spot_img
Home Blog Page 5235

ଅମରୁଲ୍ଲାହ ସାଲେହଙ୍କୁ ଡରାଉଛି ନରସଂହାର ଭୟ, ମାଗିଲେ ସହାୟତା

କାବୁଲ: ଆଫଗାନିସ୍ତାନ ଉପରେ ସମ୍ପୂର୍ଣ୍ଣ କବଜା କରିଛି ତାଲିବାନ । ଏବେ ସରକାର ଗଠନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ତାଲିବାନୀ ନେତା । ହେଲେ ପଞ୍ଜଶୀର ଏବେବି ଏହି ଆତଙ୍କବାଦୀଙ୍କ ବିରୋଧରେ ସଂଗ୍ରାମ ଜାରି ରଖିଛି। ଖାଲି ଏତିକି ନୁହେଁ ଆଫଗାନିସ୍ତାନର ଉପ-ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ମଧ୍ୟ ତାଲିବାନକୁ ଲଗାତାର ବିରୋଧ କରିଆସୁଛନ୍ତି । ଏହା ମଧ୍ୟରେ ନରସଂହାର ଆଶଙ୍କା କରି ସେ ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ସାହାଯ୍ୟ ଲୋଡିଛନ୍ତି।

Taliban To Form New Government In Afghanistan Today

ପଞ୍ଜଶୀରରେ ତାଲିବାନ ଓ ସୁରକ୍ଷା ବଳଙ୍କ ମଧ୍ୟରେ କଡ଼ା ଯୁଦ୍ଧ ଦେଖିବାକୁ ମିଳିଛି । ପଞ୍ଜଶୀରରେ ଚାଲୁଥିବା ଯୁଦ୍ଧରେ ତାଲିବାନୀ ଶକ୍ତିଶାଳୀ ହେଉଥିବା ମନେ କରି ଶୁକ୍ରବାର ଦିନ କାବୁଲରେ ଫାୟାରିଂ କରି ଉତ୍ସବ  ମନାଇଥିଲେ । ଯେଉଁଥିରେ ୧୭ ଜଣ ମୃତ୍ୟୁବରଣ କରିଥିବା ବେଳେ ୪୧ ଜଣ ଆହତ ହୋଇଥିଲେ ।

ସଂଯୁକ୍ତ ରାଷ୍ଟ୍ରକୁ ଚିଠି ଲେଖି ସାଲେହ କହିଛନ୍ତି ଯେ, କାବୁଲ ଓ ଅନ୍ୟ ବଡ଼ ସହରର ପତନ ପରେ ପଞ୍ଜଶୀରରେ ପହଞ୍ଚିଥିବା ସ୍ଥାନୀୟ ମହିଳା, ଶିଶୁ, ବୟସ୍କ ଓ ୧୦ ହଜାର ଆଇଡିପିଙ୍କ ସହିତ ପାଖାପାଖି ୨,୫୦,୦୦୦ ଲେକ ଏହି ଘାଟିରେ ଫସି ରହିଛନ୍ତି । ଆଉ ସେମାନେ ଏହି ଯୁଦ୍ଧର ଦୁସ୍ପରିଣାମରେ ଜୁଝୁଛନ୍ତି । ଯଦି ଏଥିପ୍ରତି ଧ୍ୟାନ ନଦିଆଯାଏ, ତାହେଲେ ବହୁ ମାତ୍ରାରେ ଦୁର୍ଭିକ୍ଷ ଓ ନରସଂହାରର ବିପଦ ରହିଛି ।

Afghanistan Crisis Taliban Violets Ceasefire Attack In Panjshir

ସେ ଆହୁରି କହିଛନ୍ତି ଯେ, ଦୁଇ  ଦଶକର ସଂଘର୍ଷ, ବାରମ୍ବାର ହେଉଥିବା ପ୍ରାକୃତିକ ବିପର୍ଯ୍ୟୟ, କୋଭିଡ-୧୯ ମହାମାରୀ ଓ ତାଲିବାନର କବଜା ଆଫଗାନିସ୍ତାନକୁ ସବୁଠୁ ବଡ଼ ସଙ୍କଟରେ ପକାଇଛି । ତେଣୁ କରି ପଞ୍ଜଶୀର ପ୍ରାନ୍ତରେ ତାଲିବାନୀ ଆକ୍ରମଣ ରୋକିବା ଲାଗି ଆମେ ସଂଯୁକ୍ତ ରାଷ୍ଟ୍ର ଓ ଅନ୍ତରାଷ୍ଟ୍ରୀୟ ସମୁଦାୟକୁ ସବୁ ପ୍ରକାର ଚେଷ୍ଟା କରିବା ଲାଗି ଆହ୍ୱାନ କରୁଛୁ ।

ଜମିବାଡ଼ିକୁ କେନ୍ଦ୍ରକରି ଭାଇ ଭଉଣୀଙ୍କୁ ମରଣାନ୍ତକ ଆକ୍ରମଣ: ଗୁରୁତର ଅବସ୍ଥାରେ ଭାଇ ମୃତ

କଟକ: କଟକ ସିଦ୍ଧେଶ୍ୱର ସାହିରେ ଜମିବାଡି ବିବାଦକୁ କେନ୍ଦ୍ରକରି ହତ୍ୟାକାଣ୍ଡ । ଜମିବାଡି ବିବାଦକୁ କେନ୍ଦ୍ରକରି ଭାଇ ଭଉଣୀଙ୍କ ସମେତ ଅନ୍ୟ ସମ୍ପର୍କୀୟଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗୁରୁତର ଅବସ୍ଥାରେ ଭାଇ ଭଉଣୀଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ଭାଇ ଦୀପକ ସାମଲଙ୍କର ମୃତ୍ୟୁ ହୋଇଛି । ଦୁଇ ଜଣ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ଘଟଣାରେ ପୋଲିସ ୫ ଜଣଙ୍କୁ ଅଟକ ରଖିଛି । ଲାଲବାଗ ପୋଲିସ ଘଟଣାର ତଦନ୍ତ କରୁଛି । ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ସିଦ୍ଧେଶ୍ୱର ସାହିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି ।

ସେକ୍ସ ରାକେଟ ଧରାପଡ଼ିବା ପରେ OYO ହୋଟେଲ ସିଲ୍: ମାଲିକ ଫେରାର

ଭୁବନେଶ୍ୱର: ସିଲ୍ ହେଲା OYO ହୋଟେଲ । ସେକ୍ସ ରାକେଟ ଧରାପଡ଼ିବା ପରେ OYO ହୋଟେଲ ସିଲ୍ । ଭରତପୁର କଳିଙ୍ଗନଗର k-2ରେ ଥିବା ହେମାଲତା ପ୍ୟାଲେସକୁ ସିଲ କଲା କମିସନରେଟ ପୋଲିସ । ଅନ୍ୟପକ୍ଷରେ ମାଲିକ ଫେରାଥିବା ବେଳେ ତାଙ୍କୁ ଖୋଜୁଛି ପୋଲିସ ।

ସୂଚନା ଯୋଗ୍ୟ ଗତକାଲି ଓୟୋ ରୁମରେ ଚାଲିଥିବା ସେକ୍ସ ରାକେଟ ଠାବ । ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ଲଜରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଥିଲା ପୋଲିସ । ଓୟୋ ରୁମରେ ଦେହ କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା ।

ଓୟୋ ରୁମରୁ ୮ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ୨ଜଣଙ୍କୁ ଅଟକ ରଖିଛି । ଚଢ଼ାଉ ବେଳେ ଲଜ୍ ମାଲିକ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ହୋଟେଲ୍‌ରୁ ମଦ ବୋତଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । କଳିଙ୍ଗ ନଗର କେ-୨ରେ ଥିବା ଏକ ଓୟୋ ହୋଟେଲରେ ସେକ୍ସ ରାକେଟ ଚାଲିଥିଲା ।

Tokyo Paralympics: କ୍ରିଷ୍ଣା ନାଗର ଜିତିଲେ ସ୍ୱର୍ଣ୍ଣ, ରୌପ୍ୟ ହାତେଇଲେ ଆଇଏଏସ ଅଧିକାରୀ

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଦିନକୁ ଦିନ ପଦକ ବର୍ଷା ହେବାରେ ଲାଗିଛି। ଆଜି ପୁଣିଥରେ ଦେଶକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ। ପୁରୁଷ ବ୍ୟାଡମିଣ୍ଟନ ସିଙ୍ଗଲ SH6ରେ ଗୋଲ୍ଡ ମେଡାଲ ଜିତିଛନ୍ତି କ୍ରିଷ୍ଣା ନାଗର। ଏହାକୁ ମିଶାଇ ଟୋକିଓ ପାରା ଅଲମ୍ପିକ୍ସରେ ଦେଶକୁ ମିଳିଛି ମୋଟ୍ ୫ଟି ଗୋଲ୍ଡ ମେଡାଲ । କ୍ରିଷ୍ଣା ହଂକଂର ଏହି ବର୍ଗରେ କାଇ ମାନ ଚୁ ଙ୍କୁ ହରାଇ ବାଜି ମାରିନେଇଛନ୍ତି।

ସେହିପରି ପାରା ଅଲମ୍ପିକ୍ସରେ ଜଣେ ଆଇଏଏସ ଅଧିକାରୀ ଦେଶ ପାଇଁ ଆଣି ଦେଇଛନ୍ତି ପଦକ। ପ୍ରଥମ IAS ଅଧିକାରୀ ଭାବେ ସେ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି। ଦେଶ ପାଇଁ ରୌପ୍ୟ ପଦକ ଆଣିଥିବା ବ୍ୟକ୍ତି ହେଉଛନ୍ତି ସୁହାସ ଏଲ ୟଥିରାଜ। ବ୍ୟାଡମିଣ୍ଟନ ପୁରୁଷ ସିଙ୍ଗିଲ ଏସଏଲ-୪ବର୍ଗରେ ଜିତିଛନ୍ତି ରୌପ୍ୟ ପଦକ। ଖାସ୍ କଥା ହେଉଛି ଉତ୍ତରପ୍ରଦେଶ ନୋଇଡା ଜିଲ୍ଲାପାଳ ଅଛନ୍ତି ୟଥିରାଜ।

ତେବେ ସୁହାସ ଏଲ ୟଥିରାଜଙ୍କୁ ବିଜୟର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ ସଫଳ ଭବିଷ୍ୟତର କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଥମ IAS ଅଧିକାରୀ ଭାବେ ଅଲମ୍ପିକ୍ସରେ ପଦକ ହାସଲ କରିଛନ୍ତି ସୁହାସ।

ସେପଟେ ୟଥିରାଜଙ୍କୁ ଫୋନ କରି ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଜଣେ ଆଇଏଏସ ହୋଇ ପାରା ଅଲମ୍ପିକ୍ସ ବ୍ୟାଡମିଣ୍ଟନରେ ସଫଳତା ଖୁସି ବ୍ୟକ୍ତ କରିବା ସହ ଉଜ୍ଜବଳ ଭବିଷ୍ୟତ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।

ରାଜ୍ୟରେ ଆଉ ୮୦୫ଜଣ ସଂକ୍ରମିତ ଚିହ୍ନଟ: ୨୪ ଘଣ୍ଟାରେ ୭ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ହ୍ରାସ ପାଉଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ୨୪ ଘଣ୍ଟାରେ ମାତ୍ର ୭ ଜଣଙ୍କ ଜୀବନ ନେଇଛି ମହାମାରୀ । ସେହିପରି ଗୋଟିଏ ଦିନରେ ଚିହ୍ନଟ ହୋଇଛନ୍ତି ଆଉ ୮୦୫ ଜଣ ପଜିଟିଭ୍ । କ୍ୱାରେଣ୍ଟାଇନ୍‌ରୁ ୪୬୭ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୩୩୮ । ଜନ୍ମରୁ ୧୮ ବର୍ଷ ମଧ୍ୟରୁ ୧୩୧ ଜଣ ପିଲା ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୪୬ ଜଣ ଥିବା କେଳେ, କଟକରୁ ୯୮ ଓ ଷ୍ଟେଟ ପୁଲରୁ ୮୩ ଜଣ ଅଛନ୍ତି ।

ସେହିପରି ମୟୂରଭଞ୍ଜରୁ ୩୭, କେନ୍ଦ୍ରାପଡ଼ାରୁ ୩୩, ବାଲେଶ୍ୱରରୁ ୩୦, ସମ୍ବଲପୁରରୁ ୨୧, ଯାଜପୁରରୁ ୧୯, ଜଗତସିଂହପୁରରୁ ୧୭, ସୁନ୍ଦରଗଡ଼ରୁ ୧୬, ଭଦ୍ରକରୁ ୧୪, ଅନୁଗୁଳରୁ ୧୩, ପୁରୀରୁ ୧୨, ଢେଙ୍କାନାଳରୁ ୧୧, ନୟାଗଡ଼ରୁ ୧୦, କେନ୍ଦୁଝରୁ ୮, ନବରଙ୍ଗପୁରରୁ ୭, ଗଞ୍ଜାମରୁ ୬, ଦେବଗଡ଼ରୁ ୫, ବରଗଡ଼ରୁ ୫, କୋରାପୁଟରୁ ୪, ବୌଦ୍ଧରୁ ୩, ରାୟଗଡ଼ା, ଝାରସୁଗୁଡ଼ା, ମାଲକାନଗିରିରୁ ୨ ଜଣ ଲେଖାଏଁ, ଗଜପତିରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୮୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଆକ୍ଟିଭ୍ କେସ୍ ରହିଛି ୭ ହଜାର ୧୫୮ ।

କାର୍ ଧକ୍କାରେ ଚାଲିଗଲା କନେଷ୍ଟବଳଙ୍କ ଜୀବନ

କଟକ: କାର ଧକ୍କାରେ ଗଲା କନେଷ୍ଟବଳଙ୍କ ଜୀବନ । ବାଙ୍କୀ ଥାନା କଇଁମୁଣ୍ଡି ଚାରିଘରିଆ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୃତକ ହେଲେ କଇଁମୁଣ୍ଡି ଫାଣ୍ଡିର କନେଷ୍ଟବଳ ରମେଶ ଚନ୍ଦ୍ର ପରିଡ଼ା । ମର୍ଣ୍ଣିଂଓ୍ୱାର୍କ କରୁଥିବା ସମୟରେ ବାଙ୍କୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ କାର ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ରମେଶଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ସପଟେ କାରଟି ଧକ୍କା ଦେବା ପରେ ରାସ୍ତା ତଳକୁ ଖସି ପଡିଥିବା ଦେଖବାକୁ ମିଳିଛି । ଦୁର୍ଘଟଣା ନେଇ ଖବର ପାଇବା ପରେ କଇଁମୁଣ୍ଡି ଫାଣ୍ଡି ପୋଲିସ ଓ ବାଙ୍କୀ ଥାନା ଅଧିକାରୀ ଘଟଣା ସ୍ଥଳରେ ପହଁଚି ରମେଶଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଦୁର୍ଘଟଣାଗ୍ରସ୍ତ କାରରେ ଥିବା ଜଣେ ଯୁବତୀ ଓ ତିନି ଯୁବକଙ୍କୁ ଆହତ ଅବସ୍ଥାରେ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଛି ପୋଲିସ ।

ଏଥିସହିତ ପଢ଼ନ୍ତୁ: ହାତୀ ଦାନ୍ତ ଚୋରା ଚାଲାଣ ଅଭିଯୋଗରେ ମଧ୍ୟରାତ୍ରୀରେ ରେଡ୍: ୪ଜଣଙ୍କୁ କାବୁ କଲା ଏସ୍‌ଟିଏଫ୍

ଏହି କାରଣରୁ ମୁଜାଫରନଗର ଯିବେନି ରାକେଶ ଟିକାୟତ…

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗରରେ ରବିବାର ଦିନ କୃଷକଙ୍କ ଏକ ବଡ ମହାପଞ୍ଚାୟତ ହେବାକୁ ଯାଉଛି । ଜିଆଇସି ଗ୍ରାଉଣ୍ଡରେ ହେବାକୁ ଥିବା ମହାପଞ୍ଚାୟତରେ କୃଷକ ନେତା ରାକେଶ ଟିକାୟତ ମଧ୍ୟ ସାମିଲ ହେବେ । କିନ୍ତୁ ଏନେଇ ସେ କହିଛନ୍ତି ଯେ, ଆଉ କେବେବି ଏହି ମାଟି ମାଡିବେ ନାହିଁ ।

ସୂଚନା ଅନୁଯାୟୀ, ଟିକାୟତ ମୁଜାଫରନଗରର ବାସିନ୍ଦା ହୋଇଥିଲେ ମଧ୍ୟ କୃଷକ ଆନ୍ଦୋଳନ ଆରମ୍ଭ ହେବା ଦିନରୁ ସେ କେବେବି ଏଠାକୁ ଆସିନଥିବା ଜଣାପଡିଛି । ଏନେଇ ସେ କହିଛନ୍ତି ଯେ, ଏହାକୁ ନେଇ ଯିଏ ଯାହା ଭାବୁଛି ଭାବୁ କିନ୍ତୁ ଯେପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ନହୋଇଛି ସେଯାଏଁ ଘରକୁ ଫେରିବେ ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗାଁ, ସମାଜ ଓ ସଂଯୁକ୍ତ ମୋର୍ଚ୍ଚା ମୋତେ ଏହାର ଅନୁମତି ଦେଉନାହିଁ । ଆଉ ଯେ ପର୍ଯ୍ୟନ୍ତ ଆଇନ ପ୍ରତ୍ୟାହାର ହୋଇନି, ସେ ପର୍ଯ୍ୟନ୍ତ ଘରକୁ ଯିବାର ନାହିଁ । ଯେଉଁଥିପାଇଁ ଆମେ ମୁଜାଫରନଗର ଯାଇପାରିବୁ ନାହିଁ । ସେଥିପାଇଁ ଆମେ ଗଲିୟାରେ ଦେିକି ଯିବୁ ଓ ହାଇୱେରୁ ମଞ୍ଚ ଯାଏଁ ଯିବୁ । ପରେ ସେଠାରୁ ଫେରି ଆସିବୁ। ଯେଉଁ ସ୍ଥାନରୁ ରୋଡ୍ ଜାମ୍ ହେବ ସେଠାରୁ ବାଇକ୍ ରାଲି କରିକି ମଞ୍ଚ ରେ ପହଞ୍ଚିବୁ ।

 

ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ପାଲଟିଛି ନିବେଶକଙ୍କ ପ୍ରଥମ ପସନ୍ଦ: ୨୧୭୧.୮୨ କୋଟି ଟଙ୍କାର ୧୦ ପ୍ରକଳ୍ପକୁ ମଞ୍ଜୁରୀ

ଭୁବନେଶ୍ୱର: ଷ୍ଟେଟ ଲେବଲ ସିଙ୍ଗିଲ ଓ୍ୱିଣ୍ଡୋ କ୍ଲିୟରାନ୍ସ ଅଥୋରିଟି ବୈଠକରେ ୧୦ଟି ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୨ ହଜାର ୧୭୧ କୋଟି ୮୨ ଲକ୍ଷ ଟଙ୍କାର ନୂଆ ପୁଞ୍ଜି ନିବେଶକୁ ମଞ୍ଜୁରୀ ମିଳିଛି । ୬୫୦କୋଟିରେ ଯାଜପୁର ବଡଚଣାରେ ହେବ ୩ଟି MTPA ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ । ଝାରୁସୁଗୁଡାରେ ମଧ୍ୟ ୨୦୫ କୋଟି ଟଙ୍କାର ନିବେଶ ହେବ । ଜଗତସିଂହପୁରର ଉଦୟବଟରେ ୧୫୦ କୋଟି ଟଙ୍କାର ନିବେଶ ହେବ । ସେହିଭଳି ବରଗଡରେ ୧୦୦ କୋଟି, ସୋନପୁରରେ ୨୫୮ କୋଟି, ହରିଦାଶପୁରରେ ୧୯୦ କୋଟି, କଳିଙ୍ଗନଗରରେ ୨୧୦ କୋଟି, ଖୋର୍ଦ୍ଧାରେ ୧୧୯ କୋଟି, ଭୁବନେଶ୍ୱରରେ ୧୮୧ କୋଟି ପୁଞ୍ଜି ନେବଶ କରାଯାଇ ପ୍ରକଳ୍ପ ନିର୍ମାଣ କରାଯିବ । ଦକ୍ଷ ଶିଳ୍ପ ନୀତି ପାଇଁ ଓଡ଼ିଶା ଏବେ ନିବେଶକଙ୍କ ପ୍ରଥମ ପସନ୍ଦ ସାଜିଛି । ଏନେଇ ଟ୍ବିଟ କରି ଖୁସି ଜାହିର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ଟି ପ୍ରକଳ୍ପ ଦ୍ୱାରା ୫ ହଜାର ୨୪୨ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ପ୍ରକଳ୍ପ ଗୁଡିକ ଶିଳ୍ପ ସମୃଦ୍ଧ ଧାରାକୁ ଆହୁରି ତ୍ୱରାନ୍ୱିତ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଆମେରିକାର ପରିତ୍ୟକ୍ତ ଘୋଷିତ ଯୁଦ୍ଧ ବିମାନ ଉଡାଇଲା ତାଲିବାନ

କାବୁଲ: ଆମେରିକା ଦ୍ୱାରା ପରିତ୍ୟକ୍ତ ଘୋଷିତ ଯୁଦ୍ଧ ବିମାନକୁ ମରାମତି କରି ଉଡାଇଲା ତାଲିବାନ । ଆଫଗାନିସ୍ତାନରେ ଆମେରିକା ଛାଡି ଚାଲିଯ଼ାଇଥିବା ବିମାନର ମାଲିକ ସାଜିଛି ତାଲିବାନ।

ଆଉ ଏହି ଯୁଦ୍ଧ ବିମାନ ଗୁଡିକୁ ଅକାମୀ କରି ଦିଆଯାଇଛି ବୋଲି ଆମେରିକା ଯେଉଁ ଦାବି କରୁଥିଲା, ତାହା ଭୁଲ୍ ପ୍ରମାଣିତ ହୋଇଛି । ଦୁଇଟି ପରିତ୍ୟକ୍ତ ଘୋଷିତ ବ୍ଲାକ ହକ ହେଲିକପ୍ଟରକୁ ମରାମତି କରି ତାଲିବାନ ଏହାକୁ ଉଡାଇଛି । ଫଳରେ ସମସ୍ତ ପରିତ୍ୟକ୍ତ ଘୋଷିତ ଯୁଦ୍ଧାସ୍ତ୍ରର ଯେ ଅପପ୍ରୟୋଗ ନ ହେବ ତାହା କୁହାଯାଇପାରିବ ନାହିଁ ।

US-Taliban May Join Hands Against ISIS-K (1)

ଆଫଗାନ ଆର୍ମି ଇଞ୍ଜିନିୟରଙ୍କ ସ୍ବତନ୍ତ୍ର ଟିମ୍ ଏହି ବିମାନ ଗୁଡିକୁ ମରାମତି କରିବାରେ ସକ୍ଷମ ହୋଇଛନ୍ତି । ଆଫଗାନିସ୍ତାନରୁ ଆମେରିକା ବିଦାୟ ନେବା ପରେ କାବୁଲ ବିମାନ ବନ୍ଦରରେ କେତେକ ବିମାନ ସମେତ ବିଭିନ୍ନ ସ୍ଥାନରେ ଫାଇଟର ଜେଟ, ହେଲିକପ୍ଟର ଆଦି ଛାଡିଯାଇଥିଲା ।

ତେବେ ସେଗୁଡିକୁ ଅକାମୀ କରିଦିଆଯାଇଛି ଏବଂ ପୁନଃ ବ୍ୟବହାରକ୍ଷମ ହୋଇପାରିବ ନାହିଁ ବୋଲି ଆମେରିକା କହିଥିଲା । ମାତ୍ର ଏହା ଭୁଲ୍ ସାବ୍ୟସ୍ତ ହୋଇଛି । ଫଳରେ ଶତାଧିକ ବିମାନ, ହେଲିକପ୍ଟର, ଫାଇଟର ଜେଟ, ଯୁଦ୍ଧାସ୍ତ୍ର ଆଦିକୁ ତାଲିବାନ ପୁନଃକାର୍ଯ୍ୟକ୍ଷମ କରି ବ୍ୟବହାର କରିବା ସ୍ପଷ୍ଟ ହୋଇଛି।

US-Taliban May Join Hands Against ISIS-K (1)

ସୂଚନା ଅନୁଯାୟୀ, ଗୋଟିଏ ଗୋଟିଏ ବ୍ଲାକ ହକ ହେଲିକପ୍ଟରର ଦାମ ୬ ନିୟୁତ ଡଲାର । ବଙ୍ଗରାମ, ମଜାର-ଇ-ସରିଫ, କାବୁଲ ସମେତ ପ୍ରାୟ ୧୦ଟି ଜାଗାରେ ମିଲିଟାରୀ ଏୟାରବେସ ରହିଛି । ଯାହାର ପୂର୍ଣ୍ଣ ମାଲିକାନା ଏବେ ତାଲିବାନ ହାତରେ । ଏହି ସମସ୍ତ ଏୟାରବେସରେ ନାନା ପ୍ରକାର ବିମାନ ଓ ଯୁଦ୍ଧ ସାମଗ୍ରୀ ରହିଛି । ପଞ୍ଜଶୀରରେ ଲଢେଇ ଜାରି ରହିଥିବା ବେଳେ ତାଲିବାନ ଏସବୁ ଯୁଦ୍ଧାସ୍ତ୍ରକୁ ବ୍ୟବହାର କରିବା ଆଶଙ୍କା ରହିଛି ।

ଅପରପକ୍ଷେ କାବୁଲ ବିମାନ ବନ୍ଦରରେ ରହିଥିବା ୧୪ ନିୟୁତ ଡଲାର ମୂଲ୍ୟ ସମ୍ପନ୍ନ ହରକ୍ୟୁଲସ ଟ୍ରାନସପୋର୍ଟ ଜେଟକୁ ବି ମରାମତି କରି ଏହାକୁ ବ୍ୟବହାର କରାଯିବା ଆଶଙ୍କା ଦେଖାଦେଇଛି । ଅନ୍ୟ ଏକ ରିପୋର୍ଟରେ କୁହାଯାଇଛି, ଆଫଗାନିସ୍ତାନରେ ଆମେରିକା ଛାଡି ଚାଲିଯାଇଥିବା ସାମରିକ ବିମାନ ଓ ଯୁଦ୍ଧାସ୍ତ୍ର ଏତେ ସଂଖ୍ୟାରେ ରହିଛି ଯେ, ଏହା ଜରିଆରେ ନାଟୋର ୩୦ ସଦସ୍ୟ ରାଷ୍ଟ୍ର ମଧ୍ୟରୁ ୧୦ଟି ରାଷ୍ଟ୍ର ଉପରେ ଆକାଶ ମାର୍ଗରୁ ହମଲା କରିବା ସମ୍ଭବ ହେବ ।

ଗୁରୁ-ଶିଷ୍ୟ ପରମ୍ପରାର ଅପୂର୍ବ ନିଦର୍ଶନ ଗୁରୁ ଦିବସ

‘ଗୁରୁ ଗୋବିନ୍ଦ ଦୌଉ ଖଡେ଼, କାକେ ଲାଗୁଁ ପାବ
ବାଲିହାରୀ ଗୁରୁ ଆପନେ, ଗୋବିନ୍ଦ ଦିୟୋ ବତାୟ’
ଏହାର ଅର୍ଥ ଗୁରୁ ଏବଂ ଈଶ୍ୱର ଏକା ସହିତ ଛିଡା ହୋଇଥିବାବେଳେ ମନରେ ଦ୍ୱନ୍ଦ୍ୱ ଉତ୍ପନ୍ନ ହୁଏ ଯେ, କାହା ପାଦ ଆଗେ ସ୍ପର୍ଶ କରିବା ଉଚିତ୍? ଏ ନେଇ ଈଶ୍ୱର ନିଜେ ହିଁ ଉତ୍ତର ଦିଅନ୍ତି , ଗୁରୁ ହିଁ ଭଗବାନଙ୍କ ନିକଟରେ ପହଞ୍ଚିବାର ମାର୍ଗ । ସେଥିପାଇଁ ସର୍ବ ପ୍ରଥମେ ଗୁରୁଙ୍କ ଚରଣ ସ୍ପର୍ଶ କରିବା ଉଚିତ୍। ଆଜି ସେହି ଗୁରୁଙ୍କ ଦିନ ।

କେବେ ଆକଟ ଭରା କଠୋର ଅନୁଶାସନ । ପୁଣି କେବେ ଉତ୍ସାହପ୍ରଦ ପ୍ରେରଣା । ସାଧାରଣ ଛାତ୍ରଟିକୁ ଅସାଧାରଣ କରିବାର ଶକ୍ତି ତାଙ୍କ ପାଖେ । ପାଠରୁ ପ୍ରତିଭା ସବୁଥିରେ ଦୀପ୍ତିମନ୍ତ କରିବା ପାଇଁ ଆବଶ୍ୟକ ତାଙ୍କ ଅନ୍ତ୍ରମନର ଆଶୀର୍ବାଦ । ପ୍ରତିଟି କ୍ଷେତ୍ରରେ ଗୁରୁଙ୍କର ମାର୍ଗଦର୍ଶନ କୃତୀ ପ୍ରତିଭାଙ୍କ ପାଇଁ ଆଣି ଦେଇଛି ପ୍ରସିଦ୍ଧି ।

ସେପ୍ଟେମ୍ବର ୫ ତାରିଖ ୧୮୮୮ ମସିହା । ତାମିଲନାଡୁର ତିରୁଟ୍ଟନୀଠାରେ ଜନ୍ମଗ୍ରହଣ କରନ୍ତି ପୂର୍ବତନ ରାଷ୍ଟ୍ରପତି, ମହାନ ଦାର୍ଶନିକ ଏବଂ ପ୍ରଣମ୍ୟ ଗୁରୁ ସର୍ବପଲ୍ଲି ରାଧାକ୍ରିଷ୍ଣନ । ରାଧାକ୍ରିଷ୍ଣନଙ୍କ ଶୈଶବ ତିରୁଟ୍ଟନୀ ଓ ତିରୁପତିରେ କଟିଥିଲା ଏବଂ ତାଙ୍କର ପାଠପଢା ଆରମ୍ଭ ହୋଇଥିଲା ଖ୍ରୀଷ୍ଟିଆନ୍ ମିସନାରି ସ୍କୁଲରେ । ପରେ ଆରମ୍ଭ ହୁଏ ଉଚ୍ଚ ଶିକ୍ଷା । ୧୯୦୯ରେ ରାଧାକ୍ରିଷ୍ଣନଙ୍କୁ ମାଡ୍ରାସ ପ୍ରେସିଡେନ୍ସି ମହାବିଦ୍ୟାଳୟରେ ଦର୍ଶନ ବିଭାଗର ଅଧ୍ୟାପକ ଭାବେ ନିଯୁକ୍ତି ମିଳିଥିଲା । ଏହାପରଠାରୁ ରାଧାକ୍ରିଷ୍ଣନ ମୁଖ୍ୟତଃ ଭାରତୀୟ ଦର୍ଶନ ଶାସ୍ତ୍ର ଏବଂ ଧର୍ମଶାସ୍ତ୍ର ଅଧ୍ୟୟନରେ ନିଜକୁ ନିୟୋଜିତ ରଖିଥିଲେ ।

‘ଶ୍ରୀମଦ ଭଗବତଗୀତା’କୁ ଇଂରାଜୀରେ ଅନୁବାଦ କରିଥିଲେ ରାଧାକ୍ରିଷ୍ଣନ । ୧୯୪୯ରେ ସୋଭିଏତ ରଷିଆକୁ ଭାରତୀୟ ରାଷ୍ଟ୍ରଦୂତ ଭାବେ ପ୍ରେରିତ ହୋଇଥିଲେ ଏବଂ ୧୯୫୪ରେ ତାଙ୍କୁ ପ୍ରଦାନ କରାଯାଇଥିଲା ସମ୍ମାନଜନକ ଭାରତ ରତ୍ନ । ଆଜି ସେହି ମହାନ ଜନନାୟକଙ୍କ ଉଦ୍ଦେଶ୍ୟରେ ସମଗ୍ର ଦେଶବ ପାଳୁଛନ୍ତି ପବିତ୍ର ‘ଗୁରୁ ଦିବସ’ । ‘ଗୁରୁ ଦିବସ’ ସେହି ପ୍ରାତଃସ୍ମରଣୀୟ ଜ୍ଞାନଦାତାଙ୍କ ପାଇଁ ଉଦ୍ଦିଷ୍ଟ । ଭାରତୀୟ ପରମ୍ପରାରେ ଗୁରୁପୂଜା କେଉଁ ପୁରାତନ ଯୁଗରୁ ଚଳି ଆସୁଅଛି । ଗୁରୁଙ୍କ ପ୍ରତି ସେହି ଶ୍ରଦ୍ଧା ଏବଂ ସମ୍ମାନ ଆଜି ବି ସତେଜ । ଗୁରୁ ଶିଷ୍ୟ ପରମ୍ପରାର ଏହି ଅନନ୍ୟ ଦିବସରେ ପ୍ରତିଟି ଗୁରୁଙ୍କୁ ପ୍ରଣାମ ।