ନୂଆଦିଲ୍ଲୀ: ଦେଶରେ ଡେଲ୍ଟା ଡର କମି ନଥିବା ବେଳେ, ଡରାଇଲାଣି ଡେଲ୍ଟା ପ୍ଲସ୍ । କରୋନାର ଏହି ନୂଆ ମ୍ୟୁଟାଣ୍ଟ ଅଧିକ ସଂକ୍ରାମକ । ଏଯାଏ ଏହି ମ୍ୟୁଟାଣ୍ଟରେ ୧୨୭ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିରେ ଭାରତରୁ ଅଛନ୍ତି ୬ଜଣ । ନୂଆ ମ୍ୟୁଟାଣ୍ଟ ଡେଲଟା ପ୍ଲସ୍- B.1.617.2.1 ବା A.Y1 ବଢାଇଛି ଚିନ୍ତା । ୟୁରୋପ୍, ଏସିଆ ଓ ୟୁକେରେ ଚିହ୍ନଟ ହୋଇଥିବା ଏହି ଡେଲଟା ପ୍ଲସ୍ ଭ୍ୟାରିଆଣ୍ଟ ମୂଳ ଭୂତାଣୁଠାରୁ ଅଧିକ ଶକ୍ତିଶାଳୀ । ନୂଆ ଭ୍ୟାରିଆଣ୍ଟରେ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ମନୋକ୍ଲୋନାଲ ଆଣ୍ଟିବଡି କକ୍ଟେଲ ଡୋଜ୍ କାମ କରି ନପାରେ ବୋଲି ବିଶେଷଜ୍ଞ ଅନୁମାନ କରିଛନ୍ତି । ଡେଲଟା ଭ୍ୟାରିଆଣ୍ଟର ୬୩ଟି ଜିନୋମ K417N ସହ ମୁଟେସନରେ ଏହି ନୂଆ ଭ୍ୟାରିଆଣ୍ଟ ସୃଷ୍ଟି ହୋଇଥିବା ପବ୍ଲିକ ହେଲଥ ଇଂଲଣ୍ଡ ବା PHE କହିଛି । ତେବେ ଡେଲଟା ଭ୍ୟାରିଆଣ୍ଟକୁ ନେଇ ବିପଦ ରହିଥିବା ବେଳେ ନୂଆ ମ୍ୟୁଟାଣ୍ଟ ଟେନସନ ଦୁଇଗୁଣା କରିଛି ।
୩୪ ପ୍ରତିଶତ ଅଧିକ ବର୍ଷା ହେଲାଣି: ଆଗକୁ ଆଉ ୨ ଦିନ ବର୍ଷିବ
ଭୁବନେଶ୍ୱର: ରାଜ୍ୟରେ ଏଯାଏଁ ହେଲାଣି ସ୍ୱାଭାବିକଠାରୁ ୩୪ ପ୍ରତିଶତ ଅଧିକ ବର୍ଷା । ଗତ ୧୪ ଦିନ ମଧ୍ୟରେ ରାଜ୍ୟରେ ୯୫.୧ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଯାହାକି ସ୍ୱାଭାବିକ ଠାରୁ ୩୪ ପ୍ରତିଶତ ଅଧିକ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି । ୧୧ ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ ୬୦ ପ୍ରତିଶତ ଅଧିକ ବର୍ଷା ରେକର୍ଡ କରାଯାଇଥିବା ବେଳେ, ୫ଟି ଜିଲ୍ଲାରେ ୨୧ ପ୍ରତିଶତ ଅଧିକ ବର୍ଷା ହୋଇଛି । ବାକି ୧୪ ଟି ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ରାଜ୍ୟରେ ବର୍ତ୍ତମାନ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଥିବା ଲଘୁଚାପ ବର୍ତ୍ତମାନ ଦକ୍ଷିଣ ଝାଡଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ବର୍ଷା ପାଇଁ ୧୪ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିପରି ଆଜି ୮ଟି ଜିଲ୍ଲା ଓ ଆସନ୍ତାକାଲି ପାଇଁ ୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।
ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଆଜି ଶୀତଳଷଷ୍ଠୀ, କଟକଣା ମଧ୍ୟରେ ଅନୁଷ୍ଠିତ ହେବ ଦେବ ଦମ୍ପତି ବିବାହ
ଭୁବନେଶ୍ୱର: ଆଜି ଶୀତଳଷଷ୍ଠୀ ଯାତ୍ରା । ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ । ଦେବ ଦମ୍ପତିଙ୍କ ବିବାହ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି । ଏଥିପାଇଁ ବିଭିନ୍ନ ଶୈବପୀଠ ଚଳଚଞ୍ଚଳ ହୋଇଉଠିଛି । ଆଜି ମା’ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ । କୋଭିଡ କଟକଣା ଭିତରେ ଦେବ ଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ । ବିବାହ ପାଇଁ ମନ୍ଦିରରେ ନୀତିକାନ୍ତି ମଧ୍ୟ ଚାଲିଛି । ସମ୍ବଲପୁର ନନ୍ଦପଡାର ବାଲୁଙ୍କେଶ୍ବର, ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଯାଗେଶ୍ବର ବାବା, ଠାକୁର ପଡାର ଗୁପ୍ତେଶ୍ୱର ବାବାଙ୍କ ବିବାହ ଅନୁଷ୍ଠିତ ହେବ । ସେହିପରି ଗତବର୍ଷ ଭଳି ଏଥର ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ବିବାହ କାର୍ଯ୍ୟ । ୭ ଜଣ ସେବାୟତଙ୍କ ଦ୍ବାରା କେଦାରଗୌରୀ ମନ୍ଦିର ପରିସରରେ ହେବ ଦେବ ବିବାହ । ଆଜି ରାତି ୧୧ଟାରେ ଲିଙ୍ଗରାଜଙ୍କ ପାଲିଙ୍କି ଓ ବିମାନ ବାହାରି କେଦାରଗୌରୀ ମନ୍ଦିରରେ ୧୧ଟା ୪୫ ସୁଦ୍ଧା ପହଞ୍ଚିବ । ଆସନ୍ତାକାଲି ପଟୁଆର ବାହାରି ଲିଙ୍ଗରାଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବ ।
ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଉ ୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ରାଜ୍ୟରେ ଆଉ ୩ ହଜାର ୪୦୫ ଜଣ କରୋନା ସଂକ୍ରମିତ ଚିହ୍ନଟ
ଭୁବନେଶ୍ୱର:ରାଜ୍ୟରେ କମୁଛି କରୋନା । ଗ୍ରୀନଜୋନରେ ୧୩ ଜିଲ୍ଲା । ଦିନକରେ ୩ହଜାର ୪୦୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୨ଜଣଙ୍କ ଜୀବନ ନେଇ କିଲର ଭାଇରସ୍ । ୨୪ ଘଣ୍ଟାରେ ୮ହଜାର ୧୮୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କ୍ବାରେଣ୍ଟାଇନରୁ ୧୯୪୨, ଲୋକାଲ କେସ୍ ୧୪୬୩ । ଖୋର୍ଦ୍ଧାରୁ ସର୍ବାଧିକ ୫୦୦, ଯାଜପୁରରୁ ୩୯୧, ବାଲେଶ୍ବରରୁ ୨୯୬, କଟକରୁ ୨୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୟୂରଭଞ୍ଜରୁ ୧୮୭, ଅନୁଗୁଳରୁ ୧୮୩, ଭଦ୍ରକରୁ ୧୭୯, ପୁରୀରୁ ୧୪୧, ଜଗତସିଂହପୁରରୁ ୧୨୯ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୟାଗଡ଼ରୁ ୯୭, କେନ୍ଦୁଝରରୁ ୮୯, ନବରଙ୍ଗପୁରରୁ ୮୩, ଷ୍ଟେଟପୁଲରୁ ୭୬, କେନ୍ଦ୍ରାପଡାରୁ ୭୩, ମାଲକାନଗିରିରୁ ୭୨, ବରଗଡ଼ରୁ ୬୬, କୋରାପୁଟରୁ ୬୩, ବୌଦ୍ଧରୁ ୫୯, ଗଜପତିରୁ ୫୮, କନ୍ଧମାଳରୁ ୫୫, ଢେଙ୍କାନାଳ ଓ କଳାହାଣ୍ଡିରରୁ ୫୪ଜଣ ଲେଖାଏଁ ଆକ୍ରାନ୍ତ, ସୁନ୍ଦରଗଡ଼ରୁ ୪୮, ରାୟଗଡ଼ାରୁ ୪୫, ସମ୍ବଲପୁରରୁ ୩୮, ଗଞ୍ଜାମରୁ ୩୬, ନୂଆପଡାରୁ ୨୮, ସୋନପୁରରୁ ୨୫, ଦେଓଗଡ଼ରୁ ୨୩, ବଲାଙ୍ଗୀରରୁ ୧୮ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଝାରସୁଗୁଡାରୁ ସର୍ବନିମ୍ନ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 14th June
New Positive Cases: 3405
In quarantine: 1942
Local contacts: 1463(Details of local contacts will be shared by concerned Dist Administration)
District Wise Cases:
1. Angul: 183
2. Balasore: 296
3. Bargarh: 66
4. Bhadrak: 179
5. Balangir: 18— I & PR Department, Odisha (@IPR_Odisha) June 15, 2021
ବାପା-ମାଆଙ୍କୁ ଛଡ଼ାଇନେଲା କରୋନା, ୮ ବର୍ଷର ଝିଅ ସମ୍ଭାଳୁଛି ଦେଢ଼ ମାସର ଭାଇକୁ
ବାଲେଶ୍ୱର: କୁନି କାନ୍ଧରେ ବଡ ଦାୟିତ୍ବ । ୧୫ ଦିନରେ ବାପାମାଆଙ୍କୁ ଛଡାଇ ନେଇଛି କରୋନା । ଏବେ ୮ ବର୍ଷର ଝିଅ ଉପରେ ଦେଢ଼ ମାସର ଭାଇର ଦାୟିତ୍ବ । ବାଲେଶ୍ବର ଜିଲ୍ଲା ଭୋଗରାଇ ନିମାତପୁର ଗାଁର କ୍ରିଷ୍ଣା ସାନଭାଇର ଦାୟିତ୍ବ ନେବାକୁ ମାତ୍ର ୧୫ ଦିନରେ ପ୍ରସ୍ତୁତ ହୋଇଯାଇଛି । ସାନ ଭାଇକୁ ବଡ କରିବାକୁ କୁନି ବୟସରେ ସେ ଦେଖିଛି ଅସୁମାରୀ ସ୍ବପ୍ନ । ତୁନି ହଅ, ଆଉ କାନ୍ଦନା, ତୋ ଲୁହ ପୋଛିବାକୁ ପରା ମୁଁ ଅଛି । ତୋ ଅଳି ଶୁଣିବି, ତତେ ଗେଲ କରି ଖୁଆଇଦେବି, ଅବୁଝା ହେଲେ ଦୋଳିରେ ଝୁଲେଇ ଦେବି । ବାପା ମାଆ ସିନା ପର କରି ଚାଲିଗଲେ, ହେଲେ ମୁଁ ତତେ ସ୍ନେହ ମମତା ଦେବାରେ କେବେ ଉଣା କରିବିନି ।
ଦେଢ ମାସର କୁନି ଭାଇକୁ ଏମିତି ତୁନି କରୁଛି ଭଉଣୀ। ବାପା ମାଆଙ୍କୁ ଛଡ଼ାଇ ନେଇଛି କରୋନା । ଆଉ ସାନ ଭାଇ ପାଇଁ ଏବେ ମାଆ ହେଇଯାଇଛି ୮ବର୍ଷର ଭଉଣୀ। ଦୁନିଆ ଦେଖିବା ଆଗରୁ ଦୁଃଖକୁ ଅଙ୍ଗେ ନିଭାଉଛି। ଜୀବନ କଣ ଜାଣିବା ପୂର୍ବରୁ ମୃତ୍ୟୁର ଯାତନା ଭୋଗୁଛି । ବାଲେଶ୍ବର ଭୋଗରାଇ ନିମାତପୁର ଗାଁର ଏ କାହାଣୀ ଆପଣଙ୍କୁ କନ୍ଦାଇଦେବ। ୧୫ଟା ଦିନରେ କୁନି ଝିଅ କ୍ରିଷ୍ଣା ବଡ଼ ହେଇଯାଇଛି । ବାପା-ମାଆଙ୍କୁ ଛଡାଇନେଲା ମହାମାରୀ। ଏବେ କ୍ରିଷ୍ଣା କୋଳରେ କୁନି ଭାଇ। ଜୀବନ କଣ ଜାଣିବା ଆଗରୁ ଭାଇ ପାଇଁ କୁନି ଆଖିରେ ଆଖିଏ ସ୍ବପ୍ନ ।.
ବାପା ମାଆ ଉଭୟ ଥିଲେ କରୋନା ଯୋଦ୍ଧା। ମାଆ ସ୍ମିତା ପଣ୍ଡା ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ନର୍ସ ଥିଲେ। ବାପା କମଳେଶ ରେଳବାଇରେ କାମ କରୁଥିଲେ। ନୂଆ ଅତିଥି ଅପେକ୍ଷାରେ ପୂରା ପରିବାରରେ ଉତ୍ସାହ ଥିଲା। ହେଲେ କାଳ ହୋଇ ଆସିଥିଲା କରୋନା । ପ୍ରସବର କିଛି ଦିନ ପୂର୍ବରୁ ସ୍ମିତା କରୋନାରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ପୁଅ ଜନ୍ମ ହୋଇଥିଲା। ଆଉ ୭ଦିନ ପରେ ଜୀବନ ଯୁଦ୍ଧରେ ହାରିଗଲେ ସ୍ମିତା। କମଳେଶ ବି ମାତ୍ର ୧୪ ଦିନ ପରେ ଆଖି ବୁଜିଲେ ।
ଟିକା ନେଲ କିନ୍ନର, ପ୍ରଥମ ଡୋଜ ଟିକା ଦେଲା ବିଏମସି
ଭୁବନେଶ୍ୱର: ଟିକା ନେଲ କିନ୍ନର । ଭୁବନେଶ୍ବର ଚନ୍ଦ୍ରଶେଖରପୁର କଲ୍ୟାଣ ମଣ୍ଡପରେ ଏକ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ କିନ୍ନରମାନଙ୍କୁ ପ୍ରଥମ ଡୋଜ୍ ଟିକାକରଣ କରିଛି ବିଏମସି । କୋବିଡ ଗାଇଡଲାଇନ ଅନୁସାରେ ପ୍ରଥମ ପର୍ଯ୍ୟାୟରେ ୩୨ ଜଣ କିନ୍ନରଙ୍କୁ ଟିକା ପ୍ରଦାନ କରାଯାଇଛି ।
ଆଗକୁ ଯେଉଁ କିନ୍ନରମାନେ ଟିକା ନେଇ ନାହାନ୍ତି ସେମାନଙ୍କୁ ମଧ୍ୟ ଟିକା ପ୍ରଦାନ କରାଯିବ ବୋଲି କହିଛନ୍ତି ବିଏମସି ଯୋନାଲ ଡେପୁଟି କମିଶନର । ସେପଟେ ଟିକା ନେବା ପରେ କିନ୍ନର ମାନେ ବେଶ୍ ଖୁସି ରହିଥିବା ବେଳେ ସରକାରଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି ।
ଆପ୍ ଭିଜନରେ ଗୁଜୁରାଟ, ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେବ ପାର୍ଟି
ନୂଆଦିଲ୍ଲୀ: ଆମ ଆଦମୀ ପାର୍ଟି ଭିଜନରେ ଗୁଜରାଟ । ଆସନ୍ତା ବର୍ଷ ହେବାକୁ ଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳ ଦେବ ପ୍ରାର୍ଥୀ । ଏନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ । ଏହି ଅବସରରେ ଗୁଜରାଟ ଆପ ଶାଖାରେ ଯୋଗ ଦେଇଛନ୍ତି ପ୍ରତିଷ୍ଠିତ ଗୁଜରାଟୀ ସାମ୍ବାଦିକ ଇସୁଦାନ ଗାଧଭି । କେଜିରିୱାଲଙ୍କ ଉପସ୍ଥିତିରେ ସେ ଦଳର ପତାକା ଧରିଛନ୍ତି ।
ଆମର ମୁଖ୍ୟ ଉଦ୍ଦେଶ୍ୟ ସମାଜସେବା ବୋଲି କହିଛନ୍ତି ଇସୁଦାନ । ଏହା ସହ ଅହମଦାବାଦ ସ୍ଥିତ ସର୍କିଟ ହାଉସରେ କେଜିରିୱାଲଙ୍କ ସହ ରାଜ୍ୟ ଆପ୍ ମୁଖ୍ୟ ଗୋପାଳ ଇଟାଲିଆଙ୍କ ସହ ଇସୁଦାନଙ୍କ ଫଟୋ ପଦାକୁ ଆସିଛି । ରାଜ୍ୟରେ ଦଳର ଏକ କାର୍ଯ୍ୟାଳୟର ଉଦଘାଟନ କରିବା ଅବସରରେ ଅହମଦାବାଦ ଗସ୍ତରେ ଯାଇଛନ୍ତି କେଜିରିୱାଲ । ବିଜେପି ଓ କଂଗ୍ରେସକୁ ଚେକ ଦେବା ଲାଗି ଦଳ ଖୁବ ଶୀଘ୍ର ଆରମ୍ଭ କରିବ ଗେମପ୍ଲାନ । ଦଳ ୨୦୨୨ ନିର୍ବାଚନରେ ସମସ୍ତ ଆସନରେ ପ୍ରାର୍ଥୀ ଦେବ ବୋଲି ସୂଚନା ମିଳିଛି ।

