spot_img
Home Blog Page 5125

ଦେଶରେ ବଢୁଛି ଶିଶୁ ନିର୍ଯାତନା,କୋଭିଡ ସଙ୍କଟ କାଳରେ ବାଦ୍ ପଡିନାହାନ୍ତି ଶିଶୁ

 ଦିନକୁ ଦିନ ଦେଶରେ ଶିଶୁଙ୍କ ପ୍ରତି ନିର୍ଯାତନା ବଢିବାକୁ ଲାଗୁଛି। ଏମିତିକି କୋଭିଡ ସଙ୍କଟ କାଳରେ ବି ବାଦ୍ ପଡିନାହାନ୍ତି ଶିଶୁ । ଗତବର୍ଷ ଶିଶୁଙ୍କ ବିରୋଧରେ ଦୈନିକ ୩୫୦ ଟି ଅପରାଧ ଘଟଣା ଘଟିଥିଲା । ଏହି ସମୟକାଳ ମଧ୍ୟରେ ମୋଟ ୧ ଲକ୍ଷ, ୨୮ହଜାର ୫୩୧ ଟି ଅପରାଧ ପଞ୍ଜିକୃତ ହୋଇଥିଲା । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ବା ଏନସିଆରବିର ତଥ୍ୟ ଆଧାରରେ ଏକ ବେସରକାରୀ ସଂଗଠନ ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ଚାଇଲଡ ରାଇଟ୍ସ ଆଣ୍ଡ ୟୁ ବା କ୍ରାଏ ସଂସ୍ଥା ପକ୍ଷରୁ କୁହାଯାଇଛି ୨୦୧୯ ରେ ଦେଶରେ ଶିଶୁଙ୍କ ବିରୋଧରେ ଅପରାଧ ସଂଖ୍ୟା ହୋଇଥିଲା ୧ ଲକ୍ଷ ୪୮ ହଜାର ୧୮୫। ଏହା ଅର୍ଥ ପ୍ରତିଦିନ ୪୦୦ଟି ଅପରାଧ ଶିଶୁଙ୍କ ବିରୋଧରେ ସଂଗଠିତ ହୋଇଥିଲା । ବାଲ୍ୟ ବିବାହ ସଂଖ୍ୟା ୫୦ ପ୍ରତିଶତ ବଢିଥିବାବେଳେ ଅନଲାଇନରେ ସେମାନଙ୍କ ବିରୋଧରେ ଅପରାଧ ଘଟଣା ୪୦୦ ପ୍ରତିଶତ ବଢିଥିଲା ।

ଗତ ଦଶନ୍ଧି ତଥା ୨୦୧୦ରୁ ୨୦୨୦ ବର୍ଷରେ ଶିଶୁଙ୍କ ବିରୋଧରେ ଅପରାଧ ସଂଖ୍ୟା ୩୮୧ ପ୍ରତିଶତ ବଢିଥିଲା ଯାହାକି ଅତ୍ୟନ୍ତ ଚିନ୍ତାଜନକ । କେବଳ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ବିହାରରେ ଯେତେ ସଂଖ୍ୟକ ଅପରାଧ ଘଟିଥିଲା ତାହା ଜାତୀୟ ହାରର ୫୦ ପ୍ରତିଶତ । ଦେଶରେ ଶିଶୁଙ୍କ ଅଧିକାର ସୁରକ୍ଷା କ୍ଷେତ୍ରରେ ଏହା ଏକ ବିଫଳ ପ୍ରକ୍ରିୟା ବୋଲି କହିଛନ୍ତି କ୍ରାଏର ନୀତି ଗବେଷଣା ନିର୍ଦ୍ଦେଶିକା ପ୍ରୀତି ମହାରା । କୋଭିଡ କାଳରେ ସ୍କୁଲ ବନ୍ଦ, ପାରିବାରିକ ଆର୍ଥିକ ଦୁରବସ୍ଥା, ଖାଦ୍ୟ ନିରାପତ୍ତା ସଂକଟ ଆଦି କାରଣରୁ ଶିଶୁଙ୍କ ବିରୋଧରେ ଅପରାଧ ବଢିଥିଲା । ଏହା ସହ ଶିଶୁଶ୍ରମିକ ସଂଖ୍ୟା, ବାଲ୍ୟ ବିବାହ ଓ ଲିଙ୍ଗଭିତ୍ତିକ ଅପରାଧ ସଂଖ୍ୟା ବଢିଥିଲା ବୋଲି ସେ କହିଛନ୍ତି । ଆଇନ ଉଲ୍ଲଂଘନ କରି ୨୦୧୯ରେ ଦେଶରେ ୫୨୫ଟି ବାଲ୍ୟ ବିବାହ ଘଟଣା ଘଟିଥିବାବେଳେ ୨୦୨୦ରେ ୭୮୫ଟି ବାଲ୍ୟ ବିବାହ ଘଟଣା ଘଟିଥିଲା । ବିଶେଷ କରି ଦୁର୍ବଳ ବର୍ଗର ପିଲାମାନେ ଏହି ଅପରାଧର ଅଧିକ ଶିକାର ହୋଇଥିଲେ ।

ମିଛ ଡ଼ାଇରେକ୍ଟର, ସତ ଠକେଇ: ମଡ଼େଲିଂ କରିବାକୁ କହି ନେଇଗଲେ ଲକ୍ଷାଧିକ ଟଙ୍କା

ଭୁବନେଶ୍ୱର: ମଡେଲିଂ କରିବାକୁ ଡାକିଲେ  । ବଡ଼ ଡାଇରେକ୍ଟର ବୋଲି ମଧ୍ୟ ପରିଚୟ ଦେଲେ  । ଏମିତିକି ବଲିଉଡରେ ସେ କାମ କରିଥିବା ପ୍ରଲୋଭନ ଦେଖାଇଲେ  । ବଡ଼ ପୋଷ୍ଟରରେ ନିଜ ଫଟୋ ଛାପିବାର ମୋହରେ ପଡିଗଲେ ଯୁବତୀ  । ଆଉ ଏହାପରେ ଲକ୍ଷାଧିକ ଟଙ୍କା ଠକିନେଇ ଫେରାର ହୋଇଗଲେ ଜଣେ ଯୁବକ  । ଏମିତି କିଛି ଘଟଣା ଘଟିଛି ରାଜଧାନୀ ଭୁବନେଶ୍ୱରରେ  ।

ଜଣେ ଯୁବକ ନିଜକୁ ବଲିଉଡର ଡାଇରେକ୍ଟର ପରିଚୟ ଦେଇ ଠକିନେଲେ ଲକ୍ଷାଧିକ ଟଙ୍କା  । ଯୁବତୀଙ୍କୁ ମଡ଼େଲିଂ କରିବାର ପ୍ରଲୋଭନ ଦେଖାଇ ଚୂନ ଲଗାଇଛନ୍ତି  । ନିଜର ଗୋଟିଏ ୱେବ ଚ୍ୟାନେଲ ଥିବା ସହ ସେ ଅନେକ ଫିଲ୍ମରେ ଡାଇରେକ୍ଟର ଥିବାର ପରିଚୟ ଦେଇଥିଲେ  । ଆଡ଼ ସୁଟ କରିବାର ଆଶା ଦେଖାଇ ୧୦ ଜଣ ଯୁବତୀ ଓ ୮ ଜଣ ଯୁବକଙ୍କ ଠାରୁ ୮୦ ହଜାରରୁ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଠକି ନେଇଥିବା ଅଭିଯୋଗ ହୋଇଛି  ।

ଏନେଇ ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ଅଭିଯୋଗ କରିଛନ୍ତି ଏହି ଯୁବକ, ଯୁବତୀ  । ଉକ୍ତ ଠାକ ଡାଇରେକ୍ଟରକୁ ଧରିବା ସହ ଠକି ନେଇଥିବା ଟଙ୍କା ଫେରି ପାଇବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି  । ତେବେ ପୋଲିସ ଏହି ଘଟଣାରେ କଣ ପଦକ୍ଷେପ ନେଉଛି  । ଏହି ଘଟଣାକୁ କେତେଦୂର ଗୁରୁତ୍ୱର ସହ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନେଉଛି, ତାହା  ପରବର୍ତ୍ତୀ ସମୟରେ ଜଣା ପଡ଼ିବ  ।

କରୋନାକୁ ମାତ୍ ଦେବା ପାଇଁ ମାର୍କେଟକୁ ଆସୁଛି ୨୦ରୁ ଅଧିକ ଔଷଧ,କେବଳ ମଞ୍ଜୁରୀ ପାଇଁ ଅପେକ୍ଷା..

ପ୍ରାୟ ଦୁଇ ବର୍ଷ ପୂର୍ବେ ଚାଇନାରେ କୋରାନା ଜୀବାଣୁ (କୋଭିଡ -୧୯) ଚିହ୍ନଟ ହୋଇଥିଲା, କିନ୍ତୁ ସେବେଠାରୁ ଏହି ବିପଦଜନକ ଜୀବାଣୁକୁ ମାରିବା ପାଇଁ କୈାଣସୀ ପ୍ରଭାବଶାଳୀ ଔଷଧ ପ୍ରକାଶ କରାଯାଇ ନାହିଁ। କେଉଁ ଔଷଧରେ ଭଲ ହେବେ କରୋନା ରୋଗୀ,ତାର ଚାଲିଛି ଗବେଷଣା..କରୋନା ସଂକ୍ରମିତ ରୋଗୀଙ୍କୁ ଏହି ଭୟଙ୍କର ଜୀବାଣୁ ସହ ଲଢିବା ପାଇଁ ବର୍ତ୍ତମାନ ଟୀକା ନେବା ଜରୁରୀ ହୋଇପଡିଛି | ତେବେ,ବର୍ତ୍ତମାନ ଏକ ଖୁସି ଖବର ମଧ୍ୟ ସାମ୍ନାକୁ ଆସିଛି.. କରୋନା ସହିତ ଲଢିବା ପାଇଁ  ଆସୁଛି ଔଷଧ | ବର୍ତ୍ତମାନ ଭାରତରେ ପ୍ରାୟ ୨୦ଟି କରୋନା ମେଡିସିନ ଉପରେ ଚାଲିଛି ପରୀକ୍ଷା । ଏଥିମଧ୍ୟରୁ କିଛି ଶୀଘ୍ର ଗ୍ରୀନ ସିଗନାଲ୍ ପାଇପାରନ୍ତି ବୋଲି ଆଶା କରାଯାଉଛି |

ବର୍ତ୍ତମାନ ସଂକ୍ରମଣ ହ୍ରାସ ପାଉଥିବାରୁ ବୋଧହୁଏ କରୋନା ଔଷଧର ଚାହିଦା ବର୍ତ୍ତମାନ ଟିକେ କମ୍ ହେବ, କିନ୍ତୁ ବିଶେଷଜ୍ଞମାନେ ମାନ୍ୟତା ଅନୁସାରେ ଆଗାମୀ ଦିନରେ ଏହି ଔଷଧ କରୋନାକୁ ମୂଳରୁ ହିଁ ଶେଷ କରିବ. ତାସହ ଏହିଭଳି ଲୋକଙ୍କ ପାଇଁ ଏହା ରାମବାଣ ସଦୃଶ କାମ ଦେବ ଯେଉଁମାନଙ୍କ ଭିତରେ ଖୁବ୍ କମ୍ ଇମ୍ୟୁନିଟି ରହିଛି| ସ୍ୱାସ୍ଥ୍ୟ ବିଶେଷଜ୍ଞ କହିବାନୁସାରେ, ଭାରତରେ କରୋନା ଭାଇରସ ବିରୋଧରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ଏହିସବୁ ଔଷଧ | ସେମାନଙ୍କ ଅନୁସାରେ କରୋନା ଟିକା କେବଳ ଲୋକଙ୍କୁ ପ୍ରତିରୋଧକ ଶକ୍ତି ଦେବ, କିନ୍ତୁ ଏହି ଜୀବାଣୁକୁ ସଂମ୍ପୂର୍ଣ୍ଣ ହଟାଇପାରିବ ନାହିଁ। ଏପରି ପରିସ୍ଥିତିରେ କରୋନା ଔଷଧ ବହୁତ ହିଁ ଲାଭଦାୟକ ହେବ |

ଟିକା ଥାଉ ଥାଉ ଔଷଧର ଆବଶ୍ୟକ କାହିଁକି ?-

ବିଶେଷଜ୍ଞମାନେ କହୁଛନ୍ତି ଯେ ଟିକା ନେବା ପରେ ବି କିଛି ଲୋକଙ୍କ ଭିତରେ ଇମ୍ୟୁନିଟି ପ୍ରତିକ୍ରିୟା ସୃଷ୍ଟି ହେଉନାହିଁ । ୧୦୦% ଜନସଂଖ୍ୟାକୁ ଟୀକା ଦେବା ଏବେ ବି ଅସମ୍ଭବ ଲାଗୁଛି ଏବଂ ଏପରି ପରିସ୍ଥିତିରେ କରୋନା ଭୂତାଣୁ ପାଇଁ ଔଷଧ ଖୋଜିବା ହିଁ ବୁଦ୍ଧିମାନର କାମ |

କେଉଁ କେଉଁ ଔଷଧର ପରୀକ୍ଷା ଚାଲିଛି?-

-ମଲୁନୁପିରବିର: ଆମେରିକାର ଜଣେ ଦିଗ୍ଗଜ ଫାର୍ମାଷିଷ୍ଟ ରିଜବ୍ୟାକ୍ ବାୟୋଥେରାପିଟିକ୍ସର ଓରାଲ୍ ଆଣ୍ଟିଭାଇରାଲ୍ ଔଷଧ ମଲୁନୁପିରବିର ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ବିପକ୍ଷରେ ଭଲ ପ୍ରଦର୍ଶନ ଦେଖାଉଛି । ଏହି ଔଷଧ ସେବନ କରୁଥିବା ୫୦% ଲୋକ ଡାକ୍ତରଖାନାରେ ଭର୍ତ୍ତି ହେବାର ଆବଶ୍ୟକତା ହିଁ  ପଡୁନାହିଁ। ଏହା ସହିତ ଏହି ଔଷଧର ବ୍ୟବହାର ଯୋଗୁଁ ମୃତ୍ୟୁ ହାରରେ ୫୦% ପର୍ଯ୍ୟନ୍ତ ହ୍ରାସ ମଧ୍ୟ ଦେଖିବାକୁ ମିଳିଛି | ଭାରତରେ ଏହି ଔଷଧର ଟ୍ରାଏଲ ସିପ୍ଲା, ଡକ୍ଟରରେଡ୍ଡୀ ଲାବୋରେଟୋରୀ, ସନ୍ ଫାର୍ମାସ୍ୟୁଟିକାଲ୍ ଇଣ୍ଡଷ୍ଟ୍ରିଜ୍ ଏବଂ ଟୋରେଣ୍ଟ ଫାର୍ମାସ୍ୟୁଟିକାଲ୍ସ ମାଧ୍ୟମରେ ଏହି ଔଷଧ ଭାରତରେ ଟ୍ରାଇଲିଂ କରାଯାଉଛି।

-ଜାଇଡସ୍ କ୍ୟାଡିଲା: ଅହମ୍ମଦାବାଦ ସ୍ଥିତ ଜାଇଡସ୍ କ୍ୟାଡିଲା ହେଉଛି ଏକମାତ୍ର ଭାରତୀୟ କମ୍ପାନୀ ଯିଏ ମୋନୋକ୍ଲୋନାଲ ଆଣ୍ଟିବଡିକୁ ଅକାମୀ କରୁଥିବା ଏକ କକଟେଲ ଔଷଧ ବିକଶିତ କରିଥିବା ଦାବି କରିଛି। ସ୍ୱିଜରଲ୍ୟାଣ୍ଡର ଔଷଧ ନିର୍ମାତା ରୋଶ ଦ୍ୱାରା ନିର୍ମିତ ଏହି ଔଷଧ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଦିଆଯାଇଥିଲା। ଏହି ଔଷଧର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷା ଭାରତରେ ଚାଲିଛି।

-ଗ୍ଲେନମାର୍କ ନେଜାଲ୍ ସ୍ପ୍ରେ: ମୁମ୍ବାଇ ସ୍ଥିତ ଗ୍ଲେନମାର୍କ ଦ୍ୱାରା କୋଭିଡ -୧୯ ପାଇଁ ନାଇଟ୍ରିକ୍ ଅକ୍ସାଇଡ୍ ନାଜାଲ୍ ସ୍ପ୍ରେକୁ ଭାରତରେ ବ୍ୟାପକ ପରୀକ୍ଷଣ ପାଇଁ ଅନୁମୋଦନ କରାଯାଇଛି। ବ୍ରିଟେନରେ ଥିବା ସ୍ପ୍ରେ ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଏହା କୋଭିଡ -୧୯ ରୋଗୀଙ୍କଠାରେ ଭାଇରାଲର ମାତ୍ରାକୁ ହ୍ରାସ କରିବାରେ ଏବଂ ଏହାର  ବିସ୍ତାରକୁ ରୋକିବାରେ ପ୍ରଭାବଶାଳୀ ପ୍ରମାଣିତ ହୋଇଛି। ଏହିଭଳି ଆହୁରୀ ଅନେକ ଔଷଧ ରହିଛି..ଯାହା କେବଳ ସରକାରଙ୍କ ମଞ୍ଜୁରୀକୁ ଅପେକ୍ଷା କରିଛନ୍ତି..

ଏବେ ଏହି ଔଷଧକୁ ସରକାରଙ୍କ ସହଯୋଗ ଆବଶ୍ୟକ-

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, କୋଭିଡ -୧୯ ର ପରୀକ୍ଷାକୁ ସରକାର ସକ୍ରିୟ ଭାବରେ ସମର୍ଥନ କରିବା ଉଚିତ। ସ୍ୱାସ୍ଥ୍ୟ ଗବେଷକ କହିଛନ୍ତି, ବାସ୍ତବରେ ସରକାର ଟୀକାକରଣରେ ଯେପରି ସହଯୋଗ କରିଥିଲେ, ସେହିଭଳି ଏହିସବୁ ଔଷଧ ପାଇଁ ମଧ୍ୟ ସହଯୋଗ କରିବା ଉଚିତ୍ |

ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ମୋ ପରିବାର ପକ୍ଷରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଛି ରକ୍ତଦାନ ଶିବିର। ଜନତା ମୈଦାନ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଓଡିଶା ମୋ ପରିବାର ସଦସ୍ୟମାନେ ଶପଥ ପାଠ କରିଥିଲେ। ସମାଜର ଅସହାୟ ଦୁର୍ବଳଙ୍କ ପାଇଁ ସେବାର ହାତ ବଢାଇବାକୁ ଶପଥ ନେଇଥିଲେ। ବିଜେଡି ଉପସଭାପତି ଦେବୀ ମିଶ୍ର ଶପଥ ପାଠ କରାଇଥିଲେ। ଏଥିରେ ଓଡିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଓ ସସ୍ମିତ ପାତ୍ର, ପୂର୍ବତନ ବିଧାୟକ ତଥା ମୋ କଲେଜ ଅଭିଯାନରଅଧ୍ୟକ୍ଷ ଆକାଶ ଦାସ ନାୟକ, ଭୁବନେଶ୍ୱର ଉତ୍ତର ବିଧାୟକ ଶୁଶାନ୍ତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ରକ୍ତର ଅଭାବ ଯୋଗୁଁ ଯେଭଳି କାହାର ଜୀବନ ନଯାଏ ସେଥିପାଇଁ ରକ୍ତଦାନ ସଂଗ୍ରହ ଅଭିଯାନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ହୋଇଛି।

ଆଜିଠାରୁ ନଭେମ୍ବର ୨ତାରିଖ ସୁଦ୍ଧା ଏକ ମାସ ମଧ୍ୟରେ ୨୦ହଜାର ୟୁନିଟ ରକ୍ତ ସଂଗ୍ରହ କରିବାକୁ ଲକ୍ଷ୍ୟ ରଖିଛି ଓଡିଶା ମୋ ପରିବାର। ଗାନ୍ଧି ଜୟନ୍ତୀରୁ ନଭେମ୍ବର ୨ ତାରିଖ ପଯ୍ୟନ୍ତ ମାସେ କାଳ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନେଇଛି ଦଳ ।

ପିପିଲି ଉପନିର୍ବାଚନ: ତ୍ରି ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ କାଲି ଭୋଟ୍ ଗଣତି

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ରେଜଲ୍ଟ ପାଇଁ ଆସନ୍ତାକାଲି ଭୋଟ୍ ଗଣତି। ଏନେଇ ପ୍ରସ୍ତୁତି ସରିଥିବା ବେଳେ ରବିବାର ଦିନ ସକାଳ ୮ରୁ ଆରମ୍ଭ ହେବ ଭୋଟ୍ ଗଣତି । ୩ଟି ହଲରେ କାଉଣ୍ଟିଂ ହେବାକୁ ଥିବା ବେଳେ ୨ଟି ହଲରେ ଇଭିଏମ୍, ଗୋଟିଏ ହଲରେ ପୋଷ୍ଟାଲ ବାଲଟ କାଉଣ୍ଟିଂ ହେବ। ସକାଳ ୮ରୁ ପୋଷ୍ଟାଲ ବାଲଟ ଗଣତି ହେବାକୁ ଥିବା ବେଳେ ସାଢେ ୮ରୁ ଇଭିଏମ୍ କାଉଣ୍ଟିଂ ହେବ ।

କାଉଣ୍ଟିଂର ଭେନ୍ୟୁ ରହିଛି ପୁରୀ ପେଣ୍ଠକଣ୍ଟାର ଇଭିଏମ୍ ୱେୟାର ହାଉସ୍ । ୩ ଜଣ ଆଡିସନାଲ୍ ଏଆରଓଙ୍କ ନୁଯୁକ୍ତି କରାଯାଇଛି । ନିର୍ବାଚନ ଅବଜରଭରଙ୍କ ତତ୍ୱାବଧାନରେ ଭୋଟ୍ ଗଣତି ହେବ । କାଉଣ୍ଟିଂ ହଲରେ କାଉଣ୍ଟିଂ ଅଫିସର, ସୁପରଭାଇଜର ଓ ମାଇକ୍ରୋ ଅବଜରଭର ରହିବେ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି ।

ଗଣତିରେ ସରକାରୀ କର୍ମଚାରୀଙ୍କୁ ନିୟୋଜିତ କରାଯିବ। ECI ଗାଇଡଲାଇନ୍ ଅନୁଯାୟୀ, ଯେଉଁମାନେ ଭୋଟିଂ କେନ୍ଦ୍ରରେ ରହିବେ ସେମାନେ କରୋନା ପ୍ରୋଟୋକଲ୍ ସହ ୨ ଡୋଜ୍ ଭ୍ୟାକ୍ସିନ ନେଇଥିବା ଜରୁରୀ । ସେନେଇ ନଜର ରଖାଯାଇଥିବା ବେଳେ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ ହେବ ପ୍ରତି ରାଉଣ୍ଡର ଫଳ ବଡ଼ ସ୍କ୍ରିନରେ ଡିସପ୍ଲେ ହେବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନୀ ସୂଚନା ଦେଇଛନ୍ତି

ଟି ଟେବୁଲରେ ରେଜଲ୍ଟ ଭିଭିପାଟ୍ ମ୍ୟାଚ୍ ହେବ ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ପିପିଲି ରେଜଲ୍ଟ ନିର୍ବାଚନ ଅଧିକାରୀଙ୍କ ୱେବସାଇଟରେ ମଧ୍ୟ ପ୍ରକାଶ ପାଇବ

 

ଗାନ୍ଧି ଜୟନ୍ତୀରେ ଟ୍ୱିଟରରେ ଗଡସେ ଟ୍ରେଣ୍ଡ୍, ବରୁଣ କହିଲେ ଏଭଳି ଲୋକ ଦେଶକୁ ଲଜ୍ଜିତ କରୁଛନ୍ତି

ନୂଆଦିଲ୍ଲୀ : ଗାନ୍ଧି ଜୟନ୍ତୀରେ ସୋସିଆଲ ମିଡିଆରେ ନାଥୁରାମ ଗଡସେ ଜିନ୍ଦାବାଦ ଟ୍ରେଣ୍ଡିଂ କରୁଛି । ଯାହାକୁ ନେଇ ବିଜେପି ନେତା ବରୁଣ ଗାନ୍ଧି ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଏଭଲି ବ୍ୟକ୍ତିମାନଙ୍କ ପାଇଁ ଦେଶ ଲଜ୍ଜିତ ହେଉଛି । ଏଭଳି ବ୍ୟକ୍ତିମାନେ ଦାୟିତ୍ୱହୀନ ଭାବେ ଦେଶକୁ ଲଜ୍ଜିତ କରୁଛନ୍ତି । ସୂଚନାଯୋଗ୍ୟ ଯେ, ୧୯୪୮ ଜାନୁଆରୀ ୩୦ ତାରିଖରେ ମହାତ୍ମା ଗାନ୍ଧିଙ୍କ ହତ୍ୟା ହୋଇଥିଲା । ପରେ ଏହି ହତ୍ୟା ପାଇଁ ନାଥୁରାମ ଗଡସେଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା ।
ଟ୍ୱିଟରରେ ଶନିବାର ସକାଳୁ ନାଥୁରାମ ଗଡସେ ଜିନ୍ଦାବାଦ୍ ଟ୍ରେଣ୍ଡ୍ କରିବା ଆରମ୍ଭ କରିଥିଲା । ଯାହାକୁ ବିରୋଧ କରି ବରୁଣ ଟ୍ୱିଟ୍ କରିଥିଲେ ଯେ, ଭାରତ ସବୁବେଳ ଆଧ୍ୟାତ୍ମିକ ମହାଶକ୍ତି ଥିଲା । କିନ୍ତୁ ସିଏ କେବଳ ମହାତ୍ମା ଗାନ୍ଧୀ ଥିଲେ ଯିଏ ଆମ ଦେଶର ଆଧ୍ୟାତ୍ମିକ ଆଧାରକୁ ନିଜ ଅସ୍ଥିତ୍ୱ ମାଧ୍ୟମରେ ବ୍ୟକ୍ତ କରିଛନ୍ତି ଓ ଆମକୁ ଏକ ନୈତିକ ଆଧାର ପ୍ରଦାନ କରିଛନ୍ତି ଯାହା ଆଜି ଆମର ସବୁଠାରୁ ବଡ଼ ଶକ୍ତି ।

ଗାନ୍ଧି ଜୟନ୍ତୀରେ ଟ୍ରେଣ୍ଡ୍ କରିଲା ଗଡସେ ଜିନ୍ଦାବାଦ୍

୧୮୬୯ ମସିହା ଅକ୍ଟୋବର ଦୁଇ ତାରିଖରେ ମହାତ୍ମା ଗାନ୍ଧିଙ୍କ ଜନ୍ମ ଗୁଜୁରାଟର ପୋର ବନ୍ଦରରେ ହୋଇଥିଲା । ଅକ୍ଟୋବର ୨ ତାରିଖ ଭାରତରେ ଗାନ୍ଧୀ ଜୟନ୍ତୀ ଭାବେ ପାଳିତ ହୁଏ । କିନ୍ତୁ ଆଜି ସକାଳୁ ସକାଳୁ ଗଡସେ ଜିନ୍ଦାବାଦ ଟ୍ୱୁଟ୍ ଟ୍ରେଣ୍ଡ୍ କରିଥିଲା । ରିପୋର୍ଟ ଲେଖା ଯିବା ପର୍ଯ୍ୟନ୍ତ ପ୍ରାୟ ୬୧ ଏହି ଟପିକକୁ ଟ୍ୱିଟ୍ କିମ୍ବା ରିଟ୍ୱିଟ୍ କରିଥିଲେ । ଯାହାକୁ ସୋସିଆଲ ମିଡିଆରେ ଅଧିକରୁ ଅଧିକ ସଂଖ୍ୟାରେ ବିରୋଧ କରାଯାଉଛି ।

କିଏ କ’ଣ କଲା ତାହା ଆଭ୍ୟନ୍ତରୀଣ ବ୍ୟାପାର: ନିରଞ୍ଜନ ପଟ୍ଟନାୟକ

ଭୁବନେଶ୍ୱର: ନିକଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ । ଯାହାକୁ ନେଇ ସରଗରମ ହୋଇପଡିଛି ରାଜ୍ୟ କଂଗ୍ରେସ । ଏପରିକି ନେତା ଓ କର୍ମୀଙ୍କ ମଧ୍ୟରେ ବାକ୍ ବିବାଦ ଦେଖାଦେଇଛି।

ପିସିସି କାର୍ଯ୍ୟକାରୀ ସଭାପତି ରାହୁଲଙ୍କୁ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି ‘‘କଂଗ୍ରେସ ଏକ ବୃହତ ଦଳ ହୋଇଥିବାରୁ କନ୍ଦଳ ଚାଲିଥାଏ। ତାକୁ ଧରି ବସିଲେ କିଛି କାର୍ଯ୍ୟ ହୋଇପାରିବନି । କିଏ କ’ଣ କଲା ସେଟା ଆଭ୍ୟନ୍ତରୀଣ ବ୍ୟାପାର, କେହି ଅସନ୍ତୁଷ୍ଟ ଥିଲେ ସମୟ କ୍ରମେ ସେମାନଙ୍କ ସମାଧାନ କରାଯିବ । ମୁଁ ଦଳ ପାଇଁ  କାର୍ଯ୍ୟ କରୁଥିଲି ଏବେବି ପ୍ରସ୍ତୁତ ଅଛି । ମୋର କାହା ପ୍ରତି ଅସନ୍ତୁଷ୍ଟତା ନାହିଁ’’।

ଏହାପୂର୍ବରୁ ବାରମ୍ବାର ଦିଲ୍ଲୀ ଗସ୍ତ କରି ଅଯଥାରେ ଦଳକୁ ବଦନାମ କରିବା ଛଡା ଆଉ କିଛି ନୁହଁ। ଯଦି ଦଳରେ ରହିବାର ଅଛି ରୁହ, ଆଉ ଯଦି ଦଳ ଛାଡିବାର ଅଛି ଛାଡ଼। କଂଗ୍ରେସ ଦଳ ମହାସମୁଦ୍ର। କିଏ ରହୁ କି ଯାଉ, କିଛି ଫରକ ପଡିବନି ବୋଲି କଂଗ୍ରେସ ବରିଷ୍ଠ ବିଧାୟକ ସୁରେଶ ରାଉତରାୟ କହିଥିଲେ।

ଲଦାଖ ମାଟିରେ ନରଓ୍ବାଣେଙ୍କ ବୟାନ,କହିଲେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ଭାରତ..

ଲଦାଖ:ଶୁକ୍ରବାର ଦିନ ଦୁଇ ଦିନିଆ ପୂର୍ବ ଲଦାଖ ଗସ୍ତରେ ଯାଇଛନ୍ତି ସେନା ମୁଖ୍ୟ ଜେନେରାଲ ଏମଏମ ନରଓ୍ବାଣେ..ସେଠାରେ ସେ ବର୍ତ୍ତମାନର ସୁରକ୍ଷା ପରିସ୍ଥିତିକୁ ଅନୁଧ୍ୟାନ କରିଛନ୍ତି.. ପ୍ରକୃତ ନିୟନ୍ତ୍ରଣ ରେଖା ବା ଏଲଏସିରେ ଚୀନ ନିଜର ପ୍ରଭୁତ୍ବ ବିସ୍ତାର କରିବା ସହ ବିଭିନ୍ନ ଭିତ୍ତିଭୂମି ପ୍ରତିଷ୍ଠା କରିଛି । ମାତ୍ର ସେଠାରେ ସ୍ଥିତିର ମୁକାବିଲା ଲାଗି ଭାରତୀୟ ସେନା ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ସେନାମୁଖ୍ୟ ଜେନରାଲ ଏମଏମ ନରଓ୍ବାଣେ । ସେ କହିଛନ୍ତି- ଏଲଏସି ଆରପାଖରେ ଚୀନ୍ ଅନେକ ଭିତ୍ତିଭୂମି ପ୍ରତିଷ୍ଠା କରିଛି । ସେଥିପ୍ରତି ଭାରତ ସଜାଗ ରହିଛି । ଯେ କୌଣସି ପରିସ୍ଥିତିର ସମ୍ମୁଖୀନ ହେବା ଲାଗି ଭାରତ ପ୍ରସ୍ତୁତ । ଏଲଏସିରେ ଭାରତ ଅନେକ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଠୁଳ କରୁଛି । ସମ୍ଭାବ୍ୟ ବିପଦର ମୁକାବିଲା ଲାଗି ଭାରତ ପ୍ରସ୍ତୁତ ରହିଛି । ଆଜି ପୂର୍ବ ଲଦାଖକୁ ଦୁଇ ଦିନିଆ ଗସ୍ତରେ ଯାଇଥିବା ଜେନରାଲ ନରଓ୍ବାଣେ କହିଛନ୍ତି- ”ଏଲଏସି ପ୍ରତି ଭାରତ ସମ୍ପୂର୍ଣ୍ଣ ସଜାଗ ରହିଛି । ଏଲଏସିରେ ଚୀନ ପକ୍ଷରୁ ବିଭିନ୍ନ ସମରସଜ୍ଜା କରାଯାଉଥିବାବେଳେ ଭାରତ କିଛି ମାସ ଧରି ଚିନ୍ତାବ୍ୟକ୍ତ କରିଆସୁଛି । ଗତ ଅଗଷ୍ଟରେ ଦୁଇ ଦେଶ ମଧ୍ୟରେ ସୈନ୍ୟ ପ୍ରତ୍ୟାହାର ନେଇ ଆଲୋଚନା ହୋଇଥିବା ସତ୍ତ୍ବେ ଚୀନ ଏଲଏସିରେ ଆଧିପତ୍ୟ ବିସ୍ତାର କରୁଛି ।”

ସେନା ମୁଖ୍ୟ କହିଛନ୍ତି, ଚୀନ୍ ଅଧିକ ସେନା ମୁତୟନ କରିବା ପାଇଁ ଏହାର ସୀମାରେ ଅନେକ ନିର୍ମାଣ କାର୍ଯ୍ୟ କରିଛି। ସେ ଅଗ୍ରଗାମୀ କ୍ଷେତ୍ରରେ ନିୟୋଜନ ବୃଦ୍ଧି କରିଛନ୍ତି। ଏହା ଆମ ପାଇଁ ଚିନ୍ତାର ବିଷୟ | କିନ୍ତୁ ଆମେ ଏହା ଉପରେ ନଜର ରଖିଛୁ। ଯାହାଫଳରେ ଆମେ ଉତ୍ତର ଦେବାକୁ ପ୍ରସ୍ତୁତ | ସେ କହିଛନ୍ତି ଯେ ଭାରତୀୟ ସେନା ମଧ୍ୟ ଆଧୁନିକ ଅସ୍ତ୍ରଶସ୍ତ୍ର ନିୟୋଜିତ କରିଛନ୍ତି। ଆମେ ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ। ତେବେ ସେନା ମୁଖ୍ୟ କହିଛନ୍ତି ଯେ ସୀମାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ଆମେ ନିୟମିତ ଅନୁସନ୍ଧାନ କରୁଛୁ | ଚୀନ୍ ସହିତ ସୀମା ବିବାଦର ସମାଧାନ ପାଇଁ ସବୁ ସ୍ତରରେ ଆଲୋଚନା ଚାଲିଛି। ଏପର୍ଯ୍ୟନ୍ତ ୧୨ ରାଉଣ୍ଡ ଆଲୋଚନା ସରିଛି । ଖୁବ ଶୀଘ୍ର ୧୩ ତମ ରାଉଣ୍ଡ ଆଲୋଚନା ହେବ | ଆମେ ଆଶା କରୁଛୁ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ ହେବ |

ସେନା ମୁଖ୍ୟ ପାକିସ୍ତାନ ଉପରେ କ’ଣ କହିଛନ୍ତି?

ଜେନେରାଲ କହିଛନ୍ତି, ପାକିସ୍ତାନ ସହିତ  ସିଜ୍ ଫାୟାର ଚୁକ୍ତି ବହୁତ ଭଲ ଥିଲା | କିନ୍ତୁ ଗତ ଦୁଇ ମାସରୁ ଅନୁପ୍ରବେଶ ଉଦ୍ୟମ ପୁଣିଥରେ ବୃଦ୍ଧି ପାଇଛି | ପାକିସ୍ତାନୀ ସେନାର ବିନା ଅନୁମତିରେ ଅନୁପ୍ରବେଶ ଉଦ୍ୟମ ହେବା ସମ୍ଭବ ନୁହେଁ । ଗତ ୧୦ ଦିନରେ ଦୁଇଥର ସିଜ୍ ଫାୟାର ନିୟମ ଉଲ୍ଲଂଘନ କରାଯାଇଥିଲା। ସବୁସ୍ତରରେ ଆଲୋଚନା  ଜାରି ରହିଛି..

ହିନ୍ଦୁ ରାଷ୍ଟ୍ର ଦାବି ରହିଗଲା ଅଧୁରା, ଜଳସମାଧି ନେବା ପୂର୍ବରୁ ସନ୍ଥ ଗିରଫ

ଅଯୋଧ୍ୟା: ଭାରତକୁ ଅକ୍ଟୋବର ଦୁଇ ତାରିଖ ସୁଧା ହିନ୍ଦୁ ରାଷ୍ଟ୍ର ଘୋଷିତ ନକଲେ ଜଳ ସମାଧି ନେବାକୁ ଘୋଷଣା କରିଥିବା ମହନ୍ତ ପରମହଂସଙ୍କୁ ପୋଲିସ ଶନିବାର ଦିନ ଗିରଫ କରିଛି। ସୂଚନାଯୋଗ୍ୟ ଯେ, ଅଯୋଧ୍ୟାର ତପସ୍ୱୀ ଛାଉଣୀର ଉତ୍ତରାଧିକାରୀ ମହନ୍ତ ପରମହଂସ ହିନ୍ଦୁ ରାଷ୍ଟ୍ର ମାନ୍ୟତା ଦାବିରେ ଶନିବାର ଦିନ ଜଳ ସମାଧି ନେବାକୁ ଆଗରୁ ଘୋଷଣା କରିଥିଲେ। ଯାହାକୁ ନେଇ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା ।

ମହନ୍ତଙ୍କ ଆଶ୍ରମକୁ ଚାରିପଟୁ ପୋଲିସ ଘେରାଉ କରିଥିଲା । ନିର୍ଦ୍ଧାରିତ ସମୟ ଆଗରୁ ପୋଲିସ ମହନ୍ତଙ୍କୁ ନିଜ ହେପାଜତକୁ ନେଇଥିଲା । ସୂଚନାଯୋଗ୍ୟ ଯେ, ଆଗରୁ ମଧ୍ୟ ଅନେକ ଥର ଏହି ଭଳି ଘୋଷଣା କରି ମହନ୍ତ ଚର୍ଚ୍ଚା ଭିତରକୁ ଆସିଛନ୍ତି ।

 

WhatsApp ୟୁଜର୍ସଙ୍କୁ ବଡ ଝଟକା,ବ୍ୟାନ ହେଲା ୨୦ ଲକ୍ଷରୁ ଅଧିକ ୟୁଜର୍ସଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ହ୍ବାଟସ ଆପ୍ ବନ୍ଦ କରିଛି ୨୦ ଲକ୍ଷରୁ ଅଧିକ ଲୋକଙ୍କ ଆକାଉଣ୍ଟ  | ଫେସବୁକ୍ ମାଲିକାନା ହ୍ବାଟସ ଆପ୍ ବର୍ତ୍ତମାନ ନୂତନ ଆଇଟି ନିୟମ ମାନିବା ଆରମ୍ଭ କରିଛି। ଏହାକୁ ଦୃଷ୍ଟିରେ ରଖି ଏହି ମାସରେ କମ୍ପାନୀ ୨୦ ଲକ୍ଷରୁ ଅଧିକ ଭାରତୀୟ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି। ଅଗଷ୍ଟ ମାସରେ, କମ୍ପାନୀ ୪୨୦ ଅଭିଯୋଗ ସମ୍ବନ୍ଧୀୟ ଏକ ରିପୋର୍ଟ ଗ୍ରହଣ କରିଥିଲା, ଯାହା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ଏହିଭଳି କାମ କରିଛି ହ୍ବାଟସ ଆପ୍  | ହ୍ବାଟସ ଆପ୍ ତାର  ଅନୁପାଳନ ରିପୋର୍ଟରେ ଏହି ସୂଚନା ଦେଇଛି। ଜୁନ୍ ୧୬ ରୁ ଜୁଲାଇ ୩୧ ମଧ୍ୟରେ ଏହି ୪୬ ଦିନ ମଧ୍ୟରେ ହ୍ବାଟସ ଆପ୍ ଭାରତରେ ୩,୦୨୭,୦୦୦ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଥିଲା।

୨୦,୭୦,୦୦୦ ଭାରତୀୟଙ୍କ ଆକାଉଣ୍ଟ ବ୍ୟାନ

ସୋସିଆଲ ମିଡିଆ କମ୍ପାନୀ ଫେସବୁକ ଅଗଷ୍ଟ ମାସରେ ୧୦ ଟି ନିୟମର ଉଲ୍ଲଂଘନ କରିଥିବା ୩.୧୭ କୋଟି ବିଷୟବସ୍ତୁ ଉପରେ ପଦକ୍ଷେପ ନେଇଥିଲା। ଏହାପରେ ହ୍ବାଟସ ଆପ୍ ମଧ୍ୟ ନିଜ ରିପୋର୍ଟରେ କହିଛି ଯେ ଅଗଷ୍ଟ ମାସରେ ୨୦ ଲକ୍ଷରୁ ଉର୍ଦ୍ଦ ଭାରତୀୟ ଆକାଉଣ୍ଟକୁ ଉପରେ ରୋକ ଲଗାଇଛି । ତେବେ ଏହା କାହିଁକି ?

ହ୍ବାଟସ ଆପ୍ ପୂର୍ବରୁ କହିଥିଲା ​​ଯେ ନିଷିଦ୍ଧ ହୋଇଥିବା ୯୫% ରୁ ଅଧିକ ଆକାଉଣ୍ଟ ଗୁଡିକ ବଲ୍କ ବାର୍ତ୍ତାଗୁଡିକର ଅନଧିକୃତ ବ୍ୟବହାର ହେତୁ ହୋଇଛି। ସର୍ବଭାରତୀୟ ସ୍ତରରେ ହ୍ବାଟସ ଆପ୍ ଏହାର ପ୍ଲାଟଫର୍ମର ଅପବ୍ୟବହାର ପାଇଁ ପ୍ରତି ମାସରେ ହାରାହାରି ୮0 ଲକ୍ଷ ଆକାଉଣ୍ଟକୁ ଅବରୋଧ କରିଥାଏ | ହ୍ବାଟସ ଆପ୍ କହିଛି ଯେ ଏହା ଭାରତରେ ଉପଭୋକ୍ତାମାନଙ୍କ ଠାରୁ ମିଳିଥିବା ଅଭିଯୋଗ ଆଧାରରେ ହୋଇଥାଏ .. ବିଭିନ୍ନ ମାଧ୍ୟମରେ ହ୍ବାଟସ ଆପ୍ ପାଇଁ ସାଧାରଣ ଲୋକେ ଅସୁବିଧା ଭୋଗୁଛନ୍ତି..ଅନେକ ଠକାମିର ଶିକାର ହେଉଛନ୍ତି..ତେଣୁକରି ନିଜର ନିଦ୍ଧିଷ୍ଟ ନିୟମକୁ ବଜାଇ ରଖି ନିଜ ଆପ୍ର ଅପବ୍ୟବହାର ବୃଦ୍ଧି ଉପରେ ରୋକ ଲଗାଇବା ପାଇଁ ହ୍ବାଟସ ଆପ୍ ଏହିଭଳି ନିଷ୍ପତ୍ତି ନେଇଛି ..

ଏହା ବ୍ୟତୀତ ଫେସବୁକ୍ ଶୁକ୍ରବାର ଦିନ ପ୍ରକାଶିତ ଏହାର ଅନୁପାଳନ ରିପୋର୍ଟରେ କହିଛି ଯେ ଅଗଷ୍ଟ ୨୦୨୧ ରେ ଏହା ୩୧.୭ ନିୟୁତ ବିଷୟବସ୍ତୁ ପ୍ରକ୍ରିୟାକରଣ କରିଛି। ସେହିଭଳି ଇନଷ୍ଟାଗ୍ରାମ ଏହି ସମୟ ମଧ୍ୟରେ ନଅଟି ବିଭିନ୍ନ ବର୍ଗରେ ଏହାର ପ୍ଲାଟଫର୍ମରେ ପୋଷ୍ଟ ହୋଇଥିବା ୨୨ ଲକ୍ଷ ବିଷୟବସ୍ତୁ ଉପରେ ଅପସାରଣ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି | ଫେସବୁକ୍ କହିଛି ଯେ ଅଗଷ୍ଟ ୧-୩୧ ମଧ୍ୟରେ ଏହାର ଭାରତୀୟ ଅଭିଯୋଗ ପ୍ରଣାଳୀ ମାଧ୍ୟମରେ ୯୦୪ ଉପଭୋକ୍ତା ରିପୋର୍ଟ ଗ୍ରହଣ କରିଛି। ଏଥିମଧ୍ୟରୁ ୭୫୪ ଟି ମାମଲା ରୁଜୁ କରାଯାଇଥିଲା। କମ୍ପାନୀ ରିପୋର୍ଟରେ କହିଛି ଯେ ଏହି ବିଷୟଗୁଡିକର ୩୦ ନିୟୁତରୁ ଅଧିକ ବିଷୟବସ୍ତୁ ମଧ୍ୟରେ ସ୍ପାମ୍ (୨୯ ନିୟୁତ), ହିଂସାତ୍ମକ (୨୬ ନିୟୁତ), ବୟସ୍କଙ୍କ ନଗ୍ନତା ଏବଂ ଅଶ୍ଳିଳ କାର୍ଯ୍ୟକଳାପ (୨୦ ନିୟୁତ), ଖରାପ ବକ୍ତବ୍ୟ (୨୪୨,୦୦୦) ଅନ୍ତର୍ଭୁକ୍ତ। ତେବେ ସୋସିଆଲ ମିଡିଆର ଅପବ୍ୟବହାର କରୁଥିବା ଆକାଉଣ୍ଟ ଗୁଡିକୁ ଅପସାରଣ କରାଗଲା ଅପରାଧିକ ମାମଲା ମଧ୍ୟ କମିବ ବୋଲି ହ୍ବାଟସ ଆପ୍ ସୂଚନା ଦେଇଛି..