spot_img
Home Blog Page 5138

ଉତ୍ତରାଖଣ୍ଡର ବାଡାହୋତୀରେ ଚୀନର ଅନୁପ୍ରବେଶ ଉଦ୍ୟମ ! ମୁଖ୍ୟମନ୍ତ୍ରୀ କହିଲେ ‘ମୋ ପାଖରେ କୌଣସି ସୂଚନା ନାହିଁ’

0

ଦେହରାଡୁନ: ଗତ ମାସରେ ଉତ୍ତରାଖଣ୍ଡର ବାଡାହୋତୀ ଅଞ୍ଚଳରେ ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଖବର ଆସିବା ପରେ ଆଲୋଡ଼ନ ଦେଖାଦେଇଛି । ସୂଚନାନୁସାରେ, ଚୀନ ସେନା କର୍ମଚାରୀମାନେ ପୂର୍ବରୁ ଚାମୋଲି ଜିଲ୍ଲାର ବାଡାହୋତୀ ‘No Man’s Land’ ପରିଦର୍ଶନ କରିଥିଲେ, କିନ୍ତୁ ଏହା ପ୍ରଥମ ଘଟଣା ଯେତେବେଳେ ଗତ ମାସରେ ବହୁ ସଂଖ୍ୟକ ସୈନିକ ସେଠାରେ ବୁଲୁଥିବାର ଦେଖାଯାଇଥିଲା। ଚୀନ୍‌ର ଏହି କାର୍ଯ୍ୟକୁ ଏକ ଉତ୍ତେଜନାମୂଳକ କାର୍ଯ୍ୟ ଭାବରେ ବିବେଚନା କରାଯାଉଛି । ଏଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ, ବର୍ତ୍ତମାନ ଏ ସମ୍ପର୍କରେ କୌଣସି ସୂଚନା ନାହିଁ । ଯଦିଓ ପୂର୍ବତନ ସିଏମ୍ ଏବଂ ପୂର୍ବତନ ରାଜ୍ୟପାଳ ରାଜ୍ୟ ସୀମାରେ ଅନୁପ୍ରବେଶ ବିଷୟରେ ଆଲୋଚନା କରିଛନ୍ତି ।

କାହିଁକି ଚର୍ଚ୍ଚାରେ ବାଡାହୋତୀ ?

ବାସ୍ତବରେ, ଚାମୋଲି ଜିଲ୍ଲାରେ ପଡୁଥିବା ବାଡାହୋତୀ ହେଉଛି ଏକ ଅଞ୍ଚଳ ଯେଉଁଠାରେ ତିବ୍ଦତୀୟ ମେଷପାଳକମାନେ ନିଜ ପଶୁ ଚରାଇବା ପାଇଁ ମଧ୍ୟ ଯାଆନ୍ତି । ୧୯୬୨ ପୂର୍ବରୁ, ଉତ୍ତରାଖଣ୍ଡର ନୀତି ଉପତ୍ୟକାର ମେଷପାଳକମାନେ ମଧ୍ୟ ଏଠାକୁ ଆସୁଥିଲେ, କିନ୍ତୁ ଏହା ପରେ ଏହି ପ୍ରକ୍ରିୟା ବନ୍ଦ ହୋଇଗଲା । କିଛି ସମୟ ପାଇଁ, ଚୀନର ସୈନିକମାନେ ଏଠାରେ ଅନେକ ଥର ଦେଖାଯାଇଥିଲେ । ସେମାନେ ଏହି ଅଞ୍ଚଳକୁ ଆସି ବୁଲନ୍ତି, ସିଗାରେଟ୍ ଏବଂ ଅନ୍ୟାନ୍ୟ ରାପର୍ ଫିଙ୍ଗନ୍ତି ।

ସୂଚନାନୁସାରେ, ଅଗଷ୍ଟ ୩୦ରେ ବହୁ ସଂଖ୍ୟକ ଚୀନ୍ ସୈନିକ ଏଠାକୁ ଆସିଥିଲେ। ପ୍ରାୟ ୭୦ ବର୍ଗ କିଲୋମିଟର ଏହି ଅଞ୍ଚଳ ନିକଟରେ ତିବ୍ଦତର ଡାଫା ନାମକ ଏକ ଗାଁ ଅଛି । ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ଭାରତୀୟ ପାର୍ଶ୍ୱରେ ଅବସ୍ଥାପିତ ହୋଇଥିବାବେଳେ ସୀମା ପାର୍ଶ୍ୱରେ ଚୀନ୍ ସେନା ପୋଷ୍ଟ ଅଛି ।

କଣ କହୁଛି ସରକାର ?

ମଙ୍ଗଳବାର ଦିନ ଉତ୍ତରାଖଣ୍ଡ ସରକାରଙ୍କ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କୁ ଏ ବିଷୟରେ ପଚରାଯିବାରୁ ତାଙ୍କ ପାଖରେ କୌଣସି ସୂଚନା ନଥିବା ସେ କହିଥିଲେ । ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏହି ପ୍ରସଙ୍ଗରେ ନୀରବ ରହିଛନ୍ତି । ଏହି ପ୍ରସଙ୍ଗଟି ଦୁଇ ଦେଶର ସମ୍ପର୍କ ସହ ଜଡିତ ଥିବାରୁ ରାଜ୍ୟ ସରକାର ଏବଂ ଅଧିକାରୀମାନେ ଖୁବ ଭାବିଚିନ୍ତି ଆଲୋଚନା କରୁଛନ୍ତି । ତେବେ ଉତ୍ତରାଖଣ୍ଡର ପୂର୍ବତନ ରାଜ୍ୟପାଳ  ବି.କେ ଯୋଶୀ ଏବଂ ମୁଖ୍ୟମନ୍ତ୍ରୀ ବିଜୟ ବାହୁଗୁନା ରେକର୍ଡରେ କହିଛନ୍ତି ଯେ, ବାଡହୋତୀ ଅଞ୍ଚଳରେ ଚୀନ୍ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଛି । ପ୍ରାୟ ତିନିବର୍ଷ ପୂର୍ବେ ଚାଇନାର ଏକ ହେଲିକପ୍ଟର ମଧ୍ୟ ଭାରତୀୟ ବାୟୁମଣ୍ଡଳରେ ଦେଖାଯାଇଥିଲା।

ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରଙ୍କ ଆତ୍ମହତ୍ୟା ମାମଲା: ଗାର୍ଲଫ୍ରେଣ୍ଡ ଓ ତାଙ୍କ ଭଉଣୀଙ୍କ ଆଗୁଆ ଜାମିନ ଆବେଦନ

କଟକ: ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କ ମୃତ୍ୟ ମାମଲା ଉପରୁ ଉଠିଛି ପରଦା । ଏହା ତାଙ୍କ ଗାର୍ଲ ଫ୍ରେଣ୍ଡ ଏବଂ ତାଙ୍କ ଭଉଣୀଙ୍କୁ ଘାରିଛି ଗିରଫଦାରୀ ଭୟ । ଉଭୟ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି । ଜଗତପୁର ଥାନାରେ ଦାୟର ମାମଲାରେ ଗିରଫଦାରୀକୁ ଏଡ଼ାଇବା ପାଇଁ ଆଗୁଆ ଜାମିନ ଆବେଦନ କରିଛନ୍ତି ।

https://www.youtube.com/watch?v=NLj2T-7bGy8

ସୂଚନା ଥାଉ କି ଖ୍ରୀଷ୍ଟ କଲେଜ ଛାତ୍ର ତୁଷାରକାନ୍ତ ସାହୁଙ୍କୁ ନିୟମିତ ମାନସିକ ନିର୍ଯାତନା ଦିଆଯାଇଥିଲା। ଶେଷରେ ତୁଷାର ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିବା କମିସନରେଟ୍ ପୁଲିସ ସ୍ପଷ୍ଟ କରିଛି। ଏହି ମୃତ୍ୟୁ ମାମଲାରେ ତାଙ୍କ ପ୍ରେମିକଙ୍କ ସମେତ ୪ ଜଣଙ୍କୁ ଅଭିଯୁକ୍ତ ଦର୍ଶାଇ ଜଗତପୁର ଥାନା ପୁଲିସ ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ତୁଷାରକାନ୍ତଙ୍କ ପ୍ରେମିକାଙ୍କ ବଡ଼ ଭଉଣୀଙ୍କ ପୁରୁଷ ବନ୍ଧୁ ଦରଘାବଜାର ଜୁବୁ ଓରଫ ଦିବ୍ୟରଞ୍ଜନ ବେହେରା (୨୨) ଓ ବଡ଼ ଭଉଣୀଙ୍କ ଧରମ ଭାଇ ଦୋଳମୁଣ୍ଡାଇର କୌଶଲ ପ୍ରଧାନ (୨୫)କୁ ପୁଲିସ ଗିରଫ କରିଛି । ତୁଷାରଙ୍କ ନାବାଳିକା ପ୍ରେମିକା ଓ ପ୍ରେମିକାଙ୍କ ବଡ଼ ଉଉଣୀଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇଥିବା ବେଳେ ସେମାନଙ୍କ ବିରୋଧରେ ବି ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ ।

ପଞ୍ଜାବ କଂଗ୍ରେସ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଲେ ନବଜୋତ ସିଂହ ସିଦ୍ଧୁ

ପଞ୍ଚାବ: ପଞ୍ଜାବ କଂଗ୍ରେସରେ ପୁଣି ଫାଟ । ନବଜୋତ ସିଂହ ସିଦ୍ଧୁ ପଞ୍ଜାବ କଂଗ୍ରେସର ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଇସ୍ତଫା ଦେଇଛନ୍ତି ।

ନବଜୋତ ସିଂ ସିଦ୍ଧୁ ସୋନିଆ ଗାନ୍ଧିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି ଯେ, କୌଣସି ବ୍ୟକ୍ତିର ବ୍ୟକ୍ତିତ୍ୱର ହ୍ରାସ ଆପୋଷ ବୁଝାମଣାରୁ ଆରମ୍ଭ ହୁଏ, ମୁଁ ପଞ୍ଜାବର ଭବିଷ୍ୟତ ବିଷୟରେ ଆପୋଷ ବୁଝାମଣା କରିପାରିବି ନାହିଁ । ସେଥିପାଇଁ ମୁଁ ତୁରନ୍ତ ପଞ୍ଜାବ ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେଉଛି ।

BSKY କାର୍ଡ ସହାୟତାରେ ହେଲା କର୍କଟ ରୋଗୀଙ୍କ ଅପରେସନ୍: ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଲେ ପରିବାର ଲୋକେ

କଣ୍ଟାବାଞ୍ଜି: ସାହା ହେଲା ବିଏସକେୱାଇ ସ୍ମାର୍ଟ ହେଲ୍ଥ କାର୍ଡ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ପାଇଁ ନୂଆ ଜୀବନ ପାଇଲେ ବଲାଙ୍ଗୀର ଜିଲ୍ଲାର ଧନପତି ବେହେରା । ସ୍ମାର୍ଟ କାର୍ଡ ଜରିଆରେ ମାଗଣା ଚିକିତ୍ସା ସୁବିଧା ପାଇ ନୂଆ ଜୀବନ ପାଇଲେ ଧନପତି । ମାଗଣା ଚିକିତ୍ସା ସୁବିଧା ପାଇବା ପରେ ସର୍ବପ୍ରଥମେ ହସ୍ପିଟାଲରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧନପତି ଓ ତାଙ୍କ ପରିବାର ଲୋକେ ।

ବଲାଙ୍ଗୀର ଜିଲ୍ଲାକୁ ପଛୁଆ, ଅନୁନ୍ନତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା କୁହାଯାଉଥିଲା । କିନ୍ତୁ ବର୍ତ୍ତମାନ ବଲାଙ୍ଗୀର ଚିତ୍ର ବଦଳିଛି । ପୂବରୁ ଜିଲ୍ଲାର ଗରିବ ଶ୍ରେଣୀର ଲୋକମାନେ ଚିକିତ୍ସା ପାଇଁ ଜମି ଓ ସୁନା ଗହଣା ବନ୍ଧା ପକାଇ ବେସରକାରୀ ହସ୍ପିଟାଲରେ ଚିକିତ୍ସା କରୁଥିଲେ । କେମିତି ଗରିବ ଲୋକେ ମାଗଣାରେ ଉନ୍ନତ ସ୍ୱାସ୍ଥ୍ୟ ସେବା ପାଇପାରିବେ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ୟ ଥିଲା । ଓଡ଼ିଶାର ଅସହାୟ ଗରିବ ନିଷ୍ପେସିତ ପରିବାର ଲୋକଙ୍କୁ ମାଗଣାରେ ଚିକିତ୍ସା ସୁବିଧା ଯୋଗାଇବା ନେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ଯୋଗାଇ ଦେଲେ ମୁଖ୍ୟମନ୍ତ୍ରୀ । ଏହି ଯୋଜନାରେ ବଲାଙ୍ଗୀର ଜିଲ୍ଲାର ୪ଲକ୍ଷ, ୫୨ହଜାର ପରିବାରର ହିତାଧିକାରୀମାନେ ସ୍ମାର୍ଟ କାର୍ଡ ପାଇଛନ୍ତି ।

ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ଅନ୍ତର୍ଗତ ଫଟାମୁଣ୍ଡା ଗାଁର ଧନପତି ବେହେରା । ଧନପତି କର୍କଟ ରୋଗରେ ପୀଡ଼ିତ ହୋଇଥିଲେ । ରୋଗ ଜଣାପଡିବା ପରେ ଗରିବ ଧନପତିଙ୍କ କେମିତି ଚିକିତ୍ସା କରାଯିବ ଟଙ୍କା କେଉଁଠୁ ଆସିବ ସେନେଇ ପୂରା ପରିବାର ଚିନ୍ତାରେ ଥିଲେ । ପୂବରୁ ମଧ୍ୟ ଚିକିତ୍ସା ପାଇଁ ବହୁ ଟଙ୍କା ଖର୍ଚ୍ଚ କରିଥିଲେ କିନ୍ତୁ ତାଙ୍କ ଅସ୍ତ୍ରୋପଚାର ପାଇଁ ଘରେ ଟଙ୍କା ନଥିଲା । ସେନେଇ ଅସ୍ତ୍ରୋପଚାର ନହୋଇ ଧନପତି ଘରେ ରହିଥିଲେ । ହେଲେ ଗତ ୨୨ତାରିଖ ଦିନ ଧନପତି ବିଜୁ ସ୍ମାର୍ଟ କାର୍ଡ ପାଇବା ପରେ ସେ ବିଶାଖାପାଟଣାର ଏକ ସେସରକାରୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ପରେ ସ୍ମାର୍ଟ କାର୍ଡ ଦେଖାଇ ତାଙ୍କର ମାଗଣାରେ ଅସ୍ତ୍ରୋପଚାର ହୋଇଥିଲା । ତେବେ ଜିଲ୍ଲାର ପ୍ରଥମ ବ୍ୟକ୍ତି ଧନପତି ରାଜ୍ୟ ସରକାରଙ୍କ ଏହି ଯୋଜନାରୁ ଉପକୃତ ହୋଇ ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସିତ ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଗାଁରୁ ଯାଇଥିବା ସମ୍ପର୍କୀୟ ଭାଇ ପଞ୍ଚୁ ବେହେରା ଡାକ୍ତରଖାନରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବିଷୟରେ ହସ୍ପିଟାଲ କର୍ତ୍ତୃପକ୍ଷ ସହ ଆଲୋଚନା କରିଥିଲେ । ଏହା ପରେ ସରକାରଙ୍କ ତରଫରୁ ଥିବା ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ଦେଇଥିଲେ । ଏହି କାର୍ଡ ମାଧ୍ୟମରେ ଧନପତିଙ୍କର ୧ଲକ୍ଷ ୬ ହଜାର ଟଙ୍କା ଅପରେସନ ପାଇଁ ଖର୍ଚ୍ଚ ହେବ ବୋଲି ଡାକ୍ତର କହିଥିଲେ । ତେବେ କାର୍ଡ ସ୍ୱାପ କରି ଧନପତି ସମ୍ପୂର୍ଣ୍ଣ ମାଗଣାରେ ଚିକିତ୍ସା ପାଇଛନ୍ତି । ଏଥିପାଇଁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଚିକିତ୍ସିତ ଧନପତିଙ୍କ ପରିବାର ଲୋକେ । ସ୍ମାର୍ଟ କାର୍ଡ ଦ୍ୱାରା ଜିଲ୍ଲାର ପ୍ରଥମ ବ୍ୟକ୍ତି ମାଗଣାରେ ଚିକିତ୍ସା ପାଇଥିବା ନେଇ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ସୂଚନା ଦେଇଛନ୍ତି ।

୨୧ କୋଟିର 'ସୁଲତାନ'ର ହାର୍ଟ ଆଟାକରେ ମୃତ୍ୟୁ, ପ୍ରତିବର୍ଷ କମାଉଥିଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ହରିୟାଣାର ଚର୍ଚ୍ଚିତ ମଇଁଷି ‘ସୁଲତାନ’ର ଗତକାଲି ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ସୁଲତାନ ପଶୁ ମେଳାରେ କେବଳ ନିଜ ମାଲିକଙ୍କ ନୁହେଁ, ବରଂ ସାରା ରାଜ୍ୟର ଟେକ ରଖିଥିଲା । ତାକୁ କିଣିବା ପାଇଁ ୨୧ କୋଟି ଟଙ୍କାର ବୋଲି ଲାଗିସାରିଥିଲା । କିନ୍ତୁ ଏବେ ପଶୁ ପ୍ରେମୀଙ୍କୁ ସୁଲତାନର ଜଲୱା ଦେଖିବାକୁ ମିଳିବନି  । କୁହାଯାଉଛି ଯେ ମଇଁଷି ସୁଲତାନର ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ଘଟିଛି ।

ସୁଲତାନର ମାଲିକ ନରେଶ ବେନିୱାଲଙ୍କ କହିବାନୁସାରେ ସେ ମୁର୍ରା ପ୍ରଜାତିର ବିଶ୍ୱର ସବୁଠାରୁ ଲମ୍ବା ଓ ଉଚ୍ଚ ମଇଁଷି । ସୁଲତାନର ଓଜନ ୧୭୦୦ କିଲୋ ଏବଂ ବୟସ ପ୍ରାୟ ୧୨ ବର୍ଷ ଥିଲା । ନରେଶ କୁହନ୍ତି କି ସେ ଅନେକ ପ୍ରତିଯୋଗିତାରେ ବିଜେତା ରହିସାରିଥିଲା । କିନ୍ତୁ ଏବେ ତାର ମୃତ୍ୟୁ ପରେ ନରେଶଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛି ।

ସୁଲତାନ ପ୍ରତିଦିନ ୧୦ କିଲୋର ଦାନା ଖାଉଥିଲା । ଏହା ବ୍ୟତୀତ ତାକୁ ପ୍ରାୟ ୩୫ କିଲୋ ଚାରା ମଧ୍ୟ ଦିଆଯାଉଥିଲା । ସେ ସେଓ ଓ ଗାଜର ମଧ୍ୟ ଖାଉଥିଲା । ପ୍ରତିଦିନ ସେ ପ୍ରାୟ ୩ ହଜାର ଟଙ୍କାର ଖାଦ୍ୟ ଖାଉଥିଲା । ତେବେ ସେ ନିଜ ସିମନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା କମାଇ ନିଜ ମାଲିକଙ୍କୁ ଦେଉଥିଲା । ପୁଷ୍କର ମେଳାରେ ଜଣେ ବିଦେଶୀ ସୁଲତାନର ଦାମ୍ ୨୧ କୋଟି ବୋଲି ଲଗାଇଥିଲେ କିନ୍ତୁ ତା ମାଲିକ ସୁଲତାନକୁ ଦେବା ପାଇଁ ମନା କରିଦେଇଥିଲେ । କହିରଖୁଛୁ ସୁଲତାନ ହରିୟାଣାର ଏକ ମ୍ୟୁଜିକ୍ ଆଲବମରେ ମଧ୍ୟ ଅଭିନୟ କରିଥିଲା । ତେବେ ଗତକାଲି ସେ ହାର୍ଟଆଟାକରେ ପ୍ରାଣ ହରାଇଛି ।

୨୧ କୋଟିର ‘ସୁଲତାନ’ର ହାର୍ଟ ଆଟାକରେ ମୃତ୍ୟୁ, ପ୍ରତିବର୍ଷ କମାଉଥିଲା କୋଟି କୋଟି ଟଙ୍କା

ନୂଆଦିଲ୍ଲୀ: ହରିୟାଣାର ଚର୍ଚ୍ଚିତ ମଇଁଷି ‘ସୁଲତାନ’ର ଗତକାଲି ହାର୍ଟ ଆଟାକରେ ମୃତ୍ୟୁ ହୋଇଛି । ସୁଲତାନ ପଶୁ ମେଳାରେ କେବଳ ନିଜ ମାଲିକଙ୍କ ନୁହେଁ, ବରଂ ସାରା ରାଜ୍ୟର ଟେକ ରଖିଥିଲା । ତାକୁ କିଣିବା ପାଇଁ ୨୧ କୋଟି ଟଙ୍କାର ବୋଲି ଲାଗିସାରିଥିଲା । କିନ୍ତୁ ଏବେ ପଶୁ ପ୍ରେମୀଙ୍କୁ ସୁଲତାନର ଜଲୱା ଦେଖିବାକୁ ମିଳିବନି  । କୁହାଯାଉଛି ଯେ ମଇଁଷି ସୁଲତାନର ହାର୍ଟ ଆଟାକ୍ ଯୋଗୁଁ ମୃତ୍ୟୁ ଘଟିଛି ।

ସୁଲତାନର ମାଲିକ ନରେଶ ବେନିୱାଲଙ୍କ କହିବାନୁସାରେ ସେ ମୁର୍ରା ପ୍ରଜାତିର ବିଶ୍ୱର ସବୁଠାରୁ ଲମ୍ବା ଓ ଉଚ୍ଚ ମଇଁଷି । ସୁଲତାନର ଓଜନ ୧୭୦୦ କିଲୋ ଏବଂ ବୟସ ପ୍ରାୟ ୧୨ ବର୍ଷ ଥିଲା । ନରେଶ କୁହନ୍ତି କି ସେ ଅନେକ ପ୍ରତିଯୋଗିତାରେ ବିଜେତା ରହିସାରିଥିଲା । କିନ୍ତୁ ଏବେ ତାର ମୃତ୍ୟୁ ପରେ ନରେଶଙ୍କ ପରିବାର ଦୁଃଖରେ ଭାଙ୍ଗିପଡିଛି ।

ସୁଲତାନ ପ୍ରତିଦିନ ୧୦ କିଲୋର ଦାନା ଖାଉଥିଲା । ଏହା ବ୍ୟତୀତ ତାକୁ ପ୍ରାୟ ୩୫ କିଲୋ ଚାରା ମଧ୍ୟ ଦିଆଯାଉଥିଲା । ସେ ସେଓ ଓ ଗାଜର ମଧ୍ୟ ଖାଉଥିଲା । ପ୍ରତିଦିନ ସେ ପ୍ରାୟ ୩ ହଜାର ଟଙ୍କାର ଖାଦ୍ୟ ଖାଉଥିଲା । ତେବେ ସେ ନିଜ ସିମନ ଜରିଆରେ ଲକ୍ଷ ଲକ୍ଷ ଟଙ୍କା କମାଇ ନିଜ ମାଲିକଙ୍କୁ ଦେଉଥିଲା । ପୁଷ୍କର ମେଳାରେ ଜଣେ ବିଦେଶୀ ସୁଲତାନର ଦାମ୍ ୨୧ କୋଟି ବୋଲି ଲଗାଇଥିଲେ କିନ୍ତୁ ତା ମାଲିକ ସୁଲତାନକୁ ଦେବା ପାଇଁ ମନା କରିଦେଇଥିଲେ । କହିରଖୁଛୁ ସୁଲତାନ ହରିୟାଣାର ଏକ ମ୍ୟୁଜିକ୍ ଆଲବମରେ ମଧ୍ୟ ଅଭିନୟ କରିଥିଲା । ତେବେ ଗତକାଲି ସେ ହାର୍ଟଆଟାକରେ ପ୍ରାଣ ହରାଇଛି ।

ଦେଶବାସୀଙ୍କୁ ୩୫ ଟି ବିଶେଷ କିସମର ଫସଲ ଉତ୍ସର୍ଗ କଲେ ପ୍ରଧାନମନ୍ତ୍ରୀ, NIBST କ୍ୟାମ୍ପସର କଲେ ଉଦଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଦିନ ଜଳବାୟୁ ଅନୁକୂଳ ପ୍ରଯୁକ୍ତିବିଦ୍ୟାକୁ  ଆପଣେଇବା ପାଇଁ ଏବଂ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଦେଶକୁ ୩୫ ଟି ବିଶେଷ କିସମର ଫସଲ ଉତ୍ସର୍ଗ କରିଛନ୍ତି । ଡିଜିଟାଲ କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଛତିଶଗଡର ରାୟପୁରରେ ‘ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଟିକ୍ ଷ୍ଟ୍ରେସ୍ ସହନଶୀଳତା’ (NIBST) ର ନୂତନ କ୍ୟାମ୍ପସକୁ ମଧ୍ୟ ଉଦଘାଟନ କରିଛନ୍ତି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକୁ ଗ୍ରୀନ୍ କ୍ୟାମ୍ପସ୍ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ ଏବଂ ଅଭିନବ ପ୍ରଣାଳୀ ବ୍ୟବହାର ବାବଦରେ କୃଷକମାନଙ୍କ ସହ କଥା ହୋଇଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ପୁଷ୍ଟିହୀନତାର ଯୁଗ୍ମ ଆହ୍ୱାନର ମୁକାବିଲା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ଦ୍ୱାରା ସ୍ୱତନ୍ତ୍ର କିସମର ଫସଲ ପ୍ରସ୍ତୁତ କରାଯାଇଛି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ୨୦୨୧ ମସିହାରେ ଏହିପରି ୩୫ ଟି କିସମ ବିକଶିତ ହୋଇଛି ।

ଏଥି ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଆୟୁଷ୍ମାନ ଭାରତ-ଡିଜିଟାଲ ମିଶନ ଆରମ୍ଭ କରିଛନ୍ତି, ଯେଉଁଥିରେ ଲୋକଙ୍କୁ ଡିଜିଟାଲ ସ୍ୱାସ୍ଥ୍ୟ ପରିଚୟ ପତ୍ର ପ୍ରଦାନ କରାଯିବ ଯେଉଁଥିରେ ସେମାନଙ୍କର ସ୍ୱାସ୍ଥ୍ୟ ଜନୀତ ତଥ୍ୟ ରେକର୍ଡ  ହେବ । ଗତ ବର୍ଷ ଅଗଷ୍ଟ ୧୫ ରେ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ଅଭିଯାନର ପାଇଲଟ ପ୍ରକଳ୍ପ ଘୋଷଣା କରିଥିଲେ । ବର୍ତ୍ତମାନ ଏହି ଯୋଜନା ପ୍ରାରମ୍ଭିକ ପର୍ଯ୍ୟାୟରେ ୬ ଟି କେନ୍ଦ୍ର ଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି ।

କରୋନାର ଏକ ମାସ ମଧ୍ୟରେ ମୃତ୍ୟୁ ହୋଇଥିଲେ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା

ଭୁବନେଶ୍ୱର: କୋଭିଡରେ ପ୍ରାଣ ହରାଉଥିବା ଲୋକଙ୍କ ପରିବାରକୁ ସହାୟତା ପ୍ରଦାନ ପାଇଁ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ପାଳନ କରିବେ। ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି। ସଂକ୍ରମିତ ହେବାର ମାସକ ମଧ୍ୟରେ ମୃତ୍ୟୁ ହୋଇଥିବା କୋଭିଡ ରୋଗୀଙ୍କ ପରିବାରକୁ ୫୦ ହଜାର ଟଙ୍କା ଲେଖାଏଁ ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ଏସଓପି ଜାରି କରିବେ।

ସେହିପରି ୩୦ ଦିନ ଭିତରେ ଆତ୍ମହତ୍ୟା କରିଥିବା କିମ୍ବା ଦୁର୍ଘଟଣାର ଶିକାର ହୋଇଥିବା କୋଭିଡ୍‌ ଆକ୍ରାନ୍ତଙ୍କୁ ଏଥିରେ ସାମିଲ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ରାଜ୍ୟର କୋଭିଡ ମୃତ୍ୟୁ ତାଲିକାରେ ଏସବୁକୁ ସାମିଲ କରାଯିବ। ଫଳରେ ରାଜ୍ୟରେ ମୋଟ କୋଭିଡ ମୃତ୍ୟୁସଂଖ୍ୟା ବଢ଼ିବ। କୋଭିଡ୍‌ ମୃତ୍ୟୁର ପୁନଃ ଅଡିଟ କରିବା ପାଇଁ ଜିଲ୍ଲା ସ୍ତରରେ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଡିଏମ୍‌ଇଟି ନିର୍ଦ୍ଦେଶକ ଡାକ୍ତର ସି.ବି.କେ ମହାନ୍ତି ଏହି ସୂଚନା ଦେଇଛନ୍ତି।

ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ, ଉରି ସେକ୍ଟରରେ ଜଣେ ପାକିସ୍ତାନୀ ଉଗ୍ରବାଦୀ ଗିରଫ, ଜଣେ ମୃତ

0

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରରେ ସକ୍ରିୟ ଆତଙ୍କବାଦୀ । ଉରି ସେକ୍ଟରରେ ଜଣେ ପାକିସ୍ତାନୀ ଉଗ୍ରବାଦୀକୁ ଧରାଯାଇଥିବାବେଳେ ଅନ୍ୟଜଣେ ଏନକାଉଣ୍ଟରରେ ପ୍ରାଣ ହରାଇଛନ୍ତି । ଧରାପଡିଥିବା ଆତଙ୍କବାଦୀର ଘର ପାକିସ୍ତାନର ପଞ୍ଜାବରେ । ତା’ ନାଁ ଅଲି ବାବର ପାଟ୍ରା । ତା ନିକଟରୁ ଏକେ-୪୭, ଗ୍ରେନେଡ ଓ ପିସ୍ତଲ ଜବତ ହୋଇଛି । ଉରି ସେକ୍ଟରରେ ଆତଙ୍କବାଦୀ ପ୍ରବେଶ କରିବା ଲାଗି ବାରମ୍ବାର ଉଦ୍ୟମ କରିଆସୁଛନ୍ତି ବୋଲି କିଛି ଦିନ ତଳେ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇବା ପରେ ସେନା ସତର୍କ ହୋଇଥିଲା ।

ଉରି ଅଞ୍ଚଳରେ ଆତଙ୍କବାଦୀ ଲୁଚି ରହିଛନ୍ତି ବୋଲି ଖବର ପ୍ରକାଶ ପାଇବା ପରେ ବିଭିନ୍ନ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିଲା । ଗତ ଦୁଇ ସପ୍ତାହ ତଳୁ ଆତଙ୍କବାଦୀମାନେ ବିପୁଳ ଅସ୍ତ୍ରଶସ୍ତ୍ର ସହ ପ୍ରବେଶ କରିଥିଲେ ବୋଲି ସୂଚନା ମିଳିଛି । ଗତ କିଛିଦିନ ତଳେ ଉରି ସେକ୍ଟର ଅନ୍ତର୍ଗତ ସୀମାରେଖାରେ ଆତଙ୍କବାଦୀ ଓ ସୈନ୍ୟଙ୍କ ମଧ୍ୟରେ ଗୁଳିକାଣ୍ଡ ଘଟିବାରୁ ୪ଜଣ ଯବାନ ଆହତ ହୋଇଥିଲେ । ଗତ ଶନିବାରୁ ଠାରୁ ଆତଙ୍କବାଦୀଙ୍କୁ ଧରିବା ଲାଗି ସୈନ୍ୟବାହିନୀ ପକ୍ଷରୁ ଅପରେସନ ଜାରି ରହିଥିଲା । ଗତ ସପ୍ତାହରେ ଜାମ୍ମୁ ଓ କାଶ୍ମୀରର ବାରମୁଲା ଜିଲ୍ଲାରେ ଆତଙ୍କବାଦୀମାନେ ଅନୁପ୍ରବେଶ କରୁଥିବାବେଳେ ସେମାନଙ୍କ ଉଦ୍ୟମକୁ ଯବାନମାନେ ବିଫଳ ହୋଇଥିଲେ ।

ପିପିଲି ଉପ-ନିର୍ବାଚନ ନେଇ ପ୍ରସ୍ତୁତି ଶେଷ; ନିର୍ବାଚନ କାର୍ଯ୍ୟରେ ୨୨୦୦ କର୍ମଚାରୀ ନିୟୋଜିତ

ଭୁବନେଶ୍ୱର; ପିପିଲି ଉପ-ନିର୍ବାଚନ ପ୍ରସ୍ତୁତି ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନିଙ୍କ ପ୍ରେସମିଟ୍ । କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ୭୨ଘଣ୍ଟା ପୂର୍ବରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହେବା କଥା । ସେହି ଅନୁଯାୟୀ ଗତକାଲି ସନ୍ଧ୍ୟା ୬ଟାରୁ ସାଇଲେଣ୍ଟ ପିରିୟଡ଼ ଲାଗୁ ହୋଇଛି । ପୁଲିଂ ପାର୍ଟି ପେଣ୍ଠକଟାରେ ରହିଛନ୍ତି । ସେଠୁ ବୁଥକୁ ବାହାରିବେ । ସର୍ବମୋଟ ୨ ଲକ୍ଷ ୨୯ ହଜାର ୯୯୮ ଭୋଟର ରହିଛନ୍ତି । ମୋଟ ବୁଥ ସଂଖ୍ୟା ୩୪୮ ରହିଛି । ୨୦୧ ସମ୍ବେଦନଶୀଳ ବୁଥ ସଂଖ୍ୟା । ମାଇକ୍ରୋ ଅଵଜବର କିମ୍ୱା ସେଣ୍ଟ୍ରାଲ ଫୋର୍ସ ମୁତୟନ କରାଯାଇଛି । ସେଠାରେ ଓ୍ୱେବ କାଷ୍ଟ କିମ୍ୱା ସିସିଟିଭି ଲଗାଯିବ । ନିର୍ବାଚନ କାର୍ଯ୍ୟରେ ନୟୋଜିତ ରହିବେ ୨୨୦୦ କର୍ମଚାରୀ ନିୟୋଜିତ ରହିବେ । ୨୦୦୦ ହଜାର ପୋଲିସ, ୩୨ଟି ମୋବାଇଲ ପାର୍ଟି ନିୟୋଜିତ ହେବେ । ୪୨୩ ଗାଡ଼ି ନିଆଯାଇଛି ପୁଲିଂ କର୍ମଚାରୀଙ୍କୁ ନେବା ଆଣିବା କାର୍ଯ୍ୟରେ ନିୟୋଜତ ରହିବ । ୩୪୮ ଭିଭିପାଟ ବ୍ୟବହାର ହେବ । ୯୨୪ ପୋଷ୍ଟାଲ ବାଲଟ ଭୋଟ ଆମେ ପାଇଛୁ । କୋଭିଡ ଗାଇଡ଼ ଲାଇନ ଭିତରେ ହେବ ନିର୍ବାଚନ । ପ୍ରତି ବୁଥରେ ୧୦୦୦ ଜଣ ମତ ଦାତା ଭୋଟ ଦେଇ ପାରିବେ ବୋଲି ଶ୍ରୀ ଲୋହାନୀ କହିଛନ୍ତି ।

ତେବେ ଏହି ସମୟରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତେ ଡବଲ ଡୋଜ ଭ୍ୟାକ୍ସିନ ନେବା ପାଇଁ ବ୍ୟବସ୍ଥା ଇରାଯାଇଥିଲା । ସମସ୍ତେ ଆସିବା ବେଳେ ସାର୍ଟିଫିକେଟ ନେଇ କି ଆଇବେ ବୋଲି କୁହାଯାଇଛି । ଭୋଟର ଆଇକର୍ଡ଼ ପରେ ୧୧ଟି ଅନ୍ୟ ଆଇଡି ଦେଖାଇ ଲୋକମାନେ ଭୋଟ ଦେଇ ପାରିବେ । ପ୍ରତ୍ୟେକ ଭୋଟର ଙ୍କୁ ହ୍ୟାଣ୍ଡ ଗ୍ଲୋବ ଦିଆଯିବ । ଏହା ବାଦ ମାକ୍ସ ଓ ସାନିଟାଇଜେସନ ବ୍ୟବସ୍ଥା କରାଯିବ । ସମସ୍ତଙ୍କର ଥର୍ମାଲ ସ୍କାନିଂ କରାଯିବ । ଯେଉଁମାନଙ୍କର ଅଧିକ ତାପମାତ୍ରା ଅଧିକ ଥିବ ସେମାନଙ୍କୁ ଚିରକୁଟ ଦିଆଯାଇ ପଠାଯିବ । ଶେଷ ଘଣ୍ଟାରେ ସେମାନେ ଆସି ଭୋଟ ଦେବେ । ସେଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ ।

ନିର୍ବାଚନ ପ୍ରଚାର ସମୟରେ ଆସିଥିବା ଆଚରଣ ବିଧିର ଉଲଂଘନର ୩ଟି ଅଭିଯୋଗକୁ ତଦନ୍ତ କରାଯାଇଛି । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି । ଏଥିପାଇଁ ୫ ହଜାର ଟଙ୍କା ଫାଇନ ବି କଟାଯାଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଆୟୋଗ ସୁଶୀଲ କୁମାର ଲୋହାନି ।