spot_img
Home Blog Page 5353

ଅଭାବନୀୟ: ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲା ସ୍ୱାମୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନ ଆର୍ଯ୍ୟପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀ ଉପରେ ପେଟ୍ରୋଲ ଢ଼ାଳି ସ୍ୱାମୀ ନିଆଁ ଲଗାଇଥିବା ଅଭିଯୋଗ ହୋଇଛି । ପାରିବାରିକ କଳହରୁ ସ୍ୱାମୀ ଏପରି କାଣ୍ଡ ଭିଆଇଥିବା ଜଣାପଡିଛି । ଗୁରୁତର ସ୍ତ୍ରୀକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ ଆର୍ଯ୍ୟପଲ୍ଲୀ ଗାଁର ବି. ମୁକୋଡୁ ଓ ପତ୍ନୀ ବି. ଆରାମାଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ସ୍ତ୍ରୀ ବି. ଆରାମା ତାଙ୍କ ବାପଘରକୁ ଚାଲିଯାଇଥିଲେ । ସେଠାରୁ ମହିଳା ଜଣଙ୍କ କାମ କରିବା ପାଇଁ ଯାଉଥିବା ବେଳେ ନିକଟସ୍ଥ ଗାନ୍ଧୀ ଛକ ନିକଟରେ ସ୍ୱାମୀ ବି. ମୁ୍କୋଡୁ ମହିଳାଙ୍କ ସହ ବଚସା କରିବା ପରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିଲେ । ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଛତ୍ରପୁର ମେଡିକାଲ ଓ ପରେ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରିଛନ୍ତି । ଏନେଇ ପୋଲିସ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ବି. ମୁକୋଡୁକୁ କାବୁ କରିବା ସହ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି  ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଘରଭଡ଼ାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ପୋଲିସ ଓ ସାମ୍ୱାଦିକଙ୍କୁ ମାଡ଼ ମାରିଲେ ଘର ମାଲିକାଣୀ

ଗୋଟିଏ ପ୍ରୟାସରେ ଜାଭେଲିନ୍ ଥ୍ରୋ’ ଫାଇନାଲରେ ସ୍ଥାନ ପକ୍କା କଲେ ନୀରଜ

ଟୋକିଓ: ଭାରତ ପାଇଁ ଜାଭେଲିନ୍‌ରେ ପଦକ ଆଶା ସୃଷ୍ଟି ହୋଇଛି । ଭାରତୀୟ ଖେଳାଳି ନୀରଜ ଚୋପ୍ରା ପ୍ରଥମ ଓ ଗୋଟିଏ ଥ୍ରୋ’ରେ ସିଧାସଳଖ ଫାଇନାଲକୁ ପ୍ରବେଶ କରିଛନ୍ତି । ସେ ପୁଲ ଏ’ ଯୋଗ୍ୟତା ପର୍ଯ୍ୟାୟରେ ନିଜର ପ୍ରଥମ ପ୍ରୟାସରେ ବର୍ଛାକୁ ୮୬.୬୫ ମିଟର ଦୂରତାକୁ ଫୋପାଡି ପାରିଥିଲେ । ଅନ୍ୟପକ୍ଷରେ ପାକିସ୍ତାନର ନଦୀମ ଅରଶଦ ପୁଲ୍ ବି’ରେ ୮୫.୧୬ ମିଟର ଦୂରତାକୁ ବର୍ଛା ଫୋପାଡି ଫାଇନାଲକୁ ପ୍ରବେଶ କରିଛନ୍ତି ।
ନିଜ ପ୍ରଥମ ଅଲମ୍ପିକରେ ଭାଗ ନେଉଥିବା ନୀରଜ ଫାଇନାଲ ରାଉଣ୍ଡରେ ସ୍ଥାନ ପାଇଁ ମାତ୍ର କିଛି ସମୟ ନେଇଥିଲେ । ଫାଇନାଲ ପାଇଁ କ୍ୱାଲିଫାଇ ମାର୍କ ୮୩.୫୦ ମିଟର ଥିଲା । ଗ୍ରୁପ ଏ’ରେ ଭାଗ ନେଇଥିବା ନୀରଜ ଅତି ସହଜରେ ଏହାକୁ ପାର କରିଯାଇଥିଲେ । ଫିନଲାଣ୍ଡର ଏତେଲାତେଲୋ ମଧ୍ୟ ୮୪.୫୦ ମିଟର ବର୍ଛା ଫୋପାଡି ସିଧା ଫାଇନାଲକୁ ପ୍ରବେଶ କରିଛନ୍ତି ।

ପୂର୍ବତନ ବିଶ୍ୱ ଜୁନିଅର ଚାମ୍ପିୟନ ନୀରଜ ଗ୍ରୁପ ଏ’ରେ ୧୬ ଖେଳାଳୀଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି । ଏହା ପୂର୍ବରୁ ମାର୍ଚ୍ଚ ୨୦୨୧ରେ ସେ ପଟିଆଲାରେ ଇଣ୍ଡିଆନ ଗ୍ରାଁ ପ୍ରି ୩ରେ ୮୮.୦୭ ମିଟର ଦୂରତାକୁ ବର୍ଛା ଫୋପାଡି ରେକର୍ଡ କରିଥିଲେ ।
୨୩ ବର୍ଷୀୟ ନୀରଜ ଅଲମ୍ପିକ୍ ଯୋଗ୍ୟତା ପର୍ଯ୍ୟାୟରେ ନିଜ ପ୍ରଥମ ପ୍ରୟାସ ପରେ ଆଉ ଦୁଇ ପ୍ରୟାସ କରିନଥିଲେ । ପ୍ରଥମ ଥର ବର୍ଛା ଫୋପାଡିବା ପରେ ସେ ଏରିନାରୁ ବାହାରକୁ ଚାଲିଯାଇଥିଲେ । ସୂଚନାଯୋଗ୍ୟ ଯେ, ଜାଭେଲିନ୍ ଥ୍ରୋ’ରେ ପ୍ରତି ଖେଳାଳୀଙ୍କୁ ମୋଟ ତିନୋଟି ପ୍ରୟାସ କରିବାକୁ ସୁଯୋଗ ମିଳିଥାଏ । ଯାହା ମଧ୍ୟରୁ ସର୍ବଶ୍ରେଷ୍ଠ ପ୍ରୟାସକୁ କ୍ୱାଲିଫାଇ ରାଉଣ୍ଡ୍ ପାଇଁ ଗ୍ରହଣ କରାଯାଇଥାଏ ।

Tokyo Olympics 2020: ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା

ଟୋକିଓ: ଭାରତକୁ ମିଳିଲା ଆଉ ଏକ ପଦକ । ମହିଳା ବକ୍ସିଂରେ ଭାରତ ପାଇଁ ପଦକ ଜିତିଲେ ଲଭଲିନା । ସେମିରେ ତୁର୍କୀର ସୁରମେନେଲୀଙ୍କ ଠାରୁ ୫-୦ରେ ପରାସ୍ତ ହେବା ପରେ ବ୍ରୋଞ୍ଚ ପଦକରେ ଲଭଲିନାଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି । ଲଭଲିନା ୦:୫ ପଏଣ୍ଟରେ ପ୍ରଥମ ରାଉଣ୍ଡ ପରାସ୍ତ ହୋଇଥିବା ବେଳେ ତାଙ୍କୁ ଓ୍ୱାର୍ଣ୍ଣିଂ ମଧ୍ୟ ଦିଆଯାଇଥିଲା । ଏଣୁ ପରବର୍ତ୍ତୀ ରାଉଣ୍ଡରେ ତାଙ୍କ ପଏଣ୍ଟ ହ୍ରାସ ହୋଇଥିଲା । ଏବଂ ସେ ପରାସ୍ତ ହୋଇଥିଲେ । ସେ ଭାରତର ବିଜେନ୍ଦ୍ର ସିଂହ ଏବଂ ମେରୀ କମ୍‌ଙ୍କ ପରେ ତୃତୀୟ ବକ୍ସର ଯିଏ ପଦକ ଜିତିଛନ୍ତି । ଏହା ପୂର୍ବରୁ ରାଉଣ୍ଡ ଅଫ୍ ୧୬ରେ ଜର୍ମାନୀ ପ୍ରତିଦ୍ୱନ୍ଦ୍ୱିଙ୍କ ସହ କଡ଼ା ମୁକାବିଲା ହୋଇଥିଲା । ଏଣୁ ସେ ସ୍ପିଲ୍ଟ ଡିସିସନ୍‌ରେ ବିଜୟୀ ହୋଇଥିଲେ ।

Tokyo Olympics 2020: ପୁରୁଷ ରେସଲିଂର କ୍ୱାର୍ଟର ଫାଇନାଲରେ ରବି ଦାହିୟା

ଟୋକିଓ: ଟୋକିଓ ଅଲିମ୍ପିକ୍ସ ପୁରୁଷ ରେସଲିଂର କ୍ୱାର୍ଟରରେ ପହଞ୍ଚିଲେ ରବି ଦାହିୟା । ଭାରତୀୟ ରେସଲର ରବି ଦାହିୟା ୫୭ କେ.ଜି ଫ୍ରି ଷ୍ଚାଇଲରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କୁ ହରାଇଛନ୍ତି । ରବି କୁମାର ୧୩-୨ରେ ଏହି ବିଜୟ ହାସଲ କରିଛନ୍ତି । ପ୍ରଥମ ରାଉଁଣ୍ଡରେ ଉଭୟ ଖେଳାଳିଙ୍କ ମଧ୍ୟରେ ହୋଇଥିଲା ଜୋରଦାର ଟକ୍କର । ହେଲେ ଦ୍ୱିତୀୟ  ରାଉଣ୍ଡରେ କଲମ୍ବିଆ ପ୍ରତିଦ୍ୱନ୍ଦ୍ୱିଙ୍କ ଉପରେ ଭାରି ପଡ଼ିଥିଲେ ଭାରତର ରବି ତାହିୟା ।

ଅପରପକ୍ଷରେ ଜାଭେଲିନ୍ ଥ୍ରୋ ଫାଇନାଲ ପାଇଁ ସ୍ଥାନ ପକ୍କା କରିଛନ୍ତି ଭାରତୀୟ ପ୍ରତିଯୋଗୀ ନୀରଜ ଚୋପ୍ରା । ସେ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି । ଫାଇନାଲରେ ପହଞ୍ଚିବାକୁ ହେଲେ ୮୩. ୫୦ ମିଟର ଥ୍ରୋ କରିବା ଜରୁରି ଥିଲା, ହେଲେ ନୀରଜ ଏହାଠୁ ଅଧିକ ମିଟର ଫୋପାଡି ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଜୟ ସହ ଗ୍ରୁପ A ର ପ୍ରଥମ ସ୍ଥାନରେ ରହିଛନ୍ତି ନୀରଜ । ଆସନ୍ତା ୭ ତାରିଖରେ ଫାଇନାଲ୍ ଖେଳିବେ ନୀରଜ ଚୋପ୍ରା । ହରିୟାଣାର ପାଣୀପତରେ ଜନ୍ମ ଗ୍ରହଣ କରିଥିବା ନୀରଜ ବିଶ୍ୱସ୍ତରୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ୍ ଅଟନ୍ତି । ତେବେ ନବାଗତ ଶିବପାଲ ସିଂହ ଫାଇନାଲରେ ସ୍ଥାନ ପାଇବାରୁ ବଞ୍ଚିତ ହୋଇଛନ୍ତି । ସେ ୭୬.୪୦ ମିଟର ଥ୍ରୋ କରିପାରିଛନ୍ତି ।

ରାଜ୍ୟରେ କମୁଛି କରୋନା: ଆଉ ୧୩୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧୩୧୫ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍‌ରୁ ୭୬୨ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୫୫୩ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୪୧୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୫୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବାଲେଶ୍ୱର ୪୩, ବରଗଡ଼ ୨, ଭଦ୍ରକ ୪୯, ବଲାଙ୍ଗୀର ୪, ବୌଦ୍ଧ ୪, କଟକ ୧୯୮, ଦେବଗଡ଼ ୭, ଢେଙ୍କାନାଳ ୧୮, ଗଜପତି ୫, ଗଞ୍ଜାମ ୧୧, ଜଗତସିଂହପୁର ୫୩, ଯାଜପୁର ୮୯, କଳାହାଣ୍ଡି ୪, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨୮, କେନ୍ଦୁଝର ୧୩, କୋରାପୁଟ ୬, ମାଲକାନଗିରି ୫, ମୟୂରଭଞ୍ଜ ୬୨, ନବରଙ୍ଗପୁର ୪, ନୟାଗଡ଼ ୨୫, ନୂଆପଡ଼ା ୬, ପୁରୀ ୬୭, ରାୟଗଡ଼ା ୧୨, ସମ୍ୱଲପୁର ୨୩, ସୋନପୁର୮, ସୁନ୍ଦରଗଡ଼୧୬ ଏବଂ ଷ୍ଟେଟ୍ ପୁଲ୍‌ରୁ ୮୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

Tokyo Olympics 2020: ଜାଭେଲିନ୍ ଥ୍ରୋ ଫାଇନାଲରେ ପହଞ୍ଚିଲେ ନୀରଜ ଚୋପ୍ରା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଚମକିଲେ ଭାରତର ଜାଭେଲିନ୍ ଥ୍ରୋର ଖେଳାଳି ନୀରଜ ଚୋପ୍ରା । ନୀରଜ ସେମିଫାଇନାଲ ରାଉଣ୍ଡରେ ୮୬. ୬୫ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ପକ୍କା କରିଛନ୍ତି । ଏହି ଦମଦାର ପ୍ରଦର୍ଶନ ଫଳରେ ନୀରଜ ପଦକ ଆଶା ଉଜ୍ଜିବୀତ କରିଛନ୍ତି । ଫାଇନାଲରେ ପହଞ୍ଚିବାକୁ ହେଲେ ୮୩. ୫୦ ମିଟର ଥ୍ରୋ କରିବା ଜରୁରି ଥିଲା, ହେଲେ ନୀରଜ ଏହାଠୁ ଅଧିକ ମିଟର ଫୋପାଡି ଫାଇନାଲରେ ପ୍ରବେଶ କରିଛନ୍ତି । ଏହି ବିଜୟ ସହ ଗ୍ରୁପ A ର ପ୍ରଥମ ସ୍ଥାନରେ ରହିଛନ୍ତି ନୀରଜ । ଆସନ୍ତା ୭ ତାରିଖରେ ଫାଇନାଲ୍ ଖେଳିବେ ନୀରଜ ଚୋପ୍ରା । ହରିୟାଣାର ପାଣୀପତରେ ଜନ୍ମ ଗ୍ରହଣ କରିଥିବା ନୀରଜ ବିଶ୍ୱସ୍ତରୀୟ ଆଥଲେଟିକ୍ସ ଚାମ୍ପିଆନସିପରେ ସ୍ୱର୍ଣ୍ଣ ପଦକ ଜିତିଥିବା ଦ୍ୱିତୀୟ ଭାରତୀୟ ଆଥଲେଟ୍ ଅଟନ୍ତି ।

ଏଥିସହିତ ପଢ଼ନ୍ତୁ: ଭାରତୀୟ ହକି ଟିମ୍‌ର ମନୋବଳ ବଢାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

 

ଭକ୍ତଙ୍କ ନିମନ୍ତେ ଶ୍ରୀମନ୍ଦିର ଖୋଲିବା ନେଇ ଆଜି ନିଷ୍ପତ୍ତି ନିଆଯିବ

ପୁରୀ: ଶ୍ରୀମନ୍ଦିର ଖୋଲିବା ନେଇ ଆଜି ନିଆଯାଇପାରେ ଚୂଡାନ୍ତ ନିଷ୍ପତି | କେଉଁ ଢଙ୍ଗରେ ଶ୍ରୀମନ୍ଦିର ଭକ୍ତମାନଙ୍କ ଉଦ୍ଦେଶ୍ୟରେ ଖୋଲାଯିବ ଏବଂ କେବେ ଖୋଲାଯିବ ସେନେଇ ଆସନ୍ତାକାଲି ସ୍ୱତନ୍ତ୍ର ବୈଠକରେ ଆଲୋଚନା କରାଯାଇ ନିଆଯିବ ନିଷ୍ପତ୍ତି | ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ପୁରୀ ଜିଲ୍ଲାପାଳ, ଏସ୍ପି, ସିଡିଏମ୍‌ଓ ତଥା, ଶ୍ରୀମନ୍ଦିର କୋଭିଡ ପରିଚାଳନା କମିଟିର ସଦସ୍ୟ ମାନେ ଉପସ୍ଥିତ ରହିବେ | ସକାଳ ୧୧ଟାରେ ଭର୍ଚୁଆଲ ଯୋଗେ ଏହି ବୈଠକ ବସିବାର ଅଛି |

ଏଥିସହିତ ପଢ଼ନ୍ତୁ: ବଲାଙ୍ଗୀର ଗସ୍ତରରେ ଯିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ

ବଲାଙ୍ଗୀର ଗସ୍ତରରେ ଯିବେ ମୁଖ୍ୟ ଶାସନ ସଚିବ ଓ 5-T ସଚିବ: ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବେ

ବଲାଙ୍ଗୀର: ଆଜି ବଲାଙ୍ଗୀର ଗସ୍ତରେ ଯିବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ 5-T ସଚିବ ଭି. କାର୍ତ୍ତିକେୟ ପାଣ୍ଡିଆନଙ୍କ ସମେତ ଏକ ଉଚ୍ଚସ୍ତରୀୟ ସଚିବ ସ୍ତରୀୟ ଟିମ । ଗସ୍ତ ସମୟରେ 5-T ସଚିବଙ୍କ ଉଚ୍ଚସ୍ତରୀୟ ଟିମ ସକାଳ ୯ଟା ୩୦ମି. ସମୟରେ ବଲାଙ୍ଗୀର ତୁଷୁରା ଏୟାରଷ୍ଟ୍ରୀପ ଠାରେ ପହଞ୍ଚିବେ । ସେଠାରୁ ବାହାରି ପ୍ରଥମେ ଦେଓଗାଁ ପଞ୍ଚାୟତ ହାଇସ୍କୁଲ ପରିଦର୍ଶନ କରିବେ । ବଲାଙ୍ଗୀର ଠାରେ ରାଜ୍ୟ ସରକାରଙ୍କ ଅନୁଦାନରେ ନିର୍ମାଣ କାର୍ଯ୍ୟ ଚାଲିଥିବା ତରଳ ଅକ୍ସିଜେନ ପ୍ଲାଣ୍ଟ ସାଇଡ ବୁଲି କାର୍ଯ୍ୟ ତଦାରଖ କରିବା ସହ ପତିତପାବନ ହାଇସ୍କୁଲକୁ ଯିବେ , ମେଡିକାଲ କଲେଜ ଠାରେ ୫ଶହ ଶଯ୍ୟା ସଂଖ୍ୟା ବିଶିଷ୍ଟ ହସ୍ପିଟାଲର କାର୍ଯ୍ୟର ସମୀକ୍ଷା, ସେଠାରୁ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ପରିଦର୍ଶନ କରିବା ସହ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିବେ । ଏଥିସହିତ  ଜିଲ୍ଲାର ଉନ୍ନୟନ କାର୍ଯ୍ୟର ତଦାରଖ କରିବା କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ଅପରପକ୍ଷରେ ଏହି ଗସ୍ତ ନେଇ ଜିଲ୍ଲାପାଳ ଚଞ୍ଚଳ ରାଣା, ଏସପି ନିତିନ କୁସଲକରଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଗସ୍ତସୁଚି ଅନୁସାରେ ସୁରକ୍ଷା ବ୍ୟବସ୍ଥା ଆୟୋଜନ ପାଇଁ ସମୀକ୍ଷା କରିଛନ୍ତି । 5-T ସଚିବଙ୍କ ଗସ୍ତସୂଚୀ ଅନୁସାରେ ସମସ୍ତ ସ୍ଥାନରେ ସୁରକ୍ଷା ବ୍ୟବସ୍ଥା ଆୟୋଜନର ତଦାରଖ କରିଛନ୍ତି ଜିଲ୍ଲାପାଳ ଓ ଏସପି ।

ଏଥିସହିତ ପଢ଼ନ୍ତୁ: ରାଜଧାନୀରେ ଘରଭଡ଼ାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ପୋଲିସ ଓ ସାମ୍ୱାଦିକଙ୍କୁ ମାଡ଼ ମାରିଲେ ଘର ମାଲିକାଣୀ

ରାଜଧାନୀରେ ଘରଭଡ଼ାକୁ କେନ୍ଦ୍ରକରି ତୁମୁଳକାଣ୍ଡ: ପୋଲିସ ଓ ସାମ୍ୱାଦିକଙ୍କୁ ମାଡ଼ ମାରିଲେ ଘର ମାଲିକାଣୀ

ଭୁବନେଶ୍ୱର: ଘରଭଡ଼ାକୁ କେନ୍ଦ୍ର କରି ତୁମୁଳକାଣ୍ଡ । ପୋଲିସ ଓ ସାମ୍ବାଦିକଙ୍କୁ ଘରମାଲିକାଣି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ଘଟିଛି ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳରେ । ପୋଲିସ ମହିଳା ଜଣଙ୍କୁ କାବୁକରି ଥାନାକୁ ଆଣିଥିବା ଜଣାପଡ଼ିଛି । ମହିଳା ଡାକ୍ତରାଣୀଙ୍କ ନାଁ ସୁଶ୍ରୀ ପଣ୍ଡା । ପୋଲିସ ଉଭୟ ସାମ୍ବାଦିକ ଓ ପୋଲିସଙ୍କୁ ମେଡିକାଲ ଟେଷ୍ଟ କରିବା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଯାଇଛି ।

 

ଏଥିସହିତ ପଢ଼ନ୍ତୁ: ତୃତୀୟ ପ୍ରବାହର ସଂକେତ! ଦେଶର ଆଠ ରାଜ୍ୟରେ ଅଧିକ ରହିଛି ଆର ଭ୍ୟାଲୁ

ଆଇଆଇଏମ୍‍ସି ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହେବ

ଢେଙ୍କାନାଳ: ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ର ପ୍ରକାଶନ ୧୮୬୬ ମସିହା ଅଗଷ୍ଟ ୪ରେ ଆରମ୍ଭ ହୋଇଥିଲା । ଗୌରୀଶଙ୍କର ରାୟ ଏହି ସାପ୍ତାହିକ ଖବରକାଗଜଟିକୁ ପ୍ରକାଶ କରିଥିଲେ ୧୮୬୪ ମସିହାରେ ସ୍ଥାପିତ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସ୍‍ରୁ । ସେଇଥିପାଇଁ ଅଗଷ୍ଟ ୪କୁ ଓଡ଼ିଆ ସାମ୍ବାଦିକତା ଦିବସ ଭାବେ ପାଳନ କରାଯାଉଛି । ଏହାକୁ ଓଡ଼ିଆ ଭାଷାର ପ୍ରଥମ ପ୍ରକୃତ ଅର୍ଥରେ ଖବରକାଗଜ ଭାବେ ବିବେଚିତ କରାଯାଏ । ଖବରକାଗଜର ଅବଧାରଣାରେ ଯେଉଁ କଥାଗୁଡ଼ିକ ରହିଛି- ‘ଉତ୍କଳ ଦୀପିକା’ରେ ତାହା ସବୁ ଥିଲା । ଓଡ଼ିଶାର ସାମାଜିକ ତଥା ରାଜନୈତିକ ଜୀବନରେ ଏହି ଖବରକାଗଜ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହା ସାଧାରଣ ଲୋକଙ୍କ ଦୁଃଖ ଦୁର୍ଦ୍ଦଶାକୁ ପ୍ରଶାସନ ସମ୍ମୁଖକୁ ଆଣିଥିଲା । ୧୮୬୬ରେ ନଅଙ୍କ ଦୁର୍ଭିକ୍ଷ ହୋଇଥିଲା । ଦୁର୍ଭିକ୍ଷ ସମୟର ଖବର ‘ଉତ୍କଳ ଦୀପିକା’ରେ ସ୍ଥାନ ପାଉଥିଲା । ଭୋକିଲା ଲୋକଙ୍କ ସହାୟତା ପାଇଁ ପ୍ରଶାସନ କ’ଣ ପଦକ୍ଷେପ ନେବା ଉଚିତ, ସେ ସମ୍ପର୍କରେ ଅନେକ ସୁଚିନ୍ତିତ ପରାମର୍ଶ ଦେଉଥିଲା ‘ଉତ୍କଳ ଦୀପିକା’ । ଓଡ଼ିଆଙ୍କ ସ୍ୱାର୍ଥ, ଓଡ଼ିଆ ଭାଷାଭାଷୀ ଅଞ୍ଚଳର ଏକତ୍ରୀକରଣ ଦିଗରେ ଏହା ଉଦ୍ୟମ କରିଥିଲା । ୧୮୬୬ରୁ ୧୯୩୬ ଯାଏ- ସାତ ଦଶନ୍ଧି ଧରି ଧାରାବାହିକ ଭାବରେ ଏହାର ପ୍ରକାଶନ ଜାରି ରହିଥିଲା । ସେହିପରି ଓଡ଼ିଆ ଭାଷାକୁ ବୁଡ଼େଇ ଦେବା ନେଇ ବଙ୍ଗାଳୀଙ୍କ ଷଡ଼ଯନ୍ତ୍ରର ତୀବ୍ର ବିରୋଧ କରିଥିଲା ଉତ୍କଳ ଦୀପିକା।
ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳ ପକ୍ଷରୁ ଆସନ୍ତା ଅଗଷ୍ଟ ୪ ତାରିଖରେ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ କରାଯିବ । ଏହି ଅବସରରେ ‘ସାମ୍ବାଦିକତା ଓ ସାହିତ୍ୟ’ ଉପରେ ବିଶିଷ୍ଟ ଅନୁବାଦକ ତଥା ସ୍ତମ୍ଭକାର ପ୍ରଫେସର ଯତୀନ୍ଦ୍ର ନାୟକ ବକ୍ତବ୍ୟ ପ୍ରଦାନ କରିବାର କାର୍ଯ୍ୟକ୍ରମ ଅଛି । ସେହିପରି ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ପ୍ରଥମ ସେମିଷ୍ଟରରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରୀ ଯାଜ୍ଞସେନୀ ଧଳଙ୍କୁ ରାଧାନାଥ ରଥ ବୃତ୍ତି ପ୍ରଦାନ କରାଯିବ । ଏହାସହ ଇଂରାଜୀ ସାମ୍ବାଦିକତାରେ ସ୍ନାତକୋତ୍ତର ଡିପ୍ଲୋମା ପାଠ୍ୟକ୍ରମର ଛାତ୍ରୀ ଖ୍ୟାତି ସଙ୍ଗୀରଙ୍କୁ ଡ. ସତ୍ୟ ମହାପାତ୍ର ସ୍ମାରକୀ ବୃତ୍ତି ଦିଆଯିବ ।
ପୂର୍ବାହ୍ଣ ୧୧ଟାରେ ଗୁଗୁଲ୍‍ ମିଟ୍‍ ପ୍ଲାଟ୍‍ଫର୍ମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରଥମେ ‘ଓଡ଼ିଆ ସାମ୍ବାଦିକତା ଦିବସ’ ଉପରେ ୨୦୨୦-୨୧ ଶିକ୍ଷାବର୍ଷର ଓଡ଼ିଆ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରସ୍ତୁତ ଏକ ଭିଡିଓ ସ୍କ୍ରିନିଂ ହେବ । ତା’ପରେ ଅର୍ଥନୈତିଜ୍ଞ ଡ. ନୀଳକଣ୍ଠ ରଥ ନିଜର ବକ୍ତବ୍ୟ ରଖିବେ । ଆଇଆଇଏମ୍‍ସି ପକ୍ଷରୁ ପ୍ରତିବର୍ଷ ଏହି ଦିନ ଓଡ଼ିଆ ସାମ୍ବାଦିକତା ଦିବସ ପାଳନ ହୋଇଆସୁଛି ।