spot_img
Home Blog Page 5550

ଏକମୋ ମେସିନ୍‌ କ’ଣ? ଏହା କିଭଳି କାମ କରେ?

ନୂଆଦିଲ୍ଲୀ:    ଏକମୋ ହେଉଛି ଏକ୍ସଟ୍ରା କର୍ପୋରିଆଲ ମେମ୍ବେନ ଅକ୍ସିଜେନେସନ ମେସିନ୍‌ । ଏହାର ଅର୍ଥ ହେଲା ଆମ ଶରୀରର ରକ୍ତକୁ ବାହାରକୁ ଆଣି ତାହା ପରିଷ୍କାର କରିବା ପରେ ପୁଣିଥରେ ଅମ୍ଳଜାନ ସହିତ ଶରୀରକୁ ଛାଡ଼ିବା । ଅତି ସହଜ ଭାଷାରେ କହିବାକୁ ଗଲେ ଏହା ହେଉଛି ଏକ କୃତ୍ରିମ ଫୁସଫୁସ୍‌ ।

କୋଭିଡ ସଂକ୍ରମିତ ଗୁରୁତର ରୋଗୀଙ୍କ ପାଇଁ ବ୍ୟବହାର ହେଉଛି ଏକ୍‌ମୋ ଚିକିତ୍ସା । ଏଥିରେ ରୋଗୀଙ୍କ ରକ୍ତ ବାହାରକୁ ଅଣାଯାଇ ତାକୁ ମେସିନ୍ ମାଧ୍ୟମରେ ଅକ୍ସିଜେନେସନ କରାଯାଉଛି। ପରେ ପୁଣି ଏହା ଶରୀର ଭିତରକୁ ଫେରିଯାଉଛି । ଏହା କୃତ୍ରିମ ପ୍ରକ୍ରିୟା, ଏଥିରେ ଶରୀରର ଅକ୍ସିଜେନକୁ ସାମୟିକ ଭାବେ ମେଣ୍ଟେନ କରିହେବ।

ଏହା ବ୍ୟୟବହୁଳ ଚିକିତ୍ସା। ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ଲକ୍ଷ ଟଙ୍କା ଦରକାର ପଡୁଛି। ପରେ ଚିକିତ୍ସା ଜାରି ରଖିବାକୁ ଦିନକୁ ୧ ଲକ୍ଷରୁ ୨ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି । ଆଗରୁ ଫୁସଫୁସ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା। କୋଭିଡ ସ୍ଥିତିରେ ଯେତେବେଳେ ଅତି ଗୁରୁତର ନିମୋନିଆ ହେଉଛି, ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ଏକ୍‌ମୋ ଚିକିତ୍ସା ଆଵଶ୍ୟକ ହେଉଛି। ତେବେ ସାମୟିକ ଭାବେ ଏକ୍‌ମୋ ମେସିନ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ । ଏହା ନିଶ୍ଚିତ ଭାବେ ଜୀବନ ରକ୍ଷାକାରୀ ଚିକିତ୍ସା ।

ବର୍ତ୍ତମାନ ଅଧିକାଂଶ କୋଭିଡ ରୋଗୀଙ୍କ ଫୁସଫୁସ ସଂକ୍ରମିତ ହୋଇ ଅକାମି ହୋଇପଡ଼ୁଛି । ହଠାତ୍‌ ଅମ୍ଳଜାନ ସ୍ତର କମିଯାଉଛି । ଏଣୁ ଏହି ମେସିନର ଆବଶ୍ୟକତା ଯଥେଷ୍ଟ ବଢିଯାଇଛି ।  ରୋଗୀଙ୍କ ପାଇଁ ଏହି ମେସିନ୍‌ ଫୁସଫୁସ ଭଳି କାମ କରିବ । ଓଡ଼ିଶାର କୌଣସି ସରକାରୀ ମେଡିକାଲ କଲେଜରେ ଏହି ମେସିନ ନଥିଲା । ଏବେ କଟକ ଏସସିବି ମେଡିକାଲ ପାଇଁ ଏକମୋ ମେସିନ କ୍ରୟ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ।  ଯାହା ବର୍ତ୍ତମାନ ପରିସ୍ଥିତିରେ ନିହାତି ଆବଶ୍ୟକ ।

କରୋନା ପୂର୍ବରୁ ଏହାର ଉପଯୋଗିତା କମ ଥିଲା। ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି, ଟେଣ୍ଡର ସରିଛି । ଭାରତରେ ଏହି ମେସିନ ଉତ୍ପାଦନ ହେଉନି। ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଥିବା ଡିଏମ୍‌ଇଟି ନିର୍ଦ୍ଦେଶକ ସିବିକେ ମହାନ୍ତି କହିଛନ୍ତି ।

ବିଦେଶରୁ ଆସିବ ECMO, ଟେଣ୍ଡର ପ୍ରକ୍ରିୟା ସାରିଛନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: କରୋନାରେ ଗୁରୁତର ହୋଇ ପଡ଼ୁଥିବା ରୋଗୀଙ୍କ ଚିକିତ୍ସା ECMO ମେସିନର ଆବଶ୍ୟକତା ପଡ଼ୁଛି । ଏନେଇ ଡିଏମଇଟି ସିବିକେ ମହାନ୍ତି ପ୍ରତିକ୍ରିୟା ରଖିଛନ୍ତି । ଭାରତରେ ECMO ଉତ୍ପାଦନ ହେଉନାହିଁ । ଏହି ମେସନିକୁ ବିଦେଶରୁ ଆଣିବା ପାଇଁ ପ୍ରକ୍ରିୟା ଚାଲିଛି । ଏଥିପାଇଁ ଟେଣ୍ଡର ସରିଥିବା ସୂଚନା ଦେଇଛନ୍ତି ଡିଏମଇଟି ଡାକ୍ତର ସିବିକେ ମହାନ୍ତି ।

ସେ କହିଛନ୍ତି, ରୋଗୀର ରକ୍ତ ବାହାରକୁ ଆସି ତାକୁ ଯନ୍ତ୍ର ମାଧ୍ୟମରେ ଅକ୍ସିଜେନେସନ କରାଯାଇ ସେହି ରକ୍ତ ପୁଣି ଶରୀର ଭିତରକୁ ଫେରି ଯାଉଛି । ଏଇଟା ଗୋଟିଏ କୃତିମ ପ୍ରକ୍ରିୟା । ଯେଉଁଥିରେ ଶରୀରର ଅକ୍ସିଜେନକୁ ସାମୟିକ ମେଣ୍ଟେନ କରିହେବ । ଏଭଳି ସାମୟିକ ଭାବେ କିଛି ଦିନ ଟାଣି ନେଇପାରେ । ଏହା ବ୍ୟୟବହୁଳ ଚିକିତ୍ସା । ପ୍ରଥମେ ଏହାକୁ ବ୍ୟବହାର କରିବା ପାଇଁ ୪ରୁ ୫ ଲକ୍ଷ ଟଙ୍କା ଦରକାର ପଡ଼ୁଛି । ପରେ ଚିକିତ୍ସା ଜାରି ରଖିବାକୁ ପ୍ରତ୍ୟେକ ଦିନ ଲକ୍ଷେରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।

ଆଗରୁ ଫୁସଫୁସ୍ ପ୍ରତିରୋପଣ ବେଳେ ଏହାକୁ ବ୍ୟବହାର କରାଯାଉଥିଲା । କୋଭିଡ୍ ପରିସ୍ଥିତିରେ ଅତି ଗୁରୁତର ନିମୋନିଆ ହେଲେ ଭେଣ୍ଟିଲେଟର ଫେଲ ମାରୁଛି, ସେତେବେଳେ ECMOର ଆବଶ୍ୟକତା ପଡୁଛି । ଏବେ ଏହାର ଆବଶ୍ୟକତା ରହୁଛି । ପ୍ରଚାର ପ୍ରସାର ଯୋଗୁଁ ଲୋକଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ECMO ଲଗେଇ ଦେଲେ ରୋଗୀ ବଞ୍ଚିଯିବ ବୋଲି । ସାମୟିକ ଭାବେ ଏହି ମେସିନ୍ କିଛି ଦିନ ରୋଗୀଙ୍କୁ ବଞ୍ଚେଇ ଦେଇପାରେ ।

ଏହା ନିଶ୍ଚିତ ଲାଇଭ ସେଭିଂ ଯନ୍ତ୍ର । ଜୀବନ ବଞ୍ଚାଇବା ପାଇଁ ECMO ଶେଷ ଆଶା । କିନ୍ତୁ ECMO ପାଇଁ ଆବଶ୍ୟକ ମାନବସମ୍ବଳ ନ ଥିଲେ କେବଳ ମେସିନ ଆଣିକି ଥୋଇ ଦେଲେ ହେବନି । ଏଥିପାଇଁ ମାନବ ସମ୍ବଳ କରିବା ଟା ବହୁତ କଷ୍ଟ । ନନ୍ କୋଭିଡ୍ ସମୟରେ ଏହାର ଉପଯୋଗିତା ବହୁତ କମ୍ ଥିଲା । ECMO ଆଣିବା ଲାଗି ସରକାର ସବୁ ପ୍ରକାର ଚେଷ୍ଟା କରୁଥିବା କହିଛନ୍ତି ଡିଏମଇଟି ।

ବାପାକୁ ହତ୍ୟାପରେ କୂଅରେ ପକାଇଲା ପୁଅ

ଭୁବନେଶ୍ୱର:  ଜନ୍ମରୁ ବଡ଼ ହେବା ପର୍ଯ୍ୟନ୍ତ ପିଲାଙ୍କର ପ୍ରତ୍ୟେକଟି ସୁଖଦୁଃଖରେ ବାପାମା’ ସାଥି ହୋଇ ଛିଡ଼ା ହୋଇଥାନ୍ତି । ଆଶା ଥାଏ ପିଲାମାନେ ବୃଦ୍ଧ ବୟସରେ ସେମାନଙ୍କ ପାଇଁ ଆଶାବାଡ଼ି  ସାଜିବେ । କିନ୍ତୁ କିଛି ପିଲାଙ୍କର ସେମାନଙ୍କ ବାପାମା’ଙ୍କ ପ୍ରତି ଥିବା ଆଭିମୁଖ୍ୟ ସେମାନଙ୍କୁ ଅମଣିଷ କରିଦିଏ । ଭଲମନ୍ଦ ମଧ୍ୟରେ ପାର୍ଥକ୍ୟ ଭୁଲିଯାନ୍ତି ଏମାନେ । କେବେ କଳି ଝଗଡ଼ା କରନ୍ତି ତ କେତେବେଳେ ଜୀବନ ନେବାକୁ ପଛାନ୍ତି ନାହିଁ । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲାରେ । ବାପାକୁ ହତ୍ୟା କରି କୂଅରେ ପକାଇ ଦେଇଛି ପୁଅ ।

ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଜିରାବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏହି ଅଭାବନୀୟ ଘଟଣା । ଘର ଭିତରେ ଥିବା କୂଅରୁ ବାପାର ହାତ ବନ୍ଧା ଯାଇଥିବା ଅବସ୍ଥାରେ ମୃତ ଦେହ ଉଦ୍ଧାର ହୋଇଛି । ମୃତକ ଜଣକ ହେଲେ ବୁଲୁ ସାହୁ । ତାଙ୍କୁ ପରିବାର ଲୋକେ ହତ୍ୟା କରିବା ପରେ ହାତକୁ ବାନ୍ଧି କୂଅରେ ପକାଇ ଦେଇଥିବା ପୋଲିସ ଅନୁମାନ କରୁଛି ।

ସୂଚନା ଅନୁସାରେ ବୁଲୁ ପ୍ରତିଦିନ ମଦ୍ୟପାନ କରି ପରିବାରରେ କଳହ କରୁଥିଲେ । କୌଣସି କାରଣରୁ ବାପା ପୁଅ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ପୁଅ ରାଗିଯାଇ ବାପାଙ୍କୁ ହତ୍ୟା କରିବା ପରେ ଘର ଭିତରେ ଥିବା କୂଅରେ ହାତ ବାନ୍ଧି ପକାଇ ଦେଇଥିଲା । ଗତକାଲି ରାତି ସମୟରେ ପରିବାର ଲୋକଙ୍କ ଠାରୁ ଖବର ପାଇ ଜଗନ୍ନାଥ ପ୍ରସାଦ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଶବକୁ କୂଅରୁ ଉଦ୍ଧାର କରି  ବ୍ୟବଛେଦ ପାଇଁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ।

 

ବାବାଇଦାଙ୍କ ୫୪ତମ ଜନ୍ମଦିନ ଅବସରରେ ୫୦୦ ଲୋକଙ୍କୁ ଅନୁଷ୍ଠାନ ପକ୍ଷରୁ ଖାଦ୍ୟ ବଣ୍ଟନ

ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୁଳଚନ୍ଦ୍ରଙ୍କ ପ୍ରପୌତ୍ର ପୂଜନୀୟ ଅର୍କଦ୍ୟୁତି ଚକ୍ରବର୍ତ୍ତୀ ( ବାବାଇଦା)ଙ୍କ ୫୪ତମ ଜନ୍ମ ଦିବସ ଦେଶ ବିଦେଶରେ ପାଳନ କରାଯାଇଛି । ସେ ହେଉଛନ୍ତି ଶ୍ରୀ ଶ୍ରୀ ଠାକୁରଙ୍କ ପ୍ରତିଷ୍ଠିତ ସତସଙ୍ଗର ମୁଖ୍ୟ ପ୍ରଶାସକ ଏବଂ ସତସଙ୍ଗର ଆଚାର୍ଯ୍ୟଦେବ ଶ୍ରୀ ଶ୍ରୀ ଦାଦାଙ୍କ ଜ୍ୟେଷ୍ଠ ପୁତ୍ର।

ଏହି ଅବସରରେ ଅନୁଷ୍ଠାନର ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମାନଙ୍କ ପକ୍ଷରୁ ବିଶ୍ୱ ମଙ୍ଗଳ ଉଦ୍ଦେଶ୍ୟରେ ଘରେ ରହି ପ୍ରାର୍ଥନା ଓ ଅନବରତ ନାମ ଧ୍ୟାନ ଜପ ଆଦି କରାଯାଇଥିଲା । କରୋନା ମାର୍ଗଦର୍ଶିକା ପାଳନ ପୂର୍ବକ କୌଣସି ବିଶେଷ ଅନୁଷ୍ଠାନର ଆୟୋଜନ କରା ନ ଯାଇ ଗରିବ ଲୋକଙ୍କ ଉଦ୍ଦେଶ୍ୟରେ ସେବା କାର୍ଯ୍ୟ କରାଯାଇଥିଲା ।

 

ଅନୁଷ୍ଠାନର ଭୁବନେଶ୍ୱର ଶାଖା ପକ୍ଷରୁ ଡମଣାରେ ୫୦୦ରୁ ଅଧିକ ବସ୍ତି ବାସିନ୍ଦାଙ୍କୁ ପୁଷ୍ଟିକର ରନ୍ଧାଖାଦ୍ୟ ବିତରଣ ହୋଇଥିଲା । କରୋନା ମୁକ୍ତ ଭାରତ ଗଠନ ପାଇଁ ବସ୍ତିବାସିନ୍ଦାଙ୍କ ମଧ୍ୟରେ ସଚେତନତା ସୃଷ୍ଟି ସହ ମାସ୍କ ବଣ୍ଟନ କରାଯାଇଥିଲା ।

ତେବେ ସାରା ବିଶ୍ୱରେ କରୋନା ମହାମାରୀ ଚାଂଚଲ୍ୟ ସୃଷ୍ଟି କରିଥିବା ବେଳେ କିଭଳି କରୋନା ସହିତ ଲଢିହେବ ଏବଂ ସାରା ବିଶ୍ୱ ଏହା କବଳରୁ ରକ୍ଷା ପାଇବ ତାହାକୁ ନେଇ ମଙ୍ଗଳ କାମନା କରାଯାଇଛି ।

ପଜିଟିଭ୍ ରେଟ୍ ୫ ପ୍ରତିଶତରୁ କମ୍ ଥିବା ଜିଲ୍ଲାରେ କୋହଳ ହୋଇପାରେ କଟକଣା

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ଥମିଛି । ରାଜ୍ୟରେ ସଂକ୍ରମଣ ମାମଲା କମୁଥିବା ବେଳେ ଦୈନିକ ମୃତ୍ୟୁ ୪୦ ଉପରେ ରହୁଛି । ଏହାରି ଭିତରେ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ପ୍ରସ୍ତୁତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୋଦ୍ ପ୍ରସ୍ତୁତି ନେଇ ସମୀକ୍ଷା କରୁଛନ୍ତି । ସ୍ଵାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ତୃତୀୟ ଲହର ସେପ୍ଟେମ୍ବର ଓ ଅକ୍ଟୋବର ମାସ ବେଳକୁ ଆସିପାରେ । କରୋନାର ତୃତୀୟ ପ୍ରବାହରେ ଶିଶୁ ମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।

CM Naveen Patnaik Directs For House Damage Assessment Within 7 Days Cyclone Yass

ସେଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଛୋଟ ଶିଶୁ ମାନଙ୍କର ଚିକିତ୍ସା ଅନ୍ୟ ରୋଗୀଙ୍କ ଅପେକ୍ଷା ଭିନ୍ନ ହୋଇଥିବାରୁ ସେମାନଙ୍କ ପ୍ରତି ଅଧିକ ଗୁରୁତ୍ୱ ଦିଆଯିବ । ସେଥିପାଇଁ ଏବେଠୁ ଡାକ୍ତର ମାନଙ୍କୁ ଟ୍ରେନିଂ ଦେବା ସହ ଜେନେରାଲ ଓ ଆଇସିୟୁ ବେଡ୍ ମଧ୍ୟ ପ୍ରସ୍ତୁତ କରାଯାଉଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି ।

ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡକ୍ଟର ଗୁଲେରିଆ କହିଛନ୍ତି, କରୋନାର ତୃତୀୟ ଲହରରେ ଶିଶୁମାନେ ବିଶେଷ ପ୍ରଭାବିତ ହେବେ କି ନାହିଁ ସେନେଇ କୌଣସି ତଥ୍ୟ ନାହିଁ । ଅନ୍ୟପଟେ ରାଜ୍ୟରେ ସଂକ୍ରମଣ ମାମଲା କମୁଥିବାରୁ କଟକଣା କୋହଳ ନେଇ ବିଚାର ଚାଲିଛି । ଯେଉଁ ଜିଲ୍ଲାରେ ଟେଷ୍ଟ ପଜେଟିଭ ରେଟ୍ ୫ ପ୍ରତିଶତରୁ ତଳେ ରହିଛି ସେଠି ଅନଲକ୍ ପକ୍ରିୟାକୁ ଯାଇ କଟକଣାରେ କିଛିଟା କୋହଳ କରିବାକୁ ବିଚାର ବିମର୍ଶ ଚାଲିଛି ।

ଆପ ମାଧ୍ୟମରେ ଟଙ୍କା ଡବଲ ହେବା କହି ୨୫୦ କୋଟି ଟଙ୍କାର ଠକେଇ

ନୂଆଦିଲ୍ଲୀ: ଏକ ବଡ ଠକେଇର ଖୁଲାସା କରିଛି ଉତ୍ତରାଖଣ୍ଡ ପୋଲିସ। ଉତ୍ତରାଖଣ୍ଡ ଏସଟିଏଫ ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା ଠକେଇ ମାମଲାରେ ଗିରଫ କରିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ଠକେଇ ମାତ୍ର ୪ ମାସ ମଧ୍ୟରେ ହୋଇଛି । ଚୀନ୍‌ର ଷ୍ଟାର୍ଟଅପ୍ ସ୍କିମ୍ ଅନ୍ତର୍ଗତ ଏକ ଆପ୍ ମାଧ୍ୟମରେ ଏହି ଠକେଇ କରାଯାଇଛି । ଦେଶର ପ୍ରାୟ ୫୦ ଲକ୍ଷ ଲୋକଙ୍କ ଦ୍ୱାରା ଏହି ଆପକୁ ଡାଉନଲୋଡ୍ କରି ଦିଆଯାଇଛି । ଏହି ଆପ୍ ମାଧ୍ୟମରେ, ଲୋକମାନଙ୍କୁ ୧୫ ଦିନ ମଧ୍ୟରେ ସେମାନଙ୍କର ଟଙ୍କା ଦୁଇଗୁଣ ହେବାର ଲୋଭ ଦିଆଯାଉଥିଲା ।

ଏହି ଠକେଇରେ ୧୫ ଦିନ ମଧ୍ୟରେ ଟଙ୍କା ଦୁଇଗୁଣ କରିବାକୁ ପ୍ରଥମେ ଲୋକଙ୍କୁ ‘ପାୱାର ବ୍ୟାଙ୍କ’ ଆପ୍ ଡାଉନଲୋଡ୍ କରିବାକୁ କୁହାଯାଇଥିଲା, ଏହାପରେ ଲୋକମାନଙ୍କୁ ୧୫ ଦିନରେ ଟଙ୍କା ଦୁଇଗୁଣ କରିବାକୁ ପ୍ରଲୋଭିତ କରାଯାଉଥିଲା। ଏହି ଘଟଣା ସେତେବେଳେ ସାମ୍ନାକୁ ଆସିଲା ଯେତେବେଳେ ହରିଦ୍ୱାର ବାସିନ୍ଦା ପୋଲିସକୁ ସୂଚନା ଦେଇଥିଲେ । ସେ କହିଥିଲେ ଯେ, ଏକ ପାୱାର ବ୍ୟାଙ୍କ’ ଆପରେ ଟଙ୍କାକୁ ଦୁଇଗୁଣ କରିବା ପାଇଁ ସେ ଯଥାକ୍ରମେ ୯୩ ହଜାର ୭୨ ହଜାର ଜମା କରିଛନ୍ତି ଯେଉଁଥିରେ ୧୫ ଦିନରେ ଟଙ୍କା ଦୁଇଗୁଣ ହେବାକୁ କୁହାଯାଇଥିଲା । କିନ୍ତୁ ଟଙ୍କା ଦ୍ୱିଗୁଣିତ ହୋଇ ନଥିଲା ।

ପୋଲିସ ଷ୍ଟେସନରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଅନୁସନ୍ଧାନରୁ ଜଣାପଡିଛି ଯେ ସମସ୍ତ ଠକେଇ ହୋଇଥିବା ପାଣ୍ଠି ବିଭିନ୍ନ ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଛି। ଯେତେବେଳେ ଆର୍ଥିକ କାରବାର ଅନୁଧ୍ୟାନ କରାଗଲା, ସେତେବେଳେ ୨୫୦ କୋଟି ଟଙ୍କା ଠକେଇ ହୋଇଥିବା ସାମ୍ନାକୁ ଆସିଥିଲା।

ଉତ୍ତରାଖଣ୍ଡା ଏସଟିଏଫର ଏସଏସପି ଅଜୟ ସିଂ କହିଛନ୍ତି ଯେ, ପୋଲିସ ଅନୁସନ୍ଧାନରେ ଏକ ବଡ କଥା ସାମ୍ନାକୁ ଆସିଛି ଯେ ଠକେଇ କରୁଥିବା ବିଦେଶୀ ନିବେଶକଙ୍କ ଦ୍ୱାରା ଭାରତର ବ୍ୟବସାୟୀମାନଙ୍କୁ ଅଂଶୀଦାରର ଲୋଭ ଦେଖାଇ ଏକ ଆପ୍ ମାଧ୍ୟମରେ ଲୋକଙ୍କୁ ଋଣ ଦେବା କଥା କୁହାଯାଉଥିଲା। ପରେ ଏହାକୁ ବଦଳାଇ ଲୋକଙ୍କୁ ଟଙ୍କା ଦ୍ୱିଗୁଣିତ କରିବାକୁ ପ୍ରଲୋଭିତ କରି ଟଙ୍କା ବିନିଯୋଗ କରାଯାଉଥିଲା। ସେହି ଟଙ୍କାକୁ ସମାନ ଆକାଉଣ୍ଟରେ ରଖି ଭାରତର ଲୋକଙ୍କ ଆକାଉଣ୍ଟରେ ପଠାଯାଉଥିଲା । ଆରମ୍ଭରେ, କିଛି ଲୋକଙ୍କ ଟଙ୍କା ମଧ୍ୟ ଫେରସ୍ତ କରାଯାଇଥିଲା ।

ଅଭିଯୁକ୍ତଙ୍କ ନିକଟରୁ ୧୯ ଟି ଲାପଟପ୍, ୫୯୨ ସିମ୍ କାର୍ଡ ଜବତ କରାଯାଇଛି: ଏସଏସପି

ଏସଏସପି ଅଜୟ ସିଂ କହିଛନ୍ତି ଯେ, ଅନୁସନ୍ଧାନ ପରେ ଉତ୍ତରାଖଣ୍ଡ ଏସଟିଏଫ ନୋଏଡାରୁ ଜଣେ ଅଭିଯୁକ୍ତ ପୱନ ପାଣ୍ଡେଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ୧୯ ଟି ଲାପଟପ୍, ୫୯୨ଟି ସିମ୍ କାର୍ଡ, ୫ ଟି ମୋବାଇଲ୍ ଫୋନ୍, ୪ ଟି ଏଟିଏମ୍ କାର୍ଡ ଏବଂ ଗୋଟିଏ ପାସପୋର୍ଟ ଜବତ କରିଛି। ଅନୁସନ୍ଧାନରେ STF ଜାଣିବାକୁ ପାଇଥିଲା ଯେ, ଏହି ଟଙ୍କାଗୁଡ଼ିକୁ କ୍ରିପ୍ଟୋ ମୁଦ୍ରାରେ ରୂପାନ୍ତର କରାଯାଇ ବିଦେଶ ପଠାଯାଉଛି । ସାମ୍ବାଦିକ ସମ୍ମିଳନୀରେ ଡେହରାଡୁନର ଏଡିଜି ଅଭିନବ କୁମାର କହିଛନ୍ତି ଯେ ଚୀନ୍‌ର ଷ୍ଟାର୍ଟ ଅପ୍ ଯୋଜନା ଅନୁଯାୟୀ ଏଭଳି ଆପ୍ ପ୍ରସ୍ତୁତ କରାଯାଇଛି। ଏହି ଘଟଣାରେ ଅନ୍ୟ ଅନୁସନ୍ଧାନକାରୀ ଏଜେନ୍ସିମାନଙ୍କୁ ଆଇବି ଏବଂ RA କୁ ମଧ୍ୟ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ବିଦେଶୀ ଲୋକ, ଯାହାର ନାମ ଆସୁଛି, ସେମାନଙ୍କ ଦୂତାବାସ ସହିତ ଯୋଗାଯୋଗ କରି ସେମାନଙ୍କ ସୂଚନା ଖୋଜାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମାମଲାରେ ଉତ୍ତରାଖଣ୍ଡର ୨, ବାଙ୍ଗାଲୋରରେ ଗୋଟିଏ ମାମଲା ରୁଜୁ ହୋଇଛି।

୬ ମାସରୁ ୧୨ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବ ଫାଇଜର

ନୂଆଦିଲ୍ଲୀ:    ୬ମାସରୁ ୧୨ ବର୍ଷର ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବ ଫାଇଜର । ଆମେରିକା, କାନାଡ଼ା ସମେତ ବିଭିନ୍ନ ଦେଶରେ ୧୨ରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ କରୋନା ଟିକା ଦିଆଯାଉଛି । ଏବେ ଆମେରିକୀୟ ଫାର୍ମା କମ୍ପାନୀ ଫାଇଜର ୧୨ ବର୍ଷରୁ କମ୍ ପିଲାଙ୍କ ଉପରେ ଟିକା ପରୀକ୍ଷା କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି ।

ଏହି କ୍ଲିନିକାଲ ଟ୍ରାଏଲରେ ୬ମାସରୁ ୧୨ ବର୍ଷର ୪ହଜାର ୫ଶହ ପିଲା ସାମିଲ ହେବେ । ଆମେରିକା ସମେତ ପୋଲାଣ୍ଡ, ଫିନଲ୍ୟାଣ୍ଡ ଓ ସ୍ପେନରେ ଏହି ଟ୍ରାଏଲ କରାଯିବ । ପ୍ରଥମ ପର୍ଯ୍ୟାୟ ଟ୍ରାଏଲରେ ମାତ୍ର ୧୪୪ ଜଣ ପିଲାଙ୍କୁ ସାମିଲ କରାଯାଇଥିଲା । ଏହାର ଫଳାଫଳ ସକାରାତ୍ମକ ରହିଥିବାରୁ ଅଧିକ ପିଲାଙ୍କ ଉପରେ ଟିକା ପରୀକ୍ଷଣ କରିବାକୁ ଫାଇଜର ନିଷ୍ପତ୍ତି ନେଇଛି ।

 

୫ମାସରୁ ୫ବର୍ଷ ମଧ୍ୟରେ ପିଲାଙ୍କୁ ୩ ମାଇକ୍ରୋଗ୍ରାମର ଏକ ଡୋଜ୍ ଦିଆଯିବ । ସେହିପରି ୫ବର୍ଷରୁ ୧୧ବର୍ଷର ପିଲାଙ୍କୁ ୧୦ ମାଇକ୍ରୋଗ୍ରାମର ଡୋଜ୍ ଦିଆଯିବ । ଆସନ୍ତା ସେପ୍ଟେମ୍ବର ସୁଦ୍ଧା ଏହି ପରୀକ୍ଷଣର ଫଳାଫଳ ଆସିବ । ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ୍‌ ପ୍ରଭେନସନ ଅନୁସାରେ ସେଠାରେ ପ୍ରାୟ ୭ ମିଲିୟନ ପିଲାଙ୍କୁ ଟିକା ଦିଆସରିଛି ।

ତେବେ ଭାରତରେ ୧୨ ବର୍ଷରୁ ଉର୍ଦ୍ଧ୍ୱ ପିଲାଙ୍କୁ କିଭଳି ଟିକାକରଣ କରାଯାିପାରିବ ତାହାକୁ ନେଇ  ଫାଇଜର ସହିତ ଭାରତର ଆଲୋଚନା ଜାରି ରହିଛି ।

ସମଗ୍ର ବିଶ୍ୱରେ ଚର୍ଚ୍ଚାରେ ଥିବା ଉହାନ୍‌ ଲ୍ୟାବ୍‌ ଦେଖିବାକୁ କିଭଳି?

ଉହାନ ଚୀନର ସବୁଠାରୁ ବଡ଼ ସହର । ଓ୍ୱର୍ଲଡ କ୍ଲାସ ସିଟିରେ ଯେଉଁ ସମସ୍ତ ସୁବିଧା ଥାଏ, ଏହି ସହରରେ ମଧ୍ୟ ସେହି ସମସ୍ତ ପ୍ରକାରର ସୁବିଧା ରହିଛି । ମଧ୍ୟ ଚୀନର ଏହା ସବୁଠାରୁ ଅଧିକ ଅଧିବାସୀ ଥିବା ସହର । ଏହି ସହରରେ ଥିବା ଉହାନ ଇନଷ୍ଟିଚ୍ୟୁଟ୍‌ଅଫ୍‌ବାୟୋରୋଲୋଜି ଲ୍ୟାବ ଏବେ ସାରା ବିଶ୍ୱରେ ଚର୍ଚ୍ଚାରେ ରହି ଆସିଛି । ଏହି ଲ୍ୟାବ୍‌ଦେଖିବାକୁ କିଭଳି ଏବଂ ସହରଠାରୁ କେତେ ଦୂରରେ ଅବସ୍ଥିତ?

ଗୁଗଲ ମ୍ୟାପ୍‌ଅନୁସାରେ ଉହାନ ସହରରୁ ଉହାନ ଇନଷ୍ଟିଚ୍ୟୁଟ୍‌ ୧୦.୪ କିଲୋମିଟର ଦୂରରେ ଅବସ୍ଥିତ । ସହରଠାରୁ ଏଠାରେ ପହଞ୍ଚିବା ପାଇଁ ପ୍ରାୟ ୨୧ ମିନିଟ୍‌ସମୟ ଲାଗେ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହା ଏକ ସୁରକ୍ଷାବଳ ମଧ୍ୟରେ ରହିଛି । ଇନଷ୍ଟିଚ୍ୟୁଟର ପରିସର ଖୁବ୍‌ବୃହତ୍‌। ଏହା ମଧ୍ୟରେ ରହିଛି ବଡ଼ ବଡ଼ ବିଲଡିଙ୍ଗ୍‌। ଏହା ପାଖାପାଖି କିଛି ଇଣ୍ଡଷ୍ଟ୍ରି ରହିଛି । ଏହା ପାହାଡ଼ିଆ ଅଞ୍ଚଳରେ ଅବସ୍ଥିତ ।

ଏହାର ସୁରକ୍ଷା ପାଇଁ ନିୟୋଜିତ ଅଛନ୍ତି ଚୀନ୍‌ସୈନିକ । ଏଠାରେ କାମ କରିଥିବା ବୈଜ୍ଞାନିକଙ୍କ ଅନୁସାରେ ଏହି ଲ୍ୟାବକୁ ୨୪ ଘଣ୍ଟା କଡ଼ା ସୁରକ୍ଷା ଦିଆଯାଉଛି । ଏହା ମଧ୍ୟକୁ ପ୍ରବେଶ କରିବା କାହା ପାଇଁ ମଧ୍ୟ ସମ୍ଭବ ନୁହେଁ । ଅଧିକାଂଶ ସମୟରେ ଏହି ଲ୍ୟାବକୁ ବିଦେଶୀ ବୈଜ୍ଞାନିକ ଆସିଥାନ୍ତି ।
ଅବଶ୍ୟ ଚୀନ୍‌ଏହି ଲ୍ୟାବକୁ ସିବିଲିୟନ କାମ ପାଇଁ ନିର୍ମାଣ ହୋଇଥିବା କହେ । କିନ୍ତୁ ଆମେରିକାର କହିବା ହେଉଛି, ଏହି ଲ୍ୟାବ ଗୁପ୍ତ ଭାବରେ ଚୀନ୍‌ସୈନିକଙ୍କ ପାଇଁ କାମ କରୁଛି । ଏଠାରେ କେତେକ ଗୁପ୍ତ ପ୍ରକଳ୍ପ ଉପରେ ମଧ୍ୟ କାମ ଚାଲୁଛି । ଏହା ସହିତ ଗବେଷଣା ମଧ୍ୟ । କୁହାଯାଏ ଚୀନର ଏହି ଲ୍ୟାବ ସହିତ ଆମେରିକା, ଫ୍ରାନ୍ସ ଏବଂ କାନାଡ଼ାର ଯୋଗାଯୋଗ ରହିଛି । ନାମକୁ ମାତ୍ର ଯଦିଓ ଏହି ଲ୍ୟାବ ଗୁଡ଼ିକ ସହିତ ମିଶି ସେ କାମ କରୁଛି, କିନ୍ତୁ ଗୁପ୍ତ ଭାବରେ ଏଠାରେ ଚାଲିଛି ଏକାଧିକ ଗବେଷଣା ।

ଯେପରି ଉହାନର ଏହି ଲ୍ୟାବରେ ଚେମେଡ଼ିକୁ ନେଇ ଗବେଷଣା ଜାରି ରହିଛି ଏବଂ କରୋନା ଭୂତାଣୁ ସମ୍ବଦ୍ଧିତ ଗବେଷଣା ଜାରି ରହିଥିଲା । ତେଣୁ କରୋନା ଭୂତାଣୁ ଲିକ୍‌ଏହି ସ୍ଥାନରୁ ହୋଇଛି ବୋଲି ସନ୍ଦେହ କରାଯାଉଛି । ଅବଶ୍ୟ ଉହାନ ମାଂସ ବଜାରରୁ ଏହି ରୋଗର ଉତ୍ପତ୍ତି ହୋଇଥିବା ଦାବି କରାଯାଉଥିବାବେଳେ ଏହି ଇନଷ୍ଟିଚ୍ୟୁଟର କେତେକ ବୈଜ୍ଞାନିକଙ୍କ ନିକଟରେ କରୋନା ଭୂତାଣୁର ଲକ୍ଷଣ ଦେଖା ଦେଇଥିଲା ।

୧୯୫୬ରେ ଏହି ଲ୍ୟାବ୍‌ସ୍ଥାପନ ହୋଇଥିଲା । ପରେ ଏକାଧିକ ଥର ଏହାର ନାଁ ଏବଂ ଷ୍ଟାଟସରେ ପରିବର୍ତ୍ତନ କରାଯାଇଛି । ଏହାକୁ ନିମର୍ମାଣ କରିବାରେ ମୋଟା ରକମ ମଧ୍ୟ ଖର୍ଚ୍ଚ ହୋଇଥିବା କୁହାଯାଏ । ଏହି ଲ୍ୟାବ ଏତେ ସୁରକ୍ଷିତଯେ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଏହାକୁ ନଷ୍ଟ କରିପାରିବ ନାହିଁ ।

ଦେଶରେ ୨୪ ଘଣ୍ଟାରେ ୯୨ ହଜାର ୫୯୬ ସଂକ୍ରମିତ ଚିହ୍ନଟ, କମିଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୁର୍ବଳ ହେଉଛି କରୋନାର ଦ୍ବିତୀୟ ଲହର  । ୨୪ ଘଣ୍ଟାରେ ୯୨ ହଜାର ୫୯୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି  । ଏବଂ ୨ ହଜାର ୨୧୯ ଜଣକ ମୃତ୍ୟୁ ହୋଇଛି  । ସେହିଭଳି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୧ ଲକ୍ଷ ୬୨ ହଜାର ୬୬୪ ଜଣ ସଂକ୍ରମିତ  । ଦେଶରେ ଏବେ ମୋଟ ଆକଟିଭ୍ କେସ୍ ୧୨ ଲକ୍ଷ ୩୧ ହଜାର ୪୧୫ ରହିଛି । ଏବେ ସୁଦ୍ଧା ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏହାପୂର୍ବରୁ ସୋମବାର ଦିନ ୮୬,୪୯୮ ମାମଲା ରୁଜୁ ହୋଇଥିଲା।

ଆଜି କ୍ରମାଗତ ୨୭ ଦିନ ପାଇଁ ଦେଶରେ କରୋନାରୁ ଅଧିକ ସଂଖ୍ୟକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଜୁନ୍ ୮ ପର୍ଯ୍ୟନ୍ତ ସାରା ଦେଶରେ ଦେଶରେ ୨୩ କୋଟି ୯୦ ଲକ୍ଷ ୫୮ ହଜାର ୩୬୦ ଡୋଜ୍ ଟିକା ଦିଆସରିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । । ଶେଷ ଦିନରେ ୨୭ ଲକ୍ଷ ୭୬ ହଜାର ଟିକା ଦିଆଯାଇଥିଲା। ଏଥି ସହିତ ଏପର୍ଯ୍ୟନ୍ତ ୩୭ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୨୦ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା ।

ଦେଶରେ କରୋନାରୁ ମୃତ୍ୟୁ ହାର ୧.୨୧ ପ୍ରତିଶତ ଥିବାବେଳେ ସୁସ୍ଥତା ହାର ୯୪ ପ୍ରତିଶତରୁ ଅଧିକ ରହିଛି। ସକ୍ରିୟ ମାମଲା ୫ ପ୍ରତିଶତରୁ କମ୍ ହୋଇଛି । କରୋନା ଆକ୍ଟିଭ କେସରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତଙ୍କ ସଂଖ୍ୟା ଦୃଷ୍ଟିରୁ ଭାରତ ମଧ୍ୟ ଦ୍ୱିତୀୟ ସ୍ଥାନରେ ରହିଛି। ବିଶ୍ୱରେ ଆମେରିକା ଓ ବ୍ରାଜିଲ ପରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ।

ଆରମ୍ଭ ହେଲା ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ

ଭୁବନେଶ୍ୱର: ବିଏମସି ପକ୍ଷରୁ ଆରମ୍ଭ ହୋଇଛି ହୋଟେଲ କର୍ମଚାରୀଙ୍କ ସ୍ୱତନ୍ତ୍ର ଟିକାକରଣ। ହୋଟେଲ ଆଣ୍ଡ ରେଷ୍ଟୁରାଣ୍ଟ ଆସୋସିଏସନ ଅଫ ଓଡିଶା ପକ୍ଷରୁ କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସେହି ତାଲିକା ଅନୁଯାୟୀ 7th ବାଟାଲିଆନ ହାଇ ସ୍କୁଲରେ ଚାଲିଛି ଟିକାକରଣ।

ତେବେ ପ୍ରଥମ ପର୍ଯ୍ୟାୟରେ ୫ଶହ କର୍ମଚାରୀଙ୍କର ଟିକାକରଣ କରାଯିବ। ବିନା ସ୍ଲଟ ବୁକିଂରେ ସ୍ୱତନ୍ତ୍ର ସେସନ ଜରିଆରେ ଟୀକାକରଣ କରାଯାଉଛି।