ଭୁବନେଶ୍ୱର: କେନ୍ଦ୍ର ସାର ଓ ରସାୟନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ରାଜ୍ୟକୁ ଆବଶ୍ୟକ ପରିମାଣର ସାର ମିଳୁନଥିବାରୁ ଉଦବୋଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏନେଇ କେନ୍ଦ୍ର ସାର ମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡିଲେ ନବୀନ । ମାସିକ କୋଟା ପ୍ରଦାନ ସହ ପୂର୍ବରୁ ବକେୟା ଥିବା ସାର ଯୋଗାଇଦେବାକୁ ଦାବି କଲେ ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟ ସରକାର ୨ଲକ୍ଷ ୩୧ହଜାର ୫୩୦ ମେଟ୍ରିକ ଟନ୍ ୟୁରିଆ ସାର ପାଇବା କଥା ମିଳିଛି ମାତ୍ର ୧ଲକ୍ଷ ୪୫ହଜାର ୧୪୫ ମେଟ୍ରିକ ଟନ୍ । ସେହିପରି ଏହି ସମୟ ମଧ୍ୟରେ ଡିଏପି ସାର ୧ଲକ୍ଷ ୫୨ ହଜାର ମେଟ୍ରିକ ଟନ୍ ବଦଳରେ ମିଳିଛି ୯୭ହଜାର ୭୬୩ ମେଟ୍ରିକ ଟନ୍ । ସେହିପରି ଏମଓପି ସାର ଯୋଗାଣରେ ମଧ୍ୟ କେନ୍ଦ୍ର ଅଣଦେଖା କରାଯାଇଛି । ମୋଟ୍ ୟୁରିଆ ଯୋଗାଣ ୬୨ପ୍ରତିଶତ ମିଳିଛି । ଅନ୍ୟ ସାର କ୍ଷେତ୍ରରେ ମଧ୍ୟ ଓଡ଼ିଶା ପାଇଛି ୬୦ରୁ ୭୪ ପ୍ରତିଶତ । ସାଇକ୍ଲୋନ୍ ୟାସ୍ରେ ବ୍ୟାପକ ଫସଲ ନଷ୍ଟ ହୋଇଛି । ଗତବର୍ଷ ମଧ୍ୟ ଘୂର୍ଣ୍ଣିଝଡ଼ରେ ବ୍ୟାପକ ଫସଲ ନଷ୍ଟ ହୋଇଥିଲା । କୃଷି ଉତ୍ପାଦନ ବୃଦ୍ଧି ପାଇଁ ଆବଶ୍ୟକ ସାର ଯୋଗାଇଦେବାକୁ ଚିଠିରେ ଦାବି କରିଛନ୍ତି । ଜୁଲାଇରୁ ସେପ୍ଟେମ୍ବର ଓଡ଼ିଶାରେ ୟୁରିଆର ସର୍ବାଧିକ ବ୍ୟବହାର ହୋଇଥାଏ । ସାରର ଅଭାବ ରହିଲେ ରାଜ୍ୟରେ କୃଷି ଉତ୍ପାଦନ ପ୍ରଭାବିତ ହେବା ସହ ଅଧିକା ଅଯଥା ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।
କଳାହାଣ୍ଡି ଗସ୍ତରେ ୫-ଟି ସଚିବ: ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରୁଛନ୍ତି ସମୀକ୍ଷା
କଳାହାଣ୍ଡି: ଗ୍ରାଉଣ୍ଡ ଜିରୋରେ ବିକାଶମୂଳକ କାର୍ଯ୍ୟର ତଦାରଖ କରୁଛନ୍ତି ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ଜିଲ୍ଲା ପରେ ଜିଲ୍ଲା ଗସ୍ତ କରି ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ତଦାରଖ କରୁଛନ୍ତି । ଏହି କ୍ରମରେ ଶୁକ୍ରବାର ଶ୍ରୀ ପାଣ୍ଡିଆନ୍ କଳାହାଣ୍ଡି ଜିଲ୍ଲା ଗସ୍ତ କରିଛନ୍ତି । ତାଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଓ ବିଭିନ୍ନ ବିଭାଗର ସଚିବମାନେ ଗ୍ରସ୍ତ କରିଛନ୍ତି । ଉତକେଲା ଏୟାର ଷ୍ଟ୍ରିପରେ ପହଞ୍ଚିବା ପରେ ସେଠାରେ ଉଡାନ୍ ଯୋଜନାର ସମୀକ୍ଷା କରିଛନ୍ତି । ଜିଲ୍ଲାରେ ନୂତନ ମେଡିକାଲ କଲେଜରେ ତଦାରଖ ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ତଦାରଖ । ଜିଲ୍ଲାରେ କୋଭିଡ ସ୍ଥିତି ସମୀକ୍ଷା କରିବା ସହିତ ଅକ୍ସିଜେନ୍ ପ୍ଲାଣ୍ଟର ନିର୍ମାଣ କାର୍ଯ୍ୟ କେତେ ବାଟ ଆଗେଇଛି ସେ ସମ୍ପର୍କରେ ଆଲୋଚନା କରିବେ । ୫ଟି ସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ମିଶନ ଶକ୍ତି ନିର୍ଦ୍ଦେଶିକା ଶାଳିନି ପଣ୍ଡିତ୍, ପୂର୍ତ୍ତ ସଚିବ କ୍ରିଷନ କୁମାର ଏବଂ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ୍ କ୍ରୀଷ୍ଣା ମଧ୍ୟ ଗ୍ରସ୍ତରେ ସାମିଲ ହୋଇଛନ୍ତି । ଗତ 28 ତାରିଖରେ ନବରଙ୍ଗପୁର ଓ କୋରାପୁଟ ଜିଲ୍ଲା ଗସ୍ତ କରି ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଥିଲେ ଫାଇଭ୍ ଟି ସଚିବ । ମେଗା ଉଠା ଜଳସେଚନ ପ୍ରକଳ୍ପର ସମୀକ୍ଷା ସହ ସ୍ମାର୍ଟ କ୍ଲାସରୁମ୍ ଓ ଇ-ଲାଇବ୍ରେରୀର ସମୀକ୍ଷା କରିଥିଲେ ।
ଏଥିସହିତ ପଢ଼ନ୍ତୁ: କୋଟିପତି OSSCର ପିଏସ୍ ବିରଞ୍ଚି ସାହୁ ଗିରଫ : କେଜିଏରୁ ଅଧିକ ସୁନା, ମୋଟ ୩କୋଟି ୭୯ ସମ୍ପତ୍ତି ଠାବ
କୋଟିପତି OSSCର ପିଏସ୍ ବିରଞ୍ଚି ସାହୁ ଗିରଫ : କେଜିଏରୁ ଅଧିକ ସୁନା, ମୋଟ ୩କୋଟି ୭୯ ସମ୍ପତ୍ତି ଠାବ
ଭୁବନେଶ୍ୱର: ଗିରଫ ହେଲେ OSSCର କୋଟିପତି PS ବିରଞ୍ଚି ସାହୁ । ବିଳମ୍ବିତ ରାତି ଯାଏଁ ରେଡ୍ ପରେ ବିରଞ୍ଚିଙ୍କୁ ଗିରଫ କଲା ଭିଜିଲାନ୍ସ । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗତକାଲି ଚଢାଉ କରିଥିଲା ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ପୁଳାପୁଳା ଟଙ୍କା ସହିତ ଜବତ ହୋଇଥିଲା କେଜିଏରୁ ଅଧିକ ସୁନା । ୨୦ଘଣ୍ଟା ଧରି ମାରାଥନ ରେଡ୍ ପରେ ରାତି ସାଢ଼େ ୨ଟାରେ ସରିଥିଲା ରେଡ଼ । ସ୍ଥାବର ଅସ୍ଥାବର ସମ୍ପତ୍ତିର ହିସାବ କରିଛି ଭିଜିଲାନ୍ସ । ବିରଞ୍ଚିଙ୍କ ଘରୁ ଦେଢ କେଜି ସୁନା ଓ ଅଳଙ୍କାର ଜବତ ହୋଇଛି । ଜବତ ସୁନାର ମୂଲ୍ୟ ୬୦ ଲକ୍ଷରୁ ଅଧିକ ଟଙ୍କା ହେବ । ଏହା ସହିତ ୫୬ ଲକ୍ଷ ଟଙ୍କାର ଜୀବନବୀମା, ନଗଦ ୨୫ଲକ୍ଷ ଟଙ୍କା ଓ ବିପୁଳ ପରିମାଣର ବ୍ୟାଙ୍କ ଡିପୋଜିଟ୍ ଜବତ କରିଛି ଭିଜିଲାନ୍ସ । ଏଥିସହିତ ନିଯୁକ୍ତି ସମ୍ବନ୍ଧୀୟ ଆଡମିଟ୍ କାର୍ଡ, ଦାମୀ କାର ଏବଂ ବାଇକ ଜବତ କରାଯାଇଛି । ସେହିପରି ନୀଳାଦ୍ରିବିହାରରେ ୨ମହଲା କୋଠା, ଭକ୍ତିବିହାରରେ କୋଠା ସମେତ ଭୁବନେଶ୍ୱର, ଖୋର୍ଦ୍ଧା ଓ ପୁରୀରେ ୧୪ଟି ପ୍ଲଟ ଠାବ ହୋଇଛି । ବର୍ତ୍ତମାନ ସୁଦ୍ଧା ବିରଞ୍ଚିଙ୍କ ନିକଟରୁ ୩କୋଟି ୭୯ଲକ୍ଷର ସମ୍ପତ୍ତି ଠାବ ହୋଇଥିବା ସୂଚନା ମିଳିଛି ।
ଏଥିସହିତ ପଢ଼ନ୍ତୁ: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ସଦସ୍ୟଙ୍କ ପ୍ରାଇଭେଟ୍ ସେକ୍ରେଟାରୀଙ୍କ ଘରେ ଭିଜିଲାନ୍ସ ରେଡ୍
ଏଥିସହିତ ପଢ଼ନ୍ତୁ: ସୃଷ୍ଟ ଲଘୁଚାପ ସକ୍ରିୟ: ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ
ରାଜ୍ୟରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ । କ୍ୱାରେଣ୍ଟାଇନ୍ରୁ ୯୧୫ ଓ ସ୍ଥାନୀୟ ଅଞ୍ଚଳରୁ ୬୬୩ କରୋନା ସଂକ୍ରମିତ ଚିହ୍ନଟ । ଅନୁଗୁଳରୁ ୪୭, ବାଲେଶ୍ୱରରୁ ୭୮, ବରଗଡ଼ ୯, ଭଦ୍ରକ ୫୨, ବଲାଙ୍ଗୀର ୮, ବୌଦ୍ଧ ୪, କଟକ ୨୧୨, ଦେବଗଡ଼ ୮, ଢେଙ୍କାନାଳ ୧୯, ଗଜପତି ୧୪, ଗଞ୍ଜାମ ୨, ଜଗତସିଂହପୁର ୧୧୩, ଯାଜପୁର ୭୭, ଝାରସୁଗୁଡ଼ା୨, କଳାହାଣ୍ଡି ୧, କନ୍ଦମାଳ ୧୭, କେନ୍ଦ୍ରାପଡ଼ା ୫୧, କେନ୍ଦୁଝର ୧୭, ଖୋର୍ଦ୍ଧା ୪୩୬, କୋରାପୁଯ ୧୪, ମାଲକାନଗିରି ୧୧, ମୟୂରଭଞ୍ଜ ୪୧, ନବରଙ୍ଗପୁର ୧୬, ନୟାଗଡ଼ ୫୩, ନୂଆପଡ଼ା ୨, ପୁରୀ ୧୦୯, ରାୟଗଡ଼ା ୧୪, ସମ୍ୱଲପୁର ୧୮, ସୋନପୁର ୧୨, ସୁନ୍ଦରଗଡ଼ରୁ ୨୯ ଓ ଷ୍ଟେଟପୁଲ୍ରୁ ୯୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଏବେ ବି ୧୬ ହଜାର ୩୮୪ ମାମଲା ସକ୍ରିୟ ରହିଛି ।
ଏଥିସହିତ ପଢ଼ନ୍ତୁ: ସୃଷ୍ଟ ଲଘୁଚାପ ସକ୍ରିୟ: ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ
ଯୁକ୍ତ ୨ ବାଣିଜ୍ୟ ଓ ବିଜ୍ଞାନ ରେଜଲ୍ଟ ଆଜି
ଭୁବନେଶ୍ୱର: ଶନିବାର ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । କେବଳ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶ ପାଇବ । ଆଜି ସଂଧ୍ୟାରେ ରେଜଲ୍ଟ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି । କରୋନା ପାଇଁ ଏଥର ପରୀକ୍ଷା ହୋଇନଥିବା ବେଳେ ପୂର୍ବ ପରୀକ୍ଷା ଆଧାରରେ ପରୀକ୍ଷା ଫଳ ଘୋଷଣା ହେବ । ପରୀକ୍ଷା ଫଳରେ ସନ୍ତୁଷ୍ଟ ନଥିବା ଛାତ୍ରଛାତ୍ରୀମାନେ ଅଫଲାଇନରେ ପରୀକ୍ଷା ଦେଇପାରିବେ ବୋଲି ନିଷ୍ପତ୍ତି ହୋଇଥିବା ଗଣଶିକ୍ଷାମନ୍ତ୍ରୀ ସମୀର ଦାସ କହିଛନ୍ତି । ତେବେ କଳା ଓ ଧନ୍ଦାମୂଳକ ପାଠ୍ୟକ୍ରମର ଫଳ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରକାଶ ପାଇବ । ଏଥିପାଇଁ ସାମାନ୍ୟ ବିଳମ୍ବ ହୋଇପାରେ । କାଗଜପତ୍ର ଯାଞ୍ଚ କରିବାରେ ସାମାନ୍ୟ ବିଳମ୍ବ ହେବାରୁ ଅଧିକ ସମୟ ଲାଗିବ । ଏଥିପାଇଁ ସୁପ୍ରିମକୋର୍ଟଙ୍କ ନିକଟରେ ସମୟ ଯାଚିକା ଦାଖଲ କରିଛନ୍ତି ଉଚ୍ଚ ମାଧ୍ୟମିକ ପରିଷଦ ।
ଏଥିସହିତ ପଢ଼ନ୍ତୁ: ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ରେଜଲ୍ଟ , ୯୯.୩୭ ପ୍ରତିଶତ ରହିଛି ପାସ୍ ହାର
ସୃଷ୍ଟ ଲଘୁଚାପ ସକ୍ରିୟ: ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲେ ପାଣିପାଗ ବିଭାଗ
ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଓ ଝାଡ଼ଖଣ୍ଡ ଅଞ୍ଚଳ ଉପରେ ସୃଷ୍ଟି ଲଘୁଚାପ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କେତେକ ସ୍ଥାନରେ ବର୍ଷାର ପରିମାଣ ଅଧିକ ରହିପାରେ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଆଜି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ବରଗଡ, ଝାରସୁଗୁଡା, ସୁନ୍ଦରଗଡ, ନୂଆପଡା ଓ ସମ୍ବଲପୁରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ବିଜୁଳି ଘଡଘଡି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡା ଘଣ୍ଟା ପ୍ରତି ୪୫ରୁ ୫୫କିଲୋମିଟର ବେଗରେ ପବନ ବହିବ । ବିପଦ ଆଶଙ୍କାରେ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ପ୍ରବେଶ କରିବାକୁ ବାରଣ କାରଯାଇଛି ।
ଏଥିସହିତ ପଢ଼ନ୍ତୁ: ନୂଆ ଗାଇଡଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର: ‘ଏ’ କ୍ୟାଟେଗୋରୀ ଜିଲ୍ଲାରେ ଖୋଲିପାରେ ଏହି ସବୁ ସୁବିଧା
ନୂଆ ଗାଇଡଲାଇନ୍ ଘୋଷଣା କରିବେ ରାଜ୍ୟ ସରକାର: ‘ଏ’ କ୍ୟାଟେଗୋରୀ ଜିଲ୍ଲାରେ ଖୋଲିପାରେ ଏହି ସବୁ ସୁବିଧା
ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜ୍ୟରେ କିପରି ରହିବ କରୋନା କଟକଣା । ନିୟମରେ ଆହୁରି କୋହଳ ହେବ ନା ତୃତୀୟ ଲହରକୁ ଦୃଷ୍ଟିରେ ରଖି କଟକଣା ଜାରି ରହିବ । ଏସବୁ ପ୍ରଶ୍ନ ନେଇ ଆଜି ଆସିପାରେ ବଡ଼ ଘୋଷଣା । ରାଜ୍ୟରେ ୨ପ୍ରତିଶତକୁ ଖସିଛି ପଜିଟିଭ ହାର । ହେଲେ ଦୈନିକ ସଂକ୍ରମଣ ଟ୍ରେଣ୍ଡ ୧୬ଶହରୁ ୧୮ଶହ ମଧ୍ୟରେ ରହୁଛି। ସେହିପରି ଟ୍ୱିନ୍ ସିଟିରେ ସଂକ୍ରମଣ ସ୍ଥିର ରହିଛି । ତେଣୁ ରାଜ୍ୟରେ ସଂପୂର୍ଣ୍ଣ ଅନଲକ୍ କରିବା ସମ୍ଭବ ନୁହେଁ । ପୂରା ଖୋଲିଲେ ସ୍ଥିତି ବିଗିଡି ଯାଇପାରେ ବୋଲି ଆଶଙ୍କା କରିଛି ସ୍ବାସ୍ଥ୍ୟ ବିଭାଗ । ତେଣୁ ଅଗଷ୍ଟ ନୂଆ ଗାଇଡ୍ଲାଇନରେ କଟକଣା ସମ୍ପୁର୍ଣ୍ଣ କୋହଳ ହୋଇନପାରେ । ଏ-କ୍ୟାଟେଗୋରୀରେ ଥିବା ୨୦ଟି ଜିଲ୍ଲାରେ କଟକଣା ଆହୁରି କୋହଳ ହୋଇପାରେ । କଟକ, ଭୁବନେଶ୍ବର, ପୁରୀକୁ ଛାଡି ବି-କ୍ୟାଟେଗୋରୀର ଅନ୍ୟ ଜିଲ୍ଲାରେ କଟକଣା କୋହଳ କରାଯିବ । ନୂଆ ଗାଇଡଲାଇନରେ ଏ-କ୍ୟାଟେଗୋରୀର ୨୦ଟି ଜିଲ୍ଲାରେ ମଲ୍, ସିନେମା ହଲ୍, ମନ୍ଦିର ଓ ଧର୍ମସ୍ଥଳୀ ଖୋଲିବା ପାଇଁ ଅନୁମତି ଦିଆଯାଇପାରେ । ସେହିପରି ସ୍ବାଭାବିକ ଭାବେ ସକାଳୁ ରାତି ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲିବ । କିନ୍ତୁ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରାଯିବ । ସେହିପରି ବି-କ୍ୟାଟେଗୋରୀ ଜିଲ୍ଲାରେ ସକାଳ ୬ରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହିବ । ସାପ୍ତାହିକ ସଟ୍ଡାଉନ ହଟାଯାଇ କେବଳ ରାତ୍ରୀକାଳୀନ କର୍ଫ୍ୟୁ ଜାରି ରହିପାରେ । ଏବେ ବିପଦ ଟଳିନଥିବାରୁ କଟକଣା ଭିତରେ ନୂଆ ଗାଇଡଲାଇନ୍ କରିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।
ଏଥିସହିତ ପଢ଼ନ୍ତୁ: ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ବିଜେଡ଼ି ସାଂସଦ
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟକୁ ୟୁଜିସି ମାନ୍ୟତା, କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ ବିଜେଡ଼ି ସାଂସଦ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବାରମ୍ବାର ଦାବି ଦାବି ପରେ ପଶ୍ଚିମ ଓଡ଼ିଶାର ପୁରାତନ ଶିକ୍ଷାନୁଷ୍ଠାନ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ୟୁଜିସି ମାନ୍ୟତା ମିଳିଛି । ଏଥିସହ ବିଶ୍ବବିଦ୍ୟାଳୟ ତାଲିକାରେ ଅନ୍ତର୍ଭୁକ୍ତ କରିଛି ୟୁଜିସି । ଏହା ନିଶ୍ଚିତ ଭାବେ ପଶ୍ଚିମ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବ । ରାଜେନ୍ଦ୍ର ବିଶ୍ବବିଦ୍ୟାଳୟ ଆବଶ୍ୟକୀୟ ତଥ୍ୟ ପ୍ରଦାନ କଲେ ଖୁବ୍ଶୀଘ୍ର କେନ୍ଦ୍ରୀୟ ଅନୁଦାନ ପାଇବ ।
ଏହା ବିଶ୍ବବିଦ୍ୟାଳୟର ଉନ୍ନତି ଏବଂ ଛାତ୍ରଛାତ୍ରୀଙ୍କର ସାମଗ୍ରିକ ବିକାଶ ପାଇଁ ସହାୟକ ହେବ । ୨୦୨୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜେନ୍ଦ୍ର ମହାବିଦ୍ୟାଳକୁ ବିଶ୍ବ ବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ୨୦୨୧ରେ ବିଶ୍ବବିଦ୍ୟାଳୟରେ କୁଳପତି ନିଯୁକ୍ତି ହୋଇସାରିଛନ୍ତି । କିନ୍ତୁ ଏହାକୁ ୟୁଜିସି ବିଶ୍ବ ବିଦ୍ୟାଳୟର ମାନ୍ୟତା ଦେବାରେ ବିଳମ୍ବ କରିଥିଲା । ଏସମ୍ପର୍କରେ ରାଜ୍ୟସଭା ସାଂସଦ ସୁବାସ ସିଂହ ଗୃହର ଶୂନ୍ୟକାଳରେ ଉଠାଇବା ପାଇଁ ମଧ୍ୟ ପ୍ରସ୍ତୁତ ଥିଲେ । ହେଲେ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ ହୋଇଥିଲା ।
ଏନେଇ ଆଜି ରାଜ୍ୟସଭା ସାଂସଦ ସୁବାସ ସିଂ, ସାଂସଦ ମୁନ୍ନା ଖାଁ ଏବଂ ମମତା ମହନ୍ତ ପ୍ରମୁଖ ଏକ ପ୍ରତିନିଧି ଦଳ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ । ଏହାପରେ ୟୁଜିସି ପକ୍ଷରୁ ରାଜେନ୍ଦ୍ର ବିଶ୍ବବିଦ୍ୟାଳୟକୁ ମାନ୍ୟତା ପ୍ରଦାନ କରାଯାଇଛି ।
ବିଜୁ ମହିଳା ଜନତା ଦଳର ସାଂଗଠନିକ ବୈଠକ, ତୃଣମୂଳ ସ୍ତରରେ ପହଁଚିବ ଦଳର କାର୍ଯ୍ୟଶୈଳୀ
ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳର ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ବିଜେଡି ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ଅଧ୍ୟକ୍ଷତାରେ ନୂତନ ଭାବରେ ନିଯୁକ୍ତ କର୍ମକର୍ତ୍ତା ମାନେ ବୈଠକରେ ଯୋଗ ଦେଇଥିଲେ ।
ବିଜେଡି ସର୍ବଦା ମହିଳାଙ୍କର ବିକାଶ ଦିଗରେ ଗୁରୁତ୍ବ ଦେଉଛି । ମହିଳା ମାନଙ୍କ ଅଧିକାରକୁ ମୁଖ୍ୟମନ୍ତ୍ରୀ ସବୁବେଳେ ଗୁରୁତ୍ବ ଦେଇଛନ୍ତି । ତୃଣମୂଳ ସ୍ତରରେ ଦଳର କାର୍ଯ୍ୟଶୈଳୀକୁ ପହଞ୍ଚାଇବାକୁ ବୈଠକରେ ଗୁରୁତ୍ବ ଦିଆଯାଇଛି । ଗ୍ରାଉଣ୍ଡ ଜିରୋରେ ଦଳ କିପରି ଆହୁରି ସୁଦୃଢ ହେବ ସେନେଇ ଆଲୋଚନା କରାଯାଇଛି ।
ଗୁଣ୍ଟୁରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ୨ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟ ଦୁର୍ଘଟଣାରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହିତ ମୃତକଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି । ଗୁଣ୍ଟୁର ଚିଙ୍ଗୁଡି ପ୍ରୋସେସିଂ ପ୍ଲାଣ୍ଟରେ କାମ କରୁଥିବା ବେଳେ ୬ ଶ୍ରମିକଙ୍କର ମୃତ୍ୟୁ ହୋଇଥିଲା । ବିଦ୍ୟୁତ୍ ଆଘାତରେ ସମସ୍ତ ଶ୍ରମିକ ପ୍ରାଣ ହରାଇଥିଲେ ।
ମୃତକଙ୍କ ମଧ୍ୟରୁ ୫ଜଣ ଗୁଣୁପୁର ଅଞ୍ଚଳର ହୋଇଥିବାବେଳେ ଅନ୍ୟ ଜଣେ ଗଜପତି ଜିଲ୍ଲାର । ମୃତକମାନେ ଗୁଣୁପୁର ମୋତିଲାଲ୍ ନଗରର ନବୀନ ଶବର, ପୁଲପୁଟି ଗ୍ରାମର ପାଣ୍ଡବ ଶବର, ମୋହନ ଶବର, କରୁଣାକର ଶବର, ଝୁମ୍ପାପୁର ଗ୍ରାମର ରାମମୁର୍ତି ଗମାଙ୍ଗ । ଏ ସମ୍ପର୍କରେ ଆନ୍ଧ୍ରପ୍ରଦେଶ ଜିଲ୍ଲା ପ୍ରଶାସନ ସହ ନିୟମିତ ଯୋଗାଯୋଗରେ ଅଛି ଓଡ଼ିଶା ମୋ ପରିବାର । ଗୋଟିଏ ରୁମରେ ୧୦ଜଣ ଶ୍ରମିକ ଶୋଇଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।
୪ଜଣ ସୌଭାଗ୍ୟବଶତଃ ବର୍ତ୍ତି ଯାଇଛନ୍ତି । ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ଶ୍ରମିକଙ୍କ ପରିବାର ଓ ପ୍ରଶାସନ ସହ ଯୋଗାଯୋଗରେ ଅଛନ୍ତି । ମୃତକଙ୍କ ପରିବାର ସଦସ୍ୟମାନେ ଗୁଣ୍ଟୁର ଅଭିମୁଖେ ଯାଇଥିବା ବେଳେ ଓଡ଼ିଶା ମୋ ପରିବାର ପକ୍ଷରୁ ମୃତଦେହ ଗୁଡ଼ିକୁ ଓଡ଼ିଶା ଆଣିବାକୁ ବ୍ୟବସ୍ଥା କରାଯାଉଛି । ଓଡ଼ିଶା ମୋ ପରିବାରର ଆବାହକ ଅରୁପ ପଟ୍ଟନାୟକ, ଆନ୍ଧ୍ରପ୍ରଦେଶ ଡିଜି ଓ ଗୁରୁପୁର ଏସ୍ପିଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିଛନ୍ତି ।

