spot_img
Home Blog Page 5143

ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ପ୍ରତିମୂର୍ତ୍ତୀକୁ ବମ୍ ଲଗାଇ ଉଡାଇଦେଲେ ବଲୁଚିସ୍ତାନର ଏହି ବିଦ୍ରାଦୀ ଗୋଷ୍ଠୀ

ଇସଲାମାବାଦ: ବିସ୍ଫୋରକ ଲଗାଇ ଉଡାଇଦେଲେ ପାକିସ୍ତାନର ପ୍ରଥମ ଗଭର୍ଣ୍ଣର ଜେନେରାଲ ମହମ୍ମଦ ଅଲି ଜିନ୍ନାଙ୍କ ପ୍ରତିମୂର୍ତ୍ତି । ରବିବାର ଦିନ ପାକିସ୍ତାନର ଗ୍ୱାଦାରରେ ଏହି ବୋମା ବିସ୍ଫୋରଣ ହୋଇଥିଲା । ପାକିସ୍ତାନରେ ନିଷିଦ୍ଧ ହୋଇଥିବା ବାଲୁଚ ଲିବରେସନ ଫ୍ରଣ୍ଟ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି । ସୂଚନା ଥାଉ କି ଯେ ଚୀନ୍ ଭଳି ପାକିସ୍ତାନ ପାଇଁ ମଧ୍ୟ ଏହି ସହର ଗୁରୁତ୍ୱପୂର୍ଣ୍ଣ। ଚଳିତ ବର୍ଷ ଆରମ୍ଭରେ ଗ୍ୱାଦାରର ମେରାଇନ୍ ଡ୍ରାଇଭରେ ଜିନ୍ନାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା  । ଏହି ଅଞ୍ଚଳଟି ଏକ ସୁରକ୍ଷିତ ଅଞ୍ଚଳ ଭାବରେ ବେଶ ପରିଚିତ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ମୂର୍ତ୍ତି ତଳେ ବିସ୍ଫୋରକ ଲଗାଇ ବିସ୍ଫୋରଣ କରାଯାଇଥିଲା ।

ଏହି ବିସ୍ଫୋରଣରେ ମୂର୍ତ୍ତିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ତେବେ ଏହି ବିସ୍ପୋରଣ ପାଇଁ ନିଷିଦ୍ଧ ସଂଗଠନ ବାଲୁଚ ରିପବ୍ଲିକାନ ଆର୍ମି ମୁଖପାତ୍ର ବାବର ବାଲୋଚ ଟ୍ୱିଟରରେ ଏହି ବିସ୍ଫୋରଣ ପାଇଁ ଦାୟୀ ବୋଲି ଦାବି କରିଛନ୍ତି। ତେବେ ଗ୍ୱାଦରର ଡେପୁଟି କମିଶନର ମେଜର (ଅବସରପ୍ରାପ୍ତ) ଅବଦୁଲ କବୀର ଖାନ କହିଛନ୍ତି ଯେ ଏହି ଘଟଣାର ଅନୁସନ୍ଧାନ କରାଯାଉଛି । ସେ କହିଛନ୍ତି ଯେ ଯେଉଁମାନେ ବିସ୍ଫୋରକ ଲଗାଇ ଜିନ୍ନାଙ୍କ ପ୍ରତିମୂର୍ତ୍ତିକୁ ନଷ୍ଟ କରିଥିଲେ ସେମାନେ ପର୍ଯ୍ୟଟକ ଭାବରେ ଏହି ଅଞ୍ଚଳରେ ପ୍ରବେଶ କରିଥିଲେ ।

ତାଙ୍କ କହିବାନୁସାରେ, ଏପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ, କିନ୍ତୁ ଯାଞ୍ଚ ଏକ କିମ୍ବା ଦୁଇ ଦିନ ମଧ୍ୟରେ ଶେଷ ହେବ। ସେ କହିଛନ୍ତି ଯେ ଆମେ ସବୁ ଦିଗରୁ ଏହି ଘଟଣାର ଦୃଷ୍ଟି ରଖିଛୁ ଏବଂ ଖୁବ୍ ଶୀଘ୍ର ଦୋଷୀଙ୍କୁ ଧରାଯିବ । ଜିନ୍ନା ୧୯୧୩ ରୁ ୧୪ ଅଗଷ୍ଟ ୧୯୪୭ ପାକିସ୍ତାନ ପ୍ରତିଷ୍ଠା ପର୍ଯ୍ୟନ୍ତ ଅଲ ଇଣ୍ଡିଆ ମୁସଲିମ ଲିଗର ନେତା ଥିଲେ। ଏହା ପରେ, ସେ ୧୯୪୮ ମସିହାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ବର୍ଷା ଆସିଲେ ବାଲେଶ୍ୱରୀଆଙ୍କ ପାଇଁ ଦୁଃଖ ପାଲଟେ କାଂଶବାଂଶ ନଈ

ବାଲେଶ୍ୱର: ବାଲେଶ୍ବରବାସୀଙ୍କ ଦୁଃଖ ପାଲଟିଛି କାଂଶବାଂଶ। ଜିଲ୍ଲାର ସୋର, ସିମୁଳିଆ ଓ ଖଇରା ବ୍ଲକ ଦେଇ ପ୍ରବାହିତ ହେଉଛି ଏହି ନଈ। ହେଲେ ବର୍ଷା ଦିନ ଆସିଲେ ନଦୀ ଦେଉଛି କଷ୍ଟ। ନଈ କୂଳରେ ଥିବା ୪୦ ଗାଁର ୨୦ ହଜାରରୁ ଉର୍ଦ୍ଧ୍ବ ଲୋକେ ପ୍ରଭାବିତ ହୁଅନ୍ତି। ବହ୍ୟ ଜଗତରୁ ବିଛିନ୍ନ ହୁଏ ଏହି ୪୦ ଗାଁ। ନଦୀ ଗର୍ଭ ପୋତି ହେବା ସହ ପଥର ପ୍ୟାକିଂ ନଷ୍ଟ ହେବାକୁ ବସିଥିବାରୁ ଭୟର ବିତୁଛି ଲୋକଙ୍କ ଜୀବନ। ଏନେଇ ବାରମ୍ବାର ଅଭିଯୋଗ ହୋଇଛି। କାମ ପାଇଁ ଅର୍ଥ ମଧ୍ୟ ମଞ୍ଜୁର ହେଉଛି। ହେଲେ ମରାମତି ପାଇଁ ବିଭିନ୍ନ ଯୋଜନାରେ ଆସୁଥିବା ସରକାରୀ ଅର୍ଥ ବାଟମାରଣା ହେଉଥିବା ଲୋକେ ଅଭିଯୋଗ କରିଛନ୍ତି।

ପ୍ରତିବର୍ଷ ବର୍ଷା ଦିନ ଆସିଲେ ନଈ କୂଳ ଲଂଘେ। ଫଳରେ ଅଞ୍ଚଳର ଏକର ଏକର ଜମିରେ ପାଣି ପଶି ଫସଲ ନଷ୍ଟ ହୁଏ। ସେପଟେ ବିଭାଗୀୟ ଯନ୍ତ୍ରୀଙ୍କ କହିବା କଥା, ନଦୀ ଖନନ ପରେ ମାଟି ପକାଇବାକୁ ସ୍ଥାନ ନଥିବାରୁ ପାଖ ଜମିରେ ପକାଇବାକୁ ପଡୁଛି। ତେବେ ଖୁବଶୀଘ୍ର ପଥର ପ୍ୟାକିଂ କରି ମରାମତି କରାଯିବ। ନଦୀର ଉପଯୁକ୍ତ ମରାମତି କରାଗଲେ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ଜୀବିକା ସୁରକ୍ଷିତ ହୋଇ ପାରନ୍ତା ବୋଲି କହିଛନ୍ତି ବୁଦ୍ଧିଜୀବୀ।

ଚାଷିଙ୍କ ପାଇଁ ଅଭିଶାପ ପାଲଟିଛି IOCLର ତୈଳ ବିଶୋଧନାଗାର, ଘଣ୍ଟ ବାଡ଼େଇ ଲୋକଙ୍କୁ କରୁଛନ୍ତି ଏକାଠି

ଭୁବନେଶ୍ୱର: ଚାଷୀଙ୍କ ପାଇଁ କାଳ ସାଜିଛି ପାରଦୀପ ଆଇଓସିଏଲ ତୈଳ ବିଶୋଧନାଗାର। ଏକର ଏକର ଜମିରି ପଶୁଛି ତେଲମିଶା ପାଣି। ନିଷ୍କାସନର ସୁବିଧା ନଥିବାରୁ ଜମିରେ ମାଡୁଛି। ଯାହାଫଳରେ ସଢି ଯାଉଛି ଧାନ ଗଛ। ଚାଷୀଙ୍କ ସୁନାର ସ୍ୱପ୍ନ ଆଇଓସିଏଲ୍‌ ପାଇଁ ଭାଙ୍ଗିରୁଜି ଚୁରମାର ହେଉଛି। ଏହାରି ବିରୋଧରେ ଏକାଠି ହେଲେଣି ପାରାଦୀପ ଢ଼ିଙ୍କିଆ, ତ୍ରୀଲୋଚନପୁର ଓ ବଡକଣ୍ଟା ଗ୍ରାମର ଚାଷୀ।

ଘଣ୍ଟ ବାଡେଇ ଲୋକଙ୍କୁ ଏକାଠି କରୁଛନ୍ତି ଅଞ୍ଚଳବାସୀ। କମ୍ପାନୀର ପରିଚାଳନାଗତ ତ୍ରୁଟି ଯୋଗୁଁ ଚାଷୀ ଦୁଃଖ ସହୁଥିବା ଅଭିଯୋଗ ହୋଇଛି। ଆସନ୍ତା ୧୫ ଦିନ ମଧ୍ୟରେ କ୍ଷତିପୂରଣ ସହିତ ସ୍ଥାୟୀ ସମାଧାନ କରାନଗଲେ ଆନ୍ଦୋଳନ ର ଚେତାବନୀ ଦେଇଛନ୍ତି ଲୋକେ।

ସ୍ବର୍ଣ୍ଣଗର୍ଭା କୁହାଯାଉଥିବା ବନ୍ଦର ନିକଟସ୍ଥ ଢ଼ିଙ୍କିଆ, ନୂଆଗାଁ, ଗୋବିନ୍ଦପୁର, ବାଲିତୁଠ ଅଞ୍ଚଳ ଏବେ ଆଇଓସିଏଲ ତେଲ ଯୋଗୁଁ ଶ୍ରୀହିନ ହେବାକୁ ବସିଛି। ଧାନ, ପାନ ଓ ମାଛ ଚାଷ ତେଲ ଯୋଗୁଁ ନଷ୍ଟ ହେଉଛି।

 

ର୍ତୈଳ ମିଶ୍ରିତ ପାଣି ଚାଷ ଜମି ସହ ନଦୀରେ ମିଶୁଛି। ବାରମ୍ବାର ଏନେଇ ଅଭିଯୋଗ ହୋଇଥିଲେ ସୁଦ୍ଧା କମ୍ପାନୀ କର୍ତ୍ତୃପକ୍ଷ ଶୁଣୁ ନଥିବା ଅଭିଯୋଗ ହୋଇଛି। ନଦୀ ଓ ଚାଷ ଜମିରେ ଏକ ତୈଳାକ୍ତ ଆସ୍ତରଣ ଜମି ରହୁଛି। ତେଣୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି।

ଭାରତ ବନ୍ଦ ସମୟରେ ଜିଲ୍ଲାପଳଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ଆନ୍ଦୋଳନକାରୀ

ବଲାଙ୍ଗୀର: ବଲାଙ୍ଗୀରରେ ଭାରତ ବନ୍ଦ ବେଳେ ଅପ୍ରୀତିକର ପରିସ୍ଥିତି। ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଧସେଇ ପଶିଲେ ଆନ୍ଦୋଳନକାରୀ। ଚାଷୀ ସଂଗଠନ ଗୁଡିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ସହିତ ଧାରଣା ଦେଇଥିଲେ। ତେବେ ଜିଲ୍ଲାପାଳ ତାଙ୍କ ଅଫିସ ପ୍ରକୋଷ୍ଠରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥାଇ କାମ କରୁଥିବା ବେଳେ ଆନ୍ଦୋଳନକାରୀ ମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ଫାଟକରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କୁ ଠେଲି ଆନ୍ଦୋଳନକାରୀ ଜିଲ୍ଲାପାଳଙ୍କ ଅଫିସ ଭିତରକୁ ଧସେଇ ପଶିଯାଇଥିଲେ।

ଏପରିକି ଜିଲ୍ଲାପାଳଙ୍କ ପ୍ରକୋଷ୍ଠକୁ ଆନ୍ଦୋଳନକାରୀ ଚାଷୀ ଓ କଂଗ୍ରେସ କର୍ମୀ ଧସେଇ ପଶିଥିଲେ। ଆନ୍ଦୋଳନ ଯୋଗୁଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିବା ବେଳେ ନିଜେ ଜିଲ୍ଲାପାଳ କାର୍ଯ୍ୟାଳୟରେ ଆସି କାର୍ଯ୍ୟ କରୁଥିବାରୁ ଆନ୍ଦୋଳନକାରୀମାନେ ପ୍ରତିବାଦ କରିଥିଲେ। ତେବେ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବାରୁ ଜରୁରୀକାଳୀନ କାମରେ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଆସି କାମ କରୁଥିବା ଜିଲ୍ଲାପାଳ ଚଞ୍ଚଲ ରାଣା ସୂଚନା ଦେଇଛନ୍ତି। ତେବେ ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଆନ୍ଦୋଳନକାରୀମାନେ ପୁଣି ଆନ୍ଦୋଳନସ୍ଥଳକୁ ଫେରିଆସିଥିଲେ।

ବଢ଼ୁଛି କି ଋଣ ବୋଝ ? ଆପଣାନ୍ତୁ ଏହି ବାସ୍ତୁ ଉପାୟ, ମିଳିବ ସୁଫଳ…

ଜୀବନରେ ଆସୁଥିବା ସମସ୍ୟାକୁ ବାସ୍ତୁଶାସ୍ତ୍ର ଦ୍ବାରା ବଦଳାଇ ହେବ। ଆସନ୍ତୁ ଜାଣିବା ଏଭଳି କିଛି ବାସ୍ତୁ ଟିପ୍ସ, ଯାହାଦ୍ବାରା ଋଣଭାରରୁ ମୁକ୍ତି ମିଳିପାରିବ। ଆମେ ଋଣ ତ ନେଇଥାଉ, କିନ୍ତୁ ତାକୁ ସୁଝି ପାରିନଥାଉ। ଯେତେବି ଚେଷ୍ଟା କଲାପରେ ମଧ୍ୟ କିଛି ନା କିଛି ପରିଶୋଧ କରିବା ବାକି ରହିଯାଇଥାଏ। ସେଥିପାଇଁ ଆମେ ଆଜି ଆପଣଙ୍କୁ ଋଣ ବୋଝରୁ କିପରି ମୁକ୍ତି ପାଇବେ ସେ ବିଷୟରେ କହିବାକୁ ଯାଉଛୁ।

ଋଣ ଭାରରୁ ମୁକ୍ତି ପାଇବା ପାଇଁ ସବୁବେଳେ ମଙ୍ଗଳବାର ଦିନକୁ ଚୟନ କରିବା ଦରକାର। ଏହି ଦିନ ଟଙ୍କା ଫେରାଇ ଦିଆଯିବା ଦ୍ବାରା ଋଣ ଶୀଘ୍ର ପରିଶୋଧ ହୋଇଥାଏ। ଘରର ଦକ୍ଷିଣ-ପଶ୍ଚିମ ଭାଗରେ ତିଆରି ହୋଇଥିବା ଓ୍ବାଶରୁମ୍‌ ମଧ୍ୟ ଲୋକଙ୍କ ଋଣ ଭାରକୁ ବଢାଇ ପାରେ। ତେଣୁ ଘରର ଏହି ଦିଗରେ ଓ୍ବାଶରୁମ୍ ନିର୍ମାଣ ନକରନ୍ତୁ।

ଏହାଛଡା ଘର କିମ୍ବା ଦୋକାନର ଉତ୍ତର-ପୂର୍ବ ଦିଗରେ କାଚ ଲଗାଇବା ଦ୍ବାରା ଋଣରୁ ମୁକ୍ତି ମିଳିଥାଏ। କାଚର ଫ୍ରେମ୍ ଲାଲ, ସିନ୍ଦୁର କିମ୍ବା ମେରୁନ୍ ରଙ୍ଗର ହେବା ଉଚିତ୍ ନୁହେଁ। କାଚ ଯେତିକି ହାଲକା ତଥା ବଡ ଆକାରର ହେବ, ଆପଣଙ୍କ ପାଇଁ ତାହା ସେତେଲାଭଦାୟକ ହେବ।

ନିର୍ବାଚନୀ ପ୍ରଚାରର ଶେଷ ଦିନରେ କମ୍ପିଲା ପଶ୍ଚିମବଙ୍ଗ ଭବାନୀପୁର, ରାସ୍ତାରୁ ଓହ୍ଲାଇଲେ ହେବିଓ୍ୱେଟ ନେତା

କୋଲକାତା: ପ୍ରଚାରରେ କମ୍ପୁଛି ପଶ୍ଚିମବଙ୍ଗର ବହୁ ଚର୍ଚ୍ଚିତ ଭବାନୀପୁର। ଆସନ୍ତା ୩୦ ତାରିଖରେ ଉପ-ନିର୍ବାଚନ ଥିବା ବେଳେ ଆଜି ହେଉଛି ପ୍ରଚାରର ଶେଷ ଦିନ। ଏଥି ପାଇଁ ନିର୍ବାଚନର ମୈଦାନରେ ହେବିଓ୍ବେଟଙ୍କ ଭିଡ଼ ଲାଗୁଥିବା ଦେଖିବାକୁ ମିଳିଛି। ଟିଏମସି ପକ୍ଷରୁ ପ୍ରଚାରକୁ ଜୋରଦାର କରାଯାଉଛି। ମମତାଙ୍କୁ ବିଜେପି ମଧ୍ୟ ଟକ୍କର ଦେଇଥିବା ଦେଖିବାକୁ ମିଳିଛି। ବିଜେପି ପକ୍ଷରୁ ଆଜି ୮୦ଜଣ ନେତା ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି। ସେପଟେ ବିଜେପିର ଏହି ରଣନୀତି କୌଣସି କାମ ଦେବ ନାହିଁ ବୋଲି କହିଛନ୍ତି ଟିଏମ୍ସିର ସାଧାରଣ ସମ୍ପାଦକ । ଅଭିଷେକ ବାନାର୍ଜୀଙ୍କ କହିବା ଅନୁଯାୟୀ, ଏହି ଆସନରୁ ଟିଏମସି ନିଶ୍ଚୟ ବିଜୟ ହାସଲ କରିବ।

ଅନ୍ୟପଟେ ଭବାନୀପୁର ନିର୍ବାଚନୀ ପ୍ରଚାର ବେଳେ ବିଜେପି ନେତାଙ୍କ ସୁରକ୍ଷା କର୍ମୀମାନେ ବନ୍ଧୁକ ଦେଖାଇ ଲୋକଙ୍କୁ ଧମକାଉଥିବାର ଦେଖାଯାଇଛି। ବିଜେପି ଉପ ସଭାପତି ଦିଲ୍ଲୀପ୍ ଘୋଷ ଭବାନୀପୁର ପ୍ରଚାର କରୁଥିବା ବେଳେ ଏକ ଟିକାକରଣ କେନ୍ଦ୍ରରେ ପ୍ରବେଶ କରିଥିଲେ। ସେଠାରେ ଥିବା ଲୋକମାନେ ଏହାକୁ ବିରୋଧ କରିବାରୁ ସୁରକ୍ଷାକର୍ମୀ ଜଣଙ୍କ ଲୋକମାନଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବନ୍ଧୁକ ଦେଖାଇ ବିଜେପି ଲୋକଙ୍କୁ ଭୟଭୀତ କରିବାକୁ ଚେଷ୍ଟା କରୁଛି ବୋଲି ଭୋଟର କହିଛନ୍ତି।

DRDOରୁ ତଥ୍ୟ ଲିକ୍ ଘଟଣାରେ ଆସିଲା ନୂଆ ତଥ୍ୟ, OTP ମାଧ୍ୟମରେ ଅଭିଯୁକ୍ତର ମୋବାଇ ହ୍ୟାକ୍‌ କରି ବ୍ୟବହାର କରୁଥିଲା

ଭୁବନେଶ୍ୱର: ଚାନ୍ଦିପୁର DRDOରୁ ତଥ୍ୟ ଲିକ୍ ଘଟଣା। ଖୋଲୁଛି ଗୋଟିଏ ପରେ ଗୋଟିଏ ରହସ୍ୟମୟୀ ମହିଳାଙ୍କ ରହସ୍ୟ। ରହସ୍ୟମୟୀ ସୁନ୍ଦରୀଙ୍କ ବାବଦରେ  ନୂଆ ଖୁଲାସା କଲା କ୍ରାଇମବ୍ରାଞ୍ଚ। ଜଣେ ଅଭିଯୁକ୍ତର ମୋବାଇଲ ହ୍ୟାକ କରିଥିଲେ ରହସ୍ୟମୟୀ। ଓଟିପି ମାଧ୍ୟମରେ କିଛି ମାସ ଧରି ମୋବାଇଲ ହ୍ୟାକ କରି ରଖିଥିବା ଜଣାପଡିଛି।

ଅନ୍ୟପଟେ ମହିଳାଙ୍କ ସହ କଥା ହେବାକୁ ଅଭିଯୁକ୍ତ କିଣିଥିଲେ ନୂଆ ସିମ୍। ଏବେ ଅଭିଯୁକ୍ତର ମୋବାଇଲ ଲିଙ୍କର ଖୋଳତାଡ କରୁଛି କ୍ରାଇମବ୍ରାଞ୍ଚ। ବିଦେଶରେର ଥାଇ ହନିଟ୍ରାପ୍ ଜାଲ ବିଛାଇଥିଲେ ମହିଳା ଜଣକ। ଓଟିପି ମାଧ୍ୟମରେ ମୋବାଇଲ ହ୍ୟାକ୍‌ ପରେ ଅଭିଯୁକ୍ତଙ୍କ କଣ୍ଟାକ୍ଟ ଲିଷ୍ଟରୁ ଅନ୍ୟ ମାନଙ୍କ ସହ ଯୋଗଯୋଗ କରିଥିବା ସନ୍ଦେହ କରାଯାଉଛି।

କିିଛିଦିନ ପୂର୍ବରୁ ୨ ଜଣ ଅଭିଯୁକ୍ତଙ୍କୁ ସନ୍ଦିଗ୍ଧ ମହିଳା ଭିଡିଓ କଲ୍ କରିଥିବା ଜେରା ବେଳେ ଜାଣିବାକୁ ପାଇଥିଲା କ୍ରାଇମବ୍ରାଞ୍ଚ। ଖାଲି ସେତିକି ନୁହେଁ ମହିଳା ଜଣଙ୍କ ହିନ୍ଦୀରେ କଥା ହେଉଥିଲେ ଏବଂ ୨ ଅଭିଯୁକ୍ତଙ୍କୁ ବିବାହ ପ୍ରସ୍ତାବ ମଧ୍ୟ ଦେଇଥିଲେ। ସେହିଭଳି ଜଣେ ଅଭିଯୁକ୍ତଙ୍କ ଚାନ୍ଦିପୁର ଘରକୁ ଆସିବାକୁ ପ୍ରସ୍ତାବ ଦେଇଥିଲେ ସନ୍ଦିଗ୍ଧ ମହିଳା। ଦୁବାଇରୁ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି। ଆକାଉଣ୍ଟ ତଥ୍ୟ ସହ ମହିଳା ଜଣଙ୍କର ପ୍ରକୃତ ପରିଚୟ, କେଉଁଠାରେ ଅଛନ୍ତି ଜାଣିବାକୁ କ୍ରାଇମବ୍ରାଞ୍ଚ ପ୍ରୟାସ କରୁଛି।

 

ଖ୍ରୀଷ୍ଟ କଲେଜର ତୁଷାରକାନ୍ତ ଆତ୍ମହତ୍ୟା ମାମଲାରେ ୨ଜଣଙ୍କୁ ଗିରଫ କଲା ଜଗତପୁର ପୋଲିସ

କଟକ: କଟକ ଖ୍ରୀଷ୍ଟ କଲେଜର ତୁଷାରକାନ୍ତ ସାହୁଙ୍କ ଆତ୍ମହତ୍ୟା ମାମଲା। ମାମଲାରେ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ଜଗତପୁର ପୋଲିସ। ଗିରଫ ଦୁଇଜଣ ହେଲେ ଦିବ୍ୟରଞ୍ଜନ ବେହେରା ଓ କୌଶଲ ପ୍ରଧାନ। ଏକ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ତୁଷାରକାନ୍ତଙ୍କୁ ମାନସିକ ଓ ଶାରୀରିକ ସ୍ତରରେ ନିର୍ଯାତନା ଦିଆଯାଉଥିଲା। ଏଥିରୁ ମୁକ୍ତି ପାଇବା ପାଇଁ ତୁଷାରକାନ୍ତ ଆତ୍ମହତ୍ୟା କରିଥିବା ପୋଲିସ କହିଛି। ତଦନ୍ତକାରୀ ଅଧିକାରୀ ପି.କେ ଦାସ ସଂପୂର୍ଣ୍ଣ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବା ପରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି।

ଗତ ୨୫ ତାରିଖରେ ତୁଷାରଙ୍କ ବାନ୍ଧବୀ ବୁଲବୁଲ ସମେତ ତାଙ୍କ ବଡ଼ ଭଉଣୀ ଓ ପୁରୁଷବନ୍ଧୁ ନାମରେ ଧାରା ୩୦୬, ୩୪ରେ ମାମଲା ରୁଜୁ କରିଥିଲା କମିଶନରେଟ ପୋଲିସ। ଏନେଇ ସତ୍ୟପାଠ ମାଧ୍ୟମରେ ହାଇକୋର୍ଟକୁ ଅବଗତ କରାଇଥିଲେ କଟକ ଡିସିପି। ତୁଷାର ଅଗଷ୍ଟ ୩ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ନିଖୋଜ ଥିବା ନେଇ ପରିବାର ଲୋକେ କ୍ୟାଣ୍ଟନମେଣ୍ଟ ଥାନାରେ ଅଭିଯୋଗ କରିଥିଲେ। ନିଖୋଜ ପଛରେ ବାନ୍ଧବୀ ଓ ଅନ୍ୟ ୫ଜଣଙ୍କ ସମ୍ପୃକ୍ତି ଥିବା ମଧ୍ୟ ଅଭିଯୋଗ କରିଥିଲେ। ପୋଲିସ ୫ ତାରିଖରେ ଯୋବ୍ରା ଆନିକଟ ପାଖରୁ ତୁଷାରଙ୍କ ଶବ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇଥିଲା। ମାତ୍ର, ପୋଲିସ ଏହାକୁ ଆତ୍ମହତ୍ୟା ଦର୍ଶାଇ ତଦନ୍ତ ଆଗକୁ ନବଢାଇବାରୁ ହାଇକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ତୁଷାରଙ୍କ ବାପା।

ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା, ଆଗରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା । ଆଗରେ ରହିଛି ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ । ୨୮ ହଜାର ୮୪୪ ଛାତ୍ର, ୨୫ ହଜାର ୭୮୭ ଛାତ୍ରୀ, ୨ ଜଣ ତୃତୀୟ ଲିଙ୍ଗ ମନୋନୀତ ହୋଇଛନ୍ତି । ସେ ମଧ୍ୟରେ କଳାର ୪୦ ହଜାର ୮୭୧ , ବାଣିଜ୍ୟରେ ୨ ହଜାର ୬୪୪, ବିଜ୍ଞାନରେ ୧୦ ହଜାର ୩୮୨, ସଂସ୍କୃତି ରେ ୨୬୯, ଧନ୍ଦାମୂଳକ ଶିକ୍ଷା ରେ ୪୬୭ ଜଣ ମନୋନୀତ ହୋଇଛନ୍ତି ।

ବିଜ୍ଞାନ, କଳା ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ସ୍କୁଲ ସବୁଠାରୁ ଆଗରେ ରହିଛି । କଳାରେ ୭୬.୫, ବିଜ୍ଞାନ ରେ ୨୦ ପ୍ରତିଶତ, ବାଣିଜ୍ୟରେ ୫୦ ପ୍ରତିଶତ । ଦ୍ୱିତୀୟ ରେ ଅଛି ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ କଳା ରେ ୭୬.୪, ସେହିଭଳି ତୃତୀୟ ରେ ଭଦ୍ରକ ଉଚ୍ଚ ମାଧ୍ୟମିକ ସ୍କୁଲ ୭୩.୧୭ । ବିଜ୍ଞାନ ରେ ଦ୍ୱିତୀୟରେ ରହିଛି ବିଜେବି ଉଚ୍ଚ ମାଧ୍ୟମିକ ସ୍କୁଲ ୮୮.୩୩, ତୃତୀୟରେ ରହିଛି ଉପେନ୍ଦ୍ରନାଥ ଉଚ୍ଚ ମାଧ୍ୟମିକ ସ୍କୁଲ ସୋର ୮୬.୩୩ । ସେହିଭଳି ବାଣିଜ୍ୟରେ ଦ୍ୱିତୀୟରେ ରହିଛି ରାଉରକେଲା ସରକାରୀ ଉଚ୍ଚ ମାଧ୍ୟମିକ ସ୍କୁଲ ୭୯.୫, ତୃତୀୟରେ ଶୈଳବାଲା ମହିଳା ଉଚ୍ଚ ମାଧ୍ୟମିକ ସ୍କୁଲ ରହିଛି ୭୫.୫ ପ୍ରତିଶତ ।

ମହାନଦୀ ମଝିରେ ଫ୍ଲୋଟିଂ ରେଷ୍ଟୁରାଣ୍ଟ, ସେଥିରେ ନେଇପାରିବେ ରୋମାଟିଂ ଡିନରର ମଜା

କଟକ: ମହାନଦୀରେ ବିଦେଶୀ ଟ୍ରାଭେଲର ମଜା। ମଦୀ ମଝିରେ ଡିମ୍‌ ଲାଇଟ୍‌ ଡିଜେ ସାଙ୍ଗକୁ ଟେଷ୍ଟି ଖାଦ୍ୟର ଅନୁଭତି। ପୁରା ରୋମାଣ୍ଟିକ୍ ଡିନରର ମଜା ନେଇପାରିବେ ଏବେ ମହାନଦୀ ମଝିରେ। କଟକ ମହାନଦୀ ରେ ଆରମ୍ଭ ହେବାକୁ ଯାଉଛି ରାଜ୍ୟର ପ୍ରଥମ ଫ୍ଲୋଟିଂ ରେଷ୍ଟୁରାଣ୍ଟ। ମହାନଦୀର ପ୍ରାକୃତିକ ସୌନ୍ଦର୍ଯ୍ୟ ସହ ନଦୀର ଗର୍ଭରେ ସୁସ୍ୱାଦୁ ଖାଦ୍ୟ ସହ ରଙ୍ଗୀନ ଲାଇଟ ସାଉଣ୍ଡର ମଜା ପାଇପାରିବେ ପର୍ଯ୍ୟଟକ। ଏଭଳି ରେଷ୍ଟୁରାଣ୍ଟ ନେଇ OTDC ର ପ୍ରସ୍ତୁତି ଶେଷ ହୋଇଛି। ଘରୋଇ ସଂସ୍ଥାର ସହଭାଗିତାରେ ରାଜ୍ୟରେ ପ୍ରଥମ ଥର ପାଇଁ ଓଟିଡିସି ଆରମ୍ଭ କରିଛି ଏହି ରେଷ୍ଟୁରାଣ୍ଟ। ଆସନ୍ତ ଦୁର୍ଗା ପୂଜା ରେ ଭରପୁର ମଜା ନେବେ ପର୍ଯ୍ୟଟକ।

ଏକ ବୋଟରେ ୫ କୋଟି ବ୍ୟୟରେ ନିର୍ମାଣ ହୋଇଛି ଏହି ଫ୍ଲୋଟିଂ ରେଷ୍ଟୁରାଣ୍ଟ। ବୋଟଟିକୁ ସମ୍ପୂର୍ଣ୍ଣ ନିଆରା ଡିଜାଇନ ଓ ଲୁକ ସହ ଇଣ୍ଟେରିଅର କାମ କରାଯାଉଛି। ବୋଟରେ ୮ଜଣ ବସିବା ସହ ମ୍ୟୁଜିକର ବ୍ୟବସ୍ଥା ହୋଇଛି। ଦୁର୍ଗା ପୂଜାରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। ରେଷ୍ଟୁରାଣ୍ଟର ମଜା ଉଠାଇବାକୁ ହେଲେ OTDC  କିମ୍ବା ସହଭାଗୀ ସଂସ୍ଥା ୱାଟର ସ୍ପୋର୍ଟସ ସିମ୍ପଲ ଇଣ୍ଡିଆ ସାଇଟରେ ବୁକ କରିପାରିବେ।