spot_img
Home Blog Page 5555

ସ୍ପେନିସ ଫ୍ଲୁରୁ କରୋନା : ଇତିହାସ ନିଜକୁ ଦୋହରାଉଛି କି ?

୧୯୧୮ ଇତିହାସର ପୁନରାବୃତ୍ତି । ସେ ସମୟରେ ଯାହା ହୋଇଥିଲା ଏବେ ତାହାର ପୁନରାବୃତ୍ତି !  ୧୦୦ ବର୍ଷ ତଳେ ଯାହା ହୋଇଥିଲା ତାହା ପୁଣି ହେଉନି ତ ? କଣ ହୋଇଥିଲା ୧୦୦ ବର୍ଷ  । ଆସନ୍ତୁ ଏସବୁ ବିଷୟରେ ଜାଣିବା ।  ୧୯୧୮ ମସିହାରେ, ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ନିହତ ସୈନିକମାନଙ୍କୁ ଆର୍ଥିକ ସହାୟତା କରିବା ପାଇଁ ଫିଲାଡେଲଫିଆରେ ଏକ ପରେଡର ଆୟୋଜନ କରାଯାଇଥିଲା । ଏ ସେହି ସମୟ ଥିଲା ଯେତେବେଳେ ପୂରା ବିଶ୍ୱରେ ସ୍ପେନିସ ଫ୍ଲୁ ଆତଙ୍କ ଖେଳାଇଥିଲା । ଏଥିପାଇଁ ଏହି ପରେଡରେ ଯେତେ ଲୋକ ସାମିଲ ହେବାର ଥିଲେ ହୋଇନଥିଲେ । ତଥାପି ୨ ଲକ୍ଷରୁ ଅଧିକ ଲୋକ ଏକତ୍ରିତ ହୋଇଥିଲେ । ଏହି ପରେଡ ପରେ ୪୮ହଜାରରୁ ଅଧିକ ଲୋକଙ୍କୁ ସ୍ପେନିସ ଫ୍ଲୁ ହୋଇଥିବା ଜଣାପଡ଼ିଥିଲା ।

ସେହି ସମୟରେ ଭାରତର ସମୁଦାୟ ଜନସଂଖ୍ୟାର ୪.୪% ରୁ ୬.୧% ଲୋକଙ୍କ ମୃତ୍ୟୁ ସ୍ପେନିସ ଫ୍ଲୁରେ ହୋଇଥିଲା । ଏହା ହିଁ ସ୍ପେନିସ ଫ୍ଲୁର ଭୟାବହତାକୁ ପ୍ରମାଣିତ କରାଏ । ଯାହାକୁ କେମ୍ବ୍ରିଜର ନ୍ୟାସନାଲ ବ୍ୟୁରୋ ଅଫ୍ ଇକୋନୋମିକ୍ ରିସର୍ଚ୍ଚର ସ୍ପଷ୍ଟ କରିଛନ୍ତି। ୧୯୧୮ ମସିହାରେ ଆସିଥିବା ଏହି ମହାମାରୀରେ ୧.୧କୋଟିରୁ ୧.୪ କୋଟି ଭାରତୀୟଙ୍କ ମୃତ୍ୟୁ ହୋଇଥିଲା ।

ଏବେ ଆସିବା ୨୦୨୧କୁ । ରାଜନୈତିକ ସମାବେଶ ଏବଂ ଧାର୍ମିକ ସମାବେଶ ଅନୁଷ୍ଠିତ ହେଉଛି। ଏଥିରୁ ସ୍ପଷ୍ଟ ଜଣାଯାଏ ଯେ, ଆମେ ଇତିହାସରୁ କିଛି ଶିଖି ନାହୁଁ । ଯେତେବେଳେ କରୋନା ଦ୍ୱିତୀୟ ଲହର ଦେଶରେ ଆରମ୍ଭ ହୋଇଥିଲା ସେତେବେଳେ ସମାନ ଘଟଣା ଘଟିଥିଲା। ତେଣୁ  ୧୯୧୮ର ସ୍ପେନିସ୍ ଫ୍ଲୁ (ପରେ ଏହାର ନାମ ବଦଳାଇ H1N1 ନାମରେ ନାମିତ କରାଯାଇଥିଲା ) ଏବଂ COVID-9 କୁ ତୁଳନା କରାଯାଉଛି । କଣ ପ୍ରକୃତରେ ଏହି ଦୁଇଟି ମହାମାରୀକୁ ତୁଳନା କରିବା ଠିକ୍ ହେବ ?

‘ଉଭୟ ମହାମାରୀକୁ ତୁଳନା କରାଯାଇ ପାରିବ ନାହିଁ’

ସଂକ୍ରମଣର ବ୍ୟାପିବାର ସମାନତା ଥିବା ସତ୍ତ୍ୱେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ ଏହି ଦୁଇଟି ମହାମାରୀକୁ ତୁଳନା କରାଯାଇ ନପାରେ । ପବ୍ଲିକ ହେଲ୍ଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ମହାମାରୀ ପ୍ରଫେସର ଗିର୍ଧର ବାବୁ କୁହନ୍ତି ଯେ, ସ୍ପେନିସ ଫ୍ଲୁ ଏବଂ କୋଭିଡ -19 ର ତୃତୀୟ ଲହରକୁ ତୁଳନା କରାଯାଇପାରିବ ନାହିଁ, କାରଣ କୋଭିଡ -19 ର ସଂକ୍ରମଣ ଧାରା ଭିନ୍ନ ଅଟେ ଏବଂ ଏହାର ନୂତନ ଭାରିଆଣ୍ଟ ମଧ୍ୟ ରହିଛି।

ଆମେ ଇତିହାସରୁ ଶିଖିପାରିବା

‘ବିଶେଷଜ୍ଞ କହିଛନ୍ତି ଯେ ଭବିଷ୍ୟତର ରୋଗର ମୁକାବିଲା ପାଇଁ ଆମେ ପୁରୁଣା ମହାମାରୀଠାରୁ ଶିକ୍ଷା ନେଇପାରବା । ମହାମାରୀ ବିଶେଷଜ୍ଞ ଚନ୍ଦ୍ରକାନ୍ତ ଲହାରୟା କୁହନ୍ତି, ଉଭୟ ୧୯୧୮ର ଫ୍ଲୁ ଏବଂ କୋଭିଡ -19 ମହାମାରୀ ଶ୍ୱାସକ୍ରିୟା ଜନୀତ ଭାଇରସ କାରଣରୁ ହୋଇଥାଏ ଏବଂ ଏହି ଦୁଇଟି ରୋଗର ମୁକାବିଲା କରିବାର ପଦ୍ଧତି ପ୍ରାୟ ସମାନ। ସେ କୁହନ୍ତି, ” ଯେମିତିକି ସ୍ପେନିସ ଫ୍ଲୁ ସମୟରେ ଦେଖାଯାଇଥିଲା, ସ୍ପେନିସ୍ ପ୍ଲୁ ମହାମାରୀର ଦ୍ୱିତୀୟ ଲହର ସବୁଠାରୁ ବେଶି ମାରାତ୍ମକ ଥିଲା, କିନ୍ତୁ କରୋନା କ୍ଷେତ୍ରରେ ତାହା ହୋଇ ନଥିଲା। ଯଦିଓ ଭାରତରେ କରୋନାର ଦ୍ୱିତୀୟ ଲହର ଇତିହାସକୁ ପୁନରାବୃତ୍ତି କରିଛି।”

ବିଶେଷଜ୍ଞମାନେ କହିଛନ୍ତି ଯେ, ସ୍ପେନିସ ଫ୍ଲୁର ତୃତୀୟ ଏବଂ ଚତୁର୍ଥ ଲହର ଏତେ ମାରାତ୍ମକ ନଥିଲା କିନ୍ତୁ କରୋନା କ୍ଷେତ୍ରରେ ଏହା କୁହାଯାଇପାରିବ ନାହିଁ କାରଣ କରୋନାର ନୂଆ ଭାରିଆଣ୍ଟ ପୂର୍ବ ଅପେକ୍ଷା ଅଧିକ ସଂକ୍ରାମକ । ଲହାରୟା କୁହନ୍ତି ଯେ, “୧୦୦ ବର୍ଷ ପୂର୍ବେ କ’ଣ ଘଟିଛି ତାହା ଆମେ ଜାଣି ନାହୁଁ। ୧୦୦ ବର୍ଷ ପୂର୍ବେ ମହାମାରୀ କେଉଁ ଭାଇରସ କାରଣରୁ ବ୍ୟାପିଥିଲା ତାହା ମଧ୍ୟ ଆମେ ଜାଣିନାହୁଁ । କିନ୍ତୁ ବର୍ତ୍ତମାନ ନୂଆ ଭାରିଆଣ୍ଟ ସହ SARS-CoV-2 ବହୁତ ଭିନ୍ନ ଅଟେ। ଡିସେମ୍ବର ୨୦୧୯ରେ ଯେଉଁ ଭାଇରସ୍ ମିଳିଥିଲା ବର୍ତ୍ତମାନ ତାହା ସମ୍ପୂର୍ଣ୍ଣ ଭିନ୍ନ । ତେଣୁ ଆମେ କୌଣସି ଆକଳନ କରିବା ଉଚିତ୍ ନୁହେଁ । ମହାମାରୀର ଆଗାମୀ ଲହରର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ ହେବା ଉଚିତ୍। ”

ସ୍ପେନିସ ଫ୍ଲୁରେ ତିନୋଟି ଲହର ଆସିଥିଲା

ସ୍ପେନିସ ଫ୍ଲୁର ଦ୍ୱିତୀୟ ଲହରରେ ୩୦ ରୁ ୪୦ ବର୍ଷ ବୟସର ଲୋକଙ୍କର ମୃତ୍ୟୁ ହୋଇଥିଲା। ଭାରତରେ ମଧ୍ୟ ଦ୍ୱିତୀୟ ଲହରରେ ଯୁବପିଢି ହିଁ ଶିକାର ହୋଇଛନ୍ତି। ଏହି ପ୍ରସଙ୍ଗରେ ବିଶେଷଜ୍ଞମାନେ ବିଶ୍ୱାସ କରନ୍ତି ଯେ, ଭାରତରେ ଦ୍ୱିତୀୟ ଲହର ଇତିହାସକୁ ପୁନରାବୃତ୍ତି କରିଛି | ସ୍ପେନିସ ଫ୍ଲୁର ତୃତୀୟ ଲହର ଆସିଥିଲା । ଦ୍ୱିତୀୟ ଲହରରେ ଆମେରିକାରେ ସର୍ବାଧିକ ମୃତ୍ୟୁ ଘଟିଥିଲା। ତୃତୀୟ ଲହରରେ ମଧ୍ୟ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା | ଯଦିଓ ଏହାର ତୃତୀୟ ଲହର ୧୯୧୯ର ଗ୍ରୀଷ୍ମ ଋତୁରେ କମି ଯାଇଥିଲା ।

ପ୍ରଫେସର ଗିର୍ଧର ବାବୁ କହିଛନ୍ତି ଯେ “୧୦୦ ବର୍ଷ ପରେ ଆମର ଉନ୍ନତ ଜ୍ଞାନକୌଶଳ ଅଛି। ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ଆମର ସମ୍ବଳ ଅଛି, ଟିକା ଅଛି। ତେଣୁ ଏସବୁ ଆମକୁ ସ୍ପେନିସ ଫ୍ଲୁ ଅପେକ୍ଷା କୋଭିଡ -19 ସହ ମୁକାବିଲା କରିବା ସହଜ କରିଥାଏ।”

ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ୨୬କୋଟି ଟଙ୍କାର ସହାୟତା ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା । ସହରାଞ୍ଚଳ ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । କରୋନା ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି । ଜୀବନ ଓ ଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ ପଡ଼ିଛି । କରୋନା ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ରାସ୍ତାକଡ଼ର ଉଠାଦୋକାନୀମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ।

ଏଥିସହିତ ପଢ଼ନ୍ତୁ: ଆହୁରି ସଶକ୍ତ ହେବ ଏସ୍‌ଟିଏଫ୍: ୨୭ ନୂଆ ପଦବୀ ସୃ୍ଷ୍ଟିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

 

ଗ୍ରୀନ ଜୋନ୍‌ରେ ୯ ଜିଲ୍ଲା,  ହୋଇପାରେ ଲକ୍‌ଡାଉନ୍ କୋହଳ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଏବେ ଧୀରେ ଧୀରେ ପ୍ରଭାବହୀନ ହେବାକୁ ଯାଉଛି। ଏହାକୁ ଆଖିରେ ରଖି ଦେଶର ବିଭିନ୍ନ ଅଞ୍ଚଳରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଏନେଇ ଚିନ୍ତା କରୁଥିବା ଜଣାପଡ଼ିଛ। ବିଶେଷକରି ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା ଉପରେ ଲାଗିଥିବା କଟକଣା ସାମାନ୍ୟ କୋହଳ ହେବା ସମ୍ଭାବନା ଉଜ୍ଜଳ ହୋଇଛି। ଏହା ହେଲେ ରାଜ୍ୟ ସରକାର ୯ ଟି ଜିଲ୍ଲା ପାଇଁ କୋହଳ ନୀତି ଘୋଷଣା କରିପାରନ୍ତି।

ମଙ୍ଗଳବାର ସୁଦ୍ଧା ଓଡ଼ିଶା ସରକାରଙ୍କ କୋଭିଡ୍ ଡ୍ୟାଶ୍ ବୋର୍ଡ ତଥ୍ୟ ଅନୁସାରେ ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ମାଲକାନଗିରି ଜିଲ୍ଲାରେ ୧୦୦୦ରୁ କମ୍ ସଂଖ୍ୟକ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଅର୍ଥାତ୍ ଏହି ଜିଲ୍ଲାଗୁଡ଼ିକୁ ଗ୍ରୀନ୍‌ ଜୋନ୍ ତାଲିକାମୁକ୍ତ କରାଯାଇଛି। ପୂର୍ବରୁ ଗଜପତି, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୦୦ରୁ କମ୍ ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ କଟକଣା କୋହଳ କରାଯାଇଥିଲା। ନୂଆ ନିୟମ ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ ଲକ୍‌ଡାଉନ୍ କଟକଣା ଦିନ ୧ଟା ଯାଏ କୋହଳ କରାଯାଇଥିଲା। ଏଣୁ ଏବେ ସରକାର ଲକ୍‌ଡାଉନ୍ ନିୟମକୁ ସମୀକ୍ଷା କରିବା ବେଳେ ଏହି ଜିଲ୍ଲାଗୁଡ଼ିକରେ କଟକଣା କୋହଳ କରିବା ସମ୍ଭାବନା ରହିଛି।

ଅନ୍ୟପକ୍ଷରେ ପୂର୍ବରୁ ଲକ୍‌ଡାଉନ୍ ନିୟମ କୋହଳ କରାଯାଇଥିବା ତିନି ଜିଲ୍ଲା ଭିତରୁ ସୁନ୍ଦରଗଡ଼ରେ ପରିସ୍ଥିତି ପୁଣିଥରେ ବିଗିଡ଼ିଛି। ଏଠାରେ ଯଦିଓ ସଂକ୍ରମଣ ହାର ୨.୮୧ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି କିନ୍ତୁ ଏବେ ୩୨୭୭ ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି।

ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏବେ ଯାଜପୁର ଜିଲ୍ଲାରେ ସର୍ବାଧିକ ପଜିଟିଭ୍ ହାର ରେକର୍ଡ଼ କରାଯାଇଛି। ଏଠାରେ ଯେତିକି ସନ୍ଦିଗ୍ଧ ପରୀକ୍ଷଣ କରାଉଛନ୍ତି ସେମାନଙ୍କ ଭିତରୁ ୨୨.୧୬% କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଆଜି ଏହି ପଜିଟିଭ୍ ହାରରେ ସାମାନ୍ୟ କମିଥିବା ରେକର୍ଡ଼ କରାଯାଇଛି। ସେହିପରି ସଂକ୍ରଣ ହାର କମୁଥିବା ଜିଲ୍ଲାଗୁଡ଼ିକ ଭିତରେ ରାଜ୍ୟର ୧୮ଟି ଜିଲ୍ଲା ରହିଛି। ଏଗୁଡ଼ିକ ହେଲା: ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା।

ସେହିପରି ୧୨ଟି ଜିଲ୍ଲାରେ ସଂକ୍ରମଣ ବଢ଼ୁଥିବା ଜଣାପଡ଼ିଛି। ଏହି ଜିଲ୍ଲାଗୁଡ଼ିକ ଭିତରେ ଭଦ୍ରକ ଜିଲ୍ଲାରେ ସର୍ବାଧିକ ସଂକ୍ରମଣ ହାର ରେକର୍ଡ଼ କରାଯାଇଛି। ଏଠାରେ ସଂକ୍ରମଣ ହାର ୧୭.୯୯ ପ୍ରତିଶତ ହୋଇଥିବା ବେଳେ ଢେଙ୍କାନାଳରେ ୬୫, ଜଗତସିଂହପୁରରେ ୧୩.୧,ବାଲେଶ୍ୱରରେ ୧୧.୩୬, କେନ୍ଦୁଝରରେ ୭.୫୪, ଖୋର୍ଦ୍ଧାରେ ୧୨.୮୪, ମାଲକାନଗିରିରେ ୧୧.୯, ନବରଙ୍ଗପୁରରେ ୧୨.୨୪, ନୟାଗଡ଼ରେ ୧୨.୮୩, ନୂଆପଡ଼ାରେ ୨.୯, ରାୟଗଡ଼ାରେ ୧୦.୬୩ ଏବଂ ସୋନପୁରରେ ୪.୬୨ ପ୍ରତିଶତ ରେକର୍ଡ଼ କରାଯାଇଛି।

ଏବେ ସମୁଦାୟ ରାଜ୍ୟରେ କୋଭିଡ୍ ସଂକ୍ରମଣ କ୍ରମଶଃ ହ୍ରାସ ପାଉଥିବା ଲକ୍ଷ୍ୟ କରାଯାଇଛି। ଦିନକୁ ଦିନ ଅଧିକ ଲୋକଙ୍କୁ ଟିକାକରଣ କରାଯିବା ଏବଂ ଲକ୍‌ଡାଉନ୍ କଟକଣା ହେତୁ ଏ ସଂକ୍ରମଣ ହାର କମୁଛି। ସୋମବାରଦିନ ରାଜ୍ୟରେ ୬୮ହଜାର ୮୯୬ ଜଣଙ୍କ ନମୁନା ପରୀକ୍ଷଣ କରାଯାଇଥିଲା। ସେଥିରୁ ୫୮୯୬ଜଣଙ୍କ ନମୁନାରେ କରୋନା ଭୂତାଣୁ ଥିବା ଲକ୍ଷ୍ୟ କରାଯାଇଛି।  ଅର୍ଥାତ୍ ଏବେ ରାଜ୍ୟରେ ସଂକ୍ରମଣ ପଜିଟିଭ୍ ହାର ୮.୫୬ ପ୍ରତିଶତ ରହିଛି।

ରାଜ୍ୟ ସରକାରଙ୍କ ସୂଚନା ଅନୁସାରେ ଏଯାଏ ୬୧ଲକ୍ଷ ୬୪ହଜାର ୯୩୦ ଜଣଙ୍କୁ ପ୍ରଥମ ଡୋଜ୍ ଟିକା ଦିଆଯାଇଥିବା ବେଳେ ସମୁଦାୟ ୧୧ଲକ୍ଷ ୧୮ ହଜାର ୬୫୩ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ କରାଯାଇ ବାସହୀନ ଲୋକଙ୍କୁ ବି ଟିକାକରଣ ଅଭିଯାନରେ ସାମିଲ୍ କରାଯାଇଛି।

ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଘନ୍ୟ କାଣ୍ଡ: ଅକ୍ସିଜେନ୍ ଆବଶ୍ୟକତା ଜାଣିବାକୁ ବନ୍ଦ କରିଦେଲେ ସପ୍ଳାଏ, ଚାଲିଗଲା ୨୨ ଜୀବନ

ଲକ୍ଷ୍ଣୌ: ଉତ୍ତରପ୍ରଦେଶ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଜଘନ୍ୟ କାଣ୍ଡ । ରୋଗୀଙ୍କ ନିକଟରେ ଅକ୍ସିଜେନର ଆବଶ୍ୟକତା ଜାଣିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କ ସାଂଘାତିକ କାଣ୍ଡ । କେଉଁ ରୋଗୀ ବିନା ଅକ୍ସିଜେନ୍ ସପ୍ଳାଇରେ ବଞ୍ଚିପାରିବେ ଜାଣିବା ପାଇଁ ୫ ମିନିଟ ପାଇଁ ବନ୍ଦ କରିଦେଲେ ଅକ୍ସିଜେନ୍ ସପ୍ଳାଇ । ଉତ୍ତରପ୍ରଦେଶ ଆଗ୍ରାସ୍ଥିତ ପାରସ୍ ହସ୍ପିଟାଲ କର୍ତ୍ତୃପକ୍ଷ ମକ୍‌ଡ୍ରିଲ୍ ନାଁ ଭିଆଇଛନ୍ତି ଏଭଳି ଅମାନବୀୟ କାଣ୍ଡ । ଆଉ ଏଥିଲାଗି ଚାଲିଗଲା ୨୨ ରୋଗୀଙ୍କ ଜୀବନ । । ହସ୍ପିଟାଲ ମାଲିକଙ୍କ ୧.୩୨ ସେକେଣ୍ଡ ଏକ ଭିଡ଼ିଓ ଭାଇରାଲ ହେବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି । ଘଟଣା ଦିନ ଅର୍ଥାତ୍ ୨୬ ଏପ୍ରିଲରେ ହସ୍ପିଟାଲରେ ୯୬ ଜଣ କରୋନା ରୋଗୀ ଭର୍ତ୍ତି ହୋଇଥିଲେ । ଅକ୍ସିଜେନର ଘୋର ସଙ୍କଟ ଯୋଗୁ ରୋଗୀଙ୍କୁ ଅନ୍ୟତ୍ର ନେଇଯିବାକୁ ସମ୍ପର୍କୀୟଙ୍କୁ କୁହାଯାଇଥିଲା । ହେଲେ କେହି ଏଥିପାଇଁ ରାଜି ନହୋଇ ନଥିଲେ । ତେବେ ଅକ୍ସିଜେନ ଅଭାବରୁ କେତେଜଣ ରୋଗୀ ବଞ୍ଚିରହୁଛନ୍ତି ଅର୍ଥାତ କେଉଁ ମାନଙ୍କୁ ଅକ୍ସିଜେନର ଆବଶ୍ୟକତା ନାହିଁ ଜାଣିବା ପାଇଁ ସପ୍ଲାଇ ବନ୍ଦ କରିଦିଆଯାଇଥିଲା । ଫଳରେ କୋଭିଡ୍‌ ଓ ନନ୍ କୋଭିଡ୍ ଓ୍ବାର୍ଡରେ ଥିବା ୨୬ ଜଣ ରୋଗୀଙ୍କ ଶରୀର ନୀଳ ପଡ଼ିବା ଆରମ୍ଭ ହେବା ସହ ୫ ମିନିଟ୍‌ ଭିତରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିଲା । ବଞ୍ଚି ଯାଇଥିବା ୭୪ ରୋଗୀଙ୍କ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆଣିବାକୁ କୁହାଯାଇଥିଲା ।

ଭାଇରାଲ ଭିଡିଓରେ ମାଲିକ ଡା. ଅରିଞ୍ଜୟ ଜୈନ୍ ମେଡିକାଲରେ ଅକ୍ସିଜେନ ଅଭାବ କଥା କହୁଛନ୍ତି । ଏଭଳି କି ସ୍ୱୟଂ ମୁଖ୍ୟମନ୍ତ୍ରୀ ଚାହିଁଲେ ମଧ୍ୟ ଅକ୍ସିଜେନ୍ ଯୋଗାଇପାରିବେ ନାହିଁ । ଏଣୁ ଆମେ ସମ୍ପର୍କୀୟଙ୍କୁ ଡିସଚାର୍ଜ କରିବାକୁ କହିଲୁ କିନ୍ତୁ ସେମାନେ ମାନିଲେ ନାହିଁ । ଏଣୁ କେଉଁ ରୋଗୀଙ୍କୁ ଅକ୍ସିଜେନ୍ ସପୋର୍ଟ ଆବଶ୍ୟକ ରହିଛି ଏବଂ କେଉଁ ରୋଗୀ ବିନା ଅକ୍ସିଜେନ୍ ସପୋର୍ଟରେ ବଞ୍ଚିପାରିବେ ଜାଣିବା ପାଇଁ ସେ କର୍ମଚାରୀଙ୍କୁ ମକଡ୍ରିଲ କରିବାକୁ କହିଥିଲେ । ସକାଳ ୭ଟାରେ ଆରମ୍ଭ ହୋଇଥିବା ଏହି ମକଡ୍ରିଲରେ ୫ ମିନିଟ ପାଇଁ ଅକ୍ସିଜେନ ସପ୍ଳାଏକୁ ବନ୍ଦ କରାଯାଇଥିଲା । ଆଉ ଏଥିଲାଗି ୨୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ଆଉ ଏହି ଭାଇରାଲ ଭିଡିଓକୁ କଂଗ୍ରେସ ମହାସିଚି ପ୍ରିୟଙ୍କା ଗାନ୍ଧୀଭଦ୍ରା ଟ୍ୱିଟ୍‌ରେ ସେୟାର କରିବା ସହ ତୀବ୍ର ନିନ୍ଦା କରିଛନ୍ତି ।

କୋଭିସିଲ୍ଡର ଗୋଟିଏ ଡୋଜ୍ କଣ ଯଥେଷ୍ଟ ? ଜାଣନ୍ତୁ ଏନେଇ କଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଆପଣଙ୍କ ମନରେ କେବେ ନା କେବେ ଆସିଥିବ ଯେ ଟିକାର ଗୋଟିଏ ଡୋଜ କଣ ପ୍ରଭାବଶାଳୀ ନୁହେଁ କି ? ଏହାର ଦ୍ୱିତୀୟ ଡୋଜ ନେବା କେତେ ଗୁରୁତ୍ୱପୂର୍ଣ୍ଣ ? ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ? କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ସାରା ଦେଶରେ ଟୀକାକରଣ ଚାଲିଛି । ବର୍ତ୍ତମାନ ଦେଶରେ ଲୋକଙ୍କୁ କୋଭିସିଲ୍ଡର ଦୁଇଟି ଏବଂ କୋଭାକ୍ସିନର ଦୁଇଟି ଡୋଜ ଦିଆଯାଉଛି। ଏହି ସମୟରେ, କିଛି ଦିନ ପୂର୍ବରୁ ସୋସିଆଲ ମିଡିଆରେ କୋଭସିଲ୍ଡର ଗୋଟିଏ ଡୋଜ ଦେବାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା। ଏହା ପରେ, ନୀତି ଆୟୋଗ ସଦସ୍ୟ ଭି.କେ ପାଲ ସ୍ପଷ୍ଟ କରିଛନ୍ତି ଯେ କୋଭିସିଲ୍ଡର ଡୋଜରେ କୌଣସି ପରିବର୍ତ୍ତନ ହୋନାହିଁ। ଏହାର ଦୁଇଟି ଡୋଜରେ ହିଁ ଦିଆଯିବ ।

କିନ୍ତୁ ବ୍ରିଟେନର ଭ୍ୟାକ୍ସିନ୍ ଟାସ୍କ ଫୋର୍ସର ମୁଖ୍ୟ କ୍ୟାଟ୍ ବିଙ୍ଗମ୍ ଗତ ବର୍ଷ ଏକ କହିଥିଲେ ଯେ, କୋଭିଡ 19 ମହାମାରୀରୁ ରକ୍ଷା ପାଇବା ପାଇଁ ଟିକାର ମାତ୍ର ଗୋଟିଏ ଡୋଜ ଯଥେଷ୍ଟ ହୋଇପାରେ। ଏହା ପରେ, ଚଳିତ ବର୍ଷ ଜନସନ ଆଣ୍ଡ ଜନସନଙ୍କ ବ ବୈଜ୍ଞାନିକ ମଧ୍ୟ ଦାବି କରିଛନ୍ତି ଯେ, ତାଙ୍କ ଟିକାର ମାତ୍ର ଗୋଟିଏ ଡୋଜ୍ କରୋନାରୁ ରକ୍ଷା କରିପାରିବ।

ଏହାପରେ ଏସବୁକୁ ନେଇ ଭାରତରେ ବିତର୍କ ଆରମ୍ଭ ହୋଇଯାଇଥିଲା ଯେ କୋଭିସିଲ୍ଡର ଗୋଟିଏ ଡୋଜ ହିଁ ଯଥେଷ୍ଟ ବୋଲି। ମିଡିଆ ରିପୋର୍ଟ ଅନୁଯାୟୀ, ଅକ୍ସଫୋର୍ଡର ଭ୍ୟାକ୍ସିନ ଗ୍ରୁପର ନିର୍ଦ୍ଦେଶକ ପ୍ରଫେସର ଏଣ୍ଡ୍ରିୟୁ ଜେ ପୋଲାର୍ଡ କହିଛନ୍ତି ଯେ, ପ୍ରାରମ୍ଭିକ ପର୍ଯ୍ୟାୟରେ କୋଭିସିଲ୍ଡକୁ ଗୋଟିଏ ଡୋଜ ଟିକା ଭାବରେ ଗଣା ଯାଉଥିଲା । ଯଦିଓ ବର୍ତ୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ, ଅକ୍ସଫୋର୍ଡ ସହଯୋଗରେ କୋଭିସିଲ୍ଡ ତିଆରି କରୁଛି ।

ପୋଲାର୍ଡ କହିଛନ୍ତି ଯେ, ପ୍ରାରମ୍ଭରୁ ଆମେ ଲୋକଙ୍କୁ ଯଥାଶୀଘ୍ର ଏକ ମାତ୍ର ଟିକା ଦେଇ କରୋନାରୁ ରକ୍ଷା କରିବାକୁ ଚାହୁଁଥିଲୁ । କିନ୍ତୁ ବ୍ରିଟେନରେ ଲକଡାଉନ କାରଣରୁ ରିସର୍ଚ୍ଚ କରିବାକୁ ଆଉ ଅଧିକ ସମୟ ମିଳିଥିଲା । ଏବଂ ଅଧ୍ୟୟନରେ ଏହା ଜଣାପଡିଥିଲା ଯେ ଟିକାର ଦୁଇ ଡୋଜ ନେଇଥିବା ଲୋକଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବଢିଛି ।

ଏହାସହ ସେ କହିଛନ୍ତି ଯେ, କୋଭିସିଲ୍ଡର କ୍ଲିନିକାଲ୍ ଟ୍ରାଏଲରେ ଏହା ଜଣାପଡିଛି ଯେ ଏହାର ଗୋଟିଏ ମାତ୍ର ଡୋଜ ବହୁତ ପ୍ରଭାବଶାଳୀ । ଟୀକାକରଣ ଯେଉଁ ପରିସଂଖ୍ୟାନ ଜାନୁଆରୀ ପରେ ଆସିଥିଲା, ସେଥିରେ ମଧ୍ୟ ଏହା ସ୍ପଷ୍ଟ ହୋଇଛି । ଏପରି ପରିସ୍ଥିତିରେ, ଏହା ସ୍ପଷ୍ଟ ଯେ କୋଭିସିଲ୍ଡର ଗୋଟିଏ ମାତ୍ର ଡୋଜ ଆପଣଙ୍କୁ ଭଲ ସ୍ତରର ସୁରକ୍ଷା ଦେଇପାରିବ । କାରଣ ଗୋଟିଏ ଡୋଜ ପରେ ଯଦି କେହି ସଂକ୍ରମିତ ହୁଏ, ତେବେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିବ ନାହିଁ ।

ଏହାସହ, ବ୍ରିଟେନର ଏକ ଅଧ୍ୟୟନ ଅନୁଯାୟୀ, ଭାରତରେ ମିଳୁଥିବା ଡେଲ୍ଟା ଭାରିଆଣ୍ଟ ବିରୁଦ୍ଧରେ କୋଭିସିଲ୍ଡର ଗୋଟିଏ ଡୋଜ ମାତ୍ର ୩୩ ପ୍ରତିଶତ ପ୍ରଭାବଶାଳୀ । ଏହା ଉପରେ ପ୍ରଫେସର ପୋଲାର୍ଡ କହିଛନ୍ତି ଯେ, ଯଦିଓ ପ୍ରଭାବ ହାର କମ୍, କିନ୍ତୁ ଟିକା ନେଉଥିବା ଲୋକଙ୍କୁ ସଂକ୍ରମଣ ପରେ ଯଦି ସଂକ୍ରମିତଙ୍କୁ ଡାକ୍ତରଖାନାରେ ଭର୍ତ୍ତି ନକରିବାକୁ ପଡ଼େ ତାହାଲେ ଭଲ । କିନ୍ତୁ ଯଦି ଗୋଟିଏ ଡୋଜ ନେବା ପରେ ସଂକ୍ରମିତ ହୁଅନ୍ତି ଏବଂ ଡାକ୍ତରଖାନା ଯିବାକୁ ପଡେ, ତେବେ ଏହା ଚିନ୍ତାଜନକ ବିଷୟ ହେବ ।

ଆହୁରି ସଶକ୍ତ ହେବ ଏସ୍‌ଟିଏଫ୍: ୨୭ ନୂଆ ପଦବୀ ସୃ୍ଷ୍ଟିକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ଡ୍ରଗ୍ସ ବେପାରୀ ସାବଧାନ । ଆହୁରି ସଶକ୍ତ ହେବ ଏସଟିଏଫ୍ । ନିଶା କାରବାର ଓ ଚାଲାଣ ଉପରେ ଲାଗିବ ରୋକ୍ । ଡ୍ରଗ୍ସ ପେଡଲରଙ୍କ ଉପରେ କଡ଼ା ନଜର ରଖିଛି ଓଡିଶାର ପୋଲିସର STF । ଏଥିପାଇଁ 27ଟି ନୂଆ ପଦବୀ ସୃଷ୍ଟି ଲାଗି ସରକାର ମଞ୍ଜୁରୀ ଦେଇଥିବା ପୋଲିସ ଡିଜି ଅଭୟ ସୂଚନା ଦେଇଛନ୍ତି । ଏହାସହ ଗଠନ ହେବ ଡେଡିକେଟେଡ୍‌ ନାର୍କୋଟିକ୍‌ ୟୁନିଟ୍ । ଏହି ୟୁନିଟ୍ ସ୍ଥାପନ ପାଇଁ ରାଜ୍ୟ ସରକାର ଅନୁମୋଦନ ଦେଇଛନ୍ତି । ୨୭ଟି ନୂଆ ପଦବୀ ସହିତ ଜଣେ ଏସପି ଓ ୩ଜଣ ଡେପୁଟି ଏସ୍‌ପି ନିଯୁକ୍ତ ହେବେ । ଏସଟିଏଫ୍‌ର 2ଟି ୟୁନିଟ୍‌ର ନେତୃତ୍ବ ନେବେ ଜଣେ ଏସପି । ଗୋଟିଏ ଏସଟିଏଫ୍ ନାର୍କୋଟିକ୍ସ ୟୁନିଟ୍ ଓ ଅନ୍ୟଟି ଏସଟିଏଫ୍ କ୍ରାଇମ୍ ୟୁନିଟ୍ ରହିବ । ଏଭଳି ସଶକ୍ତ, ସହଯୋଗ ଓ ଗାଇଡ୍‌ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପୋଲିସ ଡିଜି ଅଭୟ କୃତଜ୍ଞତା ଜଣାଇଛନ୍ତି । ଏସ୍‌ଟିଏଫ୍‌ ଭବିଷ୍ୟତରେ ଆହୁରି ଭଲ କାମ କରିବ ବୋଲି ଭରସା ଦେଇଛନ୍ତି ପୋଲିସ ଡିଜି ଅଭୟ ।

ଏଥିସହିତ ପଢ଼ନ୍ତୁ: ଘରୁ ଡାକିନେଇ ଯୁବକଙ୍କୁ ବିଚ୍ ରାସ୍ତାରେ ହତ୍ୟା

 

ସ୍ୱାମୀଙ୍କ ପାଇଁ କବାଟ ଖୋଲି ଶୋଇଥିଲେ ମହିଳା, ଏହାର ସୁଯୋଗ ନେଇ ପଡ଼ୋଶୀ କଲା ଦୁଷ୍କର୍ମ

ନୋଏଡ଼ା: ସ୍ୱାମୀଙ୍କ ପାଇଁ କବାଟ ଖୋଲି ଶୋଇଥିବା ବେଳେ ଦୁଷ୍କର୍ମ ଶିକାର ହେଲେ ସ୍ତ୍ରୀ । ଗୌତମ ବୁଦ୍ଧ ନାଗର (ନୋଏଡା)ର ଭଙ୍ଗେଲ ଅଞ୍ଚଳର ଏଭଳି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସିଛି। ନୋଏଡା ଫୋଜ-୨ର ଭଙ୍ଗେଲ ଅଞ୍ଚଳରେ ଜଣେ ମହିଳା ଘର ଭିତରେ ଶୋଇଥିବାବେଳେ ତାଙ୍କ ସ୍ୱାମୀ ଶୋଇବା ପାଇଁ ଛାତକୁ ଯାଇଥିଲେ। ଏବଂ ସ୍ୱାମୀ କାଳେ ରାତିରେ ଉଠିକି ତଳକୁ ଆସିବେ ସେଥିବା ପାଇଁ ସ୍ତ୍ରୀ ଜଣଙ୍କ ଘରର କବାଟ ଖୋଲା ଛାଡ଼ି ଦେଇଥିଲେ । ଆଉ ଏହା ହିଁ  ସାବ୍ୟସ୍ତ ହେଲା ମହିଳାଙ୍କ ସବୁଠୁ ବଡ଼ ଭୁଲ ।

କବାଟ ଖୋଲା ରଖି ଶାଇଥିବା ବେଳେ ପଡୋଶୀ ଜଣକ ଛାତ ଦେଇ ମହିଳାଙ୍କ ରୁମରେ ପଶି ଦୁଷ୍କର୍ମ କରିଛି । ଏହାପରେ ମହିଳା ଜଣଙ୍କ ଥାନାରେ ଏକ ଦୁଷ୍କର୍ମ ମାମଲା ରୁଜୁ କରି ଅଭିଯୁକ୍ତ ନାଁ ରିଙ୍କୁ ବୋଲି କହିଥିଲେ । ଯିଏ କି ତାଙ୍କ ପଡୋଶୀରେ ରହୁଥିଲେ । ଘଟଣାର ତଦନ୍ତ ସମୟରେ ପୋଲିସ ଅଭିଯୁକ୍ତ ତଥା ପଡୋଶୀ ରିଙ୍କୁକୁ ଗିରଫ କରିଛି।

ପୋଲିସ କହିଛି ଯେ, ଘରର କବାଟ ଖୋଲା ଥିବାରୁ ତାଙ୍କ ପଡ଼ୋଶୀରେ ରହୁଥିବା ରିଙ୍କୁ ଏହି ସୁଯୋଗର ଲାଭ ଉଠାଇଥିଲା । ଏବଂ ଚୁପଚାପ୍ ମହିଳାଙ୍କ ଘରେ ପ୍ରବେଶ କରିଥିଲେ। ମହିଳା ଜଣଙ୍କ ଶୋଇଥିବା ଶୋଇଥିବା ସମୟରେ ରିଙ୍କୁ ତାଙ୍କୁ ଆକ୍ରମଣ କରିବା ସହ ଭୟଭୀତ କରାଇ ଦୁଷ୍କର୍ମ କରିଥିଲା । ତେବେ ମାମଲା ରୁଜୁ ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଏବଂ ମହିଳାଙ୍କର ଡାକ୍ତରୀ ପରୀକ୍ଷା ଜିଲ୍ଲା ଡାକ୍ତରଖାନାରେ କରାଯାଇଛି।

ମଦ୍ୟପାନ ଓ ମଦ ବିକ୍ରି କରୁଥିବା ଲୋକଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ, ଜାରି ହେଲା ଟୋଲ ଫ୍ରି ନମ୍ବର

ପାଟନା: ଏବେ ଖସି ପାରିବେନି ଅମାନିଆ । ନା କିଏ ମଦ ବିକ୍ରି କରିପାରିବେ ନା ତାକୁ କିଏ କିଣିପାରିବେ । ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ବିହାର ପୋଲିସ୍‌ । ବର୍ତ୍ତମାନ ପୋଲିସ କର୍ମଚାରୀମାନେ ମଦ ବ୍ୟବସାୟ ତଥା ମଦ୍ୟପାନ କରୁଥିବା ଲୋକଙ୍କ ବିରୋଧରେ କୌଣସି ପ୍ରକାର ଅଭିଯୋଗକୁ ହାଲୁକାରେ ନେବେ ନାହିଁ। ଏବେ ବିହାରରେ ମଦ୍ୟପାନ ମାମଲାରେ ଅଭିଯୋଗ କରିବା ଖୁବ ସହଜ ହେବ । ଘରେ ବସି ଏକ ଟୋଲ୍ ଫ୍ରି ନମ୍ବରରେ ଅଭିଯୋଗ କରି ହେବ ଓ ଏନେଇ ପୋଲିସ ବିଭାଗ ମଧ୍ୟ ସଜାଗ ହୋଇଯାଇଛି । ଅଭିଯୋଗ କରିବାର ୨୪ ଘଣ୍ଟା ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପୋଲିସର ମୁଖ୍ୟଦାୟିତ୍ୱ ହେବ । ଯଦି ଠିକ୍ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରୁନାହିଁ ତାହେଲେ ପୋଲିସ କର୍ମଚାରୀଙ୍କ ସହ ଏସଡିପିଓ ମଧ୍ୟ ସାମିଲ ହେବେ ।

ବାସ୍ତବରେ, ବିହାରରେ ନିଷେଧାଦେଶ ଆଇନକୁ ସକ୍ରିୟ କରିବାକୁ ଜୋରସୋରରେ ଉଦ୍ୟମ ଚାଲିଛି । ଟୋଲ୍ ଫ୍ରି ନମ୍ବର ୧୫୫୪୫ ରେ ମଦ ସମ୍ବନ୍ଧୀୟ କୌଣସି ଅଭିଯୋଗ କରାଯାଇପାରିବ । ତେବେ ଅଭିଯୋଗ କରାଯିବାର ୨୪ ଘଣ୍ଟା ମଧ୍ୟରେ ଯଦି କୌଣସି ପ୍ରକାରର  କର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ  ଏହି ସୂଚନା ଉଚ୍ଚଅଧିକାରୀଙ୍କୁ  ଦିଆଯିବ । ଏଭଳି ପଦକ୍ଷେପକୁ ଅଧିକ ପ୍ରଭାବଶାଳୀ କରିବା ପାଇଁ, ନିଷେଧ ବିଭାଗ ଏହି ଟୋଲ୍ ଫ୍ରି ନମ୍ବରକୁ ବ୍ୟାପକ ପ୍ରଚାର କରିବାକୁ ନିଷ୍ପତ୍ତି ନେଇଛି ।

ଏହି ଟୋଲ୍ ଫ୍ରି ନମ୍ବର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ପଞ୍ଚାୟତ ଭବନରୁ ଆରମ୍ଭ କରି ଅଙ୍ଗନୱାଡି କେନ୍ଦ୍ର ଏବଂ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ମଧ୍ୟ ପ୍ରଦର୍ଶିତ ହେବ । ନିଷେଧ ବିଭାଗର ସଂଖ୍ୟା ପୂର୍ବରୁ ଜାରି କରାଯାଇଛି । କିନ୍ତୁ ସମୀକ୍ଷାରେ ଜଣାପଡିଛି ଯେ, ଏନେଇ ସଚେତନତାର ଅଭାବ ଦେଖିବାକୁ ମିଳିଛି। ଏଭଳି ପରିସ୍ଥିତିରେ ଏହାର ପ୍ରଚାର ପାଇଁ ଏକ ନିର୍ଦ୍ଦେଶ ଜାରି କରାଯାଇଛି। ନିଷେଧାଦେଶ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଟୋଲ ଫ୍ରି ନମ୍ବରରେ ଆସୁଥିବା ଅଭିଯୋଗ ଜିଲ୍ଲା ତଥା ପୋଲିସ ଷ୍ଟେସନ ସ୍ତରରେ କାର୍ଯ୍ୟାନୁଷ୍ଠାନ ପାଇଁ ଦିଆଯିବ । ତେବେ ୩ ଦିନ ସମୟ ସୀମା ମଧ୍ୟରେ ମାମଲା ରୁଜୁ ନେଇ କାର୍ଯ୍ୟାନୁଷ୍ଠାନ ଶେଷ କରିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଆମେରିକାର ଅନୁସନ୍ଧାନର ନିଷ୍କର୍ସ: ଚୀନ୍‌ର ଉହାନ୍ ଲ୍ୟାବରୁ ହିଁ ଲିକ୍ ହୋଇଛି କରୋନା ଭାଇରସ୍ !

ୱାଶିଂଟନ: କରୋନା ଭାଇରସ୍ କେଉଁଠାରୁ ଉତ୍ପନ୍ନ ହେଲା ? କାହା ପାଇଁ ବିଶ୍ୱରେ ଏମିତି ହା ହା କାର । ଏହାକୁ ନେଇ ଆମେରିକାକୁ ମିଳିଛି ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ । କରୋନାକୁ ନେଇ କରାଯାଇଥିବା ଆମେରିକାର ଅଧ୍ୟୟନ (US Study on Coronavirus) ଶେଷ ହୋଇଛି । ଆମେରିକାର ସରକାରୀ ନ୍ୟାସନାଲ୍ ଲାବ୍ରୋଟୋରୀର ରିପୋର୍ଟରେ ଏହି ନିଷ୍କର୍ସ ବାହାରିଛି ଯେ, ଚୀନ୍‌ର ଉହାନ୍ ଲ୍ୟାବରୁ ହିଁ କରୋନା ଭାଇରସ୍ ଲିକ୍ ହୋଇଛି ଏବଂ ତେଣୁ ଏହାର ଅଧିକ ଅନୁସନ୍ଧାନ କରାଯିବା ଉଚିତ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ଏହି ଅଧ୍ୟୟନ ସହ ଜଡିତ ଲୋକଙ୍କ ତରଫରୁ ସୋମବାର ଦିନ ଏହି ରିପୋର୍ଟ ପ୍ରକାଶ କରିଛି ।

ଏହି ରିପୋର୍ଟରେ କୁହାଯାଇଛି ଯେ ଏହି ଅଧ୍ୟୟନ ମେ ୨୦୨୦ରେ କାଲିଫର୍ନିଆର ଲରେନ୍ସ ଲିବରମୋରେ ନ୍ୟାସନାଲ ଲାବ୍ରୋଟୋରୀ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ଏବଂ ଟ୍ରମ୍ପଙ୍କ ସରକାରର ଅନ୍ତିମ ମାସରେ କରୋନାଭାଇରସର ଉତ୍ପତ୍ତି ବିଷୟରେ ଅନୁସନ୍ଧାନ ବେଳେ ସ୍ୱରାଷ୍ଟ୍ର ବିଭାଗ ଏହାକୁ ପଠାଇଥିଲା । ଜର୍ଣ୍ଣାଲ କହିଛି ଯେ, ଲରେନ୍ସ ଲିବରମୋରେଙ୍କ ଏହି ଆକଳନ କରୋନା ଭାଇରସର ଜେନୋମିକ୍ ବିଶ୍ଳେଷଣ ଉପରେ ଆଧାରିତ। ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଉପରେ ଲରେନ୍ସ ଲିବରମୋରେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି ।

ଗତ ମାସରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ କହିଥିଲେ ଯେ କରୋନା ଭାଇରସର ଉତ୍ପତ୍ତି ବିଷୟରେ ଜାଣିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ଗୁଇନ୍ଦା ବିଭାଗ ଦୁଇଟି ସମ୍ଭାବ୍ୟ ପରିସ୍ଥିତି ଉପରେ ବିଚାର କରୁଛନ୍ତି । ଏଥି ମଧ୍ୟରୁ ପ୍ରଥମଟି ହେଉଛି କରୋନା ଭାଇରସର ଉତ୍ପତ୍ତି ଏକ ଲ୍ୟାବ ଦୁର୍ଘଟଣାର ପରିଣାମ । ଦ୍ୱିତୀୟଟି ହେଉଛି, କଣ ଏହା ଏକ ସଂକ୍ରମିତ ପଶୁ ସହ ମନୁଷ୍ୟର ସମ୍ପର୍କ ଯୋଗୁଁ ଏହା ସୃଷ୍ଟି ହୋଇଛି  । ଯଦିଓ ଏହା କୌଣସି ସ୍ପଷ୍ଟ ନିଷ୍କର୍ସରେ ପହଞ୍ଚି ପାରିନାହିଁ ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାସନ କାଳରେ ଏକ ଗୁଇନ୍ଦା ରିପୋର୍ଟରେ ଦର୍ଶାଯାଇଛି ଯେ, ନଭେମ୍ବର ୨୦୧୯ରେ ଚାଇନାର ୱୁହାନ ଇନଷ୍ଟିଚ୍ୟୁଟ ଅଫ ବାୟରୋଲୋଜିର ତିନିଜଣ ଅନୁସନ୍ଧାନକାରୀ ଏତେ ଅସୁସ୍ଥ ହୋଇପଡିଥିଲେ ଯେ ସେମାନଙ୍କୁ ଡାକ୍ତରଖାନା ପଠାଇବାକୁ ପଡିଥିଲା ।

ଶ୍ରୀମନ୍ଦିର କାର୍ଯ୍ୟାଳୟ କର୍ମଚାରୀଙ୍କୁ କରୋନା ଯୋଦ୍ଧା ମାନ୍ୟତା ଦାବି

ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନରେ କାର୍ଯ୍ୟରତ କର୍ମଚାରୀଙ୍କୁ କୋଭିଡ ଯୋଦ୍ଧା ମାନ୍ୟତା ଦିଆଯାଉ । ଶ୍ରୀମନ୍ଦିର କାର୍ଯ୍ୟାଳୟର ଯେଉଁ କର୍ମଚାରୀ ମାନେ କୋଭିଡ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରିବାକୁ ସେ ଚିଠିରେ ଉଲ୍ଲେଖ କରିବା ସହ ନିବେଦନ ମଧ୍ୟ କରିଛନ୍ତି । ନୀଳାଚଳ ଭକ୍ତ ନିବାସରେ ରହୁଥିବା କୋଭିଡ ରୋଗୀଙ୍କ ସେବା କରିବା ସହ ସେବାୟତଙ୍କ ଭ୍ୟାକ୍ସିନେସନରେ ସ୍ବାସ୍ଥ୍ୟ କର୍ମୀଙ୍କୁ ସହଯୋଗ କରିଥିଲେ ଏମାନେ । ଶ୍ରୀମନ୍ଦିରର ବାହାର ଓ ଭିତର ନୀତି ବେଳେ ମଧ୍ୟ ଏମାନେଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହୁଛି । ତେଣୁ ଏମାନଙ୍କୁ କୋଭିଡ ଯୋଦ୍ଧାର ମାନ୍ୟତା ଦେବାକୁ ସେ ଚିଠିରେ ନିବେଦନ କରିଛନ୍ତି । ଏହାରି ଭିତରେ ଜେଟିପି ଓ ଅନ୍ୟଜଣେ ଚର୍ଚ୍ଚା ଅମିନ କୋଭିଡରେ ମୃତ୍ୟୁ ବରଣ କରିଛନ୍ତି । ସେମାନଙ୍କୁ କୋଭିଡ ଯୋଦ୍ଧା ଘୋଷଣା କରି ସରକାରଙ୍କ ସମସ୍ଥ ସାହାର୍ଯ୍ୟ ସହଯୋଗ ତାଙ୍କ ପରିବାରକୁ ଯୋଗାଈ ଦେବାକୁ ସେ ମଧ୍ୟ ଚିଠିରେ ନିବେଦନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: ରାଜ୍ୟରେ ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା: ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କଲା ପାଣିପାଗ ବିଭାଗ