spot_img
Home Blog Page 5352

Tokyo Olympics: ଲଢିକି ହାରିଲେ ଭାରତୀୟ ଝିଅ, ତଥାପି ବ୍ରୋଞ୍ଚ ଆଶା ବଞ୍ଚିଛି

ଟୋକିଓ: କଡା ଟକ୍କର ଭିତରେ ଶେଷ ହୋଇଛି ଅଲିମ୍ପିକ୍ସ ମହିଳା ହକି ସେମି ଫାଇନାଲ  । ଭାରତୀୟ ଟିମ ପ୍ରଥମ ଗୋଲ ବିପକ୍ଷ ଆର୍ଡେଣ୍ଟିନାକୁ ଦେବା ସ୍ୱତେ ମଧ୍ୟ ମ୍ୟାଚରେ ପରାଜୟ ସ୍ୱୀକାର କରିଛି  । ସେମି ଫାଇନାଲରେ ଭାରତର ପରାଜୟ ଘଟିବା ସହ ଫାଇନାଲ ଆଶା ଅଧାରେ ହିଁ ଅଟକି ଯାଇଛି  । କିନ୍ତୁ ଭାରତୀୟ ମହିଳା ହକି ଟିମ ମଧ୍ୟରେ ଥିବା ଯୋସ ଏବଂ ଦୃଢ ଇଛା ଶକ୍ତି ହିଁ ସେମାନଙ୍କୁ ସେମି ଫାଇନାଲ ପର୍ଯ୍ୟନ୍ତ ପହଁଚାଇପାରିଛିି  ।

ଭାରତୀୟ ଟିମ ସେମି ଫାଇନାଲ ମ୍ୟାଚ ହାରିଛି କିନ୍ତୁ ପଦକ ଆଶା ଏବେ ମଧ୍ୟ ରହିଛି  । ବ୍ରୋଞ୍ଚ ପଦକ ପାଇଁ ପୁଣି ଲଢାଇ କରିବା ଟିମ  । ତେବେ ମ୍ୟାଚ ଆରମ୍ଭରୁ ପ୍ରଥମେ ଭାରତୀୟ ହକି ଟିମ ବିପକ୍ଷ ଦଳକୁ ପ୍ରଥମ ଗୋଲ ଦେଇଥିଲା  । ଏହା ପରେ ଆର୍ଜେଣ୍ଟିନା ଟିମ ଭାରତ ଉପରେ ଦେଇଥିଲା ଆଉ ଏକ ଗୋଲ  । ଯଦ୍ୱାରା ୧-୧ ରେ ବରାବର ଥିଲା ଉଭୟ ଦଳର ସ୍ପୋର  ।

ସେପଟେ ତୃତୀୟ ଗୋଲ ମଧ୍ୟ ଆର୍ଜେଣ୍ଟିନା ଭାରତକୁ ଦେଇଥିଲା  । ଫଳରେ ୩-୧ରେ ଆଗୁଆ ରହିଥିଲା ବିପକ୍ଷ ଦଳ  । ଭାରତୀୟ ଟିମ ଜୋରଦାର ଲଢେଇ କରିବା ସ୍ୱତେ ମଧ୍ୟ ଗୋଲ ଦେବାରେ ବିଫଳ ହୋଇଥିଲା  । ଏହା ସହିତ ଆଗାମୀ ଦିନରେ ଭାରତୀୟ ଟିମ ବ୍ରୋଞ୍ଚ ଆଣିବା ନେଇ ଏବେ ମଧ୍ୟ ଆଶାବାଦୀ ଦଳ  । ଭାରତୀୟ ମହିଳା ହକି ଦଳ ଚଳିତ ଅଲିମ୍ପିକ୍ସରେ  ପ୍ରଥମ ଥର ପାଇଁ ସେମି ଫାଇନାଲକୁ ପ୍ରବେଶ କରିବା ସହ ଇତିହାସ ରଚିବାରେ ସକ୍ଷମ ହୋଇଛି  ।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସୌମ୍ୟଙ୍କ ସମ୍ପର୍କୀୟ, ଦାବି କଲେ CBI ତଦନ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଁଚିଲେ ଏସିଏଫ ସୌମ୍ୟ ରଞ୍ଜନଙ୍କ ଭାଇ ଓ ସମ୍ପର୍କୀୟ । ନିରପେକ୍ଷ ତଦନ୍ତ ସହ ସିବିଆଇ କିମ୍ବା ଏସଆଇଟିକୁ କେସ ହସ୍ତାନ୍ତର ପାଇଁ ଦାବି ରଖିଲେ। ଏହାସହ ଘଟଣାକୁ 23 ଦିନ ପୁରିଥିଲେ ମଧ୍ୟ ପୋଲିସର ହାତ ଖାଲି ଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସୌମ୍ୟଙ୍କ ଭାଇ । ଏହାସହ ଏହି ଘଟଣାରେ ଅନେକ କ୍ଷମତାଶାଳୀ ଲୋକଙ୍କ ହାତ ଥିବାରୁ ତଦନ୍ତ ପ୍ରକ୍ରିୟାକୁ ଜାଣିଶୁଣି ବିଳମ୍ବ କରାଯାଉଥିବା ନେଇ ଅଭିଯୋଗ ଆଣିଛନ୍ତି ସମ୍ପର୍କୀୟ ।

ସେପଟେ ଅଭିଯୋଗ କରିବାକୁ ଆସିଥିବା ପରିବାର ଲୋକେ କହିଛନ୍ତି,  ତଦନ୍ତ ଯେତିକି ବିଳମ୍ବ ହେବ ଦୋଷୀଙ୍କୁ ପ୍ରମାଣ ନଷ୍ଟ ପାଇଁ ସେତିକି ଅଧିକ ସମୟ ମିଳିବ । ତେବେ ଆଜି ସୌମ୍ୟଙ୍କ ଭାଇ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସିଛନ୍ତି। ଏହାପରେ ସେ କମିଶନରେଟ ପୋଲିସରେ ଥିବା ଡିଜିପିଙ୍କ କ୍ୟାମ୍ପ ରେ ମଧ୍ୟ ଏକ ଅଭିଯୋଗ ପତ୍ର ଦେବେ ।

ମାର୍କ ପାଇଁ ମହା ଡିଲ୍: ‘ଆମ ସ୍କୁଲରେ ପାଠ ପଢିଲେ ଟପ୍ପର ହେବ ତୁମ ପୁଅ’

ଭୁବନେଶ୍ୱର:  ସିବିଏସଇ ଦଶମ ମାର୍କ ପାଇଁ ହେଉଛି ଡିଲ୍  ।  ଟଙ୍କା ଦେଲେ ବଢିବ ପିଲାର ମାର୍କ  । କୋଭିଡ ଲକଡାଉନ୍‌ରେ ଶିକ୍ଷାର ବେପାର କରୁଛି ପଟିଆ ସ୍ଥିତ ଏକ ଘରୋଇ ସ୍କୁଲ । ଦଲାଲ ସାଜି କରୁଛନ୍ତି ପିଲାଙ୍କ ନମ୍ବର ଘୋଟାଲା । ସଂକ୍ରମଣ ଭୟରେ ଦଶମ ପରୀକ୍ଷା ନହେବାରୁ ବଡ଼ ବଡ଼ ସ୍କୁଲ ନମ୍ବର ବଢେଇବା ପାଇଁ ଆରମ୍ଭ କରିଛନ୍ତି ଡିଲ୍‌ । ଏଭଳି ସାଂଘାତିକ ଅଭିଯୋଗ ଆଣିଛନ୍ତି ପଟିଆ ସ୍ଥିତ ଘରୋଇ ସ୍କୁଲର ଛାତ୍ରଛାତ୍ରୀ ଓ ଅଭିଭାବକ । ସ୍କୁଲରେ ଏକାଦଶରେ ନାମ ନ ଲେଖାଇବାରୁ ପିଲାଙ୍କୁ କମ୍ ମାର୍କ ଦେଇଥିବା ଅଭିଯୋଗ ଆଣିଛନ୍ତି ଅଭିଭାବକ । ପଟିଆ ସ୍ଥିତ ଘରୋଇ ସ୍କୁଲର ମାଲିକ ବଦ୍ରି ପଟ୍ଟନାୟକଙ୍କ ନାଁରେ ଅଭିଯୋଗ ଆଣି ସିବିଏସ୍ଇର ଦ୍ବାରସ୍ଥ ହୋଇଛନ୍ତି ଶହେରୁ ଅଧିକ ଅଭିଭାବକ ।

ପିଲା ଯଦି ତାଙ୍କ ସ୍କୁଲରେ ଏକାଦଶରେ ନାମ ଲେଖାଇବ ତେବେ ସେ ଓଡ଼ିଶାର ଟପର ହୋଇଯିବ ବୋଲି ବଦ୍ରି ପଟ୍ଟନାୟକ ଜଣେ ଅଭିଭାବକଙ୍କୁ କହିଛନ୍ତି । ଯାହାର ଅଡିଓ ଭାଇରାଲ ହେବାରେ ଲାଗିଛି । ଅଭିଭାବକ ବିଭୁଙ୍କ ପୁଅ ତୁରନ୍ତ ଏକାଦଶରେ ନାମ ଲେଖାଇବାକୁ ବଦ୍ରି ପଟ୍ଟନାୟକ ବାଧ୍ୟ କରୁଛନ୍ତି । ଆଡମିସନ୍ ଫିସ କମ୍ କରିବା ପାଇଁ ମଧ୍ୟ ପ୍ରଲଭୋନ ଦେଖାଇଛନ୍ତି । ଏହାସହ ପିଲା ଦଶମ ଶ୍ରେଣୀ ଟେଷ୍ଟ ପରୀକ୍ଷାରେ ଯଦି ଭଲ କରିନାହିଁ ଏକାଦଶରେ ନାମ ଲେଖାଇଲେ ତାର ମାର୍କ ୯୮ ପ୍ରତିଶତରୁ ଅଧିକ କରିଦିଆଯିବ । ଏପରିକି ପିଲା ନିଜେ ଘରେ ଭଲ ରୋଲିଂ ପେପର ଆଣି ପୂର୍ବରୁ ଦିଆଯାଇଥିବା ପ୍ରଶ୍ନପତ୍ରରେ ଶତ ପ୍ରତିଶତ ଉତ୍ତର ଦେବାକୁ ବଦ୍ରି କହୁଥିବା ଅଡିଓରୁ ଶୁଣିବାକୁ ମିଳୁଛି ।

ଏଥିରୁ ସ୍ପଷ୍ଟ ହୋଇଛି ଯେ ଦଶମରେ ମାର୍କ ବଢାଇବା ପାଇଁ ସମ୍ପୃକ୍ତ ସ୍କୁଲରେ କିପରି ମୁଲଚାଲ କରୁଥିଲା । ତାଙ୍କରି ସ୍କୁଲରେ ଯେଉଁ ଛାତ୍ର ଏକାଦଶ ପଢିବେ ତାଙ୍କ ମାର୍କ ଭଲ କରାଯାଇଥିବା ବେଳେ ଅନ୍ୟ ସ୍କୁଲରେ ଏକାଦଶ ପଢିବା ପାଇଁ ମନସ୍ତ କଲେ ତାଙ୍କ ମାର୍କ କମେଇ ଦିଆଯାଇଛି । ଶିକ୍ଷା ବେପାରର ଏହି କଳାଦିଗଟି ଏବେ ସାମ୍ନାକୁ ଆସିଛି । ଯଦିଓ ଅଭିଭାବକ ମାନେ ଏନେଇ ଥାନା ବା କୋର୍ଟରେ ଆଶ୍ରୟ ନେଇନାହାନ୍ତି । ତେବେ ଆଜି ଶତାଧିକ ଅଭିଭାବକ ସମ୍ପୃକ୍ତ ସ୍କୁଲକୁ ଯାଇ ଅଭିଯୋଗ କରିଛନ୍ତି ।

ସେମିଫାଇନାଲ ଖେଳୁଛି ଭାରତ: ୧-୦ ଗୋଲରେ ଆଗୁଆ ଭାରତୀୟ ମହିଳା ହକି ଟିମ୍

ଟୋକିଓ: ଅଲିମ୍ପିକ୍ସରେ ସେମିଫାଇନାଲ ଖେଳୁଛି ଭାରତୀୟ ମହିଳା ହକି ଦଳ  । ମ୍ୟାଚ ଆରମ୍ଭରୁ ଭାରତୀୟ ଟିମ ପ୍ରତିପକ୍ଷ ଟିମକୁ ଦେଇଛି ପ୍ରଥମ ଗୋଲ  ।   ଆଜି ଟୋକିଓ ଅଲିମ୍ପିକ୍ସରେ ପଦକ ପାଇଁ ଲଢେଇ ଜାରି ରଖିଛି  ମହିଳା ହକି ଟିମ୍‌  । ଆର୍ଜେଣ୍ଟିନା ବିପକ୍ଷରେ ଖେଳ ଜାରି ରଖିଛି  ଦଳ  । ସେମି ଫାଇନନାଲ ମ୍ୟାଚ ଜାରି ରହିଥିବାବେଲେ ଭାରତୀୟ ହକି ଟିମ ୧-୦ ଗୋଲରେ ଆଗୁଆ ରହିଛି  ।

କ୍ବାର୍ଟର ଫାଇନାଲରେ ୩ ଥର ଗୋଲ୍ଡ ମେଡାଲିଷ୍ଟ ଅଷ୍ଟ୍ରେଲିଆକୁ ୧-୦ରେ ହରାଇ ପ୍ରଥମ ଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛି ଭାରତୀୟ ହକି ଟିମ୍‌ । ସେଥିପାଇଁ ଆଜି ଚମତ୍କାର ପ୍ରଦର୍ଶନ କରିବା ନେଇ ସମସ୍ତେ ଆଶାବାଦୀ ରହିଛନ୍ତି   । ଯଦି ଭାରତୀୟ ଟିମ ଆଜି ଭଲ ପଦର୍ଶନ କରେ ତେବେ ଫାଇନାଲ ଯିବା ପକ୍କା କରିବ ଟିମ  ।

ସେପଟେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ହକି ଟିମ ଅଲିମ୍ପିକ୍ସର ସେମିଫାଇନାଲକୁ ଉନ୍ନିତ ହୋଇଛି  । ତେଣୁ ଦେଶବାସୀ ମହିଳା ହକି ଟିମ ଉପରେ ଆଶାବାଦୀ ରହିଛନ୍ତି  । ସେପଟେ ପୁରୁଷ ହକି ଟିମ୍ ନିରାଶ କରିଥିବାବେଳେ ଆଜି ମହିଳାଙ୍କ ଠାରୁ ବିଜୟ ଆଶା କରୁଛି ସାରା ଦେଶ  । ଦଳ ଭଲ ପ୍ରଦର୍ଶନ କରିବା ନେଇ ଆଶା ବାନ୍ଧିଛନ୍ତି ଦେଶବାସୀ  ।

ଆର୍ଥିକ ସଂକଟ: ଭଡ଼ାରେ ଲାଗିବ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନ

ଇସଲାମାବାଦ: ଆର୍ଥିକ ସଙ୍କଟର ଶିକାର ହୋଇଛି ପାକିସ୍ତାନ । ଏଣିକି ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ । ଇସଲାମବାଦର ରେଡ ଜୋନରେ ଥିବା ଏହି ବିଶାଳ କୋଠାକୁ ଭଡ଼ାରେ ଦିଆଯିବା ନେଇ ପାକିସ୍ତାନ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି । ଗୁରୁତର ଆର୍ଥିକ ସଂକଟରେ ଜାତୀୟ ରାଜକୋଷ ରହିଥିବାବେଳେ ଏଥିରୁ ମୁକ୍ତି ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଆବାସ କେବଳ ସାଂସ୍କୃତିକ, ଫେସନ, ଶିକ୍ଷା ଓ ଅନ୍ୟାନ୍ୟ କାର୍ଯ୍ୟ ଲାଗି ଭଡା ଦିଆଯିବ । ଏହି କୋଠାରେ ନିର୍ଦ୍ଧାରିତ ଶୃଙ୍ଖଳା ଓ ନିୟମ କାର୍ଯ୍ୟକାରୀ ହେବ ଏବଂ କୌଣସି ପ୍ରକାର ଢାଞ୍ଚାଗତ ପରିବର୍ତ୍ତନକୁ ଅନୁମତି ଦିଆଯିବ ନାହିଁ । ପୂର୍ବରୁ ସରକାର ବି ଘୋଷଣା କରିଥିଲେ ଖର୍ଚ୍ଚକାଟ ନିୟମ ଅନୁସାରେ ଗଭର୍ଣ୍ଣର ହାଉସରେ ବି ଗଭର୍ଣ୍ଣର ରହିବେ ନାହିଁ । ବିପୁଳ ଖର୍ଚ୍ଚ ରୋକିବା ସହ ଏଥିରୁ ଆଦାୟ ଭଡ଼ା ଜନକଲ୍ୟାଣ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବା ଲାଗି ସରକାର ନିଷ୍ପତ୍ତି ନେଇଥିଲେ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଏବେ ସରକାରୀ ବାସଭବନ ବଦଳରେ ବାନି ଗାଲା ସ୍ଥିତ ତାଙ୍କ ବାସଭବନରେ ରହୁଛନ୍ତି ।

ଏଥିସହିତ ପଢ଼ନ୍ତୁ: Tokyo Olympics 2020: ଜାଭେଲିନ୍ ଥ୍ରୋ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

Tokyo Olympics 2020: ପଦକ ପକ୍କା, କୁସ୍ତି ଫାଇନାଲରେ ପ୍ରବେଶ କଲେ ଭାରତର ରବି କୁମାର ଦହିୟା

ଟୋକିଓ: ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ କୁସ୍ତିରେ ଆଉ ଏକ ପଦକ ପକ୍କା ହୋଇଛି । ରବି କୁମାର ଦାହିୟାଙ୍କ ଫାଇନାଲ ପ୍ରବେଶ ସହ ଭାରତ ପାଇଁ ଆଉ ଏକ ପଦକ ପକ୍କା ହୋଇଛି । ଏବେ ସେ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରିବେ। ଯଦି ବି ସେ ହାରି ଯାଆନ୍ତି, ତା’ହେଲେ ତାଙ୍କୁ ରୌପ୍ୟ ପଦକ ମିଳିବ ନିଶ୍ଚିତ । ଯଦି ସେ ସ୍ୱର୍ଣ୍ଣ ଜିତିବେ, ତା’ହେଲେ ଭାରତୀୟ ରେସଲିଂ ପାଇଁ ନୂଆ ଇତିହାସ ସୃଷ୍ଟି କରିବେ। କାରଣ ଭାରତ ପାଇଁ ଅଲିମ୍ପିକ୍ସରେ ଆଜି ଯାଏ କୌଣସି ରେସଲର ସ୍ୱର୍ଣ୍ଣ ଜିତି ନାହାନ୍ତି।

ଆଜି ରେସଲିଂ ମୈଦାନକୁ ଓହ୍ଲାଇ ଥିବା ରବି କୁମାର ପ୍ରଥମ ଦୁଇଟି ମ୍ୟାଚ୍‌ରେ ଦମଦାର ପ୍ରଦର୍ଶନ କରି ସେମି ଫାଇନାଲରେ ପ୍ରବେଶ କରିଥିଲେ। ସେମି ଫାଇନାଲ ତାଙ୍କର ମୁକାବିଲାରେ କାଜାଖିସ୍ତାନ ନୁରିସ୍ଲାମ ସାନାୟେଭଙ୍କ ସହ ହୋଇଥିଲା। ଏହି ମ୍ୟାଚ୍‌କୁ ସେ ଧାର୍ଯ୍ୟ ସମୟ ପୂର୍ବରୁ ଜିତି ନେଇଛନ୍ତି। ମ୍ୟାଚ୍‌ ଜିତିବା ବେଳେ ରବି ୭-୯ରେ ପଛରେ ଥିଲେ। କିନ୍ତୁ ସାନାୟେଭଙ୍କୁ ଦମଦାର ଟ୍ୟାକେଲ ସହ ରବି କୁମାର ତଳେ ଫୋପାଡ଼ି ଦେବାରୁ ସେ ଆହତ ହୋଇଥିଲେ। ଏହି କାରଣରୁ ସାନାୟେଭଙ୍କୁ ଅମ୍ପାୟାର ଅନଫିଟ୍‌ ଘୋଷଣା କରିଥିଲେ। ଏବଂ ଭାରତର ରବି ଦହିୟା ଫାଇନାଲକୁ ପ୍ରବେଶ କରିଛନ୍ତି ।

ସୋର ଥାନାରେ ଓକିଲଙ୍କୁ ମାଡ଼ ଭିଡିଓ ଭାଇରାଲ: ୯ମ ଦିନରେ ପହଞ୍ଚିଲା ଓକିଲଙ୍କ ଆନ୍ଦୋଳନ

ବାଲେଶ୍ୱର: ସୋର ଥାନାରେ ଓକିଲଙ୍କୁ ପୋଲିସ ମାଡ଼ ମରା ଭିଡିଓ ଭାଇରାଲ । ମାଡ଼ ଘଟଣାର ପ୍ରତିବାଦରେ ସୋର ଓକିଲ ସଂଘ ୯ ଦିନ ହେଲା କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛି । ଓକିଲଙ୍କୁ ପୋଲିସ ମାଡ଼ ମାରିବା ସହିତ ଗାଳିଗୁଲଜ କରୁଥିବାର ଭିଡିଓ ଭାଇରାଲ୍ ହୋଇଛି । ଏପରିକି ମାଡ଼ରେ ଅଚେତ ହୋଇଯାଇଥିଲେ ଓକିଲ । ସୂଚନା ଅନୁସାରେ, ସୋର କଲେଜ ଛକରେ ଓକିଲ ଧୀରେନ୍ଦ୍ର ଦାସ ଭଡ଼ାଘରେ ରହନ୍ତି । ଗତ ୪ ତାରିଖରେ କୌଣସି ଏକ ମାମଲାରେ ତାଙ୍କ ଘରେ ଭୁବନେଶ୍ୱର ନୟାପଲ୍ଲୀ ଓ ସୋର ଥାନା ପୋଲିସ ପହଞ୍ଚି ଗେଟ୍‌ ଖୋଲିବାକୁ କହିଥିଲେ । ତେବେ ସେ ଭଡ଼ାଘରେ ରହୁଥିବାରୁ ଘର ମାଲିକଙ୍କୁ କହିବାକୁ ଧୀରେନ୍ଦ୍ର କହିଥିଲେ । ପୋଲିସ ଏଥିରେ ଉତ୍‌କ୍ଷୀପ୍ତ ହୋଇ ତାଙ୍କୁ ଥାନାକୁ ନେଇ ଯାଇଥିଲା । ସୋର ଥାନାରେ ମାଡ ମାରି ୧୨ଘଣ୍ଟା ପରେ ତାଙ୍କୁ ଛାଡ଼ିଥିବା ଓକିଲ କହିଛନ୍ତି । ଘଟଣାକୁ ସୋର ଓକିଲ ସଂଘ ବିରୋଧ କରି ଆନ୍ଦୋଳନ ଜାରି ରଖିଛି । ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଏସପିଙ୍କୁ ଭେଟି ଦାବି ଜଣାଇଛି ସୋର ଓକିଲ ସଂଘ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

 

 

ଟିଏମ୍‌ସିର ୬ ରାଜ୍ୟସଭା ସାଂସଦ ନିଲମ୍ୱିତ

ନୂଆଦିଲ୍ଲୀ: ସଂସଦରୁ ୬ ତୃଣମୂଳ କଂଗ୍ରେସ ସାଂସଦ ନିଲମ୍ୱିତ । ୬ ଟିଏମ୍ସି ସାଂସଦଙ୍କୁ ନିଲମ୍ବନ କଲେ ରାଜ୍ୟସଭା ଅଧ୍ୟକ୍ଷ । ଆଜି ଗୋଟିଏ ଦିନ ପାଇଁ ୬ ଟିଏମ୍‌ସି ସାଂସଦ ନିଲମ୍ବିତ । ଅର୍ପିତା ଘୋଷ, ଡୋଲା ସେନ୍, ମୌସୁମୀ ନୁର, ନଦିମୁଲ ହକ୍, ଅଧିରଞ୍ଜନ ବିଶ୍ୱାସ, ଶାସ୍ତା ଛେତ୍ରୀ ଦିନକ ପାଇଁ ଗୃହରୁ ନିଲମ୍ୱିତ ହୋଇଛନ୍ତି  ଟିଏମ୍‌ସିର ୬ ସାଂସଦ । ସୂଚନା ଯୋଗ୍ୟ ଯେ, ପେଗାସସ୍ ଭାଇରସ ପାଇଁ ସଂସଦରେ ଅଚଳାବସ୍ଥା ଜାରି । ଆଜି ବି ସଂସଦରେ ପୂ୍ର୍ବ ଭଳି ସ୍ଥିତି ଜାରି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀଙ୍କ ହଟ୍ଟଗୋଳ ପରେ ଉଭୟ ଗୃହକୁ ମୁଲତବି କରିଦିଆଯାଇଛି । ହୋ ହାଲ୍ଲା ଓ ନାରାବାଜି ଫଳରେ ଗୃହ ମୁଲତବି କରିଛନ୍ତି ବାଚସ୍ପତି । ଉଭୟ ଗୃହକୁ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି । ଜାସୁସୀକାଣ୍ଡର ତଦନ୍ତ ଜିଦ୍ରେ ଅଟଳ ବିରୋଧୀ ଅଟଳ ଥିବା ବେଳେ କେନ୍ଦ୍ର ଓ ବିରୋଧୀଙ୍କ ମଧ୍ୟରେ କଥା କଟାକଟି ଯୋଗୁ ହୋଇପାରୁନି ଆଲୋଚନା । ୨ ସପ୍ତାହରେ ମାତ୍ର ୧୮ ଘଣ୍ଟା ଚାଲିଥିଲା ଗୃହ । ତେବେ ତୃତୀୟ ସପ୍ତାହରେ ବି ଗୃହ କାର୍ଯ୍ୟ ସ୍ବାଭାବିକ ହୋଇପାରିନି । ପ୍ରତ୍ୟେକ ଦିନ ଗୃହକାର୍ଯ୍ୟ ଆରମ୍ଭରୁ ଜାସୁସୀକାଣ୍ଡ ପାଇଁ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । କେନ୍ଦ୍ର ସରକାର ଗୃହରେ ଗୋଟିଏ ପରେ ଗୋଟିଏ ବିଲ୍ ପାସ୍ କରିଚାଲିଥିବା ବେଳେ ବିରୋଧୀଙ୍କୁ ଗୁରୁତ୍ୱ ଦେଉନାହାନ୍ତି । ଗୃହ ଚାଲି ପାରୁ ନଥିବା ବେଳେ ଗୃହକାର୍ଯ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୧୩୩ କୋଟିରୁ ଅଧିକ ଟଙ୍କା ପାଣିରେ ପଡିଲାଣି । ହେଲେ ସ୍ୱାଭାବିକ  ହୋଇପାରୁନି ସଂସଦ ।

ଏଥିସହିତ ପଢ଼ନ୍ତୁ: ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଆସନ୍ତା ୯ରୁ ରାଜ୍ୟରେ ଖୋଲିବ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଆସନ୍ତା ୯ତାରିଖରୁ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । କେବଳ ଶେଷ ବର୍ଷ ପାଇଁ ହେବ ଅଫ୍‌ଲାଇନ୍ କ୍ଲାସ । କଲେଜ ପରିସର ସଫା ସହ ବିଶୋଧନ କରିବାକୁ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖାଯାଇଛି । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ରାଜ୍ୟରେ କରୋନା ପ୍ରକୋପ ସାମାନ୍ୟ କମିଥିବାରୁ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ଦଶମ, ଦ୍ୱାଦଶ ଶ୍ରେଣୀ ଖୋଲିସାରିଛି । କରୋନା ଯୋଗୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହୋଇଛି । ହଷ୍ଟେଲ ମଧ୍ୟ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ ଗାଇଡଲାଇନ୍‌ ଅନୁଯାୟୀ ବୈଷୟିକ କଲେଜ ଓ ବିଶ୍ୱବିଦ୍ୟାଳୟର କ୍ଲାସ ହେବ । ସାମାଜିକ ଦୂରତା ଅବଳମ୍ବନ କରାଯିବ । ଲାବରୋଟୋରୀକୁ ସମ୍ପୂର୍ଣ୍ଣ ବିଶୋଧନ କରିବାକୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ କଲେଜ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛି ।

ଏଥିସହିତ ପଢ଼ନ୍ତୁ: ଗୋଟିଏ ପ୍ରୟାସରେ ଜାଭେଲିନ୍ ଥ୍ରୋ’ ଫାଇନାଲରେ ସ୍ଥାନ ପକ୍କା କଲେ ନୀରଜ

ଆସନ୍ତା ୧୫ରୁ ୨୦ ତାରିଖ ମଧ୍ୟରେ ଭକ୍ତଙ୍କ ପାଇଁ ଖୋଲିପାରେ ଶ୍ରୀମନ୍ଦିର

ପୁରୀ: ଆସନ୍ତା ୧୫ରୁ ୨୦ତାରିଖ ମଧ୍ୟରେ ଖୋଲିପାରେ ଶ୍ରୀମନ୍ଦିର । ମନ୍ଦିର ଖୋଲିବା ନେଇ ଆଜି ଆସିବ ନିଷ୍ପତ୍ତି । ନିଯୋଗର ମତାମତ ଓ ପ୍ରାଶାସନିକ ଆଲୋଚନା ପରେ ବାଜିବ ମୋହର । କୋଭିଡ କଟକଣା ମଧ୍ୟରେ ଖୋଲିପାରେ ଶ୍ରୀମନ୍ଦିର । ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ନେଇ ସନ୍ଧ୍ୟାରେ ହେବ ଛତିଶା ନିଯୋଗ ବୈଠକ । ଆଜି ହେବାକୁ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ବୈଠକ ସ୍ଥଗିତ ରହିଛି । କରୋନା ପାଇଁ ଦୀର୍ଘ ଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର । ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଧିରେଧିରେ କମିବାରେ ଲାଗିଛି । ଏହାକୁ ନଜରରେ ରଖି କଟକଣା କୋହଳ ହୋଇଛି । ରାଜ୍ୟର ଧର୍ମାନୁଷ୍ଠାନ ଖୋଲିବାକୁ ସବୁଜ ସଂକେତ ମିଳିସାରିଛି । ଏଭଳି ସମୟରେ କଟକଣାରେ ଶ୍ରୀମନ୍ଦିର ଖୋଲିବାକୁ ଦାବି କରିଛନ୍ତି ଭକ୍ତ ।