spot_img
Home Blog Page 5529

ଦୀର୍ଘ ସମୟର ହାଇ ଡ୍ରାମା ପରେ କାବୁ ହେଲା ବନ୍ଧୁକଧାରୀ ଦୁର୍ବୃତ୍ତ

ବଲାଙ୍ଗୀର: ପ୍ରେମ ସମ୍ପର୍କକୁ ନେଇ ଆତଙ୍କ ରାଜ। ଦୀର୍ଘ ସମୟର ହାଇ ଡ୍ରାମା ପରେ କାବୁ ହେଲା ବନ୍ଧୁକଧାରୀ ଦୁର୍ବୃତ୍ତ। ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ବନ୍ଧୁକଧାରୀ ଯୁବକ ବିକ୍ରମ ପଣ୍ଡାକୁ କାବୁ କରିବାରେ ସଫଳ ହୋଇଛି ବଲାଙ୍ଗୀର ପୋଲିସ। କାବୁ କରିବା ସମୟରେ ବନ୍ଧୁକଧାରୀ ଦୁର୍ବୃତ୍ତ ଜଣକ ୨ ରାଉଣ୍ଡ ବ୍ଲାଙ୍କ ଫାୟାରିଂ କରିଥିଲା। ତେବେ ଫାୟାରିଂରେ କାହାରି କ୍ଷତି ହୋଇନଥିବା ସୂଚନା ମିଳିଛି। ଏହା ପୂର୍ବରୁ ବନ୍ଧକଙ୍କୁ ଉଦ୍ଧାର କରାଯାଇଥିଲା। ଶିଡ଼ି ପକାଇ ପୋଲିସ ଜଣେ ପୁରୁଷ, ଜଣେ ମହିଳା ଓ ଜଣେ ନାବାଳକଙ୍କୁ ଉଦ୍ଧାର କରିଥିଲା। ପ୍ରେମ ସମ୍ପର୍କକୁ ନେଇ ଏଭଳି ଘଟଣା ଘଟିଥିବା ଚର୍ଚ୍ଚା ହେଉଛି। ତେବେ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର ପରେ ସଂପୃକ୍ତ ଦୁର୍ବୃତ୍ତକୁ କାବୁ କରିବାକୁ ଅଭିଯାନ ଚଳାଇଥିଲା ପୋଲିସ।

ବୁଲେଟ୍ ପ୍ରୁଫ୍ ଜ୍ୟାକେଟ୍ ପିନ୍ଧି ଏସଡିପିଓ ତୋଫାନ ବାଗଙ୍କ ନେତୃତ୍ବରେ ୫ ଜଣ ଯବାନ ଘର ଭିତରେ ପଶିଥିଲେ। ଉଦ୍ଧାର ହୋଇଥିବା ଦିବ୍ୟ ଲୋଚନ ହୋତାଙ୍କ କହିବା କଥା ହେଲା, ହଠାତ ଘର ଭିତରକୁ ପଶି ଭାଣିଜୀ କୁଆଡ଼େ ଗଲା ଡାକ ବୋଲି କହିଥିଲା ଦୁର୍ବୃତ୍ତ ବିକ୍ରମ ପଣ୍ଡା। ଭାଣିଜୀକୁ ନଡାକିଲେ ସମସ୍ତଙ୍କୁ ଗୁଳି କରି ମାରିଦେବାକୁ କହି ବନ୍ଧୁକ ବାହାର କରିଥିଲା। କୁହାଯାଉଛି, ଦିବ୍ୟଲୋଚନ ହୋତାଙ୍କ ଭାଣିଜୀ ବଲାଙ୍ଗୀର ମେଡିକାଲରେ କିରାଣି ଭାବେ କାର୍ଯ୍ୟ କରନ୍ତି। କିନ୍ତୁ ତାଙ୍କ ସହ ବିକ୍ରମର ପ୍ରେମ ସମ୍ପର୍କ ଅଛି ନା ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ଏହା ଏକତରଫା ପ୍ରେମ ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ଶେଷରେ ଘର ଭିତରୁ ବିକ୍ରମକୁ ପୋଲିସ କାବୁ କରିଥିବା ବେଳେ, ଘଟଣାର ତଦନ୍ତ ଜାରି ରଖିଛି।

RBI ଦେଲା ପ୍ରିପେଡ୍ ଗ୍ରାହକଙ୍କୁ ଖୁସି ଖବର ! ଏବେ ଅଗଷ୍ଟରୁ ଏମିତି କରିପାରିବେ ମୋବାଇଲ ରିଚାର୍ଜ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କହିଛି ଯେ, ଭାରତ ବିଲ ପେମେଣ୍ଟ ସିଷ୍ଟମ (ବିବିପିଏସ)ର ପରିସର ବଢାଇ ‘ମୋବାଇଲ ପ୍ରିପେଡ ରିଚାର୍ଜ’ର ସୁବିଧା ଏଥିରେ ବିଲ୍ ଭାବରେ ଯୋଗ କରାଯିବ। ଏହା ଦ୍ୱାରା ଦେଶରେ ପ୍ରିପେଡ୍ ଫୋନ୍ ସେବାର କୋଟି କୋଟି ବ୍ୟବହାରକାରୀଙ୍କୁ ସାହାଯ୍ୟ ମିଳିପାରିବ । ସେପ୍ଟେମ୍ବର ୨୦୧୯ରେ, BBPSର ପରିସରକୁ ବିସ୍ତାର କରି, ଏଥିରେ ବାରମ୍ବାର ବିଲ ପଠାଉଥିବା (ମୋବାଇଲ୍ ପ୍ରିପେଡ୍ ରିଚାର୍ଜ ବ୍ୟତୀତ) ସବୁ ବର୍ଗର ବିଲର୍ସ(ବିଲ୍ ପଠାଉଥିବା କମ୍ପାନୀ )ଙ୍କୁ ସ୍ବେଚ୍ଛାକୃତ ଅଂଶୀଦାର ଭାବରେ ଯୋଗ କରାଯାଇଥିଲା ।

ଏହା ପୂର୍ବରୁ ନିୟମ କ’ଣ ଥିଲା?

ଏହାପୂର୍ବରୁ, ବିବିପିଏସ୍ ମାଧ୍ୟମରେ ବାରମ୍ବାର ବିଲ୍ ଦେବାର ସୁବିଧା କେବଳ ପାଞ୍ଚଟି ବିଭାଗରେ ଉପଲବ୍ଧ ଥିଲା ଯେଉଁଥିରେ ଡକ୍ୟୁମେଣ୍ଟ ଟୁ ହୋମର (DTH), ବିଦ୍ୟୁତ୍, ଗ୍ୟାସ୍, ଟେଲିକମ୍ ଏବଂ ଜଳ ଅନ୍ତର୍ଭୁକ୍ତ ଥିଲା । ଏକ ସର୍କୁଲାରରେ ରିଜର୍ଭ ବ୍ୟାଙ୍କ କହିଛି ଯେ, “ଭିନ୍ନ ଭିନ୍ନ ବିଲର ଶ୍ରେଣୀରେ ନିୟମିତ ବୃଦ୍ଧି ସହିତ ମୋବାଇଲ୍ ପ୍ରିପେଡ୍ ଗ୍ରାହକଙ୍କୁ ରିଚାର୍ଜ ପାଇଁ ଏବଂ ବିକଳ୍ପ ପ୍ରଦାନ କରିବାର ସୁବିଧା ପ୍ରଦାନ କରିବା ଉଦ୍ଦେଶ୍ୟରେ, ବିବିପିଏସରେ ସ୍ୱେଚ୍ଛାକୃତ ଭାବରେ ବିଲର ଶ୍ରେଣୀରେ ‘ମୋବାଇଲ୍ ପ୍ରିପେଡ୍ ରିଚାର୍ଜ’କୁ ଅନୁମୋଦନ କରିବାକୁ ନିଷ୍ପତ୍ତି ନେଇଛି ।

ପ୍ରିପେଡ୍ ଫୋନ୍ ସେବାର ୧୧୦ କୋଟି ଉପଭୋକ୍ତା

ଡିସେମ୍ବର ୨୦୨୦ରେ ଭାରତରେ ପ୍ରିପେଡ୍ ଫୋନ୍ ସେବାର ୧୧୦ କୋଟି ଉପଭୋକ୍ତା ଥିଲେ। ରିଜର୍ଭ ବ୍ୟାଙ୍କ କହିଛି ଯେ, ଅଗଷ୍ଟ ୩୧ କିମ୍ବା ଏହା ପୂର୍ବରୁ ଏହା କାର୍ଯ୍ୟକାରୀ ହେବ । ବିବିପିଏସ୍ ହେଉଛି ବିଲ୍ ପେମେଣ୍ଟର ଏକ ସମନ୍ୱିତ ପ୍ରଣାଳୀ ଯାହା ଗ୍ରାହକଙ୍କୁ ଅନଲାଇନ୍ ତଥା ଏଜେଣ୍ଟମାନଙ୍କର ଏକ ନେଟୱାର୍କ ମାଧ୍ୟମରେ ଅଫଲାଇନର ସୁବିଧା ଦେଇଥାଏ । ଇଣ୍ଟରପୋରେବଲ୍ ବିଲ୍ ପେମେଣ୍ଟ ସେବା ପ୍ରଦାନ କରିଥାଏ । ବିବିପିଏସ୍, ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ଅଧୀନରେ କାମ କରେ ।

ଅନଲକ୍ ବିହାର: ସଂଧ୍ୟା ୬ ପର୍ଯ୍ୟନ୍ତ ଦୋକାନ ବଜାର ଖୋଲିବାକୁ ମିଳିଲା ଅନୁମତି

ପାଟନା: ତଳମୁହାଁ ହେଉଛି କରୋନା ସଂକ୍ରମଣ । ଏହାକୁ ନଜରରେ ରଖି ବିହାରରେ କୋହଳ ହେବାକୁ ଯାଉଛି କରୋନା କଟକଣା । କରୋନା ସଂକ୍ରମଣ ହ୍ରାସକୁ ଦୃଷ୍ଟିରେ ରଖି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଲକଡାଉନକୁ କୋହଳ କରିବାକୁ ଘୋଷଣା କରିଛନ୍ତି । ଏବଂ ବର୍ତ୍ତମାନ ସେଠାରେ ଦୋକାନ ଏବଂ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନକୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ବ୍ୟତୀତ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲିବାକୁ ଏବଂ ଏକ ସପ୍ତାହ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାକୁ ଅନୁମତି ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଟ୍ୱିଟରେ କହିଛନ୍ତି ଯେ,  ଜୁନ୍ ୧୬ରୁ ଜୁନ୍ ୨୨ ପର୍ଯ୍ୟନ୍ତ ପ୍ରତିବନ୍ଧକଗୁଡିକ କୋହଳ କରିବାର ନିର୍ଦ୍ଦେଶ ଦିଆଯାଇଛି ।

ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟ୍ କରି କହିଛନ୍ତି, ‘କରୋନା ସଂକ୍ରମଣର ପରିସ୍ଥିତିର ସମୀକ୍ଷା କରାଯାଇଥିଲା। ଏହି ଆଧାରରେ ପରବର୍ତ୍ତୀ ସପ୍ତାହେ ଯଥା ୧୬ ଜୁନ୍ ୨୦୨୧ରୁ ୨୨ ଜୁନ୍ ୨୦୨୧ ପର୍ଯ୍ୟନ୍ତ ପ୍ରତିବନ୍ଧକକୁ କୋହଳ କରାଯାଇଛି । ବର୍ତ୍ତମାନ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଖୋଲା ରହିବ, ଏହାସହ ଦୋକାନ ଏବଂ ପ୍ରତିଷ୍ଠାନଗୁଡ଼ିକ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ । ଏବଂ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ ରାତି କର୍ଫ୍ୟୁ ଲାଗୁ ରହିବ ।

ସୂଚନା ଅନୁସାରେ, ଅନଲକ୍ ୧ ଘୋଷଣା ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ ରାଜଧାନୀ ପାଟନାର ପରିସ୍ଥିତକୁ ସମୀକ୍ଷା କରିଥିଲେ । କେବଳ ଏତିକି ନୁହେଁ,  ବରଂ ସମ୍ପୃକ୍ତ ଅଧିକାରୀଙ୍କ ସହ କଥାବାର୍ତ୍ତା ମଧ୍ୟ କରିଥିଲେ। ବିହାରରେ ଯେଉଁଠାରେ କରୋନା ମାମଲାରେ ହ୍ରାସ ହୋଇଛି, ସେଠାରେ ଗୋଟିଏ ଦିନର ବ୍ୟବଧାନରେ ଦୋକାନ ଖୋଲୁଛି । ଯଦିଓ ବଜାର ଖୋଲିବା ପାଇଁ ସରକାର ପୂର୍ବରୁ ସକାଳ ୬ ଟାରୁ ୫ ଟା ପର୍ଯ୍ୟନ୍ତ ସମୟ ସ୍ଥିର କରିଥିଲେ, କିନ୍ତୁ ବର୍ତ୍ତମାନ ଏହାକୁ ପରିବର୍ତ୍ତନ କରି ସନ୍ଧ୍ୟା ୬ ଟାକୁ ବୃଦ୍ଧି କରାଯାଇଛି। ତେବେ, ଏପ୍ରିଲ୍ ୫ରେ ବନ୍ଦ ଥିବା ଶିକ୍ଷାନୁଷ୍ଠାନଗୁଡିକ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ।

ମୁକୁଲ ରାୟ ଟିଏମସିରେ ଯୋଗଦେବା ପରେ ରାଜ୍ୟ ବିଜେପିରେ ଫାଟ !

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପରେ ବିଜେପିରେ ବିଭକ୍ତ ହେବାର ଏକ ବଡ଼ ଖବର ସାମ୍ନାକୁ ଆସୁଛି। ସୋମବାର ଦିନ ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀଦଳର ନେତା ସୁଭେନ୍ଦୁ ଆଧିକାରୀ ରାଜ୍ୟପାଳ ଜଗଦୀପ ଧନଖଡ଼ଙ୍କୁ ଭେଟିବାକୁ ପହଞ୍ଚିଥିଲେ । ଏହି ସମୟରେ ସୁଭେନ୍ଦୁଙ୍କ ସହ ୭୭ ଜଣ ବିଧାୟକଙ୍କ ମଧ୍ୟରୁ କେବଳ ୫୧ ଜଣ ହିଁ ତାଙ୍କ ସହ ରାଜ ଭବନରେ ଯାଇଥିଲେ । ଏହି ପୂରା ଘଟଣା ଏବେ ରାଜ୍ୟ ବିଜେପିରେ କିଛି ବିଦ୍ରୋହର ସୂଚନା ଦେବା ଆରମ୍ଭ କରିଛି ।

ସୂଚନା ଅନୁସାରେ, ପଶ୍ଚିମବଙ୍ଗରେ ବିରୋଧୀଦଳର ନେତା ସୁଭେନ୍ଦୁ ରାଜ୍ୟ ନିର୍ବାଚନ ଫଳାଫଳ ଘୋଷଣା ପରେ ହୋଇଥିବା ହିଂସା ବିଷୟରେ ଆଲୋଚନା କରିବାକୁ ରାଜ୍ୟପାଳଙ୍କୁ ଭେଟିବାକୁ ପହଞ୍ଚିଥିଲେ । ସୁଭେନ୍ଦୁଙ୍କ ସହ ବିଜେପି ଟିକେଟରୁ ନିର୍ବାଚିତ ମୋଟ ୫୧ ଜଣ ବିଧାୟକ ମଧ୍ୟ ସେଠାରେ ପହଞ୍ଚିଥିଲେ । ଯଦିଓ ନିର୍ବାଚନରେ ବିଜେପିର ୭୭ଜଣ ବିଧାୟକ ନିର୍ବାଚିନତହୋଇଥିଲେ ତଥାପି ୫୧ଜଣ ବିଧାୟକଙ୍କ ଉପସ୍ଥିତି ବିଜେପିର ଭିତିରି କଥାକୁ ପଦାରେ ପକାଇଛି ।

କାହିଁକି ଆସିନଥିଲେ ଅନ୍ୟ ବିଧାୟକ ?

କିନ୍ତୁ ବଡ କଥା ହେଉଛି ରାଜ୍ୟପାଳଙ୍କ ସହ ସାକ୍ଷାତ ସମୟରେ କେବଳ ୫୧ ଜଣ ବିଧାୟକ ଯାଇଥିଲେ। ବାକି ୨୬ ଜଣ ବିଧାୟକ ସୁଭେନ୍ଦୁଙ୍କ ସହ ଆସିନଥିଲେ । ବର୍ତ୍ତମାନ ଏହାକୁ ନେଇ ରାଜନୀତି ଜୋର ଧରିଛି । ଏହି ଘଟଣା ଏପରି ଏକ ସମୟରେ ଘଟିଛି ଯେତେବେଳେ ତୃଣମୂଳ କଂଗ୍ରେସରୁ ବିଜେପିକୁ ଆସିଥିବା ସମସ୍ତ ନେତା ଏବେ ପୁଣି ଟିଏମସିକୁ ଫେରୁଛନ୍ତି ।

ତେବେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ମୁକୁଲ ରାୟ ନିକଟରେ ପୁଣି ଥରେ ମମତା ବାନାର୍ଜୀଙ୍କ ସହ ଯୋଗ ଦେଇଛନ୍ତି। ଭାରତୀୟ ଜନତା ଦଳର ଆଉ କିଛି ନେତା ଟିଏମସି ସହ ଯୋଗାଯୋଗ କରୁଥିବା ଖବର ମଧ୍ୟ ରହିଛି। ଏହିସବୁ ପରିସ୍ଥିତିକୁ ଦୃଷ୍ଟିରେ ରଖି କୁହାଯାଉଛି ଯେ ଖୁବ୍ ଶୀଘ୍ର ବହୁ ବିଜେପି ବିଧାୟକ ଟିଏମସିରେ ପୁଣି ଯୋଗ ଦେଇପାରନ୍ତି । ତେବେ ଏପରି ପରିସ୍ଥିତିକୁ ବିଜେପି ଖଣ୍ଡନ କରୁଛି। ଏବଂ ସୁଭେନ୍ଦୁଙ୍କ ସହ ନଥିବା ଅନ୍ୟ ବିଧାୟକଙ୍କ ଉପସ୍ଥିତିକୁ ନେଇ ଦଳ କିଛି ବି ପ୍ରତିକ୍ରିୟା ପ୍ରକାଶ କରିନାହିଁ।

ବାଦୁଡ଼ିମାନଙ୍କଠାରୁ ଆହୁରି ୪ ପ୍ରକାରର ନୂଆ କରୋନା ଭାଇରସ !

ନୂଆଦିଲ୍ଲୀ: କୋଭିଡ -19 ଉତ୍ପତ୍ତି ସଂପର୍କରେ ପୁଣି ଥରେ ଅନୁସନ୍ଧାନର ଦାବି ମଧ୍ୟରେ ଚୀନର ଗବେଷକମାନେ ଏକ ବଡ଼ ଦାବି କରିଛନ୍ତି। ସେ ବାଦୁଡ଼ିମାନଙ୍କରେ ନୂଆ ପ୍ରକାରର କରୋନା ଭାଇରସ ଚିହ୍ନଟ ହେବା ବିଷୟରେ କହିଛନ୍ତି। ସିଏନ୍ଏନ୍ ରିପୋର୍ଟ ଅନୁଯାୟୀ, ବାଦୁ଼ଡ଼ିମାନଙ୍କଠାରେ ମିଳୁଥିବା ନୂଆ କରୋନା ଭାଇରସରେ ଏକ ଏମିତି ଭାଇରସ ସାମିଲ ଅଛି ଯାହାକି ଆନୁବଂଶୀକ ରୂପରେ କୋଭିଡ୍ -19 ଦ୍ୱିତୀୟ ନିକଟବର୍ତ୍ତୀ ଭାଇରସ୍ ହୋଇପାରେ। ସେ କହିଛନ୍ତି ଯେ ଚୀନ୍ ଦକ୍ଷିଣପଶ୍ଚିମରେ ହୋଇଥିବା ଅନୁସନ୍ଧାନରୁ ଜଣାପଡିଛି ଯେ, ବାଦୁଡ଼ିମାନଙ୍କରେ କେତେ ପ୍ରକାରର କରୋନା ଭାଇରସ ଅଛନ୍ତି ଏବଂ ଏହା କେତେ ଲୋକଙ୍କଠାରେ ବ୍ୟାପିବାର କ୍ଷମତା ରଖିଛି।

ବାଦୁଡ଼ିମାନଙ୍କଠାରୁ ୪ଟି ନୂଆ କରୋନା ଭାଇରସ 

ଗଣମାଧ୍ୟମରେ ପ୍ରକାଶିତ ଏକ ରିପୋର୍ଟରେ, ଶନଡାଙ୍ଗ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ କହିଛନ୍ତି, “୨୩ ପ୍ରଜାତିର ବାଦୁଡ଼ିମାନଙ୍କଠାରୁ ଅନୁସନ୍ଧାନ ପାଇଁ ୪୧୧ ନମୁନା ସଂଗ୍ରହ କରାଯାଇଥିଲା। ଏହା ପରେ ବାଦୁଡ଼ିମାନଙ୍କ ମୂତ୍ର, ମଳ ଏବଂ ପାଟିରୁ ମିଳିଥିବା ନମୁନା ପରୀକ୍ଷା କରାଯାଇଥିଲା। ନମୁନାଗୁଡ଼ିକ ଛୋଟ ଛୋଟ ବାଦୁଡ଼ିମାନଙ୍କଠାରୁ ମେ ୨୦୧୯ ଏବଂ ନଭେମ୍ବର ୨୦୨୦ ମଧ୍ୟରେ ଏକତ୍ରିତ କରାଯାଇଥିଲା । ଏବଂ ଅନୁସନ୍ଧାନରୁ ଚାରିଟି ଭାଇରସ୍ SARS-CoV-2 ସହ ସମାନ ଥିବା ଜଣାପଡ଼ିଲା । ଚୀନର ଅନୁସନ୍ଧାନକାରୀଙ୍କ ଅନୁଯାୟୀ, ଭାଇରସମାନଙ୍କରୁ ଗୋଟିଏ ଆନୁବଂଶୀକ ରୂପରେ SARS-CoV-2 ଭାଇରସର ନିକଟତର ଥିଲା, ଯାହା ବର୍ତ୍ତମାନ କୋଭିଡ -19 ମହାମାରୀ ସୃଷ୍ଟି ହେବାର କାରଣ ପାଲଟିଛି ।

ଚୀନର ବୈଜ୍ଞାନିକମାନେ ଅନୁସନ୍ଧାନର ଦାବି କରିଛନ୍ତି

ସେ କହିଛନ୍ତି, ଏହି ସ୍ପାଇକ୍ ପ୍ରୋଟିନ୍ ଉପରେ ଆନୁବଂଶୀକ ବା ଜେନେଟିକ୍ ପାର୍ଥକ୍ୟ ବ୍ୟତୀତ ଏହା SARS-CoV-2 ର ସବୁଠୁ ଅଧିକ ନିକଟତମ ଷ୍ଟ୍ରେନ୍ ହୋଇପାରେ ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ଜୁନ୍ ୨୦୨୦ରେ ଥାଇଲ୍ୟାଣ୍ଡରୁ ସଂଗୃହିତ SARS-CoV-2 ସମ୍ବନ୍ଧୀୟ ଭାଇରସ୍ ସହିତ, ଏହି ଫଳାଫଳଗୁଡିକ ସ୍ପଷ୍ଟ ଭାବରେ ସୂଚିତ କରେ ଯେ SARS-CoV-2 ସହ ଜଡିତ ଭାଇରସ୍ ବାଦୁଡ଼ିମାନଙ୍କ ଜନସଂଖ୍ୟାରେ ବିସ୍ତାରିତ ହେଉଛି ଏବଂ କିଛି ଅଞ୍ଚଳ ଅପେକ୍ଷାକୃତ ଏହା ଅଧିକ ହୋଇପାରେ । ଆମେରିକୀୟ ସଂଗଠନ ସେଣ୍ଟର ଫର ଡିଜିଜ ଏବଂ କଣ୍ଟ୍ରୋଲ ଅନୁଯାୟୀ, ଭାଇରସରେ କ୍ରମାଗତ ପରିବର୍ତ୍ତନ ହୋଇଥାଏ ଏବଂ ଭାଇରସର ନୂଆ ଭାରିଏଣ୍ଟ ହେବାର ଆଶଙ୍କା ମଧ୍ୟ ରହିଥାଏ । ବେଳେବେଳେ ନୂଆ ନୂଆ ଭାରିଏଣ୍ଟ ଉତ୍ପନ୍ନ ହୁଏ ଏବଂ ଅଦୃଶ୍ୟ ମଧ୍ୟ ହୋଇଯାଇଥାଏ ।

କେନ୍ଦ୍ରମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ୫ ଘଣ୍ଟାର ବୈଠକ: ମନ୍ତ୍ରିମଣ୍ଡଳରେ ଅଦଳବଦଳ ନେଇ ଚର୍ଚ୍ଚା

କେନ୍ଦ୍ର ମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀ ଘନ ଘନ ବୈଠକ । ଗତ ସପ୍ତାହରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ, ରବି ଶଙ୍କର ପ୍ରସାଦ ଓ ଜିତେନ୍ଦ୍ର ସିଂହ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ଅଦଳ ବଦଳ ନେଇ ଆକଳନ କରିଛନ୍ତି ରାଜେନୖତକ ସମୀକ୍ଷକ ଓ ଦଳୀୟ ନେତା । ତେବେ ଏଯାବତ୍ ଏ ନେଇ କୌଣସି ପ୍ରକାର ବିଧିବଦ୍ଧ ଘୋଷଣା ହୋଇନାହିଁ ।

ସୂଚନା ମୁତାବକ କେନ୍ଦ୍ରୀ ମନ୍ତ୍ରୀଙ୍କ ସହ ଦୀର୍ଘ ୫ ଘଣ୍ଟା ଧରି  ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ  ।  ଏହି ସୟରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ମନ୍ତ୍ରାଳୟ ପକ୍ଷରୁ ହାତକୁ ନିଆଯାଇଥିବା ବିଭିନ୍ନ କାର୍ଯ୍ୟ ସମ୍ପର୍କରେ ପଚାରିବୁଝିବା ସହ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା କରିଛନ୍ତି । କ୍ୟାବିନେଟ୍ ମନ୍ତ୍ରୀଙ୍କ ସହ ରାଷ୍ଟ୍ର ପାହ୍ୟାର କୃଷି ମନ୍ତ୍ରୀ, ମତ୍ସ୍ୟ ଓ ପଶୁ ପାଳନ, ଆଦିବାସୀ କଲ୍ୟାଣ,  ସହରାଞ୍ଚଳ ବିକାଶ, ସଂସ୍କୃତି ବିଭାଗ, ପରିସଂଖ୍ୟାନ ଏବଂ ଯୋଜନା କାର୍ଯ୍ୟନ୍ୱୟନ, ବେସାମରିକ ବିମାନ ଚଳାଚଳନ, ରେଳବାଇ, ଖାଦ୍ୟ ଓ ଖାଉଟୀ କଲ୍ୟାଣ, ଜଳ ଶକ୍ତି, ପେଟ୍ରୋଲିୟମ୍ ବିଭାଗ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଏଯାବତ୍ କ୍ୟାବିନେଟ୍ ସମ୍ପ୍ରସାରଣ ଓ ଅଦଳବଦଳ ନେଇ କୌଣସି ବିଧିବଦ୍ଧ ଘୋଷଣା କରାଯାଇନାହିଁ । କିନ୍ତୁ ଖୁବଶୀଘ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ ହୋଇପାରେ ବୋଲି ରାଜେନୖତିକ ସମୀକ୍ଷକମାନେ ମତ ରଖିଛନ୍ତି ।

ଏଥିସହିତ ପଢ଼ନ୍ତୁ: ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱୀକୃତି

ବନ୍ଧୁକଧାରୀଙ୍କ କବ୍‌ଜାରେ ଥିବା ଅବସରପ୍ରାପ୍ତ ଶିକ୍ଷକଙ୍କ ପରିବାରକୁ ଉଦ୍ଧାର କଲା ପୋଲିସ

ବଲାଙ୍ଗୀର: ପ୍ରେମିକର ଉନ୍ମତ୍ତକାଣ୍ଡ । ପ୍ରେମିକାକୁ ଉଠାଇ ଆଣିବାକୁ ଝିଅ ମାମୁଁ ଘରେ ଧସେଇ ପଶିଲା ଯୁବକ । ଭାଣିଜୀ ସହ ଏକ ତରଫା ପ୍ରେମ ସମ୍ପର୍କ ଥିବାରୁ ତାଙ୍କୁ ଅପହରଣ କରି ନେବା ପାଇଁ ବନ୍ଧୁକ ଧରି ଧସେଇ ପଶିଥିଲା ଯୁବକ ।  ଯୁବକ ଜଣଙ୍କ ହେଉଛନ୍ତି ବିକ୍ରମ ପଣ୍ଡା । ମହିଳା କଲେଜ ଛକରେ ତାଙ୍କର ଜେରକ୍ସ ଓ ଇଣ୍ଟରନେଟ ଦୋକାନ ରହିଛି । ଦୀର୍ଘ ୪ଘଣ୍ଟା ଧରି ବଲାଙ୍ଗୀର ପୋଲିସର ଅପରେସନ ପରେ ମଦନମୋହନ ହୋତାଙ୍କ  ପୁଅ ଦିବ୍ୟ ରଞ୍ଜନ ହୋତା, ତାଙ୍କ ସ୍ତ୍ରୀ ଓ ୧୫ବର୍ଷର ପୁଅକୁ ପୋଲିସ ସୁରକ୍ଷିତ ଭାବେ ଝରକା ପଟୁ ଉଦ୍ଧାର କରିଛି । ଏନେଇ ବଲାଙ୍ଗୀର ପୋଲିସ ଏସ୍‌ଡିପିଓ ତୋଫାନ ବାଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଯୁବକଙ୍କ କବଳରୁ ସେମାନଙ୍କୁ ଉଦ୍ଧାର କରିବା ନେଇ ଏସ୍‌ଡିପିଓ ଙ୍କ ସମେତ ୨ ଜଣିଆ ପୋଲିସ ଟିମ୍ ଘର ଭିତରକୁ ପଶି ବନ୍ଧକଙ୍କୁ ଉଦ୍ଧାର କରିଥିଲେ ।

ଘଟଣା ପ୍ରକାରେ, ଆଜି ସକାଳୁ ତାଲପାଳିପଡ଼ାର ବିକ୍ରମ ପଣ୍ଡା  ଏକ ବାଇକରେ ଆସି ଶାନ୍ତିପଡାର ମଦନ ମୋହନ ହୋତାଙ୍କ ପରିବାରକୁ ବନ୍ଧୁକ ଦେଖାଇ ଭୟଭୀତ କରି ଘରେ ପଶିଥିଲେ । ପରିବାର ଲୋକେ କବାଟ ଦେଇ ଏକ କୋଠରୀରେ ବନ୍ଦ ହୋଇଯାଇଥିଲେ । ଏହି ସମୟରେ ପରିବାରର ଅନ୍ୟଜଣେ ବାହାରୁ ଆସି ବାହାରପଟୁ କବାଟ ଦେଇ ଦେଇଥିଲେ । ଫଳରେ ଘର ପୋଟିକରେ ବନ୍ଧୁକଧାରି ଯୁବକ ଜଣକ ବନ୍ଦ ହୋଇ ରହିଥିଲେ । ପୋଲିସ ଯୁବକଙ୍କ ମାଙ୍କୁ ଡକାଇ ବୁଝାସୁଝା କରିଥିଲେ । କିନ୍ତୁ କୌଣସି ସୁଫଳ ମିଳିନଥିବାରୁ  ପୋଲିସ ବୁଲେଟ ପ୍ରୁଫ ଜାକେଟ ସହ ଅପରେଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା । ଏବଂ ଅତି ଚତୁରତାର ସହ ଯୁବକଙ୍କୁ କାବୁ କରିବା ସହ ପରିବାର ଲୋକଙ୍କୁ ଉଦ୍ଧାର କରିଥିଲା । ସୂଚନା ଯୋଗ୍ୟ, ବନ୍ଧକ ଥିବା  ଦିବ୍ୟ ରଞ୍ଜନ ହୋତାଙ୍କ ଭାଣିଜୀଙ୍କୁ ଯୁବକ ଜଣଙ୍କ ଏକ ତରଫା ପ୍ରେମ କରୁଥିଲା । ଯୁବତୀ ଜଣକ ବଲାଙ୍ଗୀର ମେଡିକାଲରେ ଚାକିରି କରୁଥିବାରୁ ଶାନ୍ତିପଡ଼ା ମାମୁଙ୍କ ଘର ରହୁଥିଲେ । ତେବେ ଯୁବତୀ ଜଣଙ୍କୁ ଅପହରଣ କରିବା ନେଇ ମାମୁଁ ଘରେ ପଶିଥିଲା ଯୁବକ

ଏଥିସହିତ ପଢ଼ନ୍ତୁ: ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱୀକୃତି

କୋଭିଡ୍ରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଲାଗି ଗୋଟିଏ ଡୋଜ୍ ଟିକା ହିଁ ଯଥେଷ୍ଟ

ହାଇଦ୍ରାବାଦ୍: କରୋନା ଭାଇରସ୍ ଟିକାକୁ ନେଇ ଆସିଲା ଆଶ୍ୱସ୍ଥିକର ଖବର । AIG ହସ୍ପିଟାଲର ଏକ ଅଧ୍ୟୟନରୁ ଏମିତି ଏକ ଆଶ୍ୱସ୍ତି ଖବର ସୋମବାର ଦିନ ପ୍ରକାଶ କରାଯାଇଛି । ଏଥିରେ କୁହାଯାଇଛି ଯେ,  ସଂକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ କୋଭିଡ୍ -19 ଟିକାର ଗୋଟିଏ ଡୋଜ ହିଁ ଯଥେଷ୍ଟ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ । କାରଣ ଏହା ଟିକାର ପ୍ରଥମ ଡୋଜ ମାଧ୍ୟମରେ ସୃଷ୍ଟି ହେଉଥିବା ଆଣ୍ଟିବଡି ସେହି ବ୍ୟକ୍ତିଙ୍କ ତୁଳନାରେ ବହୁତ ଅଧିକ, ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇନାହାଁନ୍ତି ।

AIG ହସ୍ପିଟାଲ୍ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ସୋମବାର ଦିନ ଫଳାଫଳରେ ପ୍ରକାଶ ପାଇଛି। ସହରରେ ସ୍ଥିତ ‘ଏଆଇଜି ହସ୍ପିଟାଲ୍’ର ୨୬୦ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଉପରେ ଏହି ଅଧ୍ୟୟନ କରାଯାଇଥିଲା । ଯେଉଁମାନେ ୧୬ ଜାନୁଆରୀରୁ ୫ ଫେବ୍ରୁୟାରୀ ମଧ୍ୟରେ ଟିକା ନେଇଥିଲେ । ଏବଂ ଏହି ଅଧ୍ୟୟନ ‘ଇଣ୍ଟରନ୍ୟାସନାଲ ଜର୍ଣ୍ଣାଲ ଅଫ୍ ଇମ୍ଫେକ୍ସିୟସ ଡିଜିଜେସ’ରେ ପ୍ରକାଶିତ ହୋଇଛି।

ସୂଚନା ଅନୁସାରେ ୨୬୦ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ୨ଟି ଦଳରେ ବିଭକ୍ତ କରାଯାଇଥିଲା  । ପ୍ରଥମଟି ହେଲା ଯେଉଁମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ । ଦ୍ୱିତୀୟଟି ହେଲା ଯେଉଁମାନେ ସଂକ୍ରମିତ ହୋଇ ନଥିଲେ  । ତେବେ ଏହି ଦୁଇ ଦଳକୁ ଯେତେବେଳେ କରୋନା ଟିକା କୋଭିସିଲ୍ଡର ପ୍ରଥମ ଡୋଜ ଦିଆଯାଇଥିଲା ସେତେବେଳେ ଏହାର ଫଳାଫଳ ସାମ୍ନାକୁ ଆସିଥିଲା । ଏବଂ ଏହି ଅଧ୍ୟୟନରେ ଜଣାପଡ଼ିଥିଲା ଯେ ଦ୍ୱିତୀୟ ଦଳ ତୁଳନାରେ ପ୍ରଥମ ଦଳ ଯେଉଁମାନେ ପୂର୍ବରୁ ସଂକ୍ରମିତ ହୋଇଥିଲେ ସେମାନଙ୍କଠାରେ ଅତ୍ୟଧିକ ମାତ୍ରାରେ ଆଣ୍ଟିବଡ଼ି ବଢିଛି । ତେଣୁ ଏଥିରୁ ସ୍ପଷ୍ଟ ହୋଇଥିଲା ଯେ, କରୋନାକୁ ମାତ୍ ଦେବାରେ କରୋନାର ପ୍ରଥମ ଡୋଜ ହିଁ ଯଥେଷ୍ଟ ।

ଟୀକାକରଣ ରଣନୀତି ଉପରେ ଏହି ଅଧ୍ୟୟନର ପଡ଼ିବାକୁ ଥିବା ପ୍ରଭାବ ସମ୍ପର୍କରେ, ଏଆଇଜି ହସ୍ପିଟାଲର ଅଧ୍ୟକ୍ଷ ଡକ୍ଟର ଡି.ଏନ୍ ନାଗେଶ୍ୱର ରେଡ୍ଡୀ କହିଛନ୍ତି ଯେ, ଏହି ଅଧ୍ୟୟନର ଫଳାଫଳ ଦର୍ଶାଇଛି ଯେ, କୋଭିଡ -19ରେ ଆକ୍ରାନ୍ତ ଲୋକଙ୍କୁ ଟିକାର ଦୁଇ ଡୋଜ ନେବାର ଆବଶ୍ୟକ ନାହିଁ। କାରଣ ଗୋଟିଏ ଡୋଜରେ ସେତିକି ଆଣ୍ଟିବଡି ସୃଷ୍ଟି ହେଉଛି ଯେତିକି କେବେ ବି ସଂକ୍ରମିତ ହୋଇନଥିବା ବ୍ୟକ୍ତିଙ୍କଠାରେ ଏବଂ ସେମାନେ ଟିକାର ଦୁଇଟି ଡୋଜ ନେଇଛନ୍ତି । ଡକ୍ଟର ରେଡ୍ଡୀ କହିଛନ୍ତି ଯେ ଦେଶରେ ଟୀକାକରଣର ଅଭାବ ଦେଖାଦେଇଥିବା ବେଳେ ଏହା ଟୀକାର ମାତ୍ରା ବଞ୍ଚାଇବାରେ ସହାୟକ ହେବ ।

ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ: ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ସ୍ୱୀକୃତି

ମହାରାଷ୍ଟ୍ର: ମହାମାରୀ ଭୂତାଣୁକୁ ନଷ୍ଟ କରିଦେବ ମାସ୍କ । ମାସ୍କ ସମ୍ପର୍କରେ ଆସିବା ମାତ୍ରେ ଏହି କିଲର ଭାଇରସ୍ ନଷ୍ଟ ହୋଇଯିବ । ପ୍ରଭାବଶୂନ୍ୟ ହୋଇଯିବ ଏହି ମାରାତ୍ମକ ଭୂତାଣୁ । ଏହି ମାସ୍କ ପ୍ରସ୍ତୁତକାରୀ କମ୍ପାନୀ ଥିଙ୍କର ଟେକ୍ନୋଲୋଜି ଅଫ୍ ଇଣ୍ଡିଆ ପକ୍ଷରୁ ଏ ନେଇ ଦାବି କରାଯାଉଥିବା ବେଳେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ଏହାକୁ ସ୍ୱୀକୃତି ଦିଆଯାଇଛି ।

କରୋନା କାରଣରୁ ପୂରା ବିଶ୍ୱ ନୟାନ୍ତ ହେଉଛି । ଏହି ମହାମାରୀଠୁ ବର୍ତ୍ତିବା ପାଇଁ ପ୍ରତିଦିନ ବୈଜ୍ଞାନିକଙ୍କ ଦ୍ୱାରା ନୂଆ ନୂଆ ଆବିଷ୍କାର କରାଯାଉଛି । ଏଭଳି ସମୟରେ ପୁଣେର ଏକ ଷ୍ଟାର୍ଟ ଅପ୍ ଭୂତାଣୁରୁ ବର୍ତ୍ତିବା ପାଇଁ ବିକାଶିତ ଏକ ସ୍ୱତନ୍ତ୍ର ଧରଣ ମାସ୍କ । ଯାହା ୩-ଡି ପ୍ରିଣ୍ଟିଂ ଓ ଫାର୍ମାସୁଟିକାଲକୁ ମିଶାଇ ପ୍ରସ୍ତୁତ କରାଯାଇଛି । ଦାବି କରାଯାଉଛି ଏହି ଫେସ୍ ମାସ୍କ ସମ୍ପର୍କରେ ଆସିବା ପରେ କରୋନା ଭାଇରସ୍ ପ୍ରଭାବଶୂନ୍ୟ ହୋଇଯାଏ ।

ଏହି ମାସ୍କ ଆଣ୍ଟି ଭାଇରସ୍ ଏଜେଣ୍ଟ ଦ୍ୱାରା କୋଟିଂ କରାଯାଇଛି ।  ଆଉ କୋଟିଂର ଟେଷ୍ଟି ମଧ୍ୟ କରାଯାଇଛି । ଯେଉଁଥିରେ SARS-CoV-2କୁ ନିଷ୍କ୍ରିୟ କରୁଥିବା ଦେଖିବାକୁ ମିଳିଥିଲା । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗର ଟେକ୍ନୋଲୋଜି ଡେଫଲପମେଣ୍ଟ ବୋର୍ଡ ପକ୍ଷରୁ କୁହାଯାଉଛି ଯେ, ଏଥିରେ ବ୍ୟବହୃତ ମ୍ୟାଟରିଆଲ୍ ଏକ ସୋଡିୟମ୍ ଅଲେଫିନ୍ ସଲଫେଡ୍ ବେସଡ୍ ମିଶ୍ରଣ, ଯାହା ଏକ ସାବୁନ ପ୍ରସ୍ତୁତକାରୀ ଏଜେଣ୍ଟ । ଯାହା ଭାଇରସ୍ ସମ୍ପର୍କରେ ଆସିବା ମାତ୍ରେ ଭୂତାଣୁକୁ ନଷ୍ଟ କରିଦିଏ । ଡିଏସଟି ପକ୍ଷରୁ କୁହାଯାଇଛି ଯେ, କୋଭିଡ ବିରୋରେ ଲଢ଼ିବା ନେଇ କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମେ ଏହି ପ୍ରଜେକ୍ଟକୁ ପ୍ରସ୍ତୁତ କରାଯାଇଛି । ଅପରପକ୍ଷରେ ଟିଙ୍କର ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଏହି ମାସ୍କର ପେଟେଣ୍ଟ ନେଇ ଆବେଦନ କରିବା ସହ କମର୍ସିଆଲ୍ ସେଲ୍ ପାଇଁ ଉତ୍ପାଦନ ଆରମ୍ଭ କରିଦେଇଛି ।

ଏଥିସହିତ ପଢ଼ନ୍ତୁ: ଭୂତାଣୁର ନୂଆ ରୂପ ଡେଲଟା ପ୍ଳସ୍: ଏଯାଏଁ ଚିହ୍ନଟ ହେଲେଣି ୧୨୭ ରୋଗୀ

ଦେଶରେ ୨୪ ଘଣ୍ଟାରେ ୬୦ହଜାର ୪୭୧ ଜଣ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ  । ହେଲେ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ୍‌  । ଗତ ୨୪ ଘଣ୍ଟାରେ ୬୦ହଜାର ୪୭୧ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ, ୨ ହଜାର ୬୨୭ ଜଣଙ୍କ ଜୀବନ ନେଇଛି ମହାମାରୀ  । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ,  ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୩ ଲକ୍ଷ ୭୭ ହଜାର ୩୧ରେ ପହଞ୍ଚିଛି ।

ସେହିପରି ଦିନକରେ ୧ ଲକ୍ଷ ୧୭ହଜାର ୫୨୫ ଜଣ ଆକ୍ରନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଫଳରେ ଦେଶରେ ମୋଟ ୨ କେଟି ୮୨ ଲକ୍ଷ ୮୦ହଜାର ୪୭୨ ଜଣ ସୁସ୍ଥ ହୋଇଛନ୍ତି । ଆକ୍ଟିଭ କେସ୍‌ ରହିଛି ୯ ଲକ୍ଷ ୧୩ ହଜାର ୩୭୮ । ଏହାସହ ଗତକାଲି ଦେଶେରେ କରୋନା ଭାଇରସର ୧୭ ଲକ୍ଷ ୫୧ ହଜାର ୩୫୮ ନମୁନା ପରୀକ୍ଷା କରାଯାଇଥିଲା। ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୮ କୋଟି ୧୩ ଲକ୍ଷ ୭୫ ହଜାର ୯୮୪ ନମୁନା ପରୀକ୍ଷା କରାଯାଇଛି।

କରୋନା ଭାଇରସର ନୂଆ ଭାରିଆଣ୍ଟ ‘ଡେଲଟା ପ୍ଲସ୍’ ଚିହ୍ନଟ ହୋଇଛି

କରୋନା ଭାଇରସରଅତ୍ୟଧିକ ସଂକ୍ରାମକ ‘ଡେଲଟା’ ଭାରିଆଣ୍ଟ ଆହୁରି ସଂକ୍ରାମକ ହୋଇ ‘ଡେଲଟା ପ୍ଲସ୍’ କିମ୍ବା ‘AY.1’ ରେ ପରିବର୍ତ୍ତନ ହୋଇଛି । କିନ୍ତୁ ବର୍ତ୍ତମାନ ଭାରତରେ ଚିନ୍ତା କରିବାର କିଛି ନାହିଁ, କାରଣ ଦେଶରେ ଏପର୍ଯ୍ୟନ୍ତ ବହୁତ କମ୍ ମାମଲା ସାମ୍ନାକୁ ଆସିଛି । ‘ଡେଲଟା ପ୍ଲସ୍’ ପ୍ରକାରଟି ଡେଲ୍ଟା କିମ୍ବା ‘B1.617.2’ ପରିବର୍ତ୍ତିତ ହୋଇଛି ​​ଯାହା ପ୍ରଥମେ ଭାରତରେ ଚିହ୍ନଟ ହୋଇଥିଲା ଏବଂ ମହାମାରୀର ଦ୍ୱିତୀୟ ଲହର ପାଇଁ ଏହା ସମ୍ପୂର୍ଣ୍ଣ ଦାୟୀ ଥିଲା।