spot_img
Home Blog Page 5236

Teachers’ Day: ଜାଣନ୍ତୁ ‘ଗୁରୁ ଦିବସ’ର କ’ଣ ରହିଛି ମହତ୍ୱ

ଭୁବନେଶ୍ୱର: ସିଏ ହିଁ ଗୁରୁ, ଯିଏ ଆମକୁ ଅଜ୍ଞାନ ରୂପକ ଅନ୍ଧକାରରୁ ବାଟ କଢ଼େଇ ଜ୍ଞାନ ରୂପକ ଆଲୋକର ରାସ୍ତା ଦେଖାନ୍ତି। ଯାହାଙ୍କ ପ୍ରଦତ୍ତ ଜ୍ଞାନରେ ଜୀବନର ପ୍ରକୃତ ଉଦ୍ଦେଶ୍ୟ ବୁଝିହୁଏ। ଯୁଗେ ଯୁଗେ ଗୁରୁ ଶିଷ୍ୟ ସମ୍ପର୍କ ଅତୁଟ ରହିଛି । ପ୍ରତିବର୍ଷ ସେପ୍ଟମ୍ବର ୫ ତାରିଖକୁ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି ।

ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ ୧୮୮୮ ମସିହା ଆଜିର ତାରିଖ ଅର୍ଥାତ୍‌ ସେପ୍ଟେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ । ରାଷ୍ଟ୍ରପତି ଡକ୍ଟର ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମ ଦିନକୁ ଛାତ୍ରଛାତ୍ରୀମାନେ ‘ରାଧାକ୍ରିଷ୍ଣନ୍‌ ଦିବସ’ ରୂପେ ପାଳନ କରିବାକୁ ଅନୁମତି ମାଗିଥିଲେ । ହେଲେ ରାଧାକ୍ରିଷ୍ଣନ୍‌ ଏଥିରେ ରାଜି ହୋଇ ନଥିଲେ । ଜନ୍ମଦିନ ପାଳନ ନକରି ବରଂ ଗୁରୁ ଦିବସ’ ରୂପେ ପାଳନ କରାଯାଉ ବୋଲି ମତ ଦେଇଥିଲେ । ସେହିଦିନଠାରୁ ସେପ୍ଟେମ୍ବର ୫ ତାରିଖକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି ।

କୁହାଯାଏ, ଶିଷ୍ୟର ଚରିତ୍ର ଗଠନ କିମ୍ବା ଭଲ ମଣିଷ ରୂପେ ତାକୁ ଗଢ଼ି ତୋଳିବାରେ ଜଣେ ଗୁରୁର ପ୍ରମୁଖ ଭୂମିକା ରହିଥାଏ ।  ଜଣେ ପ୍ରକୃତ ଗୁରୁ ଶିଷ୍ୟକୁ ଉଚିତ୍ ମାର୍ଗ ଦେଖାଇଥାଏ । ଆଉ ଯେଉଁଥିରେ ଚଲାପଥ ସୁଗମ ହେବା ସହ ପିଲାଟି ଜୀବନରେ
ସଫଳତା ପାଇଥାଏ।

ମୁକ୍ତା ଚାଷ ପ୍ରତି ଆକୃଷ୍ଟ ଯୁବପିଢ଼ି: ୟୁଟ୍ୟୁବ୍ ଦେଖି ଆରମ୍ଭ କଲେ ଚାଷ

ସୋନପୁର: ବଢୁଛି ମୁକ୍ତା ଚାଷର ଚାହିଦା । ଧନୀ ଲୋକଙ୍କ ସୌଖୀନ ସାମଗ୍ରୀ ପାଲଟିଛି ମୁକ୍ତା । ବଜାର ଚାହିଦା ଓ ଆବଶ୍ୟକତା ପୂରଣ ପାଇଁ ପୂର୍ବ ଓ ଉତ୍ତର ଓଡ଼ିଶା ପରେ ଏବେ ପଶ୍ଚିମ ଓଡ଼ିଶାରେ ଆରମ୍ଭ ହୋଇଛି ଚାଷ । ୟୁ-ଟ୍ୟୁବରୁ ଦେଖିବା ପରେ ତାଲିମ ନେଇ ଶାମୁକା ଚାଷ କରୁଛନ୍ତି ସୁବର୍ଣ୍ଣପୁର ବୀରମହାରାଜପୁର ଯୁବକ ।

ବଢୁଛି ମୁକ୍ତାର ଚାହିଦା । ରୋଜଗାର ମାଧ୍ୟମ ପାଲଟିଛି ମୁକ୍ତା ଚାଷ । ଉତ୍ତର ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ଚାଷ । ଶାମୁକା ଚାଷ ପ୍ରତି ଆକୃଷ୍ଟ ହେଇଛନ୍ତି ଯୁବପିଢ଼ି । ପ୍ରଥମେ ୟୁଟ୍ୟୁବ୍‌ରେ ଦେଖିବା ପରେ ତାଲିମ ନେଇ ଚାଷ କରୁଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଯୁବଚାଷୀ ଅଭିମନ୍ୟୁ ଓ ତାଙ୍କ ସହଯୋଗୀ । ମାଛ ଚାଷ ଭଳି କୁଣ୍ଡ ପ୍ରସ୍ତୁତ କରି ମଧୁର ଜଳରେ ଶାମୁକା ଚାଷ କରୁଛନ୍ତି । ୧୨ ମାସ ଭିତରେ ମୁକ୍ତା ପ୍ରସ୍ତୁତ ହେଉଥିବା ବେଳେ ଏହାକୁ ବିକ୍ରି କରି ଦୁଇ ପଇସା ଲାଭ ଆଶା ରଖିଛନ୍ତି ଚାଷୀ ।

ପ୍ରଥମଥର ପାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ମୁକ୍ତା ଚାଷ ଆରମ୍ଭ ହୋଉଛି । ବାଲେଶ୍ୱର ବ୍ୟବସାୟୀଙ୍କ ସହଯୋଗରେ ତିନି ବର୍ଷ ପାଇଁ ଶାମୁକା ଆଣି ଚାଷ କରୁଛନ୍ତି ଅଭିମନ୍ୟୁ ଓ ତାଙ୍କ ସାଙ୍ଗମାନେ । ଗୋଟିଏ ଶାମୁକା ମୂଲ୍ୟ ୧୦ ଟଙ୍କା ପଡୁଥିବା ବେଳେ ଏଥିରେ ୫୦ ଟଙ୍କା ଖର୍ଚ୍ଚ ହେଉଛି । ଆଉ ବର୍ଷକ ମଧ୍ୟରେ ଦ୍ୱିଗୁଣା ଲାଭ ହେବ ବୋଲି ଆଶା ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ବିଧାନସଭାରେ ପ୍ରତିବାଦ ବେଳେ ଅସୁସ୍ଥ ହୋଇପଡ଼ିଲେ ତାରା ବାହିନୀପତି

ପାରମ୍ପରିକ ଚାଷରେ ଅନେକ କ୍ଷତି ହେଉଥିବା ବେଳେ ମୁକ୍ତା ଚାଷରେ ପ୍ରତି ଆକୃଷ୍ଟ ହେଉଛନ୍ତି ଚାଷୀ । ଆଗକୁ ଭଲ ଚାଷ ହେଲେ ଦୁଇ ପଇସା ରୋଜଗର ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହାରଣ ପାଲଟିବେ ଏହି ତିନି ଚାଷୀ ।

ହାତୀ ଦାନ୍ତ ଚୋରା ଚାଲାଣ ଅଭିଯୋଗରେ ମଧ୍ୟରାତ୍ରୀରେ ରେଡ୍: ୪ଜଣଙ୍କୁ କାବୁ କଲା ଏସ୍‌ଟିଏଫ୍

ଭଦ୍ରକ: ହାତୀଦାନ୍ତ ଚୋରା ଚାଲାଣରେ ଭଦ୍ରକ ଲିଙ୍କ । ରାତି ଅଧରେ ରେଡ୍ କରି କାଦବରାଙ୍ଗରୁ ୫ଜଣଙ୍କୁ ଉଠାଇ ନେଲା ଏସଟିଏଫ ଓ ବନ ବିଭାଗ । ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ଆଗରପଡ଼ା ଥାନା ଅଞ୍ଚଳରେ ଏସଟିଏଫ ରେଡ୍‌ କରିଥିବା ବେଳେ ୪ଜଣଙ୍କୁ କାବୁ କରିଥିବା ବେଳେ ସୋର ଖଇରାରେ ରେଡ୍ କରି ଜଣଙ୍କୁ କାବୁ କରିଛି ଏସଟିଏଫ୍ ।

ଏମାନେ ଆଗରପଡା ଥାନା କାଦବରାଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି । ଚଢ଼ାଉ ବେଳେ କିଛି ସାମଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି । ଘଟଣାରେ ମୋଟ କେତେ ଜଣଙ୍କୁ ଗିରଫ କରାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଏଥିସହିତ ପଢ଼ନ୍ତୁ: ଓୟୋ ରୁମରୁ ସେକ୍ସ ରାକେଟ ଠାବ, ୮ ବଙ୍ଗୀୟ ଯୁବତୀ ଉଦ୍ଧାର

Tokyo Paralympics: ବ୍ୟାଡମିଣ୍ଟନ ଡବଲ୍ସରେ ବ୍ରୋଞ୍ଜ ପାଇଁ ଲଢିବେ ପ୍ରମୋଦ ଓ ପଲକ

ଟୋକିଓ: ସ୍ୱର୍ଣ୍ଣ ବିଜୟ ପରେ ଆଜି ବ୍ରୋଞ୍ଜ ପାଇଁ ଲଢେଇ କରିବେ ପାରା ଅଲମ୍ପିଆନ ପ୍ରମୋଦ ଭଗତ। ଆଜି ବ୍ୟାଡମିଣ୍ଟନ ଡବଲ୍ସରେ ଜାପାନ ବିପକ୍ଷରେ ଖେଳିବ ଭାରତ। ସକାଳ ୮ଟା ୪୫ରେ ଏହି ଖେଳ ଆରମ୍ଭ ହେବାକୁ ଯାଉଛି।

ପ୍ରମୋଦ ଭଗତ ଓ ପଲକ କୋହଲି ଜାପାନର ଆକିକୋ ଏବଂ ଡାଇସୁକେଙ୍କୁ ଭେଟିବେ। ଗତକାଲି ଟୋକିଓ ପାରାଲିମ୍ପିକ୍ସରେ ଇତିହାସ ରଚିଥିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ବ୍ୟାଡ୍‌ମିଣ୍ଟନ ପୁରୁଷ ଏକକ ବର୍ଗରେ ଜିତିଥିଲେ ସ୍ୱର୍ଣ୍ଣ ପଦକ । ପ୍ରଥମ ଭାରତୀୟ ଭାବେ ସେ ପାରାଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନରେ ସ୍ୱର୍ଣ୍ଣ ଜିତିଛନ୍ତି ।

ପ୍ରମୋଦ ନିଜର ବିଶ୍ୱର ୧ ନମ୍ବର ଖେଳାଳି ମାନ୍ୟତାକୁ ବି ବଜାୟ ରଖିଛନ୍ତି । ଏଭଳି ସ୍ବର୍ଣ୍ଣିମ ବିଜୟ ପରେ ପ୍ରମୋଦଙ୍କ ଗାଁ ଏବେ ଉତ୍ସବ ମୁଖର ହୋଇପଡିଛି । ପରିବାର ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଆଜି ମଧ୍ୟ ଡବଲ୍ଟରେ ଚମତ୍କାର ପ୍ରଦର୍ଶନ କରି ଭାରତ ବ୍ରୋଞ୍ଜ ମେଡାଲ ହାତେଇବେ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସୁଦ୍ଧା ୧୭ଟି ମେଡାଲ ହାତେଇଛି ଭାରତ।

ଅଧିକ ପଢନ୍ତୁ– ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦଙ୍କ ଜଲୱା, ଜିତିଲେ ସ୍ୱର୍ଣ୍ଣ

ତେବେ ଅଲମ୍ପିକ୍ସରେ ମଧ୍ୟ କୌଣସି ଭାରତୀୟ ଏ ପର୍ଯ୍ୟନ୍ତ ବ୍ୟାଡ୍‌ ମିଣ୍ଟନରେ ସ୍ୱର୍ଣ୍ଣ ପଦକ ଜିତି ନାହାନ୍ତି। ପାରା ଅଲମ୍ପିକ୍ସରେ ଭାରତ ଭଲ ପ୍ରଦର୍ଶନ ସହ ଏବେ ସୁଦ୍ଧା ଭାରତ ୧୭ ପଦକ ଜିତିଛି।

 

ପୁଅକୁ ହତ୍ୟା ଘଟଣାରେ ବାପା ଓ ସାବତ ମାଆଙ୍କୁ ଆଜୀବନ ଜେଲ୍ ଦଣ୍ଡ

ଯୋଡ଼ା: ପୁଅକୁ ହତ୍ୟା ଘଟଣାରେ ବାପା ଓ ସାବତ ମାଆକୁ ଆଜୀବନ ଜେଲ୍ ଦଣ୍ଡ । ଦଣ୍ଡାଦେଶ ଶୁଣାଇଲେ ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଦୋଳଗୋବିନ୍ଦ ବାରିକ । ଘଟଣାରେ ଅନ୍ୟ ଜଣେ ଅଭିଯୁକ୍ତ ସାବତଭାଇ ଗୌତମଙ୍କୁ ୧ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ୨୦୧୯ ସେପ୍ଟେମ୍ବର ୧ ତାରିଖରେ କେନ୍ଦୁଝର ବାମେବାରୀ ଥାନା ବଳଭଦ୍ରପୁର ଗାଁରେ ଟ୍ରାନ୍ସପୋର୍ଟ ବ୍ୟବସାୟ ଲାଭ ଟଙ୍କା ଭାଗବଣ୍ଟାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ।

ନାରାୟଣ ମହାନ୍ତ ତାଙ୍କ ତୃତୀୟ ପତ୍ନୀଙ୍କ ପୁଅ ପିତାମ୍ବରଙ୍କୁ ଲାଭ ଟଙ୍କା ଦେବାକୁ ଚାହୁଁ ନଥିଲେ । ଏହାକୁ ନେଇ ପରିବାର ଭିତରେ ଲାଗିଥିଲା ଝଗଡ଼ା । ବାପା ନାରାୟଣ ମହାନ୍ତ, ତାଙ୍କର ପ୍ରଥମ ସ୍ତ୍ରୀ ମାଳତି ଓ ଦ୍ୱିତୀୟ ସ୍ତ୍ରୀଙ୍କ ପୁଅ ଗୌତମ ମିଶି ପିତାମ୍ବରଙ୍କୁ ନିସ୍ତୁକ ମାରିଥିଲେ । ପିତାମ୍ବର ତଳେ ପଡ଼ିଯିବା ପରେ ବାପା ନାରାୟଣ ପଥରରେ ତାଙ୍କ ମୁଣ୍ଡକୁ ଛେଚି ଜଘନ୍ୟ ଭାବେ ହତ୍ୟା କରିଥିଲେ । ପ୍ରମାଣ ଓ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଆଜି ଉଭୟଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।

ପାଇଖାନା ଘରୁ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର

ବାଲିଗୁଡ଼ା: ପାଇଖାନା ଘରୁ ଯୁବ ଇଞ୍ଜିନିୟରଙ୍କ ମୃତଦେହ ଉଦ୍ଧାର । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଲୁହୁର ସାହିରେ । ମୃତ୍ୟୁର କାରଣ ଜଣା ପଡ଼ିନଥିବା ବେଳେ ପୋଲିସ ମୃତଦେହ ଉଦ୍ଧାର କରିଛି । ମୃତକ ନୟାଗଡ଼ ଜିଲ୍ଲା ଦଶପଲ୍ଲାର ରବୀନ୍ଦ୍ରନାଥ ବେହେରାଙ୍କ ପୁଅ ରାକେଶ କୁମାର ବେହେରା । ସେ କିଛିଦିନ ହେଲା RKD ଠିକାସଂସ୍ଥାରେ କାମ କରୁଥିଲେ । ଦାରିଙ୍ଗବାଡ଼ି ଲୁହୁର ସାହିରେ ଘର ଭଡ଼ା ନେଇ ରହିଆସୁଥିଲେ ।

Youth Engineer's Body Recovered From Toilet

ଗତକାଲି କାମସାରି ସନ୍ଧ୍ୟା ସମୟରେ ଆସିବା ପରେ ଘରୁ ବାହାରକୁ ବାହାରି ନଥିଲେ । କୌଣସି କାରଣରୁ ଘର ମାଲିକ କଥା ହେବା ପାଇଁ ଯାଇଥିଲେ । ହେଲେ କବାଟ ଖୋଲି ନଥିଲେ କି କୌଣସି ଉତ୍ତର ଦେଇ ନଥିବାରୁ ଥାନାକୁ ଜଣାଇଥିଲେ ଘର ମାଲିକ । ପୋଲିସ କବାଟ ଭାଙ୍ଗି ଘର ଭିତରକୁ ପଶିବା ପରେ ଉଲଗ୍ନ ଅବସ୍ଥାରେ ପାଇଖାନାରୁ ରାକେଶଙ୍କ ମୃତଦେହ ଉଦ୍ଧାର କରିଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡିବ ବୋଲି କହିଛି ପୋଲିସ ।

ଓୟୋ ରୁମରୁ ସେକ୍ସ ରାକେଟ ଠାବ, ୮ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର: ଓୟୋ ରୁମରେ ସେକ୍ସ ରାକେଟ ଠାବ । ଭରତପୁର ଥାନା ଅଞ୍ଚଳରେ ଥିବା ଏକ ଓୟୋ ଲଜରେ ଚାଲିଥିବା ସେକ୍ସ ରାକେଟର ପର୍ଦ୍ଦାଫାସ କରିଛି ପୋଲିସ । ଓୟୋ ରୁମରେ ଦେହ କାରବାର ଚାଲିଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା ।

Police Nabbed Sex racket In Oyo Room Bhubaneswar

ଓୟୋ ରୁମରୁ ୮ ବଙ୍ଗୀୟ ଯୁବତୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୋଲିସ ୨ ଜଣଙ୍କୁ ଅଟକ ରଖିଛି । ଚଢ଼ାଉ ବେଳେ ଲଜ୍ ମାଲିକ ଫେରାର ହୋଇଯାଇଥିବା ବେଳେ ପୋଲିସ ତଦନ୍ତ ଜାରି ରଖିଛି । ଲଜରୁ ମଦ ବୋତଲ ସହ ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଛି । କଳିଙ୍ଗ ନଗର କେ୧ରେ ଥିବା ଏକ ଓୟୋ ହୋଟେଲରେ ସେକ୍ସ ରାକେଟ ଚାଲିଥିଲା ।

୨୧୭୧ କୋଟିର ୧୦ଟି ପ୍ରସ୍ତାବିତ ପ୍ରକଳ୍ପକୁ ସିଙ୍ଗଲ ୱିଣ୍ଡୋରେ ଅନୁମୋଦନ, ୫ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ବସିଥିଲା। ଏଥିରେ ୨୧୭୧.୮୨ କୋଟି ଟଙ୍କାର ପ୍ରସ୍ତାବିତ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏସବୁ ପ୍ରକଳ୍ପରେ ୫ ହଜାର ୨୪୨ ଜଣଙ୍କୁ ରାଜ୍ୟ ଭିତରେ ନିଯୁକ୍ତି ମିଳିବ । ଏହିସବୁ ପ୍ରକଳ୍ପ ଦ୍ୱାରା ରାଜ୍ୟରେ ପରୋକ୍ଷ ନିଯୁକ୍ତି ମଧ୍ୟ ସୃଷ୍ଟି ହେବ । ଯାହାକି ରାଜ୍ୟର ଆର୍ଥିକ ସ୍ଥିତିକୁ ଆହୁରି ମଜଭୁତ କରିବ ।

ପ୍ରକଳ୍ପ ଅନୁମୋଦନ ସହ ଜମି ଓ ଜଳର ଆବଶ୍ୟକତାକୁ ଅନୁଧ୍ୟାନ ପାଇଁ ମୁଖ୍ୟ ଶାସନ ସଚିବ ଇଡକୋକୁ ନିର୍ଦ୍ଦେଶ ଦେଇଛନ୍ତି । ଅନୁମୋଦିତ ପ୍ରକଳ୍ପ ଭିତରେ ସିମେଣ୍ଟ ଗ୍ରାଇଣ୍ଡିଂ, ଏଥାନଲ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, କୋଇଲା, ସୌରଶକ୍ତି ରହିଛି ।

ଯାଜପୁର ଜିଲ୍ଲାରେ ମାଇଁ ହୋମ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍ ସିମେଣ୍ଟ ଗ୍ରାଇଣ୍ଡିଂ ୟୁନିଟ୍ ପ୍ରତିଷ୍ଠା କରିବ । ଏଥିରେ ୬୫୦ କୋଟି ଟଙ୍କା ବିନିଯୋଗ ହେବାକୁ ଥିବା ବେଳେ ୭୫୦ ଜଣଙ୍କୁ ନିଯୁକ୍ତି ମିଳିବ ।  ଝାରସୁଗୁଡ଼ାରେ ଏଲ.ଏନ ମେଟାଲିକ୍ସ ଲିମିଟେଡ୍ ୨୦୫ କୋଟି ବିନିଯୋଗ କରିବ, ଏଥିରେ ୫୭୧ ଜଣ ନିଯୁକ୍ତି ପାଇବେ । ଜଗତସିହଂପୁରର ଉଦୟବଟରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍ ରିଭେରାଇନ୍ ଜେଟ୍ଟି ପ୍ରତିଷ୍ଠା କରିବ । ଏଥିରେ ୧୫୦ କୋଟି ବିନିଯୋଗ ହେବାକୁ ଥିବାବେଳେ ୨୮୦ ଜଣ କାମ ପାଇବେ ।

ସୋନପୁରରେ ମାସ୍ ବାୟୋ ଫୁଏଲ୍ସ ୨୫୮.୦୫ କୋଟି ବିନିଯୋଗରେ ଏଥାନଲ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ । ସେହିଭଳି ଭାଇବ୍ରାଣ୍ଟ ସ୍ପିରିଟ୍ ବରଗଡ଼ରେ ୧୦୦ କୋଟି ବିନିଯୋଗ କରି ଏଥାନଲ ୟୁନିଟ୍ କରିବ । ଏଥିରେ ୨୨୫୦ ଜଣଙ୍କୁ ନିଯୁକ୍ତି ମିଳିବ । ଯାଜପୁର କଳିଙ୍ଗନଗରରେ ଭିସିଆଇ କେମିକାଲ୍ କୋଇଲା ପ୍ଲାଣ୍ଟ କରିବ । ଏଥିରେ ୨୧୦ କୋଟି ବିନିଯୋଗ ହେବାକୁ ଥିବା ବେଳେ ୧୫୭ ଜଣ ନିଯୁକ୍ତି ପାଇବେ । ରାମକୋ ସିମେଣ୍ଟ ହରିଦାସପୁର ୟୁନିଟର ସମ୍ପ୍ରସାରଣ ପାଇଁ ୧୯୦ କୋଟି ନିବେଶ କରିବ । ଏହାଦ୍ୱାରା ୬୦ ଜଣଙ୍କୁ ନିଯୁକ୍ତି ମିଳିବ ।

ଖୋର୍ଦ୍ଧାରେ ଏକ ପଞ୍ଚ ତାରକା ହୋଟେଲ ପ୍ରତିଷ୍ଠା କରିବ ଲକଜୁରି ଆସେଟ୍ସ ପ୍ରା.ଲି । ଏଥିରେ ୧୮୧.୬୦ କୋଟି ଟଙ୍କା ନିବେଶକ ହେବାକୁ ଥିବାବେଳେ ୨୨୪ ଜଣ କାମ ପାଇବେ । ସେହିଭଳି ଖୋର୍ଦ୍ଧାରେ ଲାଲଚାନ୍ଦ ରିସୋର୍ଟ ହୋଟେଲ ଶିଳ୍ପ ପାଇଁ ୧୧୯.୬୭ କୋଟି ନିବେଶ କରିବେ । ଏଥିରେ ୩୫୦ ଜଣ ନିଯୁକ୍ତି ପାଇବେ । ଶୈଳବାଳା ଇନଫ୍ରାଷ୍ଟକ୍ଚର ପ୍ରା.ଲି ଖୋର୍ଦ୍ଧାରେ ୪ ତାରକା ବିଶିଷ୍ଟ ହୋଟେଲ୍ ପାଇଁ ୧୦୭.୫୦ କୋଟି ନିବେଶ କରିବେ । ଯେଉଁଥିରେ ୩୦୦ ଜଣ ନିଯୁକ୍ତି ପାଇବେ ।

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣା, ରାତ୍ରୀ ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ

ପାରଳାଖେମୁଣ୍ଡି: ଏସିଏଫ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ । ୫୦ ଦିନ ପରେ ଡିଏଫଓ କାର୍ଯ୍ୟାଳୟର ପୂର୍ବତନ ରାତ୍ରୀ ଜଗୁଆଳିଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ରାତ୍ରୀ ଜଗୁଆଳି ଗଙ୍ଗା ପ୍ରଧାନ ଡିଏଫଓ କାର୍ଯ୍ୟାଳୟରେ ଗତ ଡିସେମ୍ବର ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିଆସୁଥିଲେ । ରାତ୍ରୀ ଜଗୁଆଳି ଡ୍ୟୁଟି କରୁଥିବା ସମୟରେ ଦିନେ ଡିଏଫଓ ସଂଗ୍ରାମକେଶରୀ ଏସିଏଫ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନକୁ ରାତି ପ୍ରାୟ ସାଢ଼େ ବାରଟା ବେଳେ ଯାଉଥିବା ନିଜେ ଦେଖିଥିବା ଗଣମାଧ୍ୟମ ଆଗରେ କହିଛନ୍ତି । ତେବେ କେଉଁ ପରିସ୍ଥିତିରେ ଏପରି ଏକ ତଥ୍ୟ, ସେ ପ୍ରକାଶ କରିଛନ୍ତି ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହେବ ।

ACF Soumya Ranjan Death Case Night Watcher Reaction

କିନ୍ତୁ ବର୍ତ୍ତମାନ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ନିଶ୍ଚିତ ରୂପେ ତଦନ୍ତକୁ ନୂଆ ମୋଡ଼ ଦେଇଛି । କ୍ରାଇମବ୍ରାଞ୍ଚ ମଧ୍ୟ ଅଧିକ ତଥ୍ୟ ପାଇଁ ତଦନ୍ତ ପରିସରଭୁକ୍ତ କରି ଆଗାମୀ ଦିନରେ ଗଙ୍ଗାଙ୍କ ବୟାନ ରେକର୍ଡ କରିପାରେ । ସେପଟେ ସୌମ୍ୟଙ୍କ ମୃତ୍ୟୁର ଏତେ ଦିନ ପରେ ଏଭଳି ବୟାନ ଅନେକ ପ୍ରଶ୍ନ ସୃଷ୍ଟି କରିଛି । ଗଙ୍ଗା ପ୍ରଧାନ ଓ ଅନ୍ୟ ୩ଜଣଙ୍କୁ ଚାକିରିରୁ ବହିଷ୍କାର କରିଥିଲେ ଡିଏଫଓ ସଂଗ୍ରାମକେଶରୀ । ଗଙ୍ଗା ପ୍ରଧାନଙ୍କ ବୟାନ ଯଦି ସତ୍ୟ ତାହେଲେ ସାଂଘାତିକ ନିଶ୍ଚୟ । ଯଦି ରାଗ ସୁଝାଇବାକୁ ଏଭଳି ବିବୃତ୍ତି ଦେଇଥାନ୍ତି, ତାହେଲେ ତଦନ୍ତକୁ ଗୋଳମାଳିଆ କରିବ ।

ୟୁପିରେ ଅଜଣା ଜର ଆତଙ୍କ, ଛୁଆକୁ ବଞ୍ଚାଇବା ଲାଗି ମୁଖ୍ୟ ଚିକିତ୍ସାଧାରୀଙ୍କ ପାଦ ଧରିଲେ ବୃଦ୍ଧ

ଲକ୍ଷ୍ନୌ: ଅଜଣ ଜର ସହ ଯୁଝୁଛି ଉତ୍ତରପ୍ରଦେଶ । ମଥୁରାରୁ ନେଇ ଆଗ୍ରା, ପୂରା ପଶ୍ଚିମ ଉତ୍ତରପ୍ରଦେଶ ଅଜଣା ଜରରେ ଥରୁଛି । ଅଚାନକ ପ୍ଲେଟଲେଟ ହ୍ରାସ୍ ପାଇ ଜୀବନ ହାରୁଛନ୍ତି ଶିଶୁଙ୍କ ସହ ବୟସ୍କ । ମଥୁରାର ଏକାଧିକ ଗାଁରେ ଅଜଣା ଜରରେ ସଂଖ୍ୟାଧିକ ଲୋକ ପୀଡ଼ିତ ହୋଇଥିବା ବେଳେ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ଜଣ ଛୁଆ ରହିଛନ୍ତି । ଛୁଆଙ୍କ ମୃତ୍ୟୁ ପରେ ଲୋକଙ୍କ ମନରେ ଭୟ ସଞ୍ଚାର ହେବା ସହ ଗ୍ରାମବାସୀ ଗାଁ ଛାଡ଼ିବାରେ ଲାଗିଛନ୍ତି ।

ମଥୁରାର ଫରହ ବ୍ଲକ କୋହ ଗାଁର ଅଧିକାଂଶ ପରିବାର ଛୁଆଙ୍କୁ ନେଇ ଗାଁରୁ ଅନ୍ୟତ୍ର ପଳାଇଛନ୍ତି । ଡାକ୍ତରୀ ଦଳ ନିୟମିତ ଗାଁକୁ ଯାଇ ଚିକିତ୍ସା କରୁଛନ୍ତି । ଏହାରି ଭିତରେ କୋହରୁ ଆସିଛି ଏକ ଚିତ୍ର । ଯାହା ସମସ୍ତଙ୍କୁ ଭାବୁକ କରି ଦେଇଛି । ଭାଇରାଲ୍ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧ ମୁଖ୍ୟ ଚିକିତ୍ସାଧିକାରୀଙ୍କ ପାଦ ଧରି ଛୁଆକୁ ବଞ୍ଚାଇବା ଲାଗି ଗୁହାରି କରୁଛନ୍ତି ।