spot_img
Home Blog Page 5169

ଓଡ଼ିଶା ଉପରେ ପଶ୍ଚିମବଙ୍ଗର ଲୋଲୁପ ଦୃଷ୍ଟି, ଉଦୟପୁର ବେଳାଭୂମିରେ ନିର୍ମାଣ କରୁଛି ଗାର୍ଡୱାଲ

ନୂଆଦିଲ୍ଲୀ: ସେପଟେ ଆନ୍ଧ୍ର ଏପରେ ପଶ୍ଚିମବଙ୍ଗ। ଓଡ଼ିଶା ଉପରେ ସମସ୍ତଙ୍କ ନଜର। କେମିତି ଓଡ଼ିଶାର କିଛି ଅଂଶ ନିଜ ଅଧିନକୁ ନେବୁ ସେଥିପାଇଁ ଲାଗିପଡ଼ିଛନ୍ତି। ନିଜ ଅଧିନକୁ ନେଇ କିଛି ନା କିଛି ନିର୍ମାଣ କରିବାରେ ବ୍ୟସ୍ତ। ପୁଣି ଓଡ଼ିଶା ସୀମାରେ ପଶ୍ଚିମବଙ୍ଗର ବେଆଇନ ନିର୍ମାଣ। ରାଜ୍ୟର ଅନ୍ୟତମ ମନୋରମ ବେଳାଭୂମି ଉଦୟପୁର ବେଳାଭୂମି ଉପରେ ଲୋଲୁପ ଦୃଷ୍ଟି ପକାଇଛି ପଶ୍ଚିମବଙ୍ଗ।

ଦ୍ଵିତୀୟ ଥର ପାଇଁ ବେଳାଭୂମିରେ ବେଆଇନ ଭାବେ ଗାର୍ଡୱାଲ ନିର୍ମାଣ କରୁଛି ପଶ୍ଚିମବଙ୍ଗ। ସ୍ଥାନୀୟ ଲୋକ ପ୍ରଶାସନକୁ ଖବର ଦେବାପରେ ଭୋଗରାଇ ତହସିଲଦାର ଓ ପୋଲିସ ପହଞ୍ଚି କାମ ବନ୍ଦ କରିଛନ୍ତି। ଗାର୍ଡ ୱାଲ ନିର୍ମାଣ ହେଉଥିବା ସ୍ଥାନରେ ପୂର୍ବରୁ ୧୪୪ ଧାରା ବଳବତ୍ତର ଥିଲେ ମଧ୍ୟ ପଶ୍ଚିମବଙ୍ଗ ଆଜି ସକାଳୁ ନିର୍ମାଣ ଆରମ୍ଭ କରିଥିଲା। ଖବର ପାଇ ପ୍ରଶାସନ ପହଞ୍ଚି କାମକୁ ବନ୍ଦ କରିଛି।

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୪୬୨ ଜଣ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ୪ଶହ ତଳେ ରହିଛି କରୋନା ସଂକ୍ରମଣ। ଦିନକୁ ଦିନ ତଳକୁ ଖସିବାରେ ଲାଗିଛି କରୋନା ସଂକ୍ରମଣ। ରାଜ୍ୟରେ ଆଉ ୪୬୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଶୂନରୁ ୧୮ବର୍ଷ ବୟସର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ସେଣ୍ଟରରୁ ୨୬୮ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ରହିଛି ୧୯୪। ସେପଟେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬ଶହ ଆକ୍ରାନ୍ତ।

ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଲେ ଷ୍ଟେଟପୁଲରୁ ୪୩, ଜଗତସିଂହପୁରରୁ ୩୧, କଟକରୁ ୩୦, ଯାଜପୁରରୁ ୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଭଦ୍ରକଓ ସୁନ୍ଦରଗଡ଼ରୁ ୧୬ଜଣ ଲେଖାଏଁ, ମୟୂରଭଞ୍ଜ ଓ ପୁରୀରୁ ୧୩ଜଣ ଲେଖାଏଁ, ସମ୍ବଲପୁରରୁ ୧୨, ବାଲେଶ୍ୱରରୁ ୧୧, କେନ୍ଦ୍ରାପଡାରୁ ୧୦,  ଅନୁଗୁଳରୁ ୬, ନୟାଗଡ଼ରୁ ୫, ବରଗଡ଼, ଝାରସୁଗୁଡା, ଓ ରାୟଗଡ଼ାରୁ ୪ଜଣ ଲେଖାଏଁ, ବଲାଙ୍ଗୀର, ଢେଙ୍କାନାଳ, ଗଜପତି, ଗଞ୍ଜାମ ,କଳାହାଣ୍ଡିରୁ ୨ଜଣ ଲେଖାଏଁ, ଦେବଗଡ଼, କନ୍ଧମାଳ, କେନ୍ଦୁଝର, ନୂଆପଡା ଓ ସୋନପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମାତ୍ର କେଇଟା ଟଙ୍କା ପାଇଁ ଗାଁ ଦାଣ୍ଡରେ ମହିଳା କାଟିଲେ ମହିଳାଙ୍କ ଚୁଟି, ଭିଡିଓ କଲେ ପାଖରେ ଥିବା ଛୋଟ ପୁଅ-ଝିଅ

କେନ୍ଦ୍ରାପଡା: ଗାଁ ଦାଣ୍ଡରେ ଚାଲିଛି ମହିଳାଙ୍କୁ ଲଣ୍ଡା କରିବାର ଅପମାନର ବର୍ବ। ମହିଳା ଜଣକୁ ଦାଣ୍ଡ ମଝିରେ ବସାଇ କଇଁଚିରେ କାଟି ଚାଲିଛନ୍ତି ଚୁଟି। ଖାଲି ସେତିକି ନୁହେଁ ମୁଁହରେ ମଧ୍ୟ କଳା ବୋଳା ଚାଲିଛି। ଏକବିଂଶ ଶତାବ୍ଦୀରେ ବି ଶିକ୍ଷିତ ସମାଜରେ ଘଟୁଛି ଏଭଳି ନିନ୍ଦନୀୟ ଘଟଣା। ସାମାନ୍ୟ କେଇଟା ଟଙ୍କା ପାଇଁ ମହିଳା ଜଣକ ଭୋଗିଛନ୍ତି କଙ୍ଗାରୁ କୋର୍ଟ ଭଳି ଘୃଣ୍ୟ ନିର୍ଯାତନା। ଏ ଦୃଶ୍ୟ କୌଣସି ଦୁର୍ଗମ ଆଦିବାସୀ ଅଞ୍ଚଳର ନୁହେଁ। ବରଂ ଏ ଦୃଶ୍ୟ ହେଉଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର। ଉଦାର ଟଙ୍କା ପାଇଁ ଶିକାର ହୋଇଛନ୍ତି ଏଭଳି ନିର୍ଯାତନାର।

ବେଲତଳ ଗାଁରେ ଜଣେ ମହିଳା କିଛି ଲୋକଙ୍କ ଠାରୁ ଟଙ୍କା ଉଧାର ନେଇଥିଲା। ପରବର୍ତ୍ତୀ ସମୟରେ ମହିଳା ଜଣଙ୍କ ଟଙ୍କା ଦେଇ ନପାରିବାରୁ ତାଙ୍କୁ ଅକଥନୀୟ ନିର୍ଯାତନା ଦିଆଯାଇଛି। ମହିଳାଙ୍କ ଚୁଟି କାଟିବା ସହ ତାଙ୍କ ମୁହଁରେ କଳା ବୋଳୁଛନ୍ତି ଗାଁର କିଛି ମହିଳା। ପାଖରେ ଥିବା ଛୋଟ ପିଲା ମଧ୍ୟ ଏଭଳି ଘଟଣାର ମନଭରି ଉପଭୋଗ କରୁଛନ୍ତି। ସଭ୍ୟ ସମାଜରେ ଏପରି ଜୁଲମ୍‌ ନିନ୍ଦନୀୟ ନୁହେଁ କି ? ପାଖରେ ଛିଡ଼ା ହୋଇଥିବା ଛୋଟ ପିଲା ଏଥିରୁ କଣ ଶିକ୍ଷିବେ ? ନିଜର ଅସହାୟ କାହାଣୀ କହୁଥିଲେ ବି ଯେପରି ସବୁ କିଛି ଭୁଲି ଯାଇଛନ୍ତି ଏହି ମହିଳାମାନେ। ଏ ଦୃଶ୍ୟକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଟଙ୍କା ବି କୌଣସି ବଡ଼ ଧରଣର ବା ମୋଟା ଅଙ୍କର ନୁହେଁ। ସାମାନ୍ୟ କିଛି ଟଙ୍କା ପାଇଁ ଏଭଳି ଅବସ୍ଥା ହୋଇଛନ୍ତି ମହିଳା।

ହୋଇପାରେ ଆତଙ୍କବାଦୀଙ୍କ ବଡ଼ ଆକ୍ରମଣ, ଉରିରେ ଜାରି ହେଲା ହାଇ ଆଲର୍ଟ

ନୂଆଦିଲ୍ଲୀ: ବିପୁଳ ଅସ୍ତ୍ରଶସ୍ତ୍ର ସହ ଭାରତରେ ପ୍ରବେଶ କରିବା ଲାଗି ଆତଙ୍କବାଦୀଙ୍କ ସବୁଠାରୁ ବଡ ଉଦ୍ୟମ। ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ଜାମ୍ମୁ ଓ କାଶ୍ମୀରର ଉରି ସେକ୍ଟରରେ ବ୍ୟାପକ ସତର୍କତା। ଉରି ସେକ୍ଟରରେ ପ୍ରଥମ ଥର ଲାଗି ଇଣ୍ଟରନେଟ ଓ ମୋବାଇଲ ଫୋନ ସେବାକୁ ୩୬ ଘଣ୍ଟା ଲାଗି ରଦ୍ଦ କରାଯାଇଛି। ଗତ ୨୦୧୬ ସେପ୍ଟେମ୍ବର ୧୮ରେ ଉରି ସେକ୍ଟରର ଏକ ସାମରିକ କ୍ୟାମ୍ପରେ ଦୁଇ ଜଣ ଆତ୍ମଘାତୀ ବାହିନୀ ବିସ୍ଫୋରଣ ଘଟାଇଥିଲେ। ଏବଂ ଏଥିରେ ୧୯ଜଣ ଯବାନ ସହିଦ ହୋଇଥିଲେ। ଏହି ଲୋମହର୍ଷକ ଘଟଣାର ଷଷ୍ଠ ବାର୍ଷିକୀରେ ଆତଙ୍କବାଦୀ ପୁଣି ହମଲା କରିବାକୁ ଯୋଜନା କରୁଛନ୍ତି ବୋଲି ସୂଚନା ମିଳିବା ପରେ ସେନାବାହିନୀ ସତର୍କ ହୋଇଛି।

ନିୟନ୍ତ୍ରଣ ରେଖା ବା ଏଲଓସି ଦେଇ ଏହି ଆତଙ୍କବାଦୀମାନେ ପଶିବା ଲାଗି ଉଦ୍ୟମ କରିଛନ୍ତି ବୋଲି ଗୁଇନ୍ଦା ତଥ୍ୟ ଆସିବା ପରେ ଏହି ପଦକ୍ଷେପ ନିଆଯାଇଛି। ଉରି ସେକ୍ଟରର ବିଭିନ୍ନ ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ, ଆତଙ୍କବାଦୀଙ୍କ ବିରୋଧରେ ଅପରେସନ ଆରମ୍ଭ ହୋଇଛି। ବ୍ୟାପକ ଅଞ୍ଚଳରେ କର୍ଡନ ବ୍ୟବସ୍ଥା କରାଯାଇ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଲେଫ୍ଟନାଣ୍ଟ ଜେନରାଲ ଡି.ପି. ପାଣ୍ଡେ କହିଛନ୍ତି ଉରି ସେକ୍ଟରରେ ପ୍ରବେଶ କରିବା ଲାଗି ଆତଙ୍କବାଦୀ ଉଦ୍ୟମ କରିଛନ୍ତି। ସେମାନଙ୍କ ସମ୍ଭାବ୍ୟ ମୁକାବିଲା ଲାଗି ସେନାବାହିନୀ ସତର୍କ ରହିଛି। ପ୍ରାୟ ୬ ଜଣ ଆତଙ୍କବାଦୀ କୌଣସି ମତେ ଭାରତରେ ପଶିଛନ୍ତି ଏବଂ ସେମାନଙ୍କ ଗୁଳିରେ ଜଣେ ଯବାନ ଆହତ ହୋଇଛନ୍ତି ବୋଲି କୁହାଯାଇଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏସଡିଓଙ୍କ ଘରେ ଭିଜିଲାନସ୍ ଚଢାଉ

କେନ୍ଦୁଝର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ। କେନ୍ଦୁଝର ନେସ୍କୋ ଇଲେକ୍ଟ୍ରିକାଲ୍ ଏସଡିଓଙ୍କ ଘରେ ଭିଜିଲାନସ୍ ଚଢାଉ। ଏକାସାଙ୍ଗରେ ୪ଟି ସ୍ଥାନରେ ଚଢାଉ କରୁଛି ଭିଜିଲାନସ୍। କେନ୍ଦୁଝରର ନେସ୍କୋ କାର୍ଯ୍ୟାଳୟରେ ମିଟର୍ ରିଡିଙ୍ଗ ବିଭାଗରେ ଇଲେକ୍ଟ୍ରେକାଲ୍ ଏସଡିଓ ଥିବା ମହେଶ୍ୱର ସେଠୀଙ୍କର ଜଗନ୍ନଥପୁର ସ୍ପଞ୍ଜ କଲୋନୀସ୍ଥିତ ବାସଭବନ, ଘଟଗାଁ ବ୍ଲକ ମୁକୁନ୍ଦପୁର ପାଟଣାରେ ଥିବା ପୈତୃକ ବାସଭବନ, ଘଟଗାଁରେ ଥିବା ଭାଇ ଘର ଓ ରିମୁଳିସ୍ଥିତ ତାଙ୍କର ଶ୍ୱଶୁର ଘରେ ଚାଲିଛି ଚଢାଉ।

ବାଲେଶ୍ୱର ଭିଜିଲାନସ୍ ଡିଭିଜନ୍‌ର ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ପରମେଶ୍ୱର କିଷାନଙ୍କ ନେତୃତ୍ୱରେ ୨ଜଣ ଡିଏସପି ଓ ୫ଜଣ ସବଇନିସ୍ପେକ୍ଟରଙ୍କ ସହ ୪ଟି ଟିମ୍ ଏହି ଚଢାଉରେ ସାମିଲ ହୋଇଛନ୍ତି। ଆୟବହିର୍ଭୂତ ସ୍ଥାବର, ଅସ୍ଥାବର ସମ୍ପତ୍ତିର ଖୋଳତାଡ଼ ଜାରି ରହିଛି।

ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ। ପ୍ରଭାବରେ ଆଜି ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭବାନା ଲାଗି ରହିଛି। ସେପଟେ ରାଜ୍ୟକୁ ଡରାଇଲାଣି ଆଉଏକ ଲଘୁଚାପ। କାରଣ ଆସନ୍ତା ୨୫ତାରିଖରେ ପୂର୍ବ-କେନ୍ଦ୍ରୀୟ ତଥା ତତ୍‌ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ୨୬ ତାରିଖରୁ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷକରି ଲଘୁଚାପ ପ୍ରଭାବରେ ଉପକୂଳ ଓ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଚଳିତ ମାସରେ ଦୁଇ ଦୁଇଟି ଲଘୁଚାପର ସାମ୍ନା କଲାଣି ଓଡ଼ିଶା। ଏବେ ରାଜ୍ୟରେ ମୌସୁମୀ ଟ୍ରଫଲାଇନ ସହିତ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ। ଏଥିପାଇଁ ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାପରେ ପୁଣି ୨୬ ତାରିଖରୁ ଆଉ ଏକ ଲଘୁଚାପ ପ୍ରଭାବରେ ଭିଜିବ ଓଡ଼ିଶା। ଅନ୍ୟପଟେ ଆଗାମୀ ଦିନରେ ବାତ୍ୟା ନେଇ ସେପରି କୌଣସି ସ୍ପଷ୍ଟ ସୂଚନା ନାହିଁ ବୋଲି ପାଣିପାଗ ବିଜ୍ଞାନୀ କହିଛନ୍ତି। ସେପଟେ ଲଘୁଚାପ ବର୍ଷା ପରେ ମଧ୍ୟ ଏବେ ବି ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ହୋଇଛି। ୧୯ଟି ଜିଲ୍ଲାରେ ରେକର୍ଡ ହୋଇଛି ସ୍ୱାଭାବିକ ବର୍ଷା।

ସେପଟେ ଲଘୁଚାପର ରୂପ ନେଲା ଗାଙ୍ଗେୟ ଉପତ୍ୟକାରେ ସୃଷ୍ଟ ଘୂର୍ଣ୍ଣିବଳୟ। ଏହା ଏବେ ଦକ୍ଷିଣ ଗାଙ୍ଗେୟ ଉପତ୍ୟକାର ଆଖପାଖରେ ସକ୍ରିୟ ରହିଛି। ପ୍ରଭାବରେ ପଶ୍ଚିମବଙ୍ଗରେ ବର୍ଷା ଜାରି ରହିଛି। ଉତ୍ତର ଓଡ଼ିଶାର ବାଲେଶ୍ଵର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର ଏବଂ ସୁନ୍ଦରଗଡ଼ରେ ଆଜି ପ୍ରବଳ ବର୍ଷିବ। ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଓଡ଼ିଶା ଉପକୂଳ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ଲାଗିରହିଛି ବର୍ଷା। ସକାଳ ସାଟେଲାଇଟରୁ ଉତ୍ତୋଳନ ଫଟୋରୁ ବର୍ଷା ହେଉଥିବା ଜଣାପଡିଛି। ଟୁଇଟ କରି ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ କୋରାପୁଟ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା, କହିଲେ ଆମ ସୀମା ଭିତରେ ହୋଇନି ନିର୍ବାଚନ

ଜୟପୁର: ଓଡ଼ିଶା ସୀମାରେ ପଞ୍ଚାୟତ ନିର୍ବାଚନ କରିନି ଆନ୍ଧ୍ର। ଆନ୍ଧ୍ରପ୍ରଦେଶ ସୀମାରେ ହିଁ ହୋଇଛି ନିର୍ବାଚନ। ଓଡ଼ିଶା ନୁହେଁ, କେବଳ ଆନ୍ଧ୍ରପ୍ରଦେଶର ଲୋକମାନେ ଦେଇଛନ୍ତି ଭୋଟ୍। କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର। ଜିଲ୍ଲାପାଳଙ୍କ କହିବା ଅନୁସାରେ ଆନ୍ଧ୍ର ଯେଉଁ ନିର୍ବାଚନ କରିଛି ତାହା ଓଡ଼ିଶା ସୀମାରେ ଆସୁନାହିଁ। କୋଟିଆ ହେଉଛି ଓଡ଼ିଶାର ଅଭିନ୍ନ ଅଙ୍ଗ। ଏଠାରେ ଆଉ କାହାର ପ୍ରବେଶକୁ ବରଦାସ୍ତ କରାଯିବ ନାହିଁ। ଓଡ଼ିଶା ବ୍ୟତୀତ ଅନ୍ୟ କେହି କୋଟିଆରେ ଉନ୍ନୟନ କାମ କରିପାରିବେ ନାହିଁ।

ଏପରିକି ଆନ୍ଧ୍ରର ନିର୍ବାଚିତ ପ୍ରତିନିଧିଙ୍କୁ ମଧ୍ୟ ପ୍ରବେଶ କରିବାକୁ ସୁଯୋଗ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ କହିଛନ୍ତି। ଆଗକୁ କୋଟିଆରେ ଓଡ଼ିଶା ପଞ୍ଚାୟତ ନିର୍ବାଚନ କରାଯିବ ବୋଲି ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତର ପ୍ରତିକ୍ରିୟା ରଖିଛନ୍ତି। ପୂର୍ବରୁ ରାଜସ୍ୱ ସଚିବ ଓ ଆରଡିସି କୋଟିଆ ଯାଇ ସ୍ଥିତି ସମୀକ୍ଷା କରିଥିଲେ। କୋଟିଆରେ ବିଭିନ୍ନ ସରକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କ ସହ ଆଲୋଚନା କରିବା ସହିତ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି। ଅନ୍ୟପଟେ କୋରାପୁଟ ଜିଲ୍ଲାପାଳଙ୍କ ସହିତ ଭିଡିଓ କନଫରେନ୍‌ସିଂରେ ଆଲୋଚନା କରିଥିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର। ଗୃହ କମିଟି ପକ୍ଷରୁ ବୈଠକ ଡକାଯାଇ ସ୍ପଟ୍ ଭିଜିଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତି ସୂଚନା ଦେଇଥିଲେ।

ଓଡ଼ିଶାରେ ଟିକାକରଣରେ ନୂଆ ରେକର୍ଡ, ଦିନକରେ ଦିଆଗଲା ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଭ୍ୟାକସିନ୍

ଭୁବନେଶ୍ୱର: ରାଜ୍ୟରେ କମିବାକୁ ଲାଗିଛି କରୋନା ସଂକ୍ରମଣ। ଏହି ଭିତରେ ରାଜ୍ୟରେ ଟିକାକରଣରେ ନୂଆ ରେକର୍ଡ ହୋଇଛି। ଦିନିକିଆ ଟିକାକରଣରେ ରେକର୍ଡ କରାଯାଇଛି। ଦିନକରେ ଦିଆଗଲା ୪ଲକ୍ଷ ୧୬ହଜାର ୪୫୪ ଡୋଜ୍ ଭ୍ୟାକସିନ୍। ଯାହାକି ରାଜ୍ୟରେ ଟିକାକରଣରେ ସର୍ବକାଳୀନ ରେକର୍ଡ। ଏନେଇ ସ୍ୱାସ୍ଥ୍ୟ ବିଭାଗ  ତରଫରୁ  ଟୁଇଟ୍ କରି ସୂଚନା ଦିଆଯାଇଛି। ପୂର୍ବରୁ ଦିନକୁ ୪ଲକ୍ଷରୁ ଅଧିକ ଡୋଜ୍ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଥିଲେ। ଏହି ଲକ୍ଷ୍ୟ ସଫଳ ହେଉଥିବାରୁ ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଜନସାଧାରଣଙ୍କୁ ଧନ୍ୟବାଦ ପ୍ରଦାନ କରିଛି ସ୍ୱାସ୍ଥ୍ୟ ବିଭାଗ। ଏହା ସହିତ ଆଗାମୀ ଦିନରେ ଅଧିକରୁ ଅଧିକ ଲୋକଙ୍କୁ ଟିକାକରଣ କରିବାକୁ ବିଭାଗ ଲକ୍ଷ୍ୟ ରଖିଛି।

ସାମ୍ନାକୁ ଆସିଲା ପଡ଼ୋଶୀ ରାଷ୍ଟ୍ର ଚୀନ୍‌ର ଗେମପ୍ଲାନ୍‌, ଆଫଗାନିସ୍ତାନ ବଗ୍ରାମ ଏୟାରବେସକୁ ଗଲା ଚୀନ୍‌

ନୂଆଦିଲ୍ଲୀ: ପଦାକୁ ଆସିଲା ପଡ଼ୋଶୀ ରାଷ୍ଟ୍ର ଚୀନ୍‌ର ଗେମପ୍ଲାନ୍‌। ଆଫଗାନିସ୍ତାନ ବଗ୍ରାମ ଏୟାରବେସକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଛନ୍ତି ଚୀନର ଗୁଇନ୍ଦା ଓ ସାମରିକ ପ୍ରତିନିଧି। ୨୦ ବର୍ଷ ଧରି ସ୍ଥିତି ଜାହିର କରିଥିବା ଆମେରିକା ଏହି ବଗ୍ରାମ ଏୟାରବେସକୁ ଦେଶର ସର୍ବବୃହତ ଏୟାରବେସ୍ ଭାବେ ବ୍ୟବହାର କରୁଥିଲା। କିଛି ଦିନ ପୂର୍ବରୁ ସରକାର ଗଠନ ନେଇ କାବୁଲକୁ ଆଇଏସଆଇ ମୁଖ୍ୟ ଫୈଜ ହମିଦ ଗସ୍ତ କରିଥିବା ବେଳେ, ଏବେ ଚୀନ ପ୍ରତିନିଧିଙ୍କ ଏୟାରବେସ ପରିଦର୍ଶନ ଆଗକୁ ନୂଆ ସମୀକରଣ ସୃଷ୍ଟି କରିବ। ଉତ୍ତର କାବୁଲସ୍ଥିତ ଏହି ଏୟାରବେସକୁ ଯାଇ ଚୀନର ଗୁଇନ୍ଦା ଓ ସାମରିକ ପ୍ରତିନିଧି ଆମେରିକା ବିରୋଧରେ କିଛି ପ୍ରମାଣ ସଂଗ୍ରହ କରିଥିବା କୁହାଯାଇଛି।

ଏଠାରେ ତାଲିବାନ ଓ ପାକିସ୍ତାନ ସହଯୋଗରେ ଚୀନ ଏକ ଗୁଇନ୍ଦା ସହାୟକ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଯୋଜନା କରିଥିବା ସୂଚନା ମିଳିଛି। ଚୀନର ଜିଞ୍ଜିଆଙ୍ଗ ପ୍ରଜାତନ୍ତ୍ରର ବିଦ୍ରୋହୀ ୟୁଘୁର ମୁସଲମାନଙ୍କ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ଲାଗି ଏହି ଗସ୍ତ ଉଦ୍ଦିଷ୍ଟ ଥିଲା। ଆଶ୍ଚର୍ଯ୍ୟର କଥା, ଚୀନ ପ୍ରତିନିଧିଙ୍କ ବିମାନ ପାକିସ୍ତାନ ଦେଇ ଆସିଥିଲା। ଫଳରେ କାବୁଲ ବିମାନ ବନ୍ଦରରେ ଏହି ବିମାନ ଦୃଶ୍ୟମାନ ହୋଇ ନଥିଲା। ଏହା ପ୍ରମାଣ କରୁଛି ଚୀନ ପ୍ରତିନିଧିଙ୍କ ଗସ୍ତ ସମ୍ପର୍କରେ ପାକିସ୍ତାନ ଅବଗତ ଥିଲା। ଏପଟେ ଲଦାଖ, ଅରୁଣାଚଳ ପ୍ରଦେଶସ୍ଥିତ ଏଲଏସିର ୧୦ଟି ସ୍ଥାନରେ ଚୀନ ଏୟାରଫୋର୍ସ ଘାଟି ପ୍ରତିଷ୍ଠା କରିଥିବା ବେଳେ, କୌଶଳଗତ ଭାବେ ଗୁରୁତ୍ୱପୂର୍ଣ୍ଣ ବଗ୍ରାମ ଏୟାରବେସକୁ ଚୀନ ପ୍ରତିନିଧିଙ୍କ ଗସ୍ତ ଭାରତ ଲାଗି ଚିନ୍ତାର କାରଣ ହୋଇଛି।

ଯଦି ପାକିସ୍ତାନ ସହାୟତାରେ ଚୀନ ଏଠାରେ ଏୟାରବେସ୍ ପ୍ରତିଷ୍ଠା କରେ, ତେବେ ସୀମାରେ ପୁଣି ଅସ୍ଥିରତା ଦେଖାଦେବ। ଆଇଏସଆଇ ମୁଖ୍ୟ ହମିଦ କାବୁଲ ଗସ୍ତରେ ଯାଇ ତତକାଳୀନ ଆଫଗାନିସ୍ତାନ ସରକାରକୁ ଭାରତ କରୁଥିବା ସହାୟତା ପ୍ରସଙ୍ଗ ଉଠାଇବା ସହ ଆତଙ୍କବାଦ ବୃଦ୍ଧି ଦିଗରେ ଭାରତ କାର୍ଯ୍ୟ କରୁଛି ବୋଲି ଅଭିଯୋଗ କରିଥିଲେ। ଆଫଗାନିସ୍ତାନକୁ ତାଲିବାନ ଅକ୍ତିଆର କରିବା ପରେ ପରେ କୂଟନୈତିକ ସମ୍ପର୍କ ଆଗୁଆ ପ୍ରତିଷ୍ଠା କରିବା କ୍ଷେତ୍ରରେ ଚୀନ ଥିଲା ପ୍ରଥମ ରାଷ୍ଟ୍ର। କିଛି ଦିନ ପୂର୍ବରୁ ଆଫଗାନିସ୍ତାନ ଲାଗି ନିଯୁକ୍ତ ଚୀନ ରାଷ୍ଟ୍ରଦୂତ ହେ ଓ୍ୱାଙ୍ଗ ତାଲିବାନ ନେତାଙ୍କ ସହ ଭେଟି ହସ୍ପିଟାଲ, ସ୍କୁଲ, ସୌରଶକ୍ତି ଷ୍ଟେସନ ନିର୍ମାଣ ଲାଗି ପ୍ରସ୍ତାବ ଦେଇଥିଲେ।

ଖୋଲୁଛି DRDO ହନିଟ୍ରାପର ଗୁମର, କ୍ରାଇମବ୍ରାଞ୍ଚର ଜେରା ପରେ ମିଳିଲା ଏମିତି ତଥ୍ୟ

ଭୁବନେଶ୍ୱର: ଚାନ୍ଦିପୁର ପ୍ରତିରକ୍ଷା ଘାଟିରେ ଗୁପ୍ତ ତଥ୍ୟ ଲିକ ଘଟଣା। ଗିରଫ ଅଭିଯୁକ୍ତଙ୍କୁ ଜେରା କରି ଅନେକ ଚାଞ୍ଚଲ୍ୟକର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ଉତ୍ତରପ୍ରଦେଶ ମିରଟ ଅଞ୍ଚଳର ଅଭିଯୁକ୍ତ ସଚିନ କୁମାର ଠାରୁ ଅନେକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ମିରଟରେ କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ଗୁପ୍ତଚରଙ୍କ ସହାୟତାରେ ଶତ୍ରୁରାଷ୍ଟ୍ରକୁ ସୁରକ୍ଷା ପ୍ରତିରକ୍ଷା ସଂକ୍ରାନ୍ତ ତଥ୍ୟ ପ୍ରଦାନ କରିଥାନ୍ତି। ଏଥିପାଇଁ ସେମାନଙ୍କ ନିକଟକୁ ବିଦେଶରୁ ବିପୁଳ ଅର୍ଥ ଆସିଥାଏ। ସେମାନେ ଏଜେଣ୍ଟ ଜରିଆରେ ଖୁବ ଚତୁରତାର ସହ ଅର୍ଥ କାରବାର କରିଥାନ୍ତି।

ଅଧିକ ତଥ୍ୟ ଦେଲେ ଅଧିକ ଟଙ୍କା ଦେଇ ପ୍ରୋତ୍ସାହନ କରାଯାଏ। ସୁନ୍ଦରୀ ଯୁବତୀଙ୍କୁ ବ୍ଲାକମେଲ ଓ ଟଙ୍କାର ପ୍ରଲୋଭନ ଦେଖାଇ ଅକ୍ତିଆରକୁ ଆଣିବା ପରେ ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କୁ ହନିଟ୍ରାପରେ ଫସାଇବା ପାଇଁ ପ୍ରରୋଚିତ କରିଥାନ୍ତି। ଯୁବତୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ ଓ ନଗ୍ନତାର ମାୟାଜାନ ବିଛାଇ ଅଧିକାରୀ ଓ କର୍ମଚାରୀଙ୍କ ଠାରୁ ତଥ୍ୟ ସଂଗ୍ରହ କରିଥାନ୍ତି ବୋଲି କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ଗିରଫ ଅଭିଯୁକ୍ତ ସଚିନ ପ୍ରାୟ ବର୍ଷେ ହେବ ଏପରି ଗୁପ୍ତଚର ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି।

ସଚିନକୁ ମିରଟର ଜଣେ କ୍ଷମତାଶାଳୀ ବ୍ୟକ୍ତି ମୋଟା ଅଙ୍କର ଅର୍ଥ ଦେଇ ଚାନ୍ଦିପୁର ପ୍ରତିରକ୍ଷା ଘାଟି ସମ୍ପର୍କିତ ତଥ୍ୟ ହାସଲ କରିଥିବା ନେଇ କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି। ସେହିପରି ଅଭିଯୁକ୍ତ ମସାଫିରଠାରୁ ପଶ୍ଚିମବଙ୍ଗର କେତକ ଯୁବତୀଙ୍କ ସୂଚନା ପାଇଛି କ୍ରାଇମବ୍ରାଞ୍ଚ। ହନିଟ୍ରାପରେ ଫସାଇଥିବା ୩ ଜଣ ଯୁବତୀଙ୍କ ଅସଲ ପରିଚୟ ଜାଣିବାକୁ ବୈଷୟିକ ଟିମ ସହାୟତାରେ କ୍ରାଇମବ୍ରାଞ୍ଚ ସହାୟତା ଚଳାଇଛି। ଅଭିଯୁକ୍ତ ବିଜୟ ମଧ୍ୟ ଏଥିରେ ଫଶିଥିବା ଜଣାପଡ଼ିଛି। ଆହୁରି ଅନେକ ତଥ୍ୟ ଉଗାରିବବାକୁ ପ୍ରଶ୍ନ ତାଲିକା ପ୍ରସ୍ତୁତ କରିଛି କ୍ରାଇମବ୍ରାଞ୍ଚ।