spot_img
Home Blog Page 5224

ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ୍ ଓ ହାଟ ବଜାରରେ କୋଭିଡ୍ ନିୟମ କଡ଼ାକଡ଼ି ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ପରିସ୍ଥିତ ସମ୍ପର୍କରେ ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେରିକା ଠାରୁ ଆରମ୍ଭ କରି କେରଳ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କରୋନା ସଂକ୍ରମଣ ବଢ଼ିବା ଚିନ୍ତାଜନକ । ତେଣୁ ଏ ପରିସ୍ଥିତିରେ ଆମକୁ ସମ୍ଭାବ୍ୟ ତୃତୀୟ ଲହର ଠାରୁ ନିରାପଦ ରହିବାକୁ ହେଲେ, କୋଭିଡ୍ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବାକୁ ହେବ । ଏଥିରେ ସାମାନ୍ୟ ଅବହେଳା ସମସ୍ତଙ୍କ ପାଇଁ ବିପଦର କାରଣ ହୋଇପାରେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି ।

କୋଭିଡ୍ ଆଚରଣବିଧି ହେଉଛି, କୋଭିଡ୍ ବିରୋଧରେ ଲଢିବା ପାଇଁ ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହାର ଉପଯୁକ୍ତ ପାଳନ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ । ପିଲାମାନେ ଏପର୍ଯ୍ୟନ୍ତ ଟିକା ନେଇନାହାନ୍ତି । ତେଣୁ ସେମାନଙ୍କ ପାଇଁ ଆମକୁ ଅଧିକ ସତର୍କ ରହିବାକୁ ହେବ । କୋଭିଡ୍ ନିୟମ ପାଳନରେ ଅବହେଳା ଯଦି ଦୃଷ୍ଟିକୁ ଆସେ, ତେବେ ଅନୁଷ୍ଠାନର ମୁଖ୍ୟ ଦାୟୀ ରହିବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ପ୍ରଶାସନ ଏଥିପାଇଁ ସ୍ବତନ୍ତ୍ର ଚିମ୍‌ ଗଠନ କରି ଶିକ୍ଷାନୁଷ୍ଠାନ ଗୁଡ଼ିକ ନିୟମିତ ଭାବରେ ଅଚାନକ ଯାଞ୍ଚ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ହାଟ ବଜାର, ଧର୍ମାନୁଷ୍ଠାନ, ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ଆଦି ଗୁଡ଼ିକ ଉପରେ ସତର୍କ ଦୃଷ୍ଟି ରଖିବା ସହିତ ସେଠାରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଉପରେ ପ୍ରଶାସନ ଦୃଷ୍ଟି ରଖିବା ଉପରେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସ୍ବାସ୍ଥ୍ୟକର୍ମୀ, ସ୍କୁଲ ଯାଉଥିବା ପିଲା, ଗର୍ଭବତୀ ମହିଳା, ସରକାରୀ କର୍ମଚାରୀ ଏବଂ ପୋଲିସ ଏହି ହାଇରିସ୍କ ଗ୍ରୁପ୍ର । ନିୟମିତ ଭାବରେ ଟେଷ୍ଟିଂ ଜାରି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତିଷ

ଏବେ କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟକର୍ମୀଙ୍କ ଭିତରେ ସଂକ୍ରମଣ ନଜରକୁ ଆସୁଛି । ତେଣୁ ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ କାମ କରୁଥିବା ସ୍ୱାସ୍ଥ୍ୟକର୍ମୀ ଓ ନମୂନା ସଂଗ୍ରହ କରୁଥିବା ଟିମ୍‌ ମାନଙ୍କୁ କୋଭିଡ୍ ନିୟମ ସମ୍ପର୍କରେ ବାରମ୍ବାର ସଚେତନ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ଏହାସହିତ ଡେଲ୍ଟା ଭାରିଏଣ୍ଟ ଅଧିକ ସଂକ୍ରମଣ କରୁଥିବାରୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ କରି ନିରନ୍ତର ଦୃଷ୍ଟି ରଖିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ଯୋଗାଣରେ ବୃଦ୍ଧି ଘଟିଥିବାରୁ ଟିକାକରଣରେ ମଧ୍ୟ ଉନ୍ନତି ଆସିଛି । ତେଣୁ ଯେପରି ସବୁ ଲୋକ ତାଙ୍କର ଦୁଇଟି ଯାକ ଡୋଜ୍ ନିଶ୍ଚିତ ନେବେ, ତାହା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଗକୁ ପାର୍ବଣ ଋତୁ ଆସୁଛି । କେରଳରେ ଓନାମ୍‌ ପର୍ବ ପାଳନ ପରେ ପରେ ସଂକ୍ରମଣ ବୃଦ୍ଧିର ଉଦାହରଣ ଦେଇ ପାର୍ବଣ ସମୟରେ ସମସ୍ତଙ୍କୁ ଅଧିକ ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ପରିସ୍ଥିତିର ଗୁରୁତ୍ୱକୁ ଉପଲବ୍ଧି କରିବା ପାଇଁ ସମସ୍ତଙ୍କୁ ନିବେଦନ କରିଥିଲେ । ଏହାଦ୍ବାରା ଆମେ ଭବିଷ୍ୟତରେ ଲକଡାଉନକୁ ଏଡ଼ାଇ ପାରିବା ଏବଂ ଲୋକଙ୍କ ଆର୍ଥିକ ଅବସ୍ଥାରେ କ୍ଷତି ହେବ ନାହିଁ ।

ପାର୍ବଣ ଋତୁ ସମୟରେ ଆମର ଦାୟିତ୍ୱପୂର୍ଣ୍ଣ ବ୍ୟବହାର ହିଁ ତୃତୀୟ ଲହରକୁ ନିୟନ୍ତ୍ରଣ କରିବା ପାଇଁ ନିର୍ଣ୍ଣାୟକ ହେବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଭିଡକୁ ନ ଯିବା ପାଇଁ ଅନୁରୋଧ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ସାଧାରଣ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଲକଡାଉନ୍ କୋହଳ କରାଯାଇଛି । କିନ୍ତୁ ତାର ଅର୍ଥ ନୁହେଁ ଯେ ଆମେ ନିୟମ ପାଳନରେ ଢିଲା କରିବା । ଯଦି ଆବଶ୍ୟକ ପଡ଼େ, ସାମୂହିକ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ପୁଣି ଥରେ ଲକଡାଉନ୍ ପାଇଁ ବାଧ୍ୟ ହେବେ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି ।

ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶର ଅନୁପାଳନ ଉପରେ ଗୁରୁତ୍ବ ଦେଇଥିଲେ । ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି.କେ. ମହାପାତ୍ର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ବିଭାଗୀୟ କାର୍ଯ୍ୟକ୍ରମ ଉପରେ ଉପସ୍ଥାପନା ରଖିଥିଲେ ।

ପୋଲିସ ମହାନିର୍ଦ୍ଦେଶକ ଅଭୟ ମଧ୍ୟ କୋଭିଡ୍ ନିୟମ ଅନୁପାଳନ ଉପରେ ପୋଲିସର ପଦକ୍ଷେପ ଉପରେ ସୂଚନା ଦେଇଥିଲେ । ବିଏମସି ଏବଂ ସିଏମସି କମିଶନର, ଦେବଗଡ଼ ଓ ପୁରୀର ଜିଲ୍ଲାପାଳମାନେ ସେମାନଙ୍କ ଅଞ୍ଚଳର ପରିସ୍ଥିତି ଉପରେ ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ ୫-ଟି ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । ଉନ୍ନୟନ କମିଶନର ଓ ବିଭିନ୍ନ ବିଭାଗର ସଚିବମାନେ ଉପସ୍ଥିତ ଥିଲେ।

ଓୱେସିଙ୍କ ଅଯୋଧ୍ୟା ଗସ୍ତ ନେଇ ସନ୍ଥଙ୍କ ଧମକ, ‘ମର୍ଯ୍ୟାଦା ଲଂଘିଲେ ଗଳା କାଟି ଦେବୁ’

ଅଯୋଧ୍ୟା: ରାମଙ୍କ ନଗରୀରେ ପୁଣି ରାଜନୀତି ସରଗରମ । ୨୦୨୨ ଭୋଟ୍ ପୂର୍ବରୁ ନିର୍ବାଚନୀ ଅଭିଯାନ ଆରମ୍ଭ କରୁଥିବା ଏଆଇଏମ୍ଆଇଏମ୍ ମୁସଲିମ୍ ବହୁଳ ଅଞ୍ଚଳ ଋଦୌଲି ଉପରେ ନଜର ରଖିଛି । ଏଥିପାଇଁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅସଦୁଦ୍ଦିନ ଓୱେସି ଅଯୋଧ୍ୟା ପହଞ୍ଚିବେ । ଓୱେସି ଅଯୋଧ୍ୟା ଯାଉଥିବା ବେଳେ ସନ୍ଥ ଚେତାବନୀ ଦେଇଛନ୍ତି । ଯଦି ଓୱେସି ହିନ୍ଦୁ ଭାବନାକୁ କୌଣସି ପ୍ରକାରେ ଅପମାନ କରିବେ, ତାହାଲେ ଗଳା କାଟି ଦେବୁ । ଏହା ପୂର୍ବରୁ ଓୱେସି ସମ୍ମିଳନୀ ପାଇଁ ଲଗାଇଥିବା ପୋଷ୍ଟରରେ ଅଯୋଧ୍ୟା ସ୍ଥାନରେ ଫୈଜାବାଦ ଲେଖିଥିଲେ । ଯାହାକୁ ନେଇ ସନ୍ଥ ସମାଜ ଆପତ୍ତି ଉଠାଇଥିଲେ ।

ବୟାନକୁ ନେଇ ଚର୍ଚ୍ଚାରେ ରହୁଥିବା ଓୱେସିଙ୍କୁ ବାବ୍ରୀ ମସଜିଦ୍ ନାମ ମଧ୍ୟ ନନେବାକୁ ସନ୍ଥ ଚେତାବନୀ ଦେଇଛନ୍ତି । ଅଯୋଧ୍ୟା ତପସ୍ୱୀ ପୀଠର ପୀଠାଧିଶ ଜଗଦଗୁରୁ ପରମହଂସ ଆଚାର୍ଯ୍ୟ କହିଛନ୍ତି, କୌଣସି ପ୍ରକାରେ ଭଗବାନ ରାମ କିମ୍ବା ଅଯୋଧ୍ୟାକୁ ଅପମାନ କଲେ, ତାଙ୍କ ଗଳା କାଟି ଦେବୁ । ରାମ ମନ୍ଦିର ସମର୍ଥକ ଓ ମୁସଲିମ୍ ସମାଜର କାର୍ଯ୍ୟକର୍ତ୍ତା ଅନିସ ଖାନ କହିଛନ୍ତି, ଭଗବାନ ରାମଙ୍କୁ ନେଇ ଓୱେସି କୌଣସି ଉତ୍ତେଜନାପୂର୍ଣ୍ଣ ଭାଷଣ ଦେଲେ ଠିକ୍ ହେବ ନାହିଁ ।

ତପସ୍ୱୀ ପୀଠର ପୀଠାଧିଶ କହିଛନ୍ତି ସୁପ୍ରିମକୋର୍ଟଙ୍କ ଆଦେଶ ପରେ ମଧ୍ୟ ଓୱେସି ବାବ୍ରୀ ରାଗ ସୁଝାଇବାକୁ ଚାହିଁଲେ କିଛି ଠିକ୍ ହେବନି । ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କ ଧର୍ମ ନଗରୀ । ଏଠି ମର୍ଯ୍ୟାଦାଜନକ ଶବ୍ଦ ବ୍ୟବହାର କରନ୍ତୁ । ରାମଙ୍କ ବିଷୟରେ କୌଣସି ପ୍ରକାରେ ଉତ୍ତେଜନାପୂର୍ଣ୍ଣ ଭାଷଣ କିମ୍ବା କଦର୍ଥ ଶବ୍ଦ ବ୍ୟବାହର ଓୱେସିଙ୍କୁ ମହଙ୍ଗା ପଡ଼ିବ । ବାବରଙ୍କୁ ଆତଙ୍କବାଦୀ ଓ ଲୁଟେରା କହି ଅଯୋଧ୍ୟା ମାଟିରେ ତାଙ୍କ ନାଁ ନେବାକୁ ଧମକ ଦେଇଛନ୍ତି ସନ୍ଥ ।

ରୁଚିକା ମାର୍କେଟ ମହାବୀର ବସ୍ତି ନିକଟରୁ ଯୁବତୀଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ରାଜଧାନୀରେ ଯୁବତୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଉଦ୍ଧାର । ବନ୍ଦ ଘରୁ ବାହାରିଲା ଯୁବତୀଙ୍କ ମୃତଦେହ । ବରମୁଣ୍ଡା ରୁଚିକା ମାର୍କେଟ ମହାବୀର ବସ୍ତି ନିକଟରେ ଘଟିଛି ଘଟଣା । ଘଟଣା ସ୍ଥଳରେ ଭରତପୁର ଥାନା ପୋଲିସ ପହଞ୍ଚି ଶବ ବ୍ୟାବଚ୍ଛେଦ କରିବା ପାଇଁ ନେଇଛି । ୧୦ ଦିନ ହେବ ଘର ଭଡ଼ା ନେଇ ସ୍ୱାମୀ ସ୍ତ୍ରୀ ରହୁଥିଲେ । ପ୍ରାୟ ପାଞ୍ଚ ଦିନ ହେବ ଘର ତାଲା ପଡ଼ିଥିଲା । ଆଜି ଅଧିକ ଦୁର୍ଗନ୍ଧ ହେବାରୁ ପୋଲିସକୁ ଜଣାଇ ଥିଲେ । ଭରତପୁର ପୋଲିସ ଓ ସାଇଣ୍ଟିଫିକ୍ ଟିମ ପହଞ୍ଚି ଶବକୁ ଉଦ୍ଧାର କରିଛି । ମୃତ ମହିଳା ଜଣଙ୍କର ବୟସ ପ୍ରାୟ ୧୯ ବର୍ଷ ହେବ। ଘଟଣା ସ୍ଥଳରୁ ସ୍ୱାମୀ ଫେରାର ଥିବା ଜଣାପଡ଼ିଛି ।

ଏଥିସହିତ ପଢ଼ନ୍ତୁ: ଟଳିଲା ସଂକଟ: ସିଂହ ସଫାରୀରୁ ଉଦ୍ଧାର ହେଲେ ପର୍ଯ୍ୟଟକ

ନାଗପୁରରୁ ମାତ୍ର ୧୪ ମାମଲା ଚିହ୍ନଟ, ତଥାପି ମନ୍ତ୍ରୀ କାହିଁକି କହିଲେ ତୃତୀୟ ଲହରର ଘୋଷଣା

ମୁମ୍ବାଇ: ମହାରାଷ୍ଟ ନାଗପୁରରେ ଅକ୍ଷୟ ଶକ୍ତି ମନ୍ତ୍ରୀ ନୀତିନ ରାଉତ କରୋନାର ତୃତୀୟ ପ୍ରବାହ ଆସୁଥିବା ନେଇ ଘୋଷଣା କରିଛନ୍ତି । ନାଗପୁର ସହରରେ ବିଗତ କିଛିଦିନ ହେଲା ଦୈନିକ କରୋନା ସଂକ୍ରମଣ ମାମଲା ୨ ଅଙ୍କରେ ରହୁଛି । ବିଗତ ୨୪ ଘଣ୍ଟାରେ ସହରରେ କରୋନାର ୧୪ଟି ମାମଲା ଆସିଛି । ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଦୈନିକ ମୃତ୍ୟୁ ଶୂନ ରହିଛି ।

ଏଥିସହ ପଢ଼ନ୍ତୁ: ଦୁନିଆର ପ୍ରଥମ ଦେଶ ଭାବେ ୨ ବର୍ଷରୁ ଛୁଆଙ୍କୁ କରୋନା ଟିକା ଦେଲା କ୍ୟୁବା

ମନ୍ତ୍ରୀ ନୀତିନ ରାଉତ କହିଛନ୍ତି, ଆଜି ଲମ୍ବା ବ୍ୟବଧ୍ୟାନ ପରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ହୋଇଛି । ତୃତୀୟ ଲହର ଆସି ସାରିଛି । ଏହା ପୂର୍ବରୁ ମନ୍ତ୍ରୀ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରି ସଂକ୍ରମଣ ରୋକିବା ପାଇଁ ଗାଇଡଲାଇନ୍ ଜାରି ପାଇଁ ସ୍ଥାନୀୟ ପ୍ରଶାସନକୁ କହିଥିଲେ ।

ସହରରେ ବଢ଼ୁଥିବା ସଂକ୍ରମଣକୁ ନେଇ ମନ୍ତ୍ରୀ ଚିନ୍ତାବ୍ୟକ୍ତ କରିଛନ୍ତି । ଦୈନିକ ମାମଲା ମାତ୍ର ୧୪ ଥିବାବେଳେ କାହିଁକି ସେ ତୃତୀୟ ଲହର ଆସିଥିବା ଘୋଷଣା କଲେ କହିଛନ୍ତି । ଦୁଇ ଡୋଜ୍ ଟିକା ନେଇଥିବା ବ୍ୟକ୍ତି ଓ ଛୁଆ ସଂକ୍ରମିତ ହେଉଛନ୍ତି । ଏଥିପାଇଁ ଆଶଙ୍କା ବଢ଼ୁଛି । ଦ୍ୱିତୀୟ ପ୍ରବାହ ମଧ୍ୟ ଏଭଳି ଆରମ୍ଭ ହୋଇଥିଲା ।

ଟଳିଲା ସଂକଟ: ସିଂହ ସଫାରୀରୁ ଉଦ୍ଧାର ହେଲେ ପର୍ଯ୍ୟଟକ

0

ମେଣ୍ଢାଶାଳ: ଟଳିଲା ସଙ୍କଟ । ଉଦ୍ଧାର ହେଲେ ପର୍ଯ୍ୟଟକ । ନନ୍ଦନକାନନ ପ୍ରାଣୀ ଉଦ୍ୟାନର ସିଂହ ସଫାରୀରେ ଫସି ରହିଥିଲା ସଫାରୀ ବସ । ଆଜି ମଧ୍ୟାହ୍ନରେ ପର୍ଯ୍ୟଟକମାନେ ସଫାରୀ ବୁଲିବା ସମୟରେ ସିଂହ ସଫାରୀରେ କାଦୁଆ ରାସ୍ତା ଯୋଗୁ ବସଟି ଦବି ଯାଇଥିଲା । ସିଂହ ସଫାରୀରେ ସିଂହମାନେ ମୁକ୍ତ ବିଚରଣ କରୁଥିବାରୁ ପର୍ଯ୍ୟଟକମାନେ ଆତଙ୍କିତ ହୋଇଯାଇଥିଲେ । ପଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଲାଗିଥିଲା ପ୍ରାୟ ୩ ଘଣ୍ଟାର ସମୟ । ସଫାରୀରେ ଥିବା ୩ଟି ସିଂହଙ୍କୁ ଫିଡିଙ୍ଗ ଚାମ୍ବର ନିଆଯାଇ ପଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିଲା । ସୁରକ୍ଷିତ ଭାବେ ସିଂହ ସଫାରୀରୁ ଉଦ୍ଧାର ହୋଇଛନ୍ତି ସମସ୍ତ ପଯ୍ୟଟକ । ।

ସୂଚନା ଯୋଗ୍ୟ ଯେ, ଦିନ ୧୨ ଘଣ୍ଟିକା ସମୟରେ ସିଂହ ସଫାରୀରେ ୨ଟି ବସ୍‌କୁ ଘେରିଥିଲେ ୨ଟି ସିଂହ । ବସ୍‌ରେ ୩୩ ଜଣ ପର୍ଯ୍ୟଟକ ଥିଲେ। ସଫାରୀ ଭିତରେ ରାସ୍ତାରେ ବସ୍ ଦବି ଯାଇଥିଲା। ଏହି ସମୟରେ ୨ଟି ସିଂହ ସଫାରୀ ବସ୍‌କୁ ଘେରି ଯାଇଥିଲେ। ତେବେ ଜଣେ ଗାଇଡ୍‌ଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଏକ ବଡ଼ ଅଘଟଣ ବର୍ତ୍ତି ଯାଇଛି । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଅଛନ୍ତି । ସିଂହମାନଙ୍କୁ ଫିଡିଂ ଚାମ୍ବରକୁ ନିଆଯାଇ ଆଉ ଏକ ବସ୍ ଯୋଗେ ସମସ୍ତ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଛି।

ଏଥିସହିତ ପଢ଼ନ୍ତୁ: ଟ୍ରଲିର ତିନି ଚକରେ ଅଟକି ଯାଇଛି ୩ ଅନାଥ ଶିଶୁଙ୍କ ଭାଗ୍ୟ, ଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ

ଦୁନିଆର ପ୍ରଥମ ଦେଶ ଭାବେ ୨ ବର୍ଷରୁ ଛୁଆଙ୍କୁ କରୋନା ଟିକା ଦେଲା କ୍ୟୁବା

ନୂଆଦିଲ୍ଲୀ: ଛୁଆଙ୍କୁ କରୋନା ଟିକା ଦେବା ନେଇ ଦୁନିଆ ବ୍ୟାପୀ ଏବେ ଅଧ୍ୟୟନ କିମ୍ବା ପରୀକ୍ଷଣ ଜାରି ରହିଛି । ଭ୍ୟାକ୍ସିନକୁ ଛୁଆଙ୍କ ରୋଗ ପ୍ରତିଶେଧକ କ୍ଷମତା ଉପରେ ପରୀକ୍ଷଣ କରି ସେମାନଙ୍କ ଲାଗି ସୁରକ୍ଷିତ କରାଯାଉଛି । ବଡ଼ ବଡ଼ ରାଷ୍ଟ୍ର ଛୁଆଙ୍କ ଟିକାକରଣ ଆରମ୍ଭ କରିନଥିବା ବେଳେ କ୍ୟୁବା ନେଇଛି ବଡ଼ ପଦକ୍ଷେପ । ପୂର୍ବରୁ କ୍ୟୁବାରେ ୧୨ ବର୍ଷରୁ ଅଧିକ ବୟସର ଛୁଆଙ୍କୁ କରୋନା ଟିକା ଦିଆଯାଇଥିଲା । ଏବେ ୨ ବର୍ଷ ବୟସରୁ ଅଧିକ ଛୁଆଙ୍କୁ ଟିକାକରଣ ଆରମ୍ଭ ହୋଇଛି । ୨ ବର୍ଷର ଛୁଆଙ୍କୁ କରୋନା ଟିକା ଦେବାରେ କ୍ୟୁବା ଦୁନିଆରେ ପ୍ରଥମ ।

ମିଡିଆ ରିପୋର୍ଟ ଅନୁସାରେ, ଏବେ କ୍ୟୁବାରେ ଲୋକଙ୍କୁ ୨ ପ୍ରକାରର କରୋନା ଟିକା ଦିଆଯାଉଛି । ଅବଦଲା ଓ ସୋବେରନା ଟିକା କ୍ୟୁବାରେ ଦିଆଯାଉଛି । ଛୁଆଙ୍କ ଉପରେ ମଧ୍ୟ ଏହି ଟିକାର ମେଡିକାଲ ପରୀକ୍ଷଣ ସରିଛି । ତେବେ ଏହି ୨ ଟିକା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏ ପର୍ଯ୍ୟନ୍ତ ଅନୁମତି ଦେଇ ନାହିଁ ।

କ୍ୟୁବାରେ ସେପ୍ଟେମ୍ବର ୩ରୁ ୧୨ ବର୍ଷରୁ ଅଧିକ ବୟସ୍କ ଛୁଆଙ୍କୁ ଟିକା ଦେବା ଆରମ୍ଭ ହୋଇଥିଲା । ଏହାପରେ ସୋମବାର ୨ରୁ ୧୧ ବର୍ଷ ବୟସ୍କ ଛୁଆଙ୍କୁ ଟିକା ଦିଆଯାଉଛି । ଏବେ ଦୁନିଆରେ ଛୁଆଙ୍କୁ ଟିକା ଦେବା ନେଇ ପରୀକ୍ଷଣ ଚାଲିଛି । ଚୀନ, ୟୁଏଇ ଓ ଭେନଜୁଏଲା ଭଳି ଦେଶ ଛୁଆଙ୍କୁ କରୋନା ଟିକା ଦେବା ନେଇ ଘୋଷଣା କରି ଥିବାବେଳ ଟିକାକରଣ ଆରମ୍ଭ ହୋଇନାହିଁ । ଭାରତରେ ମଧ୍ୟ ୧୨ ବର୍ଷରୁ ଊର୍ଦ୍ଧ୍ୱ ଛୁଆଙ୍କୁ ଟିକା ଦେବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି । ଏଥିପାଇଁ ଜାଇଡସ୍ କ୍ୟାଡିଲାର କରୋନା ଟିକାକୁ ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଛି ।

ବିଧାନସଭାରେ ଆଗତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍-୨୦୨୧, ସଂରକ୍ଷିତ ରହିବ ୫୦ପ୍ରତିଶତ ସିଟ୍‌

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ବିଧାନସଭାରେ ଆଗତ ହୋଇଛି ଓଡିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍‌-୨୦୨୧। ବିଲ୍‌ ଅନୁସାରେ ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ଭିତରେ ରହିବ। ଅର୍ଥାତ ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ଵ୍ୟଵସ୍ଥା ରହିବ। ପଛୁଆ ବର୍ଗଙ୍କ ସଂରକ୍ଷଣ ବ୍ୟବସ୍ଥାରେ ଯାହା ଲାଗୁ ହେବ ତାହା ପ୍ରାଧିକୃତ ଅଧିକାରୀ କାର୍ଯ୍ୟକାରୀ କରିବେ। ତ୍ରିସ୍ତରୀୟ ପଞ୍ଚାୟତରାଜ ବ୍ୟବସ୍ଥାରେ ଏସ୍‌ସି, ଏସ୍‌ଟିଙ୍କ ପାଇଁ ଆବଶ୍ୟକ ସଂଖ୍ୟକ ଆସନ ସଂରକ୍ଷଣ ହେବା ପରେ ଅବଶିଷ୍ଟ ଆସନଗୁଡିକ ପଛୁଆ ବର୍ଗଙ୍କ ଲାଗି ସଂରକ୍ଷଣ କରାଯିବ। କିନ୍ତୁ ତାହା ୨୭ ଭିତରେ ରହିବ। ଯେଉଁଠି ପେଶା ଆଇନ କାର୍ଯ୍ୟକାରୀ ହେଉଛି କିମ୍ବା ସିଡ୍ୟୁଲ ଏରିଆରେ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ ହେବନାହିଁ। ଏ ବିଲ୍‌ ବିଧାନସଭାରେ ପାରିତ ହେଲେ ପଞ୍ଚାୟତ ନିର୍ବାଚନ ପାଇଁ ବାଟ ଫିଟିବ। ଅନ୍ୟପକ୍ଷରେ ଓଡ଼ିଶା ପୌର ବିଧି ସଂଶୋଧନ ବିଧେୟକ ଗତକାଲି ଗୃହରେ ଉପସ୍ଥାପିତ ହୋଇଛି ।

ଏଥିସହିତ ପଢ଼ନ୍ତୁ: ୨ଟି ଗାଁ ପାଇଁ ଶିମିଳିପାଳକୁ ମିଳୁନି ପୂର୍ଣ୍ଣାଙ୍ଗ ଜାତୀୟ ଉଦ୍ୟାନ ମାନ୍ୟତା

କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ୨ଟି ସ୍କୁଲ ବନ୍ଦ

ଭୁବନେଶ୍ୱର: ସ୍କୁଲରେ ଶିଶୁ ସଂକ୍ରମଣ ପ୍ରସଂଗରେ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କାମାକ୍ଷାନଗର ସରକାରୀ ସ୍କୁଲରେ ଜଣେ ଶିକ୍ଷକ ପଜିଟିଭ ବାହାରି ଥିଲେ । ହଷ୍ଟେଲ ପିଲାଙ୍କୁ ଟେଷ୍ଟ ପରେ ୧୪ ଜଣଙ୍କର ନମୁନା ପଜିଟିଭ୍ ଚିହ୍ନଟ ହୋଇଥିଲା । ପରେ ସେ ସ୍କୁଲକୁ ବନ୍ଦ କରାଯାଇଛି । ଗଣେଶ ପୂଜା ପରେ ୧୩ ତାରିଖରେ ସେ ସ୍କୁଲ ଖୋଲିବ । ବରଗଡ ଘରୋଇ ସ୍କୁଲରେ ମଧ୍ୟ ୨୧ ଜଣ ପିଲା ସଂକ୍ରମଣ ହୋଇଛନ୍ତି
ସେ ସ୍କୁଲ ମଧ୍ୟ ବନ୍ଦ କରିଦିଆଯାଇଛି । ତେବେ ଏ ନେଇ ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କରୋନା କଟକଣା ମାନି ଶିକ୍ଷାଦାନ ଚାଲିଛି ।
ଯେଉଁଠି ସମସ୍ୟା ଆସୁଛି ସେଠି ପଦକ୍ଷେପ ନିଆଯାଉଛି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନଥିବା କହିଛନ୍ତି ମନ୍ତ୍ରୀ  ।

ଏଥିସହିତ ପଢ଼ନ୍ତୁ: ପିଲାମାନେ ସଂକ୍ରମିତ ହେବା ପଛରେ ପରିବାର ଲୋକଙ୍କୁ ପରୋକ୍ଷରେ ଦାୟୀ କଲା ସ୍ୱାସ୍ଥ୍ୟ ବିଭାଗ

ମଣିଷ ଭଳି ଅବିକଳ ସ୍ୱର କରି ପାରୁଛି ବତକ

ନୂଆଦିଲ୍ଲୀ: ମଣିଷର କଥାକୁ ନକଲ କରି ଶୁଆ କହୁଥିବା ଆପଣ ଦେଖିଥିବେ । ତେବେ କେବେ ଆପଣ ଦେଖିଛନ୍ତି କୌଣସି ପକ୍ଷୀ ମଣିଷ ଭଳି କହିବା । ଏହାର ଉତ୍ତୟ ନିଶ୍ଚୟ ନା । ତେବେ ଏକ ଗବେଷଣାରୁ ଦାବି କରାଯାଇଛି ଏକ ବିଶେଷ ପ୍ରଜାତିର ବତକ ମଣିଷର ସ୍ୱରକୁ ଅବିକଳ ନକଲ କରିପାରୁଛି ।

ରିପୋର୍ଟ ଅନୁସାରେ, ଅଷ୍ଟ୍ରେଲିଆନ୍ ବତକ ମଣିଷର ଭାଷା ସହ ଅନ୍ୟ କେତେକ ସ୍ୱରକୁ ନକଲ କରିପାରୁଛି । ଏଭଳି ଦାବି କରିଛନ୍ତି ଲିଡେନ ବିଶ୍ୱବିଦ୍ୟାଳୟ ଓ ଅଷ୍ଟ୍ରେଲିଆର ଅଧ୍ୟୟନକାରୀ । ଅଧ୍ୟୟନ ବେଳେ ଅଷ୍ଟ୍ରେଲିଆନ୍ ମସ୍କ ବାରମ୍ବାର ‘ୟୁ ବ୍ଲଡି ଫୁଲ୍’ କହୁଥିବା ରେକର୍ଡ କରାଯାଇଛି । ଏହି ବତକ ଦ୍ୱାର ବନ୍ଦ ହେବା ଶବ୍ଦ ବି କରିପାରେ । ବତକର ସ୍ୱରକୁ କ୍ୟାନବେରାର ଡିଟବିନବିଲା ନେଚର ରିଜର୍ଭରେ ରେକର୍ଡ କରାଯାଇଛି ।

ଅଧ୍ୟୟନକାରୀଙ୍କ ଅନୁସାରେ, ବତକଟି ଏହି ଶବ୍ଦକୁ ବାରମ୍ବାର ଶୁଣିଛି । ପରେ ବାରମ୍ବାର ଏହାର ନକଲ କରିଛି । ଏହି ବତକଠାରେ ଶୁଆ, ହମିଂବାର୍ଡ୍ସ, ୟୁରୋପୀୟ ଷ୍ଟାରଲିଂ, ମୈନା ପକ୍ଷୀ ଭଳି ନକଲ କରିବାର କ୍ଷମତା ରହିଛି ।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ଗିରଫ

ରାୟପୁର: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ବାପା ନନ୍ଦ କୁମାର ବାଘେଲଙ୍କୁ ପୋଲିସ ଗିରଫ କରିଛି । ବ୍ରାହ୍ମଣ ସମାଜ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ନେଇ ରାୟପୁର ଡିଡି ନଗର ପୋଲିସ ଥାନାରେ ବାଘେଲଙ୍କ ବିରୋଧରେ ଅଭିଯୋଗ ହୋଇଥିଲା । ରାୟପୁର ପୋଲିସ ନନ୍ଦ କୁମାର ବାଘେଲଙ୍କୁ ଆଗ୍ରାରୁ ଗିରଫ କରିଛି ।

ଲକ୍ଷ୍ମୌରେ ନନ୍ଦ କୁମାର ବାଘେଲ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ଟିପ୍ପଣୀକୁ ନେଇ ବ୍ରାହ୍ମଣ ସମାଜ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏଫଆଇଆର୍ ରୁଜୁ ପରେ ବାଘେଲଙ୍କୁ ଗିରଫ ପାଇଁ ୟୁପି ଯାଇଥିଲା ରାୟପୁର ପୋଲିସର ସ୍ୱତନ୍ତ୍ର ଟିମ୍ । ଆଗ୍ରାରୁ ନନ୍ଦ କୁମାର ବାଘେଲଙ୍କୁ ଗିରଫ ପରେ ପୋଲିସ ତାଙ୍କୁ ଆଣି ରାୟପୁର କୋର୍ଟରେ ହାଜର କରିଛି ।

ଗିରଫଦାରୀ ପରେ ସେ କହିଛନ୍ତି, ମୁଁ ଏହା ବିରୋଧରେ ସୁପ୍ରିମକୋର୍ଟ ଯିବି । ରାୟପୁର କୋର୍ଟ ବାଘେଲଙ୍କୁ ୧୫ ଦିନ ଲାଗି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ସେପ୍ଟେମ୍ବର ୨୧ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ତେବେ କୋର୍ଟରେ ହାଜର ବେଳେ ବାଘେଲ ଜାମିନ୍ ଆବେଦନ କରିନାହାଁନ୍ତି ।