spot_img
Home Blog Page 5524

ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ଫେକ୍ ମାଓବାଦୀ

ବାଲିଗୁଡ଼ା: ଦାରିଙ୍ଗବାଡ଼ି ପୋଲିସ୍ ପଞ୍ଝାରେ ୪ଜଣ ଫେକ୍ ମାଓବାଦୀ। ସେମାନଙ୍କ ନିକଟରୁ ୧୦ହଜାର ୫୦୦ଟଙ୍କା, ସୁନାଗହଣା ସହ ଗୋଟିଏ ଦେଶୀ ବନ୍ଧୁକ ଓ ମାରଣାସ୍ତ୍ର ଜବତ କରିଛି ପୋଲିସ। ଗତ ୧୦ତାରିଖ ରାତିରେ ନିଜକୁ ମାଓବାଦୀର ପରିଚୟ ଦେଇ ଦାରିଙ୍ଗବାଡ଼ି ଥାନା ମକପାଟା ଗାଁର ପ୍ରମୋଦ ପ୍ରଧାନ ଓ ଟେପାରୀ ଗାଁର ବିଶ୍ୱନାଥ ପ୍ରଧାନଙ୍କ ପରିବାର ଲୋକଙ୍କୁ ଧମକାଇ ଟଙ୍କା, ସୁନା  ଡାଲି, ଚାଉଳ ଲୁଟି ନେଇଥିଲେ ୬ଜଣ ଦୁର୍ବୃତ୍ତ। ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉଭୟ ପରିବାର। ପରେ ଘଟଣାର ୫ଦିନ ଭିତରେ ଫେକ୍ ମାଓବାଦୀ ଗ୍ୟାଙ୍ଗର ୪ଜଣକୁ ଗିରଫ କରିବାରେ ପୋଲିସ୍ ସଫଳ ହୋଇଛି। ଏବେବି ଆଉ ଦୁଇ ଜଣ ଫେରାର୍ ଥିବା ଜଣାପଡ଼ିଛି। ଗିରଫ ଚାରିଜଣ ସିମନବାଡ଼ି ଅଞ୍ଚଳର ହୋଇଥିବା ଜଣାପଡ଼ିଛି।

କମିଶନରେଟ ପୋଲିସ ଫୋକସରେ ପ୍ରାଥମିକ ତଦନ୍ତ ଓ ଆଖପାଖରୁ ପ୍ରମାଣ ଯୋଗାଡ଼ କରିବା

ଭୁବନେଶ୍ୱର: କମିଶନରେଟ ପୋଲିସର ସାଇଣ୍ଟିଫିକ ପାଠସାଳା। ପ୍ରତି ଥାନାରୁ ପ୍ରସ୍ତୁତ ହେବେ ଫୋରେନସିକ ଆସୋସିଏଟ। ଫୋକସରେ ପୋଲିସର ତଦନ୍ତ ଓ ପ୍ରମାଣ ଯୋଗାଡ଼ କରିବା। ପ୍ରମାଣ ଅଭାବରୁ ଅପାରାଧୀ କିଭଳି ଖସି ନ ଯିବେ। ଏଥିପାଇଁ ଟୁଇନସିଟିରେ ପ୍ରତ୍ୟେକ ଥାନାର କନଷ୍ଟେବଳ ମାନଙ୍କୁ ପୋଲିସ ସେବା ଭବନରେ ସାଇଣ୍ଟିଫିକ ଟ୍ରେନିଂ ଦିଆ ହୋଇଛି।

ମର୍ଡର ହେଉ ବା ସୁଇସାଇଡ଼ କି ଚୋରି ହେଉ। ଦୁଷ୍କର୍ମଠୁ ନେଇ ଦୁର୍ଘଟଣା ପର୍ଯ୍ୟନ୍ତ। ଏସବୁ ସ୍ତରରେ ପ୍ରାଥମିକ ତଦନ୍ତ ଉପରେ ନିର୍ଭର କରିଥାଏ ଘଟଣାର ମୋଡ଼। ଘଟଣା ସ୍ଥଳର ଆଖପାଖରେ ଥିବା ପ୍ରମାଣ ଅଭିଯୁକ୍ତକୁ ଧରିବାରେ ସହାୟକ ହୋଇଥାଏ। ଯାହାକୁ ଯୋଗାଡ଼ କରିବା ପୋଲିସର ହୋଇଥାଏ ମୁଖ୍ୟ ଦାୟୀତ୍ୱ। ଅନେକ ସମୟରେ ଦେଖାଯାଏ ଏସବୁ ପ୍ରମାଣ ନଷ୍ଟ ଯୋଗୁଁ ଅଭିଯୁକ୍ତ ସହଜରେ ଆଇନର ଜାଲରୁ ଖସି ଯାଏ । ଯାହାଫଳରେ କେସ୍‌ ଦୁର୍ବଳ ହେବା ସହ ଅଭିଯୁକ୍ତ ସହଜରେ ଖସିଯାଏ।

ଏସବୁ ପ୍ରମାଣକୁ ଘଟଣା ସ୍ଥଳରୁ ସୁଚାରୁ ରୂପେ କେମିତି ଯୋଗାଡ଼ କରିବାକୁ ହେବ ସେ ନେଇ ପୋଲିସ ଆରମ୍ଭ କରିଛି ତାଲିମ ପ୍ରକ୍ରିୟା। ଯାହାକୁ ନେଇ ଫୋରେନସିକ ଅଧିକାରୀ ଆରମ୍ଭ କରିଛନ୍ତି ତାଲିମ ଶିବିର। ଯାହାକୁ ନେଇ ଭୁବନେଶ୍ୱରର ସବୁ ଥାନାର କର୍ମଚାରୀଙ୍କୁ ଦିଆଯାଇଛି ସ୍ୱତନ୍ତ୍ର ତାଲିମ। ଏହା ସହିତ ପ୍ରତି ଥାନାକୁ ଦିଆଯାଇଛି ଫୋରେନସିକ କିଟ। ଅପରାଧିକ ମାମଲା ହେଲେ ତାଲିମ ପାଇଥିବା କନେଷ୍ଟବଳ ଘଟଣା ସ୍ଥଳରେ ପହଞ୍ଚି ପ୍ରମାଣ ନଷ୍ଟ ହେବା ପୂର୍ବରୁ ପ୍ରମାଣ ଯୋଗାଡ଼ କରିବେ। ଯାହା ଫଳରେ ତଦନ୍ତ ସହଜ ହେବ ।

ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୁରୀ: ବିଶ୍ୱ ଐତିହ୍ୟ ଗ୍ରାମ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର, ସପ୍ତରଙ୍ଗ ବୃତ୍ତଚିତ୍ର ଶିବିରକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଂକ୍ରମଣ ସଂକଟରେ ଅଟକିନି ଶିଳ୍ପୀଙ୍କ ହାତ। ପୁରୀ ରଘୁରାଜପୁରର ଶୋଭା ବଢ଼ାଉଛି ଚିତ୍ରକଳା।

ସଜେଇ ହୋଇଛି ଶିଳ୍ପୀ ଗାଁ। ପୁରାଣ ପୃଷ୍ଠାରୁ ଗାଁ ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଅନେକ ଚରିତ୍ର। ଦୁଆର ମୁହଁରେ ପୁରାଣ, ଐତିହ୍ୟ ଓ ସଂସ୍କୃତିର କଥା, କାନ୍ଥ କହୁଛି ସମୃଦ୍ଧ ଅତୀତର କାହାଣୀ। ରଘୁରାଜପୁରର ରୋଜଗାର ଛଡ଼େଇ ନେଇଥିଲା କରୋନା। ଝାଉଁଳି ପଡ଼ିଥିଲା ଶିଳ୍ପୀଙ୍କ ମୁହଁ। ନା ଗ୍ରାହକ ଆସୁଥିଲେ ନା ରୋଜଗାର ଥିଲା। ଏଭଳି ସ୍ଥିତିରେ ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ଶିଳ୍ପୀଙ୍କ ରଙ୍ଗତୂଳୀରେ ଭରିଛି ନୂଆ ପ୍ରାଣ। ଚମକିଛି ଦାଣ୍ଡ, ସୁନ୍ଦର ହୋଇଛି ଶିଳ୍ପୀ ଗାଁ। ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ନବକଳେବର, ନାଗାର୍ଜୁନ ବେଶ ସମେତ କୃଷ୍ଣ ଲୀଳା, ନାଟ ଗଣେଶ ଭଳି କଳାକୃତି ଶିଳ୍ପୀଙ୍କ ଯାଦୁଗରୀ ଛୁଆଁରେ ଜୀବନ୍ତ ହୋଇଛି। ଏହାର ପ୍ରାମାଣିକ ଚିତ୍ର, ସପ୍ତରଙ୍ଗକୁ ଲୋକାର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଓ ଖଣି ନିଗମ ପକ୍ଷରୁ ରଘୁରାଜପୁରରେ ପାରମ୍ପରିକ ଭିତ୍ତିଚିତ୍ର କଳା ଶିବିର ଆୟୋଜିତ କରାଯାଇଥିଲା। ଏଥିରେ ୧୫୦ ପରିବାରର ସଦସ୍ୟ ସାମିଲ ହୋଇଥିଲେ। ପ୍ରତି ପରିବାର ୫୦ ବର୍ଗଫୁଟର ଚିତ୍ରକଳା କରିବା ସହ ସମୁଦାୟ ୭୫୦୦ ବର୍ଗଫୁଟର ଚିତ୍ର କଳା ପ୍ରଦର୍ଶିତ ହୋଇଛି। ପ୍ରତି କଳାକାର ପରିବାରକୁ ଦଶ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯାଉଛି।

ମହାମାରୀ ବେଳେ ବି ଝଲସୁଛି ରଘୁରାଜପୁର । ପୁରାଣରୁ ଐତିହ୍ୟ, ସାତ ରଙ୍ଗରେ ଜୀବନ ପାଇଛି ଶିଳ୍ପୀର କଳ୍ପନା । ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ କଳାକୁ ମିଳିଛି ନୂଆ ଦିଗନ୍ତ । ଲକଡାଉନରେ ବି ବଦଳିଛି ରଘୁରାଜପୁରର ଦୃଶ୍ୟପଟ ।

ମାଟ୍ରିକ୍‌ ପରୀକ୍ଷାରେ ତୁମର କମ୍‌ ନମ୍ବର ରହିଛି ଅନ୍‌ଲାଇନ୍‌ରେ ଟଙ୍କା ପଠାଅ ପାସ୍‌ କରାଇ ଦେବୁ… ଲୁଟେରାଙ୍କ ନୂଆ ଚାଲ

ରାଉରକେଲା: ନୂଆ ନୂଆ ରାସ୍ତା ଆପଣାଉଛନ୍ତି ଅନ୍‌ଲାଇନ୍‌ ଲୁଟେରା। କେତେବେଳେ ବିଭିନ୍ନ ଲୋଭନିୟ ଅଫର ଦେଇ ଟଙ୍କା ଠକୁଛନ୍ତି ତ ପୁଣି କେତେବେଳେ ଆଧାରକାର୍ଡ ଓଟିପି ନେଇ ଟଙ୍କା ଲୁଟୁଛନ୍ତି ଅଦୃଶ୍ୟ ଠକ। ଟିକେ ଅବହେଳା କଲେ ସଙ୍ଗେ ସଙ୍ଗେ ଉଡ଼ିଯାଉଛି ହଜାର ହଜାର ଟଙ୍କା। ତେବେ ରାଉରକେଲା ଏବେ ମାତିଛନ୍ତି ଅନ୍‌ଲାଇନ୍‌ ଲୁଟେରା।

ସୁନ୍ଦରଗଡ଼ ଜିଲ୍ଲାର ମାଟ୍ରିକ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ନିକଟକୁ ଆସୁଛି ଅନ ଲାଇନ ଠକଙ୍କ ଫୋନ। ଗଣିତ, ବିଜ୍ଞାନ ଓ ଇଂରାଜୀ ରେ କମ ନମ୍ଵର ରହିଛି ତମେ ଫେଲ ହୋଇଯିବ। ୬ ହଜାର ଟଙ୍କା ଦେଲେ ମାଟ୍ରିକ ପରୀକ୍ଷାରେ ପାସ କରିବ। ସୁନ୍ଦରଗଡ଼ ଜିଲ୍ଲାର ମାଟ୍ରିକ ଛାତ୍ର ଛାତ୍ରୀଙ୍କୁ ଭୁବନେଶ୍ୱରରୁ ଜଣେ ଠକ ଏପରି କ‌ହି ଫୋନ କରୁଛନ୍ତି। ଅନ ଲାଇନ ଜରିଆରେ ଟଙ୍କା ଜମା କଲେ ମାଟ୍ରିକ ପରୀକ୍ଷାରେ ପାସ କରିଵା ସହ ଫାଷ୍ଟ ଡିଭିଜନରେ ପାସ କରାଇଦେଵାର ପ୍ରଲୋଭନ ମଧ୍ୟ ଦେଖାଉଛନ୍ତି। ଟଙ୍କା ତୁରନ୍ତ ଜମା କରିବା ପାଇଁ ମଧ୍ୟ କହୁଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ହାଇସ୍କୁଲର ମାଟ୍ରିକ ଛାତ୍ର ଛାତ୍ରୀ ଏପରି ଅଭିଯୋଗ କରିଛନ୍ତି।

ଭୁବନେଶ୍ଵର ବୋର୍ଡ ଅଫିସର କର୍ମଚାରୀ ପରିଚୟ ଦେଇ ଫୋନ କରୁଥିବା ଠକ ନିକଟରେ ଛାତ୍ର ଛାତ୍ରୀଙ୍କ ନାମ, ବାପା ଓ ମାଆଙ୍କ ନାମ ଓ ଟେଲିଫୋନ ନମ୍ବର ରହୁଛି। ତେବେ ନିର୍ଦ୍ଧିଷ୍ଟ ଭାବରେ ନାମ ଓ ଫୋନ ନମ୍ବର ଠକ କିପରି ହାସଲ କରୁଛନ୍ତି ସେନେଇ ତଦନ୍ତ କରିବା ପାଇଁ ଦାବି ହେଉଛି। ଅନ୍ୟପକ୍ଷରେ ଏପରି ଠକେଇ ସମ୍ପର୍କରେ ସ୍କୁଲର ପ୍ରଧାନଶିକ୍ଷକ ଛାତ୍ର ଛାତ୍ରୀଙ୍କ ଠାରୁ ସୁଚନା ପାଇବା ପରେ ଠକଙ୍କୁ ଟଙ୍କା ନଦେଵା ପାଇଁ କହିବା ସହ ଶିକ୍ଷା ବିଭାଗ ଓ  ପୋଲିସ ପକ୍ଷରୁ ଘଟଣାର ତଦନ୍ତ କରିବା ପାଇଁ ଦାବି କରିଛନ୍ତି।

ଭୁବନେଶ୍ଵରରୁ ଫୋନ କରୁଥିବା ଠକ ନିଜର ଫୋନପେ ଗୁଗଲପେ ଓ ଆକାଉଣ୍ଟ୍ ନମ୍ଵର ଛାତ୍ର ଛାତ୍ରୀଙ୍କୁ ଦେଇଥିବାରୁ ଏହି ନମ୍ଭର ଆଧାରରେ ଠକଙ୍କୁ ଚିହ୍ନଟ କରି ଗିରଫ କରିବା ପାଇଁ ଅଭିଭାବକମାନେ ଦାବି କରିଛନ୍ତି। ରାଉରକେଲାରୁ କ୍ୟାମେରାମ୍ୟାନ ଶଙ୍କର ରାଓଙ୍କ ସହ ଅବନୀ ରଞ୍ଜନ ମହାପାତ୍ରଙ୍କ ରିପୋର୍ଟ ନନ୍ଦିଘୋଷ ଟିଭି।

କରୋନା ଟିକାରେ ବାଛୁରୀ ରକ୍ତ ! ପ୍ରମାଣ ସହ ଏମିତି ଦାବି କଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ଦେଶରେ କୋରୋନାର ମୁକାବିଲା ପାଇଁ ମାଗଣା କୋଭିଡ୍ -19 ଟୀକାକରଣ ଜୁନ୍ ୨୧ରୁ ଆରମ୍ଭ ହୋଇଛି । ଏହି ସମୟରେ କଂଗ୍ରେସର ଜାତୀୟ ସଂଯୋଜକ ଗୌରବ ପାଣ୍ଢି ଭାରତ ବାୟୋଟେକର କୋଭାକ୍ସିନକୁ ନେଇ ବଡ ଦାବି କରିଛନ୍ତି । ପାଣ୍ଡି ଏକ ଆରଟିଆଇର ଉତ୍ତରରେ ମିଳିଥିବା ଦଲିଲଗୁଡ଼ିକୁ ସେୟାର କରିଛନ୍ତି । ଯେଉଁଥିରେ କୁହାଯାଇଛି ଯେ, କୋଭାକ୍ସିନ୍ ତିଆରି କରିବା ପାଇଁ ବାଛୁରୀର ସେରମ୍ ବ୍ୟବହୃତ ହୋଇଥାଏ । ଏବଂ ଯେଉଁ ବାଛୁରୀର ବୟସ ୨୦ ଦିନରୁ କମ୍ ସେମାନଙ୍କଠାରୁ ହିଁ ଏହି ସେରମ ନିଆଯାଇଥାଏ ।

ସୂଚନା ଅନୁଯାୟୀ କଂଗ୍ରେସର ରାଷ୍ଟ୍ରୀୟ ସଂଯୋଜକ ଗୌରବ ପାଣ୍ଢି କହିଛନ୍ତି, କୋଭାକ୍ସିନରେ ବାଛୁରୀ ସେରମ୍ ବ୍ୟବହାର କରାଯାଇଛି, ଏହି ଉତ୍ତର ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (CDSCO) ବିକାଶ ପାଟନୀ ନାମକ ଜଣେ ବ୍ୟକ୍ତିଙ୍କ ଆରଟିଆଇ ଉପରେ ଦେଇଛନ୍ତି । ଗୌରବ ପାଣ୍ଢି ଟ୍ୱିଟରରେ ଆରଟିଆଇ ଉତ୍ତରର ସ୍କ୍ରିନସଟ ସେୟାର କରିଛନ୍ତି । ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ କେନ୍ଦ୍ରର ବିଜେପି ସରକାରଙ୍କୁ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ କରିଛନ୍ତି । ପାଣ୍ଢି କହିଛନ୍ତି ଯେ ସରକାର ଗ୍ରହଣ କରିଛନ୍ତି ଯେ ଭାରତ ବାୟୋଟେକ୍ ଟୀକାରେ ବାଛୁରୀର ସେରମ୍ ରହିଛି। ଏହା ବହୁତ ଖରାପ କଥା ଏହାର ସୂଚନା ପୂର୍ବରୁ ଲୋକଙ୍କୁ ଦିଆଯିବା ଦରକାର ଥିଲା । ଆରଟିଆଇରେ କୁହାଯାଇଛି ଯେ, ବିରୋ କୋଷଗୁଡ଼ିକର ପୁନର୍ଜୀବନ ପ୍ରକ୍ରିୟା ପାଇଁ ବାଛୁରୀ ସେରମ୍ ବ୍ୟବହୃତ ହୋଇଥାଏ ।

https://twitter.com/GauravPandhi/status/1405025282239582212

ଅନୁସନ୍ଧାନରେ ମଧ୍ୟ ଏହି ଦାବି କରାଯାଇଛି

ଏହା ପୂର୍ବରୁ ଏକ ଅନୁସନ୍ଧାନ କାଗଜରେ ମଧ୍ୟ ଦାବି କରାଯାଇଥିଲା ଯେ, କୋଭାକ୍ସିନ ତିଆରିରେ ନବଜାତ ପଶୁଙ୍କ ରକ୍ତର ସେରମ୍ ବ୍ୟବହାର କରାଯାଏ । ଏହା ପ୍ରଥମ ଥର ପାଇଁ ଏକ ଟୀକାରେ ବ୍ୟବହୃତ ହେଉନାହିଁ । ଏସମସ୍ତ ବାୟୋଲୋଜିକଲ ରିସର୍ଚ୍ଚର ଅତ୍ୟାବଶ୍ୟକ ଅଂଶ  ହୋଇଥାଏ ।

ହରିୟାଣାର ଦୁଇଟି ଜିଲ୍ଲାରେ ଏଭଳି ଗୁଜବ ପ୍ରଚାରିତ ହୋଇଥିଲା

ସୂଚନା ଅନୁସାରେ, ହରିୟାଣାର ପଲବଲ ଜିଲ୍ଲାରେ ପ୍ରାୟ ୫୦ ରୁ ୬୦ ସ୍ଥାନୀୟ ଲୋକ ପ୍ରଶାସନକୁ ଚିଠି ଲେଖିଥିଲେ । ଯେଉଁଥିରେ ସେ ଦାବି କରିଛନ୍ତି ଯେ, କରୋନା ଟିକାରେ ବାଛୁରୀ ରକ୍ତ ଏବଂ ମାଂସ ବ୍ୟବହାର କରାଯାଇଛି। ଏଭଳି ପରିସ୍ଥିତିରେ ସେମାନେ ଟୀକାକରଣରେ ଭାଗ ନେବାକୁ ଚାହାଁନ୍ତି ନାହିଁ । ଏହାସହ, ନୁହ ଜିଲ୍ଲାର ଲୋକମାନେ ଘୁଷୁରିର ଚର୍ବିର ବ୍ୟବହାର ବିଷୟରେ କହିଥିଲେ । ଡାକ୍ତରମାନେ ଏହାକୁ ଭିତ୍ତିହୀନ ବୋଲି କହିବା ସତ୍ତ୍ୱେ କେତେକ ସ୍ଥାନରେ ଟୀକାକରଣ ଅଭିଯାନ ପ୍ରଭାବିତ ହୋଇଛି।

ଟୀକାରେ ଘୁଷୁରୀର ଚର୍ବି ଅଛି କି?

ବିସିସିଆଇର ରିପୋର୍ଟ ଅନୁଯାୟୀ, ଫାଇଜର, ମୋଡର୍ନା ଏବଂ ଆଷ୍ଟ୍ରା ଜେନେକାର କରୋନା ଟିକା ଘୁଷୁରିର ଚର୍ବି କିମ୍ବା ଅନ୍ୟ କୌଣସି ପ୍ରାଣୀଜାତ ଦ୍ରବ୍ୟର ବ୍ୟବହାର କରାଯାଇନାହିଁ । ବ୍ରିଟିଶ ଇସଲାମିକ୍ ମେଡିକାଲ୍ ଆସୋସିଏସନ୍ କହିଛି ଯେ ଏଥିରେ ଅଳ୍ପ ପରିମାଣର ନିଶାଦ୍ରବ୍ୟ ଅଛି – ଯାହା ବ୍ରେଡରେ ବ୍ୟବହୃତ ପରିମାଣଠାରୁ ଅଧିକ ନୁହେଁ ।

୩୦-୩୦-୪୦ ଫର୍ମୁଲାରେ ପ୍ରକାଶ ପାଇପାରେ ସିବିଏସଇ ପରୀକ୍ଷା ଫଳ

ଭୁବନେଶ୍ୱର: କେମିତି ରହିବ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳର ମୂଲ୍ୟାୟନ ପଦ୍ଧତିର ରୂପରେଖ। ଏନେଇ ସିବିଏସଇ ଚୟନ କମିଟିରେ ୩୦-୩୦-୪୦ ଫର୍ମୁଲାରେ ଫଳ ପ୍ରକାଶ କରିବାକୁ ସହମତି ପ୍ରକାଶ ପାଇଛି। ଦଶମ ଓ ଏକାଦଶର ଫଳ ଏବଂ ଦ୍ୱାଦଶ ପ୍ରିବୋର୍ଡ ଫଳର ଅନୁଧ୍ୟାନ ହେବ। ସିବିଏସଇର ଚୟନ କମିଟିର ୧୩ ଜଣ ସଦସ୍ୟ ୩୦-୩୦-୪୦ ଫର୍ମୁଲାକୁ ସମର୍ଥନ କରିଛନ୍ତି। ଖୁବ୍‌ଶୀଘ୍ର ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିବ ସିବିଏସଇ।

ଦଶମ ଦ୍ୱାଦଶ ମାର୍କକୁ ୩୦ ପ୍ରତିଶତ ଲେଖାଏଁ ପ୍ରାଧାନ୍ୟ ଦିଆଯିବ। ଏକାଦଶରେ ୪୦ ପ୍ରତିଶତକୁ ପ୍ରଧାନ୍ୟ ଦିଆଯିବ। କରୋନା ପାଇଁ ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା। ଏନେଇ ସୁପ୍ରିମକୋର୍ଟଙ୍କୁ ଅଭିଭାବକ ସଂଘ ଆବେଦନ କରିଥିଲେ। ତେବେ କେମିତି ମୁଲ୍ୟାୟନ ହେବ ସେନେଇ ସିବିଏସଇକୁ ରିପୋର୍ଟ ଦାଖଲ କରିବା ପାଇଁ କୁହାଯାଇଥିଲା। ଯେଉଁ ସ୍କୁଲ ମାନଙ୍କରେ ଦ୍ୱାଦଶ ପ୍ରିବୋର୍ଡ ପରୀକ୍ଷା ଅନୁଷ୍ଠିତ ହୋଇପାରିନାହିଁ। ସେମାନେ ଅନ୍‌ଲାଇନ୍‌ରେ ଛାତ୍ରଛାତ୍ରୀଙ୍କର ଟେଷ୍ଟ କରାଇବେ। ଏହାର ଫଳ ଜୁନ୍‌ ୨୮ ସୁଧା ଦାଖଲ କରିବା ପାଇଁ କୁହାଯାଇଛି।

ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଟପ ୫୦ ସହର ମଧ୍ୟରେ ରାଉରକେଲା

ରାଉରକେଲା: ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଟପ ୫୦ ସହର ମଧ୍ୟରେ ରାଉରକେଲା ସହର  ସାମିଲ ହୋଇଛି। ୯୯ଟି ଦେଶର ୬୩୪ ସହର ମଧ୍ୟରୁ ଭାରତର ଦୁଇଟି ସହର ପୁଣେ ଓ ରାଉରକେଲା ସାମିଲ ହୋଇଥିବା ରାଉରକେଲା ମହାନଗର ନିଗମ କମିଶନର ସୁଚନା ଦେଇଛନ୍ତି। ପୋଷ୍ଟ କୋଭିଡ ସମୟରେ ଲୋକଙ୍କ ଆର୍ଥିକ ବିକାଶ କିପରି ହେବ ସେନେଇ ପ୍ରସ୍ତାବ ବିଭିନ୍ନ ଇନୋଭେଟିଭ ପ୍ରସ୍ତାବ ଦିଆଯାଇଥିଲା।

ଲୋକଙ୍କ ନିକଟରେ ଅର୍ଗାନିକ ଫୁଡ ପହଞ୍ଚାଇଵା, ସୋଲାର ଏନର୍ଜୀ ବ୍ୟବହାର କରି ମୁଭିଙ୍ଗ କୋଲଡ ଷ୍ଟୋରେଜ ଜରିଆରେ ସୁଲଭ ମୂଲ୍ୟରେ ଲୋକଙ୍କ ନିକଟରେ ପନିପରିବା ଓ ମାଛ ମାଂସ ପହଞ୍ଚାଇଵା ଓ ମହିଳାଙ୍କ ଆର୍ଥିକ ବିକାଶ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ବିଭିନ୍ନ ଇନୋଭେଟିଭ ଆଇଡ଼ିଆ ଦିଆଯାଇଥିଵା ବେଳେ ଏହି ଆଇଡିଆ ପାଇଁ ଵ୍ଲମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ୨୦୨୧ର ଟପ ୫୦ ସହର ମଧ୍ୟରେ ରାଉରକେଲା ସାମିଲ ହୋଇଥିବା ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା ସୁଚନା ଦେଇଛନ୍ତି।

ସ୍ନାନଯାତ୍ରା ନେଇ ବୈଠକ, ଭୋରୁ ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ଆଲୋଚନା

ପୁରୀ: ଚଳିତ ମାସ ୨୪ ତାରିଖରେ ଅନୁଷ୍ଠିତ ହେବ ଦେବା ସ୍ନାନପୁର୍ଣ୍ଣିମା। କରୋନା କଟକଣା ମଧ୍ୟ କେମିତି ହେବ ଦେବସ୍ନାନ ପୂର୍ଣ୍ଣିମା। ଏ ନେଇ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଦଇତାପତି ନିଯୋଗ ମଧ୍ୟରେ ବୈଠକ ବସିଥିବା ବେଳେ ଶୃଙ୍ଖଳିତ ଭାବେ ସ୍ନାନଯାତ୍ରା କରିବା ସହ ସ୍ନାନଯାତ୍ରା ଦିନ ଭୋରୁ ଶୀଘ୍ର ପହଣ୍ଡି କରାଯାଇ ସେହି ଦିନଠାରୁ ଅଣସର ନୀତି ଆରମ୍ଭ କରିବାକୁ ବୈଠକରେ ହୋଇଛି ଆଲୋଚନା। ତେବେ ୨ରୁ ୩ଦିନ ଭିତରେ ଛତିଶା ନିଯୋଗ ବୈଠକ କରାଯାଇ ଦେବସ୍ନାନ ପୂର୍ଣ୍ଣମୀ ନେଇ ଚୂଡାନ୍ତ ନୀତି ନିର୍ଘଣ୍ଟ ପ୍ରସ୍ତୁତି ହେବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ  ସୂଚନା ଦେଇଛନ୍ତି।

ଅନ୍ୟପଟେ ତିନି ରଥର ନିର୍ମାଣ ପ୍ରକ୍ରିୟା ଜୋରସୋରରେ ଆଗେଇ ଚାଲିଥିବା ବେଳେ ଗତକାଲି ସୁଦ୍ଧା ଦୁଇଟି ଲେଖା ଗୟଳ ମୋଡ଼ାଯାଇ ଚାରି ନାହାକା ଉଠାଯାଇଥିଲା। ଆଜି ତିନି ରଥରେ ବାକି ଥିବା ଗୟଳ ଗୁଡ଼ିକ ମୋଡ଼ାଯିବା ସହ ରଥରେ ଭୂଇଁ ପକାଯିବା ପାଇଁ ମହାରଣା ମାନେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଜିଲ୍ଲାପାଳ ରଥ ନିର୍ମାଣ କାର୍ଯ୍ୟ ବୁଲି ଦେଖିଥିବା ବେଳେ ମହାପ୍ରଭୁଙ୍କ କାର୍ଯ୍ୟ ସୁରୁଖୁରୁରେ ସରିବା ପାଇଁ ସମସ୍ତଙ୍କ ସହଯୋଗ କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ମହାପ୍ରଭୁଙ୍କ ସମସ୍ତ ଯାତ୍ରାକୁ ନେଇ  ଧାର୍ଯ୍ୟ ସମୟ ପୂର୍ବରୁ ସମସ୍ତ କାର୍ଯ୍ୟ ସୁରୁଖୁରରେ ସାରିବାକୁ ଲକ୍ଷ କରାଯାଏ।

ପରିବାର ଲୋକ ୩୦ ହଜାର ଟଙ୍କିଆ କୁକୁର କିଣେଇ ଦେଲେନି ବୋଲି ଆତ୍ମହତ୍ୟା କଲା ନାବାଳକ

ବିଶାଖାପାଟନମ୍: ପିଲାମାନେ ଅନେକ ଥର, କିଛି ଜିନିଷକୁ ପାଇବାକୁ ଜିଦ୍ କରିଥାନ୍ତି । ଆଉ ଯେତେବେଳେ ସେମାନେ ସେ ଜିନିଷଟିକୁ ନ ପାଆନ୍ତି କ୍ରୋଧରେ ଏମିତି କାର୍ଯ୍ୟ କରନ୍ତି ଯେ ତାହା ଜାଣିବା ବି କଷ୍ଟକର ହୋଇପଡ଼ିଥାଏ । ଏପରି ଏକ ମାମଲା ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଦେଖିବାକୁ ମିଳିଛି । ଏଠାରେ ଜଣେ ୧୬ ବର୍ଷର ନାବାଳକ ଫାଶୀ ଦେଇ ଆତ୍ମହତ୍ୟା କରିଛି । ଆଉ ଏହାର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କେବଳ ପରିବାର ତାଙ୍କୁ କୁକୁର କିଣିବାକୁ ମନା କରିଦେଇଥିଲେ ବୋଲି ପିଲାଟି ରାଗିଯାଇ ଫ୍ୟାନରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛି ।

ସୂଚନାନୁସାରେ, ବିଶାଖାପାଟନମ୍‌ର ଭେଙ୍କଟେଶ୍ୱରା ମେଟା ଅଞ୍ଚଳରେ ଷଣମୁଖ ବାମସୀ (16) ତାଙ୍କ ପରିବାର ସହିତ ରହୁଥିଲେ। ଷଣମୁଖ ଏକ କୁକୁରକୁ ଅନଲାଇନରେ ଦେଖିଥିଲେ ଯାହାର ମୂଲ୍ୟ ୩୦ ହଜାର ଟଙ୍କା ଥିଲା। ଷଣମୁଖ କୁକୁରକୁ ବହୁତ ପସନ୍ଦ କରିଥିଲେ ଏବଂ କୁକୁରଟିକୁ କିଣିବାକୁ ବାପାମାଆଙ୍କ ପାଖରେ ଜିଦ୍ ଧରିଥିଲେ। ତେବେ ତାଙ୍କ ପରିବାର ଏଥିପାଇଁ ପ୍ରସ୍ତୁତ ନଥିଲେ। ତାଙ୍କ ମା କୁକୁର ଆଣିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଥିଲେ । ଷଣମୁଖଙ୍କ ମା କହିଥିଲେ ଯେ, ଏବେ ରହିଯାଆ ପରେ ସେ ସେହି କୁକୁରଟିକୁ କିଣିଦେବେ । ତେବେ ପରିବାରଠାରୁ ଏମିତି ଶୁଣି ଷଣମୁଖ ରାଗି ଯାଇଥିଲେ। ଏହା ପରେ, ଯେତେବେଳେ ଷଣମୁଖଙ୍କ ମା ସୋମବାର ଘରୋଇ ଜିନିଷ କିଣିବା ପାଇଁ ବଜାରକୁ ଯାଇଥିଲେ, ଷଣମୁଖ ଘରର ପଙ୍ଖାରେ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ।

ଘରକୁ ଫେରି ମାଆ ତାଙ୍କ ପୁଅର ଏମିତି ଅବସ୍ଥା ଦେଖି ଘଟଣା ସ୍ଥଳରେ ହିଁ ବେହୋସ ହୋଇଯାଇଥିଲେ । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଷଣମୁଖ ବାମସୀଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇ ଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଘଟଣାରେ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ଅଧିକ ତଦନ୍ତ ଚଳାଇଛି ।

କୋଭିଡ ହସ୍ପିଟାଲରେ ଶିଶୁ କନ୍ୟାକୁ ଜନ୍ମ ଦେଲେ କରୋନା ସନ୍ଦିଗ୍ଧ ମହିଳା

ଫୁଲବାଣୀ: ସ୍ଥାନୀୟ କୋଭିଡ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବା ଜଣେ କରୋନା ସନ୍ଦିଗ୍ଧ ମହିଳା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ମଧ୍ୟ କୋଭିଡ ହସ୍ପିଟାଲରେ ମା’ ଗୁରୁତର ଅବସ୍ଥାରେ ଭେଣ୍ଟିଲେଟରେ ରହିଥିବା ବେଳେ ନବଜାତ ଶିଶୁ କନ୍ୟାକୁ ଏସ୍‌ଏନ୍ଏସ୍‌ୟୁରେ ରଖାଯାଇଛି। ଗତକାଲି ଆସନ୍ନ ପ୍ରସବାଙ୍କୁ ଗୁରୁତର ଭାବେ ଫୁଲବାଣୀ ମେଡିକାଲରେ ଭର୍ତ୍ତି ହୋଇଥିଲେ । ସେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବହୁତ ସମସ୍ୟା ହେଉଥିବା କହିଥିଲେ, ତେଣୁ ତାଙ୍କର କୋଭିଡ ଆଣ୍ଟିଜେନ୍ ଟେଷ୍ଟ କରାଯାଇଥିଲା । ଯାହା ନେଗେଟିଭ୍ ଆସିଥିଲା କିନ୍ତୁ ତାଙ୍କର ସମସ୍ତ ଲକ୍ଷଣ କୋଭିଡ ଆକ୍ରାନ୍ତଙ୍କ ଭଳି ରହିଥିବାରୁ ତାଙ୍କର ନମୁନା RTPCR ଟେଷ୍ଟ ପାଇଁ ପଠାଯାଇଛି । ଏବଂ ତାଙ୍କର ଅକ୍ସିଜେନ୍ ସାଚୁରିଟୀ ଲେଭଲ୍ ପ୍ରାୟ ୪୦ ରହିଥିବାରୁ ତାଙ୍କୁ ଫୁଲବାଣୀ ସ୍ଥିତ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ଭେଣ୍ଟିଲେଟରେ ରଖାଯାଇଛି । ତେବେ ରାତିରେ ସେ ପ୍ରସବକାଳୀନ ବ୍ୟଥା ଅନୁଭବ କରିଥିଲେ । ଏଣୁ ତାଙ୍କୁ ଭେଣ୍ଟିଲେଟର ଏବଂ ଆଇସିୟୁର ସହାୟତାରେ ଡାକ୍ତର ସାମଲ ଏବଂ ଅନ୍ୟ ନର୍ସ ମାନେ ମିଳିତ ଭାବେ ସଫଳତାର ସହିତ ନର୍ମାଲ ଡେଲିଭରୀ କରାଇଥିଲେ  ।

ଏଥିସହିତ ପଢ଼ନ୍ତୁ: ଅନ୍‌ଲକ୍ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ୧୭ ଜିଲ୍ଲାରେ ୫ଟା ଯାଏଁ ଦୋକାନ ଖୋଲା