spot_img
Home Blog Page 5199

ଡେଲିଭରୀ ବୟ୍‌ଙ୍କୁ ଅପହରଣ ମାମଲା: ମଧ୍ୟପ୍ରଦେଶରୁ ଠାବ, ଅପହରଣ ନାଟକ ରଚିଥିଲା ପତିତପାବନ

ଭୁବନେଶ୍ୱର: ଲିଙ୍ଗପୁରର ସ୍ୱିଗୀ ଡେଲିଭରୀ ବୟଙ୍କୁ ଅପହରଣକୁ ନେଇ ସସ୍‌ପେନ୍ସ । ମଧ୍ୟପ୍ରଦେଶରୁ ପତିତପାବନଙ୍କୁ ଠାବ କଲା ପୋଲିସ । ରେଲୱେ ପୋଲିସ  ସହାୟତାରେ ଉଦ୍ଧାର କଲା ଧଉଳି ଥାନା ପୋଲିସ । ଅନ୍ୟ ଜଣେ ସାଥୀକୁ ମଧ୍ୟ ଠାବ କରିଛି ପୋଲିସ । ପତିତପାବନକୁ ଆଣିବାକୁ ଯାଇଛି ଟିମ । ପଚରା ଉଚାର ପରେ ଅପହରଣ ପଛର ସତ ସ୍ପଷ୍ଟ ହୋଇପାରିବ । ତେବେ ପ୍ରେମ ସମ୍ପର୍କକୁ ନେଇ ଏଭଳି ଅପହରଣ ନାଟକ ରଚାଯାଇଥିବା ସନ୍ଦେହ କରାଯାଉଛି ।

ସୂଚନା ଯୋଗ୍ୟ ଯେ,  ବିଳମ୍ବିତ ରାତିରେ ସ୍ୱିଗୀ ଡେଲିଭରୀ ବୟ୍ ପତିତପାବନ ପୃଷ୍ଟିଙ୍କୁ ଅପହରଣ ନେଇ ଅଭିଯୋଗ ହୋଇଥିଲା । ଅପହରଣ ନେଇ ପରିବାର ଲୋକଙ୍କୁ ଭଏସ ମେସେଜରେ ସୂଚନା ଦେଇଥିଲେ ପତିତପାବନ । ଦୟାନଦୀ ରାସ୍ତା ନିକଟରୁ ଡେଲିଭରି ବୟଙ୍କ ଚପଲ, ବ୍ୟାଗ୍‌, ଗଞ୍ଜି ଓ ଏକ ଛୁରି ମିଳିଥିଲା । ପତିତପାବନଙ୍କ ପତ୍ନୀଙ୍କ ଅଭିଯୋଗ ଅନୁଯାୟୀ, ସ୍ୱାମୀଙ୍କୁ କିଛି ନିଶାସକ୍ତ ଯୁବକ ଅପହରଣ କରି ନେଇଥିଲେ ।

ଅପରପକ୍ଷରେ ପତ୍ନୀ ଅହଲ୍ୟା ପୃଷ୍ଟି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ଝିଅ ତାଙ୍କର ସମ୍ପର୍କୀୟ ଭଉଣୀ, ଆଗରୁ ଭାଇ ଭଉଣୀ ହିସାବରେ କଥା ହେଉଥିଲେ । ମୋ ସ୍ୱାମୀଙ୍କୁ ଫସେଇକି ନେଇଯାଇଛନ୍ତି । ସେମାନେ ଓଡିଶା ଆସିଲେ ସତ ଜଣାପଡିବ । ମୁଁ ବାହା ହେଇଚି ବୋଲି ସେ ଝିଅ ଜାଣିଥିଲା । ମୋ ସହିତ ବିବାହ ପରେ ମୋ ସ୍ୱାମୀଙ୍କ କାହା ସହିତ ସମ୍ପର୍କ ନଥିଲା । ମୋ ସ୍ୱାମୀ କେବଳ ମୋର ।

ଏଥିସହିତ ପଢ଼ନ୍ତୁ: ଲଗାଣ ବର୍ଷାରେ ଧୋଇଗଲା ଜାତୀୟ ରାଜପଥ

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍: ୧୨ଟି ଟ୍ରେନ୍ ବାତିଲ, ୮ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ୍ । ଅନୁଗୁଳ-ତାଳଚେର ମଧ୍ୟରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି । ବ୍ରିଜ ଉପରେ ଏକ ପ୍ରକାର ଝୁଲନ୍ତା ଅବସ୍ଥାରେ ରହିଛି ଟ୍ରେନ୍ ଇଞ୍ଜିନ୍ । ଟ୍ରେନ୍ ଲାଇନଚ୍ୟୁତ ଯୋଗୁଁ ଅନୁଗୁଳ ଓ ତାଳଚେର ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଫଳରେ ୧୨ଟି ଟ୍ରେନକୁ ବାତିଲ କରାଯାଇଥିବା ବେଳେ, ୮ଟି ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।

ସେପଟେ କାମାକ୍ଷନଗରରେ ଲଗାଣ ବର୍ଷା ଯୋଗୁ ଧୋଇଗଲା ଜାତୀୟ ରାଜପଥ । କାମାକ୍ଷାନଗର ଥାନା ସିଆରିମାଳିଆ ୫୩ନଂ ଜାତୀୟ ରାଜପଥ ଲଗାଣ ବର୍ଷାରେ ଧୋଇଯାଇଛି । ଫଳରେ ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ବିଶେଷ କରି ଡ଼ୁବୁରୀ ଓ ତାଳଚେରର ଗମନାଗମନ ଉପରେ ପ୍ରଭାବ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।

ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: ସୁନ୍ଦରଗଡ଼ରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମର କରିବେ ଶୁଭାରମ୍ଭ

ରାଉରକେଲା: ରାଉରକେଲାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତ ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସୁନ୍ଦରଗଡ଼ ଜିଲ୍ଲାରେ ୪ ଲକ୍ଷ ୩୬ ହଜାର ୯୪୮ କାର୍ଡ ବଣ୍ଟନ କରାଯିବ । ଜିଲ୍ଲାର ୧୫ ଲକ୍ଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ । ଆଜି ସୁନ୍ଦରଗଡ଼ ଜିଲ୍ଲାର ୫୫୦ଟି ସ୍ଥାନରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଜଣ ମନ୍ତ୍ରୀ ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା କରାଯାଇଛି । ଆଜି ଦିନ ୧୧ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୧ଟା ୫ରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ଅଡିଟୋରିୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ ।

ସେହିପରି ୫୮୦ କୋଟି ୮୨ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨୦୪ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଲଗାଣ ବର୍ଷାରେ ଧୋଇଗଲା ଜାତୀୟ ରାଜପଥ

କାମାକ୍ଷନଗର: ଲଗାଣ ବର୍ଷା ଯୋଗୁ ଧୋଇଗଲା ଜାତୀୟ ରାଜପଥ । କାମାକ୍ଷାନଗର ଥାନା ସିଆରିମାଳିଆ ୫୩ନଂ ଜାତୀୟ ରାଜପଥ ଲଗାଣ ବର୍ଷାରେ ଧୋଇଯାଇଛି । ଫଳରେ ରାସ୍ତା ଉପରେ ପ୍ରାୟ ୪୦ଫୁଟର ଘାଇ ସୃଷ୍ଟି ହୋଇଥିବା ବେଳେ, ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି  । ବିଶେଷ କରି ଡ଼ୁବୁରୀ ଓ ତାଳଚେରର ଗମନାଗମନ ଉପରେ ପ୍ରଭାବ ପଡ଼ିଛି । ରାସ୍ତାର ଉଭୟ ପାର୍ଶ୍ୱରେ ଶହଶହ ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି ।

ଅପରପକ୍ଷରେ ଧିରେ ଧିରେ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ହୋଇଛି ଲଘୁଚାପ । ପ୍ରଭାବରେ ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଏବଂ ମଧ୍ୟପ୍ରଦେଶକୁ ମୁହାଁଇବ ଲଘୁଚାପ ।

ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ପାଇଁ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସେପଟେ ପୁଣି ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ କହିଛି।

ଏଥିସହିତ ପଢ଼ନ୍ତୁ: ଛତିଶଗଡ଼ ମୁହାଁ ଲଘୁଚାପ: ୭ ଜିଲ୍ଲାକୁ ରେର୍ଡ ଆଲର୍ଟ

ଛତିଶଗଡ଼ ମୁହାଁ ଲଘୁଚାପ: ୭ ଜିଲ୍ଲାକୁ ରେର୍ଡ ଆଲର୍ଟ

ଭୁବନେଶ୍ୱର: ଧିରେ ଧିରେ ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଗତି କରୁଛି ଲଘୁଚାପ । ପ୍ରଭାବରେ ଆଜି ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର, ଢେଙ୍କାନାଳ, ଝାରସୁଗୁଡା ଏବଂ ବରଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ଏସବୁ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି । ବଲାଙ୍ଗୀର, ସୁନ୍ଦରଗଡ, ବୌଦ୍ଧ, କେନ୍ଦୁଝର, ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ କଟକରେ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଛତିଶଗଡ ଏବଂ ମଧ୍ୟପ୍ରଦେଶକୁ ମୁହାଁଇବ ଲଘୁଚାପ । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଜୁଆର ପାଇଁ ବନ୍ଦର ଗୁଡିକରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି । ଆଜି ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସେପଟେ ପୁଣି ୧୭ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବା ନେଇ ଭାରତୀୟ ପାଣିପାଗ ବିଭାଗ କହିଛି।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଲଗାଣ ବର୍ଷା ପରେ ବି ବିପଦ ସଂକେତ ତଳେ ରହିଛି ନଦୀ ଜଳସ୍ତର

ରାଜ୍ୟରେ ଲଗାଣ ବର୍ଷା ପରେ ବି ବିପଦ ସଂକେତ ତଳେ ରହିଛି ନଦୀ ଜଳସ୍ତର

0

ରାଜ୍ୟରେ ଲଗାଣ ବର୍ଷା ଜାରି । ହେଲେ ବିପଦ ସଂକେତ ତଳେ ରହିଛି ସମସ୍ତ ନଦୀର ଜଳସ୍ତର । ମହାନଦୀ ଉପରମୁଣ୍ଡ ଓ ବୈତରଣୀ, ସୁବର୍ଣ୍ଣରେଖା, ବୁଢ଼ାବଳଙ୍ଗ, କୋଲାବ, ବଂଶଧାରା ବେସିନରେ ଅଧିକ ବର୍ଷା ହୋଇନାହିଁ । ୮ଟି ବୃହତ ଜଳଭଣ୍ଡାରରୁ ହୀରାକୁଦ ଓ ରେଙ୍ଗାଲିକୁ ଛାଡ଼ି ଅନ୍ୟ ଜଳଭଣ୍ଡାରରେ ୫୦ ପ୍ରତିଶତ ଖାଲି ରହିଛି । ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଦଶମିକ ୩୭ ଫୁଟରେ ପହଞ୍ଚିଛି ଜଳସ୍ତର । ୬୩୦ ଫୁଟ ସର୍ବାଧିକ ଜଳଧାରଣ କ୍ଷମତା ଥିବା ବେଳେ ଡ୍ୟାମ ଭିତରକୁ ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୧ ଲକ୍ଷ ୯୩ ହଜାର ୧୧୬ ଘନଫୁଟ ବନ୍ୟାଜଳ । ହେଲେ ସମସ୍ତ ଗେଟ ବର୍ତ୍ତମାନ ପର୍ଯ୍ୟନ୍ତ ବନ୍ଦ ରହିଛି ।

ବ୍ରାହ୍ମଣୀ, ଜଳକା, ବୈତରଣୀରେ ଜଳସ୍ତର ବଢୁଥିଲେ ବି ଜଳସ୍ତର ବିପଦସଙ୍କେତ ତଳେ ଅଛି । ସବୁ ସ୍ଥାନରେ ଜଳସମ୍ପଦ ଅଧିକାରୀ ସଜାଗ ଅଛନ୍ତି ।୨୦ଟି ସମ୍ବେଦନଶୀଳ ସ୍ଥାନରେ ନଜର ରଖାଯାଇଛି । ତଳିଆ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଇଛି । ପ୍ରମୁଖ ନଦୀର ଜଳସ୍ତର, ଜଳଭଣ୍ଡାର ସ୍ଥିତି ଏବଂ ଜଳ ନିଷ୍କାସନ ପରିମାଣ ସହିତ ବର୍ଷା ପରିମାଣ ଜାଣିବାକୁ ଜଳସମ୍ପଦ ବିଭାଗ ପକ୍ଷରୁ ହାଇଡ଼୍ରୋମେଟ୍ ନାମକ ଏକ ମୋବାଇଲ୍ ଆପ୍ ଆାରମ୍ଭ କରାଯାଇଛି । ଏହି ଆପ୍ ଏବେ ଆଣ୍ଡ୍ରଏଡ଼୍ ପ୍ଲାଟଫର୍ମରେ ଉପଲବ୍ଧ ଥିବା ବେଳେ ଖୁବ୍ ଶୀଘ୍ର ଆଇଓଏସ୍ ପ୍ଲାଟଫର୍ମରେ ଉପଲବ୍ଧ ହେବ ।

ଅନୁଗୁଳ ଲିଙ୍ଗରା ନାଳରେ ଆସିଲା ବିଢ଼ି ପାଣି: ଫସି ରହିଛନ୍ତି ବୃଦ୍ଧା

0

ଅନୁଗୁଳ ସଦର ହୁଳୁରୁସିଂହା ଦେଇ ବହି ଯାଉଥିବା ଲିଙ୍ଗରା ନାଳରେ ଆସିଲା ବିଢ଼ି ପାଣି । ପାଣି ମଝିରେ ଫସି ରହିଛନ୍ତି ଜଣେ ବୃଦ୍ଧା । ତାଙ୍କୁ ଉଦ୍ଧାର କରିଵାକୁ ଯାଇ ଆଉ ଜଣେ ଯୁବକ ମଧ୍ୟ ନାଳ ମଝି ପଥରରେ ଅଟକି ରହିଥିବା ବେଳେ ପ୍ରାୟ ୨ ଘଣ୍ଟା ହେଲାଣି ତାଙ୍କୁ ଉଦ୍ଧାର କରାଯାଇପାରୁ ନାହିଁ । ସୂଚନା ଅନୁସାରେ ଆଜି ସକାଳୁ ଜଣେ ବୃଦ୍ଧା ଶୌଚ ହେବା ପାଇଁ ନାଳକୁ ଯାଇଥିଲେ । ସେ ନାଳରେ ଶୌଚ ହେବା ସମୟରେ ନାଳ ପାଣି ବଢି ଆସିଥିଲା । ଫଳରେ ବୃଦ୍ଧା ଜଣଙ୍କ ଏକ ବଡ଼ ପଥର ଉପରେ ଚଢ଼ି ଯାଇଥିଲେ ।

ବହୁ ସମୟ ସେଠାରେ ସେ ଅଟକି ରହିଥିବା ବେଳେ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ତାଙ୍କ ପାଖରେ ପହଞ୍ଚିଥିଲେ । ହେଲେ ତାପରେ ପରେ ନାଳ ଦୁଇ କୁଳ ଖାଇ ବଢିଥିଲା । ଫଳରେ ବର୍ତ୍ତମାନ ସୁଦ୍ଧା ଦୁଇଜଣ ସେଠାରେ ଫସି ରହିଛନ୍ତି । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ପହଁଚିଛି । ହେଲେ ସେମାନେ ମଧ୍ୟ ବଢି ପାଣି ଯୋଗୁଁ ସାହସ ବାନ୍ଧି ପାରୁ ନାହାନ୍ତି ।

 

ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ: ୪ଲକ୍ଷ ୩୬ହଜାର ୯୪୮ ସ୍ମାର୍ଟ କାର୍ଡ ପ୍ରଦାନ କରିବେ

ରାଉରକେଲା: ଆଜି ସୁନ୍ଦରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗସ୍ତରେ ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସୁନ୍ଦରଗଡ଼ ଜିଲ୍ଲାରେ ୪ ଲକ୍ଷ ୩୬ ହଜାର ୯୪୮ କାର୍ଡ ବଣ୍ଟନ କରାଯିବ । ଜିଲ୍ଲାର ୧୫ ଲଷ ୯ ହଜାର ୮୨୧ ଜଣ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସୁବିଧା ପାଇବେ । ଆଜି ସୁନ୍ଦରଗଡ଼ ଜିଲ୍ଲାର ୫୫୦ଟି ସ୍ଥାନରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ୧୨ ଜଣ ମନ୍ତ୍ରୀ ଉପସ୍ଥିତ ରହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନ କରିବେ ।

ଏଥିସହିତ ପଢ଼ନ୍ତୁ: ବଦଳୁଛି ଗାଁର ଚିତ୍ର: ଗାଁରେ ଲୋକେ ପାଉଛନ୍ତି ସହରୀ ସୁବିଧା

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା କରାଯାଇଛି । ଆଜି ଦିନ ୧୧ଟାରେ ରାଉରକେଲା ବିମାନବନ୍ଦରରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ୧୧ଟା ୫ରେ ରାଉରକେଲା ଇସ୍ପାତ ସୁପର ସ୍ପେଶିଆଲିଟି ହସ୍ପିଟାଲ ଅଡିଟୋରିୟମରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବେ । ସେହିପରି ୫୮୦ କୋଟି ୮୨ ଲଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୩୭୬ କୋଟି ୬୮ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ନିର୍ମିତ ହୋଇଥିବା ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଏହାସହ ୨୦୪ କୋଟି ୧୪ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ୧୫ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇଛି ।

ଗୁଜୁରାଟ ମଡେଲର ବିକଳ ଚିତ୍ର: ପାଣି ଭିତରେ ଲୋକେ ଜୀବନ ବଞ୍ଚିବାକୁ ଚେଷ୍ଟା କରିଛନ୍ତି

ଗାନ୍ଧୀନଗର: କେବଳ ଓଡ଼ିଶା ନୁହେଁ । ବର୍ଷାରେ ବୁଡ଼ିଲା ଗୁଜୁରାଟର ବଡ଼ ବଡ଼ ସହର । ଆଜି ଯେତେବେଳେ ଗୁଜୁରାଟର ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେଉଥିଲେ । ସେହି ସମୟରେ ସାମ୍ନାକୁ ଆସୁଥିଲା ଗୁଜୁରାଟ ମଡେଲର ଅସଲ ଚିତ୍ର । ବର୍ଷା ପାଣି ହିଁ ପ୍ରମାଣିତ କରୁଥିଲା କେତେ ବିକାଶ ହୋଇଛି ବିଜେପି ଶାସିତ ଗୁଜୁରାଟରେ । ଯୁଆଡ଼େ ଦେଖିବେ କେବଳ ପାଣି ଆଉ ପାଣି । କେଉଁଠି ପାଣି ଲହରି ଭାଙ୍ଗୁଛି, ତ ଆଉ କେଉଁଠି ମନ୍ଦିର, ଘର ଓ ଗାଡି ବୁଡ଼ି ଗଲାଣି । ଅଥଳ ପାଣି ଦେଖି ଲୋକେ ଛାନିଆ ।  ସ୍ଥିତି ଏଭଳି ହୋଇଛି ପାଣି ଭିତରେ ଲୋକ ଜୀବନ ବଞ୍ଚାଇବା ପାଇଁ ଚେଷ୍ଟା କରୁଛନ୍ତି । କାହାର ଗାଡ଼ି ଭାସି ଯାଉଛି, ତ ଆଉ କାହାର ଆସବାପତ୍ର ।

ପରିସ୍ଥିତି ଏଭଳି ହୋଇଛି ଏନଡିଆରଏଫ ଟିମ୍ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇ ଲୋକମାନଙ୍କୁ ଉଦ୍ଧାର କରିଛନ୍ତି । କିଛି ଲୋକଙ୍କୁ ମଧ୍ୟ ଏୟାରଲିଫ୍ଟ କରାଯାଇଛି । ସହର ଭିତରେ ଫସି ରହିଛି ବଡ ବଡ ବସ୍ । ଲୋକେ ଯା ଆସ କରିବା ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ପ୍ରବଳ ବର୍ଷା ଫଳରେ ତିନି ଜଣକ ମୃତ୍ୟୁ ମଧ୍ୟ ହୋଇଛି । ଅନେକ ଲୋକ ଏବେ ବି ଜଳବନ୍ଦିରେ ଥିବାବେଳେ ସେମାନଙ୍କ ସମସ୍ୟା ବଢିବାରେ ଲାଗିଛି । ସେହିଭଳି ବର୍ଷା କାରଣରୁ ଅନେକଙ୍କ ବହୁ ମୂଲ୍ୟ ଧନଜୀବନ ମଧ୍ୟ ନଷ୍ଟ ହୋଇଯାଇଛି । ଗୁଜରାଟ ମଡେଲର ଏ ହେଉଛି ଆଜିର ଚିତ୍ର । ସ୍ମାର୍ଟ ସିଟି ରାଜକୋଟ, ଜାମଗନରର ଏ ଦୃଶ୍ୟ ଆପଣଙ୍କୁ ଚିନ୍ତାରେ ପକାଇବ । ଆପଣଙ୍କୁ ଗୁଜରାଟ ମଡେଲ ସତ କଣ ଭାବିବା ପାଇଁ ଅନେକ ଥର ବାଧ୍ୟ କରିବ । ବିଜେପି ଚାରିଆଡେ ଗୁଜରାଟ ମଡେଲ କହି ଡିଣ୍ଡିମ ପିଟୁଥିବାବେଳେ ଏ ଦୃଶ୍ୟ ହିଁ ବୟାନ କରୁଛି ବିକାଶର ଅସଲ ଚିତ୍ର କଣ ଅଟେ । ଯଦି ରାଜକୋଟ ଓ ଜାମନଗର ଭଳି ସହରର ପରିସ୍ଥିତି ଏଭଳି ତେବେ ତଳି ଅଞ୍ଚଳ ଓ ଛୋଟ ଛୋଟ ସହରରେ ସ୍ଥିତି କିଭଳି ଥିବ ଏଥିରୁ ଆପଣ ଅନୁମାନ କରିପାରୁଥିବେ ।

ଏଥିସହିତ ପଢ଼ନ୍ତୁ: ‘୨୧ବର୍ଷର ଶାସନରେ ୪ବର୍ଷ ବିଏମ୍‌ସି କମିଶନର ଥିଲେ ଅପରାଜିତା’

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା ଅଭିଯୋଗ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବି. ନୂଆଁପଲ୍ଲୀ ଗ୍ରାମରେ ଚାଞ୍ଚଲ୍ୟ । ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରି ମାଟି ତଳେ ପୋତି ଦେଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ନେଇ ଖଲ୍ଲିକୋଟ ଥାନାରେ ଅଭିଯୋଗ ପରେ ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ କରିଛି । ବି. ନୂଆଁପଲ୍ଲୀ ଗ୍ରାମର ଯୁଧିଷ୍ଠିର ପ୍ରଧାନ ରବିବାର ସକାଳେ ଜରୁରୀ କାଗଜପତ୍ରର ଜେରକ୍ସ ପାଇଁ ଘରୁ ବାହାରିଥିଲେ । ସନ୍ଧ୍ୟା ସୁଦ୍ଧା ଘରକୁ ନ ଫେରିବାରୁ ସନ୍ଦେହ ବଢ଼ିଥିଲା । ଦିନ ତମାମ ଖୋଜାଖୋଜି ପରେ ଗାଁ ମୁଣ୍ଡରେ ଥିବା ପାହାଡ଼ ତଳେ ଯୁଧିଷ୍ଠିରଙ୍କ ଚପଲ, ଲୁଗା ଓ କାଗଜପତ୍ର ମିଳିଥିଲା । ମାଟି ତଳେ ଯୁଧିଷ୍ଠିରଙ୍କୁ ପୋତା ଯାଇଥିବା ଦେଖିବାକୁ ପାଇଥିଲେ ପରିବାର ଲୋକେ । ସନ୍ଧ୍ୟା ହୋଇ ଯାଇଥିବାରୁ ମଙ୍ଗଳବାର ସକାଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମାଟି ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଆଇଆଇସି ଜଗନ୍ନାଥ ମଲ୍ଲିକ । ଅଭିଯୋଗ ଅନୁସାରେ ସମ୍ପର୍କୀୟ ଭାଇଙ୍କ ପରିବାରର ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ଦୀର୍ଘ ଦିନ ହେଲା ଯୁଧିଷ୍ଠିର ଗୁଣି କରୁଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟ ଭାଇଙ୍କ ଘର ଲୋକେ ହତ୍ୟା ଧମକ ଦେଇଥିବା କହିଛନ୍ତି ପରିବାର ଲୋକେ ।

ଏଥିସହିତ ପଢ଼ନ୍ତୁ: ନନ୍ଦିଘୋଷ ଟିଭି ପ୍ରଭାବ: ବନ୍ଧା ହେଲେ ନୃଶଂସ ନିଶା ନିବାରଣ କେନ୍ଦ୍ର କର୍ତ୍ତୃପକ୍ଷ