ଯାଜପୁର: ବାପା ମା ପାଇଁ ତାଙ୍କ ପିଲା ଏ ଦୁନିଆର ସବୁଠୁ ବଡ ଖୁସି । ଯେଉଁ ଖୁସିର ଭବିଷ୍ୟତ ପାଇଁ ବାପା ବି କିଛି ବି କରିପାରନ୍ତି । ସେହି ବାପା ମାଙ୍କୁ ପିଲାମାନେ ଚଳନ୍ତି ଭଗବାନ ବୋଲି ମଧ୍ୟ ଭାବନ୍ତି । ହେଲେ ଭାଗ୍ୟର ବିଡମ୍ବନା ଯେ ଏ ସମାଜରେ କିଛି ବାପା ମା ନିଜ ପିଲାଙ୍କୁ ବିକି ଦେଉଛନ୍ତି କିଛି ଟଙ୍କା ପାଇଁ । ଏହିଭଳି ଘଟଣା ଓଡିଶାରେ ହିଁ ଦେଖିବାକୁ ମିଳିଛି । ଓଡିଶାର ଯାଜପୁର ବିଞ୍ଝାରପୁରରେ ଅଭାବନୀୟ ଘଟଣା । ୫ ହଜାର ଟଙ୍କା ଋଣ ସୁଝିନପାରି ପାଇଁ ଅଢ଼େଇ ବର୍ଷର ଶିଶୁକନ୍ୟାକୁ ବିକିଦେଲା ବାପା । ଅଭିଯୋଗପରେ ଉଦ୍ଧାର କଲା ପୋଲିସ । ସୂଚନା ଅନୁସାରେ, ବିଞ୍ଝାରପୁର ଫତେପୁର ମଲିଆ ଗାଁର ରମେଶ ବାରିକ ୫ ହଜାର ଟଙ୍କା ଋଣ ଆଣିଥିଲେ । ଋଣ ବାବଦ ଟଙ୍କା ସୁଝି ନପାରିବାରୁ ସେ ନିଜ ଝିଅକୁ ବିକ୍ରି କରିଦେଇଥିଲେ । ଏନେଇ ଥାନାରେ ଅଭିଯୋଗ କରିଥିଲେ ଶିଶୁ କନ୍ୟାର ଜେଜେ । ଖବର ପାଇ ପୋଲିସ ବିଞ୍ଝାରପୁର ସଏଦପୁର ଅଞ୍ଚଳର ଲିଟୁ ଜେନାଙ୍କ ଘରୁ ଶିଶୁ କନ୍ୟାକୁ ଉଦ୍ଧାର କରିଛି । ଆଜି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନିରଂଜନ କର ଘଟଣାସ୍ଥଳରେ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହ ଶିଶୁ କନ୍ୟାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରିଛନ୍ତି ।
ଦେଶର ଅପହଞ୍ଚ ଅଞ୍ଚଳରେ ଡ୍ରୋନ ସାହାଯ୍ୟରେ ଟିକା ପହଞ୍ଚାଇବେ ସରକାର
ନୂଆଦିଲ୍ଲୀ: ଦେଶରେ କରୋନାଭାଇରସ୍ ସଂକ୍ରମଣ ମାମଲା କ୍ରମାଗତ ଭାବେ ହ୍ରାସ ପାଉଛି। ଏବଂ କରୋନାକୁ ଅଧିକ ନିୟନ୍ତ୍ରଣରେ ଆଣିବାକୁ ଦେଶରେ ଏକ ବଡ଼ ଧରଣର କରୋନା ଟୀକାକରଣର ଅଭିଯାନ ମଧ୍ୟ ଚାଲିଛି । ଏହି ଟୀକାକରଣ ଅଭିଯାନକୁ ଦୂର ସ୍ଥାନରେ ପହଞ୍ଚାଇବାକୁ ପ୍ରୟାସ ମଧ୍ୟ ଆରମ୍ଭ ହୋଇଯାଇଛି । ସରକାର ବର୍ତ୍ତମାନ ଏନେଇ ଏକ ଯୋଜନା ଉପରେ ମଧ୍ୟ କାର୍ଯ୍ୟ କରୁଛନ୍ତି। ଏହା ଅଧୀନରେ ସରକାର ବର୍ତ୍ତମାନ UAV ଅର୍ଥାତ୍ ଦେଶର ସେହି ଦୁର୍ଗମ ଅଞ୍ଚଳରେ ଡ୍ରୋନ୍ ମାଧ୍ୟମରେ କରୋନା ଟିକା ବିତରଣ କରିବାକୁ ଯୋଜନା କରୁଛନ୍ତି, ଯେଉଁଠାରେ ରାସ୍ତା ଉପଲବ୍ଧ ନାହିଁ କିମ୍ବା ପହଞ୍ଚିବା କଷ୍ଟକର । ଆଇଆଇଟି କାନପୁର ଦ୍ୱାରା କରାଯାଇଥିବା ଅନୁସନ୍ଧାନରେ ଏହା ସମ୍ଭବ ବୋଲି କୁହାଯାଇଛି।
ବର୍ତ୍ତମାନ ସରକାରୀ କମ୍ପାନୀ HLL ଲାଇଫ କେୟାର ଦେଶରେ ସରକାରଙ୍କ ପାଇଁ କରୋନା ଟିକା କିଣିବା କାମ କରୁଛି। ଏହାର ସହାୟକ କମ୍ପାନୀ HLL ଇନଫ୍ରା ଟେକ୍ ସର୍ଭିସେସ୍ ଲିମିଟେଡ୍ ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ICMR) ତରଫରୁ ଦେଶର ଅପହଞ୍ଚ ଅଞ୍ଚଳରେ କରୋନା ଟିକା ପହଞ୍ଚାଇବା ପାଇଁ ଟେଣ୍ଡର ଆମନ୍ତ୍ରଣ କରିଛି। ବର୍ତ୍ତମାନ କେବଳ ତେଲେଙ୍ଗାନା, ଡ୍ରୋନ୍ ମାଧ୍ୟମରେ କରୋନା ଟିକା ବିତରଣ କରିବା ଉପରେ କାର୍ଯ୍ୟ କରୁଛି।
ଆଇସିଏମଆର ମଧ୍ୟ ଏହି ଡ୍ରୋନଗୁଡିକ ବିଷୟରେ ଏକ ସମ୍ପୂର୍ଣ୍ଣ ଅଧ୍ୟୟନ କରିଛି ଯାହା ଅପହଞ୍ଚ ଅଞ୍ଚଳରେ କରୋନା ଟିକା ବିତରଣ କରିବାରେ ସାହାଯ୍ୟ କରିବ । ଏହା ଅଧୀନରେ, ସେହି ଡ୍ରୋନଗୁଡିକ ଏହି କାର୍ଯ୍ୟ ପାଇଁ ବ୍ୟବହୃତ ହେବ, ଯାହା ୩୫ କିଲୋମିଟର ପର୍ଯ୍ୟନ୍ତ ଯାଇପାରିବ । ଏହାସହ ଡ୍ରୋନ ଟି ୧୦୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ଉଡିପାରିବ । ତେବେ ଡ୍ରୋନ୍ ମାଧ୍ୟମରେ କରୋନା ଟିକାକୁ ସଫଳ ଯୋଗାଣ ପାଇଁ ଆଇସିଏମ୍ଆର୍ ଏକ ମାନକ ପ୍ରୋଟୋକଲ୍ ପ୍ରସ୍ତୁତ କରିଛି। ଏହସହ, ଆଇସିଏମଆର ମଧ୍ୟ ଅସମ୍ଭବ ଅଞ୍ଚଳରେ ଟିକା ବିତରଣ ପାଇଁ ବ୍ୟବହୃତ ଡ୍ରୋନର ଏକ ମଡେଲ ପ୍ରସ୍ତୁତ କରିବା ଉପରେ କାର୍ଯ୍ୟ କରୁଛି।
ସୂଚନାନୁସାରେ, ଏହି ଡ୍ରୋନ୍ ଗୁଡିକ ସିଧାସଳଖ ଆକାଶରେ ଉଡ଼ି ପାରିବ ଏବଂ ୪ କିଲୋଗ୍ରାମ ଓଜନ ବିଶିଷ୍ଟ ସାମଗ୍ରୀ ନେଇପାରିବ। ଏହା ସହିତ ଟୀକାକୁ ନିର୍ଦ୍ଦିଷ୍ଟ କେନ୍ଦ୍ରରୁ ଆଣି ସେଠାରୁ ଷ୍ଟେସନ କିମ୍ବା କେନ୍ଦ୍ରକୁ ଫେରି ଆସିବେ । ଡ୍ରୋନର ଟେକ୍ ଅଫ୍ ଏବଂ ଅବତରଣର ନିର୍ଦ୍ଦେଶାବଳୀ ଉପରେ ଆଧାରିତ ହେବ। ଏଥିରେ ପାରାଚ୍ୟୁଟ୍ ଆଧାରିତ ବିତରଣ ବ୍ୟବସ୍ଥା ନଥିବା ଜଣାପଡ଼ିଛି ।
କଟକରେ ନକଲି ଔଷଧ କାରବାର ଉପରେ ତଦନ୍ତ କରିବ ଔଷଧ ନିଗମ ଓ ପୋଲିସ
ନକଲି ଔଷଧ କାରବାର ଖବର ସାମ୍ନାକୁ ଆସିବା ପରେ ତଦନ୍ତ ନିର୍ଦ୍ଦେଶ ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଔଷଧ ନିଗମ ଓ ପୋଲିସ ମିଳିତ ଭାବେ ଅନୁସନ୍ଧାନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଔଷଧ କେଉଁଠୁ ଆସି କେଉଁଠିକୁ ଯାଉଥିଲା, ସେନେଇ ତଦନ୍ତ କରାଯିବ । ସେପଟେ ବିକ୍ରି ହୋଇଥିବା ସମସ୍ତ ଔଷଧକୁ ଚିହ୍ନଟ କରି ଫେରାଇବା ଓ ଏ ସମ୍ପର୍କିତ ତଥ୍ୟ ଡ୍ରଗ୍ସ ବିଭାଗକୁ ଜଣାଇବା ପାଇଁ ଔଷଧ ବ୍ୟବସାୟୀଙ୍କୁ ସଂଘ ନିର୍ଦ୍ଦେଶ ଦେଇଛି । ସଂପୃକ୍ତ ବ୍ୟକ୍ତିଙ୍କ ଲାଇସେନ୍ସ ରଦ୍ଦ କରିବା ସହ ଏହାକୁ କଳା ତାଲିକାଭୁକ୍ତ କରିବା ପାଇଁ ସଂଘ ଦାବି କରିଛି । ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ସମ୍ପୃକ୍ତ ହୋଲସେଲର ଶିବ ପ୍ରସାଦ ଜେନା, ନକଲି କରୋନା ମେଡ଼ିସିନ କୁହାଯାଉଥିବା ଫାବିମାକ୍ସ ୪୦୦ ଓଡ଼ିଶା ମେଡିସିନ ବଜାରରେ ବିକ୍ରି ହୋଇନାହିଁ । କମ୍ପାନୀ ନକଲି ବୋଲି ମୁଁ ଜାଣିନଥିଲି । ନକଲି ଔଷଧ ସମ୍ପର୍କରେ ଜାଣିବା ପରେ ସମସ୍ତ ମେଡିସିନ ଫେରାଇ ଅଣାଯାଇଛି ବୋଲି ଶିବ ପ୍ରସାଦ ଜେନା କହିଛନ୍ତି । କଟକ କନିକା ଛକରେ ଡ୍ରଗ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ପାଖାପାଖି ୬୯ ଲକ୍ଷ ଟଙ୍କାର ନକଲି କରୋନା ଔଷଧ ଜବତ କରାଯାଇଥିଲା । ସେପଟେ ସମ୍ବଲପୁରରେ ମଧ୍ୟ ନକଲି କରୋନା ଔଷଧ ଜବତ ହୋଇଛି । ସହରର ଜଗନ୍ନାଥ କଲୋନୀସ୍ଥିତ ମେଡିଲାଇନ ଏଜେନ୍ସିରେ ସମ୍ବଲପୁର ଡ୍ରଗ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ନକଲି କରୋନା ଔଷଧ ଜବତ ହୋଇଛି । ଟ୍ରିଟ – ୨୦୦ ବଟିକା, ଟ୍ରିଟ ବିଏଲ ବଟିକା ଓ ଫେଡର ଏସ୍ ବଟିକା ଜବତ ହୋଇଛି ।
ଗିରଫ ହେଲା ଶାଶୁକୁ ଦୁଷ୍କର୍ମ କରିଥିବା ଜ୍ୱାଇଁ
କେନ୍ଦୁଝର : କେନ୍ଦୁଝର ବଲାଣି କିରିବୁରୁ ଜଙ୍ଗଲରେ ଶାଳୀକୁ ହତ୍ୟା ଓ ଶାଶୂକୁ ଦୁଷ୍କର୍ମ ଘଟଣାରେ ଗିରଫ ହୋଇଛି ଅଭିଯୁକ୍ତ । ଘଟଣାର ୬ ଦିନ ପରେ ଅଭିଯୁକ୍ତ ଜ୍ବାଇଁ ରୂପ ସିଂ ସିଦ୍ଧୁକୁ ଗିରଫ କରିଛି ବଲାଣି ପୋଲିସ । ଜଜାଙ୍ଗ ଅଞ୍ଚଳର ଜଣେ ସମ୍ପର୍କୀୟଙ୍କ ଘରେ ଆତ୍ମଗୋପନ କରିଥିବା ବେଳେ ଅଭିଯୁକ୍ତ ଜ୍ବାଇଁକୁ ଗିରଫ କରିଛି ପୋଲିସ । ବଲାଣି ପୋଲିସ୍ ଅଭିଯୁକ୍ତ ରୂପ ସିଂ ସିଦ୍ଧୁକୁ କିରିବୁରୁ ଜଙ୍ଗଲକୁ ନେଇ ପୁରା ଘଟଣାର ସିନ୍ ରିକ୍ରିଏଟ କରିଥିଲା । କେମିତି ହତ୍ୟା କରିଥିଲା, ସେସବୁ ପୋଲିସ ଆଗରେ ବଖାଣିଥଲା ଅଭିଯୁକ୍ତ । ଏଥିସହ ହତ୍ୟାରେ ବ୍ୟବହୃତ ଟାଙ୍ଗିଆକୁ ଜଙ୍ଗଲରୁ ଜବତ୍ କରିଛି ପୋଲିସ୍ । ଗତ ୬ ତାରିଖରେ ଶାଶୁ ଓ ଶାଳୀ ସହ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିଲା ଅଭିଯୁକ୍ତ । ଜଙ୍ଗଲରେ ଶାଶୁକୁ ବାନ୍ଧି ଶାଳୀକୁ ଦୁଷ୍କର୍ମ ପରେ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା ଭିଣୋଇ । ଏହାପରେ ଶାଶୁଙ୍କୁ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।
ସଟସର୍କିଟରୁ ଅଗ୍ନିକାଣ୍ଡ ଜଳିଗଲା ୩ ପରିବାର
ଆରଡି: ସଟସର୍କିଟରୁ ଅଗ୍ନିକାଣ୍ଡ , ଜଳିଗଲା ୩ପରିବାରର ୪ବଖରା ଘର । ସମସ୍ତ ଆସବାପତ୍ର ସହ ଜଳିଗଲା ଧାନଚାଉଳ, ଟଙ୍କା । ଘଟଣା ଘଟିଛି ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯାଇଛି । ଘରେ ଥିବା ସମସ୍ତ ଆସବାପତ୍ର, ଧାନ, ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଛି । ଆରଡି ନିକଟସ୍ଥ ଓଳଗ ପଞ୍ଚାୟତ ବୋଡକଗାଁର ମାଝିସାହିରେ ଗତକାଲି ବିଳମ୍ବିତ ରାତିରେ ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି କିଶୋର ମାଝୀ, ସର୍ବେଶ୍ବର ମାଝୀ, ବିଶ୍ବମ୍ବର ମାଝୀ ୩ପରିବାରଙ୍କର ୪ ବଖରା ଘର ସମ୍ପୁର୍ଣ୍ଣ ଜଳିଯିବା ସହ ଘରେ ଥିବା ସମସ୍ତ ଆସବାପତ୍ର, ଧାନ,ଚାଉଳ, ଜମିଜମା କାଗଜ ପତ୍ର, ଲକ୍ଷାଧିକ ସଂପତ୍ତି ପୋଡି ଯାଇଥିବା ଅଗ୍ନିବିପନ୍ନ କହିଛନ୍ତି। ଏପରିକି ୪୦କିମି ଦୂର ଧାମନଗର ଅଗ୍ନିଶମକୁ ଫୋନ ଯୋଗେ ଜଣାଇଥିଲେ ମଧ୍ଯ ଦୀର୍ଘଘଣ୍ଟା ପରେ ପହଁଚିଥିଲେ ମଧ ନିଆଁରେ ସବୁ କିଛି ଜଳିପୋଡି ପାଉଁଶ ହୋଇଯାଥିଲା। ବିଶେଷକରି ଏହି ଆରଡି ଓ ଆଖପାଖ ବଜାରରେ ଅଗ୍ନିଶମ କାର୍ଯାଳୟ ନଥିବାରୁ ବହୁ ଧନଜୀବନ ନିଆଁ ଆଁରେ ଚାଲିଯାଉଛି।
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ ,୪୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍
ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଗ୍ରୀନ ଜୋନ୍ରେ ୧୨ଜିଲ୍ଲା । ଦିନକରେ ୫ହଜାର ତଳେ ସଂକ୍ରମଣ । ଚିହ୍ନଟ ହୋଇଛନ୍ତି ଆଉ ୪ ହଜାର ୪୬୯ ସଂକ୍ରମିତ । ସେହିପରି ଆଉ ୪୫ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ । ରାଜ୍ୟରେ ମୋଟ୍ କରୋନା ମୃତ୍ୟୁସଂଖ୍ୟା ୩ହଜାର ୩୦୨ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୨ହଜାର ୫୪୬ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ଲୋକାଲ କେସ୍ ରହିଛି ୧ ହଜାର ୯୨୩ । ଖୋର୍ଦ୍ଧାରୁ ସର୍ବାଧିକ ୬୧୨, କଟକରୁ ୪୧୩, ଯାଜପୁରରୁ ୩୭୦, ବାଲେଶ୍ବରରୁ ୩୧୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳରୁ ୨୫୨, ପୁରୀରୁ ୨୪୩, ଅନୁଗୁଳରୁ ୨୨୬, ମୟୂରଭଞ୍ଜରୁ ୨୧୬, ଭଦ୍ରକରୁ ୧୬୫, ଜଗତସିଂହପୁରରୁ ୧୪୦, ରାୟଗଡ଼ାରୁ ୧୩୭, ନୟାଗଡ଼ରୁ ୧୨୮, ନବରଙ୍ଗପୁରରୁ ୧୧୮, ଷ୍ଟେଟପୁଲରୁ ୧୦୬, ସୁନ୍ଦରଗଡ଼ାରୁ ୧୦୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦୁଝରରୁ ୯୬, କଳାହାଣ୍ଡିରୁ ୯୨, ବୌଦ୍ଧରୁ ୯୦, କୋରାପୁଟରୁ ୮୭, ବରଗଡ଼ରୁ ୮୫, ମାଲକାନଗିରିରୁ ୭୫, ସମ୍ବଲପୁରରୁ ୬୧, ସୋନପୁରରୁ ୬୦, କେନ୍ଦ୍ରାପଡାରୁ ୫୯, ବଲାଙ୍ଗୀରରୁ ୫୬, ଗଞ୍ଜାମରୁ ୪୩, କନ୍ଧମାଳରୁ ୨୮, ଝାରସୁଗୁଡାରୁ ୨୭, ଗଜପତିରୁ ୨୬, ଦେବଗଡ଼ରୁ ୨୩, ନୂଆପଡାରୁ ୧୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ୨୪ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୭ ହଜାର ୫୭୮ । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ୫୧ହଜାର ୭୮୨ ଥିବା ବେଳେ, ମୋଟ୍ ସୁସ୍ଥ ହେଲେଣି ୭ ଲକ୍ଷ ୮୯ ହଜାର ୬୬ ଜଣ । ସେହିପରି ଆକ୍ଟିଭ କେସ୍ ରହିଛି ୫୯ ହଜାର ୩୬୧ ।
ଦେଶରେ ସୁଧୁରୁଛି କରୋନା ସ୍ଥିତି,୨୪ ଘଣ୍ଟାରେ ଦେଶରେ ବାହାରିଲେ ୮୦ ହଜାରରୁ ଅଧିକ ପଜିଟିଭ୍, ୩୩୦୩ ମୃତ
ଦେଶରେ ସୁଧୁରୁଛି କରୋନା ସ୍ଥିତି । ଦିନକରେ ୮୦ହଜାର ୮୩୪ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୭୧ ଦିନରେ ସବୁଠୁ କମ୍ ଦୈନିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଦେଶରେ । ଦେଶର ଦୈନିକ ପଜିଟିଭ ହାର ୪.୨୫ ପ୍ରତିଶତ ରହିଛି । ଦେଶର ସୁସ୍ଥତା ହାର ବଡୁଛି । ୯୫.୨୬ ପ୍ରତିଶତ ହାରରେ ସୁସ୍ଥ ହୋଉଛନ୍ତି ଆକ୍ରାନ୍ତ । ୨୪ ଘଣ୍ଟାରେ ଲକ୍ଷେ ୩୨ହଜାର ୬୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ୩ହଜାର ୩୦୩ ସଂକ୍ରମିତଙ୍କ ଜୀବନ ନେଇଛି କିଲର ଭାଇରସ୍ । ମୋଟ୍ କରୋନା ପଜିଟଭ ସଂଖ୍ୟା ୨କୋଟି ୯୪ଲକ୍ଷ ୩୯ହଜାର ୯୮୯ ଥିବା ବେଳେ ମୋଟ୍ ସୁସ୍ଥ ହେଲେଣି ୨କୋଟି ୮୦ ଲକ୍ଷ ୪୩ହଜାର ୪୪୬ । ଆକ୍ଟିଭ କେସ୍ ୧୦ଲକ୍ଷ ୨୬ହଜାର ୧୫୯ଥିବା ବେଳେ ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୭୦ହଜାର ୩୮୪ରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।
ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ ,୩ ଟିଫିନ୍ ବୋମା ଜବତ
ସ୍ୱାଭିମାନ ଅଂଚଳର ଅନେକ ସମୟରେ ମାଓବାଦୀଙ୍କର ଯୋଜନା ବିଷୟରେ ଖବର ମିଳେ । ଯେଉଁ ଯୋଜନାରେ ଅନେକ ଥର ସେମାନେ ସଫଳ ମଧ୍ୟ ହେଇଛନ୍ତି । ଯେଉଁ କାରଣରୁ ଅନେକ ନିରିହ ଜୀବନ ଚାଲିଯାଇଛି । ସାଧାରଣତଃ ଏଠାରେ ମାଓବାଦୀମାନେ ବୋମା,ଲ୍ୟାଣ୍ଡମାଇନ ଆଦି ବିସ୍ଫୋଟକର ବ୍ୟବହାର କରିଥାନ୍ତି । ଯାହା ପ୍ରାଣଘାତି ପାଲଟେ । କିନ୍ତୁ ଅନେକଥର ଓଡିଶାର ଯବାନ ଓ ସୁରକ୍ଷାକର୍ମୀ ଏହାର ଦୃଢ ମୁକାବିଲା କରିଥାନ୍ତି । ଏଥର ବି ମାଓବାଦୀ ମାନେ ସେହିଭଳି କିଛି ଚକ୍ରାନ୍ତ କରିଥିଲେ । ଯାହାକୁ ପଣ୍ଡ କରି ଯବାନ ମାନେ ସଫଳ ହୋଇଛନ୍ତି । ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଯୋଜନା ପଣ୍ଡ କଲେ ଯବାନ । ସ୍ୱାଭିମାନ ଅଞ୍ଚଳର ପାପରମେଟଲା ପଞ୍ଚାୟତ ଚିଟାନଲୁରୁ ଗାଁଠାରୁ ମଣ୍ଡାପାଲି ଅଞ୍ଚଳରେ କୁମ୍ବଂ ବେଳେ ୩ଟି ଅଫୁଟା ଟିଫିନ ବୋମା ଉଦ୍ଧାର କରାଯାଇଛି । ଏହି ବୋମା ମାଓବାଦୀ ମାନେ ଯବାନ ମାନଙ୍କୁ ଟାର୍ଗେଟ କରି ଲଗାଇଥିବା କୁହାଯାଉଛି । ଯନ୍ତାପାଇ ଠାରେ ଥିବା ୯ନମ୍ବର ବାଟାଲିଅନର ବିଏସଏଫ ଯବାନ ଓ ଏସ୍ଓଜି ଯବାନ ମାନେ ଏହି ବୋମାକୁ ନିଷ୍କ୍ରିୟ କରି ଏକ ବଡ ଅଘଟଣରୁ ବର୍ତ୍ତି ଯାଇଛନ୍ତି ।

