spot_img
Home Blog Page 5380

ACF ସୌମ୍ୟରଞ୍ଜନଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ, ୯୫% ପୋଡି ଯାଇଥିବା ରିପୋର୍ଟରେ ଉଲ୍ଲେଖ

ଭୁବନେଶ୍ୱର: ACF ସୌମ୍ୟରଞ୍ଜନଙ୍କ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ପୋଷ୍ଟମର୍ଟମର ୬ଘଣ୍ଟା ପୂର୍ବରୁ ସୌମ୍ୟଙ୍କ ମୃତ୍ୟୁ ହୋଇଛି । ସୌମ୍ୟଙ୍କ ୯୫% ପୋଡି ଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି । ପାକସ୍ଥଳି ଖାଲିଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି । ମୃତଦେହରେ କିରାସିନି ଗନ୍ଧ ଥିବା ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେପଟେ ଘଟଣାକୁ ନେଇ ସୌମ୍ୟଙ୍କ ଭାଇ ପ୍ରତିକ୍ରିୟା ରଖିଛନ୍ତି ।

ତଦନ୍ତ ଉପରେ ସେ ସନ୍ତୁଷ୍ଟ ନଥିବା ସେ କହିଛନ୍ତି । ବିଦ୍ୟାଙ୍କୁ ପୋଲିସ ଗିରଫ କଲେ ସତ୍ୟାସତ୍ୟ ଜଣାପଡିବ ।ଗୋଟିଏ ଘରେ ୨ଜଣ ଥିଲେ ଜଣେ କେମିତି ପୋଡିଗଲେ ? ଅନ୍ୟ ଜଣଙ୍କ କିପରି କୌଣସି କ୍ଷତି ହେଲାନି ବୋଲି କହିଛନ୍ତି ମୃତ ସୌମ୍ୟଙ୍କ ଭାଇ । ତଦନ୍ତ ଠିକ ଭାବରେ ଚାଲିବା ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବି କରିବେ ବୋଲି ସେ କହିଛନ୍ତି ।

ସୁଇସାଇଡାଲ ପ୍ଲାଣ୍ଟ: ଦେଖିଲେ ମଧ୍ୟ ଛୁଇଁବା ମନା

ପ୍ରତିଦିନ କିଛି ନା କିଛି ଅଜବ ଜିନିଷ ବିଷୟରେ ଆପଣ ଶୁଣୁଥିବେ ।  ଏହି ଶ୍ରେଣୀରେ ଏଭଳି ଏକ ଉଦ୍ଭିଦ ସାମିଲ ଅଛି ଯାହାର ଯନ୍ତ୍ରଣା ଖୁବ୍‌ ଅସହ୍ୟ ।  ଏହା କାହାର ମଧ୍ୟ କଳ୍ପନା ବାହାରେ ।  କିନ୍ତୁ ଜିମପାଇ ଜିମପାଇ ନାମକ ଏକ ଉଦ୍ଭିଦର ହାର୍ଟସେପ୍‌ ଭଳି ଦେଖା ଯାଉଥିବା ପତ୍ର ଗୁଡ଼ିକ ଆପଣଙ୍କ ହାର୍ଟ ଆଟାକର କାରଣ ସାଜିପାରେ । ରହସ୍ୟଭରା ଏହି ଉଦ୍ଭିଦକୁ ସୁଇସାଇଡାଲ ପ୍ଲାଣ୍ଟ ମଧ୍ୟ କୁହାଯାଏ ।

ଏହି ଅଜବ ଉଦ୍ଭିଦର ପତ୍ରରେ ଲାଗି ରହିଥିବା ଛୋଟିଆ କଣ୍ଟା ସଂସ୍ପର୍ଶରେ ଯଦି ଆପଣ ଆସନ୍ତି ତେବେ ଏହା ଖୁବ୍‌ ମାରାତ୍ମକ ହୋଇପାରେ । ଦେଖିବାକୁ ଖୁବ୍‌ କ୍ଷୁଦ୍ର ଏହି ଉଦ୍ଭିଦର କଣ୍ଟା ଯଦି ଶରୀର ମଧ୍ୟରେ ଭୁଲରେ ମଧ୍ୟ ପ୍ରବେଶ କରିଯାଏ, ତେବେ ଏହାକୁ ବାହାର କରିବା ଖୁବ୍‌ କଷ୍ଟସାଧ୍ୟ ହୋଇଯାଏ । ଯେପର୍ଯ୍ୟନ୍ତ ଏହି କଣ୍ଟା ଶରୀର ମଧ୍ୟରୁ ବାହାରି ନଥାଏ, ସେପର୍ଯ୍ୟନ୍ତ ଏହାର ବିଷ ସାରା ଶରୀରରେ ପ୍ରବେଶ କରି ଯନ୍ତ୍ରଣା ଦିଏ । ଏହି ଉଦ୍ଭିଦ ସାଧାରଣତଃ  ଅଷ୍ଟ୍ରେଲିଆରେ ଦେଖିବାକୁ ମିଳେ । ଏହା ଦୁନିଆର ସବୁଠାରୁ ଅଧିକ ଖତରନାକ ଉଦ୍ଭିଦ ମଧ୍ୟରୁ ଗୋଟିଏ  ବୋଲି କୁହାଯାଏ ।

ବୈଜ୍ଞାନିକଙ୍କ ଭାଷାରେ ଏହି ଉଦ୍ଭିଦର ନାଁ ଡିଣ୍ଡ୍ରୋକନାଇଡ୍‌ ମୋରୋଇଡ୍ସ ।  ସାଧାରଣତଃ ଜିମପାଇ ଜିମପାଇ ନାମରେ ଏହା ଜଣାଶୁଣା ।  ଏହି ପତ୍ରର ଆକାର ହାର୍ଟ ଭଳି । ଏହାର ପତ୍ର ଛୋଟ ଛୋଟ କଣ୍ଟାରେ ଭରି ରହିଥାଏ । ଏହି କଣ୍ଟା ଖୁବ୍‌ ବିଷାକ୍ତ ହୋଇଥାଏ ।  ଏହାର ବିଷ କୌଣସି ସାପ ବା ବିଛାର ସାପର ବିଷ ଠାରୁ କମ୍‌ ନୁହେଁ । ଏଥିରେ ଥିବା ବିଷକୁ ନ୍ୟୁରୋଟକ୍ସିନ ପଏଜନ କୁହାଯାଏ ।  କ୍ୱିନ୍ସଲ୍ୟାଣ୍ଡ  ପାର୍କ୍ସ ଆଣ୍ଡ୍‌  ଓ୍ୱାଇଲଡଲାଇଫ ସର୍ଭିସେଜ୍‌ର ସିନିଅର କଞ୍ଜର୍ଭେସନ୍‌ ଅଫିସର ଅର୍ନି ରାଇଡରଙ୍କ କହିବା ଅନୁସାରେ ଏହି ଉଦ୍ଭିଦକୁ ଛୁଇଁବାର ଦୁଇ ବର୍ଷ ପର୍ଯ୍ୟନ୍ତ ଯନ୍ତ୍ରଣା ତାଙ୍କ ଶରୀରରେ ରହିଥିଲା ।

କୁହାଯାଏ ଏହି ଉଦ୍ଭଦକୁ ଛୁଇଁବାର ଦୁଇ ଘଣ୍ଟା ପର୍ଯ୍ୟନ୍ତ ଅସହ୍ୟ ଯନ୍ତ୍ରଣା ହୋଇଥାଏ, ଏବଂ ପରିସ୍ଥିତି ଭଳି ହୋଇଯାଏଯେ, ମଣିଷ ଚେତାଶୂନ୍ୟ ହୋଇଯାଏ । ଯନ୍ତ୍ରଣରା ହେତୁ ତ୍ୱଚା ଲାଲ ହୋଇଯାଏ । କେବେ କେବେ ଏହା ଭଲ ହେବାପାଇଁ ଦୀର୍ଘ ଦିନ ସମୟ ଲାଗିଯାଏ । ଲଗାତାର ଅସହ୍ୟ ଯନ୍ତ୍ରଣା ହେବାଦ୍ୱାରା କେବେ କେବେ ବ୍ୟକ୍ତି ମନକୁ ଆତ୍ମହତ୍ୟା କରିବା କଥା ମଧ୍ୟ ଆସିଥାଏ । ଏଥିପାଇଁ ଏହାକୁ ସୁଇସାଇଡାଲ ପ୍ଲାଣ୍ଟ ବୋଲି କୁହାଯାଏ । ଗବେଷଣା କହୁଛି, ଏହି ଉଦ୍ଭିଦର ସବୁଜ ପତ୍ର ଯେତିକି ବିଷାକ୍ତ ହୋଇଥାଏ, ଏହାର ଶୁଷ୍କ ପତ୍ର ମଧ୍ୟ ସେତିକି ବିଷାକ୍ତ ହୋଇଥାଏ ।

ଅଶ୍ୱତ୍ଥ ଗଛରେ ଲଗାନ୍ତୁ ଏଭଳି ପତାକା, ବିଗିଡ଼ି ଯାଇଥିବା କାମ ମଧ୍ୟ ହୋଇଯିବ

ଭାରତୀୟ ସଂସ୍କୃତି, ପରମ୍ପରା ଏବଂ ମାନ୍ୟତାରେ ଗଛର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । କୁହାଯାଏ ଗଛକୁ ପୂଜା କଲେ ସାକ୍ଷାତ ଭଗବାନଙ୍କୁ ତାହା ମିଳିଥାଏ । ଏହା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୁଏ ବୋଲି ପୁରାଣରେ ବର୍ଣ୍ଣିତ । ତେବେ ଆଜି ଆମେ ସେହିଭଳି ଏକ ଗଛ ବିଷୟରେ ଆଲୋଚନା କରୁଛୁ । ଅଶ୍ୱତ୍ଥ ଗଛକୁ ଶୁଦ୍ଧ ଓ ପୂଜନୀୟ ବୋଲି କୁହାଯାଏ । ଅନ୍ୟ ଦିନ ଅପେକ୍ଷା ଶନିବାରକୁ ପୂଜା କଲେ ସୁଫଳ ମିଳିଥାଏ ।

ଶନିବାର ଅଶ୍ୱତ୍ଥ ଗଛରେ ଲାଲ ରଙ୍ଗର ପତାକା ଲଗାନ୍ତୁ । କୁହାଯାଏ ଏଭଳି କରିବା ଦ୍ୱାରା ଭାଗ୍ୟ ଖୁବ ଜୋରରେ ଚମକିବାକୁ ଲାଗେ । କିନ୍ତୁ ଧ୍ୟାନ ରଖିବେ ଏପରି ପତାକା ଲଗାଇବେ ଯେପରି ତାହା ପବନରେ ଉଡ଼ୁଥିବ ।

ଯଦି କୌଣସି କାମରେ ନିରାଶ ହୋଇଛନ୍ତି ତାହାର ସମାଧାନ ହୋଇପାରିବ । ଧାର କରଜରୁ ମୁକ୍ତି ମଧ୍ୟ ମିଳିପାରେ । ଯଥାଯଥ ଅନ୍ଧକାରମୟ ଭବିଷ୍ୟତରୁ ମୁକ୍ତି ପାଇବା ପାଇଁ ଏଭଳି କରିପାରିବେ । ଶନିବାର ସୂର୍ଯ୍ୟାସ୍ତ ପରେ ଅଶ୍ୱତ୍ଥ ଗଛ ମୂଳରେ କଳା ରାଶି, ବିରି ଏବଂ ଚିନି ଚଢାନ୍ତୁ । ଏହାପରେ ସୋରିଷ ତେଲରେ ଚାରିୁମୁଖି ଦୀପ ଲଗାନ୍ତୁ ।

ଯଦି ତ୍ୱଚା ରୋଗରେ ବାରମ୍ବାର ଚିନ୍ତିତ ହେଉଛନ୍ତି ତେବେ ମଙ୍ଗଳବାରକୁ ଶୁଖିଲା ନଡ଼ିଆରେ ଅଟା, ଚିନି ଓ ଘିଅ ମିଶାଇ ଅଶ୍ୱତ୍ଥ ଗଛ ମୂଳରେ ବା ପିମ୍ପୁଡ଼ି ଥିବା ଗାତ ନିକଟରେ ରଖି ଦିଅନ୍ତୁ ।

ପୁଅ ସହିତ ସଂପର୍କ ଖରାପ ରହୁଥିଲେ ଶନିବାରକୁ କଳା ରାଶି, ବିରି ଓଚିନି ପ୍ରତ୍ୟେକକୁ ୧ ଚାମଚ ଲେଖାଏଁ ନେଇ ଅଶ୍ୱତ୍ଥ ଗଛ ମୂଳରେ ଦିଅନ୍ତୁ । ଏହାପରେ ପାଣି ଛିଂଚି ସୋରିଷ ତେଲରେ ଦୀପ ଲଗାନ୍ତୁ ।

 

କରୋନା ପାଇଁ ଇଞ୍ଜେକ୍ସନ ନୁହେଁ ଇନହେଲର!

ନୂଆଦିଲ୍ଲୀ:  କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ଇଞ୍ଜେକ୍ସନ ମାଧ୍ୟମରେ ଭ୍ୟାକ୍ସିନ୍‌ ଦିଆଯାଉଛି । କିନ୍ତୁ ଭବିଷ୍ୟତରେ ଟାବଲେଟ୍‌  ଏବଂ ଇନହେଲର  ଭାବରେ ଲୋକଙ୍କୁ ଭ୍ୟାକ୍ସିନ ମିଳିପାରେ ।  ଗଣମାଧ୍ୟମ ରିପୋର୍ଟ ଅନୁସାରେ  ସ୍ୱିଡେନର ସବୁଠାରୁ ବଡ଼ ସାଇନ୍ସ ପାର୍କ ଏନଜେମୋ ଏଣ୍ଡର୍ସନର ନେତୃତ୍ୱରେ ଏହାର କାମ କରିବା ଆରମ୍ଭ କରି ଦେଇଛି । ଏହା ପ୍ଲାଷ୍ଟିକର ଏଭଳି ଏକ ସ୍ଲିମ ଇନହେଲର ତିଆରି କରୁଛି ଯାହାର ଆକୃତି ଦିଆସିଲି ଡବାଠାରୁ ମଧ୍ୟ ଅଧା ।

ଏଣ୍ଡର୍ସନ ଏବଂ ତାଙ୍କ ଟିମ୍‌ ଆଶା କରୁଛନ୍ତିଯେ, ଏହି ଛୋଟ ଇନହେଲର କରୋନା ଯୁଦ୍ଧରେ ଏକ ବିରାଟ ଅସ୍ତ୍ର ଭାବରେ ଉଭା ହେବ ।  ଏହି ଇନହେଲର ମାଧ୍ୟମରେ ଲୋକ ଭ୍ୟାକ୍ସିନକୁ ଏକ ପାଉଡର ଭର୍ସନ ମାଧ୍ୟମରେ ପାଇପାରିବେ ।  ଫାର୍ମର ସିଇଓ ଜୋହନ ବୋବର୍ଗ କହିଛନ୍ତିଯେ, ଏହା ଖୁବ୍‌ ଶସ୍ତା ଏବଂ ସହଜରେ ଉତ୍ପାଦନ ହେଉଥିବା କୌଶଳ, ଯାହାକୁ ସାଧାରଣ ଭାବରେ ଶ୍ୱାସରୋଗୀ ବ୍ବୟହାର କରନ୍ତି ।

ଇକନୋଭୋ ନାମକ ଏକ କମ୍ପାନୀ ଷ୍ଟକହୋମରେ ଏକ ଇମ୍ୟୁନୋଲୋଜି ରିସର୍ଚ୍ଚ ଷ୍ଟାର୍ଟଅପ୍‌ ISR ସହିତ ଏକ ଚୁକ୍ତି କରିଛି ।  ଯେଉଁଥିରେ କୋଭିଡ ୧୯ ବିରୁଦ୍ଧରେ ଡ୍ରାଇ ପାଉଡର ଭ୍ୟାକ୍ସିନ୍‌ ବିକଶିତ କରିଛି । ଏହି ଭ୍ୟାକ୍ସିନକୁ ୪୦ ଡିଗ୍ରୀ ତାପମାତ୍ରାରେ ମଧ୍ୟ ରଖାଯାଇପାରିବ ।

ISRର ଫାଉଣ୍ଡର ଏବଂ କୋରୋଲିଙ୍ଗା ଇନଷ୍ଟିଚ୍ୟୁଟ୍‌ର ଇମ୍ୟୁନୋଲୋଜିର ପ୍ରଫେସର ଓଲା ବିଙ୍କିଷ୍ଟଙ୍କ ଅନୁସାରେ କୋଲ୍ଡ ଚେନର ବିନା ସାହାଯ୍ୟରେ  ଭ୍ୟାକ୍ସିନର ସହଜ ଏବଂ ସରଳ ବଣ୍ଟନ ପ୍ରକ୍ରିୟା ଏକ ବଡ଼ ଗେମ୍‌ଚେଞ୍ଜର ପ୍ରମାଣିତ ହୋଇପାରେ ।  ଆଉ ଏକ ଖାସ୍‌ କଥା ହେଉଛି ଏହାକୁ ହେଲ୍ଥପେୟର ପ୍ରୋଭାଇହର୍ସର ସାହାଯ୍ୟ ନ ନେଇ ଲୋକଙ୍କୁ ଦିଆଯାଇପାରିବ ।  ଏହି ଭ୍ୟାକ୍ସିନ କୌଣସି ଟାବଲେଟ ଭଳି ହୋଇପାରେ ।

କମ୍ପାନୀର କହିବା ହେଉଛି,   ଭ୍ୟାକ୍ସିନକୁ  ବିଟା ଭ୍ୟାରିଆଣ୍ଟ ଉପରେ ପରୀକ୍ଷା କରାଯାଉଛି ।

 

ରକ୍ତ ରଞ୍ଜିତ ମାଷ୍ଟରକ୍ୟାଣ୍ଟିନ, ଦିନ ଦ୍ୱିପ୍ରହରରେ ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର: ରାଜଧାନୀରେ ରଣକ୍ଷେତ୍ର । ଦିନ ଦ୍ବିପ୍ରହରରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଷ୍ଟେସନ ଛକ ହେଲା ରକ୍ତ ରଞ୍ଜିତ । ପୂର୍ବଶତ୍ରୁତା ଏବଂ ଦେକାନ ବ୍ୟବସାୟକୁ ନେଇ ମରଣାନ୍ତକ ଆକ୍ରମଣ । ଆକ୍ରମଣର ଶିକାର ହୋଇଛନ୍ତି ମାଳିସାହିର ଶେଖ ରାଜା, ଶେଖ ସାହିଦ , କଲାମ ଓ ଏସକେ ରୁନାମିଲ । ଗତ ୧୫ ଦିନ ତଳେ ପାନଦୋକାନ ପକାଇବାକୁ ନେଇ ଶେଖ ରାଜା ଓ ଅନ୍ୟ ଜଣେ ଶେଖ ସାହିଦ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଶେଖ ସାହିଦ ରାଜାକୁ ମାଡ ମାରିଥିଲା ।

ଆଜି ସାହିଦ ଅଟୋ ଷ୍ଟାଣ୍ଡରେ ଅଟୋ ରଖି ଛିଡା ହୋଇଥିବା ବେଳେ ଶେଖ ରାଜା ମାଳିସାହିର ୧୦ରୁ ୧୫ ସହଯୋଗୀଙ୍କୁ ନେଇ ଲୁହା ରଡ ଏବଂ ଖଣ୍ଡାରେ ମରଣାନ୍ତକ ଆକ୍ରମଣ କରିଥିଲା । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ମାନଙ୍କ ଅବସ୍ଥା ଗୁରୁତ୍ତର ରହିଛି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶେଖ ରାଜାକୁ ଅଟକ ରଖି ତଦନ୍ତ ଚଳାଇଛି ଖାରବେଳ ନଗର ଓ କ୍ୟାପିଟାଲ ଥାନା ପୋଲିସ ।

ଆମେରିକାରେ ଭୟଙ୍କର ଧୂଳି ଝଡ଼: ଧକ୍କା ହେଲେ ୨୦ ଗାଡ଼ି, ୭ ମୃତ

ଉଟା: ଆମେରିକାର ଉଟାରେ ରବିବାର ଅପରାହ୍ନରେ ଧୂଳି ଝଡ ଯୋଗୁଁ ୨୦ଟି ଗାଡି ପରସ୍ପର ସହ ଧକ୍କା ହେବା ଫଳରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏକ ସମାଚାର ବିଜ୍ଞପ୍ତିରେ କୁହାଯାଇଛି ଯେ କାନୋଶ ନିକଟସ୍ଥ ‘ଇଣ୍ଟରଷ୍ଟେଟ୍ ୧୫’ ରେ ଏହି ଦୁର୍ଘଟଣା ଘଟିଥିଲା ଯେଉଁଥିରେ ୭ ଜଣଙ୍କର ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଅନେକ ଗୁରୁତର ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ଆସିଛି।

ଉଟା ହାଇୱେ ପେଟ୍ରୋଲ କହିଛି ଯେ ବାଲି ଝଡ ଯୋଗୁଁ କିଛି ଦୃଶ୍ୟମାନ ହୋଇନଥିଲା ଯାହାଫଳରେ ଯାନବାହାନ ପରସ୍ପର ସହ ଧକ୍କା ହୋଇଥିଲେ। ରବିବାର ବିଳମ୍ବିତ ରାତିରେ ‘ଇଣ୍ଟରଷ୍ଟେଟ୍ ୧୫’ ଆଂଶିକ ଭାବେ ବନ୍ଦ ଥିଲା। ଦୁର୍ଘଟଣା ସ୍ଥଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। କାନୋଶ ସଲ୍ଟ ଲେକ୍ ସିଟିର ଦକ୍ଷିଣରେ ପ୍ରାୟ ୧୬୦ ମାଇଲ ଦୂରରେ ଅବସ୍ଥିତ।

ମମତାଙ୍କ ମିଶନ ଖେଲା ହବେ, ପେଗାସସ୍ ମାମଲାରେ ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ସରକାର

କୋଲକାତା: ଦିଲ୍ଲୀ ଯିବା ପୂର୍ବରୁ ଆକ୍ସନ ମୋଡରେ ଦିଦି । ପେଗାସସ୍ ଫୋନ୍ ହ୍ୟାକିଂ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଲେ ପଶ୍ଚିମବଙ୍ଗ ସରକାର । ଯାଞ୍ଚ ଆୟୋଗ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । କୋଲକାତା ହାଇକୋର୍ଟର ଦୁଇ ବିଚାରପତିଙ୍କ ଅଧ୍ୟକ୍ଷତାରେ ଯାଞ୍ଚ ଆୟୋଗ ଗଠନ କରାଯିବ । ରାଜ୍ୟ ମନ୍ତ୍ରୀମଣ୍ଡଳ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି ।

ଦେଶରେ ପେଗାସସ୍‌ଙ୍କୁ ନେଇ ବିବାଦ ଜାରି ରହିଥିବା ବେଳେ ଯାଞ୍ଚ ପାଇଁ ଅରାଜି କେନ୍ଦ୍ର ସରକାର । ତେଣୁ ନିଜ ଆଡୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର । ପେଗାସସ୍ ଫୋନ୍ ହ୍ୟାକିଂ ତାଲିକାରେ ଟିଏମ୍‌ସି ନେତା ତଥା ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କ ନାମ ରହିଛି । ଯାହାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟକରିଛନ୍ତି ମମତା ବାନାର୍ଜୀ ।

କାହିଁକି ଇସ୍ତଫା ଦେଲେ ୟେଦିୟୁରପ୍ପା

କର୍ଣ୍ଣାଟକ: କାହିଁକି ଇସ୍ତଫା ଦେଲେ ୟେଦିୟୁରପ୍ପା । ଏହାକୁ ନେଇ ଚର୍ଚ୍ଚା ଲାଗି ରହିଛି । କୁହାଯାଉଛି, ରାଜ୍ୟରେ ପ୍ରାଶାସନିକ ସ୍ତରରେ ଦୁର୍ନୀତି, ଦଳର ଆଭ୍ୟନ୍ତରୀଣ ବ୍ୟାପାରରେ ପୁଅ ବିଜୟେନ୍ଦ୍ରଙ୍କ ହସ୍ତକ୍ଷେପ ନେଇ ବେଶ ବିବାଦକୁ ଆସିଥିଲେ ୟେଦି । ଯାହାଫଳରେ ତାଙ୍କ ଉପରେ ଦଳୀୟ ଚାପ ଥିଲା । ସେହିଭଳି ଇସ୍ତଫା ଦେବା ନେଇ ସଙ୍କେତ ଦେଇଥିଲେ ବିଜେପି ହାଇକମାଣ୍ଡ । ଗତ ୨୬ ଜୁଲାଇ ୨୦୧୯ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଥିଲେ । ଠିକ୍ ଦୁଇ ବର୍ଷ ପରେ ସେ କ୍ଷମତାରୁ ଅନ୍ତର ହୋଇଛନ୍ତି ।

ସେ ୨୦୦୭, ୨୦୦୮, ୨୦୧୮ ଓ ୨୦୧୯ରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୦୦୮ରେ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ସେ ଦ୍ୱିତୀୟ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ । ପୂର୍ବରୁ ସେ ୨୦୦୭ରେ ମାତ୍ର ୭ ଦିନ ଲାଗି ସିଏମ ଦାୟିତ୍ବ ସମ୍ଭାଳିଥିଲେ । ଦୁର୍ନୀତି ମାମଲାରେ ସେ ୨୦୧୧ରେ ଇସ୍ତଫା ଦେଇଥିଲେ । ବିଜେପି ହାଇକମାଣ୍ଡ ସହ ମତପାର୍ଥକ୍ୟ ପରେ ସେ ବିଜେପିରୁ ଇସ୍ତଫା ଦେଇ କର୍ଣ୍ଣାଟକ ଜନତା ପକ୍ଷ ନାମକ ଏକ ଦଳ ଗଠନ କରିଥିଲେ । ମାତ୍ର ୨୦୧୪ରେ ସେ ପୁଣି ବିଜେପିରେ ସାମିଲ ହୋଇଥିଲେ ।

୨୦୧୮ ମେ ମାସରେ ପୁଣି ମୁଖ୍ୟମନ୍ତ୍ରୀ ହୋଇଥିଲେ ୟେଦ୍ଦି ଏବଂ ମାତ୍ର ୬ ଦିନ ଲାଗି କ୍ଷମତାରେ ରହିଥିଲେ । ଗତ ୨୬ ଜୁଲାଇ ୨୦୧୯ରେ ଚତୁର୍ଥ ଥର ଲାଗି ମୁଖ୍ୟମନ୍ତ୍ରୀ ହୋଇଥିଲେ ଏବେ ଠିକ୍ ୨ ବର୍ଷ ପରେ ତାଙ୍କୁ କ୍ଷମତା ଛାଡିବାକୁ ପ଼ଡିଛି । ୨୦୧୯ରେ ଏଚଡି କୁମାରସ୍ବାମୀ ସରକାର ଆସ୍ଥାଭୋଟରେ ପରାସ୍ତ ହେବା ପରେ ୟେଦିୟୁରାପ୍ପାଙ୍କୁ ମିଳିଥିଲା ସୁଯୋଗ ।

WhatsApp ବ୍ୟବହାର ବେଳେ କରନ୍ତୁ ନାହିଁ ଏହିସବୁ ଭୁଲ, ନଚେତ ଆପଣଙ୍କୁ ହୋଇପାରେ ଜେଲ୍

ନୂଆଦିଲ୍ଲୀ: କୋଟି କୋଟି ଭାରତୀୟ WhatsApp ବ୍ୟବହାର କରନ୍ତି । ଏହି ମେସେଜିଂ ଆପ ବର୍ତ୍ତମାନ ଆମ ସମସ୍ତଙ୍କ ଜୀବନଶୈଳୀର ଏକ ଅଂଶ ପାଲଟିଯାଇଛି। ଅଫିସ୍ କର୍ମଚାରୀ, ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ ସମସ୍ତଙ୍କ ପାଇଁ WhatsAppର ମହତ୍ୱ ଅତ୍ୟନ୍ତ ଗୁରୁତ୍ୱ । କିନ୍ତୁ ଏହି ଆପରେ ଏପରି ଅନେକ ଜିନିଷ ଅଛି, ଯାହାକୁ ଅନେକ ଲୋକ ଜାଣନ୍ତି ନାହିଁ। ଏଥିରେ ଗୋଟିଏ ଭୁଲ ଆପଣଙ୍କ ଆକାଉଣ୍ଟକୁ ନିଷିଦ୍ଧ କରିବା ସହିତ ଆପଣଙ୍କୁ ଜେଲ ପଠାଇପାରେ । ନିକଟରେ WhatsApp ଭାରତରେ ୨୦ ଲକ୍ଷରୁ ଅଧିକ ଆକାଉଣ୍ଟ ଉପରେ ପ୍ରତିବନ୍ଧକ ଲଗାଇଛି । ଜାଣନ୍ତୁ କେଉଁ କାରଣରୁ WhatsApp ଆପଣ ଆକାଉଣ୍ଟ ନିଷିଦ୍ଧ ହୋଇପାରେ।

ଏହିପରି WhatsApp ଆକାଉଣ୍ଟକୁ ନିଷେଧ କରାଯାଇଛି

ସ୍ଥାୟୀ କିମ୍ବା ଅସ୍ଥାୟୀ ଭାବରେ WhatsApp ଆକାଉଣ୍ଟଗୁଡିକ ନିଷେଧ କରାଯାଏ । ସ୍ଥାୟୀ ଅର୍ଥ ହେଉଛି ଆପଣଙ୍କ ଆକାଉଣ୍ଟ ସବୁଦିନ ପାଇଁ ନିଷିଦ୍ଧ ହେବ ଏବଂ ଅସ୍ଥାୟୀ ଅର୍ଥ ହେଉଛି ସମୀକ୍ଷା ପରେ ଆପଣଙ୍କ ଆକାଉଣ୍ଟକୁ ପୁନଃଆରମ୍ଭ ହୋଇଯାଏ ।

ଅନାବଶ୍ୟକ କିମ୍ବା ସ୍ପାମ୍ ମେସେଜ ପଠାନ୍ତୁ ନାହିଁ

ପ୍ରାୟତଃ ଦେଖାଯାଏ ଯେ, ଲୋକମାନେ ହଜାର ହଜାର ସ୍ପାମ୍ ମେସେଜ୍ ପଠାନ୍ତି । ଯଦି କେହି ସ୍ପାମ୍ ମେସେଜ୍ ପଠାନ୍ତି ଏବଂ ଏହା ରିପୋର୍ଟ କରାଯାଏ, ତେବେ ଠିକ୍ ସମୟରେ ସେମାନଙ୍କ ନମ୍ବର ଟ୍ରାକ୍ କରାଯାଇ WhatsApp ଆକାଉଣ୍ଟକୁ ନିଷେଧ କରାଯାଇପାରେ। ଏଥି ସହିତ, ଯଦି ଆପଣ WhatsApp ଜରିଆରେ କାହାକୁ ପର୍ଣ୍ଣ ବିଷୟବସ୍ତୁ ପଠାନ୍ତି, ତେବେ ସେହି ଆକାଉଣ୍ଟ ତୁରନ୍ତ ବ୍ଲକ୍ ହୋଇଯିବ। ଯଦି ଜଣେ ଉପଭୋକ୍ତା ଚାଇଲ୍ଡ ପର୍ଣ୍ଣ ବିଷୟବସ୍ତୁ ପଠାନ୍ତି, ତେବେ ସେ ଜେଲ ମଧ୍ୟ ଯାଇପାରନ୍ତି।

ଥାର୍ଡ ପାର୍ଟି ଆପ୍ ବ୍ୟବହାର କରନ୍ତୁ ନାହିଁ

ଯଦି ଆପଣ WhatsAppରେ ତୃତୀୟ ପକ୍ଷ ବା ଥାର୍ଡ ପାର୍ଟି ଆପ୍ ବ୍ୟବହାର କରନ୍ତି, ତେବେ ତୁରନ୍ତ ସେଗୁଡ଼ିକୁ ବନ୍ଦ କରନ୍ତୁ । କାରଣ ଏଥିରୁ ଆପଣଙ୍କ ଆକାଉଣ୍ଟକୁ ନିଷେଧ କରାଯାଇପାରେ । ଆପ୍ ଷ୍ଟୋର୍‌ରେ ଅନେକ ତୃତୀୟ ପକ୍ଷ ଆପ୍ ଅଛି। ଏଗୁଡିକ ବ୍ୟବହାରକାରୀଙ୍କ ଗୋପନୀୟତାକୁ ବିପଦରେ ପକାଇଥାଏ । WhatsApp ଏହା ମଧ୍ୟ କହିଛି ଯେ, ତୃତୀୟ ପକ୍ଷ  ଆପକୁ ପ୍ରତି ମାସରେ ସ୍କାନିଂ କରାଯାଏ । ଯଦି ଜଣେ ଉପଭୋକ୍ତା ବାରଣ କରାଯାଇ ଥିବା ତୃତୀୟ ପକ୍ଷ ଆପ୍ ବ୍ୟବହାର କରି ଧରା ପଡନ୍ତି ତେବେ ଅସ୍ଥାୟୀ ପ୍ରତିବନ୍ଧକ ଲାଗିପାରେ । କିନ୍ତୁ ସମୀକ୍ଷା ପରେ ଆପଣଙ୍କର ଆକାଉଣ୍ଟକୁ ପୁନର୍ବାର ସକ୍ରିୟ କରାଯାଇପାରିବ।

ହାଇଦରକୁ ଏନ୍‌କାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC

ଭୁବନେଶ୍ୱର: ହାଇଦର ଏନକାଉଣ୍ଟର ଘଟଣାରେ ରିପୋର୍ଟ ତଲବ କଲେ OHRC। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ ଏନକାଉଣ୍ଟର ଘଟଣାରେ ନିଜ ଆଡୁ ମାମଲା ରୁଜୁ କରିଛି OHRC । ଗୃହ ବିଭାଗ, ପୋଲିସ ଡିଜି, ଜେଲ ଡିଜି, ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି । ଆସନ୍ତା ସେପ୍ଟେମ୍ବର ୬ ତାରିଖ ସୁଦ୍ଧା ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ମିଳିଛି। । ଖସିଯିବାକୁ ଚେଷ୍ଟା କରିବାବେଳେ ଗତ ୨୪ ତାରିଖରେ ହାଇଦରକୁ ଏନ୍‌କାଉଣ୍ଟର କରିଥିଲା। ବାରିପଦା ଜେଲକୁ ନିଆଯାଉଥିବାବେଳେ ଅଧରାସ୍ତାରେ ଖସିଯିବାକୁ ଚେଷ୍ଟା କରିଥିଲା ସେକ ହାଇଦର। ପୋଲିସ କବଳରୁ ଖସି ଅନ୍ୟତ୍ର ପଳାଇଯିବାକୁ ମଧ୍ୟ ପ୍ରୟାସରତ କରୁଥିଲାବେଳେ ହାଇଦରକୁ ଏନକାଉଣ୍ଚର କରିଥିଲା ପୋଲିସ୍‌।