spot_img
Home Blog Page 5543

ଏଟିଏମରୁ ଟଙ୍କା ଉଠାଇବା ପଡ଼ିବ ମହଙ୍ଗା, ରିଜର୍ଭ ବ୍ୟାଙ୍କ ବଢାଇଲା ଫି’

ନୂଆଦିଲ୍ଲୀ: ବର୍ତ୍ତମାନ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଏଟିଏମରୁ ଟଙ୍କା ଉଠାଇବା ମହଙ୍ଗା ପଡ଼ିy ।  ଏଟିଏମରୁ ମାଗଣା ସୀମାଠାରୁ ଅଧିକ ଥର ଟଙ୍କା ଉଠାଇଲେ ଲାଗିବ ଚାର୍ଜ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମର ଦେଣ ନେଣ ଉପରେ କଟକଣା ଲଗାଇଛି । ଏଟିଏମରୁ ଟଙ୍କା ଉଠାଇବା ଉପରେ ଚାର୍ଜ ଏବଂ ଅଣ ବ୍ୟାଙ୍କର ଏଟିଏମ୍ ଚାର୍ଜ ବୃଦ୍ଧି କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏଟିଏମ୍ କାରବାର ଉପରେ ଅଦଳବଦଳ ଶୁଳ୍କ ବୃଦ୍ଧି କରିଛି । ଏହାର ଅର୍ଥ ହେଉଛି ଯଦି ଆପଣ ନିଜ ବ୍ୟାଙ୍କ ବଦଳରେ ଅନ୍ୟ କୌଣସି ବ୍ୟାଙ୍କର ଏଟିଏମରୁ ଟଙ୍କା ବାହାର କରନ୍ତି, ତେବେ ମାଗଣା ସୀମାଠାରୁ ଅଧିକ ଟ୍ରାନଜାକ୍ସନ ବା କାରବାର ଉପରେ ଆପଣଙ୍କର ଅଧିକ ଟଙ୍କା କଟିବ । ଏହି ବୃଦ୍ଧି ଅଗଷ୍ଟ ୧, ୨୦୨୧ରେ କାର୍ଯ୍ୟକାରୀ ହେବ ।

ସେହିଭଳି ରିଜର୍ଭ ବ୍ୟାଙ୍କ କଷ୍ଟମର ବା ଗ୍ରାହକଙ୍କ ଚାର୍ଜର ସୀମାକୁ ବା ପ୍ରତି ଟ୍ରାନଜାକ୍ସନକୁ ୨୦ ରୁ ୨୧ ଟଙ୍କାକୁ ବୃଦ୍ଧି କରିଛି। ଏହାର ଅର୍ଥ ହେଉଛି ଯଦି ଆପଣ ଆପଣଙ୍କର ବ୍ୟାଙ୍କର ଏଟିଏମରୁ ମାଗଣା କାରବାରର ସୀମା ଅତିକ୍ରମ କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ଅଧିକ ଦେୟ ଦେବାକୁ ପଡିବ । ରିଜର୍ଭ ବ୍ୟାଙ୍କ କହିଛି ଯେ ଏହି ଦେୟ କ୍ୟାସ ​​ରିସାଇକ୍ଲର୍ ମେସିନ୍ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ । ଯଦିଓ ଏହି ବୃଦ୍ଧି ୨୦୨୨ ଜାନୁୟାରୀ ୧ ଠାରୁ ଲାଗୁ ହେବ ।

ସମସ୍ତ ବ୍ୟାଙ୍କ ଏଟିଏମରେ ଆର୍ଥିକ କାରବାର ପାଇଁ ରିଜର୍ଭ ବ୍ୟାଙ୍କ ଇଣ୍ଟରଚେଞ୍ଜ କରି ତାହର ଫି’କୁ ୧୫ ରୁ ୧୭ ଟଙ୍କାକୁ ବୃଦ୍ଧି କରିଛନ୍ତି । ସେହିଭଳି ଅଣ-ଆର୍ଥିକ କାରବାର ପାଇଁ ଦେୟ ୫ ରୁ ୬ ଟଙ୍କାକୁ ବୃଦ୍ଧି କରାଯାଇଛି। ଆର୍ଥିକ କାରବାର ଅର୍ଥ ଏଟିଏମରୁ ଟଙ୍କା ବାହାର କରିବାକୁ ବୁଝାଉଥିବା ବେଳେ ଅଣ-ଆର୍ଥିକ କାରବାର ଅର୍ଥ ହେଉଛି ବାଲାନ୍ସ ଇତ୍ୟାଦି ଜାଣିବା ।

ନିଶ୍ଚିତ ସୀମାରୁ ଅଧିକ ଟଙ୍କା କାରବାର ମହଙ୍ଗା ପଡିବ

ସୂଚନାଯୋଗ୍ୟ ଯେ, ଅନ୍ୟ ବ୍ୟାଙ୍କର ଏଟିଏମରୁ ମେଟ୍ରୋ ସହରରେ ପ୍ରତି ମାସରେ ତିନିଥର ଏବଂ ଅଣ ମେଟ୍ରୋ ସହରରେ ମାସିକ ପାଞ୍ଚ ଥର ଟଙ୍କା କାରବାର ଉପରେ ଗ୍ରାହକଙ୍କଠାରୁ କୌଣସି ଦେୟ ନିଆଯାଏ ନାହିଁ। ଏହି ସୀମାରୁ ଅଧିକ କାରବାର ହେଲେ ଏଥିରେ ଦେୟ ବା ଚାର୍ଜ ଦେବାକୁ ପଡ଼ିଥାଏ । ତେବେ, ଯଦି ଆପଣ ଏହି ସୀମାଠାରୁ ଅଧିକ ଥର ଟଙ୍କା କାରବାର କରନ୍ତି, ତେବେ ଆପଣଙ୍କୁ ବର୍ତ୍ତମାନ ମହଙ୍ଗା ପଡ଼ିବ ।

ଜୁନ୍ ୨୦୧୯ରେ, ଇଣ୍ଡିଆନ ବ୍ୟାଙ୍କ ଆସୋସିଏସନର ମୁଖ୍ୟଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯାଇଥିଲା। ଏଥିରେ ସେମାନଙ୍କ ସୁପାରିଶ ଆଧାରରେ ଏହି ପରିବର୍ତ୍ତନ କରାଯାଇଛି । ରିଜର୍ଭ ବ୍ୟାଙ୍କ ଏକ ବିବୃତ୍ତିରେ କହିଛି ଯେ କମିଟିର ସୁପାରିଶକୁ ବ୍ୟାପକ ଭାବେ ବିଚାର କରାଯାଇଛି । ଏଥିରୁ ସ୍ପଷ୍ଟ ଦେଖାଗଲା ଯେ, ଏଟିଏମ୍ କାରବାର ଉପରେ ଇଣ୍ଟରଚେଞ୍ଜ୍ ଫିରେ ପରିବର୍ତ୍ତନ ପ୍ରଥମେ ଅଗଷ୍ଟ ୨୦୧୨ରେ କରାଯାଇଥିଲା । ସେହିଭଳି, ଗ୍ରାହକଙ୍କଠାରୁ ନିଆଯିବାକୁ ଥିବା ଚାର୍ଜ ଦେୟରେ ପରିବର୍ତ୍ତନ ଶେଷ ଥର ପାଇଁ ଅଗଷ୍ଟ ୨୦୧୪ ରେ ହୋଇଥିଲା ।

ସୂଚନାଯୋଗ୍ୟ ଯେ ବ୍ୟାଙ୍କଗୁଡ଼ିକ ସେମାନଙ୍କ ଗ୍ରାହକଙ୍କୁ ସେମାନଙ୍କ ଏଟିଏମରୁ ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ମାଗଣା କାରବାର କରାନ୍ତି, ଏହା ପରେ ସେମାନେ ମଧ୍ୟ ଦେୟ ଆଦାୟ କରନ୍ତି । ରିଜର୍ଭ ବ୍ୟାଙ୍କ କହିଛି ଯେ ଗ୍ରାହକମାନେ ପ୍ରତିମାସରେ ସେମାନଙ୍କ ବ୍ୟାଙ୍କ ଏଟିଏମରୁ ପାଞ୍ଚଟି କାରବାର ଆର୍ଥିକ କିମ୍ବା ଅଣ-ଆର୍ଥିକ କରିପାରିବେ ।

ବିନା ସ୍ଲଟ୍‌ ବୁକିଂରେ ହୋମ ଡେଲିଭେରୀ କର୍ମଚାରୀ ମାନଙ୍କୁ ଦିଆଯିବ ଟିକା

ଭୁବନେଶ୍ୱର:  ହୋମ ଡେଲିଭେରୀ କର୍ମଚାରୀ ଓ ରେଷ୍ଟୁରାଣ୍ଟ କର୍ମଚାରୀଙ୍କୁ ଦିଆଯିବ କରୋନା ଟିକା। ଏନେଇ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ- ବିଏମସି ପକ୍ଷରୁ ଆରମ୍ଭ ହୋଇଛି ସ୍ୱତନ୍ତ୍ର ଡ୍ରାଇଭ। ବିନା ସ୍ଲଟ ବୁକିଂରେ ହେବ ଟିକାକରଣ। ପର୍ଯ୍ୟାୟ କ୍ରମେ ସ୍ୱିଗି, ଜମାଟୋ ଓ ଡୋମିନସ ଭଳି ହୋମ ଡେଲିଭରି ବୟଙ୍କର ହେବ ଟିକାକରଣ। ରାଜଧାନୀ ଭୁବନେଶ୍ୱରରେ ଟିକାକରଣରୁ କେହି ବଞ୍ଚିତ ହେବେନି। ଏନେଇ ସବୁ ବର୍ଗଙ୍କୁ ଗୁରୁତ୍ୱ ଦେଉଛି ବିଏମସି। ଜୁଲାଇ ସୁଦ୍ଧା ବିଏମସିରେ ହେବ ଶତ ପ୍ରତିଶତ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି।

ବଙ୍ଗୋପସାଗରରେ ଲଘୁଚାପର ରୂପ ନେଲା ସୃଷ୍ଟି ଘୂର୍ଣ୍ଣିବଳୟ, ୨୪ ଘଣ୍ଟା ପାଇଁ ୯ ଜିଲ୍ଲା କୁ ରେଡ୍ ଆଲର୍ଟ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନିଭୂତ ହେବ। ପରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଓଡିଶାକୁ ମୁହାଁଇବ। ପ୍ରଭାବରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବାର ସମ୍ଭାବନା ରହିଛି। ୨୪ ଘଣ୍ଟା ପାଇଁ ୯ ଜିଲ୍ଲା କୁ ରେଡ୍ ଆଲର୍ଟ ଜାରି କରାଯାଇଛି।  କନ୍ଧମାଳ, କଳାହାଣ୍ଡି, ବୌଦ୍ଧ, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁରରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ୧୦ ଜିଲ୍ଲାକୁ ଅରେଞ୍ଜ ଏବଂ ୧୧ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ୧୩ ତାରିଖରେ ମଧ୍ୟ ୯ ଜିଲ୍ଲାକୁ ରେଡ୍ ଆଲର୍ଟ। ନୂଆପଡା, ବଲାଙ୍ଗୀର, ସୋନପୁର, ବରଗଡ଼, କଳାହାଣ୍ଡି, ବୌଦ୍ଧ, ସମ୍ବଲପୁର, ଅନୁଗୁଳ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ୧୧ ଜିଲ୍ଲାକୁ ଅରେଞ୍ଜ ଏବଂ ୧୦ ଜିଲ୍ଲାକୁ ୟେଲୋ ସତର୍କତା ଜାରି କରାଯାଇଛି। ତେବେ ୧୪ ତାରିଖରେ ବର୍ଷାର ପରିମାଣ କମିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ମୃତ୍ୟୁ ସଂଖ୍ୟା ବଢ଼ିବାର କାରଣ ହେଉଛି ପୂର୍ବରୁ ଗୁରୁତର ଥିବା ରୋଗୀ

ଭୁବନେଶ୍ୱର: ରାଜ୍ୟରେ ନିରନ୍ତର ଭାବେ ଦୈନିକ ସଂକ୍ରମଣ ଖସୁଛି।ଅନ୍ୟ ରାଜ୍ୟରେ ବି ସମାନ ଭାବେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ତେବେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିବାର କାରଣ ହେଉଛି ପୂର୍ବରୁ ଗୁରୁତର ଥିବା ରୋଗୀ। କେବେଳ ପୁର୍ବରୁ ଗୁରୁତର ରୋଗୀଙ୍କ ସଂଖ୍ୟା ଅଧିକ ଥିଲା ସେଥିପାଇଁ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଅଧିକ ରୋଗୀ ଆଇସିୟୁରେ ଥିଲେ। ଏବେ ଦୈନିକ ସଂକ୍ରମଣ କମିଛି ମୃତ୍ୟୁ ସଂଖ୍ୟା ବି ଆଗକୁ କମିବ। କିନ୍ତୁ ଏବେ ବି ଥମିନି କରୋନାର ଭୟ। ତେବେ ସଂଖ୍ୟ କମିବା ଭାବି ଲୋକ ସଚେତନ ନହେଲେ ଆହୁରି ବିପଦକୁ ଟାଣି ଆଣିବା କଥା। ସେଥିପାଇଁ କରୋନା ସଂକ୍ରମଣ କମୁଥିଲେ ମଧ୍ୟ ଆମକୁ ସଚେତନ ରହିବା ଦରକାର। ଲାକଡାଉନ ଅଧିକ ଦିନ ହେଲେ ଗରିବ ଲୋକ, ବୁଲା ବେପାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆହୁରି ଅନଳକ ପ୍ରକ୍ରିୟା ଭବିଷ୍ୟତରେ ହେବ ଏଥିପାଇଁ ପରିସ୍ଥିତି କୁ ଦେଖି ନିଷ୍ପତ୍ତି ନିଆଯାଉଛି। ଆଗକୁ ଏହିଭଳି ପରିସ୍ଥିତି ରହିଲେ ଅନ୍‌ଲକ୍‌ ହେବାର ଅନକ ସମ୍ଭାବନା ରହିଛି ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି।

ପୋଲିସ-ମାଓବାଦୀ ଭିତରେ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ

ବରଗଡ଼: ବରଗଡ଼ ପୋଲିସକୁ ମିଳିଲା ବଡ଼ ଧରଣର ସଫଳତା। ପୋଲିସ-ମାଓବାଦୀ ଭିତରେ ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀ ନିହତ। ନିହତ ମାଓବାଦୀ ଜଣକ କମାଣ୍ଡର ରବିନ୍ଦର ବୋଲି ଅନୁମାନ କରାଯାଉଛି। ସେ ବ୍ୟବହାର କରୁଥିବା AK 47 ରାଇଫଲ ଉଦ୍ଧାର କରିଛି ପୋଲିସ। ବରଗଡ଼ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ରହିଥିବା ଗୁପ୍ତ ସୂଚନା ପାଇବାପରେ ଗତ ରାତିରେ ପୋଲିସ DVF ଏବଂ SOG ଯବାନ ମିଳିତ ଅପରେସନ କରିଥିଲେ। ଏନେଇ ପ୍ରେସମିଟ କରି ସୂଚନା ଦେଇଛନ୍ତି ପୋଲିସ ଡିଜି ଅଭୟ।

୧୦ ବର୍ଷର ନାବାଳିକାକୁ ୭ ଜଣ ନାବାଳକ କଲେ ଦୁଷ୍କର୍ମ, ୩ ଜଣ ହେଉଛନ୍ତି ନିଜ ସମ୍ପର୍କୀୟ

ନୂଆଦିଲ୍ଲୀ: କରେନା କାଳରେ କଳଙ୍କିତ ଅଧ୍ୟାୟ। ୧୦ ବର୍ଷର ନାବାଳିକାକୁ ଦୁଷ୍କର୍ମ କଲେ ୭ ଜଣ ନାବାଳକ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ହରିୟାଣାର ରେୱାଡିରେ। ଗତ ମେ ୨୪ ତାରିଖରେ ଘଟିଛି ଏଭଳି ଘଟଣା। ୨୪ ତାରିଖରେ ହରିୟାଣାର ରେୱାଡ଼ିରେ ଏକ ପଇଡ଼ିଆରେ କିଛି ପିଲା ଖେଳୁଥିବା ସମୟରେ ଏକ ସ୍କୁଲ ମଧ୍ୟକୁ ଚାଲଇଯାଇଥିଲେ। ସେଠାରେ ୭ ଜଣ ନବାଳକ ୧୦ ବର୍ଷର ଝିଅକୁ ଦୁଷ୍କର୍ମ କରିଥିଲେ। ଖାଲି ଦୁଷ୍କର୍ମ ନୁହେଁ, ଦୁଷ୍କର୍ମ ପରେ ଭିଡିଓ କରି ବାଳକ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ କରିଥିଲେ। ଏହି ଘଟଣା ଏକ ସପ୍ତାହ ପରେ ସମସ୍ତଙ୍କ ସାମ୍ନାକୁ ଆସିଥିଲା। ​​ଯେତେବେଳେ ସୋସିଆଲ ମିଡିଆରେ ପୀଡିତାଙ୍କ ପଡ଼ୋଶୀମାନେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାରକୁ କହିଲା ପରେ ପୋଲିସରେ ଅଭିଯୋଗ କରାଯାଇଥିଲା।

ପୀଡ଼ିତାଙ୍କ ପରିବାର ଲୋକେ ୯ ଜୁନ୍‌ରେ ପୋଲିସ୍‌ ପାଖରେ ଅଭିଯୋଗ କରିଥିଲେ। ରେୱାଡିର ଡିଏସପି ହଂସରାଜ କହିଛନ୍ତି ଯେ ଏହି ମାମଲା ମହିଳା ପୋଲିସ ଷ୍ଟେସନରେ 376D, 354C, 506, POCSO, IT Act ଏବଂ IPC ର SC / ST ଆକ୍ଟ ଅନୁଯାୟୀ ମାମଲା ପଞ୍ଜୀକୃତ ହୋଇଛି।

ସାତଜଣଙ୍କ ମଧ୍ୟରୁ ଜଣେ ବାଳକ

ତେବ ଦୁଷ୍କର୍ମ କରିଥିବା ୭ ଜଣଙ୍କ ମଧ୍ୟ ଜଣଙ୍କୁ ୧୮ ବର୍ଷ ହୋଇଥିବା ବେଳେ ଅନ୍ୟ ୬ ଜଣଙ୍କୁ ୧୮ ବର୍ଷରୁ କମ୍‌ ବୟସ। ସେପଟେ ପୀଡ଼ିତା ଜଣକୁ ଭିଡ଼ିଓ ଆଧାରରେ ସମସ୍ତଙ୍କୁ ଚିହ୍ନଟ କରିଛି। ଡିଏସ୍‌ପି ହଂସରାଜ କହିଛନ୍ତି ମାମଲା ସାମ୍ନାକୁ ଆସିବା ପରେ ଅଭିଯୁକ୍ତ ମାନଙ୍କୁ ସଙ୍ଗେ ସଙ୍ଗେ ଧରାଯାଇଥିଲା। ସମସ୍ତ ୭ ଜଣ ଯାକ ଅଭିଯୁକ୍ତ ହେଉଛି ପୀଡ଼ିତାଙ୍କ ଘର ପାଖର।

ଦେଶରେ ୨୪ ଘଣ୍ଟାରେ ୯୧ ହଜାର ୭୦୨ଜଣ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ତଳକୁ ଖସୁଛି କରୋନା ଗ୍ରାଫ୍ । ଯଦିଓ କରୋନାର ଦ୍ୱିତୀୟ ଲହର ଦୁର୍ବଳ ହେବାରେ ଲାଗିଛି ତଥାପି ପରିସ୍ଥିତି ଏବେ ମଧ୍ୟ ନିୟନ୍ତ୍ରଣକୁ ଆସିପାରି ନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଯଦି କରୋନା ନିର୍ଦ୍ଦେଶାବଳୀ ପାଳନ ନ କରାଯାଏ ତେବେ ସଂକ୍ରମିତଙ୍କ ସଂଖ୍ୟା ପୁଣି ବଢିପାରେ । ଗତ ୨୪ ଘଣ୍ଟାରେ ଦେଶରେ ୯୧ ହଜାର ୭୦୨ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ସଂକ୍ରମଣରେ ଦିନକରେ ୩୪୦୩ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଆଜିର ସଂକ୍ରମିତଙ୍କୁ ମିଶାଇ ବର୍ତ୍ତମାନ ଦେଶରେ ସଂକ୍ରମିତ ସଂଖ୍ୟା ୨ କୋଟି ୯୨ ଲକ୍ଷ ୭୪ ହଜାର ୮୨୩କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ ଲକ୍ଷ ୨୧ ହଜାର ୬୭୧ଟି ଆକ୍ଟିଭ୍ କେସ ଥିବାବେଳେ ୨ କୋଟି ୭୭ ଲକ୍ଷ ୯୦ ହଜାର ୭୩ ଜଣ ଲୋକ କରୋନାରୁ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି। ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୩ ଲକ୍ଷ ୬୩ ହଜାର ୭୯ ଜଣଙ୍କର ମୃତ୍ୟୁ ହୋଇଛି । ମହାରାଷ୍ଟ୍ରର କରୋନା ସଂକ୍ରମଣ କମିବାରେ ଲାଗିଛି ।

ଗୁରୁବାର ଦିନ, ମହାରାଷ୍ଟ୍ରରେ ୧୨,୨୦୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୯୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହା ପରେ ରାଜ୍ୟରେ ମୋଟ ମାମଲା ୫୮,୭୬,୦୮୭କୁ ବୃଦ୍ଧି ପାଇଛି । ମୃତ୍ୟୁ ସଂଖ୍ୟା ୧,୦୩,୭୪୮ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଗତ ତିନି ଦିନ ମଧ୍ୟରେ ରେକର୍ଡ ହୋଇଥିବା ମାମଲା ତୁଳନାରେ ଗୁରୁବାର ରେକର୍ଡ ହୋଇଥିବା ମାମଲା ସାମାନ୍ୟ ଅଧିକ ରହିଛି । ଗତ କିଛି ଦିନ ହେବ, ଦୈନିକ ସଂକ୍ରମଣ ପ୍ରାୟ ୧୦ହଜାରକୁ ଖସି ଆସିଥିଲା। ଚଳିତ ବର୍ଷ ମାର୍ଚ୍ଚ ୯ରେ ରାଜ୍ୟରେ ୯୯୨୭ ଟି ମାମଲା ସାମ୍ନାକୁ ଆସିଥିଲା ।

ସମାଧାନ ହେବ ୟୁପି ବିଜେପିର ଗୋଷ୍ଠୀ କନ୍ଦଳ, ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଓ ଜେ.ପି ନଡ୍ଡାଙ୍କୁ ଭେଟିବେ ଆଦିତ୍ୟନାଥ

ନୂଆଦିଲ୍ଲୀ: ମୋଦିଙ୍କୁ ମନାଇବେ ଯୋଗୀ। ଉତ୍ତର ପ୍ରଦେଶ ବିଜେପିରେ ଲାଗି ରହିଥିବା ବିବାଦର ହେବ ସମାଧାନ । ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ବିଜେପି ହାଇକମାଣ୍ଡଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଲାଗି ରହିଥିବା ବେଳେ ସମସ୍ୟାର ସମାଧାନ ପାଇଁ ଦିଲ୍ଲୀରେ ଅଛନ୍ତି ଯୋଗୀ ଆଦିତ୍ୟନାଥ । ଆଜି ସକାଳ ୧୦ଟା ୪୫ ମିନିଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅପରାହ୍ନ ୧୨ଟା ୩୦ ମିନିଟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କୁ ଭେଟିବେ ଯୋଗୀ । ଦିଲ୍ଲୀ ହାଇକମାଣ୍ଡ ଯୋଗୀଙ୍କ ଉପରେ ଖୁସି ନଥିବା ବେଳେ କିଭଳି ନିର୍ବାଚନରେ ପୁଣି ଦଳ ବିଜୟଲାଭ କରିବ ସେ ପ୍ରସଙ୍ଗରେ ଆଲୋଚନା ହେବ । ବିଧାନସଭା ନିର୍ବାଚନ ପୂର୍ବରୁ ବଡ ଅଦଳବଦଳ ନେଇ ଚର୍ଚ୍ଚା ବି ଲାଗି ରହିଛି । ଗତକାଲି ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ ଯୋଗୀ । ପ୍ରାୟ ଦେଢ ଘଣ୍ଟା ଧରି ଉଭୟ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହୋଇଛି । ବିଶେଷକରି ପଞ୍ଚାୟତ ନିର୍ବାଚନରେ ପରାଜୟ, କୋଭିଡ୍ ପରିଚାଳନାରେ ଫେଲ୍ ଓ ଆଗାମୀ ନିର୍ବାଚନ ପାଇଁ ଆଲୋଚନା ହୋଇଥିବା କୁହାଯାଉଛି ।

ରାଜ୍ୟରେ କମୁଛି କରୋନା ସଂକ୍ରମଣ, ୬ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ସଂକ୍ରମଣ। ଦିନକୁ ଦିନ ତଳକୁ ତଳକୁ ଖସିବାରେ ଲାଗିଛି ସଂକ୍ରମଣର ସଂଖ୍ୟା। ଗତକାଲି ରାଜ୍ୟରେ ୬୦୯୭ ଜଣ ସଂକ୍ରମିତ ବାହାରିଥିବା ବେଳେ ଆଜି ୬ହଜାର ତଳକୁ ଖସିଛି ସଂକ୍ରମଣ। ୨୪ ଘଣ୍ଟାରେ ରାଜ୍ୟରୁ ୫ହଜାର ୨୩୫ ଜଣ କରୋନା ସଂକ୍ରମଣ ଚିହ୍ନଟ ହେଇଛନ୍ତି । ସେଥିମଧ୍ୟରୁ ୨ ହଜାର ୯୫୭ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୨୭୮ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ। ତେବେ ସର୍ବାଧିକ ଖୋର୍ଦ୍ଧାରୁ ୭୨୬ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୫୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳରୁ ୨୭୭, ବାଲେଶ୍ୱରରୁ ୩୨୦, ବରଗଡ଼ରୁ ୧୧୮, ଭଦ୍ରକରୁ ୨୧୭, ବଲାଙ୍ଗୀରରୁ ୪୧, ବୌଦ୍ଧରୁ ୮୩,  ଦେବଗଡ଼ରୁ ୧୪, ଢ଼େଙ୍କାନାଳରୁ ୧୩୭, ଗଜପତିରୁ ୨୩, ଗଞ୍ଜାମରୁ ୭୭, ଜଗତସିଂହପୁରରୁ ୧୪୮, ଯାଜପୁରରୁ ୩୪୯, ଝାରସୁଗୁଡ଼ାରୁ ୨୭, କଳାହାଣ୍ଡିରୁ ୪୮, କନ୍ଧମାଳରୁ ୩୭, କେନ୍ଦ୍ରାପଡ଼ାରୁ ୨୩୭, କେନ୍ଦୁଝରରୁ ୧୧୫, କୋରାପୁଟରୁ ୧୨୭, ମାଲକାନାଗିରିରୁ ୫୮, ମୟୂରଭଞ୍ଜରୁ ୨୮୫, ନବରଙ୍ଗପୁରରୁ ୧୮୬, ନୟାଗଡ଼ରୁ ୧୩୨, ନୂଆପଡ଼ାରୁ ୧୩, ପୁରୀରୁ ୨୩୪, ରାୟଗଡ଼ାରୁ ୧୨୯, ସମ୍ବଲପୁରରୁ ୬୬, ସୋନପୁରରୁ ୩୪, ସୁନ୍ଦରଗଡ଼ରୁ ୨୫୧, ଷ୍ଟେଟପୁଲରୁ ୧୨୪ ଜଣ କରୋନା ସଂକ୍ରମିତ ହୋଇଛନ୍ତି।

ମହାଦେବଙ୍କ ବାହାଘର ପାଇଁ ଆଜି କନ୍ୟା ଅନ୍ୱେଷଣ ଓ ନିର୍ବନ୍ଧ ନୀତି

ଭୁବନେଶ୍ୱର: ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଆଜି ପତରପେଣ୍ଡି। ବାବା ମହାଦେବଙ୍କ ପାଇଁ କନ୍ୟା ଅନ୍ୱେଷଣ ଓ ନିର୍ବନ୍ଧ ଅନୁଷ୍ଠିତ ହେବ। କୋଭିଡ କଟକଣା ଭିତରେ ପତରପେଣ୍ଡି କରାଯିବାକୁ ପ୍ରସ୍ତୁତି ହୋଇଛି। ପ୍ରଥମ ପର୍ଯ୍ୟାୟରେ ନନ୍ଦପଡ଼ାର ବାବା ବାଲୁଙ୍କେଶ୍ୱର ପାଇଁ ଆଜି କନ୍ୟା ଅନ୍ୱେଷଣରେ ଯିବେ ସପ୍ତଋଷି। କନ୍ୟାପିତାଙ୍କୁ ପତ୍ରଦେଇ ବିବାହ ସ୍ଥିର କରାଯିବ। ସଂଧ୍ୟା ୬ଟାରୁ ୬.୩୦ ମଧ୍ୟରେ ପତରପେଣ୍ଡି ପାଇଁ ଲଗ୍ନସ୍ଥିର ହେବ। ଏନେଇ ସବୁଠି ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚି ଥିବାବେଳେ ଆସନ୍ତା ୧୫ ତାରିଖରେ ମାଆ ପାର୍ବତୀଙ୍କ ହାତ ଧରିବେ ଦେବଦେବ ମହାଦେବ।