ଭୁବନେଶ୍ୱର : ଆସନ୍ତା ୧୦ ରୁ ୧୪ ତାରିଖ ମଧ୍ୟରେ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ୧୧ ତାରିଖରେ ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ଆସନ୍ତା କାଲି ଠାରୁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ କାଳବୈଶାଖିର ପ୍ରଭାବ କମିବ । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାକୁ ଛାଡିଦେଲେ ବାକି ଜିଲ୍ଲାରେ ପାଗ ଶୁଖିଲା ରହିବ ।
ପୁଣି ୮ତାରିଖରୁ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ହେବ। ୧୦ ତାରିଖରୁ ୧୪ ତାରିଖ ମଧ୍ୟରେ ବର୍ଷାର ପରିମାଣ ବଢିବ। ୯ ତାରିଖରେ କାଳବୈଶାଖି ବର୍ଷା ପାଇଁ ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ବିଶେଷ କରି ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଏବଂ ପଶ୍ଚିମ ଓଡ଼ିଶାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ମୌସୁମୀ ବାୟୁ କେରଳ ଛୁଇଁଥିବାବେଳେ ଓଡ଼ିଶା ଛୁଇଁବାକୁ ପ୍ରାୟ ୧୦ ଦିନ ଲାଗିପାରେ । ମୌସୁମୀ ବାୟୁ ପ୍ରବାଭରେ ବର୍ତ୍ତମାନ ଘଡ଼ଘଡ଼ି ସହ ବର୍ଷା ମଧ୍ୟ ହୋଇପାରେ ବୋଲି ପୂର୍ବାନୁମାନ କରିଛି ଆଢ୍ଚଳିକ ପାଣିପାଗ ବିଭାଗ । ବର୍ତ୍ତମାନ ମୌସୁମୀ ପ୍ରଭାବରେ ବର୍ଷା ହେଉଥିବାବେଳେ ମୌସୁମୀ ବାୟୁ ଆସିଲେ ବର୍ଷାର ପରିଣାମ ଅଧିକ ହୋଇପାରେ । ଫଳରେ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ଓ ଘଡ଼ଘଡ଼ି ମଧ୍ୟ ହେବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।








ଗତବର୍ଷ ୧୪ ଜୁନରେ ସୁଶାନ୍ତ ସବୁଦିନ ପାଇଁ ଆଖି ବୁଜିଲେ । ଜଣେ ଅଭିନେତା ସହିତ ଏକ ଫିଲୋସଫର ମଧ୍ୟ ଥିଲେ । ସୁଶାନ୍ତଙ୍କର ଏଷ୍ଟ୍ରନମି ଏବଂ ଏଷ୍ଟ୍ରଫିଜିକ୍ସର ଖୁବ୍ଆଗ୍ରହ ଥିଲା । ବିଜ୍ଞାନରେ ରୁଚି ଥିବାରୁ ସେ ଆମେରିକାରେ ନାସା ଏବଂ ୟୁରୋପିଆନ ନ୍ୟୁକ୍ଲିୟର ରିସର୍ଚ ସର୍ନ ମଧ୍ୟ ପରିଦର୍ଶନ କରି ସାରିଥିଲେ ।