଜ

ନନ୍ଦିଘୋଷ ବ୍ୟୁରୋ : ହଂକଂ ଭୟଙ୍କର ଅଗ୍ନିକାଣ୍ଡ । ଏକ ଆପାର୍ଟମେଣ୍ଟରେ ନିଆଁ ଲାଗିଟିବା ଫଲରେ ୪୪ ଜଣଙ୍କର ମୃତ୍ୟୁ ହୋଇଛି ।  ପ୍ରାୟ ୩୦୦ଜଣ ଏବେ ବି ନିଖୋଜ ଅଛନ୍ତି  । ସେମାନଙ୍କୁ ଖୋଜା ଚାଲିଛି। ଭୟଙ୍କର ଅଗ୍ନିକାଣ୍ଡ ତୀବ୍ର ହେବା ସହିତ ଶହ ଶହ ଲୋକ ନିଜ ଘର ଛାଡି ପଳାଇବାକୁ ବାଧ୍ୟ ହୋଇଥିଲେ । ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହେବା ସମୟରେ ପ୍ରାୟ ୯୦୦ଲୋକଙ୍କୁ ଅସ୍ଥାୟୀ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି । ୧୪୦ ରୁ ଅଧିକ ଅଗ୍ନିଶମ ଗାଡି ଏବଂ ୬୦ ଟି ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଅନେକ ସ୍ଥାନୀୟ ଖବର ଅନୁସାରେ, ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଦୋଷୀ ହତ୍ୟା ସନ୍ଦେହ କରାଯାଉଛି ଏବଂ ସେମାନେ ଅଗ୍ନିକାଣ୍ଡରେ ସମ୍ପୃକ୍ତ ଥାଇପାରନ୍ତି।

ହଂକଂରେ, ନବୀକରଣ ଚାଲିଥିବା ଏକ ୩୨ ମହଲା ଟାୱାର ବାହାରେ ବାଉଁଶ ଭାରା ଉପରେ ନିଆଁ ଲାଗିଥିଲା। ଏହା ଆଠ ଟାୱାର ହାଉସିଂ କମ୍ପ୍ଲେକ୍ସର ସାତଟି କୋଠାକୁ ଗ୍ରାସ କରିଥିଲା ।

ହଂକଂର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନ୍ ଲି କହିଛନ୍ତି ଯେ ପ୍ରାଥମିକ ତଦନ୍ତ ଚାଲିଛି ଏବଂ ଜରୁରୀକାଳୀନ କର୍ମଚାରୀମାନେ ନିଖୋଜ ଲୋକଙ୍କୁ ଖୋଜୁଛନ୍ତି। ସେ କହିଛନ୍ତି ଯେ ପୋଲିସ ଏବଂ ଅଗ୍ନିଶମ ସେବା ବିଭାଗ ଅଗ୍ନିକାଣ୍ଡର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରିସାରିଛନ୍ତି। ଲି କହିଛନ୍ତି ଯେ ମଧ୍ୟରାତ୍ରି ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଥିଲା।

ବାଲି ମାଫିଆଙ୍କ ଉପରେ ରେଡ୍, ୨୮ଟି ହାଇୱା ଜବତ

ଜଳେଶ୍ବର : ବାଲେଶ୍ୱର ଜିଲ୍ଲା ପ୍ରଶାସନ ଓ ପୋଲିସ ଜଲେଶ୍ୱର ତହସିଲ୍ ଅଧୀନ ଅଞ୍ଚଳରେ ଅବୈଧ ବାଲି ଉତ୍ତୋଳନ ଓ ପରିବହନ ବିରୋଧରେ ବଡ଼ ଧରଣର ଚଢ଼ଉ । ଏହି ଚଢ଼ାଉରେ ନେତୃତ୍ୱ ନେଇଛନ୍ତି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଏସ୍.ପି. ପ୍ରତ୍ୟୁଷ ଦିବାକର, ଉପ ଜିଲ୍ଲାପାଳ ଶିବ ମାଳବିୟ ଓ ଡି ଏସ ପି ସିଟି ମନିଷା ଶୌଗୁନ୍। ତହସିଲଦାର ଜଲେଶ୍ୱର ଶ୍ରୀ ସତ୍ୟଜିତ ମହାନ୍ତି ଓ ତାଙ୍କ ଦଳ ସହିତ ସ୍ଥାନୀୟ ଆରକ୍ଷୀ ନିରୀକ୍ଷକ ଉପସ୍ଥିତ ଥିଲେ। ଚଢ଼ଉ ସମୟରେ ଅନୁମତି ନ ଥାଇ ବାଲି ପରିବହନ କରୁଥିବା ୨୮ ଟି ହାଇୱାକୁ ଜବତ କରାଯାଇଛି । ଜିଲ୍ଲାପାଳ କହିଛନ୍ତି ଯେ, ଅବୈଧ ଖନନ ବିରୋଧରେ ଶୂନ୍ୟ ସହିଷ୍ଣୁତା ନୀତି ଗ୍ରହଣ କରାଯିବ ଓ ଆଗାମୀ ଦିନରେ ମଧ୍ୟ ଏପରି ରେଡ୍ ଜାରି ରହିବ। ଅପରାଧୀମାନଙ୍କ ବିରୋଧରେ ଓ ଏମ ଏମ ସି ଓ ଅନ୍ୟାନ୍ୟ ନିୟମାବଳୀ ଅନୁସାରେ ଆଇନଗତ ପଦକ୍ଷେପ ନିଆଯିବ।

ଓଡ଼ିଶାକୁ ନାହିଁ ବାତ୍ୟା ଭୟ, ଡିସେମ୍ବର ୩ ପରେ ହାଡ଼ଭଙ୍ଗା ଶୀତ

ଭୁବନେଶ୍ବର : ବଙ୍ଗୋପସାଗରରେ ଯୋଡା ବାତ୍ୟା । ହେଲେ ପଡିବନି ଓଡିଶା ଉପରେ ବଡ଼ ପ୍ରଭାବ । ୩୦ ରୁ ଡିସେମ୍ବର ୨ ତାରିଖ ଭିତରେ ଦକ୍ଷିଣ ଓଡିଶାରେ ହାଲୁକା ବର୍ଷା ସମ୍ଭାବନା । ଏବେ ସୁମଦ୍ରରେ ୨ଟି ସିଷ୍ଟମ ସକ୍ରିୟ ରହିଛି । ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ବାତ୍ୟା ରୂପ ନେଇଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ସେନୟାର ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି । ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି । ତେବେ ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ଯ ବାତ୍ୟାର ପ୍ରଭାବରେ ୩୦ ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି କିଛି ଜିଲ୍ଲା ମାନଙ୍କରେ ସାମନ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ଶୀତ କୁମଛି । ଦୁଇ ଦୁଇଟି ସିଷ୍ଟମ ଆକ୍ଟିଭ କାରଣରୁ ବାୟୁମଣ୍ଡଳରେ ବଙ୍ଗୋପ ସାଗରରୁ ପ୍ରବେଶ କରୁଛି ଜଳୀୟ ବାସ୍ପ । ଏହା ପ୍ରଭାବରେ ଶୀତ କମୁଛି । ତେବେ ଆସନ୍ତା ୩ ତାରିଖ ବେଳକୁ ପୁଣି ବଢିବ ଶୀତ ।

ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ

ଭୁବନେଶ୍ବର : ଆଜିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ। ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବିଧାନସଭାକୁ ସମ୍ବୋଧିତ କରିବେ। ଅପରାହ୍ନ ୪ ଟା ୩୦ରେ ରାଷ୍ଟ୍ରପତି ପହଞ୍ଚିବେ ବିଧାନସଭାରେ। ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ରାଷ୍ଟ୍ରପତି ବିଧାନସଭାରେ ରହିବେ । ଓଡିଶା ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ରାଷ୍ଟ୍ରପତି ସମ୍ବୋଧନ କରିବେ। ବିଧାୟକ, ନିମନ୍ତ୍ରିତ ଅତିଥି ଏବଂ ସରକାରୀ ଅଧିକାରୀ ମାନେ ଉପସ୍ଥିତ ରହିବେ। ରାଷ୍ଟ୍ରପତି ବିଧାନସଭାକୁ ସମ୍ବୋଧିତ କରିବା ସହ ମନ୍ତ୍ରୀ ଥିବା ସମୟରେ ବସୁଥିବା ଚାମ୍ବରକୁ ମଧ୍ୟ ବୁଲି ସ୍ମୃତି ସାଉଁଟିବେ। ଅନ୍ୟପଟେ ପ୍ରଥମ ଦିନରେ ପ୍ରଥମାର୍ଦ୍ଧ ସକାଳ ୧୧ ଟାରୁ ଆରମ୍ଭ ହେବ ଗୃହ। ପ୍ରଥମ ଦିନରେ ଗୃହର ଦିବଂଗତ ନେତାଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆସିବ। ଏହାପରେ ଗୃହ ଦ୍ବିତୀୟାର୍ଦ୍ଧ ଯାଏ ମୁଲତବୀ ରହିବ । ନଭେମ୍ୱର ୨୭ରୁ ଡିସେମ୍ବର ୩୧ ଯାଏ ଚାଲିବ ଅଧିବେସନ । ୨୮ତାରିଖ ଦିନ ଗୁହରେ ଅତିରିକ୍ତ ବଜେଟ ଆଗତ ହେବ। ଅଧିବେଶନ ପୂର୍ବରୁ ୩ ପ୍ରମୁଖ ଦଳ ସେମାନଙ୍କ ରଣନୀତି ପ୍ରସ୍ତୁତ କରିଛନ୍ତି । ଶୀତ ଅଧିବେଶନ ବେଶ ଉଷ୍ମ ହେବ।
ଲମ୍ବା ସମୟର ଅଧିବେଶନ ପାଇଁ ବିରୋଧୀଙ୍କ ହାତରେ ଶାସକ ଦଳକୁ ଘେରିବାକୁ ମାଳମାଳ ପ୍ରସଙ୍ଗ ରହିଛି । ମୁଖ୍ୟ ବିରୋଧୀ ବିଜେଡି ନାରୀ ନିର୍ଯାତନା, ବାଘମାରୀ ନାବାଳିକା ଦୁଷ୍କର୍ମ, ଚାଷୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ପୀତିବାସ ହତ୍ୟାକାଣ୍ଡ, ଚୌଦ୍ବାର ଜେଲରୁ କଏଦୀ ଫେରାର ହେବା ଘଟଣା ସହ ରାଜ୍ୟ ସ୍ବାର୍ଥ ସମ୍ବଳିତ ଅନେକ ପ୍ରସଙ୍ଗ ଦଳ ଉଠାଇବ । ସେହିପରି କଂଗ୍ରେସ ଭୋଟ ଚୋରି ସହ ସମାନ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବ । ବିଜେପି କହିଛି ସରକାର ସବୁ ପ୍ରସଂଗରେ ଉତ୍ତର ଦେବାକୁ ପ୍ରସ୍ତୁତ ।

ବଙ୍ଗୋପସାଗରରେ ଡବଲ ବାତ୍ୟା, ଓଡ଼ିଶା ଉପରେ ନାହିଁ ବଡ଼ ପ୍ରଭାବ

ବଙ୍ଗୋପସାଗରରେ ଡବଲ ବାତ୍ୟା, ଓଡ଼ିଶା ଉପରେ ନାହିଁ ବଡ଼ ପ୍ରଭାବ

ନନ୍ଦିଘୋଷ ବ୍ୟୁରୋ: ବଢୁଛି ବାତ୍ୟାର ଭୟ I ମାଲାକ୍କା ସମୁଦ୍ର ସନ୍ଧି ଓ ତା’ର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳରେ ସୃଷ୍ଟି ହେଲା ବାତ୍ୟା ସେନୟାର I ଏହା ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବା ସମ୍ଭାବନା ରହିଛି ।  ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହୋଇଥିବା ସିଷ୍ଟମ ଟି ବି ନେବ ବାତ୍ୟାର ରୂପ । ହେଲେ ଏହି ଦୁଇ ସିଷ୍ଟମର ପ୍ରଭାବ ବିଶେଷ ଭାବେ ଓଡିଶା ଉପରେ ପଡିବ ନାହିଁ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଏବେ ସମୁଦ୍ରରେ ୨ଟି ସିଷ୍ଟମ ସକ୍ରିୟ ରହିଛି  I ତେବେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ ଗତି କରି ଆଜି ସକାଳେ ବାତ୍ୟା ରୂପ ନେଇ ସାରିଛି I ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ ବାତ୍ୟା ସେନୟାର ଇଣ୍ଡୋନେସିଆ ଉପକୂଳକୁ ଅତିକ୍ରମ କରିବ ବୋଲି ଚିତ୍ର ସ୍ପଷ୍ଟ ହୋଇଛି I  ତେବେ ଏହି ସିଷ୍ଟମର ପ୍ରଭାବ ଓଡ଼ିଶାରେ ପଡୁ ନଥିବା ବେଳେ, ଶ୍ରୀଲଙ୍କା ଉପକୂଳ ସମୁଦ୍ରରେ ସୃଷ୍ଟି ଲଘୁଚାପ ୨୮ କିମ୍ବା ୨୯ ତାରିଖ ବେଳକୁ ବାତ୍ୟାରେ ପରିଣତ ହୋଇପାରେ । ସମ୍ଭାବ୍ୟ ବାତ୍ୟାର ପ୍ରଭାବ ତାମିଲନାଡୁ ଓ ଆନ୍ଧ୍ରରେ ରହିବ ବୋଲି ବିଭିନ୍ନ ମଡେଲ ଆକଳନ କରିଛନ୍ତି I ଶ୍ରୀଲଙ୍କା ଉପକୂଳରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟାର ପ୍ରଭାବ ନଭେମ୍ବର ୩୦ରୁ ଡିସେମ୍ବାର ୨ ତାରିଖ ଭିତରେ ରାଜ୍ୟର ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ପଡ଼ିପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏହାପ୍ରଭାବରେ ବିଜୁଳି ଘଡ଼ଘଡ଼ି ଜନିତ ହାଲୁକା ବର୍ଷା ହୋଇପାରେ ।

ସେପଟେ ରାଜ୍ୟରେ କିଛି ଦିନ ଧରି ତାପମାତ୍ରା ବୃଦ୍ଧି ପାଉଥିବା କାରଣରୁ ଶୀତ କମୁଛି । ଦୁଇ ଦୁଇଟି ସିଷ୍ଟମ ଆକ୍ଟିଭ କାରଣରୁ ବାୟୁମଣ୍ଡଳରେ ବଙ୍ଗୋପ ସାଗରରୁ ପ୍ରବେଶ କରୁଛି ଜଳୀୟ ବାସ୍ପ । ଏହା ପ୍ରଭାବରେ ଶୀତ କମୁଛି I ତେବେ ଆସନ୍ତା ୩ ତାରିଖ ବେଳକୁ ପୁଣି ବଢିବ ଶୀତ I ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା ନଥିବା ବେଳେ, ସର୍ବନିମ୍ନ ତାପମାତ୍ରା ରାଉରକେଲା ଓ ଦାରିଙ୍ଗବାଡ଼ିରେ ୧୦ ଡିଗ୍ରୀ ରେକର୍ଡ କରାଯାଇଛି I