spot_img
Home Blog Page 5496

ଦିଲ୍ଲୀରେ କାଶ୍ମୀର ନେତା, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଛି ମିଟିଙ୍ଗ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀର ପ୍ରସଙ୍ଗରେ ଦିଲ୍ଲୀରେ ଆରମ୍ଭ ହୋଇଛି ଗୁରୁତ୍ବପୂର୍ଣ୍ଣ ବୈଠକ । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜାରି ରହିଛି ବୈଠକ  ।  ବୈଠକରେ ଗୁପକାର ସଂଗଠନ ସମେତ ବିଭିନ୍ନ ଦଳରେ ନେତାମାନେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାମ୍ମୁ-କାଶ୍ମୀରର ସୀମା ପୁନଃନିର୍ଦ୍ଧାରଣ ନେଇ ଆଲୋଚନା ହେବ । ଏହାସହ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଜାତୀୟ ସୁରକ୍ଷଶ ପରାମର୍ଶଦାତା ଅଜିତ ଡୋଭାଲ ଯୋଗ ଦେଇଛନ୍ତି । ସେପଟେ ପ୍ରଧାନମନ୍ତ୍ରୀଙ୍କ ବୈଠକ ପୂର୍ବରୁ ଗୁପକାର ମେଣ୍ଟର ଗୁରୁତ୍ବପୂର୍ଣ୍ଣ ବୈଠକ ପୂର୍ବରୁ ବସିସାରିଛି ।

ଗତ ୨୦୧୮ରୁ ରାଷ୍ଟ୍ରପତି ଶାସନ ଅଧୀନରେ ଥିବା ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟ ପାହ୍ୟା ପ୍ରଦାନ ଉପରେ ବି ଚର୍ଚ୍ଚା ହୋଇପାରେ ବୋଲି କୁହାଯାଇଛି । ତେବେ ସୀମା ପୁନଃନିର୍ଦ୍ଧାରଣ ପରେ ହିଁ ରାଜ୍ୟ ମାନ୍ୟତା ଲାଗି ବାଟ ଫିଟିବ ବୋଲି ପ୍ରକାଶ । ୮ଟି ରାଜନୈତିକ ଦଳର ୧୪ ଜଣ ନେତା ଏହି ବୈଠକରେ ସାମିଲ ହେବେ । ବୈଠକରେ ଜାମ୍ମୁ ଓ କାଶ୍ମୀରକୁ ରାଜ୍ୟମାନ୍ୟତା ପ୍ରଦାନ କରିବା ଲାଗି ଗୁପକାର ସଂଗଠନ ଦାବି କରିବ ।

ସେହିପରି କଂଗ୍ରେସ ସୂତ୍ରରୁ ପ୍ରକାଶ ଏହି ବୈଠକରେ ରାଜ୍ୟ ମାନ୍ୟତା ଲାଗି ଦଳ ଦାବି କରିବ । ବୈଠକରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲୀ, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ ୧୪ ଜଣ ନେତା ଯୋଗ ଦେଇଛନ୍ତି । ଗତ ଡିସେମ୍ବରରେ ଜାମ୍ମୁ ଓ କାଶ୍ମୀରରେ ସ୍ଥାନୀୟ ପରିଷଦ ନିର୍ବାଚନ ହୋଇଥିଲା । ଏଥିରେ ଗୁପକାର ମେଣ୍ଟ ୧୦୦ରୁ ଅଧିକ ଆସନ ପାଇଥିବା ବେଳେ ବିଜେପି ୭୪ ଆସନ ପାଇ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା ।

 

ଖସିଲା ସୁନା ଦର ବଢିଲା ରୂପା ଦର: ଜାଣନ୍ତୁ ଆପଣଙ୍କ ଅଞ୍ଚଳରେ କେତେ ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ଗୁରୁବାର ଦିନ ପୁଣି ଥରେ ସୁନା ଓ ରୂପା ମୂଲ୍ୟ ହ୍ରାସ ପାଇଛି । ଗତ ସପ୍ତାହେ ଧରି ସୁନା ଓ ରୂପା ମୂଲ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ଇଣ୍ଡିଆ ବୁଲିୟନ୍ ଆଣ୍ଡ ଜୁଏଲର୍ସ ଆସୋସିଏସନ୍ (India Bullion And Jewellers Association)  ଅନୁଯାୟୀ, ଗୁରୁବାର ସକାଳେ ସୁନା ମୂଲ୍ୟରେ ୧୫୪ ଟଙ୍କା ହ୍ରସ ପାଇଥିବା ବେଳେ ଏବଂ ରୂପା ମୂଲ୍ୟରେ ୧୨୫ ଟଙ୍କା ବୃଦ୍ଧି ହୋଇଥିବା ରେକର୍ଡ କରାଯାଇଛି।

ସୂଚନା ଅନୁସାରେ, ସୁନା ରୂପା ଦରରେ ପରିବର୍ତ୍ତନ ପରେ, ଦିଲ୍ଲୀ ବଜାରରେ ୧୦ ଗ୍ରାମ ପିଛା ୯୯୯ ଶୁଦ୍ଧତାର ୨୪ କ୍ୟାରେଟ୍ ସୁନା ମୂଲ୍ୟ ୪୭୦୬୦ ଟଙ୍କାରେ ପହଞ୍ଚିଛି। ଯଦିଓ ଗୋଟିଏ ଦିନ ପୂର୍ବରୁ ସୁନାର ଦର ୧୦ ଗ୍ରାମ ପିଛା ୪୭୨୧୪ ଟଙ୍କା ଥିଲା ।  ଏଥି ସହିତ, ୯୯୯ ଶୁଦ୍ଧତାର ୧ କିଲୋଗ୍ରାମ ରୂପା ମୂଲ୍ୟ କିଲୋଗ୍ରାମ ପାଇଁ ୬୭୮୬୬ ଟଙ୍କାରେ ପହଞ୍ଚିଛି ।

ଜୁନ୍ ୨୩, ବୁଧବାର ସକାଳ ତୁଳନାରେ ସନ୍ଧ୍ୟାରେ କେତେ ପରିବର୍ତ୍ତନ ହୋଇଛି, ସୁନା ଦର ସକାଳ ତୁଳନାରେ ଶସ୍ତା ହୋଇଛି, ଯଦିଓ ରୂପା ମୂଲ୍ୟ ସାମାନ୍ୟ ବୃଦ୍ଧି ପାଇଛି | ଅପରାହ୍ନ ୫.୩୦ ରେ ହୋଇଥିବା ଅପଡେଟ୍ ଅନୁଯାୟୀ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୧ଟଙ୍କା ହ୍ରାସ ପାଇ ୪୭୨୧୪ଟଙ୍କାକୁ ହ୍ରାସ ପାଇଥିବାବେଳେ ରୂପା ସକାଳ ତୁଳନାରେ ମହଙ୍ଗା ହୋଇଛି। ସନ୍ଧ୍ୟାରେ ରୂପା ହାର ୬୭ ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ ପିଚ୍ଛା ୬୭୯୯୧ ଟଙ୍କାକୁ ବୃଦ୍ଧି ପାଇଥିଲା।

‘ସବୁ ମୋଦି ଚୋର’ ବୟାନ ଉପରେ ଜବାବ ରଖିଲେ ରାହୁଲ, କହିଲେ କଟାକ୍ଷ…

ସୁରଟ: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ସକାଳେ ଗୁଜୁରାଟର ସୁରଟରେ ପହଞ୍ଚିଛନ୍ତି ।  ଏକ ସ୍ଥାନୀୟ ଅଦାଲତରେ ପହଞ୍ଚିଛନ୍ତି ରାହୁଲ । ଯେଉଁଠାରେ ୨୦୦୯ ଲୋକସଭା ନିର୍ବାଚନରେ ଦେଇଥିବା ଏକ ବୟାନ ପାଇଁ ରାହୁଲଙ୍କ ନାମରେ ମାନହାନୀ କେସ୍ ଦାଏର କରାଯାଇଥିଲା। ଯେଉଁଥିରେ ରାହୁଲ କହିଥିଲେ- ‘ସବୁ ମୋଦି ଚୋର’ ବୋଲି ।

Rahul Gandhi In Lok Sabha Slams Modi Govt Over Farmers Protest And Farmers Law

ହେଲେ କୋର୍ଟରେ ରାହୁଲ ଗାନ୍ଧୀ କହିଛନ୍ତି ଯେ, ସେ କହିଥିବା କଥା କୗେଣସି ସମାଜ ପାଇଁ ନୁହେଁ ବରଂ ନିର୍ବାଚନ ସମୟରେ ଏକ ରାଜନୈତିକ କଟାକ୍ଷ ଥିଲା । ଏହି ମାମଲାରେ ଅଧିକ କିଛି ମନେ ନାହିଁ । ଏବେ ଏହି ମାମଲାର ଆଗାମୀ ଶୁଣାଣୀ ଜୁଲାଇ ୧୨ ତାରିଖରେ ହେବ ବୋଲି ଜଣାପଡିଛି ।

ସୁରଟ କୋର୍ଟରେ ପେସ୍ ହେବା ପୂର୍ବରୁ ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରିଥିଲେ । ଏପରିକି ସେ ଟ୍ୱିଟରେ ଏଭଳି କିଛି ଲେଖିଥିଲେ…

ଗୁଜୁରାଟର ଭାରତୀୟ ଜନତା ପାର୍ଟି ବିଧାୟକ ପୁର୍ଣ୍ଣେସ୍ ମୋଦି, ରାହୁଲ ବିରୋଧରେ ଏକ ମାନହାନୀ କେସ୍ ଦାଏର କରିଥିଲେ । ରାହୁଲ ନିଜ ଭାଷଣରେ ‘ସବୁ ମୋଦି ଚୋର’ ବୋଲି କହିଥିଲେ । ଯାହା ମୋଦି ସମାଜ ଉପରେ ଏକ ଅପମାନ ବୋଲି ଅଭିଯୋଗ କରାଯାଇଥିଲା।

ପରର୍ବତ୍ତୀ ସମୟରେ ବିଜେପି ବିଧାୟକ ପୁର୍ଣ୍ଣେସ୍ ମୋଦିଙ୍କ ଅଭିଯୋଗକୁ ସ୍ୱିକାର କରି ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ବିଏଚ୍ କପାଡିଆଙ୍କ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ସମନ କରାଯାଇଥିଲା । ଗତ ୨୦୧୯ ଏପ୍ରିଲ ୧୩ରେ କର୍ଣ୍ଣାଟକରେ ଆୟୋଜିତ ଏକ ସାଧାରଣ ସଭାରେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି ଆଦି ସମସ୍ତେ ଗୋଟିଏ ପ୍ରକାରର ବୋଲି କହିଥିଲେ । ଏହା ସହ ସେ କିଛି ଅରୁଚିକର ମନ୍ତବ୍ୟ ବି ଦେଇଥଇଲେ । ବିଭିନ୍ନ ଜାଲିଆତି ମାମଲାରେ ନୀରବ ମୋଦି ଓ ଲଳିତ ମୋଦି ଫସିଥିବାବେଳେ ତାଙ୍କ ସହ ନରେନ୍ଦ୍ର ମୋଦିଙ୍କୁ ତୁଳନା କରିବା ବିରୋଧରେ ବିଜେପି ବିଧାୟକ କୋର୍ଟର ଦ୍ବାରସ୍ଥ ହୋଇଥିଲେ । ଆଇପିସିର ଧାରା ୪୯୯ ଓ ୫୦୦ରେ ମାମଲା ରୁଜୁ ହୋଇଛି ।

ଦେବସ୍ନାନ ପୂର୍ଣ୍ଣିମାରେ ଚାଲିଗଲେ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଗବେଷକ କୃଷ୍ଣଚନ୍ଦ୍ର ପଟ୍ଟନାୟକ

ଭୁବନେଶ୍ୱର: ଆରପାରିରେ ଗବେଷକ ଓ ସମାଜସେବୀ କୃଷ୍ଣ ଚନ୍ଦ୍ର। ପବିତ୍ର ଦେବସ୍ନାନ ପୁର୍ଣିମାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମ ଭକ୍ତ ତଥା ବିଶିଷ୍ଟ ଗବେଷକ କୃଷ୍ଣ ଚନ୍ଦ୍ର ପଟ୍ଟନାୟକ ଇହ ଧାମ ତ୍ୟାଗ କରିଛନ୍ତିI ମୃତ୍ୟୁ ବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ସେ କରିଥିଲେ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଉପରେ ବହୁ ଗବେଷଣା। ଚର୍ଚ୍ଚିତ ହୋଇଛି ତାଙ୍କର ଅନେକ ଗବେଷଣାତ୍ମକ ପୁସ୍ତକ। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ତାଙ୍କୁ ମିଳିଵା ସହ ବହୁ ସମ୍ମାନରେ ସେ ସମ୍ମାନିତ ହୋଇଛନ୍ତି। ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକଙ୍କ ଘର ହେଉଛି ପୁରୁଣା ଭୁବନେଶ୍ୱର ଖରାଖିଆ ବୈଦ୍ୟନାଥ ଅଞ୍ଚଳରେ। ତାଙ୍କର ଦେହାନ୍ତ ପରେ ଭୁବନେଶ୍ୱରର କାଲିଗଡ଼ିଆ ଶ୍ମଶାନରେ ଶେଷକୃତ୍ୟ ସମାପ୍ତ ହୋଇଛି।

ସ୍ବର୍ଗତ କୃଷ୍ଣ ଚନ୍ଦ୍ର ଏକା ଧାରାରେ ଥିଲେ ଜଣେ ପ୍ରଶାସକ, ସାହିତ୍ୟିକ, ଗବେଷକ ସମାଜସେବୀ। ତାଙ୍କର ରଚିତ ହୋଇଥିବା ପୁସ୍ତକ ଗୁଡ଼ିକ ହେଉଛି ଛୋଟ ପରିବାର, ରତ୍ନମାଳ, ସର୍ବ ଧର୍ମର ମୂଳଭିତ୍ତିସନାତନ ଧର୍ମ, ଭାବାନ୍ତର, ମାନବ ସେବା ହିଁ ମାଧବ ସେବା, ମୁକ୍ତିର ସ୍ୱପ୍ନ, ସର୍ବ ବ୍ରହ୍ମମୟ ଜଗତ, ଦ୍ବିତୀୟ ଶ୍ରୀକ୍ଷେତ୍ର ଓଡଗାଁ ଶ୍ରୀ ଶ୍ରୀ ରଘୁନାଥ ଜୀଉ।

ସ୍ବର୍ଗତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ପାରଳାଖେମୁଣ୍ଡିର ମୂଳବାସିନ୍ଦା। ଓଡଗାଁ ରଘୁନାଥ ଟ୍ରଷ୍ଟ ସହିତ ମଧ୍ୟ ଜଡିତ ଥିଲେ କୃଷ୍ଣଚନ୍ଦ୍ର। ସେ ଧର୍ମ ସମ୍ବନ୍ଧିତ ଅନେକ ପୁସ୍ତକ ରଚନା କରିଥିଲେ। ତାଙ୍କର ପତ୍ନୀଙ୍କ ଦେହାନ୍ତ ପୂର୍ବରୁ ହୋଇଯାଇ ଥିବାବେଳେ ସେ ତାଙ୍କ ପରିବାର ସହ ରହୁଥିଲେ।

ରାଖି କହୁ କହୁ କହିଦେଲେ ‘ଖତ୍ରୋ କେ ଖିଲାଡି ୧୧’ର ବିଜେତାଙ୍କ ନାଁ !

ମୁମ୍ବାଇ: ବହୁଚର୍ଚ୍ଚିତ ରିୟାଲିଟି ସୋ ଖତ୍ରୋ କେ ଖିଲାଡ଼ି ୧୧ର ସୁଟିଂ କେପଟାଉନରେ ଶେଷ ହୋଇଛି । ସିଜିନ ଶେଷ କରି ଏବେ ପ୍ରତିଯୋଗୀମାନେ ଘରକୁ ଫେରିଛନ୍ତି। ମୁମ୍ବାଇ ବିମାନବନ୍ଦରରେ ଅନୁଷ୍କା ସେନ୍, ଅଭିନଭ ଶୁକ୍ଲା, ଶ୍ୱେତା ତିୱାରୀ, ବିଶାଲ ଆଦିତ୍ୟ ସିଂ, ରାହୁଲ ବୈଦା, ବରୁଣ ସୁଦଙ୍କ ଭଳି ତାରକାଙ୍କୁ ଦେଖିବାକୁ ମିଳିଛି । ତେବେ ଏହି ଶୋ ଶୀଘ୍ର ଟିଭିରେ ପ୍ରସାରିତ ହେବାକୁ ଯାଉଛି । ଏହାକୁ ନେଇ ଅନେକ ଗୁଜବ ମଧ୍ୟ ସାମ୍ନାକୁ ଆସିଛି । ଏମଧ୍ୟରେ ରାଖୀ ସାୱନ୍ତ ଶୋ’ର ବିଜେତାକୁ ନେଇ ସୂଚନା ଦେଇଛନ୍ତି।

ରାଖୀ ଖତ୍ରୋ କେ ଖିଲାଡି ବିଷୟରେ କିଛି ତଥ୍ୟ ଉପରେ ଖୁଲାସା କରିଛନ୍ତି । ସେ ଜଣେ ସାମ୍ବାଦିକଙ୍କ ସହ କଥା ହେବା ସମୟରେ ରାଖୀ କହିଛନ୍ତି ଯେ, ସମସ୍ତେ ଫେରି ଆସିଛନ୍ତି, ୱାଃ ୱେଲକମ୍ । ଆଉ ଯେତେବେଳେ ସାମ୍ବାଦିକ ଅର୍ଜୁନ ବିଜଲାନୀଙ୍କ ନାମ ନେଇଥିଲେ, ରାଖୀ କହିଥିଲେ- “ଅର୍ଜୁନ ବିଜଲାନି ଜିତିଲେ, ନୁହେଁ କି? ହଁ, ସେ ଜିତିଗଲେ । “ବର୍ତ୍ତମାନ ଅର୍ଜୁନ ଏହି ସୋ ଜିତିଛନ୍ତି ନା ନାହିଁ, ତାହା ସୋ ପ୍ରସାରିତ ହେବା ପରେ ହିଁ ଜଣାପଡ଼ିବ । ଏହା ବ୍ୟତୀତ ସାମ୍ବାଦିକମାନେ ଅଭିନଭ ଶୁକ୍ଲାଙ୍କ ନାମ ମଧ୍ୟ ନେଇଛନ୍ତି। ରାଖୀ ଏହା ଉପରେ ପ୍ରତିକ୍ରିୟା କରି କହିଛନ୍ତି – ସମସ୍ତେ ଆସିବା ଭଲ।

ସୂଚନା ଯୋଗ୍ୟ ଯେ, ବିଗ୍ ବସ୍ ୧୪ରେ ରାଖୀ ଏବଂ ଅଭିନଭଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ସମୟରେ ରାଖୀ ଅଭିନଭଙ୍କ ପ୍ରତି ତାଙ୍କ ଭାବନା ବିଷୟରେ କହିଥିଲେ। ସୋ’ରେ କେତେବେଳେ ରାଖୀ ଅଭିନାଭଙ୍କୁ ତାଙ୍କର ବହୁତ ଭଲ ବନ୍ଧୁ, ତ ଆଉ କେତେବେଳେ ସେ ଅଭିନାଭଙ୍କୁ ପସନ୍ଦ କରନ୍ତି ବୋଲି କହିଥିଲେ |

ଅନ୍ୟପକ୍ଷରେ ଅଭିନେତା ଅର୍ଜୁନ ବିଜଲାନିଙ୍କ ବିଷୟରେ କଥାବାର୍ତ୍ତା କରି ସେ ଅନେକ ଚର୍ଚ୍ଚିତ ଟିଭି ସୋ’ରେ ଅଭିନୟ କରିଛନ୍ତି । ସେ ଇସ୍କ ମେ ମାରଜୱାନ୍, ନାଗିନ୍, ପରଦେଶ ମେ ହୈ ମେରା ଦିଲ୍, ମିଲେ ଜବ୍ ହମ୍ ତୁମ୍, ମେରୀ ଆସିକ ତୁମସେ ହି, ଜୋ ବିୱି ସେ କର ପ୍ୟାର ଭଳି ସୋ କରିଛନ୍ତି। ଅର୍ଜୁନ ରିୟାଲିଟି ଟିଭି ସୋ ହୋଷ୍ଟ ଭାବେ ମଧ୍ୟ ନଜର ଆସିଛନ୍ତି । ଏବଂ ତାଙ୍କର ଅଭିନୟ ମଧ୍ୟ ଖୁବ ଉଚ୍ଚକୋଟିର ।

ମୋଦିଙ୍କ ମହାବୈଠକ ପୂର୍ବରୁ ମେହବୁବାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୖେଠକ ପୂର୍ବରୁ ରାଜନୈତିକ ହଇଚଇ ସୃଷ୍ଟି ହୋଇଛି। ଗୁରୁବାର ଦିନ ଜମ୍ମୁର ଡୋଗରା ଫ୍ରଣ୍ଟ ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଜମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ନିକଟ ଅତୀତରେ ମେହବୁବା ପାକିସ୍ତାନ ସହ କଥା ହେବା ସମ୍ପର୍କରେ ଓକିଲାତି କରିଥିଲେ । ଯାହାର ବିରାେଧରେ ଡୋଗରା ଫ୍ରଣ୍ଟ ପକ୍ଷରୁ ଗୁରୁବାର ଦିନ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏପରିକି ତାଙ୍କ ବିରୋଧରେ ନାରାବାଜି କରିବା ସହ ତିହାର ଜେଲ୍ ପଠାଇବାକୁ ଦାବି କରିଛନ୍ତି ।

ଗୁରୁବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜମ୍ମୁ କାଶ୍ମୀର ପ୍ରସଙ୍ଗ ନେଇ ଗୁରୁତ୍ୱପୂର୍ଣ୍ଣ ବୖେଠକ କରିବାକୁ ଯାଉଛନ୍ତି । ଯେଉଁ ବୈଠକରେ ଫାରୁକ୍ ଅବଦୁଲ୍ଲା, ମେହବୁବା ମୁଫତି ସମେତ ଜମ୍ମୁ କାଶ୍ମୀରର ଅନ୍ୟ ନେତା ମଧ୍ୟ ସାମିଲ ହୋଇଛନ୍ତି ।

ଏାହା ବ୍ୟତୀତ ୟୁନାଇଟେଡ୍ ଜମ୍ମୁ ନାମକ ଏକ ସଂସ୍ଥା ମଧ୍ୟ ଜମ୍ମୁରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ଏହି ବିକ୍ଷୋଭ ମୋଦୀ ସରକାରଙ୍କ ବିରୋଧରେ ପ୍ରଦର୍ଶନ କରାଯାଇଥିଲା । କାରଣ ଏହି ବୖେଠକରେ ଗୁପକାର ସଙ୍ଗଠନକୁ ଡକାଯାଇଥିଲା ବେଳେ ଜମ୍ମୁ ଅଞ୍ଚଳର ସଙ୍ଗଠନକୁ ଡକାଯାଇନଥିଲା ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ବୈଠକ ପୂର୍ବରୁ ପେନ୍ଥର୍ସ ପାର୍ଟିର ଭୀମ ସିଂହ କହିଛନ୍ତି ଯେ, ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ମୁଖରେ ନିଜ କଥା ରଖିବେ । ଆଉ ଜମ୍ମୁ କାଶ୍ମୀରକୁ ପୁର୍ଣ୍ଣ ରାଜ୍ୟର ମାନ୍ୟତା ଦାବି କରିବେ । ଏହାବ୍ୟତୀତ ବିଧାନସଭା ନିର୍ବାଚନ କରାଇବାକୁ ଦାବି କରିବୁ ।

ସୂଚନାଯୋଗ୍ୟ ଯେ, ନିକଟ ଅତୀତରେ ଯେତେବେଳେ ଶ୍ରୀନଗରରେ ଗୁପକାର୍ ସଙ୍ଗଠନର ବୖେଠକ ଅନୁଷ୍ଠିତ ହୋଇଥିଲା । ସେତେବେଳେ ମେହବୁବା ମୁଫତି ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଜମ୍ମୁ-କାଶ୍ମୀର ପ୍ରସଙ୍ଗରେ ସରକାର ସମସ୍ତଙ୍କ ସହ ଆଲୋଚନା କରିବା ଉଚିତ୍। ଏପରିକି ପାକିସ୍ତାନ ସହ ମଧ୍ୟ କଥାବାର୍ତ୍ତା କରାଯାଇପାରେ ।

ଗୋଖାଦ୍ୟ ଖର୍ଚ୍ଚ ବାବଦକୁ ୬୦୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ସହାୟତା, ଉପକୃତ ହେବେ ୧ ଲକ୍ଷ ୨୦ ହଜାର ଦୁଗ୍ଧ ଚାଷୀ

ଭୁବନେଶ୍ୱର: ଓମ୍‌ଫେଡ ଦୁଗ୍ଧ ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ସହାୟତା ଘୋଷଣା। ଏହି ସହାୟତାରେ ପ୍ରତି ଦୁଗ୍ଧ ଚାଷୀଙ୍କୁ ଗୋଖାଦ୍ୟ ଖର୍ଚ୍ଚ ବାବଦ ସର୍ବାଧିକ ୬୦୦୦ ଟଙ୍କା ପର୍ଯ୍ୟନ୍ତ ସହାୟତା ଯୋଗାଇ ଦିଆଯିବ। ଏହି ଯୋଜନାରେ ଖର୍ଚ୍ଚ ହେବ ୧ କୋଟି ଟଙ୍କା। ଆଉ ଏଥିରେ ରାଜ୍ୟର ୧ ଲକ୍ଷ ୨୦ ହଜାର ଦୁଗ୍‌ଧ ଚାଷୀ ଉପକୃତ ହେବେ।

କୋଭିଡ ମହାମାରୀ ଓଡ଼ିଶା ସମେତ ସାରା ବିଶ୍ବରେ ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି। ଅର୍ଥନୀତିର ପ୍ରାୟ ଅନ୍ୟ ସମସ୍ତ କ୍ଷେତ୍ର ମାନ୍ଦା ଅବସ୍ଥାରେ ଥିବାବେଳେ, କେବଳ କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ସଂଜୀବନୀ ପରି ଆମ ଅର୍ଥନୀତିକୁ ଶକ୍ତି ଯୋଗାଇଛି। ଲକ୍‌ଡାଉନ ଏବଂ ସଟ୍‌ଡାଉନ ସମୟରେ ଆମର ଚାଷୀମାନେ ଯେପରି ସାହସର ସହ ସେମାନଙ୍କର ଉତ୍ପାଦନ କାର୍ଯ୍ୟ ଜାରି ରଖିଛନ୍ତି, ତାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି।

ଯଦି ଦେଖିବା ଗ୍ରାମ୍ୟ ଅର୍ଥନୀତିରେ ଦୁଗ୍‌ଧ ଚାଷ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଆଉ କରୋନା ମହାମାରୀ କାରଣରୁ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ଚାହିଦାରେ ବଡ ଧରଣର ହ୍ରାସ ଘଟିଛି। ଏହା ଦୁଗ୍‌ଧ ଚାଷୀଙ୍କ ଜୀବିକାକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଦୁଗ୍ଧ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୩୧ ସୁଦ୍ଧା ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରିବା ଲାଗି ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏହା ସହ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଲାଗି ଏକ ଇଣ୍ଟରନାଲ ଆସେସମେଣ୍ଟ ସ୍କିମ ପ୍ରସ୍ତୁତ କରିବାକୁ ମଧ୍ୟ କହିଛନ୍ତି କୋର୍ଟ। ଆସନ୍ତା ୧୦ ଦିନ ଭିତରେ ଇଣ୍ଟରନାଲ ଆସେସମେଣ୍ଟ ଲାଗି ଖସଡା ପ୍ରସ୍ତୁତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପୂର୍ବରୁ ବିକଳ୍ପ ଆକଳନ ଯୋଜନା ପ୍ରସ୍ତୁତ କରିବା ଲାଗି ସିବିଏସଇ ଓ ସିଆଇଏସସିଇକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଅନୁସାରେ ସିବିଏସଇ ଓ ସିଆଇଏସସିଇ ପକ୍ଷରୁ ବିକଳ୍ପ ମୂଲ୍ୟାୟନ ନେଇ ରିପୋର୍ଟ ଦାଖଲ କରାଯାଇଥିଲା। ଏହି ନିୟମକୁ କୁହାଯାଇଥିଲା ଫେୟାର ଆଣ୍ଡ ରିଜନେବଲ। କୋର୍ଟ କହିଛନ୍ତି- ସିବିଏସଇ ଓ ଆସିଏସଇର ନୀତି ନିୟମରେ ହସ୍ତକ୍ଷେପ କରିବାର କୌଣସି କାରଣ ନାହିଁ। ପିଲାମାନଙ୍କୁ ପରୀକ୍ଷା ଦେବା ଲାଗି ଅପସନ ଦିଆଯାଉ ବୋଲି କେତେକ ଅଭିଭାବକଙ୍କ ପକ୍ଷରୁ ଦାଏର ପିଟିସନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ଅନ୍ୟ ରାଜ୍ୟ ବୋର୍ଡ ପରି ଏହି ଦୁଇ ବୋର୍ଡ ମଧ୍ୟ ଜୁଲାଇ ୩୧ ସୁଦ୍ଧା ଫଳ ପ୍ରକାଶ କରିବାକୁ କୋର୍ଟ କହିଛନ୍ତି। ବର୍ତ୍ତମାନ ସୁଦ୍ଧା ୨୧ଟି ରାଜ୍ୟ ପରୀକ୍ଷା ବାତିଲ କରିଥିବାବେଳେ ୬ଟି ରାଜ୍ୟ ବୋର୍ଡ ପରୀକ୍ଷା କରିଛନ୍ତି।

ସନି ଲିଓନିଙ୍କ ପରେ ବାହାରିଲା ସାଉଥ୍ ହିରୋଇନଙ୍କ ପରୀକ୍ଷା ଫଳାଫଳ ! ଜାଣନ୍ତୁ ପୂରା ଘଟଣା

ପାଟନା: ବିହାର STET ପରୀକ୍ଷାର ଫଳାଫଳ ବାହାରିବା ପରେ ଉତ୍ତେଜନା ବଢିବାରେ ଲାଗିଛି । ନିକଟରେ, ବହୁ ସଂଖ୍ୟକ ପ୍ରାର୍ଥୀ ଏହି ଫଳାଫଳରେ ହେରଫେର ହୋଇଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଥିଲେ । ଗୁରୁବାର ଦିନ ସାଉଥ ହିରୋଇନ୍ ଅନୁପମା ପରମେଶ୍ୱରଣଙ୍କ ଫଟୋ ଥିବା ଜଣେ ପ୍ରାର୍ଥୀଙ୍କ ଫଳାଫଳ ଭାଇରାଲ ହୋଇଛି । ଭାଇରାଲ୍ ହେଉଥିବା STET ଫଳାଫଳ କାଗଜରେ ବା ସ୍କୋରସିଟରେ ମାଲାୟାଲମ୍ ଅଭିନେତ୍ରୀ ଅନୁପମା ପରମେଶ୍ୱରଣଙ୍କ ଚିତ୍ର ଥିବାବେଳେ ନାମ ଋଷିକେଶ କୁମାରଙ୍କର ନାଁ ରହିଛି ।

ଏହି ଚିତ୍ର ଭାଇରାଲ ହେବା ପରେ ପ୍ରାର୍ଥୀମାନେ ପ୍ରଶ୍ନ ଉଠାଇବା ଆରମ୍ଭ କରି କହିଛନ୍ତି ଯେ STET ଫଳାଫଳରେ ବଡ଼ ଧରଣର ହେରଫେର ହୋଇଛି । ଏହା କିପରି ସମ୍ଭବ ଯେ ଋଷିକେଶ କୁମାର ନାମକ ଜଣେ ପ୍ରାର୍ଥୀଙ୍କ ବଦଳରେ ଦକ୍ଷିଣ ହିରୋଇନଙ୍କ ଫଟୋ ରହିଛି । ପ୍ରାର୍ଥୀମାନେ ଅଭିଯୋଗ କରିଛନ୍ତି ଯେ ଫଳାଫଳ ଶୀଘ୍ର ପ୍ରକାଶ ପାଇଛି ଯେଉଁଥିରେ ବହୁ ସଂଖ୍ୟକ ପ୍ରାର୍ଥୀ ସର୍ଟଲିଷ୍ଟ ହୋଇଛନ୍ତି।

ଏହା ପୂର୍ବରୁ ସନ୍ନି ଲିଓନୀଙ୍କର ମଧ୍ୟ ଫଳାଫଳ ବାହାରିଥିଲା

ତେବେ ଏହା ପ୍ରଥମ ଘଟଣା ନୁହେଁ ଯାହା ପାଇଁ ବିହାରର ଏଭଳି ଉତ୍ତେଜନା ଦେଖାଦେଇଛି । ଏହାପୂର୍ବରୁ ଜୁନିୟର ଇଞ୍ଜିନିୟର ପଦବୀ ପାଇଁ ବାହାରିଥିବା ରେଜଲ୍ଟରେ ବଲିଉଡର ହିରୋଇନ୍ ସନ୍ନି ଲିଓନଙ୍କ ଫଳାଫଳ ପ୍ରସଙ୍ଗ ସାମ୍ନାକୁ ଆସିଥିଲା, ଯାହା ପରେ ଏମିତି ଏକ ଉତ୍ତେଜନା ମୂଳକ ପରିସ୍ଥିତି ଉପୁଜିଥିଲା । ପରେ ବିଭାଗ ଏହି ଭୁଲକୁ ବିଚାର କରି ଏହାକୁ ସଂଶୋଧନ କରି କିଛି ଛାତ୍ରଙ୍କ ଦୁଷ୍ଟାମୀ ପାଇଁ ଏମିତି ଭୁଲ ହୋଇଥିବା କହିଥିଲା ।

STET ଫଳାଫଳରେ ସାଉଥ ହିରୋଇନ୍ ଅନୁପମା ପରମେଶ୍ୱରଣଙ୍କ ଫଳାଫଳ ପରେ ଉତ୍ତେଜନା ମଧ୍ୟରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ମଧ୍ୟ ଏକ ଟୁଇଟ୍ ଜରିଆରେ ଏହି ପ୍ରସଙ୍ଗ ଉଠାଇଛନ୍ତି। ଅନ୍ୟପଟେ ଜେଡିୟୁ ନେତା ଗୁଲାମ ଗୈସ କହିଛନ୍ତି ଯେ STET ଫଳାଫଳରେ ଦକ୍ଷିଣର ହିରୋଇନ୍ ଫଟୋ ଭାଇରାଲ ହେବା ମାମଲାକୁ ସଂଶୋଧନ କରାଯିବ । ଏହାସହ ପରୀକ୍ଷା ଫଳାଫଳ ଶୀଘ୍ର ଓ ବହୁ ସଂଖ୍ୟାରେ ବାହାରିଥିବାରୁ ଏମିତି ଛୋଟ ଭୁଲ୍ ହେଉଛି, ଏହାକୁ ସଂଶୋଧନ କରାଯିବା କଥା ଗୁଲାମ କହିଛନ୍ତି ।

‘ହା ହା’ ବିରୋଧରେ ଫତୱା ଜାରି କଲେ ବାଂଲାଦେଶର ମୗେଲବୀ

ଢାକା: ବାଂଲାଦେଶର ଜଣେ ମୗେଲବୀ ଫେସବୁକର ଇମୋଜି ‘ହା ହା’ ବିରୋଧରେ ଫତୱା ଜାରି କରିଛନ୍ତି। ଏହି ମୌଲବୀଙ୍କର ଫଲୋଅର ସଂଖ୍ୟା ୩୦ ଲକ୍ଷରୁ ଅଧିକ ରହିଛି।

ସେ ପ୍ରତ୍ୟେକ ଦିନ ଏକ ଧାର୍ମିକ ଟେଲିଭିଜନ ଶୋରେ ମଧ୍ୟ ଜନସାଧାରଣଙ୍କୁ ଧର୍ମ ସମ୍ପର୍କିତ ଅନେକ ଉପଦେଶ ଦେଇଥାନ୍ତି । ଅହମଦୁଲ୍ଲା ଶନିବାର ଦିନ ୩ ମିନିଟର ଏକ ଭିଡିଓ ପୋଷ୍ଟ କରିଥିଲେ। ଯେଉଁଥିରେ ଫେସବୁକରେ ମଜାକ ଉଡାଇବା ପାଇଁ ଥିବା ‘ହା ହା’ ଇମୋଜି ସମ୍ପର୍କରେ କହୁଥିବାର ନଜର ଆସୁଛନ୍ତି ।

ଫେସବୁକରେ ‘ହା ହା’ ଇମୋଜିର ବ୍ୟବହାର କରିବା ଇସଲାମ ଧର୍ମରେ ମୁସଲିମ୍ ମାନଙ୍କ ପାଇଁ ହରାମ (ନିଷେଧ) ଅଟେ। ମୌଲବୀଙ୍କ ଏହି ଭିଡ଼ିଓକୁ ୨୦ ଲକ୍ଷରୁ ଅଧିକ ବ୍ୟକ୍ତି ଦେଖିସାରିଲେନି । ଭିଡ଼ିଓରେ ସେ କହିଛନ୍ତି, ‘‘ଆଜିକା ସମୟରେ ଆମେ ଲୋକଙ୍କ ମଜାକ ଉଡାଇବା ଲାଗି ‘ହା ହା’ ଇମୋଜିର ବ୍ୟବହାର କରୁଛୁ । ଯଦି କମେଣ୍ଟରେ ଆମେ ମଜା କରିବା ଲାଗି ଏଭଳି କରୁଛୁ ଏବଂ ପୋଷ୍ଟ କରିଥିବା ବ୍ୟକ୍ତି ମଧ୍ୟ ଏଭଳି ଚାହୁଁଛନ୍ତି ତାହେଲେ ଠିକ୍ ଅଛି । କିନ୍ତୁ ଯଦି ସୋସିଆଲ୍ ମିଡିଆରେ ପୋଷ୍ଟ କିମ୍ବା ଟିପ୍ପଣୀ ଦେଉଥିବା ଲୋକଙ୍କର ମଜାକ ତଥା ଉପହାସ ଲାଗି ଏହି ଇମୋଜିର ବ୍ୟବହାର କେହି କରୁଛନ୍ତି ତାହେଲେ ଏହା ଇସଲାମରେ ସମ୍ପୂର୍ଣ୍ଣ ରୂପେ ନିଷେଧ ଅଟେ’’।

ଆଲ୍ଲାଙ୍କ ପାଇଁ ଏଥିରୁ ନିବୃତ୍ତ ରହିବା ଲାଗି ସମସ୍ତଙ୍କୁ ନିବେଦନ କରୁଛି । କାହାର ମଜାକ ଉଡାଇବା ଲାଗି କମେଣ୍ଟରେ ‘ହା ହା’ ଇମୋଜିର ବ୍ୟବହାର କରନ୍ତୁ ନାହିଁ । ଯଦି କେହି ମୁସଲମାନ ମାନଙ୍କୁ ଆଘାତ ପହଞ୍ଚାଇବେ ତାହେଲେ ପ୍ରତିଜବାବ ଖରାପ ଭାବେ ଦିଆଯାଇପାରିବ ।

ତେବେ ମୗେଲବୀଙ୍କ ଏହି ଭିଡ଼ିଓରେ ହଜାର ହଜାର ଫଲୋଅର୍ସ କମେଣ୍ଟ ଦେଇଛନ୍ତି । କେହି କେହି ପଜିଟିଭ କମେଣ୍ଟ ଦେଇଥିବା ବେଳେ ଆଉ କେହି କେହି ‘ହା ହା’ ଇମୋଜି ସହ ପ୍ରତିକ୍ରିୟା କରିଛନ୍ତି । ଅହମଦୁଲ୍ଲା ବାଂଲାଦେଶର ଇଣ୍ଟରନେଟ୍-ପ୍ରେମୀ ଇସଲାମୀ ଉପଦର୍ଶକଙ୍କ ନୂଆ ପିଢୀ, ଯାହାଙ୍କ ପ୍ରତି ଭିଡ଼ିଓ ଲକ୍ଷେ ଭ୍ୟୁଜ ପାଇଥାଏ ।