spot_img
Home Blog Page 5192

ବିବାଦ ଭିତରେ ଆଜି ଗୁଜୁରାଟର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ଅପରାହ୍ନରେ ମନ୍ତ୍ରୀ ପଦ ପାଇଁ ଶପଥ ନେବେ ବିଧାୟକ

ଗୁଜୁରାଟ: ଗୁଜୁରାଟ ବିଜେପିର ଦଳୀୟ କନ୍ଦଳ ଭିତରେ ଆଜି ଶପଥ ଗ୍ରହଣ ଉତ୍ସବ। ମନ୍ତ୍ରୀପଦ ପାଇଁ ଦଳୀୟ ନେତାଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ବେଳେ ଆଜି ଦିନ ଗୋଟାଏ ୩୦ରେ ନୂଆ ମନ୍ତ୍ରୀମାନେ ଶପଥ ନେବେ। ନୂଆ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମନ୍ତ୍ରୀ ମଣ୍ଡଳରେ ୨୭ ଜଣ ବିଧାୟକ ମନ୍ତ୍ରୀପଦ ପାଉଛନ୍ତି।

କ୍ୟାବିନେଟ୍‌ରେ ମନ୍ତ୍ରୀ ଥିବା ପ୍ରାୟ ୯୦ ପ୍ରତିଶତଙ୍କୁ ହଟାଯାଇ ନୂଆ ମୁହଁଙ୍କୁ ମନ୍ତ୍ରୀପଦ ଦିଆଯିବା ନେଇ ଚର୍ଚ୍ଚା ହେଉଛି। ମାତ୍ର ଜଣେ କିମ୍ବା ୨ ଜଣଙ୍କୁ ଦ୍ୱିତୀୟ ଥର ପାଇଁ ମନ୍ତ୍ରୀମଣ୍ଡଳ​‌ରେ ସାମିଲ କରାଯାଇପାରେ। ମନ୍ତ୍ରୀପଦ ପାଉଥିବା ୨୭ ବିଧାୟକ ସମସ୍ତେ ନୂଆ ଅଟନ୍ତି। ବିଜୟ ରୂପାଣୀଙ୍କ ଇସ୍ତଫା ପରେ କ୍ୟାବିନେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ନେତାମାନଙ୍କ ପଦବୀ ଯାଇପାରେ। ବିଶେଷ କରି ଉପ ମୁଖ୍ୟମନ୍ତ୍ରୀ ନିତିନ୍‌ ପଟେଲ, ଭୂପେନ୍ଦ୍ର ସିଂହ ଚୁଡାସ୍ମା, ଆରସୀ ଫାଲଦୁ ଏବଂ କୌଶିକ ପଟେଲଙ୍କ ଭବିଷ୍ୟତକୁ ନେଇ ଏବେଠାରୁ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି।

ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପୂର୍ବରୁ ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ବାସଭବନରେ ଅନେକ ବିଜେପି ବିଧାୟକ ବୈଠକ କରିଛନ୍ତି  ଗୁଜୁରାଟ ବିଜେପି ହେଭିଓ୍ୱେଟ୍‌ କୁହାଯାଉଥିବା ଇଶ୍ୱର ପରମାର, ବଚ୍ଚୁ ଖାବଡ୍‌, ବାସଣ ଆହୀର, ଯୋଗେଶ ପଟେଲ ପ୍ରମୁଖ ବିଜୟ ରୁପାଣୀଙ୍କ ବାସଭବନକୁ ଯାଇ ତାଙ୍କ ସହିତ ଆଲୋଚନା କରିଥିଲେ।

ମିଛ କିଡନାପ ଓ ଲଭ ଷ୍ଟୋରୀରେ କ୍ଲାଇମାକ୍ସ, ଗୁମର ଖୋଲିବ ପୋଲିସ୍‌

ଭୁବନେଶ୍ୱର: ଲିଙ୍ଗିପୁର ଡେଲିଭରି ବଏ ମିଛ ଅପହରଣ ମାମଲା। ଡେଲିଭରି ବଏ ପତିତପାବନ ଓ ତାର ପ୍ରେମିକାକୁ ନେଇ ଭୁବନେଶ୍ୱରରେ ପହଞ୍ଚିଲା ଧଉଳି ଥାନା ପୋଲିସ। ମଧ୍ୟପ୍ରଦେଶର କଟଣୀରୁ ଟ୍ରେନ ଯୋଗେ ଭୁବନେଶ୍ୱରରେ ପହଁଚିଛି ପୋଲିସ। ୨୩୨୬ କିଲୋମିଟର ଦୂରର ଲଭ ଷ୍ଟୋରି ଓ କିଡନାପରେ ଆସିଛି କ୍ଲାଇମାକ୍ସ।

ଗତ ଶନିବାର ରାତିରେ କିଡନାପ ନେଇ ପତ୍ନୀଙ୍କୁ ଭଏସ ମେସେଜ୍ କରିଥିଲା ପତିତପାବନ। ରବିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଗତ ମଙ୍ଗଳବାର ଦିନ ମଧ୍ୟପ୍ରଦେଶର କଟଣୀ ରେଲୱେ ଷ୍ଟେସନରୁ ଡେଲିଭରି ବୟ ଓ ତାଙ୍କ ପ୍ରେମିକାକୁ ଠାବ କରିଥିଲା ପୋଲିସ। ପତ୍ନୀ ଠାରୁ ୩୦ ହଜାର ଟଙ୍କା ନେଇ ପ୍ରେମିକା ସହ ଟ୍ରେନ୍ ଯୋଗେ ଚମ୍ପଟ ମାରିଥିଲା ସ୍ୱାମୀ। ଆଜି ପୋଲିସର ପଚାରଉଚରା ପରେ ପୂରା ନାଟକରୁ ହଟିବ ପରଦା। ଅଧିକ ତଥ୍ୟ ପ୍ରେସମିଟରେ ଖୁଲାସ କରିବ କମିଶନରେଟ ପୋଲିସ।

ସୂଚନା ଅନୁସାରେ କଲେଜରେ ପଢ଼ୁଥିବା ବେଳେ ଚିକୁନ୍ ଓରଫ ପତିତପାବନ ଦୁଇଜଣ ଯୁବତୀଙ୍କୁ ଏକା ସାଙ୍ଗରେ ପ୍ରେମ କରୁଥିଲା। ଯୁବତୀ ଦ୍ୱୟ ଗୋଟିଏ କଲେଜରେ ଏକା ଶ୍ରେଣୀରେ ପାଠ ପଢ଼ୁଥିଲେ। ବର୍ଷକ ତଳେ ଚିକୁନ୍ ସେମାନଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ଅହଲ୍ୟାଙ୍କୁ ପ୍ରେମ ବିବାହ କରିଥିଲା। ବିବାହ ପରେ ଚିକୁନ ଅହଲ୍ୟାଙ୍କ ସହ ଧଉଳି ଥାନା ଅଧୀନ ବିଜୟ ବିହାର ଅଞ୍ଚଳରେ ଘର ଭଡ଼ା ନେଇ ରହୁଥିଲା। ତେବେ ଚିକୁନ ପତ୍ନୀ ସହ ଏଠାରେ ରହୁଥିଲେ ମଧ୍ୟ ଗୋପ ଥାନା ଅଞ୍ଚଳରେ ରହୁଥିବା ଅହଲ୍ୟାଙ୍କ ସାଙ୍ଗ ତଥା ତା’ର ଦ୍ୱିତୀୟ ପ୍ରେମିକାଙ୍କ ସହ ସଂପର୍କ ରଖିଥିଲା।

ଅହଲ୍ୟା ଓ ତାଙ୍କ ଘର ଲୋକ ଏହା ଜାଣିବା ପରେ ବିରୋଧ ମଧ୍ୟ କରିଥିଲେ। କିନ୍ତୁ ଏହାର କିଛି ପ୍ରଭାବ ପଡ଼ି ନଥିଲା ଚିକୁନ୍ ଉପରେ। ପ୍ରେମିକାକୁ ନେଇ ପଳାଇବା‌ ପାଇଁ ଯୋଜନା କରିବା ପରେ ସ୍ତ୍ରୀ ଏବଂ ତାଙ୍କ ଘର ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇବା ପାଇଁ ଚିକୁନ ଅପହରଣର ଏଭଳି ଏକ ମିଛ ନାଟକ ରଚିଥିଲା। ଯୋଜନା ଅନୁଯାୟୀ ଗତ ୧୧ ତାରିଖ ଦିନ ଚିକୁନ ସୁନ୍ଦରପଦାରେ ଜଣେ ଗ୍ରାହକଙ୍କ ଖାଦ୍ୟ ଅର୍ଡର ଅଛି ବୋଲି କହି ଘରୁ ଯାଇଥିଲା।

ଗାଇକୁ ବଞ୍ଚାଇବାକୁ ଯାଇ ରାସ୍ତା ଉପରେ ଓଲଟିଲା ବୋଲେରୋ, ୬ଜଣଙ୍କ ଅବସ୍ଥା ଗୁରୁତର

ବରଗଡ଼: ବରଗଡ଼ ଘୁଲିପାଳି ଛକରେ ବୋଲେରୋ ଭୟାନକ ଦୁର୍ଘଟଣା। ଗାଈକୁ ବଞ୍ଚାଇବାକୁ ଯାଇ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୧୩ଜଣ ଆହତ ହୋଇଥିବା ବେଳେ ୬ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କୁ ପ୍ରଥମେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା କରାଇବା ପରେ ୬ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେ ସଙ୍ଗେ ଗୁରୁତରଙ୍କୁ ବୁର୍ଲା ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି।

ଦୁର୍ଘଟଣାଗ୍ରସ୍ତ ଗାଡ଼ିଟିର ଛତିଶଗଡ଼ ନମ୍ବର ହୋଇଥିବା ବେଳେ ଗାଡ଼ିରେ ୨ଜଣ ଶିଶୁ ଥିବା ସୂଚନା ରହିଛି। ତେବେ ବିଳମ୍ବି ରାତିରେ କୌଣି କାମ ସାରି ଫେରୁଥିବା ସମୟରେ ଗାଡ଼ିଟି ସାମ୍ନାକୁ ଗାଇ ଚାଲି ଆସିଥିଲା। ଫଳରେ ଗାଇକୁ ବଞ୍ଚାଇବାକୁ ଯାଇ ଗାଡ଼ିଟି ନିଜର ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡ଼ିଥିଲା।

ଆସୁଛି ଆଉ ଏକ ଲଘୁଚାପ, ପ୍ରଭାବରେ ୧୮ରୁ ଉତ୍ତର ଓଡ଼ିଶାରେ ହେବ ବର୍ଷା

ଭୁବନେଶ୍ୱର: ରାଜ୍ୟରେ ୩ ଦିନ ଧରି ବର୍ଷାର ବିତ୍ପାତ ପରେ ପୁଣି ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ। ୧୮ ତାରିଖ ବେଳକୁ ଉତ୍ତର ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବିଶେଷ କରି ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ ମୟୂରଭଞ୍ଜରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି। ଏହାସହ ମାଲକାନଗିରି, କୋରାପୁଟରେ ମଧ୍ୟ ବର୍ଷିବ।

ତେବେ ସେହି ଲଘୁଚାପର ପ୍ରଭାବ କେତେ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେପଟେ ଲଗାତାର ୩ ଦିନ ଧରି ମୂଷଳ ଧାରାରେ ବର୍ଷିବା ପରେ ମଧ୍ୟ ରାଜ୍ୟର ୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି। ଜୁନ୍ ୧ ତାରିଖରୁ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରେ ରାଜ୍ୟରେ ୯୩୨.୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ୧୯ ଜିଲ୍ଲାରେ ସ୍ୱାଭାବିକ ବର୍ଷା ରେକର୍ଡ କରାଯାଇଥିବା ବେଳେ ୨ଟି ଜିଲ୍ଲା ପୁରୀ ଏବଂ ଜଗତସିଂହପୁରରେ ସ୍ୱାଭାବିକ ଠାରୁ ଯଥେଷ୍ଟ ଅଧିକ ବର୍ଷା ହୋଇଛି। କେବଳ ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ୧୦୪ ପ୍ରତିଶତ ଅଧିକ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମଧରଣର ବର୍ଷା ହୋଇପାରେ। ୧୭ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ୧୮ ତାରିଖରେ ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ୱରରେ ଏବଂ ୧୯ରେ ଉପକୂଳ ଓଡ଼ିଶାରେ ବର୍ଷା ହେବ। ଏତେ ବର୍ଷା ସ‌ତ୍ତ୍ୱେ ବର୍ତମାନ ସୁଦ୍ଧା ୯ ଜିଲ୍ଲାରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି। ଜଗତ୍‌ସିଂହପୁର ଓ ପୁରୀ ଜିଲ୍ଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ବାକି ୧୯ ଜିଲ୍ଲାରେ ସ୍ୱାଭାବିକ ହୋଇଛି। ସେପ୍ଟେମ୍ବରରେ ମୋଟ ୨୭୧.୪ ମିମି ବର୍ଷା ହୋଇଛି, ଯାହାକି ସ୍ୱାଭାବିକ ବର୍ଷା ୧୩୨.୯ ମିମିଠାରୁ ଅଧିକ।

ବନ୍ୟା ସମ୍ପର୍କିତ କଟକଣାକୁ ମାନିଲେନି, ବନ୍ୟା ପାଣିରେ ମାଛ ଧରିଲେ ଶତାଧିକ ଲୋକେ

ଆସିକା: ବନ୍ୟା ସମ୍ପର୍କିତ କଟକଣାକୁ ମାନିଲେନି ଗଞ୍ଜାମ ଜିଲ୍ଲା ପୋଲସରାର ଶତାଧିକ ଲୋକେ। ବିପଦ ବେଳେ ପ୍ରଶାସନର ପରାମର୍ଶକୁ ଖାତିର ନକରି ମାଛ ଧରିଲେ ଲୋକେ। ଜାଲ ଆଣି ବନ୍ୟା ପାଣିରେ ମାଛ ଧରିରେ ଶତାଧିକ ଲୋକ। ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍ ହୋଇଛି।

ଶତାଧିକ ଲୋକ ଏକତ୍ରିତ ହୋଇ ପୋଲସରା ଧନେଇ ନଦୀ ଘାଟରେ ମାଛ ଧରୁଥିବା ଦେଖିବାକୁ ମିଳିଛି। ବନ୍ୟା ଆଶଙ୍କାରେ ପାଣିପାଗ ବିଭାଗ ଏବଂ ପ୍ରଶାସନ ତରଫରୁ ମତ୍ସ୍ୟଜୀବୀଙ୍କ ଉପରେ କଟକଣା ଜାରି କରାଯାଇଛି। ବିପଦ ଥିବାରୁ ନଦୀ କିମ୍ବା ସମୂଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିଲା। ମାତ୍ର କିଛି  ଲୋକ ଏହାର ଉଲଂଘନ କରି ବିପଦକୁ ଡାକି ଆଣିଥିଲେ।

ଯଦି ଦେଖିବା ଗତକାଲି ମଧ୍ୟ ଅନୁଗୁଳରେ ଏଭଳି ସମାନ ଚିତ୍ର ଆମକୁ ଦେଖିବାକୁ ମିଳିଥିଲା। କେମିତି ଲଗାଣ ବର୍ଷାରେ ଭିଜି ମାଛ ଧରିବାରେ ଲାଗିପଡ଼ିଥିଲେ। ଲୋକ ଜାଲ ପକାଇ ମାଛ ଧରିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଲୋକମାନେ ଜାଲ ଓ ମଶାରୀ ପକାଇ ମାଛ ଧରୁଥିଲେ।

ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ହୀରାକୁଦରେ ଖୋଲିଲା ମୋଟ ୨୪ଟି ଗେଟ

ସମ୍ବଲପୁର: ଉପରେ ମୁଣ୍ଡରେ ବର୍ଷା କାରଣରୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଗତକାଲି ମୋଟ ୧୮ଟି ଗେଟ ଖୋଲାଯାଇଥିବା ବେଳେ ଆଜିକୁ ମୋଟ ୨୪ ଗେଟ୍‌ ଖୋଲାଯାଇଛି। ମୋଟ ୨୪ ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି। ବାମପାର୍ଶ୍ୱର ୧୬ ଟି ଗେଟ ଖୋଲାଯାଇଥିବା ବେଳେ ଡାହାଣ ପାର୍ଶ୍ୱର ୮ଟି ଗେଟ ଖୋଲାଯାଇଛି ହେଉଛି ଜଳ ନିଷ୍କାସନ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୪ ଲକ୍ଷ ୩୫ ହଜାର ୭୯୪ ଘନଫୁଟ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ, ୪ ଲକ୍ଷ ୨୩ ହଜାର ୮୯ ଘନଫୁଟ ଜଳ ନିଷ୍କାସିତ ହେଉଛି। ହୀରାକୁଦର ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ ଥିବା ବେଳେ, ବର୍ତ୍ତମାନ ନଦୀବନ୍ଧର ଜଳସ୍ତର  ୬୨୮.୩୯ ଫୁଟରେ ପହଞ୍ଚିଛି ଜଳସ୍ତର। ତେବେ ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ୪୨.୮୧ ମିଲିମିଟର୍‌ ଓ ତଳ ମୁଣ୍ଡରେ ୧୦.୮୭ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

ହୀରାକୁଦ ଡ୍ୟାମ୍ ଜଳସ୍ତର ୬୨୮.୨୩ ଫୁଟ ରହିଛି। ଡ୍ୟାମ୍ ଜଳସ୍ତର ୬୨୮ ଫୁଟ ମଧ୍ୟରେ ରଖିବାକୁ ସ୍ଥିର ହୋଇଥିବାରୁ ଅଧିକ ଗେଟ୍‌ ଖୋଲାଯାଉଛି। ଆଜି ସକାଳେ ମୁଣ୍ଡଳିରେ ୬.୪ ଲକ୍ଷ କ୍ୟୁସେକ୍‌ ଜଳ ପ୍ରବାହିତ ହେଉଛି। ଅଧିକ ଗେଟ୍ ଖୋଲିଲେ ବି ମୁଣ୍ଡଳିରେ ୭ ଲକ୍ଷ କ୍ୟୁସେକ୍‌ ପାଣି ପାସ୍ କରିବ। ତେଣୁ ମହାନଦୀରେ ଏକ ଛୋଟ ବା ମଧ୍ୟମ ଧରଣର ବନ୍ୟା ଆସିବାର ଆଶଙ୍କା ରହିଛି।

ଏସ୍‌ଆର୍‌ସିଙ୍କ ସୂଚନା ଅନୁଯାୟୀ ଲଗାଣ ବର୍ଷା ପରେ ଆଖୁଆପଦା ଠାରେ ବୈତରଣୀ ବିପଦ ସଙ୍କେତ ଉପରେ ଥିଲେ ବି ଜଳ ପତନ ହ୍ରାସ ପାଇବା ଆରମ୍ଭ କରିଛି। ବ୍ରାହ୍ମଣୀ ବିପଦ ସଙ୍କେତ ତଳେ ରହିଛି। କିନ୍ତୁ ଏଠାରେ ୩ଟି ଛୋଟ ଘାଇ ହୋଇଛି। ଜଳକା ବିପଦ ସଙ୍କେତ ଉପରେ ଥିଲେ ବି ବନ୍ୟା ପରିସ୍ଥିତି ନାହିଁ। ବୁଢ଼ାବଳଙ୍ଗ ଓ ସୁବର୍ଣ୍ଣରେଖା ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି।

ଲଘୁଚାପ ବର୍ଷା କାରଣରୁ ରାଜ୍ୟର ୮ଟି ନଦୀରେ ବଢ଼ିବାରେ ଲାଗିଛି ଜଳସ୍ତର

ଭୁବନେଶ୍ୱର: ବର୍ଷା ପରେ ରାଜ୍ୟରେ ବଢୁଛି ବିଭିନ୍ନ ନଦୀର ଜଳସ୍ତର। ରାଜ୍ୟର ୮ଟି ନଦୀର ଜଳସ୍ତର ବଢିବାରେ ଲାଗିଛି। ଆଳିପିଙ୍ଗଳରେ ଦେବୀ ନଦୀ ବଢୁଥିବା ବେଳେ ନିମାପଡ଼ାରେ ବଢୁଛି କୁଶଭଦ୍ରା। ସେହିପରି ସୁନ୍ଦରଗଡ଼ର ଇବ ନଦୀ ସହ ପାନପଶରେ ବଢୁଛି ବ୍ରାହ୍ମଣୀର ଜଳସ୍ତର। ସେହିପରି ବୈତରଣୀ ଓ ଜଳକା ନଦୀର ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି।

ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଏହି ସବୁ ନଦୀରେ ଜଳସ୍ତର ବଢ଼ୁଛି। ଆଖୁଆପଦାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ। ବିପଦ ସଙ୍କେତ ୧୭.୮୩ ମିଟର ଥିବାବେଳେ ଏବେ ବନ୍ୟାଜଳ ୧୮.୩୧ ମିଟର ଉପରେ ପ୍ରବାହିତ ହେଉଛି। ବୈତରଣୀ ବନ୍ୟାରେ ଧାମନଗର, ଭଣ୍ଡାରିପୋଖରୀ ବ୍ଲକର ତଳି ଅଞ୍ଚଳରେ ପାଣି ପଶିବା ସହ ହେକ୍ଟର ହେକ୍ଟର ଚାଷ ଜମି ବୁଡି ରହିଛି।

ସେହିପରି ମଥାନିରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳଳାର ଜଳସ୍ତର। ଜଳକାରେ ବିପଦ ସଙ୍କେତ ୫.୫୦ ମିଟର ଥିବା ବେଳେ ପ୍ରବାହିତ ହେଉଛି ୬.୬୩ ମିଟର ରହିଛି। ସେହିପରି ସୁର୍ଣ୍ଣରେଖାରେ ଜଳସ୍ତର ୯.୬୮ ମିଟର ରହିଛି।

ନିଷ୍ଠାପର ସ୍ୱାସ୍ଥ୍ୟସେବା ପାଇଁ ପ୍ରେମଲତା ବାରିକଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନ

ଭୁବନେଶ୍ୱର: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ନିଷ୍ଠାପର କାର୍ଯ୍ୟ ପାଇଁ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ସମ୍ମାନ ପାଇଲେ ପ୍ରେମଲତା ବାରିକ । କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ପ୍ରେମଲତା ବାରିକଙ୍କୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି । ଜଗତସିଂହପୁର କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି ପ୍ରେମଲତା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପ୍ରେମଲତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି, ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ଉତ୍କୃଷ୍ଟ କାର୍ଯ୍ୟ ପାଇଁ ରାଷ୍ଟ୍ରପତିଙ୍କ ଦ୍ଵାରା ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ୍ ସମ୍ମାନରେ ସମ୍ମାନିତ ପ୍ରେମଲତା ବାରିକଙ୍କୁ ଶୁଭେଚ୍ଛା । ଆପଣଙ୍କ ନିଷ୍ଠା ଓ ସମର୍ପିତ ସେବା ମନୋଭାବ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ।

ପୁଣି ଥରେ TATA ହାତେଇବ ଏୟାର ଇଣ୍ଡିଆ, ଉଡ଼ାଇବ ବିମାନ…

ନୂଆଦିଲ୍ଲୀ: ଘରୋଇକରଣ ହେବ ଏୟାର ଇଣ୍ଡିଆ କମ୍ପାନୀ । ଏଥିପାଇଁ ଅନେକ କମ୍ପାନୀ ମଧ୍ୟରେ ଆଗ୍ରହ ଦେଖିବାକୁ ମିଳିଛି । ଯେଉଁଥିରେ ସବୁଠାରୁ ଆଗରେ ରହିଛି ଟାଟା ଗ୍ରୁପ । ଯେଉଁ ଟାଟା ଗ୍ରୁପ ଦିନେ ଭାରତରେ ବିମାନ ଚଲାଚଳ ସଂସ୍ଥା ଆରମ୍ଭ କରିଥିଲା, ସେହି ଟାଟା ଗ୍ରୁପ ଆଜି ପୁଣି ଏୟାର ଇଣ୍ଡିଆରେ ଅଂଶୀଦାର ହେବାକୁ ଯାଉଛି । ବିମାନଚଟଳାଚଳ ସଂସ୍ଥା ଘରୋଇକରଣ ହେଲେ ଟାଟା କମ୍ପାନୀ ସେୟାର କିଣିବାର ସର୍ବାଗ୍ରେ ରହିଛି । ତଥ୍ୟ ଅନୁଯାୟୀ ୧୯୩୨ ମସିହାରେ ଏୟାର ଇଣ୍ଡିଆର ସୃଷ୍ଟି ହୁଏ । ଏବଂ ଏହାର ସୃଷ୍ଟିକର୍ତ୍ତା ସାଜେ ଟାଟା କମ୍ପାନୀ । ସେତେବେଳେ ଟାଟା କମ୍ପାନୀ ପରିଚାଳନା ଦାୟିତ୍ୱରେ ଥିବା ଜେଆରଡ଼ି ଟାଟା ନିଜେ ଜଣେ ପାଇଲଟ ଥିବାବେଳେ ଏୟାର ଇଣ୍ଡିଆ କମ୍ପାନୀ ନିର୍ମାଣର ମଙ୍ଗ ଧରିଥିଲେ । ଆଉ ଏବେ ପୁଣି ଥରେ ଟାଟା କମ୍ପାନୀ ଏୟାର ଇଣ୍ଡିଆକୁ କିଣିବା ପାଇଁ ବିଡ଼ିଂ ଜମା କରିବା ଆରମ୍ଭ କରିଦେଇଛି । କେବଳ ଦେଖିବାକୁ ବାକି ରହିଛି କତେବେ ଟାଟା କମ୍ପାନୀ ବିମାନ ଚଳାଚଳ ସଂସ୍ଥାକୁ ହାତେଇବାକୁ ଯାଉଛି ?

ଦ୍ୱିତୀୟ ବିଶ୍ୱଯୁଦ୍ଧ ବେଳେ ଭାରତରେ ଆରମ୍ଭ ହୋଇଥାଏ ସାମାନ୍ୟ ବିମାନ ସେବା । ଏହି ସମୟରେ ସଂସ୍ଥାର ନାମକୁ ଏୟାର ଇଣ୍ଡିଆ ରଖାଯାଇଥିଲା । ଏବଂ ଦେଶ ସ୍ୱାଧିନତା ପରେ ସରକାର ଏହାକୁ ନିଜ ପଟକୁ ନେବାକୁ ପକ୍ରିୟା ଆରମ୍ଭ କରିଦେଇଥିଲେ । ଫଳରେ ୧୯୫୩ ମସିହାରେ କେନ୍ଦ୍ର ସରକାର ପାର୍ଲିଆମେଣ୍ଟରେ ଏୟାର କର୍ପୋରେସନ ଆକ୍ଟ ପାସ କରିବା ସହ ବିମାନ ଚଳାଚଳ ସଂସ୍ଥା ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ସରକାରୀ ସଂସ୍ଥା ଘୋଷଣା କରିଥିଲେ । ଅର୍ଥାତ ସରକାରଙ୍କ ମାଲିକାନାରେ ରହିଥିଲା ବିମାନ ଚଳାଚଳ ସଂସ୍ଥା । କିନ୍ତୁ ବର୍ତ୍ତମାନ ଘରୋଇକରଣକୁ ନେଇ ସୃଷ୍ଟି ଦହେଉଥିବା ବିବାଦ ପୂର୍ବରୁ ମଧ୍ୟ ରହିଥିଲା । ଅର୍ଥାତ ୟୁପିଏ ଗମେଣ୍ଟ ମଧ୍ୟ ବିମାନ ଚଳାଚଳ ସଂସ୍ଥାକୁ ଘରୋଇକରଣ କରିବା ନିଷ୍ପତ୍ତି ନେଇଥିଲେ ।

ଏୟାର ଇଣ୍ଡିଆ କୁ ପ୍ରାଇଭେଟଜାଇସନ କରିବା ନିଷ୍ପତ୍ତି ପୂର୍ବରୁ ରହିଥିଲା । ୨୦୦୦ରୁ ୨୦୦୧ ମସିହା ମଧ୍ୟରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ନିଷ୍ପତ୍ତି ନିଆଯାଇ ନଥିଲା । ଅର୍ଥାତ ୟୁପିଏ ସରକାର ଏହି ସମୟରେ ବିମାନ ଚଳାଚଳ ସଂସ୍ଥାକୁ ଘରୋଇ କରଣ କରିବା ନେଇ ସେମିତି କିଛି ସ୍ପଷ୍ଟ ନିର୍ଦେଶ ନେଇନଥିଲେ । ପୁଣି ଥରେ ଏହି ଚର୍ଚ୍ଚା ଆରମ୍ଭ ହୋଇଥିଲା ୨୦୦୭ ମସିହାରେ । ଅର୍ଥାତ ଇଣ୍ଡିଆନ୍ସ ଏୟାରଲାଇନ୍ସରେ ବିଲୟ ହୋଇଥିଲା ଏୟାର ଇଣ୍ଡିଆ ସଂସ୍ଥା । ଘରୋଇକରଣ ସିନା କରିଦେଲେ ସରକାର । କିନ୍ତୁ ସଂସ୍ଥା ଚାଲିବା କଷ୍ଟକର ହୋଇପଡିଲା । ଅର୍ଥାତ କହିବାକୁ ଗଲେ ବିପର୍ଯ୍ୟସ୍ଥ ହୋଇ ପଡ଼ିଥିଲା ବିମାନ ଚଳାଚଳ ସଂସ୍ଥା । ଏକାବେଳକେ ଦୁଇଟି ବିମାନ କମ୍ପାନୀରେ ଦେଖା ଦେଇଥିଲା ଅର୍ଥିକ ମାନ୍ଦାବସ୍ଥା । କିନ୍ତୁ ୨୦୦୬ ମସିହାରେ କମ୍ପାନୀର ଆୟ ୭.୭ ଆରବ ଥିବାବେଳେ ୨୦୦୯ ମସିହା ବେଳକୁ ବୃଦ୍ଧି ଘଟି ଏହା ୭୨ ଆରବଲରେ ପହଁଚିଥିଲା ।

ଏହାପରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଅଧିନକୁ ଫେରାଇ ଆଣିଥିଲେ ୟୁପିଏ ଗମେଣ୍ଟ । କିନ୍ତୁ ୨୦୧୪ରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧିନ ଏନଡିଏ ସରକାର ପୂର୍ବ ଢାଞ୍ଚାରେ ପରିଣତ କରିବାକୁ ଚାହୁଁଛନ୍ତି । ୨୦୧୭ ମସିହାରେ ପୁଣି ଥରେ ନରେନ୍ଦ୍ର ମୋଦିଙ୍କ ସରକାର ବିମାନ ଚଳାଚଳ ସଂସ୍ଥାକୁ ଘରୋଇ କରଣ କରିବା ପକ୍ରିୟା ଆରମ୍ଭ କରିଦେଇଛନ୍ତି । କୋଭିଡର ଏଣ୍ଟ୍ରି ହିଁ ଏହି ପ୍ରସ୍ତାବକୁ ଅଧାରେ ଅଟକାଇ ଦେଇଛି । ନଚେତ ଏବେ ପୁଣି ଥରେ ଟାଟା କମ୍ପାନୀ ଉଡାନ୍ତାଣି ଏୟାର ଇଣ୍ଡିଆ

ଧାମରା ବନ୍ଦରରେ ଅପ୍ରବାସ କେନ୍ଦ୍ର ପାଇଁ  ୧୪ଟି ପୋଲିସ ପଦବୀ ସୃଷ୍ଟି କଲେ ରାଜ୍ୟ ସରକାର 

ଭୁବନେଶ୍ୱର: ଭଦ୍ରକ ଜିଲ୍ଲାର ଧାମରା ବନ୍ଦର ଠାରେ ଏକ ନୂତନ ଅପ୍ରବାସ କେନ୍ଦ୍ର (Immigration Check Post) ନିମନ୍ତେ ୧୪ଟି ପୋଲିସ ପଦବୀ ସୃଷ୍ଟି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀ ଗୁଡ଼ିକୁ ଅନୁମୋଦନ  କରିଛନ୍ତି ।

ଏଥିରେ ଦୁଇଟି ଇନ୍‌ସପେକ୍ଟର, ୮ଟି ସବ୍‌-ଇନ୍‌ସପେକ୍ଟର ଓ ୪ଟି କନେଷ୍ଟବଳ ପଦବୀ ସୃଷ୍ଟି କରାଯାଇଛି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାମରା ବନ୍ଦରକୁ ଏକ ଅପ୍ରବାସ କେନ୍ଦ୍ର ରୂପେ ଘୋଷଣା କରାଯିବା ପରେ ଏହାର କାର୍ଯ୍ୟଭାର ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।