spot_img
Home Blog Page 5525

Twitterକୁ ଭାରି ପଡ଼ିଲା ନୂଆ ନିୟମ ପାଳନ ନକରିବା !

ନୂଆଦିଲ୍ଲୀ: ଭାରତ ସରକାରଙ୍କ ବାରମ୍ବାର ଚେତାବନୀ ସତ୍ତ୍ୱେ ଇଣ୍ଟରନେଟ୍ ମିଡିଆ ଦ୍ୱାରା ଜାରି କରାଯାଇଥିବା ନୂଆ ନିୟମ ମାନିବାକୁ ଅନିଚ୍ଛା ପ୍ରକାଶ କରିବା ଟ୍ୱିଟରକୁ ମହଙ୍ଗା ପଡ଼ିଛି । ଏହି ସୋସିଆଲ ମିଡିଆ କମ୍ପାନୀକୁ ଦିଆଯାଇଥିବା ମଧ୍ୟସ୍ଥିତାର ସ୍ଥିତି ସମାପ୍ତ ହୋଇଛି । ଏଭଳି ପରିସ୍ଥିତିରେ ପୋଲିସ ବର୍ତ୍ତମାନ କମ୍ପାନୀର ଭାରତୀୟ ୟୁନିଟର ପରିଚାଳନା ନିର୍ଦ୍ଦେଶକ ସମେତ ବରିଷ୍ଠ ଅଧିକାରୀଙ୍କୁ ପଚରାଉଚରା କରିପାରବ ଏବଂ ଏହି ପ୍ଲାଟଫର୍ମରେ ସେୟାର କରାଯାଇଥିବା ‘ବେଆଇନ କିମ୍ବା ଉସକାଇବା’ ଭଳି ବିଷୟବସ୍ତୁ ପାଇଁ ଆଇନଗତ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ କରିବାକୁ ମଧ୍ୟ ପଡ଼ିପାରେ । ଭାଇରାଲ ଭିଡିଓ ସେୟାର କରୁଥିବା ଭଳି ପୋଷ୍ଟକୁ ନେଇ ସୋସିଆଲ ମିଡିଆ ଜଣାଶୁଣା କମ୍ପାନୀ ବିରୋଧରେ ମାମଲା ରୁଜୁ ହେବା ପରେ ପରେ ସରକାରୀ ସୂତ୍ରରୁ ଏହି ସୂଚନା ମିଳିଛି ।

ସୂଚନା ଅନୁସାରେ ଫେବୃଆରୀରେ ଭାରତ ସରକାର ଇଣ୍ଟରନେଟ୍ ମିଡିଆ ପାଇଁ ନୂଆ ନିୟମ ଜାରି କରିଥିଲେ । ଯେଉଁଥିପାଇଁ ସୋସିଆଲ୍ ମିଡିଆ ପ୍ଲାଟଫର୍ମକୁ ଏହି ନୂଆ ନିୟମ ପାଳନ କରିବାକୁ ମେ ୨୫ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା। କିନ୍ତୁ ଟ୍ୱିଟର ଏହି ନିୟମକୁ ନେଇ କୌଣସି ପ୍ରତିକ୍ରିୟା ରଖି ନଥିଲା । ଏଭଳି ପରିସ୍ଥିତିରେ ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଣାଳୟର ସୂତ୍ରରୁ ପ୍ରକାଶ ଯେ,  ମେ ୨୫ ରେ ଲାଗୁ ହୋଇଥିବା ନିୟମର ସମସ୍ତ ବ୍ୟବସ୍ଥା ଟ୍ୱିଟର ଏପର୍ଯ୍ୟନ୍ତ ପାଳନ କରିନାହିଁ । ଯଦିଓ ସରକାର ୫ ଜୁନ୍ ପର୍ଯ୍ୟନ୍ତ ଚେତାବନୀ ଦେଇଥିଲେ, କିନ୍ତୁ ଏହା ପରେ ମଧ୍ୟ ଟ୍ୱିଟର ଏହି ନିୟମ ପାଳନ କରିପାରିଲା ନାହିଁ, ତେଣୁ ଏନେଇ ଏବେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ,  ମଧ୍ୟବର୍ତ୍ତୀ ସ୍ଥିତିର ସମାପ୍ତି ପରେ, ଏହି ପ୍ଲାଟଫର୍ମ ସାଧାରଣ ଗଣମାଧ୍ୟମ ବର୍ଗରେ ଆସିବ । ଏହାର ଅର୍ଥ ବର୍ତ୍ତମାନ ଯଦି ଟ୍ୱିଟରର ପ୍ଲାଟଫର୍ମରେ ଚାଲୁଥିବା କୌଣସି ବିଷୟବସ୍ତୁ, ଭିଡିଓ କିମ୍ବା ଅନ୍ୟ କୌଣସି ବିଷୟ ଉପରେ ମକଦ୍ଦମା ଦାୟର କରାଯାଏ, ତେବେ ଟ୍ୱିଟର ମଧ୍ୟ ଏଥିରେ ଏକ ପାର୍ଟୀ ବା ଦଳ ହେବ ଏବଂ ଭାରତୀୟ ଦଣ୍ଡବିଧି ଅନୁଯାୟୀ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବ।

ମୁଖ୍ୟ ଅନୁପାଳନ ଅଧିକାରୀଙ୍କ ନିଯୁକ୍ତି

ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ମଧ୍ୟସ୍ଥି ନିର୍ଦ୍ଦେଶାବଳୀ ପରେ ଟ୍ୱିଟର ମଙ୍ଗଳବାର ବିଳମ୍ବିତ ରାତିରେ ମଧ୍ୟବର୍ତ୍ତୀକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତ କରିଛି । ଖୁବ ଶୀଘ୍ର ଆଇଟି ମନ୍ତ୍ରଣାଳୟ ସହିତ ସବିଶେଷ ତଥ୍ୟ ସେୟାର କରାଯିବ ବୋଲି କମ୍ପାନୀ କହିଛି । ଟୁଇଟର ମୁଖପାତ୍ର କହିଛନ୍ତି ଯେ ନୂତନ ନିର୍ଦ୍ଦେଶାବଳୀ ଅନୁସରଣ କରିବା ପାଇଁ ସମସ୍ତ ପ୍ରୟାସ କରାଯାଉଛି। ପ୍ରତ୍ୟେକ ପଦକ୍ଷେପରେ ଅଗ୍ରଗତି ବିଷୟରେ ଆଇଟି ମନ୍ତ୍ରଣାଳୟକୁ ସୂଚନା ଦିଆଯାଉଛି।

ଏହାସହ ଇନଫର୍ମେସନ ଟେକ୍ନୋଲୋଜି ଷ୍ଟାଣ୍ଡିଂ କମିଟି ଟ୍ୱିଟରକୁ ସମନ ପଠାଇଛି । ଟୁଇଟର ଅଧିକାରୀମାନଙ୍କୁ ସମନ ପଠାଇ ଜୁନ୍ ୧୮ ସୁଦ୍ଧା କମିଟିରେ ହାଜର ହେବାକୁ କୁହାଯାଇଛି। ନାଗରିକ ଅଧିକାରର ସୁରକ୍ଷା, ସୋସିଆଲ ମିଡିଆ / ଅନଲାଇନ୍ ନ୍ୟୁଜ୍ ମିଡିଆ ପ୍ଲାଟଫର୍ମଗୁଡିକର ଅପବ୍ୟବହାର ରୋକିବା ଏବଂ ଅନଲାଇନ୍ ପ୍ଲାଟଫର୍ମରେ ମହିଳାଙ୍କ ସୁରକ୍ଷା ପ୍ରସଙ୍ଗରେ ଟ୍ୱିଟରକୁ ଡକାଯାଇଛି।

ଅନ୍‌ଲକ୍ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ୧୭ ଜିଲ୍ଲାରେ ୫ଟା ଯାଏଁ ଦୋକାନ ଖୋଲା

ଭୁବନେଶ୍ୱର: ଲକ୍‌ଡାଉନ୍‌ କଟକଣାକୁ କୋହଳ କଲେ ରାଜ୍ୟ ସରକାର । ଜୁଲାଇ ପହିଲା ଯାଏଁ ରାଜ୍ୟରେ ଲାଗୁ ହେବ ଆଂଶିକ ଲକ୍‌ଡାଉନ୍ । ରାଜ୍ୟର ସମସ୍ତ ଜିଲ୍ଲାକୁ ୨ଟି କ୍ୟାଟୋଗୋରୀରେ ବିଭକ୍ତ କରିଛନ୍ତି । ସଂକ୍ରମଣ ହାର ୫ ପ୍ରତିଶତରୁ କମ୍ ଥିବା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ୧୭ ଜିଲ୍ଲାମାନଙ୍କୁ ଏ କ୍ୟାଟୋଗୋରୀରେ ରଖାଯାଇଥିବା ବେଳେ ଅନ୍ୟ ୧୩ଟି ଜିଲ୍ଲାକୁ ବି କ୍ୟାଟୋଗୋରୀରେ ରଖାଯାଇଛି ।

କାଟେଗୋରୀ – A -ରେ ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା। ରହିଥିବା ବେଳେ କାଟେଗୋରୀ – Bରେ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୁରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲା ରହିଛି ।

କାଟେଗୋରୀ – A ଜିଲ୍ଲାଗୁଡ଼ିକରେ ସକାଳ ୬ରୁ ସନ୍ଧ୍ୟା ୫ ଯାଏଁ ଖୋଲା ରହିବ ଦୋକାନ ବଜାର । ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଓ ସରକାରଙ୍କ ପକ୍ଷରୁ ସ୍ୱୀକୃତି ଦିଆଯାଇଥିବା ଦୋକାନ ଖୋଲାରହିବ । ଧର୍ମାନୁଷ୍ଠାନ, ମଲ୍, ସୁମିଂ ପୁଲ, ରାଜନୈତିକ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ପୂର୍ବ ଭଳି ପ୍ରାୟ କଟକଣା ଲାଗୁ ରହିଥିବା ବେଳେ ସକାଳ ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।

କାଟେଗୋରୀ – Bଗୁଡ଼ିକରେ  ସକାଳ ୬ଟାରୁ ସନ୍ଧ୍ୟା ଦିନ ଗୋଟଏ ଯାଏଁ ଦୋକାନ ବଜାର ଖୋଲା ରହିବ । ଏଠାରେ ମଧ୍ୟ ଅତ୍ୟାବଶ୍ୟକୀୟ ସମଗ୍ରୀ ଦୋକାନ ଖୋଲାରହିବ । ଧର୍ମାନୁଷ୍ଠାନ, ମଲ୍, ସୁମିଂ ପୁଲ, ରାଜନୈତିକ କାର୍ଯ୍ୟକ୍ରମ ପୂର୍ବଭଳି ବନ୍ଦ ରହିବ । ୬ଟାରୁ ୯ ଯାଏଁ ପ୍ରାତଃ ଭ୍ରମଣ ନେଇ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି ।

ରାଜ୍ୟର ସମସ୍ତ ଜିଲ୍ଲାରେ ବ୍ୟାଙ୍କିଂ, ଶିଳ୍ପ ସଂସ୍ଥା, ମତ୍ସ୍ୟ ପଶୁପାଳନ, ହୋମ୍ ଡେଲିଭେରୀ , ପେଟ୍ରୋଲ ପମ୍ପ, ଟେଲିକମ୍ ସେବା କାର୍ଯ୍ୟ ଜାରି ରହିବ ବିଭିନ୍ନ ନିର୍ମାଣ କାର୍ଯ୍ୟ ଏବଂ ଏଥିସହିତ ସମ୍ପୃକ୍ତ ଦୋକାନ ଖୋଲା ରହିବ ଇଲେକ୍ଟ୍ରିକାଲ ଦୋକାନ ମଧ୍ୟ ଖୋଲା ରହିବ ମାଲ ପରିବହନ କରୁଥିବା ଗାଡ଼ି ଚଳାଚଳ କରିବ ପ୍ରଥମ ଥର ପାଇଁ ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଆଖି ଆଗରେ ରଖି ମିଠା ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ସପ୍ତାହାନ୍ତ ସଟ୍ଡାଉନ ବଳବତ୍ତର ରହିବ ବାହାଘର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବ ସଂଖ୍ୟାକୁ ନେଇ କଟକଣା ମଧ୍ୟ ବଳବତ୍ତର ରହିବ ଜିମ୍ ସେଲୁନ୍, ପାର୍କ ସାରା ରାଜ୍ୟରେ ବନ୍ଦ ରହିବ  ସାମାଜିକ ଓ ରାଜେନୖତି କାର୍ଯ୍ୟକ୍ରମ ବନ୍ଦ ରହିବ ମନ୍ଦିର ବନ୍ଦ ରହିବ କିନ୍ତୁ ନୀତିକାନ୍ତି ଚାଲୁ ରହିବ ଯାତ୍ରା ଏବଂ ଆଉଟ୍ ଡୋର୍ ସୁଟିଂ ବନ୍ଦ ରହିବ ଜନସାଧାଣରଙ୍କ ଜୀବନ ଏବଂ ଜୀବିକାକୁ ଆଖି ଆଗରେ ରଖି ରାଜ୍ୟ ସରକାର ନିଷ୍ପତ୍ତିି ନେଇଛନ୍ତି  ପଶ୍ଚିମବଙ୍ଗ ଆନ୍ଦ୍ରପ୍ରେଶ ଚେକ୍ ପୋଷ୍ଟରେ କଟକଣା ଜାରି ରହିବ କିନ୍ତୁ ଝାଡଖଣ୍ଡ ଓ ଛତିଶଗଡ଼ରେ ସଂକ୍ରମଣ ହ୍ରାସ ପାଇଥିବାରୁ ଚେଷ୍ଟ ପୋଷ୍ଟରେ କଟକଣା ହଟାଯିବ ।

ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ: ୯ ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ

କଟକ: ଲକଡାଉନ ଓ ସଟଡାଉନ ସମୟରେ ଚୋରା ବନ୍ଧୁକ କାରବାରର ପର୍ଦ୍ଦାଫାସ  । କଟକରୁ ୯ଟି ବନ୍ଧୁକ ଓ ୫୧ ରାଉଣ୍ଡ ଗୁଳି ଜବତ କରିବା ସହିତ ୪ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ । ସେହିପରି ୩  ମାସ ମଧ୍ୟରେ ୪୩ ବନ୍ଧୁକ ସହିତ ୨୨୫ ଗୁଳି ଜବତ କରାଯାଇଥିବା କହିଛନ୍ତି ପୋଲିସ କମିଶନର । ଗିରଫ ଅପରାଧୀଙ୍କ ମଧ୍ୟରେ ଧଳ ସାମନ୍ତ ବ୍ରଦର୍ସ ଘରୁ ଜବତ ଅସ୍ତ୍ରଶସ୍ତ୍ର ଲିଙ୍କରେ ଧରା ପଡିଥିବା ତାଳଚେରର ଟୁକୁନା ସାହୁ ରହିଛି । ତାକୁ ରିମାଣ୍ଡରେ ନେଇ ପଚରାଉଚରା ପରେ ଅନ୍ୟ ଅପରାଧୀ ସଂପର୍କରେ ସୁରାକ ପାଇଥିଲା ପୋଲିସ । ଅନ୍ୟ ୩ ଅପରାଧୀଙ୍କ ନାଁରେ ମଧ୍ୟ ପୂର୍ବରୁ ବିଭିନ୍ନ ଅପରାଧିକ ମାମଲା ରହିଥିବା କୁହାଯାଇଛି  ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ କରୋନା କଟକଣା ନେଇ ଦିନ ସାଢ଼େ ୧ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

 

ରାଜ୍ୟରେ କରୋନା କଟକଣା ନେଇ ଦିନ ସାଢ଼େ ୧ଟାରେ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଆସନ୍ତା କାଲି ସକାଳ ୫ଟାରେ ସରୁଛି ତୃତୀୟ ପର୍ଯ୍ୟାୟ ଲକଡାଉନ  । କାଲିଠୁ ଆଉ ଲକଡାଉନ ଅବଧି ବଢିବ କି ନାହିଁ ସେ ନେଇ ଆଜି ଦିନ ସାଢେ ଗୋଟାଏରେ ଘୋଷଣା ହେବ । ଏ ନେଇ ସବିଶେଷ ବାର୍ତ୍ତା ଦେବେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର  । ତେବେ କିଛି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ ଥିବାରୁ ସେହି ଜିଲ୍ଲା ଗୁଡିକରେ କଟକଣା କୋହଳ ହୋଇପାରେ  । ଅନ୍ୟପଟେ ଅଧିକ ସଂକ୍ରମଣ ଥିବା ଜିଲ୍ଲାରେ ସ୍ୱତନ୍ତ୍ର ରଣନୀତି ନେଇ ଘୋଷଣା କରିବେ ମୁଖ୍ୟ ଶାସନ ସଚିବ  ।

ଏଥିସହିତ ପଢ଼ନ୍ତୁ: କରୋନା କଟକଣା ନେଇ ସନ୍ଧ୍ୟାରେ ଘୋଷଣା: ଜାଣନ୍ତୁ କେଉଁ କେଉଁ ଜିଲ୍ଲା ହୋଇପାରେ ଅନ୍‌ଲକ୍

ବାସୁମତି ଚାଉଳକୁ ନେଇ ଭାରତ-ପାକିସ୍ତାନ ନୂଆ ବିବାଦ? ଜାଣନ୍ତୁ ପୂରା ଘଟଣା

ଭାରତ ପାକିସ୍ତାନ ଭିତରେ ଲାଗିଛି ଚାଉଳ ପାଇଁ କଳି । ଆପଣ ଭାରତ ପାକିସ୍ତାନ ଭିତରେ ସୀମା ବିବାଦ,ରାଜନୈାତିକ ମତଭେଦ , ଯୁଦ୍ଧକାଳୀନ ସ୍ଥିତି ପାଇଁ ବିବାଦ କଥା ପୂବର୍ରୁ ଶୁଣିଆସୁଛନ୍ତି ।  ହେଲେ ଏହି ଚାଉଳ ବିବାଦ କଣ? ଯାହାକୁ ନେଇ ଏହି ଦୁଇ ଦେଶ ଭିତରେ ନୂଆ ସମସ୍ୟା ଆରମ୍ଭ ହୋଇଛି । ସେ ବିଷୟରେ ଜାଣିବା ପୂବର୍ରୁ ଆଗ କହିଲେ ଆପଣମାନଙ୍କୁ ବାସୁମତି ଚାଉଳ ପସନ୍ଦ କି ନୁହେଁ  । ହଁ ନିଶ୍ଚିତ ଭାବେ ଅନେକ ଭାରତୀୟ ଏହି ସୁନ୍ଦର, ବାସ୍ନାଭରା ଲମ୍ବା ଦାନା ବାଲା ଚାଉଳକୁ ଖାଇବାକୁ ବେଶ ଭଲପାଆନ୍ତି । ଆଉ ଏହି ବାସୁମତି ଚାଉଳକୁ ଦୁନିଆର ଅନେକ ବିଶେଷ ଚାଉଳ ମାନଙ୍କ ଭିତରୁ ଖାସ୍ ଭାବେ ମଧ୍ୟ ଗଣାଯାଏ । ବୈଦେଶିକ ବଜାରରେ ଏହି ଚାଉଳର ବଡ଼ ଉତ୍ପାଦକ ହେଉଛି ଭାରତ । କିନ୍ତୁ ଏହି ପରିଚୟକୁ ବତ୍ତର୍ମାନ ପାକିସ୍ତାନ ନିଜ ନାଁରେ କରିବାକୁ ଚାହୁଁଛି ।

ଭାରତ ଏବେ ବାସୁମତି ଚାଉଳର ପ୍ରଡକ୍ଟ  ଜିଓଗ୍ରାଫିକାଲ ଇଣ୍ଡିକେସନ ଟ୍ୟାଗ ପାଇଁ ୟୁରୋପିୟନ ୟୁନିୟନଙ୍କୁ ଆବେଦନ କରିଛି  । ଏହାର ମଞ୍ଜୁରୀ ମିଳିଗଲେ ଭାରତକୁ ମିଳିଯିବ ବାସୁମତି ଚାଉଳର ମାଲିକାନା ।  କିନ୍ତୁ ଏହା ଏତେ ଟା ସହଜ ବି ନୁହେଁ । କାହିଁକି ନା ଏହି ମାଲିକାନା ହାସିଲ କରିବା ରାସ୍ତାରେ ଏବେ ପାକିସ୍ତାନ ବି ଓହ୍ଲାଇପଡିଛି । ପାକିସ୍ତାନକୁ ଡର ଯେ, ଭାରତ ତାର ବଜାରକୁ ହଡପ ନ କରିନେଉ । ଦେଖିବାକୁ ଗଲେ ଭାରତ ବାସୁମତି ଚାଉଳର ବୃହତ୍ତମ ରପ୍ତାନିକାରୀ ପ୍ରତି ବର୍ଷ ପ୍ରାୟ ୬.୮ ବିଲିୟନ ଡଲାର ଏଥିରୁ ଭାରତ ଲାଭ ପାଏ । ସେହି ତୁଳନାରେ ଯଦି ପାକିସ୍ତାନ କଥା କହିବା ତେବେ ସେ ଏଥିରୁ ୨.୨ ବିଲିୟନ ଡଲାରର ଆୟ ପାଇଥାଏ । ହେଲେ ଭାରତ ନିଜ ପାଇଁ ଟ୍ୟାଗ ହାସଲ କରିବା ଭୟ ପାକିସ୍ଥାନକୁ ଖାଇ ଗୋଡାଉଛି । ଯଦି ତାର ବଜାର ଉପରେ ଭାରତର ଆଧିପତ୍ୟ ବିସ୍ତାର ହେଇଯାଏ ତାହାଲେ ବାସୁମତି ଚାଉଳ ପାଇଁ ଭାରତ ହିଁ ଶ୍ରେଷ୍ଠ ବୋଲି ପରିଚୟ ପାଇବ ।  ଏହା ତ ପାକିସ୍ତାନର ଧାରଣା କିନ୍ତୁ ଆମ ଭାରତ ଏନେଇ କଣ କହୁଛି ସେ ବିଷୟରେ ବି ଜାଣିରଖନ୍ତୁ । ଭାରତ  ବାସୁମତି ଚାଉଳର ଏକୁଟିଆ  ଉତ୍ପାଦକ  ହେବାକୁ ଚାହେଁନି । ଆଉ ମାଲିକାନାର ଟ୍ୟାଗ ମିଳିବା ପରେ ଏକ ସୁସ୍ଥ ପ୍ରତିଯୋଗିତା ବଜାରରେ ହେଉ ବୋଲି ଭାରତ ଚାହେଁ । ପ୍ରତିଯୋଗିତା ରହିଲେ ଚାଉଳର ଭଲ କିସମ ଉପରେ ସମସ୍ତେ ଧ୍ୟାନ ଦେବେ । ଏବେ ଆପଣଙ୍କ ମନରେ ବି ପ୍ରଶ୍ନ ଆସୁଥିବ ଏହି  ଜିଆଇ ଟ୍ୟାଗ କଣ? ଏହି ଟ୍ୟାଗ ନ ମିଳିଲେ କଣ ଅସୁବିଧା ହେବ ? ତେବେ  ଜିଆଇ ଟ୍ୟାଗ ହେଉଛି ଏକ ପ୍ରକାରର କପି ରାଇଟ୍  । ବିଶେଷ ଭାବେ ନିଦ୍ଧିଷ୍ଟ ଅଞ୍ଚଳ ଓ ଖାସ୍ ଉତ୍ପାଦନ କୁ ହିଁ ଏହି ଟ୍ୟାଗ ଦିଆଯାଏ ।  ଯାହା ସବୁଠାରୁ ଉନ୍ନତମାନର ଓ ଅନ୍ୟମାନଙ୍କ ଠାରୁ ଭିନ୍ନ ସେହି ଜିନିଷକୁ ହିଁ ଏହି ଟ୍ୟାଗ ମିଳେ । ଯେମିତିକି ବନାରସୀ ଶାଢୀ ଭାରତର  । ଏହାର ମାନ୍ୟତା ଭାରତକୁ ମିଳିଛି । ଏଥିରେ କାମ କରିଥିବା କାରିଗର କିମ୍ବା ଏହାସହ ଜଡିତ ବ୍ୟକ୍ତିଙ୍କୁ ତାଙ୍କର ଶ୍ରେୟ ମିଳିପାରିଛି । ତେଣୁକରି ଜିଆଇ ଟ୍ୟାଗ ବିଭିନ୍ନ ଧରଣର ଜିନିଷକୁ ତା’ର ପ୍ରକୃତ ମାନ୍ୟତା ବା ପରିଚୟ ଦିଏ । ବାସୁମତି ଚାଉଳର ଶଦ୍ଦ ସଂସ୍କୃତରୁ ଆସିଅଛି । ବାସ ଅର୍ଥାତ  ସୁଗନ୍ଧ ଓ ମତି ଅର୍ଥାତ  ରାଣୀ । ତେଣୁ ବାସୁମତି ଚାଉଳକୁ ସୁଗନ୍ଧର ରାଣୀ ବୋଲି ବି ମାନାଯାଏ । ଇତିହାସ କୁହେ ଯେ, ଭାରତର ହିମାଳୟରେ ଥିବା ତରାଇ ଅଞ୍ଚଳରେ ଏହି ଚାଉଳ ଉତ୍ପାଦନ ହେଇଆସୁଛି । ଆଉ ଏବେ ହିମାଚଳପ୍ରଦେଶ, ପଞ୍ଚାବ, ହରିୟାଣା, ଉତ୍ତରାଖଣ୍ଡ, ଦିଲ୍ଲୀ ଓ ଜାମ୍ମୁକାଶ୍ମୀର ଭଳି ରାଜ୍ୟମାନଙ୍କରେ ଏହାର ଉତ୍ପାଦନ ବୃଦ୍ଧି ହେଲାଣି । ପ୍ରାଚୀନ ସମୟରେ  ଭାରତରେ ଏହି ଚାଉଳକୁ ଏରୋମେଟିକ ରାଇସ କୁହାଯାଉଥିବାର କଥା  ପୁରାତନ ବହିରେ ବି ଲେଖାଅଛି । ହରପ୍ପା ମହେଞ୍ଜୋଦାର ର ଖନନ ସମୟରେ ଏହି ଚାଉଳ ସେ ସମୟରୁ ରହିଥିବାର ପ୍ରମାଣ ମଧ୍ୟ ମିଳିଛି । କିନ୍ତୁ ଆହୁରି ଅନେକ ସ୍ଥାନରେ ଏହା ମଧ୍ୟ ଶୁଣିବାକୁ ମିଳେ ଯେ ପାର୍ସୀ  ବେପାରୀ ଭାରତକୁ ବାଣିଜ୍ୟ କରିବାକୁ ଆସିଥିବା ସମୟରେ ନିଜ ସାଥୀରେ ଅନେକ ବାସ୍ନାଯୁକ୍ତ ଚାଉଳ ଧରି ଆସିଥିଲେ  । ତେଣୁକରି ବାସୁମତି ଚାଉଳର ଇତିହାସ ବି ଭିନ୍ନ ଭିନ୍ନ କାହାଣୀ କୁହେ । ଦୁନିଆରେ ବାସୁମତି ଚାଉଳର ଉତ୍ପାଦକ  ହିସାବରେ ଭାରତ ୭୦ପ୍ରତିଶତ ଉତ୍ପାଦନ କରେ । ଚଳିତ ବର୍ଷ ଫେବୃଆରୀରେ  ଭାରତ ୪୧.୫ଲକ୍ଷ ଟନ ବାସମତି ଚାଉଳକୁ ୨୭ହଜାର କୋଟି ଟଙ୍କାରେ ବିକ୍ରି କରିଛି  । ଏହି ଚାଉଳର ବାସ୍ନା ପାଇଁ ଇନ୍ଟରନେସନାଲ ବଜାରରେ ଏହାର ଚାହିଦା ଖୁବ ଅଧିକ ରହିଛି । ତେବେ ଭାରତ ଟ୍ୟାଗର ଅବେଦନ କରିବାର କାରଣ ହେଉଛି । ଏଇ କିଛିଦିନ ତଳେ ବାସୁମତି ଚାଉଳର ମାନ୍ୟତା ପାଇଁ ମଧ୍ୟପ୍ରଦେଶ କେନ୍ଦ୍ରକୁ ଜିଆଇ ଟ୍ୟାଗର ଆବେଦନ କରିଥିଲା । କିନ୍ତୁ ଐତିହାସିକ ସ୍ତରରେ ଦେଖିଲେ ଏହି ଦେଶ କେବେ ବି ବାସମତି ଚାଉଳର ପ୍ରଥମ ଉତ୍ପନ  ସ୍ଥଳି ନଥିଲା । ଆଉ ଯଦି ଏହି ରାଜ୍ୟକୁ ଟ୍ୟାଗ ମିଳିଯାଏ ତାହାଲେ ଅନ୍ୟାନ୍ୟ ରାଜ୍ୟ ବି ଏଥିରେ ଅସନ୍ତୋଷ ପ୍ରକାଶ କରିବେ । ସେମାନେ ବି ମାନ୍ୟତା ଆଶାରେ ଲଢିବା ଆରମ୍ଭ କରିଦେବେ । ଏବଂ ଏହାର ପ୍ରଭାବ ଚାଉଳର ଗୁଣବତ୍ତା ଉପରେ ପଡିବ । ଆଉ ବୈଦେଶିକ ବଜାରରେ ଚାଉଳର ଚହିଦା କମିଯିବ । ତେଣୁକରି ଜିଆଇ ଟ୍ୟାଗ ଭାରତର ପ୍ରକୃତ ବାସୁମତି ଚାଉଳ ଉତ୍ପାଦନ ସ୍ଥାନକୁ ମିଳୁ ଯାହାଦ୍ୱାରା ଚାଉଳର କ୍ୱାଲିଟି ଓ ବଜାରରେ ତାହାର ଚାହିଦା ସବୁଦିନ ପାଇଁ ବଜାୟୀ ରହିବ ।

ଭାରତରେ ମିଳିଲା କରୋନାର ଆଉ ଏକ ଭାରିଏଣ୍ଟ, ପୁଣି ବଢିଲା ଚିନ୍ତା

ନୂଆଦିଲ୍ଲୀ: ଭାରତରେ ହଇଚଇ ସୃଷ୍ଟି କରିଥିବା କରୋନା ଭାଇରସର ଡେଲଟା ଭାରିଏଣ୍ଟ (B.1.617.2) ପୁଣି ଥରେ ତାର ରୂପ ବଦଳାଇଛି । ଏହି ନୂଆ ଭାରିଏଣ୍ଟ B.1.617.2.1 ଯାହାକୁ ସାଧାରଣ ଭାଷାରେ ‘AY.1’ ନାମରେ ନାମିତ କରାଯାଇଛି । ଏହି ଭାରିଏଣ୍ଟ ବର୍ତ୍ତମାନ ଧୀରେ ଧୀରେ ଭାରତ ସମେତ ଅନ୍ୟ ଦେଶମାନଙ୍କରେ ମଧ୍ୟ ବ୍ୟାପିବାରେ ଲାଗିଛି।

CSIR ଇନଷ୍ଟିଚ୍ୟୁଟ୍ ଅଫ୍ ଜେନୋମିକ୍ସ ଏବଂ ଇଣ୍ଟିଗ୍ରେଟିଭ୍ ବାୟୋଲୋଜି (IGIB) ର ବୈଜ୍ଞାନିକମାନେ କହିଛନ୍ତି ଯେ, AY.1 ଭାରିଏଣ୍ଟରେ ଇମ୍ୟୁନ ଠାରୁ ଲୁଚିବାର ଗୁଣ ରହିଛି । ଏହା ଶରୀରର ରୋଗ ପ୍ରତିରୋଧକ ପ୍ରତିକ୍ରିୟା, ଟିକା ଏବଂ ଆଣ୍ଟିବଡି ଥେରାପିକୁ ରୋକି ଆଂଶିକ କିମ୍ବା ସଂପୂର୍ଣ୍ଣ ରୂପରେ ରୋଗ ସୃଷ୍ଟି କରିପାରିବ ।

ଏପର୍ଯ୍ୟନ୍ତ ପୃଥିବୀରେ ଏହି ଭାରିଏଣ୍ଟର ୧୫୬ ନମୁନା ସାମ୍ନାକୁ ଆସିଛି । ଏହାର ପ୍ରଥମ ନମୁନା ମାର୍ଚ୍ଚ ମାସରେ ୟୁରୋପରେ ମିଳିଥିଲା ​। ଭାରତରେ ଏହାର ପ୍ରଥମ ମାମଲା ଏପ୍ରିଲରେ ଚିହ୍ନଟ ହୋଇଥିଲା । GISAID ରେ ଅପଲୋଡ୍ ହୋଇଥିବା ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୮ ଟି ନମୁନା ମିଳିଛି । ଭାରତରେ ମିଳିଥିବା ଏହି ନମୁନା ମଧ୍ୟରୁ ତିନୋଟି ତାମିଲନାଡୁ ଏବଂ ଓଡିଶା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ ଏବଂ ମହାରାଷ୍ଟ୍ରରୁ ଗୋଟିଏ ଲେଖାଏଁ ନମୁନା ମିଳିଛି। ଭାଇରସରର ସ୍ପାଇକ୍ ପ୍ରୋଟିନରେ ହେଉଥିବା AY.1 ର ଏହି ପରିବର୍ତ୍ତନକୁ K417N ଭାବରେ ଚିହ୍ନଟ କରାଯାଇଛି । ଏହି ପରିବର୍ତ୍ତନ ବ୍ରାଜିଲରେ ମିଳୁଥିବା ବିଟା ଭାରିଏଣ୍ଟରେ (B.1.351) ମଧ୍ୟ ମିଳିଛି ।

ଆଇଜିବି ବୈଜ୍ଞାନିକ ବିନୋଦ ସ୍କାରିୟା ଏକ ଟ୍ୱିଟ୍‌ରେ କହିଛନ୍ତି ଯେ, ଏହି ପରିବର୍ତ୍ତନଶୀଳ ଭାରିଏଣ୍ଟ କୁ ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବହୁ ପରିମାଣରେ, ନୂଆ ପରିବର୍ତ୍ତନ ମାଧ୍ୟମରେ ଭାଇରସ୍ ବ୍ୟାପିବାରେ ଏବଂ ରୋଗ ପ୍ରତିରୋଧକ ଶକ୍ତି ଠାରୁ ବଞ୍ଚିବାକୁ ଚେଷ୍ଟା କରେ । ବ୍ରିଟେନର ସରକାରୀ ଏଜେନ୍ସି ପବ୍ଲିକ ହେଲଥ୍ ଇଂଲଣ୍ଡ ମଧ୍ୟ K417N ପରିବର୍ତ୍ତନ ଉପରେ ନଜର ରଖିଛି । ଏପର୍ଯ୍ୟନ୍ତ ଏହି ପ୍ରକାରର ଅତି କମରେ ୩୫ଟି ମାମଲା ସାମ୍ନାକୁ ଆସିଛି  । ଏହି ରୋଗୀମାନଙ୍କ ମଧ୍ୟରୁ ଦୁଇଜଣ ଟିକାର ଉଭୟ ଡୋଜ ପାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ କାହାର ମୃତ୍ୟୁ ହୋଇ ନଥିବା ଜଣାପଡ଼ିଛି ।

IGIB ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ତଥ୍ୟ ସୂଚିତ କରେ ଯେ ପୂର୍ବରୁ AY.1 ଭାରିଏଣ୍ଟର ସଂକ୍ରମିତ ଦୁଇଟି ଭିନ୍ନ ଭିନ୍ନ ସମୂହ ଅଛନ୍ତି। ସ୍ପାଇକ୍ ମ୍ୟୁଟେସନ୍ A222Vର ଏକ ଛୋଟ ଗୋଷ୍ଠୀ ଆମେରିକାର କାଲିଫର୍ନିଆର । ଦ୍ୱିତୀୟ ଗୋଷ୍ଠୀ ବୃହତ, ଯେଉଁଥିରେ ବ୍ରିଟେନ, ଭାରତ ଏବଂ ନେପାଳ ସମେତ ଅନ୍ୟ ଆଠଟି ଦେଶରେ ସ୍ପାଇକ୍ ପ୍ରୋଟିନ୍ ମ୍ୟୁଟେସନ୍ T95I ଅଛି ।

IGIBର ଗବେଷକ ବାନି ଜୋଲି ଏକ ଟୁଇଟ୍ କରି କହିଛନ୍ତି, “ବୃହତ (T95I) କ୍ଲଷ୍ଟରକୁ ଦେଖିଲେ, ଏମିତି ଲାଗିଥାଏ ଯେମିତି AY.1 ସ୍ୱତନ୍ତ୍ର ଭାବରେ ଅନେକ ଥର ଏବଂ ଯେଉଁ ଦେଶମାନଙ୍କରେ ଜେନୋମିକ୍ ସର୍ବିଲାନ୍ସର ସୁବିଧା ସୀମିତ ଅଛି ସେଠାରେ ସେ ଅଧିକ ବ୍ୟାପି ଥାଏ ।

ଜଲି କହିଛନ୍ତି, ‘K417N ରେ ଭାଇରସର ବୃଦ୍ଧି ପାଉଥିବା କ୍ଷମତା ଅଛି ଯାହା ଇମ୍ୟୁନ ସିଷ୍ଟମରୁ ବଞ୍ଚିବାରେ ସକ୍ଷମ । ତେଣୁ ଡେଲ୍ଟାର ଭାରିଏଣ୍ଟକୁ ଦେଖି ଅନ୍ୟ କୌଣସି ପରିବର୍ତ୍ତନକୁ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଥି ସହିତ ସ୍କାରିୟା କହିଛନ୍ତି ଯେ ଭାଇରସର ଏହି ପରିବର୍ତ୍ତନ ମୋନୋକ୍ଲୋନଲ ଆଣ୍ଟିବଡି ଥେରାପିକୁ ମଧ୍ୟ ରୋକିପାରେ।

କୋଭିଡ-19ର ଭ୍ୟାକ୍ସିନ୍ ଆଡମିନିଷ୍ଟ୍ରେସନ୍ ଉପରେ ନ୍ୟାସନାଲ ଏକ୍ସପର୍ଟ ଗ୍ରୁପର ଚେୟାରମ୍ୟାନ୍ ଡକ୍ଟର ଭି.କେ ପାଲ୍ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏହି ନୂଆ ଭାରିଏଣ୍ଟ ଚିନ୍ତାଜନକ ନୁହେଁ । ଆମେ ଏପର୍ଯ୍ୟନ୍ତ ଏହା ବିଷୟରେ ଅଧିକ ଜାଣିନାହୁଁ ଏବଂ ଏହାକୁ ଅଧ୍ୟୟନ କରୁଛୁ । ଏଥିରେ ଭାରତର ମାମଲାଗୁଡ଼ିକ ମଧ୍ୟ ଅନ୍ତର୍ଭୁକ୍ତ।

କରୋନା କଟକଣା ନେଇ ସନ୍ଧ୍ୟାରେ ଘୋଷଣା: ଜାଣନ୍ତୁ କେଉଁ କେଉଁ ଜିଲ୍ଲା ହୋଇପାରେ ଅନ୍‌ଲକ୍

ଭୁବନେଶ୍ୱର: ଅନଲକ ହେବ ଓଡ଼ିଶା । ଏନେଇ ଆଜି ଆସିପାରେ ନିଷ୍ପତ୍ତି । ୧୫ ଦିନର ତଥ୍ୟ ସଂଗ୍ରହ କରି ବିଚାର ବିମର୍ଶ କରୁଛନ୍ତି ରାଜ୍ୟ ସରକାର । ରାଜ୍ୟରେ ସଂକ୍ରମଣ, ପଜିଟିଭ ହାର ଦ୍ରୁତଗତିରେ କମିବା ସହ ହସ୍ପିଟାଲ ଉପରୁ ଧୀରେ ଧୀରେ ଚାପ କମୁଛି । ୧୪ଟି ଜିଲ୍ଲାରେ ସଂକ୍ରମଣ ୫ ପ୍ରତିଶତ ତଳେ ରହିଛି । ଏହାସହ କମିବାରେ ଲାଗିଛି ସଂକ୍ରମଣ ଓ ପଜିଟିଭିଟି ହାର । କେଉଁଠି ଲାଗିବ କଟକଣା ଏନେଇ ବିଚାର ବିମର୍ଶ ଜାରି ରହିଛି  । ବିଶେଷକରି ୫ ପ୍ରତିଶତ ତଳକୁ ଥିବା ଜିଲ୍ଲାରେ ଅନଲକ ହେବ । ଏହାସହ ୫ରୁ୧୦ ପ୍ରତିଶତ ଥିବା ଜିଲ୍ଲା ଅନଲକ  ସହ କଟକଣା ଜାରି କରାଯିବ । ହେଲେ ୧୦ ପ୍ରତିଶତ ଉପରେ ଥିବା ଜିଲ୍ଲା ଗୁଡ଼ିକରେ ତାଲା ନଖୋଲିବାର ସମ୍ଭାବନା ରହିଛି । ମୁଖ୍ୟତଃ ଗଂଜାମ, ଗଜପତି, ସମ୍ବଲପୁର, ସୋନପୁର, ନୂଆପଡ଼ା, ଦେବଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ବଲାଙ୍ଗୀର,କନ୍ଧମାଳ ପରି ଜିଲ୍ଲାରେ ଅନଲକ କରିବେ ସରକାର । ହେଲେ ସଂକ୍ରମଣ ଓ ପଜିଟିଭ ହାର ଅଧିକ ଥିବା ଖୋର୍ଦ୍ଧା, ଯାଜପୁର, ପୁରୀ, କଟକ, ବାଲେଶ୍ୱର, ଅନୁଗୁଳ, ନୟାଗଡ଼ରେ  ଜିଲ୍ଲାରେ ଅନଲକ ପ୍ରକ୍ରିୟାକୁ ଯାଇନପାରନ୍ତି ସରକାର । ତେଣେ ବିଶେଷଜ୍ଞ କହିବା କଥା ହେଲା ଅନଲକ ସମୟରେ ରାତ୍ରିକଟକଣା, ମଲ, ଜିମ, ଜନଗହଳୀ ସ୍ଥାନରେ କଟକଣା ବଳବତ୍ତ ରହିବା ଆବଶ୍ୟକ  ।

ତେବେ ୨୦ ଜିଲ୍ଲାର ୧୦୦ ତଳେ ସଂକ୍ରମଣ ରହିଛି । ରାଜ୍ୟର ମଧ୍ୟ ପଜିଟିଭିଟି ରେଟ୍ କମୁଛି ,ଦେଶ ଓ ରାଜ୍ୟର ମଧ୍ୟ ମୃତ୍ୟୁ ହାର କମିବା ଆରମ୍ଭ ହେଲାଣି । ଏସବୁ କୁ ନଜରରେ ରଖି ଲକ୍‌ଡାଉନ୍ ନିଷ୍ପତ୍ତି ନିଆଯିବ । ତେବେ ଲକଡାଉନ୍ ନେଇ ରାଜ୍ୟ ସରକାର ସନ୍ଧ୍ୟାରେ ଜଣାଇବେ ବୋଲି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି ।

ଏଥିସହିତ ପଢ଼ନ୍ତୁ: ଟ୍ୱିନ୍ ସିଟିର ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା: ୨ ମୃତ, ଅଳ୍ପକେ ବର୍ତ୍ତିଲେ ପୋଲିସ କର୍ମଚାରୀ

କଙ୍ଗାରୁକୋର୍ଟ: ଗୋ ହତ୍ୟା ମାମଲାରେ ୪ ସନ୍ଦିଗ୍ଧଙ୍କୁ ପଘା ପାକାଇ ବୁଲାଇଲେ ଗାଁ ଲୋକେ

ଗାଁ ଦାଣ୍ଡରେ ବସିଲା କଙ୍ଗାରୁକୋର୍ଟ, ଶୁଣାଇଲେ ସଜା  । ଗୋ ହତ୍ୟା ମାମଲାରେ ୪ ସନ୍ଦିଗ୍ଧଙ୍କ ବେକରେ ପଘା ପକାଇ ବୁଲାଇଲେ ଗାଁ ଲୋକ  । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଅଞ୍ଚଳରେ ଏ ଘଟଣା  । ଯାହାର ଭିଜୁଆଲ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି  । ଏନେଇ ଥାନାରେ ମାମଲା ରୁଜୁ ହୋଇନଥିବା ବେଳେ, ବୁଦ୍ଧିଜୀବୀଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି  । ସୂଚନା ଅନୁସାରେ ଗାଁର ୪ଜଣ ବ୍ୟକ୍ତି ଗତ ୭ ତାରିଖରେ ଏକ ବଳଦକୁ ହତ୍ୟା କରିଥିଲେ  । ଏହା ଜଣାପଡିବା ପରେ ଆଇନକୁ ହାତକୁ ନେଇଥିଲେ ଲୋକେ  ।

ଏଥିସହିତ ପଢ଼ନ୍ତୁ: ସୁସ୍ଥତା ଆଡ଼କୁ ଅଗ୍ରସର ଓଡ଼ିଶା: ୩ହଜାର ୫୩୫ ସଂକ୍ରମିତ ଚିହ୍ନଟ

ଅନଲକ ପଞ୍ଜାବ: ୫୦ ପ୍ରତିଶତ ଲୋକରେ ଖୋଲିବ ଢାବା, ରେଷ୍ଟୁରେଣ୍ଟ, ସିନେମା ହଲ ଓ ଜିମ ସେଣ୍ଟର

ଚଣ୍ଡିଗଡ଼: ବିଭିନ୍ନ ରାଜ୍ୟରେ ନିୟନ୍ତ୍ରଣରେ ଆସୁଛି କରୋନା ସଂକ୍ରମଣ । ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ ପଞ୍ଜାବରେ ମଧ୍ୟ ସଂକ୍ରମଣ ନିୟନ୍ତ୍ରଣରେ ଆସୁଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ମଧ୍ୟ କଟକଣା କୋହଳ କରାଯାଉଛି । ଏହି ଧାରାରେ ଆଜି ସାମିଲ ହୋଇଛି ପଞ୍ଜାବ । ସଂକ୍ରମଣ କମୁଥିବାରୁ ପଞ୍ଜାବରେ ଆଜିଠାରୁ ଆରମ୍ଭ ହେଉଛି ଅନଲକ ପ୍ରକ୍ରିୟା । ରାଜ୍ୟରେ ୫୦ ପ୍ରତିଶତ ଲୋକରେ ଢାବା, ରେଷ୍ଟୁରେଣ୍ଟ, ସିନେମା ହଲ ଓ ଜିମ ସେଣ୍ଟର ଖୋଲାଯିବ ।

ସେହିପରି ବିବାହ ଓ ଶେଷକୃତ୍ୟରେ ୫୦ ଜଣ ଲୋକଙ୍କୁ ଅନୁମତି ଦିଆଯାଇଛି । ଏବଂ ଗମନାଗମନ ଉପରୁ ମଧ୍ୟ କଟକଣା ହଟିଛି । ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଏସି ବସ ଚଳାଚଳ କରିହେବା ନେଇ ଅନୁମତି ମିଳିଛି । ଏହାସହ ରାତ୍ରିକାଳିନ କର୍ଫ୍ୟୁ ଜାରି ରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଜାରି ରହିବ ।

ସେପଟେ ଦେଶରେ ଲଗାତାର କମିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ତାମିଲନାଡୁରେ ୧୧ହଜାର ୮୦୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୁମ୍ବାଇରେ ୫୭୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବିହାରରେ ମଧ୍ୟ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି ଏହାକୁ ଦୃଷ୍ଟିରେ ରଖି ଲକଡାଉନ କଟକଣା କୋହଳ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । ଏଣିକା ସଂଧ୍ୟା ୬ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

୨୪ ଘଣ୍ଟାରେ ଦେଶରେ ୨,୫୪୨ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ

ନୂଆଦିଲ୍ଲୀ: ଦେଶରେ ତଳମୁହାଁ କରୋନା ଗ୍ରାଫ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬୨ ହଜାର ୨୨୪ ନୂଆ ସଂକ୍ରମିତ । ସେହିପରି  ଆଉ ୨୫ଶହ ୪୨ ଜୀବନ ନେଇଛି ମହାମାରୀ । ଏହାସହ କରୋନାରୁ ସୁସ୍ଥ ହୋଇଛନ୍ତି ଆଉ ୧ ଲକ୍ଷ ୭ ହଜାର  ୬ଶହ ୨୮ ଜଣ ସଂକ୍ରମିତ  । ତେବେ ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୯୬ ଲକ୍ଷ  ୩୩ ହଜାର ୧୦୫ରେ ପହଞ୍ଚିଛି  ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ, ଏବେ ସୁଦ୍ଧା କରୋନାରୁ ମୋଟ ୨ କୋଟି ୮୩ ଲକ୍ଷ ୮୮ ହଜାର ୧ ଶହ ସଂକ୍ରମିତ ସୁସ୍ଥ ହୋଇଛନ୍ତି  । ଏବଂ ବର୍ତ୍ତମାନ ସୁଦ୍ଧା ଦେଶରେ ୮ ଲକ୍ଷ ୬୫ ହଜାର ୪୩୨ ସକ୍ରିୟ ମାମଲା ରହିଛି  । ଏହାସହ ମୋଟ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୫୭୩କୁ ବୃଦ୍ଧି ପାଇଛି  । ସେପଟେ ଦେଶରେ ଟିକାକରଣ ଜାରି ଥିବା ବେଳେ ମୋଟ ୨୬ କୋଟି ୧୯ ଲକ୍ଷ ୭୨ ହଜାର ୧୪ଜଣଙ୍କୁ ଟିକା ଦିଆଯାଇଛି  ।

ସେହିପରି ମଙ୍ଗଳବାର ଦିନ ମହାରାଷ୍ଟ୍ରରେ ୭,୬୫୨ ଜଣ ଲୋକ ସଂକ୍ରମିତ ହୋଇଥିବା ବେଳେ ୧୫,୧୭୬ଜଣ ସୁସ୍ଥ ହୋଇଛନ୍ତି । ଏବଂ ୧,୪୫୮ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ସୁଦ୍ଧା ଏଠାରେ ୫୯.୨୪ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୫୬.୬୯ ଲକ୍ଷ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଏବଂ  ସମୁଦାୟ ୧.୧୪ ଲକ୍ଷ ଲୋକଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ୧.୩୮ ଲକ୍ଷ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଅନ୍ୟପଟେ ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର ଦିନ ୨୨୮ଜଣ କରୋନା ପଜିଟିଭ୍ ହୋଇଛନ୍ତି । ୩୬୪ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏବଂ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ୧୪.୩୧ ଲକ୍ଷ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି। ଏଥିମଧ୍ୟରୁ ୧୪.୦୩ ଲକ୍ଷରୁ ଅଧିକ ଲୋକ ଆରୋଗ୍ୟ ହୋଇଥିବାବେଳେ ୨୪,୮୫୧ ରୋଗୀଙ୍କ ମୃତ୍ୟୁ ହୋଇଛି। ଏଠାରେ ୩,୦୭୮ ରୋଗୀ ଚିକିତ୍ସିତ ହେଉଛନ୍ତି।