spot_img
Home Blog Page 4880

କ୍ରାଇମବ୍ରାଞ୍ଚର ୮ ପୋଲିସ କର୍ମଚାରୀଙ୍କ ଉପରେ ଡକାୟତ ଅଭିଯୋଗ

ଲକ୍ଷ୍ନୈା : ଲକ୍ଷ୍ନୈା ପୋଲିସ କ୍ରାଇମ୍ ବ୍ରାଞ୍ଚ ଉପରେ ଡକାୟତି ମାମଲା ରୁଜ୍ଜୁ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଲକ୍ଷ୍ନୈାର ଡିସିପି ଇଷ୍ଟ ପୋଲିସ କ୍ରାଇମ୍ ବ୍ରାଞ୍ଚର ୮ ଜଣ ପୋଲିସ କର୍ମଚାରୀଙ୍କ ଉପରେ କାନପୁରର କାକାଦେବ ଥାନାରେ ମାମଲା ରୁଜ୍ଜୁ କରିଯାଇଥିବା ଜଣାପଡ଼ିଛି ।  ଅଭିଯୋଗ ମୁତାବକ ଗତ ଜାନୁଆରୀ ମାସରେ ଡିସିପି ଇଷ୍ଟର ଟିମ୍ କ୍ରିକେଟରେ ବେଟିଙ୍ଗ୍ ଲଗାଇଥିବା କାନପୁରର ୮ ଜଣ ଯୁବକଙ୍କୁ ଗିରଫ କରିଥିଲା । ଗିରଫ କରିଥିବା ଯୁବକମାନଙ୍କୁ ପୋଲିସ ପ୍ରଥମେ ୧ କୋଟି ଟଙ୍କା ମାଗିଥିବା ବେଳେ ପରେ ୪୦ ଲକ୍ଷ ନେଇଥିଲେ । ଟଙ୍କା ନେବା ପରେ ମଧ୍ୟ ଏଥିମଧ୍ୟରୁ ୪ ଜଣ ଯୁବକଙ୍କୁ ପୋଲିସ ଗୈାମତିନଗର ଥାନାରୁ ଜେଲ ପଠାଇଦେଇଥିଲା ।

ଅନଲାଇନ୍ ବେଟିଙ୍ଗ୍ ଖେଳିବା ଆଧାରରେ ପୋଲିସ ଯୁବକମାନଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ କରିବା ପରେ ପୋଲିସ ୧ କୋଟି ଟଙ୍କାର ଡିମାଣ୍ଡ କରିଥିଲା । ଶେଷରେ ୪୦ ଲକ୍ଷ ଟଙ୍କାରେ ରାଜି ହୋଇଥିଲା । ପୋଲିସଙ୍କୁ ଯୁବକମାନେ ୪୦ ଲକ୍ଷ ଟଙ୍କା ଦେବା ପରେ ମଧ୍ୟ ୪ ଜଣ ଯୁବକଙ୍କୁ ଛାଡ଼ିଦେଇଥିବା ବେଳେ ଅନ୍ୟ ୪ ଜଣଙ୍କୁ ଅଟକ ରଖିଥିଲା । ଏଥିମଧ୍ୟରୁ ମୟଂକ ସିଂ ନାମକ ଜଣେ ଯୁବକ ଲକ୍ଷ୍ନୈାର ୮ ପୋଲିସ କର୍ମୀଙ୍କ ନାଁରେ କାନପୁର ଥାନାରେ ଡକାୟତିର ଅଭିଯୋଗ କରିଥିଲେ । ଲକ୍ଷ୍ନୈା ପୋଲିସ କମିଶନର ଡିକେ ଠାକୁରଙ୍କ କହିବାନୁସାରେ ଏହି ୮ ଜଣ ପୋଲିସ କର୍ମଚାରୀଙ୍କ ନାଁରେ ମାମଲା ରୁଜ୍ଜୁ କରାଯାଇଛି ଏବଂ ଖୁବ୍ ଶୀଘ୍ର ମାମଲାର ଯାଞ୍ଚ କରାଯାଇ ତଦନ୍ତ ଆରମ୍ଭ ହେବ ।

ଅତ୍ୟନ୍ତ ସ୍ପର୍ଶକାତର ଘଟଣାରେ ହୀନ ରାଜନୀତି କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ଉଭୟ ସାଧାରଣ ତଥା ଉପ-ର୍ନିବାଚନରେ କ୍ରମାଗତ ହାରିବା ପରେ ଓଡ଼ିଶା ବିଜେପି ତାହାର ଦୁର୍ବଳ ତଥା ହତୋତ୍ସାହିତ କ୍ୟାଡରମାନଙ୍କୁ ଉତ୍ସାହିତ କରିବା ପାଇଁ ଏଭଳି ହୀନ ପ୍ରୟାସ ଚଳାଇଛି । ବିଜେପି କାର୍ଯ୍ୟକାରିଣୀ ବୈଠକ ପରେ ବିଜେପି ନେତାମାନଙ୍କ ବୟାନବାଜିର ଜବାବ ଦେଇ ଏହା କହିଛନ୍ତି ବିଜେଡି ବିଧାୟକ ତଥା ଦଳୀୟ ମୁଖପାତ୍ର  ପ୍ରତାପ ଦେବ । ପ୍ରତାପ କହିଛନ୍ତି ଯେ ଆଜି ବିଜେପି ନେତାଙ୍କ ବିବୃତ୍ତିରୁ ଜଣାପଡିଛି ଯେ ଓଡିଶାର ଶାସନ ତଥା ମଙ୍ଗଳ ପାଇଁ ଓଡିଶାବିଜେପିର କୌଣସି ପ୍ରତିବଦ୍ଧତା ନାହିଁ । ରାଜ୍ୟ ବିଜେପିର ଓଡ଼ିଶା ବିରୋଧୀ, ଲୋକ ବିରୋଧୀ ଏବଂ ଗରିବ-ବିରୋଧୀ ମୁଖା ଆଜି ରାଜ୍ୟବାସୀଙ୍କ ଆଗରେ ଖୋଲିଯାଇଛି ଏବଂ ଓଡ଼ିଶାବାସୀ ଆଗାମୀ ଦିନରେ ରାଜ୍ୟ ବିଜେପିକୁ ଏହାର ଦୃଢ ଜବାବ ଦେବେ ।

ଓଡ଼ିଶା ବିଜେପି କୌଣସି ଲୋକ ପ୍ରସଙ୍ଗ ଉଠାଉନାହିଁ, ବରଂ ସମ୍ବେଦନଶୀଳ ମାମଲାରେ ଶସ୍ତା ଏବଂ ନିମ୍ନମାନର ରାଜନୀତିରେ ଲିପ୍ତ ରହୁଛି, ଯେଉଁଥିପାଇଁ ସେମାନେ ମିଥ୍ୟା ଅଭିଯୋଗ ଏବଂ କୁତ୍ସିତ ବିବୃତ୍ତି ବ୍ୟତୀତ ଅନ୍ୟ କୌଣସି ପ୍ରମାଣ ଦେଇପାରୁ ନାହାନ୍ତି । ଯେତେବେଳେ ପ୍ରମାଣ ଦେବାକୁ ଏବଂ ନ୍ୟାୟ ପାଇବା ପାଇଁ ଏହାକୁ କୋର୍ଟରେ ଦାଖଲ କରିବାକୁ କୁହାଯାଉଛି, ସେତେବେଳେ ସେମାନେ ଚୁପ୍ ରହୁଛନ୍ତି ଓ ମିଥ୍ୟା ଏବଂ ଅପବାଦର ଅଭିଯାନ ଜାରି ରଖୁଛନ୍ତି । ଓଡିଶା ବିଜେପି ଷଡଯନ୍ତ୍ର କରି ଓଡିଶାର ୬ ଲକ୍ଷ ଗରିବ ଏବଂ ଆଦିବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର ପ୍ରଦାନ ବନ୍ଦ କରିବାକୁ ଷଡଯନ୍ତ୍ର କରିଛି । ଓଡିଶା ବିଜେପି ଏଭଳି ଷଡଯନ୍ତ୍ର କରିଛି ଯେ ଯେଭଳି ଓଡିଶାରୁ ଚାଉଳ ଉଠାଣ ବନ୍ଦ ହୋଇଯିବ ଏବଂ ଏହାଦ୍ୱାରା ରାଜ୍ୟର ଚାଷୀମାନେ ପ୍ରଭାବିତ ହେବେ ।

ଏଲପିଜି ରନ୍ଧନ ଗ୍ୟାସ୍‌ର ମୂଲ୍ୟ ବୃଦ୍ଧି ନେଇ ଓଡିଶା ବିଜେପିର କୌଣସି ଉତ୍ତର ନାହିଁ ଯାହା ସାତବର୍ଷ ମଧ୍ୟରେ ସିଲିଣ୍ଡର ପିଛା ୪୦୦ ଟଙ୍କାରୁ ଦୁଇଗୁଣ ବୃଦ୍ଧି ପାଇ ୯୨୬ ଟଙ୍କାରେ ପହଞ୍ଚିଛି । ଓଡିଶା ବିଜେପି ଚାହୁଁଛି ପ୍ରକୃତ ଲୋକ ପ୍ରସଙ୍ଗରୁ ଓଡିଶାର ଲୋକଙ୍କ ଦୃଷ୍ଟି ହଟାଇବାକୁ ଏବଂ ରାଜନୈତିକ ଦୃଷ୍ଟିରୁ ପ୍ରାସଙ୍ଗିକ ରହିବା ପାଇଁ ଖୋଲାଖୋଲି ମିଥ୍ୟା ତଥା ମନଗଢା ଅଭିଯାନରେ ଲିପ୍ତ ରହୁଛି । ନିଜର ରାଜନୈତିକ ଏଜେଣ୍ଡା ପାଇଁ ବିଜେପି ନିମ୍ନମାନର ରାଜନୀତି କରିବା ସହିତ ସମ୍ବେଦନଶୀଳ ପ୍ରସଙ୍ଗରେ ଏତେ ତଳକୁ ଖସିଯାଇଛି ଯେ ସେଥିପାଇଁ ଓଡିଶାର ସାଢେ ୪କୋଟି ଲୋକ ସେମାନଙ୍କୁ ଆଦୌ କ୍ଷମା କରିବେ ନାହିଁ ବୋଲି ବିଜେଡି ମୁଖପାତ୍ର ଶ୍ରୀ ଦେବ କହିଛନ୍ତି ।

ସିଂହ ମୁହଁରୁ ଅଳ୍ପକେ ବର୍ତ୍ତିଲେ ଯୁବକ, ଭିଡ଼ିଓ ଭାଇରାଲ୍

ହାଇଦ୍ରାବାଦ: ସିଂହ ମୁହଁରୁ ବର୍ତ୍ତିଲେ ଯୁବକ। ପ୍ରାଣୀ ଉଦ୍ୟାନ କର୍ମଚାରୀଙ୍କ ଆକସ୍ମିକ ବୁଦ୍ଧି ଯୋଗୁ ତାଙ୍କ ଜୀବନ ରକ୍ଷା ହୋଇପାରିଛି । ଘଟଣା ଘଟିଛି ହାଇଦ୍ରାବାଦସ୍ଥିତ ନେହରୁ ପ୍ରାଣୀ ଉଦ୍ୟାନରେ। ଗତକାଲି ଉକ୍ତ ପ୍ରାଣୀ ଉଦ୍ୟାନରେ ବୁଲୁଥିବା ବେଳେ ଜି. ସାଇକୁମାର ନାମକ ଜଣେ ୩୧ ବର୍ଷ ବୟସ୍କ ଯୁବକ ଅକସ୍ମାତ ଆଫ୍ରିକୀୟ ସିଂହ ସଫାରୀ ଭିତରକୁ ଡେଇଁ ପଡିଥିଲେ।

ଲୋକମାନେ ଯେତେ ପାଟି କରିଥିଲେ ବି ସେ କାହା କଥା ନଶୁଣି ଏନକ୍ଲୋଜର ଭିତରକୁ ପଶିଯାଇଥିଲେ । ଏନକ୍ଲୋଜର ଭିତରକୁ ଯାଇ ସେ ଏକ ଉଚ୍ଚା ସ୍ଥାନରେ ଠିଆ ହୋଇଥିବାବେଳେ ତାଙ୍କୁ ଖାଇବା ଲାଗି ସିଂହ ଡେଇଁବା ଦେଖାଯାଇଥିଲା । ତେବେ ଏହା ଦେଖି ଉଦ୍ୟାନର ଜଣେ କର୍ମଚାରୀ ନିଜ ଜୀବନକୁ ପାଣି ଛଡାଇ ଏନକ୍ଲୋଜର ଭିତରେ ପଶିଥିଲେ । ପରେ କୌଶଳ କରି ତାଙ୍କୁ ନିରାପଦରେ ଫେରାଇଆଣିଥିଲେ ।

ଏହି ସମସ୍ତ ଘଟଣାର ଭିଜୁଆଲ କ୍ୟାମେରାରେ କଏଦ ହୋଇଥିଲା । ସାଇ କୁମାରଙ୍କୁ ଉଦ୍ଧାର ପରେ ତାଙ୍କୁ ବାହାଦୂରପୁରା ପୋଲିସ ଷ୍ଟେସନକୁ ନିଆଯାଇଥିଲା । ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି ।

 

କଳିଙ୍ଗ ଷ୍ଟାଡିୟମକୁ ଭୁରିଭୁରି ପ୍ରଶଂସା କଲେ ବିଦେଶୀ ଖେଳାଳି

ଭୁବନେଶ୍ବର: ଜୁନିୟର ହକି ବିଶ୍ବକପକୁ ନେଇ କମ୍ପୁଛି କଳିଙ୍ଗ ଷ୍ଟାଡିୟମ। ଏଭଳି ସମୟରେ ପାକିସ୍ତାନ ଖେଳାଳିଙ୍କ ମୁହଁରୁ ଛୁଟୁଛି ପ୍ରଶଂସାର ସୁଅ। ଭୁବନେଶ୍ବର ଓ କଳିଙ୍ଗ ଷ୍ଟାଡିୟମକୁ ଭୁରିଭୁରି ପ୍ରଶଂସା କରିଛନ୍ତି ପାକିସ୍ତାନ ଓ ଜର୍ମାନୀ ଅଧିନାୟକ । ଯାହାକୁ ଟିଭିରେ ଦେଖୁଥିଲୁ, ସେଠି ଖେଳିବାର ସୁଯୋଗ ମିଳିଛି ବୋଲି କହିଛନ୍ତି ଉଭୟ ଦେଶର ଖେଳାଳି । କଳିଙ୍ଗ ଷ୍ଟାଡିୟମ ଯେତିକି ଉନ୍ନତ ବୋଲି ଶୁଣିଥିଲୁ ତାଠାରୁ ଏହା ଅଧିକ ବିକଶିତ ।

୨୦୧୮ ବିଶ୍ବକପ ଏଠାରେ ଖେଳାଯାଇଥିଲା । ଆମେ ଏହାକୁ ଟିଭିରେ ଦେଖିଥିଲୁ ହେଲେ ଏବେ ଏଠାରେ ଖେଳିବାର ଗୌରବ ଲାଭ କରୁଛୁ ବୋଲି ପାକିସ୍ତାନ ଅଧିନାୟକ ରାଣା ଅବଦୁଲ କହିଛନ୍ତି। ସେପଟେ ଜର୍ମାନୀ ଅଧିନାୟକ ମଲର ହାନିସ କହିଛନ୍ତି ଯେ ଆମେ ଖେଳିଥିବା ଅନେକ ଷ୍ଟାଡିୟମ ମଧ୍ୟରୁ ସର୍ବୋତ୍ତମ ହେଉଛି କଳିଙ୍ଗ ଷ୍ଟାଡିୟମ । ଏଠାକାର ପରିବେଶ ଓ ସୁବିଧା ସୁଯୋଗ ସବୁ ସ୍ଥାନ ଅପେକ୍ଷା ନିଆରା ।

ସୂଚନାଯୋଗ୍ୟ, ଜୁନିୟର ହକି ବିଶ୍ବକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୫-୧ ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ ।

ଅଧିକ ପଢନ୍ତୁ- Junior Hockey World Cup: ଜର୍ମାନୀର ବୃହତ ବିଜୟ, 5-1 ଗୋଲରେ ଜିତିଲା ବେଲଜିୟମ

ସ୍ୱାମୀ ଗୋଟିଏ, ସ୍ତ୍ରୀ ତିନୋଟି: ଫୁଲ କହୁଛି ମାଳି କାହାର ?

ଭୁବନେଶ୍ୱର: ବଗିଚା ଗୋଟିଏ  । ମାଳି ବି ଗୋଟିଏ  । କିନ୍ତୁ ଫୁଲ ଫୁଟିଛି ତିନୋଟି । ଏମିତିକି ରୂପ ବଦାଳଉଥିଲେ ଏହି ମାଳି ମହାଶୟ  ।  ଭ୍ରମର ରୂପରେ ବୁଲୁଥିଲେ  । ମଧୁ ଶୋଷି ଉଡ଼ିଯାଉଥିଲେ  । କେତେବେଳେ ସପନ ଦେଖାଇ ସାଥି କରୁଥିଲେ  । ପୁଣି କେତେବେଳେ ପ୍ରେମର ପୋଖରୀରେ ସ୍ନାନ କରୁଥିଲେ  । ଗୋଟିଏ ପତ୍ନୀରେ ବୁଝୁନଥିଲା ଆଲୋକ ବାବୁଙ୍କ ମନ  । ଡ଼ାଏରୀରେ ଥିଲା ସୁନ୍ଦରୀ ଯୁବତୀଙ୍କ ଲିଷ୍ଟ  । ପ୍ରେମ କଳାରେ ପୋଖତ ଏହି ରସିକ ନାଗର ଆଖିର ଇସାରାରେ ହିଁ ସୁନ୍ଦରୀ ଯୁବତୀଙ୍କ ହୃଦୟରେ କରୁଥିଲେ ଦସ୍ତଖସ୍ତ  । ସମୟ ଦେଉଥିଲେ, ରାତି ସାରା ଗପୁଥିଲେ । ଟଙ୍କା ଝଡ଼ାଉଥିଲେ, ନୂଆ ଗାଡ଼ି କିଣୁଥିଲେ  । ଆଉ ମନି ସରିଲା ପରେ ମନ ଫେରାଉ ଥିଲେ  ।

କଥାଟି ଶୁଣିଲା ପରେ ହଡବଡ଼ ହେଇଯାଉଥିବେ  । କଳାକୃଷ୍ଣଙ୍କ ପରିଚୟ ଖୋଜୁଥିବେ  । ଡେରି ନକରି ଜଣାଉଛୁ  । ରସିକ ନାଗର ଜଣଙ୍କ ଭୁବନେଶ୍ୱରର  । ଡ୍ରାଇଭର ଭାବେ କାମ କରୁଥିବା ଆଲୋକ ଜେନା  । ନାଁଟା ଯେମିତି କାମଟା ବି ସେମିତି  ।  ଏବେ ଶୁଣିବା ଆଲୋକ ବାବୁଙ୍କ ଅଲେଖା କାହାଣୀ  । ରାଜଧାନୀରେ ଗାଡ଼ି ଚଳାଉଥିବା ଆଲୋକ ଜେନାଙ୍କ ନାଁରେ ମଞ୍ଚେଶ୍ୱର ଥାନାରେ ହୋଇଛି ଅଭିଯୋଗ  । ଅଭିଯୋଗକାରୀ ଜଣେ ନୁହଁନ୍ତି  । ଦୁଇ ଜଣ  । ପୁଣି ଉଭୟେ ମହିଳା  ।  ଅଭିଯୋଗ ହେଉଛି ବାବୁ ଜଣଙ୍କ ଜଣେ ପରେ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ  । ପତ୍ନୀର ସ୍ୱୀକୃତି ଦେଇ ଘରେ ରଖୁଥିଲେ  । କିନ୍ତୁ ଯେବେ ଟଙ୍କା ସରୁଥିଲା ଆଲୋକ ଅନ୍ଧାର ଭିତରେ ଲୁଚି ଯାଉଥିଲେ  ।

ପୂର୍ବରୁ ଦୁଇ ଦୁଇ ଜଣ ମହିଳାଙ୍କୁ ବିବାହ କରିଥିବାବେଳେ ଏବେ ଆଉ ଜଣଙ୍କ ସହ ରହୁଥିଲେ ଅଲୋକ ଜେନା  । ଭଉଣୀ ଘରେ ଜମହିଳାଙ୍କ ସହ ରହୁଥିବା ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଅନ୍ୟ ଦୁଇ ମହିଳା । ୧୪ ବର୍ଷ ତଳେ ଜଣେ ମହିଳାଙ୍କୁ ବିବାହ କରିଥିବାବେଳେ ଅନ୍ୟ ଜଣେ ମହିଳାଙ୍କୁ ନେଇ ୫ ବର୍ଷ ହେବ ସାଲିଆ ସାହିରେ ରହୁଥିଲେ  । ସେପଟେ ଏବେ ଉଭୟଙ୍କୁ ଛାଡ଼ି ଅନ୍ୟ ଜଣେ ମହିଳାଙ୍କୁ ନେଇ ରହୁଥିଲେ ଭଉଣୀ ଘରେ  । ସେପଟେ ପୋଲିସ ଅଭିଯୋଗକୁ ନେଇ ତଦନ୍ତ ଚଳାଇଥିବାବେଳେ ପ୍ରେମିକ ପ୍ରବର ଆଲୋକ ଜେନାକୁ ଅଟକ ରଖିଛି  ।

ଡିସେମ୍ବର ଶେଷ ସୁଦ୍ଧା ସ୍ୱାଭାବିକ ହେବ ଅନ୍ତର୍ଜାତୀୟ ବିମାନ ଚଳାଚଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ୱାଭାବିକ ଅବସ୍ଥାକୁ ଫେରିବ । ଏନେଇ ଆଶା ପ୍ରକଟ କରିଛନ୍ତି ବିମାନ ଚଳାଚଳ ମନ୍ତ୍ରଣାଳୟର ସଚିବ ରାଜୀବ ବନସାଲ।

ଦେଶରେ କୋଭିଡ୍ ଲକଡାଉନ୍ ଯୋଗୁଁ ମାର୍ଚ୍ଚ ବେଳକୁ ଭାରତକୁ ଯାତାୟତ କରୁଥିବା ସମସ୍ତ ଯାତ୍ରୀବାହୀ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କେବଳ ବନ୍ଦେ ଭାରତ ମିଶନ, ସାମଗ୍ରୀ ଓ ଔଷଧ ପରିବହନ ଚାଲୁରହିଥିଲା । ପରବର୍ତ୍ତୀ ସମୟରେ ସଂକ୍ରମଣ କମିବା ଓ ଟିକାକରଣ ହେବା ପରେ ବିମାନ ଉଡାଣ ଉପରେ କଟକଣା କୋହଳ ହୋଇଥିଲା । ଏପରିକି ଅନ୍ୟ ଦେଶ ସହ ‘ଏୟାର ବବଲ୍’ ବୁଝାମଣା ମଧ୍ୟ କରାଯାଇଥିଲା ।

ନିକଟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ କହିଥିଲେ ଯେ ସରକାର ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ସ୍ୱାଭାବିକ କରିବାକୁ ଚାହୁଁଛନ୍ତି । ଏଥିପାଇଁ ମୂଲ୍ୟାଙ୍କନ ମଧ୍ୟ କରାଯାଉଛି। ତେବେ ଗତ ମାସରୁ ଦେଶ ଭିତରେ ବିମାନ ଚଳାଚଳ ଲାଗି ଅନୁମତି ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ୩୩ ପ୍ରତିଶତ ଆସନରେ ଯାତ୍ରୀ ନେଇ ବିମାନ ଚଳାଚଳ ନିଷ୍ପତ୍ତି ହୋଇଥିଲା । ଗତ ମାସରେ ଏହାକୁ ୧୦୦ ପ୍ରତିଶତ କରାଯାଇଥିଲା ।

Junior Hockey World Cup: ଜର୍ମାନୀର ବୃହତ ବିଜୟ, 5-1 ଗୋଲରେ ଜିତିଲା ବେଲଜିୟମ

ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ଜର୍ମାନୀର ବୃହତ ବିଜୟ। ପାକିସ୍ତାନ ବିପକ୍ଷରେ ଜର୍ମାନୀ ହାସଲ କରିଛି 5-2 ବିଜୟ । ପ୍ରଥମ କ୍ୱାର୍ଟରେ ଜର୍ମାନୀ 2-0ରେ ଅଗ୍ରଣୀ ଥିବା ବେଳେ ଦ୍ୱିତୀୟ କ୍ୱାର୍ଟରେ ଆଉ ଦୁଇଟି ଗୋଲ କରିଥିଲା ଜର୍ମାନୀ। ସେପଟେ ପାକିସ୍ତାନ ପକ୍ଷରୁ ଦ୍ୱିତୀୟ କ୍ୱାର୍ଟରେ ସାହିଦ ଅବଦୁଲ ଏକ ଗୋଲ କରିଥିଲେ 3ୟ କ୍ୱାର୍ଟର ଗୋଲ ଶୂନ ରହିଥିଲା । ଚତୁର୍ଥ କ୍ୱାର୍ଟରରେ ଜର୍ମାନୀ ପକ୍ଷରୁ ଆଉ ଏକ ଗୋଲ ସ୍କୋର କରଯାଇଥିଲା।

ସେପଟେ ପାକିସ୍ତାନ ଶେଷ କ୍ୱାର୍ଟରରେ ଏକ ଗୋଲ ସ୍କୋର କରି ମ୍ୟାଚ ବ୍ୟବଧାନକୁ କମେଇଥିଲା। ପ୍ରତିଯୋଗିତାର 3ୟ ମ୍ୟାଚରେ କାନାଡ଼ା ଓ ପୋଲାଣ୍ଡ ମଧ୍ୟରେ ଜାରି ରହିଛି  । ସେହିପରି ଜୁନିୟର ହକି ବିଶ୍ୱକପର ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ 5-1 ଗୋଲର ଏକ ବଡ଼ ବ୍ୟବଧାନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି ଶକ୍ତିଶାଳୀ ବେଲଜିୟମ। ଗତ ସଂସ୍କରଣର ରନର୍ସପ ବେଲଜିୟମ ଆରମ୍ଭରୁ ଆଟକିଙ୍ଗ ଖେଳ ଜାରି ରଖିଥିଲା।

ବେଲଜିୟମ ପକ୍ଷରୁ ମ୍ୟାଚର 7 ମିନିଟରେ ଡି ରୋମାନ ଗୋଲ ସ୍କୋର କରି ଦଳକୁ ଅଗ୍ରଣୀ କରିଥିଲେ। ଏହାପରେ ବାରମ୍ବାର ଦକ୍ଷିଣ ଆଫ୍ରିକା ଗୋଲ ପୋଷ୍ଟରେ ଆକ୍ରମଣ କରିଥିଲେ ବେଲଜିୟମର ଖେଳାଳି । ସେପଟେ ଦକ୍ଷିଣ ଆଫ୍ରିକା ପକ୍ଷରୁ ଭାନ ଟଣ୍ଡର ଜାକିସ ସମ୍ମାନ ସୂଚକ ଗୋଲ ସ୍କୋର କରିଥିଲେ  ।

 

ଦେଶ ଚଳାଇବା ପାଇଁ ଅର୍ଥ ନାହିଁ: ଇମ୍ରାନ ଖାନ

ନୂଆଦିଲ୍ଲୀ: ପାକିସ୍ତାନର ସ୍ଥିତି ଖୁବ୍ ଖରାପ ବୋଲି ଏକ କାର୍ଯ୍ୟକ୍ରମରେ ସ୍ୱୀକାର କରିଛନ୍ତି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଏପରିକି ଦେଶ ଚଳାଇବା ପାଇଁ ପାଖରେ ପଇସା ନାହିଁ, ଯେଉଁଥିପାଇଁ ବିଦେଶରୁ କରଜ ଆଣିବାକୁ ପଡୁଛି । ବିଦେଶୀ ଋଣ ଓ ଟ୍ୟାକ୍ସ ରେଭିନ୍ୟୁ କମିବା ଏବେ ରାଷ୍‌ଟ୍ରୀୟ ପ୍ରସଙ୍ଗ ପାଲଟିଛି । ଆଉ  ସରକାରଙ୍କ ପାଖରେ ଜନକଲ୍ୟାଣ  ଉପରେ ଖର୍ଚ୍ଚ କରିବାକୁ ପର୍ଯ୍ୟାପ୍ତ ଅର୍ଥ ନାହିଁ ।

ଟ୍ରିବ୍ୟୁନର ରିପୋର୍ଟ ଅନୁସାରେ ଫେଡେରାଲ୍ ବୋର୍ଡ ଅଫ୍ ରେଭିନ୍ୟୁର ପ୍ରଥମ ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମର ଉଦଘାଟନ ସମୟରେ ଉପସ୍ଥିତ ଥିଲେ ଇମ୍ରାନ । ଇସଲାମବାଦରେ ସମ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ଦେଶ ଚଳାଇବା ପାଇଁ ପାଖରେ ପର୍ଯ୍ୟାନ୍ତ ପରିମାଣର ଅର୍ଥ ନାହିଁ।

ଯାହା ଆମ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଥିବା ବେଳେ ଆମକୁ ବିଦେଶରୁ ଋଣ ଆଣିବାକୁ ପଡୁଛି। ଟ୍ରେକ୍ ଆଣ୍ଡ ଟ୍ରେସ୍ ସିଷ୍ଟମ ଫଳରେ ବିଭିନ୍ନ ବ୍ୟବସ୍ଥାରେ ପାରଦର୍ଶିତା ଓ ରାଜସ୍ୱ ବୃଦ୍ଧିରେ ସହାୟକ ହେବ ବୋଲି ଆଶା କରିଛି ପାକିସ୍ତାନ ।

Pakistan To Remain On The Grey List Of Terror Financing Watchdog Fatf

ଖାଲି ଏତିକି ନୁହେଁ ପାକିସ୍ତାନର ନେତା ମାନେ ବ୍ରିଟେନ୍ ଠାରୁ କିଛି ଶିଖନ୍ତୁ ବୋଲି ଇମ୍ରାନ କହିଛନ୍ତି । ସେଠାକାର ନେତାମାନେ ଲୋକଙ୍କ ପଇସାର ମୂଲ୍ୟ ବୁଝନ୍ତି । ବ୍ରିଟେନର ମନ୍ତ୍ରୀ ମାନେ ବିଦେଶ ଗସ୍ତ କଲେ ଇକୋନୋମିକ କ୍ଲାସରେ ଯାଆନ୍ତି । ଆଉ ପ୍ରଧାନମନ୍ତ୍ରୀ ଯେତେବେଳେ ଆମେରିକା ଯାଆନ୍ତି ସେତେବେଳେ ସେଠାକାର ଦୂତାବାସରେ ରହିଥାନ୍ତି । ହେଲେ ପାକିସ୍ତାନରେ ଶାସକ ମାନେ ଲୋକଙ୍କୁ ଟ୍ୟାକ୍ସ ଦେବାକୁ କେବେ ପ୍ରୋତ୍ସାହିତ କରନ୍ତି ନାହିଁ । ଯାହା ଦୁର୍ଭାଗ୍ୟ ପୂର୍ଣ୍ଣ ।

ନବୀନଙ୍କ ପ୍ରସ୍ତାବକୁ କେନ୍ଦ୍ରର ମୋହର, ପୁଣି ୪ ମାସ ଗରିବଙ୍କୁ ମିଳିବ ରାସନ

ନୂଆଦିଲ୍ଲୀ: ବନ୍ଦ ହେବନାହିଁ ଗରିବ କଲ୍ୟାଣ ଅନ୍ନ ଯୋଜନା । ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବକୁ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ  ।  ଆଉ ୪ମାସ ଜାରି ରହିବ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା । ପୁଣି ୪ ମାସ ରାସନ ଯୋଗାଇବେ କେନ୍ଦ୍ର ସରକାର । ୨୦୨୨ ମାର୍ଚ୍ଚ ଯାଏ ଗରିବଙ୍କୁ ମିଳିବ ମାଗଣା ରାସନ । ନଭେମ୍ବର ୫ରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଷ୍ଟେଜ-ଥ୍ରୀ ଶେଷ ହୋଇଥିଲା ।ଆଉ ୮ ମାସ ଯୋଜନା ଜାରି ରଖିବା ସହ ରାସନ ଯୋଗାଇବାକୁ ଗତ ରବିବାର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ ପଟ୍ଟନାୟକ ।

କେନ୍ଦ୍ର ସରକାର ଏହି ଯୋଜନାକୁ ଆଉ ୪ ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । କରୋନା ସଂକଟ ଟଳିନଥିବାବେଳେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ତେଣୁ ଗରିବଙ୍କ ପେଟପାଟଣା କଥା ଚିନ୍ତା କରି ମୁଖ୍ୟମନ୍ତ୍ରୀ ମାଗଣା ରାସନ ଯୋଗାଇବାକୁ ପ୍ରସ୍ତାବ ଦେଇଥିଲେ । ଯାହାକୁ କଂଗ୍ରେସ ମଧ୍ୟ ସମର୍ଥନ କରିଥିଲା । ଗରିବ କଲ୍ୟାଣ ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଜରିଆରେ ମୁଣ୍ଡ ପିଛା ୫କିଲୋ ଚାଉଳ ଓ ଏକ କିଲୋ ଡାଲି ମାଗଣାରେ ଦିଆଯାଉଛି ।

ଚଳିତ ବର୍ଷ ମେ’ରୁ ନଭେମ୍ବର ୭ ମାସ ପର୍ଯ୍ୟନ୍ତ ରାଜ୍ୟ ସରକାର ଏହି ଯୋଜନାରେ ହିତାଧିକାରୀଙ୍କୁ ମାଗଣାରେ ଚାଉଳ ଯୋଗାଇ ଦେଇଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ୩ଲକ୍ଷ ୭୮ହଜାର ଲୋକଙ୍କୁ ମାଗଣାରେ ଚାଉଳ ଓ ଡାଲି ଦିଆଯାଉଛି । କରୋନା ସମୟରେ ଅତିରିକ୍ତ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇ ଅଗ୍ରୀମ ରାସନ ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର ।

ଓକାକ୍ ସିଇଓଙ୍କ ଟଙ୍କା ଠକେଇ ମାମଲା: ନାଇଜେରିଆରେ ରହିଛି ଗ୍ୟାଙ୍ଗ ଅପରେଟର

0

ଭୁବନେଶ୍ୱର: ଓକାକ୍ ସିଇଓଙ୍କ ହ୍ୱାଟସ୍ ଆପ୍ ହ୍ୟାକ ଓ ଟଙ୍କା ଠକେଇ ମାମଲା । ଗତକାଲି ଦିଲ୍ଲୀ ପୋଲିସ ଗିରଫ କରିଥିବା ପାସ୍କେଲ ମୁଖ୍ୟ ଅଭିଯୁକ୍ତ ନୁହେଁ । ଠକେଇ ପଛରେ ଆହୁରି ଅନେକ ଗ୍ୟାଙ୍ଗ ସାମିଲ ଅଛନ୍ତି । ଗିରଫ ଅଭିଯୁକ୍ତ ପାସ୍କେଲକୁ ଏବେ ଜେରା କରୁଛି ଓଡିଶା କ୍ରାଇମବ୍ରାଞ୍ଚ । ଜଣେ ଡିଏସପିଙ୍କ ନେତୃତ୍ୱରେ ପଚରାଉଚରା କରାଯାଉଛି । ବେଙ୍ଗାଲୁରୁ, ମୁମ୍ବାଇ, ଦିଲ୍ଲୀରେ ଗ୍ୟାଙ୍ଗର ଅନେକ ଠକ ଅଛନ୍ତି । ସମସ୍ତ ଠକ ନାଇଜେରିଆର ବୋଲି ଜଣାପଡ଼ିଛି । ଦିଲ୍ଲୀ ପୋଲିସ ଧରିଥିବା ଦୁଇ ଅଭିଯୁକ୍ତଙ୍କର ଭିସା ବାତିଲ୍ କରାଯାଇଛି । ୨୦୧୨ରୁ ଭାରତ ଆସି ଏମାନେ ଏଠାରେ ରହୁଛନ୍ତି । ଗିରଫ ଦୁଇ ଅଭିଯୁକ୍ତଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ପରେ ଏଟିଏମ୍‌ରୁ ଟଙ୍କା ବାହାର କରନ୍ତି । ଠକେଇ ଟଙ୍କାର ୧୦ପ୍ରତିଶତ ଟଙ୍କା ନିଅନ୍ତି । ଗ୍ୟାଙ୍ଗର ମୁଖ୍ୟ ନାଇଜେଇରିଆରୁ ଅପରେଟ କରୁଥିବା ଜଣାପଡ଼ିଛି ।

ସୂଚନା ଯୋଗ୍ୟ ଯେ, ବେଙ୍ଗାଲୁରୁରୁ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଥିବା ସୂଚନା ମିଳିଛି । ଦିଲ୍ଲୀ ପୋଲିସ ଅଭିଯୁକ୍ତ ଓକ୍ୱଡିରି ପାସ୍କେଲକୁ ବେଙ୍ଗାଲୁରୁରୁ ଗିରଫ କରିଛି । ସେ ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍‌ର ମୁଖ୍ୟ ଅଭିଯୁକ୍ତ ହୋଇଥିବା ଅନୁମାନ କରାଯାଉଛି ।

୨ ଜଣିଆ କ୍ରାଇମବ୍ରାଞ୍ଚ ଟିମ୍ ଏବେ ବେଙ୍ଗାଳୁରୁ ଅଭିମୁଖେ ଗସ୍ତ କରିଛନ୍ତି । ଗିରଫ ଅଭିଯୁକ୍ତକୁ ପଚରାଉଚରା କରିବାକୁ ବେଙ୍ଗଳୁରୁ ଯାଇଛି କ୍ରାଇମବ୍ରାଞ୍ଚ ଟିମ୍ । ପୂର୍ବରୁ ଜଣେ ନାଇଜେରିଆନ ଠକକୁ ଗିରଫ କରାଯାଇଥିଲା । ତାକୁ ଜେରା ପରେ ବିଭିନ୍ନ ସ୍ଥାନରେ ରେଡ୍ କରି ଓକ୍ୱଡିରିକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଏଥିସହିତ ପଢ଼ନ୍ତୁ: ଓକାକ୍ ସିଇଓଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଠକେଇ ମାମଲା, ଆଉ ଜଣେ ନାଇଜେରିଆନ୍ ଗିରଫ