spot_img
Home Blog Page 5542

ଔଷଧ ଅଭାବରୁ କେନ୍ଦ୍ର ଉପରେ ବର୍ଷିଲା ବମ୍ବେ ହାଇକୋର୍ଟର ଔରଙ୍ଗାବାଦ୍ ବେଞ୍ଚ

ନୂଆଦିଲ୍ଲୀ: କରୋନା ସ୍ଥିତିରେ ସୁଧାର ଆସୁଥିବା ବେଳେ ଚିନ୍ତା ବଢ଼ାଇଛି ବ୍ଲାକ ଫଙ୍ଗସ୍ । ଅନେକ ସ୍ଥାନରେ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ଅଭାବ ଯୋଗୁ ସ୍ଥିତି ଉଦବେଗଜନକ ହୋଇଛି । ଦିନକୁ ଦିନ ରୋଗୀ ସଂଖ୍ୟା ବଢୁଥିବା ବେଳେ ଔଷଧ, ଇଞ୍ଜେକସନର ଅଭାବ ନେଇ କେନ୍ଦ୍ର ଉପରେ ବର୍ଷିଛନ୍ତି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ୍ ବେଞ୍ଚ ।

ଦିନକୁ ଦିନ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ବଢୁଥିବା ବେଳେ ଆମ୍ଫୋ-ବି ଇଞ୍ଜେକ୍ସନର ଅଭାବ ନେଇ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଥିଲେ । ବ୍ଲାକ ଫଙ୍ଗସ ରୋଗୀଙ୍କ ଚିକିତ୍ସା ଲାଗି ବ୍ୟବହୃତ ଔଷଧର ସପ୍ଲାଇ ଠିକ୍ ଭାବେ କରା ନଗଲେ ଦେଶରେ ମୃତକଙ୍କ ସଂଖ୍ୟା କମ ହେବନି । ତେବେ ଏହାର ଜବାବ ପାଇଁ କେନ୍ଦ୍ର ସରକାର କିଛି ସମୟ ମାଗିଥିବା ବେଳେ କୋର୍ଟ ୧୬ ଜୁନ୍ ପର୍ଯ୍ୟନ୍ତ ସମୟ ଦେଇଛନ୍ତି । ୧୬ ଜୁନ୍ ସୁଦ୍ଧା କୋର୍ଟରେ ଜବାବ ରଖିବାକୁ ଔରଙ୍ଗାବାଦ ବେଞ୍ଚ କହିଛନ୍ତି ।

ପତଞ୍ଜଳିର ନିମ୍ନମାନର ସୋରିଷ ତେଲକୁ ନେଇ ବିବାଦରେ ବାବା ରାମଦେବ

ନୂଆଦିଲ୍ଲୀ: ଯୋଗ ଗୁରୁ ବାବା ରାମଦେବଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ । ପୂର୍ବରୁ ଏଲୋପାଥିକ ଔଷଧକୁ ନେଇ ବାବା ରାମଦେବ ଏବଂ ଆଇଏମଏ ମଧ୍ୟରେ ତୀବ୍ର ବିବାଦ ଲାଗି ରହିଥିବା ବେଳେ ତାଙ୍କ କମ୍ପାନୀର ପ୍ରଡକ୍ଟକୁ ନେଇ ପୁଣି ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବାବା ରାମଦେବ । ରାଜସ୍ଥାନ ସରକାର ବାବା ରାମଦେବଙ୍କ ପତଞ୍ଜଳି କମ୍ପାନୀ ଦ୍ୱାରା ନିର୍ମିତ ସୋରିଷ ତେଲର ଗୁଣବତ୍ତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ପତଞ୍ଜଳୀ ଏହି ପ୍ରଡକ୍ଟକୁ ନେଇ ଏବେ କାଠଗଡ଼ାରେ ବାବା ରାମଦେବ । ନିମ୍ନମାନର ସୋରିଷ ତେଲ ପ୍ରସ୍ତୁତ କରୁଥିବା ଅଭିଯୋଗରେ ରାଜସ୍ଥାନରେ ଥିବା ପତଞ୍ଜଳୀ ତେଲ ମିଲ୍ ସିଲ୍ କରାଯାଇଛି । ନିମ୍ନମାନର ତେଲ ବିକ୍ରି କରୁଥିବା ଅଭିଯୋଗରେ ଅଲବର ଜିଲ୍ଲା ପ୍ରଶାସନ ସିଂଘାନିଆ ଅଏଲ ମିଲରେ ଚଢ଼ାଉ କରି ବହୁମାତ୍ରାରେ ତେଲ ପ୍ୟାକେଟ୍ ଜବତ କରିଛନ୍ତି । ଏହାପରେ ମିଲକୁ ସିଲ୍ କରିଦିଆଯାଇଛି ।

ପତଞ୍ଜଳୀର ସୋରିଷ୍ ତେଲ ଅତି ନିମ୍ନମାନର ହୋଇଥିବା ବେଳେ ଗୁଣାବତ୍ତା ଦୃଷ୍ଟିରୁ ଏହା ଖାଦ୍ୟ ଯୋଗ୍ୟ ନୁହେଁ ବୋଲି ରାଜସ୍ଥାନ ସରକାର କହିଛନ୍ତି । ୨୭ ମେ ରେ ସ୍ଥାନୀୟ ପ୍ରଶାସନ ଉପସ୍ଥିତିରେ ପତଞ୍ଜଳି ସୋରିଷ ତେଲକୁ ନେଇ ପରୀକ୍ଷଣ କରାଯାଇଥିଲା ବୋଲି କୁହାଯାଇଛି ।

ବିଚ୍‌ ରାସ୍ତାରେ ନାବାଳକକୁ ଟାଙ୍ଗିଆରେ ଗୋଡ଼ାଇ ହାଣିଲା ଦୁର୍ବୃତ୍ତ

ବାରିପଦା: ନାବାଳକକୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ମହୁଲବଣୀ ଗାଁରେ। ମୃତ ନାବାଳକ ହେଲେ ସେହି ଗାଁର ହରେକୃଷ୍ଣ ମହାନ୍ତ। ଗୋଚର ଜମିରେ ଘର କରିବାକୁ ନେଇ କିଛି ଲୋକଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। କିଛି ଦୁର୍ବୃତ୍ତ ହରେକୃଷ୍ଣଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ହରେକୃଷ୍ଣଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଫେରାର ଥିବାବେଳେ ପୋଲିସ ଅଧିକ ତଦନ୍ତ କରୁଛି।

୧୩୮ କୋଟି ଟଙ୍କାରେ ବିକ୍ରି ହେଲା ଏହି ପୁରୁଣା ମୁଦ୍ରା ! ଜାଣନ୍ତୁ କାହିଁକି ଓ କେମିତି ?

ୱାସିଂଟନ: ଆଜିକାଲି ପୁରୁଣା ନୋଟ୍, ମୁଦ୍ରା (ବିରଳ ମୁଦ୍ରା)ର ଧାରା ବହୁ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଥିରେ, ଆପଣଙ୍କୁ ରାତାରାତି କୋଟିପତି ହେବାର ସୁଯୋଗ ମିଳୁଛି । ଯଦି ଆପଣ ପୁରୁଣା ମୁଦ୍ରା ସଂଗ୍ରହ କରିବାକୁ ପସନ୍ଦ କରନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ ହୋଇପାରେ । ଆଜି ଆମେ ଆପଣଙ୍କୁ ଏକ ମୁଦ୍ରା ବିଷୟରେ କହିବାକୁ ଯାଉଛୁ ଯାହା କିଣିବାକୁ ୧୩୮ କୋଟି ଟଙ୍କାର ନିଲାମ ଡକାଯାଇଛି । ଆସନ୍ତୁ ଜାଣିବା ପୁରା ଘଟଣା

ଏହି ମୁଦ୍ରାର ଦାମ ହେଉଛି ୧୪୦୦ ଟଙ୍କା

ସୂଚନା ଅନୁଯାୟୀ, ଆମେରିକାର ନ୍ୟୁୟର୍କରେ ମାତ୍ର ୨୦ ଡଲାର ଅର୍ଥାତ୍ ୧୪୦୦ଟଙ୍କିଆ ମୁଦ୍ରା ପାଇଁ ଏତେ ଟଙ୍କାର ନିଲାମ ଡକାଯାଇଥିଲା । ଯାହା ଅବିଶ୍ୱାସନୀୟ ଏବଂ ଏହା ଅନୁମାନ କରିବା ମଧ୍ୟ କଷ୍ଟକର । ଦେଖିବାକୁ ସାଧାରଣ ସୁନା ମୁଦ୍ରାଟିର ନିଲାମୀର ପରିମାଣ ଧିରେ ଧିରେ ବୃଦ୍ଧି ପାଇବାକୁ ଲାଗିଲା। ଏବଂ ଏହି ସୁନା ମୁଦ୍ରାଟିକୁ ୧୩୮କୋଟି ଟଙ୍କାରେ ନିଲାମ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏକ ଦୁର୍ଲଭ ଟିକେଟ୍ ମଧ୍ୟ ୬୦ କୋଟିରେ ନିଲାମ କରାଯାଇଥିଲା।

ମୁଦ୍ରାର ବିଶେଷତ୍ୱ କ’ଣ ?

ରିପୋର୍ଟ ଅନୁଯାୟୀ, ଏହି ସୁନା ମୁଦ୍ରା ୧୯୩୩ ମସିହାରେ ତିଆରି ହୋଇଥିଲା ଏବଂ ମୁଦ୍ରାଟିର ଉଭୟ ପାର୍ଶ୍ୱରେ ଇଗଲର ଆକୃତି ଖୋଦିତ ହୋଇଥିଲା। ଏହି ମୁଦ୍ରାର ଗୋଟିଏ ପାର୍ଶ୍ୱରେ ଏକ ଉଡ଼ୁଥିବା ଇଗଲ ପକ୍ଷୀ ଏବଂ ଅନ୍ୟ ପଟେ ଲିବର୍ଟି ଆଗକୁ ବଢିବାର ଚିତ୍ର ଅଛି । ଏହି ମୁଦ୍ରା ସୁ ଡିଜାଇନର୍ ଏବଂ କଲେକ୍ଟର ଷ୍ଟୁଆର୍ଟ ବିଟସମ୍ୟାନ୍ ଦ୍ୱାରା ବିକ୍ରି ହୁଏ ।

ତେବେ ଏହି ମୁଦ୍ରା କିଏ ଓ କାହିଁକି କିଣିଛି ତାହା ପ୍ରକାଶ କରାଯାଇ ନାହିଁ। ଆଇନଗତ ଭାବରେ, ଏହି ଡବଲ୍ ଇଗଲ୍ ମୁଦ୍ରାଟି ବ୍ୟକ୍ତିଗତ ଥିଲା । କୁହାଯାଉଥିଲା ଯେ, ଏହି ମୁଦ୍ରାଟି ୭୩ କୋଟିରୁ ୧୦୦କୋଟି ମଧ୍ୟରେ ବିକ୍ରି ହେବାର ସମ୍ଭାବନା ଅଛି । କିନ୍ତୁ ମଙ୍ଗଳବାର ଦିନ ନିଲାମ ଆରମ୍ଭ ହେବା ପରେ ଏହି ନଲାମୀ ସମସ୍ତଙ୍କ ହୋସ୍ ଉଡାଇ ଦେଇଥିଲା।

ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶାର ଚାଷୀ ଧାନ ବିକ୍ରି କଲେ ଗରିବ ହୋଇଯିବାର ଆଶଙ୍କା

ଭୁବନେଶ୍ୱର: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ -ଏମ୍‌ଏସ୍‌ପି ବୃଦ୍ଧି ସମ୍ପର୍କରେ ରାଜ୍ୟ କୃଷିମନ୍ତ୍ରୀ ଅରୁଣ ସାହୁ ପ୍ରତିକ୍ରିୟା ରଖିଛନ୍ତି। ଗତ ୯ ତାରିଖରେ କେନ୍ଦ୍ର ସରକାର ୨୦୨୧-୨୨ ଖରିଫ ଋତୁ ପାଇଁ ଧାନ ସମେତ ଅଣଧାନ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଘୋଷଣା କରିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଗତବର୍ଷଠାରୁ ମାତ୍ର ୭୨ଟଙ୍କା ବୃଦ୍ଧି କରାଯାଇଛି। ଏହା ରାଜ୍ୟର ଚାଷୀମାନଙ୍କ ହିତରେ ସାହାଯ୍ୟ କରିବ ନାହିଁ। ବର୍ତ୍ତମାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଓଡ଼ିଶାର ଚାଷୀ ଧାନ ବିକ୍ରି କଲେ ଗରିବ ହୋଇଯିବାର ଆଶଙ୍କା ରହିଛି।

ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୱିଣ୍ଟାଲ ପିଛା ୨୯୩୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ଓଡ଼ିଶା ବିଧାନସଭାରେ ସର୍ବସମ୍ମତ ପ୍ରସ୍ତାବ ଗୃହୀତ ହୋଇଛି। ଏହାଦ୍ୱାରା ଚାଷୀମାନେ ଉପକୃତ ହେବେ। ଏନେଇ କେନ୍ଦ୍ରକୁ ମଧ୍ୟ ବାରମ୍ବାର ଚିଠି ଲେଖାଯାଇଛି। ରାଜ୍ୟ ସରକାର କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ନିଷ୍ଠାପର ଉଦ୍ୟମ ଜାରି ରଖିଛନ୍ତି। କୃଷକଙ୍କ ଆୟ ଦୁଇଗୁଣ କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଧାନର ସହାୟକ ମୂଲ୍ୟରେ ଏତିକି ବୃଦ୍ଧି କଲେ ଚାଷୀ ଉପକୃତ ହେବେନାହିଁ। ଏ ଦିଗରେ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ଆଶୁ ସମାଧାନ କରିବା ପାଇଁ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ା ଯାଇଛି ବୋଲି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି।

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ୩ ମାସ ପର୍ଯ୍ୟନ୍ତ ଟିକାର ଆବଶ୍ୟକତା ନାହିଁ

ଭୁବନେଶ୍ୱର: ଦେଶରେ ଏବେ ଟିକାକରଣରକୁ ଯୋରଦାର କରାଯାଇଛି। ଏହି ମଧ୍ୟରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତି ମଧ୍ୟ କରୋନା ଟିକା ନେବା ପାଇଁ ଚିନ୍ତାରେ ରହୁଛନ୍ତି। ତେବେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କୁ ଟିକାକରଣ ଆବଶ୍ୟକ ନାହିଁ। ସେମାନଙ୍କୁ ଅତି କମରେ ତିନି ମାସ ଅପେକ୍ଷା କରିବାକୁ କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। କାହିଁ କି ନା ସେମାନଙ୍କ ଦେହରେ ଆଗରୁ ରହିଛି ଆଣ୍ଟିବଡି।

ଏମ୍‌ସର କିଛି ବରିଷ୍ଠ ଡାକ୍ତର ଏବଂ କୋଭିଡ-19 ରାଷ୍ଟ୍ରୀୟ ଟାସ୍କ ଫୋର୍ସର ସଦସ୍ୟଙ୍କୁ ନେଇ ଗଠିତ ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଏକ ଟିମ୍ ଏହି ପରାମର୍ଶ ଦେଇଛନ୍ତି। ସେପଟେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ଏହି ଗାଇଡଲାଇନ୍ ଜାରି କରାଯାଇଛି। ଅନ୍ୟପଟେ ଲଣ୍ଡନ ୟୁନିଭରସିଟି ପକ୍ଷରୁ କିଛି କରୋନା ସୁସ୍ଥଙ୍କୁ ନେଇ କରାଯାଇଥିବା ପରୀକ୍ଷଣରୁ ବି ସମାନ ତଥ୍ୟ ମିଳିଥିବା ସୂଚନା ରହିଛି। ତଥ୍ୟ ଅନୁସରେ କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ଦେହରେ ଯଥେଷ୍ଟ ପରିମାଣର ଆଣ୍ଟି ବଡି ରହିଥାଏ। ଏମାନେ ୧୦ ମାସ ପର୍ଯ୍ୟନ୍ତ ପୁରା ସୁରକ୍ଷିତ ଥିବା ସୂଚନା ଦିଆଯାଇଛି।

ଓଡ଼ିଶା ମୋ ପରିବାର-ଜୀବନ ବିନ୍ଦୁ ଆନୁକୂଲ୍ୟରେ ଯୁବ ବିଜେଡ଼ି ପକ୍ଷରୁ ରକ୍ତ ଦାନ ଶିବିର

କରୋନା ମହାମାରୀ ସମୟରେ ରକ୍ତ ସଙ୍କଟକୁ ଦୂର କରୁଛି ବିଜେଡି। ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜୀବନ ବିନ୍ଦୁ ଏବଂ ଓଡ଼ିଶା-ମୋ ପରିବାର ତରଫରୁ ସଂଗ୍ରହ ହେଉଛି ରକ୍ତ। ବିଜୁ ଯୁବ ଜନତା ଦଳ ର ରାଜ୍ୟ ସଭାପତି ଡ଼ା. ବ୍ୟୋମକେଶ ରାୟଙ୍କ ନେତୃତ୍ୱରେ ସପ୍ତାହ ବ୍ୟାପି ରକ୍ତ ଦାନ ଶିବିର ଆରମ୍ଭ ହୋଇଯାଇଛି। ଦିତ୍ୱୀୟ ଦିବସରେ ରାଜ୍ୟ ସାଧାରଣ ସମ୍ପାଦକ ପାର୍ଥସାରଥୀ ମୁଦୁଲିଙ୍କ ତତ୍ତ୍ୱାବଧାନରେ ଅରବିନ୍ଦ କାନୁନ୍ ଗୋଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏହି ରକ୍ତଦାନ ଶିବିର ରେ ୨୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ସେପଟେ ଏହି କାର୍ଯ୍ୟକ୍ରମରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ, ବିଧାୟକ ତଥା ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ପ୍ରଣବ ବଳବନ୍ତରାୟ ଏବଂ ଓଡ଼ିଶା ମୋ ପରିବାର ର ସଂଯୋଜକ ରୁଦ୍ର ସାମନ୍ତରାୟ ଯୋଗ ଦେଇ ରକ୍ତ ଦାତାଙ୍କୁ ଉତ୍ସାହିତ କରିଥିଲେ।

କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ କମିଲା ବ୍ୟବଧାନ

ନୂଆଦିଲ୍ଲୀ: କମିଲା କୋଭିସିଲ୍ଡର ପ୍ରଥମ ଓ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନ । କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (Mohfw) କୋଭିସିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି । ଦ୍ୱିତୀୟ ଡୋଜର ବ୍ୟବଧାନ ଦୁଇଥର ବୃଦ୍ଧି ପାଇଲା ପରେ ଏଥର ବ୍ୟବଧାନ ହ୍ରାସ କରାଯାଇଛି । ଏହା କେବଳ ସେହିମାନଙ୍କ ପାଇଁ, ଯେଉଁମାନେ ବିଦେଶ ଯାତ୍ରା କରିବାକୁ ଯାଉଛନ୍ତି । ନୂତନ ଗାଇଡଲାଇନ ପରେ, ବର୍ତ୍ତମାନ କିଛି ବର୍ଗ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ୨୮ ଦିନ ପରେ ମଧ୍ୟ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ଦିଆଯାଇପାରିବ ।

ତୃତୀୟ ଥର ପାଇଁ କୋଭିସିଲ୍ଡର ଉଭୟ ଡୋଜର ବ୍ୟବଧାନ ପରିବର୍ତ୍ତନ କରାଯାଇଛି । ଭାରତରେ ୧୬ ଜାନୁୟାରୀରୁ ଆରମ୍ଭ ହୋଇଥିବା କୋଭିସିଲ୍ଡ ଟୀକାକରଣରେ ୨୮ ରୁ ୪୨ ଦିନର ବ୍ୟବଧାନ ରଖାଯାଇଥିଲା । ଏହା ପରେ ୨୨ ମାର୍ଚ୍ଚରେ ଏହି ବ୍ୟବଧାନ ୬-୮ ସପ୍ତାହକୁ ବୃଦ୍ଧି କରାଯାଇଥିଲା । ପରେ, ମେ ୧୩ ରେ, ଦୁଇଟି ଡୋଜ ମଧ୍ୟରେ ବ୍ୟବଧାନ ୧୨-୧୬ ସପ୍ତାହକୁ ବୃଦ୍ଧି କରାଯାଇଛି ।

ନୂଆ ଗାଇଡଲାଇନ କ’ଣ ?

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନୂଆ ନିର୍ଦ୍ଦେଶାବଳୀ, ସେହିମାନଙ୍କ ପାଇଁ ଯେଉଁମାନଙ୍କ ଠାରେ କୋଭିସିଲ୍ଡର ପ୍ରଥମ ଡୋଜ ଲାଗିସାରିଛି ଏବଂ ସେମାନଙ୍କୁ ଏବେ ବିଦେଶ ଯାତ୍ରା କରିବାର ଅଛି । ଏହି ବିଦେଶୀ ଯାତ୍ରା ଅଧ୍ୟୟନ, ରୋଜଗାର ଏବଂ ଅଲିମ୍ପିକ୍ ଦଳ ପାଇଁ ହୋଇପାରେ । ଏହିପରି ଲୋକଙ୍କୁ କୋଭିସିଲ୍ଡର ଦ୍ୱିତୀୟ ଡୋଜ୍ ପାଇଁ ୮୪ ଦିନ ଅପେକ୍ଷା କରିବାକୁ ପଡିବ ନାହିଁ । ଏହାପୂର୍ବରୁ, ହିଁ ସେମାନଙ୍କୁ ଦ୍ୱିତୀୟ ଡୋଜ ଦିଆଯିବ ।

ଏହାପୂର୍ବରୁ ପଞ୍ଜାବର ସ୍ୱାସ୍ଥ୍ୟମନ୍ତ୍ରୀ ବଲବୀର ସିଂ ସିଦ୍ଧୁ ମଙ୍ଗଳବାର ଦିନ କହିଛନ୍ତି ଯେ, କୋଭିସିଲ୍ଡର ପ୍ରଥମ ଡୋଜର ୨୮ ଦିନ ବ୍ୟବଧାନ ପରେ ଦ୍ୱିତୀୟ ଡୋଜ ଦିଆଯିବ, ଯେଉଁମାନେ ବିଶେଷ କାରଣରୁ ବିଦେଶ ଯିବା ଆବଶ୍ୟକ କରନ୍ତି ।

ସାବିତ୍ରୀ ପରେ ବୋହୂକୁ ଅତ୍ୟାଚାର, ଗାଁ ଦାଣ୍ଡରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟିଲା ଶାଶୂ

ଗଞ୍ଜାମ: ଗତକାଲି ଥିଲା ସାବିତ୍ରୀ। ବୋହୂ ନୂଆ ଶାଢ଼ି ସଂଖା ସିନ୍ଦୁର ପିନ୍ଧି ସ୍ୱାମୀର ଦୀର୍ଘ ଜୀବନ କାମନା କରିଥିଲା। ଆଉ ଆଜି ଗାଁର ବିଚ୍‌ ରାସ୍ତା ଉପରେ ବୋହୂ ହେଲା ଅତ୍ୟାଚାରର ଶୀକାର। ଶାଶୂ ଭୁଲିଗଲା ମାନବିକତା। ବୋହୂକୁ ଗାଁ ଦାଣ୍ଡ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଗାଳି ଗୁଲଜ କରିବା ସହ ଅମାନୁଷିକ ଭାବେ ପିଟିଲେ ଶାଶୂ ଏବଂ ଘର ଲୋକେ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଢୁଙ୍କାପଡ଼ା ଗାଁରେ। ସୂଚନାଅନୁଯାୟୀ ଏହା ପୂର୍ବରୁ ଅନେକ ସମୟରେ ଘରେ ପାରିବାରିକ କଳହ ଲାଗିରହୁ ଥିଲା। ଏମିତି କି ଯୌତୁକ ନିର୍ଯ୍ୟାତନା ମଧ୍ୟ ଦେଉଥିଲେ ଶାଶୂଘର ଲୋକେ। ସ୍ୱାମୀ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ କାମ କରୁଥିବା ବେଳେ ଏପଟେ ଶାଶୂଘର ଲୋକେ ବୋହୂକୁ ନିର୍ଯ୍ୟାତନା ଦେଉଥିବା ପୋଲିସ୍‌ ପାଖରେ ଅଭିଯୋଗ ହୋଇଛି। ଏହାପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

ରାଜ୍ୟରେ ଲକ୍‌ଡାଉନ୍‌ କୋହଳ ହେବ କି ବଳବତର ରହିବ ରଜ ପରେ ହେବ ନିଷ୍ପତ୍ତି

ଭୁବନେଶ୍ୱର: ରାଜ୍ୟରେ ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ଆଡ଼କୁ ଯିବା ସହ ପୂର୍ବ ସ୍ଥିତିରେ ଉନ୍ନତି ଆସୁଛି। ଯାହା ଆଶା ଥିଲା ସେହି ଅନୁଯାୟୀ ଡେଲି କେସ ହେଉ କିମ୍ବା ଆକ୍ଟିଭ କେସ ସବୁଥିରେ ହ୍ରାସ ଘଟୁଛି। ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ି ବାକି ଜିଲ୍ଲାରେ ଏତେ ସଂଖ୍ୟକ କେସ୍‌ ଆସୁନି। ନିୟନ୍ତ୍ରଣ ଭିତରକୁ ଯାଉଛି ପୁରା ରାଜ୍ୟ। କରୋନାକୁ ପ୍ରତିହତ କରିବା ପାଇଁ ଯାହା ସବୁ ଷ୍ଟେପ୍‌ ନିଆଯାଇ ଥିଲା ତାହା କାମ ଦେଉଛି ବୋଲି କହିଛନ୍ତି ଜନ ସ୍ଵାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର। ଯେଉଁଠି ଏବେ ଟେଷ୍ଟ ପିଜେଟିଭ ରେଟ ଅଧିକ ରହୁଛି ସେଠି ଟେଷ୍ଟିଂକୁ ଜୋରଦାର କରଯାଉଛି। ଚିହ୍ନଟ ହେଉଥିବା ଲୋକଙ୍କୁ ଆଇସୋଲେଟ କରିବା ସହ କଟକଣା ମଧ୍ୟ ମାନିବାକୁ କୁହାଯାଉଛି।

ରାଜ୍ୟରେ ଯଦିଓ ସଂକ୍ରମଣ ହାର କମୁଛି ତଥାପି ଏତେ ଆସ୍ୱସ୍ତି ହେବା ଭଳି ଖବର ନାହିଁ। ରଜ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ରାଜ୍ୟରେ ଲକ୍‌ଡାଉନ୍‌ ଖୋଲିବ ନା ବଳବତର ରହିବ। ୧୭ ତାରିଖ ପରେ ରିଭ୍ୟୁ କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି। ଯେଉଁ ଜିଲ୍ଲାରେ ସଂକ୍ରମଣ ହାର କମୁଛି ସେଠି ଅନଲକ ପ୍ରକ୍ରିୟା ଆରମ୍ଭ ହେବ ହୋଇଯାଇଛି। ଏବଂ ଯେଉଁ ଜିଲ୍ଲାରେ ସଂକ୍ରମଣ ବଢୁଛି ସେଠି ସର୍ଭିଲାନ୍ସ ବଢାଯିବ। ବିଶେଷ କରି ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ବାଲେଶ୍ଵର, ମୟୂରଭଞ୍ଜ, ସୁନ୍ଦରଗଡ଼ ଭଳି ଜିଲ୍ଲାରେ ଅଧିକ ରହୁଛି ବାକି ସବୁଠି କମ ରହିଛି ଦୈନିକ ସଂକ୍ରମଣ ବୋଲି।