spot_img
Home Blog Page 5534

ଉତ୍ତରାଞ୍ଚଳ ଡିଆଇଜି ଭାବେ ଯୋଗଦେଲେ ଦୀପକ କୁମାର

ଭୁବନେଶ୍ୱର: ଉତ୍ତରାଞ୍ଚଳ ଡିଆଇଜି ଭାବେ ଆଜି ଯୋଗଦେଲେ ଦୀପକ କୁମାର । ୨୦୦୪ ବ୍ୟାଚର IPS ଅଫିସର ଦୀପକ ଆଇଜି ନରସିଂହ ଭୋଳଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେଣ୍ଟ୍ରାଲ ଡେପୁଟସନରୁ ଫେରିବା ପରେ ତାଙ୍କୁ ଉତ୍ତରାଞ୍ଚଳ DIG ଭାବେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି ।

ସବୁ SPଙ୍କ ସହିତ ଆଲୋଚନା କରି ବିଭିନ୍ନ ପ୍ରସଙ୍ଗକୁ ନେଇ ରଣନୀତି ପ୍ରସ୍ତୁତ କରାଯିବ ବୋଲି DIG କହିଛନ୍ତି । ସେ ଆଗରୁ ବଲାଙ୍ଗୀର SP ଭାବେ କାମ କରିଥିବାରୁ ତାଙ୍କୁ ବିଶେଷ କିଛି ଅସୁବିଧା ହେବନାହିଁ ବୋଲି ମଧ୍ୟ ସେ ସୂଚନା ଦେଇଥିଲେ । ଦାୟିତ୍ବ ଗ୍ରହଣ କାର୍ଯ୍ୟକ୍ରମରେ ଉତ୍ତରାଞ୍ଚଳ ରେଞ୍ଜର ସମସ୍ତ SP ଉପସ୍ଥିତ ରହିଥିଲେ ।

ଜୁନ୍ ୧୨ ସୁଦ୍ଧା ୩୦୦ ସଫଳ ଡେଲିଭରୀ

ବେଙ୍ଗାଳୁରୁ: କରୋନା ସଂକ୍ରମଣ ଓ ମୃତ୍ୟୁ ଖବରର ଭିଡ ଭିତରେ କିଛି ଏମିତି ଖବର ସାମ୍ନାକୁ ଆସୁଛି ଯାହା ଆଶ୍ବସ୍ତି ଦେଉଛି । ବେଙ୍ଗାଳୁରୁର HSIS ଘୋଷ ସରକାରୀ ହସ୍ପିଟାଲରେ ମାଇଲ ଷ୍ଟୋନ ସ୍ଥାପନ କରିଛନ୍ତି ସ୍ବାସ୍ଥ୍ୟକର୍ମୀ । ଜୁନ୍ ୧୨ ସୁଦ୍ଧା ୩୦୦ ସଫଳ ଡେଲିଭରୀ କରାଯିବାର ସଫଳତା ରହିଛି ଏହି ହସ୍ପିଟାଲ ନାଁରେ । ୩୦୦ କୋଭିଡ ଆକ୍ରାନ୍ତ ଗର୍ଭବତୀଙ୍କ ସଫଳ ପ୍ରସବ କରାଯାଇଛି । ଏହି ଖୁସିକୁ ପିପିଇ କିଟ୍ ପିନ୍ଧି ପରିପ୍ରକାଶ କରିଛନ୍ତି ହସ୍ପିଟାଲର ସମସ୍ତ ଷ୍ଟାଫ ନର୍ସ ଓ ଡାକ୍ତର । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର କେ. ସୁଧାକର ସମସ୍ତଙ୍କ ପ୍ରଶଂସା କରିଛନ୍ତି ।

ଦିଲ୍ଲୀରେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୩

ଦିଲ୍ଲୀ : କରୋନା ସ୍ଥିତିରେ ଅନେକ ସୁଧାର ଆସିଥିବା ବେଳେ ପର୍ଯ୍ୟାୟ କ୍ରମେ ଅନଲକ ପ୍ରକ୍ରିୟା ଜାରି ରଖିଛନ୍ତି ଦିଲ୍ଲୀ ସରକାର । ପୂର୍ବରୁ ଲକ୍ଡାଉନ କଟକଣାରେ କିଛିଟା କୋହଳ ହୋଇଥିବା ବେଳେ ଆସନ୍ତାକାଲିଠୁ ଆରମ୍ଭ ହେବ ଅନଲକ୍-୩ । ଏହି ପର୍ଯ୍ୟାୟରେ ଅଡ୍-ଇଭିନ୍ ପରିବର୍ତ୍ତେ ସମସ୍ତ ମଲ ଓ ବଜାର ଖୋଲିବାକୁ ଅନୁମତି ମିଳିଛି । ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ସବୁ ଦୋକାନ ବଜାର ଖୋଲିବାକୁ ଅନୁମତି ଦିଆଯାଇଛି । ୫୦ ପ୍ରତିଶତ ସିଟିଂ କାପାସିଟିରେ ରେଷ୍ଟୁରାଣ୍ଟ ଖୋଲିବ । ଆଗାମୀ ସପ୍ତାହକୁ ଟ୍ରାଏଲ ବେସିସରେ ଅନଲକ୍ କରିବାକୁ ସରକାର ଯୋଜନା କରିଛନ୍ତି । ସରକାରୀ ଅଫିସରେ ଶତ ପ୍ରତିଶତ ଅଧିକାରୀ ଓ ୫୦ ପ୍ରତିଶତ କର୍ମଚାରୀରେ କାମ ହେବ । ପ୍ରାଇଭେଟ ଅଫିସ ୫୦ପ୍ରତିଶତ କର୍ମଚାରୀରେ ଚାଲିବାକୁ ଅନୁମତି । ସକାଳ ୯ଟାରୁ ସନ୍ଧ୍ୟା ୫ଟା ଯାଏ ଅଫିସ ଖୋଲିବ । ହେଲେ ଏବେ ବି ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ଅନୁମତି ଦିଆଯାଇଛି । ସମସ୍ତ ସାମାଜିକ, ଧାର୍ମିକ ଓ ରାଜେନୖତିକ ସଭାସମିତି ବନ୍ଦ ରହିବ । ଧର୍ମିକ ସ୍ଥଳ ଖୋଲିବ, ହେଲେ ସାଧାରଣ ଲୋକଙ୍କ ଯିବାଆସିବା ଉପରେ କଟକଣା ଲଗାଯାଇଛି । ଜିମ୍, ପାର୍କ, ଯୋଗ ସେଣ୍ଟର ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦରହିବ । ମେଟ୍ରୋ ଓ ପବ୍ଲିକ ଟ୍ରାନ୍ସପୋର୍ଟ ୫୦ପ୍ରତିଶତ ସିଟିଂ କାପାସିଟିରେ ଚାଲିବ ।…..

ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ଡିଆ ତିନିଜଣିଆ ଆଡ୍‌ହକ୍‌ କମିଟି ଗଠନ କରିବ

ଭୁବନେଶ୍ୱର: ଓଡ଼ିଶାରେ ହକି ପରିଚାଳନା ପାଇଁ ହକି ଇଣ୍ଡିଆ ତିନିଜଣିଆ ଆଡ୍‌ହକ୍‌ କମିଟି ଗଠନ କରିବ । କମିଟିରେ ଏବେ ହକି ଇଣ୍ଡିଆର ଉପସଭାପତି ଭୋଳାନାଥ ସିଂହ ଅଧ୍ୟକ୍ଷ ଥିବାବେଳେ ଅଲିମ୍ପିଆନ ଦିଲୀପ ତିର୍କି କ୍ରୀଡ଼ାବିତ୍‌ଙ୍କୁ ପ୍ରତିନିଧିତ୍ବ କରୁଛନ୍ତି। କମିଟିର ତୃତୀୟ ସଦସ୍ୟ ଭାବେ ଓଡ଼ିଶା ଅଲିମ୍ପିକ ସଂଘର ‌ଜଣେ ପ୍ରତିନିଧିଙ୍କୁ ନିଆଯିବ। ଏଥିପାଇଁ ଜଣେ ପ୍ରତିନିଧିଙ୍କ ନାମ ପଠାଇବାକୁ ହକି ଇଣ୍ଡିଆ ପକ୍ଷରୁ ରାଜ୍ୟ ଅଲିମ୍ପିକ ସଂଘକୁ ଅନୁରୋଧ କରାଯାଇଛି। ରାଜ୍ୟରେ ହକି ଖେଳର ପରିଚାଳନା ପାଇଁ ପୂର୍ବରୁ ଥିବା ସ୍ବୀକୃତିପ୍ରାପ୍ତ ସଂଗଠନ ହକି ଓଡ଼ିଶାରେ ଦୀର୍ଘ ଦିନ ଧରି ଅନିୟମିତତା ଚାଲିଥିବା ସର୍ବଭାରତୀୟ ସଂଘ ନିକଟରେ ଅଭିଯୋଗ ହୋଇଥିଲା। ଏଥିପାଇଁ ହକି ଇଣ୍ଡିଆ ପକ୍ଷରୁ ହକି ଓଡ଼ିଶାକୁ ଏକାଧିକ ଥର ଚିଠି ଲେଖାଯାଇ ଜବାବ ଲୋଡ଼ାଯାଇଥିଲା। କିନ୍ତୁ ହକି ଓଡ଼ିଶାର ପ୍ରତିକ୍ରିୟା ମିଳୁନଥିବାରୁ ଶେଷରେ ଓଡ଼ିଶାର ହକି ପରିଚାଳନା ଦାୟିତ୍ବ ଆଡ୍‌ହକ୍‌ କମିଟି ହାତରେ ଛାଡ଼ିବାକୁ ସର୍ବଭାରତୀୟ ସଂଘ ନିଷ୍ପତ୍ତି ନେଇଛି।

ଉଗ୍ରତାରା ପୀଠରେ ଲାଗୁ ହେଲା ୧୪୪ ଧାରା

ଟାଙ୍ଗି: ଟାଙ୍ଗି ମା’ ଉଗ୍ରତାରା ପୀଠରେ ଲାଗୁ ହେଲା ୧୪୪ ଧାରା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟାଙ୍ଗି ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ ଏହି କଟକଣା ଜାରି କରିଛନ୍ତି । ତେବେ ଆଜିଠୁ ୧୭ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି କରାଯାଇଛି । ରଜ ପର୍ବରେ ମା’ଙ୍କ ପୀଠରେ ଭିଡ଼ ହେବାର ସମ୍ଭାବନା ଥିବାରୁ ଏହି କଟକଣା ଜାରି କରାଯାଇଛି । ମନ୍ଦିର ଭତିରକୁ ଭକ୍ତଙ୍କୁ ବାରଣ କରାଯାଇଛି । କେବଳ ମନ୍ଦିର ଭିତରେ ମା’ଙ୍କ ନୀତିକାନ୍ତି ଜାରିରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପନ୍ନ ହେବ ।

ସୋମବାର ଠାରୁ ଦିଲ୍ଲୀରେ କ’ଣ ସବୁ ଖୋଲିବ ? ଜାଣନ୍ତୁ ଅନଲକର ନୂଆ ଗାଇଡଲାଇନ୍

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବଡ଼ ଘୋଷଣା କରିଛନ୍ତି। ସୋମବାର ଠାରୁ ଦିଲ୍ଲୀର ରେଷ୍ଟୁରାଣ୍ଟଗୁଡିକ ୫୦ ପ୍ରତିଶତ ବସିବା କ୍ଷମତାରେ ଖୋଲିବା ନେଇ ଘୋଷଣା କରାଯାଇଛି । ଏହା ବ୍ୟତୀତ ଘରୋଇ କାର୍ଯ୍ୟାଳୟଗୁଡ଼ିକ ମଧ୍ୟ ସକାଳ ୯ ଟାରୁ ୫ଟା ପର୍ଯ୍ୟନ୍ତ ୫୦ ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ କରିବ । ଏଥି ସହିତ ବଜାର, ମଲ୍ ଏବଂ ମାର୍କେଟ କମ୍ପ୍ଲେକ୍ସଗୁଡିକର ସମସ୍ତ ଦୋକାନ ସକାଳ ୧୦ ଟାରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲିପାରିବ । ତେବେ ଆସନ୍ତା ସପ୍ତାହରେ ଯଦି କୋଭିଡ-19 ମାମଲା ବୃଦ୍ଧି ପାଇବ, ତେବେ ଦିଲ୍ଲୀର ବଜାର ଏବଂ ରେଷ୍ଟୁରାଣ୍ଟରେ କିଛି ପ୍ରତିବନ୍ଧକ ଲାଗୁ ହେବ ବୋଲି ସେ ସ୍ପଷ୍ଟ ଭାବେ କହିଛନ୍ତି କେଜ୍ରିୱାଲ ।

ଏହାସହ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସାପ୍ତାହିକ ବଜାରକୁ ମଧ୍ୟ ଅନୁମତି ଦେଇଛନ୍ତି । ମାତ୍ର ଗୋଟିଏ ଦିନରେ କେବଳ ଗୋଟିଏ ଜୋନରେ ସାପ୍ତାହିକ ବଜାରକୁ ଅନୁମତି ଦିଆଯିବ । ଯେଉଁଠାରେ ସରକାରୀ କାର୍ଯ୍ୟାଳୟଗୁଡିକ ଶତପ୍ରତିଶତ ଗ୍ରୁପ୍ ଏ ଅଧିକାରୀ ଏବଂ ୫୦ ପ୍ରତିଶତ ଅନ୍ୟ କର୍ମଚାରୀଙ୍କ ସହିତ ଖୋଲିବାକୁ ସକ୍ଷମ ହେବେ। ଏହାସହ ଅତ୍ୟାବଶ୍ୟକ ସେବାଗୁଡିକ ପୂର୍ବ ପରି ଜାରି ରହିବ । ଏହା ବ୍ୟତୀତ ଘରେ କିମ୍ବା କୋର୍ଟରେ ୨୦ ଜଣରେ ବିବାହ ଅନୁଷ୍ଠିତ ହୋଇପାରିବ । ଯଦିଓ ଧାର୍ମିକ ସ୍ଥାନ ଗୁଡ଼ିକ ଖୋଲାଯାଉଛି, କିନ୍ତୁ ଭକ୍ତମାନଙ୍କୁ ଯିବାକୁ ଅନୁମତି ଦିଆଯିବ ନାହିଁ।

ଏହି ଜିନିଷ ଉପରେ ଲାଗିବ ପ୍ରତିବନ୍ଧକ  

ଏହା ବ୍ୟତୀତ ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଦ୍ୟାଳୟ-କଲେଜ, ଶିକ୍ଷାନୁଷ୍ଠାନ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ, ସାଂସ୍କୃତିକ, ଧାର୍ମିକ ସମାବେଶ, ସୁଇମିଂ ପୁଲ୍, ଷ୍ଟାଡିୟମ୍, ସ୍ପୋର୍ଟସ କମ୍ପ୍ଲେକ୍ସ, ସିନେମା ହଲ୍, ଥିଏଟର, ମନୋରଞ୍ଜନ ପାର୍କ, ଭୋଜି ହଲ୍, ଅଡିଟୋରିୟମ୍ , ସ୍ପା, ଜିମ୍, ସର୍ବସାଧାରଣ ପାର୍କ ଏବଂ ବଗିଚା ସମ୍ପୂର୍ଣ୍ଣ ବନ୍ଦ ରହିବ ।

ତୃତୀୟ ଲହର ପାଇଁ ମଧ୍ୟ ପ୍ରସ୍ତୁତି ଜାରି

ଏହାସହ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀର କୋଭିଡ -19 ସହ ଜଡିତ ପରିସ୍ଥିତି ମୁଖ୍ୟତଃ ନିୟନ୍ତ୍ରଣରେ ରହିଛି, ସମ୍ଭାବ୍ୟ ତୃତୀୟ ଲହକର ମୁକାବିଲା ପାଇଁ ପ୍ରସ୍ତୁତି ଚାଲିଛି।

CTI ର ଦାବି ଗ୍ରହଣୀୟ ନୁହେଁ

ଦିଲ୍ଲୀ ସରକାର ଚାମ୍ବର ଅଫ୍ ଟ୍ରେଡ୍ ଆଣ୍ଡ ଇଣ୍ଡଷ୍ଟ୍ରି (ସିଟିଆଇ)ର ଦାବିକୁ ଗ୍ରହଣ କରିନାହାଁନ୍ତି। ବାସ୍ତବରେ, ଜୁନ୍ ୧୪ରୁ ସେଲୁନ୍ ଏବଂ ଜିମ୍ ଖୋଲିବାକୁ CTI ଦାବି କରିଥିଲା । ଏହି ପରିପ୍ରେକ୍ଷୀରେ ସିଟିଆଇ ସଭାପତି ବୃଜେଶ ଗୋୟଲ କହିଛନ୍ତି ଯେ, ସିଟିଆଇ ସେଲୁନ୍ ଏବଂ ଜିମ୍ ଖୋଲିବାକୁ ଦାବି କରିଥିଲେ ଏବଂ ଦିଲ୍ଲୀ ସରକାର ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଯେ ଏହି କ୍ଷେତ୍ରରେ ପ୍ରାୟ ୧୫ଲକ୍ଷ ଲୋକଙ୍କ ଜୀବିକା ରହିଛି ।

ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ,କିନ୍ତୁ ନାହିଁ ବନ୍ୟା ପରିସ୍ଥିତି

ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ଓ ଲଘୁଚାପ ପ୍ରଭାବରେ ସାରା ଓଡ଼ିଶାରେ ବିକ୍ଷିପ୍ତ ବର୍ଷା ହୋଇଛି । ମହାନଦୀର ଉପର ଅବବାହିକର ଆସନ୍ତା ୨୪ ଘଣ୍ଟାରେ ମଧ୍ୟମଧରଣର ବର୍ଷା ହେବା ସମ୍ଭାବନା ରହିଛି। ବର୍ଷା ଜନିତ ନଦୀରେ ପାଣି ହେବ । କିନ୍ତୁ ବନ୍ୟା ପରିସ୍ଥିତି ନାହିଁ । ଉପର ଅବବହିକ୍ୱାରେ  ୧୪ ଏମଏମ ବର୍ଷ ହୋଇଛି । ହୀରକୁଦରେ ୬୦୦.୭୯  ଫୁଟ ଜଳ ସ୍ତର ରହିଛି । ପ୍ରତି ସେକେଣ୍ଡରେ ୨୩ ଶହ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୧୩  ହଜାର କ୍ୟୂସେକ ଜଳ ପାୱାର ଚ୍ୟାନେଲ ଦ୍ୱାରା ନିଷ୍କାସିତ ହେଉଛି । ତଳମୁଣ୍ଡରେ ୧୦ ଏମଏମ ବର୍ଷ ହୋଇଛି। ୟାସ ପାଇଁ ୧୨୬ ଟିରୁ ୧୨୧ ଘାଇ ବର୍ତ୍ତମାନ ସୁଧା ମରାମତି ହୋଇସାରିଛି । କ୍ଷୁଦ୍ର ଜଳସେଚନ ବିଭାଗର ୧୨୭  ରୁ ୧୦୫ ଘାଇ ମରାମତି ସମ୍ପୂର୍ଣ ହୋଇଛି । ଆମର ଅଫିସର ମାନେ ସମ୍ପୂର୍ଣ ସଜାଗ ରହିଛନ୍ତି । ଆସନ୍ତା ୩ ଦିନ ମଧ୍ୟରେ ୩ ଇଞ୍ଚ ବର୍ଷା ହେବା ସମ୍ଭାବନା ରହିଛି ।
ଜ୍ୟୋତିର୍ମୟ ରଥ, ମୁଖ୍ୟ ଯନ୍ତ୍ରୀ , ଜଳସମ୍ପଦ ବିଭାଗ

ରାଜ୍ୟ ସରକାରଙ୍କୁ ୫ ହଜାର ଅକ୍ସି ସିଲିଣ୍ଡର ପ୍ରଦାନ କରିଛି ଆର୍ସେଲର ମିତଲ ନିପନ ଷ୍ଟିଲ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ୫ ହଜାର ଅକ୍ସି ସିଲିଣ୍ଡର ପ୍ରଦାନ କରିଛି ଆର୍ସେଲର ମିତଲ ନିପନ ଷ୍ଟିଲ। ରାଜ୍ୟ ଔଷଧ ନିଗମ ପରିସରରେ ଇପିକଲ ଏମଡି ନିତିନ ଭାନୁଦାସ ଜାୱଲେ ଙ୍କୁ ନିପନ ଷ୍ଟିଲ କତ୍ତୃପକ୍ଷ ଏହି ସିଲିଣ୍ଡର ପ୍ରଦାନ କରିଛନ୍ତି। ପୂର୍ବରୁ ୧୩୦୦ ସିଲିଣ୍ଡର ପ୍ରଦାନ କରିଥିଲା ନିପନ ଷ୍ଟିଲ। ଏହି ସିଲିଣ୍ଡରକୁ ମିଶାଇ ବର୍ତ୍ତମାନ ପ୍ରାୟ ୪୦ ହଜାର ଅକ୍ସିଜେନ ସିଲିଣ୍ଡର ଉପଲବ୍ଧ ହୋଇଛି।

ରାଜ୍ୟରେ ସଂକ୍ରମଣ କମୁଥିବାରୁ ପ୍ରାୟ ୧୦ ହଜାର ସିଲିଣ୍ଡର ଆବଶ୍ୟକ ପଡୁଥିବା ବେଳେ ବହୁ ପରିମାଣରେ ଉପଲବ୍ଧ ରହିଛି। ଆଗାମୀ ଦିନରେ କୋଭିଡ ମୁକାବିଲା କ୍ଷେତ୍ରରେ ଏହା ବିଶେଷ ଭାବେ ସହାୟକ ହେବ ବୋଲି କୁହାଯାଉଛି। ଆଗାମୀ ଦିନରେ ଆବଶ୍ୟକ ଅନୁସାରେ ବିଭିନ୍ନ ସ୍ଥାନକୁ ଏହା ପଠାଯିବ।

ଓଡ଼ିଶା ମାଇନିଂ କର୍ପୋରେସନ-ଓଏମ୍‌ସିକୁ ଅନ୍ତର୍ଜାତୀୟ ସମ୍ମାନ

ଭୁବନେଶ୍ୱର: ଓଡ଼ିଶା ମାଇନିଂ କର୍ପୋରେସନ-ଓଏମ୍‌ସିକୁ ଅନ୍ତର୍ଜାତୀୟ ସମ୍ମାନ । ‘ ବେଷ୍ଟ ଇନ ମ୍ୟାନେଜିଂ ହେଲ୍‌ଥ ଆଟ୍ ୱାର୍କ’ ପୁରସ୍କାର ପାଇଛି ଓଏମସି । ୧୯ତମ ଏସିଆନ୍ ଲିଡରସିପ୍ ଆଓ୍ବାର୍ଡ ପ୍ରଦାନ କାର୍ଯ୍ୟକ୍ରମରେ ଓଏମ୍‌ସି ଏହି ପୁରସ୍କାର ପାଇଛି । ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସୁରକ୍ଷିତ ଓ ସଚେତନତାମୂଳକ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେଇଥିବା କହିଛି ଓଏମ୍‌ସି । ଏହି ପୁରସ୍କାର ଆଗକୁ ପ୍ରେରଣା ଯୋଗାଇବ ବୋଲି ମୁଖ୍ୟମନ୍ତ୍ରୀଙ୍କ ଅଫିସ -ସିଏମ୍‌ଓ ପକ୍ଷରୁ କୁହାଯାଇଛି ।

ଇମ୍ରାନ ପଠାଇଲେ ଆମ୍ବ,ଚୀନ୍ କହିଲା ଦରକାର ନାହିଁ

ଇସଲାମାବାଦ: ପାକିସ୍ତାନ ଆମ୍ବକୁ ପସନ୍ଦ କଲେ ନାହିଁ ଆମେରିକା ଓ ଚୀନ । ଇମ୍ରାନ ପଠାଇଥିବା ଉପହାରକୁ କ୍ୱାରେଣ୍ଟାଇନ ନିୟମ ବିରୋଧରେ କହି ଫରାଇଦେଲେ ଦୁଇ ଦେଶ । କରୋନା ମହାମାରୀ ଏବଂ ଆର୍ଥିକ ସଙ୍କଟର ମଧ୍ୟରେ ଗତି କରୁଥିବା ପାକିସ୍ତାନ ନୂଆ କୂଟନୀତି ଆପଣାଇବାକୁ ଚେଷ୍ଟା କରିଛି । କିନ୍ତୁ ସେହି ରଣନୀତି ମଧ୍ୟ ତାର ସଫଳ ହୋଇପାରି ନାହିଁ । ଏହି ରଣନୀତିକୁ ତା ବିଶେଷ ବନ୍ଧୁ ଚୀନ୍ ଓ ଆମେରିକା ନଷ୍ଟ କରିଦେଇଛି । ନୂଆ କୂଟନୀତି ଅଧୀନରେ ପାକିସ୍ତାନ ବିଭିନ୍ନ ପ୍ରକାରର ଆମ୍ବକୁ ବିଶ୍ୱର ବିଭିନ୍ନ ଦେଶକୁ ଉପହାର ରୂପେ ପଠାଉଛି । କିନ୍ତୁ ପାକିସ୍ତାନର ସର୍ବୋତ୍ତମ ବନ୍ଧୁ ଚୀନ୍ ଏବଂ ଆମେରିକାକୁ  ଏହି ଆମ୍ବ ଉପହାରକୁ ପସନ୍ଦ କରିନାହାଁନ୍ତି ଏବଂ ପାକିସ୍ତାନରୁ ଉପହାର ସ୍ୱରୂପ ପଠାଯାଇଥିବା ଆମ୍ବକୁ ଫେରାଇ ଦେଇଛନ୍ତି ।

ସୂଚନା ଅନୁଯାୟୀ, ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ବୁଧବାର ଦିନ ଆମେରିକା ଏବଂ ଚୀନ୍ ସମେତ ୩୨ ରୁ ଅଧିକ ଦେଶର ମୁଖ୍ୟଙ୍କୁ ଆମ୍ବ ପଠାଇଥିଲେ, କିନ୍ତୁ ଆମେରିକା ଏବଂ ଚୀନ୍ ଭଳି ଦେଶ ସେମାନଙ୍କ କରୋନାଭାଇରସ୍  କ୍ୱାରେଣ୍ଟାଇନ୍ ନିୟମ ଦର୍ଶାଇ ଉପହାରକୁ ଅସ୍ୱୀକାର କରିଛନ୍ତି ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ରାଷ୍ଟ୍ରପତି ଡଃ. ଆରିଫ ଅଲବୀଙ୍କ ତରଫରୁ ୩୨ଟି ଦେଶର ମୁଖ୍ୟ ତଥା ସରକାରଙ୍କ ମୁଖ୍ୟଙ୍କ ନିକଟକୁ ‘ଚୌସା’ ଆମ୍ବକୁ ପଠାଯାଇଥିଲା। ଆମ୍ବ ବାକ୍ସ ଇରାନ, ଖାଡ଼ୀ ଦେଶ, ତୁର୍କୀ, ଆମେରିକା, ଆଫଗାନିସ୍ତାନ, ବାଂଲାଦେଶ ଏବଂ ଋଷକୁ ପଠାଯାଇଥିଲା । ବିଶେଷ ସୂତ୍ରରୁ ପ୍ରକାଶ ଯେ, ପାକିସ୍ତାନ ବୈଦେଶିକ ମନ୍ତ୍ରଣାଳୟର ଏହି ତାଲିକାରେ ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମ୍ୟାକ୍ରୋନ୍ ଙ୍କ ମଧ୍ୟ ନାମ ମଧ୍ୟ ଥିଲା, କିନ୍ତୁ ପ୍ୟାରିସ ପକ୍ଷରୁ ପାକିସ୍ତାନର ଉଦ୍ଦେଶ୍ୟ ନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଚୀନ୍ ଏବଂ ଆମେରିକା ବ୍ୟତୀତ କାନାଡା, ନେପାଳ ଏବଂ ଶ୍ରୀଲଙ୍କା ମଧ୍ୟ ପାକିସ୍ତାନରୁ ପଠାଯାଇଥିବା ଆମ୍ବକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ଏହା ପଛରେ କରୋନା ଭାଇରସ ବ୍ୟାପିବାରୁ ରୋକିବା ପାଇଁ କାର୍ଯ୍ୟକାରୀ ହୋଇଥିବା କ୍ୱାରେଣ୍ଟାଇନ ନିୟମ ଦର୍ଶାଯାଇଛି ।