spot_img
Home Blog Page 5549

ଅନ୍ତର୍ଜାତୀୟ ମ୍ୟାଚରେ ସର୍ବାଧିକ ଗୋଲକାରୀ ତାଲିକାର ଦ୍ୱିତୀୟ ସ୍ଥାନରେ ସୁନୀଲ ଛେତ୍ରୀ,ମେସି ପଛରେ

0

ଭାରତୀୟ ଷ୍ଟ୍ରାଇକର ସୁନୀଲ ଛେତ୍ରୀ ଆର୍ଜେଣ୍ଟିନା ସୁପରଷ୍ଟାର ଲିଓନେଲ ମେସିଙ୍କୁ ପଛରେ ପକାଇ ସର୍ବାଧିକ ସକ୍ରିୟ ଗୋଲ ସ୍କୋରକାରୀଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । 36 (ଛତିଶ) ବର୍ଷିୟ ଛେତ୍ରୀ ସୋମବାର ମିଳିତ ଫିଫା ବିଶ୍ୱକପ 2022 ଏବଂ ଏଫସି ଏସୀୟ କପ 2023 ର ଯୋଗ୍ୟତା/ପ୍ରବେଶିକା ମ୍ୟାଚରେ ବାଂଲାଦେଶ ବିପକ୍ଷରେ ଭାରତ ପାଇଁ 2 ଗୋଟି ଗୋଲ କରିଥିଲେ |

ଛେତ୍ରୀଙ୍କ ବାଂଲାଦେଶ ବିରୋଧରେ ଦୁଇଟି ଗୋଲ ସହିତ ଆନ୍ତର୍ଜାତୀୟ ଫୁଟବଲରେ ତାଙ୍କ ଗୋଲ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି | ଗତ ୬ ବର୍ଷରେ ବିଶ୍ୱକପ କ୍ୱାଲିଫାୟରରେ ଭାରତର ପ୍ରଥମ ବିଜୟର ନାୟକ ସକ୍ରିୟ ଗୋଲ ସ୍କୋରର ତାଲିକାରେ ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲଡୋଙ୍କ ପଛରେ ଅଛନ୍ତି।ରୋନାଲ୍ଡୋଙ୍କ ନାମରେ ୧୦୩ ଗୋଲ୍ ରହିଛି । ଛେତ୍ରୀ ବାର୍ସିଲୋନା ତାରକା ମେସିଙ୍କ ଠାରୁ ଦୁଇଟି ଗୋଲ ଏବଂ ୟୁଏଇର ଅଲି ମାବଖାଉଟ୍ ଠାରୁ ଗୋଟିଏ ଗୋଲ୍ ଆଗରେ ଅଛନ୍ତି । ଏବଂ 73 ( ତେସ୍ତୋରି ) ଗୋଲ ଦେଇ ମାବକାଉଟ୍ ତୃତୀୟ ସ୍ଥାନରେ ରହିଛି | ଗତ ଗୁରୁବାର ଚିଲି ବିପକ୍ଷ ବିଶ୍ୱକପ ଯୋଗ୍ୟତା ମ୍ୟାଚରେ ମେସି ନିଜର 72 ( ବାସ୍ତରି) ତମ ଅନ୍ତର୍ଜାତୀୟ ଗୋଲ ସ୍କୋର କରିଥିବାବେଳେ ମାବକାଉଟ୍ ମାଲେସିଆ ବିପକ୍ଷରେ ଗୋଲ ର ସଂଖ୍ୟାକୁ ବଢାଇଥିଲେ |

ସୋମବାର ଦିନ ଜାସିମ ବିନ୍ ହେମାଡ ଷ୍ଟାଡିୟମରେ ୭୯ ମିନିଟରେ ଛେତ୍ରୀ ପ୍ରଥମ ଗୋଲ ସ୍କୋର କରିଥିଲେ ଏବଂ ଆଘାତ ସମୟରେ ଦ୍ୱିତୀୟ ଗୋଲ ସ୍କୋର କରି, ସେ ଭାରତର ବିଜୟ ନିଶ୍ଚିତ କରିଥିଲେ। ସର୍ବୋଚ୍ଚ ଗୋଲ ସ୍କୋରର ସର୍ବକାଳୀନ ତାଲିକାରେ ଶ୍ରେଷ୍ଠ ୧୦ ଜଣଙ୍କ ଭିତରେ ପ୍ରବେଶ ପାଇଁ ଭାରତୀୟ ଅଧିନାୟକ ଆଉ କେବଳ ଗୋଟିଏ ଗୋଲ ଆବଶ୍ୟକ କରନ୍ତି । ସେ ହଙ୍ଗେରୀର ସାଣ୍ଡୋ କୋକସିସ୍, ଜାପାନର କୁନିଶିଜ୍ କାମୋଟୋ ଏବଂ କୁଏତର ବଶର ଅବଦୁଲ୍ଲାଙ୍କ ଠାରୁ କେବଳ ଗୋଟିଏ ଗୋଲ୍ ରେ ପଛରେ ଅଛନ୍ତି । ଏହି ତିନିଜଣ ସମାନ 75 ( ପଞ୍ଚୋସ୍ତୋରି) ଗୋଲ ସ୍କୋର କରିଛନ୍ତି।

ଦଳର ବିଜୟ ଏବଂ ଛେତ୍ରୀଙ୍କ ରେକର୍ଡ କୁ ନେଇ ଖୁସି ବ୍ୟକ୍ତ କରି ଅଲ ଇଣ୍ଡିଆ ଫୁଟବଲ ଫେଡେରେସନ ( ଏ ଏଫ ଏଫ ) ସଭାପତି ପ୍ରଫୁଲ୍ଲ ପଟେଲ ଅଗ୍ରଣୀ ଭୂମିକା ପାଇଁ ଅଧିନାୟକଙ୍କୁ ପ୍ରଶଂସା କରିଥିଲେ | ପଟେଲ ଟୁଇଟ କରି କହିଛନ୍ତି, “ ଆମର ଅଧିନାୟକ ସୁନୀଲ ଛେତ୍ରୀ ଲିଓନେଲ ମେସିଙ୍କୁ ଅତିକ୍ରମ କରି 74 ଗୋଲ ଦେଇ ସକ୍ରିୟ ଖେଳାଳିଙ୍କ ମଧ୍ୟରେ ଦ୍ଵିତୀୟ ସର୍ବାଧିକ ଗୋଲ ସ୍କୋରର ଆଉ ଏକ ବଡ ଉପଲବ୍ଧି ପ୍ରାପ୍ତ କରିଛନ୍ତି | ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅଧିନାୟକଙ୍କୁ ତାଙ୍କର ଏହି ଉପଲବ୍ଧି ପାଇଁ ଅନେକ ଅନେକ ଅଭିନନ୍ଦନ ଏବଂ ଭବିଷ୍ୟତରେ ଏହିପରି ସଫଳତା ପାଇଁ ଅନେକ ଶୁଭେଚ୍ଛା | ଏହି ବିଜୟ ସହିତ ଭାରତ ସାତୋଟି ମ୍ୟାଚ ରୁ ୬ ପଏଣ୍ଟ ପାଇଁ ଗ୍ରୁପ ଇରେ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି | ଭାରତର ପରବର୍ତ୍ତୀ ମ୍ୟାଚ ଜୁନ 15ରେ ଆଫ ଗାନିସ୍ତାନ ବିପକ୍ଷରେ ହେବ |

ଭାରତୀୟ ଅଧିନାଯକ କହିଛନ୍ତି ଯେ ସେ 10 ବର୍ଷ ପରେ ତାଙ୍କ ଗୋଲ ସଂଖ୍ୟା ଗଣିବେ । ସେ କହିଛନ୍ତି ଯେ, “ ମୁଁ ଗୋଲ ର ସଂଖ୍ୟାକୁ ଗଣେ ନାହିଁ | 10 ବର୍ଷ ପରେ ଆମେ ଏକାଠି ବସି ଆଲୋଚନା କରିବା ଏବଂ ଗଣିବା | ଆମେ ଅନେକ ସୁଯୋଗ ହାତଛଡା କରିଥିଲୁ | ଆମେ ଭଲ କରିପାରିଥାନ୍ତେ | ପଛକୁ ଚାହିଁଲେ ଦେଖାଯାଏ ଯେ ଆମେ ଏଥିରେ ବହୁତ ଭଲ କରିପାରିଥାନ୍ତେ | ଆମେ ଏହା ବିଷୟରେ ଆଲୋଚନା କରିବୁ କିନ୍ତୁ ମୁଁ ଖୁସି ଯେ ଆମେ ତିନି ପଏଣ୍ଟ ପାଇବାରେ ସକ୍ଷମ ହୋଇଛୁ |

କୋଭିଡ଼-19 ଟିକା ପ୍ରମାଣପତ୍ରରେ ଆପଣଙ୍କର ନାମ, ଜନ୍ମ ତାରିଖରେ କିଛି ଭୁଲ ରହିଛ କି ? ଜାଣନ୍ତୁ କେମିତ ସୁଧାରିବେ

ନୂଆଦିଲ୍ଲୀ: କରୋନା ଟିକା ନେଇସାରିଥିବା ବ୍ୟକ୍ତି ନିଜର କୋଭିଡ଼-19 ଟିକା ପ୍ରମାଣପତ୍ରରେ ଥିବା ତ୍ରୁଟି ସୁଧାରି ପାରିବେ । କୋଭିନ ପୋର୍ଟାଲରେ ନିଜେ ତ୍ରୁଟିଗୁଡ଼ିକୁ ସଂଶୋଧନ କରିପାରିବେ ଟିକା ନେଇଥିବା ବ୍ୟକ୍ତି । ସରକାର ଏକ ନୂଆ ଅପଡେଟର ଘୋଷଣା କରିଛନ୍ତି ଯାହା ମାଧ୍ୟମରେ ଆବେଦନକାରୀଙ୍କ ଦ୍ୱାରା ହୋଇଥିବା ଭୁଲଗୁଡ଼ିକ ଯେମିତି କି ନାମ, ଜନ୍ମ ତାରିଖ ଏବଂ ଲିଙ୍ଗରେ ଥିବା ଭୁଲକୁ ସଂଶୋଧନ କରିବାର ଅନୁମତି ଦେବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ବିକାଶ ଶିଲ ବୁଧବାର କହିଛନ୍ତି ଯେ, ଉପଭୋକ୍ତାମାନେ କୋଭିନ ୱେବସାଇଟ ମାଧ୍ୟମରେ ଏହି ସଂଶୋଧନ କରିପାରିବେ।

କୋଭିନ୍ ୱେବସାଇଟରେ ସମସ୍ୟା ବିଷୟରେ ଜଣାଇପାରିବେ

ଆରୋଗ୍ୟ ସେତୁ ଆପର ଅଫିସିଆଲ୍ ହ୍ୟାଣ୍ଡେଲରେ ଏକ ଟୁଇଟ୍ କରାଯାଇଥିଲା । ଯେଉଁଥିରେ ଲେଖାଯାଇଥିଲା ଯେ, “ଯଦି ଟୀକାକରଣ ପ୍ରମାଣପତ୍ରରେ ଅଜାଣତରେ ଆପଣଙ୍କ ନାମରେ, ଜନ୍ମ ତାରିଖ ଏବଂ ଲିଙ୍ଗରେ କୌଣସି ଭୁଲ ହୋଇଛି, ତେବେ ଆପଣ ସେଗୁଡ଼ିକୁ ସଂଶୋଧନ କରିପାରିବେ। କୋଭିନଙ୍କ ୱେବସାଇଟକୁ ଯାଆନ୍ତୁ ଏବଂ ସମସ୍ୟା ବିଷୟରେ ଜଣାନ୍ତୁ ।

ବ୍ଲୁ ଟିକରୁ ଜଣାପଡ଼ିବ ଟିକାର କେତେ ଡୋଜ ନେଇଛନ୍ତି

ଏହାପୂର୍ବରୁ ସରକାର ଟୀକାକରଣ କରିଥିବା ଲୋକଙ୍କୁ ସ୍ୱ-ମୂଲ୍ୟାଙ୍କନ ପ୍ରକ୍ରିୟା ମାଧ୍ୟମରେ ଆରୋଗ୍ୟ ସେତୁ ଆପରେ ନିଜର ସ୍ଥିତି ସ୍ୱେଚ୍ଛାକୃତ ଅପଡେଟ କରିବାର ଅନୁମତି ଦେଇଥିଲେ। ଟୀକାକରଣର ଗୋଟିଏ ମାତ୍ର ଡୋଜ ନେଇଥିବା ଲୋକମାନେ ନିଜ ହୋମ ସ୍କ୍ରିନରେ ଟୀକାକରଣ ସ୍ଥିତି ପାଖରେ ଏକ ବ୍ଲୁ ଟିକ୍ ଦେଖିବେ ଏବଂ ଯେଉଁମାନେ ଉଭୟ ଡୋଜ ନେଇଛନ୍ତି ସେମାନେ ୧୪ଦିନ ପରେ ଆପରେ ଦୁଇଟି ବ୍ଲୁ ଟିକ୍ ଦେଖିପାରିବେ ।

ଏହି ଦୁଇଟି ଟିକ୍ କୋଭିନ୍ ପୋର୍ଟାଲରୁ ଟୀକାକରଣ ସ୍ଥିତି ଯାଞ୍ଚ ପରେ ନଜର ଆସିବ । କୋଭିନରେ ପଞ୍ଜୀକରଣ ପାଇଁ ବ୍ୟବହୃତ ମୋବାଇଲ୍ ନମ୍ବର ମାଧ୍ୟମରେ ଟୀକାକରଣ ସ୍ଥିତିକୁ ଅପଡେଟ କରାଯାଇପାରିବ । ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ କୋଭିଡ -19ର ମୋଟ ୨୩,୯୦,୫୮,୩୬୦ ଡୋଜ ଦିଆଯାଇଛି।

ପୋଖରୀରେ ବୁଡି ଦୁଇ ସାଙ୍ଗ ମୃତ

ଭଦ୍ରକ: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ଦିନ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀକୁ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ପୋଖରୀର ବୁଡି ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁ ହୋଇଛି । ଦୁଇ ଶିଶୁ କନ୍ୟାଙ୍କ ମୃତ୍ୟୁକୁ ନେଇ ପରିବାରରେ ଶୋକର ଲହରି ଖେଳିଯାଇଛି ।

ସୂଚନା ଅନୁଯାୟୀ, ବ୍ରଜାନନ୍ଦପୁର ଗ୍ରାମର ସଦାନନ୍ଦ ଘଡେଇଙ୍କ ୧୨ ବର୍ଷର ଶିଶୁ କନ୍ୟା ଲକ୍ଷ୍ମୀପ୍ରିୟା ଓ  ମାମୁଁ ଝିଅ ଟିକି ସହିତ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ଗାଧୋଉ ଥିବା ବେଳେ କୌଣସି କାରଣବଶତଃ ସେମାନଙ୍କର ଗୋଡ ଖସି ଯାଇଥିଲା । ଫଳରେ ଅଚାନକ ପାଣିରେ ବୁଡି ଯାଇଥିଲେ ।

ତେବେ  ସେହି ବାଟ ଦେଇ ଯାଉଥିବା ବେଳେ ଜଣେ ଯୁବକ ଦେଖି ଡାକ ପକାଇ ଥିଲେ। ହେଲେ ବହୁ ଖୋଜା ଖୋଜି କରିବା ପରେ ସେମାନଙ୍କୁ ସଂଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ଯାହା ପରେ ଦୁଇ ଶିଶୁଙ୍କୁ ଚିକିତ୍ସା ପାଇଁ  ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି।

ବ୍ଲାକ ଫଙ୍ଗସ୍ ଦେଇ ଯାଇଥିବା ଅସହନୀୟ ଯନ୍ତ୍ରଣା ! କାହାର ଆଖି ନାହିଁ ତ କାହାର ଥୋଡ଼ି

ନାଗପୁର: କରୋନା ସଂକ୍ରମଣ ପରେ, ବ୍ଲାକ ଫଙ୍ଗସ୍ ଲୋକଙ୍କୁ ଭୟଭୀତ କରିଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ବ୍ଲାକ ଫଙ୍ଗସ୍ କିମ୍ବା ମୁକୋମାଇକୋସିସ୍ ସଂକ୍ରମଣ କାରଣରୁ ଯନ୍ତ୍ରଣା ଭୋଗୁଛନ୍ତି । ଏହି ଲୋକଙ୍କ ହୃଦୟ ଏବଂ ମୁଣ୍ଡ ଉପରେ ଏହାର ପ୍ରଭାବ ସ୍ପଷ୍ଟ ବାରି ହୋଇଯାଉଛି । ବ୍ଲାକ ଫଙ୍ଗସ୍ ସଂକ୍ରମଣ କାରଣରୁ କିଏ ତା ଆଖି ହରାଇଲେ, ତ କାହାର ଥୋଡ଼ିକୁ ବାହାର କରିବାକୁ ପଡିଛି । ଅନେକ ଲୋକ ଅଛନ୍ତି ଯେଉଁମାନେ ଆଖି ବାହାର କରିବା ପରେ କୃତ୍ରିମ ଆଖି  ଏବଂ ଥୋଡ଼ି ବାହାର କରାଯିବା ପରେ ସର୍ଜରୀ ମାଧ୍ୟମରେ ଏହାକୁ ଠିକ୍ କରିବକୁ ଅପେକ୍ଷା କରିଛନ୍ତି । ଲୋକଙ୍କ ଯନ୍ତ୍ରଣାର କାହାଣୀ ଏମିତି ଯେ ଯାହା ଆପଣଙ୍କୁ ଅସ୍ତବ୍ୟସ୍ତ କରିଦେବ ।

୧୩ ଥର ଅସ୍ତ୍ରୋପଚାର କରାଯିବା ପରେ ଗୋଟିଏ ଆଖିକୁ ହଟାଇବାକୁ ପଡିଥିଲା

ଡାକ୍ତରମାନେ କହିଛନ୍ତି ଯେ, ୪୬ ବର୍ଷୀୟ ନବୀନ ପାଲ ମଧ୍ୟ ଭାରତରେ ବ୍ଲାକ ଫଙ୍ଗସ୍ ସଂକ୍ରମଣର ପ୍ରଥମ ରୋଗୀ ଥିଲେ। ଗତ ବର୍ଷ ସେପ୍ଟେମ୍ବରରେ ନବୀନ କରୋନାରେ ସଂକ୍ରମିତ ହୋଇଥିଲେ । କିଛି ଦିନ ପରେ ତାଙ୍କ ଆଖି ଏବଂ ଦାନ୍ତରେ ଯନ୍ତ୍ରଣା ହେବା ଆରମ୍ଭ ହୋଇଥିଲା। ସେ ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବା ଡାକ୍ତର କହିଥିଲେ। ଏହା ପରେ ସେ ୬ ମାସ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଏହି ସମୟରେ ୧୩ ଟି ଅସ୍ତ୍ରୋପଚାର କରାଯାଇଥିଲା । ଶେଷରେ ସଂକ୍ରମଣ ନବ୍ୟାପିବା ପାଇଁ ତାଙ୍କର ଗୋଟିଏ ଆଖି କାଢି ଦିଆଯାଇଥିଲା ।

ଚିକିତ୍ସା ପାଇଁ ଖର୍ଚ୍ଚ ହୋଇଛି ୧.୪୮ କୋଟି ଟଙ୍କା

ଏହି ସମୟରେ ନବୀନ ପାଲଙ୍କ ଚିକିତ୍ସା ପାଇଁ ୧.୪୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରୁ ଗୋଟିଏ କୋଟି ଟଙ୍କା ରେଲୱେ ଖର୍ଚ୍ଚ କରିଛି। ପାଲଙ୍କ ସ୍ତ୍ରୀ ରେଲୱେରେ କାମ କରନ୍ତି । ଅବଶିଷ୍ଟ ୪୮ ଲକ୍ଷ ଟଙ୍କା ନିଜେ ଖର୍ଚ୍ଚ କରିଥିଲେ । ଏତେ ପରିଶ୍ରମ ପରେ ପାଲଙ୍କ ଜୀବନ ବଞ୍ଚି ଯାଇଥିଲା । ସେ କହିଛନ୍ତି ଯେ ବ୍ଲାକ ଫଙ୍ଗସ୍ ତାଙ୍କୁ ଏକ ଅପୂରଣୀୟ କ୍ଷତ ଦେଇଛି ଯାହାକୁ ସେ କେବେ ଭୁଲି ପାରିବେ ନାହିଁ ।

କୋଭିଡ ସେଣ୍ଟରରେ ଆଖି ହରାଇଥିଲେ

ୟବତମାଲର ବାସିନ୍ଦା ନୀଲେଶ ବେଣ୍ଡେଙ୍କୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ କାରଣରୁ ଉଭୟ ଆଖି ହରାଇବାକୁ ପଡ଼ିଥିଲା । ଚଳିତ ବର୍ଷ ମାର୍ଚ୍ଚରେ ସେ କରୋନା ସଂକ୍ରମିତ ହୋଇଥିଲେ । କିଛି ମାସ ପରେ, ପୁଣି ଥରେ କରୋନା ପରୀକ୍ଷା କରାଇବା ପରେ ତାଙ୍କ ରିପୋର୍ଟ ପୁଣି ପଜିଟିଭ୍ ଆସିଥିଲା । ତାଙ୍କୁ ୟବତମାଲର କୋଭିଡ କେୟାର ସେଣ୍ଟରରେ ରଖାଯାଇଥିଲା ଯେଉଁଠାରେ ସେ ତାଙ୍କର ଦୃଷ୍ଟି ଶକ୍ତି ହରାଇଥିଲେ। ଚିକିତ୍ସା ସମୟରେ ପ୍ରଥମେ ତାଙ୍କର ଗୋଟିଏ ଆଖି କାଢିବାକୁ ପଡିଥିଲା। ୧୦ ଦିନ ପରେ ଡାକ୍ତରମାନେ କହିଥିଲେ ଯେ ତାଙ୍କର ଅନ୍ୟ ଆଖି ମଧ୍ୟ କାଢିବାକୁ ପଡିବ।

ଆଖି ହରାଇବା ପରେ ସ୍ୱାମୀ ସଂପୂର୍ଣ୍ଣ ଭାଙ୍ଗି ପଡ଼ିଥିଲେ

ତାଙ୍କ ପତ୍ନୀ ବୈଶାଳୀ କହିଛନ୍ତି ଯେ, ଆଖି ହରାଇବା ପରେ ତାଙ୍କ ସ୍ୱାମୀ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ । ତାଙ୍କୁ ସାନ୍ତ୍ୱନା ଦେବା ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା । ନୀଲେଶ ଏକ ଘରୋଇ ସୁରକ୍ଷା କର୍ମୀ ଭାବରେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ପରେ ସେ ଚାକିରି ମଧ୍ୟ ହରାଇଥିଲେ। ଏମିତି କି ଶେଷ ମାସର ଦରମା ମଧ୍ୟ ତାଙ୍କୁ ମିଳି ନଥିଲା। ନୀଲେଶ କହିଛନ୍ତି ଯେ, ଭଲ ହୋଇଥାନ୍ତା ମୁଁ ମରିଯାଇଥାନ୍ତି । ଏହାପରେ ସ୍ତ୍ରୀ ତାଙ୍କୁ ଅନେକ ଆଶ୍ୱସନା ଦେଇଥିଲେ ।

ଥୋଡ଼ିରେ ଅସ୍ତ୍ରୋପଚାର ପରେ କହିବାରେ ଅସୁବିଧା

ସେହିଭଳି ଅକୋଲାର ଉଭୟ ଅଜୟ ଶିମ୍ପିକର ଏବଂ ସୁବୋଧ କସୁଲକରଙ୍କୁ ବ୍ଲାକ ଫଙ୍ଗସ୍ ସଂକ୍ରମଣ ପରେ ଅସ୍ତ୍ରୋପଚାର କରିବାକୁ ପଡିଥିଲା। ସଂକ୍ରମଣ ପରେ ଡାକ୍ତର ତାଙ୍କ ଥୋଡ଼ିକୁ ବାହାର କରିଦେଇଥିଲେ। ବର୍ତ୍ତମାନ ଉଭୟଙ୍କୁ ସେମାନଙ୍କର ସାଧାରଣ ରୂପ ପାଇଁ ରି-କନଷ୍ଟ୍ରକ୍ଟିଭ୍ ଅସ୍ତ୍ରୋପଚାର କରିବାକୁ ପଡିବ । କସୁଲକର କହିଛନ୍ତି ଯେ ଅସ୍ତ୍ରୋପଚାର ପରେ ତାଙ୍କୁ କହିବାରେ ଅସୁବିଧା ହେଉଛି। ସେ ସଠିକ୍ ଭାବରେ କହିପାରୁ ନାହାଁନ୍ତି । ଗତ ବର୍ଷ ଅକ୍ଟୋବରରେ ସୁବୋଧ କସୁଲକର କରୋନା ସଂକ୍ରମିତ ହୋଇଥିଲେ। କିନ୍ତୁ ସେ ତାଙ୍କ ଆଖି ଫେରିପାଇଥିଲେ ।

ପୁରୀ ନିମାପଡ଼ାରୁ ନାବାଳିକା ଉଦ୍ଧାର ମାମଲା: କନ୍ୟାଶ୍ରମ ନାଁରେ ଅଭିଯୋଗ

ଭୁବନେଶ୍ୱର:  ପୁରୀ ନିମାପଡ଼ାରୁ ଅନୁଗୁଳର ନାବାଳିକା ଉଦ୍ଧାର ପରେ ଖୋଲୁଛି କନ୍ୟାଶ୍ରମ ଗୁମର । ନାବାଳିକାଙ୍କ ମାଆ କନ୍ୟାଶ୍ରମ ନାଁରେ ଗୁରୁତର ଅଭିଯୋଗ ଆଣିଛନ୍ତି ।  ନାବାଳିକାଙ୍କ ମାଆଙ୍କ କହିବା ଅନୁସାରେ  ଟେଲରିଂ ଶିଖାଇବା ନାଁରେ ତାଙ୍କ  ଝିଅକୁ ନେଇଥିଲେ । କିନ୍ତୁ ଟେଲରିଂ ଶିଖାଇବା ପରିବର୍ତ୍ତେ ନିର୍ଯାତନା ଦେଉଥିବା ନିଜେ ନାବାଳିକା ତାଙ୍କ ମା’ଙ୍କୁ ଫୋନ କଲ କରି ଜଣାଇଥିଲେ ।

ଘଟଣା ବିଷୟର ଜାଣିବା ପରେ  ଏହାପରେ ଚାଇଲ୍‌ଡ ଲାଇନ୍ ସହାୟତାରେ ପୋଲିସରେ ଅଭିଯୋଗ କରିଥିଲେ ନାବାଳିକାଙ୍କ ମାଆ । ଗତକାଲି ପୁରୀ ଶିଶୁ ସୁରକ୍ଷା କମିଟିର ନିର୍ଦ୍ଦେଶରେ ପୋଲିସ ଓ ଚାଇଲଡ ଲାଇନର ସହାୟତାରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଓଡିଶା ଲାଇଭଲି ହୁଡସ ମିଶନର ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ମଧୁଛନ୍ଦା ପ୍ରଧାନ ନାବାଳିକାଙ୍କୁ ଘରେ କାମ କରାଇବା ସହ ନିର୍ଯାତନା ଦେଉଥିବା ଅଭିଯୋଗ ହୋଇଛି ।

୩ମାସରୁ ଅଧିକ ସମୟ ଧରି ନାବାଳିକାଙ୍କୁ ମାର୍‌ପିଟ କରାଯାଉଥିବା ନାବାଳିକାଙ୍କ ମା ଅଭିଯୋଗ କରିଥିଲେ । ପୁରୀ ଶିଶୁ ସୁରକ୍ଷା କମିଟି ନାବାଳିକାଙ୍କୁ ଉଦ୍ଧାର କରି ପଚରା ଉଚରା କରିବା ସହ ଓପନ ସେଲଟରରେ ରଖିଛି ।

CDN କଣ ? କାହିଁକି CDN କାରଣରୁ ବିଶ୍ୱର ଶହେରୁ ଅଧିକ ୱେବସାଇଟ୍ ବନ୍ଦ ହୋଇଗଲା

ନୂଆଦିଲ୍ଲୀ: ମଙ୍ଗଳବାର ଦିନ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ବିଶ୍ୱର ଶହ ଶହ ବଡ଼ ବଡ଼ ୱେବସାଇଟ୍ କ୍ରାସ ହୋଇଯାଇଛି । ଏଥିରେ ରେଡ୍ଡିଟ୍, ଆମାଜନ ରିଟେଲରୁ ଆରମ୍ଭ କରି ସିଏନଏନ ଭଳି ଆନ୍ତର୍ଜାତୀୟ ନ୍ୟୁଜ ଚ୍ୟାନେଲର ୱେବସାଇଟ୍ ଗୁଡ଼ିକ ମଧ୍ୟ କ୍ରାସ ହୋଇଯାଇଥିଲା ।

ଆରମ୍ଭରୁ ଲାଗିଲା ଯେମିତି ଗ୍ଲୋବାଲ ଇଣ୍ଟରନେଟ୍ ବନ୍ଦ ହେବା ଆରମ୍ଭ ହୋଇଛି, କିନ୍ତୁ ପରେ ଜଣାପଡିଥିଲା ଯେ ଏହା CDN (କଣ୍ଟେଟ ଡିଷ୍ଟ୍ରିବ୍ୟୁସନ ନେଟୱାର୍କ) ରେ ତ୍ରୁଟି କାରଣରୁ ହୋଇଛି । ବର୍ତ୍ତମାନ ପ୍ରଶ୍ନ ହେଉଛି ଭିନ୍ନ ଭିନ୍ନ ୱେବସାଇଟ୍ ଗୁଡ଼ିକ ଏକାସାଙ୍ଗରେ କିପରି ବନ୍ଦ ହୋଇଗଲା ? ଯାହାର ଉତ୍ତର ହେଉଛି ଫାଷ୍ଟଲି ନାମକ ଏକ କମ୍ପାନୀ । ଏହା ଏକ ଆମେରିକୀୟ କମ୍ପାନୀ ଯିଏ କ୍ଲାଉଡ୍ କମ୍ପ୍ୟୁଟିଂ ସେବା ଯୋଗାଇଥାଏ ଏବଂ ଏହା ୱେବସାଇଟ୍ ଗୁଡିକୁ ମଧ୍ୟ CDN ସେବା ଦେଇଥାଏ । ରେଡିଟ୍, ସ୍ପୋଟିଫାଇ, କୋରା, ପେପଲ୍, ଶପିଫାଇ, ସିଏନ୍ଏନ୍, ଦି ଗାର୍ଡିଆନ୍, ନ୍ୟୁୟର୍କ ଟାଇମ୍ସ, ବିବିସି ଏବଂ ଫିନାନ୍ସିଲ୍ ଟାଇମ୍ସ ସହ ଶହ ଶହ ୱେବସାଇଟ୍ ଏହି ସିଡିଏନ୍ ଗ୍ଲିଚ୍ ପାଇଁ ଅଟକି ଯାଇଥିଲା।

ସମସ୍ତେ ଫାଷ୍ଟଲି ନାମକ ଏକ କମ୍ପାନୀଠାରୁ CDN ସେବା ନେଇଛନ୍ତି । ଏହି କମ୍ପାନୀ କୌଣସି ଅସୁବିଧା ହେବା ମାତ୍ରେ ଏକ ଅପଡେଟ୍ ପ୍ରକାଶ କରିଥିଲା । ଏହି ଅପଡେଟରେ କୁହାଯାଇଛି ଯେ, କମ୍ପାନୀକୁ ୱେବସାଇଟ୍ କ୍ରାସ୍ ହେବା ବିଷୟରେ ଜଣାଅଛି ଏବଂ ଏବେ ଏହାର ଅନୁସନ୍ଧାନ ଚାଲିଛି ।

ଏହି ୱେବସାଇଟ୍ ଗୁଡିକ ଫାଷ୍ଟଲିଠାରୁ CDN ସେବା ନେଇଛନ୍ତି …

ଫାଷ୍ଟଲି ନାମକ ଏହି କମ୍ପାନୀ ସମସ୍ତ ୱେବସାଇଟ୍ କୁ CDN ସେବା ପ୍ରଦାନ କରିଥାଏ । ଯେହେତୁ CDN ରେ ସମସ୍ୟା ଥିଲା, ତେଣୁ ୱେବସାଇଟ୍ ଗୁଡିକ କ୍ରାସ୍ ହୋଇଯାଇଥିଲା । ଏବେ ପ୍ରଶ୍ନ ଉଠୁଛି CDN କ’ଣ ? CDN, ଯାହାକୁ କଣ୍ଟେଟ ଡିଷ୍ଟ୍ରିବ୍ୟୁସନ ନେଟୱାର୍କ ମଧ୍ୟ କୁହାଯାଏ । ସରଳ ଶବ୍ଦରେ CDN ବିଷୟରେ କହିବାକୁ ଗଲେ, ଯହା ମାଧ୍ୟମରେ ଆପଣ ଗ୍ଲୋବାଲ୍ ୱେବସାଇଟ୍ କୁ ଶୀଘ୍ର ଆକ୍ସେସ କରିପାରିବେ ।

ବିଶ୍ୱର ୱେବସାଇଟ୍ ପାଇଁ CDN ଅଧିକ ଗୁରୁତ୍ୱପୂର୍ଣ୍ଣ …

ଉଦାହରଣ ସ୍ୱରୂପ, ଗ୍ଲୋବାଲ୍ ୱେବସାଇଟ୍ ଯେଉଁ ୱେବସାଇଟର ଉପଭୋକ୍ତା ପୂରା ବିଶ୍ୱରେ ଅଛନ୍ତି ସେମାନଙ୍କର CDNର ଆବଶ୍ୟକତା ରହିଛି । ଉଦାହରଣ ସ୍ୱରୂପ, ଆପଣ ଦିଲ୍ଲୀରେ ଏକ ୱେବସାଇଟ୍ ତିଆରି କରିଛନ୍ତି ଯାହାର ଉପଭୋକ୍ତାମାନେ ଆମେରିକା, କାନାଡା ଏବଂ ଫ୍ରାନ୍ସ ମଧ୍ୟ ଅଛନ୍ତି । ଭାରତ, ଆମେରିକା କିମ୍ବା ଫ୍ରାନ୍ସ ପରସ୍ପରଠାରୁ ବହୁତ ଦୂରରେ। ଏହି କ୍ଷେତ୍ରରେ, ସେମାନେ ଆପଣଙ୍କର ୱେବସାଇଟରେ ପ୍ରବେଶ କରିବାକୁ ଅଧିକ ସମୟ ନେବେ । CDN ପ୍ରୋଭାଇଡର ଗ୍ଲୋବାଲ ୱେବସାଇଟଗୁଡ଼ିକୁ ସେମାନଙ୍କର ସେବା ପ୍ରଦାନ କରନ୍ତି ।

ଏହି କମ୍ପାନୀଗୁଡିକ ସେମାନଙ୍କର ସର୍ଭରଗୁଡ଼ିକୁ ବିଶ୍ୱର ବିଭିନ୍ନ ସ୍ଥାନରେ ନିଜର ସର୍ଭର ଲଗାଇ ରଖନ୍ତି । ଯଦି ଆପଣ କୌଣସି କମ୍ପାନୀରୁ CDN ନେଇଛନ୍ତି, ତେବେ ଆପଣଙ୍କର ୱେବସାଇଟ୍ ଶୀଘ୍ର ଖୋଲିପାରିବ ଏବଂ ବିଶ୍ୱରେ ଥିବା ଉପଭୋକ୍ତାମାନେ ଏହାକୁ ସହଜରେ ଖୋଲିପାରିବେ । କାରଣ ସେହି CDN ପ୍ରଦାନକାରୀ ବିଶ୍ୱର ବିଭିନ୍ନ ସ୍ଥାନରେ ଏହାର ସର୍ଭର ସ୍ଥାପନ କରିଛନ୍ତି ।

CDN ର କାମ କ’ଣ?

CDNର କାର୍ଯ୍ୟ ହେଉଛି ଯେ ସେ କଣ୍ଟେଟକୁ ଧରିଥାଏ ବା କ୍ୟାଚିଂ କରିଥାଏ । କଣ୍ଟେଟ କ୍ୟାଚିଂ ଅଧୀନରେ, ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ନିକଟସ୍ଥ ସର୍ଭରରୁ ତଥ୍ୟ ପଠାଯାଏ । ତାହା ହେଉଛି, ଯଦି ଉପଭୋକ୍ତା ୱେବସାଇଟରୁ କଣ୍ଟେଟ ଚାହାଁନ୍ତି, ତେବେ ତାଙ୍କୁ ଦିଲ୍ଲୀ ସର୍ଭରର ଆବଶ୍ୟକତା ପଡିବ ନାହିଁ ଏବଂ CDN ଅଧୀନରେ ସେ ନିକଟସ୍ଥ ସର୍ଭରଗୁଡ଼ିକରୁ କଣ୍ଟେଟକୁ ପ୍ରବେଶ କରିପାରିବେ । ଯଦି ଦିଲ୍ଲୀର ଏକ ୱେବସାଇଟ୍ ଯିଏ ସିଡିଏନ୍ ସେବା ନେଇଛି, ଆମେରିକାରେ ବସିଥିବା ଜଣେ ବ୍ୟକ୍ତି ସେହି ୱେବସାଇଟକୁ CDN ମାଧ୍ୟମରେ ହିଁ ଖୋଲିପାରିବ, ତେବେ ଏହା ସମ୍ଭବ ଯେ ସେ ନିଜେ ଆମେରିକାର ସର୍ଭର ମାଧ୍ୟମରେ CDN ଅଧୀନରେ ଆପଣଙ୍କ ୱେବସାଇଟ୍ ସହିତ ଯୋଗାଯୋଗ କରୁଛନ୍ତି। ଏହାସହ ସେ ଆପଣ ୱେବସାଇଟ୍ ଶୀଘ୍ର ଖୋଲିବାକୁ ସକ୍ଷମ ହେବେ ।

CDN ମଧ୍ୟ କିଛି ସୁରକ୍ଷାକୁ ଉନ୍ନତ କରିଥାଏ ଏବଂ ସେଥିରୁ ଆପଣଙ୍କୁ ମୁଖ୍ୟ ସର୍ଭରର କମ୍ ବ୍ୟାଣ୍ଡୱିଡଥ୍ କମ୍ ଖର୍ଚ୍ଚ ହୋଇଥାଏ । ଏହି କାରଣରୁ ୱେବସାଇଟ୍ ଶିଘ୍ର ଖୋଲିଥାଏ ଏବଂ ଏଥିରେ କିଛି ସୁରକ୍ଷା ମଧ୍ୟ ଯୋଗ କରାଯାଇଥାଏ । ଦୁନିଆରେ ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ CDN ସେବା ପ୍ରଦାନ କରନ୍ତି ଯେଉଁଥିରେ କ୍ଲାଉଡ୍ ଫେୟାର, ଆମାଜନ କ୍ଲାଉଡ୍ ଫ୍ରଣ୍ଟ, ଆକାମାଇ ଏବଂ କି ସିଡିଏନ ସାମିଲ ଅଛନ୍ତି ।

କରୋନାରେ ସିଂହିର ମୃତ୍ୟୁ, ୮ ସିଂହ ପଜିଟିଭ୍‌

ଚେନ୍ନାଇ: ନିରୀହ ଜନ୍ତୁଙ୍କ ଉପରେ କରୋନାର ନଜର  । ମହାମାରୀ କରୋନା କବଳରୁ ବାଦ୍‌ ପଡ଼ି ନାହାଁନ୍ତି ଏମାନେ । ଗୋଟଏ ପଟେ ପ୍ରାଣୀ ସଂରକ୍ଷଣକୁ ନେଇ ପ୍ରଶାସନ ଅଧିକ ସଜାଗ ରହୁଥିବା ବେଳେ ଅନ୍ୟପଟେ  କରୋନା ଭୂତାଣୁ ଏମାନଙ୍କୁ କବଜା କରିଛି  ।

। ଚେନ୍ନାଇର ଏକ ଚିଡ଼ିଆଖାନାରେ କରୋନାରେ ଆକ୍ରାନ୍ତ ହୋଇ  ଏକ ସିଂହିର ମୃତ୍ୟୁ ହୋଇଥିବା ବେଳେ ଆଉ ୮ ସିଂହ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାପରେ ସଜାଗ ହୋଇଛନ୍ତି ଚିଡ଼ିଆଖାନା କର୍ତ୍ତୃପକ୍ଷ । ଜୁ’ରେ କରୋନା ପ୍ରେଟୋକଲ ହିସାବରେ ଜୀବଜନ୍ତୁଙ୍କୁ ନିରୀକ୍ଷଣରେ ରଖାଯାଇଛି ।

ଆନ୍ନା ଆରିଗନଗର ଆନ୍ନା ଜୁଲୋଜିକାଲ ପାର୍କର କହିବା ହେଉଛି ଗତ ୨୬ ମଇରେ ୫ଟି ସିଂହଙ୍କ ଶରୀର ଅସୁସ୍ଥ ହୋଇପଡ଼ିଥିଲା । ଏହା ସହିତ କଫ ଭଳି ସମସ୍ୟା ଏମାନଙ୍କ ନିକଟରେ ଦେଖିବାକୁ ମିଳିଥିଲା । ଏହାପରେ ପ୍ରତ୍ୟେକଙ୍କ ନମୁନା ନେଇ ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ପରେ ୯ଟି ସିଂହ ପଜିଟିଭ୍‌ ହୋଇଥିବା ଜଣାପଡ଼ିଲା ।  ୩ ଜୁନ ସଂନ୍ଧ୍ୟା ୬ଟା ୧୫ରେ  ୯ ବର୍ଷୀୟ ସିଂହି ନୀଲାର ମୃତ୍ୟୁ ହୋଇଛି ।

ଅନ୍ୟପଟେ କୋଏମ୍ବାଟୁର ଓ ନୀଳଗିରି ଅଞ୍ଚଳରେ କ୍ୟାମ୍ପ କରାଯାଇ ୫୬ ହାତୀଙ୍କ ନମୁନା ସଂଗ୍ରହ କରାଯାଇଛି । ହାତୀ ପାଳକ ଓ ତାଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରାଯିବା ସହ ଟିକା ଦିଆଯିବା ବ୍ୟବସ୍ଥା କରାଯାଇଛି । ଜଙ୍ଗଲ ବିଭାଗ ମନ୍ତ୍ରୀ କେ ରାମଚନ୍ଦ୍ରନ ଏହି ଟେଷ୍ଟିଂ ଡ୍ରାଇଭର ତଦାରଖ କରୁଛନ୍ତି । ସେପଟେ ମୃତ ସିଂହିର କରୋନାରେ ମୃତ୍ୟୁ ହୋଇଥିବା ନେଇ ଆସିଥିବା ରିପୋର୍ଟକୁ ଭୁଲ୍ ବୋଲି କହିଛନ୍ତି ଚିଡ଼ିଆଖାନା କର୍ତ୍ତୃପକ୍ଷ । ସତ୍ୟତା ଜାଣିବା ପାଇଁ ହାଇଦ୍ରାବାଦ ଓ ବରେଲୀସ୍ଥିତ ଲ୍ୟାବକୁ ନମୁନା  ପଠାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁନ୍ଦରଗଡ଼ବାସୀଙ୍କ ପ୍ରଶଂସା

ଭୁବନେଶ୍ୱର:   ରାଉରକେଲା ସହରର ବିପିୟୁଟି ପରିସରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଜାରି ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ଆଜି କାର୍ଯ୍ୟ ତଦାରଖ କରିଛନ୍ତି। ରାଉରକେଲା ସହରରେ ଆନ୍ତର୍ଜାତୀୟ ସ୍ତରର ହକି ଷ୍ଟାଡିୟମ୍ ନିର୍ମାଣ କରି 2023 ପୁରୁଷ ବିଶ୍ୱକପ୍‌    ହକି ଆୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷ୍ଟାଡିୟମ୍ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ରାଉରକେଲା ସହରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ସୁନ୍ଦରଗଡ଼ ଜିଲ୍ଲାଵାସୀ ଖୁସି ପ୍ରକାଶ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

୧୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆସନ୍ତା ଏକ ବର୍ଷ ମଧ୍ୟରେ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।ଏଥିପାଇଁ ରାଉରକେଲା ସହରର ବିପିୟୁଟି ପରିସରରେ ଦେଶର ସର୍ବ ବୃହତ ତଥା ଆନ୍ତର୍ଜାତୀୟ ସ୍ତରରେ ହକି ଷ୍ଟାଡିୟମ୍ ନିର୍ମାଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଫେବୃଆରୀ ମାସ ୧୬ ତାରିଖ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

ଏହି ନୂତନ ହକି ଷ୍ଟାଡିୟମ ବିଶିଷ୍ଟ ସ୍ଵାଧିନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ ହୋଇଛି  । ରାଉରକେଲା ସହରରେ ଦେଶର ସର୍ବ ଵୃହତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବାପରେ ସୁନ୍ଦରଗଡ଼ ଜିଲ୍ଲାର ହକି ଖେଳାଳୀ, ହକି କୋଚ ଓ ସୁନ୍ଦରଗଡ଼ ଜିଲ୍ଲାବାସୀ ଖୁସି ପ୍ରକାଶ କରିଵା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛନ୍ତି।

ସାବିତ୍ରୀ ପାଇଁ ବଜାରରେ ଅସମ୍ଭାଳ ଭିଡ଼, ସିଲ୍ ହେଲା ୧୮ ଦୋକାନ

ବାଲିଗୁଡ଼ା: ଦିନକ ପରେ ସାବିତ୍ରୀ ଅମାବାସ୍ୟା । ଲକଡାଉନ୍ କଟକଣା ଭିତରେ ସାବିତ୍ରୀ ବ୍ରତକୁ ଘରେ ପାଳିବେ ଗୃହିଣୀ । ବ୍ରତ ପାଇଁ ନୂଆ ଲୁଗା ସହ ଫଳ ଓ ପୂଜା ସାମଗ୍ରୀ କିଣିବାକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳୁଛି । ଦିନ ୧୧ଟା ସୁଦ୍ଧା ଦୋକାନ ବଜାର ବନ୍ଦ ନେଇ ନିର୍ଦ୍ଦେଶ ଥିବାବେଳେ ଅନେକ ସ୍ଥାନରେ ଏହାର ଉଲ୍ଲଂଘନ ହେଉଛି । ବିଭିନ୍ନ ସ୍ଥାନର ସାମାଜିକ ଦୂରତା ରକ୍ଷା ହେଉନଥିବା ବେଳେ ଲୋକେ ସଚେତନତା ସତ୍ତ୍ୱେ ମାସ୍କ ପିନ୍ଧୁନାହାଁନ୍ତି ।

ବାଲିଗୁଡ଼ା ବଜାରରେ ମଧ୍ୟ ଏଭଳି ସ୍ଥିତି ଉପୁଜିଛି । ଲୋକେ କରୋନା କଟକଣାକୁ ବେଖାତିର୍ କରି ଏକାଠି ହୋଇଛନ୍ତି । ବଜାରରେ ଅସମ୍ଭାଳ ଭିଡ଼କୁ ନିୟନ୍ତ୍ରଣ କରିବାକୁ ଯାଇ ପ୍ରଶାସନ ଚଢ଼ାଉ କରିଛି । କଟକଣା ଉଲ୍ଲଂଘନ କରି ସାମାଜିକ ଦୂରତା ରକ୍ଷା କରିନଥିବାରୁ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । କୋଭିଡ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ୧୮ଟି ଦୋକାନ ସିଲ୍ କରିଛି ବାଲିଗୁଡ଼ା ପ୍ରଶାସନ ।

ଆଜି ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର:  ଆଜି ଅପରାହ୍ନରେ କଟକ ଏସସିବି ମେଡିକାଲରେ ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ କେନ୍ଦ୍ରର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ତିନୋଟି ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Naveen Sanctioned 2 Crore For Covid Management In Bolangir Dist

ଫୁସଫୁସ ଜନିତ ରୋଗରେ ଚିକିତ୍ସା ପାଇଁ ରାଜ୍ୟ ତଥା ରାଜ୍ୟ ବାହାର ରୋଗୀମାନେ ଉପକୃତ ହୋଇପାରିବେ । ଓଡିଶାକୁ ଉତ୍କର୍ଷ କେନ୍ଦ୍ର କରିବା ଯୋଜନାରେ ଅତ୍ୟାଧୁନିକ ରିସର୍ଚ୍ଚ, ଏକାଡେମୀ , ଅତ୍ୟାଧୁନିକ ଡାଇଗ୍ନୋଷ୍ଟିକ୍ ପ୍ରକଳ୍ପରେ କରାଯାଇଛି । ୧୨କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହା ପୂର୍ବ ଭାରତର ପ୍ରଥମ ଫୁସଫୁସ ଜନିତ ମେଡ଼ିସିନ ଉତ୍କର୍ଷ ହେବାକୁ ଯାଉଛି ।