spot_img
Home Blog Page 5335

ବିଜେଡିର ନୂଆ ୩୫ ପର୍ଯ୍ୟବେକ୍ଷକଙ୍କୁ ନେଇ କାର୍ମଶାଳା, ତୃଣମୂଳ ସଂଗଠନକୁ ସୁଦୃଢ କରିବାକୁ ଲକ୍ଷ୍ୟ

ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ନୂଆ ପର୍ଯ୍ୟବେକ୍ଷକମାନଙ୍କୁ ନେଇ ଏକ କର୍ମଶାଳା ଆୟୋଜନ କରାଯାଇଛି। ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟାଳୟରେ ହୋଇଛି କର୍ମଶାଳା। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆ ଦଳର ୩୫ଟି ସାଙ୍ଗଠନିକ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି ଦେଇଛନ୍ତି।

ବିଜୁ ମହିଳା ଜନତା ଦଳ ରାଜ୍ୟବ୍ୟାପୀ ତୃଣମୂଳ ସଂଗଠନକୁ ସୁଦୃଢ କରିବା ନିମନ୍ତେ କାମ କରିବ। ବିଜେଡିର ଜିଲ୍ଲା ସଭାପତି ଏବଂ ପର୍ଯ୍ୟବେକ୍ଷକଙ୍କ ସହଯୋଗରେ ସମସ୍ତ ଜିଲ୍ଲାରେ ଜୋନ କମିଟି, ପଞ୍ଚାୟତ କମିଟି, ୱାର୍ଡ କମିଟି ଚୟନ ପ୍ରକ୍ରିୟା ଶେଷ କରିବ। ଏହି ଅବସରରେ ମହିଳା ବିଜେଡିର ବ୍ଲକ ଓ ପୌର କମିଟି ଗଠନ ହେବ। ଏହା ସ୍ଥାନୀୟ ବିଧାୟକ ସାଂସଦ, ଜିଲ୍ଲା ସଭାପତି ଓ ପର୍ଯ୍ୟବେକ୍ଷକଙ୍କ ମତାମତ ନେଇ କରାଯିବ। ପଞ୍ଚାୟତ ଓ ପୌର କମିଟିରେ ଜଣେ ସଭାପତି, ଜଣେ ସୋସିଆଲ ମିଡିଆ ସଂଯୋଜକ ରହିବେ। ଆବଶ୍ୟକ ପଡ଼ିଲେ, କମିଟି ବୃଦ୍ଧି କରାଯାଇ ପାରିବ।

ବ୍ଲକ ଓ ପୌର କମିଟି ସେପ୍ଟେମ୍ବର ୩୦ ସୁଦ୍ଧା ଚୂଡ଼ାନ୍ତ ହେବ। ସେହିପରି ପଞ୍ଚାୟତ ସଭାପତି ଚୟନ ଅକ୍ଟୋବର ୧୫ ସୁଦ୍ଧା ସରିବା। ମୁଖ୍ୟମନ୍ତ୍ରୀଙ୍କର ସମସ୍ତ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେରେ ବ୍ୟାପକ ଭାବରେ ପ୍ରଚାର ପ୍ରସାର କରାଯିବ। ଆଗାମୀ ପଞ୍ଚାୟତ ନିର୍ବାଚନରେ ବିଜୁ ମହିଳା ଜନତା ଦଳ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିବ ବୋଲି ନିଷ୍ପତି ନିଆଯାଇଛି।

ସେପଟେ ବିଜେଡି ଫୋକସରେ ରହିଛି ପଞ୍ଚାୟତ ନିର୍ବାଚନ। ଯୁବ ଛାତ୍ର ପରେ ମହିଳାଙ୍କୁ ପଞ୍ଚାୟତ ଟିପ୍ସ। ଏଥର ୩୦ ଟି ଜିଲ୍ଲାର ଜିଲ୍ଲା ପରିଷଦ ଅଧକ୍ଷ ଆମର ହେବ ବୋଲି କହିଛନ୍ତି ସ୍ନେହାଙ୍ଗିନୀ। ବିଜେଡି ମହିଳା କର୍ମୀ ମାନେ ଘରକୁ ଘର ଯିବେ। ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କର ମହିଳା ଶସକ୍ତି କରଣର ବାର୍ତା ଦେବେ। ଆଗକୁ ପଞ୍ଚାୟନ ନିର୍ବାଚନ ଥିବାରୁ ନିର୍ବାଚନ ପାଇଁ ବିଜେଡି ମହିଳା ପର୍ଯ୍ୟବେକ୍ଷକଙ୍କୁ ଟିପ୍ସ ଦେଲେ ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମହିଲା ସଭାନେତ୍ରୀ ପ୍ରମିଳା ମଲ୍ଲିକ। କେନ୍ଦ୍ରୀୟ ଅବହେଳା ଅପେକ୍ଷା ପ୍ରତିକ୍ଷେତ୍ରରେ ବିଜେଡି ସରକାରଙ୍କ ଉପଲବ୍ଧି ଘରେ ଘରେ ନେଇ ପହଞ୍ଚାଇବା ପାଇଁ ବାର୍ତା ଦେଇଛନ୍ତି।

କରୋନା ଠାରୁ ମାରାତ୍ମକ ମାରବର୍ଗ ଭୂତାଣୁ, ୮୮% ମୃତ୍ୟୁ ସମ୍ଭାବନା

ନୂଆଦିଲ୍ଲୀ: କରୋନା ବିପଦ ନ ଯାଉଣୁ ଆସିଲା ଆଉ ଏକ ନୂଆ ବିପଦ। ପଶ୍ଚିମ ଆଫ୍ରିକାରେ ଠାବ ହୋଇଛି ଆଉ ଏକ ନୂଆ ଭାଇରସ। ଏହାର ନାଁ ରଖାଯାଇଛି ମାରବର୍ଗ। ଏହି ଭାଇରସ ଆକ୍ରମଣ କଲେ ମୃତ୍ୟୁର ସମ୍ଭାବନା ୮୮ ପ୍ରତିଶତ ବୋଲି ଗବେଷକ କହିଛନ୍ତି। ଗତ ଅଗଷ୍ଟ ୨ ତାରିଖରେ ଏହି ଭାଇରସ ଦ୍ୱାରା ସଂକ୍ରମିତ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ଏନେଇ ସୂଚନା ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏହି ଭାଇରସ ସହ ଏବୋଲା ଭାଇରସ ଓ କୋଭିଡ ଭୂତାଣୁର ସାମଞ୍ଜସ୍ୟ ରହିଛି। ଏହି ଭାଇରସ ବାଦୁଡିଠାରୁ ମଣିଷକୁ ସଂକ୍ରମିତ କରିଥାଏ। ଆଫ୍ରିକା ଲାଗି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଆଞ୍ଚଳିକ ନିର୍ଦ୍ଦେଶକ ଡାକ୍ତର ମାସିଡିସୋ ମୋଇତି କହିଛନ୍ତି-ଏହି ଭାଇରସ ଅତ୍ୟନ୍ତ ବିପଜ୍ଜନକ ଏବଂ ଖୁବ୍ ଶୀଘ୍ର ଏହା ବିସ୍ତାରିତ ହୋଇଥାଏ। ଏହି ଭୂତାଣୁର ମୁକାବିଲା ଲାଗି ଚେଷ୍ଟା କରାଯାଉଛି ଏବଂ ଏହି ଭୂତାଣୁ ଯେପରି ଅନ୍ୟ ଦେଶକୁ ନ ବ୍ୟାପେ ସେଥିଲାଗି ଦୃଷ୍ଟି ଦିଆଯାଇଛି। ରୋସଟେସ ପ୍ରଜାତିର ବାଦୁଡି ଦେହରେ ଏହା ଦେଖାଯାଇଥାନ୍ତି। ପ୍ରାଣ ହରାଇଥିବା ବ୍ୟକ୍ତି ଗତ ଜୁଲାଇ ୨୫ରେ ସଂକ୍ରମିତ ହୋଇଥିଲେ।

ଆତଙ୍କବାଦୀଙ୍କ ଧମକ ପରେ ଭୁବନେଶ୍ୱର ବିମାନବନ୍ଦରରେ କଡ଼ା ଚେକିଂ

ଭୁବନେଶ୍ୱର: ଦିଲ୍ଲୀରେ ଧମକ ଭୁବନେଶ୍ୱରରେ ଇଫେକ୍ଟ। ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ହାଇ ଆଲର୍ଟ। ଦିଲ୍ଲୀ ଏୟାରପୋର୍ଟକୁ ଧମକ ପରେ ଭୁବନେଶ୍ୱର ରେ ହାଇ ଆଲର୍ଟ ଜାରି କରାଯାଇଛି। ସୁରକ୍ଷା ପାଇଁ ଏସଓପି ଜାରି କଲା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ।

ବିମାନ ବନ୍ଦରକୁ ଉଡ଼େଇଦେବା ଧମକ ପରେ ୧୦ ଦିନ ପାଇଁ ହାଇ ଆଲର୍ଟ ଜାରିକଲେ ବିମାନ ବନ୍ଦର କର୍ତ୍ତୃପକ୍ଷ। ଅଗଷ୍ଟ ୧୦ ରୁ ୨୦ ତାରିଖ ପର୍ଯ୍ୟନ୍ତ ବଢିଲା ବିମାନବନ୍ଦରରେ ସିକ୍ୟୁରିଟି। ତେବେ ଭିଜିଟର ମାନଙ୍କୁ ବିମାନ ବନ୍ଦରକୁ ଆସିବାକୁ ବାରଣ କରାଯାଇଛି। ଯାତ୍ରୀମାନଙ୍କୁ କଡା ଚେକିଂ କରାଯାଉଛି। ଖାଲି ସେତିକି ନୁହେଁ ବିମାନ ବନ୍ଦର ପରିସରରେ ଗାଡ଼ି ଚଳାଚଳ କରିବା ଉପରେ କଡ଼ା ନଜର ରଖାଯାଇଛି। ସନ୍ଦିଗ୍ଧଙ୍କ ଉପରେ ନଜର ରଖିବେ କେନ୍ଦ୍ରୀୟ ଫୋର୍ସ। କେନ୍ଦ୍ରୀୟ ଫୋର୍ସ ସହ ସ୍ଥାନୀୟ ପୋଲିସ ଓ ଘରୋଇ ସୁରକ୍ଷାକର୍ମୀ ବିମାନବନ୍ଦରରେ ନିୟୋଜିତ ରହିଛନ୍ତି।

ଏବେ ବିଦେଶୀଙ୍କୁ ଭାରତରେ ମିଳିବ କରୋନା ଟିକା

ନୂଆଦିଲ୍ଲୀ: ବିଦେଶୀଙ୍କୁ ଏବେ ଭାରତରେ ଦିଆଯାଇପାରିବ କରୋନା ଟିକା। ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ। ବିଦେଶୀମାନେ କୋଓ୍ୱିନ ପୋର୍ଟାଲରେ ନିଜର ନାମ ପଞ୍ଜିକରଣ କରିବା ପରେ ସେମାନଙ୍କୁ ଟିକା ମିଳିବ। ସେମାନେ ନିଜର ପାସପୋର୍ଟକୁ ପରିଚୟପତ୍ର ଭାବେ ବ୍ୟବହାର କରିପାରିବେ। ଭାରତରେ ରହୁଥିବା ଅନେକ ବିଦେଶୀ ଟିକା ନ ନେଇଥିବାରୁ ସମସ୍ୟା ଉପଜୁଛି। ବିଶେଷ କରି ମେଟ୍ରୋପଲିଟାନ ସହରଗୁଡିକରେ ସେମାନେ ଅଧିକ ସଂଖ୍ୟାରେ ରହୁଛନ୍ତି। ତେଣୁ ସେମାନଙ୍କୁ ଟିକାକରଣ କରିବା ଲାଗି ସରକାର ପଦକ୍ଷେପ ନେଇଛନ୍ତି। ସାମଗ୍ରିକ ଭାବେ ଲୋକଙ୍କୁ କୋଭିଡରୁ ମୁକ୍ତ ରଖିବା ଲାଗି ବିଦେଶୀଙ୍କୁ ଟିକାକରଣ ଲାଗି ଦାବି ହୋଇଆସୁଥିଲା। ବର୍ତ୍ତମାନ ଦେଶରେ ୧୮ ବର୍ଷରୁ ଅଧିକ ବୟସର ଲୋକଙ୍କୁ ଟିକାକରଣ ପ୍ରକ୍ରିୟାରେ ସାମିଲ କରାଯାଇଛି ଏବଂ ୯ ଅଗଷ୍ଟ ସୁଦ୍ଧା ୫୧ କୋଟିରୁ ଅଧିକ ଡୋଜ ଦିଆଯାଇଛି।

ଭିଜିଲାନ୍ସ ଜାଲରେ ଫସିଲେ କିରାଣି ଓ ଟେକ୍ନିକାଲ କନସଲଟାଣ୍ଟ

ପୁରୀ/କେନ୍ଦୁଝର: ଭିଜିଲାନ୍ସ ଜାଲରେ ଷ୍ଟାଟିଷ୍ଟିକାଲ ଅଫିସର। ପୁରୀ ICDSର ଷ୍ଟାଟିଷ୍ଟିକାଲ ଅଫିସର କୃଷ୍ଣଚନ୍ଦ୍ର ଜେନାଙ୍କ ଘରେ ଚଢାଉ ହୋଇଛି। ଭୁବନେଶ୍ୱର ଓ ପୁରୀର ସମେତ ୪ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ ବିଭାଗ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁରୀ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ସେପଟେ ଯୋଡ଼ା ବ୍ଲକ ଟେକନିକାଲ କନ୍ସଲଟାଣ୍ଟ କ୍ଷେତ୍ରବାସି ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର ସହର ପବିତ୍ରଡ଼ିହା ବାସଭବନ, ସଦରବ୍ଲକ ରଘୁନାଥପୁରସ୍ଥିତ ପୈତୃକ ଘର, ଜଜପଶିସ୍ଥିତ ସନଭାଇଙ୍କ ଘର ଏବଂ ଯୋଡ଼ା କାର୍ଯ୍ୟାଳୟରେ ଚାଲୁ ରହିଛି ଚଢ଼ାଉ। ଯୋଡ଼ା ସର୍ବଶିକ୍ଷା ଅଭିଯାନ କାର୍ଯ୍ୟାଳୟରେ ଟେକନିକାଲ କଂସଲଟାଣ୍ଟ ଭାବେ କାର୍ଯ୍ୟରତ କ୍ଷେତ୍ରବାସୀଙ୍କ ନାମରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ପରେ ଏନେଇ କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ଏକ ମାମଲା ଚାଲିଥିଲା। ସ୍ୱତନ୍ତ ଭିଜିଲାନ୍ସ କୋର୍ଟ ପକ୍ଷରୁ ସର୍ଚ୍ଚ ୱାରେଣ୍ଟ ମିଳିବା ପରେ କେନ୍ଦୁଝର ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୪ଟି ସ୍ଥାନରେ ଚଢ଼ଉ ଚାଲିଛି। ତେବେ ଚଢ଼ାଉ ସରିବା ପରେ ସବିଶେଷ ତଥ୍ୟ ମିଳିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।

ସକାଳୁ ସକାଳୁ ଯାଞ୍ଚ ଆରମ୍ଭ ହୋଇଥିବା ବେଳେ ଉଭୟଙ୍କ ମୋଟ ସମ୍ପତ୍ତିର ଆକଳନ କରାଯାଇପାରିନି। ଯାଞ୍ଚ ସରିବା ପରେ ଏ ନେଇ ସବିଶେଷ ତଥ୍ୟ ଦିଆଯିବ ବୋଲି ଭିଜିଲାନ୍ସ ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟରେ କମୁଛି ଏବଂ ବଢ଼ୁଛି କରୋନା ସଂକ୍ରମଣ, ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ହଜାରେ ୪୧ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କମୁଛି ବଢ଼ୁଛି କରୋନା ସଂକ୍ରମଣ। ୬୪ଜଣଙ୍କ ଜୀବନ ନେଇଛି କିଲର କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୬ହଜାର ୫୬୫ରେ ପହଞ୍ଚିଛି। ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡା ଓ ସୋନପୁରରେ ଶୂନ ସଂକ୍ରମଣ ରହିଛି। କ୍ୱାରେଣ୍ଟାଇନରୁ ୬୦୫ ଓ ଲୋକାଲ କେସ୍ ୪୩୬ ରହିଛି। ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧୪ଶହ ୭୫ ଆକ୍ରାନ୍ତ।

ସେପଟେ ଖୋର୍ଦ୍ଧାରୁ ସର୍ବାଧିକ ୩୮୩, କଟକରୁ ୧୩୨, ଜଗତସିଂହପୁର ଓ ଷ୍ଟେଟପୁଲରୁ ୮୧ଜଣ ଲେଖାଏଁ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଅନୁଗୁଳରୁ ୫୭ ଆକ୍ରାନ୍ତ ଚିହ୍ନଟ। ଯାଜପୁରରୁ ୩୬, ପୁରୀରୁ ୩୪, କେନ୍ଦ୍ରାପଡା, ମୟୂରଭଞ୍ଜ, ନୟାଗଡ଼ରୁ ୨୮ଜଣ ଲେଖାଏଁ, ରାୟଗଡ଼ାରୁ ୨୬, ବାଲେଶ୍ୱରରୁ ୨୩, କେନ୍ଦୁଝରରୁ ୧୭, ଭଦ୍ରକରୁ ୧୫, ଗଞ୍ଜାମରୁ ୧୧, ଢେଙ୍କାନାଳରୁ ୧୦, ସମ୍ବଲପୁରରୁ ୯, ଦେବଗଡ଼ରୁ ୭, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଓ ସୁନ୍ଦରଗଡ଼ରୁ ୫ଜଣ ଲେଖାଏଁ, ବରଗଡ଼, ଗଜପତି, ମାଲକାନଗିରିରୁ ୩ଜଣ ଲେଖାଏଁ , ନବରଙ୍ଗପୁର ଓ ନୂଆପଡାରୁ ୨ଜଣ ଲେଖାଏଁ, ବଲାଙ୍ଗୀର ଓ ବୌଦ୍ଧରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ।

ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ୮୮ହଜାର ୯୯୭ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୯ଲକ୍ଷ ୭୧ହଜାର ୩୯୧। ଆକ୍ଟିଭ କେସ୍ ୧୦ହଜାର ୯୮୮।

ବଢ଼ୁଛି ପୋଲିସ ଓ ଆଇନଜୀବୀଙ୍କ ମଧ୍ୟରେ ବିବାଦ, ବନ୍ଦ ରହିବ ଢ଼େଙ୍କାନାଳ କୋର୍ଟ

ଢ଼େଙ୍କାନାଳ: ଆଜିଠୁ ବନ୍ଦ ରହିବ ଢେଙ୍କାନାଳ କୋର୍ଟ। ଓକିଲ ସଂଘ ଓ ପୋଲିସ ମଧ୍ୟରେ ବିବାଦ ଉଗ୍ରରୂପ ନେଇଥିବା ବେଳେ ଆଜି ଠାରୁ କୋର୍ଟ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇଛି। ଏଥିସହ ଟାଉନଥାନା ଆଇଆଇସିଙ୍କ ବିରୋଧରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ଦେବ ସଂଘ। ବାଲେଶ୍ୱରରେ କାର୍ଯ୍ୟରତ ଆଇନଜୀବୀଙ୍କୁ ପୋଲିସ ମାଡ଼ ମାରିବା ଘଟଣାର ପ୍ରତିବାଦ କରି ଅଗଷ୍ଟ ୪ରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲା ଓକିଲ ସଂଘ। ଏହି ସମୟରେ ସୁରକ୍ଷା ଦାୟିତ୍ୱରେ ଥିବା ପୋଲିସ କର୍ମଚାରୀଙ୍କ ସହ ଆଇନଜୀବୀଙ୍କ ଠେଲାପେଲା ହୋଇଥିଲା। ଏନେଇ ଟାଉନଥାନା ଆଇଆଇସି ନମିତା ନାୟକଙ୍କୁ ଓକିଲ ଦୁର୍ବ୍ୟବହାର ନେଇ ଏକ ମାମଲା ରୁଜ୍ଜୁ କରାଯାଇଥିଲା। ଯାହାକୁ ନେଇ ଓକିଲ ସଂଘ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କୋର୍ଟ ବନ୍ଦ ରଖିବା ସହ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛି।

ବିପଦ ହେବନି ତୃତୀୟ ଲହର, ଲୋକଙ୍କ ଶରୀରରେ ଅଧିକ ସୃଷ୍ଟି ହେଉଛି ରୋଗପ୍ରତିରୋଧକ ଶକ୍ତି

ଭୁବନେଶ୍ୱର: ରାଜ୍ୟରେ ଏତେଟା ପ୍ରଭାବ ପକାଇବ ନାହିଁ କରୋନାର ତୃତୀୟ ଲହର। କାରଣ, ଲୋକଙ୍କ ଶରୀରରେ ଅଧିକ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେବାରେ ଲାଗିଛି। ବୟସ୍କଙ୍କ କ୍ଷେତ୍ରରେ ୮୨ ପ୍ରତିଶତ ଓ ଶିଶୁଙ୍କ କ୍ଷେତ୍ରରେ ୫୪ ପ୍ରତିଶତ ଆଣ୍ଟିବଡି ସୃଷ୍ଟି ହୋଇଛି। ଅଧିକାଂଶ ଲୋକଙ୍କ ଶରୀରରେ ହର୍ଡ ଇମ୍ୟୁନିଟି ସୃଷ୍ଟି ହୋଇଥିବାରୁ ରାଜ୍ୟକୁ ତୃତୀୟ ଲହର ଆସିବା ସମ୍ଭାବନା କମ୍ ରହିଛି। ଆଗାମୀ ୩ରୁ ୪ ମାସ ସଚେତନ ରହିଲେ ଆଉ ସଂକ୍ରମଣ ଆସିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ଯଦି ତୃତୀୟ ଲହର ଆସେ ତେବେ ୧୫ ପ୍ରତିଶତ ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏଥିପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମି, ମାନବ ସମ୍ବଳ ଓ ତାଲିମ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର। ଆଗଧାଡ଼ିର ଯୋଦ୍ଧା ଅଙ୍ଗନବାଡ଼ି ଓ ଆଶାକର୍ମୀଙ୍କୁ ତାଲିମ ଦିଆଯାଇଛି। ଏବେ ୬ଟି ବ୍ୟାଚରେ ଶିଶୁ ଚିକିତ୍ସକଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ସେପଟେ ଟିକାକରଣ ଉପରେ ଅଧିକରୁ ଅଧିକ ଫୋକସ୍ କରାଯାଉଛି। ବିଶେଷକରି ଗ୍ରାମାଞ୍ଚଳରେ ବ୍ୟାପକ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର।

ବହୁ ଦିନର ଅପେକ୍ଷା ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଘଟଗାଁ ମା’ ତାରିଣୀଙ୍କ ମନ୍ଦିର

କେନ୍ଦୁଝର: ବହୁ ଦିନର ଅପେକ୍ଷା ପରେ ଆଜି ଖୋଲିଲା ଘଟଗାଁ ମା ତାରିଣୀ ମନ୍ଦିର। କଟକଣା ମଧ୍ୟ୍ୟରେ ମନ୍ଦିର ଖୋଲିବା ପାଇଁ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିତ ଗାଇଡ ଲାଇନ ଜାରି କାରାଯାଇଛି। ମନ୍ଦିରକୁ ଯାଉଥିବା ସମସ୍ତ ଭକ୍ତ ମାସ୍କ ପରିଧାନ କରିବା ବାଧ୍ୟତାମୂଳକ କରାଯାଇଛି। ଦୁଇଟି ପର୍ଯ୍ୟାୟରେ ସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ। ପ୍ରଥମେ ସକାଳ ୭ଟା ୩୦ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ଟା ୩୦ ପର୍ପ୍ୟନ୍ତ। ଦ୍ୱିତୀୟଟି ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମା ତାରିଣୀଙ୍କ ଦର୍ଶନ କରିବେ ଭକ୍ତ। ଦୂରତା ରକ୍ଷା କରି ବ୍ୟାରିକେଡ୍‌ରେ ଧାଡି ହୋଇ ପ୍ରବେଶ କରି ମୁଖଶାଳା ଦେଇ ମନ୍ଦିର ମଧ୍ୟକୁ ପ୍ରବେଶ କରିବେ ଶ୍ରଦ୍ଧାଳୁ। ମନ୍ଦିର ବେଢା ମଧ୍ୟରେ ୨୫ରୁ ୩୦ ଜଣ ଭକ୍ତ ଦର୍ଶନ କରିପାରିବେ। ମନ୍ଦିର ମଧ୍ୟରେ କୌଣସି ଭୋଗ ଲାଗି କରାଯିବ ନାହିଁ। କେବଳ ଭକ୍ତମାନେ ମା’ ଙ୍କ ଦର୍ଶନ କରିପାରିବେ।  ମନ୍ଦିରକୁ ୧୦ ବର୍ଷରୁ କମ୍ ବୟସର ପିଲା ପ୍ରବେଶ କରି ପାରିବେ ନାହିଁ।  କୌଣସି ଭକ୍ତଙ୍କୁ ଚୂଳ ସମର୍ପଣ କରିବା ନିମନ୍ତେ ପ୍ରବେଶ ଅନୁମତି ଦିଆଯିବ ନାହିଁ। ଦୈନନ୍ଦିନ ଅନ୍ନପ୍ରସାଦ ବିକ୍ରି କିମ୍ବା ଭୋଗ ପାର୍ସଲ ପରବର୍ତୀ ନିର୍ଦ୍ଦେଶାନାମା ପର୍ଯ୍ୟନ୍ତ ବନ୍ଦ ରହିବ। ଏହାସହ ଆସନ୍ତା ୧୬ ତାରିଖରେ ଶ୍ରାବଣ ମାସ ସୋମବାର ପଡ଼ୁଥିବାରୁ ମନ୍ଦିର ପରିଷରରେ ଥିବା ଶିବ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବ।

ପ୍ରଥମ ପର୍ଯ୍ୟାୟରେ ୩୨ ଟନ୍ କୋରାପୁଟ କଫି କିଣିଲା ଟାଟା କଫି: ଅଧିକ ଦାମ୍‌ରେ କଫି ବିିକି ଚାଷୀ ଖୁସ୍

ଜୟପୁର: ବିଶ୍ୱର ଦାମୀ କଫି ଲୁୱକ ନାଁ ଶୁଣିଥିବେ, ହେଲେ ଏବେ ଦିୱାନା କରିବ କୋରାଫୁଟ କଫି । ବିଶ୍ୱବଜାରରେ କୋରାପୁଟ କଫି ବିକିବ ଟାଟା । ପ୍ରଥମ ପର୍ଯ୍ୟାୟରେ କମ୍ପାନୀ ଚାଷୀଙ୍କଠାରୁ ୩୨ ଟନ କଫି କିଣିଛି । କୋରାପୁଟ କଫିର ଗୁଣାତ୍ମକ ମାନ ଉକୃଷ୍ଟ ଥିବାରୁ ବିଶ୍ୱ ବଜାରରେ ବେଶ ଚାହିଦା ରହିଛି । ହେଲେ ବଜାର ଅଭାବରୁ କଫି ଚାଷୀ ଉଚିତ ମୂଲ୍ୟ ପାଉନଥିଲେ । ଏବେ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଟାଟାକୁ କଫି ମଞ୍ଜି ବିକ୍ରି କରି ଚାଷୀ ବେଶ ଉତ୍ସାହିତ ଅଛନ୍ତି ।

ସେପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଫି ଚାଷୀଙ୍କୁ ପ୍ରଶଂସା କରିବା ସହ ଏହା ଆଦିବାସୀଙ୍କ ଜୀବନ ଜୀବିକାକୁ ଉନ୍ନତ କରିବ ବୋଲି କହିଛନ୍ତି । ପରିଶ୍ରମକୁ ମିଳିଲା ଉଚିତ ମୂଲ୍ୟ । କୋରପୁଟ କଫି କିଣିଲା ଟାଟା କମ୍ପାନୀ । ଅନୁକୂଳ ପରିବେଶ, ଅର୍ଗାନିକ ପଦ୍ଧତିରେ ଚାଷ । ବିଶ୍ୱ ବଜାରରେ କରିବ କମାଲ । କୋରାପୁଟ କଫିର ଗୁଣବତ୍ତା ହିଁ ଟାଟା ଭଳି କମ୍ପାନୀକୁ ଆକୃଷ୍ଟ କରିଛି । ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ କୋରାପୁଟ କଫି ଚାଷୀଙ୍କ ଠାରୁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୨ ଟନ କଫି କିଣି ଟାଟା । ପୂର୍ବରୁ ଦଲାଲ ମାନଙ୍କୁ କଫି ମଞ୍ଜି ମାତ୍ର ୨ଶହ ଟଙ୍କାରେ ବିକ୍ରି କରୁଥିଲେ ଚାଷୀ । ଏବେ ଟିଡିସିସିଓଏଲର ପ୍ରୟାସରେ କେଜି ପ୍ରତି ୨୩୦ ଟଙ୍କାରେ ଟାଟା କମ୍ପାନୀକୁ ବିକ୍ରି କରିଛନ୍ତି ।

Image

ତେବେ ପରିଶ୍ରମର ଉଚିତ ମୂଲ୍ୟ ପାଇଥିବାରୁ ଖୁସିବ୍ୟକ୍ତ କରିବା ସହ କଫି ଚାଷ ପାଇଁ ଏହା ଆଦିବାସୀଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି କଫି ଚାଷୀ । ସେପଟେ କୋରପୁଟ କଫି ପାଇଁ ଏବେ ବିଶ୍ୱବଜାରର ଦ୍ୱାରା ଉନ୍ମୁକ୍ତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇବା ସହ କସମପଦରର କଫି ଚାଷୀ ସୁଲୋଚନା ଖରାଙ୍କୁ ପ୍ରଂଶସା କରିଛନ୍ତି । କୋରପୁଟରେ କଫି ଉତ୍ପାଦନ ବଢାଇବାକୁ ଅତ୍ୟାଧୁନିକ ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ପାଇଁ ପ୍ରସ୍ତାବ ରହିଛି । ଟିଡିସିସିଓଏଲ ପକ୍ଷରୁ ୨ ଟନ କଫି ପ୍ରକ୍ରିୟାକରଣ କରାଯାଇ କୋରାପୁଟ କଫି ବ୍ରାଣ୍ଡ ନାଁରେ ବିକ୍ରିକରାଯାଇଛି । ଆଗକୁ କଫିର ବଜାରୀକରଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଥିବା କହିଛନ୍ତି ଜିଲ୍ଲାପାଳ । ସେପଟେ ରାଜ୍ୟ ସରକାରଙ୍କୁ ପକ୍ଷରୁ କଫି ଉତ୍ପାଦନକାରୀଙ୍କୁ ଦକ୍ଷତା ବୃଦ୍ଧି ତାଲିମ ଦିଆଯାଇଛି । ୨୦୨୧-୨୨ ବର୍ଷରେ ଅଧିକ ୮୦ ହେକ୍ଟର ଜମିରେ କଫି ଉତ୍ପାଦନ ପାଇଁ ଲକ୍ଷ୍ୟ ରହିଛି।  କୋରାପୁଟ ଜିଲ୍ଲାର ଶୀତଳ ଜଳବାୟୁ କଫି ଚାଷ ପାଇଁ ବେଶ ଅନୂକୁଳ । ହେଲେ ବଜାର ଅଭାବରୁ ଉତ୍ପାଦିତ କଫି କର୍ଣ୍ଣାଟକ ଓ ଆନ୍ଧ୍ରକୁ ରପ୍ତାନି ପରେ ସେଠାରେ ବ୍ରାଣ୍ଡିଂ ହୋଇ ବଜାରକୁ ଆସୁଥିଲା । ଏବେ କଫିଚାଷୀଙ୍କ ଖୁସିର ଦିନ ଆସିଛି । ପରିଶ୍ରମର ମୂଲ୍ୟ ମିଳିବା ସହ ସ୍ୱତନ୍ତ୍ର ପରିଚୟ ବି ସୃଷ୍ଟି ହୋଇଛି ।

ଏଥିସହିତ ପଢ଼ନ୍ତୁ: ଏଣକି ଟାଟା କମ୍ପାନୀ ବିକ୍ରି କରିିବ କୋରାପୁଟ କଫି: ବଜାୟ ରହିବ ସ୍ୱତନ୍ତ୍ରତା,ବଢ଼ିବ ଚାହିଦା