spot_img
Home Blog Page 5200

ନନ୍ଦିଘୋଷ ଟିଭି ପ୍ରଭାବ: ବନ୍ଧା ହେଲେ ନୃଶଂସ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ

ଭୁବନେଶ୍ୱର: ରାଜଧାନୀରେ କେଶୁରା ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କୁ ପିଟିପିଟି ହତ୍ୟା ଅଭିଯୋଗରେ ଶେଷରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସହିଦନଗର ପୋଲିସ ଅଭିଯୁକ୍ତକୁ ପିପିଲି ଅଞ୍ଚଳରୁ କାବୁ କରିଥିବା ବେଳେ ଆଜି କୋର୍ଟ ଚାଲାଣ କରିଛି ।

ଖବର ପ୍ରସାରଣ ପରେ ଚେତିଲା ପୋଲିସ । ଆଗ ଆତ୍ମହତ୍ୟା, ପରେ ହତ୍ୟା ମାମଲା ରୁଜୁ । ନିଶା ନିବାରଣ କେନ୍ଦ୍ରରେ ଚାଲିଥିଲା ଅମାନୁଷିକ କାଣ୍ଡ । ଲୁଚି ପଳାଇବାରୁ ପିଟିପିଟି ମାରିଦେଲେ କର୍ତ୍ତୃପକ୍ଷ । ବିଭିନ୍ନ ନିଶା ନିବାରଣ କେନ୍ଦ୍ରରେ ନିର୍ଯାତନା ବଢୁଥିବା ଖବର କିଛିଦିନ ତଳେ ନନ୍ଦିଘୋଷ ଟିଭିରେ ପ୍ରସାରିତ ହୋଇଥିଲା । କୃପା ଫାଉଣ୍ଡେସନରେ ଏସଓପି ଅମାନ୍ୟ ସହ ତ୍ରିନାଥ ସେଠୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିବା ବେଳେ ଫାଉଣ୍ଡେସନ ପ୍ରତି ପୋଲିସର ଅନୁକମ୍ପା ଅଭିଯୋଗ ନେଇ ଖବର ପ୍ରସାରଣ ହୋଇଥିଲା । ଆତ୍ମହତ୍ୟା ମାମଲା ରୁଜୁ କରି ଚୁପ ବସିଥିବା ପୋଲିସ ଶେଷରେ ହତ୍ୟା ମାମଲା ରୁଜୁ କରିଥିଲା । ଗତକାଲି ରାତିରେ ମୁଖ୍ୟ ଅଭିଯୁକ୍ତ କୀର୍ତ୍ତି ତ୍ରିପାଠୀକୁ ପିପିଲିରୁ ଗିରଫ କରାଯାଇଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ୪ ଜଣଙ୍କୁ ପୋଲିସ ଧରିବା ପାଇଁ ଚଢ଼ାଉ ଜାରି ରହିଥିବା ଏସିପି କହିଛନ୍ତି ।

ଅଗଷ୍ଟ ୫ ତାରିଖରେ ତ୍ରିନାଥ ସେଠୀ ଓ ଅନ୍ୟ ୪ ଜଣ କୃପା ଫାଉଣ୍ଡେସନରୁ ଖସି ପଳାଇଥିଲେ । ଖୋଜାଖୋଜି ପରେ ତ୍ରିନାଥଙ୍କ ସହ ଅନ୍ୟ ଦୁଇ ଜଣ ଧରାପଡ଼ିଥିଲେ । ତ୍ରିନାଥଙ୍କୁ କୃପା ଫାଉଣ୍ଡେସନ ମାଲିକ କୀର୍ତ୍ତି ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତ୍ରିନାଥ ପ୍ରାଣ ହରାଇଥିଲେ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ମୃତକଙ୍କ ପରିବାର ଦାବି କରିଛନ୍ତି ।

ଅନଭିଜ୍ଞ କର୍ମଚାରୀ, ସୁରକ୍ଷାରେ ତ୍ରୁଟି ଓ ବିଭାଗୀୟ ତଦାରଖ ଅଭାବରୁ ନିଶା ନିବାରଣ କେନ୍ଦ୍ରରେ ଏଭଳି ଘଟଣା ଘଟୁଥିବା ବେଳେ ତୁରନ୍ତ ନିକଟସ୍ଥ ଥାନରେ ଅଭିଯୋଗ କରିବାକୁ କହିଛି ପୋଲିସ ।

‘୨୧ବର୍ଷର ଶାସନରେ ୪ବର୍ଷ ବିଏମ୍‌ସି କମିଶନର ଥିଲେ ଅପରାଜିତା’

ଲଘୁଚାପ ବର୍ଷା ଯୋଗୁ ଭୁବନେଶ୍ୱର ତଳି ଅଞ୍ଚଳରେ ପାଣି ଜମିବା ନେଇ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ପୂର୍ବତନ ମନ୍ତ୍ରୀ ଡା. ଦାମୋଦର ରାଉତଙ୍କ କଟାକ୍ଷ । ସେ କହିଛନ୍ତି, ବିଜେଡିର ୨୧ ବର୍ଷ ଶାସନରେ ବିଜେପି ୯ ବର୍ଷ ଭାଗୁଆଳି ଥିଲା। ବିଜେପିର ସମୀର ଦେ ନଗର ଉନ୍ନୟନ ମନ୍ତ୍ରୀ ଥିଲେ। ଅପରାଜିତା ଷଡ଼ଙ୍ଗୀ ୪ ବର୍ଷ ଧରି ଭୁବନେଶ୍ୱର ମହାନଗର ନିଗମର କମିଶନର ଥିଲେ। ସେତେବେଳେ ସେ କଣ କରୁଥିଲେ ବୋଲି ଦାମ ପ୍ରଶ୍ନ କରିଛନ୍ତି । ସତ୍ୟର ଅପଳାପ କରୁଛନ୍ତି ଅପରାଜିତା। ଲଘୁଚାପ ବର୍ଷା ସବୁଆଡେ ହେଉଛି। ଦିଲ୍ଲୀ ବିମାନବନ୍ଦରରେ ବି ପାଣି ପଶିଛି । ସାଂସଦ ମହାଶୟା ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରିବେ କି? ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ସାଂସଦ ଅପରାଜିତା ମହାଶୟା ଆତ୍ମସମୀକ୍ଷା କରିବା ଉଚିତ ବୋଲି ଦାମୋଦର ରାଉତ କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଶସ୍ତା ରାଜନୀତିରୁ ଦୁରେଇ ରହିବାକୁ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ବିଜେଡିର ପରାମର୍ଶ

 

ମହଙ୍ଗା ପଡ଼ିଲା ସରକାରୀ ଅର୍ଥ ଆତ୍ମସାତ: ବନ୍ଧା ହେଲେ ବାସୁଦେବପୁର ବ୍ଳକ୍ ମୁଖ୍ୟ କିରାଣୀ

ବାଲେଶ୍ୱର: ସରକାରୀ ଅର୍ଥ ଆତ୍ମସାତ କରିବା ପଡିଲା ମହଙ୍ଗା । ବନ୍ଧାହେଲେ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ ଓ ପତ୍ନୀ ନିୀତୁ ପ୍ରଧାନ । ଭିଜିଲାନ୍ସ ପକ୍ଷରୁ ଭଦ୍ରକ ଓ ବାଲେଶ୍ବରର ୫ଟି ସ୍ଥାନରେ ଏକକାଳୀନ ଚଢାଉ କରି ଉଭୟଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏଥି ସହ ମାମଲାରେ ସଂପୃକ୍ତ ସଂପର୍କୀୟ ରଞ୍ଜନ କୁମାର ସାହାଣୀଙ୍କୁ ଅଟକ ରଖିଛି ତଦନ୍ତକାରୀ ଟିମ୍ । ୩୪ଜଣ ହିତାଧୀତକାରୀଙ୍କ ନାଁରେ ଆସିଥିବା ଆବାସ ଯୋଜନାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା । ତିହିଡି ବ୍ଲକରେ ବରିଷ୍ଠ କିରାଣୀ ଭାବେ କାର୍ଯ୍ୟରତ ଥିବା ବେଳେ, ସେ ୨୦୧୬ରୁ ୨୦୧୮ ମଧ୍ୟରେ ୨୦ ଲକ୍ଷ ୨୫ହଜାର ଟଙ୍କା ଆତ୍ମସାତ କରିଥିଲେ । ଆତ୍ମସାତ ଅର୍ଥକୁ ପତ୍ନୀ, ମାଆ ଓ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ଟଙ୍କା ପଠେଇଥିଲେ ପ୍ରଭାକର । ଏନେଇ ଅଭିଯୋଗ ପରେ ପ୍ରଭାକରଙ୍କ ସମେତ ପତ୍ନୀ ନୀତୁ, ମାଆ ପୁନିମଣି ଓ ରଂଜନ ସାହାଣୀଙ୍କୁ ନାଁରେ ମାମଲା ରୁଜୁ କରିଥିଲା ବାଲେଶ୍ୱର ଭିଜିଲାନ୍ସ ଥାନା । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭିଜିଲାନ୍ସର ହସ୍ତଗତ ହୋଇଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମିଳିଲା ମହିଳାଙ୍କ ପରିଚୟ

ବଦଳୁଛି ଗାଁର ଚିତ୍ର: ଗାଁରେ ଲୋକେ ପାଉଛନ୍ତି ସହରୀ ସୁବିଧା

ଯାଜପୁର: ବଦଳୁଛି ଗାଁର ଚିତ୍ର  । ଗାଁ ଲୋକ ପାଉଛନ୍ତି ସହରି ସୁବିଧା  । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ହରିପୁର ପଞ୍ଚାୟତରେ ଲୋକଙ୍କ ମନ ମୋହୁଛି ଗ୍ରାମୀଣ ଉଦ୍ୟାନ । ସରପଞ୍ଚଙ୍କ ଉଦ୍ୟମ ଓ ସରକାରୀ ଯୋଜନା ସହାୟତାରେ ସାକାର ହୋଇଛି ଜନସାଧାରଣଙ୍କ ସ୍ୱପ୍ନ  । ଗାଁରେ ପାର୍କର ମଜା ପାଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ  ।

ଭଳିକିଭଳି ଫୁଲ ଆଉ ଆଖି ଝଲସିଲା ପରି ନିର୍ମାଣ  । ତା’ ସାଙ୍ଗକୁ ଛୋଟ ପିଲାଙ୍କ ପାଇଁ ନାନା ସାମଗ୍ରୀ  । ଅବସର ସମୟର ଉପଯୋଗ ହେଉଛି ଆଉ ଭରପୁର ମନୋରଞ୍ଜନ ବି ମିଳୁଛି  ।  ଛୋଟ ପିଲାଙ୍କ ଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଖୁସି ପରସୁଛି ଏହି ଗ୍ରାମୀଣ ଉଦ୍ୟାନ  । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍ ହରିପୁର ପଞ୍ଚାୟତବାସୀଙ୍କର ମନ ମୋହୁଛି ଗ୍ରାମୀଣ ଉଦ୍ୟାନ  ।  ବିଜୁ ଗ୍ରାମୀଣ ଉଦ୍ୟାନ ଯୋଜନାରେ ସାକାର ହୋଇପାରିଛି ଲୋକଙ୍କ ସ୍ୱପ୍ନ  । ପ୍ରାକୃତିକ ପରିବେଶରେ ଆଧୁନିକ କଳାକୌଶଳର ଉପଯୋଗରେ ସୌନ୍ଦର୍ଯ୍ୟ ଉପଭୋଗ କରୁଛନ୍ତି ଲୋକେ   ।

ମନରେଗା ଯୋଜନାରେ ୩୦ ଲକ୍ଷ ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଛି । ପାର୍କରେ ପ୍ରାକୃତିକ ପରିବେଶର ଶୋଭାକୁ ଦ୍ୱିଗୁଣିତ କରୁଛି ଆଲୋକୀକରଣର ବ୍ୟବସ୍ଥା । ଏଠାରେ ଯୋଗ, ବ୍ୟାୟାମ ଓ ପିଲାମାନଙ୍କ ଖେଳିବା ପାଇଁ ବିଭିନ୍ନ ସାମଗ୍ରୀର ବ୍ୟବସ୍ଥା କରାଯାଇଛି  । ଫଳରେ ସକାଳ ସଞ୍ଜରେ ଉଦ୍ୟାନରେ ଲୋକଙ୍କର ଭିଡ ଜମୁଛି । ଲୋକଙ୍କ ସୁବିଧା ପାଇଁ ପାନୀୟ ଜଳ ଓ ଶୌଚାଳୟର ନିର୍ମାଣ କରାଯାଇଛି । ଗାଁ ମାଟିରେ ସହରି ସୁବିଧା ପାଇ ଖୁସି ପ୍ରକାଶ କରିଛନ୍ତି ଅଞ୍ଚଳବାସୀ  । ପଞ୍ଚାୟତର ଏଭଳି ନିଆରା ନିର୍ମାଣକୁ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ମଧ୍ୟ ପ୍ରଶଂସା କରିଛନ୍ତି  ।

ଆଗାମୀ ଦିନରେ ଆହୁରି ଆକର୍ଷଣୀୟ ହେବ ଉଦ୍ୟାନ  । ବୋଟିଂର ମଜା ଉଠାଇବେ ସ୍ଥାନୀୟ ଲୋକେ  । ଏହା ସହିତ ଲୋକଙ୍କ ମନୋଞ୍ଜନ ପାଇଁ କେତେକ ନିଆରା ପନ୍ଥା ଆପଣାଇବାକୁ ପଞ୍ଚାୟତ ତରଫରୁ ଯୋଜନା କରାଯାଉଛି  ।

ଏଥିସହିତ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

ଭିଜୁଛି ଅଧା ଓଡ଼ିଶା: ୧୭ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ପୁଣି ଏକ ଘୂର୍ଣ୍ଣିବଳୟ

ଚଳିତ ମୌସୁମୀ ସିଜିନ୍‌ରେ ସବୁଠାରୁ ବଡ଼ ଲଘୁଚାପ। ପୁରୀ ସମେତ ରାଜଧାନୀ ଭୁବନେଶ୍ୱରରେ ଭାଙ୍ଗିଲା ରେକର୍ଡ। ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଚାନ୍ଦବାଲି ଏବଂ କେନ୍ଦୁଝର ମଧ୍ୟ ଦେଇ ଉତ୍ତର ଛତିଶଗଡ଼ ଆଡକୁ ଗତି କରୁଛି । ପ୍ରଭାବରେ ପଶ୍ଚିମ ଓଡ଼ିଶା ସମେତ ଉତ୍ତର ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେପଟେ ଆସନ୍ତା ୧୭ ତାରିଖରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ଆଇଏମ୍‌ଡି ସୂଚନା ଦେଇଛି ।

 

ସେପ୍ଟେମ୍ବରରେ ରେକର୍ଡ ବର୍ଷା। ୮୭ ବର୍ଷର ରେକର୍ଡ ଭାଙ୍ଗିଲା ପୁରୀ। ୨୪ ଘଣ୍ଟାରେ ଅସ୍ତରଙ୍ଗରେ ବର୍ଷିଲା ୫୩୦ ମିଲିମିଟର । ସେହିପରି ୧୯୫୮ର ୧୬୩ ମିଲିମିଟରକୁ ଅତିକ୍ରମ କରି ଭୁବନେଶ୍ୱରରେ ୧୯୫ ମିଲିମିଟର ବର୍ଷା ନୂଆ ରେକର୍ଡ କରିଛି । ଗୋଟିଏ ଦିନରେ ରାଜ୍ୟର ୫୭ଟି ସ୍ଥାନରେ ଶହେ ମିଲିମିଟରରୁ ୫ଶହ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ଏବେ ବି ଉତ୍ତର ଓଡ଼ିଶାରେ ସକ୍ରିୟ ରହିଛି ।

ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏଥିପାଇଁ ଏସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଲଗାଣ ବର୍ଷା ଯୋଗୁଁ ଅଘଟଣ । କାମ୍ପ ସାହିରେ ଥିବା ଶହେବର୍ଷ ତଳର ଅତି ପୁରାତନ ଆନ୍ଧ୍ରା ମହିଳା ସମାଜମ୍ କୋଠା ଲଗାଣ ବର୍ଷାରେ ଭୁଷୁଡ଼ିଯାଇଛି । ଫଳରେ ପାଠଗାର ଥିବା ସମସ୍ତ ପୁସ୍ତକ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି ।

କେନ୍ଦ୍ରାପଡାରେ ଲଘୁଚାପ ବର୍ଷା ଯୋଗୁଁ ଅଘଟଣ । ଗରଦପୁର ବ୍ଲକ ବଡବେତରା ଗାଁରେ ଘର କାନ୍ଥ ପଡ଼ି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟଜଣେ ଆହତ ହୋଇଛନ୍ତି । ମୃତକ ଅଭୟ କୁମାର ମହାପାତ୍ର ଓ ଆହତ ତାଙ୍କର ବୋହୁ କଳ୍ପନା ମହାପାତ୍ର । ସେହିପରି ଡେରାବିଶ ବ୍ଳକ ବେଣୀପୁର ପଞ୍ଚାୟତ ଢିଅସାହି ଗ୍ରାମରେ କାନ୍ଥ ପଡି ନର୍ମଦା ପୃଷ୍ଟି ନାମକ ଜଣେ ମହିଳାଙ୍କୁ ମୃତ୍ୟୁ ହୋଇଛି ।

ଏଥିସହିତ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

ଅମ୍ବାପାଲି ଓ ବରଗଡ଼ ସହରକୁ ସଂଯୋଗ କରୁଥିବା ବେଳେ ଜିରା ନଦୀ ଉପରେ ଅଘଟଣ । ପାଣି ସୂଅରେ ଅସ୍ଥାୟୀ ରାସ୍ତା ଧୋଇ ହୋଇ ଯାଉଛି । ବାଇକରେ ଆସୁଥିବା ଜଣେ ବ୍ୟକ୍ତି ଆସୁଥିବା ସମୟରେ ବାଇକ ସହ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକ ଉକ୍ତ ବ୍ୟକ୍ତି ଓ ବାଇକକୁ ଉଦ୍ଧାର କରିଛନ୍ତି ।

ଲଗାଣ ବର୍ଷାରେ ବେହାଲ ଯାଜପୁର । ଦୀର୍ଘ ତିନିଦିନ ଧରି ଲାଗିରହିଥିବା ଲଘୁଚାପ ଜନିତ ବର୍ଷା ଯୋଗୁ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି ଯାଜପୁରବାସୀ । ବର୍ଷା ହେବା ଫଳରେ ରାସ୍ତା ଘାଟ ଠୁ ଆରମ୍ଭ କରି ଅଫିସ କାର୍ଯ୍ୟାଳୟ ଏବଂ କୋର୍ଟ ପରିସରେ ଜମି ରହିଛି ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି ।

ଢେଙ୍କାନାଳ ମଠକରଗୋଳା ପଞ୍ଚାୟତ ମୁକ୍ତାପଶି ଗାଁରେ ଲଗାଣ ବର୍ଷା ଫଳରେ ଘର କାନ୍ଥ ପଡି ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ମହିଳା ଜଣଙ୍କ ଗାଁର ନରେଶ ନାୟକଙ୍କ ସ୍ତ୍ରୀ ଚୁମି ନାୟକ । ଚୁମି ଘରେ ରୋଷେଇ କରୁଥିବା ସମୟରେ ଘରର ମାଟି କାନ୍ଥଟି ଭୁଶୁଡି ପଡିଥିଲା । ତାଙ୍କୁ ପ୍ରଥମେ ମଠକରଗୋ

ଔଷଧ ନା ବିଷ! ସିରପରେ ଭାସୁଛି ମଲା ସାପ ଭଳି ପଦାର୍ଥ

ବାରିପଦା: ଔଷଧ ଖାଇଲେ ରୋଗ ଭଲ ହେବ କଷ୍ଟରୁ ମୁକ୍ତି ମିଳିବ । ଏଭଳି ବିଶ୍ୱାସରେ ରୋଗୀ ଖାଇଥାନ୍ତି ଔଷଧ । କିନ୍ତୁ ଏଥିରେ ଏକ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏଠି ଚାଲିଛି ଜୀବନ ସହ ଖେଳ । ମହାରାଷ୍ଟ୍ର ପାଲଘରର ହିନ୍ଦୁସ୍ତାନ ଲାବୋରାଟୋରୀ ଦ୍ୱାରା ପ୍ରସ୍ତୁତ ଆଜିଥ୍ରୋମେସିନ୍ ସିରପରେ ଔଷଧ ନୁହେଁ ବରଂ ମଲା ସାପ ଭଳି ପଦାର୍ଥ ଭାସୁଛି  । ନିରାମୟ ଯୋଜନାରେ ସରକାରୀ ଟେଣ୍ଡର ହାତେଇ କମ୍ପାନୀ ମେଡିସିନ ଯୋଗାଇଛି  ସତ, ହେଲେ ତା’ର ମାନ ନିର୍ଦ୍ଧାରଣ ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଯେମିତି ଭୁଲିଯାଇଛନ୍ତି  ।

ବାରିପଦା ପିଆରଏମ ହସ୍ପିଟାଲରୁ ଆସିଛି ଏ ଅଭିଯୋଗ । ସୂଚନା ଅନୁସାରେ ବାରିପଦା ଥାନା ଶୂନଗାଡ଼ିଆର ସେକ ସେରାଜୁଲ ନିଜ ଶିଶୁର ଚିକିତ୍ସା ପାଇଁ ହସ୍ପିଟାଲକୁ ଆସିଥିଲେ । ଡାକ୍ତରଙ୍କୁ ଦେଖାଇବା ସହ ପ୍ରେସକ୍ରିପସନ ଅନୁସାରେ ଔଷଧ ନେଇଥିଲେ । ତେବେ ଔଷଧ ଖୁଆଇବା ପାଇଁ ଢାଳିଲା ବେଳେ ସିସିରେ ମଲା ସାପ ଛୁଆ ଭଳି ପଦାର୍ଥ ଭାସୁଥିବା ଦେଖିବାକୁ ପାଇଥିଲେ  । ଏନେଇ ନିରାମୟ କେନ୍ଦ୍ରରେ ଅଭିଯୋଗ କରିଥିଲେ ହେଁ କର୍ତ୍ତୃପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି  । ଏପରିକି ଆମେ କେବଳ ଏକ୍ସପାଇରୀ ଦେଖି ମେଡିସିନ ଦେଉଛୁ, ଶିଶି ମଧ୍ୟରେ କଣ ଅଛି ଆମେ କେମିତି ଜାଣିବୁ ବୋଲି ଓଲଟା ପ୍ରଶ୍ନ କରିଥିଲେ  । ଏନେଇ ବାରିପଦା ଥାନାରେ ଅଭିଯୋଗ କରିଛନ୍ତି ସେକ୍  । ଘଟଣା ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି  । ଅଭିଯୋଗ ପରେ ଜିଲ୍ଲା ଭେଷଜ ନିରୀକ୍ଷକ ସମସ୍ତ ଔଷଧକୁ ସିଲ କରିବା ସହିତ ବ୍ୟବହାର କରିବାକୁ ବାରଣ କରିଛନ୍ତି । ଔଷଧର ପରୀକ୍ଷା ପାଇଁ ଲାବୋରେଟୋରୀ ପଠାଯିବା ସହ କଂପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି  ।

ଏଥିସହିତ ପଢ଼ନ୍ତୁ: ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

ଆଫଗାନିସ୍ତାନର କ୍ଷମତା ସଂଘର୍ଷରେ ପ୍ରାଣ ହରାଇଲା କି ମୁଲ୍ଲା ବରାଦର, ଜାଣନ୍ତୁ କଣ କହୁଛି ତାଲିବାନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ନୂତନ ତାଲିବାନ ସରକାରରେ ମୁଲ୍ଲା ବାରଦାରଙ୍କୁ ଉପ-ପ୍ରଧାନମନ୍ତ୍ରୀ କରାଯିବା ପରେ ସୋସିଆଲ ମିଡିଆରେ ଏକ ଗୁଜବ ଦ୍ରୁତ ଗତିରେ ବ୍ୟାପୁଛି, ଯାହାକୁ ନେଇ ତାଲିବାନ ବର୍ତ୍ତମାନ ଏକ ସ୍ପଷ୍ଟୀକରଣ ଦେଇଛନ୍ତି । କିଛି ସମୟ ପୂର୍ବରୁ ସୋସିଆଲ ମିଡିଆରେ ମୁଲ୍ଲା ବାରଦାରଙ୍କ ମୃତ୍ୟୁ ଖବର ଖୁବ ଜୋରରେ ବ୍ୟାପିବାରେ ଲାଗିଲା। ବର୍ତ୍ତମାନ ଏହି ଗୁଜବକୁ ତାଲିବାନ ଭୁଲ ବୋଲି କହିଛି। ତାଲିବାନ ମୁଖପାତ୍ର ସୁହେଲ ଶାହିନ ସୋମବାର କହିଛନ୍ତି ଯେ ମଲ୍ଲିକା ବାରଦାରଙ୍କ ମୃତ୍ୟୁ କିମ୍ବା ଆହତ ଖବର ମିଥ୍ୟା ଅଟେ। ଏଥିରେ କୌଣସି ସତ୍ୟତା ନାହିଁ ଏବଂ ଏହା ସତ୍ୟ ନୁହେଁ ।

ବାସ୍ତବରେ, ଆଫଗାନିସ୍ତାନ ଦଖଲ କରିବା ପରେ ମୁଲ୍ଲା ଅବଦୁଲ ଘାନି ବାରାଦରକୁ ଦେଶର ନୂତନ ପ୍ରଧାନମନ୍ତ୍ରୀ କରାଯିବ ବୋଲି ଦାବି କରାଯାଉଥିଲା, କିନ୍ତୁ ଯେତେବେଳେ ତାଲିବାନ ମଧ୍ୟବର୍ତ୍ତୀକାଳୀନ ସରକାର ଘୋଷଣା କଲା ସେତେବେଳେ ମୁଲ୍ଲା ହାସନ ଅଖଣ୍ଡଙ୍କୁ ବାରଦାରଙ୍କ ବଦଳରେ ପ୍ରଧାନମନ୍ତ୍ରୀ ଘୋଷଣା କରାଯାଇଥିଲା । ଦୁଇଜଣ ଡେପୁଟି ପ୍ରଧାନମନ୍ତ୍ରୀ ମଧ୍ୟ ପ୍ରସ୍ତୁତ କରାଯାଇଥିଲା ଯେଉଁଥିରେ ଜଣେ ମୁଲ୍ଲା ବାରାଦର।

ସେବେଠାରୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଲା ଯେ ପ୍ରଧାନମନ୍ତ୍ରୀ ନହେବାରୁ ବାରଦର ଅତ୍ୟନ୍ତ ରାଗି ଯାଇଥିଲେ। ପଞ୍ଜଶୀର ଏନଆରଏଫ ନାମକ ଏକ ଟ୍ୱିଟରରେ ଏକ ଆକାଉଣ୍ଟ ଦାବି କରିଛି ଯେ ମଲ୍ଲିକା ଘାନି ବାରାଦାରଙ୍କ ମୃତ୍ୟୁ ଘଟିଛି ଏବଂ ହକ୍କାନୀ ଆହତ ହୋଇଛନ୍ତି ବୋଲି ଆମର ବିଶ୍ୱସନୀୟ ରିପୋର୍ଟ ରହିଛି । ଶକ୍ତି ସଂଗ୍ରାମକୁ ନେଇ ରାଷ୍ଟ୍ରିୟ ଭବନରେ ଦୁହିଁଙ୍କ ମଧ୍ୟରେ ଝଗଡା ହୋଇଥିଲା, ଯାହା ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଥିଲେ।

ସୋସିଆଲ ମିଡିଆରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ ଗତ କିଛି ଦିନ ହେବ ଉଭୟ ଗଣମାଧ୍ୟମରେ ଦେଖା ଦେଇନାହାଁନ୍ତି ।  ବର୍ତ୍ତମାନ ତାଲିବାନ ମୁଖପାତ୍ର ସୁହେଲ ଶାହିନ ଏହି ସବୁ ଦାବିକୁ ଅସ୍ୱୀକାର କରିଛନ୍ତି। ଏହାପୂର୍ବରୁ ଉପରାଷ୍ଟ୍ରପତି ତଥା କତାରର ବୈଦେଶିକ ମନ୍ତ୍ରୀ ଶେଖ ମହମ୍ମଦ ବିନ ଅବଦୁର ରହମାନ ଅଲ ସାନି କାବୁଲ ଗସ୍ତରେ ଆସିଛନ୍ତି ।

ଏହି ସମୟରେ ସେ ତାଲିବାନର ଶୀର୍ଷ ନେତୃତ୍ୱଙ୍କୁ ଭେଟିଥିଲେ । ଆଫଗାନିସ୍ତାନ ପ୍ରଧାନମନ୍ତ୍ରୀ ମୁଲ୍ଲା ହାସନ ଅଖଣ୍ଡ ଏବଂ ଆଭ୍ୟନ୍ତରୀଣ ମନ୍ତ୍ରୀ ସିରାଜୁଦ୍ଦିନ ହକ୍କାନି ମଧ୍ୟ ଉପସ୍ଥିତ ଥିଲେ। ତେବେ ଡେପୁଟି ପ୍ରଧାନମନ୍ତ୍ରୀ ମୁଲ୍ଲା ବାରାଦର ଏବଂ ଡେପୁଟି ବୈଦେଶିକ ମନ୍ତ୍ରୀ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଏହି ବୈଠକରେ ଯୋଗ ଦେଇନଥିଲେ, ଯାହା ପରେ ସୋସିଆଲ ମିଡିଆରେ କଳ୍ପନା ଜଳ୍ପନାର କାରଣ ହୋଇଥିଲା। ଉଭୟଙ୍କର ସରକାରରେ ଛୋଟ ପଦବୀ ପାଇବା ହେତୁ ଅସନ୍ତୁଷ୍ଟ ଥିବା ଦାବି କରିବା ଆରମ୍ଭ କରିଥିବାବେଳେ କେହି କେହି ବାରଦାରଙ୍କ ମୃତ୍ୟୁ ବିଷୟରେ କହିବା ଆରମ୍ଭ କରିଥିଲେ।

ତେବେ ତାଲିବାନର ସହ-ପ୍ରତିଷ୍ଠାତା ଉପମୁଖ୍ୟମନ୍ତ୍ରୀ ମୁଲ୍ଲା ଅବଦୁଲ ଘାନି ବାରାଦର ଏକ ଅଡିଓ ବାର୍ତ୍ତା ଜାରି କରିଛନ୍ତି । ସେ ଜୀବିତ ଥିବା ନିଶ୍ଚିତ କରିଛନ୍ତି ଏବଂ ସେ ଆହତ ହୋଇନାହାଁନ୍ତି ବୋଲି କହିଛନ୍ତି। ତାଲିବାନ ମୁଖପାତ୍ର ମହମ୍ମଦ ନାଏମ ଏହି ବାର୍ତ୍ତା ଟ୍ୱିଟ କରିଛନ୍ତି । ତାଲିବାନ ମଧ୍ୟରେ ସଂଘର୍ଷରେ ବାରଦର ଆହତ କିମ୍ବା ମୃତ୍ୟୁ ହୋଇଥିବା ଖବର ମିଳିଥିଲା।

DSPଙ୍କ ସହ ୫ ବର୍ଷ ହେବ ସମ୍ପର୍କରେ ଥିଲେ ଗିରଫ ମହିଳା କନଷ୍ଟେବଳ, ତିଆରି କରିଥିଲେ ୫୦ରୁ ଅଧିକ ଅଶ୍ଲିଳ ଭିଡିଓ

0

ଜୟପୁର: ରାଜସ୍ଥାନ ପୋଲିସର ଅଶ୍ଲୀଳ ଭିଡିଓ ସାମନାକୁ ଆସିବା ପରେ ରାଜ୍ୟ ସହିତ ପୁରା ଦେଶରେ ହଙ୍ଗାମା ଜାରି ରହିଛି । ଏବେ ମହିଳା କନଷ୍ଟେବଳଙ୍କୁ ଗିରଫ କରାଯାଇଛି । କୁହାଯାଉଛି ଯେ, ଡିଏସପି ଓ ମହିଳା କନଷ୍ଟେବଳଙ୍କ ଭିତରେ ଗତ ୫ ବର୍ଷ ଧରି ଅବୈଧ ସମ୍ପର୍କ ଥିଲା। ସ୍ପେଶାଲ ଅପରେସନ୍ ଗ୍ରୁପ୍ (ଏସଓଜି)ରବିବାର ମହିଳା କନଷ୍ଟେବଳରଙ୍କୁ କଳବାର ଅଞ୍ଚଳରୁ ତାଙ୍କ ଦାଦାଙ୍କ ବାସଭବନରୁ ଧରିଥିଲେ। ତାଙ୍କୁ ପୋକ୍ସୋ ଆକ୍ଟରର ବିଭିନ୍ନ ଧାରା ଅନୁସାରେ ଗିରଫ କରାଯାଇ ପଚରା ଉଚରା କରାଯାଉଛି। ଏହା ପୂର୍ବରୁ ଗିରଫ ଡିଏସପିଙ୍କୁ କୋର୍ଟ ୧୭ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ କଷ୍ଟଡିକୁ ପଠାଇ ଦେଇଥିଲେ। ପୋଲିସ ହୀରାଲାଲ ସୈନିଙ୍କୁ ପଚରାଉଚା କରୁଛି।

୨୦୧୬ରେ ପରସ୍ପର ଆଜମେରରେ ଦେଖା ହୋଇଥିଲେ। ସେବେଠାରୁ ଦୁହିଁଙ୍କ ଭିତରେ ସମ୍ପର୍କ ରହିଛି। ୫ ବର୍ଷ ଭିତରେ ବହୁବାର ସେମାନେ ଅବୈଧ ସମ୍ପର୍କ ରଖିଛନ୍ତି। ଆଉ ଏଭଳି ୫୦ ଟି ଅଶ୍ଲୀଳ ଭିଡିଓ ସେ ତିଆରି କରିଛନ୍ତି। ମହିଳା କନଷ୍ଟେବଳଙ୍କ ଜନ୍ମଦିନ ଥିବାରୁ ପୁଷ୍କରର ପଞ୍ଚତାରକା ହୋଟେଲ​‌ ପାର୍ଟି ରଖିଥିଲେ। ଆଉ ଏହି ସମୟରେ ସୁଇମିଂ ପୁଲ୍‌ରେ ନିଜର ୬ ବର୍ଷର ପୁଅ ସାମନାରେ ନିଲମ୍ବିତ ଡିଏସପି ହୀରାଲାଲ ସୈନୀ ଓ ମହିଳା କନଷ୍ଟେବଳ ଅଶ୍ଲୀଳ କାର୍ଯ୍ୟ କରିଥିଲେ। ଏସଓଜି ଅଧିକାରୀଙ୍କ କହିବା ଅନୁସାରେ, ମହିଳା ଭିଡିଓ କ୍ଲିପିକୁ ଅଲଗା ଫୋଲ୍ଡରରେ ସେଭ୍ କରିଥିଲେ, କିନ୍ତୁ ଅଜାଣତରେ ଏହାକୁ ନିଜର ହ୍ବାଟସଆପ୍ ଷ୍ଟାଟସ୍‌ରେ ପୋଷ୍ଟ କରିଦେଇଥିଲେ, ଯାହାଫଳରେ ତାଙ୍କର ସ୍ବାମୀ ଓ ପରିବାରରର ସଦସ୍ୟ ଦେଖିଥିଲେ।

ମହିଳା ପୋଲିସକର୍ମୀଙ୍କ ଜଣକ ଡିଏସପିଙ୍କ ପାଇଁ ତାଙ୍କ ସ୍ବାମୀଙ୍କଠାରୁ ଅଲଗା ରହୁଛନ୍ତି। ଭିଡିଓ ଭାଇରାଲ ହେବାପରେ ମହିଳା ସ୍ବାମୀ ଏବଂ ପରିବାର  ଲୋକ ମଧ୍ୟ ଖବର ପାଇଥିଲେ। ଥାନାରେ ଅଭିଯୋଗ କରିଥିଲେ, କିନ୍ତୁ ଥାନା ଅଧିକାରୀ ନିଜ ବିଭାଗର କଥା ହୋଇଥିବାରୁ ଏହାକୁ ଦବାଇ ଦେଇଥିଲେ। ଏହାପରେ ମହିଳାଙ୍କ ସ୍ୱାମୀ ନାଗୌର ଏସପିଙ୍କୁ ଲିଖିତ ଅଭିଯୋଗ କରିଥିଲେ। ମାମଲା ଏତେ ଆଗକୁ ବଢି ଯାଇଥିଲା ଯେ, ଡିଜିପି ନିଜେ କାର୍ଯାନୁଷ୍ଠାନ ଗ୍ରହଣ କରି ୪ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲେ।

ଆବାସ ଯୋଜନା ଟଙ୍କା ହଡ଼ପ ଅଭିଯୋଗରେ ଭିଜିଲାନ୍ସ ରେଡ୍

ବାଲେଶ୍ୱର/ଭଦ୍ରକ: ଭିଜିଲାନ୍ସ ଜାଲରେ ତିହିଡ଼ି ବ୍ଳକ୍‌ କିରାଣୀ । ପ୍ରଭାକର ପ୍ରଧାନଙ୍କ ଅଫିସ ଓ ଘରେ ଚାଲିଛି ଭିଜିଲାନ୍ସ ରେଡ଼ । ଭିଜିଲାନ୍ସର ଗୋଟିଏ ଟିମ୍‌ ତିହିଡ଼ି ବ୍ଲକ୍‌ରେ ଚଡ଼ାଉ କରୁଥିବାବେଳେ ଅନ୍ୟ ଟିମ୍‌ଟି ବାଲେଶ୍ୱର ନିଳିଆବାଗ ସ୍ଥିତ ପ୍ରଭାକରଙ୍କ ଘରେ ଯାଞ୍ଚ ଚଳାଇଛି । କିରାଣୀ ପ୍ରଭାକର ଆବାସ ଯୋଜନାର ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଏହି ଚଢ଼ାଉ ଚାଲିଥିବା ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗାରେ ଥିବା ପ୍ରଭାକରଙ୍କ ଶ୍ୱଶୁରଘର ପାଖରେ ଅନ୍ୟ ଏକ ଟିମ୍‌ ପହଞ୍ଚିଥିବା ଜଣାପଡ଼ିଛି । ପ୍ରଭାକରଙ୍କ ଘରୁ ବ୍ୟାଙ୍କ ଆକାଉଣ୍ଟ, ଜମିପଟ୍ଟା, ଫିକ୍ସ ଡିପୋଜିଟର କାଗଜପତ୍ର ପାଇଛି ଭିଜିଲାନ୍ସ ଟିମ୍‌ । ଏହି ଚଢ଼ାଉ ସନ୍ଧ୍ୟା ପର୍ଯ୍ୟନ୍ତ ଚାଲିବ ବୋଲି ଭଜିଲାନ୍ସ ଏସ୍‌ପି ଜଣାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ଚଳନ୍ତା ଅଟୋରୁ ମହିଳାଙ୍କୁ ଫିଙ୍ଗି ଫେରାର ଅଭିଯୋଗ ଘଟଣାରେ ମିଳିଲା ମହିଳାଙ୍କ ପରିଚୟ

ପୁରୀ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ବର୍ଷା ହୋଇଛି

ଭୁବନେଶ୍ୱର: ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରେକର୍ଡ ବର୍ଷା ହୋଇଛି । ପୁରୀରେ ୩୧୭.୩ ମିଲିମିଟର ବର୍ଷା ହୋଇଥିବା ବେଳେ, ଜଗତସିଂହପୁରରେ ୩୦୬, ଖୋର୍ଦ୍ଧାରେ ୧୬୩.୨, କଟକରେ ୧୪୩.୯, କେନ୍ଦ୍ରାପଡ଼ାରେ ୧୪୧.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ବୌଦ୍ଧରେ ୧୩୨ ମିଲିମିଟର ବର୍ଷା ହୋଇଥିବା ବେଳେ, ଯାଜପୁରରେ ୧୨୮.୮, ନୟାଗଡ଼ରେ ୧୧୫.୧ ଓ ସୁବର୍ଣ୍ଣପୁରରେ ୧୦୪.୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚଳିତ ମୌସୁମୀ ସିଜିନ୍‌ର ସବୁଠୁ ବଡ ଲଘୁଚାପ । ଗତ ୫ ବର୍ଷ ମଧ୍ୟରେ ଏମିତି ବର୍ଷା ହୋଇନଥିଲା । ଖୋର୍ଦ୍ଧା, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ରେକର୍ଡ ହୋଇଥିବା ବେଳେ ପୁରୀ ଜିଲ୍ଲା କାକଟପୁରରେ ରେକର୍ଡ ୫୨୫ ମିମି ବର୍ଷା ହୋଇଛି । ୧୯୩୪ ସେପ୍ଟେମ୍ବର ୨୦ରେ ୨୩୪ମିମି ବର୍ଷା ହୋଇଥିଲା । ୮୭ ବର୍ଷ ପରେ ପୁଣି ସେପ୍ଟେମ୍ବର ମାସରେ ରେକର୍ଡ ଭାଙ୍ଗି ଅଧିକ ବର୍ଷା ହୋଇଛି । ୫୭ଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଛି ।

ଏଥିସହିତ ପଢ଼ନ୍ତୁ: ଲଗାଣ ବର୍ଷା: କେଉଁଠି ଭୁଷୁଡ଼ିଲା କାନ୍ଥ, କେଉଁଠି ଉପୁଡିଲା ଗଛ