spot_img
Home Blog Page 5114

ଭସାଇନେଲା ମହାନଦୀ: ମିଳିଲା କୁନି ଝିଅ ରୁକସାନାର ମୃତଦେହ

ସମ୍ବଲପୁର: ମହାନଦୀ ସୁଅରେ ପରିବାର ଭାସିଯିବା ଘଟଣା । ନିଖୋଜ ଝିଅ ରୁକସାନାର ମିଳିଛି ମୃତଦେହ । ଅଗ୍ନିଶମ ବାହୀନି ପକ୍ଷରୁ ପାୱାର ବୋଟ ଓ ଦେଶୀ ଡଙ୍ଗା ସାହାଯ୍ୟରେ ଖୋଜାଖୋଜି କରି ମୃତଦେହ ଉଦ୍ଧାର କରିଛନ୍ତି । ଗତକାଲି ଚେତାଶୂନ୍ୟ ଅବସ୍ଥାରେ ଉଦ୍ଧାର ବାପା-ପୁଅଙ୍କୁ କରାଯାଇଥିଲା ବେଳେ ମୃତ ଘୋଷଣା କରିଥିଲେ ଡାକ୍ତର ।

ପେନସନପଡ଼ାର ଏମଡି ଅଲତାଫ ନିଜ ପୁଅ ଅଫତାବ ଓ ଝିଅ ରୁକସାନା ସହ ଦଳେଇପଡ଼ା ଘାଟରେ ଗାଧୋଉଥିବା ବେଳେ ସମସ୍ତେ ଭାସି ଯାଇଥିଲେ । ଦୀର୍ଘ ସମୟ ଖୋଜାଖୋଜି ପରେ ଚେତାଶୂନ୍ୟ ଅବସ୍ଥାରେ ବାପା-ପୁଅକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ ।

କିନ୍ତୁ ଗତକାଲି ଠାରୁ କୁନି ଝିଅ ରୁକସାନା ନିଖୋଜ ରହିଥିବା ବେଳେ ଓଡ୍ରାଫ ଟିମ ସର୍ଚ୍ଚ ଅପରେସନ ଚଳାଇଥିଲା  । ସେପଟେ ଆଜି ସକାଳୁ ମଧ୍ୟ ସ୍କୁଭା ଟିମ ରୁକସାନାକୁ ଖୋଜିବାରେ ନିୟୋଜିତ ଥିଲେ  । ବହୁ ଖୋଜାଖୋଜି ପରେ ରୁକାସାନାଙ୍କ ମୃତଦେହ ମହାନଦୀରୁ ମିଳିଥିବା ସୂଚନା ମିଳିଛି  ।

ନୀଳାଦ୍ରି ଭକ୍ତ ନିବାସରୁ ଜିଲ୍ଲା ଟ୍ରେଜେରୀକୁ ଗଲା ୫ଶହ କେଜିର ରୂପା ଚାଦର

ପୁରୀ: ନୀଳାଦ୍ରି ଭକ୍ତ ନିବାସ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ସ୍ଥାନାନ୍ତର ହୋଇଛି ରୂପା । ଜିଲ୍ଲା ଟ୍ରେଜେରୀକୁ ପ୍ରାୟ ୫ଶହ କେଜିର ରୂପା ଚାଦର ସ୍ଥାନାନ୍ତର କରାଯାଇଛି । ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିର ପ୍ରଶାସନର ସୁରକ୍ଷା ପ୍ରଶାସକ, ଉନ୍ନୟନ ପ୍ରଶାସକ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସମେତ ପୋଲିସ ପ୍ରଶାସନ ପକ୍ଷରୁ ଟାଉନ ଥାନା ଅଧିକାରୀ ନିୟୋଜିତ ହୋଇଛନ୍ତି । ଏହାସହ 3ଜଣ ଏସଆଇ, ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

କଡା ସୁରକ୍ଷା ବଳୟରେ ରୂପା ସ୍ଥାନାନ୍ତର କରାଯାଇଛି । ଶ୍ରୀମନ୍ଦିର କଳାହାଟ ଦ୍ୱାରରେ ରୂପା ଛାଉଣୀ ପାଇଁ ଆସିଥିଲା ରୂପା । ଶ୍ରୀମନ୍ଦିରର ୮ଟି ଦ୍ବାର ରୂପା ଛାଉଣୀ କରାଯିବାକୁ ଥିବା ବେଳେ ସେଥିରୁ ଗତ ରଥ ଯାତ୍ରା ମଧ୍ୟରେ 7ଟି ଦ୍ବାରର କାର୍ଯ୍ୟ ସରିଛି । ଆସନ୍ତା ବର୍ଷ ଶ୍ରୀଗୁଣ୍ଡିଚା ଯାତ୍ରାରେ କଳାହାଟ ଦ୍ବାର କାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଛି । ଏଥିପାଇଁ ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମରୁ ରୁପା ଚାଦର ଗୁଡିକୁ ଜିଲ୍ଲା ଟ୍ରେଜେରି ବା କୋଷାଗାରରେ ରଖାଯିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି ।

୨୧୬ ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସଵ୍ ଇନ୍ସପେକ୍ଟର

ଭୁବନେଶ୍ୱର: ଏଣିକି ପୋଲିସ ଫାଣ୍ଡି ଦାୟିତ୍ୱରେ ରହିବେ ସବ- ଇନ୍ସପେକ୍ଟର । ଓଡ଼ିଶାରେ ୨୧୬ଟି ଫାଣ୍ଡି ଅଛି । ଏସବୁର ଦାୟିତ୍ୱରେ ଏଣିକି ସବ୍-‌ଇନ୍‌ସପେକ୍ଟରମାନେ ରହିବେ । ଏ ସମ୍ପର୍କୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ପୂର୍ବରୁ ସହକାରୀ ସବ୍‌- ଇନ୍ସପେକ୍ଟରମାନେ ଫାଣ୍ଡି ଦାୟିତ୍ୱରେ ରହୁଥିଲେ ।

କମିଶନରେଟ୍‌ ପୋଲିସଠାରୁ ଆରମ୍ଭ କରି ବିଭିନ୍ନ ଜିଲ୍ଲା ପୋଲିସ ଓ ରେଲୱେ ପୋଲିସ ଦ୍ବାରା ପରିଚାଳିତ ପୋଲିସ ଫାଣ୍ଡିରେ ସବ- ଇନସପେକ୍ଟର ମାନଙ୍କୁ ନିଯୁକ୍ତି ଦିଆଯିବ। ସବ୍-ଇନ୍ସପେକ୍ଟରମାନଙ୍କ ତାଲିମ ଓ ଅପରାଧ ଅନୁସନ୍ଧାନରେ ଦକ୍ଷତା ଫାଣ୍ଡିସ୍ତରରେ ଅପରାଧ ନିୟନ୍ତ୍ରଣରେ ବିଶେଷ ସହାୟକ ହେବ ବୋଲି ଆଶା କରାଯାଉଛି । ଏପରି ନିଷ୍ପତ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଡିଜିପି ।

NCB ଆଗରେ ଆର୍ୟନଙ୍କ ଖୁଲାସା, ବାପାଙ୍କୁ ଭେଟିବା ପାଇଁ ନେବାକୁ ପଡୁଥିଲା Appointment

ବଲିଉଡର କିଙ୍ଗ ଖାନ୍ ଶାହାରୁଖ ଦଶନ୍ଧି ଧରି ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିଆସୁଛନ୍ତି । ଏଥିପାଇଁ ଶାହାରୁଖ ତାଙ୍କ କାର୍ଯ୍ୟରେ ସବୁବେଳେ ବ୍ୟସ୍ତ ରୁହନ୍ତି । ଅଭିନୟ, ପ୍ରଡକ୍ସନ ବ୍ୟତୀତ, ଆହୁରି ଅନେକ କାର୍ଯ୍ୟ ଅଛି ଯେଉଁଥିରେ କିଙ୍ଗ ଖାନ ବ୍ୟସ୍ତ ରୁହନ୍ତି ।

ଆଜିକାଲି ଶାହାରୁଖ ଖାନ ଏକାସାଙ୍ଗରେ ୩ଟି ଫିଲ୍ମର ସୁଟିଂ କରୁଛନ୍ତି । ଯେଉଁଥିପାଇଁ ତାଙ୍କ Work Schedule ବହୁତ ଟାଇଟ ରହିଛି  ପରିବାରକୁ ମଧ୍ୟ ଖୁବ କମ ସମୟ ଦେଉଛନ୍ତି । ଏମିତିକି ପିଲାମାନେ ବାପା ଶାହରୁଖଙ୍କୁ ଭେଟିବା ପାଇଁ ମଧ୍ୟ appointment ନେଇଥାଆନ୍ତି । ଏହାର ଖୁଲାସା କରିଛନ୍ତି ଖୋଦ ଶାହରୁଖଙ୍କ ପୁଅ ଆର୍ଯନ ।

ଆର୍ୟନ କହିଛନ୍ତି କେତେ ବ୍ୟସ୍ତ ରୁହନ୍ତି ବାପା ଶାହରୁଖ-

ପଚରାଉଚୁରାରେ ତାଙ୍କ ପିତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟ ବିଷୟରେ ଆର୍ଯ୍ୟନ ଏନସିବିକୁ ସୂଚନା ଦେଇଛନ୍ତି । ସୂଚନାନୁସାରେ, ଆର୍ଯ୍ୟନ୍ ଖାନ୍ ଏନସିବିକୁ କହିଥିଲେ ଯେ ତାଙ୍କ ବାପା ଏବେ ଏକା ସଙ୍ଗରେ ତିନ ତିନୋଟି ପ୍ରୋଜେକ୍ଟରେ କାମ କରୁଛନ୍ତି । ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ପଠାନ ପାଇଁ ବହୁତ କଠିନ ପରିଶ୍ରମ କରୁଛନ୍ତି । ପଠାନରେ ତାଙ୍କର ଭୂମିକା ପାଇଁ ଶାହାରୁଖ ଖାନଙ୍କୁ ଅନେକ ଘଣ୍ଟା ମେକ୍ ଅପରେ ରହିବାକୁ ପଡୁଛି ।

ଆର୍ଯ୍ୟନ୍ ଖାନ୍ କହିଛନ୍ତି ଯେ ମୋ ବାପା ଏତେ ବ୍ୟସ୍ତ ରୁହନ୍ତି ଯେ ତାଙ୍କୁ ଲଫେଟିବା ପାଇଁ ପ୍ରଥମେ ତାଙ୍କ ମ୍ୟାନେଜର ପୂଜାଙ୍କ ପାଖରୁ Appointment ନେବାକୁ ପଡେ । ତାପରେ ଯାଇ ବାପାଙ୍କ ସହ ସାକ୍ଷାତ ହୋଇପାରେ ।

ସୂଚନା ଅନୁଯାୟୀ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇରୁ ଗୋଆକୁ ଯାଉଥିବା ଏହି କ୍ରୁଜରେ ଏନସିବି ବିପୁଳ ପରିମାଣର drugs ଜବତ ହୋଇଛି । ଏନସିବି ଡ୍ରଗ୍ସ ମାମଲାରେ ୧୧ ଜଣଙ୍କୁ ଗିରଫ କରିସାରିଲାଣି ।

ସରକାରଙ୍କ ଆଉ ଏକ କାର୍ଯ୍ୟାନୁଷ୍ଠାନ, ୪ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଧାରଣ ଜୀବନରେ କ୍ଷେତ୍ରରେ ଉଚ୍ଚ ନୈତିକତା ଓ ସାଧୁତା ବଜାୟ ରଖିବା ଉପରେ ସବୁବେଳେ ଗୁରୁତ୍ବ ଦେଇଆସିଛନ୍ତି। ଅପାରଗ ତଥା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୁଦ୍ଧରେ ସବୁବେଳେ ଶୂନ୍ୟ ସହିଷ୍ଣୁତା ଆଭିମୁଖ୍ୟ ଉପରେ ଜୋର ଦେଇଆସିଛନ୍ତି । ଜନସାଧାରଣଙ୍କୁ ସ୍ୱଚ୍ଛ, ଦକ୍ଷ ଏବଂ ଉତ୍ତରଦାୟୀ ପ୍ରଶାସନ ମାଧ୍ୟମରେ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିରନ୍ତର ପ୍ରଚେଷ୍ଟା ଜାରି ରଖିଛନ୍ତି।

ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ରାଜ୍ୟର ୪ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ଏଥିରେ ଦୁଇ ଜଣ ଓଡିଶା ପ୍ରଶାସନିକ ଅଧିକାରୀ ରହିଥିବା ବେଳେ, ଜଣେ ଜିଲ୍ଲା ସବ୍‌ ରେଜିଷ୍ଟ୍ରାର ଓ ଜଣେ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ରହିଛନ୍ତି । ଏ ସମସ୍ତଙ୍କ ନାମରେ ଦୁର୍ନୀତି ଅଭିଯୋଗ ରହିଛି । ଏହି ୪ ଜଣଙ୍କ ମଧ୍ୟରୁ ଅନୁଗୁଳର ଡେପୁଟି କଲେକ୍ଟର ଜାନକୀନାଥ ମିଶ୍ରଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲା ରହିଥିବା ବେଳେ, ୯ଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। ଦୁର୍ନୀତିଗ୍ରସ୍ତ ହେବା ସହିତ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରମାଣିତ ହୋଇଛି। ଏଥିପାଇଁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସେହିପରି ଗଜପତି ଜିଲ୍ଲାର ନୂଆଗଡ ତହସିଲଦାର  ଆକୁଳ ମଲ୍ଲିକଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଥିବା ବେଳେ ତାଙ୍କ ବିରୋଧରେ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ କରାଯାଇଛି। କାର୍ଯ୍ୟ କ୍ଷେତ୍ରରେ ଅପାରଗ ଥିବା ସହିତ ସେ ସରକାରୀ ପାଣ୍ଠି ଆତ୍ମସାତ କରିଥିଲେ। ଏହି କାରଣରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଢେଙ୍କାନାଳର ଜିଲ୍ଲା ସବ୍‌ ରେଜିଷ୍ଟ୍ରାର  ଲଲାଟେନ୍ଦୁ ଶତପଥୀଙ୍କ ବିରୋଧରେ ଦୁଇଟି ଦୁର୍ନୀତି ମାମଲ ରହିଛି । ତା ସହିତ ଦୁଇଟି ବିଭାଗୀୟ ପ୍ରୋସିଡିଙ୍ଗ୍‌ସ ମଧ୍ୟ ରହିଛି । ତାଙ୍କର ସାଧୁତା ସନ୍ଦେହଜନକ ରହିଥିଲା ଏବଂ କାର୍ଯ୍ୟ କ୍ଷେତ୍ରରେ ତାଙ୍କର ଅପାରଗତା ପ୍ରତିପାଦିତ ହୋଇଥିବାରୁ, ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ପରିଶେଷରେ ନୂଆପଡାର ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀସଂପଦ ଅଧିକାରୀ ଡଃ ତ୍ରିଲୋଚନ ଧଳଙ୍କ ନାମରେ ଗୋଟିଏ ଦୁର୍ନୀତି ମାମଲା ରହିଛି । ତାଙ୍କ ନିକଟରେ ବହୁ ପରିମାଣରେ ହିସାବ ବହିର୍ଭୁତ ଟଙ୍କା ମିଳିଥିଲା ଏବଂ ସେଥିପାଇଁ ତାଙ୍କ ବିରୋଧରେ ଦୁର୍ନୀତି ମାମଲା କରାଯାଇଥିଲା । ଅସାଧୁତା ଓ ଅପାରଗତା କାରଣ ଯୋଗୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଉପରୋକ୍ତ ୪ ଜଣ ଅଧିକାରୀଙ୍କ ସମେତ ଏପର୍ଯ୍ୟନ୍ତ ୧୨୨ ଜଣଙ୍କୁ ଦୁର୍ନୀତି ଓ ଅପାରଗତା ଅଭିଯୋଗରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଛନ୍ତି।

ଆଜିଠୁ MLA ରୁଦ୍ର, ବିଧାୟକ ଭାବେ ନେଲେ ଶପଥ

ଭୁବନେଶ୍ୱର: ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ । ଆଜି ବିଧାନସଭାରେ ବାଚସ୍ପତି  ସୂର୍ଯ୍ୟ ନାରାୟଣ ପାତ୍ର ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ପ୍ରତାପ ମହାରଥୀଙ୍କୁ ଶପଥ ପାଠ କରାଇଛନ୍ତି । ରୁଦ୍ର ମହାରଥୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ବାଚସ୍ପତି । ପିପିଲିର ନବ ନିର୍ବାଚିତ ବିଧାୟକ ରୁଦ୍ର ମହାରଥୀ ।

ପିପିଲି ଉପନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ହୋଇଥିବା ରୁଦ୍ର ମହାରଥୀ ୨୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ  । ବିଜୟୀ ପରେ ଆଜି ବିଧାୟକ ଭାବେ ଶପଥ ନେଇଛନ୍ତି ରୁଦ୍ର ମହାରଥୀ ।

EDରେ ହାଜର ଅଭୟ ପାଠକ, ଟଙ୍କା ଟ୍ରାଞ୍ଜାକ୍ସନ ନେଇ ଚାଲିଛି ପଚରା ଉଚରା

ଭୁବନେଶ୍ୱର: ଟାଟା ନାଁରେ ଫେକ୍ ନିଯୁକ୍ତି ମାମଲା । ଇଡିରେ ହାଜର ହେଲେ ପୂର୍ବତନ ଆଇଏଫଏସ ଅଭୟ ପାଠକ । ନିଯୁକ୍ତି, ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ନେଇ ଅଭୟଙ୍କୁ ସମନ କରିଥିଲା ଇଡି । ସମନ ମୁତାବକ ଇଡି ଭୁବନେଶ୍ୱର ଅଫିସରେ ହାଜର ହୋଇଛନ୍ତି ଅଭୟ ପାଠକ । ହାଜର ହେବା ପରେ ତାଙ୍କୁ ପଚରାଉଚରା କରୁଛି ଇଡି । ବେଆଇନ ଆର୍ଥିକ କାରବାର ନେଇ ପଚରାଉଚରା କରାଯାଉଛି । ପୁଅ ଆକାଶ ପାଠକ ଆକାଉଣ୍ଟରୁ ବାପା ଅଭୟକାନ୍ତ ପାଠକଙ୍କ ଆକାଉଣ୍ଟକୁ ୮କୋଟି ଟଙ୍କା ଆସିଥିଲା ।

ତେବେ ଏ ଟଙ୍କା ଟ୍ରାନାଜାକ୍ସନ ସହ କେଉଁଠୁ ଆସିଥିଲା, ସେ ବାବଦରେ ପଚରାଉଚରା କରୁଛି ଇଡି । ପାଠକଙ୍କ ଟଙ୍କା ଆଉ କେଉଁଠି ବିନିଯୋଗ ହୋଇଛି ସେନେଇ ତନାଘନା କରୁଛି ଇଡି । ଫେକ ନିଯୁକ୍ତ ମାମଲାରେ ଇଡି ଏଯାଏଁ ୧୫ ଜଣଙ୍କୁ ଜେରା କରିଛି । ସେପେଟେ ଏ ଲିଙ୍କରେ ଗୋପାଳପୁରର ପୂର୍ବତନ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅକୁ ଇଡି ସାମ୍ନା କରିଛି । କୌଣସି ସମସ୍ୟା କାରଣରୁ ହାଜର ହୋଇନାହନ୍ତି ବାପ ଓ ଝିଅ ।

ତେବେ ପୁଣିଥରେ ହାଜର ହେବା ପାଇଁ ଇଡି ସମନ କରିଛି । ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟରୁ ଭାବି ଜ୍ବାଇଁ ଆକାଶ ପାଠକଙ୍କ ଆକାଣ୍ଟକୁ ଟଙ୍କା ଆସିଥିଲା ଏ ବାବଦରେ ପ୍ରଦୀପ ପାଣିଗ୍ରାହୀଙ୍କ ଠାରୁ ତଥ୍ୟ ଜାଣିବାକୁ ଚାହୁଁଛି ଇଡି । ଗତବର୍ଷ ନଭେମ୍ବର ୨୭ତାରିଖରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଉଭୟ ଓ ବାପ ପୁଅଙ୍କୁ ଗିରଫ କରାଯାଇଥିଲା । ଓଡ଼ିଶା ବିହାର ମୁମ୍ବାଇ ସମେତ ୧୨ଟି ଜାଗାରେ ଯାଞ୍ଚ କରାଯାଇଥିଲା ।

ଶକ୍ତିପୀଠରେ ମାଆଙ୍କ ଷୋଡଶ ଉପଚାର, ଆସନ୍ତାକାଲି ଖଡି ଲାଗି

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜା ପାଇଁ ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଚାଲିଛି ମାଆଙ୍କ ଷୋଡଶ ଉପଚାର ପୂଜା । ଏହି କ୍ରମରେ କଟକର ଆରାଧ୍ୟଦେବୀ ମାଆ କଟକ ଚଣ୍ଡୀଙ୍କର ଆଜି ଜୟଦୁର୍ଗା ବେଶ ଅନୁଷ୍ଠିତ ହେବ । ମାଆଙ୍କ ବେଶ ଦେଖିବା ପାଇଁ ଭକ୍ତଙ୍କ ଭିଡକୁ ନଜରରେ ରଖି ମନ୍ଦିର ପ୍ରଶାସନ ଓ ପୋଲିସ ବ୍ୟାପକ ବ୍ୟବସ୍ଥା କକରାଯାଇଛି । ମନ୍ଦିର ପରିସରରେ ବିଭିନ୍ନ କଟକଣା ଜାରି କରାଯାଇଛି । କୋଭିଡ କଟକଣାରେ ମାଆଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ହୋଇଛି । ଅନ୍ୟପଟେ ଆସନ୍ତାକାଲିଠୁ ନବରାତ୍ରୀ ପୂଜା ଆରମ୍ଭ ହେବ ।

ପାଖେଇଲାଣି ଦଶହରା । ଜୋରସୋରରେ ଚାଲିଛି ପୂଜା ପ୍ରସ୍ତୁତି । ଆସନ୍ତାକାଲି ମୂର୍ତ୍ତିରେ ଲାଗିବ ଖଡି । କଟକଣା ସହ ପାଳନ ହେବ ଦଶହରା । ଏଥିପାଇଁ ଜାରି ହୋଇଛି ଗାଇଡଲାଇନ୍‌ । କରୋନା ପାଇଁ ଚଲିତବର୍ଷ ମଧ୍ୟ ଫିକା ଲାଗିବ ଦଶହରା । ଭୁବନେଶ୍ୱରରେ ୧୮ଟି ମୁଖ୍ୟ ପୂଜା ମଣ୍ଡପ ସମେତ ଚଳିତ ବର୍ଷ ମୋଟ ୧୦୦ରୁ ଅଧିକ ପୂଜା ଆୟୋଜନ ହେଉଛି । ଆୟୋଜକଙ୍କୁ ନେଇ ପ୍ରଶାସନର ବୈଠକ ଶେଷ ହୋଇଛି । ଭକ୍ତଙ୍କ ପାଇଁ ଅନଲାଇନ୍‌ରେ ଦର୍ଶନ ସହିତ ପ୍ରସାଦ ଯୋଗାଇବା ବ୍ୟବସ୍ଥା କରାଯାଇଛି ।

ସାମାନ୍ୟ କଳହରୁ ସାଙ୍ଘାତିକ କାଣ୍ଡ: ଶ୍ୱଶୁର ଘରକୁ ଜ୍ୱାଇଁର ବୋମାମାଡ଼

କଟକ: ସ୍ୱାମୀ-ସ୍ତ୍ରୀ କଳହକୁ ନେଇ ଶ୍ବଶୂର ଘରେ ଜ୍ବାଇଁର ବୋମାମାଡ଼ । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ନୂଖାପଡା ଗ୍ରାମର ଏ ଘଟଣା । ଗତକାଲି ରାତିରେ ଲେମ୍ବୋ ଗାଁର ସଞ୍ଜୟ ବେହେରା ଶ୍ବଶୂର ଘରେ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି । ବୋମାମାଡ଼ରେ ଶ୍ୱଶୂର ବୈକୁଣ୍ଠ ବେହେରା ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ, ସ୍ତ୍ରୀ ରାଣୀ ବେହେରା ସାମାନ୍ୟ ଆହତ ହୋଇଛନ୍ତି । ଖବର ଅନୁଯାୟୀ ୧୫ ବର୍ଷ ତଳେ ସଞ୍ଜୟଙ୍କ ସହ ବୈକୁଣ୍ଠଙ୍କ ଝିଅ ଯଶସ୍ୱୀନୀଙ୍କର ବିବାହ ହୋଇଥିଲା ।

ବିବାହର ୫ ବର୍ଷ ପରେ ମନୋମାଳିନ୍ୟ ଯୋଗୁଁ ବାପଘରେ ରହିଆସୁଥିଲେ ଯଶସ୍ୱନୀ । ବିବାହ ବିଚ୍ଛେଦ ମାମଲା କୋର୍ଟରେ ଚାଲିଥିବା ବେଳେ, ସ୍ତ୍ରୀକୁ ନେବାକୁ ଅଡି ବସିଥିଲେ ସଞ୍ଜୟ । ହେଲେ ସ୍ତ୍ରୀକୁ ଆଣିବାକୁ ଯାଇଥିବା ସଂଜୟ ଯଶସ୍ୱୀନୀକୁ ପାଇନଥିଲେ  । ପରେ ଉତକ୍ଷିପ୍ତ ହୋଇ ଜ୍ୱାଇଁ ଶ୍ୱଶୁର ଘର ଉପରକୁ ବୋମାମାଡ଼ କରିଥିବା ଜଣାପଡିଛି । ସେପଟେ ଏନେଇ ଥାନାରେ ଅଭିଯୋଗ ଆଣିଛନ୍ତି ଶ୍ୱଶୂର ଘର ଲୋକ ।

୬ ଘଣ୍ଟା ଅକାମୀ ଫେସବୁକ୍, ଜୁକରବର୍ଗ ହରାଇଲେ ୭ ବିଲିୟନ ଡଲାର

ନନ୍ଦିଘୋଷ ବ୍ୟୁରୋ: ୬ ଘଣ୍ଟାର ସେବା ବନ୍ଦ ହୋଇଯିବା ଫଳରେ ଫେସବୁକ ହରାଇଛି ୭ ବିଲିୟନ ଡଲାର । ଏକ ବଡ଼ ଧରଣ ବ୍ଲାକଆଉଟ ପୂର୍ବରୁ କେବେ ଘଟି ନଥିଲା । ଗତକାଲି ଅପରାହ୍ନ ୪ଟାରୁ ସାଇଟ ଅକାମୀ ହୋଇଥିବା ପରିଲକ୍ଷିତ ହୋଇଥିଲା । ତେବେ ୫ଟା ୪୫ରୁ ଆଂଶିକ ଭାବେ ସେବା ପ୍ରଦାନ କରାଯାଇଥିଲା । ସେବା ଅଚଳ ନେଇ ପ୍ରାୟ ୨୦ ହଜାର ୟୁଜର ଅଭିଯୋଗ କରିଥିଲେ । ସେପଟେ ଏହି ବ୍ଲାକଆଉଟ ଲାଗି ଫେସବୁକ ଚିଫ୍ ଟେକ୍ନୋଲୋଜି ଅଫିସର ମାଇକ୍ ସ୍କ୍ରୋଇଫର ଦୁଃଖ ପ୍ରକାଶ କରିଛନ୍ତି । ୧୦୦ ପ୍ରତିଶତ ସେବା ଖୁବଶୀଘ୍ର ଯୋଗାଇଦିଆଯିବ ବୋଲି ସେ କହିଛନ୍ତି ।

ଫେସବୁକର ସେୟାର ମଧ୍ୟରୁ ୨୦୦ କୋଟି ଦୈନିକ ସକ୍ରିୟ ୟୁଜରଙ୍କ ସଂଖ୍ୟା ଗତକାଲି ୪.୯ ପ୍ରତିଶତ ହ୍ରାସ ପାଇଥିଲା । ଆଭ୍ୟନ୍ତରୀଣ ତ୍ରୁଟି ଯୋଗୁ ଏହି ବ୍ଲାକ ଆଉଟ ହୋଇଥିଲା ବୋଲି ନିରାପତ୍ତା ବିଶେଷଜ୍ଞମାନେ କହିଛନ୍ତି । ସେପଟେ ଏହି ଘଟଣାରେ ଫେସବୁକ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ମାର୍କ ଜୁକରବର୍ଗ କେଇ ଘଣ୍ଟାରେ ହରାଇଛନ୍ତି ୭ ବିଲିୟନ ଡଲାର । ଫେସବୁକର ଷ୍ଟକ ୪.୯ ପ୍ରତିଶତ ହ୍ରାସ ପାଇବା ଯୋଗୁ ଏହି ଘାଟା ସୃଷ୍ଟି ହୋଇଥିଲା । ଅସହିଷ୍ଣୁତା ମୂଳକ ତଥ୍ୟ ଓ ତ୍ରୁଟିଯୁକ୍ତ ସୂଚନା ପ୍ରସାରଣ ଅଭିଯୋଗ କରି କମ୍ପାନୀ ପକ୍ଷରୁ ଅଧିକରୁ ଅଧିକ ଆକାଉଣ୍ଟ ଉପରେ କଟକଣା ଜାରି କରି କମ୍ପାନୀ ଅଧିକ ଲାଭ ପାଉଛି ବୋଲି ଓ୍ବେବସାଇଟ ମନିଟରିଂ ଗ୍ରୁପ ଡାଉନ ଡିଟେକ୍ଟର ଅଭିଯୋଗ କରିଥିଲା ।

ପ୍ରାୟ ରାତି ୯ଟା ପରେ ଫେସବୁକ, ଇନଷ୍ଟାଗ୍ରାମ ଓ ହ୍ବାଟସଆପ୍ ଅକାମୀ ହୋଇଯାଇଥିଲା । ଏହି ତିନୋଟି ସୋସିଆଲ ସାଇଟ କାମ ନକିରବା ଫଳରେ କୋଟି କୋଟି ୟୁଜର ପ୍ରଭାବିତ ହୋଇଥିଲେ  । ସେପଟେ ଯେଉଁ  ୬ ଘଣ୍ଟା ପାଇଁ ଫେସବୁକ ବନ୍ଧ ହୋଇଯାଇଥିଲା, ସେଥିଲାଗି ବିଲିୟନ ଡଲାର ହରାଇଛି କମ୍ପାନୀ  । ଏତେବଡ଼ କ୍ଷତି ଏବଂ ତ୍ରୁଟି ପୂର୍ବରୁ କେବେ ଘଟିନଥିଲା  । ଫେସବୁକ ଯୋଗାଇ ଆସୁଥିବା ନିରବିଛିନ୍ନ ସେବା ବ୍ୟାଘାତ ହେବା  ଆମ ପାଇଁ ଦୁଖଃଦ ଘଟଣା  । ଏଥିପାଇଁ ୟୁଜରଙ୍କ ନିଟରେ କ୍ଷମାପ୍ରାର୍ଥୀ ବୋଲି କହିଛନ୍ତି ମାର୍କ ଜୁକରବର୍ଗ  ।