spot_img
Home Blog Page 5533

ସରପଞ୍ଚ ଘୋଷଣା କଲେ ସଟଡାଉନ, ସଂକ୍ରମଣ ବଢୁଥିବାରୁ ରଜରେ ଛାଟ

ଯାଜପୁର: ଜିଲ୍ଲାରେ ସଂକ୍ରମଣ ବୃଦ୍ଧି ପାଉ ଥିବାରୁ, ଆସନ୍ତା କାଲି ରଜ ଦୁଇ ଦିନ ପାଇଁ ଚଣ୍ଡିଖୋଲ ଛକ ସଟ ଡାଉନ ଘୋଷଣା କରିଛନ୍ତି ସୂଂଗୁଡା ସରପଞ୍ଚ ଚାଚାଳିନ ସ୍ୱାଇଁ  । ସୂଂଗୁଡା ପଂଚାୟତ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉ ଥିବାରୁ ରଜ ପାଇଁ ଚଣ୍ଡିଖୋଲ ଛକ ମଧ୍ୟ ଜନ ଗହଳି ରହିବା ଆଶଙ୍କା ରହିଥିବାରୁ ସୂଂଗୁଡା ସରପଞ୍ଚ ପଂଚାୟତ କୁ ସଟ ଡାଉନ କରିବା ପାଇଁ ଲିଖିତ ଭାବେ ବଡ଼ଚଣା ବ୍ଲକ ବିଡ଼ିଓ କୁ ଜଣାଇଛନ୍ତି  ।

ସେପଟେ ବିଡ଼ିଓ ଏ ନେଇ ଜିଲ୍ଲାପାଳଙ୍କୁ ଜଣାଇବା ପରେ ଜିଲ୍ଲାପାଳଙ୍କ ଅନୁମତି ପରେ ଦୁଇ ଦିନ ସଟଡାଉନ ପାଇଁ ଘୋଷଣା କରାଯଇଛି  । ସୋମବାର ଓ ମଙ୍ଗଳବାର ଚଣ୍ଡିଖୋଲ ଛକର ସମସ୍ତ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଅତ୍ୟାବଶକୀୟ ସେବା ଜାରି ରହିବ  । ସମସ୍ତେ କଟକଣାକୁ ମାନିବା ସହ ପ୍ରଶାସନକୁ ସହଯୋଗ କରିବା ପାଇଁ ସରପଞ୍ଚ ନିବେଦନ କରିଛନ୍ତି  ।

ଥାନାରେ ପହଞ୍ଚିଲା କୁକୁର ପାଇଁ କଳି , ସିସିଟିଭିରେ କଏଦ ଗଣ୍ଡଗୋଳର ଦୃଶ୍ୟ

ଭୁବନେଶ୍ୱର: ରାଜଧାନୀରେ କୁକୁର ପାଇଁ କଳି। ସିସିଟିଭି ରେ କଏଦ ହେଲା ଗଣ୍ଡଗୋଳର ଦୃଶ୍ୟ। କୁକୁର କଳି ପହଞ୍ଚିଲା ଥାନାରେ। ନୟାପଲ୍ଲୀ ବ୍ରିଟ କଲୋନୀରେ ବୁଲା କୁକୁରଙ୍କ ମାଡ ପ୍ରତିବାଦରେ 2 ପରିବାର ହାତାହାତି ହୋଇଥିବା ଜଣାପ଼ଡିଛି । ଗତ 8 ତାରିଖରେ ଘର ସାମନାରେ ଶୋଇଥିବା ବୁଲା କୁକୁରକୁ ଅକ୍ଷୟ ମଲ୍ଲିକ ନାମକ ବ୍ୟକ୍ତି ମାଡ ମାରିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାକୁ ଅରୁଣ ମହାନ୍ତି ନାମକ ଅନ୍ୟ ଏକ ପରିବାର ବିରୋଧ କରିବା ସହିତ ପିପୁଲ ଫର ଆନିମଲ ଓ ଥାନାରେ ଜଣାଇଥିଲେ।

ଅନ୍ୟପଟେ ସେହି ଘଟଣାରେ ଅକ୍ଷୟଙ୍କ ପରିବାର ଆଜି ସନ୍ଧ୍ୟାରେ ଅରୁଣ ଓ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପାଲଟା ଅଭିଯୋଗ କରିଛନ୍ତି।ବୁଲା କୁକୁର ତାଙ୍କ ସ୍କୁଟି ସିଟ ଚିରୁଥିଲେ । ଯାହାର ବିରୋଧ କରିଥିଲେ ଅକ୍ଷୟ । ଏପଟେ ସିସିଟିଭି ଭିଡ଼ିଓରେ କିନ୍ତୁ ମାଡ ମାରିବା ଘଟଣା କଏଦ ହୋଇଛି । କୁକୁରକୁ ମାଡ ମାରିଥିବା ସିସିଟିଭି ରେ କଏଦ। ଆଜି ସନ୍ଧ୍ୟାରେ ଉଭୟ ପରିବାର ପକ୍ଷରୁ ନୟାପଲ୍ଲୀ ଥାନାରେ ସାମ୍ନାରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।

ବଢୁଛି ଔଷଧ ନକଲି କାରବାର, ବାରିପଦାରେ ଚଢାଉ

ମୟୂରଭଞ୍ଜ: ରାଜ୍ୟର କେତେକ ଜିଲ୍ଲାରେ ନକଲି ଔଷଧ କାରବାର ବିରୋଧରେ ତଦନ୍ତ ପରିପ୍ରେକ୍ଷୀରେ ବାରିପଦାର ଦୁଇ ଟି ଔଷଧ ଦୋକାନରେ ଚଢାଉ। ମୟୂରଭଞ୍ଜ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ରୁଦ୍ର ନାରାୟଣ ସାହୁଙ୍କ ନେତୃତ୍ୱରେ ବାରିପଦା ର ଲାଲ ଵଜାର ଠାରେ ଥିବା ସନ୍ତୋଷ ମେଡିକାଲ ଏଜେନ୍ସି ଓ ଦେଉଳ ସାହି ଠାରେ ଥିବା ସରସ୍ଵତୀ ଫାର୍ମାସ୍ୟୁଟିକାଲ୍ସ ଔଷଧଦୋକାନରେ ଚଢାଉ କରାଯାଇଛି ।

ଚଢାଉ ହୋଇଥିବା ଦୋକାନରୁ ସମ୍ପୃକ୍ତ ମେଡିଲଏଡ ମେଡିକାମେଣ୍ଟ କମ୍ପାନୀ ର ୯୨ ହଜାର ଟଙ୍କା ରୁ ଉର୍ଦ୍ଧ୍ବ ମୂଲ୍ୟର ନକଲି ଔଷଧ ଜବତ କରାଯାଇଛି। ଜବତ ହୋଇଥିବା ସ୍ନିଜି ୫୦୦ ଏବଂ ଏମ ଡି- ଟିଵିଆର ଟାବଲେଟ ଗୁଡ଼ିକ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ ଏବଂ ସେମାନଙ୍କ ନାମ ରେ ଡ୍ରଗ୍ସ ଏଣ୍ଡ କସମେଟିକ ଆଇନ ୧୯୪୦ ର ୧୭(ବି) (ସି) ଧାରା ରେ ମାମଲା ରୁଜୁ କରାଯିବ ବୋଲି ମୟୂରଭଞ୍ଜ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର କହିଛନ୍ତି।

ମାତ୍ର ୯୪ଟଙ୍କାରେ ପଆନ୍ତୁ BSNLର ରିଚାର୍ଜ ପ୍ଲାନ୍ ! ଯେଉଁଥିରେ ଆପଣ ପାଇବେ ୯୦ଦିନର ୩ଜିବି ଡାଟା

ନୂଆଦିଲ୍ଲୀ: ଭାରତୀୟ ସରକାରୀ ଟେଲିକମ୍ କମ୍ପାନୀ ବିଏସଏନଏଲ (BSNL) ଲକଡାଉନ ସମୟରେ ନିଜ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ନୂଆ ନୂଆ ରିଚାର୍ଜ ପ୍ଲାନ ପ୍ରଦାନ କରୁଛି । BSNLର ଏହି ଯୋଜନାରେ, ଉପଭୋକ୍ତାଙ୍କୁ ମାଗଣାରେ କଲ କରିବା ପରେ ୧୦୦ ମିନିଟ୍ ଦିଆଯାଉଛି ସମ୍ପୂର୍ଣ୍ଣ ୯୦ ଦିନ ପାଇଁ । ଯାହାର ବ୍ୟବହାର ଅନ୍ୟ କୌଣସି ନେଟୱାର୍କକୁ କଲ କରି ମଧ୍ୟ ବ୍ୟବହାର କରିପାରିବେ । ମାଗଣା ୧୦୦ ମିନିଟର ସମ୍ପୂର୍ଣ୍ଣ ଉପଯୋଗ କରିବା ପରେ, ଉପଭୋକ୍ତାଙ୍କୁ କଲ କରିବା ପାଇଁ ସାଧାରଣ ଦେୟ ଦେବାକୁ ପଡିବ । ଏହାସହ ଏଥିରେ ୩ ଜିବି ଡାଟା ଦିଆଯାଇଛି, ଯାହା ଉପଭୋକ୍ତାମାନେ ୯୦ ଦିନ ବ୍ୟବହାର କରିପାରିବେ ।

ସୂଚନାଯୋଗ୍ୟ ଯେ, ଯଦିଓ ଉପଲବ୍ଧ ହେଉଥିବା ୩ ଜିବି ଡାଟା ପ୍ରତିଦିନ ହିସାବରେ ନୁହେଁ । BSNLର ଏହି ରିଚାର୍ଜ ପ୍ଲାନର ମୂଲ୍ୟ ମାତ୍ର ୯୪ ଟଙ୍କା । BSNLର ୯୪ ଟଙ୍କାର ଏହି ଯୋଜନାରେ, ଉପଭୋକ୍ତାଙ୍କୁ ୬୦ ଦିନ ପାଇଁ ମାଗଣାରେ PRBT ଡିଫଲ୍ଟ ଟ୍ୟୁନ୍ ମଧ୍ୟ ଦିଆଯାଉଛି । PRBT ହେଉଛି ଏକ କଲର୍ ଟ୍ୟୁନ୍, ଯେଉଁଥିରେ ଆପଣଙ୍କ ଫୋନକୁ କଲ କରୁଥିବା ବ୍ୟକ୍ତି ଡିଫଲ୍ଟ ଟ୍ୟୁନ୍ ଶୁଣି ପାରିବେ ।
ସୂଚନା ଯୋଗ୍ୟ ଯେ, ଏହି କଲର୍ ଟ୍ୟୁନ୍ ସୁବିଧା କେବଳ ପୁରୁଣା BSNL ଗ୍ରାହକଙ୍କ ପାଇଁ । ନୂତନ ସଂଯୋଗ ଥିବା BSNL ଉପଭୋକ୍ତାମାନେ ଏହି କଲର୍ ଟ୍ୟୁନ୍ ସୁବିଧା ପାଇପାରିବେ ନାହିଁ ।
ମିଳିବ ୯୦ ଦିନର ବୈଧତା
ଅନ୍ୟ ଟେଲିକମ୍ କମ୍ପାନୀଗୁଡିକର ଡାଟା ପ୍ଲାନ ସୀମିତ ବୈଧତା ସହିତ ଆସିଥାଏ, ବ୍ୟବହାରକାରୀ ବ୍ୟବହାର ନକଲେ ଡାଟାର ଲାଭ ଉପଭୋକ୍ତାଙ୍କୁ ମିଳିପାରିବ ନାହିଁ ।
ରିଚାର୍ଜ ପ୍ଲାନ ଶେଷ ହେବା ମାତ୍ରେ ଡାଟା ପ୍ୟାକ୍ ମଧ୍ୟ ବନ୍ଦ ହୋଇଯାଏ, ଯେତେବେଳେ ବିଏସ୍ଏନ୍ଏଲ୍ ପ୍ଲାନରେ ଉପଭୋକ୍ତାଙ୍କୁ ୯୦ ଦିନର ବୈଧତା ମାତ୍ର ୯୪ ଟଙ୍କା ମିଳିଯାଏ । ଡାଟାର କମ୍ ବ୍ୟବହାର କରୁଥିବା ଉପଭୋକ୍ତାମାନଙ୍କ ପାଇଁ BSNLର ଏହି ଯୋଜନା ବହୁତ ଭଲ । ଏହି ଯୋଜନାରେ, ଉପଭୋକ୍ତା ପ୍ରତି ମାସରେ ରିଚାର୍ଜ କରିବାର ଅସୁବିଧାରୁ ମଧ୍ୟ ମୁକ୍ତି ପାଇଯିବେ ।

କର୍କଟ ପୀଡିତ ସରୋଜଙ୍କୁ ଓଡିଶା ମୋ ପରିବାର ପକ୍ଷରୁ ସହାୟତା

ଯାଜପୁର:  ବଡ଼ଚଣା ବ୍ଲକ ନେଳିଆ ପଂଚାୟତ ର ସରୋଜ ବେହେରା ଦୀର୍ଘ ଦିନ ଧରି କର୍କଟ ରୋଗ ରେ ପୀଡିତ ହୋଇ ଚିକିତ୍ସାଧିନ ହେଉଛନ୍ତି  । ଚା ଦୋକାନ କରି ପରିବାର ଚଳାଉଥିଲେ ସରୋଜ  । ହେଲେ କ୍ୟାନ୍ସର ହେବା ପରଠୁ ଚିକିତ୍ସା ପାଇଁ ଅର୍ଥ ନଥିବା ବେଳେ ଦୟନୀୟ ଅବସ୍ଥାରେ ପରିବାର ଲୋକେ ଦିନ କାଟୁଥିଲେ  । ଦୁଇ ଥର ଅପରେସନ ପାଇଁ ଲୋକଙ୍କ ସାହାଯ୍ୟ ଅର୍ଥ ରେ ଚିକିତ୍ସା ହୋଇଥିଲା ହେଲେ ଆଉ ଏକ ଅପରେସନ ପାଇଁ ଡାକ୍ତର କହିଥିବାରୁ , ପରିବାର ଲୋକେ ଅର୍ଥ ନଥିବରୁ ଭାଙ୍ଗି ପଡ଼ିଥିଲେ।

ଚିକିତ୍ସା ପାଇଁ ଅର୍ଥ କେଉଁଠୁ ଆସିବ ସେଥପାଇଁ ପରିବାର ଲୋକେ ଚିନ୍ତା ରେ ପଡ଼ିଥିଲେ  । ସେ ରାଜ୍ୟ ସରକାରଙ୍କୁ ଚିକିତ୍ସା ପାଇଁ ଗୁହାରୀ କରିଥିବା ବେଳେ ଓଡିଶା ମୋ ପରିବାର ପକ୍ଷରୁ ସରୋଜ ଙ୍କୁ ସହାୟତା ପାଇଁ ହାତ ବଢ଼ାଇଛନ୍ତି  । ରାଜ୍ୟ ବିଜେଡି ସାଧାରଣ ସମ୍ପାଦକ ଜନ୍ମେଞ୍ଜୟ ଲେଙ୍କାଙ୍କ ପ୍ରଚେଷ୍ଟା ରେ ଓଡିଶା ମୋ ପରିବାର ପକ୍ଷରୁ ନଗଦ 50000 ଟଙ୍କା ପରିବାର କୁ ପ୍ରଦାନ କରାଯଇଛି  । ଆଗାମୀ ଦିନରେ ମଧ୍ୟ ଚିକିତ୍ସା ରେ ଆବଶ୍ୟକୀୟ ଅର୍ଥ ଦିଆଯିବ ବୋଲି ପ୍ରତିଶୃତି ଦିଆ ଯାଇଛି  । ଓଡିଶା ମୋ ପରିବାର ପକ୍ଷରୁ ସହଯୋଗ ର ହାତ ବଢ଼ାଇ ଥିବା ରୁ ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇ ଛନ୍ତି ପରିବାର ଲୋକେ  ।

ସକ୍ରିୟ ହୋଇଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ, ୮ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତା ୨୪ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ୮ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା । ସମ୍ପୂର୍ଣ୍ଣ ଓଡ଼ିଶାରେ ସକ୍ରିୟ ହୋଇଛି ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ । ଏହା ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମବଙ୍ଗ, ଛତିଶଗଡ ଓ ଝାଡଖଣ୍ଡ ଆଡେ ମୁହାଁଇଛି । ଲଘୁଚାପ ପ୍ରଭାବରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ ୮ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର ।

ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, ଅନୁଗୁଳ, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହାସହିତ ମାଲକାନଗିରି କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ଢେଙ୍କାନାଳ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡା, ଜଗତସିଂହପୁର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିପାଇଁ ସମସ୍ତ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ସେହିପରି ଆସନ୍ତା ୧୫ ତାରିଖରେ ୧୩ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ୧୬ ତାରିଖରେ ୬ଟି ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର । ବର୍ଷା ସମୟରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ଏବଂ ବେଳେବେଳେ ପବନର ବେଗ ୬୦ କିଲୋମିଟର ଛୁଇଁପାରେ । ଉପକୂଳ ଓଡ଼ିଶାରେ ପବନର ବେଗ ଅଧିକ ରହିବା ସହ ସମୁଦ୍ର ଅଶାନ୍ତ ରହିବ । ଏଥିପାଇଁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ଯିବା ପାଇଁ ବାରଣ କରାଯାଇଛି  ।

କରୋନାରୁ ସୁସ୍ଥ ହୋଇ ୱାର୍କଆଉଟକୁ ଫେରିଲେ କ୍ୟାଟ୍

ମୁମ୍ବାଇ: ମହାମାରୀ ସମୟରେ, ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ବଲିଉଡର ସେଲିବ୍ରିଟି ସମସ୍ତେ କରୋନାର ଶିକାର ହୋଇଛନ୍ତି । ଏମଧ୍ୟରେ ଅନେକ ସେଲିବ୍ରିଟି କରୋନା ମାତ ଦେବାରେ ସଫଳ ମଧ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୟାଟ୍ରିନା କୈଫ୍ ଜଣେ । ଚଳିତ ବର୍ଷ ଏପ୍ରିଲରେ କରୋନାରେ ସଂକ୍ରମିତ ହୋଇଥିଲେ କ୍ୟାଟ । ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛିନ୍ତି । ଏବେ ଅଭିନେତ୍ରୀ ପୁଣିଥରେ ତାଙ୍କ ଫିଟନେସ୍ ଯାତ୍ରାକୁ ଫେରିଛନ୍ତି । କ୍ୟାଟ୍ରିନା ତାଙ୍କ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି ଏବଂ କ୍ୟାପସନ ମାଧ୍ୟମରେ କହିଛନ୍ତି ଯେ ସେ ଏବେ ତାଙ୍କ ୱାର୍କଆଉଟକୁ ଫେରିଛନ୍ତି ।

ତେବେ କ୍ୟାଟ୍ରିନା ସେୟାର କରିଥିବା ପୋଷ୍ଟକୁ ସମସ୍ତେ ପସନ୍ଦ କରୁଛନ୍ତି। ପୋଷ୍ଟରେ ତାଙ୍କର ଫଟୋର କ୍ୟାପସନରେ ଲେଖିଛନ୍ତି, “କୋଭିଡରୁ ସୁସ୍ଥ ହେବା ଏବଂ ୱାର୍କଆଉଟ ଫେରିବା ମଧ୍ୟରେ ମୋତେ ବହୁତ ଧୌର୍ଯ୍ୟ ଧରିବାକୁ ପଡ଼ିଥିଲା । ଆପଣ ଆପଣଙ୍କ ଶରୀରର କ୍ଷମତା ଅନୁସାରେ ସମସ୍ତ କାର୍ଯ୍ୟ କରିବା ଆବଶ୍ୟକ । ଆପଣ ଆପଣଙ୍କ ଶରୀରର ଆରୋଗ୍ୟ ପ୍ରକ୍ରିୟା ଉପରେ ବିଶ୍ୱାସ କରନ୍ତୁ ଏବଂ ନିଜକୁ ସମୟ ଦିଅନ୍ତୁ କିନ୍ତୁ ପର୍ଯ୍ୟାୟ କ୍ରମେ ।” ପ୍ରଶଂସକଙ୍କ ସହିତ ସେଲିବ୍ରିଟିମାନେ ମଧ୍ୟ ତାଙ୍କ ଏହି ପୋଷ୍ଟ ଉପରେ ଅନେକ ମତାମତ ଦେଉଛନ୍ତି । ଜଣେ ଉପଭୋକ୍ତା ମନ୍ତବ୍ୟ ଦେଇଛନ୍ତି, “ବ୍ୟାକ ଟୁ ୱାର୍କଆଉଟ୍’ ମେମ୍ ତାଙ୍କୁ ଖୁବ ଭଲ ଲାଗିଲା । ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ଶରୀର ପାଇଁ ଫିଟନେସ୍ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ସୂଚନା ଯୋଗ୍ୟ ଯେ, ଭିକି କୌଶଲ କ୍ୟାଟ୍ରିନା କୈଫଙ୍କୁ ଡେଟ୍ କରୁଥିବା ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଉଭୟ ନିଜ ସମ୍ପର୍କକୁ ଲୁଚାଇ ରଖିଛନ୍ତି । ସେମାନେ ପ୍ରତ୍ୟେକ ଦିନ ସେମାନଙ୍କ ସମ୍ପର୍କକୁ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସୋନମ କପୁରଙ୍କ ଭାଇ ହର୍ଷବର୍ଦ୍ଧନ କପୁର କ୍ୟାଟ୍ରିନା ଏବଂ ବିକିଙ୍କ ସମ୍ପର୍କ ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଉଭୟେ ଏକାଠି ଅଛନ୍ତି ବୋଲି କହିଛନ୍ତି। ଯେଉଁଥି ପାଇଁ କ୍ୟାଟ୍ରିନା ହର୍ଷବର୍ଦ୍ଧନ କପୁରଙ୍କ ଉପରେ ଅତ୍ୟଧିକ କ୍ରୋଧିତ ହୋଇଥିଲେ।

ହିମାଚଳରୁ ନକଲି ଔଷଧ, କେସିଙ୍ଗାରେ ଚଢାଉ

କଳାହାଣ୍ଡି: ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗ ରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗତ ସ୍ଥିତ ଜୟହୀନ୍ଦ ଟ୍ରେଡସ୍ର ଉପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ସ୍ଥାନୀୟ ପୋଲିସ ଚଢ଼ାଉ । କଟକ ଲିଙ୍କ ପରେ ଓଡ଼ିଶା ବିଭିନ୍ନ ସ୍ଥାନରେ ଵିତରଣ ସୁଚନା ଆଧାର ରେ ପୋଲିସ ଚଢ଼ାଉ କରି ଯାଂଚ କରୁଛି।

ସେହିପରି ଏହି ଘଟଣାରେ କଳାହାଣ୍ଡିର ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ଉ କରାଯାଇଥିଲା। ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ସହ ଔଷଧ ଜବତ କରାଯାଇଛି। ଧର୍ମଗଡରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ତହସିଲଦାର ହରେକୃଷ୍ଣ ବରିହା ଓ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ ଓଡୁ ଉପସ୍ଥିତି ରେ ପୋଲିସ ଚଢ଼ାଉ ଜାରି ରହିଛି ।

ସେପଟେ ହିମାଚଳ ପ୍ରଦେଶରୁ କରୋନା ସଂପର୍କିତ ନକଲି ଔଷଧ ଆଣି ବିତରଣ ଅଭିଯୋଗରେ କେସିଙ୍ଗା ସ୍ଥିତ ବିଜୟ ଫାର୍ମାସିଟିକାଲ ଓ ଧର୍ମଗତ ସ୍ଥିତ ଜୟହୀନ୍ଦ ଟ୍ରେଡର୍ସ ଉପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସ୍ଥାନୀୟ ପୋଲିସ ଚଢ଼ାଉ କରିଛି । କଟକ ଲିଙ୍କ୍ ପରେ ଓଡ଼ିଶା ବିଭିନ୍ନ ସ୍ଥାନରେ ଵିତରଣ ସୁଚନା ଆଧାରରେ ପୋଲିସ ଚଢ଼ାଉ କରି ଯାଞ୍ଚ କରୁଛି । ଦୁଇଟି ଫାର୍ମାସିଟିକାଲ ଷ୍ଟୋରରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜ ପତ୍ର ସହ ଔଷଧ ଜବତ କରାଯାଇଛି ।ଧର୍ମଗଡରେ ମାଜିଷ୍ଟ୍ରେଟ ଦାୟିତ୍ବରେ ତହସିଲଦାର ହରେକୃଷ୍ଣ ବରିହା ଓ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ ଓଡୁ ଉପସ୍ଥିତିରେ ପୋଲିସ ଚଢ଼ାଉ ଜାରି ରହିଛି । ଶୁକ୍ରବାର ଦିନ କଟକ କନିକା ଛକରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଖାପାଖି 69 ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଥିଲା । ତେବେ ଏହି ଔଷଧ ସବୁ କେଉଁ ଜିଲ୍ଲାକୁ ସପ୍ଲାଇ ହୋଇଛି ସେନେଇ ଖୋଳତାଡ କରୁଛି ପୋଲିସ୍ ଓ ସ୍ବାସ୍ଥ୍ୟ ବିଭାଗ ।

ପୂର୍ବତଟ ରେଳପଥ ଏବଂ ଦକ୍ଷିଣ ରେଳପଥ ପରିସୀମା ମଧ୍ୟରେ ପରିବର୍ତ୍ତିତ ସମୟରେ ଚଳାଚଳ କରିବ ଟ୍ରେନ୍

ଭୁବନେଶ୍ୱର: ଦକ୍ଷିଣ ରେଳ ପରିସୀମା ମଧ୍ୟରେ କିଛି ସ୍ୱତନ୍ତ୍ର ଟ୍ରେନର ସମୟ ସଂଶୋଧନ କରିବାକୁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟ ଦେଇ ଯାତାୟାତ କରୁଥିବା ଚାରି ଯୋଡ଼ା ବିଶେଷ ଟ୍ରେନ ସହିତ ପୁରୀ ରୁ ଛାଡୁଥିବା ଗୋଟିଏ ଟ୍ରେନ ନିମ୍ନଲିଖିତ ଅନୁଯାୟୀ ଦକ୍ଷିଣ ରେଳବାଇର କିଛି ଷ୍ଟେସନରେ ସଂଶୋଧିତ ସମୟ ସାରଣୀରେ ରହଣି କରିବ ଓ ଛାଡିବ। 08496 ଭୁବନେଶ୍ୱର ରୁମେଶ୍ୱରମ୍ ସ୍ପେଶାଲ୍ ଭୁବନେଶ୍ୱର ରୁ 18 ଜୁନ୍, 2021 ଠାରୁ ଚେନ୍ନାଇ ଏଗମୋର ଷ୍ଟେସନ ଠାରେ ପୂର୍ବାହ୍ନ ୮ଘ.୧୫ମି.ରେ ପହଞ୍ଚିବ ଏବଂ ୮ଘ.୩୦ମି.ରେ ରମେଶ୍ୱରମ୍ ଅଭିମୁଖେ ଯାତ୍ରା କରିବ।

03352 ଆଲେପି-ଧାନବାଦ୍ ସ୍ପେଶାଲ୍ ଆଲେପିରୁ 16 ଜୁନ୍, 2021 ଠାରୁ ଏର୍ଣ୍ଣାକୁଲମ, ଆଲୱେ, ତ୍ରିଚୁର, ୱାଡାକାନଚେରି, ଅତ୍ତାପଲମ ଏବଂ ପାଲକ୍କାଡ ଷ୍ଟେସନ ଠାରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। 02666 କନ୍ୟାକୁମାରୀ-ହାଓଡ଼ା ସ୍ପେଶାଲ୍ କନ୍ୟାକୁମାରୀ ଠାରୁ 19 ଜୁନ୍, 2021 ରୁ କନ୍ୟାକୁମାରୀ, ତିରୁନେଭେଲି, କୋଭିଲପାଟ୍ଟି, ସାତୁର ଏବଂ ବିରୁଦୁନଗର ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

02665 ହାଓଡ଼ା-କନ୍ୟାକୁମାରୀ ବିସସ ଟ୍ରେନ ହାଓଡ଼ାରୁ 21 ଜୁନ୍ ଠାରୁ ତିରୁନେଭେଲି ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ। 08190 ଏର୍ଣ୍ଣାକୁଲମ-ଟାଟା ବିଶେଷ ଟ୍ରେନ ଏର୍ଣ୍ଣାକୁଲମ ଠାରୁ 23 ଜୁନ୍, 2021 ଠାରୁ ଏର୍ଣ୍ଣାକୁଲମ, ଆଲୁଭା, ଥ୍ରୀସୁର, ପାଲକ୍କଡ, ପୋଡାନୁର, ତିରୁପୁର, ଏରୋଡ ଏବଂ ସାଲେମ ଷ୍ଟେସନରେ ସଂଶୋଧିତ ସମୟ ସାରଣୀ ଅନୁଯାୟୀ ଚଳାଚଳ କରିବ।

ପ୍ରଫେସର ପଦ୍ମଶ୍ରୀ ରାଧାମୋହନଙ୍କୁ ଶ୍ରଦ୍ଧାଞ୍ଜଳୀ, ଭର୍ଚୁଆଲ ସ୍ମୃତିଚାରଣ

ଭୁବନେଶ୍ୱର:ପଦ୍ମଶ୍ରୀ ତଥା ପରିବେଶବିତ ରାଧାମୋହନଙ୍କ ପରଲୋକରେ ରାଜକିଶୋର ନାୟକ ନ୍ୟାସନାଲ ଫାଉଣ୍ଡେସନ ପକ୍ଷରୁ ଭୁବନେଶ୍ବର ଠାରେ ସ୍ମୃତି ସଭା କରାଯାଇଛି  । ପ୍ରଫେସର ପଦ୍ମଶ୍ରୀ ରାଧାମୋହନଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ  ସୁବାଷ ସିଂ, ସମାଜସେବୀ ପ୍ରହଲାଦ ସିଂ, ବିଧାୟକ ଅତନୁ ସବ୍ୟସାଚୀ ନାୟକ, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ଯୋଗଦେଇଥିଲେ  ।

ସେହିପରି ନୀଳୟକାନ୍ତ ମହାପାତ୍ର, ଜାତୀୟ ଚେତନର ସଂପାଦକ ତପନ ବିହାରୀଭଞ୍ଜ, ସମାଜସେବୀ ଅରୁନ୍ଧତୀ ନାୟକ, ରାଜ୍ୟ ଖଦୀନିଗନ ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ପଦ୍ମଶ୍ରୀ ରାଧାମୋହନଙ୍କ ସୁକନ୍ୟା ପୁଷ୍ପଭାରତୀ, ଅଧ୍ୟାପକ ଅଭିରାମ ବିଶ୍ବାଳ, ସାହିତ୍ୟିକ ବିଜୟ ନାୟକଙ୍କ ସମେତ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରୁ ରାଧାମୋହନଙ୍କ ସହ ପରିଚିତ ତଥା ଅପରିଚିତ ବ୍ୟକ୍ତିବିଶେଷ ଯୋଗଦାନ କରି ସ୍ମୃତି ଚାରଣ କରିବା ସହ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ପଦ୍ମଶ୍ରୀ ରାଧାମୋହନ ସେବା ଓ ସାଧନାର ଜଣେ ଅସାଧାରଣ ଗାନ୍ଧୀପ୍ରାଣ ସରଳ ଉଦଯୋଗୀ ପୁରୁଷ ଥିଲେ । ପ୍ରକୃତି ପରିବେଶ ଓ ବସ୍ତୁନିଷ୍ଠ ବିକାଶ ନିମନ୍ତେ ସମର୍ପିତ ଥିଲେ ତାଙ୍କ ସମଗ୍ର ଜୀବନ ।