spot_img
Home Blog Page 5480

ପୂରଣ ହେବ ବ୍ରହ୍ମପୁର ବାସୀଙ୍କ ସ୍ୱପ୍ନ, ବଦଳିବ ସହରର ରୂପରେଖ

ବ୍ରହ୍ମପୁର: ବ୍ରହ୍ମପୁର ସହର ବାସୀଙ୍କ ସ୍ମାର୍ଟ ସିଟିର ସ୍ୱପ୍ନକୁ ପୂରଣ ଲାଗି ଅଣ୍ଟା ଭିଡିଛି ମହାନଗର ନିଗମ। ସହର ବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ବିଭିନ୍ନ ପ୍ରକଳ୍ପ ନିର୍ମାଣ ପାଇଁ ରୂପ ରେଖ ପ୍ରସ୍ତୁତ କରାଯାଇଛି। ଏନେଇ ଚଳିତ ବର୍ଷ ପାଖା ପାଖି ୪ସହ କୋଟି ଟଙ୍କା ର ବଜେଟ୍ ଉପରେ ମୋହର ବାଜିଛି। ଏଥର ବଜେଟ୍ ରେ ସହରର ସୌନ୍ଦର୍ଯ୍ୟର କାରଣ ସାଙ୍ଗକୁ ଜନ ସାଧାରଣଙ୍କ ମୌଳିକ ସୁବିଧାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ସ୍ମାର୍ଟ ହେବ ରେଶମ ନଗରୀ ! ସହରର ବଦଳିବ ରୂପରେଖ ! ଅତିଶୀଘ୍ର ପୁରଣ ହେବ ବ୍ରହ୍ମପୁର ବାସୀଙ୍କ ସ୍ୱପ୍ନ। ବିଏମସି ପକ୍ଷରୁ ଆଗତ ହୋଇଥିବା ୩ସହ ୮୯ କୋଟି ଟଙ୍କାର ବଜେଟ୍ ଉପରେ ବାଜିଲା ମୋହର। ବ୍ରହ୍ମପୁର ସହରର ବାସୀଙ୍କ ଆବଶ୍ୟକତା କୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବିଭିନ୍ନ ପ୍ରକଳ୍ପ ର ରୂପରେଖ ପ୍ରସ୍ତୁତ ହୋଇଥିବା ବେଳେ ଚଳିତ ବଜେଟ୍ ରେ ସ୍ଥାନିତ କରାଯାଇଛି। ସହରର ଅନ୍ୟତମ ଆକର୍ଷଣ ବେଢା ବନ୍ଧର ସୌନ୍ଦର୍ଯ୍ୟ କରଣ ଲାଗି ୫୦ କୋଟି ଟଙ୍କା ବ୍ୟୟ ଅଟକଳର ଲକ୍ଷ ରଖାଯାଇଛି। ସେହିପରି ଆଗୁଳା ବନ୍ଧର ସୌନ୍ଦର୍ଯ୍ୟ କରଣ ଲାଗି ୪ କୋଟି, ବଡ ବଜାର ପେଣ୍ଡିରିଗାଡି ମାର୍କେଟ କମ୍ପେକ୍ସ ଲାଗି ୨୫ କୋଟି, ସହର ମଧ୍ୟରେ ୨୦ ଟି ସ୍ମାର୍ଟ ରୋଡ ଲାଗି ୨୦ କୋଟି ,ଆମିଷ ଓ ନିରାମିଷ ସ୍ମାର୍ଟ ମାର୍କେଟ ପାଇଁ ୧୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ବ୍ରହ୍ମପୁର ମହାନଗର ନିଗମ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ରେ ଏହି ପ୍ରକଳ୍ପକୁ ସ୍ଥାନିତ କରି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସମସ୍ତ ପ୍ରକଳ୍ପକୁ ବାସ୍ତବ ରୂପରେଖ ଦେବା କୁ ଲକ୍ଷ୍ୟ ରଖାଯାଇଛି।

ବଜେଟରେ ସହରର ସୌନ୍ଦର୍ଯ୍ୟକରଣ ଓ ମୌଳିକ ସୁବିଧାକୁ ଗୁରୁତ୍ୱ ଦିଆ ଯାଇଛି। ମହାନଗରର ନିଗମର କମିସନର ଓ ବ୍ରହ୍ମପୁର ବିଧାୟକ ମିଳିତ ଭାବେ ବିଭିନ୍ନ ୱାର୍ଡବାସୀଙ୍କ ସହ ଆଲୋଚନା କରିବା ପରେ ଏହି ବଜେଟ୍ ପ୍ରସ୍ତୁତ କରାଯାଇଛି। ଏକ କୋଟି ଟଙ୍କା ବ୍ୟୟରେ ଦୁଇଟି ବାସ୍କେଟ ବଲ କୋର୍ଟ, ୱେଲକମ ଗେଟ ଲାଗି ୪ କୋଟି, କଲ୍ୟାଣ ମଣ୍ଡପ ଗୁଡିକୁ ସ୍ମାର୍ଟ କରିବାଲାଗି ୨ କୋଟି, ସାଇଁସ ପାର୍କ ଓ ପ୍ଲାନେଟୋରିୟମ ଲାଗି ୧.୫ କୋଟି ଟଙ୍କା ବ୍ୟୟ ବରାଦର ଲକ୍ଷ ରଖାଯାଇଛି। ଦୁଇଟି ସ୍ମାର୍ଟ ପାର୍କ ଓ ଓଭରବ୍ରିଜ ଗୁଡିକ ର ସୌନ୍ଦର୍ଯ୍ଯ କରଣକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଓଡ଼ିଶାକୁ ଆସିଲା ସ୍ପୁଟନିକ୍-ଭି ଟିକା, କୋୱିନ୍ ଆପ ମାଧ୍ୟମରେ କରିପାରିବେ ପଞ୍ଜିକରଣ

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଟିକାକରଣକୁ ଯୋରଦାର କରିଛନ୍ତି ରାଜ୍ୟ ସରକାର। କାରଣ କରୋନାରୁ ବଞ୍ଚିବା ପାଇଁ କରୋନା ଟିକା ହେଉଛି ଏକମାତ୍ର ସଞ୍ଜୀବନୀ। ସେଥିପାଇଁ ସମସ୍ତଙ୍କୁ ନିଶ୍ଚିତ ଟିକା ନେବା ପାଇଁ ଅନୁରୋଧ କରାଯାଉଛି। ତେବେ ପୂର୍ବରୁ ଓଡ଼ିଶାରେ କେବଳ କୋଭିଶିଲ୍ଡ ଏବଂ କୋଭାକ୍ସିନ ଟିକା ମିଳୁଥିବା ବେଳେ ଏବେ ଆଉ ଏକ ଟିକା ସାମିିଲ ହୋଇଛି। ଓଡ଼ିଶାକୁ ଆସିଲା ସ୍ପୁଟନିକ୍‌ ଭି ଟିକା।

ସ୍ପୁଟନିକ୍‌ ଭି ଟିକାକୁ ଋଷ ଉତ୍ପାଦନ କରିଥିଲା। ଓଡ଼ିଶାର ଦୁଇଟି ଘରୋଇ ହସ୍ପିଟାଲରେ ଉପଲବ୍ଧ ହୋଇଛି ସ୍ଫୁଟନିକ-ଭି ଟିକା। କିନ୍ତୁ ଏହି ଟିକାକୁ ଏପର୍ଯ୍ୟନ୍ତ ରାଜ୍ୟ ସରକାର ମାଗଣା କରିନାହାନ୍ତି। ଏହି ଟିକା ବିନା ମୂଲ୍ୟରେ ମିଳିପାରିବ ନାହିଁ। ସ୍ଫୁଟନିକ-ଭି କରୋନା ଟିକାର ମୂଲ୍ୟ ୧୧୪୫ଟଙ୍କା ରହିଛି। କୋୱିନ୍ ଆପରେ ପଞ୍ଜିକରଣ କରି ଲୋକେ ଏହାକୁ ନେଇ ପାରିବେ। ଘରୋଇ ହସ୍ପିଟାଲ ସିଧାସଳଖ ଟିକା ଉତ୍ପାଦନ କମ୍ପାନୀ ଠାରୁ କିଣିବା ପାଇଁ ଅନୁମତି ମିଳିଛି।

ଜୁଲାଇ ୧ ପରେ ଖୋଲିବ ନା ପୁଣି ବନ୍ଦ ହେବ ରାଜ୍ୟ, ସବୁ ଜିଲ୍ଲାର ସ୍ଥିତିକୁ ନେଇ ଚାଲିଛି ବିଚାରବିମର୍ଶ

ଭୁବନେଶ୍ୱର: ଜୁଲାଇ ୧ରେ କଣ ହେବ ? ଲକ୍‌ଡାଉନ୍ କୋହଳ ହେବ ନା ବଳବତ୍ତର ରହିବ? ରାଜ୍ୟରେ କିଛି ଜିଲ୍ଲାରେ କ୍ରମାଗତ ସଂକ୍ରମଣ କମୁଥିବା ବେଳେ ଆଉ କିଛି ଜିଲ୍ଲାରେ ବଢୁଛି। ସଂକ୍ରମଣ ଟ୍ରେଣ୍ଡକୁ ଦେଖି ରାଜ୍ୟ ସରକାର ଲକ୍‌ଡାଉନ୍ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବେ ବୋଲି ଡିଏମ୍ଇଟି ନିର୍ଦ୍ଦେଶକ କହିଛନ୍ତି। ଲକ୍‌ଡାଉନ୍ ନିଷ୍ପତ୍ତି ନେବା ପୂର୍ବରୁ ପଜିଟିଭ ହାର, ଦୈନିକ ସଂକ୍ରମଣ, ଟିକାକରଣ, କରୋନା କଟକଣା କେତେ ମାନୁଛନ୍ତି ସେସବୁକୁ ବିଚାର କରିବେ ସରକାର। ସବୁ ଜିଲ୍ଲାର ସ୍ଥିତି ଅନୁଧ୍ୟାନ କରି ଜୁଲାଇ ମାସରେ ନୂଆ କଟକଣା ଜାରି କରାଯିବ।

ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣ ନିୟନ୍ତ୍ରଣ ସ୍ଥିତିରେ ଥିବା ବେଳେ ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ଼ ଜିଲ୍ଲାରେ ପଜିଟିଭ ହାର ୫ପ୍ରତିଶତ ଉପରେ ରହୁଛି। ତେଣୁ ଏସବୁ ଜିଲ୍ଲାରେ ଜୁଲାଇ ୧ ପରେ କଣ ହେବ, ସେନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି। ରାଜ୍ୟରେ ମୋଟ୍ ୨୧ଟି ଜିଲ୍ଲା ଗ୍ରୀନ୍ ଜୋନରେ ଥିବା ବେଳେ ୪ଟି ଜିଲ୍ଲା ରେଡ୍ ଜୋନରେ ରହିଛି। ସେପଟେ କଟକଣା କୋହଳ କରି ମାସ୍କ ପିନ୍ଧିବା ନିୟମକୁ ଅଧିକ କଡ଼ାକଡି କରିବାକୁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି।

ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସିଧା ଆକାଉଣ୍ଟକୁ ଯିବ…

ହାଇଦ୍ରାବାଦ: ଦଳିତ ପରିବାରକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ । ପ୍ରଥମ ପର୍ଯ୍ୟାୟରେ ୧୧ ହଜାର ୯୦୦ ଜଣଙ୍କୁ ଏଥିପାଇଁ ଚୟନ କରାଯାଇଛି । ୧୧୯ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତ୍ୟେକ ଆସନରୁ ୧୦୦-୧୦୦ ପରିବାରକୁ  ଏଥିପାଇଁ ଚୟନ କରାଯାଇଛି ।

ସୂଚନା ଅନୁସାରେ ରାୟଶୁ ବନ୍ଧୁ ଯୋଜନା ଭଳି ଏଥିରେ ମଧ୍ୟ ଅର୍ଥ ରାଶି ସିଧାସଳଖ ସମ୍ପୃକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ରବିବାର ଦିନ ହୋଇଥିବା ‘ମୁଖ୍ୟମନ୍ତ୍ରୀ ଦଳିତ ଅଧିକାରୀ କାର୍ଯ୍ୟକ୍ରମ’ ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ଏଥିରେ ପାର୍ଟିର ସବୁ ସଦସ୍ୟ ସାମିଲ ହୋଇଥିଲେ । ଏହି ସ୍କିମ୍ ଦଳିତ ମାନଙ୍କ ସ୍ଥିତିରେ ସୁଧାର ଆଣିବ ବୋଲି ଶାସକ ଦଳ ଟିଆରଏସ୍ ପକ୍ଷରୁ ଦାବି କରାଯାଇଛି ।

ତେବେ ଏହା ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୟାଦ୍ରାଦିରେ ନିର୍ମିତ ହୋଇଥିବା ଶ୍ରୀ ଲକ୍ଷ୍ମୀ ନରସିହ୍ମା ସ୍ୱାମୀ ମନ୍ଦିରର ନିର୍ମାଣ କାର୍ଯ୍ୟର ତଦାରଖ କରିବା ସହ କାମ ଶୀଘ୍ର ସାରିବା ଲାଗି ନିର୍ଦ୍ଦେଶ ଦେଇଥିଲେ। ଏହି ମନ୍ଦିରର ନିର୍ମାଣ ଓ ସହରର ବିକାଶ ଲାଗି ସରକାରଙ୍କ ପକ୍ଷରୁ ୧୮୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ଏହି ସ୍ଥାନ ହାଇଦ୍ରାବାଦରୁ ୮୦ କିମି. ଦୂରରେ ରହିଛି ।

ଏହି ମନ୍ଦିର ନିର୍ମାଣ କାମ ୨୦୧୬ ମସିହାରେ ଆରମ୍ଭ ହୋଇଥିବା ବେଳେ ଏଯାବତ୍ ପ୍ରାୟ ୧୪ ଥର ମୁଖ୍ୟମନ୍ତ୍ରୀ ଗସ୍ତ କରିଛନ୍ତି । କରୋନା ସ୍ଥିତି ଏବେ ନିୟନ୍ତ୍ରଣରେ ରହିଥିବା ବେଳେ ମନ୍ଦିର କାମ ଜୋର୍ କରିବାକୁ ପଡିବ । ସବୁ କାମ ଦୁଇରୁ ଅଢେଇ ମାସ ମଧ୍ୟରେ ଶେଷ କରାଯିବା ଉଚିତ୍ । ଯଦି କେଉଁ ସ୍ଥାନରେ କାମ ଧିମେଇ ଯାଇଛି, ସେଠାକାର ଠିକାଦାରଙ୍କୁ ବଦଳାଇବାକୁ ପରାମର୍ଶ ଦିଆଯାଇଛି ।

ଡାକ୍ତରଖାନା ଉପରେ ନିର୍ଭର କରନ୍ତି ୨୨ ପଞ୍ଚାୟତର ଲୋକେ, ହେଲେ ନାହାନ୍ତି ଗୋଟିଏ ବି ଡାକ୍ତର

ବଲାଙ୍ଗୀର: ମୁରିବାହାଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର। ୨୨ ପଞ୍ଚାୟତ ପାଇଁ ଯୋଗାଉଛି ଚିକିତ୍ସା ସୁବିଧା। କଟକଣା ସତ୍ତ୍ୱେ ନିର୍ଭରଶୀଳ ଅଞ୍ଚଳବାସୀ। ହେଲେ ଡାକ୍ତର ଅଭାବ ଦେଖାଦେଇଛି ସମସ୍ୟା। ବଲାଙ୍ଗୀର ଜିଲ୍ଲାର ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ମେଡ଼ିସିନ, ସର୍ଜରୀ, ଶିଶୁ ରୋଗ ବିଶେଷଜ୍ଞ ବଳି ଗୁରୁତ୍ତପୂର୍ଣ ଡାକ୍ତରୀ ପଦବୀ ଖାଲି ରହିଛି। ୩ ଜଣ ଡାକ୍ତର ଥିବା ବେଳେ ଜଣେ ଅଛନ୍ତି ମେଡିକାଲ ଦାୟିତ୍ୱରେ। ଫଳରେ ଅନେକ ସମୟରେ ଲୋକଙ୍କୁ ମିଳୁନି ଚିକିତ୍ସା ସୁବିଧା। ତେଣୁ ରୋଗୀଙ୍କୁ କଂଟାବାଞ୍ଜି, ପାଟଣାଗଡ, ବଲାଙ୍ଗୀର, ଟିଟିଲାଗଡ, ବୁର୍ଲାକୁ ରେଫର କରାଯାଉଥିବା ଅଭିଯୋଗ ହେଉଛି।

ପ୍ରତିଦିନ ଶତାଧିକ ରୋଗୀ ଆସନ୍ତି ଚିକିତ୍ସା ପାଇଁ। ହେଲେ ଡାକ୍ତର ଅଭାବ ନେଇ ଅନେକ ନିରାସ ହୁଅନ୍ତି। ସମସ୍ୟାକୁ ନେଇ ସ୍ଥାନିୟ ଲୋକେ ଆନ୍ଦୋଳନ କରିବା ସହ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିବା ଅଭିଯୋଗ ହୋଇଛି। ସେପଟେ ସିଡିଏମଓ ଅଭିଯୋଗକୁ ସ୍ୱୀକାର କରିଥିଲେ ସୁଦ୍ଧା, ଡାକ୍ତର ପଦବୀ ସୃଷ୍ଟି ହେଲେ ଆବଶ୍ୟକତା ପୂରଣ କରାଯିବ ବୋଲି କହିଛନ୍ତି।

କରୋନା କଟକଣା ଭିତରେ ଏବେ ଜରୁରୀ ପାଲଟିଛି ସ୍ୱାସ୍ଥ୍ୟ ସେବା। ଏପରି ସ୍ଥିତିରେ ଆବଶ୍ୟକ ଡାକ୍ତର ଥିଲେ ଲୋକେ ଉପକୃତ ହୋଇ ପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

ସେନାରୁ ଅବସର ପରେ ପେନସନ୍ ଟଙ୍କାରେ ଲଗାଉଛନ୍ତି ଗଛ

ଯାଜପୁର: କରୋନା ମହାମାରୀ ସମୟରେ ଏବେ ସବୁଠି ଦେଖାଦେଇଛି ଅକ୍ସିଜେନ ସଙ୍କଟ। ତେଣୁ ଲୋକେ ପରିବେଶ ସୁରକ୍ଷା ଉପରେ ସଚେତନ ହୋଇଛନ୍ତି। ବୃକ୍ଷ ରୋପଣ କରି ପ୍ରକୃତି ସନ୍ତୁଳନର ସୁରକ୍ଷା ପାଇଁ ଯତ୍ନବାନ ହୋଇଛନ୍ତି ସଭିଏଁ। ଏଥିପାଇଁ ନିଜର ଜୀବନ ଉତ୍ସର୍ଗ କରିଛନ୍ତି ଜଣେ ଅବସରପ୍ରାପ୍ତ ସେନା ଅଧିକାରି। ୧୫ ବର୍ଷ ଧରି ସେ ଲଗାଇଲେଣି ୨୦ ହଜାରରୁ ଅଧିକ ବୃକ୍ଷ। ଏମିତି ଜଣେ ମଣିଷ ହେଲେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଳାଶ୍ରୀ ଗ୍ରାମର କ୍ଷୀରୋଦ ଜେନା।

ପରିବେଶ ହିଁ ସମ୍ପଦ। ଜୀବନର ଆଧାର ବୃକ୍ଷ। ସବୁଜିମା ବିନା ବିଗୁଡୁଛି ସନ୍ତୁଳନ। ଏହାକୁ ବୁଝିଛନ୍ତି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ କଳାଶ୍ରୀ ଗ୍ରାମର କ୍ଷୀରୋଦ ଜେନା। ୨୦୦୫ ରୁ ଭାରତୀୟ ସେନାରୁ ଅବସର ନେବା ପରେ ସେ ପ୍ରକୃତିର ସେବାରେ ନିଜକୁ ନିୟୋଜିତ କରିଛନ୍ତି। ନିଜ ଅଞ୍ଚଳ ସହ ଆଖପାଖ ବହୁ ପଞ୍ଚାୟତରେ ନିଜ ପେନସନ୍ ଟଙ୍କା ଖର୍ଚ୍ଚ କରି କରୁଛନ୍ତି ବୃକ୍ଷରୋପଣ। ୧୫ ବର୍ଷ ମଧ୍ୟରେ ସେ ୨୦ହଜାରରୁ ଅଧିକ ଗଛ ଲଗାଇ ସାରିଲେଣି।

ପଟାମୁଣ୍ଡାଇ କେନାଲ ବନ୍ଧ ହେଉକି ରାସ୍ତା ପାର୍ଶ୍ୱ। ଯେଉଁଠି ବଡ଼ ବଡ଼ ଗଛ ଦେଖାଯାଉଛି, ତାହା କ୍ଷୀରୋଦଙ୍କ ଉଦ୍ୟମରୁ ସମ୍ଭବ ହୋଇପାରିଛି। ଆମ୍ବ, ବେଲ, ଜାମୁ ଗଛ ଭଳି ବିଭିନ୍ନ ଫଳନ୍ତି ଗଛ ଲଗାଇ ସୃଷ୍ଟି କରିଛନ୍ତି ଉଦାହରଣ। ସ୍ଥାନୀୟ ଲଣ୍ଡା ପାହାଡ଼କୁ ସୁବୁଜିମା କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି କ୍ଷୀରୋଦ। ଏଥିରେ ତାଙ୍କୁ ସହଯୋଗ କରିବାକୁ ଆଗେଇ ଆସିଛନ୍ତି ବିଭିନ୍ନ ସ୍ୱାଚ୍ଛାସେବୀ ସଂଗଠନ। ତାଙ୍କର ଏଭଳି କାର୍ଯ୍ୟ ପାଇଁ ଜଣେ ପରିବେଷବିତ ଭାବରେ ତାଙ୍କୁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

କାଶ୍ମୀରରେ ‘ଲଭ୍ ଜିହାଦ’? ଶ୍ରୀନଗରରୁ ଦିଲ୍ଲୀ ଯାଏଁ ଶିଖ୍ ସମ୍ପ୍ରଦାୟର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: କାଶ୍ମୀରରେ ଦୁଇ ଶିଖ ଝିଅଙ୍କ ଧର୍ମ ପରିବର୍ତ୍ତନ କରିବା ସହ ସେମାନଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଏହାକୁ ନେଇ ଶିଖ ସମ୍ପ୍ରଦାୟର ଲୋକମାନେ କାଶ୍ମୀରରୁ ନୂଆଦିଲ୍ଲୀ ଯାଏଁ ବିରୋଧ ପ୍ରଦର୍ଶନ କରୁଛନ୍ତି।

କାଶ୍ମୀରରେ ଜୋର୍ ଜବରଦସ୍ତ ଝିଅମାନଙ୍କର ଧର୍ମ ପରିବର୍ତ୍ତନ କରାଯାଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଭଳି ସମୟରେ କୋର୍ଟଙ୍କ ପକ୍ଷରୁ ସମ୍ପୃକ୍ତ ଝିଅଙ୍କୁ ସୁରକ୍ଷା ପ୍ରଦାନ କରାଯାଇଛି।

ଏହି ଘଟଣା ଶନିବାର ଦିନ ସାମ୍ନାକୁ ଆସିବା ପରେ ଦିଲ୍ଲୀ ଶିଖ ଗୁରୁଦ୍ୱାରା ପରିଚାଳନା କମିଟି (ଏସଜିପିସି) ଅଧ୍ୟକ୍ଷ ମନଜିନ୍ଦର ସିଂ ସିରସା କାଶ୍ମୀର ଯାଇ ସେଠାରେ ଏକ ବିଶାଳ ଶୋଭାଯାତ୍ରା କରିଛନ୍ତି। ସେଠାକାର ସଂଖ୍ୟାଲଘୁମାନଙ୍କ ଉପରେ “ଇସଲାମୀୟ ଅତ୍ୟାଚାର” ବିରୋଧରେ ଲଢେଇ କରିବା ପାଇଁ ହିନ୍ଦୁ ସମ୍ପ୍ରଦାୟର ସାହାଯ୍ୟ ଲୋଡିଛନ୍ତି ଶିଖ୍ ସମ୍ପ୍ରଦାୟ। ଏପରିକି ମହାରାଷ୍ଟ୍ର ସମେତ ଅନେକ ସ୍ଥାନରୁ ହିନ୍ଦୁମାନଙ୍କୁ ଫେରିବାରେ ଶିଖମାନେ କିଭଳି ସାହାଯ୍ୟ କରିଥିଲେ ସେ ନେଇ ମନେ ପକାଛନ୍ତି ।

ଏସମ୍ପର୍କରେ ସିରସା କହିଛନ୍ତି ଯେ ‘‘ ଆମର ଦୁଇ ଝିଅଙ୍କୁ ଅପହରଣ କରାଯାଇ ଜୋର୍ ଜବରଦସ୍ତି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ସହ ବିବାହ କରି ଦିଆଯାଇଛି । ଏମିତିକି କୋର୍ଟ ଭିତରକୁ ସେମାନଙ୍କ ମାଆ-ବାପାଙ୍କୁ ଯିବାକୁ ମଧ୍ୟ ଦିଆଯାଇନଥିଲା । ପରେ ଆମ ଲୋକମାନେ ବିରୋଧ ପ୍ରଦର୍ଶନ କରିବାରୁ ରାତି ୧୦ଟା ବେଳକୁ ଜଣେ ଝିଅକୁ ବାହାରକୁ ପଠାଯାଇଥିଲା ବେଳେ ଅନ୍ୟ ଜଣଙ୍କୁ ଛଡା ଯାଇନଥିଲା । ବଳପୂର୍ବକୁ ବିବାହ କରାଯାଇଥିବାରୁ ଏହା ଲଭ୍ ଜିହାଦ ବୋଲି ଶିଖ୍ ସମ୍ପ୍ରଦାୟ ପ୍ରକାଶ କରିଛନ୍ତି। ସିଏଏ ଆନ୍ଦୋଳନ ସମୟରେ ଆମେ କାଶ୍ମୀର ଝିଅ ମାନଙ୍କୁ ସୁରକ୍ଷିତ ଭାବେ ନିଜ ନିଜ ଘରକୁ ପଠାଇଥିଲୁ । ହେଲେ ଆଜି ଏହି ମୗେଲାନା ମାନେ କାହିଁକି ଚୁପ୍ ଅଛନ୍ତି?’’ ବୋଲି ପ୍ରଶ୍ନ କରିଛନ୍ତି ଅକାଳୀ ନେତା ମନଜିନ୍ଦର ସିଂହ ସିରସା।

ସୂଚନାଯୋଗ୍ୟ, କାଶ୍ମୀରର ବଡଗାମ ଜିଲ୍ଲା ଏବଂ ଶ୍ରୀନଗରର ମହଜୁର୍ ନଗର ଅଞ୍ଚଳରେ ଅନେକ ଶିଖ୍ ଝିଅମାନଙ୍କ ଧର୍ମ ପରିବର୍ତ୍ତନ କରାଯାଉଛି । ଏପରିକି ଯୁବତୀ ମାନଙ୍କୁ ପ୍ରଲୋଭିତ କରାଯାଉଛି। ବଡଗାମର ଗୁରୁଦ୍ୱାରା ପରିଚାଳନା କମିଟିର ଅଧ୍ୟକ୍ଷ ସନ୍ତପାଲ ସିଂ କହିଛନ୍ତି ଯେ ଜଣେ ୧୮ ବର୍ଷୀୟ ଶିଖ୍ ଯୁବତୀକୁ ପ୍ରଲୋଭିତ କରାଯାଇ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଆଉ ସେହି ଝିଅର ମାନସିକ ସ୍ଥିତି ଭଲ ନଥିଲା। ସେହିପରି ଶ୍ରୀନଗରର ମହଜୁର୍ ନଗର ଅଞ୍ଚଳରେ ଜଣେ ୨୨ ବର୍ଷୀୟ ଶିଖ୍ ଯୁବତୀଙ୍କର ମଧ୍ୟ ଧର୍ମ ପରିବର୍ତ୍ତନ କରାଯାଇଥିଲା। ଏପରିକି ଯୁବତୀ ଜଣକ ମୁସଲମାନ ବନ୍ଧୁଙ୍କ ସହ ବିବାହ ଉତ୍ସବରେ ଯୋଗଦେବାକୁ ଯାଇ ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି।

 

 

ଲୋକାଲ କେବୁଲ ମାଧ୍ୟମରେ ୟୁଟ୍ୟୁବ୍‌ କ୍ଲାସ୍‌କୁ ଛାଡ଼ି ସାର୍‌ ପାଲଟିଲେ ଅନ୍‌ଲାଇନ୍‌ କ୍ଲାସ୍‌ର ମାଧ୍ୟମ

ଆସିକା: କରୋନା ଖାଇଛି ପିଲାଙ୍କ ପାଠ। ସ୍କୁଲ ବନ୍ଦ ଥିବାରୁ ଘରେ ବନ୍ଦୀ ଛାତ୍ରଛାତ୍ରୀ। ଏପରି ସ୍ଥିତିରେ ପିଲାଙ୍କୁ ଶିକ୍ଷାଦାନ କରିବାକୁ ଆରମ୍ଭ ହୋଇଛି ୟୁଟ୍ୟୁବ କ୍ଲାସ୍। ହେଲେ ନେଟଓ୍ୱର୍କ ନଥିବା ଅଞ୍ଚଳରେ ପିଲାଏ ଏଥିରୁ ବଞ୍ଚିତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଧରାକୋଟ ପାଟଣା ସ୍କୁଲର ପ୍ରଧାନ ଶିକ୍ଷକ କରିଛନ୍ତି ଅଭିନବ ଉଦ୍ୟମ। ୟୁଟ୍ୟୁବ୍ କ୍ଲାସକୁ ଲୋକାଲ କେବୁଲ ମାଧ୍ୟମରେ ଛାଡି ନେଉଛନ୍ତି କ୍ଲାସ୍।

କେବୁଲ ଟିଭିରେ ଚାଲିଛି କ୍ଲାସ୍। ଘରେ ବସି ପାଠ ପଢୁଛନ୍ତି ପିଲାଏ। ଉପାନ୍ତ ଅଞ୍ଚଳରେ ପହଞ୍ଚୁଛି ଶିକ୍ଷା। ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସ୍। ଏମିତି ଏକ ଅଭିନବ ଉଦ୍ୟମ ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲା ଧରାକୋଟ ଦେଓପାଟଣା ମୁଣ୍ଡମରାଇ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୂର୍ଯ୍ୟନାରାୟଣ ସାହୁ। ଉପାନ୍ତ ଅଞ୍ଚଳରେ ନେଟଓ୍ୱର୍କ ନଥିବାରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷାରୁ ବଞ୍ଚିତ ହେଉଥିଲେ। ତେଣୁ ସେମାନଙ୍କ ସମସ୍ୟାର ସାମାଧାନ ପାଇଁ ୟୁଟ୍ୟୁବ୍‌ କ୍ଲାସକୁ ସ୍ଥାନୀୟ କେବୁଲ ଜରିଆରେ ପିଲାଙ୍କ ନିକଟରେ ପହଞ୍ଚାଛନ୍ତି ସାର୍। ଏହାସହ ସ୍ଥାନୀୟ କେବୁଲ୍‌ ଟିଭି ଅପରେଟରଙ୍କ ସହାୟତାରେ କିଛି ଡିଭାଇସ ତିଆରି କରି ପିଲାଙ୍କ ପ୍ରଶ୍ନର ଉତ୍ତର ବି ଦେଉଛନ୍ତି । କେବୁଲ ସହାୟତରେ ସକାଳୁ ଦୁଇଘଣ୍ଟା ଓ ଅପରାହ୍ନ ଦୁଇଘଣ୍ଟା କ୍ଲାସ୍ କରିବା ସହ ଫୋନ ମାଧ୍ୟମରେ ବି ପିଲାଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ।

ଅଞ୍ଚଳର ପ୍ରାୟ ୪ ହଜାର ଉପଭୋକ୍ତା ଏହାର ଲାଭ ପାଉଛନ୍ତି । ଯେଉଁ ଘରେ କେବୁଲ ନାହିଁ ସେମାନେ ପଡିଶା ଘରେ ଆସି ନିଜର ପାଠ ପଢୁଛନ୍ତି । ଶିକ୍ଷକଙ୍କ ଏପରି ଉଦ୍ୟମକୁ ଅଭିଭାବକ ପ୍ରଶଂସା କରିଥିବାବେଳେ ଛାତ୍ରଛାତ୍ରୀ ପାଠପଢିବାର ସୁଯୋଗ ପାଉଛନ୍ତି । ସେପଟେ କେବୁଲ ଟିଭି ଏ ଶିକ୍ଷକଙ୍କ ଏପରି ଉଦ୍ୟମକୁ ସାଧୁବାଦ ଜଣାଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ ।

ସୂର୍ଯ୍ୟ ସାରଙ୍କ ପରି କିଛି ଉତ୍ସାହି ଶିକ୍ଷକ ବାହାରିଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ସମସ୍ତ କେବୁଲ ଚ୍ୟାନେଲ ସହଯୋଗ କରିବେ ବୋଲି କହିଛନ୍ତି ।

ତେଜିଲା ବଂଶଧାରା ନଦୀ ଜଳ ବିବାଦ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଗୁଣୁପୁର: ବଂଶଧାରା ନଦୀ ଜଳକୁ ନେଇ ତେଜିଲା ବିବାଦ। ପାଣି ଡଙ୍ଗର ପ୍ରକଳ୍ପ କରିବା ନେଇ ଦାବିପତ୍ର ପ୍ରଦାନ। ଅନେକ ବର୍ଷ ଧରି ବଂଶଧାରା ଜଳ ବିବାଦ ଲାଗି ରହିଥିବାବେଳେ ଆନ୍ଧ୍ର ଓଡ଼ିଶାର ଏହି ବିବାଦ ଉପରେ ଟ୍ରିବୁନାଲ୍ ଆନ୍ଧ୍ର ସପକ୍ଷରେ ରାୟ ପ୍ରକାଶ କରିଛି। ଏହାକୁ ନେଇ ଅଞ୍ଚଳରେ ତିବ୍ର ଅସୋନ୍ତୋଷ ଦେଖାଦେଇଛି। ବଂଶଧାରା ନଦୀର ଉପର ମୁଣ୍ଡରେ ବହୁବର୍ଷ ତଳେ ଯେଉଁ ପାଣିଡଙ୍ଗର ପ୍ରକଳ୍ପ ପାଇଁ ଯୋଜନା କରାଯାଇଥିଲା ତାକୁ ତ୍ୱରାନ୍ୱିତ କରାଯିବା ସହ ପ୍ରକଳ୍ପ କାମକୁ ଆରମ୍ଭ କରିବା ପାଇଁ ଆଜି ଗୁଣୁପୁର ଓକିଲ ସଂଘ ଓ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି।

ଓକିଲ ସଂଘ ସଭାପତୀ ବ୍ରହ୍ମାନନ୍ଦ ପଟ୍ଟନାୟକଙ୍କ ନେତୃତ୍ୱରେ ବରିଷ୍ଠ ଓକିଲମାନେ ଏହି ଦାବିପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ ସିପିଆଇଏମ୍ଏଲ୍ ଲିବରେସନ୍ ପାର୍ଟୀର ଜିଲ୍ଲା ସଂମ୍ପାଦକ ତିରୁପତୀ ଗମାଙ୍ଗଙ୍କ ନେତୃତ୍ୱରେ କର୍ମୀମାନେ ବଂଶଧାରା ନଦୀରେ ପାଣିଡଙ୍ଗର ପ୍ରକଳ୍ପ କରିବା ନେଇ ପ୍ରଧାନ ମନ୍ତ୍ରୀ, କେନ୍ଦ୍ର ଜଳ ସଂମ୍ପଦ ମନ୍ତ୍ରୀ, କେନ୍ଦ୍ର ଜଳ ସେଚନ ସଚିବ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ପାଞ୍ଚ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି।

ଜାଣନ୍ତୁ ସେହି ମହିଳା କିଏ ଯାହାଙ୍କ ଚୁମ୍ବନ ନେଇଥିଲା ବ୍ରିଟିଶ ମନ୍ତ୍ରୀଙ୍କ ଚାକିରି

ବ୍ରିଟେନ୍: ନିଜ ସହକର୍ମୀଙ୍କୁ କିସ୍ କରି ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍ ହେନକାକ୍ ଏବେ ଖୁବ୍ ଚର୍ଚ୍ଚାରେ। ମେଟ୍ ସହକର୍ମୀ ଜିନା କୋଲାଡେଙ୍ଗଲୋଙ୍କୁ କିସ୍ କରି କୋଭିଡ ନିୟମ ଉଂଲ୍ଲଘନ କରିଥିବା ଅଭିଯୋଗ ହୋଇଥିଲା। ସ୍ଥିତି ଏଭଳି ହେଲା ଯେ ତାଙ୍କୁ ପଦବୀରୁ ଇସ୍ତଫା ଦେବାକୁ ପଡିଛି।

୪୩ ବର୍ଷୀୟ ଜିନା କୋଲାଡେଙ୍ଗଲୋ ଜଣେ ବିଜନେସ୍ ୱିମେନ୍ ସଙ୍ଗେସଙ୍ଗେ ଡିପାର୍ଟମେଣ୍ଟ ଅଫ୍ ହେଲଥର ଆଡଭାଇଜର୍ ମଧ୍ୟ । ଏଥିସହିତ ସେ ଓଲିଭର ବୋନାସ୍ କମ୍ପାନୀର କମ୍ପ୍ୟୁନିକେସନ୍ ଡାଇରେକ୍ଟର ମଧ୍ୟ ରହିଛନ୍ତି ତେବେ ମେଟଙ୍କ ସହ ଏଭଳି ଖବର ପ୍ରଚାର ହେବା ପରେ ଜିନା ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

କେବଳ ଏତିକି ନୁହେଁ ଜିନାଙ୍କ ସ୍ୱାମୀ ଓଲିଭର ଟ୍ରସ୍ ଏହି ଫ୍ୟାଶନ୍ ଆଣ୍ଡ ଲାଇଫ୍ ଷ୍ଟାଇଲ୍ କମ୍ପାନୀର ଫାଉଣ୍ଡର ମଧ୍ୟ। ଏହାବ୍ୟତୀତ ଲବିଂ ଫାର୍ମ କମ୍ପାନୀ ଲୁଥର ପେଡାଗନରେ ଡାଇରେକ୍ଟର ଭାବେ ଜିନା ଅବସ୍ଥାପିତ ରହିଥିବା ବେଳେ କମ୍ପାନୀର ମୁଖ୍ୟ ଶେୟାର ହୋଲଡର ।

ସୂଚନା ଅନୁଯାୟୀ, ଗତ ବର୍ଷ ମାର୍ଚ୍ଚରେ ମେଟ୍ ଜିନାଙ୍କୁ ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ । ହେଲେ ଏହି ପଦବୀ ପାଇଁ ତାଙ୍କୁ କୌଣସି ପ୍ରକାରର ଦରମା ଦିଆଯାଉନଥିଲା । ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ମାସରେ ଜିନାଙ୍କୁ ସେ ଡିଏଚଏସସିର ନନ୍-ଏକଜୁକେଟିଭ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।

ସଣ୍ଡେ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ ମେଟ୍ ଜିନାଙ୍କ ସହ ପରାମର୍ଶ କରି ସମସ୍ତ ନିଷ୍ପତ୍ତି ନେଇଥାନ୍ତି । ଜିନା ମଧ୍ୟ ହେନକକଙ୍କ ହ୍ୱାଇଟ୍ ହଲ୍ ଅଫିସରେ ଅଧିକ ସମୟ ବିତାଇଥାନ୍ତି ।

ଏଭଳି ଘଟଣା ପରେ ମେଟଙ୍କ ୧୫ ବର୍ଷର ବୈବାହିକ ସମ୍ପର୍କକୁ ନେଇ ଅଟକଳ ଆରମ୍ଭ ହୋଇଯାଇଛି । ଗତ ବର୍ଷ ଏହି ବିବାଦୀୟ ନିଯୁକ୍ତି ପରେ ଡାଉନିଂ ଷ୍ଟ୍ରିଟ୍ ନିକଟରେ ଦୁହିଁଙ୍କୁ ବହୁବାର ଏକାଠି ଦେଖାଯାଇଛି । ଏପରିକି ସିଭିଲ୍ ସରଭେଣ୍ଟଙ୍କ ସହ ଜିନା ଗୋପନୀୟ ବୖେଠକରେ ମଧ୍ୟ ସାମିଲ ହୋଇଥାନ୍ତି ।

କିସ୍ ଫଟୋ ଭାଇରାଲ୍ ହେବା ପରେ ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ ମେଟଙ୍କୁ ଭଣ୍ଡ କହିବାକୁ ବି ପଛାଇ ନାହାଁନ୍ତି । ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ସମସ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ କହୁଥିବା ବେଳେ ଖୋଦ୍ ନିଜ ସହକର୍ମୀଙ୍କୁ କିସ୍ କରୁଛନ୍ତି । ଏହା ପରେ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ଚାପ ପଡୁଥିବା ବେଳେ ସେ ପଦବୀରୁ ଇସ୍ତଫା ଦେଇଛନ୍ତି ।