spot_img
Home Blog Page 5231

ପଞ୍ଜଶୀରରେ ଉଡିଲା ତାଲିବାନୀ ପତାକା, ସମ୍ପୂର୍ଣ୍ଣ କବଳିତ କରିଥିବା ଦାବି

କାବୁଲ: ଦୀର୍ଘ ଦିନର ବିଦ୍ରୋହ ଏବଂ ସଂଘର୍ଷ ପରେ ତାଲିବାନ ହାତକୁ ଚାଲିଯାଇଛି ପଞ୍ଜଶୀର । କିଛି ଦିନର ଲଢେଇ ପରେ ପରାଜୟ ବରଣ କରିଛନ୍ତି ବିଦ୍ରୋହୀ । ପଞ୍ଜଶୀର ଗଭର୍ଣ୍ଣର କାର୍ଯ୍ୟାଳୟ ସମେତ ଅନ୍ୟାନ୍ୟ ସ୍ଥାନରେ ଉଡିଛି ତାଲିବାନୀ ପତାକା । ତାଲିବାନ ମୁଖପାତ୍ର ଜୁବିଉଲ୍ଲା ମୁଜାହିଦ୍ଦ କହିଛନ୍ତି ପଞ୍ଜଶୀର ଏବେ ତାଲିବାନ କବଳକୁ ଯାଇଛି । ସଂଘର୍ଷରେ ବିଦ୍ରୋହୀ ବାହିନୀର ମୁଖ୍ୟ କମାଣ୍ଡର ସାଲେହ ମହମ୍ମଦଙ୍କ ମୃତ୍ୟୁ ଘଟିଛି । ଅନେକ ବିଦ୍ରୋହୀ ଏବେ ପଞ୍ଜଶୀର ଛାଡି ଚାଲିଯିବା ପରିଲକ୍ଷିତ ହୋଇଛି ।

ଏହି ସଂଘର୍ଷରେ ତାଲିବାନକୁ ସମ୍ପୂର୍ଣ୍ଣ ସମର୍ଥନ ଦେଇଛି ପାକିସ୍ତାନ । ବିଦ୍ରୋହୀଙ୍କ ବିଭିନ୍ନ ଘାଟି ଉପରେ ପାକିସ୍ତାନ ବାୟୁସେନା ବିମାନ ପକ୍ଷରୁ ବୋମା ବର୍ଷଣ କରାଯାଇଛି । ଶାନ୍ତିପୂର୍ଣ୍ଣ ଆଲୋଚନାକୁ ଆସିବା ଲାଗି ତାଲିବାନକୁ ଆହ୍ବାନ ଦେଇଥିଲା ପଞ୍ଜଶୀର ବିଦ୍ରୋହୀ ବାହିନୀ । ସହମତି ଭିତ୍ତିରେ ଏହି ସଂଘର୍ଷର ଅବସାନ ଲାଗି ସଂଗଠନ ତାଲିବାନକୁ ପ୍ରସ୍ତାବ ଦେଇଥିଲେ ବିଦ୍ରୋହୀ ନେତା । ମାତ୍ର ଘମାଘୋଟ ଲଢେଇରେ ପଞ୍ଜଶୀରକୁ କବଜାକୁ ନେଇଛନ୍ତି ତାଲିବାନ ।

ସେପଟେ ତାଲିବାନ ସହ ସଂଘର୍ଷରେ ଅହମ୍ମଦ ମାସୁଦଙ୍କ ଘନିଷ୍ଠ ସହଯୋଗୀ, ବରିଷ୍ଠ ସାମ୍ବାଦିକ, ରାଜନୀତିଜ୍ଞ ତଥା ମୁଖପାତ୍ର ଫହିମ ଦାସ୍ତିଙ୍କ ମୃତ୍ୟୁ ଘଟିଛି । ଏହାସହ ଜେନରାଲ ସାହିବ ଅବଦୁଲ ଓ୍ବାଦୁଦ ଝୋର ମଧ୍ୟ ସଂଘର୍ଷରେ ପ୍ରାଣ ହରାଇଛନ୍ତି । ଗତକାଲି 700ରୁ ଅଧିକ ତାଲିବାନୀଙ୍କୁ ବିଦ୍ରୋହୀମାନେ ହତ୍ୟା କରିବା ପରେ ଯୁଦ୍ଧ ଅଧିକ ଘନୀଭୂତ ହୋଇଥିଲା ଏବଂ ତାଲିବାନୀମାନେ ଅଧିକ ସୈନ୍ୟ ସହ ଲଢେଇ ଜାରି ରଖିଥିଲେ । ସେପଟେ ଯୁଦ୍ଧରେ ତାଲିବାନକୁ ଖୋଲାଖୋଲି ସମର୍ଥନ ଦେଇଥିଲା ପାକିସ୍ତାନ । ପଞ୍ଜଶୀରକୁ କବଜା କରିବା ଲାଗି ପାକିସ୍ତାନ ପକ୍ଷରୁ ତାଲିବାନକୁ ସୈନ୍ୟ, ଅସ୍ତ୍ରଶସ୍ତ୍ର ଆଦି ସହାୟତା ଦିଆଯାଉଛି ।

ବ୍ୟବସାୟୀଙ୍କୁ ଅପହରଣ ଓ ନିର୍ଯାତନା ଘଟଣା: ମୁଖ୍ୟ ଅଭିଯୁକ୍ତ ୱେବ୍ ପୋର୍ଟାଲ ସିଇଓ ଗିରଫ

ଭୁବନେଶ୍ୱର: ଜଣେ ବ୍ୟବସାୟୀଙ୍କୁ ସାମ୍ବାଦିକ ଅପହରଣ କରିନେବା ଘଟଣାରେ ଗିରଫ ହେଲେ ମୁଖ୍ୟ ଅଭିଯୁକ୍ତ ତଥା ଉକ୍ତ ୱେବ ପୋର୍ଟାଲର ସିଇଓ  । ୱେବ ପୋର୍ଟାଲ ସିଇଓଙ୍କୁ ଓଡିଶା ପୋଲିସର ଏକ ଟିମ କୋଲକାତାରୁ ଗିରଫ କରିବାରେ ସଫଳ ହୋଇଛି । ମିଳିଥିବା ସୂଚନା ମୁତାବକ ୱେବ ପୋର୍ଟାଲ ଲାଇଭ କଳିଙ୍ଗ ସିଓଓ ତଥା ମୁଖ୍ୟ ଅଭିଯୁକ୍ତ ହେଉଛି ରଘୁନାଥ ଓରଫ ରାଜା ।

ଜଣେ ବ୍ୟବସାୟୀଙ୍କୁ ଉକ୍ତ ସଂସ୍ଥାର କିଛି ସାମ୍ବାଦିକ ଅପହରଣ କରିନେଇଥିବା ଥାନାରେ ଅଭିଯୋଗ ହୋଇଥିଲା  । ପରବର୍ତ୍ତୀ ସମୟରେ ଅଭିଯୁକ୍ତ ମାନେ  ବ୍ୟବସାୟୀ ପୂର୍ଣଚନ୍ଦ୍ର ସ୍ୱାଇଁକୁ ଅପହରଣ କରି ନିର୍ଯାତନା ଦେବା ନେଇ ଅଭିଯୋଗ ହୋଇଥିଲା । ମୁଣ୍ଡ ବନ୍ଧକ ରଖି ଟଙ୍କା ମଧ୍ୟ ମାଗୁଥିଲେ  ।  ପୂର୍ବରୁ ଏହି ଘଟଣାରେ ୱେବ ପୋର୍ଟଲର ମହିଳା ସ୍ବାମ୍ବାଦିକାଙ୍କ ସମେତ 5 ଜଣଙ୍କୁ ଗିରଫ କରିଥିଲା ପୋଲିସ ।

ଅଦାଲତ ରାୟକୁ ସମ୍ମାନ ଦେଉନି କେନ୍ଦ୍ର, ଟ୍ରିବ୍ୟୁନାଲ ଆକ୍ଟକୁ ନେଇ ସୁପ୍ରିମକୋର୍ଟଙ୍କ କେନ୍ଦ୍ରକୁ ଚେତାବନୀ

ନୂଆଦିଲ୍ଲୀ: ସୋମବାର ଦିନ କେନ୍ଦ୍ର ସରକାରଙ୍କ ଆଚରଣକୁ ନେଇ ସୁପ୍ରିମକୋର୍ଟ କଟୁ ଟିପ୍ପଣୀ କରିଛନ୍ତି । ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ, କେନ୍ଦ୍ର ସରକାର ଅଦାଲତ ଦେଉଥିବା  ଆଦେଶକୁ ସମ୍ମାନ ଦେଉ ନାହାନ୍ତି । ସରକାରଙ୍କୁ ଚେତାବନୀ ଦେଇ ସୁପ୍ରିମକୋର୍ଟ କହିଛନ୍ତି ଯେ, ସରକାର ଆମ ଧୈର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ । ପ୍ରଧାନ ବିଚାରପତି ଏନଭି ରମନ୍ନା,ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ ଏଲ ନାଗେଶ୍ୱର ରାଓଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ବେଞ୍ଚ ସଲିସିଟର ଜେନରାଲ ତୁଷାର ମେହତାଙ୍କୁ ଭର୍ତ୍ସନା କରିଛନ୍ତି ।

ଖାଲି ପଡିଥିବା ଟ୍ରିବ୍ୟୁନାଲ ପଦବୀ ପୁରଣରେ ବିଳମ୍ବ ଓ ଟ୍ରିବ୍ୟୁନାଲ ସଂସ୍କାର ଆକ୍ଟ ପାସ୍ କରିବାକୁ ନେଇ ସୁପ୍ରିମ କୋର୍ଟ ଅସନ୍ତୋଷ ବ୍ୟକ୍ତ କରି  କେନ୍ଦ୍ରକୁ ଚେତାବନୀ ଦେଇଛନ୍ତି । ପ୍ରଧାନବିଚାରପତି ଏନଭି ରମନ୍ନା ସଲିସିଟର ଜେନରାଲଙ୍କୁ ପଚାରିଥିଲେ ଯେ, ଗତଥର ମଧ୍ୟ ଆମେ ଆପଣଙ୍କୁ ଟ୍ରିବ୍ୟୁନାଲରେ କେତେ ପଦବୀ ପୁରଣ ହୋଇଛି ସେସମ୍ପର୍କରେ ସୂଚନା ଦେବାକୁ କହିଥିଲୁ । ଏବେ ଆମକୁ କୁହନ୍ତୁ ଯେ, କେତେ ପଦବୀ ପୁରଣ ହୋଇଛି ।

ଟ୍ରିବ୍ୟୁନାଲ ସୁଧାର ଆକ୍ଟ ଓ ଟ୍ରିବ୍ୟୁନାଲରେ ନିଯୁକ୍ତିରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ କେନ୍ଦ୍ର ଉପରେ ବର୍ଷିଥିଲେ । ତେବେ ଏହି ମାମଲାର ଶୁଣାଣିକୁ ଏକ ସପ୍ତାହ ପାଇଁ ଘୁଞ୍ଚାଇ ଦେଇ ସୁପ୍ରିମକୋର୍ଟ କେନ୍ଦ୍ରକୁ ଅଦାଲତ ଅବମାନନାର କାର୍ଯ୍ୟନୁଷ୍ଠାନ ଧମକ ଦେଇଛନ୍ତି ।

ଓଡ଼ିଶାକୁ କେବେ ମିଳିବ ଦ୍ୱିତୀୟ ଏମସ ? ‘କେନ୍ଦ୍ର ନକଲେ ନିଜ ଦମରେ ରାଜ୍ୟ କରିବ ମେଡିକାଲ କଲେଜ’

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାରେ ଆବଶ୍ୟକତା ରହିଛି ଆଉ ଏକ ଏମସ୍ ଅର୍ଥାତ ଦ୍ୱିତୀୟ ଏମସ୍  । ରାଜ୍ୟ ସରକାର ବାରମ୍ବାର ଦାବି ଜଣାଇଲେ, କେନ୍ଦ୍ର ସରକାର ମଧ୍ୟ ଏନେଇ ଏକ ସ୍ୱତନ୍ତ୍ର ପ୍ରତିନିଧି ଟିମ ଆସି କ୍ଷେତ୍ର ପରିଦର୍ଶନ କରି ଫେରିଛନ୍ତି  । କିନ୍ତୁ ନା ଅଛି ପ୍ରତିକ୍ରିୟା ନା କୌଣସି ସୂଚନା  ? ତେଣୁ ଓଡ଼ିଶାରେ ଦ୍ୱିତୀୟ ଏମସ୍ ନିର୍ମାଣ ହେବା ନେଇ ଏବେ ମଧ୍ୟ ଅନିଶ୍ଚିତତାରେ ରାଜ୍ୟ ସରକାର  । ଏନେଇ ବିଧାନସଭାରେ ଉଠିଲା କେନ୍ଦ୍ରର ନିଷ୍କ୍ରିୟତା ପ୍ରସଙ୍ଗ । ଓଡ଼ିଶାରେ ଦ୍ବିତୀୟ ଏମସ ନିର୍ମାଣ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଘୋଷଣା କରି କୌଣସି ପଦକ୍ଷେପ ନେଉନାହାଁନ୍ତି  ।

ପ୍ରକଳ୍ପ ଆରମ୍ଭ ହେବାକୁ କେନ୍ଦ୍ରକୁ ରାଜ୍ୟ ବାରମ୍ବାର ଦାବି ଜଣାଉଥିଲେ ମଧ୍ୟ କେନ୍ଦ୍ର ଭଣ୍ଡେଇ ଚାଲିଛି । ରାଜ୍ୟ ସରକାର ୨ଶହ ଏକର ଜମି ଏବଂ ଡିଏମ୍ଏଫ୍ ଫଣ୍ଡରୁ ଟଙ୍କା ଓ ସମସ୍ତ ସାହାଯ୍ୟ ସହଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କେନ୍ଦ୍ର ସରକାର ଦ୍ବିତୀୟ ଏମ୍ସ କରିବେ କି ନାହିଁ  ସ୍ପଷ୍ଟ ସୂଚନା ଦେଉ ନାହାଁନ୍ତି । ଗତ ଏପ୍ରିଲ ମାସରେ ଏକ କେନ୍ଦ୍ରୀୟ ପ୍ରତିନିଧି ଦଳ ଭୁବନେଶ୍ବର ଏମ୍ସ ନିର୍ଦ୍ଦେଶକଙ୍କ ସହ କ୍ଷେତ୍ର ପରିଦର୍ଶନ କରି ଭିତ୍ତିଭୂମି ମଧ୍ୟ ଦେଖିଥିଲେ । ହେଲେ କେନ୍ଦ୍ର ଏ ଦିଗରେ ପାଦେ ବି ଆଗେଇନି ।

ସେପଟେ କେନ୍ଦ୍ର ସରକାର ଯଦି ଦ୍ୱିତୀୟ ଏମସ ନିର୍ମାଣ ନକରନ୍ତି ତେବେ ରାଜ୍ୟ ସରକାର ନିଜ ଦମରେ ମେଡିକାଲ କଲେଜ କରିବେ ବୋଲି ଘୋଷଣା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ  ନବକିଶୋର ଦାସ  । ଆସନ୍ତା ବର୍ଷ ସୁନ୍ଦରଗଡ଼ରେ କାର୍ଯ୍ୟକାରୀ ହେବ ମେଡିକାଲ କଲେଜ । ଗୃହରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏହି ସୂଚନା ଦେଇଛନ୍ତି । ୧୦୦ ସିଟ୍ ଓ ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାମ ଆରମ୍ଭ ହୋଇଛି । ଏଥିରେ ୨୭୧ଜଣ ଟିଚିଙ୍ଗ୍ ଓ ନନ୍-ଟିଚିଙ୍ଗ୍ ଷ୍ଟାଫ ରହିବେ । NTPCର ସହଭାଗିତାରେ ମେଡିକାଲ କଲେଜ ହେଉଛି । ଆସନ୍ତା ୨୦୨୨-୨୩ ଶିକ୍ଷା ବର୍ଷରୁ ଆଡମିଶନ ପାଇଁ ପଦକ୍ଷେପ ନିଆଯିବ ବୋଲି ଗୃହରେ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ  ।

ଭାଙ୍ଗୁଛି କଂଗ୍ରେସ ଗଡ଼, ବିଜେଡ଼ିରେ ସାମିଲ ହେଲେ ଶତାଧିକ କର୍ମୀ

କଳାହାଣ୍ଡି: ଶକ୍ତିଶାଳୀ ହେଉଛି ବିଜେଡ଼ି ଦୁର୍ଗ । କଳାହାଣ୍ଡିରେ ବଳ ବଢାଉଛି ବିଜୁ ଜନତା ଦଳ  ।  ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁରରେ ଭାଙ୍ଗିଛି କଂଗ୍ରେସ ଗଡ଼ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ସୁଶାସନ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ବିଜେଡିରେ ଯୋଗଦାନ କରିଛନ୍ତି । ଭୁବନେଶ୍ୱରରେ ଆଜି ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ, ବିଜେଡି ରାଜ୍ୟ ସାଙ୍ଗଠାନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଉପସ୍ଥିତ ରହିଥିଲେ  ।

ସେହିପରି କଳାହାଣ୍ଡି ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ,  ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ  । ଦୀର୍ଘଦିନରୁ କଂଗ୍ରେସରେ ଥିବା ଶତାଧିକ କାର୍ଯ୍ୟକର୍ତ୍ତା ଦଳ ଉପରେ ଭରସା ହରାଇ ବିଜେଡ଼ିରେ ସାମିଲ ହୋଇଛନ୍ତି  । ଜିଲ୍ଲା ଏବଂ ରାଜ୍ୟ ନେତୃତ୍ୱ ସେମାନଙ୍କ ଦାବି, ସମସ୍ୟା ଏବଂ ତୃଣମୂଳ ସ୍ତରରେ ଦଳର କାର୍ଯ୍ୟକର୍ତ୍ତାଙ୍କ ପାଖେ ପହଁଛୁନଥିବା ଅଭିଯୋଗ କରିଛନ୍ତି  ।

ବିଜୁ ଜନତା ଦଳର କାର୍ଯ୍ୟ, ନୀତି ଏବଂ ଆଦର୍ଶକୁ ଅନୁପାଳନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ବିକାଶ ପକ୍ରିୟାରେ ନିଜକୁ ସାମିଲ କରିବାର ସକଳ୍ପ ନେଇ ଶତାଧିକ କଂଗ୍ରେସ କାର୍ଯ୍ୟକର୍ତ୍ତା ଦଳ ପରିତ୍ୟାଗ କରିଛନ୍ତି ଏବଂ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି  ।

ପାରିବାରିକ କଳହର କରୁଣ ପରିଣତି, ଶଶ୍ୱୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ୱାମୀ ଫେରାର

ବଲାଙ୍ଗୀର: ଲୋଇସିଂହା ଥାନା ଫଟାମୁଣ୍ଡା ଗାଁରେ ଅଘଟଣ । ପାରିବାରିକ କଳହରୁ ଶ୍ୱଶୁର ଘରେ ସ୍ତ୍ରୀଙ୍କୁ ତଣ୍ଟି ଚିପି ହତ୍ୟାକଲା ସ୍ୱାମୀ । ନିଶାଶକ୍ତ ଅବସ୍ଥାରେ ସ୍ୱାମୀ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରି ଫେରାର ହୋଇଯାଇଛି  । ସ୍ୱାମୀର ଏପରି ନୃଶଂସ କାର୍ଯ୍ୟରେ ସମଗ୍ର ଅଞ୍ଚଳ ଆଶ୍ଚର୍ଯ୍ୟ ଚକିତ ହୋଇଛି ।  ମିଳିଥିବା ସୂଚନା ମୁତବାକ ମୃତ ମହିଳାଙ୍କ ନାଁ ହେଉଛି କସ୍ତୁରୀ ସାହୁ । ପାରିବାରିକ କଳହ ଯୋଗୁଁ ଗତ ୩/୪ ମାସ ତଳେ କସ୍ତୁରୀ ତାଙ୍କ ଦୁଇ ସନ୍ତାନକୁ ନେଇ ବାପା ଘର ଫଟାମୁଣ୍ଡକୁ ଚାଲିଆସିଥିଲେ ।

ବାପା ଘରେ କିଛି ଦିନ ରହିବା ପରେ ଗାଁରେ ଥିବା ଆଉ ଏକ ଛୋଟିଆ ଘରେ ରହୁଥିଲେ । ତେବେ ଗତ କାଲି ବିଳମ୍ବିତ ରାତିରେ ଅଭିଯୁକ୍ତ ସ୍ୱାମୀ ଗାନ୍ଧିଲାଲ ସାହୁ ତାଙ୍କ ଘରେ ପହଁଚି ହତ୍ୟା କସ୍ତୁରୀଙ୍କୁ ହତ୍ୟା କରି ଫୋରାର ହୋଇଯାଇଥିଲେ  । ଆଜି ସକାଳୁ କସ୍ତୁରୀଙ୍କ ପିଲା ମାନେ ଘର ଭିତରେ କାନ୍ଦୁଥିବା ବେଳେ ଗାଁ ଲୋକେ ପଚରାଉଚୁରା କରିଥିଲେ  । ଘଟଣା ସମ୍ପର୍କରେ ଜାଣିବା ପରେ  ଲୋଇସିଂହା ପୋଲିସକୁ ଖବର ଦେଇଥିଲେ ।  ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି  ।

ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ, ସବୁ ସେମିଷ୍ଟାର ପାଇଁ ଚାଲିବ କ୍ଲାସ

ଭୁବନେଶ୍ୱର: ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ । ସବୁ ସେମିଷ୍ଟର ପାଇଁ କ୍ଲାସ ରୁମରେ ଶିକ୍ଷାଦାନ ଆରମ୍ଭ ହେବ । ବୈଷୟିକ ବିଶ୍ୱବିଦ୍ୟାଳୟ, ଇଞ୍ଜିନିୟରିଂ ଏବଂ ଧନ୍ଦାମୂଳକ କଲେଜ, ପଲିଟେକ୍‌ନିକ୍‌, ଡିପ୍ଲୋମା କଲେଜ, ଆଇଟିଆଇ କଲେଜର ଛାତ୍ରଛାତ୍ରୀମାନେ ଅଫଲାଇନ କ୍ଲାସରେ ଶିକ୍ଷାଗ୍ରହଣ କରିବେ । କ୍ଲାସ ରୁମରେ ଗହଳି କମାଇବାକୁ ବିଭିନ୍ନ ବ୍ୟାଚ କରି ଅଧିକ ସମୟ ଶିକ୍ଷା ଦାନ ଦିଆଯିବ ।

କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଛାତ୍ରଛାତ୍ରୀ, ବିଶ୍ୱବିଦ୍ୟାଳୟ ଓ କଲେଜ କର୍ମଚାରୀ ଅଫ୍‌ଲାଇନ୍‌ କ୍ଲାସରେ ଯୋଗ ଦେଇପାରିବେ ନାହିଁ । ସାମାଜିକ ଦୂରତା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବା ବେଳେ ହ୍ୟାଣ୍ଡଓ୍ଵାସ୍‌ ଓ ସାନିଟାଇଜର ବ୍ୟବହାର କରିବା ପାଇଁ କୁହାଯାଇଛି । ସୋମବାର ଠାରୁ କ୍ଲାସ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିବାବେଳେ ରବିବାର ଠାରୁ  ଛାତ୍ରଛାତ୍ରୀଙ୍କ ପାଇଁ ସମସ୍ତ ହଷ୍ଟେଲ ଖୋଲାଯାଇଛି ।

ଭବାନୀପୁରରୁ ଲଢିବେ ମମତା, ବିଧିବଦ୍ଧ ପ୍ରାର୍ଥୀ ଘୋଷଣା କଲା TMC

କୋଲକାତା: ବାକି ଥିବା ଉପନିର୍ବାଚନ ପାଇଁ ସାନି ତାରିଖ ଘୋଷଣା କରିଛନ୍ତି ଜାତୀୟ ନିର୍ବାଚନ କମିଶନ ।  ପଶ୍ଚିମବଙ୍ଗର ୩ଟି ବିଧାନସଭା ଆସନ ସହ ପିପିଲି ପାଇଁ ଏକାସଙ୍ଗରେ ତାରିଖ ଘୋଷଣା କରାଯାଇଛି  । ସେପଟେ ଉପନିର୍ବାଚନ ତାରିଖ ଘୋଷଣା ପରେ ତୃଣମୂଳ କଂଗ୍ରେସ ନିଜ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରତିଦ୍ୱନ୍ଦିତା ନେଇ ଘୋଷଣା କରିଛି ଦଳ  । ମେ ମାସରେ ହୋଇଥିବା ବିଧାନସଭା ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମରୁ  ପ୍ରାର୍ଥୀ ହୋଇଥିଲେ  ।

ବିଜେପି ନେତା ତଥା ପୂର୍ବରୁ ଟିଏମସିରେ ରହି ଉକ୍ତ ଆସନରୁ ଲଗାତର ବିଜୟୀ ହୋଇ ଆସୁଥିବା ଶୁଭେନ୍ଦୁ ଅଧିକାରୀଙ୍କ ସହ ପ୍ରତିଦ୍ୱନ୍ଦିତା କରିଥିଲେ ମମତା ବାନାର୍ଜୀ  । କିନ୍ତୁ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ସେଠାରେ ବିଜୟୀ ହୋଇଥିବା ବେଳେ ପରାଜୟ ହୋଇଥିଲେ ମମତା  । ସେପଟେ ୬ ମାସ ମଧ୍ୟରେ କୌଣସି ଆସନରୁ ସଦସ୍ୟତା ଗ୍ରହଣ କରିବା ବାଧ୍ୟତାମୂଳକ ଥିବାବେଳେ ଭବାନୀପୁୂର ଆସନରୁ ନିର୍ବାଚନ ଲଢିଥିବା ବିଧ୍ୟାୟକ ପଦବୀରୁ ଇସ୍ତଫା ଦେଇଥିଲେ  । ଫଳରେ ଭବାନୀପୁର ଆସନରୁ ମମତା ବାନାର୍ଜୀ ନିର୍ବାଚନ ଲଢିବା ନେଇ ବାଟ ଫିଟିଥିଲା  । ସେପଟେ  ତାଙ୍କୁ ବିଧିବଦ୍ଧ ଭାବେ ପ୍ରାର୍ଥୀ ନେଇ ଘୋଷଣା କରିଛି ଦଳ  ।

ଅନ୍ୟପଟେ ଜାଙ୍ଗିପୁରରୁ ଜାକିର ହୁସେନ୍ ଓ ସାମସରଗଞ୍ଜରୁ ଆମୀରୁଲ ଇସଲାମ ପ୍ରତିଦ୍ବନ୍ଦିତା କରିବେ । ୩୦ ସେପ୍ଟେମ୍ବରରେ ମତଦାନ ହେବ । ଉପ-ନିର୍ବାଚନ ପାଇଁ ନିର୍ବାଚନ ଆୟୋଗ ଦ୍ବାରା ସ୍ଥିର କରାଯାଇଥିବା ସୂଚୀ ଅନୁଯାୟୀ ସେପ୍ଟେମ୍ବର ୧୩ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ହେବ । ପ୍ରାର୍ଥୀମାନେ ୧୬ ସେପ୍ଟେମ୍ବର ପୂର୍ବରୁ ନାମାଙ୍କନ ପ୍ରତ୍ୟାହାର କରିପାରିବେ । ଅକ୍ଟୋବର ୩ରେ ଫଳାଫଳ ପ୍ରକାଶ ପାଇବ । ବିଧାନସଭା ନିର୍ବାଚନ ପରି ପୁଣି ଥରେ ଉପନିର୍ବାଚନରେ ବିଜେପି ଏବଂ ଟିଏମସି ମୁହାଁ ମୁହିଁ ହେବାକୁ ଯାଉଛନ୍ତି  ।

କମୁଛି କରୋନା, ଗୋଟିଏ ଦିନରେ ୬୦୯ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କମି କମି ଆସୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ମାତ୍ରା ୮ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ସେହିପରି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ଆଉ ୬୦୯ ପଜିଟିଭ୍ । କ୍ବାରେଣ୍ଟାଇନରୁ ୩୫୪ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୨୫୫ । ସେହିପି ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୨୨ ଜଣ ପିଲା ଆକ୍ରାନ୍ତ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୮୮ ଜଣ ଥିବା ବେଳେ, କଟକରୁ ୧୧୩ ଷ୍ଟେଟ ପୁଲରୁ ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଯାଜପୁର ଓ ବାଲେଶ୍ବରରୁ ୩୧ ଜଣ ଲେଖାଏଁ, ଜଗତସିଂହପୁରରୁ ୨୨, ମୟୂରଭଞ୍ଜରୁ ୨୧, ପୁରୀରୁ ୨୦, ଭଦ୍ରକରୁ ୧୮, ସମ୍ବଲପୁରରୁ ୧୬, କେନ୍ଦ୍ରାପଡ଼ାରୁ ୧୩, ଅନୁଗୁଳରୁ ୧୨, ସୁନ୍ଦରଗଡ଼ରୁ ୯, ବରଗଡ଼ରୁ ୯, ଢେଙ୍କାନାଳ ଓ କେନ୍ଦୁଝରରୁ ୮ ଜଣ ଲେଖାଏଁ, ରାୟଗଡ଼ାରୁ ୭, କୋରାପୁଟରୁ ୬, ଝାରସୁଗୁଡ଼ା, ଗଞ୍ଜାମ, ନୟାଗଡ଼ ଓ ନବରଙ୍ଗପୁରରୁ ୫ ଜଣ ଲେଖାଏଁ, ବଲାଙ୍ଗୀର, ଦେବଗଡ଼ରୁ ୪ ଜଣ ଲେଖାଏଁ, ସୋନପୁରରୁ ୨, ଗଜପତି ଓ ମାଲକାନଗିରିରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ୭୬୩ ଜଣ ସଂକ୍ରିମିତ । ସେହିପରି ଆକ୍ଟିଭ୍ କେସ ୬ ହଜାର ୯୯୬ ରହିଛି ।

ଇଡ଼ିରେ ହାଜର ହେବେ ଅଭିଷେକ, ସିଆଇଡିରେ ଶୁଭେନ୍ଦୁ

କୋଲକାତା: ଇଡିରେ ହାଜର ହେବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀ । ଦିଲ୍ଲୀ ଇଡି କାର୍ଯ୍ୟାଳୟରେ ହାଜର ହେବା ପାଇଁ ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଇଛନ୍ତି ଅଭିଷେକ । ମନି ଲଣ୍ଡ୍ରିଂ ମାମଲାରେ ଇଡିରେ ହାଜର ହେବା ପାଇଁ ଅଭିଷେକଙ୍କୁ ପୂର୍ବରୁ ନୋଟିସ୍ କରିଥିଲା ଇଡି । କୋଲ୍ ବ୍ଲକ ଆବଣ୍ଟନ ମାମଲାରେ ଅନିୟମିତତା ଭାବେ ଅର୍ଥ ନେଣଦେଣ ହୋଇଥିବା ନେଇ ଅଭିଯୋଗ ହୋଇଥିଲା ।

ସେପଟେ ଏହି ମାମଲାରେ ଆଜି ଇଡିରେ ହାଜର ହେବା ନେଇ ଅଭିଷେକଙ୍କୁ ସୂଚନା ଦେଇଛନ୍ତି । ପୂର୍ବରୁ ଅଭିଷେକଙ୍କ ପତ୍ନୀଙ୍କୁ ମଧ୍ୟ ଇଡି ସମନ୍ କରିଥିଲା । ତେବେ କୋଭିଡ୍ କାରଣ ଦର୍ଶାଇ ଦିଲ୍ଲୀ ଯିବା ପାଇଁ ମନାକରିଥିଲେ ଅଭିଷେକଙ୍କ ପତ୍ନୀ ରୁଜିରା ବାନାର୍ଜୀ । ବିଜେପି ନିର୍ବାଚନ ହାରିବା ପରେ ପ୍ରତିଶୋଧ ପରାୟଣ ହୋଇ ଏଭଳି ରାଜନୀତି କରୁଥିବା କହିଛନ୍ତି ଅଭିଷେକ  ।

ସେପଟେ ପଶ୍ଚିମବଙ୍ଗ ରାଜନୀତିରେ ଏଯାଏଁ  ଥମିନାହିଁ  ବିଦ୍ରୋହ  । ବିଜେପି ବିଧାୟକ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ମଧ୍ୟ ସୁରକ୍ଷାଧିକାରୀ ହତ୍ୟା ଘଟଣାରେ ସିଆଇଡ଼ି ତରଫରୁ ହାଜର ହେବାକୁ କୁହାଯାଇଛି  ।  ବିଧାନସଭା ନିର୍ବାଚନରେ ବିଜେପି ଏବଂ ଶାସନରେ ଥିବା ତୃଣ ମୂଳ ମଧ୍ୟରେ ତୁହାକୁ ତୁହା ବିବାଦ ସୃଷ୍ଟି ହୋଇଥିଲା   । କିନ୍ତୁ ନିର୍ବାଚନର ୪ ମାସ ପରେ ମଧ୍ୟ କମିବାର ନାଁ ଧରୁନି ବିଜେପି-ଟିଏମସି କଳି  ।