spot_img
Home Blog Page 5491

କିସ୍‍ରୁ ମାଟ୍ରିକ୍‌ରେ କୃତ୍ତକାର୍ଯ୍ୟ ହେଲେ ଦାନ ମାଝୀଙ୍କ ଝିଅ

ଭୁବନେଶ୍ୱର: ଶୁକ୍ରବାର ପ୍ରକାଶିତ ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ୱାରା ପରିଚାଳିତ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନ୍‌ସେସ୍ (କିସ୍‌)ର ଫଳାଫଳ ଶତ ପ୍ରତିଶତ ହୋଇଛି। ସ୍କୁଲ୍‍ର ୬୨୯ ଛାତ୍ରଛାତ୍ରୀ ୭୦ପ୍ରତିଶତରୁ ଅଧିକ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି। ରେଗୁଲାର ପରୀକ୍ଷାର୍ଥୀଙ୍କ ଫଳାଫଳ ୯୭.୮୯ ପ୍ରତିଶତ ହୋଇଥିବା ବେଳେ କିସ୍‌ର ପାସ୍ ହାର ଶତ ପ୍ରତିଶତ ରହିଛି । ଚଳିତବର୍ଷ କିସ୍‌ର ମୋଟ ୧୯୦୦ ଛାତ୍ରଛାତ୍ରୀ ମାଟ୍ରିକ୍‍ ପରୀକ୍ଷା ଦେଇଥିଲେ। ଗଜପତି ଜିଲ୍ଲା ସଉରା ସମ୍ପ୍ରଦାୟର ମୋହନ ଚରଣ ରଇତ ସର୍ବାଧିକ ୫୪୦ ନମ୍ବର ରଖି କିସ୍‍ ଟପ୍‌ପର ହୋଇଛନ୍ତି। ଚଳିତବର୍ଷ ଡିଡାଇ, ଜୁଆଙ୍ଗ, ଖଡ଼ିଆ, କୁଟିଆ କନ୍ଧ, ଲୋଧା, ଲାଞ୍ଜିଆ ସଉରା ଓ ବଣ୍ଡା ଆଦି ଆଦିମ ଜନଜାତିର ୫୭୩ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ବହୁ ଚର୍ଚ୍ଚିତ ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ ମାଝୀ କୃତକାର୍ଯ୍ୟ ହୋଇଛନ୍ତି । ସେ ଓ ତାଙ୍କର ଅନ୍ୟ ଦୁଇ ସାନ ଭଉଣୀ କିସରେ ରହି ପାଠ ପଢୁଛନ୍ତି। ୨୦୧୬ ମସିହାରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ଅର୍ନ୍ତଗତ ମେଲଘର ଗାଆଁର ଦାନ ନିଜ ପତ୍ନୀଙ୍କ ଶବକୁ ଦୀର୍ଘ ୧୦ କିଲୋମିଟର କାନ୍ଧରେ ବୋହି ଚାଲି ଚାଲି ଆସିବା ଘଟଣା ଚର୍ଚ୍ଚାକୁ ଆସିଥିଲା। ସେତେବେଳେ ଏହି ଘଟଣା କିସ୍‍ ଓ କିଟ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ନଜରକୁ ଆସିବା ପରେ ସେ ଦାନଙ୍କ ତିନି ଝିଅଙ୍କୁ କିସରେ ରଖି ପାଠ ପଢ଼ାଇବାର ବନ୍ଦୋବସ୍ତ କରିଥଲେ। ଦାନଙ୍କ ଝିଅ ମାଟ୍ରିକ୍‍ ପାଶ୍‍ କରିବା ପରେ କଳାହାଣ୍ଡି ଜିଲ୍ଲା ଜନଜାତି ଲୋକଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି। ଅସମୟରେ କିସ୍‍ ସାହାଯ୍ୟର ହାତ ବଢାଇବାରୁ ଆଜି ତାଙ୍କ ବଡ଼ଝିଅ ମାଟ୍ରିକ୍‍ ପାଶ୍‍ କରିପାରିଛି ଏବଂ ଅନ୍ୟ ଦୁଇ ଝିଅ କିସରେ ଭଲରେ ରହି ପାଠ ପଢ଼ି ପାରୁଛନ୍ତି ବୋଲି ସେମାନେ କହିଛନ୍ତି।

ପ୍ରଥମ କ୍ୱାର୍ଟରରେ ବିଏମ୍‌ସିର ରାଜସ୍ୱ ଆଦାୟ ନିରାଶ ଜନକ: ବିକାଶ କାର୍ଯ୍ୟରେ ବାଧାପ୍ରାପ୍ତ ଆଶଙ୍କା

ଭୁବନେଶ୍ୱର: କୋଭିଡ ମୁକାବିଲାରେ ପ୍ରମୁଖ ଭୂମିକା ଗ୍ରହଣ କରୁଛି ପୌରସଂସ୍ଥା ଓ ମହାନଗର ନିଗମ । ହେଲେ ଲୋକଙ୍କ କଥା ବୁଝିଲା ବେଳକୁ ଦୋହଲିଗଲାଣି ନିଜର ଆର୍ଥିକ ସ୍ଥିତି । କୋଭିଡ କଟକଣା ଯୋଗୁଁ ରାଜସ୍ୱ ଆଦାୟ ହୋଇପାରୁ ନାହିଁ । ଯାହାର ପ୍ରଭାବ ବିକାଶ କାର୍ଯ୍ୟରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଆଉ ଏଥିରୁ ବାଦ ପଡ଼ିନି ଭୁବନେଶ୍ୱର ମହାନଗର ନିଗମ । ଭାରି ପଡ଼ିଲା କରୋନାର ଦ୍ୱିତୀୟ ଲହର । ଆର୍ଥିକବର୍ଷର ପ୍ରଥମ କ୍ୱର୍ଟରରେ ରାଜସ୍ୱ ଆଦାୟ ନିରାଶାଜନକ । ବିଏମସିର ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହେବା ଆଶଙ୍କା । ହୋଲ୍ଡିଂ ଟ୍ୟାକ୍ସ, ଟ୍ରେଡ଼ ଲାଇସେନ୍ସ, ପାର୍କିଂ ଫି ଓ ହୋର୍ଡିଂ ଆଦି ପ୍ରମୁଖ ଉତ୍ସରୁ ରାଜସ୍ୱ ଆଦାୟ କରେ ପୌରସଂସ୍ଥା । ଏହାଦ୍ୱାରା ଅଞ୍ଚଳର ବିକାଶ ସହିତ ଲୋକଙ୍କୁ ଉନ୍ନତ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥାଏ । ଗତ ବର୍ଷ ପ୍ରଥମ ପର୍ଯ୍ୟାୟ କୋଭିଡ ସତ୍ତ୍ୱେ ବିଏମସି ୧୧୮ କୋଟି ରାଜସ୍ୱ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲା । ସେଥିରୁ କେବଳ ୭୦ କୋଟି ଥିଲା ହୋଲ୍ଡିଂ ଟ୍ୟାକ୍ସ । ତେବେ କରୋନା ଦ୍ୱିତୀୟ ଲହରରେ ଟିକାକରଣକୁ ପ୍ରାଧାନ୍ୟ ଓ ନିର୍ଦ୍ଧାରିତ ସମୟରେ ଏହାକୁ ଶେଷ କରିବାର ଲକ୍ଷ୍ୟ, କଟକଣା ଯୋଗୁଁ ଲୋକଙ୍କ ନିକଟକୁ ଯାଇ ରାଜସ୍ୱ ସଂଗ୍ରହ କରିବା ସମ୍ଭପର ହେଉନାହିଁ । ସେପଟେ SHG ଓ TG ଗ୍ରୁପଙ୍କ ଜରିଆରେ ବିଭିନ୍ନ ଟ୍ୟାକ୍ସ ଆଦାୟ କରିବାର ଲକ୍ଷ୍ୟ ମଧ୍ୟ ସମ୍ଭବପର ହୋଇନାହିଁ । ଧନୀ ହେଉ ଅଥବା ଗରିବ, ଦୀର୍ଘ ଦେଢବର୍ଷ ହେଲା ସମସ୍ତଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି କରୋନା । ଏଭଳି ସ୍ଥିତିରେ ରାଜସ୍ୱ ଆଦାୟ କରିବା ବିଏମସି ପାଇଁ ଯେତିକି କଷ୍ଟ ଓ ଟିକସ ପଇଠ କରିବା ମଧ୍ୟ ସାଧାରଣ ଲୋକଙ୍କ ପାଇଁ ସେତିକି ମୁସ୍କିଲ । ଯାହାର ପ୍ରଭାବ ବିକାଶ କାର୍ଯ୍ୟରେ ପଡିବା ଆଶଙ୍କା ରହିଛି । ସେପଟେ କରୋନାର ଦ୍ୱିତୀୟ ଲହରରେ ବିଏମସିର ଆର୍ଥିକ ସ୍ଥିତି ପାଇଁ ସମସ୍ୟା ସୃଷ୍ଟି ହୋଇଥିବା କଥା ସ୍ଵୀକାର କରିଛନ୍ତି ଅତିରିକ୍ତ କମିଶନର । ତେବେ ଆଗକୁ ସ୍ଥିତିରେ ସୁଧାର ଆସିବ ଓ ସମସ୍ୟାର ସମାଧାନ ସହିତ ବିକାଶ କାର୍ଯ୍ୟ ତ୍ୱରାନ୍ୱିତ ହେବ ବୋଲି ସେ କହିଛନ୍ତି । ଏଭଳି ସ୍ଥିତି କେବଳ ବିଏମସି କିମ୍ବା ରାଜ୍ୟର ନୁହଁ ବରଂ ସମଗ୍ର ଦେଶର । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୌରସଂସ୍ଥା ଗୁଡିକୁ ବିଭିନ୍ନ ଯୋଜନାରେ ତଥା ସ୍ୱତନ୍ତ୍ର ଅନୁଦାନ ଜରିଆରେ ମିଳୁଥିବା ଆର୍ଥିକ ରାଶିକୁ ବୃଦ୍ଧି କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାରେ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ: ମହାରାଷ୍ଟ୍ରରେ ସର୍ବାଧିକ

 

 

 

ଜୁନ୍ ୨୮ରୁ ଖୋଲିବ ଏମ୍ସ ଓପିଡି: ଟେଲି ମେଡିସିନ୍ ବ୍ୟବସ୍ଥା ମଧ୍ୟ ଜାରି ରହିବ

ଭୁବନେଶ୍ୱର: ଆସନ୍ତା ଜୁନ୍ ୨୮ ତାରିଖରୁ ରୋଗୀଙ୍କ ପାଇଁ ଖୋଲିବ ଭୁବନେଶ୍ୱର ଏମ୍ସର ଓପିଡ଼ି । କରୋନା ପାଇଁ ଏପ୍ରିଲ ୨୪ ତାରିଖରୁ ଏମ୍‌ସ ଓପିଡ଼ି ବନ୍ଦ ରହିଥିଲା । ଏବେ ଯଦିଓ ସବୁ ବିଭାଗର ଆଉଟଡୋର୍ ରୋଗୀ ଚିକିତ୍ସା ଖୋଲିବ, ହେଲେ ଅଳ୍ପ ସଂଖ୍ୟକ ରୋଗୀଙ୍କୁ କରୋନା କଟକଣା ମଧ୍ୟରେ ଚିକିତ୍ସା କରାଯିବ ବୋଲି ଏମ୍ସ ଅଧୀକ୍ଷକ ଡାକ୍ତର ସଚିଦାନନ୍ଦ ମହାନ୍ତି ଜଣାଇଛନ୍ତି । ଧିରେ ଧିରେ ନିୟମିତ ଭାବେ ସବୁ ବିଭାଗରେ ଯେତେ ରୋଗୀ ଚିକିତ୍ସା ପାଇଁ ଆସିବେ, ସେମାନଙ୍କୁ ଆଟେଣ୍ଡ କରାଯିବ । ହେଲେ ଓପିଡ଼ି ସହିତ ଟେଲି ମେଡ଼ିସନ୍ ବ୍ୟବସ୍ଥା ପୂର୍ବ ପରି ଜାରି ରହିବ ।

ଏଥିସହିତ ପଢ଼ନ୍ତୁ: ଓଡ଼ିଶାରେ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ: ମହାରାଷ୍ଟ୍ରରେ ସର୍ବାଧିକ

ଓଡ଼ିଶାରେ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ: ମହାରାଷ୍ଟ୍ରରେ ସର୍ବାଧିକ

ନୂଆଦିଲ୍ଲୀ: ଓଡ଼ିଶାରେ ଚିହ୍ନଟ ହେଲା ଡେଲଟା ପ୍ଲସ ଭ୍ୟାରିଆଣ୍ଟ । ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କେନ୍ଦ୍ର ସରକାର । ଓଡ଼ିଶାର ଦେବଗଡ଼ରେ ଚିହ୍ନଟ ହୋଇଛନ୍ତି ।  ଦେଶରେ ଏଯାବତ୍ ମୋଟ ୪୮ ଜଣ ଡେଲ୍ଟା ପ୍ଳସ୍ ଭ୍ୟାରିଆଣ୍ଟ ରୋଗୀ ଚିହ୍ନଟ ହୋଇଛନ୍ତି । ମହାରାଷ୍ଟ୍ରରେ ପ୍ରଥମ ଥର ପାଇଁ ଡେଲ୍ଟା ପ୍ଳସ୍ ରୋଗୀଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଜଣଙ୍କ ରତ୍ନଗିରିର, ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ମଧ୍ୟପ୍ରଦେଶରୁ ୭ଜଣ, ପଞ୍ଜାବରୁ ୨ଜଣ, ମହାରାଷ୍ଟ୍ରରୁ ୨୦, ଗୁଜୁରାଟ୍ ୦୨, କେରଳ, ଆନ୍ଧ୍ରପ୍ରଦେଶ ୦୧, ତାମିଲନାଡ଼ୁ ୦୯, ଓଡ଼ିଶାରୁ ୦୧, ରାଜସ୍ଥାନ ୦୧,  ଜମ୍ମୁ ୦୧ ଓ କର୍ଣ୍ଣାଟକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

୯୭.୮୯ ପ୍ରତିଶତ ରେଗୁଲାର ଛାତ୍ରଛାତ୍ରୀ ପାସ୍: ସନ୍ଧ୍ୟାରେ ଓ୍ୱେବସାଇଟରେ ଉପଲବ୍ଧ ହେବ ରେଜଲ୍ଟ

କଟକ: ପ୍ରଥମ ଥର ଲାଗି ବିନା ପରୀକ୍ଷାରେ ପ୍ରକାଶ ପାଇଲା ମାଟ୍ରିକ ରେଜଲ୍ଟ । ବିକଳ୍ପ ମୂଳ୍ୟାୟନ ଆଧାରରେ ଆଜି ମାଟ୍ରିକ ପିଲାଙ୍କ ରେଜଲ୍ଟ ପ୍ରକାଶ ପାଇଛି । ରାଜ୍ୟରେ ପାସ୍ ହାର ସର୍ବକାଳୀନ ରେକର୍ଡ ଛୁଇଁଥିବା ବେଳେ ପୁଅଙ୍କ ତୁଳନାରେ ଆଗରେ ରହିଛନ୍ତି ଝିଅ । ଚଳିତବର୍ଷ ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ମାଟ୍ରିକ ଫଳ ପ୍ରକାଶ ପାଇଛି । ପାସ୍ ହାର ୯୭.୮୯ ପ୍ରତିଶତ ରହିଥିବା ବେଳେ ୨ ଲକ୍ଷ ୮୦ ହଜାର ୩୫୨ ଜଣ ପୁଅ ଓ ୨ ଲକ୍ଷ ୮୧ ହଜାର ୬୫୮ ଜଣ ଝିଅ ପାସ୍ କରିଛନ୍ତି । ସେହିପରି ଏକ୍ସ-ରେଗୁଲାର ପାସ୍ ହାର ୮୮.୩୩ ପ୍ରତିଶତ ରହିଛି । କରେସପଣ୍ଡେନ୍ସ ଏକ୍ସରେଗୁଲାର ପାସ୍ ହାର ୮୮.୦୮ ପ୍ରତିଶତ ରହିଛି । A-1 ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇଛନ୍ତି 2 ହଜାର ୬୫୬ ଛାତ୍ରଛାତ୍ରୀ । A- 2 ଗ୍ରେଡରେ ୨୨ ହଜାର ୧୩୧, B 1 ଗ୍ରେଡରେ ୫୨ ହଜାର ୨୯୯, B 2ରେ ୯୪ ହଜାର ୪୭୫ ଓ C ଗ୍ରେଡରେ ୧ ଲକ୍ଷ ୩୭ ହଜାର ୦୧୪ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ରେଗୁଲାର ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭ ହଜାର ୭୦୩ ଫେଲ୍ ହୋଇଥିବା ବେଳେ ଏକ୍ସ-ରେଗୁଲାର ୪ ହଜାର ୪୦୯ ପିଲା ଫେଲ୍ ହୋଇଛନ୍ତି ।

www.bseodisha.inରେ ସନ୍ଧ୍ୟା ୬ଟାରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । ଯଦି ଇଣ୍ଟରନେଟ୍ ସମସ୍ୟା ଦେଖାଯାଏ, ତେବେ ଏସଏମଏସ ମାଧ୍ୟମରେ ବି ରେଜଲ୍ଟ ଜାଣିପାରିବେ ଛାତ୍ରଛାତ୍ରୀ । ଏଥିପାଇଁ ଛାତ୍ରଛାତ୍ରୀ OR01 ସ୍ପେସ୍ ରୋଲ ନମ୍ବର ଲେଖି ୫୬୭୬୭୫୦ ନମ୍ବରକୁ ଏସଏମଏସ କଲେ ଜାଣିପାରିବେ ସେମାନଙ୍କ ଫଳାଫଳ । ଦଶମ ଶ୍ରେଣୀ ବୋର୍ଡ଼ ରେଗୁଲାର ସହ ଷ୍ଟେଟ୍ ଓପନ ସ୍କୁଲ ଓ ମଧ୍ୟମା ରେଜଲ୍ଟ ବି ପ୍ରକାଶ ପାଇବ । ପାଖାପାଖି ୫ ଲକ୍ଷରୁ ଅଧିକ ରେଗୁଲାର ଛାତ୍ରଛାତ୍ରୀଙ୍କ ଭାଗ୍ୟ ପ୍ରକାଶ ପାଇବ । ଦଶମ ଶ୍ରେଣୀରେ ଦେଇଥିବା ୪ଟି ଇଣ୍ଟରନାଲ ପରୀକ୍ଷାରୁ ୬୦ ପତିଶତ ନମ୍ବର ଓ ନବମ ଶ୍ରେଣୀରେ ଦେଇଥିବା ଟେଷ୍ଟ ଓ ବାର୍ଷିକ ପରୀକ୍ଷାର ୪୦ ପ୍ରତିଶତ ନମ୍ବରକୁ ଆଧାର କରି ଘୋଷଣା ହେବ ରେଜଲ୍ଟ । ଚଳିତବର୍ଷ ମହାମାରୀ କରୋନା କାରଣରୁ ଗଣଶିକ୍ଷା ବିଭାଗ ମାଟ୍ରିକ ପରୀକ୍ଷା ବାତିଲ କରିଥିଲା । ନବମ ଓ ଦଶମ ଶ୍ରେଣୀର ପରୀକ୍ଷାଫଳକୁ ନେଇ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଛି ।

ଅପହଞ୍ଚ ଇଲାକାରେ ଗ୍ରାମ ବିକାଶ ପକ୍ଷରୁ କୋଭିଡ୍ କେୟାର୍ ସେଣ୍ଟର

କଳାହାଣ୍ଡି: ଦକ୍ଷିଣପଶ୍ଚିମ ଓଡ଼ିଶାର କଳାହାଣ୍ଡି ଜିଲ୍ଲାରେ ଗ୍ରାମ ବିକାଶ ପକ୍ଷରୁ କ୍ଲଷ୍ଟର ସ୍ତରୀୟ କୋଭିଡ୍ କେୟାର ସେଣ୍ଟର କରାଯାଇଛି । ଥୁଆମୂଳରାମପୁର ବ୍ଲକର କୁମୁଡବାହଲ ଗାଁର ଗ୍ରାମ ବିକାଶ ଶିକ୍ଷା ନିକେତନରେ ୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ସେଣ୍ଟର ହୋଇଛି । ଗ୍ରାମାଞ୍ଚଳରେ ସଂକ୍ରମଣ ବ୍ୟାପୁଥିବା ବେଳେ ଏହା ସ୍ଥାନୀୟ ଲୋକଙ୍କୁ ବେଶ୍ ସହାୟକ ହୋଇପାରିଛି ।

Gram Vikas sets up COVID Care Centre in remote rural Odisha

ମେ ୧୭ରେ ଏଠାରେ ୧୩୭ ଜଣ ପ୍ରବାସୀଙ୍କୁ ରଖା ଯାଇଥିଲା । ଏବେ ଉକ୍ତ ସିସିସିରେ ୩୯ ଜଣ ପ୍ରବାସୀ ଅଛନ୍ତି । ଗୋଲାମୁଣ୍ଡା, ଧର୍ମଗଡ଼ ସହ ଜୁନାଗଡ଼ ବ୍ଲକର ବିଭିନ୍ନ ଗାଁର ପ୍ରବାସୀ ସିସିସିରେ ଅଛନ୍ତି । ଉକ୍ତ ସିସିସିରେ ସମସ୍ତ ବ୍ୟବସ୍ଥା ରହିଛି । ପାଣି ଠାରୁ ଆରମ୍ଭ କରି ବିଦ୍ୟୁତ୍ ଓ ଗରମ ଖାଦ୍ୟ ଦିଆଯାଉଛି । ସେଠାରେ ସାମାଜିକ ଦୂରତା ରକ୍ଷା ସହ ମହିଳା ଓ ପୁରୁଷଙ୍କ ଲାଗି ଭିନ୍ନ ଭିନ୍ନ ପ୍ରକୋଷ୍ଠ ରହିଛି ।

ସିସିସିରେ ପହଞ୍ଚିବା ପରେ ପ୍ରବାସୀଙ୍କ ଆଣ୍ଟିଜେନ୍ ରାପିଡ୍ ଟେଷ୍ଟ ମଧ୍ୟ କରାଯାଉଛି । ଯଦି କାହାର ଲକ୍ଷଣ ଦେଖାଯାଏ ତ ତାଙ୍କୁ ୧୪ ଦିନ ଲାଗି ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଉଛି । ଲକ୍ଷଣ ନଥିବା ଲୋକଙ୍କୁ ୭ ଦିନ ରଖା ଯାଉଛି । ଏନେଇ ଗ୍ରାମ ବିକାଶର ଜିଲ୍ଲା ସଞ୍ଚାଳକ ସୂଚନା ଦେଇଛନ୍ତି । ସ୍ଥାନୀୟ ଆଶା ଓ ଏନଏମଏ ସିସିସି ପରିଦର୍ଶନ କରି ତାପମାତ୍ରା ସହ ଅମ୍ଲଜାନ ସ୍ତର ଦେଖୁଛନ୍ତି । ଥୁଆମୂଳ ରାମପୁର ସିଏଚସିର ଡାକ୍ତରୀ ଟିମ୍ ଦୁଇ ଦିନରେ ଥରେ ସିସିସିକୁ ଆସି ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ।

ଦେଶଦ୍ରୋହ ଅଭିଯୋଗ: ଚଳଚ୍ଚିତ୍ର ନିର୍ମାତାଙ୍କୁ ଆଗୁଆ ଜାମିନ

ନୂଆଦିଲ୍ଲୀ: କେରଳ ହାଇକୋର୍ଟରୁ ଲକ୍ଷଦୀପର ଚଳଚ୍ଚିତ୍ର ନିର୍ମାତା ତଥା ଅଭିନେତ୍ରୀ ଆୟଶା ସୁଲତାନାଙ୍କୁ ଆଗୁଆ ଜାମିନ ମିଳିଛି। ଲକ୍ଷଦୀପରେ ବିଜେପି ରାଜ୍ୟ ସଭାପତି ଅବଦୁଲ ଖାଦରଙ୍କ ଅଭିଯୋଗରେ ସୁଲତାନାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଥିଲା। ସୂଚନା ଅନୁଯାୟୀ, ଆୟେଶା ସୁଲତାନା କରୋନା ପରିଚାଳନାକୁ ନେଇ ଲକ୍ଷଦୀପର ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ସମାଲୋଚନା କରିଥିଲେ। ଅଭିଯୋଗରେ ଦର୍ଶାଯାଇଛି ଯେ, ମାଲାୟାଲମ୍ ଚ୍ୟାନେଲରେ ଏକ ଟିଭି ଡିବେଟ ସମୟରେ ସୁଲତାନା କହିଥିଲେ ଯେ ଲକ୍ଷଦୀପରେ କୋଭିଡ ବ୍ୟାପିବାରେ ଜୈବିକ ଅସ୍ତ୍ରର ବ୍ୟବହାର କରାଯାଇଥିଲା।

ଗତ ସପ୍ତାହରେ ପ୍ରଶାସନ ନିଜ ବୟାନରେ କହିଥିଲା ଯେ ସୁଲତାନାଙ୍କ ଜାମିନ ଆବେଦନ ବିଚାର କରିବା ଯୋଗ୍ୟ ନୁହେଁ କାରଣ ଆବେଦନକାରୀ କୌଣସି ପ୍ରକୃତ ତଥା ବିଶ୍ୱାସନୀୟ କାରଣ ଦେଇନାହାଁନ୍ତି ଯେଉଁଥିପାଇଁ ତାଙ୍କୁ ଗିରଫ କରାଯିବ । ଏଥିରେ କୁହାଯାଇଛି ଯେ କବରତୀରେ ରହୁଥିବା ଜଣେ ରାଜନୈତିକ ନେତାଙ୍କ ଦ୍ୱାରା ରୁଜୁ କରାଯାଇଥିବା ଅଭିଯୋଗ ଆଧାରରେ ଆଇପିସିର ଧାରା ୧୨୪-କ (ଦେଶଦ୍ରୋହ) ଏବଂ ୧୫୩ (ଖ) ଅନୁଯାୟୀ ୯ଜୁନରେ ମାମଲା ରୁଜୁ କରାଯାଇଥିଲା ।

ଆଗୁଆ ଜାମିନକୁ ବିରୋଧ

ପ୍ରଶାସନ ଏହି ବିବୃତ୍ତିରେ କହିଛି ଯେ, ସୁଲତାନା କେନ୍ଦ୍ର ସରକାରଙ୍କ ବିରୋଧରେ ଏକ ଭିତ୍ତିହୀନ ବିବୃତ୍ତି ଦେଇଛନ୍ତି । ଏଥିରେ କୁହାଯାଇଛି, ଆଙ୍କରଙ୍କ ତରଫରୁ ଚେତାବନୀ ଦିଆଯିବା ସତ୍ତ୍ୱେ ସୁଲତାନ କହିଥିଲେ ସେ ଯାହା କହିଛନ୍ତି ତାହା ଠିକ୍ ତେଣୁ ସେ ତାଙ୍କ କଥା ପରିବର୍ତ୍ତନ କରିବାର ପ୍ରଶ୍ନ ଉଠୁନାହିଁ । ଏହାସହ ସେ କହିଛନ୍ତି ଯେ ଏଭଳି ବିବୃତ୍ତି ପାଇଁ ସେ କୌଣସି କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହେବାକୁ ମଧ୍ୟ ପ୍ରସ୍ତୁତ।

କଣ କହିଲେ ଆୟେଶା

ଆୟେଶା ସୁଲତାନାଙ୍କ ଉପରେ ଅଭିଯୋଗ ଥିଲା ଯେ, ସେ ଟିଭିରେ ଏକ ଡିବେଟ ସମୟରେ ଲକ୍ଷଦୀପରେ କୋଭିଦ୍ -୧୯ ବ୍ୟାପିବାକୁ ନେଇ ମିଥ୍ୟା ଖବର ଦର୍ଶକଙ୍କୁ ଦେଇଛନ୍ତି। ଏଥି ସହିତ ସେ ଲକ୍ଷଦ୍ୱୀପ ପ୍ରଶାସନକୁ ମଧ୍ୟ ସମାଲୋଚନା କରିଥିଲେ। ତେବେ ଫେସବୁକ ପୋଷ୍ଟରେ ସୁଲତାନା ତାଙ୍କ ବିବୃତ୍ତିକୁ ଯଥାର୍ଥ ବୋଲି କହିଛନ୍ତି ।

ଚୀନ୍‌ର ଅନୁସନ୍ଧାନକାରୀଙ୍କ ନିର୍ଦ୍ଦେଶରେ ତଥ୍ୟ ହଟାଯାଇଥିଲା ବୋଲି ସ୍ପଷ୍ଟ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକାର ଡାଟାବେସରୁ ଚାଇନାରେ ମିଳିଥିବା କରୋନାଭାଇରସର ଜେନେଟିକ କ୍ରମର ତଥ୍ୟ ହଜିଯିବା ପ୍ରସଙ୍ଗ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ସମୟରେ, ଚୀନ୍ ଅନୁସନ୍ଧାନକାରୀଙ୍କ ନିର୍ଦ୍ଦେଶରେ ଏହି ତଥ୍ୟ ହଟାଯାଇଛି ବୋଲି ଆମେରିକା ସ୍ପଷ୍ଟ କରିଛି। ବ୍ଲୁମବର୍ଗ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ଆମେରିକୀୟ ଭାୟୋଲୋଜିଷ୍ଟ ଜେସି ବ୍ଲୁମ୍ ନିଖୋଜ ତଥ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ।

ବୁଧବାର, ଆମେରିକାର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହେଲଥ୍ ଏକ ବିବୃତ୍ତି ଦେଇଛି ଯେ ମାର୍ଚ୍ଚ ୨୦୨୦ରେ ଆମେରିକାର ସିକ୍ୱେନ୍ସ ରିଡ୍ ଆର୍କାଇଭରେ ଏହି ତଥ୍ୟ ଜମା କରାଯାଇଥିଲା। ଠିକ ତିନିମାସ ପରେ ସମାନ ଅନୁସନ୍ଧାନକାରୀଙ୍କଠାରୁ ଏହାକୁ ହଟାଇପାଇଁ ଅନୁରୋଧ କରାଯାଇଥିଲା। ଏହି ଜେନେଟିକ୍ କ୍ରମଗୁଡିକ ଚାଇନାର ଉହାନ୍ ସହରରୁ ଆସିଥିଲା, ଯେଉଁଠାରେ ପ୍ରଥମେ କୋଭିଡ୍ -୧୯ ମିଳିଥିଲା। ​

ରିପୋର୍ଟରେ ଏଜେନ୍ସିର ଉଦ୍ଧେଶ୍ୟରେ କୁହାଯାଇଛି ଯେ ସେହି ସମୟରେ ଦିଆଯାଇଥିବା କାରଣ ହେଉଛି କ୍ରମ ସୂଚନା ଅପଡେଟ୍ ହୋଇ ଅନ୍ୟ ଡାଟାବେସରେ ଦାଖଲ କରାଯାଉଥିଲା। ଏଜେନ୍ସି କହିଛି ଯେ ତଥ୍ୟ ସଂଗ୍ରହ କରୁଥିବା ଅନୁସନ୍ଧାନକାରୀଙ୍କର ଏହାକୁ ହଟାଇବାକୁ ଅନୁରୋଧ କାରିବା ପାଇଁ ସମ୍ପୂର୍ଣ୍ଣ ଅଧିକାର ଅଛି। ଏହା ପଛରେ ଅନୁସନ୍ଧାନକାରୀଙ୍କ ଉଦ୍ଦେଶ୍ୟ କ’ଣ ବୋଲି NIH ଅନୁମାନ କରିପାରିବ ନାହିଁ ବୋଲି ସେ କହିଛନ୍ତି।

ଆମେରିକାର ଡାଟାବେସ୍ ରୁ ଜେନେଟିକ୍ ସିକ୍ୱେନ୍ସିଂ ସୂଚନା ଗାୟବ ହେବା ପରେ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଭାୟୋଲୋଜିଷ୍ଟ ବ୍ଲୁମ୍ ଏହି ବିଷୟକୁ ସାର୍ବଜନୀନ କରିଥିଲେ। ତେବେ ପରେ ସେ ନିଖୋଜ ତଥ୍ୟକୁ ଉଦ୍ଧାର କରି ସ୍ପଷ୍ଟ କରିଛନ୍ତି ଯେ ଏହା ଭୂତାଣୁଙ୍କ ଉତ୍ପତ୍ତି ବିଷୟରେ ନିର୍ଦ୍ଦିଷ୍ଟ ସୂଚନା ପ୍ରଦାନ କରୁନାହିଁ।

ମାରଣାସ୍ତ୍ର ଦେଖାଇ ଡକାୟତି ଘଟଣା, ଆଉ ୨ ଜଣଙ୍କୁ ବାନ୍ଧିଲା ପୋଲିସ

ବାଲିଗୁଡ଼ା: ବନ୍ଧା ହେଲେ ଆଉ ୨ ଜଣ ନକଲି ମାଓବାଦୀ । ଏକ ଲୁଟ୍ ଘଟଣାରେ ପୋଲିସ ମୋଟ ୬ ଜଣ ଡକାୟତଙ୍କୁ ଗିରଫ କରିଛି । ଗତ ୧୦ ତାରିଖରେ ଦାରିଙ୍ଗବାଡ଼ି ଥାନା ମକପାଟା ଓ ଟେପାରୀ ଗାଁରେ ଡକାୟତି ହୋଇଥିଲା । ମାଓବାଦୀ ନାଁରେ ଡକାୟତି କରିଥିଲେ ୬ ଜଣିଆ ଗ୍ୟାଙ୍ଗ । ଘଟଣାରେ ୧୬ ତାରିଖରେ ଦାରିଙ୍ଗବାଡ଼ି ପୋଲିସ ୪ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଥିଲା ।

Daringabadi Police Arrested Two Fake Maoist In Loot Case

ଫେରାର୍ ଦୁଇଜଣଙ୍କୁ ଟ୍ରାକ୍ କରୁଥିଲେ ସାଇବର ଏକ୍ସପର୍ଟ । ଫେରାର ୨ ଜଣଙ୍କୁ ଟ୍ରାକ୍ କରି ଗିରଫ କରିଛି ଦାରିଙ୍ଗବାଡ଼ି ପୋଲିସ । ଗିରଫ ଦୁଇ ନକଲି ମାଓବାଦୀ ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ସଲାବାଡ଼ି ଗାଁର ମସେଶ ଦିଗାଲ ଓ କୋଟଗଡ଼ ଥାନା ପୁରସୁଡ଼ି ଗାଁର ଆଣ୍ଡ୍ରିଅ ପ୍ରଧାନ ।

Daringabadi Police Arrested Two Fake Maoist In Loot Case

ଗତ ୧୦ତାରିଖ ବିଳମ୍ବିତ ରାତିରେ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁର ବିଶ୍ୱନାଥ ପ୍ରଧାନଙ୍କ ଘରୁ ଲୁଟ୍ ହୋଇଥିଲା । ପରିବାର ଲୋକଙ୍କୁ ଧମକାଇବା ସହ ବନ୍ଧୁକ, ଖଣ୍ଡା,କାତି ଆଦି ମାରଣାସ୍ତ୍ର ଦେଖାଇ ମାଓବାଦୀ ପରିଚୟ ଦେଇ ଟଙ୍କା, ସୁନା ସହ ରାସନ ସାମଗ୍ରୀ ଲୁଟି ନେଇଥିଲେ ୬ ଜଣିଆ ଡକାୟତ ଗ୍ୟାଙ୍ଗ । ଏନେଇ ଉଭୟ ପରିବାର ଦାରିଙ୍ଗବାଡ଼ି ଥାନାରେ ଅଭିଯୋଗ କରିଥିଲେ ।

ଟିକାକରଣ କେନ୍ଦ୍ରରେ ସ୍ତ୍ରୀ ପହଞ୍ଚିବା ପରେ ସ୍ତ୍ରୀର ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଗଲା ସ୍ୱାମୀ

ନୂଆଦିଲ୍ଲୀ: କରୋନାରୁ ବଞ୍ଚିବା ପାଇଁ ଏକମାତ୍ର ଉପାୟ ହେଉଛି କରୋନା ଟିକା। ଦେଶରେ ଏବେ ଟିକାକରଣକୁ ଜୋଦାର କରାଯାଇଛି। ଲୋକେ ଏବେ କରୋନାରୁ ବଞ୍ଚିବା ପାଇଁ ବହୁ ସଂଖ୍ୟାରେ ଟିକାକରଣ କେନ୍ଦ୍ରରେ ପହଞ୍ଚୁଛନ୍ତି। କିନ୍ତୁ କିଛି ଗୁଜବ ଏବେ ଟିକା ଏବଂ ଲୋକଙ୍କ ମଧ୍ୟରେ ବାଡ଼ ହୋଇ ଛିଡ଼ା ହୋଇଛି  । ଲୋକେ କିଛି ଗୁଜବ ପାଇଁ ଟିକେ ନେବା ପାଇଁ ଭୟ କରୁଛନ୍ତି। ଟିକେ ନେବା ପରେ ଲୋକଙ୍କ ମୃତ୍ୟୁ ହେଇଯିବ। ଏଭଳି ଗୁଜବ ଟିକା ଟାରୁ ଲୋକଙ୍କୁ ଦୁରେଇ ରଖୁଛି। ଏମିତି ଏକ ଗୁଜବ ପାଇଁ ମଧ୍ୟପ୍ରଦେଶରେ ଏକ ମଜାଦାର ଘଟଣା ସାମ୍ନାକୁ ଆସିଛି।

ମଧ୍ୟପ୍ରଦେଶରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଯାଇଛନ୍ତି। ଗଛରେ ଚଢ଼ିଥିବା ବ୍ୟକ୍ତି କରୋନାଟିକା ନେବା ପାଇଁ ମନା କରିଥିଲେ ଏବଂ ତାଙ୍କ ସ୍ତ୍ରୀକୁ ବାରଣ କରିଥିଲେ। କିନ୍ତୁ ମହିଳା ଜଣକ ଟିକା ପାଇଁ ବାଧ୍ୟ କରିଥିଲେ। ଏହା ପରେ ବ୍ୟକ୍ତି ଜଣଙ୍କ ତାଙ୍କ ସ୍ତ୍ରୀଙ୍କର ଆଧାର କାର୍ଡ ନେଇ ଗଛ ଉପରେ ଚଢ଼ିଯାଇଥିଲେ।

ରାଜଗଡ ଜିଲ୍ଲାର ପତନ କାଲା ଗ୍ରାମରେ ଜଣେ ଯୁବକ ଟିକା ନନେବା ପାଇଁ ଗଛ ଉପରେ ଚଢ଼ିଯାଇଥିଲେ। ଗ୍ରାମବାସୀ ତାଙ୍କୁ ଓହ୍ଲାଇବାକୁ ଅନେକ ଥର କହିଥିଲେ, କିନ୍ତୁ ସେ କାହା କଥା ଶୁଣିଲେ ନାହିଁ। ଟିକାକରଣ କେନ୍ଦ୍ରରେ ଟିକା ଶେଷ ନହେବା ପର୍ଯ୍ୟନ୍ତ ବକ୍ତି ଜଣକ ଗଛ ତଳକୁ ଉହ୍ଲାଇ ନଥିଲେ।