spot_img
Home Blog Page 5551

ପାକିସ୍ତାନୀ ସିଙ୍ଗର ଫରହାଦ ୟୁମାୟୁନଙ୍କ ପରଲୋକ

ମୁମ୍ବାଇ: ପାକିସ୍ତାନୀ ଗାୟକଙ୍କ ଗୀତ ଶୁଣୁଥିବା ଲୋକଙ୍କ ପାଇଁ ଏକ ଦୁଃଖଦ ଖବର । ପାକିସ୍ତାନୀ ସିଙ୍ଗର ଫରହାଦ ହୁମାୟୁନ ସବୁଦିନ ପାଇଁ ଏହି ଦୁନିଆରୁ ବିଦାୟ ନେଇଛନ୍ତି । ତେବେ ୪୨ ବର୍ଷରେ ହୁମାୟୁନଙ୍କ ପରଲୋକ ହୋଇଛି । ଫରହାଦ ହୁମାୟୁନଙ୍କର ହଠାତ୍‌ଏଭଳି ପରଲୋକ ସମସ୍ତଙ୍କୁ ଖୁବ୍‌ଆଘାତ ଦେଇଛି । ତାଙ୍କ ମୃତ୍ୟୁ ପରେ ପାକିସ୍ତାନୀ ସିଙ୍ଗରଙ୍କ ଫ୍ୟାନ୍ସଙ୍କ ସମେତ ବଡ଼ ବଡ଼ ସେଲିବ୍ରିଟି ଲଗାତାର ସୋସିଅଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି । କିନ୍ତୁ ଫରହାଦଙ୍କର ମୃତ୍ୟୁ କେଉଁଭଳି ହୋଇଛି, ତାହାର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ ରହିଛି । କିନ୍ତୁ ତାଙ୍କ ଫେସବୁକ୍‌ପେଜରେ ତାଙ୍କ ମୃତ୍ୟୁର ସୂଚନା ଦିଆଗଲା ।

 

ଫରହାଦ ହୁମାୟୁନଙ୍କ ମୃତ୍ୟୁରେ ପାକିସ୍ତାନରେ ଶୋକର ଛାୟା ଖେଳିଯାଇଛି । ସମସ୍ତେ ମୃତ୍ୟୁକୁ ନେଇ ଦୁଃଖ ବ୍ୟକ୍ତ କରିଛନ୍ତି । ଅଲି ଜଫର ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତିଯେ, ବିଦାୟ ବନ୍ଧୁ । ଆପଣ ଅନେକଙ୍କ ପାଇଁ ପ୍ରେରଣା ଥିଲେ । ସଙ୍ଗୀତ ଏବଂ ଲୋକଙ୍କ ଜୀବନରେ ଆପଣଙ୍କ ଯୋଗଦାନକୁ ଭାଷାରେ ହୁଏତ ବ୍ୟକ୍ତ କରିହେବ ନାହିଁ । ଆପଣ ଜଣେ କଳାକାର ଏବଂ ଗାୟକଠାରୁ ମଧ୍ୟ ଅଧିକ ଥିଲେ । ଆପଣ ଜଣେ ଯୋଦ୍ଧା ଥିଲେ । ଆପଣ ମହାନତାର ନିଦର୍ଶନ ଥିଲେ । ତେବେ ଭଲ ମ୍ୟୁଜିକ, ସମୟ ଦେଇଥିବାରୁ ଧନ୍ୟବାଦ ।

କେଦାରନାଥ ଶୁଟିଂ ସେଟରେ ଡ୍ରଗ୍ସ ନଉଥିଲେ ସାରା-ସୁଶାନ୍ତ !

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ସେ ଡ୍ରଗ୍ସ ନେଉବା ଅଭିଯୋଗ ହୋଇଛି। ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ଡ୍ରଗ୍ସ ଲିଙ୍କ୍‌ ନେଇ ଏବେ ତଦନ୍ତ ଚାଲିଛି। ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏନସିବିକୁ ଦେଇଥିବା ବୟାନରେ କହିଛନ୍ତି ଯେ କେଦାରନାଥ ସୁଟିଂ ସମୟରେ ସୁଶାନ୍ତ ଏବଂ ସାରା ଏକାଠି ଡ୍ରଗ୍ସ ନେଉଥିଲେ। ତେବେ ଏନେଇ କେଦାରନାଥରେ ସୁଶାନ୍ତଙ୍କ ସହ କାମ କରିଥିବା ଅଭିନେତା ନୀତୀଶ ଭରଦ୍ୱାଜଙ୍କର ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଏକ ସାକ୍ଷାତକାରରେ ନୀତୀଶଙ୍କୁ ଏନେଇ ପ୍ରଶ୍ନ କରାଯାଇଥିଲା ।

ତେବେ ଏନେଇ ନୀତୀଶ ଖୁଲାସା କରିଛନ୍ତି । ତାଙ୍କ କହିବା ଅନୁସାରେ ଗୋଟିଏ ଦିନ ପୂଜା ଗୌର ନିତିଶଙ୍କୁ ଇଣ୍ଡଷ୍ଟ୍ରିର ମାହୋଲ ବିଷୟରେ ଅନେକ କଥା କହୁଥିଲେ। ତା’ପରେ ଡ୍ରଗ୍ସର ବିଷୟ ହୋଇଥିଲା। ଏହା ପରେ ସାରା ତାଙ୍କୁ କହିଥିଲେ ଯେ, ସେ ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରିରେ ଡ୍ରଗ୍ସ ସମସ୍ୟା ବିଷୟରେ ଅନେକ କଥା ଶୁଣିଛନ୍ତି। ସେହି ସମୟରେ ନିତିଶ ସାରାଙ୍କ ଉଜ୍ଜ୍ୱଳ ଭବିଷ୍ୟତ ନେଇ ଏହାସବୁ ମାମଲାଠୁ ଦୂରାଇ ରହିବା ପାଇଁ ଉପଦେଶ ଦେଇଥିଲେ ।

ଏହା ପରେ ସାରା ତାଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ, ସେ କେବେବି ଡ୍ରଗ୍ସକୁ ହାତ ମାରିନାହାନ୍ତି । ନୀତୀଶ କହିଛନ୍ତି ଯେ ସୁଶାନ୍ତ ଧୂମପାନ କରୁଥିଲେ। ସେ ଜଣେ ଭଲ ମଣିଷ ଥିଲେ । ଡ୍ରଗ୍ସ ଅଭ୍ୟସ୍ତ ଥିବା ବ୍ୟକ୍ତିଙ୍କର ଏଭଳି ମନୋଭାବ କେବେ ନଥାଏ । ସୁଶାନ୍ତ ଶୁଟିଂ ସେଟରେ ମଧ୍ୟ ସମସ୍ତଙ୍କ ସହ ଖୁବ ଭଲ ବ୍ୟବହାର କରନ୍ତି ବୋଲି କହିଛନ୍ତି ତାଙ୍କ ସହକର୍ମୀ । ଅଭିନେତାଙ୍କ ମୃତ୍ୟୁକୁ ବର୍ଷେ ପୁରିଲାଣି ସତ କିନ୍ତୁ ଆଜି ବି ତାଙ୍କ ମୃତ୍ୟୁ ନେଇ ସସପେନ୍ସ ଜାରି ରହିଛି । ଏହି ମାମଲର କଡ଼ାକଡ଼ି ଯାଞ୍ଚ କରୁଛି ଏନସିବି ।

ଲୋଡରକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୧୭ ମୃତ ୨୦ରୁ ଅଧିକ ଗୁରୁତର

ଲକ୍ଷ୍ନୌ: ଉତ୍ତର ପ୍ରଦେଶର କାନପୁରରେ ବଡଧରଣର ସଡକ ଦୁର୍ଘଟଣା । ଗତକାଲି ରାତିରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏକ ଲୋଡରକୁ ଯାତ୍ରୀବାହୀ ବସ୍ ଧକ୍କା ଦେଇଥିଲା। ଫଳରେ ବସଟି ନିୟନ୍ତ୍ରଣ ହରାଇ ଏକ ପୋଲ ତଳକୁ ଖସି ପଡ଼ିଥିଲା। ଘଟଣାରେ ୧୭ ମୃତ, ପ୍ରାୟ ୨୦ରୁ ଅଧିକ ଜଣ ଆହତ ହୋଇଛନ୍ତି।

ବସଟି ଲକ୍ଷ୍ମୌରୁ ଦିଲ୍ଲୀ ଯିବାବେଳେ କାନପୁର ଥାନା ସଞ୍ଚିଡୀ ନିକଟରେ ଥିବା ଏକ ବିସ୍କୁଟ ଫ୍ୟାକ୍ଟ୍ରି ସାମ୍ନାରେ ଘଟିଥିଲା ଏହି ଦୁର୍ଘଟଣା । ମୃତକଙ୍କ ମଧ୍ୟରେ ଅନେକ ଶ୍ରମିକ ଥିବାବେଳେ ଆହତମାନଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଏହାବ୍ୟତୀତ ମୃତକଙ୍କ ପରିବାର ପ୍ରତି ପ୍ରଧାନମନ୍ତ୍ରୀ ୨ ଲକ୍ଷ ଲେଖାଏଁ ସହାୟତା ରାଶି ଘୋଷଣା କରିଥିବାବେଳେ ଆହତଙ୍କ ପାଇଁ ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି।

କମୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ରାଜ୍ୟରେ ୬ହଜାର ୧୯ ଜଣ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ଗ୍ରାଫ। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ହଜାର ୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୩ ଆକ୍ରାନ୍ତଙ୍କ ଜୀବନ ନେଇଛି କିଲର ଭାଇରସ୍ । ତେବେ ଏଥିମଧ୍ୟରେ କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକାଲ କେସ୍ ୨ହଜାର ୬୨୨ ଚିହ୍ନଟ ହୋଇଛି ।

ତେବେ ପଜିଟିଭଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୭୯୬, କଟକରୁ ୫୩୧, ଯାଜପୁରରୁ ୪୦୬, ଅନୁଗୁଳରୁ ୩୩୫, ମୟୂରଭଞ୍ଜରୁ ୩୩୩, ପୁରୀରୁ ୩୨୪, ଢେଙ୍କାନାଳରୁ ୨୯୧, ବାଲେଶ୍ୱରରୁ ୨୮୬, ସୁନ୍ଦରଗଡ଼ରୁ ୨୮୩, ଭଦ୍ରକରୁ ୨୬୨, କେନ୍ଦ୍ରାପଡାରୁ ୨୧୮ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଜଗତସିଂହପୁରରୁ ୧୯୬, ନୟାଗଡ଼ରୁ ୧୯୧, ଷ୍ଟେଟପୁଲରୁ ୧୫୭, ନବରଙ୍ଗପୁରରୁ ୧୫୧, କୋରାପୁଟରୁ ୧୪୨, ସମ୍ବଲପୁରରୁ ୧୩୧, ବରଗଡ଼ ୧୨୨, କେନ୍ଦୁଝରରରୁ ୧୨୦, ରାୟଗଡ଼ାରୁ ୧୦୮ ମାଲକାନଗିରିରୁ ୮୫, ବୌଦ୍ଧରୁ ୭୯, କନ୍ଧମାଳରୁ ୭୬, ଗଞ୍ଜାମରୁ ୭୩, କଳାହାଣ୍ଡିରୁ ୭୦, ବଲାଙ୍ଗୀରରୁ ୬୬, ସୋନପୁରରୁ ୬୫, ଝାରସୁଗୁଡାରୁ ୪୧,  ଗଜପତିରୁ ୩୪, ଦେଓଗଡ଼ରୁ ୨୪, ନୂଆପଡାରୁ ୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଅନ୍ୟପଟେ ଗତ୨୪ ଘଣ୍ଟାରେ ୮ହଜାର ୮୩୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୩୧ହଜାର ୧୨୯ରେ ପହଞ୍ଚିଥିବା ବେଳେ ମୋଟ୍ ୭ଲକ୍ଷ ୫୬ହଜାର ୬୪୧ଜଣ ସୁସ୍ଥ ହୋଇସାରିଲେଣି।

୧୫ ଦିନରେ ଟଙ୍କା ଡବଲ ହେବ କହି ଠକିନେଲେ ୨୫୦ କୋଟି

ଡେରାଡୁନ:  ଏକ ବଡ଼ ଠକ ରାକେଟ୍‌ ଠାବ କରିଛି ଉତ୍ତରାଖଣ୍ଡ ପୋଲିସ୍‌ ।  ଉତ୍ତରାଖଣ୍ଡ ଏସଟିଏଫ୍‌ ନୋଏଡ଼ାରୁ ଏକ ଅଭିଯୁକ୍ତକୁ ୨୫୦ କୋଟି ଠକିଥିବା ମାମଲାରେ ଗିରଫ କରିଛି ।  ଆଶ୍ଚର୍ଯ୍ୟର କଥା ହେଉଛି ଏହି ଠକେଇ କେବଳ ଗତ ଚାରି ମାସ ମଧ୍ୟରେ ହୋଇଛି ।

ଚୀନର ଷ୍ଟାର୍ଟଅପ ଯୋଜନା ଦ୍ୱାରା ହୋଇଥିବା ଆପ୍‌ ମାଧ୍ୟମରେ ଠକେଇକୁ ସଫଳ ରୂପ ଦିଆଯାଇଛି । ଦେଶରେ ପ୍ରାୟ ୫୦ ଲକ୍ଷ ଲୋକଙ୍କ ଦ୍ୱାରା ଏହି ଆପ୍‌ ଡାଉନଲୋଡ୍‌ ହୋଇଛି ।  ଏହି ଆପ୍‌ ମାଧ୍ୟମରେ ଲୋକଙ୍କୁ ୧୫ ଦିନରେ ଟଙ୍କା ଡବଲ ହେବାର ପ୍ରଲୋଭନ ଦେଖାଇ ଠକେଇ ହୋଇଛି ।

ଠକେଇରେ ୧୫ ଦିନରେ ଟଙ୍କା ଡବଲ କରିବା ପାଇଁ ପ୍ରଲୋଭନ ଦେଖାଇ ଲୋକଙ୍କୁ  ପାଓ୍ୱର ବ୍ୟାଙ୍କ୍‌ ଆପ୍‌ ଡାଉନଲୋଡ୍‌ କରିବାକୁ କୁହାଯାଉଥିଲା ।  ହରିଦ୍ୱାରରେ ଜଣେ ବ୍ୟକ୍ତି ଏହା ବାବଦରେ ପୋଲିସରେ ଅଭିଯୋଗ କରିବା ପରେ ମାମଲା ସାମ୍ନାକୁ ଆସିଲା । ଉକ୍ତ ବ୍ୟକ୍ତିଙ୍କ କହିବା ଅନୁସାରେ, ବ୍ୟକ୍ତି ଜଣକ ପ୍ରଥମେ ୯୩ ହଜାର ଏବଂ ପରେ ୭୨ ହଜାର ଟଙ୍କା ଜମା କରିଥିଲେ । କିନ୍ତୁ ତାଙ୍କୁ ଡବଲ ଟଙ୍କା ମିଳିଲାନାହିଁ । ତେବେ ଥାନାରେ ଅଭିଯୋଗ ପରେ ଏହାର ଯାଞ୍ଚ୍‌ ଚାଲିଛି ।   ଯାଞ୍ଚରୁ ଜଣାପଡ଼ିଲାଯେ,  ଗୋଟିଏ ନୁହେଁ ବରଂ ଭିନ୍ନ ଭିନ୍ନ ଆକାଉର୍ଟ ନମ୍ବର ଦେଇ ଠକ ଠକେଇ ଯୋଜନା କରୁଥିଲେ ।  ଯାଞ୍ଚ୍‌ ପରେ ଜଣାପଡ଼ିଲାଯେ, ପ୍ରାୟ ୨୫୦ କୋଟି ଟଙ୍କାର ଠକେଇ ହୋଇଛି ।

 

ଉତ୍ତରାଖଣ୍ଡ ଏସଟିଏଫ୍‌ ଅଜୟ ସିଂଙ୍କ କହିବା ଅନୁସାରେ,  ପୋଲିସକୁ ଯାଞ୍ଚରେ ଏକ ବଡ଼ କଥା ସାମ୍ନାକୁ ଆସିଲାଯେ,   ଠକେଇ କରିଥିବା ବିଦେଶୀ ନିବେଶକଙ୍କ ଦ୍ୱାରା  ଭାରତର ବିଜନେସମ୍ୟାନଙ୍କୁ  କମିଶନର ଲୋଭ ଦେଖାଇ ଆପ୍‌ ମାଧ୍ୟମରେ ଲୋକଙ୍କୁ ଲୋନ୍‌ ଦେବାକୁ କହୁଥିଲେ ।  ପରେ ଟଙ୍କା ଡବଲ କରିବାର ଲୋକ ଦେଖାଉଥିଲେ । ପ୍ରଥମେ କିଛି ଲୋକଙ୍କୁ ଟଙ୍କା ଡବଲ ମଧ୍ୟ ଦିଆଗଲା । କିନ୍ତୁ ପରେ ଆରମ୍ଭ ହେଲା ଠକେଇ ।

ଏହି ମାମଲାରେ  ପବନ ପାଣ୍ଡେୟ ନାମକ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି ।  ଅଭିଯୁକ୍ତଠାରୁ ୧୯ଟି ଲାପଟପ୍‌, ୫୯୨ ସିମ୍‌ କାର୍ଡ଼,୫ଟି ମୋବାଇଲ ଫୋନ୍‌,୪ଟି ଏଟିଏମ୍‌ କାର୍ଡ଼ ଏବଂ ଗୋଟିଏ ପାସପୋର୍ଟ ଜବତ ହୋଇଛି । ତେବେ ଠକେଇ ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ପରିବର୍ତ୍ତନ କରି ବିଦେଶ ପଠାଯାଉଥିବା ଘଟଣା ସାମ୍ନାକୁ ଆସିଛି । ଏପର୍ଯ୍ୟନ୍ତ ଏହି ମାମଲାରେ ବାଙ୍ଗାଲୁରୁରେ ଗୋଟିଏ ଏବଂ ଉତ୍ତରାଖଣ୍ଡରେ ୨ଟି ମାମଲା ରୁଜୁ ହୋଇଛି ।

୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯାଗ

ବାଲେଶ୍ୱର: ବାଲେଶ୍ୱର ବାହାନଗାରେ ଲଜ୍ଜା। ଜଣେ ୭୦ ବର୍ଷୀୟା ବୃଦ୍ଧାଙ୍କୁ ଦୁଷ୍କର୍ମ ଉଦ୍ୟମ ହୋଇଥିବା ଅଭିଯାଗ ଆସିଛି। କେବଳ ଏତିକି ନୁହେଁ ପ୍ରତିରୋଧ କରିବାରୁ ଦୁବୃର୍ତ୍ତ ବୃଦ୍ଧାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି।ଏଭଳି ସାଙ୍ଘାତିକ ଘଟଣା ଘଟିଛି ଜିଲ୍ଲାର ଆରୁହାବାଡ଼ ବଡ଼ମାଝୀସାହିରେ।

ଆକ୍ରମଣ ଫଳରେ ବୃଦ୍ଧାଙ୍କ ମୁଣ୍ଡରେ ଗୁରୁତ୍ତର ଆଘାତ ଲାଗିଛି। ଗୁରୁତର ଭାବେ ସେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାକ ଘରେ ଏକୁଟିଆ ରହୁଥିବାର ସୁଯୋଗ ନେଇ ଯୁବକ ଜଣକ ଖଟ ତଳେ ଲୁଚି ରହିଥିଲା । ହଠାତ୍ ଯୁବକ ବୃଦ୍ଧାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ପ୍ରତିରୋଧ କରିବାରୁ ଯୁବକ ଜଣଙ୍କ ତାଙ୍କୁ ଏକ ମାରଣାସ୍ତ୍ରରେ ମୁଣ୍ଡକୁ ଆକ୍ରମଣ କରିଥିଲା। ବର୍ତମାନ ବୃଦ୍ଧାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ବେଳେ ଘଟଣାସ୍ଥଳରେ ଗୋପାଳପୁର ଫାଣ୍ଡି ପୁଲିସ ପହଂଚି ଜଣେ ଯୁବକକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌, ୨ ମୃତ ୩ ଗୁରୁତର

ବୌଦ୍ଧ : ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍‌। ଘଟଣାସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ ଓ ୩ ଗୁରୁତର ହୋଇଛନ୍ତି। ମୃତକ ହେଲେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ପତ୍ନୀ। ସୂଚନା ଅନୁସାରେ ରାଉଲକେଲାରେ ରହୁଥିବା ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଖବର ପାଇ ସୁରେନ୍ଦ୍ର ତାଙ୍କ ପତ୍ନୀ ଓ ସମ୍ପର୍କୀୟ ମାନଙ୍କ ସହ ଗତକାଲି ରାତିରେ ଏକ କାର ଯୋଗେ ରାଉଲକେଲା ଯାଉଥିଲେ।

ଭୋର ସମୟରେ ଭାରସାମ୍ୟ ହରାଇ ଚାରିଛକ ନିକଟରେ କାର୍‌ଟି ଗଛରେ ପିଟି ହୋଇଥିଲା। ଘଟଣା ସ୍ଥଳରେ ହିଁ ଉଭୟ ଦମ୍ପତିଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଖବର ପାଇ ଚାରିଛକ ସ୍ଥିତ ହରଭଙ୍ଗା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ପୁରୁଣାକଟକ ଡାକ୍ତରଖାନାରେ ଭର୍ତ୍ତି କରିଛି। ପୁରୁଣାକଟକ ପୋଲିସ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି।

ସୀତା ଭୂମିକା ପାଇଁ କରୀନା ମାଗିଛନ୍ତି ଏତିକି କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍

ମୁମ୍ବାଇ: ବଲିଉଡ ବେବୋ କରୀନା କପୁର ଖାନ ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି । ବିଟାଉନ୍ ରେ କରୀନାଙ୍କ କ୍ରେଜ୍ ସବୁବେଳେ ଦେଖିବାକୁ ମିଳେ । ରିପୋର୍ଟ ଅନୁସାରେ ଫିଲ୍ମ ରାମାୟଣରେ କରୀନାଙ୍କୁ ସୀତାଙ୍କ ଚରିତ୍ରରେ ଅଭିନୟ କରିବାରେ ଦେଖିବାକୁ ମିଳିବ । ଏହି ଫିଲ୍ମରେ ତାଙ୍କୁ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଅଫର ମିଳିଛି । ଆଉ ଏହି ପ୍ରୋଯେକ୍ଟ ପାଇଁ ସେ ୧୨ କୋଟି ଟଙ୍କା ଡିମାଣ୍ଡ କରିଛନ୍ତି । ସୂଚନାଯୋଗ୍ୟ ଯେ, ଫିଲ୍ମ ପାଇଁ ନିର୍ମାତାଙ୍କ ପ୍ରଥମ ପସନ୍ଦ ହେଉଛନ୍ତି ବେବୋ ।

କରୀନାଙ୍କୁ ଏହି ଭୂମିକା ପାଇଁ ୬ ରୁ ୮ କୋଟି ଫି ସ୍ଥିର କରାଯାଇଥିଲା। କାରଣ ସାଧାରଣତଃ ଗୋଟିଏ ଫିଲ୍ମ ପାଇଁ କରୀନା ୬ରୁ କୋଟି ଦାବି କରନ୍ତି। କିନ୍ତୁ ରାମାୟଣ ଫିଲ୍ମ ପାଇଁ ଅଧିକ ସମୟ ଦେବାକୁ ପଡ଼ିବ ବୋଲି ସେ ୧୨ କୋଟି ଦାବି କରିଥିବା କୁହାଯାଉଛି। ଅଲୌକିକ ଦେଶାଇ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିବା ବେଳେ ଏହାରାମାୟଣଆଧାରରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଏଥିରେ ସୀତାଙ୍କ ଭୂମିକାକୁ ବିଶେଷ ଭାବେ ପ୍ରାଧ୍ୟାନ୍ୟ ଦିଆଯିବ ବୋଲି ମଧ୍ୟ ଜଣାପଡ଼ିଛି

କରୀନାଙ୍କ ପାଖରେ ଏବେ ଭିରେ ଦି ୱେଡିଂ ୨ ଏବଂ ହଂସଲ ମେହେତାଙ୍କର ଏକ ଚଳଚ୍ଚିତ୍ର ରହିଛି। ଏହି ଦୁଇଟି ପ୍ରୋଜେକ୍ଟ ପରେ ହିଁ କରୀନା ରାମାୟଣ ଫିଲ୍ମ ଉପରେ ଫକୋସ୍ କରିପାରିବେ। କରୀନାଙ୍କ ସୀତା ଭୂମିକା ବିଷୟରେ ଖବର ଗଣମାଧ୍ୟମରେ ଆସିବା ମାତ୍ରେ ଦର୍ଶକଙ୍କର ମିଶ୍ରିତ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା । କିଛି ଲୋକ ଏହି ଖବରକୁ ନେଇ ବହୁତ ଖୁସି ଥିବାବେଳେ କିଛି କରୀନାଙ୍କୁ ଏହି ଭୂମିକା ପାଇଁ ଟ୍ରୋଲ ମଧ୍ୟ କରୁଛନ୍ତି ।

ଅଶୁଭ ସଙ୍କେତ ଦିଏ ଘରେ ଥିବା ବୁଢିଆଣୀ ଜାଲ

ଘର ସୁନ୍ଦର ଦେଖାଯିବା ପାଇଁ ଆମେ ସାଧାରଣତଃ ଘରକୁ ସଫାସୁତୁରା ରଖିଥାଉ । କିନ୍ତୁ ଅଧିକାଂଶ ସମୟରେ ଘରର ଛାତ ଏବଂ କୋଣକୁ ଭଲ ଭାବରେ ନଜର ପକାଇ ନଥାଉ । କାରଣ ଘରର ଛାତ ଏବଂ କୋଣ ବୁଢିଆଣୀର ଘର ହୋଇଥାଏ, ଯେଉଁଠାରେ ସେମାନେ ଅତି ସହଜରେ ଘର ତିଆରି କରିଥାନ୍ତି । ବିଭିନ୍ନ ସମୟରେ ତାକୁ ପରିଷ୍କାର କରିବା ସମୟରେ ଆମେ ଆଳସ୍ୟତା କରିଥାଉ, ଯାହା ଦ୍ୱାରା ଘରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ ।

ଅଧିକାଂଶ ସମୟରେ ଲୋକ କୁହନ୍ତିଯେ ଆମେ ରୋଜଗାର କରୁଛୁ କିନ୍ତୁ ଟଙ୍କାର ଅଭାବ ସବୁବେଳେ ରହୁଛି । ଏହି କଥାକୁ ଆମେ କେବେ ମଧ୍ୟ ଧ୍ୟାନ ଦେଇ ନଥାଉ, କିନ୍ତୁ ଏହା ଏକ ବାସ୍ତୁ ଦୋଷ ଦ୍ୱାରା ହୋଇଥାଏ । ତେବେ କେହି କେହି ଏହାକୁ ବିଶ୍ୱାସ କରନ୍ତି ତ କେହି ଏହାକୁ ବିଶ୍ୱାସ କରନ୍ତି ନାହିଁ । କିନ୍ତୁ ଏହାକୁ ନେଇ ବାସ୍ତୁଶାସ୍ତ୍ରରେ ଅନେକ କଥା ଉଲ୍ଲେଖ ରହିଛି ।

 

ବାସ୍ତୁଶାସ୍ତ୍ର ଅନୁସାରେ ଏହି ଜାଲକୁ ଅଶୁଭ ବୋଲି କୁହାଯାଏ । ବାସ୍ତୁ ଅନୁସାରେ ଏହା ଘରେ ବାସ୍ତୁ ଦୋଷ ସୃଷ୍ଟି କରିଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହା ଘରେ ନକରାତ୍ମକ ଶକ୍ତିକୁ ସ୍ଥାନ ଦେବା ସହିତ ରୋଗ ଓ ବ୍ୟାଧି ମଧ୍ୟ ବଢାଇଥାଏ । ଯେଉଁ ଘରେ ଏହି ଜାଲ ରହିଥାଏ ସେହି ଘରର ଲୋକଙ୍କ ମସ୍ତିଷ୍କ କାମ କରେ ନାହିଁ ବୋଲି ମଧ୍ୟ ବିଶ୍ୱାସ କରାଯାଏ ।

ଏହି ଜାଲର ସଂରଚନା କିଛି ଏଭଳି ଯେଉଁଥିରେ ନକାରାତ୍ମକ ଶକ୍ତି ଏକତ୍ରିତ ହୋଇଯାଏ । ଏହା ଦ୍ୱାରା ସୁଖ ସମୃଦ୍ଧିର ହ୍ରାସ ହୁଏ । ଏହା ବ୍ୟତୀତ କୌଣସି କାର୍ଯ୍ୟରେ ମନ ମଧ୍ୟ ଲାଗେ ନାହିଁ । ଏହା ଚିନ୍ତା ମଧ୍ୟ ବଢାଇଥାଏ । ତେଣୁ ଏହାକୁ ସଫା କରିଦେବା ଉଚିତ ।

ଖାଲି ସେତିକି ନୁହେଁ ଏହା ଘରେ ନକରାତ୍ମକ ଶକ୍ତି ବସବାସ କରିବାର ଏକମାତ୍ର କାରଣ ବୋଲି କୁହାଯାଏ ।

ହଠାତ୍‌ ବିଷାକ୍ତ ହେଲା ଗଙ୍ଗା, ରାଜ୍‌ ଖୋଲିବେ ବିଶେଷଜ୍ଞ

ବାରଣାସୀ: ବାରଣାସୀ ସ୍ଥିତ ଗଙ୍ଗା ଘାଟରେ ଶିଉଳି ପଡ଼ି ପାଣିର ରଙ୍ଗ ବଦଳି ଯାଇଛି । ଯାହା ଜିଲ୍ଲା ପ୍ରଶାସନ ପାଇଁ ଚିନ୍ତାର ବିଷୟ ସାଜିଛି । ଏଥିପାଇଁ ପୋଲିସ ପ୍ରଶାସନ, ପ୍ରଦୂଷଣ ବୋର୍ଡ଼ ଏବଂ ଗଙ୍ଗା ପ୍ରଦୂଷଣର ଅଧିକାରୀଙ୍କୁ ନେଇ ଜିଲ୍ଲା ଅଧିକାରୀ ଏକ ସ୍ୱତନ୍ତ୍ର ଟିମ୍‌ଗଠନ କରିଛନ୍ତି । ଏମାନଙ୍କୁ ତିନି ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ପଡ଼ିବ । ଯାଞ୍ଚ୍‌ପାଇଁ ଉକ୍ତ ଟିମ୍‌ମଙ୍ଗଳବାର ଗଙ୍ଗା ଘାଟରେ ପହଞ୍ଚିଥିଲେ । ଗବେଷଣା ପାଇଁ ନମୁନା ସଂଗ୍ରହ କରିଛି ଟିମ୍‌।

କେବଳ ଗୋଟିଏ ସ୍ଥାନ ନୁହେଁ ବରଂ ବାରଣାସୀର ୮୪ଟି ସ୍ଥାନରେ ସବୁଜ ଶୈବାଳ ସମସ୍ୟା ଦେଖାଦେଇଛି । ସମୟ ବଢିବା ସହିତ ଚିନ୍ତା ମଧ୍ୟ ବଢୁଛି । ଯଦିଓ ପ୍ରଥମେ ସ୍ଥାନୀୟ ଲୋକ ଏହାକୁ ଏକ ଗୁରୁତ୍ୱ ଦେଇ ନଥିଲେ, କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଏକାଧିକ ସ୍ଥାନରେ ସମାନ ସମସ୍ୟା ଦେଖାଯିବା ପରେ ତତ୍ପର ହୋଇଛି ଜିଲ୍ଲା ପ୍ରଶାସନ ।

ଡିଏମ ପକ୍ଷରୁ ଅପର ନଗର ମାଜିଷ୍ଟ୍ରେଟ୍‌, ଆଞ୍ଚଳିକ ଅଧିକାରୀ ପ୍ରଦୂଷଣ ବୋର୍ଡ଼, ACP, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଜେନେରାଲ ମ୍ୟାନେଜରଙ୍କୁ ନେଇ ଏକ ଟିମ୍‌ଗଠନ ହୋଇଛି । ଟିମ ସଦସ୍ୟ ମଙ୍ଗଳବାର ଦଶାଶ୍ୱମେଧ ଘାଟରେ ପହଞ୍ଚି ଶୈବାଳ ନମୁନାକୁ ଏକାଠି କରିବା ଆରମ୍ଭ କରି ଦେଇଛନ୍ତି ।

ୟୁପି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ର ଆଞ୍ଚଳିକ ଅଧିକାରୀ କାଳିକା ସିଂଙ୍କ କହିବା ହେଉଛି, ପ୍ରାୟ ୧୫ରୁ ୨୦ ଦିନ ହେବ ଗଙ୍ଗାରେ ଏଭଳି ଶୈବାଳ ଦେଖିବାକୁ ମିଳିଛି । କାନପୁର ଠାରୁ ଆରମ୍ଭ କରି ମିର୍ଜାପୁର, ବନାରସରେ ମଧ୍ୟ ପାଣିର ରଙ୍ଗ ବଦଳିଥିବା ଦେଖିବାକୁ ମିଳିଛି । କିନ୍ତୁ ଯାଞ୍ଚ୍‌ପାଇଁ ଏକ ଟିମ୍‌ଗଠନ କରାଯାଇଛି । ୧୦ ଜୁନରେ ଏହା ପଛର କାରଣ କ’ଣ ସେହି ବାବଦରେ ସୂଚନା ଦିଆଯିବ । ଏହା ମଧ୍ୟରେ ଜଳସ୍ତର କମିବା ଏବଂ ହଠାତ୍‌ଦୁଇ ଦିନ ଧରି ବର୍ଷା ହେବା ଏକ ବିରାଟ ସମସ୍ୟା ବୋଲି କୁହାଯାଉଛି । ତେବେ ଏହା ମଧ୍ୟ କୁହାଯାଉଛିଯେ, ପାଣିରେ ଫସଫରସ ଏବଂ ନାଇଟ୍ରୋଜେନା ମାତ୍ରା ବଢିଯାଇଛି ଏବଂ ପାଣିର ତାପମାତ୍ରା ୨୫ ଡିଗ୍ରୀରୁ ଅଧିକ ହୋଇଯାଇଛି । ତେବେ ଗଙ୍ଗାନଦୀ କୂଳକୁ ଯିବାପାଇଁ ଏବେ ସ୍ଥାନୀୟ ଲୋକଙ୍କୁଚ ବାରଣ କରାଯାଇଛି ।