spot_img
Home Blog Page 534

ଆଣ୍ଡାମାନ ଓ ନିକୋବରରେ ଭୂମିକମ୍ପ, ଭୟଭୀତ ଲୋକେ

ନନ୍ଦିଘୋଷ ବ୍ୟୁରୋ : ଆଜି ସକାଳେ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜରେ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ୬.୨ ତିବ୍ରତା ଭୂମିକମ୍ପ ହୋଇଛି । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁଯାୟୀ, ଭୂମିକମ୍ପ ୧୦ କିଲୋମିଟର ଗଭୀରତାରେ ହୋଇଥିଲା। ବର୍ତ୍ତମାନ କୌଣସି କ୍ଷୟକ୍ଷତି କିମ୍ବା ମୃତାହତର ଖବର ନାହିଁ।

ଭୋର ସମୟରେ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ, ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ 6 ରୁ ଅଧିକ ଥିଲା। ଏହି ଶକ୍ତିଶାଳୀ ଭୂମିକମ୍ପରେ କୌଣସି ଜୀବନ କିମ୍ବା ସମ୍ପତ୍ତିର କ୍ଷତି ହୋଇନାହିଁ। ତଥାପି ଏହି ଭୂମିକମ୍ପ ଲୋକମାନଙ୍କୁ ଭୟଭୀତ କରିଛି।

ଆଣ୍ଡାମାନ ସାଗର ଓ ଏହାର ଆଖପାଖରେ ଥିବା ଦ୍ୱୀପପୁଞ୍ଜକୁ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ ବୋଲି ବିବେଚନା କରାଯାଏ। ଏଠାକାର ଲୋକମାନେ ପ୍ରାୟତଃ ଭୂମିକମ୍ପ କମ୍ପନ ଅନୁଭବ କରନ୍ତି। ଜୁଲାଇ ମାସରେ ଦେଶର ଅନେକ ସ୍ଥାନରେ ଭୂମିକମ୍ପ କମ୍ପନ ଅନୁଭୂତ ହୋଇଛି। କେବଳ ଦେଶର ରାଜଧାନୀ ଦିଲ୍ଲୀରେ ଜୁଲାଇ ମାସରେ ତିନିଥର ଭୂମିକମ୍ପ କମ୍ପନ ଅନୁଭୂତ ହୋଇଛି।

ଚୀନର ରାଜଧାନୀ ବେଜିଂରେ ବନ୍ୟା, ୩୦ ଜଣଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ ; ଚୀନର ରାଜଧାନୀ ବେଜିଂରେ ବନ୍ୟା । ବେଜିଂର ଉତ୍ତର ଅଞ୍ଚଳରେ କିଛି ଦିନ ଧରି ପ୍ରବଳ ବର୍ଷା ହେବା ଫଳରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ଚୀନର ଗଣମାଧ୍ୟମ ଅନୁଯାୟୀ, ଅତି କମରେ 8୦ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ରାସ୍ତା ଖଣାପ ହେବା ସହ ବିତ୍ୟୁତ ତାର ଛିଣ୍ଡି ଯାଇଛି । ନିଖୋଜ ଲୋକଙ୍କୁ ଖୋଜିବା ଓ ଉଦ୍ଧାର କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିବାକୁ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ବେଜିଂର ସବୁଠାରୁ ଅଧିକ ପ୍ରଭାବିତ ମିୟୁନ୍ ଜିଲ୍ଲାରେ ୨୮ ଜଣ ଓ ୟାନକିଙ୍ଗରେ ଦୁଇଜଣଙ୍କ ମୃତ୍ୟୁ ଘଟିଛି। ରାତିସାରା ଚୀନ୍ ରାଜଧାନୀରେ ପ୍ରବଳ ବର୍ଷା ହୋଇଥିଲା। ସୋମବାର ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ଏବଂ ବନ୍ୟାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି, ଯେତେବେଳେ ଅନ୍ୟ ଆଠ ଜଣ ନିଖୋଜ ଅଛନ୍ତି। ହେବେଇ ପ୍ରଦେଶରେ ଭୂସ୍ଖଳନରେ ଲୋକମାନେ ଫସି ରହିଛନ୍ତି।

ଲୁଆନପିଙ୍ଗ କାଉଣ୍ଟି ସୀମାନ୍ତବର୍ତ୍ତୀ ମିୟୁନ୍ ଜିଲ୍ଲାରେ ପ୍ରବଳ ବନ୍ୟା ଆସି କାରଗୁଡ଼ିକୁ ଭାସି ଯାଇଛି  । ବିଦ୍ୟୁତ୍ ଖୁଣ୍ଟ ଭାଙ୍ଗି ଦେଇଛି। କେନ୍ଦ୍ରୀୟ ବେଜିଂରୁ ପ୍ରାୟ ୧୦୦କିଲୋମିଟର ଉତ୍ତର-ପୂର୍ବରେ ଥିବା ତାଇସିଟୁନ୍ ସହରର ରାସ୍ତା ପାଣିରେ ବୁଡ଼ି ଯାଇଛି ।

ସୋମବାର ରାତି ୮ଟାରେ ବେଜିଂ କର୍ତ୍ତୃପକ୍ଷ ଲୋକଙ୍କୁ ଘର ଭିତରେ ରହିବା, ସ୍କୁଲ ବନ୍ଦ କରିବା, ନିର୍ମାଣ କାର୍ଯ୍ୟ ସ୍ଥଗିତ ରଖିବା ଓ ବାହ୍ୟ ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କାର୍ଯ୍ୟକଳାପ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ଦୁଇ ଦିନ ବର୍ଷା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ବର : ଆହୁରି ଦୁଇ ଦିନ ଓଡ଼ିଶାରେ ବର୍ଷା । ଭିଜିବ ଉତ୍ତର, ପଶ୍ଚିମ ଏବଂ ଉପକୂଳ ଓଡ଼ିଶା । ଆଜି ପାଇଁ ୨୦  ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ କେନ୍ଦ୍ର । ତେବେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର,  ମୟୂରଭଂଜ, କେନ୍ଦୁଝର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତିକୁ ୟେଲୋ ଆଲର୍ଟ ଥିବା ବେଳେ ,ଏହିସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହ ପ୍ରବଳ ବର୍ଷା ହେବାର ଆକଳନ କରିଛି ଆଂଚଳିକ ପାଣିପାଗ ବିଭାଗ I

ଏମ୍ସରେ ମହିଳା ଆଟେଣ୍ଡାଣ୍ଟଙ୍କୁ ଅସଦାଚରଣ ଘଟଣା, ଅଭିଯୁକ୍ତ ନର୍ସିଂ ଅଫିସର ଗିରଫ

ଭୁବନେଶ୍ବର : ଭୁବନେଶ୍ବର ଏମ୍ସରେ ହସ୍ପିଟାଲରେ ନର୍ସିଂ ଅଫିସର ଅସଦାଚରଣ ଘଟଣା। ଅଭିଯୁକ୍ତ ନର୍ସିଂ ଅଫିସରକୁ ଗିରଫ କଲା ପୋଲିସ। ଅଭିଯୋଗକୁ ନେଇ ଖଣ୍ଡଗିରି ପୋଲିସ ନର୍ସିଂ ଅଫିସରକୁ ଗିରଫ କରିଛି। ନର୍ସିଂ ଅଫିସର ହେଲେ ନାନୁରାମ ଚୌଧୁରୀ।  ଏମ୍ସରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଯୁବତୀଙ୍କୁ ନର୍ସିଂ ଅଫିସର ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା I ଅଭିଯୁକ୍ତ ଗିରଫ ଦାବିରେ ଖଣ୍ଡଗିରି ଥାନାରେ ଲିଖିତ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଲେ ଠିକା କର୍ମଚାରୀ ସଂଘ I ସବୁ କାମ ବନ୍ଦ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଥିଲେ I ରବିବାର ରାତିରେ ପୀଡିତା ଡିୟୁଟିରେ ଥିବାବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ରୁମ୍ ରେ ଭିତରୁ କବାଟ ବନ୍ଦ କରି ଅସଦାଚରଣ କରିଥିବା ଅଭିଯୋଗ କରିଥିଲେ ପୀଡିତା I ଜୀବନ ବିକଳରେ କବାଟ ଖୋଲି ପଳେଇ ଆସିଲେ ଯୁବତୀI ଗତକାଲି ସକାଳୁ ଅଭିଯୋଗ ଆଣିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ଏମ୍ସ I ଶେଷରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ତେବେ ପୋଲିସ କାର୍ଯ୍ଯାନୁଷ୍ଠାନ ନନେବାରୁ ଧାରଣା ଦେଇଥିଲେ କର୍ମଚାରୀ I ଶେଷରେ ପୋଲିସ ଅଭିଯୁକ୍ତ ନର୍ସିଂ ଅଫିସରକୁ ଗିରଫ କରିଛି।

ଉଡ଼ାନ ଯୋଜନାରେ ଓଡ଼ିଶା ପାଇଁ କଣ ? ରାଜ୍ୟସଭାରେ ବିଜେଡି ସାଂସଦ ମାନସ ମଙ୍ଗରାଜଙ୍କ ଅଣତାରକା ପ୍ରଶ୍ନ

ନନ୍ଦିଘୋଷ ବ୍ୟୁରୋ : ଆଞ୍ଚଳିକ ଯୋଗାଯୋଗ ଯୋଜନା ବା ଉଡାନ ଯୋଜନାରେ ରାଜ୍ୟର ୩୨ଟି ରୁଟରେ ବିମାନ ସେବା ଚାଲିଛି। ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜଙ୍କ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ମୁରଲୀଧର ମୋହଲ ଏହି ସୂଚନା ଦେଇଛନ୍ତି। ଓଡିଶା ଓ ଉତ୍ତର ପୂର୍ବାଞ୍ଚଳ ପାଇଁ ଉଡାନ ଯୋଜନାରେ କେତେ ନୂଆ ଆକାଶ ପଥ ଚିହ୍ନଟ କରାଯାଇଛି ବୋଲି ସାଂସଦ ମାନସ ମଙ୍ଗରାଜ ପ୍ରଶ୍ନ କରିଥିଲେ। ଏଥିସହିତ ଉଡାନ ଯୋଜନାରେ ଦିଆଯାଉଥିବା ବଜେଟ ସହାୟତା ଏବଂ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଥିବା ଏୟାରଷ୍ଟ୍ରିପର ଉନ୍ନତିକରଣ ନେଇ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ସେ ଜାଣିବାକୁ ଚାହିଁଥିଲେ।

ଏହାର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ରାଜ୍ୟମାନଙ୍କ ଆବଶ୍ୟକତା ଦୃଷ୍ଟିରେ ରଖି ଉଡାନ ଯୋଜନାରେ ନୂଆ ନୂଆ ଅଞ୍ଚଳକୁ ବିମାନ ସେବାରେ ଯୋଡା ଯାଇଥାଏ। ରାଜ୍ୟମାନଙ୍କ ଆବଶ୍ୟକତା ଓ ଆଗ୍ରହୀ ଏୟାର ଲାଇନ୍ସର ପ୍ରସ୍ତାବକୁ ବିଚାର କରି କେନ୍ଦ୍ର ସରକାର ଏହାକୁ ମଂଜୁରୀ ଦେଇଥାନ୍ତି। ଓଡିଶାରେ ଏବେ ୩୨ଟି ଏବଂ ଉତ୍ତର ପୂର୍ବାଞ୍ଚଳରେ ୯୦ଟି ରୁଟକୁ ମଂଜୁରୀ ଦିଆଯାଇଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଉଡାନ ଯୋଜନାରେ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏହି ଯୋଜନାରେ ଟାୟାର-ଟୁ ଓ ଟାୟାର-ଥ୍ରୀ ସହରରେ ବିମାନ ସେବା ବୃଦ୍ଧି କରାଯିବା ସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ମଧ୍ୟ ଯୋଡା ଯାଇଥାଏ। ସୁଲଭ ମୂଲ୍ୟରେ ବିମାନ ସେବା ଯୋଗାଇଦେବାକୁ କେନ୍ଦ୍ର ସରକାର ଏୟାର ଲାଇନ୍ସକୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦେଇଥାନ୍ତି। ଏଥିସହିତ ଡିଜିସିଏ ଯାତ୍ରୀଙ୍କ ସୁରକ୍ଷାକୁ ମଧ୍ୟ ସୁନିଶ୍ଚିତ କରିଥାଏ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ପୁଣି ଲଜ୍ଜା, ଭୁବନେଶ୍ବର ଏମ୍ସରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ବର ଏମ୍ସରେ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ । ଏମ୍ସରେ ଆଟେଣ୍ଡାଣ୍ଟ ଭାବରେ କାର୍ଯ୍ୟରତ ଯୁବତୀଙ୍କୁ ଅସଦାଚରଣ ନର୍ସିଂ ଷ୍ଟାଫ ଅସଦାଚରଣ କରିଥିବା ଅଭିଯୋଗ ଆଣିଛନ୍ତି । ଅଭିଯୁକ୍ତର ଗିରଫ ଦାବିରେ ଖଣ୍ଡଗିରି ଥାନାରେ ସକାଳୁ ଲିଖିତ ଅଭିଯୋଗ ପରେ ବି ପୋଲିସ କୌଣସି ପଦକ୍ଷେପ ନ ନେବାରୁ ଆନ୍ଦୋଳନକୁ ଓହ୍ଲାଇଛି ଠିକା କର୍ମଚାରୀ ସଂଘ  । ସବୁ କାମ ବନ୍ଦ କରି ଏମ୍ସ ହସ୍ପିଟାଲ ସମ୍ମୁଖରେ ଧାରଣା ଦେଇଛନ୍ତି  ।

ଗତକାଲି ରାତିରେ ପୀଡିତା ଡିୟୁଟିରେ ଥିବାବେଳେ ଅଭିଯୁକ୍ତ ନର୍ସିଂ ଷ୍ଟାଫ ରୁମ୍ ରେ ଭିତରୁ କବାଟ ବନ୍ଦ କରି ଅସଦାଚରଣ କରିଥିବା ଅଭିଯୋଗ କରିଛନ୍ତି ପୀଡିତା  । ଜୀବନ ବିକଳରେ କବାଟ ଖୋଲି ପଳେଇ ଆସିଲେ ଯୁବତୀ   । ଆଜି ସକାଳୁ ଅଭିଯୋଗ ଆଣିବା ପରେ ବି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ ଏମ୍ସ । ଶେଷରେ ଖଣ୍ଡଗିରି ଥାନାର ଦ୍ବାରସ୍ଥ ପରେ ବି ପୋଲିସ କାର୍ଯ୍ଯାନୁଷ୍ଠାନ ନନେବାରୁ ଧାରଣା ଦେଇଛନ୍ତି ଠିକା କର୍ମଚାରୀ  । ପୀଡିତା ଙ୍କୁ ନ୍ୟାୟ ନମିଳିବା ଯାଏ ଏମର୍ଜେନ୍ସି ବିଭାଗକୁ ଛାଡି ଏମ୍ସରେ ସମସ୍ତ କାମ ବନ୍ଦ ସହ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେବେ ବୋଲି ଠିକା କର୍ମଚାରୀ ଚେତାବନୀ ଦେଇଛନ୍ତି  ।

‘ଶୁଣାଣି ହେଉଛି, ସମାଧାନ ହେଉନି’ ; ବାରମ୍ବାର ଦୌଡ଼ି ଲୋକେ ହନ୍ତସନ୍ତ

ନନ୍ଦିଘୋଷ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶୁଣାଣି ହେଉଛି, ହେଲେ ସମାଧାନ ହେଉନାହିଁ। ଲୋକଙ୍କ ଅଭିଯୋଗ ସମାଧାନ ନହେବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଗୋଟିଏ ଅଭିଯୋଗ ନେଇ ବାରମ୍ବାର ଦୌଡୁଥିଲେ ମଧ୍ୟ ସମାଧାନର ବାଟ ବାହାରୁନାହିଁ। ଅନ୍ୟପଟେ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କ୍ଷୋଭ, ସରକାର ତାଙ୍କ କଥା ଶୁଣୁନାହାନ୍ତି। ବାରମ୍ବାର ଅଭିଯୋଗ କଲା ପରେବି କାମ କିଛି ହେଉନାହିଁ। ଗଞ୍ଜାମ ଜିଲ୍ଲା ଢୁଙ୍କାପଡ଼ା ପଞ୍ଚାୟତ ସାରା ଦେଶରେ ଆଦର୍ଶ ପଞ୍ଚାୟତର ମାନ୍ୟତା ପାଇଥିଲା। ଜଳସେଚନ, କିର୍ତ୍ତୀରାଜିର ରକ୍ଷଣାବେକ୍ଷଣ, ପରିବେଶ ସୁରକ୍ଷା ପାଇଁ ଶ୍ରେଷ୍ଠ ସରପଞ୍ଚ ଭାବେ ପୁରସ୍କୃତ ହୋଇଥିଲେ ଆରତୀ ଦେବୀ। ହେଲେ ପଞ୍ଚାୟତର ବିକାଶ ପାଇଁ ଏବେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ସ୍ମାରକପତ୍ର।ପୂର୍ବରୁ ସମସ୍ଯାର ସମାଧାନ ନେଇ ଜିଲ୍ଲାପାଳ ଅବଗତ ଥିଲେ ବି ଏପର୍ଯ୍ୟନ୍ତ କୌଣସି ପ୍ରତିବିଧାନ ହୋଇନଥିବା ଆରତୀ ଅଭିଯୋଗ କରିଛନ୍ତି ।

ଅଭିଯୋଗର ସମାଧାନ ହେଉଛି ବୋଲି ସରକାର କହୁଥିବାବେଳ ବାସ୍ତବତା ଭିନ୍ନ। ଅଭିଯୋଗ ପ୍ରକୋଷ୍ଠକୁ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଛନ୍ତି ନ୍ୟାୟ ପାଇବା ଆଶାରେ। ହେଲେ ଅନେକ ହତାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି। ଏପଟେ ପରିବହନ ମନ୍ତ୍ରୀ କହିଛନ୍ତି, ୯୧ ପ୍ରତିଶତ ଅଭିଯୋଗର ସମାଧାନ ହୋଇଛି। ଚିକିତ୍ସା ପାଇଁ ୪୮ଜଣଙ୍କୁ ୫୩ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସହାୟତା ଦିଆଯାଇଛି। ଆଗକୁ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଜାଗାରେ ବି ଶୁଣାଣି ହେବ।

 

ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ; କାହିଁକି ବିଳମ୍ବ ହେଉଛି ଅଧିବେଶନ ?

ନନ୍ଦିଘୋଷ ବ୍ୟୁରୋ : ତେଜିଲା ମୌସୁମୀ ଅଧିବେଶନ ପଲିଟିକ୍ସ । କାହିଁକି ବିଳମ୍ବ ହେଉଛି କି ଅଧିବେଶନ ? ବିଜେଡିର କଟାକ୍ଷ- ଶୀତରେ ହେବ ମୌସୁମୀ ଅଧିବେଶନ । କଂଗ୍ରେସ କହିଲା ବିଧାନସଭାକୁ ଡରୁଛି ଶାସକ ଦଳ । ବର୍ଷା ସାରିବାକୁ ବସିଲାଣି, ହେଲେ ମୌସୁମୀ ଅଧିବେଶନ ଡକାଯାଉନି । ରାଜ୍ୟରେ ମାଳମାଳ ସମସ୍ୟା। ଲୋକେ ହେଉଛନ୍ତି ହଇରାଣ । ଆଲୋଚନା କରିବାକୁ ସରକାରୀ ଫୋରମ ନାହିଁ । ମହିଳା ଅସଦାଚରଣ, ନିର୍ଯାତନା, ଦୁଷ୍କର୍ମ, ପିଲାବିକ୍ରି, ଧାନକିଣା ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ବନ୍ୟା ଭଳି ଅନେକ ସମସ୍ୟାରେ ଛଟପଟ ରାଜ୍ୟ। ଜନପ୍ରତିନିଧିମାନେ ନିଜ ଅଞ୍ଚଳ ଓ ରାଜ୍ୟର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପାଇଁ ବିଧାନସଭା ହିଁ ପ୍ରକୃଷ୍ଟ କ୍ଷେତ୍ର। ହେଲେ ସରକାର ବିଧାନସଭା ଅଧିବେଶନ ଡାକୁନାହାଁନ୍ତି । ସାମ୍ବିଧାନିକ ସଂସ୍ଥାର ଦ୍ବାର ବି ସରକାର ବନ୍ଦ କରିଦେଉଛନ୍ତି। ସରକାରଙ୍କ ସଫଳତା ଓ ବିଫଳତାର ରିପୋର୍ଟ କେଉଁଠି ଆଲୋଚନା ହେବ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି ।

ମୌସୁମୀ ଅଧିବେଶନ ବିଳମ୍ବ ନେଇ ମୁଖ୍ୟ ବିରୋଧୀ ଦଳ ବିଜେଡି ସହ ସ୍ବର ମିଳାଇଛି କଂଗ୍ରେସ । ରାଜ୍ୟ ସରକାର ବିଧାନସଭାକୁ ଡରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ସବୁ କ୍ଷେତ୍ରରେ ସରକାର ଫେଲ ମାରିଥିବାରୁ ବିଧାନସଭାରେ ବିରୋଧୀଙ୍କୁ ସାମ୍ନା କରିବାକୁ ସାହସ ଜୁଟାଇ ପାରୁନି ସରକାରୀ ଦଳ । ସେପଟେ ଅଭିଯୋଗକୁ ମାନିବାକୁ ନାରାଜ ବିଜେପି । ଦଳ କହିଛି- ଖୁବଶୀଘ୍ର ବିଧାନସଭା ଅଧିବେଶନ ଡକାଯିବ । ବାଲେଶ୍ବର, ବଳଙ୍ଗା ଆଦି ଘଟଣା ସମ୍ପର୍କରେ ଆଲୋଚନା ହେବ ।

ଲୋକସଭାରେ ଅପରେସନ ସିନ୍ଦୂର ଘମାସାନ; ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ : ଶହେ ଆତଙ୍କୀ ନିପାତ,୯ ଶିବିର ଧ୍ଵଂସ

ନନ୍ଦିଘୋଷ ବ୍ୟୁରୋ : ଅପରେସନ ସିନ୍ଦୂରରେ ଶହେରୁ ଅଧିକ ଆତଙ୍କୀ ହୋଇଛନ୍ତି ନିପାତ। ୯ ଆତଙ୍କୀ ଠିକଣାକୁ କରାଯାଇଥିଲା ଟାର୍ଗେଟ। ୨୨ ମିନଟ ମଧ୍ୟରେ ସରିଥିଲା ଅପରେସନ ସିନ୍ଦୂର। ଲୋକସଭାରେ ଅପରସେନ ସିନ୍ଦୂର ସମ୍ପର୍କରେ ସ୍ବତନ୍ତ୍ର ଆଲୋଚନା ବେଳେ ଏହା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି ୭ ମେ ୨୦୨୫ରେ ଆରମ୍ଭ ହୋଇଥିଲା ଅପରେସନ। ୟୁଏଭି ଜରିଆରେ ବାୟୁସେନା କରିଥିଲା ହମଲା। ଡ୍ରୋନ, ବିମାନ, ଦୂରଗାମୀ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିଲା ପାକିସ୍ତାନ। ହେଲେ ପାକିସ୍ତାନର ସମସ୍ତ ଆକ୍ରମଣକୁ ପ୍ରତିହତ କରିଥିଲା ଭାରତ। ଭାରତର କୌଣସି ଟାର୍ଗେଟକୁ କ୍ଷତି କରିପାରି ନଥିଲା ପାକିସ୍ତାନ। ଏସ-୪୦୦ ଏୟାର ଡିଫେନ୍ସ ଯୋଗୁ ଭାରତକୁ ମିଳିଥିଲା ସଫଳତା। ସାରା ବିଶ୍ବ ଦେଖିଥିଲା ଭାରତୀୟ ବାୟୁସେନାର ତାକତ। ଅପରେସନ ସିନ୍ଦୂରର ଲକ୍ଷ୍ୟ ଥିଲା ଆତଙ୍କୀ ନିପାତ। କାହାର ସୀମା ଦଖଲ କରିବା ଭାରତର ନଥିଲା ଉଦ୍ଦେଶ୍ୟ। ପାକିସ୍ତାନର ଆତଙ୍କୀ ଭିତ୍ତିଭୂମିକୁ ନଷ୍ଟ କରିବା ଥିଲା ଭାରତର ଲକ୍ଷ୍ୟ। ଅପରେସନ ସିନ୍ଦୂର ସ୍ଥଗିତ ରହିଛି, ଶେଷ ହୋଇନାହିଁ ବୋଲି କହିଥିଲେ ରାଜନାଥ।

ସେପଟେ ପ୍ରତିରକ୍ଷା ମନ୍ତ୍ରୀଙ୍କ ପ୍ରାରମ୍ଭିକ ବିବୃତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। କଂଗ୍ରେସ ସାଂସଦ ଗୌରବ ଗୋଗଇ ଅଭିଯୋଗ କରିଛନ୍ତି- ଅପରେସନ ସିନ୍ଦୂର ଚାଲିଥିବାବେଳେ ପାକିସ୍ତାନକୁ ଚୀନ ସବୁ ପ୍ରକାରର ସାମରିକ ସହଯୋଗ ଯୋଗାଉଥିଲା। ପ୍ରତିରକ୍ଷା ମନ୍ତ୍ରୀଙ୍କ ଉତ୍ତରରେ ଚୀନ କଥା ପଦୁଟିଏ ବି ଉଲ୍ଲେଖ ନାହିଁ। ସରକାର ଏକଥା ବି କହୁଛନ୍ତି ଅପରେସନ ସିନ୍ଦୂରର ଉଦ୍ଦେଶ୍ୟ ଥିଲା କେବଳ ଆତଙ୍କୀ ଶିବିରକୁ ଧ୍ବଂସ କରିବା। ଦୀର୍ଘ ୨୦ ବର୍ଷ ଧରି ପାକିସ୍ତାନ ଭାରତର ମାଟି ଉପରେ ବର୍ବରୋଚିତ ଆକ୍ରମଣ କରି ଚାଲିଛି। କାହିଁକି ଯୁଦ୍ଧ ହେଲା ନାହିଁ? ପାକ୍ ଅଧିକୃତ କାଶ୍ମୀର ଆଉ କେତେ ଦିନ ପାକିସ୍ତାନ ଅଧୀନରେ ରହିବ ବୋଲି ସେ ପ୍ରଶ୍ନ କରିଛନ୍ତି।

ଅନ୍ୟପଟେେ ପହଲଗାଁଓ ଆକ୍ରମଣର ମାଷ୍ଟରମାଇଣ୍ଡ ଖତମ୍। ଅପରେସନ ମହାଦେବରେ ନିହତ ହୋଇଛନ୍ତି ୩ ଆତଙ୍କବାଦୀ । ସେମାନଙ୍କ ମଧ୍ୟରେ ରହିଛି ପହଲଗାଁଓ ଆକ୍ରମଣର ମୁଖ୍ୟ ଷଡ଼ଯନ୍ତ୍ରକାରୀ ହାସିମ ମୁସା । ଶ୍ରୀନଗରରେ ହୋଇଥିବା ଏନକାଉଣ୍ଟରରେ ସେମାନଙ୍କ ମୃତ୍ୟୁ ହୋଇଛି। ଆର୍ମିର ଅପରେସନ ବେଳେ ସେମାନେ ନିହତ ହୋଇଛନ୍ତି। ଆତଙ୍କବାଦୀମାନେ ଲୁଚି ଥିବା ଖବର ପାଇବା ପରେ ସେନା, ସିଆରପିଏଫ୍ ଓ ପୋଲିସ ପକ୍ଷରୁ ଅପରେସନ କରାଯାଇଥିଲା। ଏଥିରେ ୩ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ପହଲଗାଁଓରେ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିଚାଳନାରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା। ସଂପୃକ୍ତ ଆତଙ୍କବାଦୀଙ୍କୁ ଏବେ ମିଳିଛି ସଜା। ଆତଙ୍କୀଙ୍କ ନିକଟରୁ ୨ଟି ଏକେ ଧରଣର ରାଇଫଲ, ଗୋଟିଏ ଏମ୪ କାର୍ବାଇନ, ୧୭ଟି ବ୍ୟାରେଲ ଗ୍ରେନେଡ, ବିଭିନ୍ନ ସାମଗ୍ରୀ ଆଦି ଜବତ ହୋଇଛି।

 

ମୃତ୍ୟୁ ପୂର୍ବରୁ ମହିଳା ପ୍ରଂଶସକଙ୍କ ସଞ୍ଜୟ ଦତ୍ତଙ୍କୁ ୭୨ କୋଟି ଟଙ୍କାର ସମ୍ପତ୍ତି ଉପହାର

ନନ୍ଦିଘୋଷ ବ୍ୟୁରୋ : ଫ୍ୟାନ ହେବତ ଏମିତି । ସଞ୍ଜୟ ଦତ୍ତଙ୍କ ଜଣେ ମହିଳା ଫ୍ୟାନ୍ ନିଜ ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ସମ୍ପତ୍ତି ଯାହାର ମୂଲ୍ୟ ୭୨କୋଟି ଟଙ୍କା, ସଞ୍ଜୟ ଦତ୍ତଙ୍କ ନାମରେ କରିଦେଇଛନ୍ତି । ଏହି ଘଟଣା ୨୦୧୮ ମସିହାରେ ଚର୍ଚ୍ଚା ହେବାପରେ, ଲୋକମାନେ ଏହାକୁ ଗୁଜବ ବୋଲି କହିଥିଲେ । ଅଭିନେତା ସଂଜୟ ଦତ୍ତ ସମ୍ପ୍ରତି ଏକ ଆଲୋଚନାରେ ଏହା କାହାଣୀ ନୁହଁ ବରଂ ସତ୍ୟ ବୋଲି ସ୍ବୀକାର କରିଥିଲେ । କର୍ଲି ଟେଲ୍ସ ସହିତ ଏକ ଆଲୋଚନାରେ, ସଞ୍ଜୟଙ୍କୁ ପଚରାଯାଇଥିଲା ଯେ ଜଣେ ମହିଳା ପ୍ରଶଂସକ ତାଙ୍କ ପାଇଁ ୭୨ କୋଟି ଟଙ୍କାର ସମ୍ପତ୍ତି ଛାଡିଛନ୍ତି କି? ଏହାକୁ ସତ୍ୟ ବୋଲି ସ୍ୱୀକାର କରିଥିଲେ ସଞ୍ଜୟ । ଯେତେବେଳେ ପଚରାଗଲା ଯେ ସେ ସମ୍ପତ୍ତି ସହିତ କ’ଣ କରିଛନ୍ତି, ସେ କହିଲେ, “ମୁଁ ସେହି ସମ୍ପତ୍ତି ଦାନ କରିଥିବା ମହିଳାଙ୍କ ପରିବାରକୁ ସବୁ ସମ୍ପତ୍ତି ଫେରାଇ ଦେଇଛି। ୨୦୧୮ରେ, ସଞ୍ଜୟ ଦତ୍ତଙ୍କ ଜଣେ ସମର୍ପିତ ପ୍ରଶଂସକ ନିଶା ପାଟିଲ ତାଙ୍କର ସମ୍ପୂର୍ଣ୍ଣ ସମ୍ପତ୍ତି – ଯାହାର ମୂଲ୍ୟ ୭୨ କୋଟି ଟଙ୍କା । ନିଶା ମୁମ୍ବାଇର ଜଣେ ୬୨ ବର୍ଷୀୟା ଗୃହିଣୀ ଥିଲେ । ସେ ଏକ ମାରାତ୍ମକ ରୋଗରେ ପୀଡିତ ରହି ମୃତ୍ୟୁ ବରଣ କରିଛନ୍ତି । ମୃତ୍ୟୁ ପୂର୍ବରୁ ସେ ତାଙ୍କ ବ୍ୟାଙ୍କକୁ ଜଣାଇଥିଲେ ଯେ ତାଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ ସମ୍ପତ୍ତି ସଞ୍ଜୟ ଦତ୍ତଙ୍କୁ ହସ୍ତାନ୍ତର କରାଯାଉ। ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।