spot_img
Home Blog Page 5557

ଓଡ଼ିଶା ହାଇକୋର୍ଟରେ ୨୭ ବିଚାରପତି ପଦବୀରୁ ଖାଲି ପଡ଼ିଛି ୧୨ଟି ପଦବୀ

ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଭାବ । ୨୭ ବିଚାରପତି ପଦବୀରୁ ଖାଲି ପଡ଼ିଛି ୧୨ । ଅଗଷ୍ଟରେ ଆଉ ଦୁଇଜଣ ଅବସର ନେବା ପରେ ସଂଖ୍ୟା ଆହୁରି କମିବ । ବିଚାରପତିଙ୍କ ଅଭାବରୁ ଲକ୍ଷାଧିକ ମାମଲା ବିଚାର ହୋଇ ନପାରି ପଡ଼ିରହିଛି । ଦିନକୁ ଦିନ ମାମଲା ବଢୁଛି । ବିଚାରପତି ନିଯୁକ୍ତିରେ ବିଳମ୍ବ ପାଇଁ ଚୟନ ପ୍ରକ୍ରିୟାରେ ସମସ୍ୟା ସାଙ୍ଗକୁ ଆନ୍ତରିକ ଉଦ୍ୟମ ଅଭାବ କାରଣ ବୋଲି ଆଇନ ବିଶେଷଜ୍ଞ କହିଛନ୍ତି ।

ଓଡ଼ିଶା ହାଇକୋର୍ଟରେ ମୁଖ୍ୟ ବିଚାରପତିଙ୍କୁ ମିଶାଇ ମୋଟ୍‌ ୨୭ ବିଚାରପତି ପଦବୀ ମଧ୍ୟରୁ ଦୀର୍ଘ ଦିନ ହେଲା ୧୨ଟି ପଦବୀ ଖାଲି ପଡ଼ିଛି । ଅଗଷ୍ଟ ମାସରେ ଆଉ ୨ଜଣ ବିଚାରପତି ଜଷ୍ଟିସ ସଞ୍ଜୁ ପଣ୍ଡା ଓ ଜଷ୍ଟିସ ପ୍ରମଥ ପଟ୍ଟନାୟକ ଅବସର ନେବେ । ଖାଲି ବିଚାରପତି ପଦବୀ ସଂଖ୍ୟା ୧୪କୁ କମିବ । ୨୦୧୯ରେ ୧୨ଜଣଙ୍କ ନାଁ ବିଚାରପତି ପଦବୀ ପାଇଁ ହାଇକୋର୍ଟ କଲେଜିୟମ ସୁପାରିସ୍‌ କରିଥିଲେ । ଏଥିରୁ ୩ଜଣଙ୍କୁ ୨୦୨୦ ଜାନୁଆରୀରେ ନିଯୁକ୍ତି ମିଳିଛି । ତେବେ ବିଚାରପତି ପଦବୀ ପୂରଣ ହେବାରେ ବିଳମ୍ବର କାରଣ କହିଛନ୍ତି ଆଇନଜୀବୀ ମାନସ ମହାପାତ୍ର । ହାଇକୋର୍ଟ ଯାହାଙ୍କ ନାଁ ସୁପାରିସ କରୁଛନ୍ତି, ତାହା ସୁପ୍ରିମକୋର୍ଟଙ୍କ ପସନ୍ଦ ହେଉନାହିଁ ଓ ଆନ୍ତରିକ ଉଦ୍ୟମର ଅଭାବ ଏହାର କାରଣ ବୋଲି ଆଇନଜୀବୀ ମାନସ ମହାପାତ୍ର କହିଛନ୍ତି ।

ବିଚାରପତିଙ୍କ ଅଭାବରୁ ହାଇକୋର୍ଟରେ ଲକ୍ଷାଧିକ ମାମଲା ବିଚାର ହୋଇପାରୁନି । ଏବେ କରୋନା ଯୋଗୁଁ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକର ଶୁଣାଣି ଭର୍ଚୁଆଲରେ ଚାଲିଛି । ହେଲେ କରୋନା ପୂର୍ବରୁ ଲକ୍ଷେ ୨୦ ହଜାରରୁ ଅଧିକ ଜମିଜମା ମାମଲା ଏବଂ ୫୩ହଜାରରୁ ଅଧିକ ଫୌଜଦାରୀ ମାମଲାର ଶୁଣାଣ ହୋଇପାରିନାହିଁ । ୫ ହଜାର ଜାମିନ ଆବେଦନ ମାମଲା ପଡ଼ି ରହିଛି । ଜିଲ୍ଲା ସ୍ତରରେ ମାମଲା ଅନୁସାରେ ବିଚାରପତିଙ୍କ ସଂଖ୍ୟା ଠିକ୍ ଥିବାରୁ ହାଇକୋର୍ଟଙ୍କ ବୋଝ କମୁଛି । ହେଲେ ଉଚ୍ଚ ଅଦାଲତରେ ବିଚାରପତିଙ୍କ ଅଭାବରୁ ଅନେକ ଲୋକ ନ୍ୟାୟ ପାଇବାରେ ବିଳମ୍ବ ହେଉଛି । ଏଥିପାଇଁ କଲେଜିୟମରୁ ନାମ ସୁପାରିଶ ଏବଂ ଚୂଡ଼ାନ୍ତ ଚୟନ ପ୍ରକିୟାକୁ ଆଇନଜୀବୀ ଦାୟୀ କରିଥିବା ବେଳେ ତୁରନ୍ତ ଏହାର ସମାଧାନ ନହେଲେ ଲୋକ ଅଧିକ ହଇରାଣ ହେବେ ବୋଲି ମତ ଦେଇଛନ୍ତି ।

ସାରା ଦେଶରେ ବିଚାରପତିଙ୍କ ଅଭାବ ରହିଛି । ଦେଶର ବିଭିନ୍ନ ହାଇକୋର୍ଟରେ ମୋଟ୍‌ ୧୦୮୦ ବିଚାରପତି ପଦବୀ ମଧ୍ୟରୁ ୮୧୫ଟି ସ୍ଥାୟୀ ଓ ୨୬୫ ଅତିରିକ୍ତ ବିଚାରପତି ପଦବୀ ରହିଛି । ତେବେ ୪୩୦ ବା ୩୯ ପ୍ରତିଶତ ବିଚାରପତି ପଦବୀ ଖାଲି ପଡ଼ିଛି । ପଦବୀ ପୂରଣ ପାଇଁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ବିଭିନ୍ନ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ସହ ଆଲୋଚନା କରିଛନ୍ତି ।

ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର

ଭୁବନେଶ୍ୱର: ଏକାମ୍ର ଯୋଜନା ପାଇଁ ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେଲେ ଡକ୍ଟର ସନ୍ତୃପ୍ତ ମିଶ୍ର ।  କମିଟିରେ ପୂର୍ତ୍ତ ସଚିବ, ରାଜସ୍ୱ ସଚିବ, ବିଏମସି କମିଶନର, ଦେବୋତ୍ତର କମିଶନର ଓ ASI ସୁପରିନ୍‌ଟେଣ୍ଡେଣ୍ଟ ସଦସ୍ୟ ରହିବେ  । ସେହିପରି କମିଟିରେ  ୩ଜଣ ସେବାୟତ ମଧ୍ୟ କମିଟିରେ ରହିବେ  । ଏକାମ୍ରକ୍ଷେତ୍ରର ବିକାଶ ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଜନା ଅନୁଯାୟୀ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ୮୦ଏକର ଜମିର ହେବ ବିକାଶ  । ଲିଙ୍ଗରାଜ ମନ୍ଦିର କଳାକୃତିର ସୁରକ୍ଷା ରକ୍ଷଣାବେକ୍ଷଣକୁ ଗୁରୁତ୍ୱ ଦେଇ ବିକାଶର ପ୍ଲାନ ଆଙ୍କିଥିଲେ ନବୀନ  ।

ଡକ୍ଚର ସନ୍ତୃପ୍ତ ମିଶ୍ର ଏବେ ଆଦିତ୍ୟ ବିର୍ଲା ଗ୍ରୁପର ମାନବ ସମ୍ବଳ  ନିର୍ଦ୍ଦେଶକ ଥିବା ବେଳେ, କାର୍ବନ ବ୍ଲାକ ଓ କେମିକାଲ ବିଜନେସର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ନିଯୁକ୍ତ ଅଛନ୍ତି  । ସେହିପରି କର୍ପୋରେଟ ହାଉସ ପରିଚାଳନା କ୍ଷେତ୍ରରେ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତା ରହିଛି  । ଉଦାରୀକରଣ ଅର୍ଥନୀତି ଓ ଉଦ୍ୟୋଗ ଜଗତର ଏହି ସୁଦକ୍ଷ ବିଜିନେସ୍ ଲିଡର  ହେଲେ ଡ. ସଂତୃପ୍ତ ମିଶ୍ର । ପୂର୍ବରୁ ଟାଟା ଗ୍ରୁପ୍, ଜେ.କେ ଗ୍ରୁପ୍ ଓ ହିନ୍ଦୁସ୍ତାନ ଲିଭର ପରି ପ୍ରତିଷ୍ଠିତ ସଂସ୍ଥାରେ ବରିଷ୍ଠ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି ସନ୍ତୃପ୍ତ  । ଏହାଛଡ଼ା ଭାରତର ପ୍ରାୟ ୪୦ରୁ ଅଧିକ ସଂସ୍ଥାର ଟ୍ରେନର ଓ ପରାମର୍ଶଦାତା ରହିଆସିଛନ୍ତି । ସଂତୃପ୍ତ ମିଶ୍ର ଉଭୟ ଭାରତ ଓ ଇଂଲଣ୍ଡରେ ରାଜନୀତି ବିଜ୍ଞାନ ଏବଂ ପର୍ସୋନେଲ ମ୍ୟାନେଜମେଣ୍ଟ ଅଫ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଜି କରିଛନ୍ତି ।

ସେହିପରି ଭାରତରେ ପବ୍ଲିକ୍ ଆଡମିନିଷ୍ଟ୍ରେସନ୍ ଓ ଇଂଲଣ୍ଡରେ ଇଣ୍ଡଷ୍ଟ୍ରିଆଲ ରିଲେସନରେ ପିଏଚଡି କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟରରୁ ଶିକ୍ଷା ସଂପୂର୍ଣ୍ଣ ପରେ ଟାଟା ଇନଷ୍ଟିଚ୍ୟୁଟ ଅଫ୍ ସୋସିଆଲ ସାଇନ୍ସରେ ଶିକ୍ଷା ସମାପ୍ତ କରିଥିଲେ । ପରେ ଆଷ୍ଟନ୍ ବିଜିନେସ୍ ସ୍କୁଲରେ ନାମ ଲେଖାଇଥିଲେ  ଓ ଆଷ୍ଟନ୍ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ପ୍ରାପ୍ତ ହୋଇଥିଲେ । ନିଜ ଅସାଧାରଣ କାର୍ଯ୍ୟଦକ୍ଷତା ପାଇଁ ସଂତୃପ୍ତ ମିଶ୍ର ବହୁ ଜାତୀୟ ଓ ଅନ୍ତର୍ଜୀତାୟ ସ୍ତରରେ ସମ୍ମାନିତ ହୋଇଛନ୍ତି । ୨୦୦୦ରେ ନାସନାଲ ଏଚଆରଡି ନେଟୱର୍କ ପକ୍ଷରୁ ଚିଫ୍ ଏଚଆର ଆୱର୍ଡ, ୨୦୦୨ରେ ଏଚଆରଡି କଂଗ୍ରେସ ଆୱର୍ଡ, ୨୦୦୪ରେ ଏଚଆର ପ୍ରଫେସନାଲ ଅଫ୍ ଦ ଇଅର ଆୱାର୍ଡ , ବିଜିନେସ୍ ଟୁ ଡେ ପକ୍ଷରୁ ୨୦୦୨ରେ ଦେଶର ଟପ୍-୨୦ ୟଙ୍ଗ ଏକଜିକ୍ୟୁଟିଭ୍ ଆୱାର୍ଡ ଆଦି ବଡ଼ ସମ୍ମାନ ସହିତ ଅନ୍ୟ ପ୍ରତିଷ୍ଠାନ ଓ ବିଜିନେସ୍ ମାଗଜିନ୍ ପକ୍ଷରୁ ବହୁ ସମ୍ମାନ ଓ ସ୍ୱୀକୃତି ପାଇଛନ୍ତି ।

ତେବେ କମିଟି ଅଧ୍ୟକ୍ଷ ପରେ ନିଜ ପ୍ରତିକ୍ରିୟା ରଖିଛନ୍ତି ସନ୍ତୃପ୍ତ ମିଶ୍ର । ପ୍ରକଳ୍ପ ପରାମର୍ଶଦାତା କମିଟିର ଅଧ୍ୟକ୍ଷ ହେବା ଏକ ଗୌରବ କଥା ବୋଲି କହି ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ସେ । ତାଙ୍କ ଉପରେ ମୁଖ୍ୟମନ୍ତ୍ରୀ ବିଶ୍ୱାସ ରଖିଥିବାରୁ କୃତଜ୍ଞତା ଜଣାଇଛନ୍ତି । କମିଟିର ସଦସ୍ୟ ହେବା ଏକ ସମ୍ମାନ ଓ ପ୍ରେରଣାଦାୟୀ କାର୍ଯ୍ୟ, ରାଜ୍ୟ ପାଇଁ କିଛି କରିବାର ଏହା ହିଁ ସୁଯୋଗ । ନିଜ ଅଭିଜ୍ଞତା ଓ ଦକ୍ଷତାରୁ ଏହି ପ୍ରକଳ୍ପ ସଫଳ ହେବ ବୋଲି ସନ୍ତୃପ୍ତ କହିଛନ୍ତି । ‘ଜଣେ ଶିବ ଭକ୍ତଭାବେ ଏହି ଦାୟିତ୍ୱ ମୋ ପାଇଁ ଆଶିର୍ବାଦ, ଅନେକଙ୍କ ଭଳି ମୋ ପାଇଁ ଶ୍ରୀଲିଙ୍ଗରାଜ ଆଶା ଓ ଆଶ୍ୱାସନାର ପ୍ରତୀକ’ ବୋଲି କହିଛନ୍ତି ସନ୍ତୃପ୍ତ ମିଶ୍ର ।

ପୁଣେ ସାନିଟାଇଜର ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡରେ ୧୧ ମୃତ

ପୁଣେ: ପୁଣେର କେମିକାଲ କମ୍ପାନିରେ ଭୀଷଣ ଅଗ୍ନୀକାଣ୍ଡ । ଅଗ୍ନୀକାଣ୍ଡରେ ୭ ଜଣ ପ୍ରାଣ ହରାଇଥିବା ବେଳେ ୧୦ ନିଖୋଜ ଅଛନ୍ତି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧିର ଆଶଙ୍କା ରହିଛି । ସାନିଟାଇଜର ତିଆରି କରୁଥିବା ଏହି ଫ୍ୟାକ୍ଟ୍ରିରେ ଅଧିକ ସଂଖ୍ୟାରେ ମହିଳା କାର୍ଯ୍ୟ କରନ୍ତି । ନିଆଁ ଲାଗିବା ପରେ ଫ୍ୟାକ୍ଟ୍ରିରୁ ୧୫ ଜଣ ମହିଳା ଓ ୨ ଜଣ ପୁରୁଷ ବାହାରକୁ ବାହାରି ପାରିନଥିଲେ ।

ସୂଚନା ଅନୁସାରେ ଏପର୍ଯ୍ୟନ୍ତ ମୋଟ ୧୨ ଜଣ ମୃତଦେହ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ୬ ଜଣ ନିଖୋଜ ଅଛନ୍ତି । ଦମକଳ ବିଭାଗ ଅନୁସାରେ ନିଆଁ ଲିଭାଇବା ପାଇଁ ୮ ଟି ଗାଡିକୁ ନିୟୋଜିତ କରାଯାଇଥିଲା ।

ପିଜିଆଇ ସର୍ଭେରେ ଓଡ଼ିଶାକୁ ସାର୍ଟିଫିକେଟ: ୨୦୧୯-୨୦ରେ ସ୍କୁଲ ଶିକ୍ଷାରେ ଆଖିଦୃଶିଆ ଉନ୍ନତି

ଭୁବନେଶ୍ୱର: ବିଦ୍ୟାଳୟ ଶିକ୍ଷାରେ ଓଡିଶାର ପ୍ରଦର୍ଶନରେ ଆଖିଦୃଶିଆ ଉନ୍ନତି ଘଟିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା ୨୦୧୯-୨୦ର ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ ବା ପିଜିଆଇ ସର୍ଭେରୁ ଜଣାପଡିଛି । ୨୦୧୭-୧୮ରେ ପ୍ରଥମ ଥର ପାଇଁ ପିଜିଆଇ ଇଣ୍ଡେକ୍ସ ପ୍ରସ୍ତୁତ ହୋଇଥିବା ବେଳେ ପରବର୍ତ୍ତୀ ଇଣ୍ଡେକ୍ସରେ ଓଡିଶାର ପ୍ରଦର୍ଶନରେ ୧୦ରୁ ୨୦ ପ୍ରତିଶତ ଉନ୍ନତି ହୋଇଛି । ଶିକ୍ଷାଦାନ ମାନରେ ଉନ୍ନତି, ଭିତ୍ତିଭୂମି, ସୁଯୋଗ ସୃଷ୍ଟି ଓ ସରକାରୀ ପ୍ରକ୍ରିୟା ଭଳି ୫ଟି କ୍ଷେତ୍ରରେ ରାଜ୍ୟର ପ୍ରଦର୍ଶନରେ ଉନ୍ନତି ହୋଇଛି ।

ସ୍କୁଲ ଶିକ୍ଷାରେ ଥିବା ଅଭାବ ଅସୁବିଧାକୁ ଦୂର କରିବାକୁ ୨୦୧୭-୧୮ରେ ଆରମ୍ଭ ହୋଇଥିଲା ପରଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସ । ଗତ ତିନି ବର୍ଷ ଧରି ଏହି ଇଣ୍ଡେକ୍ସ ପ୍ରସ୍ତୁତ ହେଉଥିବା ବେଳେ ଏଥର ଓଡିଶାର ପ୍ରଦର୍ଶନ ଉତ୍ସାହଜନକ ରହିଛି । ବିଦ୍ୟାଳୟ ଶିକ୍ଷାରେ ଭିତ୍ତିଭୂମି, ଶିକ୍ଷା ମାନଦଣ୍ଡ ଆଦି ୭୦ଟି ସୂଚକାଙ୍କକୁ ନେଇ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି । ତଦନୁଯାୟୀ ଓଡିଶା ୨୦୧୭-୧୮ରେ ଓଡିଶା ୭୦୧-୭୫୦ ମଧ୍ୟରେ ସ୍କୋର କରି ଗ୍ରେଡ ଥ୍ରୀରେ ଥିଲା । ୨୦୧୯-୨୦ରେ କିନ୍ତୁ ଓଡିଶାର ସ୍କୋର ୮୦୧ରୁ ୮୫୦ ରାଙ୍କକୁ ବିଢିଛି ।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ୧୦ ପ୍ରତିଶତ ଅର୍ଥାତ ୧୫ ପଏଣ୍ଟ କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିଛନ୍ତି । ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା ୨୦ ପ୍ରତିଶତ କିମ୍ବା ତାଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି । ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା ୧୦ ପ୍ରତିଶତ ପ୍ରଦର୍ଶନ ସୁଧାର କରିଛନ୍ତି । ପ୍ରଶାସନିକ ପ୍ରକ୍ରିୟାରେ ଦୁଇ ବର୍ଷରେ ୩୬ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୭-୧୮ରେ ୨୨୩ ପଏଣ୍ଟ ତୁଳନାରେ ୨୦୧୯-୨୦ରେ ୩୦୪ ପଏଣ୍ଟ ପାଇଛି ଓଡିଶା । ନିୟମିତ ଭାବେ ସ୍କୁଲ ପରିଚାଳନା କମିଟି, ଅଭିଭାବକଙ୍କ ସହ ନିୟମିତ ଯୋଗାଯୋଗ ଦ୍ୱାରା ଏହି ଲକ୍ଷ୍ୟ ସାଧିତ ହୋଇଛି । ମୋ ସ୍କୁଲ ଯୋଜନା ଏଦିଗରେ ବ୍ୟାପକ ସଂସ୍କାର ଆଣିବାରେ ସକ୍ଷମ ହୋଇଛି ।

ଲର୍ଣ୍ଣିଂ ଆଉଟକମ ଓ ଶିକ୍ଷା ମାନଦଣ୍ଡରେ ୨୦୧୭-୧୮ରେ ରାଜ୍ୟକୁ ୧୩୪ ପଏଣ୍ଟ ମିଳିଥିବା ବେଳେ ୨୦୧୯-୨୦ରେ ୧୩୮ ପଏଣ୍ଟ ମିଳିଛି । ଶିକ୍ଷକଙ୍କୁ ନିୟମିତ ଭାବେ ପାଠ୍ୟ ଉପକରଣ ଯୋଗାଇଦିଆଯିବାରୁ ଲର୍ଣ୍ଣିଂ ଆଉଟକମ ଓ ଶିକ୍ଷା ମାନଦଣ୍ଡରେ ଉନ୍ନତି ହୋଇଛି । ଭିତ୍ତିଭୂମି କ୍ଷେତ୍ରରେ ଓଡିଶା ୧୦୯ ପଏଣ୍ଟ ସ୍କୋର କରିଛି । ୨୦୧୭-୧୮ରେ ଓଡିଶାର ସ୍କୋର ଥିଲା ୭୨ । ଓଡିଶା ଆଦର୍ଶ ବିଦ୍ୟାଳୟ ଏଦିଗରେ ରୋଲ ମଡେଲ ହୋଇଛି । ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ଆବାସିକ ସ୍କୁଲ ପ୍ରତିଷ୍ଠା କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଛାତ୍ରାବାସ ଦ୍ବାରା ଅଧିକ ସଂଖ୍ୟାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଦୁର୍ଗମ ଅଞ୍ଚଳରେ ମଧ୍ୟ ବିଦ୍ୟାଳୟ ପ୍ରତିଷ୍ଠା ଦ୍ବାରା ଶିକ୍ଷାଦାନ ବ୍ୟବସ୍ଥା ବ୍ୟାପକ ହୋଇଛି ।

ଛାତ୍ରଛାତ୍ରୀଙ୍କ ହାତ ପାହାନ୍ତାରେ ପହଁଚିଛି ସ୍କୁଲ । ମୁଖ୍ୟତଃ ଅନୁସୂଚିତ ଜାତି ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ଛାତ୍ରାବାସ ଦ୍ୱାରା ସ୍କୁଲ ଏନରୋଲମେଣ୍ଟରେ ଉନ୍ନତି ଆସିଛି । ଇକ୍ୟୁଟି କ୍ଷେତ୍ରରେ ଓଡିଶାର ସ୍କୋର ୨୧୪ରୁ ୨୧୯କୁ ବୃଦ୍ଧି ପାଇଛି । ପୂର୍ବ ଅପେକ୍ଷା ଅଧିକ ସଂଖ୍ୟାରେ ଛାତ୍ରୀ ପାଠପଢା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ପଂଚାୟତ ସ୍ତରରେ ବ୍ୟାପକ ସଚେତନତା ଦ୍ବାରା ବାଳିକା ଶିକ୍ଷାକୁ ନେଇଥିବା ଅନ୍ଧବିଶ୍ୱାସ ଦୂର ହୋଇଛି । ବିଦ୍ୟାଳୟ ଶିକ୍ଷା ପାଇଁ ଅନୁସୂଚିତ ଜାତି, ଜନଜାତି, ସଂଖ୍ୟାଲଘୁ, ଅନ୍ୟାନ ପଛୁଆ ବର୍ଗର ଛାତ୍ରୀଛାତ୍ରୀଙ୍କ ନାମଲେଖା ସମାନ୍ତରାଳ ଭାବେ ବୃଦ୍ଧି ପାଇଛି । ଏହି ପାଞ୍ଚଟି କ୍ଷେତ୍ରରେ ଓଡିଶାର ଉନ୍ନତ ପ୍ରଦର୍ଶନ ଯୋଗୁଁ ରାଜ୍ୟ ଗ୍ରେଡ ଥ୍ରୀରୁ ଗ୍ରେଡ ୱାନକୁ ଲମ୍ଫ ଦେଇଛି ।

ଲକଡାଉନରେ ଲୋକଙ୍କୁ ଲୁଟିବାକୁ ଲଟେରୀ ଫଣ୍ଡା, ନଫସିବାକୁ ସତର୍କ କଲେ ଭୁବନେଶ୍ୱର ଡିସିପି

ଲକଡାଉନରେ ଲୋକଙ୍କୁ ଲୁଟିବାକୁ ଲଟେରି ଫଣ୍ଡା। ସାଇବର ଠକ ଦେଉଛି ଲୋଭନୀୟ ଅଫର । ୨୫ ଲକ୍ଷ ଲଟେରି ଲାଗିଛି , ନମ୍ବର ପଠାଇଛି କଲ କର ଟଙ୍କା ମିଳିବ କହି ଅଭିଯୁକ୍ତ ବିଛାଉଛି ଜାଲ । ସେପଟେ ଭୁବନେଶ୍ୱର ସାଇବର ଅପରାଧୀଙ୍କୁ ପାଠ ପଢ଼େଇଲେ ସେଲ୍ସ ମ୍ୟାନେଜର । ସେପଟେ ଲୋକଙ୍କୁ ସତର୍କ କଲେ ପୋଲିସ ଓ ସାଇବର ଏକ୍ସପର୍ଟ ।

ଲକଡାଉନରେ ଅଦୃଶ୍ୟ ଠକର ଲଟେରି ଅଫର । ହାଲୋ ମୁଁ, ହ୍ୱାଟଆପ୍ ଦିଲ୍ଲୀ ହେଡ ଅଫିସରୁ କହୁଛି । ୫ଟି ଦେଶକୁ ନେଇ ଆନ୍ତର୍ଜାତୀୟ ଲକି ଡ୍ର ହୋଇଥିଲା । ଆପଣ ଯେଉଁ ମୋବାଇଲରେ ହ୍ୱାଟସଆପ୍ ବ୍ୟବହାର କରୁଛନ୍ତୁ ୨୫ ଲକ୍ଷ ଟଙ୍କାର ପ୍ରାଇଜ ଲାଗିଛି । ମୁମ୍ବାଇର ଏସବିଆଇ ବ୍ୟାଙ୍କରୁ କଲ ଯିବ । ବ୍ୟାଙ୍କ ମ୍ୟାନେଜରଙ୍କ ନମ୍ବର ଦେଉଛି । ଟଙ୍କା ପାଇବାକୁ ହେଲେ ସଂପୂର୍କ୍ତ ନମ୍ବରକୁ ମୋବାଇଲରେ ସେଭ୍ କରିବେ । ହ୍ୱାଟସଆପରେ ମ୍ୟାନେଜର ଫୋନ୍ କଲେ ମ୍ୟାନେଜର ଯାହା କହିବେ ତାକୁ ଫଲୋ କରିବେ । ଏ ଥିଲା ସାଇବର ଠକର ଚାଲ । ଆପଣଙ୍କ ମୋବାଇଲ କୁ ବି ଏଭଳି ଅଡିଓ ରେକର୍ଡ ଓ ମେସେଜ୍ ଆସି ପାରେ । ଠକ କଥାରେ ପଡ଼ିଯିବେ, ତା ହେଲେ ଆକାଉଣ୍ଟ ପୁରା ଗୋଲ ହୋଇଯିବ । କେହିବି ଏଭଳି ଲୋଭାନୀୟ ଅଫର ଦେଲେ ଦୁରେଇ ରୁହନ୍ତୁ ବୋଲି ଭୁବନେଶ୍ୱର ଡ଼ିସିପି ନିବଦେନ କରିଛନ୍ତି ।

ସେପଟେ ସାଇବର ଠକକୁ ପାଠ ପଠେଇଛନ୍ତି ସେଲ୍ସ ମ୍ୟାନେଜର ସଞ୍ଜୀବ ବେହେରା । ଅନଲାଇନରେ ହେୟାର ପ୍ରଡକ୍ଟ ମଗାଇଥିଲେ ସଞ୍ଜୀବ । ପନ୍ଦର ଦିନ ବିଳମ୍ବ ହେବାରୁ ସମ୍ପୁର୍କ୍ତ ସଂସ୍ଥା କଷ୍ଟମର କେୟାରକୁ ସଂଜୀବ କଲ କରିଥିଲେ । ହେଲେ ଫୋନ୍ ଲାଗିଥିବା ଠକ ହାତରେ । କୋରନା ପାଇଁ ଆଡ଼ରେସ ଯାଂଚ ହେଉଛି । ନିୟମ ଫଲୋ କରିବାକୁ କହିଥିଲା ସାଇବାର ଅପାରାଧୀ । ହେଲେ କଷ୍ଟମର କେୟାର ଉପରେ ସନ୍ଦେହ ସଂଜୀବଙ୍କୁ ବଡ ଠକେଇରୁ ବର୍ତିାଇ ଦେଇଛି । ଅଜଣା ନମ୍ବରରୁ କଲ କିମ୍ବା ଲିଂକ ଆସିଲେ କ୍ଲିକ କରନ୍ତୁ ନାହିଁ। ପୋଲିସ ଓ ସାଇବାର ଏକ୍ସପର୍ଟଙ୍କ ସାହାର୍ଯ୍ୟ ନିଅନ୍ତୁ ବୋଲି ସାଇବର ଏକ୍ସପର୍ଟ ମତ ଦେଇଛନ୍ତି। ସାଇବାର ଅପାରାଧ ରୋକିବାକୁ ହେଲେ ନିଜେ ସଚେତନ ହେବା ହିଁ ଶେଷ ବାଟ ।

ନବୀନଙ୍କ ନକ୍ସାରେ ମୋଦିଙ୍କ ମୋହର: ରାଜ୍ୟ ଦେଉଥିଲା ମାଗଣା ଟିକା, ଏଥର କେନ୍ଦ୍ର ବି ଦେବ

ଭୁବନେଶ୍ୱର: ସଂକ୍ରମଣକୁ ମାତ୍‌ ଦେବା ପାଇଁ ସଂଜୀବନୀ ଅସ୍ତ୍ର ବୋଲି ବୁଝିସାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ୧୮ ବର୍ଷରୁ ଅଧିକଙ୍କୁ ମାଗଣା ଟିକା ଦେବା ଅନେକ ଆଗରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକାକରଣ ପାଇଁ କେନ୍ଦ୍ର ଆବଶ୍ୟକ ମୁତାବକ ଭ୍ୟାକସିନ୍‌ ନଦେବା ପରେ ବିଭିନ୍ନ ଟିକାକେନ୍ଦ୍ରରେ ସମସ୍ୟା ଦେଖାଦେଇଥିଲା । ଟିକା ନପାଇ ଫେରୁଥିଲେ ଲୋକେ । ଏଭଳି ସମୟରେ ନିଜେ ଟିକା କିଣିବାକୁ ଅଣ୍ଟା ଭିଡ଼ିଥିଲେ ରାଜ୍ୟ ସରକାର ।

 

ରାଜ୍ୟ ସରକାରଙ୍କୁ ଟିକା ଉତ୍ପାଦନକାରୀ ସଂସ୍ଥାଙ୍କଠାରୁ ସିଧାସଳଖ ଟିକା କିଣିବାକୁ ଅନୁମତି ଦେବା ପାଇଁ ଚିଠି ଲେଖିଥିଲେ ମୁଖ୍ୟମନ୍ତ୍ରୀ । ପରବର୍ତ୍ତୀ ସମୟରେ ଅନୁମତି ମଧ୍ୟ କେନ୍ଦ୍ର ଦେଇଥିଲା । ତଥାପି ଟିକା ଅଭାବ ଜାରି ରହିଲା । ଆବଶ୍ୟକ ମୁତାବକ ଟିକା ଯୋଗାଇ ପାରିଲେନି ଉତ୍ପାଦନକାରୀ ସଂସ୍ଥା । ଏହାପରେ ବିଦେଶରୁ ଟିକା କିଣିବାକୁ ପାଇଁ ଗ୍ଲୋବାଲ ଟେଣ୍ଡର କରିବାକୁ ନିଷ୍ପତ୍ତି ନେଇଥିଲା ରାଜ୍ୟ କ୍ୟାବିନେଟ୍ । ନିଷ୍ପତ୍ତି ଆଧାରରେ ମେ ୧୫ରେ ଗ୍ଲୋବାଲ ଟେଣ୍ଡର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।

ତେବେ ବିଦେଶରୁ ଟିକା ଆମଦାନୀରେ କେନ୍ଦ୍ରୀୟ ଆଇନ୍ ବାଧକ ସାଜିବାରୁ ଜୁନ୍ ପହିଲାରେ ରାଜ୍ୟ ସରକାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଚିଠି ଲେଖି କେନ୍ଦ୍ରୀୟସ୍ତରରେ ରାଜ୍ୟ ମାନଙ୍କ ପାଇଁ ବିଦେଶରୁ ଟିକା ଆମଦାନୀ କରିବାକୁ ଦାବି କରିଥିଲେ । ପରେ ଏନେଇ ସାରା ଦେଶରେ ସହମତି ସୃଷ୍ଟି କରିବାକୁ ସବୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ ନବୀନ । ମୁଖ୍ୟମନ୍ତ୍ରୀଙ୍କ ଏହି ଟିକା ପ୍ଲାନ୍‌କୁ ସାରା ଦେଶରୁ ମିଳିଥିଲା ସମର୍ଥନ । ତେବେ ମୁଖ୍ୟମନ୍ତ୍ରୀଙ୍କ ଟିକା ଯୋଜନାକୁ ଆଜି ମୋହର ଲଗାଇଛନ୍ତି ପ୍ରଧାନମନ୍ତ୍ରୀ । ସମସ୍ତ ରାଜ୍ୟକୁ ମାଗଣା ଟିକା ଦେବାକୁ ଘୋଷଣା କରିଛନ୍ତି ।

ରନ୍ଧନଗ୍ୟାସରେ ରିହାତି: ଜୁନ ମାସରେ ମାତ୍ର ୯ଟଙ୍କାରେ ମିଳିବ ଏଲପିଜି ଗ୍ୟାସ

କରୋନାର ସମୟ, ତା ଉପରେ ଲୋକଙ୍କୁ ମହଙ୍ଗା ମାଡ । ଖାଇବା ପିଇବା ଠାରୁ ପେଟ୍ରୋଲ-ଡିଜେଲ ପର୍ଯ୍ୟନ୍ତ ସବୁକିଛି ର ଦର ଆକାଶ ଛୁଆଁ । ହେଲେ ଏହି ଅସୁବିଧା ଭୋଗୁଛି କିଏ କେବଳ ସାଧାରଣ ଜନତା । ସାଧାରଣ ଲୋକଙ୍କ ପକେଟରୁ ଯାଉଛି ଏହି ଟଙ୍କା । ଗୋଟିଏ ପଟେ ଲୋକେ ଜୀବନ ବଂଚାଇବାର ସଂଘର୍ଷ କରୁଥିବା ବେଳେ ଅନ୍ୟପଟେ ତେଲଲୁଣର ସଂସାର ପାଇଁ ସଂଘର୍ଷ କରୁଛନ୍ତି । କିନ୍ତୁ ଏହାରି ଭିତରେ ଯେଉଁ ଜିନିଷରେ ଲୋକଙ୍କୁ ରିହାତି ମିଳୁଛି ସେହିଆଡକୁ ସମସ୍ତେ ଆକର୍ଷିତ ହେଉଛନ୍ତି । ଡିସକାଉଣ୍ଟ,ଅଫର କିମ୍ବା କ୍ୟାସବେକ ଥିବା ଜିନିଷ କିଣିବା ପାଇଁ ସମସ୍ତେ ଆଗ୍ରହୀ । ଯେଉଁଥିପାଇଁ କିଛି କିଛି କମ୍ପାନୀ ସେମାନଙ୍କ ଗ୍ରାହକଙ୍କୁ ଅଫର୍ ଉପରେ ଅଫର ଦେଉଛନ୍ତି ।

ବର୍ତ୍ତମାନ ଦିଲ୍ଲୀରେ ଏଲପିଜି ରନ୍ଧନଗ୍ୟାସର ଦର ୮୦୯ ଟଙ୍କା । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ସାନଦାର ଅଫର ବିଷୟରେ କହିବୁ ଯେଉଁଥିରେ ୮୦୯ ନୁହେଁ ବରଂ ମାତ୍ର ୯ ଟଙ୍କାରେ ରନ୍ଧନଗ୍ୟାସ ପାଇପାରିବେ । ଆଜ୍ଞା ହଁ ଆପଣମାନେ ଠିକ ଶୁଣିଲେ ମାତ୍ର ୯ ଟଙ୍କା ।ଏହିଭଳି ଅଫର୍ ପେଟିଏମ ନିଜ ଗ୍ରାହକଙ୍କ ପାଇଁ ଆଣିଛି । ତେବେ ଆମେ ଆପଣଙ୍କୁ କହିରଖୁ ଯେ- ଏହି ମାସରେ କେବଳ ୧୯ କିଲୋଗ୍ରାମ ବାଲା ସିଲିଣ୍ଡରର ଦାମ ବୃଦ୍ଦି ହୋଇଛି । କିନ୍ତୁ ପୂର୍ବରୁ ୧୪କିଲୋର ଗ୍ୟାସରେ ବି ଅନେକ ପରିବର୍ତ୍ତନ ହୋଇଥିଲା । କିନ୍ତୁ ଏଥର ୧୪ କିଲୋ ରନ୍ଧନଗ୍ୟାସରେ କିଛି ବି ପରିବର୍ତ୍ତନ ହୋଇନାହିଁ । କିନ୍ତୁ ପେଟିଏମର ଅଫର୍ କଣ ସେ ବିଷୟରେ ଜାଣିରଖନ୍ତୁ ।

ପ୍ରକୃତରେ ପେଟିଏମ କ୍ୟାସବ୍ୟାକ ଅଫର୍ ଆରମ୍ଭ କରିଛି । ଯେଉଁଥିରେ ଆପଣ ଯଦି ଗ୍ୟାସ ସିଲିଣ୍ଡର ବୁକ୍ କରୁଛନ୍ତି ତେବେ ଆପଣଙ୍କୁ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ ମିଳିପାରିବ । ପେଟିଏମର ଏହି ଅଫର ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ଅର୍ଥାତ ଏହି ପୁରା ମାସରେ ଆପଣ ଏହାର ଲାଭ ଉଠାଇପାରିବେ । କିନ୍ତୁ ଏଥିରେ କଂମ୍ପାନୀ ତରଫରୁ ଏକ ନିୟମ ମଧ୍ୟ ରହିଛି । ଯେଉଁ ଗ୍ରାହକ ମାନେ ପ୍ରଥମଥର ଏଲପିଜି ସିଲିଣ୍ଡରର ବୁକିଙ୍ଗ ଓ ପେମେଣ୍ଟ ୨ଟି ଯାକ ପେଟିଏମରୁ କରିବେ । ସେମାନଙ୍କୁ ହିଁ ଏହି ଅଫର ମିଳିପାରିବ । ଯେତେବେଳେ ପେମେଣ୍ଟ କରି ଗ୍ୟାସ ବୁକ୍ କରିବେ ପେଟିଏମ ତରଫରୁ ଗୋଟିଏ ସ୍କ୍ରାଚ କାର୍ଡ ମିଳିବ । ଯାହାଦ୍ୱାରା ଆପଣ ୮୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସ ବ୍ୟାକ ପାଇପାରିବେ । ଆଉ କ୍ୟାସବ୍ୟାକ ର ୭ ଦିନ ଭିତରେ ହିଁ ଏହାର ବ୍ୟବହାର କରିପାରିବେ । ତେଣୁକରି ପେଟିଏମ ବ୍ୟବହାରକାରୀ ଗ୍ରାହକ ନିଜ ଆପ୍ ରେ ଗ୍ୟାସ ବୁକ୍ କରି ଏହି ମନଲୋଭା ଅଫର ର ଲାଭ ଉଠାଇପାରିବେ ।

ଅଜଣା ରୋଗରେ ଆକ୍ରାନ୍ତ ୫ ବର୍ଷର ଶିଶୁ ଆୟୁଷ, କ୍ଷୀର ଓ ବିସ୍କୁଟ ଖାଇ ବଞ୍ଚିଛି ଜୀବନ

ଗଞ୍ଜାମ: ମା’ ଆଖିରୁ ଶୁଖୁନି ଲୁହ । ବାପା ବି ହତାଶ । ସ୍ୱଳ୍ପ ରୋଜଗାରରେ କିପରି କରିବେ ପୁଅର ଚିକିତ୍ସା । ଏନେକ ପୂଜା ପରେ ଜନ୍ମ ନେଇଥିଲା ପୁଅ । ହେଲେ ୫ ବର୍ଷ ହେଲା ସେ ବିଛଣାରେ । ଅଜଣା ରୋଗରେ ପୀଡିତ ପୁଅକ କେବଳ ବିସ୍କୁଟ୍, କ୍ଷୀର ପିଇ ବଞ୍ଚିଛି । ହେଲେ ମଜୁରିଆ ବାପା ନିକଟରେ ସେତକ ଯୋଗାଇ ଦେବାକୁ ବି ସମ୍ବଳ ନାହିଁ । ଚିକିତ୍ସାରେ ସବୁ ସରିଛି । ତେଣୁ ସାହାଯ୍ୟ ପାଇଁ ହାତ ପାତିଛନ୍ତି ପରିବାର । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଝାଡବନ୍ଧ ଗାଁରୁ ଦେଖିବାକୁ ମିଳିଛି ଏପରି କରୁଣ କାହାଣୀ ।

ପୁଅ ଜନ୍ମ ପରେ ମା’ ଆଖିରେ ଥିଲା ଆଖିଏ ସ୍ୱପ୍ନ । ଶ୍ରଦ୍ଧାରେ ନାଁ ରଖିଥିଲେ ଆୟୁଷ । ହେଲେ ଆୟୁଷର ଆୟୁଷ ବଢିବା ସହ ଧରିଲା ଅଜଣା ରୋଗ । ୫ ବର୍ଷ ହେଲା ନା ଚାଲି ପାରୁଛି, ନା କଥା କହି ପାରୁଛି । କ୍ଷୀର ଓ ବିସ୍କୁଟ ଖାଇ ବଞ୍ଚିଛି । ଚିକିତ୍ସା ପାଇଁ ସମ୍ପତି ସରିଛି । ଏବେ ପୁଅକୁ ଖାଦ୍ୟ ଯୋଗାଇବାକୁ ବି ସମ୍ବଳ ଅଭାବ । ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକର ଝାଡବନ୍ଧ ଗାଁର କୃଷ୍ଣ ସେଠୀ ସୁରଟ ଯାଇ ମୁଲ ଲାଗି ପରିବାର ଚଳାନ୍ତି । ନିଜର ସୀମିତ ସମ୍ବଳ ଭିତରେ ପୁଅର ଆୟୁଷର ଚିକିତ୍ସା ପାଇଁ ବିଭିନ୍ନ ମେଡିକାଲ ଯାଇଛନ୍ତି । ହେଲେ ଚିକିତ୍ସା ପାଇଁ ସମୟ ଲାଗିବା ସହ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିଛନ୍ତି । ତେଣୁ ସାହାଯ୍ୟ ପାଇଁ ହାତ ପାତିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ ।

ଚିକିତ୍ସା ପାଇଁ ସବୁ ସମ୍ପତି ବିକ୍ରି କରିଦେଇଛନ୍ତି କୃଷ୍ଣ । ବ୍ଲହ୍ମପୁର, କଟକ, ଭୁବନେଶ୍ବର ସବୁଠି ନେଇ ଡାକ୍ତରଙ୍କୁ ଦେଖାଇଛନ୍ତି । ଏବେ ପାଖରେ ପଇସାଟିଏ ନାହିଁ । ସେପଟେ ବିଛଣା ପଡିଥିବା ପୁଅକୁ ଦେଖି ଆଖିରୁ ଲୁହ ସୁଖୁନି । ପଞ୍ଚାୟତ ସ୍ତରରେ ଆୟୁଷକୁ ସରକାରଙ୍କ ତରଫରୁ ମାସକୁ ପାଞ୍ଚ ସହ ଟଙ୍କା ଭତ୍ତା ଦିଆଯାଉଛି । ତେବେ ଅଧିକ ସହାୟତା ମିଳିଲେ ଛୁଆଟିର ଚିକିତ୍ସା ହୋଇପାରନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକ ଓ ସରପଞ୍ଚ । ପିଲାଟିର ଭବିଷ୍ୟତ ପାଇଁ ସହକାରୀ ସହାୟତା ଏକମାତ୍ର ଭରସା ବୋଲି କହିଛନ୍ତି ଆୟୁଷଙ୍କ ପରିବାର ।

ଜୀବଙ୍କ ଜିନ୍ ବଦଳାଉଛି ଚୀନ୍ : ଚୀନ ବିରୁଦ୍ଦରେ ସାମ୍ବାଦିକ ଜେସପର୍ ବେକରଙ୍କର ଦାବି

ଚାଇନା ଉପରେ ସାରା ବିଶ୍ୱର ନଜର । ଯଦି ପଚାରିବେ କାହିଁକି ? ତାହାଲେ ତାର ଅନେକ କାରଣ ରହିଛି । ଆଉ ସବୁଠୁ ବଡ କାରଣ ହେଉଛି ବର୍ତ୍ତମାନର ମହାମାରୀ । ଯାହା ଚାଇନାର ଉହାନ୍ ଲ୍ୟାବରୁ ଆସିଥିବାର ଅନେକ ସୂତ୍ରରୁ ପ୍ରମାଣ ହେଉଛି । ବ୍ରିଟେନ ଓ ଆମେରିକାର ଗୋଇନ୍ଦା ସଂସ୍ଥା ବି ଚୀନ୍ ର ଏହି ଖତରନାକ୍ ଲ୍ୟାବ ର ସତକୁ ସାମ୍ନାକୁ ଆଣିବା ପ୍ରୟାସରେ ଲାଗିପଡିଛନ୍ତି । କିନ୍ତୁ ଏସବୁ ଭିତରେ ଜଣେ ବିଶେଷଜ୍ଞ ତଥା ସାମ୍ବାଦିକ ଜେସପର୍ ବେକର ଦାବା କରିଛନ୍ତି କି ଚୀନର ଲ୍ୟାବରେ କିଛି ତ ଗଡବଡ ରହିଛି । ତାଙ୍କ କହିବା ଅନୁସାରେ ଲ୍ୟାବ ଗୁଡିକରେ ପଶୁଙ୍କର ଜୀନ୍ କୁ ପରିବର୍ତ୍ତନ କରି ତାଙ୍କୁ କିଛି ନୂଆ ଭାଇରସ୍ ର ଇଂଜେକସନ ଲଗାଯାଉଛି । ଆଉ ଏହି ନୂଆ ଭାଇରସ୍ କରୋନା ଠାରୁ କିଛି କମ୍ ହେବନି । ବେକର ଆହୁରୀ ମଧ୍ୟ ଦାବା କରୁଛନ୍ତି କି ଚୀନ ସବୁବେଳେ କିଛି ଏମିତି ଓଲଟପାଲଟ ପରୀକ୍ଷଣ କରିଥାଏ ଯାହାକୁ ଦୁନିଆର ଆଉ କେଉଁଠି ପରୀକ୍ଷା କରିବାକୁ ଅନୁମତି ମିଳିନଥାଏ ।

ଯେବେଠାରୁ ଗ୍ଲୋବାଲ ବାୟୋଟେକ ବିନିଯୋଗ ବୃଦ୍ଦି ପାଇଛି । ସେବେଠାରୁ ଚୀନର ଅନୁସନ୍ଧାନକାରୀ ମାନେ ପଶୁମାନଙ୍କ ଉପରେ ପରୀକ୍ଷଣ ଅଧିକ ମାତ୍ରାରେ କରୁଛନ୍ତି । ତାସହ ନୂଆ ଜୈାବିକ ହଥିୟାର ତିଆରି ପାଇଁ ଚୀନ୍ ଜୀବମାନଙ୍କ ଉପରେ ଅଧ୍ୟୟନ କରୁଛି । ଚୀନ୍ ସରକାର ବେଟ୍ ଭାଇରସ, ଇବୋଲା ଭାଇରସ୍‌,ମାରବର୍ଗ ଭଳି ଅନେକ ଭାଇରସ ର ପରୀକ୍ଷଣ କରି ଦୁନିଆ ପାଇଁ ବିପଦ ସୃଷ୍ଟି କରିଛି । ହେଲେ ଏ ସମ୍ବନ୍ଧରେ ଚୀନ ସରକାର କେବେ ବି ସତ ସ୍ୱିକାର କରିନାହାନ୍ତି । ପତ୍ରକାରଙ୍କ କହିବା ଅନୁସାରେ ଚୀନ୍ କେବଳ ଜୀବଜନ୍ତୁଙ୍କ ଉପରେ ନୁହେଁ ବରଂ ମଣିଷଙ୍କ ଉପରେ ବି ବେଆଇନ ପରୀକ୍ଷଣ କରୁଛି । ଯାହାର ସନ୍ଧାନ ପାଇବାକୁ ହେଲେ ଚୀନ ର ଗୁପ୍ତ ଲ୍ୟାବ ଗୁଡିକର ରିସର୍ଚ କରିବାକୁ ହେବ । ଯେଉଁଥିରୁ ସ୍ପଷ୍ଟ ଭାବେ ଜଣାପଡିବ ଯେ ମଣିଷଙ୍କ ଭିତରେ କେଉଁଭଳି ପଶୁଙ୍କର ଜୀନ ଅଦଳବଦଳ କରୁଛି ଚାଇନା । ତେବେ ଆମେରିକା ଚୀନ ର ଅସଲି ମୁଖା ଖୋଲିବା ପାଇଁ ଅଣ୍ଟା ଭିଡିଲାଣି ।

ଆମେରିକାର ବୈଦେଶିକ ମନ୍ତ୍ରୀ ଏଣ୍ଟନୀ ବ୍ଲିକେନ ଚୀନ କୁ କଡା ଚେତାବନୀ ଦେଇ କହିଛନ୍ତି । ଯଦି କରୋନା ଭାଇରସ ର ମୂଳ ଉପ୍‌ôତି ବିଷୟରେ ଜାଣିବାରେ ଚାଇନା ସାହାର୍ଯ୍ୟ ନ କରେ । ତେବେ ଆର୍ନ୍ତଜାତୀୟ ସ୍ତରରେ ତା ବିରୁଦ୍ଦରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଯାବତ୍ ଚୀନ୍ ଅନୁସନ୍ଧାନକାରୀ ଟିମ କୁ ଭାଇରସ ବିଷୟରେ ଯାଂଚ କରିବାକୁ ଭଲଭାବରେ ଅନୁମତି ଦେଉନାହିଁ । ବ୍ଲେକିନ କହିଛନ୍ତି ଖୁବ୍ ଶିଘ୍ର ଚୀନ୍ ଅନ୍ତରାଷ୍ଟ୍ରିୟ ଗବେଷକଙ୍କୁ ଯାଂଚ ପାଇଁ ଏଣ୍ଟ୍ରି ଦେଉ ଓ ସବୁ ସୂଚନା ଭଲଭାବରେ ଦେଉ । ତେବେ ଚାଇନାର ପୁଣିଥରେ କୈାଣସି ଚାଲ ନ ଖେଳୁ ସେଥିପାଇଁ ସବୁ ରାଷ୍ଟ୍ର ହେଉଛନ୍ତି ସର୍ତକ ।

ବାହାଘର ଫଟୋ ଶେୟାର କଲେ ୟାମୀ, ଅଭିନେତା କହିଲେ ରାଧେ ମା’

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ୟାମୀ ଗୌତମ ନିଜ ବ୍ରାଇଡାଲ୍ ଲୁକର ଏକ ଫଟୋ ଶେୟାର କରିଛନ୍ତି । ତାଙ୍କ ଏହି ଫଟୋକୁ ନେଇ ଫ୍ୟାନ୍ସ ମାନେ ବି କମେଣ୍ଟ କରିଛନ୍ତି । ଏଥିରୁ ବାଦ୍ ପଡିନାହାଁନ୍ତି ଅଭିନେତା ଓ ଅଭିନେତ୍ରୀ ।

ବ୍ରାଇଡାଲ୍ ଲୁକ୍ ରେ ୟାମୀ ଲାଲ୍ ଆଉଟଫିଟ୍ ରେ ନଜର ଆସିଛନ୍ତି । ଯାହା ପରେ ବିକ୍ରାନ୍ତ ତାଙ୍କୁ ରାଧେ ମା’ ବୋଲି କହିଥିଲେ । ଫଟୋରେ ୟାମୀ ଲାଲ୍ ଗେଟଅପରେ ନଜର ଆସିବା ସହ ସ୍ୱାମୀ ଆଦିତ୍ୟଙ୍କୁ ଚାହିଁ ଚାହିଁ ହସୁଛନ୍ତି । ସେପଟେ ଆଦିତ୍ୟ ମଧ୍ୟ ଧଳା ରଙ୍ଗର ଶେରୱାନୀ ସହ ପଗଡି ପିନ୍ଧିଥିବା ନଜର ଆସିଛନ୍ତି । ଦୁହିଁଙ୍କ ଫଟୋକୁ ଦେଖି ସେଲିବ୍ରିଟି ଓ ଫ୍ୟାନ୍ସ ମାନେ କମେଣ୍ଟ କରିବାରେ ଲାଗିଛନ୍ତି ।

ୟାମୀ ଜୁନ୍ ୪ ତାରିଖରେ ଆଦିତ୍ୟ ଧରଙ୍କ ସହ ବିବାହର ଆନାଉସମେଣ୍ଟ କରିଥିଲେ । ଯାହା ପରେ ଅଭିନେତ୍ରୀ ଲଗାତାର ଭାବେ ତାଙ୍କର ବାହାଘରର ଫଟୋ ସବୁ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ । ଲାଟେଷ୍ଟ ଫଟୋରେ ୟାମୀ ଲାଲ୍ ରଙ୍ଗର ବନାରସୀ ଫଟୋ ପିନ୍ଧିଥିବା ନଜର ଆସିଛନ୍ତି । ମଥାରେ ସିନ୍ଦୁର, ଗଳାରେ ମଙ୍ଗଳସୁତ୍ର, କେଶରେ ମିଡିଲ ପାର୍ଟଡ୍ ବନ୍ ରହିଛି । ଏହା ସହ ହେବି ଜୁଏଲାରୀ ପିନ୍ଧା ଫଟୋ ମଧ୍ୟ ଶେୟାର କରିଥିଲେ । ଆଉ ଲେଖିଥିଲେ- Rind posh maal gindane draaye lo lo । ଯାହାର ଅର୍ଥ କିଛି ଏହିପରି- ଆସନ୍ତୁ ବସନ୍ତ ଋତୁର ସ୍ୱାଗତ କରିବା ।

ଦୁହିଁଙ୍କ ବାହାଘର ନିକଟ ସମ୍ପର୍କୀୟଙ୍କ ମଧ୍ୟରେ ହିମାଚଳ ପ୍ରଦେଶରେ ହୋଇଥିଲା । ବ୍ରାଇଡାଲ୍ ଲୁକକୁ ବିକ୍ରାନ୍ତ ରାଧେ ମା’ ସହ ତୁଳନା କରିଥିଲେ । ହେଲେ ତାହା କଙ୍ଗନାଙ୍କୁ ପସନ୍ଦ ଆସିନଥିଲା । ବିକ୍ରାନ୍ତ ଲେଖିଥିଲେ- ସମ୍ପୂର୍ଣ୍ଣ ଶୁଦ୍ଧ ଓ ପବିତ୍ର ପୂରାପୂରି ରାଧେ ମା’ଙ୍କ ପରି । ଯାହାକୁ ନେଇ କଙ୍ଗନା ପ୍ରତି ଜବାବରେ କହିଥିଲେ- କୁଆଡୁ ଆସିଲା ଅସରପା…ମୋ ଚପଲ୍ କୋଉଠି ଅଛି ଆଣ ।

ଏହା ପୂର୍ବରୁ ଆୟୁଷ୍ମାନ ଲେଖିଥିଲେ- ପୂରା ଜୟ ମାତା ଦି ଭଳି ଅନୁଭବ ହେଉଛି । ଯେଉଁଥିରେ କଙ୍ଗନା ଉତ୍ତର ଦେଇଥିଲେ, ‘‘ରିଲ୍ ସେଲିବ୍ରିଟିଙ୍କ ଏପର୍ଯ୍ୟନ୍ତ ସବୁଠୁ ରିଅଲ୍ ଫଟୋ… ତୁମେ ବହୁତ ସୁନ୍ଦର ଲାଗୁଛ… ବଧାଇ ହୋ ।