spot_img
Home Blog Page 5508

ଭୁବନେଶ୍ୱର ପ୍ରେମିକକୁ ବାହା ହେଲେ ଉତ୍ତରପ୍ରଦେଶ ଯୁବତୀ: ଅପହରଣ ଅଭିଯୋଗ ଆଣିଲେ ପରିବାର ଲୋକେ

ଭୁବନେଶ୍ୱର: ଉତ୍ତରପ୍ରଦେଶର କନ୍ୟାକୁ ଭୁବନେଶ୍ୱର ବର । ବିବାହକୁ ନେଇ ଆପତ୍ତି ଉଠାଇଛନ୍ତି ଝିଅ ଘର ଲୋକେ । ଏଣୁ ଭୁବନେଶ୍ୱରେ ଆସି ପହଞ୍ଚିଛି ଉତ୍ତରପ୍ରଦେଶ ପୋଲିସ । ଆଉ ଏହା ପରେ କୋର୍ଟରେ ପହଞ୍ଚିଛି ମାମଲା । ୧୬୪ ଧାରାରେ ଭୁବନେଶ୍ୱର ସିଜେଏମ୍ କୋର୍ଟରେ ରେକର୍ଡ ହୋଇଛି ବୟାନ । ଯୁବତୀ ଜଣଙ୍କ ଉତ୍ତରପ୍ରଦେଶ ଗୋରଖପୁରରୁ ଗତ କିଛିଦିନ ତଳେ ଘରୁ ପଳେଇ ଆସି ଭୁବନେଶ୍ୱରରେ ଯୁବକଙ୍କୁ ବିବାହ କରିଥିଲେ । ଆସିଲା ବେଳେ ଏକ ଚିଠି ମଧ୍ୟ ଲେଖି ଆସିଥିଲେ । କିନ୍ତୁ ଝିଅର ପରିବାର ଲୋକେ ଅପହରଣ ନେଇ ଥାନାରେ ଅଭିଯୋଗ କରିଥିଲେ । ଏଣୁ ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ହସ୍ତକ୍ଷେପ କରିଛି । ଏବଂ ଯୁବତୀଙ୍କ ୧୬୪ରେ ବୟାନ ରେକର୍ଡ ହୋଇଛି ।

ଏଥିସହିତ ପଢ଼ନ୍ତୁ: କୂଆରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ବାଳକର ମୃତ୍ୟୁ

 

 

 

ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ୨ ହଜାର ୟୁନିଟ ରକ୍ତ ସଂଗ୍ରହ

ବାଲେଶ୍ୱର: ବିଜୁ ଛାତ୍ର ଜନତା ଦଳ ତରଫରୁ ୨୭ଟି କ୍ୟାମ୍ପରେ ୨ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ଆଜି ସୋର ଓ ନୀଳଗିରିରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମରେ ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୮୨ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା । ଛାତ୍ର ଜନତାର ଜିଲ୍ଲା ସଭାପତି ସିମନ ଦାସମହାପାତ୍ରଙ୍କ ଦ୍ୱାରା ଆୟୋଜିତ ଶିବିରକୁ ସୋର ବିଧାୟକ ପର୍ଶୁରାମ ଧଡ଼ା, ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା, ରାଜ୍ୟ ଛାତ୍ର ଜନତା ଦଳର ସଭାପତି ଦେବୀରଞ୍ଜନ ତ୍ରିପାଠୀ, ସନ୍ତୋଷ ଖଟୁଆ ପ୍ରମୁଖ ଉଦ୍‌ଘାଟନ କରିଥିଲେ । କରୋନା ମହାମାରୀ ସମୟରେ ସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ ରକ୍ତର ଅଭାବ ଦେଖାଦେଇଛି । ଏହି ଅଭାବକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୀବନ ବିନ୍ଦୁ କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବାକୁ ଆହ୍ନାନ ଦେଇଥିବାବେଳେ, ଜିଲ୍ଲା ଛାତ୍ର ଜନତା ଦଳ ତରଫରୁ ଗତ ୭୫ ଦିନ ମଧ୍ୟରେ ୨୭ଟି କ୍ୟାମ୍ପର ଆୟୋଜନ କରାଯାଇଥିଲା । ଏହି କ୍ୟମ୍ପରୁ ୨ ହଜାର ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଛି । ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ପୂରଣ ପାଇଁ ବାଲେଶ୍ୱର ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ଉଦ୍ୟମ ଜାରି ରଖିବ ବୋଲି କୁହାଯାଇଛି  ।

ଏଥିସହିତ ପଢ଼ନ୍ତୁ: କୂଆରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ବାଳକର ମୃତ୍ୟୁ

 

 

କୂଆରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ବାଳକର ମୃତ୍ୟୁ

ଅନୁଗୁଳ: ଛେଣ୍ଡିପଦା ଥାନା ଶିମିଳିପାଳ ଗାଁରେ ଅଭାବନୀୟ ଘଟଣା । କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କର ମୃତ୍ୟୁ ହୋଇଛି । ଗାଁ ମୁଣ୍ଡରେ ଥିବା ଏକ କୂଅରେ ଶିବ ପ୍ରଧାନଙ୍କ ୩ ବର୍ଷର ଶିଶୁ ପୁଅ ଖସି ପଡିଥିଲା । ଶିଶୁଟି ଖସି ପଡିବା ଦେଖି ପାଖରେ ଥିବା ଆଉ ଜଣେ ବାଳକ ତାଙ୍କୁ ଉଦ୍ଧାର କରିବାକୁ କୂଅକୁ ଡେଇଁ ପଡିଥିଲେ । ଉଭୟଙ୍କ ଚିତ୍କାର ଶୁଣି ଗାଁର ପ୍ରଦୀପ ପଧାନ , ଶୁକ୍ରୁ ପଧାନ ଓ ଦୀପ ପ୍ରଧାନ କୂଅରେ ପଶି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ଶୁକ୍ରୁ ଓ ଦୀପ ଉପରକୁ ଉଠି ଆସିଥିଲେ ମଧ୍ୟ ପ୍ରଦୀପ ବାହାରି ପାରିନଥିଲେ । ଶ୍ଵାସରୁଦ୍ଧ ହୋଇ କୂଅ ଭିତରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ଶିଶୁଟିକୁ ଉଦ୍ଧାର କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

 

ଜାମ୍ମୁ କଶ୍ମୀରରେ ଏନ୍‌କାଉଣ୍ଟର: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଏନ୍‌କାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ । ଗତକାଲି ବିଳମ୍ବିତ ରାତିରେ ଉତ୍ତର କଶ୍ମୀରର ଗୁଣ୍ଡବ୍ରଥ ଅଞ୍ଚଳରେ ଏନ୍‌କାଉଣ୍ଟର ହୋଇଥିଲା । ଏଥିରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ଜାମ୍ମୁ-କାଶ୍ମୀର ପୋଲିସର କହିବା ଅନୁଯାୟୀ ଗତକାଲି ପ୍ରଥମେ ଜଣେ ଆତଙ୍କବାଦୀଙ୍କୁ ପୋଲିସ ଏନ୍‌କାଉଣ୍ଟର କରିଥିଲା । ପରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ତିନି ଆତଙ୍କବାଦୀଙ୍କ ମଧ୍ୟରେ କୁଖ୍ୟାତ ଆତଙ୍କବାଦୀ ମୁଦାସିର ମୃତ୍ୟୁ ହୋଇଥିବା କହିଛି ଜାମ୍ମୁ-କାଶ୍ମୀର ପୋଲିସ । ମୁଦାସିରକୁ ଧରିବା ପାଇଁ ୧୦ଲକ୍ଷ ଟଙ୍କାର ରାଶି ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆରମ୍ଭ ହେଲା ୟୁ-ଟ୍ୟୁବ୍ ପାଠପଢ଼ା: ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଲାଇଭ୍‌ ଷ୍ଟ୍ରିମିଂରେ ପାଠ ପଢ଼ିପାରିବେ

 

 

ଦେଶରେ କମୁଛି କରୋନା ଗ୍ରାଫ୍‌: ୫୩ହଜାର ୨୫୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଦେଶରେ କମୁଛି କରୋନା ଗ୍ରାଫ । ଦ୍ୱିତୀୟ ଲହରରେ ଖସୁଛି ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ୫୩ ହଜାର ୨୫୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୮୮ ଦିନ ପରେ ୫୪ ହଜାର ତଳେ ରହିଛି ଦୈନିକ ସଂକ୍ରମଣ । ସେହିଭଳି ୨୪ ଘଣ୍ଟାରେ ୧୪ଶହ ୨୨ ଜଣକ ଜୀବନ ନେଇଛି ଭୂତାଣୁ । ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୭୮ ହଜାର ୧୯୦ ଜଣ । ମୋଟ୍ ଆକଟିଭ୍ କେସ୍ ହେଉଛି ୭ ଲକ୍ଷ ୨ ହଜାର ୮୮୭ । ଦେଶରେ ଏଯାବତ୍ ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମୋଟ ସୁସ୍ଥ ହୋଇଛନ୍ତି ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ଜଣ ଓ ୩ ଲକ୍ଷ ୮୮ ହଜାର ୧୩୫ ଜଣକ ଜୀବନ ନେଇଛି ଭାଇରସ । ସେହିଭଳି ଟିକାକରଣରେ ସାମିଲ ହୋଇଛନ୍ତି ୨୮ କୋଟି ୩୬ ହଜାର ୮୯୮ ଜଣ ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ରାଜ୍ୟରେ ଆରମ୍ଭ ହେଲା ୟୁ-ଟ୍ୟୁବ୍ ପାଠପଢ଼ା: ପ୍ରଥମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଲାଇଭ୍‌ ଷ୍ଟ୍ରିମିଂରେ ପାଠ ପଢ଼ିପାରିବେ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ୟୁଟ୍ୟୁବ ପାଠପଢା । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନେ ୟୁଟ୍ୟୁବ୍ ଲାଇଭ ଷ୍ଟ୍ରିମିଂରେ ପାଠ ପଢିବେ । ଏନେଇ ବ୍ୟାପକ ପ୍ରସ୍ତୁତି କରିଛି ସ୍କୁଲ ଓ ଗଣଶିକ୍ଷା ବିଭାଗ। ରାଜ୍ୟର ସବୁ ଜିଲ୍ଲାର ଶିକ୍ଷା ଅଧିକାରୀ ମାନେ ଲାଇଭ ଷ୍ଟ୍ରିମିଂ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରିଛନ୍ତି।  ଅନଲାଇନ ପାଠପଢା ପାଇଁ ଟାଇମଟେବୁଲ ପ୍ରକାଶ କରାଯାଇଛି । ପ୍ରାଥମିକ ଅର୍ଥାତ୍ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୯ଟାରୁ ପଢା ଆରମ୍ଭ ହୋଇଥିବା ବେଳେ ସାଢେ ୧୦ଟା ଯାଏଁ ଚାଲିବ । ଏହା ପରେ ନବମ ଓ ଦଶମ ପିଲାଙ୍କ ପାଠପଢା ୧୦ଟା ୪୫ରୁ ଗୋଟାଏ ଯାଏଁ ଚାଲିବ । କରୋନା ପାଇଁ ୨୦୨୧-୨୨ ଶିକ୍ଷାବର୍ଷର ପାଠପଢା ବ୍ୟାହତ ହୋଇଛି । ୩ମାସ ଗଡିଗଲାଣି ଏଯାଏଁ କ୍ଲାସରୁମରେ ଶିକ୍ଷାଦାନ ହୋଇପାରିନି । ତେଣୁ ୟୁଟ୍ୟୁବରେ ଶିକ୍ଷାଦାନ ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଯୋଜନା ହୋଇଛି । ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠପଢା ଜୁନ୍ ୨୧ରୁ ଜୁଲାଇ ୩୧ ଯାଏଁ ଚାଲିବ । ସୋମବାରଠୁ ଶୁକ୍ରବାର ଯାଏଁ ହେବ କ୍ଲାସ୍  । ଦିନକୁ ୪ଟି ପିରିଅଡ ରହିବ । ସେହିପରି ଆଜିଠୁ ଜୁଲାଇ ୭ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲା ପଢିବେ ୟୁଟ୍ୟୁବରେ ପାଠ । ୟୁଟ୍ୟୁବରେ ଯେଉଁ ବିଷୟ ପଢାଯିବ , ବିଦ୍ୟାଳୟର ସମ୍ପୃକ୍ତ ଶିକ୍ଷକ ପିଲାଙ୍କ ଦ୍ୱନ୍ଦ୍ୱ ଚାଟ୍ ଓ ଭଏସ କଲ୍ ମାଧ୍ୟମରେ ଦୂର କରିବେ । କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁ-ଟ୍ୟୁବ୍‌ରେ ପଢ଼ିଲେ ସ୍କୁଲ ଶିକ୍ଷକ ତାର ତଥ୍ୟ ରଖିବେ। ସ୍କୁଲ ଶିକ୍ଷକମାନେ ବିଷୟ ଅନୁଯାୟୀ, କ୍ଲାସ ଅନୁଯାୟୀ ପ୍ରତି ଚାପ୍ଟରର ୱାର୍କସିଟ୍‌ ପ୍ରସ୍ତୁତ କରିବେ ଏବଂ ତାହାକୁ ପିଲାଙ୍କ ନିକଟକୁ ହ୍ୱାଟସ୍‌ଆପରେ ପଠାଇବେ। ପ୍ରତି ପିଲାର ୱାର୍କସିଟ୍‌କୁ ମୂଲ୍ୟାୟନ କରି ସ୍କୋର ପ୍ରଦାନ କରିବେ।

ଏଥିସହିତ ପଢ଼ନ୍ତୁ: ସବୁଜ ପରିବେଶ ସୃଷ୍ଟି ନେଇ ବାର୍ତ୍ତା: ବିବାହ ପୂର୍ବରୁ ବୃକ୍ଷରୋପଣ କଲେ ଯୁବକ

ସବୁଜ ପରିବେଶ ସୃଷ୍ଟି ନେଇ ବାର୍ତ୍ତା: ବିବାହ ପୂର୍ବରୁ ବୃକ୍ଷରୋପଣ କଲେ ଯୁବକ

ଭଦ୍ରକ: ଗଛ ଲଗାଇଲେ ବର । ଆଗ ବୃକ୍ଷରୋପଣ ପରେ ବିବାହ । କରୋନା ମାହାମାରୀ କାଳରେ ଅକ୍ସିଜେନ୍ ଅଭାବରୁ ଅନେକଙ୍କ ପ୍ରାଣ ଯାଉଛି । ଏପରି ପରିସ୍ଥିତିରେ ସୁସ୍ଥ ସବୁଜ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ବିବାହ ପୂର୍ବରୁ ଗଛ ଲଗାଇ ଚର୍ଚ୍ଚା ସାଉଁଟିଛନ୍ତି ଭଦ୍ରକ କୁନ୍ତଳା ଗାଁର ମହେଶ୍ୱର ଖିଲାର । ବିବାହ ପୂର୍ବରୁ ନିଜ ସାଙ୍ଗ ମାନଙ୍କୁ ସାଥିରେ ନେଇ ବିଭିନ୍ନ ମୂଲ୍ୟବାନ ୧୦ ଟି ଗଛ ଲଗାଇଛନ୍ତି । ତାଙ୍କର ଏପରି ଉଦ୍ୟମକୁ ଆଜି ସବୁ ବର୍ଗର ଲୋକ ସ୍ଵାଗତ କରିଛନ୍ତି । ଶ୍ରୀ ଶ୍ରୀ ଶୁକମୁନି ଫାଉଡେସନର ସଦସ୍ୟ ମହେଶ୍ୱର୍ ଖିଲାର୍ଙ୍କ ଆଜି ବିବାହ ଉତ୍ସବ ଥିଲା । ତେବେ ସେ କରୋନାର ଭୟାବହତାକୁ ଦେଖିବା ସହିତ ଲୋକମାନେ ଅମ୍ଳଜାନ ଅଭାବରୁ କିପରି ଏବେ ଠାରୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ତାହାକୁ ଦେଖି ବୃକ୍ଷ ରୋପଣ ଏକାନ୍ତ ଆବଶ୍ୟକ ବୋଲି ଅନୁଭବ କରିଥିଲେ । ତେଣୁ ସେ ତାଙ୍କର ବିବାହ ପୁଣ୍ୟ କାର୍ଯ୍ୟ ଆରମ୍ଭ ପୂର୍ବରୁ ନିଜ ସାଙ୍ଗ ମାନଙ୍କୁ ସାଥିରେ ନେଇ ବିଭିନ୍ନ  ମୂଲ୍ୟବାନ ଗଛ ଲଗାଇଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା

ପୁରୀ: ଆଜି ବିଶ୍ୱ ଯୋଗ ଦିବସ । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା ପ୍ରଦର୍ଶନ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ବେଳାଭୂମିରେ ଏକ ସୁନ୍ଦର ଚିତ୍ର କରିବା ସହ ବାଲୁକାରେ ସୂର୍ଯ୍ୟ ନମସ୍କାରର ବିଭିନ୍ନ ମୁଦ୍ରାକୁ ସେ ନିଖୁଣ ଭାବେ ଦେଖାଇଛନ୍ତି । କରୋନା ମହାମାରୀ ସମୟରେ ଶରୀର ସୁସ୍ଥ ରହିବା ନିହାତି ଜରୁରୀ । ଏଣୁ ସମସ୍ତେ ଯୋଗ କରିବା ସହ ଅନ୍ୟ ମାନଙ୍କୁ ଉତ୍ସାହିତ କରିବାକୁ ସୁଦର୍ଶନ ନିବେଦନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ‘ମହାମାରୀର ସମୟରେ ଯୋଗ ଆମକୁ ମାନସିକଭାବେ ସଶକ୍ତ କରିଛି’

 

 

ରାଜ୍ୟରେ ଆଉ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୩ହଜାର ୩୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୩ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୫ହଜାର ୮୨ । କ୍ବାରେଣ୍ଟାଇନରୁ ୧୭ଶହ୩୮, ଲୋକାଲ କେସ୍ ୧୨୯୩ ଚିହ୍ନଟ ହୋଇଛନ୍ତି । ୧୯ ଜିଲ୍ଲାରେ ଦୈନିକ ସଂକ୍ରମଣ ଶହେ ତଳେ ରହିଛି । ଖୋର୍ଦ୍ଧାରେ କମୁଛି ସଂକ୍ରମଣ । ଦିନକରେ ୩୮୧ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଯାଜପୁରରୁ ୨୨୬, ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ପୁରୀରୁ ୧୮୦, ମୟୂରଭଞ୍ଜରୁ ୧୬୭, ନୟାଗଡ଼ରୁ ୧୪୦, ଭଦ୍ରକରୁ ୧୩୫, ଅନୁଗୁଳରୁ ୧୨୧, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୯୦, ସୁନ୍ଦରଗଡ଼ରୁ ୮୦, ଷ୍ଟେଟପୁଲରୁ ୭୮, ନବରଙ୍ଗପୁରରୁ ୬୩, କେନ୍ଦୁଝର ଓ କୋରାପୁଟରୁ ୬୮ଜଣ ଲେଖାଏଁ, ରାୟଗଡ଼ାରୁ ୪୪, ମାଲକାନଗିରିରୁ ୪୩, ବୌଦ୍ଧରୁ ୪୦, ବରଗଡ଼ ଓ କଳାହାଣ୍ଡିରୁ ୩୯ଜଣ ଲେଖାଏଁ, କନ୍ଧମାଳରୁ ୩୮, ବଲାଙ୍ଗୀର ଓ ସମ୍ବଲପୁରରୁ ୩୦ଜଣ ଲେଖାଏଁ, ଗଞ୍ଜାମରୁ ୨୬, ଗଜପତିରୁ ୨୫, ସୋନପୁରରୁ ୨୨, ନୂଆପଡାରୁ ୨୦, ଝାରସୁଗୁଡାରୁ ୧୭, ଦେଓଗଡ଼ରୁ ୧୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୮୦ହଜାର ୫୩୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୮ଲକ୍ଷ ୪୦ହଜାର ୨୧୪ । ଆକ୍ଟିଭ କେସ୍ ରହିଛି ୩୬ହଜାର ୬୩୩ ।

୧୨ ଜିଲ୍ଲାରେ ଆସନ୍ତା ୪ ଦିନ ଯାଏଁ ଘଡ଼ଘଡ଼ି ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା 4ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ ବର୍ଷା  । ଉତ୍ତର ପଶ୍ଚିମ ରାଜସ୍ଥାନରୁ ଉତ୍ତର ପୂର୍ବ ବଙ୍ଗୋପସାଗର ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ୍ ଲମ୍ବିଛି  । ଯାହା ଝାଡଖଣ୍ଡ ଏବଂ ଗାଙ୍ଗେୟ ଉପତ୍ୟକା ଉପରେ ରହିଛି  । ଦକ୍ଷିଣ ପୂର୍ବ ଉତ୍ତର ପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସକ୍ରିୟ ରହିଛି  । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆଜିଠୁ ରାଜ୍ୟର ୧୨ଟି ଜିଲ୍ଲାରେ ବିଜୁଳି, ଘଡଘଡି ସହ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି  । ନୁଆପଡା, ବଲାଙ୍ଗିର, ସୋନପୁର, ସୁନ୍ଦରଗଡ, ଝାରସୁଗୁଡା, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ଗଞ୍ଜାମ, ଗଜପତି ଏବଂ ବରଗଡକୁ ସତର୍କତା ଜାରି କରାଯାଇଛି  । ୨୩ ଓ ୨୪ତାରିଖରେ ବର୍ଷାର ପରିମାଣ ବଢିବ  । ଏଥିପାଇଁ ଅଧିକାଂଶ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  । ସେପଟେ ଜୁନ ୧ରୁ ୨୦ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଠାରୁ ୧୬ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଛି  । ବର୍ତ୍ତମାନ ପର୍ଯ୍ୟନ୍ତ ୧୩୬ ଦଶମିକ ୨ମିଲିମିଟର ବର୍ଷା ରେକର୍ଡ ହୋଇଛି  । ୫ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି  । ଭଦ୍ରକ, ଯାଜପୁର, ଗଞ୍ଜାମ, ଗଜପତି ଓ ନୟାଗଡ଼ରେ କମ୍ ବର୍ଷା ହୋଇଛି  । ସେହିପରି ୭ଟି ଜିଲ୍ଲାରେ ସ୍ବାଭାବିକ ଠାରୁ ୬୦ ପ୍ରତିଶତ ଅଧିକ ଓ ୬ଟି ଜିଲ୍ଲାରେ ୨୦ରୁ ୫୯ ପ୍ରତିଶତ ଅଧିକ ବର୍ଷା ହୋଇଛି  । ୧୨ଟି ଜିଲ୍ଲାରେ ସ୍ବାଭାବିକ ହୋଇଛି  ।

ଏଥିସହିତ ପଢ଼ନ୍ତୁ: ‘ମହାମାରୀର ସମୟରେ ଯୋଗ ଆମକୁ ମାନସିକଭାବେ ସଶକ୍ତ କରିଛି’