ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ପ୍ରାକ୍ଟିକାଲ ଆସେସମେଣ୍ଟ ଦାଖଲ ସମୟ ବୃଦ୍ଧି କରାଯାଇଛି । ଆସେସମେଣ୍ଟ ଦାଖଲ ସମୟ ୨୮ ତାରିଖ ଯାଏଁ ବୃଦ୍ଧି ହୋଇଛି । ଏ ନେଇ ସିବିଏସଇ ପକ୍ଷରୁ ସୂଚନା ଦିଆଯାଇଛି । ବାକିଥିବା ପ୍ରାକ୍ଟିକାଲ ଆସେସମେଣ୍ଟ କାର୍ଯ୍ୟ ଅନଲାଇନରେ ହେବ । ସେପଟେ ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ୧୫ ଦିନ ଭିତରେ ବିଶେଷଜ୍ଞ କମିଟି ଗଠନ ହେବ । ସିବିଏସ୍ଇ ପଲିସିକୁ କମିଟି ସଦସ୍ୟମାନେ ତର୍ଜମା କରିବେ । ପରେ ନିଷ୍ପତ୍ତି ହେବ ଯେ, କେଉଁ ଆଧାରରେ ମାର୍କ ଦିଆଯିବ । ଡେଡ୍ଲାଇନ୍ ଅନୁସାରେ ଫଳ ପ୍ରକାଶ କରାଯିବା ନେଇ ନିଷ୍ପତ୍ତି ହୋଇଛି ।
ଯେଉଁଠି ଭୋଟ୍ ସେଇଠି ଟିକା: ସାର୍ବଜନୀନ ଟିକାକରଣ ପାଇଁ ଯୋଜନା କଲେ ଦିଲ୍ଲୀ ସରକାର
ନୂଆଦିଲ୍ଲୀ: ରାଜଧାନୀରେ ୪୫ ବର୍ଷରୁ ଅଧିକ ଲୋକଙ୍କର ଟିକାକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଯାହାର ନାମ ରହିଛି ‘ଜାହାଁ ଭୋଟ୍, ୱାହାଁ ଭ୍ୟାକ୍ସିନେସନ୍’ ଅର୍ଥାତ୍ ‘ଯେଉଁଠି ଭୋଟ୍ ସେଇଠି ଟିକା’। ଏନେଈ ସୋମବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରକାଶ କରିଛନ୍ତି ।
ଯଦି ଟିକା ଅଭାବ ନହୁଏ, ତେବେ ଏହି ଅଭିଯାନ ଅଧୀନରେ ୪ ସପ୍ତାହ ମଧ୍ୟରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ଦିଲ୍ଲୀରେ ଟିକା ଦିଆଯିବ। ଏହି ଅଭିଯାନ ଅଧୀନରେ ଆମେ ସବୁ ଘରକୁ ଯାଇ କହିବୁ ଯେ ଆପଣ ଯେଉଁଠାକୁ ଭୋଟ୍ ଦେବାକୁ ଯାଉଛନ୍ତି । ଆମେ ସେଠାରେ ଆପଣଙ୍କର ଟୀକାକରଣ ପାଇଁ ବ୍ୟବସ୍ଥା କରିଛୁ।
Kejriwal launches 'Jahan Vote, Wahan Vaccination' campaign to vaccinate all above 45 yrs within 4 weeks
Read @ANI Story | https://t.co/P4W3lAmK6t pic.twitter.com/t1cr4BiYZF
— ANI Digital (@ani_digital) June 7, 2021
ଆଜିଠାରୁ ଦିଲ୍ଲୀର ୭୦ଟି ୱାର୍ଡରେ ଏହି ଅଭିଯାନ ଆରମ୍ଭ ହେବ। ଏହି ଅଭିଯାନରେ ପ୍ରତି ସପ୍ତାହରେ ୭୦ ୱାର୍ଡରେ ଟିକାକରଣ କରାଯିବ । ଅପରପକ୍ଷେ ଟୀକାକରଣ ପାଇଁ ଲୋକଙ୍କୁ ଘରୁ ନେବା ଲାଗି ବହୁ ସଂଖ୍ୟାରେ ଇ-ରିକ୍ସା ମଧ୍ୟ ନିୟୋଜିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୦୦,୬୩୬ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ୨ ହଜାର ୪୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୩ଲକ୍ଷ ୪୯ହଜାର ୧୮୬ ପାର୍ କରିଛି । ଗୋଟିଏ ଦିନରେ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଫେରିଛନ୍ତି ୧ ଲକ୍ଷ ୭୪ ହଜାର ୩୯୯ ଆକ୍ରାନ୍ତ। ନୂଆ ଆକ୍ରାନ୍ତକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯ ହଜାର ୯୭୫ ପାର୍ କରିଛି। ଏବେ ସୁଦ୍ଧା ସାରା ଦେଶରେ ୨୩ କୋଟି ୨୭ ଲକ୍ଷ ୮୬ ହଜାର ୪୮୨ ଲୋକଙ୍କୁ କରୋନା ଟିକା ଦିଆ ସରିଛି।
ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ : ଏହି ୮ଟି ଖାଦ୍ୟର ନାହିଁ ଏକ୍ସପାଏରୀ ଡେଟ୍
ନୂଆଦିଲ୍ଲୀ: ପ୍ରତିବର୍ଷ ଜୁନ୍ ୭ରେ ପାଳିତ ହେଉଛି ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସ । ୨୦୧୮ ଜୁନ ୭ରେ, ମିଳିତ ଜାତିସଂଘ ସାଧାରଣ ସଭା ଏହି ଦିନ ବିଶ୍ୱ ଖାଦ୍ୟ ସୁରକ୍ଷା ଦିବସକୁ ବାର୍ଷିକ ଉତ୍ସବ ଭାବରେ ଥିମ୍ ପରିବର୍ତ୍ତନ ସହିତ ପାଳନ କରିବାକୁ ଘୋଷଣା କରିଥିଲା । ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ଆରମ୍ଭ ହୋଇଥିବା ଏକ ପଦକ୍ଷେପ । ପ୍ରଥମ ମହୋତ୍ସବର ସଫଳତା ଦ୍ୱାରା ଉତ୍ସାହିତ ହୋଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସଚେତନତା ସୃଷ୍ଟି କରିବା ପାଇଁ ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଆସନ୍ତୁ ଜାଣିବା କେଉଁ ୧୦ଟି ଖାଦ୍ୟର ନାହିଁ ଏକ୍ସପାଇରୀ

୧-. ଧଳା ଚାଉଳ :
ଧଳା ଚାଉଳ, ଏହା ହେଉଛି ପୁଷ୍ଟିକର ଖାଦ୍ୟ । ଏହାର ସ୍ୱାଦ ୩୦ ବର୍ଷ ପର୍ଯ୍ୟନ୍ତ ବଜାୟ ରହିଥାଏ । ଯେତେବେଳେ ୪୦ ଡିଗ୍ରୀ ଫାରେନ୍ହାଇଟ୍ ତଳେ ଅମ୍ଳଜାନମୁକ୍ତ ପାତ୍ରରେ ଗଚ୍ଛିତ ହୁଏ । ବ୍ରାଉନ୍ ଚାଉଳ, ବେଶି ଦିନ ରହିପାରେନି । କାରଣ ଏଥିରେ ଥିବା ତୈଳାକ୍ତ ଅଂଶ କୁଣ୍ଡାରେ ବାହାରିଯାଇଥଆଏ । ସେଥିପାଇଁ ଏହା ୬ ମାସରୁ ଅଧିକଦିନ ରହେନି ।

୨- ମହୂ :
ମହୂ ଏକମାତ୍ର ଖାଦ୍ୟ, ଯାହାକି କୁହାଯାଏ ପ୍ରକୃତରେ ଏହା ସବୁଦିନ ପାଇଁ ରହିଥାଏ । ଏହାର ଯାଦୁକରୀ ରସାୟନ ଏବଂ ମହୁମାଛିର ହସ୍ତତନ୍ତ ଯୋଗୁଁ ଫୁଲରୁ ବାହାରୁଥିବା ଅମୃତ ମହୁମାଛି ଭିତରେ ଥିବା ଏନଜାଇମ୍ ସହିତ ମିଶିଥାଏ । ଯାହା ସରଳ ଶର୍କରାରେ ବିଭକ୍ତ ହୋଇ ମହୁଫେଣାରେ ଜମା ହୋଇଥାଏ । ମହୁମାଛିଙ୍କ ଡେଣା ଏବଂ ସେମାନଙ୍କ ପେଟରୁ ଏନଜାଇମ୍ ବା ତରଳ ପଦାର୍ଥ ସୃଷ୍ଟି କରେ ଯାହା ଉଭୟ ଅତ୍ୟଧିକ ଅମ୍ଳୀୟ । ମହୁର ପ୍ରକ୍ରିୟାକରଣ ଏପରି ହୋଇଥାଏ ଯାହାକି ଅନିର୍ଦ୍ଦିଷ୍ଟ କାଳ ପାଇଁ ଗଚ୍ଛିତ ହୋଇ ରହିଯାଏ । ଆର୍ଦ୍ରତା କମ୍ ଥିବା ସତ୍ତ୍ୱେ ମହୁର ଶର୍କରା ହାଇଗ୍ରୋସ୍କୋପିକ୍ ଥାଏ, ଯାହା ବାୟୁରୁ ଆର୍ଦ୍ରତା ଗ୍ରହଣ କରନ୍ତି । ଯେତେବେଳେ ଗରମ ଏବଂ ଛାଣାଯାଇଥିବା ମହୁକୁ ସଠିକ୍ ଭାବରେ ସିଲ୍ କରାଯାଏ, ଆର୍ଦ୍ରତା ଅବଶୋଷିତ ହୋଇନପାରି ସବୁଦିନ ପାଇଁ ସମାନ ରହିଥାଏ । ବିଶ୍ୱାସ ରହିଛି ଯେ, ମହୁରେ ଥିବା ମିଠାର ସ୍ୱାଦ ପାଖାପାଖି ୫୫୦୦ ବର୍ଷ ପର୍ଯ୍ୟନ୍ତ ରହିଥାଏ ।

୩-ଲୁଣ :
ସୋଡିୟମ୍ କ୍ଲୋରାଇଡ୍ ହେଉଛି ଏକ ପ୍ରାକୃତିକ ଖଣିଜ ପଦାର୍ଥ । ଏହାର ସ୍ଥାୟୀତା ଆଶ୍ଚର୍ଯ୍ୟଜନକ ନୁହେଁ । ଏହାର ବ୍ୟବହାର କେଉଁ ଆବାହମାନ କାଳରୁ ଖାଦ୍ୟ ପଦାର୍ଥକୁ ସଂରକ୍ଷିତ ରଖିବା ପାଇଁ ଉପକରଣରେ କରାଯାଏ । କାରଣ ଏହା ଖାଦ୍ୟରେ ଥିବା ଆର୍ଦ୍ରତା ହଟାଇଥାଏ । ଆପଣ ଚାହିଁଲେ ବି ଆଲମାରୀରେ ଦୀର୍ଘଦିନ ଧରି ଲୁଣକୁ ରଖିପାରିବେନି । ଯଦି ଆପଣ ଆୟୋଡିନ ଯୁକ୍ତ ଲୁଣ ବ୍ୟବହାର କରୁଛନ୍ତି ତାହେଲେ ଏହା ୫ ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି ।

୪-ସୋୟା ସସ୍ :
ସହମତି ମନେହେଉଛି ଯେ ଏହା ଏକ ପ୍ରକାର ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍ ବ୍ୟବହାର କରୁଥିବା ମିଶ୍ରଣ ଉପରେ ନିର୍ଭର କରେ । କିନ୍ତୁ ଖୋଲା ନ ହେଲେ ସୋୟା ସସ୍ ବହୁତ ଦିନ ଧରି ରହିପାରିବ । ଏହା ଖୋଲିବା ପରେ ମଧ୍ୟ ରେଫ୍ରିଜରେଟରରେ ବର୍ଷ ବର୍ଷ ଧରି ରହିପାରେ।

୫-ଚିନି :
ଏହି ତାଲିକାରେ ଥିବା ଅନ୍ୟ ଆଇଟମଗୁଡିକ ପରି, ଚିନି ପାଇଁ ବ୍ୟବହାର କରୁଥିବା ଷ୍ଟୋରେଜ୍ ପଦ୍ଧତି ନିର୍ଣ୍ଣୟ କରେ ଯେ ତୁମେ ଏହାକୁ ସବୁଦିନ ପାଇଁ ସାଇତି ରଖିପାରିବ କି ନାହିଁ । ପାଉଡର ଏବଂ ଗ୍ରାନ୍ୟୁଲେଟେଡ୍ ଚିନିକୁ ଆର୍ଦ୍ରତାକୁ ରଖିବା ପାଇଁ ଏୟାରଟାଇଟ୍ ପାତ୍ରରେ ରଖାଯିବା ଉଚିତ୍ । ଖୁଚୁରା ବ୍ୟବସାୟୀମାନେ ତାରିଖ ସହିତ ବ୍ୟାଗ୍ ଷ୍ଟାମ୍ପ୍ କରିବା ଆବଶ୍ୟକ କରନ୍ତି । କିନ୍ତୁ ନିର୍ମାତାମାନେ କୁହନ୍ତି ଯେ ବ୍ରାଉନ୍ ସୁଗାର କ୍ଷେତ୍ରରେ ଏହା ଅନୁପଯୋଗ୍ୟ ।

୬-ଶୁଖିଲା ବିନ୍ସ :
ଚାଉଳ ଅଧ୍ୟୟନ ପରି, ବ୍ରିଗମ୍ ୟଙ୍ଗ ୟୁନିଭରସିଟିର ଅନୁସନ୍ଧାନକାରୀମାନେ ଜାଣିବାକୁ ପାଇଛନ୍ତି ଯେ ୩୦ ବର୍ଷ ପରେ ପିଣ୍ଟୁ ବିନ୍ସର ସାମଗ୍ରିକ ଗୁଣ ହ୍ରାସ ପାଇଛି । କିନ୍ତୁ “ସମସ୍ତ ନମୁନା ଅତି କମରେ ୮୦ ପ୍ରତିଶତ ଉପଭୋକ୍ତା ପ୍ୟାନେଲିଷ୍ଟଙ୍କ ଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର ପାଇଁ ଗ୍ରହଣୀୟ ବୋଲି ବିବେଚନା କରାଯାଇଥିଲା । ଆହୁରି ମଧ୍ୟ, ସମୟ ସହିତ ଏଥିରେ ଥିବା ପ୍ରୋଟିନ୍ ହଜମ ହେବାରେ ସହଜ ହୋଇଥାଏ ।

୮-ପାଉଡର କ୍ଷୀର :
ପାଉଡର କ୍ଷୀର ସ୍ୱାଦ ସେତେଟା ଭଲ ନୁହେଁ । କିନ୍ତୁ ପାଉଡର କ୍ଷୀର ବିଦ୍ୟମାନ ହେବାର ଏକ ମୁଖ୍ୟ କାରଣ ହେଉଛି ଏହା ଅଧିକ ସମୟ ଧରି ରହିଥାଏ । ତାଜା କ୍ଷୀର ଅପେକ୍ଷା ପରିବହନ ଏବଂ ସଂରକ୍ଷଣ କରିବା ମଧ୍ୟ ସହଜ ଅଟେ । ଏହାକୁ ଦୀର୍ଘଦିନ ଧରି ବ୍ୟବହାର କରିହେବ ।

୯-ହାର୍ଡ ଲିକର୍ :
କ୍ରିମ୍ ଲିକ୍ୟୁର୍, କିନ୍ତୁ ଆପଣ ସବୁବେଳେ କଠିନ ସାମଗ୍ରୀର ଏକ ଷ୍ଟାସ୍ ରଖିପାରିବେ । ଅମ୍ଳଜାନ ହେତୁ ସ୍ୱାଦ ପ୍ରାୟ ନିଶ୍ଚିତ ରୂପେ ବଦଳିଯିବ । ଖୋଲା ବୋତଲରେ ରଖିବା ହେତୁ ବାଷ୍ପୀକରଣ କାରଣରୁ କିଛିଟା ମାତ୍ରା ଏହାର ଗୁଣ କମିପାରେ । ଯେ ପର୍ଯ୍ୟନ୍ତ ଏହାକୁ କେହି ନ ପିଇଛନ୍ତି ସେପର୍ଯ୍ୟନ୍ତ ଏଥିରେ ଥିବା ଆଲକହଲ ମାତ୍ରା ସେମିତି ରହିଥାଏ ।
ଦେଶବାସୀଙ୍କୁ ଧର୍ମେନ୍ଦ୍ରଙ୍କ ଝଟକା, କହିଲେ କମିବନି ପେଟ୍ରୋଲ ଦର
ନୂଆଦିଲ୍ଲୀ: ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଦର ଦିନୁକ ଦିନ ଆକାଶ ଛୁଆଁ ହେବାରେ ଲାଗିଛି । ଏମିତିକି ଭାରତର କିଛି ସହରରେ ପେଟ୍ରୋଲ୍ ଦର ଲି. ପ୍ରତି ୧୦୦ ଟଙ୍କା ଟପିଛି । ବଢୁଥିବା ତୖେଳ ଦରକୁ ନେଇ ଚିନ୍ତାରେ ପଡିଛନ୍ତି ଗ୍ରାହକ। ଏଭଳି ସମୟରେ ପେଟ୍ରୋଲ୍ ଓ ଡିଜେଲ୍ ଦରରୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି ପେଟ୍ରାେଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଗୁଜୁରାଟରେ କେନ୍ଦ୍ର ମନ୍ତ୍ରୀଙ୍କୁ ପଚରାଯାଇଥିବା ଏକ ପ୍ରଶ୍ନର ଜବାବ ଦେବାକୁ ଯାଇ ସେ କହିଛନ୍ତି, ସରକାରଙ୍କର ଆମଦାନୀ ଏବେ ଖୁବ୍ କମି ଯାଇଛି । ୨୦୨୦-୨୧ ଆର୍ଥିକ ବର୍ଷରେ ଆମଦାନୀ କମିଥିବା ବେଳେ ୨୦୨୧-୨୨ ବର୍ଷରେ ମଧ୍ୟ ଏହା କମ୍ ରହିବାର ଆଶଙ୍କା ରହିଛି । ଏବେ ଆମଦାନୀ କମିବା ସହ ସରକାରଙ୍କର ଖର୍ଚ୍ଚ ମଧ୍ୟ ବଢୁଛି ।
ହେଲଥ ସେକ୍ଟରରେ ଖର୍ଚ୍ଚ ବଢୁଥିବା ବେଳେ ଜନମଙ୍ଗଳ କାର୍ଯ୍ୟରେ ମଧ୍ୟ ସରକାର ଖର୍ଚ୍ଚ କରୁଛନ୍ତି । ଏଭଳି ସ୍ଥଳେ ପେଟ୍ରୋଲ୍ ଓ ଡିଜେଲ୍ ର ଦାମ୍ କମ୍ କରିବାର ଏହା ଉପଯୁକ୍ତ ସମୟ ନୁହେଁ । ତୈଳ ଦର ବଢିବାର ମୁଖ୍ୟ କାରଣ ଅନ୍ତରାଷ୍ଟ୍ରୀୟ ବଜାର । ବଜାରରେ କଞ୍ଚା ତେଲର ମୂଲ୍ୟ ବ୍ୟାରେଲ୍ ପ୍ରତି ୭୦ ଡଲାରରେ ପହଞ୍ଚିଛି । ଯାହା ଫଳରେ ପେଟ୍ରୋଲ୍ ଓ ଡିଜେଲ୍ ଦର ମଧ୍ୟ ବଢୁଛି ।
ତେବେ ଏହା ପୂର୍ବରୁ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ରାଜୀବ କୁମାର କହିଥିଲେ ଯେ ତୖେଳ ଦର ବୃଦ୍ଧି ନେଇ ସରକାରଙ୍କୁ କିଛି କରିବା ଉଚିତ୍ ।
IPL 14: ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବ ମ୍ୟାଚ୍, ଏହି ଦିନ ଫାଇନାଲ୍…
ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୪ ତମ ସଂସ୍କରଣ ୟୁଏଇରେ ଖେଳାଯିବାକୁ ଥିବା ବେଳେ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ତାରିଖ ଘୋଷଣା କରାଯାଇଛି । ଏହାର ପ୍ରଥମ ମ୍ୟାଚ୍ ସେପ୍ଟେମ୍ବର ୧୯ ତାରିଖରେ ଖେଳାଯିବ ।
ସୂଚନା ଅନୁଯାୟୀ, ଫାଇନାଲ୍ ମ୍ୟାଚ୍ ଅକ୍ଟୋବର ୧୫ରେ ଆୟୋଜିତ ହେବ । ଏନେଇ ବିସିସିଆଇ ଓ ଅମିରାତ କ୍ରିକେଟ୍ ବୋର୍ଡ (ଇସିବି) ମଧ୍ୟରେ ବୈଠକ ହେଉଥିବା ବେଳେ ବିସିସିଆଇର ଜଣେ ଅଧିକାରୀ କହିଛନ୍ତି ଯେ ଆଇପିଏଲ୍ ମ୍ୟାଚ୍ ଦୁବାଇରେ ସଫଳତା ପୂର୍ବକ ହେବ ବୋଲି ଆଶା କରାଯାଉଛି ।

ତେବେ ଏହି ମୁକାବଲା ଶାରଜାହ ଓ ଆବୁ ଧାବିରେ ହେବ ।
ମ୍ୟାଚରେ ବିଦେଶୀ ଖେଳାଳିଙ୍କ ସ୍ଥିତିକୁ ନେଇ ଜଣେ ଅଧିକାରୀ କହିଛନ୍ତି ଯେ ଭାରତୀୟ ବୋର୍ଡକୁ ସକରାତ୍ମକ ଫଳାଫଳର ଆଶା ରହିଛି । ‘ଚର୍ଚ୍ଚା ଆରମ୍ଭ ହୋଇଗଲାଣି, ଆମକୁ ଆଶା ଅଛି ଯେ ଅଧିକରୁ ଅଧିକ ବିଦେଶୀ ଖେଳାଳି ଉପଲବ୍ଧ ରହିବେ’ । ଯଦି ସେମାନଙ୍କ ମଧ୍ୟରେ କେହି ନଆସନ୍ତି ତେବେ ଆମେ ଆଗାମୀ ଭବିଷ୍ୟତରେ ଏନେଇ ନିଷ୍ପତ୍ତି ନେବୁ । କିନ୍ତୁ ଏବେ ପାଇଁ ୟୁଏଇରେ ୧୪ ତମ ସଂସ୍କରଣ ଦମଦାର ଭାବେ ଖେଳାଯିବ ।
ତେବେ ୨୬ ଦିନ ଧରି ଚାଲିବ ଆଇପିଏଲ ମୁକାବିଲା । ୟୁଏଇରେ ଚଳିତବର୍ଷ ଆଇପିଏଲର ଅବଶିଷ୍ଟ ବଳକା ମ୍ୟାଚ୍ ଖେଳାଯିବ। କରୋନା ପାଇଁ ଚଳିତବର୍ଷ ଆଇପିଏଲକୁ ଅଧାରୁ ସ୍ଥଗିତ ରଖାଯାଇଥିଲା ।
ଜୁନ ୧୦ରେ ସୂର୍ଯ୍ୟ ପରାଗ, ଏହି ରାଶିଗୁଡ଼ିକ ଉପରେ ପଡ଼ିବ କୁପ୍ରଭାବ
ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ପଡୁଛି ଜୁନ ୧୦ ଗୁରୁବାର ଦିନ। ଏହି ଦିନ ସଧବାଙ୍କ ପର୍ବ ସାବିତ୍ରୀ ମଧ୍ୟ । ଜ୍ୟୋତିଷ ବିଜ୍ଞାନ ଅନୁସାରେ, ସୂର୍ଯ୍ୟ ପରାଗର ଶୁଭ ଓ ଅଶୁଭ ପ୍ରଭାବ ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଚଳିତ ଥରର ସୂର୍ଯ୍ୟ ପରାଗ କେଉଁ ରାଶି ଉପରେ ଅଶୁଭ ପ୍ରଭାବ ପକାଇବ ।

ବୃଷ: ଏଥରକ ବୃଷ ରାଶିରେ ପରାଗ ଲାଗିବାକୁ ଯାଉଛି । ଏଣୁ ଏହି ରାଶିର ବ୍ୟକ୍ତିଙ୍କ ଉପରେ ଅଶୁଭ ପ୍ରଭାବ ପଡ଼ିବ । ଏମାନେ ଖର୍ଚ୍ଚାନ୍ତ ଓ ଅସୁସ୍ଥ ହୋଇପାରନ୍ତି ।
ମିଥୁନ: ଏହି ପରାଗ ମିଥୁନ ରାଶି ପାଇଁ ଆଦୌ ଶୁଭ ନୁହେଁ। ଏହି ରାଶିର ବ୍ୟକ୍ତିଙ୍କ ବ୍ୟବସାୟରେ କ୍ଷତି ହୋଇପାରେ। ଏଣୁ କାହା ସହ ନେଣ-ଦେଣ କରନ୍ତୁ ନାହିଁ।
ତୁଳା: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ସୂର୍ଯ୍ୟ ପରାଗ ବହୁ ସମସ୍ୟା ନେଇ ଆସିବ। ଚାକିରି କିମ୍ବା ବେପାର ସମସ୍ୟାର ସମ୍ମୁଖୀନ ହେବେ। ଦାମ୍ପତ୍ୟ ଜୀବନ ଉପରେ ବି ଏହାର ପ୍ରଭାବ ପଡିବ।
ମକର: ଏହି ସୂର୍ଯ୍ୟ ପରାଗ ମକର ରାଶିର ଲୋକଙ୍କ ପାଇଁ ଅଶୁଭ ପ୍ରଭାବ ନେଇ ଆସୁଛି। ଏ ଅବସରରେ ସାବଧାନ ରୁହନ୍ତୁ। ଅସଫଳ ହୋଇପାରନ୍ତି ।
ହୃଦଘାତରେ ଅଭିନେତ୍ରୀ ତରଲା ଜୋଶୀଙ୍କ ଦେହାନ୍ତ
ମୁମ୍ବାଇ: ଟିଭି ସିରିଏଲ୍ ‘ଏକ୍ ହଜାରୋଁ ମେଁ ମେରୀ ବେହେନା ହେ’ରେ ବଡି ବିଜି ଭୂମିକାରେ ନଜର ଆସିଥିବା ଅଭିନେତ୍ରୀ ତରଲା ଜୋଶୀଙ୍କର ହୃଦଘାତରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟୁରେ ଟିଭି ଇଣ୍ଡଷ୍ଟ୍ରିର ବହୁ ସେଲିବ୍ରିଟି ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।
ଅଭିନେତ୍ରୀ ନିଆ ଶର୍ମାଙ୍କ ସହ ‘ଏକ୍ ହଜାରୋଁ ମେଁ ମେରୀ ବେହେନା ହେ’ରେ ତାରଲା ଯୋଶୀଙ୍କୁ ଦେଖିବାକୁ ମିଳିଥିଲା। ନିଆ ଶର୍ମା ତାଙ୍କ ଇନଷ୍ଟାଗ୍ରାମରେ ତରଲାଙ୍କ ମୃତ୍ୟୁ ନେଇ ସୂଚନା ଦେଇଛନ୍ତି। ଏକ ଫଟୋ ସେୟାର କରି ନିଆ ଲେଖିଛନ୍ତି, ଆପଣଙ୍କ ଆତ୍ମାକୁ ଶାନ୍ତି ମିଳୁ ବଡି ବିଜି, ଆପଣ ବହୁତ ମନେ ପଡିବେ । ନିଆଙ୍କ ବ୍ୟତୀତ କୁଶଲ ଟଣ୍ଡନ୍, କରଣ ଟେକର୍ ଏବଂ କ୍ରିଷ୍ଟଲ୍ ଡି’ସୁଜା ମଧ୍ୟ ତରଲାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

‘ଏକ୍ ହଜାରୋଁ ମେଁ ମେରୀ ବେହେନା ହେ’ ବ୍ୟତୀତ ତରଲା ଯୋଶୀ ଅନେକ ଟିଭି ସିରିଏଲରେ କାମ କରିଛନ୍ତି । ‘ସରାଭାଇ ବନାମ ସରାଭାଇ’ ଏବଂ ‘ବନ୍ଦିନୀ’ ଆଦି ରହିଛି। ଅଭିନୟ ଜଗତରେ ପ୍ରବେଶ କରିବା ପୂର୍ବରୁ ତରଲା କଷ୍ଟ୍ୟୁମ ଡିଜାଇନର୍ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଗାନ୍ଧୀ ମାଇଁ ଫାଦର, ମଜିୟାରା ହେ, ହମ ଜୋ କହ ନ ପାଏ ଭଳି ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି।




