spot_img
Home Blog Page 5237

ପଞ୍ଜଶୀର ବିଜୟ ଖବରରେ ବିଭୋର ତାଲିବାନୀ: ଆକାଶକୁ ଫାଙ୍କା ଗୁଳି ଚାଳନା,୧୭ଜଣଙ୍କ ମୃତ୍ୟୁ

କାବୁଲ: ଖୁସିରେ ଗୁଳି ଫୁଟାଇଲେ, ୧୭ଜଣଙ୍କୁ ମାରିଦେଲେ । ପଞ୍ଜଶୀର ବିଜୟ ନେଇ ଏକ ଅନିଶ୍ଚିତ ଖବରରେ ବିଭୋର ହୋଇ ଫାଙ୍କା ଗୁଳିଚାଳନା କଲେ ତାଲିବାନୀ ଆତଙ୍କୀ । ଏହା ଦ୍ୱାର ପ୍ରାୟ ୧୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ଜଣ ଆହତ ହୋଇଥିବା ସୂଚନା ମିଳିଛି । ଆହତଙ୍କୁ କାବୁଲ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

‘ନ୍ୟାସ୍‌ନାଲ୍‌ ରେଜିଷ୍ଟାନ୍‌ସ୍‌ ଫ୍ରଣ୍ଟ୍‌ ଅଫ୍ ଆଫଗାନିସ୍ତାନ୍‌’କୁ ପରାସ୍ତ କରି ପଞ୍ଜଶୀର ଉପତ୍ୟକାକୁ ନିୟନ୍ତ୍ରଣାଧୀନ କରି ପାରିଛନ୍ତି ବୋଲି ତାଲିବାନ୍‌ ଘୋଷଣା କରିବା ପରେ ଶୁକ୍ରବାରେ ସମଗ୍ର କାବୁଲ୍‌ରେ ଉତ୍ସବ ପାଳନକାଳୀନ ଭୀଷଣ ବନ୍ଧୁକ ଫୁଟିବା ଶଦ୍ଦ ଶୁଭିଥିଲା।

ଗତକାଲିର ଦୃଶ୍ୟ ଅତ୍ୟନ୍ତ ହୃଦୟ ବିଦାରକ ଥିଲା। ତାଲିବାନ ଆଫଗାନିସ୍ତାନକୁ ନର୍କ ବନାଇ ଦେଇଥିବା ବେଳେ ଆହତ ଆତ୍ମୀୟସଜ୍ଜନଙ୍କୁ ଧରି ଲୋକେ ଡାକ୍ତରଖାନା ନେଉଥିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ସେୟାର୍ ହୋଇଥିବା ଫଟୋ ଏବଂ ଭିଡିଓରେ ଦେଖାଯାଇଥିଲା। ସର୍ବଶକ୍ତିମାନ ଆଲ୍ଲାଙ୍କ କୃପାରୁ ଆମେ ସମଗ୍ର ଆଫଗାନିସ୍ତାକୁ ନିୟନ୍ତ୍ରଣାଧୀନ କରିଛୁ । ବିଶୃଙ୍ଖଳା ସୃଷ୍ଟିକାରୀମାନେ ପରାସ୍ତ ‌ହୋଇଛନ୍ତି ଏବଂ ଏଥର ପଞ୍ଜଶୀର ଆମ ଅଧୀନକୁ ଆସିଛି ବୋଲି ଜଣେ ତାଲିବାନ୍‌ କମାଣ୍ଡର୍‌ କହୁଥିଲେ । ତେବେ ଗତ କିଛି ଦିନ ସଂଘର୍ଷ ମଧ୍ୟରେ  ଉଭୟ ପକ୍ଷରୁ ପ୍ରାୟ ୩୦୦ ଜଣ ପ୍ରାଣ ହରାଇଥିବା ସୂଚନା ମିଳିଛି ।

ଏଥିସହିତ ପଢ଼ନ୍ତୁ: ତାଲିବାନ ଦ୍ୱାରା ପଞ୍ଜଶୀର ଦଖଲ ଦାବିକୁ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଖଣ୍ଡନ: କହିଲେ, ଲଢ଼େଇ ଜାରି ରହିବ

 

ତାଲିବାନ ଦ୍ୱାରା ପଞ୍ଜଶୀର ଦଖଲ ଦାବିକୁ ପୂର୍ବତନ ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଖଣ୍ଡନ: କହିଲେ, ଲଢ଼େଇ ଜାରି ରହିବ

କାବୁଲ: ପଞ୍ଜଶୀର ପାଇଁ ଛକାପଞ୍ଝା । ପଞ୍ଜଶୀରକୁ ତାଲିବାନ ଦଖଲ କରିଛି ବୋଲି ଦାବି କରୁଥିବାବେଳେ ସେପଟେ ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ ଏହାକୁ ଖଣ୍ଡନ କରିଛନ୍ତି । କିଛିଦିନର ଲଢେଇ ପରେ ବିଦ୍ରୋହୀଙ୍କ ପରାଜୟ ହୋଇଛି ବୋଲି ତାଲିବାନ ଘୋଷଣା କରିଛି । ତେବେ ପଞ୍ଜଶୀରର ପତନ ହୋଇନାହିଁ ବୋଲି ଦାବି କରିଛନ୍ତି ବିଦ୍ରୋହୀ ଗୋଷ୍ଠୀ ନେତା ତଥା ପୂର୍ବତନ ଉପରାଷ୍ଟ୍ରପତି ଅମରୁଲ୍ଲା ସାଲେହ । ଏହାସହ ସେ ଦେଶ ଛାଡ଼ି ଚାଲିଯାଇଥିବା ଖବରକୁ ଖଣ୍ଡନ କରିଛନ୍ତି । ନିଜକୁ ଆଫଗାନିସ୍ତାନର ରାଷ୍ଟ୍ରପତି ବୋଲି ଦାବି କରୁଥିବା ଅମରୁଲ୍ଲା କହିଛନ୍ତି, ସେ ପଞ୍ଜଶୀରରେ ହିଁ ଅଛନ୍ତି । ଏବଂ ଅନ୍ୟ ଦେଶକୁ ଚାଲିଯିବା ଖବର ଗୁଜବ । ତାଲିବାନ ବିରୋଧରେ ଯୁଦ୍ଧ ଜାରି ରହିବ ଏବଂ ସେ ସ୍ୱାଭିମାନର ସହ ନିଜ ଜନ୍ମମାଟି ଲାଗି ଲଢେଇ ଜାରି ରଖିବେ ।

ଅମରୁଲ୍ଲାଙ୍କ ପୁଅ ଏବଦୁଲ୍ଲା ସାଲେହ ମଧ୍ୟ କହିଛନ୍ତି ପଞ୍ଜଶିର ତାଲିବାନ ହାତକୁ ଯାଇନାହିଁ । ଅମାନୁଲ୍ଲାଙ୍କ ସହଯୋଗୀ ଅହମ୍ମଦ ମାସୁଦ କହିଛନ୍ତି, ପଞ୍ଜଶୀର ଏବେ ବି ତାଙ୍କ କବଜାରେ ରହିଛି । ଏହା ତାଲିବାନ ହାତକୁ ଯାଇନାହିଁ । ସାରା ଆଫଗାନିସ୍ତାନକୁ ତାଲିବାନ କବଜା କରିଥିବା ବେଳେ କେବଳ ପଞ୍ଜଶିର ସେମାନଙ୍କ ହାତକୁ ଯାଇ ନଥିଲା ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପନିର୍ବାଚନ, ରୋଡ୍ ଶୋ ଓ ବାଇକ୍ ରାଲି ମନା

ଏବେ ବି ଅହମ୍ମଦ ମାସୁଦ ଓ ଅମରୁଲ୍ଲାଙ୍କ ନେତୃତ୍ୱରେ ହଜାର ହଜାର ବିଦ୍ରୋହୀ ତାଲିବାନର ପ୍ରତିରୋଧ କରୁଥିବା କୁହାଯାଉଛି । ସେପଟେ ମହିଳା ବିଚାରପତିଙ୍କ ବିରୋଧରେ ପଦକ୍ଷେପ ନେଇଛି ତାଲିବାନ । ଯେଉଁ ମହିଳା ବିଚାରପତିମାନେ ତାଲିବାନ କର୍ମୀଙ୍କୁ ବିଭିନ୍ନ ଦଣ୍ଡ ଶୁଣାଇଥିଲେ ସେମାନଙ୍କୁ ଖୋଜିବା ଆରମ୍ଭ କରିଛନ୍ତି । ଦେଶର ୨୫୦ରୁ ଅଧିକ ମହିଳା ବିଚାରପତିଙ୍କ ଜୀବନ ଏବେ ବିପନ୍ନ । କିଛି ବିଚାରପତି ଦେଶ ଛାଡି ଚାଲିଗଲେଣି । ଏନେଇ ସେମାନେ ବିଶ୍ୱ ସମୁଦାୟର ଦୃଷ୍ଟି ଆକର୍ଷଣ କରିଛନ୍ତି ।

ବିଧାନସଭାରେ ପ୍ରତିବାଦ ବେଳେ ଅସୁସ୍ଥ ହୋଇପଡ଼ିଲେ ତାରା ବାହିନୀପତି

ଭୁବନେଶ୍ୱର: ବିଧାନସଭାରେ ଅସୁସ୍ଥ ହୋଇ ପଡ଼ିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା । ଏହି ସମୟରେ ତାରା ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ । ପରେ ସହଯୋଗୀ ବିଧାୟକ ତାଙ୍କୁ ପାଣି ପିଇବାକୁ ଦେଇ ଚେୟାରରେ ବସାଇଥିଲେ । ନିକଟରେ ସେ କୋଭିଡରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ ।

Congress MLA Tara Bahinipati Filled Ill In Assembly

ତାରାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ ଆରୁଖ ଓ ଅନ୍ୟ ବିଧାୟକ ଚେୟାରରେ ବସାଇଥିଲେ । ବିଧାନସଭା ପରିସରରେ ଥିବା ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଛନ୍ତି । ସ୍ୱାସ୍ଥ୍ୟ ଯାଞ୍ଚ ପରେ ତାରା ବାହିନୀପତି ତାଙ୍କ ବାସଭବନକୁ ଯାଇଥିବା ଜଣାପଡ଼ିଛି । ଅପରାହ୍ଣରେ ଗୃହରେ ଓଡ଼ିଶା ବୈଷୟିକ ଓ ଗବେଷଣା ବିଶ୍ୱବିଦ୍ୟାଳୟ ବିଲ୍-୨୦୨୧ ପାରିତ ହୋଇଥିଲା । ସେହି ସମୟରେ ବାଚସ୍ପତିଙ୍କ ପୋଡ଼ିୟମ ତଳେ ଚେୟାର ଉପରେ ଚଢ଼ି ପ୍ରତିବାଦ କରୁଥିଲେ ତାରା ।

ରାଜ୍ୟରେ କରୋନାର ସ୍ତର କମିବାରେ ଲାଗିଛି: କିନ୍ତୁ କୋହଳ ପରେ ବଜାରର ଭିଡ଼…

ଭୁବନେଶ୍ୱର: ରାଜ୍ୟରେ କରୋନର ସ୍ତର କମିବାରେ ଲାଗିଛି । ହେଲେ କୋହଳ ପରେ ବଜାରରେ ଭାରି ଭିଡ଼ ଦେଖିବାକୁ ମିଳୁଛି । ଖୋର୍ଦ୍ଧା ଓ କଟକରେ ଲୋକସଂଖ୍ୟା ଅଧିକ । ସେହି ଅନୁସାରେ ସର୍ଭେଲାନ୍ସ ଚାଲିଛି । ଯାତାୟାତ ଅଧିକ ବୋଲି ସଂକ୍ରମିତଙ୍କ ସଂଖ୍ୟା ବି ବଢୁଛି । ସାମାଜିକ ଦୂରତା ନିୟମ ଠିକ୍‌ ଭାବେ ପାଳନ ହେଉନି । କଟକଣା ମାନିଲେ କରୋନା ଦୂରେଇ ଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି । ଟିକା ନେଇଥିଲେ କରୋନା ହେବନି ବୋଲି ଭାବିବା ଉଚିତ ନୁହେଁ। ପିଲାଙ୍କୁ ବଞ୍ଚାଇବାକୁ ହେଲେ, ନିଜେ ଆଗ ସତର୍କ ହୁଅନ୍ତୁ । ପାଖ ଲୋକ କରୋନା ବାହକ ହୋଇପାରନ୍ତି । ବାପାମାଆ ସଂକ୍ରମିତ ହୋଇଥିଲେ ପିଲା ଆକ୍ରାନ୍ତ ହେବା ଆଶଙ୍କା ରହିଛି । ଅପରପକ୍ଷରେ ଡିଏମ୍‌ଇଟି ନିର୍ଦ୍ଦେଶକ ସି.ବି.କେ ମହାନ୍ତି କହିଛନ୍ତି, ନୂଆ ଭାଇରସ ଜାନୁଆରୀରୁ ଚିହ୍ନଟ ହୋଇଥିଲା । ଯାହାକି କଲମ୍ବିଆରୁ ଅଧିକ ଦେଖିବାକୁ ମିଳୁଛି । କଲମ୍ବିଆରେ ସମୁଦାୟ ସଂକ୍ରମିତଙ୍କ ମଧ୍ୟରୁ ୩୯ ପ୍ରତିଶତ ଲୋକ ନୂଆ ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି । ଇକ୍ୱେଡରରେ ମଧ୍ୟ ଲୋକ ସଂକ୍ରମିତ ହୋଇଛନ୍ତି । ସମଗ୍ର ବିଶ୍ୱରେ ନୂଆ ଭାଇରସର ପ୍ରିଭେଲେନ୍ସ ମାତ୍ର 0 ଦଶମିକ 1 ପ୍ରତିଶତ । ଅଗଷ୍ଟ ୩୦ ତାରିଖରେ W.H.O ତାକୁ ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ ବୋଲି କହିଛି । କିନ୍ତୁ ବର୍ତ୍ତମାନ ସୁଦ୍ଧା ଭାରିଆଣ୍ଟ ଅଫ କନସର୍ନ ବୋଲି WHO କହିନି ।

ଏଥିସହିତ ପଢ଼ନ୍ତୁ: ପିପିଲି ଉପନିର୍ବାଚନ, ରୋଡ୍ ଶୋ ଓ ବାଇକ୍ ରାଲି ମନା

ପ୍ରମୋଦ ଭଗତଙ୍କ ବିଜୟ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଟୋକିଓରେ ଓଡ଼ିଆ ପୁଅଙ୍କ ବିଜୟ ବାନା । ଦେଶକୁ ଦେଲେ ସୁନା ଉପହାର । ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ଦେଶ ପାଇଁ ଆଣିଛନ୍ତି ସ୍ୱର୍ଣ୍ଣ ପଦକ । ପ୍ରମୋଦଙ୍କ ସଫଳତା ଦେଶବାସୀଙ୍କୁ ଖୁସି କରିଛି । ସମସ୍ତେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୋଦଙ୍କ ବିଜୟକୁ ‘ସ୍ୱର୍ଣ୍ଣିମ ମୁହୂର୍ତ୍ତ’ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରମୋଦଙ୍କ ସହ କଥା ହୋଇ ଶୁଭେଚ୍ଛା ଜଣାଇଛନ୍ତି । କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ସହଯୋଗ ଯୋଗାଇ ଦେଉଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରମୋଦ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ପାରା ବ୍ୟାଡମିଣ୍ଟନରେ ଦେଶର ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଥିବା ଓଡ଼ିଶାର ପ୍ରତିଭା ପ୍ରମୋଦ ଭଗତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଲେଖିଛନ୍ତି, ‘ତୁମ ସଫଳତା ସାରା ଦେଶକୁ ଗୌରବାନ୍ୱିତ କରିଛି ।ଆଗାମୀ ଦିନରେ ତୁମର ଆହୁରି ଉଜ୍ଜ୍ଵଳ ଭବିଷ୍ୟତ କାମନା କରୁଛି ।’

 CM Naveen Congratulates Para Athlete Pramod Bhagat

ମାତ୍ର ୫ ବର୍ଷ ବୟସରେ ପ୍ରମୋଦ ପୋଲିଓ ରୋଗର ଶିକାର ହୋଇଥିଲେ । ପ୍ରମୋଦ ଏଯାବତ୍ ୪୫ଟି ଅନ୍ତରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଯେଉଁଥିରେ ୪ଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣପଦକ ସହ ୨୦୧୮ ଏସିଆଇ ପାରା ଖେଳରେ ଏକ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସାମିଲ୍ ରହିଛି ।

ପିପିଲି ଉପନିର୍ବାଚନ, ରୋଡ୍ ଶୋ ଓ ବାଇକ୍ ରାଲି ମନା

ଭୁବନେଶ୍ୱର: ସେପ୍ଟେମ୍ବର ୩୦ରେ ହେବ ସ୍ଥଗିତ ଥିବା ପିପିଲି ଉପନିର୍ବାଚନ । ଅକ୍ଟୋବର ୩ରେ ଭୋଟ୍ ଗଣତି କରାଯିବ । ପିପିଲି ଉପନିର୍ବାଚନ ପାଇଁ ପୂର୍ବରୁ ପ୍ରାର୍ଥିପତ୍ର ଦାଖଲ ସରିଥିବାରୁ ଏବେ କ୍ୟାମ୍ପେନ ପରେ ଭୋଟିଂ ହେବ । ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ।

କୋଭିଡ୍ କଟକଣା ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ କମିଶନ ଜାରି କରିଥିବା କୋଭିଡ୍ ଗାଇଡଲାଇନ୍ ପାଳନ କରାଯିବ । ପ୍ରଚାର ପାଇଁ ଆବଦ୍ଧ ଗୃହ କ୍ଷମତାର ୩୦ ପ୍ରତିଶତ କିମ୍ବା ସର୍ବାଧିକ ୨୦୦ ଲୋକ ସାମିଲ୍ ହୋଇପାରିବେ । ଆଉଟ ଡୋର୍ କ୍ୟାମ୍ପେନ ବେଳେ ଷ୍ଟାର କ୍ୟାମ୍ପେନର ଥିଲେ ସର୍ବାଧିକ ୧ ହଜାର ଲୋକ ସାମିଲ୍ ହୋଇପାରିବେ । ଷ୍ଟାର କ୍ୟାମ୍ପେନରଙ୍କ ବ୍ୟତୀତ ଅନ୍ୟ କେହି ପ୍ରଚାର କରୁଥିଲେ ସର୍ବାଧିକ ୫୦୦ ଲୋକ ଭାଗ ନେଇ ପାରିବେ ।

Road Show And Bike Rally Can't Held In Pipili Bye Poll

ଏଥିପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିବ । ପ୍ରଚାର ପଡ଼ିଆକୁ ବ୍ୟାରିକେଡିଂ କରାଯିବ । ସମସ୍ତ କୋଭିଡ୍ ନିୟମ ପାଳନ କରାଯିବ । ଏଥିପାଇଁ ପ୍ରାର୍ଥୀ କିମ୍ବା ଦଳ ଟଙ୍କା ଖର୍ଚ୍ଚ କରିବେ । କୋଭିଡ୍ ଯୋଗୁଁ ଷ୍ଟାର କ୍ୟାମ୍ପେନର ସଂଖ୍ୟା ସୀମିତ କରାଯାଇଛି । ଜଣାଶୁଣା ଦଳ ପାଇଁ ୧୫ ଜଣ ଓ ଛୋଟ ଦଳ ପାଇଁ ୧୦ ଜଣ ଷ୍ଟାର କ୍ୟାମ୍ପେନର ରହିବେ । କୌଣସି ରୋଡ୍ ଶୋ କିମ୍ବା ବାଇକ୍ ରାଲି ହୋଇପାରିବ ନାହିଁ । ପଥପ୍ରାନ୍ତ ବୈଠକରେ ସର୍ବାଧିକ ୫୦ ଲୋକ ସାମିଲ୍ ହୋଇପାରିବେ ।

ଘରକୁ ଘର ବୁଲି ପ୍ରଚାର ବେଳେ ପ୍ରାର୍ଥୀଙ୍କ ସହ ସର୍ବାଧିକ ୫ ଜଣ ରହିବେ । ପ୍ରଚାର ବେଳେ ସର୍ବାଧିକ ୨୦ଟି ଗାଡ଼ି ବ୍ୟବହାର ହୋଇପାରିବେ । ଭୋଟ୍ ଗ୍ରହଣର ୩ ଦିନ ପୂର୍ବରୁ ପ୍ରଚାର ବନ୍ଦ ହେବ । ୩୦ ତାରିଖରେ ଭୋଟ୍ ଥିବାରୁ ୨୭ ତାରିଖ ସନ୍ଧ୍ୟା ୬ଟାରୁ ପ୍ରଚାର ବନ୍ଦ ହେବ । ପ୍ରତି ଭୋଟରଙ୍କୁ ହ୍ୟାଣ୍ଡୱାସ୍ ଦିଆଯିବ । ଲକ୍ଷଣ ଥିବା ଭୋଟରଙ୍କୁ ଶେଷରେ ଭୋଟ୍ ଦେବାକୁ ଅନୁମତି ମିଳିବ । କୌଣସି ଦଳ କିମ୍ବା ପ୍ରାର୍ଥୀ କୋଭିଡ୍ ନିୟମ ଉଲ୍ଲଂଘନ କଲେ ରାଲି ଓ ବୈଠକ ପାଇଁ ମିଳିଥିବା ପୂର୍ବ ଅନୁମତି ପ୍ରତ୍ୟାହାର କରି ନିଆଯିବ ।

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, କହିଲେ ‘ଜିତିଛନ୍ତି ଦେଶବାସୀଙ୍କ ହୃଦୟ’

ଭୁବନେଶ୍ୱର: ଟୋକିଓରେ ଓଡ଼ିଶାର ଟେକ ରଖିଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ । ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ ସ୍ୱର୍ଣ୍ଣ ପଦକ ଜିତିବା ପରେ ତାଙ୍କୁ ଚାରିଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭ କାମନା ଦେଇଛନ୍ତି ।

ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ପ୍ରମୋଦ ଭଗତ ସମଗ୍ର ଦେସବାସୀଙ୍କ ହୃଦୟ ଜିତିଛନ୍ତି । ସେ ଜଣେ ଚମ୍ପିଆନ୍ । ଯାହାଙ୍କ ସଫଳତା ଲକ୍ଷ ଲକ୍ଷ ଲୋକଙ୍କୁ ପ୍ରେରଣ ଦେବ । ପ୍ରମୋଦ ଉଲ୍ଲେଖନୀୟ ସ୍ଥିରତା ଓ ନିଷ୍ଠା ଦେଖାଇଛନ୍ତି । ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ଜିତିଥିବାରୁ ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇବା ସହ ଭବିଷ୍ୟତ ପାଇଁ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

PM Modi Congratulates Pramod Bhagat After Wining Gold

ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ ପ୍ରମୋଦ ପଦକ ହାତେଇଛନ୍ତି । ଏଥିସହ ଟୋକିଓ ପାରା ଅଲମ୍ପିକ୍ସରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦଙ୍କ ଜଲୱା, ଜିତିଲେ ସ୍ୱର୍ଣ୍ଣ

ଟୋକିଓ: ଟୋକିଓ ପାରା ଅଲମ୍ପିକ୍ସରେ ଓଡ଼ିଆ ପୁଅ ପ୍ରମୋଦ ଭଗତ କମାଲ୍ କରିଛନ୍ତି । ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରମୋଦ । ଫାଇନାଲରେ ବ୍ରିଟେନର ଡାନିଏଲ ବେଥେଲଙ୍କୁ ୨୧-୧୪, ୨୧-୧୭ରେ ହରାଇ ପ୍ରମୋଦ ପଦକ ହାତେଇଛନ୍ତି । ଏଥିସହ ଟୋକିଓ ପାରା ଅଲମ୍ପିକ୍ସରେ ଭାରତକୁ ଚତୁର୍ଥ ସ୍ୱର୍ଣ୍ଣ ପଦକ ମିଳିଛି । ଭାରତର ପଦକ ସଂଖ୍ୟା ୧୭କୁ ବୃଦ୍ଧି ପାଇଛି ।

ପ୍ରମୋଦ ସେମି ଫାଇନାଲରେ ଜାପାନର ଡାଇସୁକେ ଫୁଜିହାରାଙ୍କୁ ୨୧-୧୧, ୨୧-୧୬ରେ ହରାଇଥିଲେ । ୫ ବର୍ଷ ବୟସରେ ପ୍ରମୋଦଙ୍କୁ ପୋଲିଓ ହୋଇଥିଲା । ପ୍ରମୋଦ ଏଯାବତ୍ ୪୫ଟି ଅନ୍ତରାଷ୍ଟ୍ରୀୟ ପଦକ ଜିତିଛନ୍ତି । ଯେଉଁଥିରେ ୪ଟି ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣପଦକ ସହ ୨୦୧୮ ଏସିଆଇ ପାରା ଖେଳରେ ଏକ ସ୍ୱର୍ଣ୍ଣ ଓ କାଂସ୍ୟ ପଦକ ସାମିଲ୍ ରହିଛି ।

 Tokyo Paralympics Pramod Bhagat Wins Gold Medal In Badminton

୨୦୧୯ରେ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପାଇଥିଲେ ପ୍ରମୋଦ । ସେହିପରି ୨୦୧୯ରେ ରାଜ୍ୟର ପ୍ରଥମ ପାରା କ୍ରୀଡାବିତ୍ ଭାବେ ଅର୍ଜୁନ ପୁରସ୍କାର ପାଇଥିଲେ । ବରଗଡ଼ ଅତାବିରାରେ ଜନ୍ମିତ ପ୍ରମୋଦ ୧୩ ବର୍ଷରୁ ବ୍ୟାଡମିଣ୍ଟନ ଖେଳ ଆରମ୍ଭ କରିଥିଲେ ।

ଅନ୍ୟପଟେ ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନରେ ଭାରତକୁ ଆଉ ଏକ ପଦକ ମିଳିଛି । ମନୋଜ ସରକାର ବ୍ରୋଞ୍ଜ ପଦକ ପାଇଛନ୍ତି । ଜାପାନର ଡାଇସୁକେ ଫୁଜିହାରାଙ୍କୁ ୨୨-୧୦, ୨୧-୧୩ରେ ହରାଇ କାଂସ୍ୟ ପଦକ ଜିତିଛନ୍ତି ମନୋଜ ।

ଘୂର୍ଣ୍ଣିବଳୟ ସକ୍ରିୟ, ୪୮ ଘଣ୍ଟାରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର: ବଙ୍ଗୋପସାଗରରେ ଦାନା ବାନ୍ଧୁଛି ତିନି ତିନୋଟି ଲଘୁଚାପ । ଉତ୍ତରପୂର୍ବ ଓ ତତସଂଲଗ୍ନ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପରେ ପରିଣତ ହୋଇପାରେ । ସେହିଭଳି ଦକ୍ଷିଣ ଛତିଶଗଡ଼ ଏବଂ ଆନ୍ଧ୍ର ଉପକୂଳରେ ଆଉ ୨ଟି ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି ।

ଏହାର ପ୍ରଭାବରେ ବର୍ଷାର ପରିମାଣ ବଢ଼ିବ । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସହ ଅନ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । କୋରାପୁଟ, ମାଲକାନଗିରି, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ଘଡ଼ଘଡ଼ି ସହ ବଜ୍ରପାତ ହୋଇପାରେ ।

ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଓଡ଼ିଶା ଉପକୂଳରେ ୬ ଓ ୭ ତାରିଖରେ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୪ ତାରିଖରୁ ୮ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୱେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଦୁଇରୁ ତିନି ଦିନ ପରେ ସରକାର ଗଢିବ ତାଲିବାନ

କାବୁଲ: ଆଫଗାନିସ୍ତାନରେ ନୂଆ ସରକାର ଗଠନ ପାଇଁ ତାଲିବାନକୁ ଆହୁରି ଦୁଇରୁ ତିନି ଦିନ ସମୟ ଲାଗିବ। ଏହାକୁ ନେଇ ତାଲିବାନ ପକ୍ଷରୁ ଆଧିକାରିକ ଭାବେ ବୟାନ ଜାରି କରାଯାଇଛି । ସରକାର ଗଠନ ପାଇଁ ଶନିବାର ହୋଇଥିବା ବୖେଠକ ପରେ ତାଲିବାନୀ ନେତା କହିଛନ୍ତି ଯେ ସରକାର ଗଠନ ସହ ନେତାଙ୍କ ନାଁ ଘୋଷଣା କରାଯାଇଛି।

ସୂଚନା ଅନୁଯାୟୀ, ଏହି ନୂଆ ସରକାରର ନେତୃତ୍ୱ ତାଲିବାନର ସହ-ସଂସ୍ଥାପକ ମୁଲ୍ଲା ବରାଦର ନେବେ । ଏପରିକି ଦୋହା ସ୍ଥିତ ତାଲିବାନର ରାଜନୖେତିକ କାର୍ଯ୍ୟାଳୟର ଚେୟାରମ୍ୟାନ୍ ମୁଲ୍ଲା ଅବଦୁଲ୍ ଗନି ବରାଦରଙ୍କୁ ସରକାରର ପ୍ରମୁଖ ଭାବେ ଖୁବ୍ ଶୀଘ୍ର ଘୋଷଣା କରାଯିବ ।

Taliban To Form New Government In Afghanistan Today

ମୁଲ୍ଲା ଅବଦୁଲ୍ ଙ୍କ ସହ ତାଲିବାନର ସଂସ୍ଥାପକ ମୁଲ୍ଲା ଉମର୍ ଙ୍କ ପୁଅ ମୁଲ୍ଳା ମହମ୍ମଦ ୟାକୁବ୍ ଓ ଶେର ମହମ୍ମଦ ଅବାସ୍ ଷ୍ଟେନକଜଇଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଦିଆଯିବ ବୋଲି ଜଣାପଡିଛି । ଏପରିକି ସମସ୍ତ ଟପ୍ ନେତା କାବୁଲରେ ପହଞ୍ଚିଥିବା ନେଇ ପ୍ରକାଶ କରିଛନ୍ତି ତାଲିବାନର ସୂଚନା ଓ ସଂସ୍କୃତି ଆୟୋଗର ବରିଷ୍ଠ ଅଧିକାରୀ ମୁଫତି ଇନାମୁଲ୍ଲାହ ସାମଗାନି । ସରକାର ଗଠନ ପାଇଁ ଆପୋଷ ବୁଝାମଣା ହୋଇଥିବା ବେଳେ ଏବେ ମନ୍ତ୍ରୀମଣ୍ଡଳକୁ ନେଇ ବିଚାର ବିର୍ମଶ ଚାଲିଛି ।

Taliban Are All Set To Form Government In Afghanistan After Friday Prayers

ଜଣେ ବରିଷ୍ଠ ତାଲିବାନୀ ଅଧିକାରୀ କହିଛନ୍ତି ଯେ ସଙ୍ଗଠନର ସୁପ୍ରିମ ଲିଡର ହିବତୁଲ୍ଲା ଅଖୁନ୍ଦଜାଦା ଧାର୍ମିକ ମାମଲା ଓ ଇସଲାମ ଅଧିନରେ ରାଜବ୍ୟବସ୍ଥାର ଢାଞ୍ଚା ପ୍ରସ୍ତୁତ କରିବେ । ଏପରିକି ସରକାରରେ ୧୨ ମୁସଲିମ୍ ବିଦ୍ୱାନଙ୍କ ସୁରା ବା ପରାମର୍ଶଦାତା ପରିଷଦ ସହ ୨୫ ମନ୍ତ୍ରୀ ରହିବେ ।