spot_img
Home Blog Page 5113

ତାଲିବାନ ସରକାରର ନୂଆ ନିୟମ: ୨୦୦୦ରୁ ୨୦୨୦ ଭିତରେ ପାଠ ପଢ଼ିଥିବା ଛାତ୍ରଛାତ୍ରୀଙ୍କ ଡିଗ୍ରୀ ବେକାର

କାବୁଲ ଆଫଗାନିସ୍ତାନ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ନୂଆ ନିୟମ। ୨୦୦୦ରୁ ୨୦୨୦ ମଧ୍ୟରେ ହାଇସ୍କୁଲ ଠାରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀ ବେକାର। ଏହି ଡିଗ୍ରୀ କୌଣସି କାମକୁ ନୁହେଁ। ୨୦ବର୍ଷ ମଧ୍ୟରେ ଯେଉଁ ଛାତ୍ରଛାତ୍ରୀ ହାଇସ୍କୁଲରୁ ସ୍ନାତକ କରିଛନ୍ତି ସେମାନଙ୍କ ଡିଗ୍ରୀ ଆଉ କାମ କରିବନି ବୋଲି କହିଛନ୍ତି ଆଫଗାନିସ୍ତାନ ନୂଆ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅବଦୁଲ ବାକି ହକ୍କାନି।

କାବୁଲ କବଜା କରିବା ପରେ ତାଲିବାନ ଶିକ୍ଷା କ୍ଷେତ୍ରରେ ନୂଆ ନିୟମ ପ୍ରଣୟନ କରୁଛି। ଏବେ ବିଶ୍ୱବିଦ୍ୟାଳୟରେ ମହିଳାଙ୍କ କ୍ଲାସ ବନ୍ଦ କରି ଦିଆଯାଇଛି। ପ୍ରତ୍ୟେକ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତିଙ୍କୁ ନିଯୁକ୍ତି ଦେଇଛି ତାଲିବାନ ସରକାର। ସ୍ନାତକୋତ୍ତର କିମ୍ବା ପିଏଚଡି ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ଠାରୁ ମଦରସାରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀ ଅଧିକ ଜ୍ଞାନୀ ବୋଲି କହିଛନ୍ତ ହକ୍କାନି। ସୂଚନାଯୋଗ୍ୟ ଯେ ୨୦୦୦ରୁ ୨୦୨୦ ମଧ୍ୟରେ ଆଫଗାନିସ୍ତାନରେ ଅଣ ତାଲିବାନ ସରକାର ଥିଲା। ଏଣୁ ଏବେ ତାଲିବାନ ସରକାର ଆସିବା ପରେ ସେତେବେଳର ଶିକ୍ଷାକୁ ବେକାର ବୋଲି କହୁଛନ୍ତି।

ବନ୍ଧୁକ କାରବାରରେ ସମ୍ପୃକ୍ତି ଅଭିଯୋଗରେ ଆଲବମ୍ ଅଭିନେତା ଗିରଫ

କଟକ: ବନ୍ଧୁକ କାରବାରରେ ଆଲବମ୍‌ ଅଭିନେତା । ଆଲବମ ଅଭିନେତା ପ୍ରକାଶ ରାଉତ ଓରଫ ଜିତୁ ଗିରଫ ହୋଇଛନ୍ତି । ବାଦାମବାଡ଼ି ପୋଲିସ କବଜାରେ ୪ଜଣ ପେଶାଦାର ଅପରାଧୀ। ଅଭିଯୁକ୍ତଙ୍କଠାରୁ ୩ଟି ବନ୍ଧୁକ ଓ ୧୬ଟି ଗୁଳି ଜବତ କରାଯାଇଛି । ଦଶହରା ପୂର୍ବରୁ କଟକରେ କମିଶନରେଟ୍‌ ପୋଲିସର କ୍ଲିନ୍‌ କ୍ରାଇମ୍‌ ଅଭିଯାନ ।

 

କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଓଡ଼ିଆ ଗିରଫ 

ଭୁବନେଶ୍ୱର: ଫିଟୁଛି ମୁମ୍ବାଇ ଡ୍ରଗ୍ସ ମାମଲାର ଗୁମର । ଡ୍ରଗ୍ସ କାରବାରରେ ଜଣେ ଓଡ଼ିଆଙ୍କ ଲିଙ୍କ୍ ଥିବା ନେଇ ଚର୍ଚ୍ଚା ହେଉଛି । ତାଙ୍କ ନାଁ ହେଉଛି ଅବୁଦୁଲ କାଦିର୍ । ଜୁହୁରେ ରହୁଥିଲେ ଅବୁଦୁଲ୍ । କ୍ରୁଜରେ ଡ୍ରଗ୍ସ ଯୋଗାଇବା ଅଭିଯୋଗରେ ଅବୁଦୁଲଙ୍କୁ ଗିରଫ କରିଛି ଏନସିବି । ସେପଟେ ଗିରଫ ଅଭିଯୁକ୍ତଙ୍କଠାରୁ ତଥ୍ୟ ଉଗାଳୁଛି ଏନସିବି । କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି ।

Mumbai Cruise Drugs Case, NCB Arrested An Odia

ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍ ଚାଟରୁ ଆସୁଛି ବିସ୍ଫୋରକ ତଥ୍ୟ । ତାଙ୍କର ଆନ୍ତର୍ଜାତିକ ଡ୍ରଗ୍ସ ଟ୍ରାଫିକିଙ୍ଗ୍ ଲିଙ୍କ୍ ରହିଥିବା ତଦନ୍ତରୁ ଜଣାଯାଇଛି । ଘଟଣାରେ ଏ ପର୍ଯ୍ୟନ୍ତ ୧୧ ଜଣଙ୍କୁ ଏନସିବି ଗିରଫ କରିଛି । ପ୍ରଥମେ ଆର୍ଯ୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଗିରଫ କରିବା ପରେ ଅନ୍ୟ ୮ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ୧୧ ଜଣଙ୍କୁ ଗିରଫ କଲାଣି ଏନସିବି ।

Mumbai Cruise Drugs Case, NCB Arrested An Odia

ଅଭିଯୁକ୍ତଙ୍କଠାରୁ ଚରସ, ହାସିସ, କୋକେନ, ଏମଡିଏମ ଆଦି ଜବତ ହୋଇଥିଲା । ସେପଟେ ଆସନ୍ତା ୭ ତାରିଖ ଯାଏଁ ଏନସିବି ହେପାଜତକୁ ଯାଇଥିବା ଆର୍ଯ୍ୟନ ଖାନଙ୍କଠାରୁ ଅଧିକରୁ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଆର୍ଯ୍ୟନଙ୍କୁ ଏହି ପାର୍ଟିରେ ଯୋଗ ଦେବା ଲାଗି କିଏ ଅନୁରୋଧ କରୁଥିଲେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି ଏନସିବି ।

ରାଶିନୁଯାୟୀ ମା ଦୁର୍ଗାଙ୍କ କେଉଁ ରୂପ, କେଉଁ ନୀତିନିୟମ ପାଳନ କରି ପୂଜା କଲେ ମିଳିବ ଶୁଭଫଳ, ଜାଣନ୍ତୁ

ଦୁର୍ଗାପୁଜା ୨୦୨୧: ଧର୍ମରେ ମାତୃପୂଜାକୁ ସର୍ବାଗ୍ରେ ସ୍ଥାନ ଦିଆଯାଇଛି । ଆଶ୍ୱିନ ମାସ ମାତୃପୂଜାର ମହାର୍ଘ ଅବସର । ରାଜରାଜେଶ୍ୱରୀ ମମତାମୟୀ କରୁଣାମୟୀ ମା’ଦୁର୍ଗତିନାଶିନୀ ଦୁର୍ଗାଙ୍କର ପୂଜାର୍ଚ୍ଚନା, ଆରାଧନା କଲେ ମନୁଷ୍ୟ ବା ଭକ୍ତ ଅଚିରେ ଦୁଃଖକଷ୍ଟ ବିପତ୍ତିରୁ ଉଦ୍ଧାର ପାଏ । ମା’ ଦୁର୍ଗାଙ୍କର ନବରୂପ ବ୍ୟତୀତ ଆହୁରି ଅନେକ ରୂପ ରହିଛି । ଯେକୌଣସି ସ୍ୱରୂପକୁ ଭକ୍ତ ଅନ୍ତରର ସହ ଆରାଧନା କଲେ ମା’ ନିଶ୍ଚିତ ସନ୍ତାନକୁ ଶରଣ ଦେଇ ନିଜ କୋଳକୁ ଆଉଜାଇ ନିଅନ୍ତି । ତେବେ ନବରାତ୍ରୀ ବେଳେ ମା’ଙ୍କର ନବରୂପର ଆରାଧନା ନୀତିନିୟମ, ଶୁଦ୍ଧପୂତ ପୂର୍ବକ କରିବା ଉଚିତ ।

ଆଉ କେତୋଟି ଦିନ ପରେ ପବିତ୍ର ନବରାତ୍ରୀ । ଏହି ସମୟରେ ଦ୍ୱାଦଶ ରାଶିନୁଯାୟୀ ମା’ଙ୍କର କେଉଁ ରୂପ, କେଉଁ ମନ୍ତ୍ର ତଥା ନୀତିନିୟମ  ପାଳନ କରି ପୂଜାର୍ଚ୍ଚନା କଲେ ସର୍ବୋଚ୍ଚ ଶୁଭଫଳ ପ୍ରାପ୍ତି ହୋଇପାରିବ ଆସନ୍ତୁ ଜାଣିବା ଏବଂ ସେହି ଅନୁଯାୟୀ ମାତୃ ଆରାଧନା ଲାଗି ନିଜକୁ ପ୍ରସ୍ତୁତ କରିବା । ରାଶି ବ୍ୟକ୍ତିଙ୍କର ସାମାଜିକ ପ୍ରତିଷ୍ଠା, ଆର୍ôଥକ ଉନ୍ନତି,ଶୁଭ ମାଙ୍ଗଳିକ କାର୍ଯ୍ୟ ହେବାର ସୁଯୋଗ ଆସିପାରେ ।

ମେଷ- ଶୁଭଫଳ ବୃଦ୍ଧି ଲାଗି ମା’ଙ୍କର ଶୈଳପୁତ୍ରୀ ରୂପକୁ କମଳା ରଙ୍ଗର ପୁଷ୍ପ,ଫଳ, କନିଅର ଫୁଲ ଦୁର୍ବା ସମର୍ପଣ କରିବା ସହ ‘ଓଁ ଶୈଳପୁତ୍ରୀୟୈ ନମଃ’ ଜପ କରନ୍ତୁ । ଏହି ସମୟରେ କମଳା ରଙ୍ଗର ବସ୍ତ୍ର ଧାରଣ କରିବା ବିଧେୟ ।

ବୃଷ-ରାଶି ବ୍ୟକ୍ତିଙ୍କର ସନ୍ତାନସନ୍ତତିଙ୍କୁ ନେଇ ଖୁସି, ଗୁରୁଜନଙ୍କ ସହଯୋଗ,ସ୍ୱାସ୍ଥ୍ୟଲାଭ,ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଶୁଭତ୍ୱ ବୃଦ୍ଧି ପାଇଁ ଶ୍ୱେତ ବସ୍ତ୍ର ପିନ୍ଧି ମା’ଙ୍କର ‘ବ୍ରହ୍ମଚାରିଣୀ’ ରୂପକୁ ଧ୍ୟାନ କରନ୍ତୁ । ଶ୍ୱେତରଙ୍ଗର ପଦ୍ମ,ବେଲପତ୍ର,ଫଳ ଆଦି ସମର୍ପଣ କରିବା ସହ ‘ଓଁ ବ୍ରହ୍ମଚାରଣୀୟୈ ନମଃ’ ଜପ କରନ୍ତୁ ।

ମିଥୁନ- ରାଶି ବ୍ୟକ୍ତିଙ୍କର ବନ୍ଧୁ ମତାନ୍ତର,ଦୂରଯାତ୍ରା,ବାରମ୍ବାର ଚେଷ୍ଟା କରି ସୁଫଳ ମିଳିବା ସହିତ ଖର୍ଚ୍ଚାନ୍ତ ହେବାର ସମ୍ଭାବନା ରହିଛି । ତେବେ ଶୁଭଫଳ ବୃଦ୍ଧି ଲାଗି ସବୁଜ ରଙ୍ଗର ବସ୍ତ୍ର ପିନ୍ଧି ମା’ଙ୍କର ଚନ୍ଦ୍ରଘଂଟା ରୂପକୁ ମିଶ୍ରିତ ରଙ୍ଗର ପୁଷ୍ପ, ଦୁର୍ବା,ବେଲପତ୍ର, ଫଳ ଆଦି ଅର୍ପଣ କରି ‘ଓଁ ଚନ୍ଦ୍ରଘଂଟାୟୈ ନମଃ’ ଜପ କରନ୍ତୁ ।

 କର୍କଟ- ରାଶିର ବ୍ୟକ୍ତି ସୁଖସମ୍ମାନ ପାଇବା ସହ ଭାଇଭଉଣୀଙ୍କ ସହଯୋଗ,ରାଜନୀତିରେ ସୁନାମ, କାର୍ଯ୍ୟସିଦ୍ଧି ପ୍ରାପ୍ତି ଯୋଗ ରହିଛି । ମା’ଙ୍କର ‘କୁଷ୍ମାଣ୍ଡା’ ରୂପକୁ ଧଳା ବସ୍ତ୍ର ଧାରଣ କରି ସେହି ଧଳା ବା ଶ୍ୱେତ ରଙ୍ଗରପୁଷ୍ପ,ଚନ୍ଦନ,ଫଳ ଅର୍ପଣ କରି ପୂଜା କରିବେ । ‘ଓଁ କୁଷ୍‌ମାଣ୍ଡାୟୈ ନମଃ’ ଜପ କରନ୍ତୁ ।

ସିଂହ- ରାଶିର ବ୍ୟକ୍ତିଙ୍କର ସ୍ନେହସୌହାର୍ଦ୍ଦୟ ଅକ୍ଷୁର୍ଣ୍ଣ ରହିବା ସହ ଅର୍ଥ ଲାଭ, ପଡ଼ୋଶୀଙ୍କ ସହଯୋଗ, ସମସ୍ୟାରୁ ମୁକ୍ତି ଆଦି ଶୁଭଫଳ ପ୍ରାପ୍ତିର ସମ୍ଭାବନା ରହିଛି । ଶୁଭତ୍ୱର ବୃଦ୍ଧି ଲାଗି ଗୋଲାପି ରଙ୍ଗର ବସ୍ତ୍ର ଧାରଣ ପୂର୍ବକ ମା’ସ୍କନ୍ଦମାତାଙ୍କୁ ପୂଜା କରନ୍ତୁ । ସେହି ଗୋଲାପି ରଙ୍ଗର ଫୁଲ,ଫଳ, କୁଙ୍କୁମ ଆଦି ସମର୍ପଣ କରି ‘ଓଁ ସ୍କନ୍ଦମାତାୟୈ ନମଃ’ ଜପ କରନ୍ତୁ ।

କନ୍ୟା- ଏହି ରାଶିର ବ୍ୟକ୍ତିଙ୍କର ସୁଖସମ୍ମାନ ପ୍ରାପ୍ତି, ଆର୍ଥିକ ସମୃଦ୍ଧି,ପାରିବାରିକ ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଭଲ ରହିବ । ଶୁଭତ୍ୱ ବୃଦ୍ଧି ଲାଗି ସବୁଜ (ଟିଆ) ରଙ୍ଗର ବସ୍ତ୍ର ଧାରଣ କରି ମା’ଙ୍କର ‘ବ୍ରହ୍ମଚାରିଣୀ’ ରୂପକୁ ବିବିଧ ପୁଷ୍ପଫଳ ତଥା ଦୁର୍ବା ସମର୍ପଣ ପୂର୍ବକ ଓଁ ବ୍ରହ୍ମଚାରିଣୀୟୈ ନମଃ’ ଜପ କରନ୍ତୁ ।

ତୁଳା- ରାଶିର ବ୍ୟକ୍ତିଙ୍କର ବ୍ୟର୍ଥ ଚିନ୍ତା, ଅସ୍ଥିରତା, କାର୍ଯ୍ୟ ବିଳମ୍ବ ସହିତ ଚାକିରିରେ ସମସ୍ୟା ସୃଷ୍ଟି ସମ୍ଭାବନା ରହିଛି । ତେବେ ଏସବୁ ସମସ୍ୟା ଦୂର ସହ ଶୁଭ ଫଳ ପ୍ରାପ୍ତି ଲାଗି ମା’ଙ୍କର କାତ୍ୟାୟନୀ ରୂପକୁ ଧ୍ୟାନ କରନ୍ତୁ । ପୂଜା ବେଳେ ଧୁଷୁରିଆ (ହାଲ୍‌କା କଳା ସହ ଧବଳ)ରଙ୍ଗର ବସ୍ତ୍ର ଧାରଣ କରିବେ । ପୁଷ୍ପ,ଫଳ,ଚନ୍ଦନ ଆଦି ଅର୍ପଣ କରି ‘ଓଁ କାତ୍ୟାୟନୀୟୈ ନମଃ’ ଜପ କରନ୍ତୁ ।

ବିଛା-ରାଶିର ବ୍ୟକ୍ତିଙ୍କ ଧନ ସମ୍ମାନ ପ୍ରାପ୍ତି, ପୁରାତନ କାର୍ଯ୍ୟ ସମ୍ପନ୍ନ, ଚାକିରିରେ ପଦୋନ୍ନତି, ସ୍ୱାସ୍ଥ୍ୟ ଜନିତ ସୁଖ ପ୍ରାପ୍ତ ହେବ । ଶୁଭତ୍ୱ ବୃଦ୍ଧି ଲାଗି  କାଳରାତ୍ରୀ’ରୂପକୁ ଲାଲ ରଙ୍ଗର ଫୁଲ ଫଳ ସିନ୍ଦୁର ସମର୍ପଣ ପୂର୍ବକ ପୂଜାର୍ଚ୍ଚନା କରିବେ । ପୂଜା ବେଳେ ଲାଲ ରଙ୍ଗର ବସ୍ତ୍ର ଧାରଣ କରିବା ସହ ‘ଓଁ ଦୁର୍ଗାୟୈ ନମଃ’ ଜପ କରିବା ବିଧେୟ ।

ଧନୁ-ଏହି ରାଶିର ବ୍ୟକ୍ତିଙ୍କର ଆକସ୍ମିକ ଧନପ୍ରାପ୍ତିର ଯୋଗ ରହିଛି । ଏଥିସହ ସମ୍ମାନ, କର୍ମୋନ୍ନତି, ରାଜନୀତିରେ ପ୍ରଭାବଶାଳୀ ରହିବେ । ଆହୁରି ଭାଗ୍ୟରେ ଉନ୍ନତି ଲାଗି ମା’ଙ୍କର “ମହାଗୌରୀ’ ରୂପକୁ ପୂଜା କରନ୍ତୁ । ପୂଜାବେଳେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରି ହଳଦିଆ ରଙ୍ଗର ଫୁଲ, ବେଲପତ୍ର,ଦୁର୍ବା,ଫଳ,ମିଷ୍ଟାନ୍ନ ଅର୍ପଣ କରି ‘ଓଁ ଅମ୍ବିକାୟୈ ନମଃ’ ଜପ କରନ୍ତୁ ।

 ମକର-ଏହି ରାଶି ବ୍ୟକ୍ତିଙ୍କର ଆର୍ôଥକ ଉନ୍ନତି, ଶତ୍ରୁନାଶ, ଆନନ୍ଦ ଉଲ୍ଲାସ, ଆତ୍ମିକ ଉନ୍ନତି ଯୋଗ ରହିଛି । ମା’ଙ୍କର ଆଶୀର୍ବାଦ ପ୍ରାପ୍ତି ପାଇଁ ଆପଣନୀଳରଙ୍ଗର ବସ୍ତ୍ର ଧାରଣ ପୂର୍ବକ ମା’ କାଳରାତ୍ରୀଙ୍କର ପୂଜାର୍ଚ୍ଚନା କରନ୍ତୁ । ନୀଳ ରଙ୍ଗର ପୁଷ୍ପ (ଅପରାଜିତା ସହ) ଦୁର୍ବା,ଫଳ, ମିଷ୍ଟାନ୍ନ ଅର୍ପଣ ସହ ‘ଓଁ ଶିବାୟୈ ନମଃ’ ଜପ କରନ୍ତୁ ।

କୁମ୍ଭ – ଏହି ରାଶିର ଶତ୍ରୁ ବୃଦ୍ଧି, ବୃଥା ଭ୍ରମଣ, ଅର୍ଥହାନି ସମ୍ଭାବନା ରହିଛି । ଏସବୁ ପ୍ରତିକୂଳ ସ୍ଥିତିରୁ ମୁକ୍ତି ସହିତ ଶୁଭଫଳ ବୃଦ୍ଧି ଲାଗି ପୂଜା କରନ୍ତୁ ମା’ଙ୍କର “ସିଦ୍ଧିଦାତ୍ରୀ’ ରୂପକୁ । ସିଦ୍ଧିଦାତ୍ରୀଙ୍କୁ ବିଭିନ୍ନ ରଙ୍ଗର ଫୁଲ,ଫଳ,ତିଳ,ମିଷ୍ଟାନ୍ନରେ ପୂଜାକଲେ ମା’ସନ୍ତୁଷ୍ଟ ହେବ । ‘ଓଁ ଚାମୁଣ୍ଡାୟୈ ନମଃ’ ଜପ କରିବେ ।

ମୀନ-ରାଶି ବ୍ୟକ୍ତିଙ୍କର ଶତ୍ରୁ ନାଶ,ସୁଖସନ୍ତୋଷ, ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ଶୁଭାଶୁଭ ବୃଦ୍ଧି ଲାଗି ହାଲ୍‌କା ହଳଦିଆ (ମାଟିଆ ରଙ୍ଗ ବି ହେବ) ରଙ୍ଗର ବସ୍ତ୍ର ଧାରଣ କରି ମା’ଙ୍କର ‘ସ୍କନ୍ଦମାତା’ ରୂପକୁ ପୂଜା କରିବେ । ମା’ଙ୍କ ଠାରେ ହଳଦିଆ ରଙ୍ଗର ପୁଷ୍ପ, ଚନ୍ଦନ, ଫଳ, ବସ୍ତ୍ର, ମିଷ୍ଟାନ୍ନ ଅର୍ପଣ ପୂର୍ବକ ‘ମା ତାରିଣୀୟୈ ନମଃ’ ଜପ କରନ୍ତୁ ।

ପଦାର୍ଥ ବିଜ୍ଞାନରେ ବର୍ଷ ୨୦୨୧ ପାଇଁ ୩ ଜଣଙ୍କୁ ମିଳିବ ନୋବେଲ ପୁରସ୍କାର

ନୂଆଦିଲ୍ଲୀ: ବର୍ଷ ୨୦୨୧ ପାଇଁ ୩ ପଦାର୍ଥ ବିଜ୍ଞାନୀଙ୍କୁ ମିଳିବ ନୋବେଲ ପୁରସ୍କାର । ଦି ରୟାଲ୍ ସ୍ୱିଡେଶ ଏକାଡେମୀ ଅଫ୍ ସାଇନ୍ସ ଏ ନେଇ ନିଷ୍ପତ୍ତି ନିଆଯାଇଛି । ପଦାର୍ଥ ବିଜ୍ଞାନର ଜଟିଳ  ବ୍ୟବସ୍ଥାକୁ ସରଳଭାବେ ବୁଝିବା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ୩ ଜଣ ବୈଜ୍ଞାନିକଙ୍କୁ ମିଳିବ ଏହି ସମ୍ମାନଜନକ ପୁରସ୍କାର । ପଦାର୍ଥ ବିଜ୍ଞାନୀ ସ୍ୟୁକୁରୋ ମାନାବେ, କ୍ଳାଉସ୍  ହାସେଲମାନ୍ନ ଓ ଜର୍ଜିଓ ପାରିସି ଏହି ପୁରସ୍କାର ପାଇବେ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସିତ ହେଲେ କର୍କଟ ରୋଗୀ

କଣ୍ଟାବାଞ୍ଜି: ଅସହାୟଙ୍କୁ ସହାୟ ହେଉଛି ବିଏସକେୱାଇ । ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗିର ଜିଲ୍ଲା ଗସ୍ତରେ ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ତୁରେକେଲା ବ୍ଲକ ହିଆଲ ଗାଁର ଧ୍ରୁବ ପୁଟେଲ ଚିକିତ୍ସିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

BSKY Helped Dhrub Hial Treatment Balangir

ହିଆଲ ଗାଁର ଧ୍ରୁବ ପୁଟେଲ କର୍କଟ ରୋଗରେ ପୀଡ଼ିତ ହୋଇ ରାୟପୁର ରାମ କ୍ରିଷ୍ଣା କେୟାର ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗିର ଭୀମ ଭୋଇ ହସ୍ପିଟାଲରୁ ଧ୍ରୁବଙ୍କୁ ରେଫର କରାଯାଇ ରାୟପୁର ରାମ କ୍ରିଷ୍ଣା କେୟାର ହସ୍ପିଟାଲକୁ ନିଆଯାଇଛି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି ।

ଖୁବ ଶୀଘ୍ର ହତାଶ ହୋଇଯାଆନ୍ତି ଅକ୍ଟୋବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ, ଜାଣନ୍ତୁ ତାଙ୍କ ସ୍ୱଭାବର ସବୁ ରାଜ୍

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ବ୍ୟକ୍ତିର ପ୍ରକୃତି ଏବଂ ପସନ୍ଦ ଏବଂ ନାପସନ୍ଦ ତାଙ୍କ ଜନ୍ମ ତାରିଖ, ନକ୍ଷତ୍ର ଏବଂ ଜନ୍ମ ମାସ ଉପରେ ନିର୍ଭର କରେ । ରାଶିମାନଙ୍କ ପ୍ରକୃତି ମଧ୍ୟ ଜନ୍ମ ସମୟ ଅନୁଯାୟୀ ନିର୍ଣ୍ଣୟ କରାଯାଏ । ଅକ୍ଟୋବରରେ ଜନ୍ମ ହୋଇଥିବା ଅଧିକାଂଶ ଲୋକଙ୍କର ରାଶି ତୁଳା ରାଶି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଅକ୍ଟୋବର ମାସରେ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ମାନଙ୍କର ସ୍ୱଭାବ କିପରି ହୋଇଥାଏ…

ଆକର୍ଷକ ଏବଂ ପ୍ରଭାବଶାଳୀ- ଅକ୍ଟୋବରରେ ଜନ୍ମ ହୋଇଥିବା ଲୋକମାନଙ୍କର ଏକ ଚରିତ୍ରବାଦୀ ବ୍ୟକ୍ତିତ୍ୱ ଅଛି । ସେମାନଙ୍କ ପାଖରେ କାହାର ହୃଦୟ ଜିତିବାର ଗୁଣ ରହିଛି । ଯଦି ଲୋକପ୍ରିୟତାର କଥା କହିବା, ତେବେ ଅକ୍ଟୋବରରେ ଜନ୍ମ ହୋଇଥିବା ଲୋକଙ୍କ ନାମ ଶୀର୍ଷରେ ଆସେ । ସମସ୍ତଙ୍କ ଉପରେ ସେମାନଙ୍କର ସକରାତ୍ମକ ପ୍ରଭାବ ପଡିଥାଏ ଏବଂ ସେମାନଙ୍କ ଭିତରେ ବହୁତ ଶକ୍ତି ଥାଏ । ଅନେକ ଲୋକ ମଧ୍ୟ ତାଙ୍କ ବ୍ୟକ୍ତିତ୍ୱ ପ୍ରତି ଇର୍ଷା କରନ୍ତି ।

ରୋମାଣ୍ଟିକ୍ – ଯଦି ସେମାନେ କାହାକୁ ଭଲ ପାଆନ୍ତି, ତେବେ ସେମାନେ ଏହାକୁ ପ୍ରକାଶ କରିବାକୁ କୁଣ୍ଠାବୋଧ କରନ୍ତି ନାହିଁ । ସେମାନେ ନିଜ ସାଥୀ ସହିତ ରହିବାକୁ ନିଜ ଜୀବନ ମଧ୍ୟ ଦେଇପାରନ୍ତି । ତେଣୁ ସେମାନଙ୍କ ଭାବନା ସହିତ ଖେଳିବା ଠିକ୍ ନୁହେଁ । ଏହି ଲୋକମାନେ ସଂପୂର୍ଣ୍ଣ ସଚ୍ଚୋଟତା ସହିତ ସେମାନଙ୍କର ସମ୍ପର୍କ ରଖିଥାଆନ୍ତି ଏବଂ ନିଜ ସାଥୀଙ୍କ ଠାରୁ ସମାନ କଥା ଆଶା କରନ୍ତି ।

ଭାବପ୍ରବଣ ଭାବରେ ସ୍ଥିର- ଅକ୍ଟୋବରରେ ଜନ୍ମ ହୋଇଥିବା ଲୋକଙ୍କ ବିଷୟରେ ସବୁଠୁ ଖାସ କଥା ହେଉଛି ସେମାନଙ୍କର ଭାବନା ଉପରେ ସେମାନଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥାଏ । ସେମାନେ ଅନ୍ୟ ଲୋକଙ୍କ ଉପରେ ନିଜର କ୍ରୋଧ ପ୍ରକାଶ କରନ୍ତି ନାହିଁ । ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦିଅନ୍ତି ନାହିଁ । ସେମାନେ ଶୀଘ୍ର କାହାକୁ ଜଜ୍ କରନ୍ତି ନାହିଁ, କିନ୍ତୁ ସେମାନେ ସମସ୍ତଙ୍କୁ ସମାନ ବ୍ୟବହାର କରନ୍ତି ।

ସତ୍ୟର ସମର୍ଥକ- ଏହି ଲୋକମାନେ ବହୁତ ସଚ୍ଚୋଟ ଏବଂ ସତ ସହ ଠିଆ ହୁଅନ୍ତି । ସେମାନେ କାହାର ପିଠି ପଛରେ ମନ୍ଦ କାମ କରନ୍ତି ନାହିଁ । ଏହି ଲୋକମାନେ ପ୍ରତାରଣାକୁ ସହ୍ୟ କରିପାରିବେ ନାହିଁ ।

ଆଶାବାଦୀ – ଯେତେବେଳେ ଲକ୍ଷ୍ୟ ପୂରଣ କରିବା କଥା ଆସେ, ସେତେବେଳେ ବିଫଳତା ମଧ୍ୟ ସେମାନଙ୍କୁ ଅଟକାଇ ପାରିବ ନାହିଁ । ସେମାନଙ୍କର ସକରାତ୍ମକ ଚିନ୍ତାଧାରା ହେତୁ, ସେମାନେ ସଫଳ ହେବା ପର୍ଯ୍ୟନ୍ତ ଚେଷ୍ଟା ଜାରି ରଖନ୍ତି । ସେମାନେ କଦାପି ହାର ମାନନ୍ତି ନାହିଁ । କଠିନ ସମୟରେ ମଧ୍ୟ ସେମାନେ ସାହସ ହରାନ୍ତି ନାହିଁ ଏବଂ ଅନ୍ୟମାନଙ୍କୁ ଭଲ କରିବାକୁ ପ୍ରେରଣା ଦିଅନ୍ତି, ଯାହା ସେମାନଙ୍କୁ ଜଣେ ଭଲ ଟିମ ଲିଡର କରିଥାଏ ।

ପ୍ରତ୍ୟେକ ସମସ୍ୟାର ଥାଏ ସମାଧାନ- ଅକ୍ଟୋବରରେ ଜନ୍ମ ହୋଇଥିବା ଲୋକମାନଙ୍କ ପାଖରେ ପ୍ରତ୍ୟେକ ସମସ୍ୟାର ସମାଧାନ ଥାଏ । ସେମାନେ ପ୍ରତ୍ୟେକ ପରିସ୍ଥିତିକୁ ବିଶ୍ଳେଷଣ କରନ୍ତି ଏବଂ ସମାଧାନର ବାଟ ବାହାର କରନ୍ତି । ଏହି ଲୋକମାନେ କୌଣସି ବ୍ୟକ୍ତିର ମାନସିକତାକୁ ଅତି ସହଜରେ ବୁଝିପାରନ୍ତି । ଅକ୍ଟୋବରରେ ଜନ୍ମ ହୋଇଥିବା ଲୋକମାନେ ଭବିଷ୍ୟତ ବିଷୟରେ ଚିନ୍ତା କରିବା ପରିବର୍ତ୍ତେ ବର୍ତ୍ତମାନରେ ରହିବାକୁ ପସନ୍ଦ କରନ୍ତି । ପରିସ୍ଥିତି ଆସିବା ପରେ ସେମାନେ ସାମ୍ନାକୁ ଆସନ୍ତି । ଏହା ହିଁ ସେମାନଙ୍କୁ ଅନ୍ୟମାନଙ୍କଠାରୁ ଭିନ୍ନ କରିଥାଏ ।

ବହୁତ ଖର୍ଚ୍ଚ କରନ୍ତି – ସେମାନେ ଅନ୍ୟ କ୍ଷେତ୍ରରେ ବୁଦ୍ଧିମାନ ହୋଇପାରନ୍ତି, କିନ୍ତୁ ଅର୍ଥ ଦୃଷ୍ଟିରୁ ଏହି ଲୋକମାନେ ବହୁତ ବେପରୁଆ । ସେମାନେ କେବଳ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ମଧ୍ୟ ବହୁତ ଟଙ୍କା ଖର୍ଚ୍ଚ କରନ୍ତି । ଛୋଟ ଜିନିଷ ସେମାନଙ୍କୁ ଆକର୍ଷିତ କରେ ନାହିଁ, ସେମାନଙ୍କ କେବଳ ବଡ଼ ଜିନିଷ ଉପରେ ଥାଏ । ସେମାନେ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଅଧିକ ଖର୍ଚ୍ଚ କରନ୍ତି । ଏହି ଲୋକମାନେ ବିଳାସପୂର୍ଣ୍ଣ ଜୀବନଯାପନ କରିବାକୁ ପସନ୍ଦ କରନ୍ତି । ସେମାନେ ବୌଦ୍ଧିକ ଏବଂ ବ୍ୟବସାୟିକ ଚିନ୍ତାଧାରା ଥିବା ଲୋକଙ୍କୁ ପସନ୍ଦ କରନ୍ତି । ତଥାପି, ବେଳେବେଳେ ସେମାନେ ଭଲ ଜୀବନରେ ଏତେ ବ୍ୟସ୍ତ ହୁଅନ୍ତି ଯେ ସେମାନେ ଚ୍ୟାଲେଞ୍ଜ ନେବାକୁ ଭୁଲିଯାଆନ୍ତି । ସେମାନେ ଏହି ଅଭ୍ୟାସକୁ ପରିବର୍ତ୍ତନ କରିବା ଆବଶ୍ୟକ କରନ୍ତି ।

ସ୍ୱଭାବରେ ଶାନ୍ତ – ଅକ୍ଟୋବରରେ ଜନ୍ମ ହୋଇଥିବା ଲୋକମାନେ ଶାନ୍ତ ସ୍ୱଭାବର ଥାଆନ୍ତି । ଏହି ଲୋକମାନେ ଶୀଘ୍ର କ୍ରୋଧ କରନ୍ତି ନାହିଁ । ସେମାନଙ୍କ ପ୍ରତିପକ୍ଷ ଅପେକ୍ଷା ଅଧିକ ବନ୍ଧୁ ଅଛନ୍ତି  ।ଏହି ଲୋକମାନେ ସୌନ୍ଦର୍ଯ୍ୟପ୍ରେମୀ ଏବଂ ପ୍ରାୟତଃ  ମଧୁର ସ୍ୱପ୍ନ ଜଗତରେ ରହିବାକୁ ପସନ୍ଦ କରନ୍ତି । ସେମାନେ ସତ୍ୟ ଗ୍ରହଣ କରିବାକୁ ମନା କରନ୍ତି ।

ସେମାନେ ଶୀଘ୍ର ଅସନ୍ତୁଷ୍ଟ ହୁଅନ୍ତି- ତୁଳା ରାଶିର ଲୋକମାନେ ବେଳେବେଳେ କାହାର ଖରାପ ମନୋଭାବ ଯୋଗୁଁ ଅସନ୍ତୁଷ୍ଟ ହୁଅନ୍ତି । ସେମାନେ ପ୍ରତ୍ୟେକ ଛୋଟ ଜିନିଷକୁ ହୃଦୟଙ୍ଗମ କରନ୍ତି, ଯଦିଓ ସେମାନେ ସାମ୍ନାରେ ଥିବା ବ୍ୟକ୍ତିଙ୍କୁ ଅନୁଭବ କରିବାକୁ ଦିଅନ୍ତି ନାହିଁ ଯେ ସେମାନେ କିଛି ବିଷୟରେ ଖରାପ ଅନୁଭବ କରିଛନ୍ତି । ସେମାନେ ଜିନିଷକୁ ହାଲୁକା ଭାବରେ ଗ୍ରହଣ କରିବା ଆବଶ୍ୟକ କରନ୍ତି । ସବୁକିଛି ନିଜ ଉପରେ ନେବା ସେମାନଙ୍କୁ କଷ୍ଟ ଦେଇଥାଏ ।

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କଲା ୟୁପି ପୋଲିସ

ନୂଆଦିଲ୍ଲୀ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ପୂର୍ବରୁ ପୋଲିସ ତାଙ୍କୁ ସୀତାପୁର ଗେଷ୍ଟ ହାଉସରେ ଅଟକ ରଖିଥିବା ବେଳେ ଆଜି ତାଙ୍କୁ ଗିରଫ କରିଛି ଉତ୍ତରପ୍ରଦେଶ ପୋଲିସ । ହିଂସାରେ ପ୍ରାଣ ହରାଇଥିବା ଚାଷୀ ପରିବାକୁ ଭେଟିବାକୁ ଲକ୍ଷ୍ମୀପୁର ଖେରି ଯାଉଥିବା ବେଳେ ପୋଲିସ ତାଙ୍କୁ ତାଙ୍କୁ ସୀତାରପୁର ଠାରେ ଥିବା ଗେଷ୍ଟ ହାଉସରେ ଅଟକ ରଖିଥିଲା।

ସୂଚନା ଯୋଗ୍ୟ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରିରେ ଚାଷୀ ମୃତ୍ୟୁ ଘଟଣାରେ ଦେଶବ୍ୟାପୀ ଅସନ୍ତୋଷ କୁହୁଳୁଛି । ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଓ ମୃତ ଚାଷୀଙ୍କୁ ନ୍ୟାୟ ଦେବା ପାଇଁ ସବୁ ସ୍ତରରେ ଦାବି ଜୋର ଧରିଛି । ବିଭିନ୍ନ ସଙ୍ଗଠନ ଓ ରାଜନୈତିକ ଦଳ ରାଜରାସ୍ତାକୁ ଓହ୍ଲାଇବା ସହ ପ୍ରତିବାଦ କରିଛନ୍ତି । ଯୋଗୀ ସରକାର ଘଟଣାରେ ଉଚିତ୍ ତଦନ୍ତ କରିବା ପାଇଁ ଦାବି ହୋଇଛି । କଂଗ୍ରେସ, ସମାଜବାଦୀ ପାର୍ଟି, ବହୁଜନ ସମାଜବାଦୀ ପାର୍ଟି, ଆପ୍, ଟିଏମସି, ବାମଦଳ ସହ ତମାମ ବିରୋଧୀ ଦଳ ଘଟଣାକୁ ତୀବ୍ର ନିନ୍ଦା କରିବା ସହ ନ୍ୟାୟ ଦାବି କରିଛନ୍ତି । ସେପଟେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ହିଂସାରେ ପ୍ରାଣହରାଇଥିବା ଲୋକ ପରିବାରକୁ ସାକ୍ଷାତ କରିବକୁା ଯାଉଥିବା ବେଳେ  ପୋଲିସ ୨୮ ଘଣ୍ଟା ଧରି ଅଟକ ରଖିଥିଲା ।
ଏ ନେଇ ଟ୍ୱିଟର ଯୋଗେ ପ୍ରିୟଙ୍କା ଯୋଗୀ ସରକାର ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ବିଷ ଓଗାଳିଛନ୍ତି  । ତାଙ୍କ ବିରୋଧରେ କୈଣସି ଅଭିଯୋଗ କିମ୍ବା କୈଣସି ନିର୍ଦ୍ଧିଷ୍ଟ ୱାରେଣ୍ଟ ନଥିବା ସତ୍ତ୍ୱେ ଉତ୍ତରପ୍ରଦେଶ ପୋଲିସ ପ୍ରାୟ ୨୮ ଘଣ୍ଟା ପାଖାପାଖି ଅଟକ ରଖିଛି  । ଗତକାଲି ଭୋରରୁ ପ୍ରିୟଙ୍କା ଗାନ୍ଧୀ ଲକ୍ଷମୀପୁର ଆନ୍ଦୋଳନ ସ୍ଥଳକୁ ଯାଉଥିବାବେଳେ ପୋଲିସ ତାଙ୍କୁ ଅଧ ରାସ୍ତାରେ ଅଟକ ରଖିଥିଲା  । ପରେ ପ୍ରିୟଙ୍କା ଯେଉଁ ଗେଷ୍ଟ ହାଉସରେ ରହୁଥିଲେ, ତାକୁ ଝାଡ଼ୁ କରୁଥିବା ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା  ।

ସମୀର ୱାଂଖେଡେ, ଆଶୀଷ ରାଜନ, ବିଶ୍ୱ ବିଜୟ: ଜାଣନ୍ତୁ କ୍ରୁଜ ରେଭ ପାର୍ଟିରେ ରେଡ୍ କରିଥିବା ଏହି ୩ ଅଫିସରଙ୍କୁ

ମୁମ୍ବାଇ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଗତ ଶନିବାର ମୁମ୍ବାଇରୁ ଗୋଆ ଯାଉଥିବା ଏକ କ୍ରୁଜ୍‌ ଜାହଜ ଉପରେ ରେଡ୍‌ କରିଥିଲା । କ୍ରୁଜ୍‌ ଭିତରେ ଡ୍ରଗ୍ସ ପାର୍ଟିର ଭାଣ୍ଡାଫୋଡ୍‌ କରିଥିଲା ଏନ୍‌ସିବି । ଏହି ଚଢାଉରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟାନ ଖାନ ସମେତ ୮ ଜଣଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ ଏନ୍‌ସିବି ରିମାଣ୍ଡରେ ଅଛି ଆର୍ଯ୍ୟନ୍‌ ଖାନ । ତେବେ ଏତେ ବଡ ସେଲିବ୍ରିଟିଙ୍କ ପୁଅକୁ ଗିରଫ କରିବାକୁ ସାହସ ଜୁଟାଇଥିବା ଦବଙ୍ଗ ଅଫିସରଙ୍କୁ ଚାରିଆଡୁ ମିଳୁଛି ପ୍ରଶଂସା । ପୁରା ଅପରେସନ ପଛରେ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ୩ ଜଣ ସିଂଘମ ଅଫିସର । ସେମାନେ ହେଉଛନ୍ତି ସମୀର ଓ୍ବାଙ୍ଖେଡେ, ବିଶ୍ବ ବିଜୟ ସିଂହ ଏବଂ ଆଶିଷ ରଙ୍ଗନ ପ୍ରସାଦ । ଏମାନଙ୍କ ନାଁ ଶୁଣିଲେ କେବଳ ମହାରାଷ୍ଟ୍ର ନୁହେଁ ଦେଶରେ ଡ୍ରଗ୍ସ ମାଫିଆମାନେ ଏବେ ଥରହର ହେଉଛନ୍ତି ।

ବିଶ୍ବ ବିଜୟ ସିଂହ, ସୁପରିଟେଣ୍ଡେଣ୍ଟ, ଏନସିବି ମୁମ୍ବାଇ

ଏନ୍‌ସିବିର ଦକ୍ଷ ଏବଂ ଚତୁର ଅଫିସର ବିଶ୍ବ ବିଜୟ ସିଂହ । ଯିଏକି ସର୍ବପ୍ରଥମେ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନକୁ ହେପାଜତକୁ ନେବା ସହିତ ପରେ ଗିରଫ କରିଥିଲେ । ସେ ପୂର୍ବରୁ ମଧ୍ୟ ନିଜ ଦକ୍ଷତାର ପରିଚୟ ଦେଇସାରିଛନ୍ତି । ଦିଂବଗତ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀଙ୍କୁ ଗିରଫ କରିଥିଲେ । ରିୟାଙ୍କ ସହ ତାଙ୍କ ଭାଇ ସୌବିକ୍‌ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଗିରଫ କରିଥିଲେ । ଡ୍ରଗ୍ସ ଲିଙ୍କ ମାମଲାରେ ଅର୍ଜୁନ ରାମପାଲଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ବିଶ୍ବ ବିଜୟ ସିଂହ । ସେ ୧୦ ବର୍ଷ ହେଲା ଏନ୍‌ସିବିରେ କାର୍ଯ୍ୟରତ ଅଛନ୍ତି । ୨୦୧୮ ମସିହାରେ ହେରୋଇନ୍‌ କାରବାର ମାମଲାରେ ଏକ ବଡ ଧରଣର ଗ୍ୟାଙ୍ଗ୍‌ର ପର୍ଦ୍ଦାଫାସ କରିଥିଲେ । ନିଜ ଦକ୍ଷତା ପାଇଁ ବିଶ୍ବ ବିଜୟ ସିଂହଙ୍କୁ ବେଷ୍ଟ ଅପରେସନ ଅଫିସର ଭାବେ ସମ୍ମାନୀତ ମଧ୍ୟ କରାଯାଇଛି ।

ଆଶିଷ ରାଜନ ପ୍ରସାଦ, ଇଣ୍ଟେଲିଜେନ୍ସ ଅଫିସର

କ୍ରୁଜ୍‌ ଭିତରେ ଏନ୍‌ସିବିର ଅପରେସନକୁ ସଫଳ କରିବା ପଛରେ ଆଉ ଜଣେ ଦକ୍ଷ ଅଫିସର ହେଉଛନ୍ତି ଆଶିଷ ରାଜନ ପ୍ରସାଦ । ଯିଏକି ଜଣେ ଇଣ୍ଟେଲିଜେନ୍ସ ଅଫିସର । ଅକ୍ଟୋବର ୨ ତାରିଖରେ ସେ କ୍ରୁଜ୍‌ ମଧ୍ୟରେ ହିଁ ଉପସ୍ଥିତ ଥିଲେ ଏବଂ ଡ୍ରଗ୍ସ ଜବତ କରିଥିଲେ । ଆଶିଷ, ଏହା ପୂର୍ବରୁ ସିଆଇଏସ୍‌ଏଫ୍‌ର ସ୍ପେଶାଲ ଇଣ୍ଟେଲିଜେନ୍ସ ୟୁନିଟ୍‌ରେ କାମ କରୁଥିଲେ । ତାଙ୍କୁ ମିନିଷ୍ଟର ଏକ୍ସିଲେକନ୍ସ ସର୍ଭିସେସ୍‌ ମେଡାଲ ମଧ୍ୟ ମିଳିଛି । ସେ ୨୦୧୭ ମସିହାରୁ ଡେପୁଟେସନ୍‌ରେ ଏନ୍‌ସିବିରେ ଅଛନ୍ତି ।

ସମୀର ଓ୍ବାଙ୍ଖେଡେ, ଜୋନାଲ ଡାଇରେକ୍ଟର, ଏନସିବି ମୁମ୍ବାଇ

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB)ର ଜୋନାଲ ଡାଇରେକ୍ଟର ସମୀର ଓ୍ବାଙ୍ଖେଡେଙ୍କ ନାଁ ଖୁବ ଶୀଘ୍ର କୌଣସି ରେକର୍ଡ ବୁକ୍‌ରେ ସ୍ଥାନ ପାଇବ । ଗତ ବର୍ଷେ ମଧ୍ୟରେ ଏଭଳି କୌଣସି ଦିନ ନାହିଁ ଯେଉଁ ଦିନ ସମୀର ଓ୍ବାଙ୍ଖେଡେ ଡ୍ରଗ୍ସ ଅପରେସନ କରିନାହାନ୍ତି । ବଲିଉଡ ଡ୍ରଗ୍ସ ଲିଙ୍କ ମାମଲାରେ ଆନ୍ତର୍ଜାତୀୟ ଆତଙ୍କବାଦୀ ଦାଉଦ ଇବ୍ରାଇମ ଗ୍ୟାଙ୍ଗ୍‌ର ଅନେକ ସଦସ୍ୟଙ୍କୁ ଗିରଫ କରିଛନ୍ତି । ସାରା ଅଲ୍ଲୀ ଖାନ ଏବଂ ଶ୍ରଦ୍ଧା କପୁରଙ୍କୁ ଠାରୁ ଆରମ୍ଭ କରି ବର୍ତ୍ତମାନ ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ ଖାନକୁ ମଧ୍ୟ ପଚରାଉଚରା କରୁଛନ୍ତି । ସମୀର ଏହା ପୂର୍ବରୁ ରାଗସ୍ବ ବିଭାଗରେ କାର୍ଯ୍ୟ କରୁଥିଲେ । ତାଙ୍କ ପିତା ମଧ୍ୟ ମୁମ୍ବାଇ ପୋଲିସରେ କାର୍ଯ୍ୟରତ ଅଛନ୍ତି ।

ଲକ୍ଷ୍ମୀପୁର ଚାଷୀ ମୃତ୍ୟୁ ଘଟଣା ବେଳର ଭିଡିଓ ସେୟାର କଲେ ବରୁଣ ଗାନ୍ଧୀ

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରି ହିଂସାକାଣ୍ଡ ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଗୋଟିଏ ଜିପ୍ ଆନ୍ଦୋଳନରତ ଚାଷୀଙ୍କ ଉପରେ ମାଡ଼ିଯାଉଥିବା ଦେଖିବାକୁ ମିଳିଛି । ଯାହାକୁ ଟ୍ୱିଟରେ ସେୟାର କରିଛନ୍ତି ବିଜେପି ସାଂସଦ ବରୁର ଗାନ୍ଧୀ । ଭିଡିଓରେ ଚାଷୀମାନେ ରାସ୍ତାରେ ଚାଲିଚାଲି ଯାଉଥିବା ବେଳେ ହଠାତ୍‌ ଗୋଟିଏ କଳା ରଙ୍ଗର ଜିପ୍ ପଛପଟୁ ସେମାନଙ୍କ ଉପରେ ମାଡ଼ି ଆଗକୁ ଚାଲି ଯାଉଥିବା ଦେଖିବାକୁ ମିଳିଛି। ଗାଡ଼ି ଚାଲିଯିବା ପରେ ଲୋକମାନେ ଏଣେତେଣେ ରକ୍ତାକ୍ତ ଅବସ୍ଥାରେ ପଡ଼ିଛନ୍ତି। ପ୍ରଥମେ ଏହାକୁ କଂଗ୍ରେସ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ଟ୍ୱିଟ କରିଥିବା ବେଳେ ଏବେ ବିଜେପି ସାଂସଦ ବରୁଣ ଗାନ୍ଧୀ ମଧ୍ୟ ଏହାକୁ ସେୟାର କରିଛନ୍ତି । ଆଉ ଲେଖିଛନ୍ତି  ଜାଣିଶୁଣି କୃଷକଙ୍କ ଉପରକୁ  ଗାଡ଼ି ଚଢ଼ାଯାଉଛି । ଏଭଳି ଭିଡିଓ ଯେ କୌଣସି ବ୍ୟକ୍ତିକୁ ବ୍ୟତିଥ କରିବ । ପୁଲିସ୍‌ ତୁରନ୍ତ ଏହି ଭିଡିଓକୁ ତଦନ୍ତ ପରସରକୁ ନେଉ । ଏଥିସହ ଗାଡ଼ିର ମାଲିକ, ସେଥିରେ ବସିଥିବା ଲୋକ ଓ ଏହି ଘଟଣା ସହ ଜଡ଼ିତ ସମସ୍ତ ବ୍ୟକ୍ତିବିଶଷଙ୍କୁ ଚିହ୍ନଟ କରି ତୁରନ୍ତ ଗିରଫ କରୁ ବୋଲି ସେ ଟ୍ୱିଟରେ ଲେଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜନୀତିରେ ଜଳୁଛି ଲକ୍ଷ୍ମୀପୁର: ପ୍ରିୟଙ୍କା କହିଲେ, ବିନା ଅଭିଯୋଗରେ ମୋତେ ୨୮ ଘଣ୍ଟା ଅଟକ କାହିଁକି ?