spot_img
Home Blog Page 5568

ଅଭିନେତା ଟାଇଗର ଶ୍ରଫ୍ ଏବଂ ଦିଶା ପାଟାନୀଙ୍କ ବିରୋଧରେ ମାମଲା

ମୁମ୍ବାଇ: ଅଭିନେତା ଟାଇଗର ଶ୍ରଫ୍ ଏବଂ ଅଭିନେତ୍ରୀ ଦିଶା ପାଟାନୀଙ୍କ ବିରୋଧରେ ମାମଲା । ଲକଡାଉନ ନିୟମ ଉଲ୍ଲଂଘନ ଅଭିଯୋଗରେ ବାନ୍ଦ୍ରା ପୋଲିସ ଏକ ମାମଲା ରୁଜୁ କରିଛି । ଉଭୟଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ (ସରକାରୀ ଆଦେଶ ପାଳନ ନକରିବା) ଏବଂ ୩୪ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି । ତେବେ ଉଭୟ ସେଲିବ୍ରେଟ୍ ଏହି ଘଟଣା ସମ୍ପର୍କରେ କୌଣସି ସ୍ପଷ୍ଟିକରଣ ରଖି ନାହାଁନ୍ତି।

କିନ୍ତୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଟାଇଗରଙ୍କ ମା ଆୟେଶା ଶ୍ରଫ । ଏ ସମ୍ବନ୍ଧରେ ପ୍ରତିକ୍ରିୟା ରଖି ଟାଇଗର-ଦିଶାଙ୍କୁ ନିର୍ଦ୍ଦୋଶ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ପୁଅ ଏବଂ ଦିଶା କିଛି ଜରୁରୀ ଜିନିଷ ପାଇଁ ବାହାରକୁ ଯାଇଥିଲେ। ଯଦିଓ ସେ ଏହି ପୋଷ୍ଟଟିକୁ ଡିଲିଟ କରିଦେଇଛି। ଆୟେଶା ଲେଖିଛନ୍ତି ଯେ, “ଆପଣଙ୍କୁ ଭୁଲ ତଥ୍ୟ ମିଳିଛି । ସେମାନେ ଘରକୁ ଫେରୁଥିବା ବେଳେ ପୋଲିସ କର୍ମଚାରୀମାନେ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରିଥିଲେ।”

ଆୟେଶା ଶ୍ରଫ ଆହୁରି ଲେଖିଛନ୍ତି, “ଏହି ଖରାପ ସମୟରେ ବାହାରେ ବୁଲିବାକୁ କେହି ଚାହାଁନ୍ତିନି । ଏସବୁ କହିବା ପୂର୍ବରୁ ସଠିକ୍ ତଥ୍ୟ ଜାଣିବା ନିହାତି ଆବଶ୍ୟକ। ଧନ୍ୟବାଦ।” ଏହାସହ ସେ ଲେଖିଛନନ୍ତି ଯେ, ତୁମର ସୂଚନା ପାଇଁ ମୁଁ ଜଣାଇ ଦେଉଛି ଯେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ବାହାରକୁ ଯାଇପାରିବେ । ଏଥି ସହିତ, ଜଣେ ୟୁଜର ତାଙ୍କୁ ପଚାରିଥିଲେ, “ସେମାନେ କେଉଁଠାରୁ ଆସୁଥିଲେ ??? ମ୍ୟାଡାମ୍ ଏହାସର ଉତ୍ତର ଦେଇ ଆୟେଶା ଲେଖିଛନ୍ତି ସେ ବାହାରେ ଥିଲେ, ଏହା ହିଁ ମୁଖ୍ୟକଥା । କଣ ହେଲା ସେମାନେ ଯଦି ସେଲିବ୍ରିଟି, ନିୟମ ତ ସମସ୍ତ ନାଗରିକଙ୍କ ପାଇଁ ସମାନ ନା ।” ଏହାସହ ସେ କହିଛନ୍ତି ଯେ, ଆମେମାନେ ଯେତେବେଳେ ଭଲ କାମ କରୁଥିଲୁ ଲକଡାଉନ ସମୟରେ ସମ୍ମୁଖ ଯୋଦ୍ଧା ପାଇଁ ମାଗଣା ଖାଦ୍ୟ ଦେଉଥିଲୁ ସେ ସମୟରେ ତ କେହି ପ୍ରଶଂସା କରି ନଥିଲେ କିନ୍ତୁ ଏଭଳି ପରିସ୍ଥିତିରେ ତାଙ୍କୁ କାହିଁ ଲଜ୍ଜିତ କରାଯାଉଛି ।

କୋହଲିଙ୍କ ଜବରଦସ୍ତ ଫ୍ୟାନ୍ ଏହି ପାକିସ୍ତାନୀ, କହିଥିଲେ ‘ପ୍ଳିଜ୍‌ ମୁଝେ ବିରାଟ ଦେ ଦୋ’

ନୂଆଦିଲ୍ଲୀ: ପାକିସ୍ତାନର ରିଜଲା ରେହନା । ୨୦୧୯ରେ ଖୁବ୍ଚର୍ଚ୍ଚାକୁ ଆସିଥିଲେ ରିଜଲା । ୨୦୧୯ରେ ରିଜଲାଙ୍କୁ ଏକ ସାକ୍ଷାତକାରରେ ଏକ ପ୍ରଶ୍ନ କରାଯାଇଥିଲା, ଯେଉଁଥିରେ ପଚରା ଯାଇଥିଲାଯେ, ଯଦି ଟିମ୍ଇଣ୍ଡିଆ ପକ୍ଷରୁ ପାକିସ୍ତାନକୁ କିଛି ଉପହାର ଦିଆଯାଏ, ତେବେ କ’ଣ ନେବାକୁ ଚାହିଁବେ ? ରିଜଲା ତତକ୍ଷଣାତ୍କହିଥିଲେ‘ମୁଝେ ବିରାଟ ଦେ ଦୋ’, ‘ପ୍ଲିଜ୍ମୁଝେ ବିରାଟ ଦେ ଦୋ’ । ଯାହାକୁ ନେଇ ସେ ଖୁବ୍ଚର୍ଚ୍ଚାକୁ ଆସି ଯାଇଥିଲେ ।

ସୋସିଅଲ ମିଡିଆରେ ରିଜଲାଙ୍କର ଫ୍ୟାନ ଫଲୋଇଙ୍ଗ୍ଯଥେଷ୍ଟ ଅଧିକ । ଅଧିକାଂଶ ସମୟରେ ସେ କ୍ରିକେଟ ସହିତ ଜଡ଼ିତ ପୋଷ୍ଟ ଶେୟାର କରନ୍ତି ।
ସୂଚନାଯୋଗ୍ୟ ରିଜଲା ରିହାନ ପ୍ରଥମ ଥର ଏସିଆ କପ୍୨୦୧୮ରେ ଚର୍ଚ୍ଚାକୁ ଆସିଥିଲେ । ୨୦୧୯ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମାଞ୍ଚେଷ୍ଟରରେ ହୋଇଥିବା ମ୍ୟାଚରେ ଉପସ୍ଥିତ ଥିଲେ । ୨୦୧୯ ଓ୍ୱର୍ଲଡ କପ୍ସେମି ଫାଇନାଲ ଭାରତ ଏବଂ ନିଉଜିଲାଣ୍ଡ ମଧ୍ୟରେ ଖେଳା ଯାଇଥିଲା । ଏହି ମ୍ୟାଚର ଟିକେଟ୍ରିଜଲା ପ୍ରଥମେ କିଣିଥିଲେ । ସେ ଭାବିଥିଲେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିବାରେ ସଫଳ ହେବ ।

ଯଦିଓ ରିଜଲା ପାକିସ୍ତାନର କରାଚୀର ବାସିନ୍ଦା, ତଥାପି ସେ ଦୀର୍ଘ ୧୨ ବର୍ଷ ହେବ ଦୁବାଇରେ ରହୁଛନ୍ତି । ରିଜଲା ରିହାନ ୨୦୧୯ ଓ୍ୱର୍ଲଡ କପରେ ଭାରତକୁ ସମର୍ଥନ କରିଥିଲେ ।

ଦିଲ୍ଲୀରେ ଅଡ୍-ଇଭେନ୍ ନମ୍ବର ହିସାବରେ ଖୋଲିବ ଦୋକାନ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବା କାରଣରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତା ସପ୍ତାହରୁ ଲକଡାଉନରେ କିଛି ରିହାତି ଘୋଷଣା କରିଛନ୍ତି। ଜୁନ୍ ୭ ତାରିଖରୁ ଅଡ୍ ଇଭେନ୍ ନମ୍ବର ଆଧାରରେ ଦୋକାନ ଓ ମଲ୍ ଖୋଲିବ ବୋଲି ସେ ଘୋଷଣା କରିଛନ୍ତି। ଏହାସହିତ ୫୦ ପ୍ରତିଶତ କ୍ଷମତା ସହିତ ମେଟ୍ରୋ ସେବା ଆରମ୍ଭ ହେବ। କେଜ୍ରିୱାଲ କହିଛନ୍ତି ଯେ, ଦିଲ୍ଲୀରେ କରୋନାର ତୃତୀୟ ପ୍ରବାହ ଆସିବା ନେଇ ବିଶେଷଜ୍ଞ ଆଶଙ୍କା କରିଛନ୍ତି। ତେଣୁ ତାକୁ ନେଇ ସରକାର ରଣନୀତି ପ୍ରସ୍ତୁତ କରୁଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି ଯେ, ୭ ତାରିଖରୁ ଦିଲ୍ଲୀର ଘରୋଇ କଂପାନୀ ୫୦ ପ୍ରତିଶତ କ୍ଷମତା ସହିତ କାର୍ଯ୍ୟ ଆରମ୍ଭ କରିପାରିବେ। ଜରୁରୀ ସାମଗ୍ରୀର ଦୋକାନ ସବୁଦିନ ଖୋଲିବ। ନୂଆ ଗାଇଡଲାଇନ୍ ଅନୁସାରେ ସରକାରୀ ଅଫିସ ୧୦୦ ପ୍ରତିଶତ ଗ୍ରୁପ୍ ଏ ଅଫିସର ଓ ୫୦ ପ୍ରତିଶତ ତଳିଆ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବେ। ଜରୁରୀ ସେବାରେ ୧୦୦ ପ୍ରତିଶତ କର୍ମଚାରୀ କାର୍ଯ୍ୟ କରିବେ।

ଜଣେ ଅଧିକାରୀ କହିଛନ୍ତି ଯେ, ସରକାର କୋଭିଡ୍ ୧୯ ସ୍ଥିତିରେ ଧିରେ ଧିରେ ସୁଧାର ଆସିବା ସହିତ ୭ ଜୁନରୁ ବଜାର ଖୋଲିବ ଓ ଅନ୍ୟ ଗତିବିଧିକୁ ଅନୁମତି ମିଳିବ। ଗତ ସପ୍ତାହରେ ସରକାର ଦିଲ୍ଲୀରେ ଅନଲକ୍ ପ୍ରକ୍ରିୟା ଆରମ୍ଭ କରିଥିଲେ।

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ କରୋନା ସଚେତନତା ସହିତ ମାସ୍କ୍ ଏବଂ ଶୁଖିଲା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର:  ବିଶ୍ୱବ୍ୟାପି କରୋନା ମହାମାରୀ ସମୟରେ   ଲୋକଙ୍କୁ ସହାୟତା କରିବା ପାଇଁ ଆଗଭର ହୋଇଛି ଓଡ଼ିଶା ମୋ ପରିବାର । ଏହା ଅଧୀନରେ ଅଧିକାଂଶ ସ୍ଥାନରେ ପ୍ରତିଦିନ ଏହାର କାର୍ଯ୍ୟକର୍ତ୍ତା ଲୋକଙ୍କୁ ସହଯୋଗର ହାତ ବଢାଉଛନ୍ତି । ଶନିବାର ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଓଡ଼ିଶା ମୋ ପରିବାର ର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁଙ୍କ ସହାୟତାରେ ବିଜୁ ଛାତ୍ର ଜନତା ଦଳ କେଉଁଝର ତରଫରୁ କେଉଁଝରର ଝୁମ୍ପୂରା ଠାରେ କରୋନା ସଚେତନତା, ମାସ୍କ୍ ବଣ୍ଟନ କରିଛନ୍ତି । ଏହା ବ୍ୟତୀତ ଗରିବ ଲୋକ , ଅନାଥ ଶିଶୁ ଏବଂ କିଛି ବେସାହାରା ବିଧବା ଲୋକଙ୍କୁ ମଧ୍ୟ ଶୁଖିଲାଖାଦ୍ୟ ବଣ୍ଟନ କରିଛନ୍ତି ।

ଜିଲ୍ଲା ଛାତ୍ର ସଭାପତି ଅବିନାଶ ପଟ୍ଟନାୟକ ଏବଂ ଜିଲ୍ଲା ଛାତ୍ର ସମ୍ପାଦକ ଏସ କେ ସଫିକଙ୍କ ନେତୃତ୍ୱରେ ଏହାର ଆୟୋଜନ କରାଯାଇଥିଲା । ବିଜୁ ଛାତ୍ର ଜନତା ଦଳର ଅନେକ ଛାତ୍ର ନେତୃମଣ୍ଡଳୀ ଏବଂ ଛାତ୍ର କର୍ମୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ନିଜର ସମ୍ପୂର୍ଣ୍ଣ ସହଯୋଗ ଦେଇଥିଲେ।
ତେବେ ଏହା ପୂର୍ବରୁ ବାଲେଶ୍ୱରରେ ଓଡ଼ିଶା ମୋ ପରିବାରର କାର୍ଯକର୍ତ୍ତା ବାଲେଶ୍ୱରରେ ମଧ୍ୟ ଏହିଭଳି ସମାନ ପଦକ୍ଷେପ ନେଇଥିଲେ ।

ଆରଏସଏସ ମୁଖ୍ୟ ମୋହନ ଭାଗବତଙ୍କ ଟ୍ୱିଟର ଆକାଉଣ୍ଟରୁ ହଟିଲା ବ୍ଲୁଟିକ୍

ନୂଆଦିଲ୍ଲୀ: ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ଉପରାଷ୍ଟ୍ରପତି ଏମ୍. ଭେଙ୍କିଆ ନାଇଡୁଙ୍କ ଟ୍ୱିଟର ଆକାଉଣ୍ଟରୁ ଦୁଇ ଘଣ୍ଟା ପାଇଁ ବ୍ଲୁଟିକ୍ ହଟାଇବା ପରେ ଏବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ମୁଖ୍ୟ ମୋହନ ଭାଗବତଙ୍କ ଆକାଉଣ୍ଟକୁ ଅନ୍ ଭେରିଫାଇଡ୍ କରିଦେଇଛି । ଅର୍ଥାତ ଭଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିଯାଇଛି । କେବଳ ଭଗବତ ନୁହନ୍ତି ଆରଏସଏସର ପୂର୍ବତନ ସରକାର୍ଯ୍ୟବାହକ ଭୟାଜି ଜୋଷୀ,ପୂର୍ବତନ ସହ ସରକାର୍ଯ୍ୟବାହକ ସୁରେଶ ସୋନି ଓ ସର କାର୍ଯ୍ୟବାହକ ଅରୁଣ କୁମାରଙ୍କ ଆକାଉଣ୍ଟକୁ ମଧ୍ୟ ଟ୍ୱିଟର ଅନଭେରିଫାଇଡ୍ କରିଦେଇଛି ।

ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟିବା ପରେ ହଙ୍ଗାମା ହୋଇଥିଲା । ବ୍ଲୁଟିକ୍ ହଟିବାର ୨ ଘଣ୍ଟା ପରେ ଟ୍ୱିଟର ପୁଣିଥରେ ଆକାଉଣ୍ଟକୁ ବ୍ଲୁଟିକ୍ ଦେଇଥିଲା । ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ, ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟ ଗତ ୬ ମାସ ଧରି ଅପଡେଟ୍ ହେଉନଥିବାରୁ ବ୍ଲୁଟିକ୍ ହଟାଯାଇଥିଲା । ଉପରାଷ୍ଟ୍ରପତିଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଯିବାକୁ ନେଇ କେନ୍ଦ୍ର ସରକାରଙ୍କ ଆଇଟି ବିଭାଗ ଅସନ୍ତୁଷ୍ଠ ଥିଲା ବୋଲି କୁହାଯାଉଥିଲା । ଟ୍ୱିଟର ଓ ସରକାରଙ୍କ ମଧ୍ୟରେ ଚାଲିଥିବା ଲଢେଇର ଏହା ଅଂଶ ବୋଲି କୁହାଯାଉଛି ।

ଏବେ ମୋହନ ଭାଗବତଙ୍କ ଆକାଉଣ୍ଟରୁ ବ୍ଲୁଟିକ୍ ସେହି ଏକା କାରଣରୁ ହଟାଯାଇଥିବା ଅନୁମାନ କରାଯାଉଛି । କାରଣ ଭଗବତଙ୍କ ଆକାଉଣ୍ଟ୍ ୨୦୧୯ରେ ତିଆରି ହୋଇଥିଲା କିନ୍ତୁ ଗତ ୬ମାସରୁ ଅଧିକ ଦିନ ଧରି ଏହା ନିଷ୍କ୍ରିୟ ଅଛି ।

ବିନା ନୋଟିସରେ ହଟାଇ ପାରେ ବ୍ଲୁଟିକ୍

ଟ୍ୱିଟର ବିନା ନୋଟିସରେ ଗୋଟିଏ ଆକାଉଣ୍ଟରୁ ବ୍ଲୁଟିକ୍ ହଟାଇ ପାରେ । ବ୍ଲୁ ଭେରିଫାଇଡ୍ ବ୍ୟାଜ୍ ଓ ଭେରିଫାଇଡ୍ ଷ୍ଟାଟସ ହଟାଇବା ପାଇଁ ଟ୍ୱିଟର ନୋଟିସ ଦେବାକୁ ବାଧ୍ୟ ନୁହେଁ । କୌଣସି ଆକାଉଣ୍ଟ ନିଜ ନାମ ବଦଳାଇଲେ କିମ୍ବା ନିଷ୍କ୍ରିୟ ରହିଲେ ଅଥବା ଯଦି ଆକାଉଣ୍ଟ ଅସମ୍ପୂର୍ଣ୍ଣ ରହିଥାଏ ତେବେ ଟ୍ୱିଟର ବ୍ଲୁଟିକ୍ ହଟାଇ ଦେଇଥାଏ ।

କମ୍ପାନୀ ଅନୁସାରେ ବ୍ଲୁ ଟିକ୍ ହଟାଇବା ଅର୍ଥ ହେଉଛି ଆକାଉଣ୍ଟ୍ ଜନହିତ ସହ ଜଡିତ ଓ ଏହା ଏକ ବାସ୍ତବିକ ଆକାଉଣ୍ଟ ।

କୋଭିଡ ହସ୍ପିଟାଲରୁ ଆସିଛି ଆଶ୍ୱସ୍ତିକର ଦୃଶ୍ୟ: ଆପଣାର ନୁହଁନ୍ତି କିନ୍ତୁ ଆତ୍ମୀୟଙ୍କ ଭଳି ଚାଲିଛି ଚିକିତ୍ସା

ବ୍ରହ୍ମପୁର:  ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ହସ୍ପିଟାଲ( ଏମକେସିଜି)ରୁ ଆସିଛି ଭଲଖବର । କରୋନା ରୋଗୀଙ୍କ ଚିକିତ୍ସା ସହ ଦିଆଯାଉଛି ଏକ୍ସଟ୍ରା କେୟାର । ବହୁ ସମୟରେ ମେଡିକାଲରେ ରୋଗୀଙ୍କୁ ଚିକିତ୍ସା ଅବା ଯତ୍ନ ଠିକ୍‌ରେ ନିଆଯାଉନଥିବା ଅଭିଯୋଗ ହେଉଛି । କିନ୍ତୁ ବ୍ରହ୍ମପୁର ବଡ଼ ମେଡିକାଲର ଏଭଳି ଚିତ୍ର ସମସ୍ତଙ୍କ ମନରେ ଆଶ୍ୱସ୍ତି ଆଣିଦେଇଛି ।

ଏମକେସିଜିରେ କରୋନା ରୋଗୀଙ୍କୁ ମେଡିକାଲ ଷ୍ଟାଫ ମାନଙ୍କ ଦ୍ୱାରା ଏକ୍ସଟ୍ରା କେୟାର କରାଯାଉଛି । କରୋନାରେ ଆକ୍ରାନ୍ତ ହେବା ପରେ ସାଧାରଣତଃ ଦୁର୍ବଳ ହୋଇଯାନ୍ତି ଲୋକ । ବୟସ୍କମାନେ ବସି ଉଠି ପାରୁନଥିବା ବେଳେ ଚାଲିବାରେ ବି ଅକ୍ଷମ ଥାନ୍ତି । ଏହି ସମୟରେ ନିଜର ଲୋକ ପାଖରେ ନାହାନ୍ତି । ତେଣୁ ହସ୍ପିଟାଲ ଷ୍ଟାଫ୍ ସେମାନଙ୍କ ଯତ୍ନ ନେଉଛନ୍ତି । ମହିଳାଙ୍କ ମୁଣ୍ଡ କୁଣ୍ଡାଇବା, ବେଣୀ ପକାଇବା, ଚୁଟିରେ ତେଲ ଲଗାଇବା, ପୁରୁଷଙ୍କୁ ଦାଢି କାଟିବା ପରି କେୟାର ନେଉଥିବାର ଭିଡିଓ ସାମ୍ନାକୁ ଆସିଛି । ଏଭଳି କରିବା ଦ୍ୱାରା ରୋଗୀ ମଧ୍ୟ ଧୀରେ ଧୀରେ ଆତ୍ମବିଶ୍ବାସ ପାଇ ସୁସ୍ଥ ହେଉଥିବା ଦେଖାଯାଉଛି । ଏଭଳି ଭିଡ଼ିଓକୁ ନେଇ ଜିଲା ପ୍ରଶାସନ ଡାକ୍ତର ଓ ମେଡିକାଲ ଟିମକୁ ପ୍ରଶଂସା କରିଛନ୍ତି ।

ବ୍ଳୁ ଟିକ୍ ହଟାଇବାର କିଛି ଘଣ୍ଟା ପରେ ପୁଣି ଯୋଡ଼ିଲା ଟ୍ୱିଟର୍

ନୂଆଦିଲ୍ଲୀ: ଭାରତର ଉପ ରାଷ୍ଟ୍ରପତି ଏମ୍‌. ଭେଙ୍କିୟା ନାଇଡୁ ଟ୍ୱିଟ୍‌ର ହ୍ୟାଣ୍ଡେଲରୁ ଶନିବାର ‘ବ୍ଲୁ ବ୍ୟାଜ୍’ ବା ‘ ବ୍ଲୁ ଟିକ୍‌’ ସଂକେତ ହଟାଯିବାର କିଛି ଘଣ୍ଟା ପରେ ପୁଣି ତାକୁ ଲଗାଇ ଦିଆଯାଇଛି । ଏସଂକ୍ରାନ୍ତରେ ସ୍ପଷ୍ଟିକରଣ ଦେଇ ‘ଟ୍ୱିଟର’ କହିଛି ଯେ, ‘ଲଗ୍‌ଇନ୍‌’ କରିବାରେ ଦୀର୍ଘ ଦିନ ବ୍ୟବଧାନ ରହିବା କାରଣୁ ‘ବ୍ଲୁ ଟିକ୍‌’ ଉଠିଯାଇଥିଲା। କିନ୍ତୁ, ୯.୩୨ ଲକ୍ଷ ଅନୁଗାମୀ ଥିବା ଉପରାଷ୍ଟ୍ରପତିଙ୍କ ସରକାରୀ ହ୍ୟାଣ୍ଡଲ୍‌ରେ ‘ବ୍ଲୁ ଟିକ୍‌’ ପୂର୍ବବତ୍ ରହିଛି। ଏହାକୁ ଉପରାଷ୍ଟ୍ରପତିଙ୍କ ସଚିବାଳୟ ପରିଚାଳନା କରିଥାଏ।

ସୂଚନାଯୋଗ୍ୟ, ଭେଙ୍କୟା ନାଇଡୁଙ୍କ ବ୍ୟକ୍ତିଗତ ଟୁଇଟର୍‌ ହ୍ୟାଣ୍ଡଲ୍‌ରେ ୧.୩ ମିଲିୟନ୍ ଊର୍ଦ୍ଧ୍ବ ଅନୁଗାମୀ ରହିଛନ୍ତି। ‘ଟୁଇଟର୍‌ ହ୍ୟାଣ୍ଡଲ୍‌’ଟି ଅସଲି ବୋଲି ‘ବ୍ଲୁ ଟିକ୍‌’ ସୂଚାଇ ଥାଏ। ‘ବ୍ଲୁ ଟିକ୍‌’ ପାଇବାକୁ ହେଲେ ଆକାଉଣ୍ଟ୍‌ ଅସଲି, ଗୁରୁତ୍ବପୂର୍ଣ୍ଣ ହେବା ସହ ଏବଂ ସକ୍ରିୟ ରହିଥିବା ଆବଶ୍ୟକ। ସରକାରୀ କମ୍ପାନି, ବ୍ରାଣ୍ଡ୍‌ ଏବଂ ଲାଭରହିତ ସଂସ୍ଥାନ, ସମ୍ବାଦ ସଂସ୍ଥାନ ଏବଂ ସାମ୍ବାଦିକ, ମନୋରଞ୍ଜନ, କ୍ରୀଡ଼ା ଏବଂ ଗେମିଙ୍ଗ୍‌, ସାମାଜିକକର୍ମୀ, ସଂଗଠକ ଏବଂ ଅନ୍ୟାନ୍ୟ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କର ଆକାଉଣ୍ଟ୍‌ ସବୁକୁ ଟୁଇଟର୍‌ ଯାଞ୍ଚ କରିଥାଏ। ଯେକୌଣସି ସମୟରେ ଏବଂ ବିନା ନୋଟିସ୍‌ରେ ‘ଟୁଇଟର୍‌’ ଯେକୌଣସି ‘ଟୁଇଟର୍‌ ଆକାଉଣ୍ଟ୍‌’ରୁ ‘ଭେରିଫାଏଡ୍‌ ବ୍ୟାଜ୍’ ଏବଂ ‘ଭେରିଫାଏଡ୍‌ ଷ୍ଟାଟସ୍‌’ ପ୍ରତ୍ୟାହାର କରି ନେଇପାରେ।

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ନାଗିନ ଫେମ୍ ଅଭିନେତା ପର୍ଲ ବି ଗିରଫ

ମୁମ୍ବାଇ: ମୁମ୍ବାଇର ବାଲିବ ପୋଲିସ ନାଗିନ ଫେମ୍ଟିଭି ଆକ୍ଟର ପର୍ଲ ବି ପୁରୀଙ୍କ ବିରୁଦ୍ଧରେ ଦୁଷ୍କର୍ମ ମାମଲା ଅଭିଯୋଗ ହୋଇଛି । ପୋଲିସ ୪ ଜୁନ ଶୁକ୍ରବାର ଏହି ଅଭିନେତାଙ୍କୁ ଗିରଫ କରିଛି । ଏହି ମାମଲାକୁ ନେଇ ପୀଡ଼ିତା ପୋଲିସକୁ ବୟାନ ଦେଇଛନ୍ତି । ବାରମ୍ବାର ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା ।

 

 

View this post on Instagram

 

A post shared by Pearl V Puri (@pearlvpuri)

ଅଭିନେତାଙ୍କୁ ପୋଲିସ ହେପାଜତକୁ ନିଆଯାଇଛି । ପର୍ଲଙ୍କୁ Pocso ଧାରା ଅନୁସାରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରାଯାଇଛି ।
ପର୍ଲ ଅଧିକାଂଶ ସମୟରେ ରିଲେସନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି । କିଛି ଦିନ ପୂର୍ବରୁ କରିସ୍ମା ତନ୍ନାଙ୍କ ସହିତ ତାଙ୍କ ସମ୍ପର୍କକୁ ନେଇ ଖୁବ୍ଚର୍ଚ୍ଚା ହେଉଥିଲା । କିନ୍ତୁ ଦୁଇଜଣଙ୍କ ମଧ୍ୟରେ ବ୍ରେକ୍ଅପ ହୋଇଗଲା । କିନ୍ତୁ ଏବେ ମଧ୍ୟ ଦୁଇଜଣଙ୍କ ମଧ୍ୟରେ ବନ୍ଧୁତା ରହିଛି ।

ପର୍ଲ ନାଗିନ ଥ୍ରି ବ୍ୟତୀତ ଅନ୍ୟ କେତେକ ଟିଭି ଶୋ’ରେ ମଧ୍ୟ ନଜର ଆସିଛନ୍ତି । ଦିଲ କି ନଜର ସେ ଖୁବସୁରତ, ଫିର ଭି ନା ମାନେ ବତମିଜ୍ଦିଲ, ମେରୀ ଶାଶୁ ମା, ନାଗାର୍ଜୁନ ଏକ ଯୋଦ୍ଧା, ବେପନହା ପ୍ୟାର ଏବଂ ବ୍ରହ୍ମରାକ୍ଷସରେ ପର୍ଲ ବି ନଜର ଆସିଥିଲେ ।

ଅଭିନେତା ଅଟଳ ବିହାରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର: ବୁର୍ଲା ଭିମସାରରେ ଚିକିତ୍ସାଧୀନ ଅବସ୍ଥାରେ ବିଶିଷ୍ଟ ଅଭିନେତା, ନାଟ୍ୟ କଳାକାର ତଥା କଥାକାର ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ହୋଇଛି। ତାଙ୍କ ଦେହାନ୍ତ ଖବର ପାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକପ୍ରକାଶ କରିଛନ୍ତି । ଶଲାବୁଢ଼ା, ‘ଆଦିମ ବିଚାର’ ପରି ଚଳଚ୍ଚିତ୍ରରେ ନିଖୁଣ ଅଭିନୟ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଏଥିସହିତ ପଢ଼ନ୍ତୁ: ଆରପାରିକୁ ଚାଲିଗଲେ ‘ଶଲାବୁଢ଼ା’, ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ଭିମସାରରେ ପରଲୋକ

ଦେଶରେ ଏପ୍ରିଲ ୬ ପରେ ସବୁଠୁ କମ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: କରୋନାକୁ ନେଇ ଆସିଛି ଆଶ୍ୱସ୍ତିକର ଖବର । ଏବେ ଦେଶରେ ନିୟନ୍ତ୍ରଣକୁ ଆସୁଛି କରୋନା । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୨୦ ହଜାର ୫୨୯ ପଜିଟିଭ୍ । ଏପ୍ରିଲ ୬ ପରେ ଶନିବାର ଦିନ ସବୁଠୁ କମ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୩ ହଜାର ୩୮୦ ଜଣଙ୍କ ଜୀବନ ନେଇଛି ମହାମାରୀ ।

ତେବେ ଆଜିର ସଂଖ୍ୟାକୁ ମିଶାଇ ଦେଶରେ ଏପର୍ଯ୍ୟନ୍ତ ଚିହ୍ନଟ ହେଲେଣି ୨ କୋଟି ୮୬ ଲକ୍ଷ ୯୪ ହଜାର ୮୭୯ ଜଣ । ସେହିପରି ଦେଶରେ କିଲର ଭାଇରସରେ ପ୍ରାଣ ହରାଇଲେଣି ୩ ଲକ୍ଷ ୪୪ ହଜାର ୮୨ ଜଣ । ଦେଶରେ ୨ କୋଟି ୬୭ ଲକ୍ଷ ୯୫ ହଜାର ୫୪୯ ଜଣ ସୁସ୍ଥ ହୋଇଥିବା ବେଳେ, ଆକ୍ଟିଭ୍ କେସ୍ ରହିଛି ୧୫ ଲକ୍ଷ ୫୫ ହଜାର 2୪୮ ।

ଦେଶରେ କରୋନାର ମୃତ୍ୟୁ ହାର ୧.୧୯ ପ୍ରତିଶତ ଥିବାବେଳେ ସୁସ୍ଥ ହାର ୯୩ ପ୍ରତିଶତରୁ ଅଧିକ ହୋଇଛି । ସକ୍ରିୟ ମାମଲା ୬ ପ୍ରତିଶତରୁ କମ୍ ହୋଇଛି । କରୋନା ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ରହିଛି। ମୋଟ ସଂକ୍ରମିତ ସଂଖ୍ୟା ଦୃଷ୍ଟିରୁ ମଧ୍ୟ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକା ବ୍ରାଜିଲ ପରେ ବିଶ୍ୱରେ ଭାରତରେ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି ।

ସେହିପରି ଉତ୍ତରପ୍ରଦେଶରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟାରେ ହ୍ରାସ ହେଉଥିବା ନଜର ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧,୧୭୫ ନୂତନ ସଂକ୍ରମିତ ରୋଗ ଦେଖିବାକୁ ମିଳିଛି । ଏହାସହ ୧୩୬ ଜଣଙ୍କର ମୃତ୍ୟୁ ହୋଇଛି। ଶୁକ୍ରବାର ଦିନ ୩୬୪୬ ଲୋକ ମଧ୍ୟ ଏହି ସଂକ୍ରମଣରୁ ମୁକ୍ତ ହୋଇଛନ୍ତି।