spot_img
Home Blog Page 5565

ଓଡ଼ିଶା ଆସୁଛି କେନ୍ଦ୍ରୀୟ ଟିମ୍, ବାତ୍ୟାଞ୍ଚଳରେ କରିବେ କ୍ଷୟକ୍ଷତି ଆକଳନ

ଭୁବନେଶ୍ୱର: ଆସନ୍ତାକାଲି ବାତ୍ୟା କ୍ଷୟକ୍ଷତି ଆକଳନ ନେଇ ଭୁବନେଶ୍ୱରରେ ପହଞ୍ଚିବେ କେନ୍ଦ୍ରୀୟ ଟିମ୍ । କ୍ଷୟକ୍ଷତି ଆକଳନ ପାଇଁ ଆସୁଛନ୍ତି ୭ଜଣିଆ ଟିମ । ଗୃହ ମନ୍ତ୍ରାଳୟର ଯୁଗ୍ମ ସଚିବ ସୁନୀଲ ବଂଶଓ୍ୱାଲଙ୍କ ନେତୃତ୍ୱରେ ଏହି ଟିମ ଗଠନ କରାଯାଇଛି । ଦୁଇଦିନ ଧରି ବାତ୍ୟା ପ୍ରଭାବିତ ଅଞ୍ଚଳ ବୁଲି ଦେଖିବାର କାର୍ଯ୍ୟକ୍ରମ ହୋଇଛି । SRC ଓ ମୁଖ୍ୟ ଶାସନ ସଚିବଙ୍କ ସହ କ୍ଷୟକ୍ଷତି ନେଇ ଆଲଚନା କରିବେ ଏହି ଟିମ ।

ବାତ୍ୟା ସାୟରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଗୁଡ଼ିକ ପରିଦର୍ଶନ କରିବ ଏହି ଟିମ୍  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଗଦି ପୂର୍ବରୁ ଓଡ଼ିଶା ଗସ୍ତରେ ଆସି ବାତ୍ୟାଞ୍ଚଳ ବୁଲି ଦେଖିବା ସହ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ସରକାରଙ୍କ ପ୍ରତିନିଧି ମଣ୍ଡଳୀ ସହ ସମୀକ୍ଷା ବୈଠକ କରିଥିଲେ  । ଏହାପରେ ଦିଲ୍ଲୀ ଫେରି ଓଡ଼ିଶାକୁ ୫ଶହ କୋଟିର ଅତିରିକ୍ତ ସହାୟତା ରାଶି ପ୍ରଦାନ କରିଥିଲେ  । ଏବଂ କେନ୍ଦ୍ରୀୟ ଟିମ ସମୀକ୍ଷା କରିବା ପରେ ବାକି ସହାୟତା ଅର୍ଥ ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ  ।

ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଟିମ ଗଠନ , CHSE ପକ୍ଷରୁ ୧୪ ଜଣିଆ କମିଟି

ଭୁବନେଶ୍ୱର: ଯୁକ୍ତ ଦୁଇ ମୂଲ୍ୟାୟନ ପାଇଁ ଗଠନ ହୋଇଛି ଟିମ୍‌ । ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପାଇଁ ଟିମ୍‌ ଗଠନ କରିଛି ସିଏଚଏସଇ । ସିଏଚଏସଇ ପକ୍ଷରୁ ୧୪ ଜଣିଆ କମିଟି ଗଠନ ହୋଇଛି । ଗୁରୁତ୍ବପୂର୍ଣ୍ଣ କମିଟିରେ ସ୍ଥାନ ପାଇଛନ୍ତି ଶିକ୍ଷାବିତ୍‌ । କୋଭିଡ ସ୍ଥିତିରେ ପରୀକ୍ଷା ହେବା ଅନୁଚିତ ମଣିବା ପରେ ରାଜ୍ୟ ସରକାର ପରୀକ୍ଷାକୁ ବାତିଲ କରିଥିଲେ ।

ପରୀକ୍ଷା ନହେବା ନେଇ ସରକାର ଘୋଷଣା କରିଥିଲେ । ଏହାପରେ ଆଜି ମୂଲ୍ୟାୟନ ପାଇଁ ଟିମ ଗଠନ କରିଛନ୍ତି । ଏହି ଟିମ୍ ୧୦ ଦିନ ମଧ୍ୟରେ ମୂଲ୍ୟାୟନ ଖସଡା ରିପୋର୍ଟ କମିଟି ଦେବ । ଏହି କମିଟିରେ ଶିକ୍ଷାବିତ ମାନେ ରହିଥିବାବେଳେ ଉଭୟ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷା ଖାତା ମୂଲ୍ୟାୟନ ପାଇଁ ଟିମ ଗଠନ ହୋଇଛି ।

ଛେପ ପକାରୁ ମାରପିଟ୍, ଜଣେ ମୃତ୍ୟୁ ୪ ଆହତ

ବାଲେଶ୍ୱର: ସାମାନ୍ୟ ଛେପ ପକାକୁ କେନ୍ଦ୍ରକରି ଆକ୍ରମଣ, ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି  । ଏଭଳି ଏକ ଭୟଙ୍କର ଘଟଣା ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଘଣ୍ଟେଶ୍ୱର ଅଞ୍ଚଳ ଗୋପୀନାଥପୁର ପଞ୍ଚାୟତରେ  । କଳହକୁ କେନ୍ଦ୍ର କରି ମାରପିଟ  । ପୁୁଣି ଏମିତି ମାରପିଟ ଯେ ରକ୍ତାକ୍ତ ସଂଘର୍ଷ  ହୋଇଛି  । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି  ।

ସୂଚନା ମୁତାବକ ୨ ପରିବାର ମଧ୍ୟରେ ଛେପ ପକାଇବାକୁ କେନ୍ଦ୍ର କରି ଘଟଣାର ସୂତ୍ରପାତ ହୋଇଥିବା ଜଣା ପଡିଛି  । ତେବେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଉଭୟ ପକ୍ଷରୁ ପାଞ୍ଚ ଜଣ ଗୁରୁତର ହୋଇଛନ୍ତି  । ସମସ୍ତଙ୍କୁ ଚାନ୍ଦବାଲି ଓ ତିହିଡି ମେଡିକାଲରେ ଭର୍ତ୍ତି କରାଯାଇଛି  । ସେପଟେ ଅଭିଯୋଗ ପରେ ପୋଲିସ ଘଟଣନାର ଅନୁସନ୍ଧାନ ଜାରି ରଖିଛି  ।

ନାଇଜେରିଆରେ ବ୍ୟାନ୍, ଭାରତରେ ବିବାଦ

ଟୁଇଟର ଓ ଭାରତ ସରକାରଙ୍କ ମଝିରେ ବିବାଦ ଥମିବାର ନାଁ ଧରୁନି । ଭାରତ ସରକାରଙ୍କ ନୂଆ ଆଇଟି ନିୟମାବଳୀକୁ ଟୁଇଟର କରୁଛି ଅବମାନନା । ଟ୍ୱିଟରକୁ ଶନିବାର ଭାରତ ସରକାର ଅନ୍ତିମ ଚେତାବନୀ ମଧ୍ୟ ଦେଇଛନ୍ତି । ସରକାର କହିଛନ୍ତି ନିୟମ ମାନ ନହେଲେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ । ଭାରତ ସରକାରଙ୍କ କହିବା ହେଉଛି, ଅଭିଯୋଗ ଶୁଣାଣି ପାଇଁ ଟ୍ୱିଟର ଖୁବଶିଘ୍ର ଜଣେ ସ୍ଥାନୀୟ ଅଭିଯୋଗ ଅଧିକାରୀ ଓ ଜଣେ ନୋଡାଲ ଯୋଗାଯୋଗ ଅଫିସରଙ୍କୁ ନିଯୁକ୍ତି କରୁ ଓ ସେ ବିଷୟରେ ସରକାରଙ୍କ ସହ ଆଲୋଚନା ମଧ୍ୟ କରୁ । କିନ୍ତୁ ଭାରତ ସରକାରଙ୍କ କଥା ମାନିବା ପରିବର୍ତ୍ତେ ଲାଗୁଛି ସ୍ୱଘୋଷିତ ସ୍ୱାଧିନ ଅଭିବ୍ୟକ୍ତିର ପତାକାଧାରୀ ଟ୍ୱିଟର ଭାରତ ସରକାରଙ୍କ କ୍ଷମତା ଓ ଦେଶର ସାର୍ବଭୌମତ୍ୱକୁ ଚ୍ୟାଲଂଜ୍ କରୁଛି । ଟ୍ୱିଟର ଯେଉଁଭଳି ଭାବେ ମନମାନି କରୁଛି ସେଥିରୁ ଅତିକମରେ ଏହାହିଁ ଲାଗୁଛି ।

ଉଦାହରଣ ଭାବେ ଶନିବାରର ଘଟଣାକ୍ରମକୁ ନିଅନ୍ତୁ । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ଦୁଇ ଘଣ୍ଟା ପାଇଁ ବ୍ଲୁଟିକ୍ ହଟାଇବା ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟକୁ ଅନ୍ ଭେରିଫାଇଡ୍ କରିଦେଇଛି । ଅର୍ଥାତ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିଯାଇଛି । କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ଯ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ଯ୍ୟବାହକ ସୁରେଶ ସୋନି ଓ ସର କାର୍ଯ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିବା ପରେ ହଙ୍ଗାମା ହୋଇଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ, ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଗତ ୬ ମାସ ଧରି ଅପଡେଟ୍ ହେଉନଥିବାରୁ ବ୍ଲୁଟିକ୍ ହଟାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ଅସନ୍ତୁଷ୍ଠ ଥିଲା ବୋଲି କୁହାଯାଉଥିଲା । ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢେଇର ଏହା ଅଂଶ ବୋଲି କୁହାଯାଉଛି ।

ଏବେ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ସେହି ଏକା କାରଣରୁ ହଟାଯାଇଥିବା ଅନୁମାନ କରାଯାଉଛି । କାରଣ ଭଗବତଙ୍କ ଆକାଉଣ୍ଟ୍ ୨୦୧୯ରେ ତିଆରି ହୋଇଥିଲା କିନ୍ତୁ ଗତ ୬ମାସରୁ ଅଧିକ ଦିନ ଧରି ଏହା ନିଷ୍କ୍ରିୟ ଅଛି । ଟ୍ୱିଟରର ନୀତିକୁ ନେଇ କେବଳ ଭାରତ ସରକାର ଅସନ୍ତୁଷ୍ଟ ବୋଲି କହି ହେବ ନାହିଁ । ଖୋଦ ଟ୍ୱିଟରର ଘର ଆମେରିକାରେ ମଧ୍ୟ ଅସନ୍ତୋଷ ରହିଛି । ଆମେରିକାରେ ଟ୍ୱିଟର ଯେମିତି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଇଡିକୁ ବ୍ଲକ୍ କରିଛି ତାକୁ ନେଇ ବିବାଦ ରହିଛି । ଟ୍ରମ୍ପଙ୍କ ଆକାଉଣ୍ଟ୍ ବ୍ଲକ୍ କରି ଟ୍ୱିଟର ତାଙ୍କ ସ୍ୱାଧିନ ଅଭିବ୍ୟକ୍ତିର ଅଧିକାରର ଉଲ୍ଲଂଘନ କରିଛି ବୋଲି ଅଭିଯୋଗ ହେଉଛି । ଏହି ଅଭିଯୋଗରେ କିଛିଟା ସତ୍ୟତା ମଧ୍ୟ ରହିଛି । ପ୍ରଶ୍ନ ହେଉଛି,ଟ୍ୱିଟର ଆରମ୍ଭ ହୋଇଥିଲା ଲୋକଙ୍କୁ ନିଜ ଭାବନା ପ୍ରକାଶ ପାଇଁ ପ୍ଲାଟଫର୍ମ ଦେବାର ଘୋଷଣା ସହିତ । କିନ୍ତୁ ପ୍ରଶ୍ନ ହେଉଛି ଜଣକ ମତ ଠିକ୍ ନୁହେଁ ବୋଲି କହିବାକୁ ଟ୍ୱିଟର କିଏ ? ଟ୍ୱିଟର ବାମପନ୍ଥୀଙ୍କ ଆଡ୍ଡା ପାଲଟିଛି ବୋଲି ଅଭିଯୋଗ ହେଉଛି । ଟ୍ୱିଟରରେ ଦକ୍ଷୀଣପନ୍ଥୀଙ୍କ କଣ୍ଠରୋଧ ହେଉଛି । ସେମାନଙ୍କୁ ବ୍ଲକ୍ କରାଯାଉଛି । ଯଦି ସ୍ୱାଧୀନ ଅଭିବ୍ୟକ୍ତିର ଅଧିକାର ସମସ୍ତଙ୍କ ପାଇଁ ସମାନ ତେବେ ଏହି ଭେଦଭାବ କ’ଣ ପାଇଁ ?

ନିକଟରେ ନାଇଜେରିଆ ମଧ୍ୟ ଟ୍ୱିଟରକୁ ନିଜ ଦେଶରେ ବ୍ୟାନ୍ କରିଛି । କାରଣ ହେଉଛି ଯେ, ଏହା ସେଠାକାର ରାଷ୍ଟ୍ରପତିଙ୍କ ଗୋଟିଏ ଟ୍ୱିଟକୁ ଡିଲିଟ୍ କରି ଦେଇଥିଲା । ଟ୍ୱିଟର ପକ୍ଷରୁ ଡିଲିଟ୍ କରିବାର କାରଣ ରଖା ଯାଇଥିଲା । କୁହାଯାଇଥିଲା ଯେ, ଏହା ତା’ର କମ୍ୟୁନିଟି ଗାଇଡ୍ ଲାଇନ ଉଲ୍ଲଂଘନ କରୁଛି । ନାଇଜେରିଆ ରାଷ୍ଟ୍ରପତିଙ୍କ ଟ୍ୱିଟ୍ ଗୋଟିଏ ସମୁଦାୟର ଭାବନାକୁ ଆହତ କରିଛି । ତେବେ ରାଷ୍ଟ୍ରପତି କ’ଣ ଟ୍ୱିଟ୍ କରିଥିଲେ ? ନାଇଜେରିଆରେ ସକ୍ରିୟ ଥିବା ବିଛିନ୍ନତାବାଦୀଙ୍କୁ ସେଠାକାର ରାଷ୍ଟ୍ରପତି ସମାଲୋଚନା କରିଥିଲେ । ଗୋଟିଏ ସ୍ୱାଧୀନ ଦେଶର ରାଷ୍ଟ୍ରପତି ଭାବେ ନିଜ ଦେଶର ସାର୍ବଭୌମତ୍ୱର ରକ୍ଷା କରିବା ତାଙ୍କ କର୍ତ୍ତବ୍ୟ । ଟ୍ୱିଟର ହିସାବରେ ଯଦି ରାଷ୍ଟ୍ରପତିଙ୍କ ଗୋଟିଏ ଟ୍ୱିଟ୍ କିଛି ଲୋକଙ୍କ ଭାବନାକୁ ବାଧିତ କରୁଥିଲା ତେବେ ତାଙ୍କୁ ବ୍ୟାନ୍ କରିବା କ’ଣ ତାଙ୍କ ସ୍ୱାଧିନ ଅଭିବ୍ୟକ୍ତିର ଅଧିକାର ଉପରେ ଆକ୍ରମଣ ନୁହେଁ କି ?

ଚୀନ୍ ଭଳି ଦେଶରେ ଟ୍ୱିଟର ନାହିଁ । ସେଠାରେ ଟ୍ୱିଟରର ଚାଇନା ଭର୍ସନ୍ ୱେଇବୋ ରହିଛି । ଟ୍ୱିଟର ଯଦି ସେଠାରେ ଅପରେସନ୍ ଚଳାଉଥାନ୍ତା ତେବେ ଚୀନ୍ ସରକାରଙ୍କୁ ସମାଲୋଚନା କରୁଥିବା ଆକାଉଣ୍ଟକୁ ଚାଲିବାକୁ ଦେଇଥାନ୍ତା କି ? ଏହାର ଉତ୍ତର ଏତେ ସିଧା ନୁହେଁ । ହୁଏତ ଟ୍ୱିଟର ସେଠାରେ ନିଜ ରୁଲ୍ ଅଫ୍ ଏନଗେଜମେଣ୍ଟ୍ ବଦଳାଇ ଦେଇଥାନ୍ତା । କାରଣ ଟ୍ୱିଟର ଭଲ ଭାବେ ଜାଣିଛି ଯେ, ଚୀନ କମ୍ୟୁନିଷ୍ଟ ସରକାର ତାକୁ ଏଣ୍ଟରଟେନ୍ କରିବ ନାହିଁ । ଆମେରିକୀୟ ଟେ୍କ ଓ ସୋସିଆଲ ମିଡିଆ କମ୍ପାନୀଙ୍କ ଦୋମୁହାଁ ନୀତିର ଆଉ ଗୋଟିଏ ଉଦାହରଣ ନିଅନ୍ତୁ । ଶୁକ୍ରବାର ଦିନ ୧୯୮୯ ଚୀନର ତିଆନମେନ୍ ସ୍କୋୟାର ବିଦ୍ରୋହକୁ ୩୨ ବର୍ଷ ପୁରିଛି । ସେହିଦିନ ମାଇକ୍ରୋସଫଟର ବିଙ୍ଗୋ ସର୍ଚ୍ଚ ଇଂଜିନରେ କିଛି ବ୍ୟକ୍ତି ଟ୍ୟାଙ୍କ ମ୍ୟାନ୍ ସର୍ଚ୍ଚ କରିଥିଲେ । କିନ୍ତୁ ସେମାନେ ସେହି ପ୍ରସିଦ୍ଧ ଚିତ୍ର ଯେଉଁଥିରେ ଟ୍ୟାଙ୍କ୍ ଆଗରେ ଜଣେ ବ୍ୟକ୍ତି ଛିଡା ହୋଇଥିବାର ଦୁନିଆ ୩୨ ବର୍ଷ ତଳେ ଦେଖିଥିଲା,ତାହା ଦେଖି ପାରିନଥିଲେ । କାରଣ ତାହା ଆଉ ନଥିଲା ।

ମାଇକ୍ରୋସଫ୍ଟ କହିଲା ମାନବୀୟ ତ୍ରୁଟିରୁ ଏମିତି ହୋଇଛି । କିନ୍ତୁ ସତ ହେଉଛି ଚୀନ ଭଳି ବଡ ବଜାରର ମାଲିକ ଚୀନ କମ୍ୟୁନିଷ୍ଟ୍ ପାର୍ଟିକୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିବା ମାଇକ୍ରୋସଫ୍ଟ ଏହି ଫଟୋକୁ ହଟାଇ ଦେଇଥିଲା । ଅବଶ୍ୟ ବିରୋଧ ପରେ ପୁଣିଥରେ ବିଙ୍ଗୋ ସର୍ଚ୍ଚ ଇଂଜିନକୁ ଟ୍ୟାଙ୍କ ମ୍ୟାନଙ୍କ ପ୍ରତ୍ୟାବର୍ତ୍ତନ ହୋଇଥିଲା । ଏଇଥିରୁ ଜଣା ପଡୁଛି ଆମେରିକୀୟ ଟେକ୍ କମ୍ପାନୀଙ୍କ ସ୍ୱାଧିନ ଅଭିବ୍ୟକ୍ତି ସ୍ଲୋଗାନ୍ କେତେ ଫମ୍ପା । ଏଥର ଆସନ୍ତୁ କେଉଁ ପରିସ୍ଥିତିରେ ଟ୍ୱିଟର ବ୍ଲୁଟିକ୍ ହଟାଇ ଥାଏ । ଟ୍ୱିଟର ବିନା ନୋଟିସରେ ଗୋଟିଏ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଇ ପାରେ । ବ୍ଲୁ ଭେରିଫାଇଡ୍ ବ୍ୟାଜ୍ ଓ ଭେରିଫାଇଡ୍ ଷ୍ଟାଟସ ହଟାଇବା ପାଇଁ ଟ୍ୱିଟର ନୋଟିସ ଦେବାକୁ ବାଧ୍ୟ ନୁହେଁ । କୌଣସି ଆକାଉଣ୍ଟ ନିଜ ନାମ ବଦଳାଇଲେ କିମ୍ବା ନିଷ୍କ୍ରିୟ ରହିଲେ ଅଥବା ଯଦି ଆକାଉଣ୍ଟ ଅସମ୍ପୂର୍ଣ୍ଣ ରହିଥାଏ ତେବେ ଟ୍ୱିଟର ବ୍ଲୁଟିକ୍ ହଟାଇ ଦେଇଥାଏ । କମ୍ପାନୀ ଅନୁସାରେ ବ୍ଲୁ ଟିକ୍ ହଟାଇବା ଅର୍ଥ ହେଉଛି ଆକାଉଣ୍ଟ୍ ଜନହିତ ସହ ଜଡିତ ଓ ଏହା ଏକ ବାସ୍ତବିକ ଆକାଉଣ୍ଟ ।

ବିଏମସି ଫୋକସରେ ଭିକ୍ଷୁକ, ସ୍ୱତନ୍ତ୍ର ଡ୍ରାଇଭରେ ନେଲେ ଟିକା

ଭୁବନେଶ୍ୱର: ବାସହୀନଙ୍କ ପରେ ଭିକ୍ଷୁକଙ୍କୁ ଗୁରୁତ୍ବ । ସମ୍ବେଦନଶୀଳ ବର୍ଗଙ୍କ ଉପରେ ବିଏମସିର ଫୋକସ୍ । ଆଗକୁ କିନ୍ନର ଓ ଦିଵ୍ୟାଙ୍ଗଙ୍କ ପାଇଁ ହେବ ସ୍ବତନ୍ତ୍ର ଡ୍ରାଇଭ । ଟିକାର ଅଭାବକୁ ନେଇ ଚିନ୍ତାରେ ରାଜଧାନିବାସୀ । କାରଣ ରାଜ୍ୟରେ କେବଳ ଭୁବନେଶ୍ବରରେ ଦିଆଯାଉଛି କୋଭକ୍ସିନ । ଟିକାର ଅଭାବ ସତ୍ତ୍ବେ କେହି ଯେପରି ଟିକାକରଣରୁ ବାଦ ନପଡନ୍ତି ସେଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି ।

ବାସହୀନଙ୍କ ସାମୁହିକ ଟିକାକରଣ ପରେ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଭିକ୍ଷୁକଙ୍କର କରାଯାଇଛି ଟିକାକରଣ । 3ଟି ଆଶ୍ରୟ ସ୍ଥଳରେ 138 ଜଣଙ୍କକରାଯାଇଛି ଟିକାକରଣ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିଭିନ୍ନ ସ୍ତରରେ ସ୍ବତନ୍ତ୍ର ଟିମ୍ ଜରିଆରେ ଚାଲିଥିବା ଏହି କାର୍ଯ୍ୟ ସର୍ବୋପରି ବିଏମସିର ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଭୁବନେଶ୍ୱର ବିଧାୟକ ତଥା ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା । ପୂର୍ବରୁ ଭିକ୍ଷାବୃତି କରୁଥିଲେ । ବିଏମସି ପକ୍ଷରୁ ରାଜଧାନୀକୁ ଭିକାରୀ ମୁକ୍ତ କରିବା ପ୍ରୟାସରେ ସ୍ୱତନ୍ତ୍ର ଆଶ୍ରୟସ୍ଥଳରେ ଥଇଥାନ କରାଯାଇଛି ।

ଆଶ୍ରୟ ସ୍ଥଳରେ ସବୁ ସୁବିଧା ଥିଲେ ସୁଦ୍ଧା ଟିକା ସେମାନଙ୍କୁ ମିଳିବ କି ନାହିଁ ସନ୍ଦେହରେ ଥିଲେ । ତେବେ ପ୍ରଥମ ଡୋଜ ଟିକା ନେବାପରେ ଖୁସି ବ୍ୟକ୍ତ କରିଛନ୍ତି ସମସ୍ତେ । ସେପଟେ ବାସହୀନ ଓ ଭିକ୍ଷୁକଙ୍କ ପରିଚୟପତ୍ର ନଥିବା ସତ୍ତ୍ୱେ ସେମାନଙ୍କ ପାଇଁ ବିଏମସିର ଏହି ସ୍ୱତନ୍ତ୍ର ଅଭିଯାନ ନିଶ୍ଚିତ ଭାବେ ଏକ ଭଲ ପଦକ୍ଷେପ ବୋଲି କହିଛନ୍ତି ଓଡିଶା ପତିତା ଉଦ୍ଧାର ସମିତି ସମ୍ପାଦିକା  ସୋମବାର ଠାରୁ ଦିବ୍ୟାଙ୍ଗଙ୍କ ସମେତ କିନ୍ନର ଓ ଅନ୍ୟ ଅବହେଳିତ ବର୍ଗଙ୍କ ପାଇଁ ଟିକାକରଣର ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଏମସି ପକ୍ଷରୁ ହାତକୁ ନିଆଯିବ ।

ସଂକଟ କାଳରେ ଏବେ ସଂଜୀବନି ଯୋଗାଉଛି ଜୟ ଓଡ଼ିଶା ଫାଉଣ୍ଡେସନ

ଭୁବନେଶ୍ୱର: କରୋନା ସଂକଟ କାଳରେ ଏବେ ସଂଜିବନୀ ସାଜିଛି ଅକ୍ସିଜେନ୍ । ଗୁରୁତର ରୋଗୀଙ୍କୁ କିପରି ଏହାର ଅଭାବ  ନିରୀହ ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି ସମସ୍ତ ବ୍ୟବସ୍ଥା । ଏହି ପ୍ରକ୍ରିୟାକୁ ଆଉଟିକେ ସରଳ କରିବାକୁ ଆଗେଇ ଆସିଛି ଜୟ ଓଡ଼ିଶା ଫାଉଣ୍ଡେସନ ।

ଆଜି ଯାଜପୁରରେ ପହଞ୍ଚି ଜିଲ୍ଲା ପ୍ରଶାସନକୁ ସହଯୋଗର ହାତ ବଢ଼ାଇବା ସହ ଅକ୍ସିଜେନ କନସନଟ୍ରେଟର ଦାନ କରିଛନ୍ତି । ଫାଉଣ୍ଡେସନ ପକ୍ଷରୁ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ଯାଜପୁର ଜିଲା ପ୍ରଶାସନକୁ ୧୫ଟି ଅକ୍ସିଜେନ କନସେନଟ୍ରେଟର ଦାନ କରିଛନ୍ତି ।

ଜୟ ଓଡିଶାର ଏଭଳି ମହାନତା ପାଇଁ ଅନେକ ରୋଗୀଙ୍କ ଜୀବନ ବଂଚିବା ବୋଲି କୁହାଯାଇଛି । ଆଗକୁ ଆହୁରି କନନସଟ୍ରେଟର ଯୋଗାଇ ଦିଆଯିବ ବୋଲି ଫାଉଣ୍ଡେସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି । ଜୟ ଓଡ଼ିଶାର ଏପରି ବଦାନ୍ୟତାକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଭାରତ-ଚୀନ ବିବାଦ ପ୍ରସଙ୍ଗରେ ଏମିତି କହିଲେ ଋଷ ରାଷ୍ଟ୍ରପତି ପୁତିନ

ନୂଆଦିଲ୍ଲୀ: ଚୀନ-ଭାରତ ସୀମା ବିବାଦ ସମ୍ପର୍କରେ ମତ ରଖିଲେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଏନେଇ ଶନିବାର ଦିନ ପୁତିନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଦାୟିତ୍ୱବାନ ନେତା ତେଣୁ ଉଭୟ ସୀମା ବିବାଦର ସମାଧାନ କରିବାରେ ସକ୍ଷମ। ତେଣୁ ରାଷ୍ଟ୍ରପତି ପୁତିନ ଭାରତ ଏବଂ ଚୀନ୍ ମଧ୍ୟରେ କୌଣସି ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ଭାରତ-ଚୀନ୍ ଦ୍ୱିପାକ୍ଷିକ ପ୍ରସଙ୍ଗରେ କୌଣସି ତୃତୀୟ ଦେଶର ହସ୍ତକ୍ଷେପ ଉଚିତ୍ ନୁହେଁ ।

ଋଷର ରାଷ୍ଟ୍ରପତିଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି, ଯେତେବେଳେ କି ବର୍ଷରୁ ଅଧିକ ସମୟ ଧରି ସୀମାରେ ଭାରତ ଏବଂ ଚୀନ୍ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ଏହି ସମୟରେ ଗଲୱାନ ଘାଟିରେ ଉଭୟ ଦେଶର ସେନା ମଧ୍ୟରେ ବିବାଦ ହୋଇଥିଲା । ଏହି ବିବାଦକୁ ଶେଷ କରିବା ଏବଂ ସ୍ଥିତିକୁ ଫେରିବା ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ଅନେକ ଥର ଆଲୋଚନା ହୋଇଛି, କିନ୍ତୁ ଏହା ପରେ ମଧ୍ୟ କୌଣସି ନିର୍ଦ୍ଦିଷ୍ଟ ସମାଧାନ ମିଳିପାରି ନାହିଁ ।

‘କ୍ୱାଡ’ ଉପରେ ପୁତିନ କହିଛନ୍ତି

ଭାରତ, ଜାପାନ, ଆମେରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗଠିତ ‘କ୍ୱାଡ’କୁ ନେଇ ପୁତିନ କହିଛନ୍ତି ଯେ, ଋଷ କୌଣସି ବି ରାଷ୍ଟ୍ରର କିଛି ବି ପ୍ରସଙ୍ଗରେ ଯୋଗଦାନକୁ ବାରଣ କରିଛି । ଭ୍ଲାଦିମିର ପୁତିନ କହିଛନ୍ତି ଯେ, ଭାରତ ସହ ଋଷର ଭାଗିଦାରୀ ଏବଂ ମସ୍କୋ-ବେଜିଂ ସମ୍ପର୍କ ମଧ୍ୟରେ କୌଣସି ପ୍ରତିବାଦ ନାହିଁ ଏବଂ ଭାରତ- ଋଷ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ । ଉନ୍ନତ ଅସ୍ତ୍ରଶସ୍ତ୍ର ପ୍ରଣାଳୀ ଏବଂ ପ୍ରଯୁକ୍ତିବିଦ୍ୟା ଉତ୍ପାଦନରେ ଭାରତ ହେଉଛି ଋଷର ଏକମାତ୍ର ଅଂଶୀଦାର ବୋଲି ଋଷର ରାଷ୍ଟ୍ରପତି କହିଛନ୍ତି।

ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ଖୋଲିବ ଦୋକାନ, ଦ୍ୱନ୍ଦରେ ବେପାରୀ

 ନୂଆଦିଲ୍ଲୀ:  ଏବେ ଦିଲ୍ଲୀରେ ଲକଡାଉନ କୋହଳ କରିବେ ସରକାର । ମୁଖ୍ୟମନ୍ତ୍ରୀ କେଜରିଓ୍ୱାଲ ଏହାକୁ ନେଇ ବଡ଼ ଘୋଷଣା କରିଛନ୍ତି । କରୋନା ଭୂତାଣୁ ଚେନ୍‌ଭାଙ୍ଗିବା ପାଇଁ ଏପ୍ରିଲ୍‌୧୯ ତାରିଖରୁ ଦିଲ୍ଲୀରେ ଜାରି ହୋଇଥିବା ‘ଲକ୍‌ଡାଉନ୍‌’ ବଳବତ୍ତର ରହିବ ବୋଲି କହିବା ସହ କେତେକ କଟକଣା କୋହଳ କରାଯିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଘୋଷଣା କରିଛନ୍ତି।

ଦିଲ୍ଲୀରେ ଯୁଗ୍ମ ଅଯୁଗ୍ମ ଆଧାରରେ ସ୍ଥାନୀୟ ବଜାର ସବୁ ଖୋଲି ପାରିବ ବୋଲି ସେ କହିଛନ୍ତି। ମଲ୍‌ସବୁ ବି ଖୋଲି ବ୍ୟବସାୟ ଚଳାଇ ପାରିବେ କିନ୍ତୁ, ସେମାନଙ୍କ ପାଇଁ ମଧ୍ୟ ଯୁଗ୍ମ ଅଯୁଗ୍ମ ଗାଇଡ୍‌ଲାଇନ୍ ପ୍ରଯୁଜ୍ୟ ହେବ। ଅନ୍ୟପଟେ ପାଖାପାଖି ଲାଗି ରହିନଥିବା ଦୋକାନ ଗୁଡ଼ିକ ଦୈନିକ ଖୋଲିପାରିବ ବୋଲି କୁହାଯାଇଛି ।

କେବଳ ସେତିକି ନୁହେଁ ବରଂ ମୁଖ୍ୟମନ୍ତ୍ରୀ ଏହା ମଧ୍ୟ କହିଛନ୍ତିଯେ, ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଘରୋଇ ଅଫିସ ସବୁ କାର୍ଯ୍ୟ କରିବା ପାଇଁ ଅନୁମତି ପାଇବେ। ସରକାରୀ ଅଫିସ୍‌ସବୁ ୧୦୦ ପ୍ରତିଶତ ‘ଗ୍ରୁପ୍‌ଏ’ ଏବଂ ୫୦ ପ୍ରତିଶତ ‘ଗ୍ରୁପ୍‌ବି’ କର୍ମଚା‌ରୀମାନଙ୍କୁ ନେଇ କାର୍ଯ୍ୟ କରିପାରିବେ। ୫୦ ପ୍ରତିଶତ ଯାତ୍ରୀଙ୍କୁ ନେଇ ଦିଲ୍ଲୀ ମେଟ୍ରୋ ସେବା ଆରମ୍ଭ କରାଯାଇ ପାରିବ ବୋଲି ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, କୋଭିଡ୍-୧୯ର ପରବର୍ତ୍ତୀ ପ୍ରବାହର ମୁକାବିଲା ନିମନ୍ତେ ଦିଲ୍ଲୀ ପ୍ରସ୍ତୁତ ଅଛି। କୋଭିଡ୍‌୧୯ ତୃତୀୟ ପ୍ରବାହ ମୁକାବିଲା ନିମନ୍ତେ ୪୨୦ ଟନ୍‌ଅମ୍ଳଜାନ ଷ୍ଟୋରେଜ୍ କ୍ୟାପାସିଟି ପ୍ରସ୍ତୁତି ହେଉଛି। ତୃତୀୟ ପ୍ରବାହରେ ପିଲାମାନେ ଆକ୍ରାନ୍ତ ହେବେ ବୋଲି ଆଶଙ୍କା କରାଯାଉଥିବାରୁ ‘ପେଡିଆଟ୍ରିକ୍‌ଟାସ୍କ୍‌ଫୋର୍ସ’ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।
ଅନ୍ୟପଟେ ଏହି ଅଡ ଇଭେନ ଫର୍ମୁଲାକୁ ନେଇ ଦ୍ୱନ୍ଦରେ ପଡ଼ିଛନ୍ତି ବେପାରୀ ।

ଏଟା: କନ୍ୟା ୧ ବର ୨, ଜଣେ ପିନ୍ଧିଲା ବରମାଳା ଆଉ ଜଣେ ଶିଶୁପାଳ

ଏଟା: ଉତ୍ତରପ୍ରଦେଶର ଏଟା ଜିଲ୍ଲାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ କନ୍ୟାକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ୨ଟି ବର । ଜଣେ କନ୍ୟାକୁ ବରମାଳା ପିନ୍ଧାଇଲେ ତ ଆଉ ଜଣେ ଶିଶୁପାଳ ହୋଇ ଫେରିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଖୁବ୍ଚର୍ଚ୍ଚା । ଘଟଣା ଏଭଳି ହେଲାଯେ, ପରିସ୍ଥିତି ସମ୍ଭାଳିବା ମଧ୍ୟ କଷ୍ଟସାଧ୍ୟ ହୋଇଗଲା ।

ମାମଲା ଏଟା ଜିଲ୍ଲାର କୋତବାଲି ଦେହାତ ଅଞ୍ଚଳର ସିସଙ୍ଗ ଗାଁର । ଏଠାରେ ଜଣେ ଝିଅକୁ ବିବାହ କରିବା ପାଇଁ ପହଞ୍ଚିଥିଲେ ଦୁଇଟି ଯୁବକ। ପ୍ରଥମେ ପହଞ୍ଚିଥିବା ବର ସହିତ ଝିଅ ଜଣକ ବରମାଳା ପିନ୍ଧାଇଲେ ସତ କିନ୍ତୁ ବିବାହ କଲେ ପରବର୍ତ୍ତୀ ମୁହୂର୍ତ୍ତରେ ପହଞ୍ଚିଥିବା ପୁଅକୁ । ଯାହାପରେ ବରମାଳା ପିନ୍ଧିଥିବା ପୁଅର ପରିବାର ଉତ୍ୟକ୍ତ ହୋଇ ଝଗଡ଼ା ଆରମ୍ଭ କରିଦେଲେ ଏବଂ ଥାନାରେ ଅଭିଯୋଗ କଲେ । ଥାନାରେ ଅଭିଯୋଗ ପରେ ପୋଲିସ ଉକ୍ତ କନ୍ୟାଙ୍କ ବାପା ଏବଂ ବିବାହ କରିଥିବା ବରର ପରିବାର ସଦସ୍ୟଙ୍କୁ ହେପାଜତକୁ ନେଇଛି ।

ସିସଙ୍ଗ ଗାଁରେ ଏହାକୁ ନେଇ ଚର୍ଚ୍ଚା କମୁନାହିଁ । କିଏ କହୁଛି ବିବାହ କରିଥିବା ଯୁବକଙ୍କ ବୟସ କମ୍ତ କିଏ କହୁଛି ଏହା ବିବାହ ନୁହେଁ ଠକାମି । କିନ୍ତୁ ପୋଲିସ ଏହାକୁ ନେଇ ତଦନ୍ତ ଜାରି ରଖିଛି ।

ଅପରେସନ ବ୍ଲୁ ଷ୍ଟାର ! ଜାଣନ୍ତୁ ଭାରତୀୟ ଇତିହାସରେ ଆଜିର ଦିନରେ କଣ ଘଟିଥିଲା ?

ଆଜି ହେଉଛି ୫ଜୁନ୍ । ଆଜିର ତାରିଖରେ ଭାରତୀୟ ଇତିହାସରେ ଏମିତି କିଛି ଘଟିଥଲା ଯାହା ପ୍ରତ୍ୟେକ ଦେଶବାସୀଙ୍କ ପାଇଁ ସ୍ମରଣୀୟ । କାହିଁକି ନା ଆଜିର ତାରିଖରେ ହୋଇଥିଲା ଅପରେଶନ ବ୍ଲୁ ଷ୍ଟାର । ଭାରତୀୟ ସେନା ସୀମାରେ ଶତ୍ରୁଦେଶ ସହ ଲଢି ଆମକୁ ସୁରକ୍ଷା ଦିଅନ୍ତି । କିନ୍ତୁ ଜୁନ୍ ୫ ତାରିଖରେ ଏକ ବଡ ଧରଣର ମିଶନକୁ ନିଜ ଦେଶ ଭିତରେ ହିଁ ସଫଳ କରିବାରେ ସକ୍ଷମ ହୋଇଥିଲା ଭାରତୀୟ ସେନା । ଓ ସେହି ଅପରେସନର ନାଁ ଥିଲା ବ୍ଲୁ ଷ୍ଟାର । କିନ୍ତୁ ଏହି ଅପରେସନ କରିବାର ଉଦ୍ଦେଶ୍ୟ କଣ ଥିଲା ? ଆଉ କାହିଁକି ଏହି ଘଟଣା ଭାରତୀୟ ଇତିହାସର ଏକ ବଡ ଘଟଣା ପାଲଟିଗଲା ।

ପୁରୁଣା ଦିନ କଥା ମନେପକାଇଲେ ମନକୁ ଆସେ ଭାରତ ପାକିସ୍ଥାନର ବିଭାଜନର ଘଟଣା । ଭାରତୀୟ ଉପ ମହାଦେଶର ବିଭାଜନରୁ ଜନ୍ମ ନେଇଥିଲେ ଦୁଇଟି ରାଷ୍ଟ୍ର । ଭାରତ ଓ ପାକିସ୍ତାନ । କିନ୍ତୁ ବିଭାଜନ ଶାନ୍ତିପୂର୍ଣ୍ଣ ନଥିଲା । ଜିନ୍ନାଙ୍କ ମୌଳବାଦୀ ଚିନ୍ତାଧାରା ପାଇଁ ଦେଶରେ ଆରମ୍ଭ ହୋଇଯାଇଥିଲା ଦଙ୍ଗା । ଦଙ୍ଗା ଦ୍ୱାରା ବେଶି ପ୍ରଭାବିତ ଥିଲେ ପାକିସ୍ତାନରୁ ଆସୁଥିବା ହିନ୍ଦୁ ଓ ଶିଖ । ବିଭାଜନର ଅଧିକ ଶିକାର ପଂଜାବୀ ହିନ୍ଦୁ ଓ ଶିଖ୍ ହୋଇଥିଲେ । କାରଣ ସ୍ୱାଧିନତା ପୂର୍ବରୁ ଅବିଭକ୍ତ ପଂଜାବ ଭିତରେ ଆସୁଥିଲା ଏବେକାର ପାକିସ୍ତାନର ପଂଜାବ ବା ଇଷ୍ଟ୍ ପଂଜାବ । ଯେଉଁଠି ଥିଲା ଲାହୋର । ଲାହୋର ଥିଲା ମହାରାଜା ରଣଜିତ ସିଂଙ୍କ ଶିଖ ସାମ୍ରାଜ୍ୟର କେନ୍ଦ୍ର । ଲାହୋର ପାକିସ୍ତାନ ଭାଗରେ ପଡିବା ପରେ ସେଠାରେ ରହୁଥିବା ୬୦ ପ୍ରତିଶତ ହିନ୍ଦୁ ଓ ଶିଖଙ୍କ ଉପରେ ଆରମ୍ଭ ହୋଇଥିଲା ଆକ୍ରମଣ । ସେମାନେ ଭାରତ ମୁହାଁ ହେବାକୁ ଲାଗିଲେ ।

କିନ୍ତୁ ଯେତେବେଳେ ୧୯୮୧ରେ ହିନ୍ଦି ସମାଚାର ପଂଜାବ କେଶରୀ ଖବରକାଗଜର ସମ୍ପାଦକଙ୍କର ହତ୍ୟା ହେଲେ । ତାପର ଠୁ ହିଂସାକାଣ୍ଡ ପଞ୍ଜାବ ପାଇଁ ନିତିଦିନିଆ କଥା ପାଲଟିଗଲା । କିନ୍ତୁ ଏସବୁ ଘଟଣାକୁ ଦେଖି ରାଜ୍ୟସରକାର କିମ୍ବା କେନ୍ଦ୍ରସରକାର କେହି ବି ଆକ୍ସନ ନେଉନଥିଲେ ବୋଲି ଆରୋପ ଲାଗିଲା । କିନ୍ତୁ ଅନେକଥର ଭିଣ୍ଡର ୱାଲାଙ୍କୁ ଗିରଫ କରାଯାଇଛି । କିନ୍ତୁ ପରବର୍ତ୍ତୀ ମୂହୂର୍ତ୍ତରେ ଛାଡିଦିଆଯାଇଛି । କିନ୍ତୁ ଏହି ହିଂସାକାଣ୍ଡ ଥମିବାର ନାଁ ହିଁ ଧରିଲାନି । ୧୯୮୩ ଏପ୍ରିଲରେ ପଞ୍ଜାବ ପୋଲିସ ଡିଆଇଜିଙ୍କୁ ସ୍ୱର୍ଣ୍ଣ ମନ୍ଦିର ଭିତରେ ଗୁଳି ମାରି ନିର୍ମମ ଭାବେ ହତ୍ୟା କରାଗଲା । ସେ ସମୟରେ ସେ ସ୍ୱର୍ଣ୍ଣମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଏହିଭଳି ଅନେକ ଘଟଣା ଘଟିଲା ଯେଉଁଥିରେ ହିନ୍ଦୁମାନଙ୍କୁ ଦିନଦ୍ୱିପହରରେ ମାରିଦିଆଗଲା । ଶେଷରେ ଇନ୍ଦିରାଗାନ୍ଦୀ ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ବାଧ୍ୟ ହେଇଗଲେ । ଏବଂ ଆରମ୍ଭ ହେଲା ଅପରେଶନ ବ୍ଲୁ ଷ୍ଟାରର ଯୋଜନା ।

ଏହି ସମୟରେ ହିଁ ଖଲିସ୍ତାନ ଗଠନକୁ ନେଇ କିଛି ଶିଖ୍ ବିଛିନ୍ନତାବାଦୀ ସ୍ୱପ୍ନ ଦେଖିଥିଲେ । କିନ୍ତୁ ୧୯୭୫ ପରେ ପରେ ଜେନରାଲ ଭିନ୍ଦରୱାଲା ଭଳି ବ୍ୟକ୍ତି ଏହି ଆନ୍ଦୋଳନକୁ ଅଧିକ ତେଜିଥିଲା । ଭିନ୍ଦରୱାଲାକୁ ଇନ୍ଦିରା ଗାନ୍ଧୀଙ୍କ ଅମଳରେ କଂଗ୍ରେସ ସୃଷ୍ଟି କରିଥିଲେ । ଉଦ୍ଦେଷ୍ୟ ଥିଲା ପଂଜାବ ରାଜନୀତିରେ ଅକାଳୀ ଦଳଙ୍କ ପ୍ରଭାବ ହ୍ରାସ କରିବା ପାଇଁ ଆଉ ଗୋଟିଏ ଧର୍ମୀୟ,ମୌଳବାଦ ଚିନ୍ତାକୁ ଅଧିକ ଶକ୍ତିଶାଳୀ କରିବା । କିନ୍ତୁ ଭିନ୍ଦରୱାଲା ୧୯୭୫ ପରଠାରୁ କଂଗ୍ରେସ ନିୟନ୍ତ୍ରଣରୁ ବାହାରି ଭସ୍ମାଷୁର ହୋଇ ସାରିଥିଲା । ସେ ଏବେ ଚାହୁଁଥିଲା ନିଜର ଦେଶ । ଖଲିସ୍ତାନ । ଭିନ୍ଦରୱାଲାର ହିଂସା ପ୍ରବଚନ ଶିଖ ଓ ହିନ୍ଦୁଙ୍କ ମଧ୍ୟରେ ଖାଇ ସୃଷ୍ଟି କରିଥିଲା । ୧୯୮୧ ମସିହାରେ ହିନ୍ଦି ଖବର କାଗଜ ପଂଜାବ କେଶରୀର ସମ୍ପାଦକଙ୍କର ହତ୍ୟା ହୋଇଥିଲା । ଭିନ୍ଦରୱାଲା ଆଦେଶରେ ଏହି ହତ୍ୟା ହୋଇଥିଲା । । ତାପର ଠୁ ହିଂସାକାଣ୍ଡ ପଞ୍ଜାବ ପାଇଁ ନିତିଦିନିଆ କଥା ପାଲଟିଗଲା ।

କିନ୍ତୁ ଏସବୁ ଘଟଣାକୁ ଦେଖି ରାଜ୍ୟସରକାର କିମ୍ବା କେନ୍ଦ୍ରସରକାର କେହି ବି ଆକ୍ସନ ନେଉନଥିଲେ ବୋଲି ଆରୋପ ଲାଗିଲା । ତେବେ ଅନେକଥର ଭିଣ୍ଡର ୱାଲାଙ୍କୁ ଗିରଫ କରାଯାଇ ପରେ ଛାଡି ଦିଆଯାଇଥିଲା । ୧୯୮୩ ଏପ୍ରିଲରେ ପଞ୍ଜାବ ପୋଲିସ ଡିଆଇଜିଙ୍କୁ ସ୍ୱର୍ଣ୍ଣ ମନ୍ଦିର ଭିତରେ ଗୁଳି ମାରି ନିର୍ମମ ଭାବେ ହତ୍ୟା କରାଗଲା । ସେ ସମୟରେ ସେ ସ୍ୱର୍ଣ୍ଣମନ୍ଦିରକୁ ଦର୍ଶନ କରିବାକୁ ଯାଇଥିଲେ । ଏହିଭଳି ଅନେକ ଘଟଣା ଘଟିଲା ଯେଉଁଥିରେ ହିନ୍ଦୁମାନଙ୍କୁ ଦିନଦ୍ୱିପହରରେ ମାରିଦିଆଗଲା । ଶେଷରେ ଇନ୍ଦିରାଗାନ୍ଦୀ ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ବାଧ୍ୟ ହେଇଗଲେ । ଏବଂ ଆରମ୍ଭ ହେଲା ଅପରେଶନ ବ୍ଲୁ ଷ୍ଟାରର ଯୋଜନା ।


ସ୍ୱର୍ଣ୍ଣ ମନ୍ଦିରରେ ଅଂସଖ୍ୟ ଗୋଳାବାରୁଦ,ମାରାଣାସ୍ତ୍ର ରଖିଥିବା ଅତଙ୍କବାଦୀଙ୍କର ସାମ୍ନା କରିବାକୁ ପ୍ରସ୍ତୁତ ହେଲେ ଭାରତୀୟ ସେନା । ଜୁନ୍ ୩ ତାରିଖରୁ ୬ ତାରିଖ ଭିତରେ ସେନା ଓ ଅତଙ୍କବାଦୀଙ୍କ ଭିତରେ ଚାଲିଲା ଅହରହ ଗୁଳିଚାଳନା । ସେହି ସମୟରେ ଏହି ଅପରେଶନର ନେତୃତ୍ୱ ନେଇଥିଲେ ମେଜର ଜେନେରାଲ କୁଲଦୀପ୍ ସିଂ ବରାର । ଯିଏକି ନିଜେ ଜଣେ ସିଖ୍ ହିଁ ଥିଲେ । ସ୍ୱର୍ଣ୍ଣ ମନ୍ଦିରର ପୁରା ଘେରାବନ୍ଦୀ କରିବା ପରେ ୫ ଜୁନ ଭୋର ସାଢେ -୪ଟା ସମୟରେ ସେ ପ୍ରତ୍ୟେକ ବାଟାଲିୟନଙ୍କ ପାଖକୁ ଯାଇ ଭଲଭାବରେ ବୁଝାଉଥିଲେ ଯେ – ତୁମେ ମାନେ ବିଲକୁଲ ବି ଚିନ୍ତା କରନାହିଁ ଯେ ତୁମେମାନେ କେଉଁ ପବିତ୍ର ଧର୍ମସ୍ଥଳକୁ ନଷ୍ଟ କରୁଛ । ବରଂ ଏହା ଭାବ ଯେ ଏହି ପବିତ୍ର ସ୍ଥଳରେ ଜମିଥିବା ଦୂଷିତ ଆର୍ବଜନାକୁ ସଫା କରୁଛ । ଶେଷରେ ୬ଜୁନ୍ ସକାଳେ ଭିଣ୍ଡରୱାଲାର ମୃତ୍ୟୁ ହେଲା ଓ ସେନାଙ୍କ ବ୍ଲୁ ଷ୍ଟାର ଅପରେଶନ ସଫଳ ହେଲା । ଅପରେଶନ ବ୍ଲୁଷ୍ଟାରର ପରବର୍ତ୍ତି ପ୍ରଭାବ ଥିଲା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା । ବ୍ଲୁଷ୍ଟାର ପରେ ପାଖାପାଖି ୧୦ ବର୍ଷ ଯାଏ ପଂଜାବ ହିଂସାର ଶିକାର ଥିଲା । କିନ୍ତୁ ୧୯୯୩ ବେଳକୁ ପଂଜାବରେ ଶେଷରେ ଶାନ୍ତି ପ୍ରତିଷ୍ଠା ହୋଇଥିଲା ।