spot_img
Home Blog Page 5561

ଗୀତ ଗାଇ ସଚେତନତା କରାଉଛନ୍ତି ବିଜେଡ଼ି ମହିଳା କର୍ମୀ

ବଲାଙ୍ଗୀର: କଣ୍ଟାବାଞ୍ଜିରେ ବିଜେଡି ମହିଳା କର୍ମକର୍ତ୍ତାଙ୍କ ନିଆର ସଚେତନତା । କରୋନା ପ୍ରତି ଗୀତ ଗାଇ ଲୋକଙ୍କୁ ସଚେତନ କରିବା ସହ ଗାଁ ଗାଁ ବୁଲି କରୁଛନ୍ତି ମାକ୍ସ ବଣ୍ଟନ । କରୋନା ଲଢେଇରେ ସଚେତନତା ହିଁ ଏକମାତ୍ର ଔଷଧ ବୋଲି ଲୋକଙ୍କୁ ବୁଝାଉଛନ୍ତି ମହିଳା କର୍ମୀ । କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳିର ମୁରିବାହାଲ, ତୁରେକେଲା, ବଙ୍ଗୋମୁଣ୍ଡା ବ୍ଲକର ବିଭିନ୍ନ ଗାଁରେ ଗୀତ ଗାଇ ଲୋକଙ୍କୁ ସଚେତନ କରୁଛନ୍ତି ।

ଗ୍ରାମାଞ୍ଚଳ ଲୋକେ ଟିକା ନେବା ପାଇଁ ଭୟ ନକରିବାକୁ ବୁଝାଇଛନ୍ତି । ଏହାସହ କୌଣସି ଲକ୍ଷଣ ଦେଖାଗଲେ ତୁରନ୍ତ ଡାକ୍ତରଙ୍କୁ ଦେଖା କରିବାକୁ ମଧ୍ୟ କହୁଛନ୍ତି । ମହିଳାଙ୍କ ଏଭଳି ସଚେତନତା କାର୍ଯ୍ୟକ୍ରମ କୁ ଗାଁଲୋକେ ପ୍ରଶଂସା କରିଛନ୍ତି । ମହାମାରୀ ସମୟରେ ଏପରି ମହତ ଉଦ୍ୟେଶ ରଖି ବିଜେଡ଼ି ମହିଳା କର୍ମୀ ସାଧାରଣ ଲୋକଙ୍କୁ ସଚେତନତା କରାଇବା ପକ୍ରିୟାକୁ ସବୁଠୁ ପ୍ରଶଂସା କରାଯାଉଛି  ।

କୋଭିଡ ରୋଗୀଙ୍କ ଘର ଦୁଆର ମୁହଁରେ ପହଁଚିବ ଅକ୍ସିଜେନ, ରାଜ୍ୟ ସରକାରଙ୍କ ଘୋଷଣା

ଭୁବନେଶ୍ୱର: ଏବେ ଘର ଦୁଆର ମୁହଁରେ ପହଁଚିବ ଅକ୍ସିଜେନ ।  କୋଭିଡ ସଂକ୍ରମିତଙ୍କ ଚିକତ୍ସା ସୁବିଧା ପାଇଁ  ଅକ୍ସିଜେନ୍ କନସେନଟ୍ରେଟର ଯୋଗାଇଦିଆଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ସେବା । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର, ବ୍ରହ୍ମପୁର, କଟକ, ରାଉରକେଲା ଏବଂ ସମ୍ବଲପୁରରେ ଆରମ୍ଭ ହୋଇଛି ସେବା । ରାଜ୍ୟ ସରକାର ଟ୍ବିଟ ଯୋଗେ ଏହି ସୂଚନା ଦେଇଛନ୍ତି ।

ଅକ୍ସିଜେନ୍ କନସେନଟ୍ରେଟର ବୁକିଂ କରିବା ପାଇଁ ରାଜ୍ୟ କୋଭିଡ ଡାସବୋର୍ଡରେ ଦୁଇଟି ଲିଙ୍କ ଦିଆଯାଇଛି । statedashboard.odisha.gov.in ଏବଂ 02boking.sachetakapp.in ଲିଙ୍କରେ ଅକ୍ସିଜେନ୍ ବୁକିଂ କରିପାରିବେ ସଂକ୍ରମିତ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଅନେକ ଅମୂଲ୍ୟ ଜୀବନ ରକ୍ଷା କରିବାରେ ମହତ୍ବପୂର୍ଣ୍ଣ ସାବସ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ବିପର୍ଯ୍ୟସ୍ଥ କଲାଣି ତେଲଦର, ଲୋକଙ୍କ ସ୍ୱାର୍ଥ ବଦଳରେ କୁଠାର ଘାତ କରିଛି କେନ୍ଦ୍ର

ଭୁବନେଶ୍ୱର: କରୋନା ମହାମାରୀ ଲକ୍ଷ ଲକ୍ଷ ଲୋକଙ୍କ ଛଡାଇନେଇଛି ଜୀବିକା । ଆର୍ଥିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ କରିଦେଇଛି । ଏତିକି ବେଳେ ୧୦୦ ଟପିଲାଣି ତୈଳଦର । ଲୋକଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେବା ବଦଳରେ କୁଠାର ଘାତ କରାଯାଉଛି । ଯାହାକି ଜନତାଙ୍କ ପାଇଁ ଏହା ବୋଝ ଉପରେ ଲଳିତାବିଡା ସଦୃଶ ବୋଲି ବିଜେଡି ସାଧାରଣ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି । ମାତ୍ରାଧିକ ତୈଳଦର ବୃଦ୍ଧି ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ମୁଲ୍ୟ ଆକାଶଛୁଆଁ ହୋଇଛି । ଲୋକେ ଏବେ ଭୀଷଣ ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛନ୍ତି ।

ଓଡ଼ିଶାର ମାଲାକାନଗିରି ଓ କୋରାପୁଟରେ ତେଲ ଦର ୧୦୦ ପାର କଲାଣି । ମାତ୍ରାଧିକ ଟିକସ ଯୋଗୁ ଦର ବୃଦ୍ଧି ହେଉଥିବା ମନେ କରାଯାଉଛି । କିନ୍ତୁ କେନ୍ଦ୍ର ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି । କେବଳ ମେ ମାସରେ ତୈଳଦର ୧୬ ଥର ବଢିଛି । ଏଭଳି ଏକ ସମ୍ବେଦନଶୀଳ ବିଷୟକୁ କରୋନା ଆଢୁଆଳରେ ଚପାଇ ଦିଆଯାଉଛି । ଦେଶର ପ୍ରମୁଖ ବିରୋଧୀ ଦଳ ମାନେ ଏହି ପ୍ରସଙ୍ଗରେ ନିରବ ରହିବା ବିଡମ୍ବନାର ବିଷୟ । କିନ୍ତୁ ଏ ପ୍ରସଙ୍ଗ ଜୀବନ୍ତ । ଜନସାଧାରଣଙ୍କ ନଜରରେ ଏହା ରହିଛି । ଆଗାମି ଦିନରେ ଏଥିପାଇଁ ‘ଏନଡିଏ’ ସରକାର ଉତ୍ତରଦାୟୀ ରହିବ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା କହିଛନ୍ତି ।

୨୦୧୪ ପୂର୍ବରୁ ପେଟ୍ରୋଲ ଡିଜେଲ ଦର ବଢୁଥିଲା । ସେ ସମୟରେ ବିଜେପିର ନେତାମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଥିଲେ । କ୍ଷମତାକୁ ଆସିଲେ ଦରଦାମ ନିୟନ୍ତ୍ରଣ କରିବୁ, ଆମ ସରକାର ଜନତାଙ୍କ ସରକାର ହେବ ବୋଲି କହୁଥିଲେ । କିନ୍ତୁ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ତେବେ ତୈଳଦର ହ୍ରାସ କରିବା ପାଇଁ ତୁରନ୍ତ କେନ୍ଦ୍ର ସରକାର ପଦକ୍ଷେପ ନିଅନ୍ତୁ । ନଚେତ୍ ଜନସାଧାରଣ ଏହାର ଉଚିତ ଜବାବ ଦେବେ ବୋଲି କହିଛନ୍ତି ସଞ୍ଜୟ ଦାସବର୍ମା ।

କାନ୍ଦୁଛି ଗଙ୍ଗା ଭାସୁଛି ଶବ, ୟୁପି ନୁହେଁ ଏବେ କୋଲକାତାରେ..

କୋଲକାତା:  ଗଙ୍ଗାରେ ଭାସିଲା ପୁଣି ଶବ । ବିହାର ଓ ଉତ୍ତର ପ୍ରଦେଶ ପରେ କୋଲକାତାରେ ସମାନ ସ୍ଥିତି । ପଶ୍ଚିମବଙ୍ଗରେ କରୋନା ଆକ୍ରାନ୍ତଙ୍କ ମୃତଦେହ ଗଙ୍ଗା ନଦୀରେ ଭାସୁଥିବା ଦେଖିବାକୁ ମିଳିଛି । ମାଲ୍‌ଦା ଜିଲ୍ଲାସ୍ଥିତ ମାଣିକ ଛକ ନିକଟରେ ଗଙ୍ଗାରେ କିଛି ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି । ଗତ ୫ ଦିନ ହେବ ଗଙ୍ଗାରେ ଏଭଳି ମୃତଦେହ ଭାସୁଛି ବୋଲି ଡଙ୍ଗା ଚାଳକ କହିଛନ୍ତି ।

ଫଳରେ କରୋନା ସଂକ୍ରମଣ ବ୍ୟାପିବା ନେଇ ଅଞ୍ଚଳବାସୀ ଆତଙ୍କିତ ହୋଇପଡ଼ିଛନ୍ତି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ସହାୟତାରେ ଶବ ସତ୍କାର ହୋଇଛି । ମାଲଦା ଏସପିଙ୍କ କହିବା କଥା ପଶ୍ଚିମବଙ୍ଗରେ ଶବ ସତ୍କାର ଠିକ୍‌ ଭାବେ କରାଯାଉଛି । ଏହି ଶବ ଗୁଡିକ ପଡୋଶୀ ରାଜ୍ୟରୁ ବୋହି ଆସିଛି । ଏଥିସହ ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି । ରାଜ୍ୟ ସରକାର ମଧ୍ୟ ମାଲଦା ଜିଲ୍ଲା ପ୍ରଶାସନକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟ ରାଜ୍ୟରୁ ବୋହି ଆସୁଥିବା ଶବକୁ ସମ୍ମାନର ସହ ସତ୍କାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ପହଁଚିଲା କେନ୍ଦ୍ରୀୟ ଟିମ୍, ସୋମବାରରୁ ବାତ୍ୟାଞ୍ଚଳରେ କ୍ଷତି ଆକଳନ

ଭୁବନେଶ୍ୱର: ପହଁଚିଲା କେନ୍ଦ୍ରୀୟ ଟିମ୍ । ଓଡ଼ିଶାରେ ବାତ୍ୟା ୟାସ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଟିମ୍ ଆସି ଓଡ଼ିଶାରେ ଆଜି ପହଞ୍ଚିଛନ୍ତି । ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଁଚିଛି ଦଳ । ସୋମବାର ବାତ୍ୟା ପ୍ରଭାବିତ ଅଞ୍ଚଳ ଗସ୍ତ କରିବ ଟିମ୍ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ କୁମାର ବର୍ଣ୍ଣଓ୍ୱାଲଙ୍କ ନେତୃତ୍ୱରେ ଏହି ଟିମ ଓଡ଼ିଶା ଆସିଛି । ଏହି କେନ୍ଦ୍ରୀୟ ଦଳରେ 7 ଜଣ ସଦସ୍ୟ ରହିଛନ୍ତି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି ।

ବାତ୍ୟା ୟସ ଦ୍ବାରା ବିଶେଷ ଭାବେ ପ୍ରଭାବିତ ହୋଇଥିବା 4 ଜିଲ୍ଲା ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡା ଓ ମୟୂରଭଞ୍ଜ ଗସ୍ତ କରିବ ଏହି ଟିମ । ଦୁଇ ଟିମରେ ବିଭକ୍ତ ହୋଇ 4 ଜିଲ୍ଲା ଗସ୍ତ କରିବ ଏହି କେନ୍ଦ୍ରୀୟ ପ୍ରତିନିଧି ଦଳ । 2 ଦିନର ଅନୁଧ୍ୟାନ ପରେ ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଓ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ସହ ଟିମ ଆଲୋଚନା ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ ।

ଦିଲ୍ଲୀ ଫେରି ଓଡ଼ିଶାକୁ 5 ଶହ କୋଟିର ସହାୟତା ରାଶି ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ । କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ । ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ଲାଗି ଦୀର୍ଘ ସ୍ଥାୟୀ ଯୋଜନା କରିବା ଲାଗି କେନ୍ଦ୍ର ନିକଟରେ ଦାବି ରଖିଛି ରାଜ୍ୟ । ଅନ୍ୟପଟେ ୟାସ ବାତ୍ୟା ଓ ପରବର୍ତ୍ତୀ ବନ୍ୟାରେ ପ୍ରାୟ 620 କୋଟି କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ମହାମାରୀରେ ଜୀବନ ଦେଉଛି ଓଡିଶା ମୋ ପରିବାର, ସଂଗ୍ରହ ହେଲାଣି ୧ଲକ୍ଷ ୟୁନିଟ ରକ୍ତ

ଭୁବନେଶ୍ୱର: ମହାମାରୀ ସମୟରେ ଓଡିଶା ମୋ ପରିବାରର କୃତିତ୍ୱ । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ସାରା ଓଡ଼ିଶାରେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିର ଦ୍ୱାରା ସଂଗୃହିତ ହେଲାଣି ୧ ଲକ୍ଷ ୟୁନିଟ ରକ୍ତ । ୧ ଲକ୍ଷ ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ହାସଲ ଅବସରରେ କୃତଜ୍ଞତା ଜଣାଇଛି ଓଡିଶା ମୋ ପରିବାର କର୍ମକର୍ତ୍ତା ବୃନ୍ଦ ।

ମହାମାରୀ କୋଭିଡ ସଙ୍କଟ ସମୟରେ ରାଜ୍ୟର ଅନେକ ମେଡିକାଲରେ ରକ୍ତ ଅଭାବ ପରିଲିଖିତ ହେଉଛି । ଓଡ଼ିଶା ମୋ ପରିବାରର ଏଭଳି କାର୍ଯ୍ୟ ଅନେକ ରୋଗୀଙ୍କ ଜୀବନ ବଞ୍ଚାଇବାରେ ସହାୟକ ସାଜିଛି । ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନକ୍ରମେ ସମଗ୍ର ରାଜ୍ୟରେ ରକ୍ତ ସଂଗ୍ରହ ଜାରି ରହିଛି ।

ଏପରି ସ୍ଥିତିରେ ରକ୍ତଦାନ ଭଳି ମହାନ କାର୍ଯ୍ୟ ଜାରି ରଖିଛି ଓଡ଼ିଶା ମୋ ପରିବାର । ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଆଗାମୀ ଦିନରେ ଏହି କାର୍ଯ୍ୟ ଜାରି ରହିବ ବୋଲି ସଂକ୍ଳପ ନେଇଛନ୍ତି ସଦସ୍ୟ ।

ଚଳିତ ବର୍ଷ ଟ୍ରାକକୁ ଫେରୁଛି ଅର୍ଥନୀତି, ସନ୍ତୋଷଜନକ GST ସଂଗ୍ରହ

ଭୁବନେଶ୍ୱର: କରୋନା ସଂକଟରେ ଟ୍ରାକ୍‌କୁ ଫେରୁଛି ଅର୍ଥନୀତି । ମେ ମାସରେ ସନ୍ତୋଷଜନକ ଜିଏସଟି ସଂଗ୍ରହ । ପୂର୍ବବର୍ଷ ତୁଳନାରେ ୯୦ ପ୍ରତିଶତ ବୃଦ୍ଧି । ୨୦୨୧ ମେ ମାସରେ ସଂଗ୍ରହ ହୋଇଛି 827 କୋଟି ଜିଏସଟି । ଯାହା ପୂର୍ବ ବର୍ଷ ତୁଳନାରେ ୯୦ ପ୍ରତିଶତ ଅଧିକ । 2020 ମେ’ରେ ଏହା 440 କୋଟି ଥିଲା । ସେହିପରି 2019 ମେ ମାସରେ 589 କୋଟି ଟଙ୍କା ଆଦାୟ ହୋଇଥିଲା । ଏହାକୁ ତୁଳନା କଲେ 40 ପ୍ରତିଶତ ବୃଦ୍ଧି ହୋଇଛି ଜିଏସଟି ସଂଗ୍ରହ ।

ଅନ୍ୟପଟେ ଆୟକର ରିଟର୍ଣ୍ଣ ଦାଖଲ ସମୟ ବୃଦ୍ଧି କରାଯାଇଥିବାରୁ ଆହୁରି ଅର୍ଥ ସଂଗ୍ରହର ସୁଯୋଗ ରହିଛି । ପେଟ୍ରୋଲ VAT ଓ ଏକ୍ସାଇଜ ସଂଗ୍ରହ ବି ଭଲ ହୋଇଛି । ତେବେ ଏପ୍ରିଲ ମାସ GST ସଂଗ୍ରହ ସହ ତୁଳନା ଠିକ ନୁହେଁ । ଏପ୍ରିଲ ମାସରେ ପ୍ରତି ବର୍ଷ ଅଧିକ ସଂଗ୍ରହ ହୋଇଥାଏ । କାରଣ ଆର୍ଥିକବର୍ଷ ଶେଷ ଓ ନୂଆ ଆର୍ଥିକ ବର୍ଷର GST ସଂଗ୍ରହର ଏହା ମିଶ୍ରିତ ପ୍ରଭାବ ଯୋଗୁ 1130 କୋଟି ହୋଇଥିଲା । ଆଗାମୀ ମାସରେ ଅଧିକ GST ସଂଗ୍ରହର ସୁଯୋଗ ରହିଥିବା ଅର୍ଥନୈତିକ ସମୀକ୍ଷକ କହିଛନ୍ତି ।

ଏପ୍ରିଲ ତୁଳନାରେ ମେ ମାସରେ କେନ୍ଦ୍ର ସରକାର 40ହଜାର କୋଟି କମ GST ସଂଗ୍ରହ କରିଛନ୍ତି । ସେହି ହିସାବରେ GST ଭରଣା ବାବଦରେ ଓଡ଼ିଶା ବି କମ ପାଇବ । ତେବେ ଗତବର୍ଷ ମେ ମାସର ରାଜସ୍ୱ ସଂଗ୍ରହକୁ ତୁଳନା କଲେ, ଓଡ଼ିଶା 22 ପ୍ରତିଶତ ଅଧିକ ସଂଗ୍ରହ କରିଛି । ଏଥିରେ କେନ୍ଦ୍ର ଅଧିକ ଦେବା ପରିବର୍ତ୍ତେ 11 ପ୍ରତିଶତ ଭରଣା କମ କରିଛି । ତେବେ ଗତ ବର୍ଷ ମେ ତୁଳନାରେ ରାଜ୍ୟ ଅଧିକ ରାଜସ୍ୱ ସଂଗ୍ରହ କରିବାର କାରଣ ଅଣ-ଟିକସ ବାବଦ ରାଜସ୍ୱ । ଯେଉଁଥିରୁ ରାଜ୍ୟ 181 ପ୍ରତିଶତ ଅଧିକ ପାଇଛି ।

ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିବା ସମୟରେ ବିସ୍ଫୋରଣ, ୧ ମୃତ

ଉମରିୟା: ମଧ୍ୟପ୍ରଦେଶର ଉମରିୟା ଜିଲ୍ଲାର ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରିବା ବିପଦଜ୍ଜନକ ପ୍ରମାଣିତ ହୋଇଛି । ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିବାବେଳେ ପାୱାର ବ୍ୟାଙ୍କ ବିସ୍ଫୋରଣ ହୋଇ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଯୁବକଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଘଟଣାଟି ଉମରିୟା ଜିଲ୍ଲାର ଛପରୋଡ ଗାଁର। ଏହି ଗାଁରେ ରହୁଥିବା ୨୮ ବର୍ଷୀୟ ରାମ ଶୁକ୍ରବାର ସକାଳେ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ। ଚାର୍ଜିଂ ସମୟରେ ପାୱାର ବ୍ୟାଙ୍କ ବିସ୍ଫୋରଣ ହୋଇଥିଲା । ଏହି ବିସ୍ଫୋରଣରେ ଯୁବକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି ।

ପାୱାର ବ୍ୟାଙ୍କର ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ପୂରା ଘରର କାନ୍ଥରେ ତାର ଚିହ୍ନ ଥିଲା । ଗୁରୁତର ଆହତ ଯୁବକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠି ଚିକିତ୍ସା ସମୟରେ ଯୁବକଙ୍କ ମୃତ୍ୟୁ ହୋଇଥିଲା । ଯଦିଓ ପାୱାର ବ୍ୟାଙ୍କ କେଉଁ କମ୍ପାନୀର ଥିଲା ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଏହି ଘଟଣା ପରେ ଗାଁରେ ଆତଙ୍କ ଖେଳିଯାଇଛି ।

କୁହାଯାଉଛି ଯେ, ଏହି ଘଟଣା ଘଟିବା ସମୟରେ ଯୁବକ ଜଣକ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ ଏବଂ ମୋବାଇଲକୁ ନିଜ ହାତରେ ଧରି ଥିଲେ। ପାୱାର ବ୍ୟାଙ୍କ ବିସ୍ଫୋରଣ ହେବା ମାତ୍ରେ ଘରର ଛାତଟି ଉଡିଯାଇଥିଲା ଏବଂ ଘରର ଅନେକ ସ୍ଥାନରେ କାନ୍ଥ ଫାଟି ଯାଇଥିଲା । ମୃତକଙ୍କ ବାପାଙ୍କ ଅନୁଯାୟୀ ଯୁବକମାନେ ପାୱାର ବ୍ୟାଙ୍କରୁ ମୋବାଇଲ ଚାର୍ଜ କରୁଥିଲେ।

ଥାନାରେ ଗାଁ ଲୋକଙ୍କ ଭଙ୍ଗାରୁଜା, ନିର୍ଦ୍ଦୋଶୀକୁ ବାନ୍ଧିଥିବା ଅଭିଯୋଗ

ଗଞ୍ଜାମ: ଦିଗପହଣ୍ଡି ଥାନାରେ ଗାଁ ଲୋକଙ୍କ ଭଙ୍ଗାରୁଜା । କୋଟିନଡା ଗ୍ରାମର ଜଣେ ଯୁବକଙ୍କ ଏତଲା ଆଧାରରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ୍ । ଏହାର ପ୍ରତିବାଦରେ ଆଜି ଗାଁ ଲୋକେ ଥାନାରେ ଭିତରେ ଧସେଇ ପଶିବାକୁ ଉଦ୍ୟମ କରିବା ସହ ଗେଟ୍‌ ଭାଙ୍ଗିବାକୁ ଚେଷ୍ଟା କରିଥିବା ଜଣା ପଡିଛି ।

ଉତ୍ତ୍ୟକ୍ତ ଲୋକଙ୍କ କହିବା କଥା, ଗ୍ରାମର ଜଣେ ଯୁବକ ବିଭିନ୍ନ ଅସାମାଜିକ କାର୍ଯ୍ୟରେ ଲିପ୍ତ ରହୁଥିବା ବେଳେ ପୋଲିସ ତାଙ୍କ ଅଭିଯୋଗ ଆଧାରରେ ୯ ଜଣ ନିର୍ଦ୍ଦୋଷଙ୍କୁ ଗିରଫ କରିଛି । ଯାହାକୁ ବିରୋଧ କରି ଗ୍ରାମବାସୀ ଥାନା ଆଗରେ ଧାରଣା ଦେଇଥିଲେ । ପୋଲିସ ଅଭିଯୋଗ ନରଖିବାରୁ ଗ୍ରାମବାସୀ ଥାନା ଭିତରେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

ମ୍ୟାଚ୍ ଫିକ୍ସିଂ ପାଇଁ ବ୍ୟାନ୍ ହୋଇଥିବା ଏହି ଖେଳାଳିଙ୍କ BCCIକୁ ଗୁହାରୀ

ଆଇପିଏଲ ..ଇଣ୍ଡିଆନ ପ୍ରିମିୟର ଲିଗ୍ । ଏହାକୁ ନେଇ ଦର୍ଶକ ହୁଅନ୍ତୁ କିମ୍ବା ଖେଳାଳୀ ସମସ୍ତଙ୍କ ଭିତରେ ଥାଏ ଉତ୍ସାହ । ହେଲେ କରୋନା ମହାମାରୀ କାରଣରୁ ଚଳିତବର୍ଷର ଆଇପିଏଲ ବିନା ଦର୍ଶକରେ ଖେଳାଗଲା । ଯାହା ଏକ ଚର୍ଚ୍ଚାର ବିଷୟ ଥିଲା । କିନ୍ତୁ ଆଇପିଏଲକୁ ନେଇ ଚର୍ଚ୍ଚା କେବଳ ଏବେ ନୁହେଁ ପୂର୍ବରୁ ବି ହୋଇଛି । ୨୦୧୩ ଆଇପିଏଲର ବିବାଦ ଆଜି ବି କେହି ଭୁଲିନଥିବେ । ଆଇପିଏଲ-୨୦୧୩ ସ୍ପଟ ଫିକ୍ସିଂ ଯୋଗୁଁ ବିବାଦ ଘେରକୁ ଆସିଥିଲା । ଆଉ ଏହି ଫିକ୍ସିଂ ରେ ସାମିଲ ଥିବା ଖେଳାଳୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଥିଲା । ସ୍ପଟ ଫିକ୍ସିଂ କାରଣରୁ ବିସିସିଆଇ ୩ଜଣ ଖେଳାଳୀଙ୍କୁ ଆଜୀବନ ବ୍ୟାନ କରିଦେଇଥିଲେ । ଏହି ଖେଳାଳୀ ମାନେ ଥିଲେ ଏସ୍ ଶ୍ରୀଶନ୍ତ, ଅଙ୍କିତ  ଓ ଅଜିତ ଚଣ୍ଡିଲା । ଦିଲ୍ଲୀ ପୋଲିସ ସେ ସମୟରେ ଏହି ୩ଜଣ ଖେଳାଳୀଙ୍କୁ ମୁମ୍ବାଇରୁ ଗିରଫ କରିଥିଲା । ସେ ସମୟରେ ପୋଲିସ ଅନେକ ବଡ ବଡ କ୍ରିକେଟ ଦୁନିଆର ଗୁମରୁ ପରଦା ହଟାଇଥିଲା । କ୍ରିକେଟ ପ୍ରେମୀ ଏହି ୩ଜଣ ଖେଳାଳୀଙ୍କର ଆରେଷ୍ଟ ଖବର ଦେଖି ବିଶ୍ୱାସ କରିପାରୁନଥିଲେ । କିନ୍ତୁ ଏହି ଘଟଣା ସତ ଥିଲା ।

 

ପରବର୍ତ୍ତୀ ମୂହୂର୍ତ୍ତରେ ଶ୍ରୀଶନ୍ତଙ୍କ ଦଣ୍ଡ କମ୍ ହେବାପରେ ପୁଣିଥରେ ସେ ମଇଦାନରେ ଓହ୍ଲାଇସାରିଛନ୍ତି । କିନ୍ତୁ ଏହାରି ଭିତରେ ଅଙ୍କିତ ଚହ୍ୱାନଙ୍କର ଦାବି ଯେ ବିସିସିଆଇର ଲୋକପାଳ ଡିକେ ଜୈନ ତାଙ୍କ ଦଣ୍ଡକୁ କମାଇ ୭ବର୍ଷ କରିଦେଇଛନ୍ତି । ହେଲେ ଏ ସମ୍ବନ୍ଧରେ ବିସିସିଆଇ ତରଫରୁ କୈାଣସି ଅଫିସିଆଲ ଚିଠି ମିଳିନାହିଁ । ଅଙ୍କିତଙ୍କ କହିବା ଅନୁସାରେ ସେ ମୁମ୍ବାଇ କ୍ରିକେଟ ଏସୋସିଏସନରୁ ସହାୟତା ମାଗିଥିଲେ । ଲୋକପାଳ ୩ ମେ ରେ ଦଣ୍ଡ କମାଇବାର ନିଷ୍ପତ୍ତି ଶୁଣାଇଥିଲେ । ଦେଖିବାକୁ ଗଲେ ୨୦୨୦ ସେପ୍ଟେମ୍ବରରୁ ତାଙ୍କ ଉପରେ ଲାଗିଥିବା ବ୍ୟାନ ପୁରା ହୋଇଯାଇଛି । ସେଥିପାଇଁ ଅଙ୍କିତ ଲୋକପାଳଙ୍କ ଆଦେଶ ସହ ବିସିସିଆଇକୁ ଏକ ଚିଠି ମଧ୍ୟ ଲେଖିଥିଲେ ।

କିନ୍ତୁ ଅଙ୍କିତଙ୍କ ଚିଠିର କୈାଣସି ଉତ୍ତର ଏବେ ପର୍ଯ୍ୟନ୍ତ ବିସିସିଆଇ ତରଫରୁ ମିଳିନାହିଁ । ସେଥିପାଇଁ ମୁମ୍ବାଇ କ୍ରିକେଟ ଏସୋସିଏସନଙ୍କୁ ଅଙ୍କିତ ଅପିଲ୍ କରିଚାଲିଛନ୍ତି ଯେ କେବେ ସେ ପୁଣିଥରେ ମଇଦାନରେ ଖେଳିପାରିବେ । ଏବେ ଆପଣ ଭାବୁଥିବେ ଶ୍ରୀଶନ୍ତ କେଉଁଭଳି ମଇଦାନକୁ ଫେରିପାରିଲେ । ବିସିସିଆଇ ଶ୍ରୀଶନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବ୍ୟାନକୁ ପରବର୍ତ୍ତୀ ମୂହୂର୍ତ୍ତରେ ସୁପ୍ରିମକୋର୍ଟ କମ୍ କରିଦେଇଥିଲେ । ସେଥିପାଇଁ ସେ ପୁଣିଥରେ ମଇଦାନରେ ଖେଳିପାରିଥିଲେ । ତେବେ ଆହୁରୀ ମଧ୍ୟ ଜାଣିରଖନ୍ତୁ ୨୦୦୭ ଟି-୨୦ ବିଶ୍ୱ କପ୍ ଓ ୨୦୧୧ ଦିନିକିଆ ବିଶ୍ୱକପ୍ ଜିତିଥିବା ଭାରତୀୟ ଦଳରେ ଶ୍ରୀଶନ୍ତ ସାମିଲ ଥିଲେ ।