spot_img
Home Blog Page 5552

ଟୋକିଓ ପାରାଲିମ୍ପିକ୍ସ୨୦୨୦ ପାଇଁ ନିମନ୍ତ୍ରଣ ପାଇଲେ ଓଡ଼ିଆ ପୁଅ ପ୍ରମୋଦ ଭଗତ

ଭୁବନେଶ୍ୱର: ଟୋକିଓ ପାରାଲିମ୍ପିକ୍ସ ୨୦୨୦ ପାଇଁ ନିମନ୍ତ୍ରଣ ପାଇଲେ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ। ଏକକ ବର୍ଗରେ ଅଲମ୍ପିକ୍ସରେ ଭାରତର ପ୍ରତିନିଧିତ୍ୱ କରିବେ ଓଡିଆ ପୁଅ ପ୍ରମୋଦ।

ଟୋକିଓରେ ଆସନ୍ତା ଅଗଷ୍ଟ ହେବାକୁ ଥିବା ପାରାଲିମ୍ପିକ୍ସ ପାଇଁ ନିମନ୍ତ୍ରଣ ପାଇଥିବାରୁ ୱାର୍ଲ୍ଡ ନଂ ୱାନ୍ ପ୍ରମୋଦ ଭାଗତ ଖୁସିବ୍ୟକ୍ତ କରିଛନ୍ତି। ନିକଟରେ ଶେଷ ହୋଇଥିବା ଦୁବାଇ ପାରା ଟୁର୍ନାମେଣ୍ଟରେ ସେ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଞ୍ଜ ପଦକ ଜିତିଥିଲେ।

ପ୍ରମୋଦ କହିଛନ୍ତି “ଆମନ୍ତ୍ରିତ ହୋଇ ମୁଁ ବହୁତ ଉତ୍ସାହିତ, ପ୍ରତ୍ୟେକ ଆଥଲେଟ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାର ସ୍ୱପ୍ନ ଦେଖନ୍ତି ଏବଂ ଏହା ମୋ ପାଇଁ ଏକ ବହୁତ ବଡ଼ ସମ୍ମାନ। ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ମୋର ସ୍ୱପ୍ନ ଏବଂ ମୁଁ ଏହା ହାସଲ କରିବା ପାଇଁ ବହୁତ କଠିନ ପରିଶ୍ରମ କରୁଛି।”

ଜୁନ ୮ ତାରିଖରେ ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ (BWF) ପକ୍ଷରୁ ବ୍ୟାଡମିଣ୍ଟନ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ ଏବଂ ପାରାଲିମ୍ପିକ୍ସ କମିଟି ଅଫ୍ ଇଣ୍ଡିଆକୁ ସୂଚନା ଦିଆ ଯାଇଛି ଯେ, ଟୋକିଓ ୨୦୨୦ ପାରାଅଲମ୍ପିକ୍ ଗେମ୍ସର ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ପୁରୁଷ ଏକକ ବର୍ଗ ପାଇଁ ଆଉ ୩ ଭାରତୀୟ ଖେଳାଳି ଯୋଗ୍ୟତା ଅର୍ଜନ କରିଛନ୍ତି। ସେଥିରେ ଓଡ଼ିଶାର ପ୍ରମୋଦ ଭଗତ ରହିଛନ୍ତି। ତେବେ ଏହି ବର୍ଗରେ ଯୋଗ୍ୟତା ଅର୍ଜନ କରିଥିବା ଅନ୍ୟ ଦୁଇ ଖେଳାଳି ହେଉଛନ୍ତି, ତରୁଣ ତାରୁଣ ଓ କ୍ରୀଷ୍ଣା ନଗର

ସୂଚନାଯୋଗ୍ୟ, ଗତବର୍ଷ ହେବାକୁ ଥିବା ଅଲମ୍ପିକ୍ସ କୋରୋନା ମହାମାରୀ କାରଣରୁ ସ୍ଥଗିତ ହେବାସହ ଚଳିତ ବର୍ଷ ଆୟୋଜନ ନେଇ ଘୋଷଣା ହୋଇଥିଲା । ଆଗାମୀ ଜୁଲାଇ ୨୩ରୁ ଅଲମ୍ପିକ୍ସ ଓ ପରେ ଅଗଷ୍ଟରେ ପାରାଲିମ୍ପିକ୍ ଗେମ୍ସ ଅନୁଷ୍ଠିତ ହେବ। ଆଉ ଏଥିପାଇଁ ଭାରତୀୟ ଅଲମ୍ପିକ୍ସ ଅଂଶଗ୍ରହଣକାରୀ ଆଥଲେଟଙ୍କୁ ପ୍ରାଥମିକତା ଭିତ୍ତିରେ କୋରୋନା ଟିକା ମଧ୍ୟ ଦିଆଯାଉଛି।

ସୋମବାରଠୁ ବିଦେଶରେ ପଢ଼ୁଥିବା ଅଥବା ପଢିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କୁ ଟିକା

ବିଦେଶରେ ପଢ଼ୁଥିବା ଅଥବା ପଢିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବିଏମସିର ସ୍ୱତନ୍ତ୍ର ବ୍ୟବସ୍ଥା। ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳୟ ଓ କଟକ ଗୋପାଳପୁର ସ୍ଥିତ ସିଏମସି କଲ୍ୟାଣ ମଣ୍ଡପରେ କରାଯିବ ଟିକାକରଣ। ଏ ନେଇ ବିଏମସି ଟୁଇଟ୍ କରି ସୂଚନା ଦେଇଛି।

୧୮ ରୁ ୪୪ ବର୍ଷ ବୟସ ବର୍ଗରେ ଯେଉଁମାନେ ଆଦୌ ଟିକା ନେଇନାହାନ୍ତି ସେମାନଙ୍କୁ କୋଭିସିଲଡ଼ ଟିକା ଦିଆଯିବ। ଆସନ୍ତା ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସକାଳ ୧୦ଟା ଠାରୁ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ ଟିକାକରଣ ପ୍ରକ୍ରିୟା ଚାଲିବ। ତେବେ ଛୁଟିଦିନରେ ଟିକାକରଣ ବନ୍ଦ ରହିବ।

ତେବେ ଯେଉଁମାନେ ଛାତ୍ରଛାତ୍ରୀମାନେ ଟିକା ନେବାକୁ ଚାହୁଁଛନ୍ତି ସେମାନଙ୍କୁ ଏଥିପାଇଁ 1929ରେ ଆବଶ୍ୟକ ନଥିପତ୍ର ପ୍ରଦାନ ସହ ପଞ୍ଜିକରଣ କରିବାକୁ ହେବ।  ଏହା ବ୍ୟତୀତ ଟିକାକେନ୍ଦ୍ରକୁ ଯିବାବେଳେ ଆଧାର କାର୍ଡ ସାଙ୍ଗରେ ନେବା ବାଧ୍ୟତାମୂଳକ।

ଅନୁପ ଚନ୍ଦ୍ର ପାଣ୍ଡେ ହେଲେ ଭାରତର ନୂଆ ନିର୍ବାଚନ କମିଶନର

ନୂଆଦିଲ୍ଲୀ : ଅବସର ପ୍ରାପ୍ତ ଆଇଏଏସ ଅଧିକାରୀ ଅନୁପ ଚନ୍ଦ୍ର ପାଣ୍ଡେ ଭାରତର ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତ । ୧୯୮୪ ବ୍ୟାଚର ଆଇଏଏସ ଅଧିକାରୀ ହେଉଛନ୍ତି ଅନୁପ ଚନ୍ଦ୍ର ପାଣ୍ଡେ। ଶ୍ରୀପାଣ୍ଡେ ୨୦୧୯ ଫେବୃଆରୀରେ ଅବସର ଗ୍ରହଣ କରିଥିଲେ।

ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରାଙ୍କ ଅବସର ପରେ ୩ ସଦସ୍ୟ ବିଶିଷ୍ଟ କମିଶନଙ୍କ ଗୋଟିଏ ପଦ ଖାଲିଥିଲା । ଏବେ ସୁଶୀଲ ଚନ୍ଦ୍ରା ମୁଖ୍ୟ ନିର୍ବାଚନ କମିଶନର ଥିବା ବେଳେ ରାଜୀବ କୁମାର ଅନ୍ୟତମ ନିର୍ବାଚନ କମିଶନର ଅଛନ୍ତି।

ଉତ୍ତରପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ କାମ କରିଥିବା ଅବସରପ୍ରାପ୍ତ ଆଇଏଏସ୍ ଅନୁପ ଚନ୍ଦ୍ର ପାଣ୍ଡେ ୩୭ ବର୍ଷ ଧରି ଉତ୍ତରପ୍ରଦେଶରେ ବିଭିନ୍ନ ପଦବୀରେ କାର୍ଯ୍ୟଭାର ସମ୍ଭାଳିଛନ୍ତି। ୨୦୧୯ ଅଗଷ୍ଟ ୨୯ରେ, ସେ ୟୁପି ମୁଖ୍ୟ ସଚିବ ପଦରୁ ଅବସର ନେଇଥିଲେ। ସେ ଉତ୍ତରପ୍ରଦେଶର ଭିତ୍ତିଭୂମି ଏବଂ ଶିଳ୍ପ ବିକାଶ ବିଭାଗରେ କମିଶନର ଭାବରେ କାର୍ଯ୍ୟ କରିଛନ୍ତି। ଏହା ସହିତ ସେ ଅନେକ ଜିଲ୍ଲାର ଜିଲ୍ଲାପାଳଭାବେ ମଧ୍ୟ କାମ କରିଛନ୍ତି ।

ଦ୍ବିତୀୟ ଲହରର ସରିବା ରାସ୍ତାରେ ଟିକା ଗୁରୁତ୍ବକୁ ବୁଝିଲା କେନ୍ଦ୍ର, ପଲିସିକୁ ଟ୍ରାକକୁ ଆଣିବାକୁ ଯୋଜନା

ଆଗ ଫେଲ ମାରିଲେ ଏବେ ୟୁ-ଟର୍ଣ୍ଣ । କରୋନା ମୁକାବିଲାରେ କେନ୍ଦ୍ରର ସ୍ପଷ୍ଟ ନଥିଲା ଟିକାନୀତି । ସୁପ୍ରିମକୋର୍ଟଙ୍କ ବାରମ୍ବାର ଭର୍ତ୍ସନା ପରେ ବ୍ୟାକଫୁଟକୁ ଆସିଥିଲେ କେନ୍ଦ୍ର ସରକାର । ଦ୍ବିତୀୟ ଲହର ସରିବା ବେଳକୁ ନିଦରୁ ଉଠି ହଠାତ ମାଗଣା ଟିକାକରଣ ନେଇ ଘୋଷଣା କଲେ । ହେଲେ ଟିକା ନାଁରେ ରାଷ୍ଟ୍ରନୀତି ନୁହେଁ ରାଜନୀତିର ଖେଳ ଖେଳିଛନ୍ତି । ଡ୍ୟାମେଜ କଣ୍ଟ୍ରୋଲ ପାଇଁ ମାଗଣା ଟିକା ଆଳରେ ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର ସର୍ତ୍ତର ଅଡୁଆ ସୂତାରେ ଛନ୍ଦି ଦେଇଛନ୍ତି ।

ଟିକା ଗାଡ଼ିର ନିଜେ ଡ୍ରାଇଭର ସାଜିଲେ ପ୍ରଧାନମନ୍ତ୍ରୀ । ଟିକାକରଣକୁ ନେଇ କେନ୍ଦ୍ରର ୟୁ-ଟର୍ଣ୍ଣ । ଟିକାକରଣ ୧.୦ ଭଳି ଚାଲିବ ୩.୦ । ସୁପ୍ରିମକୋର୍ଟଙ୍କ ପ୍ରଶ୍ନବାଣ ପରେ ଚେତିଲେ କେନ୍ଦ୍ର ସରକାର । ଦେଶରେ ଟିକାକରଣ ଫେଲ ମାରିବା ପରେ ଆଉ ଥରେ ପଲିସିରେ ପରିବର୍ତ୍ତନ କରିଛନ୍ତି ସରକାର । କରୋନାର ଦ୍ବିତୀୟ ଲହର ପରେ ଟିକାର ଗୁରୁତ୍ବ ଏବଂ ସଠିକ୍‌ ରୋଡ ମ୍ୟାପ୍‌ ପ୍ରସ୍ତୁତି ନେଇ ଏବେ ସରକାରଙ୍କର ଚେତା ପଶିଛି । ସାରା ଦେଶରେ ଲଗାତାର କେନ୍ଦ୍ରର ଟିକା ପଲିସି ଉପରେ ପ୍ରଶ୍ନ ସୃଷ୍ଟି ହେଉଥିଲା । ଅନେକ ସ୍ଥାନରେ ଟିକାର ଅଭାବ ଯୋଗୁଁ ଟିକାକରଣ ବନ୍ଦ ହେଉଥିଲା । ସୁପ୍ରିମକୋର୍ଟ ମଧ୍ୟ ଲଗାତାର କେନ୍ଦ୍ରକୁ ଟିକା ପଲିସି ଉପରେ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାସତ୍ତ୍ବେ ବି କେନ୍ଦ୍ରଠୁ ଠିକ୍‌ ଉତ୍ତର ମିଳୁନଥିଲା । ଏହାରି ଭିତରେ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । କରୋନାର ସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା କେନ୍ଦ୍ର ସରକାର ଟିକାକୁ ନେଇ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି । କିନ୍ତୁ ଏହା ଖୁବ ବିଳମ୍ବ ହୋଇଯାଇଥିବା କୁହାଯାଉଛି ।

ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢୁଥିବା ବେଳେ କେନ୍ଦ୍ର ସରକାର ଏଥିରେ ରୋକ ଲଗାଇବା ପାଇଁ ବାହାଘର ବେଳେ ବାଇଗଣ ରୁଆ ପରି ଏକ ପ୍ରକାର ଉଦ୍ୟମ କରିଛନ୍ତି । ଟିକାକରଣର ସମସ୍ତ ଦାୟିତ୍ବ ନିଜ ଉପରେ ନ୍ୟସ୍ତ କରିଛନ୍ତି । ରାଜ୍ୟ ସରକାର ଟିକା କିଣିବା ଉପରେ ଯେଉଁ ଅଧିକାର ନେଇଥିଲେ, ସେଥିପାଇଁ ଟିକାକରଣରେ ବିଳମ୍ବ ହେଉଛି । ଏବେ ସବୁ ଦୋଷ ରାଜ୍ୟ ଆଡକୁ ଠେଲି ଦେଇଛନ୍ତି ସରକାର । ଟିକା କିଣିବାରେ କେନ୍ଦ୍ରୀକରଣ କ୍ଷମତାକୁ ବିଜେପି ପ୍ରଶଂସା କରିଥିବା ବେଳେ ବିରୋଧୀ ଏହାକୁ ସୁପ୍ରିମକୋର୍ଟଙ୍କ ଛାଟ ପରେ ଉଦ୍ୟମ କରାଯାଇଛି ବୋଲି କହିଛନ୍ତି । ମେ ୩୧ରେ ସୁପ୍ରିମକୋର୍ଟ ମାମଲାରେ କେନ୍ଦ୍ର ଉପରେ ପ୍ରବଳ ବର୍ଷିଥିଲେ । ପରେ ଜୁନ୍‌ ୧ରୁ କେନ୍ଦ୍ର ସରକାର ଏକ କମିଟି ଜରିଆରେ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ ବୋଲି କୁହାଯାଉଛି । ଏପଟେ ଟିକାକରଣ ନେଇ କେନ୍ଦ୍ର ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି । ଜୁନ୍ ୨୧ ତାରିଖରୁ ସମସ୍ତ ରାଜ୍ୟକୁ ମାଗଣାରେ ମିଳିବ ଟିକା । ଦେଶରେ ଉତ୍ପାଦିତ ଟିକାର ୭୫% ନେବେ ଭାରତ ସରକାର । ଏହି ସମସ୍ତ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ପ୍ରଦାନ କରିବେ । ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଜନସଂଖ୍ୟା ହିସାବରେ ମିଳିବ ଟିକା । ଟିକା ମିଳିବାକୁ ଥିବା ରାଜ୍ୟକୁ ଆଗୁଆ ଖବର ଯିବ । ବାକି ୨୫ ପ୍ରତିଶତ ଟିକା ଘରୋଇ ମେଡିକାଲ ଉତ୍ପାଦନକାରୀଙ୍କ ଠାରୁ ସିଧାସଳଖ କିଣିବେ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଟିକା ନଷ୍ଟ ନକରିବା ପାଇଁ ପରାମର୍ଶ ଦେଇଛନ୍ତି ସରକାର । ଏହାଦ୍ବାରା ଅନ୍ୟ ରାଜ୍ୟକୁ ଦିଆଯାଉଥିବା ଟିକା ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି ।

ମନ୍ତ୍ରୀ ଏବଂ କୂଳପତିମାନଙ୍କ ବୈଠକ ପରେ UG ଓ PG ପରୀକ୍ଷା ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମାଟ୍ରିକ ପରୀକ୍ଷା ହେଲାନି, ବାତିଲ ହେଲା ଯୁକ୍ତ ଦୁଇ ପରୀକ୍ଷା। କ୍ୟାରିୟରର ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା ଯେଉଁଠି ବନ୍ଦ ରହୁଛି, UG ଓ PG ଛାତ୍ରଛାତ୍ରୀଙ୍କ ମନରେ ଦ୍ୱନ୍ଦ୍ୱ ଓ ଭୟ ରହିବା ସ୍ୱାଭାବିକ। ଏହାକୁ ଦୂର କରିବା ପାଇଁ ଆସନ୍ତା ଜୁନ ୧୨ ତାରିଖରେ କୂଳପତିମାନଙ୍କ ବୈଠକ ଡକାଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ। ଲକଡାଉନ ସମୟରେ କିପରି ଥିଲା ଅନଲାଇନ ଶିକ୍ଷାଦାନ, ତାହାର ଫିଡବ୍ୟାକ ନିଆଯିବ। ତାକୁ ଆଧାର କରି UG ଓ PG ପରୀକ୍ଷା ପାଇଁ କୁଳପତିମାନେ ମତାମତ ଦେବେ। ଏହାପରେ ସମସ୍ତ କଲେଜ ଅଧ୍ୟକ୍ଷଙ୍କ ବୈଠକ ବସି ସମାନ ମତାମତ ନେବେ ଉଚ୍ଚଶିକ୍ଷା ମନ୍ତ୍ରୀ। ସବୁ ମତାମତକୁ ତର୍ଜମା କରିବା ସହ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ଅନ୍‌ଲାଇନ୍‌ କି ଅଫ୍‌ଲାଇନ୍‌ ପରୀକ୍ଷାର ନିଷ୍ପତ୍ତି ଆସିବ।

ଗତ ବର୍ଷ ସଂକ୍ରମଣ ଯୋଗୁ UG ଓ PG ପରୀକ୍ଷା ବାତିଲ ନେଇ ପ୍ରଥମେ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ହେଲେ ସୁପ୍ରିମକୋର୍ଟ ପରୀକ୍ଷା କରିବା ଦିଗରେ ମତ ଦେଲେ। ଯେଉଁଥି ପାଇଁ UGC ପରୀକ୍ଷା କରାଇବାକୁ ସମସ୍ତ ରାଜ୍ୟଙ୍କୁ ସୂଚନା ଦେଇଥିଲେ। ଯାହାକୁ ଭିତ୍ତି କରି PG ଶେଷ ସେମିଷ୍ଟର ପରୀକ୍ଷା ଅନଲାଇନରେ ହୋଇଥିଲା। ହେଲେ UG ଶେଷ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ online ପାଠପଢ଼ାରେ ଇଣ୍ଟରନେଟ ସମସ୍ୟା ଦେଖା ଦେଇଥିଲା। ସେମାନଙ୍କ ପରୀକ୍ଷା ଅଫ୍‌ଲାଇନ୍‌ ମୋଡରେ ହୋଇଥିଲା। ଚଳିତ ଥର UGC କୌଣସି ସ୍ପଷ୍ଟ ନିର୍ଣ୍ଣୟ ନ ଶୁଣାଇଥିବାରୁ ଉଚ୍ଚଶିକ୍ଷା ବିଭାଗ ଓ ଛାତ୍ରଛାତ୍ରୀମାନେ ଆଶଙ୍କାରେ ଦିନ କାଟୁଛନ୍ତି।

ଦୁଇରୁ ତିନିଦିନ ମଧ୍ୟରେ ଓଡ଼ିଶାକୁ ଛୁଇଁବ ମୌସୁମୀ ବାୟୁ

ଭୁବନେଶ୍ୱର: ଆସନ୍ତା ଦୁଇରୁ ତିନିଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ ବାୟୁ। ୧୧ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଲଘୁଚାପ ସହ ଓଡିଶାରେ ସକ୍ରିୟ ହେବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ୧୦ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ କରିଛି ପାଣିପାଗ ବିଭାଗ। ବାଲେଶ୍ୱର, ଭଦ୍ରକ, ଯାଜପୁର, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ଅନୁଗୁଳ, ଢେଙ୍କାନାଳ, ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ସତର୍କତା କରାଯାଇଛି।

ଏହା ସହ ଆସନ୍ତା ୧୧ ରୁ ୧୩ ତାରିଖ ଯାଏଁ ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ତେବେ ୧୦ ତାରିଖ ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ତେବେ ଏନେଇ ଜିଲ୍ଲାପାଳ ମାନଙ୍କୁ ସଜାଗ ରହିବାକୁ ଏସଆରସି ଚିଠି ଲେଖିଛନ୍ତି। ଲୋକଙ୍କୁ ସଚେତନ କରାଇବା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

କରୋନାରେ ୨୩ କୋଟି ଶ୍ରମିକ ପ୍ରଭାବିତ ହୋଇଥିବା ଅଭିଯୋଗ

ଭୁବନେଶ୍ୱର: କୋରୋନାର ତାଡନାରେ ଦୁର୍ବିସହ ହୋଇଛି ଶ୍ରମିକଙ୍କ ଜୀବନ। ପେଟପାଟଣା ପାଇଁ ହନ୍ତସନ୍ତ ହୋଇଛି ଦିନ ମଜୁରିଆଙ୍କ ପରିବାର। ଜୀବିକା ହରାଇ ଅନେକ ବାଛିଛନ୍ତି ଆତ୍ମହତ୍ୟାର ବାଟ। ହେଲେ ସଂକଟ ସମୟରେ ହାତ ଥାପିଲେନି କେନ୍ଦ୍ର ସରକାର। ଏଭଳି ଅଭିଯୋଗ ଆଣି ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳନ କରିଛି ଅଲ୍ ଇଣ୍ଡିଆ ଟ୍ରାନ୍ସପୋର୍ଟ ଫେଡେରେସନ।

ରାଉରକେଲା ଘରୋଇ ଵସଣ୍ଟାଣ୍ଡ ପରିସରରେ ଅଲ ଇଣ୍ଡିଆ ରୋଡ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ସୁନ୍ଦରଗଡ଼ ମୋଟର କର୍ମଚାରୀ ସଂଘ, ରାଉରକେଲା ମିନି ଵସ ଆସୋସିଏସନ୍ ଓ ସିଟୁ ଶ୍ରମିକ ସଂଗଠନ ପକ୍ଷରୁ ମିଳିତ ଭାବେ ପ୍ରତିବାଦ ଦିବସ ପାଳନ କରାଯାଇଛି।

କୋଭିଡ ସମୟରେ ଦେଶର ୨୩ କୋଟି ଶ୍ରମିକ ପ୍ରଭାବିତ ହୋଇଥିବା କୁହାଯାଇଛି। ଏହି ଶ୍ରମିକଙ୍କୁ ମାସିକ ୭୫୦୦ ଟଙ୍କାର ଆର୍ଥିକ ସହାୟତା ସହିତ ୬ ମାସ ପାଇଁ ମାଗଣାରେ ରାସନ ସାମଗ୍ରୀ କେନ୍ଦ୍ର ସରକାର ଯୋଗାଇ ଦେବା ପାଇଁ ଦାବି ହୋଇଛି। ଶ୍ରମିକଙ୍କ ସଂସାର ଭାସିଯିବା ପୂର୍ବରୁ ସେମାନଙ୍କୁ ସହାୟତା ନିତ୍ୟାନ୍ତ ଆବଶ୍ୟକ ହୋଇ ପଡିଛି।

ଶକ୍ତିଶାଳୀ ହେଲା ଏସଟିଏଫ୍, ନିଶା କାରବାର ବିରୋଧରେ ବଡ଼ ଅପରେସନ ପାଇଁ ପଡ଼ିଲା ମୂଳଦୁଆ

ଭୁବନେଶ୍ୱର: ସାବଧାନ ଡ୍ରଗ ମାଫିଆ। ଶକ୍ତିଶାଳୀ ହେଲା ଏସଟିଏଫ୍। ନିଶା କାରବାର ବିରୋଧରେ ବଡ଼ ଅପରେସନ ପାଇଁ ପଡ଼ିଲା ମୂଳଦୁଆ। ଅଣ୍ଡର ଗ୍ରାଉଣ୍ଡରୁ ବି ଖୋଜି ଆଣିବ ଏସିଟିଏଫ୍। ଗଠନ ହେଲା ସ୍ପେଶାଲ ନାର୍କଟିକ ୟୁନିଟ୍‌। ରାଜ୍ୟ ସରକାର ଏହାକୁ ଅନୁମୋଦନ ଦେଇଛନ୍ତି। ଗୋଟିଏ ଏସ୍‌ପି ଓ ୩ଟି ଡିଏସ୍‌ପି ରାଙ୍କର ପଦବୀ ସହ ୨୭ଟି ନୂଆ ପଦବୀ ମଞ୍ଜୁର ହୋଇଛି।

ନୂତନ ପଦବୀ ସୃଷ୍ଟି, ସ୍ଵତନ୍ତ୍ର ଡ୍ରଗ୍‌ସ ୟୁନିଟ୍ ସ୍ଥାପନ ଏବଂ ଏସ୍‌ଟିଏଫକୁ ସମ୍ପୂର୍ଣ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ଡିଜିପି ଅଭୟ। ଗତ ୩ ବର୍ଷରେ ବିପୁଳ ପରିମାଣର ବ୍ରାଉନସୁଗର ଜବତ ହୋଇଛି। ୨୦୧୮ରେ ୧ କେଜି ୪୫ ଗ୍ରାମ, ୨୦୧୯ରେ ୨କେଜି ୬୪୭ ଗ୍ରାମ ଓ ୨୦୨୦ରେ ୩୫ କେଜି ୬୧୬ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି।

୧୬ କେଜି ଜବତ ହେଲାଣି। ନିଶା କାରାବାର ମୂଳପୋଛ ପାଇଁ ନାର୍କୋଟିକ ୟୁନିଟର ପରିକଳ୍ପନା କରାଯାଇଥିବା ବେଳେ, ଆଗାମୀ ଦିନରେ ଅପରେସନ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛି ଏସଟିଏଫ ଡିଆଇଜି।

ଭୁବନେଶ୍ୱରରୁ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ୬ ଟ୍ରେନ୍ ବାତିଲ୍

ଭୁବନେଶ୍ୱର: ଭୁବନେଶ୍ୱର ଓ ନୂଆଦିଲ୍ଲୀ ମଧ୍ୟରେ ଚାଲୁଥିବା ୩ ଯୋଡ଼ା ଟ୍ରେନ୍ ବାତିଲ୍ ହେବ । ଏନେଇ ପୂର୍ବ କେନ୍ଦ୍ରୀୟ ରେଳବାଇ ନିଷ୍ପତ୍ତି ନେଇଛି । ୬ଟି ସ୍ପେଶାଲ୍ ଟ୍ରେନ୍ ଏହି ରୁଟରେ ଭିନ୍ନ ଭିନ୍ନ ତାରିଖରେ ବାତିଲ୍ ହେବ ବୋଲି  ସୂଚନା ମିଳିଛି । ଏନେଇ ସିପିଆରଓ ରାଜେଶ କୁମାର ସୂଚନା ଦେଇଛନ୍ତି । ଜୁନ୍ ୨୦ ତାରିଖ ମଧ୍ୟରେ ସ୍ପେଶାଲ୍ ଟ୍ରେନ୍ ଚଳାଚଳ ୬ଟି ଟ୍ରେନ୍ ବିଭିନ୍ନ ଦିଳ ଚଳାଚଳ କରିବ ନାହିଁ ।

କେଉଁ ଦିନ କେଉଁ ଟ୍ରେନ୍ ବାତିଲ୍ ?

୧) ଟ୍ରେନ୍ ନମ୍ବର 02823 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଟ୍ରେନ୍ ୧୧, ୧୪, ୧୭ ଓ ୧୮ ଜୁନରେ ବାତିଲ୍ ରହିବ ।

୨) ଟ୍ରେନ୍ ନମ୍ବର 02824 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ୧୨, ୧୫, ୧୭ ଓ ୧୯ ଜୁନରେ ବାତିଲ୍ ରହିବ ।

୩) ଟ୍ରେନ୍ ନମ୍ବର 02825 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଟ୍ରେନ୍ ୧୬ ଜୁନରେ ବାତିଲ୍ ରହିବ ।

୪) ଟ୍ରେନ୍ ନମ୍ବର 02825 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ୧୮ ଜୁନରେ ବାତିଲ୍ ରହିବ ।

୫) ଟ୍ରେନ୍ ନମ୍ବର 02855 ଭୁବନେଶ୍ୱର-ନୂଆଦିଲ୍ଲୀ ସ୍ପେଶାଲ୍ ଟ୍ରେନ୍ ୧୨ ଓ ୧୯ ଜୁନରେ ବାତିଲ୍ ରହିବ ।

୬) ଟ୍ରେନ୍ ନମ୍ବର 02856 ନୂଆଦିଲ୍ଲୀ-ଭୁବନେଶ୍ୱର ସ୍ପେଶାଲ୍ ଟ୍ରେନ୍ ୧୩ ଓ ୨୦ ଜୁନରେ ବାତିଲ୍ ରହିବ ।

ଉତ୍ତର ରେଲୱେର ସରହିନ୍ଦ ଷ୍ଟେସନରେ ଇଷ୍ଟର୍ଣ୍ଣ ଡେଜିକେଟେଡ୍ କରିଡର୍ ପାଇଁ ନନ୍-ଇଣ୍ଟରଲକ୍ କାର୍ଯ୍ୟ ଜାରି ରହିଛି । ଯେଉଁଥିପାଇଁ ଅନେକ ଟ୍ରେନ୍ ବାତିଲ୍ କରାଯାଉଛି । ଆଉ କିଛି ଟ୍ରେନର ଗତିପଥରେ ପରିବର୍ତ୍ତନ କରାଯାଇଥିବା ଜଣାପଡ଼ିଛି ।

ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଳୁ କୋଭିଡ୍‌ ଯୋଦ୍ଧା ମାନ୍ୟତା ମିଳୁ ବୋଲି ସରକାରଙ୍କୁ ନିବେଦନ

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀମାନଙ୍କୁ କୋଭିଡ୍‌ ଯୋଦ୍ଧାର ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଏଥିପାଇଁ ମୁଖ୍ୟ ପ୍ରଶାସକଙ୍କୁ ଶ୍ରୀମନ୍ଦିର କର୍ମଚାରୀମାନେ ଧନ୍ୟବାଦ ଦେଇଛନ୍ତି ।  ଅନ୍ୟପଟେ ରଥଖଳାରେ ତିନି ରଥର ନିର୍ମାଣ କର୍ଯ୍ୟ ଜୋରସୋରରେ ଚାଲିଛି  । ଏବେ ଦଣ୍ଡା ନିର୍ମାଣରେ ମହାରଣା ଓ ଭୋଇ ସେବକ ଲାଗିଛନ୍ତି  । ଶ୍ରୀମନ୍ଦିର କର୍ମଚାରୀଙ୍କୁ ମିଳୁ କୋଭିଡ୍‌ ଯୋଦ୍ଧା ମାନ୍ୟତା। ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିରରେ କାର୍ଯ୍ୟରତ ଜେଟିପି, ଚର୍ଚ୍ଚା ତଥା ଅନ୍ୟ କର୍ମଚାରୀମାନେ ସେବାୟତମାନଙ୍କ ସହ ମିଶି କାର୍ଯ୍ୟ କରୁଛନ୍ତି, ସଂସ୍ପର୍ଶରେ ଆସୁଛନ୍ତି। ଫଳରେ ସେମାନେ ସଂକ୍ରମିତ ହେଉଥିବା ନଜରକୁ ଆସିଛି। କୋଭିଡରେ ଦୁଇଜଣ ପ୍ରାଣ ମଧ୍ୟ ହରାଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ସୁଚାରୁ ରୂପେ ସମ୍ପାଦନ କରିବାରେ ଶ୍ରୀମନ୍ଦିର କର୍ମଚାରୀମାନଙ୍କ ଅବଦାନ ଅତୁଳନୀୟ। ତେଣୁ ଏହି କର୍ମଚାରୀମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରି ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇବାକୁ ମୁଖ୍ୟ ପ୍ରଶାସକ ଦାବି କରିଛନ୍ତି। ଏହି ଉଦ୍ୟମକୁ ଶ୍ରୀମନ୍ଦିର କର୍ମଚାରୀଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି। ସେପଟେ ଅକ୍ଷୟ ତୃତୀୟାଠାରୁ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟ ଏବେ ଜୋରସୋରରେ ଚାଲିଛି। ଆସନ୍ତା ଶୀତଳଷଷ୍ଠୀ ତିଥିରେ ତିନି ରଥର ସମସ୍ତ ୪୨ଟି ଚକ ସହ ୨୧ଟି ଅଖ ସଂଯୋଗ କରି ଡେରା ଯିବ। ସେପଟେ ଦେବସ୍ନାନ ପୂର୍ଣ୍ଣମୀରେ ତିନି ରଥର ଚାରି ନାହାକା ଉଠିବାକୁ ଥିବାରୁ ଚୌପଟ କାର୍ଯ୍ୟ ଜାରି ରହିଛି। କରୋନା ସଂକ୍ରମଣର ଭୟ ଥିବାରୁ ବାୟୋବବଲ ମଧ୍ୟରେ ରଥ ନିର୍ମାଣ କରାଯାଉଛି।