spot_img
Home Blog Page 5497

ନକଲି ଔଷଧ ହୋଲସେଲର ଶିବ ପ୍ରସନ ଜେନାଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF

ଭୁବନେଶ୍ୱର: କରୋନା ସମୟରେ ଲୋକଙ୍କ ବିଶ୍ୱାସରେ ବିଷ ଦେଇ କଟକ ନକଲି ଔଷଧ ଜବତ ଘଟଣା। ମେଡ଼ିସିନ ହୋଲସେଲର ଶିବ ପ୍ରସନ ଜେନାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ STF। ଗତକାଲି ତାଙ୍କ ପତ୍ନୀ ଓ ୨ କର୍ମଚାରୀଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ। ଗିରଫ କରିବା ପରେ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି। ଆଜି ଶିବପ୍ରସାଦଙ୍କୁ କୋର୍ଟରେ ହାଜର କରାଯିବା ପରେ ପଚରାଉଚରା ପାଇଁ ରିମାଣ୍ଡରେ ନିଆଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ଗତକାଲି ପୁଲିସ୍‌ କମ୍ପାନୀର ଅନ୍ୟତମ ନିର୍ଦ୍ଦେଶକ ତଥା ଶିବପ୍ରସାଦଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା  ଓ ଦୁଇ ଜଣ କର୍ମଚାରୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଗିରଫ ପରେ ସେମାନଙ୍କୁ ଜିଲ୍ଲା ଜଜ୍‌ କୋର୍ଟରେ ହାଜର କରାଯାଇଥିଲା। ପରେ ସେମାନଙ୍କୁ ଜେଲକୁ ପଠାଇ ଦିଆଯାଇଛି। ତେବେ ଗିରଫ ୩ ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ଜାମିନ ଆବେଦନ ଶୁଣାଣି ସୋମବାର ହେବ ବୋଲି ଜଣାପଡ଼ିଛି। କରୋନା ଚିକିତ୍ସା ପାଇଁ ବ୍ୟବହୃତ ଫାଭିପିରାଭିର ଫାଭିମ୍ୟାକ୍ସ-200 ଓ ଫାଭିମ୍ୟାକ୍ସ-400 ବ୍ରାଣ୍ଡର ଔଷଧ ବିକ୍ରି ପାଇଁ ଆଣିଥିଲେ ଏମାନେ। ଯେଉଁ ଷ୍ଟ୍ରିପ୍ର ଦାମ୍‌ ୬୫ ଟଙ୍କା ଥିବା ବେଳେ ତାକୁ ୧୨୯୦ ଟଙ୍କା ଅର୍ଥାତ ୨୦ ଗୁଣା ଦରରେ ବିକ୍ରି ପାଇଁ ଯୋଜନା କରୁଥିଲେ।

ଲଙ୍ଗସ୍ ସେଲ ଉପରେ ଅଧିକ ପ୍ରଭାବ ପକାଉଛି ଡେଲ୍ଟା ପ୍ଲସ୍‌ ଭ୍ୟାରିଆଣ୍ଟ

ଦେଶରେ ଏବେ ଆତଙ୍କ ଖେଳାଇଛି ଡେଲ୍ଟା ପ୍ଲସ୍‌ ଭ୍ୟାରିଆଣ୍ଟ। ଡେଲ୍ଟା ପ୍ଲସ ଅଧିକ ମାତ୍ରାରେ ଲଙ୍ଗସ୍ ସେଲ ଉପରେ ପ୍ରଭାବ ପକାଉଛି। ଆଣ୍ଟିବଡି କକ୍‌ଟେଲ ଲେସ ଇଫେକ୍ଟିଭ ହେଇପାରେ। ଡେଲ୍ଟା ଭ୍ୟାରିଆଣ୍ଟକୁ ନେଇ ଏହି ତିନୋଟି ଇନଫରମେସନ୍ ଏଯାଏ ଆସିଛି ବୋଳଇ ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର କହିଛନ୍ତି।

ତେବେ WHO ଏହାକୁ ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିନାହାନ୍ତି, କେବଳ ଭାରତ କରିଛି। ଭ୍ୟାକ୍ସିନ ଏହା ବିରୋଧରେ କାମ କରୁଛି କି ନାହିଁ ସେ ତଥ୍ୟ ଖୁବଶୀଘ୍ର ଆସିଯିବ। ଇମ୍ୟୁନିଟି ଏସ୍କେପ ମେକାନିଜିମ ଏଥିରେ ଅଛି ତେଣୁ ଡର ରହୁଛି, ସେଥିପାଇଁ ଏହାକୁ ଭାରତରେ ଚିନ୍ତାଜନକ ବିଷୟ ବୋଲି ଘୋଷଣା କରାଯାଇଛି। ଆଗାମୀ ୬ ମାସ ସତର୍କ ରହିବାକୁ ପଡ଼ିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି।

ସିକୁଏନ୍ସିଙ୍ଗକୁ ବଢ଼େଇବାକୁ ପଡିବ, ଟେଷ୍ଟିଂ, କଣ୍ଟାକଟ ଟ୍ରେସିଂ ଓ ଆଇସୋଲେସନ୍ ଜୋରଦାର କରିବାକୁ ପଡ଼ିବ। ମହାରାଷ୍ଟ୍ରରେ ଯେମିତି କଡାକଡି କରୁଛନ୍ତି ସେଭଳି କରିବାକୁ ପଡିବ। ସେମିତି ହେଲେ ଭାଇରସ୍ ସ୍ପ୍ରେଡ କରିବନି। ଏବେ ଅଳ୍ପ ଲୋକଙ୍କ ଜିନୋମିକ ସିକୁଏନ୍ସ ହେଉଛି,ତାକୁ ବଢ଼େଇବାକୁ ପଡିବ ବୋଲି ସେ କହିଛନ୍ତି। ଲୋକ ନିୟମ ମାନୁ ନଥିବା କାରଣରୁ ରାଜ୍ୟରେ ପୁଣି ଟିକେ ସଂଖ୍ୟା ବଢୁଛି। ଯେଭଳି କେସ ଅଛି ଏବେ ଲାଗୁନି ୧ ତାରିଖରୁ ଅନଲକ ପ୍ରକ୍ରିୟା କୋହଳ ହେବ ବୋଲି।

ଜାମ୍ମୁ କାଶ୍ମୀରକୁ ନେଇ ମୋଦିଙ୍କ ବୈଠକ ପୂର୍ବରୁ ISI ମୁଖ୍ୟାଳୟରେ ପହଞ୍ଚିଲେ ଇମ୍ରାନ ଖାନ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଜାମ୍ମୁ କାଶ୍ମୀରର ନେତାଙ୍କ ସହ ଏକ ସର୍ବଦଳୀୟ ବୈଠକ କରିବାକୁ ଯାଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହି ବୈଠକ ପୂର୍ବରୁ ପାକିସ୍ତାନରେ ଆତଙ୍କ ଖେଳିଯାଇଛି। ଗତକାଲି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗୁପ୍ତଚର ଏଜେନ୍ସି ଆଇଏସଆଇର  ମୁଖ୍ୟାଳୟ ପରିଦର୍ଶନ କରିଛନ୍ତି। ଇମ୍ରାନ ଖାନଙ୍କ ସହ ଏହି ବୈଠକରେ ପାକିସ୍ତାନର ସେନା  ମୁଖ୍ୟ ତଥା ଆଇଏସଆଇର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ଏକ ମାସ ମଧ୍ୟରେ ଆଇଏସଆଇ ମୁଖ୍ୟାଳୟକୁ ଇମ୍ରାନ ଖାନଙ୍କର ଏହା ଦ୍ୱିତୀୟ ଗସ୍ତ। ପାକିସ୍ତାନରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ମାସରେ ହୋଇଥିବା ଏହି ବୈଠକକୁ ହାଇ ଲେଭଲ୍ ଇଣ୍ଟେଲିଜେନ୍ସ କମିଟି ବୈଠକ ବୋଲି କୁହାଯାଉଛି। ସବୁଠାରୁ ବଡ଼ କଥା ହେଉଛି ପାକିସ୍ତାନର ପ୍ରଧାନମନ୍ତ୍ରୀ ଗୋଟିଏ ମାସ ମଧ୍ୟରେ ଦୁଇ ଦୁଇଥର ISIର କାର୍ଯ୍ୟାଳୟରେ ପହଞ୍ଚିବା ଏକ ସାଧାରଣ କଥା ନୁହେଁ।

ଭାରତରେ କାଶ୍ମୀରକୁ ନେଇ ଚାଲିଥିବା କାର୍ଯ୍ୟକଳାପ ଉପରେ ପାକିସ୍ତାନ ନଜର ରଖିଛି। ଏବଂ ହଠାତ ସବୁ କିଛି ଠିକ୍‌ ହୋଇଯିବା ଏହା ମଧ୍ୟ ଏକ ଚିନ୍ତାଜନକ ବିଷୟ ହୋଇପଡ଼ିଛି। କାଶ୍ମୀର ସମ୍ପର୍କରେ ପାକିସ୍ତାନ ମିଳିତ ଜାତିସଂଘକୁ ଅନେକ ଚିଠି ମଧ୍ୟ ଲେଖିଛି, କିନ୍ତୁ ଏହା ଉପରେ କୌଣସି ଶୁଣାଣି ହୋଇନାହିଁ। କାଶ୍ମୀରକୁ ନେଇ ପାକିସ୍ତାନର ରଣନୀତି ଉପରେ ପାକିସ୍ତାନରେ ମଧ୍ୟ ପ୍ରଶ୍ନ ଉଠିଛି।

 

ଭାଇରାଲ ଭିଡିଓ: ସାଇକେଲରେ ଅଣ୍ଡା ପାଉଁରୁଟି ବିକୁଛନ୍ତି ସୋନୁ ସୁଦ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୋନୁ ସୁଦ ଲାଗାତାରା ଭାବେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ଆସୁଛନ୍ତି । ପରଦାରୁ ପ୍ରକୃତ ଜୀବନ ହିରୋ ପାଲଟିଥିବା ସୋନୁ ସୁଦ ସୋସିଆଲ ମିଡିଆରେ ଅନେକ ସମୟରେ ମଜାଳିଆ ଭିଡିଓ ସେୟାର କରନ୍ତି । ଏହାସହ ସେ କରୋନା ସମୟରେ ଲୋକଙ୍କୁ କିଛି ନା କିଛି ଭଲ ବାର୍ତ୍ତା ମଧ୍ୟ ଦେଇଥାନ୍ତି । ଏହା ବ୍ୟତୀତ ସୋନୁ ଲୋକଙ୍କୁ ଚାକିରୀ ଦେବା କାମ ମଧ୍ୟ ଆରମ୍ଭ କରିଦେଇଛନ୍ତି । କିନ୍ତୁ ଏଥର ସୋନୁ ସୁଦ ଏକ ନିଆରା ଅନ୍ଦାଜରେ ନଜର ଆସିଛନ୍ତି । ସୋନୁ ଏବେ ତାଙ୍କ ନାଁ ରେ ଏକ ସୁପର ମାର୍କେଟ ମଧ୍ୟ ଖୋଲି ଦେଇଛନ୍ତି ।

ସୋନୁ ସୁଦ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଏକ ଭିଡ଼ିଓ ସେୟାର କରିଛନ୍ତି ଏବଂ ସେଥିରେ ସେ ଏକ ସାଇକେଲରେ ଅଣ୍ଡା-ପାଉଁରୁଟି ବିକ୍ରି କରୁଥିବାର ନଜର ଆସିଛନ୍ତି । ସେ ଏହି ଭିଡ଼ିଓ ସେୟାର କରି କହିଛନ୍ତି ଯେ ସେ ବର୍ତ୍ତମାନ ତାଙ୍କର ନୂଆ ସୁପରମାର୍କେଟ ଖୋଲିଛନ୍ତି । ଆଉ ଏହାର ନାମ ହେଉଛି ‘ସୋନୁ ସୁଦ କା ସୁପରମାର୍କେଟ’ ।

ଭିଡ଼ିଓରେ ସୋନୁ କହିଛନ୍ତି ଯେ, ‘କିଏ କହୁଛି ମଲ୍ ବନ୍ଦ ଅଛି। ଆମର ଏଠାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ମହଙ୍ଗା ଦୋକାନ ଅଛି । ଦେଖନ୍ତୁ ଏଥିରେ ସବୁକିଛି ଅଛି, ଅଣ୍ଡା ଅଛି, ଯାହାର ମୂଲ୍ୟ ବର୍ତ୍ତମାନ ୬ ଟଙ୍କା । ଏହା ପରେ ପାଉଁରୁଟି ଅଛି, ବଡ ପାଉଁରୁଟି ୪୦ ଟଙ୍କା ଏବଂ ଛୋଟ ରୁଟି ୨୨ ଟଙ୍କା । ଯିଏ ଚାହୁଁଛ, ଶୀଘ୍ର ଅର୍ଡର କର, ମୋର ବିକ୍ରି କରିବାର ସମୟ ହୋଇଗଲାଣି । ଆଉ ହଁ ହୋମ ଡେଲିଭରୀ ପାଇଁ ଚାହୁଁଥିଲେ ଅତିରିକ୍ତ ଚାର୍ଜ ପଡ଼ିବ । ସୋନୁ ସୁଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି।

ଚାନ୍ଦିପୁରରେ ୩ନଂ ଲଞ୍ଚପ୍ୟାଡରେ ପରୀକ୍ଷା ହେଲା ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟ

ବାଲେଶ୍ବର: ଶକ୍ତିଶାଳୀ ହେଉଛି ଭାରତୀୟ ସେନା। ଗୋଟିଏ ପରେ ଗୋଟିଏ କ୍ଷେପଣାସ୍ତ୍ର ପରୀକ୍ଷା କରି ସଫଳ ହେଉଛି ଭାରତୀୟ ସେନା। ଆଜି ପୁଣି ସଫଳ ହୋଇଛି ନିର୍ଭୟ କ୍ଷେପଣାସ୍ତ୍ରର ପରୀକ୍ଷଣ। ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ୧୦ଟା ୪୩ ମିନିଟରେ ପରୀକ୍ଷା ହେଲା ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟ। ନିର୍ଭୟର ଲକ୍ଷଭେଦ କ୍ଷମତା ରହିଛି ୧୫୦୦ କିଲୋମିଟର। ଏଥିରେ ୨୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ। ଉତକ୍ଷେପଣ ପରେ ନିର୍ଭୟ ମିସାଇଲ ଏୟାରକ୍ରାଫ୍ଟ ଭଳି ଉଡାଣକରି ଶତ୍ରୁ ଉପରକୁ ଆକ୍ରମଣ କରିପାରିବ।

ଟଙ୍କା ଲୁଟ ହେବା ପରେ ପୋଲିସ ଅଭିଯୋଗ ରଖିଲାନି, ଗାଳି ଦେବା ସହ ମାଡ଼ ମାରିଲା

ନୟାଗଡ଼: ରକ୍ଷକ ବଦଳରେ ଭକ୍ଷକ ସାଜିଲା ପୋଲିସ୍। ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ପୋଲିସର ଦାଦାଗିରି। ଏଫଆଇର ରଖିବା ବଦଳରେ ଅଭିଯୋଗକାରୀଙ୍କୁ ପୋଲିସ ମାଡ ମାରିଥିବା ଅଭିଯୋଗ ହୋଇଛି। ଲୁଟ ପରେ ଅଭିଯୋଗ ନେଇ ଯାଇଥିଲେ। ଭାବିଥିଲେ ପୋଲିସ ରକ୍ଷା କରିବ। ହେଲେ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା। ପୋଲିସ ସାହାଯ୍ୟ କରିବା ଦବଳରେ ନିର୍ଧୁମ ମାଡ଼ ମାରିଥିଲା। କିନ୍ତୁ କଣ ପାଇଁ ମାଡ଼ ମାଡ଼ ମାରିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ।

ଅଭିଯୋଗ ଅନୁସାରେ ଚାନ୍ଦପୁର ଥାନା ଶାସ୍ତ୍ରୀନଗରର ଦାଶରଥି ପ୍ରଧାନ ଗତକାଲି ରାତିରେ ଯାଉଥିବାବେଳେ ଲୁଟର ଶିକାର ହୋଇଥିଲେ। ଆଖିରେ ଲଙ୍କାଗୁଣ୍ଡ ପକାଇ ଟଙ୍କା ଛଡାଇନେଇଥିବାର ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେବାକୁ ଯାଇଥିବାବେଳେ ପୋଲିସ ଅଭିଯୋଗ ଶୁଣିନଥିଲା। ଅଭିଯୋଗକୁ ଶୁଣିବା ବଦଳରେ ଦାଶରଥିଙ୍କୁ ଗାଳିଗୁଲଜ କରିଥିଲା।

ଏହାସହିତ ପୋଲିସ ମାଡ ମାରିଥିବା ସେ ଅଭିଯୋଗ କରିଛନ୍ତି। ପୋଲିସର ଏଭଳି ବ୍ୟବହାର ପାଇଁ ଏବେ ସାଧାରଣରେ ପୋଲିସ ଉପରେ ସନ୍ଦେହ ସୃଷ୍ଟି ହୋଇଛି। ଚୋର ସହିତ ପୋଲିସର କୌଣସି ସମ୍ପର୍କ ରହିଥିବା ସନ୍ଦେହ କରାଯାଉଛି। ଲୁଟ ହୋଇଥିବା ଟଙ୍କାରେ ପୋଲିସର ଭାଗ ରହିଛି କି ? ଏଭଳି ପ୍ରଶ୍ନ ସାଧାରଣରେ ପ୍ରକାଶ ପାଇଛି।

ଦେଶରେ ଦିନକରେ ୫୦ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆକ୍ଟିଭ୍ କେସ ରହିଛି ୬ଲକ୍ଷରୁ ଅଧିକ

ନୂଆଦିଲ୍ଲୀ: ଦେଶରେ ଲଗାତାର କମୁଛି କରୋନା ସଂକ୍ରମଣ  ।  ଗତ ୨୪ ଘଣ୍ଟାରେ ୫୪ହଜାର ୬୯  ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ, ୧ ହଜାର ୩୨୧ ଜଣଙ୍କ ଜୀବନ ନେଉଛି ମହାମାରୀ  । ତେବେ ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୧ ହଜାର ୯୮୧କୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୬୮ ହଜାର ୮୮୫ ଜଣ । ତେବେ ଭାରତରେ ମୋଟ୍‌ ସକ୍ରିୟ ମାମଲା ୬ଲକ୍ଷ  ୨୭ହଜାର ୫୭ କୁ ହ୍ରାସ ପାଇଛି  ।

ଭାରତରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩କୋଟି ୮୨ହଜାର ୭୭୮କୁ ବୃଦ୍ଧି ପାଇଥିବା ବେଳେ, ଦେଶରେ ଏଯାଏ ମୋଟ ୨କୋଟି  ୯୦ଲକ୍ଷ ୬୩ହଜାର ୭୪୦ ଜଣ ଆରୋଗ୍ୟ ହୋଇସାରିଛନ୍ତି । ଦେଶରେ ସୁସ୍ଥତା ହାର ୯୬ଦଶମିକ ୬୧ପ୍ରତିଶତକୁ ବୃଦ୍ଧି ହୋଇଛି  । ଏହା ସହିତ ଦିନକୁଦିନ ପଜିଟିଭି ହାର ମଧ୍ୟ କମିବାରେ ଲାଗିଛି  ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୩୦ ପ୍ରତିଶତ ହୋଇଥିବାବେଳେ ସୁସ୍ଥତା ହାର ପ୍ରାୟ ୯୬ ପ୍ରତିଶତ ରହିଛି। ସକ୍ରିୟ ମାମଲା ୨ ପ୍ରତିଶତରୁ କମ୍ ହୋଇଛି। କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି। ସଂକ୍ରମିତ ମୋଟ ସଂଖ୍ୟା ଅନୁଯାୟୀ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ଆସନ୍ତାକାଲି ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ

କଟକ: ଆସନ୍ତାକାଲି ପ୍ରକାଶ ପାଇବ ଦଶମ ପରୀକ୍ଷା ଫଳ। ଅପରାହ୍ନୋ ୪ଟାରେ ରେଜଲ୍ଟ ପ୍ରକାଶ ପାଇବାକୁ ଥିବା ବେଳେ ସନ୍ଧ୍ୟା ୬ପରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ। ଇଣ୍ଟରନେଟ୍ ସମସ୍ୟା ଦେଖାଦେଲେ ଏସଏମଏସ ମାଧ୍ୟମରେ ରେଜଲ୍ଟ ଦେଖିବାପାରିବେ ଛାତ୍ରଛାତ୍ରୀ। ତେବେ ପୂର୍ବରୁ ଜୁନ ୨୦ ତାରିଖ ଭିତରେ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଘୋଷଣା କରାଯାଇଥିଲା।

ବର୍ଷ ସାରା ହୋଇଥିବା ପରୀକ୍ଷା ଆଧାରରେ ୮୦ ମାର୍କର ମୂଲ୍ୟାୟନ ହେବ ବୋଲି ପୂର୍ବରୁ ସୂଚନା ଦିଆଯାଇଥିଲା। ବାକି ୨୦ ମାର୍କର ମୂଲ୍ୟାୟନ ଇଣ୍ଟରନାଲ ପରୀକ୍ଷାରୁ ନିର୍ଦ୍ଧାରଣ ହେବ।

କୋଭିଡ୍ ପାଇଁ ଗତ ମାସରେ ସିବିଏସଇ ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ବାତିଲ୍ କରାଯାଇଥିବା ବେଳେ ଦ୍ୱାଦଶ ଶ୍ରେଣୀ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଯଦି କୌଣସି ଛାତ୍ରଛାତ୍ରୀ ମାର୍କକୁ ନେଇ ଅସନ୍ତୋଷ ପ୍ରକାଶ କରିବେ, ତା’ହେଲେ ସେ ପରୀକ୍ଷା ଦେଇପାରିବେ। ଏହି ପରୀକ୍ଷା କୋଭିଡ୍ ସଂକ୍ରମଣ କମିବା ପରେ ହେବ।

୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ ଶ୍ରୀଜିଉ, ୧୫ଦିନ ଧରି ଜାରି ରହିବ ଗୁପ୍ତ ସେବା

ପୁରୀ: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ରତ୍ନବେଦୀ ଛାଡ଼ି ସ୍ନାନ ବେଦୀରେ ଶ୍ରୀଜିଉ। ସ୍ନାନବେଦୀ ମହାପ୍ରଭୂଙ୍କ ସ୍ନାନ ନୀତି ସଂପର୍ଣ୍ଣ ହୋଇଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀଜିଉ। ମହାସ୍ନାନ ପରେ ଶ୍ରୀଜିଉଙ୍କ ହାତୀବେଶ ଦର୍ଶନ ଅନୁଷ୍ଠିତ ହେବ। ଅତ୍ୟଧିକ ସ୍ନାନ ଯୋଗୁଁ ମହାପ୍ରଭୁ ଜ୍ବରରେ ପୀଡିତ ହୋଇ ଅଣସର ଘରେ ଅବସ୍ଥାନ କରିବେ। ଅଣସର ଘରେ ଗୁପ୍ତ ସେବା ଉପଚାର ଆଗାମୀ ୧୫ଦିନ ଧରି ଜାରି ରହିବ। ଚଳିତ ବର୍ଷ କରୋନା କଟକଣା ଯୋଗୁଁ ବିନା ଭକ୍ତରେ ସ୍ନାନ ପୁର୍ଣିମା ନୀତି କରାଯାଉଛି। ସ୍ନାନ ପୂର୍ଣ୍ଣିମା ପାଇଁ ସହରର ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥା ଲାଗି ସହରକୁ ୬ଟି ଜୋନରେ ବିଭକ୍ତ କରାଯାଇଛି। ୫ ଜଣ ଅତିରିକ୍ତ ଏସପି, ୩୫ ପ୍ଲାଟୁନ ଫୋର୍ସ, ୨୩ ଡିଏସ୍ପି, ୪୧ରୁ ଅଧିକ ଇନ୍ସପେକ୍ଟର ଓ ୧୫୦ରୁ ଅଧିକ ଅଧିକାରୀ ମୁତୟନ ହୋଇଛନ୍ତି। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ, ବଡ଼ଦାଣ୍ଡ ଓ ପୁରୀ ପ୍ରବେଶ ପଥରେ ୧୫ଟି ସିସିଟିଭି କ୍ୟାମେରା ଲାଗିଛି।

ଉଦଯାପିତ ହେଲା ବିଜୁ ଯୁବ ଜନତା ଦଳର ରକ୍ତଦାନ ଶିବିର,୮ଦିନରେ ସଂଗ୍ରହ ହେଲା ୬୩୦ ୟୁନିଟ୍ ରକ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ରକ୍ତଭଣ୍ଡାରରେ ରକ୍ତ ଅଭାବକୁ ଦୃଷ୍ଟିରେ ରଖି ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ଆନୁକୂଲ୍ୟରେ ବିଜୁ ଯୁବ ଜନତା ଦଳପକ୍ଷରୁ ଆୟୋଜିତ ଆଠଦିନିଆ ରକ୍ତଦାନ ଶିବିର ଆଜି ଉଦଯାପିତ ହୋଇଯାଇଛି। ଏହି ଉଦଯାପନୀ ରକ୍ତଦାନ ଶିବିରକୁ ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ କୁମାର ବଳବନ୍ତରାୟ ଉଦଘାଟନ କରିଥିଲେ। ୮ ଦିନ ଧରି ରାଜ୍ୟବ୍ୟାପି ଚାଲିଥିବା ରକ୍ତଦାନ ଶିବିରରୁ ମୋଟ ୬୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା । ରକ୍ତଦାନ ଶିବିରରେ ଅଧିକରୁ ଅଧିକ ଲୋକ ଆଗ୍ରହ ସହକାରେ ଅଂଶଗ୍ରହଣ କରିଥିବା ଦେଖିବାକୁ ମିଳିଥିଲା ।

ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଡ଼ଃ ବ୍ୟୋମକେଶ ରାୟଙ୍କ ତତ୍ତ୍ଵବଧାନରେ ଯୁବ ବିଜେଡ଼ି ରାଜ୍ୟ କାର୍ଯ୍ୟକାରୀ ସଭାପତି ବୈକୁଣ୍ଠ ନାୟକ ଏବଂ ରାଜ୍ୟ ଉପସଭାପତି ସୁନିଲ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ  ଅଷ୍ଟମ ଦିବସ ରକ୍ତଦାନ ଶିବିରରେ ୧୦୫ୟୁନିଟ ରକ୍ତ ସଂଗ୍ରହ ହୋଇଯାଇଛି।

ଏହି ରକ୍ତଦାନ ଶିବିରରେ ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓଡ଼ିଶା ମୋପରିବାର ଆବାହକ ଅରୂପ ପଟନାୟକ, ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ସୁଶାନ୍ତ ରାଉତ, ଜିଲ୍ଲା ସଭାପତି ବିନୟଟପ୍ପୋ, ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମ ଅଧକ୍ଷ ଚିନ୍ମୟ ସହୁ, ବିଜେଡି ଯୁବ ନେତା ରୁଦ୍ର ମହାରଥି,  ରୁଦ୍ର ସାମନ୍ତରାୟ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ।  ବିଜୁ ଯୁବ ଜନତା ଦଳର ସାଧାରଣ ସମ୍ପାଦକ ଆଶୀଷ ରଞ୍ଜନ ମିଶ୍ର ଏସମ୍ପର୍କରେ ପ୍ରେସ ବିବୃତି ଜାରି କରି ସୂଚନା ଦେଇଛନ୍ତି।