spot_img
Home Blog Page 5567

ଦୋକାନ ସମ୍ମୁଖରେ ପରିସ୍ରା କରିବାକୁ ମନା କଲେ ବୋଲି ଗାଡ଼ି ଚଢାଇ ଦେଲେ ମଦୁଆ

କାନପୁର: କାନପୁରରେ ମଦୁଆ ଉନ୍ମତ କାଣ୍ଡ । ପରିସ୍ରା କରିବାକୁ ମନାକଲେ ବୋଲି ଗାଡ଼ି ଚଢାଇ ଦେଲେ ମଦୁଆ । ଏମିତି ଏକ ଘଟଣା କାନପୁର ସହରରେ ଘଟିଛି । ଯେଉଁଠି ଜଣେ ଯୁବକ ମଦ୍ୟପାନ କରିଥିବା କିଛି ବ୍ୟକ୍ତିଙ୍କୁ ତାଙ୍କ ଦୋକାନ ସମ୍ମୁଖରେ ପରିସ୍ରା କରିବାକୁ ବାରଣ କଲେ ବୋଲି ସେମାନେ ଯୁବକ ଜଣଙ୍କ ଉପରେ କାର ଚଢାଇ ଦେଇଛନ୍ତି । ପରିବାର ସଦସ୍ୟଙ୍କ ଅଭିଯୋଗ ଉପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । କାରରେ ଥିବା ଲୋକଙ୍କୁ ଚିହ୍ନଟ କରିବକୁ ସବୁ ପ୍ରକାର ପ୍ରୟାସ ଆରମ୍ଭ ହୋଇଯାଇଛି ।

ସୂଚନା ଅନୁସାରେ, ଶୁକ୍ରବାର ରାତିରେ ଏହି ଘଟଣା ଘଟିଥିଲା ​​ଯେତେବେଳେ କିଛି ମଦୁଆ ଦୋକାନ ଆଗରେ ପରିସ୍ରା କରୁଥିଲେ। ଏବଂ ଯୁବକ ଜଣଙ୍କ ସେମାନଙ୍କୁ ଦୋକାନ ଆଗରେ ପରିସ୍ରା କରିବା ମନା କରିଥିଲେ । ଏଥିରେ ରାଗିଯାଇ ମଦୁଆମାନେ ତାଙ୍କୁ ଦୁର୍ବ୍ୟବହାର କରିବା ଆରମ୍ଭ କରିଥିଲେ। ଏହା ପରେ ମଦ୍ୟପାନ କରିଥିବା ବ୍ୟକ୍ତିମାନେ ଉକ୍ତ ଲୋକଟି ଉପରେ କାର ଚଢାଇଦେଇ ଘଟଣା ସ୍ଥଳରୁ ପଳାଇ ଯାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ  ହସ୍ପିଟାଲକୁ ନେଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

କାନପୁରର ୟଶୋଦା ନଗର ବାଇପାସରେ  ଅନୁରାଗ କପୁରଙ୍କ ଏକ ବ୍ୟାଟେରୀ ଦୋକାନ ଅଛି ।  ସେଠାରେ ଫାହିମାବାଦ କଲୋନୀର ବାସିନ୍ଦା ଆଶରଫ (୩୯) ଦୋକାନରେ କାମ କରୁଥିଲେ। ଅନୁରାଗ କପୁର କହିଛନ୍ତି ଯେ, ନିକଟରେ ବିୟର ଦୋକାନ ଏବଂ ମଦ ଦୋକାନ ଅଛି। ଅନେକ ସମୟରେ ମଦ୍ୟପାନ କରିବା ପରେ ଲୋକମାନେ ଦୋକାନ ନିକଟରେ ପରିସ୍ରା କରନ୍ତି । ସେ କହିଛନ୍ତି ଯେ ଆଶ୍ରାଫ ଶୁକ୍ରବାର ଦିନ ଦୋକାନରେ ଏକୁଟିଆ ଥିଲେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାତିରେ ଆଶ୍ରାଫ ମୋତେ ଫୋନ କଲାବେଳେ ସେ ବହୁତ ନର୍ଭସ ଥିଲେ। ଆଶ୍ରାଫ କହିଥିଲେ ଯେ ଯେତେବେଳେ ମୁଁ ମଦ୍ୟପ ଯୁବକମାନଙ୍କୁ ଦୋକାନ ଆଗରେ ପରିସ୍ରା କରିବାକୁ ଅଟକାଇଥିଲି, ସେମାନେ ମୋତେ ପିଟୁଛନ୍ତି। ଏହା ପରେ ଆଶ୍ରାଫଙ୍କ ଚିତ୍କାରର ଶବ୍ଦ ଆସିଲା। ଏହା ପରେ ଆଶ୍ରାଫଙ୍କ କୌଣସି ଶବ୍ଦ ଶୁଣାଗଲା ନାହିଁ । ଅନୁରାଗ ଦୋକାନରେ ପହଞ୍ଚିବା ପରେ ଜାଣିବାକୁ ପାଇଲେ ଯେ ଆଶରଫଙ୍କୁ ହସ୍ପିଟାଲକୁ ନିଆଯାଇଛି। ସେଠାରେ ପହଞ୍ଚିବା ପରେ ତାଙ୍କର ମୃତ୍ୟୁ ହୋଇଥିବା ଜାଣିଥିଲି ।

ଆଶ୍ରାଫଙ୍କ ପରିବାରରେ ସ୍ତ୍ରୀ ସବିନା, ତିନି ଝିଅ ସାଜିଆ (୧୦), ସାନିୟା (୮), ସିଦ୍ଧରା (୫) ଅଛନ୍ତି । ଆଶରଫଙ୍କ ଉପରେ ତାଙ୍କ ପୁରା ପରିବାର ନିର୍ଭର କରେ । ବାପାଙ୍କ ମୃତ୍ୟୁ ପରେ ଝିଅ ଏବଂ ପତ୍ନୀ ଏବେ ସମ୍ପୂର୍ଣ୍ଣ ବେସାହାରା ହୋଇପଡ଼ିଛି ।

ମାହାଙ୍ଗାର ପୂର୍ବତନ ବିଧାୟକ ତଥା ଶିକ୍ଷକନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ

ମାହାଙ୍ଗା: ମାହାଙ୍ଗାର ପୂର୍ବତନ ବିଧାୟକ ତଥା ଶିକ୍ଷକନେତା ବିକ୍ରମ କେଶରୀ ବର୍ମାଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ୨୦୦୪ରୁ୨୦୦୯ ପର୍ଯ୍ୟନ୍ତ ମାହାଙ୍ଗାର ବିଧାୟକ ଥିଲେ ବିକ୍ରମ କେଶରୀ ବର୍ମା । ୧୯୯୬ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ଥିଲେ ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ । ତାଙ୍କ ବିୟୋଗ ନେଇ ତାଙ୍କ ଝିଅ କ୍ରିଷ୍ଣା କୁମାରୀ ବର୍ମା ସୂଚନା ଦେଇଛନ୍ତି ।

ଖୁବଶୀଘ୍ର ବିବାହ କରିବେ ଭିକ୍କି କୌଶଲ ଏବଂ କ୍ୟାଟ୍ରିନା!

ମୁମ୍ବାଇ: କରୋନା ମହାମାରୀରେ ବଲିଉଡରୁ ଆସିଛି ଏକ ହଟକେ ଖବର । ସମ୍ପର୍କକୁ ଏକ ନୂଆ ନାଁ ଦେବାକୁ ଯାଉଛନ୍ତି ବଲିଉଡର ପ୍ରସିଦ୍ଧ ଲୋକପ୍ରିୟ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ଏବଂ ଉରି ଫେମ୍‌ଭିକ୍କି କୌଶଲ । ଦୀର୍ଘ ଦିନ ଧରି ଏହି ଦୁଇ ଆକ୍ଟର ଖୁବ୍‌ଚର୍ଚ୍ଚାରେ ରହି ଆସୁଛନ୍ତି । ଯଦିଓ ଦୁଇଜଣଙ୍କୁ ନେଇ ଖୁବ୍‌ଚର୍ଚ୍ଚା ହେଉଛି ତଥାପି କେବେ ମଧ୍ୟ ଉଭୟ ସମ୍ପର୍କକୁ ନେଇ ଆନୁଷ୍ଠାନିକ ଭାବରେ ଘୋଷଣା କରିନାହାଁନ୍ତି ।

ମାୟାନଗରୀ ବଲିଉଡରେ ଦୁଇଜଣଙ୍କୁ ନେଇ ଖୁବ୍‌ଆଲୋଚନା ଜାରି ରହିଛି । ଦୁଇଜଣ ଖୁବଶୀଘ୍ର ବିବାହ କରିବାକୁ ଯାଉଥିବା କୁହାଯାଉଛି ।
ଗଣମାଧ୍ୟମର ରିପୋର୍ଟ କହୁଛି, ଭିକ୍କି ଏବଂ କ୍ୟାଟ୍ରିନା ପରସ୍ପର ସହ ଜୀବନ ବିତାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଉଭୟ ସୋସିଅଲ ମିଡିଆରେ ଏହାର ସୂଚନା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । କିନ୍ତୁ ଭାବିଚିନ୍ତି ଘୋଷଣା କରିବାକୁ ଭିକ୍କିଙ୍କ ବାପା ତାଙ୍କୁ କହିଛନ୍ତି ।
ଦୀର୍ଘଦିନ ଧରି ଉଭୟଙ୍କୁ ଅନେକ ସ୍ଥାନରେ ଦେଖିବାକୁ ମିଳିଛି । ଉଭୟଙ୍କୁ ପରସ୍ପରର ପରିବାର ସହିତ ନୂଆବର୍ଷ ପାଳନ କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।

ଓ୍ୱର୍କଫ୍ରଣ୍ଟ କଥା ଯଦି ଆଲୋଚନା କରିବା ତେବେ ଉରି ଫିଲ୍ମରେ ଭିକ୍କି କୌଶଲଙ୍କ ଅଭିନୟକୁ ବେଶ୍‌ପ୍ରଶଂସା କରାଯାଇଥିଲା । ଆଗାମୀ ଦିନରେ ଭିକ୍କିଙ୍କୁ ମାନୁଷୀ ଛିଲ୍ଲରଙ୍କ ସହିତ ସ୍କ୍ରିନ୍‌ଶେୟାର କରୁଥିବାର ଦେଖିବାକୁ ମିଳିବ । ଅନ୍ୟପଟେ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ସୂର୍ଯ୍ୟବଂଶୀ ଖୁବଶୀଘ୍ର ରିଲିଜ୍‌ହେବାକୁ ଯାଉଛି । ଫିଲ୍ମରେ ତାଙ୍କ ବିପକ୍ଷରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ ।

ବିଶ୍ୱ ପରିବେଶ ଦିବସରେ ଶିଆଳ ପତ୍ରରେ ତିଆରି ପୋଷାକ ପିନ୍ଧି ସଚେତନ କରୁଛି କୁନି ଝିଅ

ଫୁଲବାଣୀ: ଚର୍ଚ୍ଚାରେ କନ୍ଧମାଳ ଝିଅ ବ୍ଲେସି  ପ୍ରଧାନ । ପରିବେଶ ଦିବସ ଅବସରରେ ପତ୍ରରେ ତିଆରି ପୋଷାକ ପିନ୍ଧି ଲୋକଙ୍କୁ ପରିବେଶର ସୁନ୍ଦରତା ନେଇ ଅବଗତ କରାଉଛି କୁନି ଝିଅ ବ୍ଳେସି । ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ବ୍ଳକର ତେରାବାଡ଼ି  ଗାଁର ୪ ବର୍ଷର ଝିଅ ବ୍ଲେସି ପ୍ରଧାନ । ସେ ପିନ୍ଧିଥିବା ପତ୍ର ଓ ଫୁଲରେ ନିର୍ମିତ ପୋଷାକ ଏବେ ଭାଇରାଲ୍ ହେବାରେ ଲାଗିଛି । କନ୍ଧମାଳ ଜିଲ୍ଲାର ସୁନ୍ଦର ସବୁଜିମା ଦାରିଙ୍ଗବାଡ଼ି ବଣ ପାହାଡ଼ ଘେରା ଏହି ଅଞ୍ଚଳରେ କୁନି ଝିଅର ପୋଷାକର ଫଟୋ ଏବେ ସାରା ରାଜ୍ୟରେ  ଭାଇରାଲ୍ ହେବାରେ ଲାଗିଛି  ।

ଶିଆଳି ପତ୍ରରେ ଅତି ସୁନ୍ଦର ଭାବେ ତିଆରି ହୋଇଛି ତାଙ୍କର ପୋଷାକ  । ସେହିଭଳି  ନାନା ରଙ୍ଗର  ବଣ ଫୁଲ  କୁନି ଝିଅର ମୁଣ୍ଡରେ ସଜେଇ ହୋଇ ଅତି ସୁନ୍ଦର ଲାଗୁଛି  । ସେହିଭଳି ପତ୍ରରେ ତିଆରି ମାକ୍ସ ମଧ୍ୟ  ଅତି ଆକର୍ଷଣୀୟ ଲାଗୁଛି  । ଚାରି ବର୍ଷ ର ଝିଅ ବ୍ଲେସି ପତ୍ରର ତିଆରି ପୋଷାକ ପିନ୍ଧି ବଣରେ ଥିବା ଫୁଲ ଫଳ ତୋଳିବାର ଦେଖିବାକୁ ମିଳିଛି  ।  କୁନି ଝିଅର ପୋଷାକ ପିନ୍ଧିଥିବା ଦୃଷ୍ୟ ଯେମିତି ଲାଗୁଛି ବଣର କୁନି ପରି ଆକାଶରୁ ଓଲାଇ ଆସିଛି  ।

ଏଥିସହିତ ପଢ଼ନ୍ତୁ: ଭାରତଠାରୁ ବିଷ ଆମଦାନୀ କରିବାକୁ ଚାହୁଁଛି ଅଷ୍ଟ୍ରେଲିଆ: ଜାଣନ୍ତୁ କାହିଁକି

କୌଣସି ଆଲୋଚନା ପାଇଁ ଡାକିନି ଭାରତ, ତଥାପି ଏତେ ବିକଳ କାହିଁକି ଇମ୍ରାନ ? କେଉଁ କାରଣରୁ ଏତେ ସବୁ ସର୍ତ୍ତ

ଇସଲାମାବାଦ: ଭାରତ ସହ କଥା ହେବାକୁ ଅପେକ୍ଷା କରିଛି ପାକିସ୍ତାନ । କିନ୍ତୁ ଯେପର୍ଯ୍ୟ ଆତଙ୍କବାଦ ପାକିସ୍ତାନ ବନ୍ଦ ନକରିଛି ସେ ପର୍ଯ୍ୟନ୍ତ ଭାରତ ପାକିସ୍ତାନ ସହ କୌଣସି କଥା ହେବ ନାହିଁ ବୋଲି ସ୍ପଷ୍ଟ କରିଛି ଭାରତ । ତଥାପି ଏସବୁ ସର୍ତ୍ତ କାହିଁକି ରଖୁଛନ୍ତି ଇମ୍ରାନ । ସୂଚନା ଅନୁସାରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗତ କିଛି ମାସ ହେବ ଭାରତ ସହ ଆଲୋଚନା କରିବାକୁ ଅପେକ୍ଷା କରିଛନ୍ତି । ଯଦିଓ ଏବେ ପର୍ଯ୍ୟନ୍ତ ଯେତେବେଳେ ତାଙ୍କୁ କହିବାର ସୁଯୋଗ ମିଳିଛି, ସେ ଯାହା ବି ପ୍ରସଙ୍ଗ ହେଉନା କାହିଁକି, ସେ ନିଶ୍ଚିତ ଭାବରେ ଭାରତ ସହ ସମ୍ପର୍କ ଏବଂ କାଶ୍ମୀର ପ୍ରସଙ୍ଗ ନିଶ୍ଚିନ୍ତ ଭାବେ ଉଠାଇଛନ୍ତି ।

ଦୁଇ ଦିନ ପୂର୍ବେ ଇସଲାମାବାଦରେ ପହଞ୍ଚିଥିବା ତାଜିକିସ୍ତାନର ରାଷ୍ଟ୍ରପତିଙ୍କ ସହ ଏକ ସାକ୍ଷାତକାରରେ ମଧ୍ୟ ଇମ୍ରାନ ଭାରତ କଥା ଉଠାଇଥିଲେ । ଏକ ସାକ୍ଷାତାକାର ସମୟରେ ସେ ଏହା ମଧ୍ୟ କହିଛନ୍ତି ଯେ, ଯଦି ଜାମ୍ମୁ କାଶ୍ମୀରରେ ଭାରତ ଧାରା ୩୭୦ ପୁଣି ଲାଗୁ କରନ୍ତି ତ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି। ସେପଟେ ପାକିସ୍ତାନ ଆତଙ୍କବାଦ ବନ୍ଦ ନକରିବା ପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ ବୋଲି ଭାରତ ସ୍ପଷ୍ଟ ଭାବେ କହିଛି।

ସର୍ତ୍ତର ସହ ଆଲୋଚନା କରିବାକୁ କହୁଛି ପାକିସ୍ତାନ

ଭାରତ ସହ କଥାବାର୍ତ୍ତା ପ୍ରସଙ୍ଗରେ ପଚରାଯାଇଥିବା ପ୍ରଶ୍ନ ଉପରେ ଇମ୍ରାନ କହିଛନ୍ତି ଯେ, ଯଦି କିଛି ପ୍ରସଙ୍ଗରେ କଥା ହେବରେ ଅଛି ତେବେ ହଁ, ଆମେ ଆଲୋଚନା କରିବୁ। ଏହାପୂର୍ବରୁ ଇମ୍ରାନ ଖାନ ଏବଂ ତାଙ୍କ ସରକାରର ଅନେକ ନେତା କହିଥିଲେ ଯେ ଭାରତ ସହ ସମ୍ପର୍କ ସ୍ୱାଭାବିକ କରିବା ପୂର୍ବରୁ ୨୦୧୯ରେ କାଶ୍ମୀରରେ ପୁରୁଣା ସ୍ଥିତିକୁ ଫେରାଇବାକୁ ପଡିବ। ଯଦି ପାକିସ୍ତାନର ଏହି ସର୍ତ୍ତକୁ ଭାରତ ଦୃଷ୍ଟିକୋଣରୁ ଦେଖାଯାଏ, ତେବେ ବର୍ତ୍ତମାନ ଏମିତି କରିବା ଅସମ୍ଭବ ମନେହୁଏ।

ପୁଣି ଧାରା ୩୭୦କୁ ଚାହୁଁଛନ୍ତି ଇମ୍ରାନ

ସୂଚନା ଯୋଗ୍ୟ ଯେ, ୫ ଅଗଷ୍ଟ ୨୦୧୯ରେ, ଜାମ୍ମୁ କାଶ୍ମୀରରେ ଲାଗୁ ହୋଇଥିବା ଭାରତ ଧାରା ୩୭୦ ଏବଂ ୩୫(କ) ରଦ୍ଦ କରିଦିଆଛି  । ଏବଂ ସେବେଠାରୁ ଏହି ରାଜ୍ୟରେ ଭାରତର ସମ୍ବିଧାନ ଏବଂ ନିୟମ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। କେବଳ ଏତିକି ନୁହେଁ, ଭାରତ ସରକାର ଜାମ୍ମୁ କାଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରି ରାଜ୍ୟର ସ୍ଥିତିକୁ ରଦ୍ଦ କରି ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଭାବରେ ପରିଣତ କରିଛନ୍ତି। ଏହି ନିଷ୍ପତ୍ତିରେ ରାଗିଯାଇ ପାକିସ୍ତାନ ସରକାର ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟ ବନ୍ଦ କରି ନିଜର ରାଷ୍ଟ୍ରଦୂତଙ୍କୁ ପ୍ରତ୍ୟାହାର କରି ନେଇଥିଲେ।

ଭାରତକୁ କାଶ୍ମୀରର ରୋଡମ୍ୟାପ ମାଗିଛନ୍ତି ଇମ୍ରାନ

ଇମ୍ରାନ ଖାନ କହିଛନ୍ତି ଯେ, ଯଦି ଭାରତ ଆମକୁ କାଶ୍ମୀରର ପୁରୁଣା ସ୍ଥିତି ଫେରାଇବାକୁ ପଦକ୍ଷେପ ନେବାକଥା କହେ ତେବେ ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ଇମ୍ରାନ ଏପରିକି ଦାବି କରିଛନ୍ତି ଯେ, ସେ ସର୍ବଦା ଭାରତ ସହ ସଭ୍ୟ ତଥା ଖୋଲା ସମ୍ପର୍କ ଚାହୁଁଛନ୍ତି। ୟୁରୋପୀୟ ସଂଘର ଉଦାହରଣ ଦେଇ ସେ କହିଛନ୍ତି ଯେ, ଯଦି ଆପଣ ଉପମହାଦେଶରେ ଦାରିଦ୍ର୍ୟ କମାଇବାକୁ କରିବାକୁ ଚାହାଁନ୍ତି, ତେବେ ସର୍ବୋତ୍ତମ ଉପାୟ ହେଉଛି ପରସ୍ପର ସହିତ ବ୍ୟବସାୟ କରିବା।

ତେବେ ଏସବୁ ମଧ୍ୟରେ କଥା ଉଠୁଛି ଯଦି ଭାରତ କୌଣସି ଆଲୋଚନା ଚାହୁଁନି ତେବେ ଏତେ ବିକଳ କାହିଁକି ହେଉଛନ୍ତି ଇମ୍ରାନ । ଏସବୁ ସର୍ତ୍ତ ମଧ୍ୟରେ ଭାରତ ସବୁ ବେଳେ ଗୋଟିଏ ହିଁ ଉତ୍ତର  ଦେଇ ଥାଏ ପ୍ରଥମେ ଆତଙ୍କବାଦକୁ ପାକିସ୍ତାନ ବନ୍ଦ କରୁ । ଏବଂ ଭାରତ ସ୍ପଷ୍ଟ ଭାବେ କହିଛି ଯେ, ଯେପର୍ଯ୍ୟନ୍ତ ପାକିସ୍ତାନ ଆତଙ୍କବାଦର ପ୍ରୟୋଜକ ରହିଆସିଛି, ସେପର୍ଯ୍ୟନ୍ତ କୌଣସି ଆଲୋଚନା ହେବ ନାହିଁ।

ଆଗକୁ ଆସୁଛି ଭାରତର ସବୁଠୁ ଶସ୍ତା କରୋନା ଟିକା,ମୂଲ୍ୟ ହୋଇପାରେ ମାତ୍ର ୨୫୦ ଟଙ୍କା

ଖୁବଶୀଘ୍ର ଦେଶରେ ଉପଲବ୍ଧ ହୋଇପାରେ ସବୁଠୁ ଶସ୍ତା ଭ୍ୟାକସିନ୍ । ଭ୍ୟାକସିନ ତିଆରି କ୍ଷେତ୍ରରେ ଭାରତ ଯେମିତି ପ୍ରସ୍ତୁତି ଆରମ୍ଭ କରୁଛି । ଆଶା କରାଯାଉଛି ଯେ ଭାରତ ଦ୍ୱାରା ନିର୍ମିତ ଦ୍ୱିତୀୟ ସ୍ୱଦେଶୀ ଟିକା ଲୋକଙ୍କ ଉପକାର କରିବ । ଟିକାର ଉପକାରିତା ସହ ଦେଶବାସୀଙ୍କୁ ସହଜରେ ଓ ସୁଲଭ ମୂଲ୍ୟରେ ଉପଲବ୍ଧ ହେଲେ ଏହା ବିଶେଷ ଫଳପ୍ରଦ ହେବ ବୋଲି ଆଶା ରହିଛି । ହାଇଦ୍ରାବାଦର କଂମ୍ପାନୀ ବାୟୋଲୋଜିକାଲ-ଇ ର ଆଣ୍ଟି କରୋନା ଭାଇରସ ଭ୍ୟାକସିନ କୋରାବେଭେକ୍ସର କମ୍ ଦାମକୁ ନେଇ ଆଶା ସଂଚାର ହୋଇଛି । ବର୍ତ୍ତମାନ ଏହି ଭ୍ୟାକସିନର ଜରୁରୀକାଳିନ ବ୍ୟବହାର ପାଇଁ ଏଯାଏଁ ମଂଜୁରୀ ମିଳିନାହିଁ । କିନ୍ତୁ କୁହାଯାଉଛି ଯେ ଏହି ଭ୍ୟାକସିନର ୨ଟି ଯାକ ଡୋଜର ଦାମ୍ ୫୦୦ଟଙ୍କା ହୋଇପାରେ । ତାଛଡା ଆଗକୁ ଭ୍ୟାକସିନର ଉପଲବ୍ଧିକୁ ଲକ୍ଷ୍ୟ କରି ଏହାର ଦାମକୁ ଶସ୍ତା କରାଯିବାର ସମ୍ଭାବନା ମଧ୍ୟ ରହିଛି । କେନ୍ଦ୍ରସରକାର ପୂର୍ବରୁ ହିଁ ଏହି ଭ୍ୟାକସିନର ୩୦କୋଟି ଡୋଜ୍ ୧୫୦୦ କୋଟି ଟଙ୍କାରେ ଅର୍ଡର ଦେଇସାରିଛନ୍ତି ।

ତେଣୁକରି ଟିକା ସଂମ୍ପୂର୍ଣ୍ଣ ରୂପେ କମ୍ ଦାମରେ ଉପଲବ୍ଧ ହେବାର ଖବର ସାଧାରଣ ଲୋକଙ୍କୁ ବି ଆଶ୍ୱସ୍ତି ଦେବ । ସାରା ବିଶ୍ୱରେ ଏହି କରାଳ ମହାମାରୀର ଆତଙ୍କ । ଯେଉଁ ଆତଙ୍କକୁ ନିୟନ୍ତ୍ରଣକୁ ଆଣିବାର ଚେଷ୍ଟାରେ ସମସ୍ତେ । ହେଲେ କରୋନାର ଦ୍ୱିତୀୟ ଲହର ସେହି ଚେଷ୍ଟାର ବାଧକ ସାଜୁଛି । ଭ୍ୟାକସିନ ତିଆରି କରି କରୋନାକୁ ଦୁର୍ବଳ କରିବା କାମରେ ସବୁ ଦେଶ । ଆଉ ଏହି ପ୍ରତିଯୋଗିତାରେ ଭାରତ ବି କିଛି କମ ନୁହେଁ । ବର୍ତମାନ ଭାରତ ୨ଟି ସ୍ୱଦେଶୀ ଟିକା ନିର୍ମାଣରେ ସଫଳତା ହାସଲ କରିଛି । ୨ୟ ସ୍ୱଦେଶୀ ଟିକାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ଯେ ବାୟୋଲୋଜିକାଲ-ଇ ଦ୍ୱାରା ନିର୍ମିତ ଟିକା ୨ଟି ଡୋଜ ରେ ଉପଲବ୍ଧ ହେବ । ଏବଂ ଗୋଟିଏ ଡୋଜ ନେବାର ୨୮ଦିନ ପରେ ଆଉ ଏକ ଡୋଜ ନେଇପାରିବେ ।

ତେଣୁକରି ବର୍ତ୍ତମାନର ଭ୍ୟାକସିନ ଅଭାବର ସ୍ଥିତିକୁ ହୁଏତ ଏହି ୨ୟ ସ୍ୱଦେଶୀ ଟିକା କିଛି ମାତ୍ରରେ ସମାଧାନର ବାଟ କାଢିବ । ବାୟୋଲୋଜିକାଲ-ଇ ର ଏମଡି ମହିମା ଡାଟଲା ନିଜର ଏକ ଇଣ୍ଟରଭ୍ୟୁରେ କହିଛନ୍ତି କି ଭ୍ୟାକସିନର ଦାମ କୁ ହୁଏତ ଧାର୍ଯ୍ୟ କରାଯାଇନାହିଁ । କିନ୍ତୁ ଆମର ଏହି ଭ୍ୟାକସିନ ଦେଶର ସବୁଠୁ ଶସ୍ତା ଭ୍ୟାକସିନ ରୂପେ ପରିଚୟ ପାଇବ । ସିରମ ଇନଷ୍ଟିଚ୍ୟୁଟ ଦ୍ୱାରା ନିର୍ମିତ କୋଭିସିଲ୍ଡ ଟିକା ରାଜ୍ୟସରକାରଙ୍କୁ ୩୦୦ ଓ ପ୍ରାଇଭେଟ୍ ହସ୍ପିଟାଲକୁ ୬୦୦ ଟଙ୍କା ପ୍ରତି ଡୋଜ ମିଳୁଛି । ତାସହ ଭାରତ ବାୟୋଟେକ୍ ର କୋଭାକ୍ସିନ ଟିକା ରାଜ୍ୟସରକାରଙ୍କୁ ୪୦୦ ଓ ପ୍ରାଇଭେଟ ହସ୍ପିଟାଲକୁ ୧୨୦୦ଟଙ୍କାରେ ମିଳୁଛି । ତେବେ ଆଶା ଯେ ଏହି ଭ୍ୟାକସିନ ସୁଲଭ ମୂଲ୍ୟରେ ଉପଲବ୍ଧ ହେଇପାରେ । କଂମ୍ପାନୀର ଏମଡିଙ୍କ କହିବା ଅନୁସାରେ ଅଗଷ୍ଟରୁ ପ୍ରତି ମାସ ୭ରୁ ୮ କୋଟି ଡୋଜ ନିର୍ମାଣ ହେବ । ଆଉ ଯଦି ଜୁଲାଇରେ ଏହାର ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ମିଳିଯାଉଛି ତେବେ ବହୁତ ମାତ୍ରାରେ ଟିକା ଅଭାବ ସମସ୍ୟାକୁ ଦୂର କରାଯାଇପାରିବ ।

ଭାରତଠାରୁ ବିଷ ଆମଦାନୀ କରିବାକୁ ଚାହୁଁଛି ଅଷ୍ଟ୍ରେଲିଆ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଆମଦାନୀ,ରପ୍ତାନୀ । କୌଣସି ସାମଗ୍ରୀ ଦେଶରେ ଆବାଶ୍ୟକତାଠାରୁ ଅଧିକା ଥିଲେ ରପ୍ତାନୀ ହୋଇଥାଏ ଓ କମ୍ ଥିଲେ ଆମଦାନୀ ହୋଇଥାଏ । ଯାହା ଦୁଇ ଦେଶ ମଧ୍ୟରେ ହେଉଥିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଏହା ଦ୍ୱାରା ଦେଶ ଦେଶ ମଧ୍ୟ ଦ୍ୱିପାକ୍ଷିକ ସମ୍ପର୍କ ମଧ୍ୟ ସୁଦୃଢ଼ ହୋଇଥାଏ । ଏଭଳି କି ରାଜ୍ୟ ରାଜ୍ୟ ମଧ୍ୟରେ ମଧ୍ୟ ଏଭଳି ଆମଦାନୀ ଓ ରପ୍ତାନୀ ହୋଇଥାଏ । ତେବେ ଏହି ପ୍ରକ୍ରିୟା ମଧ୍ୟରେ ଅଷ୍ଟ୍ରେଲିଆ ଭାରତଠାରୁ ଲୋଡ଼ୁଛି ଏକ ସ୍ୱତନ୍ତ୍ର ଧରଣର ବିଷ । ଅର୍ଥାତ ଅଷ୍ଟ୍ରେଲିଆ ଭାରତ ଠାରୁ ଏକ ବିଶେଷ ପ୍ରକାରର ବିଷ ଆମଦାନୀ କରିବାକୁ ଚାହୁଁଛି, ଯାହା କେବଳ ଭାରତରେ ହିଁ ପ୍ରସ୍ତୁତ ହୋଇଥାଏ । ତେବେ ଆଶ୍ଚର୍ଯ୍ୟ କଥା ହେଉଛି ଯେ, ଏଭଳି ବିଷ ଅଷ୍ଟ୍ରେଲିଆରେ ପୂର୍ବରୁ ବ୍ୟାନ୍ ହୋଇସାରିଥିବା ସତ୍ତ୍ୱେ ସେ ଏହାକୁ ଆମଦାନୀ କରିବାକୁ ଚାହୁଁଛି । ତେବେ ଆସନ୍ତୁ ଜାଣିବା ଅଷ୍ଟ୍ରେଲିଆ କାହିଁକି ଏଭଳି କରିବାକୁ ଚାହୁଁଛି ।

ବର୍ତ୍ତମାନ ଅଷ୍ଟ୍ରେଲିଆରେ ଅଚାନକ୍ ଭାବେ ମୂଷାଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯାହା ସାଧାରଣରେ ଜଣଙ୍କ କଳ୍ପନା ବାହାରେ । ବଢ଼ୁଥିବା ମୂଷାଙ୍କ ଯୋଗୁଁ ସେଠାକାର ଚାଷୀଙ୍କ ଫଲସହାନୀ ହେବା ନେଇ ଆଶଙ୍କା ସୃଷ୍ଟି ହେବା ସହ ସେଠାରେ ବସବାସ କରୁଥିବା ଲୋକଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛନ୍ତି । ମୂଷାଙ୍କ ଯୋଗୁଁ ପ୍ଳେଗ୍ ବ୍ୟାପିବାର ମଧ୍ୟ ଆଶଙ୍କା ଦେଖାଦେଇଛି । ଅଷ୍ଟେଲିଆର ନ୍ୟୁ ସାଉଥ୍ ଓ୍ୱେଲସରେ ଉପୁଜିଛି ଏଭଳି ସମସ୍ୟା । ଏଣୁ ସେ ଭାରତରରୁ ୫ ହଜାର ଲିଟର ବ୍ରୋମାଡିଓଲଓ୍ୱାନ୍ ନାମକ ବିଷ ଆମଦାନୀ କରିବାକୁ ଚାହୁଁଛି । ଏବଂ ସେଠାକାର କେନ୍ଦ୍ରୀୟ ସରକାର ମଧ୍ୟ ଏହି ଆମଦାନୀକୁ ମଞ୍ଜୁରୀ ଦେଇଛନ୍ତି ।
ଗତ ମାର୍ଚ୍ଚ ମାସରୁ ସ୍ଥାନୀୟ ଲୋକେ ବଢ଼ୁଥିବା ମୂଷାଙ୍କ ସଂଖ୍ୟା ନେଇ ଅଭିଯୋଗ କରିଆସୁଛନ୍ତି । ସ୍ଥିତିକୁ ନଜରରେ ରଖି ନ୍ୟୁ ସାଉଥ୍ ଓ୍ୱେଲ୍ସ ସରକାର ଚାଷୀଙ୍କ ପାଇଁ ୫୦ ମିଲିୟନ୍ ଡଲାରର ସହାୟତା ମଧ୍ୟ ଘୋଷଣା କରିଛନ୍ତି । ତେବେ ଭାରତରୁ ବିଷ ଆମଦାନୀ କରି ଏହାର ପ୍ରୟୋଗ ଦ୍ୱାରା ଖାଦ୍ୟ ଶୃଙ୍ଖଳ ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ସେଠାକାର ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି । ମୂଷାଙ୍କ ସଂଖ୍ୟା ହ୍ରାସ ହେବା ଦ୍ୱାରା ତାକୁ ଖାଇ ବଞ୍ଚୁଥିବା ସାପ ଓ ମୂଷାଙ୍କ ସତ୍ତା ଉପରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିବ । ଏଥି ସହିତ ଚାଷ ଜମିରେ ଏହାର ପ୍ରୟୋଗ ଦ୍ୱାରା ଏଥିରୁ ଉପୁଜୁଥିବା ଫସଲର ଚାହିଦା ମଧ୍ୟ ଅନ୍ତର୍ଜାତୀୟ ବଜାରରେ କମିବ । ଏଣୁ ବିଷର ପ୍ରୟୋଗ ନେଇ ଏ ନେଇ ଅଷ୍ଟ୍ରେଲିଆର ନୀତି ସ୍ପଷ୍ଟ ହୋଇପାରିନି ।

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ୨ ବର୍ଷ ପାଇଁ ସସପେଣ୍ଡ କଲା ଫେସବୁକ୍

Facebook Bans Trump: ଫେସବୁକ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସସପେଣ୍ଡ କରିଛି । ୬ ଜାନୁୟାରୀରେ କ୍ୟାପିଟାଲ ବିଲଡିଙ୍ଗ ଉପରେ ଆକ୍ରମଣ ହେବା ପୂର୍ବରୁ ହିଂସାତ୍ମକ କାର୍ଯ୍ୟକୁ ଉସୁକାଇଥିଲେ ଟ୍ରମ୍ପ୍‌ । ଯାହାକୁ ନେଇ ଏଭଳି ନିଷ୍ପତ୍ତି ନେଇଛି ଫେସବୁକ । ଏହା ସହିତ ଭବିଷ୍ୟତରେ ଯଦି କେହି ଏଭଳି କିଛି ପଦକ୍ଷେପ ନେଉଛନ୍ତି ତେବେ ଫେସବୁକ ସେମାନଙ୍କ ସହିତ କଠୋର ହେବ ।

ଚଳିତ ବର୍ଷ ଜାନୁଆରୀରୁ ତାଙ୍କର ଫେସବୁକ୍ ଆକାଉଣ୍ଟ ଉପରେ ଏହି ନିୟମ ଲାଗୁ ହୋଇଛି। ତେବେ ଭବିଷ୍ୟତରେ ଯଦି କେହି ଫେସବୁକର ନିୟମ ଭାଙ୍ଗନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଘୋଷଣା ମଧ୍ୟ କରାଯାଇଛି।

SDG ରିପୋର୍ଟକୁ ନେଇ ଅମରଙ୍କ ପ୍ରେସମିଟ୍: କହିଲେ, ପଞ୍ଚାୟତ ସ୍ତରକୁ ନଗଲେ ନିତି ଆୟୋଗ ଠିକ୍ ମାର୍କ ଜାଣିବେ କେମିତି?

ଭୁବନେଶ୍ୱର: ସସ୍‌ଟେନେବଲ୍ ଡେଭଲପେମେଣ୍ଟ ଗୋଲ (ଏସ୍‌ଡିଜି) ରିପୋର୍ଟରେ କିଏ ଉପରେ କିଏ ତଳେ ନଥାଏ । ଓଡ଼ିଶା ୨୦୧୮ରେ ୫୧ ମାର୍କ, ୨୦୧୯ରେ ୫୮ ଓ ୨୦୨୦ରେ ୬୧ ମାର୍କ ମିଳିଛି । ଓଡ଼ିଶା ୯ କ୍ଷେତ୍ରରେ ଭଲ ପ୍ରଦର୍ଶନକାରୀ, ୬ଟିରେ ରାଜ୍ୟ ଆଶାୟୀ ରହିଛି । ତେଣୁ ନୀତି ଆୟୋଗ ସହ ସବୁ ରାଜ୍ୟ ଆଲୋଚନା କରି ଲକ୍ଷ୍ୟ ହାସଲ କରିବା ଦିଗରେ କାମ କରିବା ଦରକାର ବୋଲି କହିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ । ଆଜି ପ୍ରେସମିଟ କରି କହିଛନ୍ତି, ଏହା ରାଜନୀତି ପାଇଁ ନୁହେଁ, ମାନବ ପାଇଁ ଉଦ୍ଦିଷ୍ଟ । ନିତି ଆୟୋଗ ପଞ୍ଚାୟତ ସ୍ତରକୁ ଯିବା ଦରକାର ।  ନ ହେଲେ ଠିକ ମାର୍କ ଜାଣି ହେବ ନାହିଁ । ତଥ୍ୟ ଗ୍ରାଉଣ୍ଡରୁ ଆସିବା ଦରକାର ବୋଲି ସେ କହିଛନ୍ତି । ୨୦୧୯ରେ ଇଜ ଅଫ ଡୁଇଙ୍ଗ ବିଜିନେସରେ ୯୨.୦୮ପ୍ରତିଶତ ମିଳିଲା । ୨୦୨୦ରେ ଶୂନ କେମିତି ହେଲା ବୋଲି ପ୍ରଶ୍ନ କରିଛନ ଅମର । ଏହାର ଅର୍ଥ ରାଜ୍ୟରେ କଣ ଶିଳ୍ପ ହୋଇନି । କରୋନା ସମୟରେ ଓଡ଼ିଶା ମହାରାଷ୍ଟ୍ର ଉପରେ ଥିବା ରିପୋର୍ଟ ଆସିଛି । ସେହିପରି ସ୍ବାସ୍ଥ୍ୟରେ ମମତା ଓ ବିଜୁ ସ୍ଵାସ୍ଥ୍ୟ ଯୋଜନା କିପରି ସ୍ୱାସ୍ଥ୍ୟ ସେବା ଦେଇଛି, ଅନ୍ତର୍ଜାତୀୟ ସଂସ୍ଥା ପ୍ରଶଂସା କରିଛନ୍ତି । ହେଲେ ଏଠି ରାଜ୍ୟ ଯୋଜନାକୁ ବାଦ ଦେଇ କେବଳ କେନ୍ଦ୍ର ଯୋଜନାକୁ ଆଧାର କରି ରିପ୍ରୋଟ ପ୍ରସ୍ତୁତ କରାଯାଇଛି । ଏହା ଅପରିପକ୍ବ । ରାଜ୍ୟ ଆନେମିଆରେ ଭଲ କରିନି । ହେଲେ ଓଡ଼ିଶା ଆନେମିଆ ମୁକ୍ତ ଭାରତରେ ଦ୍ଵିତୀୟ ରାଙ୍କରେ ଅଛୁ । ତଥ୍ୟ ଠିକ ଆସୁ ଆଉ କିପରି ଉନ୍ନିତି କରି ହେବ, ସେ ଦିଗରେ କରାଯାଉ । କେବଳ ସୂଚକାଙ୍କ ଆଧାରରେ କରିବା ଠିକ ନୁହେଁ । ରାଜ୍ୟ ବିଜେପି କି ଅନ୍ୟ ଦଳ, ଯେଉଁମାନେ ରାଜ୍ୟ ବିଷୟରେ ଭାବିବା କଥା କହିଛନ୍ତି, ସେମାନେ ମିଛରେ ବନ୍ୟାରେ ନ ଭାସନ୍ତୁ । ଏହି ରିପୋର୍ଟର ସଠିକ ବ୍ୟବହାର ହେବେ ଯଦି ତଥ୍ୟ ପ୍ରଦାନରେ ଉନ୍ନତି ହେବ । ଓଡ଼ିଶା ବହୁ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଠାରୁ ଆଗରୁ ଅଛି । ବିପର୍ଯ୍ୟୟ ପ୍ରଶମନରେ ରାଜ୍ୟ ଭଲ କରିଛି । ତାକୁ ଆଧାର କରି କୃଷିର ଉନ୍ନତି ସମ୍ପର୍କରେ କିଛି ନାହିଁ । ଆଉଟପୁଟକୁ ଗୁରୁତ୍ୱ ନ ଦେଇ ଆଉଟକମକୁ ଗୁରୁତ୍ୱ ଦିଆଯାଉ । ଡାଟା ସଠିକ କରାଯାଉ । ନୀତି ଆୟୋଗ କେସ ଷ୍ଟଡି କରି କାମ କରୁଥିବା ରାଜ୍ୟ ସରକାର ଆଶାବାଦୀ ଅଛନ୍ତି । କୋଭାକ୍ସିନର WHO ମାନ୍ୟତା ନ ଥିବାରୁ ଓଡିଶାର ଛାତ୍ରଛାତ୍ରୀ ବିଦେଶ ଯାଇ ପାରୁ ନାହାଁନ୍ତି । ସେ ଦିଗରେ ନୀତି ଆୟୋଗ ଧ୍ୟାନ ଦେଉ । ଯାହାର ତଥ୍ୟ ଆଣିବାରେ ମୁର୍ଖାମୀ ଅଛି, ତାକୁ ରାଜନୀତି କରାଯାଉଛି । ଏସଡିଜି ରିପୋର୍ଟ ରାଜନୈତିକ ରିପୋର୍ଟ ନୁହେଁ । ଅପରାଜିତା ଷଡଙ୍ଗୀ ଯେଉଁ ଭିତ୍ତିରେ କହୁଛନ୍ତି, ଗାଁ ସ୍ତରରେ ଯଦି କିଛି ଭଲ ହୋଇନି, ତାହେଲେ SDG ଗାଁ ଯାଏ ଯିବା ଦରକାର । ଉତ୍ତର ପ୍ରଦେଶ ବହୁତ ଖରାପ କରିଛି । ହେଲେ ତା କଥା କହି ଶାସକ ଦଳ ରାଜନୀତି କରିବାକୁ ଚାହୁଁନି । ରାଜ୍ୟ ଓ କେନ୍ଦ୍ର ସରକାର ମିଶିକି କାମ କରିବା ଦରକାର । କାରଣ କିଛି କ୍ଷେତ୍ରର ରିପୋର୍ଟ କେନ୍ଦ୍ର ସରକାର ବି ଦେଉଛନ୍ତି । ଯଦି ସନ୍ଦେହ ଅଛି ଲୋକଙ୍କୁ ପଚାରା ଯାଉ, ଯାହା ହୋଇଛି ବୋଲି କହିଛନ୍ତି ସାଂସଦ ଅମର ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଅଭିନେତା ଅଟଳ ବିହାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଗର୍ଭାବସ୍ଥା ସମୟରେ ସଂକ୍ରମିତ ହେଲେ ଶିଶୁଙ୍କ ଠାରେ ଦେଖାଦେଉଛି ଏହି ଭୟଙ୍କର ରୋଗ

ଜବଲପୁର: ନବଜାତଙ୍କ ପାଇଁ କରୋନା ହେଉଛି ଭୟଙ୍କର । କରୋନା କାରଣରୁ ଶିଶୁଙ୍କଠାରେ ଦେଖା ଦେଉଛି ଏଭଳି ମାରାତ୍ମକ ରୋଗ । କରୋନା ସମୟରେ ଅନ୍ୟାନ୍ୟ ରୋଗ ମଧ୍ୟ ସେମାନଙ୍କ ବଂଶ ବିସ୍ତାର କରିବାରେ ଲାଗିଛନ୍ତି । ଏହାର ପ୍ରଭାବ ସେହି ପିଲାମାନଙ୍କଠାରେ ଦେଖାଯାଉଛି, ଯେଉଁମାନେ ଏବେ ଏବେ ଏହି ଦୁନିଆରେ ପାଦ ଦେଇଛନ୍ତି । ପୋଷ୍ଟ କୋଭିଡର ପ୍ରଭାବ ସେହି ନବଜାତ ଶିଶୁମାନଙ୍କଠାରେ ଦେଖାଯାଉଛି, ଯେଉଁ ମାଆମାନେ ଗର୍ଭାବସ୍ଥାରେ କରୋନାରେ ସଂକ୍ରମିତ ହୋଇଛନ୍ତି । ଡାକ୍ତରଙ୍କ କହିବାନୁସାରେ, ଗର୍ଭବତୀ ଥିବା ସମୟରେ କରୋନା ସଂକ୍ରମଣ ଥିବା ମହିଳାମାନଙ୍କ ପାଇଁ ଜନ୍ମ ହୋଇଥିବା ନବଜାତ ଶିଶୁମାନଙ୍କଠାରେ ପୋଷ୍ଟ-କୋଭିଡର ପ୍ରଭାବ ସ୍ପଷ୍ଟ ଦେଖାଯାଉଛି । ଏବଂ ଜବଲପୁର ଜିଲ୍ଲାରେ ଏପରି ୫୦ରୁ ଅଧିକ ନବଜାତ ଶିଶୁ ସାମ୍ନାକୁ ଆସିଛନ୍ତି, ଯେଉଁମାନଙ୍କ ଠାରେ ମଲ୍ଟି ସିଷ୍ଟମ ଇନଫ୍ଲେମେଟର ସିଣ୍ଡ୍ରୋମ ରୋଗ ଦେଖାଯାଉଛି ।

ଏହି ରୋଗରେ ନବଜାତ ଶିଶୁର ଅନେକ ଅଙ୍ଗ ପ୍ରଭାବିତ ହେଉଛି । ଡାକ୍ତରମାନେ କହିଛନ୍ତି ଯେ ମଲ୍ଟି ସିଷ୍ଟମ ଇନଫ୍ଲେମେଟରୀ ସିଣ୍ଡ୍ରୋମ ଯୋଗୁଁ ନବଜାତ ଶିଶୁର କିଡନୀ, ହୃଦୟ, ଯକୃତ ଏବଂ ମସ୍ତିଷ୍କ ପ୍ରଭାବିତ ହେଉଛି । ଗର୍ଭବତୀ ମହିଳାମାନେ ଗର୍ଭଧାରଣର ଶେଷ ମାସରେ କରୋନା ସଂକ୍ରମିତ ହେବା ପରେ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ତିଆରି ହୁଏ, ଯଦି ସମାନ ପ୍ରତିରୋଧକ ଶକ୍ତି ଆବଶ୍ୟକତାଠାରୁ ଅଧିକ ଶିଶୁ ଦେହକୁ ଚାଲିଯାଏ, ତେବେ ଶିଶୁର ଆଭ୍ୟନ୍ତରୀଣ ଅଙ୍ଗ ପ୍ରଭାବିତ ହେବ  । ଏହିପରି ପିଲାମାନଙ୍କର ଅଧିକ ଯତ୍ନ ନେବା ଆବଶ୍ୟକ । ଦେଶରେ ଏଭଳି ମାମଲା ନଜରକୁ ଆସିଛି, ତେଣୁ ଅନେକ ଶିଶୁ ବିଶେଷଜ୍ଞ ଏହା ଉପରେ ନିରନ୍ତର ଅଧ୍ୟୟନ କରୁଛନ୍ତି।

ବିଶେଷଜ୍ଞଙ୍କ ପରାମର୍ଶ ଆବଶ୍ୟକ

ଡାକ୍ତରଙ୍କ ଅନୁଯାୟୀ, ନବଜାତ ଶିଶୁମାନଙ୍କୁ ମଲ୍ଟି ସିଷ୍ଟମ ଇନଫ୍ଲାମେଟୋରୀ ସିଣ୍ଡ୍ରୋମ ରୋଗରୁ ରକ୍ଷା କରିବା ପାଇଁ ଗର୍ଭାବସ୍ଥାରେ ଶିଶୁରୋଗ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରାଯିବା ଉଚିତ। ଯାହାଦ୍ୱାରା ଗର୍ଭଧାରଣ ସମୟରେ ଶିଶୁର ଯତ୍ନ ସଠିକ୍ ଭାବରେ କରାଯାଇପାରିବ । ଏହା ସ୍ପଷ୍ଟ ହୋଇଛି ଯେ ଯଦିଓ କରୋନା ମହାମାରୀ ଆଗାମୀ ସମୟରେ ଶେଷ ହୋଇଯିବ, କିନ୍ତୁ ଏହାର ପ୍ରଭାବ ଦଶନ୍ଧି ଧରି ଦେଖାଯିବ । ତେଣୁ ଦେଶର ଭବିଷ୍ୟତ ପ୍ରତି ଏହା ବିପଦଜନକ ବୋଲି ଅନୁମାନ କରାଯାଉଛି ।