spot_img
Home Blog Page 5547

ରାଜ୍ୟରେ ଦୈନିକ ୬୦୯୭ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର:  ରାଜ୍ୟରେ ଦୈନିକ କୋଭିଡ୍ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମୁଥିବା ବେଳେ ଗତ ୨୪ ଘଣ୍ଟାରେ ୬୦୯୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩ ହଜାର ୪୪୬ଟି ମାମଲା ଆସିଥିବା ବେଳେ ୨ ହଜାର ୬୫୧ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଦିନକରେ ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍। ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୮ହଜାର ୩୨ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ହଜାରେ ୧୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଲେ କଟକରୁ ୬୪୭, ଯାଜପୁରରୁ ୪୩୪, ବାଲେଶ୍ବରରୁ ୩୯୨, ମୟୂରଭଞ୍ଜରୁ ୨୯୭, ଅନୁଗୁଳରୁ ୨୯୫, ପୁରୀରୁ ୨୯୧, କେନ୍ଦ୍ରାପଡାରୁ ୨୫୩, ଭଦ୍ରକରୁ ୨୪୬, ଜଗତସିଂହପୁରରୁ ୨୨୬, ସୁନ୍ଦରଗଡ଼ରୁ ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୧୫୧, ନବରଙ୍ଗପୁରରୁ ୧୪୬, ବୌଦ୍ଧରୁ ୧୩୦, କୋରାପୁଟରୁ ୧୨୬, କେନ୍ଦୁଝରରୁ ୧୨୩, ନୟାଗଡ଼ ଓ ରାୟଗଡ଼ାରୁ ୧୨୦ଜଣ ଲେଖାଏଁ , କନ୍ଧମାଳରୁ ୧୧୨, ବରଗଡ଼ରୁ ୧୦୭, ସମ୍ବଲପୁରରୁ ୧୦୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ୮୪, ବଲାଙ୍ଗୀର ଓ କଳାହାଣ୍ଡିରୁ ୭୭ଲେଖାଏଁ, ଢେଙ୍କାନାଳରୁ ୭୩, ସୋନପୁରରୁ ୬୪, ଗଜପତିରୁ ୪୮, ଗଞ୍ଜାମରୁ ୪୫, ଝାରସୁଗୁଡାରୁ ୪୨, ଦେଓଗଡ଼ରୁ ୨୮, ନୂଆପଡାରୁ ୧୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୭ହଜାର ୨୨୬ ।

ସାବିତ୍ରୀ ବ୍ରତ ଲାଗି ପୁରୀରେ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ: ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇବେ ଭକ୍ତ। ଏନେଇ ନିଷ୍ପତି ନେଇଛି ଶ୍ରୀମନ୍ଦିର ପ୍ରଶାସନ। ଟୋକନ ମାଧ୍ୟମରେ ଭକ୍ତଙ୍କୁ ଯୋଗାଇ ଦିଆଯିବ ମହାପ୍ରସାଦ।  ମହାପ୍ରସାଦ ପାଇଁ ଅସମ୍ଭବ ଭିଡ଼ ସମ୍ଭାବନାକୁ ନିଜରରେ ରଖି ସୁଆର ମହାସୁଆର ନିଯୋଗ ପକ୍ଷରୁ ଟୋକନ ବ୍ୟଵସ୍ଥା କରାଯାଇଛି। ଉତ୍ତର ଓ ଦକ୍ଷିଣ ଦ୍ୱାରରେ କୋଭିଡ କଟକଣାରେ ମହାପ୍ରସାଦ ପାଇବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ହୋଇଛି  । ସୁଆର ମହାସୁଆର ନିଯୋଗ ମଧ୍ୟ ସମସ୍ତ ସହଯୋଗ କରାଯିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନା ଅନୁଯାୟୀ, ଶ୍ରୀମନ୍ଦିର ମଧ୍ୟକୁ କୌଣସି ଭକ୍ତ ତଥା ଶ୍ରଦ୍ଧାଳୁ ଯିବେ ନାହିଁ । ସେବାୟତ ମାନଙ୍କ ଦ୍ୱାରା ବ୍ରତ ପୂଜନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡିଛି । ଶ୍ରୀମନ୍ଦିର ମଧ୍ୟରେ ଥିବା ଭୁବନେଶ୍ୱରୀ ମନ୍ଦିରରେ ସ୍ଥାପିତ ହୋଇଥିବା ସାବିତ୍ରୀଙ୍କ ନିକଟରେ ବ୍ରତ ପୂଜନ କରାଯିବ।

ତେବେ ଭକ୍ତ ଶ୍ରଦ୍ଧାଳୁ ମାନେ ସାବିତ୍ରୀ ଦିନ ମହାପ୍ରସାଦ ଚାହିଦାକୁ ନଜର ରେ ରଖି ମହାପ୍ରସାଦ କିଭଳି ସୁବ୍ୟବସ୍ଥିତ ଢଙ୍ଗରେ ପାଇବେ ସେଥିପାଇଁ ପ୍ରଶାସନ ଓ ସୁଆର ମହାସୁଆର ନିଯୋଗ ପକ୍ଷରୁ ମିଳିତ ଭାବେ ଟୋକନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଦିନ ୧୧ଟା ପରେ ଶ୍ରୀମନ୍ଦିର ଉତ୍ତର ଓ ଦକ୍ଷିଣ ଦ୍ୱାର ନିକଟରେ ଅସ୍ଥାୟୀ ମହାପ୍ରସାଦ ବିକ୍ରି ସେଡରେ ମହାପ୍ରସାଦ ଟୋକନ ମାଧ୍ୟମରେ ମିଳିବାକୁ ଥିବା ବେଳେ ପାର୍କିଙ୍ଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି ।

ତେବେ କୋଭିଡ ଗାଇଡ଼ ଲାଇନ ଅନୁପାଳନ କରି ଭକ୍ତ ମାନେ କିଭଳି ଶୃଙ୍ଖଳିତ ଭାବେ ମହାପ୍ରସାଦ କିଣିବେ ସେନେଇ ନଜର ରଖାଯିବ। ଅପରପକ୍ଷେ କରୋନା କଟକଣା ଯୋଗୁଁ ଘରେ ରହି ସମସ୍ତେ ବ୍ରତ ପାଳନ କରୁଛନ୍ତି ।

କରୋନା କଟକଣାରେ ପାଳିତ ହେଉଛି ‘ସାବିତ୍ରୀ ବ୍ରତ’

ଭୁବନେଶ୍ୱର: ସାବିତ୍ରୀ ଅମାବାସ୍ୟା ଅବସରରେ ଖାଁ ଖାଁ ରହିଛି ମନ୍ଦିର। ନୂଆ ଶାଢୀ ଆଉ ଶଙ୍ଖା ଧରି ଦେବାଳୟ ଯାଉନାହାନ୍ତି ସାବିତ୍ରୀ । କୋଭିଡ ସଂକ୍ରମଣ ଯୋଗୁଁ ଘରେ ରହି ପୂଜା କରିବା ସହ ସାବିତ୍ରୀ ବ୍ରତ ପାଳୁଛନ୍ତି ମହିଳା।

ମହାମାରୀ କରୋନା କାରଣରୁ ଘରେ ରହି ସ୍ୱାମୀଙ୍କର ଉତମ ସ୍ୱାସ୍ଥ୍ୟ ଓ ନିରାମୟ ଜୀବନ କାମନା କରି ସଧବା ନାରୀ। ପ୍ରତି ବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟାରେ ସାବିତ୍ରୀ ବ୍ରତ ପାଳନ କରାଯାଏ । ପୁରାଣ ଅନୁସାରେ ଏହିଦିନ ନାରୀମାନେ ସାବିତ୍ରୀ, ଯମଦେବ ଓ ସତ୍ୟବାନକୁ ପୂଜା କରିଥାନ୍ତି । କିମ୍ବଦନ୍ତୀ ଅନୁସାରେ ସାବିତ୍ରୀଙ୍କ ନିଷ୍ଠାପର ପ୍ରାର୍ଥନା ଆଗରେ ମୃତ୍ୟୁର ଦେବତା ନତମସ୍ତକ ହୋଇ ସତ୍ୟବାନଙ୍କୁ ନୂଆ ଜୀବନ ଦେଇଥିଲେ ।

ବିବାହ ପରେ ହିନ୍ଦୁ ନାରୀଙ୍କ ପାଇଁ ସାବିତ୍ରୀ ବ୍ରତ ହେଉଛି ବଡ ପର୍ବ। ନୂଆ ଶାଢୀ ସାଙ୍ଗକୁ ନୂଆ ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ଫଳମୂଳ ପୂଜା କରାଯାଇଥାଏ। ତେବେ ଗତ ବର୍ଷ ଭଳି ଚଳିତଥର ମଧ୍ୟ ସାବିତ୍ରୀକୁ ଫିକା କରିଛି କରୋନା। ସଂକ୍ରମଣ କାରଣରୁ ସର୍ବସାଧାରଣଙ୍କ ପାଇଁ ମନ୍ଦିର ବନ୍ଦ ରହିଛି । ଯାହା ଫଳରେ ଘରେ ରହି ମହିଳା ମାନେ ବ୍ରତ ପାଳୁଛନ୍ତି ।

ସେହିପରି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଯାଜପୁରରେ ମଧ୍ୟ ସଧବା ନାରୀ ମାନେ ଘରେ ରହି ପାଳୁଛନ୍ତି ସାବିତ୍ରୀ ବ୍ରତ । ଚଳିତ ବର୍ଷ କରୋନା କଟକଣା ଯୋଗୁ ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମନ୍ଦିରରେ ୧୪୪ ଧାରା ଜାରି କରାଯାଇଛି । ମା ବିରଜା ମନ୍ଦିର, ବରାହ ମନ୍ଦିର, ଜଗନ୍ନାଥ ମନ୍ଦିରରେ ପ୍ରଶାସନ କଟକଣା ଲଗାଇ ଥିବାରୁ ମନ୍ଦିର ପରିସର ଖାଁ ଖାଁ ରହିଛି । ଅନ୍ୟ ପଟେ କୋଭିଡ କଟକଣା ରହିଥିବାରୁ ପ୍ରଶାସନର ନିଷ୍ପତିକୁ ମହିଳାମାନେ ସ୍ୱାଗତ କରିଛନ୍ତି ।

୨୦୦୮ ପରଠୁ ତଦନ୍ତ ସରିନଥିବା ସବୁ ଅପହରଣ ଓ ନିଖୋଜ ମାମଲାର ଖୋଳତାଡ଼ କରିବ କମିଶନରେଟ୍ ପୋଲିସ

ଭୁବନେଶ୍ୱର: ରାଜଧାନୀରେ କମିଶନରେଟ ପୋଲିସର ଆରମ୍ଭ କଲା କିଡନ୍ୟାପିଂ ଓ ମିସିଂ ସେଲ। କମିଶନରେଟ ପୋଲିସ ଗଠନ ଦିନଠାରୁ ଅପହରଣ ଓ ମିସିଂ ହୋଇଥିବା ମାମଲା ଗୁଡିକ ରିଓପନ କରିବ ପୋଲିସ ।ଗଠନ ହେଲା ସ୍ୱତନ୍ତ୍ର ସେଲ । ଜଣେ ଏସିପିଙ୍କୁ ଦିଆଯାଇଛି ଦାୟିତ୍ୱ । ଗତ ୧୨ ବର୍ଷ ଧରି ପଡି ରହିଥିବା ମାମଲା ଗୁଡିକର ତାଲିକା ପ୍ରସ୍ତୁତ କରି ତଦନ୍ତ କରୁଛି ପୋଲିସ । ପୋଲିସର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ପୁର୍ବତନ ପୋଲିସ ଡିିଜି ।

ଅପରେସନ୍ ଅପହରଣ ଓ ନିଖୋଜ। ପୁରୁଣା କେସର ଫାଇଲ ରିଓପନ କଲା ପୋଲିସ । ଅପରେସନ ଆରମ୍ଭରୁ 30 ନାବାଳିକା ଉଦ୍ଧାର। ଫୋକସ୍ ରେ ନାବାଳିକା ଅପହରଣ , ଅଜଣା ମୃତ ଦେହ ଓ ଅପହରଣ ମାମଲା। ଗଠନ ହେଲା ସ୍ୱତନ୍ତ୍ର ସେଲ । ଟିମ୍ କୁ ଲୀଡ଼ କରିବେ ଏସିପି। ଜଣେ iic ଓ si ତଦନ୍ତରେ କରିବେ ସହଯୋଗ । 2008 ରୁ କମିଶନରେଟ ପୋଲିସ ଗଠନ ଦିନ ଠାରୁ ପଡି ରହିଥିବା ମାମଲା ଗୁଡିକୁ ତଦନ୍ତ କରିବ ଏହି ଟିମ୍ । କମିଶନରେଟ ପୋଲିସର ତଥ୍ୟ ଅନୁସାରେ କମିଶନରେଟ ପୋଲିସ ଗଠନ ହେବା ଦିନଠୁ ରାଜଧାନୀର ବିଭିନ୍ନ ଥାନାରେ ୮ଶହ ନାବାଳିକା ମାମଲା ପେଡିଂ ଅଛି । ସେଥି ମଧ୍ୟରୁ ୩୦ଜଣଙ୍କୁ ଉଦ୍ଧାର କରିଛି ଏହି ଟିମ୍ । ସେହିଭଳି ୫ଶହ ରୁ ଅଧିକ ମିସିଂ ରିପୋର୍ଟ ରହିଛି । ଏବେ ଏହା ପରିକ୍ଷା ମୂଳକ ଭାବେ କାର୍ଯ୍ୟ କରୁଥିବାର କହିଛନ୍ତି ଭୁବନେଶ୍ୱର ଡିସିପି ।
ଏହି ସେଲ ଗଠନ ହେବାର ମୁଖ୍ୟ ଉଦ୍ଦେଶ୍ୟ ହେଲା ନିଖୋଜ ଓ ଅଜଣା ମୂର୍ତ ଦେହର ଚିହ୍ନଟ କରିବା। ଯଦି କୌଣସି ଲୋକର ମୃତ୍ୟ ଦେହ ଉଦ୍ଧାର ହେଲା ପରେ ନିଖୋଜ ବ୍ୟକ୍ତି ସହ ମିସେ , ତା ହେଲେ ତାର ପରିଚୟ ମିଳି ପାରିବି। ଏପରିକି ବେଳେ ବେଳେ ଲୋକ ମାନେ ଫେରି ଆସିବା ପରେ ଥାନାକୁ ମଧ୍ୟ ଅବଗତ କରୁ ନାହାନ୍ତି। ଯାହା ଫଳରେ ପୋଲିସ ପାଇଁ ଚିନ୍ତାର କାରଣ ରହୁଛି। ସେପେଟେ ତଦନ୍ତ ବେଳେ ଜଣାପଡିଛି, ନାବଳିକା ଅପହରଣ ମାମଲା ଗୁଡିକ ଯୋଗାଯୋଗ କରିବା ପରେ ଜଣା ପଡିଛି ନାବାଳିକା ମାନେ ସ୍ୱ ଇଚ୍ଛାରେ ଯାଇଛନ୍ତି । ଏପରିକି ସୋସିଆଲ ମିଡ଼ିଆରୁ ପରିଚିତ ହୋଇ ନାବାଳିକା ଓ ଯୁବତୀ ମାନେ ପଳାଉଛନ୍ତି । ଅନେକ ସମୟରେ ବିଶେଷ କରି ୧୬ରୁ ୧୭ ବର୍ଷ ନାବାଳିକା ମାନେ ଅପହରଣ ହୋଇଥିବା ଜଣାପଡିଛି । ତେଣୁ ଆଗକୁ ସ୍କୁଲ କଲେଜ ଗୁଡିକରେ ପୋଲିସ ସଚେତନ କରିବ । ସେପଟେ ପୋଲିସର ଏଭଳି ଯୋଜନାକୁ ସ୍ୱାଗତ କରିଛନ୍ତି ପୂର୍ବତନ ପୋଲିସ ଡିଜି ।  କୋଭିଡ କଟକଣା ପରେ ଅପରେସନକୁ ଜୋରଦାର କରାଯିବ। ଅପେକ୍ଷା କିଭଳି ଓ କେତେଦୁର ସଫଳ ହେଉଛି ପୋଲିସ ।

୧୧ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌ର ମଞ୍ଜୁରୀ: ଘଟିପଡ଼ାରୁ ଆମ୍ବପାଣିକୁ ହେବ ୪ ଥାକିକା ବିଜୁ ଏକ୍ସପ୍ରେସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି । ୧୧ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ନୂଆପଡ଼ାର ଘଟିପଡ଼ାରୁ କଳାହାଣ୍ଡିର ଆମ୍ବପାଣିକୁ ୪ ଥାକିକା ବିଜୁ ଏକ୍ସପ୍ରେସ । ୪୪୮କୋଟି ଟଙ୍କାରେ ହେବ ୪ଥାକିଆ ବିଜୁ ଏକ୍ସପ୍ରେସ୍‌ ଓ୍ବେ । ୪୪୮କୋଟି ଟଙ୍କା ମଞ୍ଜୁର କଲା ରାଜ୍ୟ କ୍ୟାବିନେଟ୍ । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରିବ ବିଜୁ ଏକ୍ସପ୍ରେସ୍ ହାଇଓ୍ବେ । ୧୭୪କି.ମି. ଦୀର୍ଘ ରାସ୍ତା ପାଇଁ ଅର୍ଥ ମଞ୍ଜୁର କଲା କ୍ୟାବିନେଟ । ୬ଟି କ୍ଷୁଦ୍ର ପୋଲ ଓ ୬ଟି ବୃହତ ପୋଲ ନିର୍ମାଣ ହେବ । ଏଥିସହ କଟକ ଜାଇକା ପ୍ରକଳ୍ପ ମୁଖ୍ୟନାଳ ପାଇଁ ୪୫୦କୋଟି ମଞ୍ଜୁର ହୋଇଛି । ଡିସେମ୍ବର ୨୨ସୁଦ୍ଧା ସରିବ ଜାଇକା ପ୍ରକଳ୍ପ କାର୍ଯ୍ୟ । ପଟାପୋଲରୁ ମାତୃଭବନ ଯାଏଁ ହେବ ବକ୍ସ କଲଭର୍ଟ । ଏଥିସହ ଓଡ଼ିଶା ଟାକ୍ସେସନ ରୁଲରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଓଏଏସ କ୍ୟାଡରର ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ । ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତରିତ ହେଲା IDCOL । ଏ ସମ୍ପର୍କିତ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ପ୍ରତିବର୍ଷ ସରକାରୀ କର୍ମଚାରୀ ଦାଖଲ କରିବେ ସମ୍ପତ୍ତି ତାଲିକା । ଗତ ଡିସେମ୍ବର ୨୮ରେ ରାଜ୍ୟ କ୍ୟାବିନେଟ ନେଇଥିଲା ନିଷ୍ପତ୍ତି । ନିଷ୍ପତ୍ତି ଆଧାରରେ ନିୟମାବଳୀର ସଂଶୋଧନ ହୋଇଛି । ଏଥିସହ ୨୨୦ଟି ନୂଆ ପଦ ସୃଷ୍ଟିକୁ ରାଜ୍ୟ କ୍ୟାବିନେଟର ମଞ୍ଜୁରୀ ମିଳିଛି । ପ୍ରଶାସନିକ କାର୍ଯ୍ୟର ସଫଳ ରୂପାୟନ ପାଇଁ ନୂଆ ପଦବୀକୁ ମଞ୍ଜୁରୀ । ସହରାଞ୍ଚଳ ଯୋଜନା ଓ ବିକାଶ ଆଇନରେ ସଂଶୋଧନକୁ ମଞ୍ଜୁରୀ । ଜମି ଅଧିଗ୍ରହଣ ଭଳି ପୂରାତନ ଅଧିନିୟମକୁ ଅପସାରଣ କରାଯାଇଛି ।

ଏଥିସହିତ ପଢ଼ନ୍ତୁ: ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ହେଲା ଗ୍ରାମ ପ୍ରତି ଦାମ୍

ପୁଣି ବଢିଲା ସୁନା ଦର, ଜାଣନ୍ତୁ କେତେ ହେଲା ଗ୍ରାମ ପ୍ରତି ଦାମ୍

ଭୁବନେଶ୍ୱର ବଢ଼ିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୭୦ ଟଙ୍କା ବଢ଼ି ୪୭,୬୮୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୬୮୦ ଟଙ୍କା ହୋଇଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୫,୯୦୦ ଟଙ୍କା ଓ ୫୦, ୦୭୦ ଟଙ୍କା ହୋଇଛି।

ଦେଶର ପ୍ରମୁଖ ସହରମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୭,୬୮୦ ଟଙ୍କା ଓ ୪୮,୬୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୮,୦୫୦ ଟଙ୍କା ଓ ୫୨,୪୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୬,୩୦୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୦,୫୦୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୮,୨୨୦ ଟଙ୍କା ଓ ୫୦,୯୨୦ ଟଙ୍କା ରହିଛି । ଅନ୍ୟପଟେ ଆଜି ରୁପା ମୂଲ୍ୟ ହ୍ରାସ ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୦୦ ଟଙ୍କା କମି ୭୧,୦୦୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।

ସୁଶାନ୍ତଙ୍କ ସହ ଏକ ଭିଡ଼ିଓ ସେୟାର କରି ଭାବ ପ୍ରବଣ ହେଲେ ‘ରାବତା’ର ନାୟିକା କ୍ରିତି ସନନ୍

ମୁମ୍ବାଇ: ୨୦୨୦ର ଚର୍ଚ୍ଚିତ ଚେହେରା ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ଏବେ ପୁଣି ଚର୍ଚ୍ଚାରେ । ସୁଶାନ୍ତ ସିଂ ରାଜପୁତଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ପୂର୍ବରୁ ତାଙ୍କର ଏକ ଭିଡ଼ିଓ ଲୋକଙ୍କୁ ଭାବ ବିହ୍ୱଳ କରିଛି । ‘ରାବତା’ରେ ସ୍ୱର୍ଗତ ଅଭିନେତା ସୁଶାନ୍ତଙ୍କ ସହ ଅଭିନୟ କରିଥିବା ଅଭିନେତ୍ରୀ କ୍ରିତି ସାନନ୍ ଫିଲ୍ମର ୪ ବର୍ଷ ପୂର୍ତ୍ତି ଅବସରରେ ବୁଧବାର ନିଜ ଇନଷ୍ଟାଗ୍ରାମରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଚଳଚ୍ଚିତ୍ର ୯ ଜୁନ୍ ୨୦୧୭ରେ ମୁକ୍ତିଲାଭ କରିଥିଲା ​ । ଭିଡିଓରେ କ୍ରିତି ଏବଂ ସୁଶାନ୍ତ ଫିଲ୍ମର ସୁଟିଂ ସମୟରେ ମଜା କରୁଥିବା ଦେଖିବାକୁ ମିଳିଛି ।

https://www.instagram.com/p/CP5D0Wigd3B/?utm_source=ig_embed&utm_campaign=embed_video_watch_again

ଭିଡ଼ିଓ ସହ କ୍ରିତି, ଫିଲ୍ମ ପାଇଁ ସୁଶାନ୍ତ ସିଂ ରାଜପୁତଙ୍କ ସହ ସୁଟିଂ କରୁଥିବା ଦିନକୁ ମନେ ପକାଇ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ସେ ଲେଖିଛନ୍ତି, ‘ତନ୍ ଲଡେ, ତନ୍ ମୁକ୍ ଯାଏ ରୁହ ଜୁଡେ, ଜୁଡି ରେହ ଯାଏ … ମୁଁ ଲୋକଙ୍କ ସହ ମିଶିବାକୁ ବିଶ୍ୱାସ କରେ । ଚଳଚ୍ଚିତ୍ର ଆସେ ଆଉ ଚାଲିଯାଏ କିନ୍ତୁ ପ୍ରତ୍ୟେକ ଚଳଚ୍ଚିତ୍ର ପଛରେ ବହୁତ ସ୍ମୃତି ରହିଯାଏ । ସେହି ଫିଲ୍ମ ଦ୍ୱାରା ସୁଶାନ୍ତଙ୍କ ସହ ଭଲ ସମ୍ପର୍କ ଗଢା ହୋଇଥିଲା । ଆମେ ପରସ୍ପର ସହିତ ଥାଉ, ସେ ସବୁବେଳେ ମୋ ଭିତରେ ରହିଯାଇଛନ୍ତି । ଏହି ଭିଡ଼ିଓଟି ରାବତା ପାଇଁ ସର୍ବୋତ୍ତମ ଏବଂ ସ୍ମରଣୀୟ ଅନୁଭୂତି । ସୁଶାନ୍ତ ସର୍ବଦା ମୋ ହୃଦୟର ଅତି ନିକଟତର .. ମୁଁ ଜାଣି ନଥିଲି ଯେ ଏହା ଆମର ପ୍ରଥମ ଏବଂ ଶେଷ ଚଳଚ୍ଚିତ୍ର ହେବ । ‘

ଆପଣଙ୍କୁ କହିରଖୁଛୁ ଯେ, ଗତ ବର୍ଷ ଜୁଲାଇ ୨୬ରେ ସୁଶାନ୍ତଙ୍କ ବିଷୟରେ କ୍ରିତି ଶେଷ ପୋଷ୍ଟ କରିଥିଲ । ଯେତେବେଳେ ସେ OTT ରେ ସୁଶାନ୍ତଙ୍କ ମୃତ୍ୟୁ ପରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଦିଲ ବେଚାରା’ ଦେଖିଥିଲେ। ଫିଲ୍ମ ଦେଖିବା ପରେ କ୍ରିତି ଶେଷ ଥର ପାଇଁ ସୁଶାନ୍ତଙ୍କୁ ପରଦାରେ ଦେଖିବା ବିଷୟରେ ନିଜର ଚିନ୍ତାଧାରା ଲେଖିଥିଲେ।

ଓଡ଼ିଶାରେ ଖୋଲିଲା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ ଉତ୍କର୍ଷ କେନ୍ଦ୍ର

ଭୁବନେଶ୍ୱର: ସ୍ୱାସ୍ଥ୍ୟ ଭିତ୍ତିଭୂମି କ୍ଷେତ୍ରରେ ଓଡ଼ିଶା ଲେଖିଲା ନୂଆ ଫର୍ଦ୍ଦ । ଉଦଘାଟିତ ହେଲା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡିସିନ୍ ଉତ୍କର୍ଷ କେନ୍ଦ୍ର । କଟକ ଏସସିବି ମେଡିକାଲରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି ଏହି କେନ୍ଦ୍ର । ଏହାସହ ୭ ଜିଲ୍ଲାରେ ୭ଅକ୍ସିଜେନ ୟୁନିଟର ମଧ୍ୟ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । କଟକ ଏସସିବି ଓ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଲୋକାର୍ପଣ ହୋଇଛି ଅକ୍ସିଜେନ ୟୁନିଟ । ସେହିଭଳି ବାଲେଶ୍ୱର, କୋରାପୁଟ, ବଲାଙ୍ଗୀର ଭୀମଭୋଇ, ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ସହ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟିତ ହୋଇଛି । କୋଭିଡର ୨ୟ ଲହରରେ ଜନ ଜୀବନ ବିଶେଷ ପ୍ରଭାବିତ ହୋଇଛି । ଏହି ସମୟରେ ରେଗୀଙ୍କୁ ଅଧିକ ଅକ୍ସିଜେନ୍ ଆବଶ୍ୟକ ପଡୁଛି । ହେଲେ ଓଡ଼ିଶାରେ ଅକ୍ସିଜେନ ନେଇ କିଛି ସମସ୍ୟା ନାହିଁ । ତଥାପି ଜରୁରି କାଳିନ ପରିସ୍ଥିତି ପାଇଁ ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କହିଛନ୍ତି ମୁଖମନ୍ତ୍ରୀ ନୀବନ ପଟ୍ଟନାୟକ । ଏବେ ନିଜ ରାଜ୍ୟ ସହ ୧୭ଟି ରାଜ୍ୟକୁ ଅକ୍ସିଜେନ ଯୋଗାଣ ଜାରି ରହିଛି । ଏହା ହିଁ ପ୍ରତ୍ୟେକ ଓଡ଼ିଆ ପାଇଁ ଗର୍ବର ବିଷୟ । କରୋନା ଭୂତାଣୁର ପ୍ରକୃତି ଉପରେ ଆମେ ବହୁତ କମ୍‌ ଜାଣିଛନ୍ତି । ଆମକୁ ସବୁବେଳେ ସାବଧାନ ହୋଇ ଚଳିବାକୁ ପଡିବ ବୋଲି କହିଛନ୍ତି ନବୀନ । ଫକିର ମୋହନ ମେଡିକାଲ କଲେଜ ପରିସରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସମର୍ଥିତ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ ଓ ରକ୍ତ ବର୍ଗୀକରଣ ୟୁନିଟର ଉଦଘାଟନ କରାଯାଇଛି । ଏଥିସହିତ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଆରିଟିପିସିଆର ଟେଷ୍ଟ ୟୁନିଟ କାର୍ଯ୍ୟକ୍ଷମ ହୋଇଛି ।

ଏଥିସହିତ ପଢ଼ନ୍ତୁ: କରୋନା ସଂକ୍ରମିତ ଶିଶୁଙ୍କ ଠାରେ କେଉଁ ଲକ୍ଷଣ ଦେଖାଯାଏ: ଜାଣନ୍ତୁ କେମିତି ନେବେ ଯତ୍ନ

YES Bankରୁ ୪୬୬ କୋଟି ଟଙ୍କା ଠକେଇ ଅଭିଯୋଗ, ୧୪ ସ୍ଥାନରେ ସିବିଆଇ ରେଡ୍

ନୂଆଦିଲ୍ଲୀ: ୟେସ୍ ବ୍ୟାଙ୍କରେ ୪୬୬ କୋଟି ଟଙ୍କାର ଘୋଟାଲା ଅଭିଯୋଗ । ଏନେଇ ସିବିଆଇ ଶିଳ୍ପପତି ଗୌତମ ଥାପରଙ୍କ ସମେତ କିଛି କମ୍ପାନୀ ଓ ଲୋକଙ୍କ ବିରୋଧରେ ଅପରାଧିକ ଧାରାରେ ମକଦ୍ଦମା ରୁଜୁ କରିଛି । ସିବିଆଇ ଏହି ମାମଲାର ଆଜି ଦିଲ୍ଲୀ-ଏନସିଆର ସହ ଲକ୍ଷ୍ନୌ, କୋଲକାତାର ୧୪ଟି ସ୍ଥାନରେ ରେଡ୍ କରିଛି । ରେଡ୍ ବେଳେ ସିବଆଇ ହାତରେ ଲାଗିଛି ଠକେଇର ଡିଜିଟାଲ୍ ପ୍ରମାଣ ।

ସିବିଆଇ ମୁଖପାତ୍ର ଆରସି ଯୋଶୀଙ୍କ ଅନୁସାରେ, ମାମଲାକୁ ନେଇ ୟେସ୍ ବ୍ୟାଙ୍କର ଭିଜିଲାନ୍ସ ବିଭାଗ ସିବିଆଇରେ ଅଭିଯୋଗ କରିଥିଲା । ଅଭିଯୋଗ ଅନୁସାରେ, ଗୁରୁଗ୍ରାମ, ଦିଲ୍ଲୀ ସ୍ଥିତ ଘରୋଇ କମ୍ପାନୀ ୨୦୧୭ରେ ୟେସ୍ ବ୍ୟାଙ୍କରୁ ୫୧୫ କୋ ଟଙ୍କାର ଋଣ ନେଇଥିଲା । କମ୍ପାନୀ ଯେଉଁ କାମ ପାଇଁ ଋଣ ନେଇଥିଲା ସେଥିରେ ଟଙ୍କା ବିନିଯୋଗ ନକରି ଅନ୍ୟ କାମ କରିଥିଲା । ୨୦୧୭ରୁ ୨୦୧୯ ମଧ୍ୟରେ କମ୍ପାନୀ ମିଛ କାଗଜପତ୍ର ଦେଇ ଋଣ ଟଙ୍କାକୁ ଖର୍ଚ୍ଚ କରିଛି । ଯେଉଁଥିପାଇଁ ୨୦୧୯ ଅକ୍ଟୋବରରେ ଖାତାକୁ ବ୍ୟାଙ୍କ ଏନପିଏ ଘୋଷଣା କରିଥିଲା । ଏହି ଘୋଟାଲାରେ କମ୍ପାନୀର ନିର୍ଦ୍ଦେଶକ ସମେତ ୟେସ୍ ବ୍ୟାଙ୍କର କିଛି ଅଧିକାରୀ ଓ ଅନ୍ୟ କମ୍ପାନୀ ଅଛନ୍ତି ।

ଏହି ଘୋଟାଲା ଯୋଗୁ ୟେସ୍ ବ୍ୟାଙ୍କ ୪୬୬.୫୧ କୋଟି ଟଙ୍କାର କ୍ଷତି ସହିଛି । ଏହା ପରେ କମ୍ପାନୀର ବ୍ୟାଙ୍କ ଖାତାକୁ ୨୦୨୦ ମାର୍ଚ୍ଚ ୬ରେ ରେଡ୍ ଫ୍ଲାଗ ଘୋଷଣା କରାଯାଇଛି । ଏଥିରେ ଓୟଷ୍ଟର ବିଲ୍ଡବେଲ୍ ଲିମିଟେଡ୍, ଫର୍ଷ୍ଟ ଇଣ୍ଡିଆ ପ୍ଲେସ ମେହରୌଲ ଗୁରୁଗ୍ରାମ ଏବଂ ଅବନ୍ଥା ରିୟଲିଟି ଲିମିଟେଡ୍ କମ୍ପାନୀ ଓ ତାର ନିର୍ଦ୍ଦେଶକ ସାମିଲ୍ ଅଛନ୍ତି ।

ଫେରାର ନିତ୍ୟାନନ୍ଦଙ୍କ ଅଦ୍ଭୁତ ଦାବି, କହିଲେ- ‘ମୁଁ ଭାରତ ମାଟିରେ ପାଦ ଦେଲେ କରୋନା ପଳେଇବ’

ନୂଆଦିଲ୍ଲୀ: ଏବେ ଦେଶ କରୋନା ମହାମାରୀ ସହ ଲଢ଼ୁଛି। ତେବେ ବର୍ତ୍ତମାନ ସଂକ୍ରମଣ ଟିକେ କମୁଥିବା ଦେଖିବାକୁ ମିଳିଛି। ଇତି ମଧ୍ୟରେ ଆତ୍ମଘୋଷିତ ସନ୍ଥ ନିତ୍ୟାନନ୍ଦଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ କହୁଛନ୍ତି ଯେ ସେ ଯେତେବେଳେ ଭାରତ ମାଟିରେ ପାଦ ଦେବେ ସେତେବେଳେ ଦେଶରେ କରୋନା ସଂକ୍ରମଣ କମିବ।

କିଛି ଦିନ ତଳେ ଜାରି କରାଯାଇଥିବା ଏହି ଭିଡିଓରେ ନିତ୍ୟାନନ୍ଦଙ୍କର ଜଣେ ଶିଷ୍ୟ ପ୍ରଶ୍ନ କରୁଛନ୍ତି ଯେ ଭାରତରୁ କରୋନା କେବେ ଯିବ। ଏହାର ଜବାବରେ ନିତ୍ୟାନନ୍ଦ କହୁଛନ୍ତି, ଦେବୀ ‘ଅମ୍ମାନ’ ତାଙ୍କ ଆଧ୍ୟାତ୍ମିକ ଶରୀରରେ ପ୍ରବେଶ କରିସାରିଛନ୍ତି। କରୋନା ଭାରତରୁ ସେତେବେଳେ ଯିବ, ଯେତେବେଳେ ସେ ଭାରତ ମାଟିରେ ପାଦ ରଖିବେ। ନିତ୍ୟାନନ୍ଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି।

ସୂଚନାଯୋଗ୍ୟ ଯେ ଆତ୍ମଘୋଷିତ ସନ୍ଥ ନିତ୍ୟାନନ୍ଦଙ୍କ ଉପରେ ଯୌନ ଉତ୍ପୀଡ଼ନର ଆରୋପ ଲାଗିଛି। ୨୦୧୯ରେ ସେ ଭାରତ ଛାଡ଼ି ଫେରାର ହୋଇଯାଇଥିଲେ। ଏବେ ସେ ଦାବି କରୁଛନ୍ତି ଯେ ସେ ଏକ ଭର୍ଚୁଆଲ ଆଇଲ୍ୟାଣ୍ଡ ତିଆରି କରିଛନ୍ତି, ଯାହାର ନାଁ ଦେଇଛନ୍ତି କୈଳାସ।